ରାଜ୍ୟରେ ଜୋରଦାର ଚାଲିଛି ନକଲି ନୋଟ୍ କାରବାର : ଜବତ ହେଲା ୮୫ ହଜାର ଟଙ୍କାର ଜାଲ ନୋଟ୍, ୨ ଗିରଫ

କନକ ବ୍ୟୁରୋ : ବାରିପଦା ଟାଉନ ଥାନା ପୋଲିସ ବିପୁଳ ପରିମାଣର ନକଲି ନୋଟ ଜବତ କରିଛି । ଏହାସହ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ୮୫ହଜାର ଟଙ୍କାର ନକଲି ନୋଟ ଜବତ କରିବା ସହ ୨ଟି ମୋବାଇଲ ଫୋନ ଓ ଗୋଟିଏ ବାଇକ ଜବତ କରାଯାଇଛି । ଗିରଫ ଦୁଇ ଜଣ ରାସବିହାରୀ ରଣା ଓ ରାଖହରୀ ରଣା, ଝାଡଖଣ୍ଡ ବହୋଡାଗୁଡା ଅଂଚଳର ବୋଲି ଜଣାପଡିଛି ।

ବାରିପଦା ଟାଉନ ଥାନାରେ ଏନେଇ ମାମଲା ରୁଜୁ ହେବା ସହ ପୋଲିସ ଛାନଭିନ ଆରମ୍ଭ କରିଛି । ଜାଲ ନୋଟ କାରବାର ସମ୍ପର୍କରେ ମୟୁରଭଂଜ ଏସପି ସ୍ୱତନ୍ତ୍ର ଟିମ ଗଠନ କରିଥିଲେ । ଏହି ସ୍ୱତନ୍ତ୍ର ଟିମ ଜାଲ ନୋଟ ଜବତ କରିଛି । ତେବେ ଏହି ଜାଲ ନୋଟ କାରବାରରେ ଜିଲ୍ଲାର ଅନେକ ଲୋକ ସମେତ ଏହାର ଚେର ବାହାର ରାଜ୍ୟ ଯାଏଁ ଲମ୍ବି ଥିବା ଜଣାପଡିଛି ।

from Kanak News
via <a href="https://ifttt.com/?

କୃଷକ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଆନ୍ଦୋଳନ ଓ ପ୍ରତିବାଦ ନାଗରିକର ମୌଳିକ ଅଧିକାର । ହେଲେ କରିପାରିବେନି ରାସ୍ତା ବନ୍ଦ

