ନିର୍ବାଚନ ପୂର୍ବରୁ ମମତାଙ୍କ ସହ ମମତା ତୁଟାଇଲେ ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ମନ୍ତ୍ରୀ ପଦ ପରେ ଆଜି ବିଧାୟକ ପଦରୁ ଦେଲେ ଇସ୍ତଫା । ୧୯ ରେ ହୋଇପାରନ୍ତି ବିଜେପିରେ ସାମିଲ

କନକ ବ୍ୟୁରୋ : ମମତାଙ୍କ ଠାରୁ ମମତା ତୁଟାଇ ଦେଇଛନ୍ତି ତୃଣମୂଳ କଂଗ୍ରେସର ହେଭିୱେଟ୍ ନେତା ତଥା ମମତାଙ୍କ ସରକାରରେ ଥିବା ପରବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । କିଛିଦିନ ପୂର୍ବରୁ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବେଳେ ଆଜି (ବୁଧବାର) ସେ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫାପତ୍ର ବିଧାନସଭାରେ ପହଂଚିଥିଲେ । ସେଠାରେ ବାଚଷ୍ପତିଙ୍କୁ ଇସ୍ତଫା ପତ୍ର ଦେବାର ପ୍ରାବଧାନ ଥିବା ବେଳେ ବାଚଷ୍ପତ୍ତି ଅନୁପସ୍ଥିତ ଥିବାରୁ ସେ ତାଙ୍କର ଇସ୍ତଫା ପତ୍ର ସଚିବାଳୟରେ ଦେଇଛନ୍ତି ।

ସେ ଯେତେବେଳେ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସେତେବେଳେ ସେ ବିଜେପିରେ ଯୋଗ ଦେବେ ବୋଲି ଆଲୋଚନା ଜୋର ଧରିଥିଲା । ଏହା ସହ ଆସନ୍ତା ୧୯ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ସେ ମେଦିନାପୁରରେ ରାଲି କରିବେ ବୋଲି ଜଣାପଡିଛି । ରାଲି ପରେ ଏକ ସାଧାରଣ ସଭାରେ ସେ ଉଦବୋଧନ ଦେବେ । ଏହି ସମୟରେ ଶୁଭେନ୍ଦୁ ଶାହାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେବେ ବୋଲି ଅନୁମାନ କରାଯାଉଛି । ହେଲେ ଏଭଳି ଆଲୋଚନାକୁ ଶୁଭେନ୍ଦୁ ଖଣ୍ଡନ କରିଛନ୍ତି ।

ଶୁଭେନ୍ଦୁଙ୍କର ଇସ୍ତଫା ପରେ ପଶ୍ଚିମବଙ୍ଗ ବିଜେପି ଉପାଧ୍ୟକ୍ଷ ମୁକୁଲ ରାୟ କହିଛନ୍ତି କି ‘ମୁଁ ଆଗରୁ କହିଛି ଶୁଭେନ୍ଦୁଙ୍କ ପାଇଁ ସବୁବେଳେ ବିଜେପିର ଦ୍ୱାର ଖୋଲା ରହିଛି । ସେ ଯେତେବେଳେ ଚାହିଁବେ ଦଳରେ ଯୋଗ ଦେଇ ପାରିବେ’ । ଏହା ସହ ଶୁଭେନ୍ଦୁଙ୍କ ଇସ୍ତଫାକୁ ମୁକୁଲ ସ୍ୱାଗତ କରିଛନ୍ତି । ଏହାସହ ଅଧିକାରୀଙ୍କ ଇସ୍ତଫା ପରେ ପଶ୍ଚିମବଙ୍ଗ ବିଜେପି ପ୍ରମୁଖ ଦିଲ୍ଲୀପ ଘୋଷ କହିଛନ୍ତି କି ଦୈନିକ ଶହ ଶହ ଟିଏମସି କର୍ମୀ ବିଜେପିରେ ଯୋଗ ଦେଉଛନ୍ତି । ଟିଏମସିରେ ମମତା ଓ ତାଙ୍କ ପୂୁତୁରା ଅଭିଷେକଙ୍କୁ ଛାଡି କେହି ଶାନ୍ତିରେ ନାହାନ୍ତି । ଦଳରେ ଗଣତନ୍ତ୍ର ନାହିଁ ।  ସେପଟେ ଶୁଭେନ୍ଦୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏକ ସଭାରେ ମମତା ପରୋକ୍ଷରେ କହିଥିଲେ କି ଯେଉଁମାନେ ଦଳରେ ରହି ସୁରକ୍ଷିତ ମନେକରୁ ନାହାନ୍ତି ସେମାନେ ଦଳରୁ ଶୀଘ୍ର ବାହାରିଯିବା ଦଳ ପାଇଁ ଶୁଭଙ୍କର ।

