ଭିତରକନିକାରେ ଇକୋ-ରିଟ୍ରିଟର ମଜା ନେଉଛନ୍ତି ପର୍ଯ୍ୟଟକ : ମନମୋହୁଛି ତ୍ରିକୋଣା ଭୂମିର ପ୍ରାକୃତିକ ସୌନ୍ଦର୍ଯ୍ୟ

କନକ ବ୍ୟୁରୋ : ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ନଦୀର ତ୍ରିକୋଣା ଭୂମିରେ ଗଢି ଉଠିଥିବା ଭିତରକନିକାର ପ୍ରାକୃତିକ ପରିବେଶ ବାସ୍ତବିକ ମନମୁଗ୍ଧକର । ଭିତରକନିକାର ବଉଳା କୁମ୍ଭୀର, ରଂଗବେରଂଗର ପକ୍ଷୀ, ହେନ୍ତାଳ ଇଚ୍ଚ ସାରା ବିଶ୍ୱର ପ୍ରକୃତିପ୍ରେମୀ ପ୍ରଥମ ପସନ୍ଦ । ଚଳିତ ବର୍ଷ ପ୍ରଥମଥର ରାଜ୍ୟ ସରକାରଙ୍କ ପକ୍ଷରୁ ଏଠାରେ ଇକୋ ରିଟ୍ରିଟ ବ୍ୟବସ୍ଥା କରାଯାଇଥିବା ବେଳେ ପର୍ଯ୍ୟଟକ ତମ୍ବୁ ତଳେ ରହି ରାତି କାଟିବା ସହ ପ୍ରାକୃତିକ ସନ୍ଦୌଯ୍ୟରେ ମଜା ଉଠାଉଛନ୍ତି ।

୧୯୭୫ରେ ଭିତରକନିକାର ୬୭୨ ବର୍ଗ କିମି ଅଂଚଳକୁ ରାଜ୍ୟ ସରକାର ଅଭୟାରଣ୍ୟ ଭାବେ ଘୋଷଣା କରିବା ପରେ ୧୯୯୮ରେ ଏହାକୁ ଜାତୀୟ ଉଦ୍ୟାନ ରୂପେ ଘୋଷଣା କରାଯାଇଛି । ବଉଳା କୁମ୍ଭୀରଙ୍କ ଅମରାବତି ପ୍ରାକୃତିକ ବିଭବରେ ଭରପୁର ପ୍ରକୃତିରାଣୀ ଭିତରକନିକାରେ ଏବେ ପର୍ଯ୍ୟଟକଙ୍କ ଭିଡ । ପର୍ଯ୍ୟଟନ ଋତୁ ଆସିଲେ ଜାତୀୟ ଉଦ୍ୟାନ ଭିତରକନିକା ବୁଲି ଆସିବା ପାଇଁ ଦେଶୀ ବିଦେଶୀ ପର୍ଯ୍ୟଟକଙ୍କ ମନରେ ଉତ୍ସାହ ଦେଖାଦେଇଥାଏ । ଚଳିତବର୍ଷ କରୋନା ମହାମାରୀ ଯୋଗୁଁ ଦୀର୍ଘ ୮ମାସ ଭିତରକନିକା ବନ୍ଦ ରହିବା ପରେ ଏବେ କୋଭିଡ କଟକଣା ଭିତରେ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଖୋଲାଯାଇଛି ।

ବେଶ ମନଭରି ପର୍ଯ୍ୟଟକମାନେ ଭିତରକନିକାର ଜୈବ ବିବିଧତା ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଛନ୍ତି । ଚଳିତ ବର୍ଷ ଭିତରକନିକାରେ ପ୍ରଥମଥର ଇକୋ ରିଟ୍ରିଟ ଅନୁଷ୍ଠିତ ହୋଇଥିବାରୁ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି । ପାଟ୍ଟଶାଳା ନଦୀର ସୁଦୀର୍ଘ ନୀଳ ଜଳରାଶିରେ ବୋଟରେ ବସି ନୈସର୍ଗିକ ଶୋଭାରାଶିକୁ ଉପଭୋଗ କରୁଛନ୍ତି । ଭିତରକନିକାର ପ୍ରାକୃତିକ ଶୋଭା ଉପଭୋଗ କରିବା ସହ ବିଳାସପୂର୍ଣ୍ଣ କଟେଜରେ ତମ୍ବୁ ତଳେ ରାତି ବିତାଇବାକୁ ପର୍ଯ୍ୟଟକଙ୍କ ଆଗ୍ରହ ବଢୁଛି । ପ୍ରଥମ ୩ଦିନ ପର୍ଯ୍ୟଟକଙ୍କ ଭିଡ ନଥିବା ବେଳେ ଦୁଇ ଦିନ ହେଲା ହାଉସଫୁଲ ରହିଛି । ତମ୍ବୁ ତଳେ ରାତିି ବିତାଇବା ସହ ଦୁଃସାହାସିକ କ୍ରୀଡା ଓ ଭାସମାନ ରେଷ୍ଟୁରାଂଟର ମଜା ନେବା ପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଛି ।