କନକ ବ୍ୟୁରୋ : ୨୨ ଦିନରେ ପହଂଚଲା କୃଷକଙ୍କ ଆନ୍ଦୋଳନ । ୪ ଡିଗ୍ରୀ ତାପମାତ୍ରାରେ ଦିଲ୍ଲୀ ସୀମାରେ ହଜାର ହଜାର କୃଷକ ଆନ୍ଦୋଳନରେ ବସିଛନ୍ତି । ନା ସରକାର ତାଙ୍କ ଜିଦରୁ ଓହୁରୁଛନ୍ତି ନା କୃଷକ । ଏହା ମଧ୍ୟରେ ମାମଲା ଯାଇ ସୁପ୍ରିମକୋର୍ଟରେ ପହଂଚିଛି । ଜଣେ ଆବେଦନକାରୀ ଆନ୍ଦୋଳନ ଫଳରେ ରାସ୍ତା ବନ୍ଦକୁ ନେଇ ସାଧାରଣ ଲୋକମାନେ ହଇରାଣ ହେଉଥିବା ଦର୍ଶାଇ ସୁପ୍ରିମକୋର୍ଟରେ ଏକ ମମଲା ଦାୟର କରିଥିଲେ । ଏହି ମାମଲାର ଶୁଣାଣି ଗତ କାଲି ହୋଇଥିଲା । ହେଲେ ଆଉ କିଛି ଶୁଣାଣି ଆଜିକୁ ବାକିଥିଲା । ଆଜି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଦ୍ୱାରା ଗଠିତ ଖଣ୍ଡପୀଠ କହିଛନ୍ତି କି କୃଷକ ମାନଙ୍କର ଆନ୍ଦୋଳନ କରିବାର ଅଧିକାର ରହିଛି । ଏହା ଉପରେ ନ୍ୟାୟାଳୟ ହସ୍ତକ୍ଷେପ କରିପାରିବ ନାହିଁ । ହେଲେ ଆନ୍ଦୋଳନ ସମୟରେ ଯେମିତି କାହାର ଧନ ଜୀବନ ପ୍ରତି କ୍ଷତି ନପହଂଚିବ ତା ଉପରେ ନଜର ରଖିବାକୁ ହେବ । ଏହା ସହ ଆନ୍ଦୋଳନକାରୀ ମାନେ କୌଣସି ରାସ୍ତାକୁ ବନ୍ଦ କରିପାରିବେ ନାହିଁ ବୋଲି ମୁଖ୍ର ବିଚାରପତି ଏଏସ୍ ବୋବଡେ କହିଛନ୍ତି । ଆର୍ଟନିକ ଜେନେରାଲ କେକେ ବେଣୁଗୋପାଳ କହିଥିଲେ କି ବିରୋଧ ପ୍ରଦର୍ଶନ ସମରେ ଅଧିକାଂଶ କୃଷକ ମାସ୍କ ବ୍ୟବହାର କରୁନଥିବାରୁ ସେମାନେ ଯେତେବେଳେ ଆନ୍ଦୋଳନ ସାରି ଗାଁକୁ ଫେରିବେ ସେତେବେଳେ ସେଠାରେ କରୋନା ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି ।
ଅନ୍ୟପଟେ ଆଜି ଶୁଣାଣି ଶେଷ ହୋଇନଥବା ବେଳେ ପୁଣି କେବେ ଶୁଣାଣି ହେବ ତାହା କୋର୍ଟ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ । ଏହାସହ କୃଷକଙ୍କ ଆନ୍ଦୋଳନ ନେଇ କୌଣସି ଆଦେଶ ଜାରି କରିନାହାନ୍ତି କୋର୍ଟ । କୃଷକ ସଂଗଠନର ପକ୍ଷ ଶୁଣିବା ପରେ ମାମଲାର ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି ।

from Kanak News
via <a href="https://ifttt.com/?

ଦିଲ୍ଲୀରେ କୃଷକ ଆନ୍ଦୋଳନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଶୁଣାଣି : ପ୍ରଧାନ ବିଚାରପତି କହିଲେ, ଆନ୍ଦୋଳନ କରିବା କୃଷକଙ୍କ ଅଧିକାର; କିନ୍ତୁ ବନ୍ଦ କରି ପାରିବେନି ରାସ୍ତା

କନକ ବ୍ୟୁରୋ : ଦିଲ୍ଲୀ ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ହସ୍ତକ୍ଷେପ କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି କହିଛନ୍ତି, ଆନ୍ଦୋଳନ କରିବା କୃଷକଙ୍କ ଅଧିକାର । କିନ୍ତୁ ଆନ୍ଦୋଳନ ପାଇଁ ରାସ୍ତାରୋକ କରି ପାରିବେ ନାହିଁ ଆନ୍ଦୋଳନକାରୀ । କି ସହରକୁ ବନ୍ଦ କରି ପରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସେପଟେ ଆଜି ୨୨ ଦିନରେ ପ୍ରବେଶ କରିଛି ଦିଲ୍ଲୀରେ ଚାଷୀ ଆନ୍ଦୋଳନ । ଚାଷୀମାନେ ଦିଲ୍ଲୀ ସୀମାରେ ଶୀତ କାକରେ ଡେରା ପକାଇ ପଡି ରହିଛନ୍ତି ।

କେନ୍ଦ୍ର ସରକାର ନୂଆ କୃଷି ଆଇନ ରଦ୍ଦ ନକଲେ ଆଗକୁ ଏହି ଆନ୍ଦୋଳନ ଲଂବା ଚାଲିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ନେତା । ଚାଷୀ ସିଧାସଳଖ କହିଛନ୍ତି ଯେଉଁ ଦିନ କେନ୍ଦ୍ର ସରକାର ୩ଟି ଯାକ କୃଷି ଆଇନ ରଦ୍ଦ କରିଦେବେ, ସେହି ଦିନ ଚାଷୀ ଆନ୍ଦୋଳନ ପ୍ରତ୍ୟାହାର କରିନେବେ । କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ପାଂଚ ରାଉଣ୍ଡ କଥା ବାର୍ତା ବିଫଳ ହୋଇସାରିଛି । ଶାହାଙ୍କ ସହିତ କୃଷକ ସଂଗଠନଙ୍କ ଆଲୋଚନା ମଧ୍ୟ ବାଟ ବାହାର କରିପାରିନାହିଁ ।

from Kanak News
via <a href="https://ifttt.com/?

