କୋଣାର୍କ କାହାଣୀ କହୁଛି ଲାଇଟ୍ ଆଣ୍ଡ୍ ସାଉଁଣ୍ଡ : ଅଫଲାଇନରେ ଟିକେଟ୍ ମୂଲ୍ୟ ୫୦ ଟଙ୍କା

କନକ ବ୍ୟୁରୋ : କୋଣାର୍କରେ ଆରମ୍ଭ ହେଲା ଲାଇଟ୍ ଆଣ୍ଡ୍ ସାଉଁଣ୍ଡ୍ । କରୋନା କଟକଣା କାରଣରୁ ଦୀର୍ଘ ୯ମାସ ଧରି ଏହା ବନ୍ଦ ରହିଥିଲା । ତେବେ ଏବେ କଟକଣା କୋହଳ ହେବା ପରେ ବୁଧବାର ସଂଧ୍ୟାରୁ ଏହା ପର୍ଯ୍ୟଟକଙ୍କ ପାଇଁ ଆରମ୍ଭ ହୋଇଛି । ମନ୍ଦିରର ପ୍ରସ୍ତର କାନ୍ଥରେ ୮ଟି ଅତ୍ୟାଧୁନିକ ଥ୍ରୀଡି ପ୍ରୋଜେକ୍ଟର ମାଧ୍ୟମରେ କୋଣାର୍କ ମନ୍ଦିରର ପ୍ରାଚୀନ ଐତିହ୍ୟ କୀର୍ତିରାଜି ଭରା କାହାଣୀକୁ ଥ୍ରୀଡି ଆନିମେସନରେ ଓଡିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ପ୍ରଦର୍ଶିତ ହେଉଛି ।

କରୋନା ନିୟମକୁ ପାଳନ କରାଯିବା ସହିତ ସାମାଜିକ ଦୂରତା ରକ୍ଷା କରି ଏହାର ମଜା ନେବା ଉପରେ ଗୁରୁତ୍ୱ ଦିଆଯାଇଛି । ପ୍ରାଥମିକତା ଭିତିରେ ପ୍ରଥମ କରି କେବଳ ୨୦୦ ଦର୍ଶକଙ୍କ ପାଇଁ ମନ୍ଦିର ପରିସରକୁ ପ୍ରବେଶ ଅନୁମତି ରହିଛି । ଅଫଲାଇନରେ ଟିକେଟର ମୂଲ୍ୟ ୫୦ ଟଙ୍କା ଧାର୍ଯ୍ୟ କରିଛି ରାଜ୍ୟ ପର୍ଯ୍ୟଟନ ବିଭାଗ ।

from Kanak News
via <a href="https://ifttt.com/?

ବାମ ଆଖି ବଦଳରେ ଡାହାଣ ଆଖିର ଅପରେସନ କଲେ ଡାକ୍ତର । ରୋଗୀ ପଚାରିବାରୁ ‘ଆଇ ଆମ ସରି’ କହି ଚାରିଗଲେ । କ୍ୟାପିଟାଲ ହସ୍ପିଟାଲର ଅଜବ ଅପରେସନ୍

ବାମ ଆଖିରେ ଶତ ପ୍ରତିଶତ ମୋତିଆବିନ୍ଦୁ । ହେଲେ ଡାକ୍ତର ଡାହାଣ ଆଖିରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରିଦେଲେ । କ୍ୟାପିଟାଲ ହସ୍ପିଟାଲର ମୋତିଆବନ୍ଦୁ ଅସ୍ତ୍ରୋପଚାରକୁ ନେଇ ଏଭଳି ଅଭିଯୋଗ ଆସିଛି । ସହିଦନଗରରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଏଭଳି ସାଂଘାତିକ ତ୍ରୁଟି ସଂପର୍କରେ ବଖାଣିଥିଲେ ହେଁ, ଅଭିଯୋଗ ପାଇଁ ସାହସ ଜୁଟାଇ ପାରୁନାହାନ୍ତି ।

ସହିଦନଗରରେ ରହୁଥିବା ୬୦ବର୍ଷର ଜଣେ ବ୍ୟକ୍ତିଙ୍କ ବାମ ଆଖିରେ ଶତ ପ୍ରତିଶତ ମୋତିଆବିନ୍ଦୁ ହୋଇଥିବା ବେଳେ ଡାହଣ ଆଖି ପ୍ରାୟ ୫୦ ପ୍ରତିଶତ‌ ମୋତିଆବିନ୍ଦୁ ରହିଥିଲା । ଡାହାଣ ଆଖିରେ ସେ ଭଲରେ ଦେଖିପାରୁଥିଲେ । କିଛିଦିନ ପୂର୍ବରୁ କ୍ୟାପିଟାଲ ହସ୍ପିଟାଲକୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଯାଇଥିବା ବେଳେ ବାମ ଆଖି ବଦଳରେ ତାଙ୍କର ଡାହାଣ ଆଖିରେ ଅସ୍ତ୍ରୋପଚାର କରାଯାଇଥିଲା । ଆଖିରେ ଡ୍ରପ୍ ପକାଇବା ସମୟରେ ସେ ଏ ବିଷୟରେ ଉପସ୍ଥିତ ନର୍ସଙ୍କୁ କହିଥିଲେ । ପରେ ଡାକ୍ତରଙ୍କୁ ଏ ସଂପର୍କରେ ଜଣାଇବେ ପରେ ସେ ‘ଆଇ ଏମ୍‌ ସରି’ କହିଥିବା ବ୍ୟକ୍ତି ଜଣକ କହିଛନ୍ତି । ଡାକ୍ତର କହିଥିଲେ କିଛି ଅସୁବିଧା ନାହିଁ, କିଛିଦିନ ପରେ ବାମ ଆଖି ଅସ୍ତ୍ରୋପଚାର କରିଦେବା । ନିକଟରେ ବ୍ୟକ୍ତି ଜଣକ ଆଖି ଦେଖାଇବା ଲାଗି ଯାଇଥିବା ବେଳେ ତାଙ୍କୁ ୪ ହଜାର ଟଙ୍କା ମଗାଯାଇଥିବା ସେ ଅଭିଯୋଗ କରିଛନ୍ତି । କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷ କହିଛନ୍ତି, ଅଭିଯୋଗ ଆସିଲେ ଘଟଣାର ତଦନ୍ତ କରାଯିବ ।