ନଳିତାପାଟିଆରେ ୨୧ଟି ବିଳାସପୂର୍ଣ୍ଣ କଟେଜ ନିର୍ମାଣ ହୋଇଛି । ଇକୋ ରିଟ୍ରିଟକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ୩ ପ୍ରକାରର କଟେଜ ଉପଲବ୍ଧ ହେଉଛି । ୨ଜଣ ପର୍ଯ୍ୟଟକ ଇକୋ ରିଟ୍ରିଟର ମଜା ସହିତ ଖାଦ୍ୟ, ପାନୀୟ ଓ ଭିତରକନିକା ବୁଲିବା ପାଇଁ ସର୍ବନିମ୍ନ ୯ହଜାର ଟଙ୍କା ଦେବାକୁ ପଡୁଛି । ଇକୋ ରିଟ୍ରିଟରେ ପ୍ରିମିୟମ ସୁଇସ କଟେଜ, ରୟାଲ କଟେଜ ଓ ରୟାଲ ଫ୍ୟାମିଲି କଟେଜ ନିର୍ମାଣ କରାଯାଇଛି । ଦିନ ବେଳା କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳ ବୁଲି ଦେଖି ସଂଧ୍ୟାରେ ଭାସମାନ ରେଷ୍ଟୁରାଂଟରେ କ୍ୟାଣ୍ଡେଲ ଡିନର ସହ ନାଚଗୀତରେ ଝୁମି ଯାଉଛନ୍ତି ପର୍ଯ୍ୟଟକ ।

from Kanak News
via <a href="https://ifttt.com/?

ଲୁଟ୍ ଦେଖିଛି ସିସିଟିଭି : ବ୍ୟବସାୟୀ ସଂଜୟ ତ୍ରିପାଠୀଙ୍କ ବାଇକରୁ ଅଢେଇ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ

କନକ ବ୍ୟୁରୋ : ଲୁଟ୍ ଦେଖିଛି ସିସିଟିଭି । ନବରଙ୍ଗପୁର ଉମରକୋଟରେ ଦ୍ୱିନ ଦ୍ୱିପହରରେ ବ୍ୟବସାୟୀ ସଂଜୟ ତ୍ରିପାଠୀଙ୍କ ବାଇକ୍ରୁ ଅଢେଇ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ ହୋଇଛି । ଏନେଇ ଉମରକୋଟ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ କରୁଛି । ଘଟଣାସ୍ଥଳରେ ସିସିଟିଭି ଫୁଟଜକୁ ଆଧାର କରି ପୁଲିସ ତଦନ୍ତ କରୁଛି ।

ସେହି ସିସିଟିଭି ଫୁଟେଜକୁ ବିଭିନ୍ନ ଥାନାକୁ ପଠାଇ ଛାନଭିନ୍ କରୁଛି ଉମରକୋଟ ପୁଲିସ । ବ୍ୟବସାୟୀ ଜଣଙ୍କ ଟଙ୍କା ବ୍ୟାଗକୁ ଗାଡି ଟାଙ୍ଗୀ ପାଖକୁ ଯାଇଥିବା ବେଳେ ଦୁର୍ବୃତ ତାଙ୍କ ବ୍ୟାଗ ଲୁଟି ନେଇଛି । ଲୁଟର ପୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ବ୍ୟବସାୟୀ ସଂଜୟ ଏକ ଗ୍ରୋସରୀ ଦୋକାନ କରିଛନ୍ତି ।

from Kanak News
via <a href="https://ifttt.com/?

ବିଜେପି ନେତା କୈଳାସ ବିଜୟବର୍ଗୀଙ୍କ ବିବାଦୀୟ ବୟାନ । ଧର୍ମେନ୍ଦ୍ର ନୁହଁନ୍ତି ମୋଦି ଭାଙ୍ଗିଥିଲେ ମଧ୍ୟପ୍ରଦେଶର କମଲନାଥ ସରକାର

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ କମଲ ନାଥ ସରକାର ଭାଙ୍ଗିବା ପଛରେ ଧର୍ମେନ୍ଦ୍ର ପ୍ରଧାନ ନୁହନ୍ତି ମୁଖ୍ୟ ସୂତ୍ରଧର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକଥା ନା କଂଗ୍ରେସ ଦଳର କୌଣସି ନେତା କହିଛନ୍ତି ନା ଅନ୍ୟ କେହି ବିରୋଧୀଦଳର ନେତା । ଏକଥା ଖୁଦ୍ କହିଛନ୍ତି ବିଜେପିର ବରିଷ୍ଠ ନେତା କୈଳାସ ବିଜୟ ବର୍ଗୀ ।