ଆଇଏଫଏସ ଅଭୟକାନ୍ତଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ସୁପାରିଶ । ଅବସର ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ

କନକ ବ୍ୟୁରୋ : ଆଇଏଫଏସ ଅଭୟକାନ୍ତ ପାଠକଙ୍କ ବାଧ୍ୟତାମୂଳକ ଅବସର ପାଇଁ ସୁପାରିଶ । ଏନେଇ କେନ୍ଦ୍ରକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଇଏଫଏସ ଅଫିସରଙ୍କ ଦୁର୍ନୀତି ନେଇ କ୍ଦ୍ରେକୁ ଅବଗତ କଲେ ମୁଖ୍ୟମନ୍ତ୍ରୀ । ଅତ୍ୟଧିକ ଦୁର୍ନୀତି ହୋଇଥିବାରୁ ବାଧ୍ୟତାମୂଳକ ଅବସର ପାଇଁ ସୁପାରିଶ ହୋଇଛି ।

ତେବେ ଓଡିଶା ଇତିହାସରେ ଏଭଳି କାର୍ଯ୍ୟାନୁଷ୍ଠାନ ସୁପାରିଶ ପ୍ରଥମ ଥର ପାଇଇଁ ହୋଇଛି । ଅଭୟକାନ୍ତ ଓ ତାଙ୍କ ପୁଅ ଆକାଶ ପାଠକଙ୍କଠାରୁ ବେଆଇନ ଟଙ୍କା ଜବତ ହୋଇଛି । ଭିଜିଲାନ୍ସ ରେଡ୍ କରି ୨୦ କୋଟିରୁ ଅଧିକ ଟଙ୍କା ଜବତ କରିଛି । ଏଥିପାଇଁ ଅଭୟ ବାପ-ପୁଅଙ୍କୁ ଭିଲାନ୍ସ ଗିରଫ କରି ଜେଲ ପଠାଇ ଦେଇଛି ।

ଏହାସହ ଆକାଶ ପାଠକଙ୍କ ନାଁରେ ଠକେଇ ମାମଲା ମଧ୍ୟ ରହିଛି । ନିଜକୁ ଟାଟା କମ୍ପାନୀର ଏମଡି କହି ଅନେକ ଲୋକଙ୍କ ଠକିଥିବା ଅଭିଯୋଗ ମଧ୍ୟ ହୋଥିଲା । ତାଙ୍କୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ସହାୟତା କରିଥିବାର ଅଭିଯୋଗ ହୋଇଥିଲା । ପରେ ଜନ ବିରୋଧୀ କାମ ପାଇଁ ।ଙ୍କୁ ଦଳରୁ ବାହାର କରାଯାଇଥିଲା । ଏହାସହ ଠକେଇ ମାମଲାରେ ମଧ୍ୟ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ।

from Kanak News
via <a href="https://ifttt.com/?

ପରୀ ପାଇଁ ବିଜେପିର ପଦଯାତ୍ରା : ଆସନ୍ତା ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ବିଜେପିର ମହାପଦଯାତ୍ରା

କନକ ବ୍ୟୁରୋ : ପରୀ ମୃତ୍ୟୁ ମାମଲାରେ ଏସାଇଟି ତଦନ୍ତ ଏକ କୁହେଳିକା । ପରୀକୁ ନ୍ୟାୟ ନମିଳିବା ଯାଏଁ ବିଜେପିର ଲଢେଇ ଜାରି ରହିବ । ପରୀ ପାଇଁ ମହାପଦଯାତ୍ରା କରିବ ବୋଲି ଭାରତୀୟ ଜନତା ପାର୍ଟି । ଆସନ୍ତା ୨୦ରୁ ୨୪ ତାରିଖ ଯାଏଁ ଭୁବନେଶ୍ୱରରୁ ପରୀର ଗାଁ ଯଦୁପୁରକୁ ପଦଯାତ୍ରା ଯିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ।