from Kanak News
via <a href="https://ifttt.com/?

ଆଜି ଠାରୁ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ : ଆଡିଲେଡରେ ପିଙ୍କ୍ ବଲରେ ଖେଳାଯିବ ସିରିଜର ପ୍ରଥମ ଦିବାରାତ୍ର ମ୍ୟାଚ୍ 

କନକ ବ୍ୟୁରୋ : ଆଜି ଠାରୁ ଭାରତ – ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ । ଆଡିଲେଡରେ ପିଙ୍କ୍ ବଲରେ ଖେଳାଯିବ ପ୍ରଥମ ମ୍ୟାଚ୍ । ଏହି ମ୍ୟାଚ୍ ଦିବାରାତ୍ର ରହିବ । ପିଙ୍କ୍ ବଲ୍ ଟେଷ୍ଟ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ବିରାଟଙ୍କ ନେତୃତ୍ୱରେ ଦଳ ପଡିଆକୁ ଓହ୍ଲାଇବ । ପୃଥ୍ୱୀ ସ, ମୟଙ୍କ ଅଗ୍ରୱାଲ. ଚେତେଶ୍ୱର ପୂଜାରା, ଆଜିଜ୍ଞା ରାହାଣେ, ହନୁମା ବିହାରୀ, ରିଦ୍ଧିମାନ ଶାହା ୱିକେଟ୍ କିପର ଦଳରେ ସ୍ଥାନ ପାଇଛନ୍ତି । ଦଳରେ ଏକମାତ୍ର ସ୍ପିନର ଆର ଅଶ୍ୱିନ୍ ଅଛନ୍ତି । ସେହିପରି ୩ ଜଣ ପେସର ବୁମରା, ସାମି ଓ ଉମେଶ ଯାଦବଙ୍କୁ ସ୍ଥାନ ମିଳିଛି । ରାହୁଲ, ଶୁଭମନ୍ ଗିଲ, ପନ୍ତଙ୍କୁ ପ୍ରଥମ ଟେଷ୍ଟରେ ବାହାରେ ରଖାଯାଇଛି । ଟି ୨୦

ସିରିଜରେ ପରାଜୟ ହାସଲ କରିଥିବା ଘରୋଇ କଙ୍ଗାରୁ ଦଳ , ପିଙ୍କ୍ ବଲ ଟେଷ୍ଟ ରେ ପ୍ରତିଶୋଧ ନେବାକୁ ଯୋଜନା ରଖିଛି । ସେଥିପାଇଁ ଏଥର ଟେଷ୍ଟ ସିରିଜ କୋହଲି ବାହିନୀ ପାଇଁ ଚ୍ୟାଲେଂଜ ରହିବ । ବିଶେଷ କରି ଭାରତୀୟ ଶୀର୍ଷ ବ୍ୟାଟସ୍ ମ୍ୟାନଙ୍କ ଧୌର୍ଯ୍ୟର ପରୀକ୍ଷା ନେବେ କଙ୍ଗାରୁ ପେସ୍ ବୋଲର । ତେବେ ପିଙ୍କ୍ ବଲ ଟେଷ୍ଟରେ ବର୍ତମାନ ସୁଦ୍ଧା କଙ୍ଗାରୁ ଦଳ ୭ଟି ମ୍ୟାଚ୍ ଖେଳି ୭ଟିରେ ବିଜୟ ହାସଲ କରିଛି । ଭାରତ କେବଳ ଗୋଟିଏ ମ୍ୟାଚ୍ ଖେଳି ବିଜୟ ହାସଲ କରିଛି । କଙ୍ଗାରୁ ଦଳ ଗୋଲାପି ଲଢେଇରେ ବିଜୟ ହାରରେ ଅଧିକ ରହିଛି ।

ଅଷ୍ଟ୍ରେଲିଆ ଦଳ : ଟିମ୍ ପେନ୍ (ଅଧିନାୟକ ଓ ୱିକେଟରକ୍ଷକ), ଜୋ ବର୍ନସ, ପ୍ୟାଟ୍ କମିନ୍ସ, କାମେରନ୍ ଗ୍ରିନ୍‌, ମାର୍କସ ହାରିସ୍‌, ଜୋସ୍ ହାଜେଲଉଡ୍, ଟ୍ରାଭିସ୍ ହେଡ୍‌, ମୋଜେସ ହେନରିକ୍ସ, ମାର୍ନସ ଲବୁସାନ୍‌, ନାଥନ୍ ଲାୟନ୍‌, ମାଇକେଲ୍‌ ନେସର୍‌, ଜେମ୍ସ ପାଟିନସନ୍‌, ଷ୍ଟିଭେନ୍ ସ୍ମିଥ୍‌, ମିଚେଲ୍‌ ଷ୍ଟାର୍କ, ମିଚେଲ୍‌ ସ୍ବିପସନ୍‌, ମାଥ୍ୟୁ ୱାଦେ।