ବିଜେପି ପକ୍ଷରୁ ଚାଷୀ ମାନଙ୍କୁ ନୂତନ ଆଇନ ସପକ୍ଷରେ ବୁଝାଇବାକୁ ବିଜେପି ଏବେ ଚାରିଆଡେ କୃଷି ସମ୍ମିଳନୀର ଆୟୋଜନ କରୁଥିବା ଦେଖିବାକୁ ମିଳିଛି । ଏହି ପରିପେକ୍ଷୀରେ ଏକ କୃଷକ ସଭାକୁ ଉଦବୋଧନ ଦେଇ ବିଜେପିର ବରିଷ୍ଠ ନେତା କୈଳାସ ବିଜୟବର୍ଗୀ କହିଛନ୍ତି କି କମଲନାଥ ସରକାର ଭାଙ୍ଗିବାରେ ଯଦି କେହି ଗୁରୁତ୍ୱପୂର୍ଣ୍ଣ ଭୂୁମିକା ନିର୍ବାହ କରିଥା’ନ୍ତି ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଂଗ୍ରେସ ଯେଉଁ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ନେଉଛି ତାହା ସମ୍ପୁର୍ଣ୍ଣ ମିଥ୍ୟା । ଶ୍ରୀ ବିଜୟ ବର୍ଗୀ ସଭାରେ ଏକଥା କହିବା ବେଳେ କହିଛନ୍ତି କି ମୁଁ ଏକଥା ଆଗରୁ କାହାକୁ କହି ନାହିଁ । କେବଳ ଆପଣ ମାନଙ୍କୁ କହୁଛି । ହେଲେ ଆପଣ ମାନେ ଏକଥା କାହାରି ଆଗରେ ପ୍ରକାଶ କରିବେ ନାହିଁ

ଅନ୍ୟପଟେ ଯେଉଁ କୃଷକ ସମ୍ମିଳନୀରେ ବିଜୟବର୍ଗୀ ଏକଥା କହିଛନ୍ତି ସେହି ସଭାମଂଚରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ଉପସ୍ଥିତ ଥିଲେ । ଏହାପୂର୍ବରୁ ଜୁନ ମାସରେ ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନ କହିଥିଲେ କି ବିଜେପିର କେନ୍ଦ୍ରୀୟ ନେତା ମାନେ କଂଗ୍ରେସ ସରକାର ଭାଙ୍ଗିବା କାର୍ଯ୍ୟ କରିଥିଲେ ।

କହିରଖୁ କି ମଧ୍ୟପ୍ରଦେଶରେ କମଲନାଥ ସରକାର ଭାଙ୍ଗିବା ପରେ କଂଗ୍ରେସ ଅଭିଯୋଗ କରିଥିଲା କି ବିଜେପି ସ୍ଥିର ସରକାରକୁ ଅସ୍ଥିର କରି ସରକାର ଭାଙ୍ଗିବା ସହ ଗଣତନ୍ତ୍ରର ହତ୍ୟା କରୁଛି । ସେପଟେ ବିଜେପି ନେତା ମାନେ ଜଣଙ୍କ ପରେ ଜଣେ ଏହା ସ୍ୱୀକାର କରିବାରେ ଲାଗିଛନ୍ତି । କୈଳାସ ବିଜୟବର୍ଗୀଙ୍କ ଏଭଳି ବୟାନ ଆସିବା ପରେ କଂଗ୍ରେସ ପକ୍ଷରୁ ତାଙ୍କ ଭାଷଣର ଭିଡିଓକୁ ଟ୍ୱିଟ୍ କରି ବିଜେପି ବିରୋଧରେ ସରକାର ଭାଙ୍ଗିବା ଅଭିଯୋଗ ଅଣାଯାଇଛି । କଂଗ୍ରେସ ମୁଖପାତ୍ର ନରେନ୍ଦ୍ର ସାଲୁଜା ଟ୍ୱିଟରରେ ଲେଖିଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକମାନଙ୍କ ଦ୍ୱାରା ନିର୍ବାଚିତ ସ୍ଥିର ସରକାରକୁ ଅସାମ୍ବିଧାନିକ ତରିକାରେ ଭାଙ୍ଗିବା ଭଳି ଅପରାଧ କରିଛନ୍ତି । ଏନେଇ ଆଗାମୀ ଦିନରେ ଆଇନର ଦ୍ୱାରସ୍ଥ ହେବ କଂଗ୍ରେସ ।

from Kanak News
via <a href="https://ifttt.com/?