ଏହି ପଦଯାତ୍ରାରେ ବିଜେପି ମହିଳା ମୋର୍ଚ୍ଚାର ଜାତୀୟ ସଭାନେତ୍ରୀ. ଭି. ଶ୍ରୀନିବାସନ, ରାଷ୍ଟ୍ରିୟ ମୁଖପାତ୍ର ସମ୍ବିତ ପାତ୍ର ଓ ବହୁ ନେତା କର୍ମୀ ସାମିଲ ହେବେ । ପରୀକୁ ନ୍ୟାୟ ନମିଳିବା ଯାଏଁ ବିଜେପି ବିରୋଧ ଜାରି ରଖିବ । ଏସଆଇଟି ତଦନ୍ତ ଉପରେ ବିଜେପିର ମୁଳରୁ ସନ୍ଦେହ ଥିଲା । ଏସଆଇଟି ତଦନ୍ତ ନାଁରେ ଅପରାଧ ଲୁଚାଇବା ସହ ଅପରାଧୀଙ୍କୁ ଘଂଟ ଘୋଡାଇବାକୁ ଉଦ୍ୟମ କରାଯାଉଥିବା ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି । ଏହାସହ ଏସାଇଟି ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠର ତଥ୍ୟ ପଦାକୁ ଆସିଲା କେମିତି ବୋଲି ସେ ଅଭିଯୋଗ କରିଛନ୍ତି ।

from Kanak News
via <a href="https://ifttt.com/?

ଜାତିସଂଘର ରିପୋର୍ଟ ମୁତାବକ ବିଗତ ବର୍ଷ ତୁଳନାରେ କମୁଛି ଭାରତୀୟଙ୍କ ଆୟୁଷ ହାର । ହ୍ରାସ ପାଇଛି କ୍ରୟ ଶକ୍ତି  ଓ ପରିବାର ଦ୍ୱାରା ଅବହେଳିତ ହେଉଛନ୍ତି କନ୍ୟା ସନ୍ତାନ

କନକ ବ୍ୟୁରୋ : ପୁଣି ମାନବ ବିକାଶ ସୂଚକାଙ୍କରେ ଗୋଟିଏ ପଏଣ୍ଟ ତଳକୁ ଖସିଲା ଭାରତ । ଜାତିସଂଘ ଦ୍ୱାରା ୧୮୯ ଦେଶକୁ ନେଇ କରାଯାଇଥିବା ଏହି ସୂଚକାଙ୍କ ପ୍ରସ୍ତୁତିରେ ଭାରତର ସ୍ଥାନ ୧୩୧ ରହିଛି । ହେଲେ ୨୦୧୮ ମସିହାରେ ଭାରତର ସ୍ଥାନ ୧୩୦ ରେ ଥିଲା । ଦେଶର ସ୍ୱାସ୍ଥ୍ୟ, ଜୀବନ ଧାରଣମାନ ଓ  ଶିକ୍ଷାର ମାନକୁ ନେଇ ଜାତସଂଘ ମାନବ ବିକାଶ ସୂଚକାଙ୍କ ପ୍ରସ୍ତୁତ କରିଥାଏ ।