from Kanak News
via <a href="https://ifttt.com/?

ମୋ ବୋଉକୁ କ୍ୟାନ୍ସର, କେମିତି କରିବି ଚିକିତ୍ସା ? ପଖାଳ ଲୁଣରେ ପେଟ ପୂରୁଛି, ଚିକିତ୍ସା ପାଇଁ କେଉଁଠୁ ଆସିବ ଟଙ୍କା…? ସରକାର ! ତୁମେ ସାହା ହୁଅ…

କନକ ବ୍ୟୁରୋ: ମଣିଷ କେତେ କଷ୍ଟରେ ରୁହେ ? ବଞ୍ଚିବାକୁ କେତେ ସଙ୍ଘର୍ଷ କରେ? ଆଉ କଅଁଳ ବୟସରେ କେମିତି ପରିବାର ପାଇଁ ଚିନ୍ତା କରିବାକୁ ପଡେ? ତାହା ଏ ପୁଅର କୋହଭରା କଥାରୁ ଆପଣ ଅନୁମାନ କରିପାରୁଥିବେ । ନିଜ କଷ୍ଟର କାହାଣୀ କହିବା ବେଳେ ଆଖି ଛଳଛଳ ହୋଇଯାଉଛି, କୋହ କଣ୍ଠ ଥରେଇ ଦେଉଛି ଆଉ ଥମଥମ ହୋଇ ଘରର ଅସରନ୍ତି ଦୁଃଖ କଥା କହୁଛି କୁନିପୁଅ । ବାପା ଆରପାରିରେ, ମାଆ କ୍ୟାନସର କୋଳରେ, ଆଉ ସବୁ ଦାୟିତ୍ୱ ଏବେ ପୁଅ ମୁଣ୍ଡରେ…

କେନ୍ଦ୍ରାପଡା ମାର୍ଶାଘାଇ ହଜାରି ଗାଁର କଳ୍ପତରୁ, ନବମ ଶ୍ରେଣୀରେ ପଢେ କିନ୍ତୁ ତା ମୁଣ୍ଡରେ ଏବେ ହଜାରେ ଚିନ୍ତା । ପାଠ ନୁହେଁ ପରିବାରର ଚିନ୍ତା । ଦୁଇ ବର୍ଷ ତଳେ ବାପା ଆରପାରିକୁ ଚାଲିଗଲେ ଆଉ ପରେ ପରେ ମାଆ କ୍ୟାନସରରେ ପୀଡିତ । ସେବେଠାରୁ ପାଠ କଣ ପଢିବ ମାଆର ଜୀବନ ବଞ୍ଚାଇବାକୁ ପୁଅ କରୁଛି ଆପ୍ରାଣ ଉଦ୍ୟମ ।