ଅପହରଣକାରୀଙ୍କ କବଜାରେ ଯୁବତୀ : ଫୋନ କରି ଅପହରଣକାରୀଙ୍କ କବଳରୁ ଉଦ୍ଧାର କରିବା ପାଇଁ ମାଆକୁ ଝିଅର ନିବେଦନ

କନକ ବ୍ୟୁରୋ : ଅପହରଣକାରୀଙ୍କ କବଜାରେ ଯୁବତୀ । ଏଭଳି ଏକ ସମ୍ବେଦନଶୀଳ ଖବର ଆସିଛି ଯାଜପୁର ଧର୍ମଶାଳା ଥାନା ଅଂଚଳରୁ । ଯୁବତୀଙ୍କୁ ଅପହରଣ କରାଯାଇ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ଖୋଦ ସଂପୃକ୍ତ ଯୁବତୀ ପୁରୀରୁ ନିଜ ମାଙ୍କ ଫୋନ କରି ଅପହରଣକାରୀଙ୍କ କବଳରୁ ଉଦ୍ଧାର କରିବାକୁ ମାଙ୍କୁ ନିବେଦନ କରିଛନ୍ତି । ପୁରୀରୁ ଏହି ଫୋନ କରିଥିବା ଯୁବତୀ ତାଙ୍କ ଫୋନକଲରେ କହଛନ୍ତି । ତାଙ୍କ ଜୀବନ ପ୍ରତି ବିପଦ ଥିବା ଓ ନିର୍ଯାତନା ଦିଆଯାଉଥିବାରୁ ତୁରନ୍ତ ତାଙ୍କୁ ଉଦ୍ଧାର କରିବାକୁ ସେ ନିବେଦନ କରିଛନ୍ତି ।

ସେ କହୁଛନ୍ତି, ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଉ । ନହେଲେ ଅପହରଣକାରୀ ସେମାନଙ୍କୁ ମାରିଦେବେ । ତାଙ୍କୁ ନିର୍ଯାତନା ଦିଆଯାଇଛି ଓ ସ୍ଥାନରୁ ବାରମ୍ବାର ବଦଳାଯାଉଛି । ଖବର ଅନୁସାରେ, ସଂପୃକ୍ତ ଯୁବତୀଙ୍କ ସହ ପଡୋଶୀ ଗାଁର ଜଣେ ଯୁବକ ଅବଦୁଲ ସେହମତ ଖାଁଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା । ସଂପୃକ୍ତ ଯୁବତୀ ଗତ ୫ ତାରିଖରେ ନିଜ କଲେଜକୁ ସାର୍ଟିଫିକେଟ ପାଇଁ ଯିବାବେଳେ ତାଙ୍କୁ ଅବଦୁଲ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି । ଏପରିକି ଏହା କହିଲେ ତାଙ୍କୁ ମାରିଦେବାକୁ ସଂପୃକ୍ତ ଯୁବକ ଧମକ ଦେଉଥିବା ଯୁବତୀ ଜଣଙ୍କ ତାଙ୍କ ମାଙ୍କୁ ଫୋନରେ କହିଛନ୍ତି ।

ଯୁବତୀଜଣକ ଆହୁରି କହିଛନ୍ତି, ସଂପୃକ୍ତ ଯୁବକ ତାଙ୍କୁ ବଳପୂର୍ବକ ବିବାହ କରିବାକୁ ଉଦ୍ୟମ କରୁଛନ୍ତି ଓ ନିର୍ଯାତନା ଦେଉଛନ୍ତି । ଏ ନେଇ ଯୁବତୀଙ୍କ ବାପା ଥାନାରେ ଅଭିଯୋଗ କରିଥିଲୋ ପୁଲିସ ଯୁବତୀଙ୍କୁ ଉଦ୍ଧାର କରିବାକୁ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ବି କୌଣସି ସୁରାକ ପାଇପାରିନାହିଁ । ଅପରାଧିକ ଷଡଯନ୍ତ୍ର ଓ ଧମକ ଅଭିଯୋଗରେ ଅବଦୁଲଙ୍କ ବାପାଙ୍କୁ ପୁଲିସ ଗିରଫ କରିଛି । ନିଜ ଝିଅଙ୍କୁ  ଉଦ୍ଧାର କରିବା ପାଇଁ ଯୁବତୀଙ୍କ ବାପା ବି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

from Kanak News
via <a href="https://ifttt.com/?

ରାଜ୍ୟରେ ଲମ୍ବୁଛି ଶିଶୁ ନିଖୋଜ ତାଲିକା : ଗଜପତିରେ ୭ ବର୍ଷରୁ ଶିଶୁ ପୁତ୍ରକୁ ଅଜଣା ବ୍ୟକ୍ତି ଉଠାଇ ନେଇଥିବା ଅଭିଯୋଗ; ସେପଟେ କୂଅରୁ ଉଦ୍ଧାର ହେଲା ୩ ବର୍ଷର ଶିଶୁପୁତ୍ରର ମୃତଦେହ