ଭାରତ ଚୂଡାନ୍ତ ଏକାଦଶ : ମୟଙ୍କ ଅଗ୍ରୱାଲ, ପୃଥ୍ବୀ ସ’, ଚେତେଶ୍ବର ପୂଜାରା, ବିରାଟ କୋହଲି (ଅଧିନାୟକ), ଆଜିଙ୍କ୍ୟ ରହାଣେ, ହନୁମା ବିହାରୀ, ରିଦ୍ଧିମାନ ଶାହା (ୱିକେଟ୍‌ରକ୍ଷକ), ରବିଚନ୍ଦ୍ରନ୍‌ ଅଶ୍ବିନ୍‌, ଉମେଶ ଉମେଶ ଯାଦବ, ମହମ୍ମଦ ସାମି ଏବଂ ଯଶ୍‌ପ୍ରୀତ୍‌ ବୁମ୍‌ରା।

from Kanak News
via <a href="https://ifttt.com/?

ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ : ବିଧାୟକ ପଦରୁ ଟିଏମସି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଇସ୍ତଫା ; ବିଜେପିରେ ଶୁଭେନ୍ଦୁ ସାମିଲ ହେବା ନେଇ ଚର୍ଚ୍ଚା

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ମମତା ବାନାର୍ଜିଙ୍କୁ ବଡ଼ ଝଟକା ଲାଗିଛି । ପଶ୍ଚିମବଙ୍ଗ କ୍ଷମତାସୀନ ଟିଏମସିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ବିଧାନସଭା ବାଚସ୍ପତିଙ୍କ ନିକଟକୁ ପଠାଇ ଦେଇଚନ୍ତି । ଗତ ମାସରେ ମମତା କ୍ୟାବିନେଟରୁ ମଧ୍ୟ ଇସ୍ତଫା ଦେଇଥିଲେ । ତେବେ ଶୁଭେନ୍ଦୁ ଅଧିକାରୀ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି ।

ଆସନ୍ତାବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେବ । ଏହାପୂର୍ବରୁ ଶୁଭେନ୍ଦୁ ଅଧିକାରୀ ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହେଉଛି । ତେଣୁ ସେ ଟିଏମସି ସହ ଗୋଟିଏ ପରେ ଗୋଟିଏ ସମ୍ପର୍କ ଛିନ୍ନ କରିବାରେ ଲାଗିଛନ୍ତି । ଶୁଭେନ୍ଦୁ ଅଧିକାରୀଙ୍କ ଦବଦବା କେବଳ ନିଜର ନିର୍ବରଚନମଣ୍ଡଳୀ ନନ୍ଦିଗ୍ରାମରେ ନଥିଲା ବରଂ ମାଲାଦା, ମୁର୍ଶିଦାବାଦ, ପୁରଲିଆ, ବାନକୁରା ଓ ପଶ୍ଚିମ ମେଦିନାପୁରରେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଥିଲା ।

କାରଣ ସେ ଏଡି ସବୁ ଅଂଚଳରେ ଟିଏମସି ଇନଚାର୍ଜ ଭାବେ କାର୍ଯ୍ୟ କରୁଥିଲେ । ସେପଟେ ଶୁଭେନ୍ଦୁଙ୍କ ଇସ୍ତଫାକୁ ନେଇ ପରୋକ୍ଷ ଭାବରେ ତାଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଯେଉଁମାନେ ଜାଣିଛନ୍ତି ତାଙ୍କୁ ଟିକେଟ ମିଳିବ ନାହିଁ ବୋଲି ସେହିମାନେ ଦଳଠୁ ଦୂରେଇ ଯାଉଛନ୍ତି ବୋଲି ମମତା ବାନାର୍ଜୀ କହିଛନ୍ତି ।

from Kanak News
via <a href="https://ifttt.com/?

ବରଗଡର ପ୍ରଧାନଶିକ୍ଷକ ସମ୍ପତି ଦେଖି ଟେରା ହେଲା ଭିଜିଲାନ୍ସ ଟିମ୍ : ଠାବ କଲେ ୩ କୋଠା , ୧୨ ପ୍ଲଟକୁ ମିଶାଇ ୪ କୋଟି ୨୬ ଲକ୍ଷ ଟଙ୍କାର ସମ୍ପତି

କନକ ବ୍ୟୁରୋ : ଦୁଇ ଦିନ ଭିତରେ ଦୁଇ ଜଣ କୋଟି ପତି ଶିକ୍ଷକଙ୍କୁ ଠାବ କରିଛି ଭିଜିଲାନ୍ସ । ଜଣେ ବରଗଡ ଜିଲ୍ଲା ବିଜେପୁର ବ୍ଲକ ଗଇନ୍ଥାପାଲି ସ୍ଥିତ ପଂଚାୟତ ହାଇସ୍କୁଲର ପ୍ରଧାନଶିକ୍ଷକ । ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଏସ. ରାଉତପୁରର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ । ପ୍ରଧାନଶିକ୍ଷକ ପ୍ରମୋଦ କୁମାର ପାଣିଗ୍ରାହୀଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ଅମାପ ସମ୍ପତି ଦେଖି ଚକିତ ହୋଇଯାଇଛନ୍ତି ।