ଘରେ ରହି ରୋଗୀଣା ମାଆର ସେବାଯତ୍ନ କରିବା ସହ ଘରର ସବୁ କାମ କରୁଛି କଳ୍ପତରୁ । ଘର ଝାଡୁ କରିବା ଠାରୁ ମାଆର ଲୁଗାପଟା ଧୋଇବା । ଗୋଟି ଗୋଟି କାମ କରୁଛି ଏ କୁନି ପୁଅ । ଆଉ ଭୋକ ଲାଗିଲେ ଯେତେବେଳେ ହାଣ୍ଡି ଅଣ୍ଡାଳୁଛି ସେତେବେଳେ ପେଟ ପାଇଁ ସାହାରା ସାଜିଛି ଏ ଅଳ୍ପ ପଖାଳର କଂସା, ବାଡିର କଞ୍ଚା ଲଙ୍କା ଓ ଲୁଣ । ପୁଅ ସିନା କଷ୍ଟରେ ଖାଇଦେବ ହେଲେ କ୍ୟାନ୍ସର ପୀଡିତା ମାଆ ପାଟିକୁ ଏସବୁ ରୁଚୁନି । ଭାଗ୍ୟକୁ ନିନ୍ଦି ଭୋକରେ ରହିଯିବ ପଛେ ହେଲେ ପାଟିକୁ କିଛି ନେଉନି । ଯନ୍ତ୍ରଣା ପାଇଁ ଭଗବାନଙ୍କ ଆଗରେ ମାଆର ଜିଦ୍ ଦେଖି ପୁଅ ମାଆକୁ ବୁଝାଉଛି…

ରାସନରୁ ମିଳୁଥିବା ୧୦ କେଜି ଚାଉଳରୁ ୫ କେଜି ବିକି ମାଆର ଔଷଧ କିଣୁଥିବା ବେଳେ ଆଉ ୫ କେଜିକୁ ମୁଠା ମୁଠା କରି ଚଳୁଛନ୍ତି ମାଆପୁଅ । ଦିନରେ ଖାଉଛନ୍ତି ରାତିରେ ଉପାସ ଶୋଉଛନ୍ତି । ସତରେ ଏ କଥା ଶୁଣିବା ପରେ କଳ୍ପତରୁ ତା କ୍ୟାନସର ପିଡିତା ମାଆକୁ ନେଇ କେତେ କଷ୍ଟରେ ଚଳୁଥିବ ତାହା ଅନୁମାନ କରି ହେଉଛି ।

ଅନେକ ଲୋକ ପିଲାବେଳେ ଅନେକ କଷ୍ଟ କରିଥାନ୍ତି, ଅନେକ ସଙ୍ଘର୍ଷ କରି ଜୀବନରେ ସଫଳ ହୋଇଛନ୍ତି । କଳ୍ପତରୁ ବି ପିଲାବେଳେ ପାହାଡ ପରି ଦୁଃଖ ବୋହି ବଞ୍ଚୁଛି । ଯଦି ଜୀବନରେ ସଙ୍ଘର୍ଷରୁ ସଫଳତା ପାଇଥିବା ସହୃଦୟ ବ୍ୟକ୍ତି ନିଜ ପିଲାଦିନ ମନେପକାଇ ତାଙ୍କୁ ସାହାଯ୍ୟ କରନ୍ତି କିମ୍ବା ସରକାର ସହାୟତା କରନ୍ତେ ତେବେ କୁନିପୁଅ କଳ୍ପତରୁ କାନ୍ଧରୁ ବଡ ବୋଝ ହାଲକା ହୋଇଯାଆନ୍ତା ।

from Kanak News
via <a href="https://ifttt.com/?

ଆନ୍ଦୋଳନ ମଧ୍ୟରେ ଆଖୁ ଚାଷୀ ମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଉପହାର । ୩୫୦୦ କୋଟିର ରପ୍ତାନି ରିଆତି, ୧୮ ହଜାର କୋଟିର ରପ୍ତାନି ଲାଭ