କନକ ବ୍ୟୁରୋ : ରାଜ୍ୟରେ ଲମ୍ବୁଛି ଶିଶୁ ନିଖୋଜ ତାଲିକା । ପ୍ରାୟ ପ୍ରତିଦିନ ଶିଶୁ ନିଖୋଜ ଖବର ସାମ୍ନାକୁ ଆସୁଛି । ଗଜପତି ଜିଲ୍ଲା କାଶୀନଗର ବ୍ଲକରେ ୭ ବର୍ଷରୁ ଶିଶୁ ପୁତ୍ର ନିଖୋଜ ଅଭିଯୋଗ ହୋଇଛି । ଗତକାଲି ସଂଧ୍ୟାରେ ଶିଶୁପୁତ୍ର ଜଣଙ୍କ ଖେଳୁଥିବା ବେଳେ ଦୁଇ ଜଣ ଦୁର୍ବୃତ ବାଇକ୍ରେ ଆସି ପିଲାଟିକୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ନିଜ ଘର ଠାରୁ ୫୦ ମିଟର ଦୂର ଏକ ବ୍ୟାକେରି ଦୋକାନ ନିକଟରେ ଖେଳୁଥିଲା କାଶୀନଗରର ଝାମି ଗୋପିଙ୍କ ପୁଅ ଝାମି ହାର୍ଦ୍ଧିକ । ଖେଳୁଥିବା ବେଳେ ପିଲାକୁ କେହି ଅପହରଣ କରି ନେଇଥିବା ପରିବାର ଲୋକ କାଶୀନଗର ଥାନାରେ ଅଭିଯୋଗ କରିଛନ୍ତି ।

କାଲି ନିଖୋଜ ଆଜି ମିଳିଲା ମୃତଦେହ । ନିଖୋଜର ୨୪ ଘଂଟା ନ ପୁରୁଣି ପୁଣି ଜଣେ ୩ ବର୍ଷ ଶିଶୁର ମୃତଦେହ ଉଦ୍ଧାର ହୋଇଛି । ଘଟଣା ଘଟିଛି ଢେଙ୍କାନାଳ ନିହଲପ୍ରସାଦ ଥାନା ଅନ୍ତର୍ଗତ ଖଙ୍କିରା ଗାଁରେ । ଗାଁର ଜୟନ୍ତ ସାହୁଙ୍କ ୩ ବର୍ଷର ନିଖୋଜ ପୁଅ ଆୟୁଷର ଆଜି ମୃତଦେହ ଉଦ୍ଧାର ହୋଇଛି । ଗତକାଲି ଜୟନ୍ତଙ୍କ ପୁଅ ଆୟୁଷ ସନ୍ଧ୍ୟା ୭ଟା ସମୟରେ ଜେଜେମା ସହିତ ଦାଣ୍ଡରେ ଖେଳୁଥିବାବେଳେ ହଠାତ ଗାଏବ ହୋଇଯାଇଥିଲା । ବହୁ ଖୋଜାଖୋଜି ପରେ ନ ମିଳିବାରୁ ଥାନାରେ ଏତଲା ଦିଆଯାଇଥିଲା ।

ରାତିରେ ବହୁ ଖୋଜାଖୋଜି ପରେ ମିଳିନଥିଲା । ପରେ ଆଜି ପାଖ ଗାଁର କୂଅରୁ ପୁଅର ମୃତଦେହ ଭାସୁଥିବାରେ ଦେଖିଥିଲେ ପରିବାର ଲୋକେ । ପରିବାର ଲୋକଙ୍କ କହିବା ଅନୁସାରେ, ଆୟୁଷର ମୁଣ୍ଡରେ କ୍ଷତ ଚିହ୍ନ ରହିଛି । ତେଣୁ କେହି ହତ୍ୟା କରି ଆୟୁଷଙ୍କୁ ଫିଙ୍ଗିଦେଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ନିହଲପ୍ରସାଦ ପୋଲିସ ପଂହଚି ତଦନ୍ତ ଆରମ୍ଭ କରିଛନ୍ତି ।

from Kanak News
via <a href="https://ifttt.com/?

୫୮ମିନିଟରେ ୪୬ପ୍ରକାରର ବ୍ୟଞ୍ଜନ : ଚେନ୍ନାଇର କୁନି ଝିଅ ଏସଏନ ଲକ୍ଷ୍ମୀ ବାଇଙ୍କ କମାଲ

କନକ ବ୍ୟୁରୋ : ୫୮ ମିନିଟରେ ୪୬ ପ୍ରକାର ବ୍ୟଂଜନ ପ୍ରସ୍ତୁତ କରି ରେକର୍ଡ ରଚିଲେ କୁନି ଝିଅ । ୟୁନିକୋ ବୁକ ଅଫ ୱାର୍ଲ୍ଡ ରେକର୍ଡ୍ସରେ ସାମିଲ ହେଲେ ଚେନ୍ନାଇର ଏସଏନ ଲକ୍ଷ୍ମୀ ସାଇ । କମ୍ ସମୟରେ ୪୬ ପ୍ରକାରର ବ୍ୟଂଜନ ପ୍ରସ୍ତୁତ କରି ଚର୍ଚ୍ଚାରେ ଲକ୍ଷ୍ମୀ । ୫୮ ମିନିଟରେ ୪୬ ପ୍ରକାରର ବ୍ୟଂଜନ ପ୍ରସ୍ତୁତ କରି ସଫଳତା ହାସଲ କଲେ ତାମିଲନାଡ଼ୁର ଝିଅ ଏସଏନ ଲକ୍ଷ୍ମୀ ସାଇ । କମ୍ ସମୟ ଭିତରେ ଏତେ ପ୍ରକାର ବ୍ୟଂଜନ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି ଲକ୍ଷ୍ମୀ ।