ୟୁଏନଡିପି ବା ( ଜାତିସଂଘ ଉନ୍ନୟନ କାର୍ଯ୍ୟକ୍ରମ) ଦ୍ୱାରା ପ୍ରସ୍ତୁତ ହୋଇଥିବା ରିପୋର୍ଟ ମୁତାବକ ଜନ୍ମ ସମୟରେ ଭାରତୀୟଙ୍କ ଆୟୁଷ ୬୯.୭ ବର୍ଷ ଆକଳନ କରାଯାଇଛି । ଯାହାକି ପଡୋଶୀ ବାଂଲାଦେଶରେ ହାରାହାରି ଆୟୁଷ ତୁଳନାରେ କମ୍ । ଅର୍ଥାତ ବାଂଲାଦେଶରେ ହାରାହାରି ଆୟୁଷ ୭୨.୬ ବର୍ଷ ରହିଛି । ଏହାହସ ୨୦୧୯ ରେ ଭାରତର ଏଚଡିଆଇ ମୂଲ୍ୟ ୦.୬୪୫ ରହିଛି, ଯାହାକି ଜାତିସଂଘ ସୂଚକାଙ୍କରେ ମଧ୍ୟମ ବିକାଶ ବର୍ଗ ବୋଲି ଦର୍ଶାଯାଇଛି । ଏହି ସୂଚକାଙ୍କର ଶୀର୍ଷରେ ନରୱେ ଥିବା ବେଳେ ତା ପଛକୁ ରହିଛି ଆୟର୍ଲାଣ୍ଡ, ସ୍ୱିଜରଲାଣ୍ଡ, ହଂକଂ ଓ ଆଇସଲାଣ୍ଡ । ରିପୋର୍ଟ ମୁତାବକ ଭାରତ କାମ୍ବୋଡିଆ, ଥାଇଲାଣ୍ଡର ଶିଶୁ ମାନେ ଅନ୍ୟ ଦେଶ ମାନଙ୍କ ତୁଳନାରେ ଅଧିକ କୁପୋଷଣରେ ଶିକାର ହୋଇଥା’ନ୍ତି । ଜାତିଂଘ ଏହି ରିପୋର୍ଟରେ ଭାରତ ବାବଦରେ ଆଉ ଏକ ଲଜ୍ଜାଜନକ ତଥ୍ୟ ପ୍ରକାଶ କରିଛି । ଯାହାକି ଭାରତରେ ମାଆବାପା ମାନେ ପୁଅ ମାନଙ୍କ ଅପେକ୍ଷା ଝିଅ ମାନଙ୍କୁ ଅଧିକ ଅବହେଳା କରୁଥିବାରୁ ଝିଅ ମାନଙ୍କ ଠାରେ ଅଧିକ କୁପୋଷଣ ଦେଖା ଦେଇଥାଏ । ଏହାସହ ଜଳବାୟୁ ପରିବର୍ତ୍ତନ ମଧ୍ୟ ପିଲା ମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ପ୍ରଭାବ ପକାଇଥାଏ ବୋଲି କୁହାଯାଇଛି ।

ରିପୋର୍ଟ ମୁତାବକ ପୂର୍ବବର୍ଷ ମାନଙ୍କ ତୁଳନାରେ ଚଳିତ ବର୍ଷ ଭାରତୀୟ ମାନଙ୍କର କ୍ରୟଶକ୍ତି ସମାନତା କମିଛି । ୨୦୧୮ ରେ କ୍ରୟଶକ୍ତି ସମାନତା ଆଧାରରେ ଭାରତୀୟ ମାନଙ୍କର ମୁଣ୍ଡପିଛା ଆୟ ୬.୮୨୯ ଡଲାର ଥିବା ବେଳେ ଏହା ତଳକୁ ଖସି ୨୦୧୯ ରେ ୬.୬୮୧ ଡଲାରକୁ ହ୍ରାସ ପାଇଛି । ଆର୍ଥିକ ନିରାପତ୍ତା ଓ ଜମି ମାଲିକାନା ମହିଳା ମାନଙ୍କ ସୁରକ୍ଷା ବଢାଇବା ସହ ଲିଙ୍ଗଗତ ହିଂସା ହ୍ରାସ କରିଥାଏ ବୋଲି ରିପୋର୍ଟରେ କୁହାଯାଇଛି ।

from Kanak News
via <a href="https://ifttt.com/?

ମାଲକାନଗିରିରେ ମାଓବାଦୀଙ୍କ ଲଙ୍କାକାଣ୍ଡ : ଠିକାଦାରଙ୍କୁ ନିମର୍ମ ହତ୍ୟା ପରେ ପୋଡିଦେଲେ ବୋଲେରୋ

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ଠିକାଦାରଙ୍କୁ ନିମର୍ମ ଭାବେ ହତ୍ୟା କରି ଠିକାଦାରଙ୍କ ବୋଲେରୋ ଗାଡି ଜାଳିଦେଲେ ମାଓବାଦୀ । ମାଲକାନଗିରି ମାଥିଲି ଥାନା ଜନ୍ଦ୍ରାଗୁଡା ଗାଁରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ନିର୍ମାଣକୁ ବିରୋଧ କରି ଠିକାଦାର ସୁକୁମାର ମଣ୍ଡଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ ।

ଏହାସହ ତାଙ୍କ ବୋଲେରୋ ଗାଡିକୁ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି ଲାଲବାହିନୀ । ଗୋଲିଆଗୁଡା ଠାରୁ ଜନ୍ଦ୍ରାଗୁଡା ପିଏମଜିଏସୱାଇରାସ୍ତା ନିର୍ମାଣ କାମକୁ ମାଓବାଦୀ ମାନେ ବିରୋଧ କରି ଆସୁଥିଲେ ।

from Kanak News
via <a href="https://ifttt.com/?