କନକ ବ୍ୟୁରୋ : ଦିଲ୍ଲୀ ସୀମାରେ ଆଜିକୁ ୨୧ ଦିନ ହେବ ହଜାର ହଜାର ସଂଖ୍ୟାରେ କୃଷକ ସରକାରଙ୍କ ନୂତନ କୃଷିବିଲ୍ ବିରୋଧ କରି ଆନ୍ଦୋଳନରେ ବସିଥିବା ବେଳେ ଆଜି କେନ୍ଦ୍ର କ୍ୟାବିନେଟ ଆଖୁଚାଷୀଙ୍କୁ ବଡ ଉପହାର ଦେଇଛନ୍ତି । ଆଜି ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକ ଶେଷରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର ଓ ରବିଶଂକର ପ୍ରସାଦ ଗଣମାଧ୍ୟକୁ ସୂଚନା ଦେଇ କହିଛନ୍ତି କି ଦେଶରେ ଆଖୁଚାଷୀଙ୍କ ପାଇଁ କେନ୍ଦ୍ରସରକାରଙ୍କ ପକ୍ଷରୁ ଏକ ବଡ ଯୋଜନା ପ୍ରସ୍ତୁତ କରାଯାଇଛି । ଏହି ଯୋଜନା ମୁତାବକ ଆଖୁ ଚାଷ କରୁଥିବା ଦେଶର ୫ କୋଟି ଚାଷୀଙ୍କୁ ୩୫୦୦ କୋଟି ଟଙ୍କାର ରପ୍ତାନି ରିଆତି ପ୍ରଦାନ କରାଯିବ । ଏହାସହ ୧୮ ହଜାର କୋଟି ଟଙ୍କାର ରପ୍ତାନି ଲାଭ ସହ ଅନ୍ୟାନ୍ୟ ରିଆତି ପ୍ରଦାନ କରାଯିବ । ଏହା ଉପରେ ମିଳିବାକୁ ଥିବା ରିଆତି ସିଧା ସଳଖ ଚାଷୀ ମାନଙ୍କ ଖାତାକୂୁ ଯିବ । ଏହାସହ କେନ୍ଦ୍ର ସରକାର ବାର୍ଷିକ ୬୦ ଲଏକ୍ଷ ଟନ୍ ଚିନି ରପ୍ତାନୀ କରିବାକୁ ପ୍ରସ୍ତୂତ ହେଉଛନ୍ତି । ଏହା ଦ୍ୱାରା ଲକ୍ଷ ଲକ୍ଷ ଶ୍ରମିକ ବି ଲାଭବାନ ହେବେ ।

ସୂଚନା ଥାଉକି ଦେଶର ହଜାର ହଜାର କୃଷକ ୪ ଡିଗ୍ରୀ ତାପମାତ୍ରାରେ ୨୧ ଦିନ ଧରି ଆନ୍ଦୋଳନ ଚଳାଇଛନ୍ତି । ସର୍ବନିମ୍ନ ସହାୟକ ମୂଲ୍ୟର ଗ୍ୟାରେଣ୍ଟି, ଚାଷକ୍ଷେତ୍ରରେ ଥିବା ବିଦ୍ୟୁତ ବିଲ୍ ଆଇନର ସଂଶୋଧନ ସହ ପାରିତ ହୋଇଥିବା କୃଷିବିଲ୍ କୁ ସମ୍ପୁର୍ଣ୍ଣ ପ୍ରତ୍ୟାହାର କରିବା ସେମାନଙ୍କର ଦାବି ରହିଛି । ଏନେଇ ସରକାରଙ୍କ ସହ ବାରମ୍ବାର ଆଲୋଚନା ପରେ ବି ନିସ୍କର୍ସ ବାହାରି ପାରୁନଥିବା ବେଳେ ସେପଟେ ସରକାର କେବଳ ଆଖୁଚାଷୀଙ୍କୁ ସରକାର ସହାୟତା ଯୋଗାଇ ଦେବା ଯେ ଆନ୍ଦୋଳନରତ ଚାଷୀ ମାନଙ୍କ ଭିତରେ ଏକତା ଭାଙ୍ଗିବାର ଏକ ପ୍ରୟାସ ବୋଲି ବିରୋଧୀ ମାନେ ମତ ଦେଇଛନ୍ତି ।

from Kanak News
via <a href="https://ifttt.com/?