ଚଢ଼ାଉ ବେଳେ ତାଙ୍କର ଗୋଟିଏ ତିନି ମହଲା କୋଠା, ଗୋଟିଏ ଦୁଇ ମହଲା କୋଠା, ଗୋଟିଏ ଏକ ମହଲା ଘର, ୧୨ଟି ପ୍ଲଟ, ଗୋଟିଏ ଚାରି ଚକିଆ କାର, ଗୋଟିଏ ଟ୍ରାକ୍ଟର, ୨ଟି ମଟର ସାଇକେଲ, ବିଭିନ୍ନ ବ୍ୟାଙ୍କରେ ୬ ଲକ୍ଷ ୪୨ ହଜାର ଜମା ଟଙ୍କା, ବିଭିନ୍ନ ଇନସୁରାନ୍ସ ପଲିସିରେ ୨୨ ଲକ୍ଷ ୬ ହଜାର ଟଙ୍କା, ୮ ଲକ୍ଷ ୫୦ ହଜାର ଟଙ୍କାର ସୁନା ଗହଣା, ବ୍ୟାଙ୍କ ଲକରରୁ ୫ ଳକ୍ଷ ୬୪ ହଜାର ଟଙ୍କା ମୂଲ୍ୟର ଅଳଙ୍କାର , ନଗଦ ୧୯ ଲକ୍ଷ ଟଙ୍କା ଠାବ ହୋଇଛି । ଏବଂ ତାଙ୍କ ସମ୍ପତ୍ତିର ପରିମାଣ ୪ କୋଟି ୨୬ ଲକ୍ଷ ୪୪ ହଜାର ଟଙ୍କା ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।
ସେହିପରି ମଙ୍ଗଳବାର ଦିନ ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଏସ. ରାଉତପୁରର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଦୁଷ୍ମନ୍ତ ନାୟକଙ୍କ ନିକଟରୁ ୩କୋଟି ୨୭ ଲକ୍ଷ ୨୫ହଜାର ଟଙ୍କା ଠାବ କରିଥିଲା ଭିଜିଲାନ୍ସ । ଶିକ୍ଷକଙ୍କ ସମ୍ପତି ଭିତରେ ରହିଛି ଗୋଟିଏ ତିନି ମହଲା କୋଠା , ୫ଟି ଦୁଇ ମହଲା ଘର, ୮ଟି ପ୍ଲଟ, ବିଭିନ୍ନ ବ୍ୟାଙ୍କରେ ଜମା ଟଙ୍କା , ଏଲଆଇସି ଓ ସୁନା ଅଳଙ୍କାର । ଏତେ ପରିମାଣର ସମ୍ପତ୍ତି ଠାବ ହେବା ଶିକ୍ଷକ ଦୁଷ୍ମନ୍ତ ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ସୁନ୍ଦରଗଡ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନ ଭିଜିଲାନ୍ସ ଦ୍ୱାରା ଗିରଫ । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ମଙ୍ଗଳବାର ଠାରୁ ତାଙ୍କ ଘରେ ଚଢାଉ ଚାଲିଥିଲା । ବୁଧବାର ଚଢାଉ ଶେଷ ସୁଦ୍ଧା ତାଙ୍କ ଠାରୁ ୨ କୋଟି ୩୩ ଲକ୍ଷ ଟଙ୍କାର ଆୟବର୍ହିଭୂତ ସମ୍ପତି ଠାବ ହୋଇଛି । ସଂବଲପୁର, ଦେବଗଡ, ଅନୁଗୋଳ, ଜଟଣୀ ଆଦି ସ୍ଥାନରେ ଜମି, ଦେବଗଡରେ ୧୬ ଏକର ଜମି ସହିତ ୫୫ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ଏବଂ ଇନସୁରାନ୍ସ , ୨ଟି ଦାମୀ କାର, ସୁନାଗହଣା ଜବତ ହୋଇଛି ।

from Kanak News
via <a href="https://ifttt.com/?

ରାଉରକେଲା ଜିଏସଟି ଠକେଇ ମାମଲା : ବାସନ୍ତୀ କଲୋନୀ ଅଂଚଳରୁ ସନ୍ତୋଷ ଗୁପ୍ତା ଗିରଫ

କନକ ବ୍ୟୁରୋ : ରାଉରକେଲା ଜିଏସଟି ଠକେଇ ମାମଲାରେ ତଦନ୍ତକାରୀ ଟିମକୁ ମିଳିଛି ସଫଳତା । ବହୁକୋଟି ଟଙ୍କା ଠକେଇ ମାମଲାରେ ଜଣକୁ ଗିରଫ କରିଛି କେନ୍ଦ୍ରୀୟ ଜିଏସଟି ଗୁଇନ୍ଦା ବିଭାଗ । ଗିରଫ ଅଭିଯୁକ୍ତ ରାଉରକେଲା ବାସନ୍ତୀ କଲୋନୀ ଅଂଚଳର ସନ୍ତୋଷ କୁମାର ଗୁପ୍ତା । ୨୬୨ କୋଟି ଟଙ୍କାର ଜିଏସଟି ଠକେଇ ଘଟଣାରେ ତାଙ୍କର ସଂପୃକ୍ତି ଥିବା ଜଣାପଡିଛି ।