ମାଆଙ୍କ ଶେଷ ଇଚ୍ଛା ପୂରଣ କଲେ ତିନି ଝିଅ : ନବରଙ୍ଗପୁର ଜଗନ୍ନାଥ ମନ୍ଦିରକୁ ୧କୋଟି ଟଙ୍କା ମୂଲ୍ୟର ୩ମହଲା କୋଠା କଲେ ଦାନ

କନକ ବ୍ୟୁରୋ : ମାଆଙ୍କ ଶେଷ ଇଚ୍ଛା ପୂରଣ କରି ୧କୋଟିର ଦାନ କଲେ ତିନି ଝିଅ । ନବରଙ୍ଗପୁର ଭଗବତୀ ସାହିରେ ରହୁଥିବା ବୈଜନ୍ତିମାଳା ସାହୁଙ୍କ ତିନି ଝିଅ ମାଆଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ଯାଇ ୧କୋଟି ମୂଲ୍ୟର ୩ମହଲା ବିଶିଷ୍ଟ କୋଠା ନବରଙ୍ଗପୁର ଜଗନ୍ନାଥ ମନ୍ଦିରକୁ ଦାନ କରିଛନ୍ତି । ମାଆଙ୍କ ଶେଷ ଇଚ୍ଛା ପାଇଁ ୧କୋଟିର ଦାନ କରିବା ଚର୍ଚ୍ଚାର ବିଷୟ ପାଲଟିଛି ।

୨୫ବଖରା ବିଶିଷ୍ଟ ୩ମହଲା କୋଠା ଯାହାର ଆନୁମାନିକ ମୁଲ୍ୟ ୧କୋଟିରୁ ଅଧିକ ହେବ ଏହା ଦାନ କରିଛନ୍ତି । ସେହିପରି ଗୋଟିଏ ମଙ୍ଗଳସୂତ୍ର, ରୂପା ଫରୁଆ, ରୂପାର ବ୍ରତ ପେଢି, ରୂପାର ମଥାମଣି ନବରଙ୍ଗପୁର ନିଳକଣ୍ଠେଶ୍ୱର ମନ୍ଦିରରେ ଥିବା ପାର୍ବତୀ ମନ୍ଦିରକୁ ଦାନ କରିଛନ୍ତି । ବୈଜନ୍ତିମାଳାଙ୍କ ଶେଷ ଇଚ୍ଛାକୁ ନେଇ ଗର୍ବ କରିଛନ୍ତି ପୂରା ପରିବାର । ଚଳିତ ମାସ ୨ତାରିଖରେ ବୈଜନ୍ତିମାଳାଙ୍କ ଦେହାନ୍ତ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଭବାନୀ ସାହୁ ମଧ୍ୟ ରୋଗାଗ୍ରସ୍ତ ଅବସ୍ଥାରେ ରହିଛନ୍ତି ।

ଭବାନୀ ସାହୁ ଓ ବୈଜନ୍ତିମାଳା ସାହୁଙ୍କ ତିନି ଝିଅ ପୁଷ୍ପାଂଜଳି, ଗୀତାଂଜଳି ଓ ଶ୍ରଦ୍ଧାଂଜଳି ଥିବା ବେଳେ କୌଣସି ପୁଅ ନଥିବାରୁ ସେମାନେ ଜଗନ୍ନାଥଙ୍କୁ ପୁଅ ଭାବେ ଗ୍ରହଣ କରି ସବୁ ସମ୍ପତି ମନ୍ଦିରକୁ ଦାନ କରିଛନ୍ତି । ବୈଜନ୍ତିମାଳା ସାହୁଙ୍କ ମୃତ୍ୟୁ ପରେ ୧୪ଦିନରେ ନବରଙ୍ଗପୁର ଜଗନ୍ନାଥ ମନ୍ଦିର ନୀତି ପରିଚାଳନା ନିଯୋଗ ନାଁରେ ସମ୍ପତି ଦାନ କରିଛନ୍ତି ।

from Kanak News
via <a href="https://ifttt.com/?