ଏପରି ରୋଷେଇ କରିବାର କଳା ପାଇଁ ତାଙ୍କ ନାମ ୟୁନିକୋ ବୁକ୍ ଅଫ ୱାର୍ଲଡ ରେକର୍ଡ଼ରେ ସ୍ଥାନିତ କରାଯାଇଛି । ଚେନ୍ନାଇରେ ମଙ୍ଗଳବାର ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସଫଳତା ହାସଲ କରିଛନ୍ତି ଲକ୍ଷ୍ମୀ । ଲକ୍ଷ୍ମୀ କହିଛନ୍ତି ଏହି ସଫଳତା ପାଇଁ ସେ ତାଙ୍କ ମାଆଙ୍କୁ ଶ୍ରେୟ ଦେଇଛନ୍ତି । କାରଣ ତାଙ୍କ୍ ମାଆ ତାଙ୍କୁ ଖାଦ୍ୟ ପ୍ରସ୍ତୁତ କରିବା ଶିଖାଇଛନ୍ତି । ଏହି ସଫଳତା ପାଇଁ ସେ ବହୁତ ଖୁସି ଅଛନ୍ତି ଏବଂ ନିଜକୁ ଗର୍ବ ମନେ କରୁଛନ୍ତି ବୋଲି ଲକ୍ଷ୍ମୀ କହିଛନ୍ତି ।

ଲକ୍ଷ୍ମୀଙ୍କ ବାପା ମା ଜାଣିବାକୁ ପାଇତିଲେ ଯେ ଏହି ରେକର୍ଡ ପୂର୍ବରୁ କେରଳର ଜଣେ ୧୦ବର୍ଷୀୟ ବାଳିକା ସାନଭିଙ୍କ ନାମରେ ରହିଛି । ସେ ଏକ ଘଂଟାରେ ୩୦ ପ୍ରକାରର ବ୍ୟଜଂନ ପ୍ରସ୍ତୁତ କରିଥିଲେ । ତେଣୁ ଏହି ରେକର୍ଡ ଅତିକ୍ରମ କରିବା ଲାଗି ସେମାନଙ୍କ ଝିଅକୁ ପ୍ରଶିକ୍ଷିତ କରିଥିଲେ ।

from Kanak News
via <a href="https://ifttt.com/?

କନକ ନ୍ୟୁଜ ପ୍ରଭାବ : ଖବର ପ୍ରସାରଣର ୨୪ ଘଂଟା ଭିତରେ ତତ୍ପରତା ପ୍ରକାଶ କଲା କୋରାପୁଟ ଜିଲ୍ଲା ପ୍ରଶାସନ ; ୩ ହାତର ଟେବୁଲ ଉପରୁ ୨୨ ବର୍ଷ ଯୁବତୀ ଉଦ୍ଧାର 

କନକ ବ୍ୟୁରୋ : କନକ ନ୍ୟୁଜର ପ୍ରଭାବ । କାଲି ଖବର ବାଜିଲା, ଆଜି ପ୍ରଶାସନ ଉଦ୍ଧାର କଲା । ୩ ହାତର ଟେବୁଲ ଉପରେ ୨୨ ବର୍ଷ ଧରି ପଡି ରହିଥିବା ଝିଅକୁ ଉଦ୍ଧାର କରିଛି ପ୍ରଶାସନ । ୨୨ ବର୍ଷର ଝିଅ ସ୍ୱାତୀ ଗୋଟିଏ ଟେବୁଲ ଉପରେ ଶୋଇ ରହୁଥିବା ଖବର ଗତକାଲି କନକ ନ୍ୟୁଜରେ ପ୍ରସାରଣ ହୋଇଥିଲା । ଏହି ଖବର ପ୍ରଶାସନ କାନରେ ପଡିବା ପରେ ସ୍ୱାତୀଙ୍କୁ ଉଦ୍ଧାର କରି କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ପଠାଯାଇଛି । ଆଜି ସକାଳୁ ଜିଲ୍ଲା ପ୍ରଶାସନର ଏକ ଟିମ୍ ଜୟପୁର ସତୀଗୁଡାରେ ସ୍ୱାତୀ ରହୁଥିବା ଘରକୁ ଯାଇ ୨୦ ହଜାର ଟଙ୍କା ସହାୟତା ଦେବା ସହ ତାଙ୍କୁ ମେଡିକାଲ ପଠାଇଛନ୍ତି । ଆଗକୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଅଙ୍କା ବଙ୍କା ଶରୀର । ଯେଉଁଠିକୁ ଧରିଲେ ସେହିଠି ଭାଙ୍ଗି ଯାଉଛି । ଆଉ ଆପେ ଆପେ ମଧ୍ୟ ଯୋଡ଼ି ହୋଇଯାଉଛି । ଏପରି ସ୍ଥିତିରେ ଏବେ ଜୀବନର ଭରସା ପାଲଟିଥିଲା ଗୋଟିଏ ୩ ଫୁଟ ଲଂବର ଟେବୁଲ । ସେହିଠାରେ ଖାଇବା , ପିଇବା, ସ୍ନାନ ଶୌଚ ସବୁ କିଛି ଟେବୁଲ ଉପରେ କରୁଥିଲେ । ପିଲାଟି ଦିନରୁ ଅବସ୍ଥା ଏହିପରି । ନା ନିଜେ ଚାଲି ପାରୁଛି, ନା ନିଜ ହାତରେ ଖାଇପାରୁଛି । ଝିଅର ଏପରି ଅବସ୍ଥା ଭିତରେ ଅନେକ ଦିନରୁ ଆରପାରିକୁ ଚାଲିଗଲାଣି ମାଆ । ଏବେ ସବୁ ଦାୟୀତ୍ୱ ତୁଲାଉଛନ୍ତି ବାପା ।