ସ୍ୱାଭିମାନ ଅଞ୍ଚଳରେ ଦିବ୍ୟାଙ୍ଗ ଶିଶୁଙ୍କ ପାଇଁ ହେବ ସ୍ୱତନ୍ତ୍ର ସ୍କୁଲ । ମାଲକାନଗିରିର ବଣ୍ଡାଘାଟି, ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କଲେ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ସୁଲୋଚନା ଦାସ

କନକ ବ୍ୟୁରୋ : ସ୍ୱାଭିମାନ ଅଂଚଳରେ ହବ ସ୍ୱତନ୍ତ୍ର ଭିନ୍ନକ୍ଷମ ବିଦ୍ୟାଳୟ। ଆଗାମୀ ୪ ମାସ ମଧ୍ୟରେ ଭିନ୍ନକ୍ଷମଙ୍କ ଲାଗି ସ୍ୱତନ୍ତ୍ର ସେନ୍ସସ କରାଯାଇ ଭିନ୍ନକ୍ଷମ ମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇବା ଲାଗି ଅଣ୍ଟା ଭିଡିଛି ଭିନ୍ନକ୍ଷମ କମିଶନ। ବିଶେଷ କାରି ମାଲକାନଗିରି ଜିଲ୍ଲାର ଭିନ୍ନକ୍ଷମ ମାନେ ନିଜ ଅଧିକାର ସମ୍ପର୍କରେ ଅବଗତ ନ ଥିବାରୁ ସରକାରୀ ସୁବିଧା ର ଲାଭ ଉଠାଇ ପାରୁ ନାହାନ୍ତି, ତେଣୁ ସ୍ୱାଭିମାନ ଅଂଚଳ, ବଣ୍ଡା ଘାଟି ସହ ପୁରା ମାଲକାନଗିରି ଜିଲ୍ଲା ଏବେ କମିଶନଙ୍କ ଫୋକସରେ।

ସ୍ୱାଭିମାନ ଅଂଚଳ ଧୁଳିପୁଟ ପଂଚାୟତ ମାରିଗୁଡା ଗାଁର ଲକ୍ଷ୍ମଣ ହନ୍ତାଳ । ସାତ ବର୍ଷ ଧରି ସଜ୍ଜାଶାୟୀ, ପିଲାଟି ଦୁନରୁ ମୁଣ୍ଡରେ ଟ୍ୟୁମର । ଟ୍ୟୁମର ଅସ୍ତ୍ରୋପଚାର ପରେ ମଧ୍ୟ ଆଉ ଚାଲି ପାରି ନଥିଲେ ଲକ୍ଷ୍ମଣ । ତେବେ ବିଳମ୍ବରେ ହେଉ ପଛେ, ଏବେ ଲକ୍ଷ୍ମଣଙ୍କ ପରି ଦିବ୍ୟାଙ୍ଗ ମୁହଁରେ ହସ ଫୁଟିବା ଆରମ୍ଭ ହୋଇଛି। ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ସ୍ୱାଭିମାନ ଅଂଚଳ ଗସ୍ତ କରି ଲକ୍ଷ୍ମଣଙ୍କ ପରି ଅନେକ ଦିବ୍ୟାଙ୍ଗଙ୍କୁ ଟ୍ରାଇ ସାଇକଲ ଓ ଭିନ୍ନକ୍ଷମ ଭତ୍ତା ପ୍ରଦାନ କରିଛନ୍ତି ।

ସ୍ୱାଭିମାନ ଅଂଚଳର ୯ ଟି ଗ୍ରାମ ପଂଚାୟତ ସହ ଦୁର୍ଗମ ବଣ୍ଡା ଘାଟିରେ ଏବେ ବି ଅନେକ ଦିବ୍ୟାଙ୍ଗଙ୍କୁ ଚିହ୍ନଟ କରାଯାଇ ପାରିନାହିଁ। ନିଜ ଅଧିକାର ସମ୍ପର୍କରେ ଅବଗତ ନୁହଁନ୍ତି ଆଦିବାସୀ। ତେଣୁ ବଣ୍ଡା ଘାଟି ଓ ସ୍ୱାଭିମାନ ଅଂଚଳରେ ସ୍ବତନ୍ତ୍ର ଜନ ଅଭିଯୋଗ ଶୁଣାଣି ଓ ସଚେତନତା ଶିବିରର ଆୟୋଜନ କରି ପ୍ରତିଶୃତି ଦେଲେ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ସୁଲେଚନା ଦାଶ।