ଶାରୀରିକ ସଂପର୍କକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ସ୍ଥାପନ ବଳତ୍କାର ନୁହେଁ

କନକ ବ୍ୟୁରୋ : ମିଛ ଧର୍ଷଣ ମାମଲାକୁ ରୋକିବାକୁ ଧିରେ ଧିରେ ମହିଳା ମାନଙ୍କୁ କୋର୍ଟ ପକ୍ଷରୁ ବିଭିନ୍ନ ସମୟରେ ଛାଟ ମରାଚାଲିଛି । ଏବେ ଏଭଳି ଏକ ଛାଟ ମାରିଛନ୍ତି ଦିଲ୍ଲୀ ହାଇକୋର୍ଟ । କୋର୍ଟ କହିଛନ୍ତିି କି ବିବାହାର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିବାକୁ ବଳତ୍କାର ଶ୍ରେଣୀଭୂକ୍ତ କରାଯାଇ ପାରିବ ନାହିଁ । କାରଣ ଏହା ଦୀର୍ଘଦିନ ଧରି ମହିଳା ମାନଙ୍କ ସହମତିରେ ହୋଇଥାଏ । ତେଣୁ ଏହା କେବେବି ବଳତ୍କାର ନୁହେଁ । ଦିଲ୍ଲୀ ହାଇକୋର୍ଟର ବିଚାରପତି ବିଭୁ ବାଖରୁଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ମାମଲାର ବିଚାର କରି ଏଭଳି ରାୟ ଦେଇଛନ୍ତି । ସେ ଦେଇଥିବା ରାୟରେ କହିଛନ୍ତି କି ବିବାହ ପ୍ରତିଶ୍ରୁତି ଦ୍ୱାରା ସ୍ୱଇଚ୍ଛାରେ ସ୍ଥାପନ କରାଯାଉଥିବା ଶାରୀରିକ ସଂପର୍କକୁ ଅନୈତିକ କୁହାଯାଇପାରିବ ନାହିଁ । ଭାରତୀୟ ପିଙ୍ଗଳ କୋଡର ଧାରା ୩୭୫ ଅନୁସାରେ ବିବାହ ପ୍ରତିଶ୍ରୁତି ଦେଇ ଦୀର୍ଘଦିନ ଶାରୀରିକ ସଂପର୍କ ସ୍ଥାପନ କରିବାରେ ଉଭୟ ମହିଳା ଓ ପୁରୁଷଙ୍କର ସହମତି ରହିଥାଏ । ତେଣୁ ଏହାକୁ ବଳତ୍କାର କୁହାଯାଇ ପାରିବ ନାହିଁ ।

୨୦୦୮ ରେ ଜେଣ ମହିଳା ଅଭିଯୋଗ କରିଥିଲେ କି ଜଣେ ପୁରୁଷ ତାଙ୍କୁ ବିବାହା ପ୍ରତିଶ୍ରୁତି ଦେଇ ବାରମ୍ବାର ତାଙ୍କ ସହିତ ଶାରୀରିକ ସଂପର୍କ ସ୍ଥାପନ କରିଥିଲେ ଓ ଏହା ପରେ ସେ ତାଙ୍କୁ ବିବାହ କରିନଥିଲେ । ଫଳରେ ମହିଳା ଜଣଙ୍କ ସେହି ପୁରୁଷଙ୍କ ନାମରେ କୋର୍ଟରେ ବଳତ୍କାର ମାମଲା ଦାୟର କରିଥିଲେ । ଏହି ମାମଲାର ବିଚାର କରି ଦିଲ୍ଲୀ ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି । ଫଳରେ ଅଭିଯୁକ୍ତ ଜଣଙ୍କ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।