ସନ୍ତୋଷ ନକଲି ବ୍ୟବସାୟିକ ସଂସ୍ଥା, ଜାଲି ଜିଏସଟି ନଂବର, ଜାଲ ଇନଭଏସ ଓ ଜାଲ ବ୍ୟାଙ୍କ ଆକାଉଂଟ ମାଧ୍ୟମରେ ୨୬୨ କୋଟିର କାରବାର ଦର୍ଶାଇ ଇନପୁଟ୍ ଟାକ୍ସ ବାବଦକୁ ୪୦ କୋଟି ୬୬ ଲକ୍ଷ ଟଙ୍କା ହଡପ୍ କରିଥିବା ଜଣାପଡିଛି । ସନ୍ତୋଷଙ୍କୁ ଗିରଫ ପରେ ରାଉରକେଲା ଏସଡିଜେଏମ କୋର୍ଟରେ ହାଜର କରାଯାଇ ୧୪ ଦିନିଆ ରିମାଣ୍ଡରେ ନେଇଛି ତଦନ୍ତକାରୀ ଟିମ୍ । ବର୍ତମାନ ସୁଦ୍ଧା ରାଉରକେଲା ବହୁ କୋଟି ଟଙ୍କାର ଜିଏସଟି ଠକେଇ ଘଟଣାରେ ୯ ଜଣଙ୍କୁ ଗିରଫ କରାଗଲାଣି ।

ଗତ କିଛି ଦିନ ହେଲା ଅଭିଯୁକ୍ତ ସନ୍ତୋଷଙ୍କୁ ପଚରାଉଚରା ଜାରି ରହିଥିଲା। ସନ୍ତୋଷଙ୍କ ଲିଙ୍କ୍‌ରେ ଆଉ କିଛି ଠକ ସାମିଲଥିବା ଜଣାପଡ଼ିଛି। ସନ୍ତୋଷ ଗ୍ୟାଙ୍ଗ୍‌ର ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ବିଭାଗ ପ୍ରକ୍ରିୟା ଆରମ୍ଭ କରିଦେଇଛି। ପୂର୍ବରୁ ଗୁପଚୁପ ବିକାଳୀ, ଅଟୋ ଡ୍ରାଇଭର, ଦିନମଜୁରିଆ, ଜଳଖିଆ ଦୋକାନୀ, କଲେଜ ପଢୁଆ ଛାତ୍ରଛାତ୍ରୀ, ଗୃହିଣୀଙ୍କ ନାଁରେ ଜାଲ୍‌ ଆକାଉଣ୍ଟ୍‌ ଖୋଲି ଆଇଟିସି ଅର୍ଥ ହଡ଼ପ କରାଯାଇଛି। ‘ଜାଲ କାଗଜପତ୍ରରେ ଅଭିଯୁକ୍ତ ୨୬୧ କୋଟିର ବେପାର ଦର୍ଶାଇ ୪୪.୬୬ କୋଟି ଟଙ୍କା ଜିଏସ୍‌ଟି ଆଇଟିସି ଠକିଛନ୍ତି। ଏହି ମାମଲାରେ ଆଉ କିଏ କିଏ ସାମିଲ ହୋଇଛନ୍ତି, ତା’ର ତଦନ୍ତ ଜାରି ରହିଛି। ଅଭିଯୁକ୍ତକୁ ୧୪ ଦିନିଆ ରିମାଣ୍ଡ୍‌ରେ ନିଆଯାଇଥିବା କେନ୍ଦ୍ରୀୟ ଜିଏସ୍‌ଟି ଡେପୁଟି ଡିରେକ୍ଟର କୁନାଲ କୁମାର ସୂଚନା ଦେଇଛନ୍ତି।
୨୦୧୭ ଜୁଲାଇ ମାସରୁ ଜିଏସ୍‌ଟି ଲାଗୁ ହୋଇଥିଲା। ଜିଏସ୍‌ଟି ଲାଗୁ ହେବାର ମାତ୍ର ୩/୪ ମାସ ପରେ ଇସ୍ପାତସହରରେ ଜିଏସ୍‌ଟି ଆଇଟିସି ଅର୍ଥ ଲୁଟ୍‌ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା। ପୂର୍ବରୁ ଟ୍ୟାକ୍ସ ଠକିବାରେ ସିଦ୍ଧହସ୍ତ କିଛି ଅସାଧୁ ବ୍ୟବସାୟୀ ଏଥିରେ ସାମିଲ ହୋଇଯାଇଥିଲେ। ଏଭଳି ଜିଏସ୍‌ଟି ଠକି ଏବେସୁଦ୍ଧା‌ ୯ ଜଣ ଅଭିଯୁକ୍ତ ହୋଇସାରିଛନ୍ତି। ଏଭଳି ଚଞ୍ଚକତା କରି ୨୦୧୮ ମସିହା ଅକ୍ଟୋବର ୧୨ ତାରିଖରେ ରାଉରକେଲାରୁ ପ୍ରଥମଥର ପାଇଁ ୨ ଜଣ ଗିରଫ ହୋଇଥିଲେ। ପ୍ରାୟ ୨୦ କୋଟି ଠକିଥିବା ଅଭିଯୋଗରେ ନାରାୟଣ ଖୈତାନ ଓ ସଞ୍ଜୀବ ସିଂହ ଗିରଫ ହୋଇଥିଲେ। ଏହାପରେ କମଳ ପସାରୀ, ମାନସ ବରାଳ, ରାଜେଶ ମିଶ୍ର, ଅମିତ ବେରିୱାଲ, ସୁବାଷ ସ୍ବାଇଁ, କାଶ୍ମୀରା ଅଗ୍ରୱାଲ ଗିରଫ ହୋଇଥିଲେ। ଏହାସହ ପ୍ରାୟ ୬/୭ ଜଣ ଠକ ଫେରାର ଅଛନ୍ତି।

from Kanak News
via <a href="https://ifttt.com/?

ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ଭାରତର ବିଶାଳ ପ୍ରସ୍ତୁତି : ଗାଭି ଭାକ୍ସି ଆଲାଏନ୍ସର ଆକଳନ, ଖର୍ଚ୍ଚ ହେବ ପ୍ରାୟ ୧୩ ହଜାର କୋଟି 

କନକ ବ୍ୟୁରୋ : ଭାରତରେ ଟିକାକରଣ ପାଇଁ ବିଶାଳ ପ୍ରସ୍ତୁତି । ଦେଶରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ସରକାର । ଏଥିପାଇଁ ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରିଛି ଗାଭି ଭାକି୍ସ ଆଲାଏନ୍ସ । ଆମେରିକା ପରେ ଭାରତରେ ସବୁଠାରୁ ଅଧିକ ସଂକ୍ରମଣ ହୋଇଥିଲା ।

ତେଣୁ ଦେଶର ୩୦ କୋଟି ଲୋକଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକାକରଣ କରାଯିବ । ୬ରୁ ୮ ମାସ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ସରିବ । ଦେଶରେ ୪ ପ୍ରକାର ଟିକା ବ୍ୟବହାର ହୋଇପାରେ । ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା, ଋଷିଆର ସ୍ପୁଟନିକ-ଭି, ଜାଇଡସ କାଡିଲାର ଜାଇକୋଭ-ଡି ଓ ଭାରତ-ବାୟୋଟେକର କୋଭାକ୍ସିନ ଟିକା ବ୍ୟବହାର ହୋଇପାରେ  ।

from Kanak News
via <a href="https://ifttt.com/?

ଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିର ପରେ ବଳଦେବଜୀଉ ମନ୍ଦିର ଖୋଲିବାକୁ ନିଷ୍ପତ୍ତି : ଜାନୁଆରୀ ୩ରୁ ଖୋଲିବ ମନ୍ଦିର

କନକ ବ୍ୟୁରୋ : ପୁରୀର ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଖୋଲିବା ନିଷ୍ପତି ପରେ ତାରିଣୀ ମନ୍ଦିର ଖୋଲିବାକୁ ଜୋର ଧରିଲା ଦାବି । କେନ୍ଦୁଝର ଘଟଗାଁର ପ୍ରସିଦ୍ଧ ତାରିଣୀ ମନ୍ଦିର ଖୁବଶୀଘ୍ର ଖୋଲିବା ପାଇଁ ଦାବି ରଖିଲେ ଶ୍ରଦ୍ଧାଳୁ । ଦୀର୍ଘ ୯ ମାସ ହେବ କରୋନା ମହାମାରୀ ଯୋଗୁଁ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଦ୍ୱାର ବନ୍ଦ ରହିଛି ।

ମନ୍ଦିର ବନ୍ଦ ପରେ ଭକ୍ତମାନେ ମାଙ୍କ ଦର୍ଶନରୁ ବଂଚିତ ରହିଛନ୍ତି । ସେହିପରି ମନ୍ଦିର ଉପରେ ନିର୍ଭରକରି ରୋଜଗାର କରୁଥିବା ବ୍ୟବସାୟୀ ଏବଂ ଅନ୍ୟାନ୍ୟ ଲୋକ ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି । ମନ୍ଦିର ଦ୍ୱାର ସିନା ବନ୍ଦ ରହିଛି କିନ୍ତୁ ଏବେବି ଭକ୍ତ ଆସୁଛନ୍ତି । ଦୁଆର ମୁହଁରୁ ମାଙ୍କୁ ମୁଣ୍ଡିଆ ମାରି ଚାଲିଯାଉଛନ୍ତି ।

ତେବେ ସରକାର ପୁରୀ ଜଗନ୍ନାଥ ମନ୍ଦିର ଏବଂ ଭୁବନେଶ୍ୱରର ସମସ୍ତ ମନ୍ଦିର ଖୋଲିବା ନେଇ ନିଷ୍ପତି ନେବା ପରେ ମା ତାରୀଣୀ ମନ୍ଦିର ପରିଚାଳନା କମିଟି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଜିଲ୍ଲା ପ୍ରଶାସନ ଅନୁମତି ଦେଲେ କୋଭିଡି ନିୟମକୁ ମାନି ମନ୍ଦିର ଖୋଲିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ପରିଚାଳଣା କମିଟି ସଭାପତି । ସେପଟେ ଜିଲ୍ଲାପାଳ କହିଛନ୍ତି, ମନ୍ଦିରର ପରିଚାଳନା କମିଟି ସହ ଆଲୋଚନା ପରେ ନିଷ୍ପତି ନିଆଯିବ ।

from Kanak News
via <a href="https://ifttt.com/?

ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଜାରି : ପୁଣି ସୁପ୍ରିମକୋର୍ଟରେ ଶୁଣାଣି

କନକ ବ୍ୟୁରୋ :  ଆନ୍ଦୋଳନକାରୀ ଚାଷୀ ଓ ସରକାରଙ୍କ ମଧ୍ୟରେ ଆଲୋଚନା ବନ୍ଦ । ବାହାରି ପାରୁନି ସମାଧାନର ବାଟ । ଏପରି ସମୟରେ ସମାଧାନର ବାଟ ବାହାର କରିବାକୁ ହସ୍ତ କ୍ଷେପ କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି, ଏହା ଆଗକୁ ବଡ ରାଷ୍ଟ୍ରିୟ ପ୍ରସଙ୍ଗ ହେବ । ତେଣୁ ତୁରନ୍ତ ଏହାର ସମାଧାନ ହେବା ଦରକାର । ଏଥିପାଇଁ କୃଷକ ସଂଗଠନ , ସରକାର ଓ ଅନ୍ୟ ଅଂଶୀଦାରଙ୍କ ମଧ୍ୟରୁ ପ୍ରତିନିଧି ଚୟନ କରି କମିଟି ଗଠନ କରାଯିବ । ଆଜି ସୁପ୍ରିମକୋର୍ଟର୍ ଏନେଇ ଶୁଣାଣି କରିବା ସହ କମିଟିକୁ ନେଇ ଚୂଡାନ୍ତ ନିଷ୍ପତି ମଧ୍ୟ ନେଇପାରନ୍ତି । ସମସ୍ତ ପକ୍ଷର ପ୍ରତିନିଧି ତଥା କୃଷକ ସଂଗଠନ ଏବଂ ସରକାରଙ୍କ ପ୍ରତିନିଧି ଏବଂ ଅନ୍ୟ ସମସ୍ତ ପକ୍ଷଙ୍କୁ ନେଇ ଏହି କମିଟି ଗଠନ ହେବ । ସମସ୍ତଙ୍କ ମତକୁ ଏଥିରେ ଗୁରୁତ୍ୱ ଦେଇ ସମାଧାନ ବାଟ ବାହାର କରାଯିବ । କୋର୍ଟ ଏହି ମାମଲାରେ କେନ୍ଦ୍ର ସରକାର, ଦିଲ୍ଲୀ, ହରିୟାଣା, ପଂଜାବ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ଆଜି ସୁଦ୍ଧା ଏହି ମାମଲାରେ ଜବାବ ରଖିବାକୁ ମଧ୍ୟ କୁହାଯାଇଛି ।

ସେପଟେ ଆଜି ୨୨ ଦିନରେ ପ୍ରବେଶ କରିଛି ଦିଲ୍ଲୀରେ ଚାଷୀ ଆନ୍ଦୋଳନ । ଚାଷୀମାନେ ଦିଲ୍ଲୀ ସୀମାରେ ଶୀତ କାକରେ ଡେରା ପକାଇ ପଡି ରହିଛନ୍ତି । କେନ୍ଦ୍ର ସରକାର ନୂଆ କୃଷି ଆଇନ ରଦ୍ଦ ନକଲେ ଆଗକୁ ଏହି ଆନ୍ଦୋଳନ ଲଂବା ଚାଲିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ନେତା । ଚାଷୀ ସିଧାସଳଖ କହିଛନ୍ତି ଯେଉଁ ଦିନ କେନ୍ଦ୍ର ସରକାର ୩ଟି ଯାକ କୃଷି ଆଇନ ରଦ୍ଦ କରିଦେବେ, ସେହି ଦିନ ଚାଷୀ ଆନ୍ଦୋଳନ ପ୍ରତ୍ୟାହାର କରିନେବେ । କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ପାଂଚ ରାଉଣ୍ଡ କଥା ବାର୍ତା ବିଫଳ ହୋଇସାରିଛି । ଶାହାଙ୍କ ସହିତ କୃଷକ ସଂଗଠନଙ୍କ ଆଲୋଚନା ମଧ୍ୟ ବାଟ ବାହାର କରିପାରିନାହିଁ । ତେଣୁ ଆଜି ସମସ୍ତଙ୍କ ନଜର ରହିଛି ସୁପ୍ରିମକୋର୍ଟଙ୍କ ନିଷ୍ପତି ଉପରେ ।

from Kanak News
via <a href="https://ifttt.com/?

ପ୍ରଣବଙ୍କ ଆତ୍ମଜୀବନୀ ନେଇ ପୁଅ-ଝିଅ ମୁହାଁମୁହିଁ । ପ୍ରକାଶନ ବନ୍ଦ କରିବାକୁ ଅଭିଜିତଙ୍କ ପ୍ରକାଶକଙ୍କୁ ଚିଠି, କହିଲେ ଛାପିବା ଆଗରୁ ମୋତେ ଦେଖାନ୍ତୁ ଲେଖା 

କନକ ବ୍ୟୁରୋ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବହି ‘ଦ ପ୍ରେସିଡେନ୍ସିଆଲ ଇଏର୍ସ’ ପୁସ୍ତକକୁ ନେଇ ଜୋରାଦର ଚର୍ଚା । ଏହି ପୁସ୍ତକକୁ ନେଇ ମୁହାଁମୁହିଁ ହୋଇଛନ୍ତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ ଓ ଝିଅ ଶର୍ମିଷ୍ଠା । କଂଗ୍ରେସର ପୂର୍ବତନ ସାଂସଦ ତଥା ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ୍ ମୁଖାର୍ଜୀ ଟ୍ୱିଟ କରି ଲେଖିଛନ୍ତି, ମୋ ବାପାଙ୍କ ଅନୁପସ୍ଥିତିରେ ସେ ଲେଖିଥିବା ପୁସ୍ତକକୁ ମୁଁ ଅଧ୍ୟୟନ କରିବାକୁ ଚାହୁଁଛି ।