ଅନ୍ୟ ଜିଲ୍ଲା ତୁଳନାରେ ମାଲକାନଗିରି ଜିଲ୍ଲାରେ କମିଶନ ନିକଟରେ ସବୁ ଠାରୁ କମ ଅଭିଯୋଗ ହୋଉଛି । ଆଉ ମାଲକାନଗିରି ଜିଲ୍ଲାରୁ ଆସି ଥିବା ୩ ଅଭିଯୋଗର ଶୁଣାଣି କରି ଫଇସଲା କରିଛି କମିଶନ।

from Kanak News
via <a href="https://ifttt.com/?

ଆତ୍ମହତ୍ୟା ଉଦ୍ୟମ କରିଥିବା ବିଦ୍ୟାଶ୍ରୀଙ୍କ ଅବସ୍ଥା ଗୁରୁତର । ନିଦ ବଟିକା ଖାଇ କରିଥିଲେ ଆତ୍ମହତ୍ୟା ଉଦ୍ୟମ । 

କନକ ବ୍ୟୁରୋ : ଆତ୍ମହତ୍ୟା ଉଦ୍ୟମ କରିଥିବା ବିଦ୍ୟାଶ୍ରୀଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଏସସିବିରେ ତାଙ୍କ ଚିକିତ୍ସା ଜାରି ରହିଛି । ଆଜି ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ୩୦ଟି ନିଦ ବଟିକା ଖାଇ ନିଜ କଟକ ସ୍ଥିତ ଘରେ ବିଦ୍ୟାଶ୍ରୀ ଆଜି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଆତ୍ମହତ୍ୟା ଉଦ୍ୟମ ପରେ ବିଦ୍ୟାଶ୍ରୀଙ୍କୁ ହସ୍ପିଟାଲ ନିଆଯାଇଥିଲା ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଫେସବୁକ ପେଜରେ ଲାଇଭ ଭିଡିଓ କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ । ମାନସିକ ଚାପଗ୍ରସ୍ତ କରାଯାଉଥିବାରୁ ଆତ୍ମହତ୍ୟା କରୁଥିବା ସେ ଏହି ଭିଡିଓରେ କହୁଛନ୍ତି । ଭିଡିଓରେ ଏକ ଡାଏରୀ କଥା ମଧ୍ୟ ଉଲ୍ଲେଖ କରିଛନ୍ତି ବିଦ୍ୟାଶ୍ରୀ । କହୁଛନ୍ତି, ସେ ଏକ ଡାଏରୀରେ ମାନବପ୍ରେମୀଙ୍କ ମୃତ୍ୟୁ ନେଇ ସବୁକିଛି ଉଲ୍ଲେଖ କରିଛନ୍ତି । ତେବେ ସେ ଆତ୍ମହତ୍ୟା କରୁଛନ୍ତି, ଏବଂ ତାଙ୍କ ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ, ସେମାନଙ୍କୁ ମଧ୍ୟ ଉଚିତ୍ ଦଣ୍ଡ ମିଳୁ ବୋଲି ଭିଡିଓରେ କହିଛନ୍ତି ବିଦ୍ୟାଶ୍ରୀ ।