ତେବେ ଜନ୍ମରୁ ସବୁକିଛି ଠିକ୍ ଥିଲା । ଏକ ବର୍ଷ ପରେ ଧିରେ ଧିରେ ଦେଖା ଦେଇଥିଲା ସମସ୍ୟା । ୨୨ ବର୍ଷ ମଧ୍ୟରେ ବହୁ ସ୍ଥାନକୁ ନେଇ ଝିଅର ଚିକିତ୍ସା କରାଇ ସର୍ବସ୍ୱାନ୍ତ ହୋଇସାରିଲେଣି ପରିବାର ।  ପରିବାର ନିକଟରେ ଘର ନାହିଁ । ବାପା ମୁଲ ଲାଗିଲେ ଘର ଚଳିବ ।

from Kanak News
via <a href="https://ifttt.com/?

ଟ୍ରେନ ଉପରେ ଏବେ ବି ପଡିଛି ନାବାଳକର ମୃତଦେହ : ସେଲଫି ନେବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳି ଯାଇଛି ପୁରା ଶରୀର

କନକ ବ୍ୟୁରୋ : ପାରଳାଖେମୁଣ୍ଡି ସେଲଫି ମୃତ୍ୟୁ ଘଟଣାରେ ଏବେ ବି ଟ୍ରେନ ଉପରେ ପଡିଛି ନାବାଳକଙ୍କ ମୃତଦେହ । ଗତକାଲି ଟ୍ରେନ ଉପରେ ସେଲଫି ନେଉଥିବା ବେଳେ ହାଇଭୋଲଟେଜ ବିଦ୍ୟୁତ ତାର ଲାଗିଯିବାରୁ ନାବାଳକ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଟ୍ରେନର ଏକ ବଗିରେ ବି ଭୟଙ୍କର ନିଆଁ ଲଗାଯାଇଥିଲା । ତେବେ ବିଦ୍ୟୁତ ସରବରାହ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇନଥିବାରୁ ମୃତଦେହ ଉଦ୍ଧାର ହୋଇପାରିନାହିଁ । ଶ୍ରୀକାକୁଲମ ଠାରୁ ଜିଆରପି ସେକ୍ସନ ଇନସ୍ପେକ୍ଟର ପଂହଚିବା ପରେ ମୃତଦେହକୁ ଉଦ୍ଧାର କରାଯିବ ।

ସୂଚନା ଅନୁସାରେ, ଜଣେ ନାବାଳକ ଷ୍ଟେସନରେ ଛିଡା ହୋଇଥିବା ଏକ ଟ୍ରେନର ବଗିରେ ଚଢ଼ି ସେଲଫି ନେଉଥିଲେ । ଏହି ସମୟରେ ହଠାତ ନିଆଁ ଲାଗି ଯାଇଥିଲା । ଏହି ନିଆଁରେ ସେ ସମ୍ପୂର୍ଣ୍ଣ ଜଳି ଯାଇଛନ୍ତି । ଟ୍ରେନର ଗୋଟିଏ ବଗିରେ ମଧ୍ୟ ନିଆଁ ଲାଗି ଯାଇଥିଲା । ମୃତ ନାବାଳକ ହେଉଛନ୍ତି ସୂର୍ଯ୍ୟ କୁମାର , ବୟସ ୧୭ ବର୍ଷ ।

from Kanak News
via <a href="https://ifttt.com/?