ଲେଖକଙ୍କ ପୁଅ ହିସାବରେ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଏହି ପୁସ୍ତକର ପ୍ରକାଶନକୁ ବନ୍ଦ କରାଯାଉ । ମୋର ଲିଖିତ ଅନୁମତି ବିନା ପୁସ୍ତକକୁ ପ୍ରକାଶ କରାନଯାଉ । ବାପାଙ୍କ ଅନୁପସ୍ଥିତିରେ ପୁଅ ହିସାବରେ ପୁସ୍ତକ ପ୍ରକାଶନକୁ ଅନୁମତି ଦେବା ନିହାତି ଜରୁରୀ । ବାପା ବଂଚିଥିଲେ ବୋଧହୁଏ ସେଇଆ କରିଥାନ୍ତେ । ଏଣୁ ତାଙ୍କ ପୁଅ ହିସାବରେ ତୁରନ୍ତ ଏହାର ପ୍ରକାଶନକୁ ରୋକିବା ପାଇଁ ମୁଁ ଅନୁରୋଧ କରୁଛି, ବୋଲି ଅଭିଜିତ ଲେଖିଛନ୍ତି ।

ଅଭିଜିତ ବାନାର୍ଜୀଙ୍କର ଏହି ଟ୍ୱିଟର ଦୁଇ ଘଂଟା ପରେ ପ୍ରଣବ ମୁଖାର୍ଜିଙ୍କ ଝିଅ ଶର୍ମିଷ୍ଠା, ଅଭିଜିତଙ୍କ ଟ୍ୱିଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଶର୍ମିଷ୍ଠା ଲେଖିଛନ୍ତି, ‘ଦ ପ୍ରେସିଡେନ୍ସିଆଲ ଇଏର୍ସ’ର ଲେଖକଙ୍କ ଝିଅ ହିସାବରେ, ମୁଁ ମୋ ଭାଇ ଅଭିଜିତକୁ ଅନୁରୋଧ କରିବି ଆମ ବାପା ଲେଖିଥିବା ଶେଷ ପୁସ୍ତକ ପ୍ରକାଶନରେ କୌଣସି ବାଧା ସୃଷ୍ଟି କରନ୍ତୁ ନାହିଁ ।

ବାପା ଅସୁସ୍ଥ ହେବା ପୂର୍ବରୁ ପୁସ୍ତକର ପାଣ୍ଡୁଲିପି ସମ୍ପୂର୍ଣ୍ଣ ଭାବେ ଶେଷ କରି ଦେଇଥିଲେ । ଆଉ ପୁସ୍ତକରେ ଥିବା ମତ ସମ୍ପୂର୍ଣ୍ଣ ତାଙ୍କର ବ୍ୟକ୍ତିଗତ । ତେଣୁ ଶସ୍ତା ଲୋକପ୍ରିୟତା ପାଇଁ କେହି ଏହି ପୁସ୍ତକର ପ୍ରକାଶନକୁ ଅଟକାଇବାକୁ ଚେଷ୍ଟା କରନ୍ତୁ ନାହିଁ । ଗୋଟିଏ ପଟେ ପୁସ୍ତକର ପ୍ରକାଶନକୁ ବନ୍ଦ କରିବା ପାଇଁ ଅଭିଜିତ ଟ୍ୱିଟ କରିଥିବା ବେଳେ ଅପରପକ୍ଷରେ ଏହାର ପ୍ରକାଶନକୁ କୌଣସି ମତେ ନଅଟକାଯାଉ ବୋଲି କହିଛନ୍ତି ଶର୍ମିଷ୍ଠା ।

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଲେଖିଥିବା ଏହି ପୁସ୍ତକଟି ୨୦୨୧ ଜାନୁଆରୀରେ ଉନ୍ମୋଚନ ହେବ ବୋଲି ଆଶା କରାଯାଉଥିଲା । ଏବେ ଏହି ବିବାଦ ବହି ପ୍ରକାଶନରେ ବିଳମ୍ୱ ହେବା ନେଇ ଆଶଙ୍କା ସୃଷ୍ଟି କରିଛି । ଏହି ପୁସ୍ତକ ପ୍ରକାଶିତ ହେବା ପୂର୍ବରୁ ବହିର କିଛି ଅଂଶ ବିଭିନ୍ନ ଗଣମାଧ୍ୟମର ଶିରୋନାମାକୁ ଆସିଥିଲା । ଏଥିରେ ସୋନିଆ ଗାନ୍ଧୀ , ମନମୋହନ ସିଂହଙ୍କ ସମ୍ପର୍କରେ କିଛି ଟିପଣୀ ପ୍ରକାଶ ପାଇଥିଲା । ସୋନିଆ ଗାନ୍ଧୀ ଓ ମନମୋହନ ସିଂହଙ୍କ ପାଇଁ ଦଳର ବିପର୍ଯ୍ୟୟ ହୋଇଥିବା ନେଇ ଏହି ପୁସ୍ତକ ସମ୍ପର୍କରେ ଖବରକାଗଜରେ ରିପୋର୍ଟ ପ୍ରକାଶ ପାଇବା ପରେ ଅଭିଜିତ ଓ ତାର ତୁରନ୍ତ ପରେ ଶର୍ମିଷ୍ଠାଙ୍କ ଏପରି ଟୁଇଟ୍ ସାମ୍ନାକୁ ଆସିଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started