କହିରଖୁ କି ଆମ ସମାଜରେ ଏବେ ବିବାହ ପୂର୍ବରୁ ଶରୀରିକ ସଂପର୍କ ସ୍ଥାପନ କରୁଥିବା ମହିଳା ଓ ପୁରୁଷ ମାନଙ୍କର ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏହା ଏବେ ଏକ ଟ୍ରେଣ୍ଡଭଳି ମନେ ହେଉଛି । ମାତ୍ର କିଛି କ୍ଷେତ୍ରରେ ପ୍ରେମରେ ବିଫଳ ହେବା ବା ପ୍ରେମିକ ସହିତ ମନୋମାଳିନ୍ୟ ହେବା ବେଳେ ମହିଳା ମାନେ ଏହାର ସୁଯୋଗ ନେଇ ସେହି ପୁରୁଷବନ୍ଧୁଙ୍କ ନାମରେ ବଳତ୍କାର ଅଭିଯୋଗ ଆଣୁଛନ୍ତି । ହେଲେ ଉଭୟଙ୍କ ସହମତିରେ ସଂପର୍କ ସ୍ଥାପନ ହୋଇଥିବା ବେଳେ ଏହାର ସୁଯୋଗ ମହିଳା ଜଣଙ୍କ ନେଉଛି ଓ ପୁରୁଷ ମାନେ ଦଣ୍ଡିତ ହେଉଛନ୍ତି । ଏଭଳି କ୍ଷେତ୍ରରେ ଦିଲ୍ଲୀ ହାଇକୋର୍ଟଙ୍କ ଏଭଳି ରାୟକୁ ବିଭିନ୍ନ ମହଲାରେ ସ୍ୱାଗତ କରାଯାଇଛି ।

from Kanak News
via <a href="https://ifttt.com/?

ପରୀ ମୃତ୍ୟୁ ମାମଲାରେ ଡିଏନଏ ପରୀକ୍ଷା ଆରମ୍ଭ : ପୋଷାକରେ ମିଳିଥିବା ସିମେନ ଓ ରକ୍ତ ନମୁନାର ହେଉଛି ଯାଂଚ

କନକ ବ୍ୟୁରୋ : ନୟାଗଡ ପରୀ ମୃତ୍ୟୁ ମାମଲାରେ ଡିଏନଏ ପରୀକ୍ଷା ପ୍ରକ୍ରିୟା ଆରମ୍ଭ ହୋଇଛି । ପରୀ ପୋଷାକରୁ ମିଳିଥିବା ସିମେନ ଓ ରକ୍ତନମୁନାର ହେଉଛି ଡିଏନଏ ପରୀକ୍ଷା । ଏହାକୁ ଚିହ୍ନଟ ଅଭିଯୁକ୍ତର ଡିଏନଏ ସହ ମ୍ୟାଚ କରାଯିବ । ଗତକାଲି ପରୀକୁ ଯୌନ ନିର୍ଯାତନା ଦିଆଯାଇଥିବା କଥା କ୍ରାଇମବ୍ରାଂଚ ଏସଆଇଟି ହାଇକୋର୍ଟରେ ତଥ୍ୟ ଦେଇଥିଲା । ପରୀ ଗାଁରୁ ହିଁ ଏ ନେଇ ଜଣେ ଅଭିଯୁକ୍ତକୁ ଚିହ୍ନଟ କରାଯାଇଥିଲା ।

ପରୀର ମୃତଦେହ ଉଲଗ୍ନ ଅବସ୍ଥାରେ ବସ୍ତା ଭିତରୁ ମିଳିଥିଲା । ପରୀ ପିନ୍ଧିଥିବା ଫ୍ରକ୍ରେ ସିମେନ୍ ମିଳିଥିବା ଏକ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା । ଜୁଲାଇ ୧୪ ତାରିଖରୁ ନିଖୋଜ ହେବା ପରେ ୧୦ ଦିନ ପରେ ଘର ଲୋକେ ପରୀକୁ ଦେଖିଲେ, କିନ୍ତୁ ସେ ଆଉ ଜୀବିତ ନଥିଲା । ଝିଅକୁ ନ୍ୟାୟ ନମିଳିବାରୁ ବିଧାନସଭା ଆଗରେ ନଭେମ୍ବର ୨୪ ତାରିଖରେ ପରୀଙ୍କ ବାପା ମା ନିଜ ଉପରେ ଡିଜେଲ ଢାଳି ଆତ୍ମାହୂତି ଦେବାକୁ ଉଦ୍ୟମ କଲେ । ଏହାପରେ ରାଜନୀତି ଜୋର ଧରିଥିଲା । ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ବିଜେପି ହଟ୍ଟଗୋଳ କରିଥିଲା । ଘଟଣାରେ ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ଏବେ ବି ଅଟଳ ରହିଛି ବିଜେପି । ଏପରିକି କଂଗ୍ରେସ ଓ ବିଜେପି ଟିମ ଯଦୁପୁର ଯାଇ ପରୀଙ୍କ ପରିବାରକୁ ଭେଟିଥିଲେ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started