ପୁଣି ଏକ ଶିଶୁ ନିଖୋଜ । ଗଜପତି କାଶୀନଗରରୁ ୭ ବର୍ଷର ଶିଶୁପୁତ୍ର ନିଖୋଜ ହୋଇଥିବା ଅଭିଯୋଗ, ପୋଲିସର ତନାଘନା ଜାରି ।

କନକ ବ୍ୟୁରୋ: ରାଜ୍ୟରେ କୁନି କୁନି ପିଲାଙ୍କ ପ୍ରତି ବଢୁଛି ବିପଦ । ନୟାଗଡ଼ ଢ଼େଙ୍କାନାଳ ପରେ ଏବେ ଗଜପତି କାଶୀନଗରରୁ ଶିଶୁପୁତ୍ର ନିଖୋଜ । କାଶୀନଗରରୁ ୭ ବର୍ଷର ଶିଶୁପୁତ୍ର ନିଖୋଜ। ନିଖୋଜ ଶିଶୁ ହେଉଛନ୍ତି କାଶୀନଗର ଗ୍ରାମର ଝାମି ଗୋପିଙ୍କ ପୁଅ ହାର୍ଦ୍ଦିକ । ସୂଚନା ମୁତାବକ ନିଜ ଘରଠାରୁ ୫୦ ମିଟର ଦୂର ଏକ କେକ୍ ଦୋକାନ ନିକଟରେ ସନ୍ଧ୍ୟା ସମୟରେ ଖେଳୁଥିଲେ୧ । ହଠାତ୍ ଖେଳୁଥିବା ବେଳେ ଦୁଇଜଣ ଅଜଣା ବ୍ୟକ୍ତି ବାଇକ ଯୋଗେ ଆସି ଉଠାଇ ନେଇଥିବା ଅଭିଯୋଗ ହୋଇଛି । ତେବେ ଏନେଇ କାଶୀନଗର ଥାନାରେ ପରିବାର ପକ୍ଷରୁ ଏତଲା ଦିଆଯାଇଛି । ଆଉ ଏତଲା ପରେ ଅପହରଣ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି କାଶୀନଗର ପୋଲିସ ।

from Kanak News
via <a href="https://ifttt.com/?

ନିଖୋଜର ୨୪ ଘଂଟା ନପୁରୁଣୁ ମିଳିଲା ଶିଶୁର ମୃତଦେହ : ୩ ବର୍ଷର ପୁଅ ଆୟୁଷର ମୃତଦେହ କୂଅରୁ ଉଦ୍ଧାର

କନକ ବ୍ୟୁରୋ : କାଲି ନିଖୋଜ ଆଜି ମିଳିଲା ମୃତଦେହ । ନିଖୋଜର ୨୪ ଘଂଟା ନ ପୁରୁଣି ପୁଣି ଜଣେ ୩ ବର୍ଷ ଶିଶୁର ମୃତଦେହ ଉଦ୍ଧାର ହୋଇଛି । ଘଟଣା ଘଟିଛି ଢେଙ୍କାନାଳ ନିହଲପ୍ରସାଦ ଥାନା ଅନ୍ତର୍ଗତ ଖଙ୍କିରା ଗାଁରେ । ଗାଁର ଜୟନ୍ତ ସାହୁଙ୍କ ୩ ବର୍ଷର ନିଖୋଜ ପୁଅ ଆୟୁଷର ଆଜି ମୃତଦେହ ଉଦ୍ଧାର ହୋଇଛି । ଗତକାଲି ଜୟନ୍ତଙ୍କ ପୁଅ ଆୟୁଷ ସନ୍ଧ୍ୟା ୭ଟା ସମୟରେ ଜେଜେମା ସହିତ ଦାଣ୍ଡରେ ଖେଳୁଥିବାବେଳେ ହଠାତ ଗାଏବ ହୋଇଯାଇଥିଲା ।

ବହୁ ଖୋଜାଖୋଜି ପରେ ନ ମିଳିବାରୁ ଥାନାରେ ଏତଲା ଦିଆଯାଇଥିଲା । ରାତିରେ ବହୁ ଖୋଜାଖୋଜି ପରେ ମିଳିନଥିଲା । ପରେ ଆଜି ପାଖ ଗାଁର କୂଅରୁ ପୁଅର ମୃତଦେହ ଭାସୁଥିବାରେ ଦେଖିଥିଲେ ପରିବାର ଲୋକେ । ପରିବାର ଲୋକଙ୍କ କହିବା ଅନୁସାରେ, ଆୟୁଷର ମୁଣ୍ଡରେ କ୍ଷତ ଚିହ୍ନ ରହିଛି । ତେଣୁ କେହି ହତ୍ୟା କରି ଆୟୁଷଙ୍କୁ ଫିଙ୍ଗିଦେଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ନିହଲପ୍ରସାଦ ପୋଲିସ ପଂହଚି ତଦନ୍ତ ଆରମ୍ଭ କରିଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started