ଫେସବୁକରେ ଲାଇଭ୍ ଭିଡିଓ କରି ଏକାଥରରେ ଗୁଡ଼ାଏ ନିଦ ବଟିକା ‌ ଖାଉଥିବାର ଦେଖିବାକୁ ମିଳିଛି । ଏହା ପୂର୍ବରୁ ସେ ୩୦ଟି ସ୍ଲିପିଂ ପିଲ୍‌ ଖାଇଛନ୍ତି ବୋଲି ଭିଡିଓରେ ପ୍ରକାଶ କରିଛନ୍ତି । ସେ ଏକ ଡାଏରି ଦେଖାଉଛନ୍ତି ଓ ତାଙ୍କ ମୃତ୍ୟୁ ପାଇଁ ଯେଉଁମାନେ ସବୁ ଦାୟୀ ସେ ସେମାନଙ୍କ ନାମ ସେ ଡାଏରିରେ ଲେଖିଛନ୍ତି ବୋଲି କହିଛନ୍ତି । ସେ ଆହୁରି ବି କହିଛନ୍ତି କି ଯେପରି ଆଦିତ୍ୟଙ୍କ ମୃତ୍ୟୁ ପଛର କାରଣ ମୁଁ ବୋଲି କିଛି ଲୋକ ଅପବାଦ ରଚୁଛନ୍ତି, ସେହିପରି ମୋ ପରିବାର ଲୋକଙ୍କୁ ମୋ ମୃତ୍ୟୁର କାରଣ ବୋଲି କୁହାନଯାଉ । ସେଥିପାଇଁ ମୁଁ ଏ ଲାଇଭ୍‌ ଭିଡିଓ ସହ ଡାଏରି ଛାଡ଼ି ଯାଉଛି । ଯେଉଁମାନେ ତାଙ୍କ ମୃତ୍ୟୁ ଲାଗି ଦାୟୀ ସେମାନଙ୍କ ନାମ ସେ କହୁଥିବା ଦେଖିବାକୁ ମିଳିଛି । ଏଥିସହ ସେ କାନ୍ଦି କାନ୍ଦି କହୁଛନ୍ତି – ମତେ ନ୍ୟାୟ ମିଳୁ ।

from Kanak News
via <a href="https://ifttt.com/?

ନୂଆ ମେଡିକାଲ କଲେଜ ଖୋଲିବା ନେଇ କ୍ୟାବିନେଟ ନିଷ୍ପତି ପରେ ଆରମ୍ଭ ହେଲା ଶ୍ରେୟ ରାଜନୀତି । ବିଜେପି କହିଲା, ୬୦ ପ୍ରତିଶତ ଅର୍ଥ ଦେଉଛି କେନ୍ଦ୍ର, ରାଜ୍ୟ ଦେଉଛି ୪୦ । 

କନକ ବ୍ୟୁରୋ : ଯାଜପୁର ଓ ପୁରୀରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ଘୋଷଣା ପରେ ଆରମ୍ଭ ହୋଇଛି ଶ୍ରେୟ ରାଜନୀତି । ବିଜେପି କହିଛି, ଏ ନେଇ  ସରକାରଙ୍କ କୌଣସି ବଜେଟ ନାହିଁ କି ଇଚ୍ଛା ନାହିଁ । ହେଲେ କେନ୍ଦ୍ର ସରକାରଙ୍କ ଯୋଜନାକୁ କିଭଳି ହଡପ କରିବେ ସେ ନେଇ ଯୋଜନା ପ୍ରସ୍ତୁତ କରିଛନ୍ତି । ସେପେଟ ବିଜେଡି କହିଛି ସଂଘୀୟ ବ୍ୟବସ୍ଥାରେ ଏଭଳି ହୁଏ ।  ରାଜ୍ୟଠାରୁ କେନ୍ଦ୍ର ବି ଟିକସ ନେଉଛନ୍ତି ।

ଗୁରୁବାର ରାଜ୍ୟ ସରକାର ଯାଜପୁର ଓ ପୁରୀ ପାଇଁ ବଡ ଘୋଷଣା କରିଥିଲେ । ପୁରୀରେ ୬୫୦ ଶର୍ଯ୍ୟା ବିଶିଷ୍ଟ ଡାକ୍ତରଖାନା ନିର୍ମାଣ ହେବ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ୨୨୪ କୋଟି ଟଙ୍କାର ଆକଳନ କରିଥିଲେ ସରକାର । ସେହିପରି ଯାଜପୁରରେ ୫୦୦ ଶର୍ଯ୍ୟା ବିଶିଷ୍ଟ ମେଡିକାଲ କଲେଜ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।

from Kanak News
via <a href="https://ifttt.com/?

ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ବିଦ୍ୟାଶ୍ରୀ । ଫେସବୁକରେ ସେୟାର କଲେ ଲାଇଭ ଭିଡିଓ ।

କନକ ବ୍ୟୁରୋ : ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ୩୦ଟି ନିଦ ବଟିକା ଖାଇ ନିଜ କଟକ ସ୍ଥିତ ଘରେ ବିଦ୍ୟାଶ୍ରୀ ଆଜି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଆତ୍ମହତ୍ୟା ଉଦ୍ୟମ ପରେ ବିଦ୍ୟାଶ୍ରୀଙ୍କୁ ହସ୍ପିଟାଲ ନିଆଯାଇଛି ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଫେସବୁକ ପେଜରେ ଲାଇଭ ଭିଡିଓ କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ । ମାନସିକ ଚାପଗ୍ରସ୍ତ କରାଯାଉଥିବାରୁ ଆତ୍ମହତ୍ୟା କରୁଥିବା ସେ ଏହି ଭିଡିଓରେ କହୁଛନ୍ତି । ଭିଡିଓରେ ଏକ ଡାଏରୀ କଥା ମଧ୍ୟ ଉଲ୍ଲେଖ କରିଛନ୍ତି ବିଦ୍ୟାଶ୍ରୀ । କହୁଛନ୍ତି, ସେ ଏକ ଡାଏରୀରେ ମାନବପ୍ରେମୀଙ୍କ ମୃତ୍ୟୁ ନେଇ ସବୁକିଛି ଉଲ୍ଲେଖ କରିଛନ୍ତି । ତେବେ ସେ ଆତ୍ମହତ୍ୟା କରୁଛନ୍ତି, ଏବଂ ତାଙ୍କ ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ, ସେମାନଙ୍କୁ ମଧ୍ୟ ଉଚିତ୍ ଦଣ୍ଡ ମିଳୁ ବୋଲି ଭିଡିଓରେ କହିଛନ୍ତି ବିଦ୍ୟାଶ୍ରୀ ।

ଫେସବୁକରେ ଲାଇଭ୍ ଭିଡିଓ କରି ଏକାଥରରେ ଗୁଡ଼ାଏ ନିଦ ବଟିକା ‌ ଖାଉଥିବାର ଦେଖିବାକୁ ମିଳିଛି । ଏହା ପୂର୍ବରୁ ସେ ୩୦ଟି ସ୍ଲିପିଂ ପିଲ୍‌ ଖାଇଛନ୍ତି ବୋଲି ଭିଡିଓରେ ପ୍ରକାଶ କରିଛନ୍ତି । ସେ ଏକ ଡାଏରି ଦେଖାଉଛନ୍ତି ଓ ତାଙ୍କ ମୃତ୍ୟୁ ପାଇଁ ଯେଉଁମାନେ ସବୁ ଦାୟୀ ସେ ସେମାନଙ୍କ ନାମ ସେ ଡାଏରିରେ ଲେଖିଛନ୍ତି ବୋଲି କହିଛନ୍ତି । ସେ ଆହୁରି ବି କହିଛନ୍ତି କି ଯେପରି ଆଦିତ୍ୟଙ୍କ ମୃତ୍ୟୁ ପଛର କାରଣ ମୁଁ ବୋଲି କିଛି ଲୋକ ଅପବାଦ ରଚୁଛନ୍ତି, ସେହିପରି ମୋ ପରିବାର ଲୋକଙ୍କୁ ମୋ ମୃତ୍ୟୁର କାରଣ ବୋଲି କୁହାନଯାଉ । ସେଥିପାଇଁ ମୁଁ ଏ ଲାଇଭ୍‌ ଭିଡିଓ ସହ ଡାଏରି ଛାଡ଼ି ଯାଉଛି । ଯେଉଁମାନେ ତାଙ୍କ ମୃତ୍ୟୁ ଲାଗି ଦାୟୀ ସେମାନଙ୍କ ନାମ ସେ କହୁଥିବା ଦେଖିବାକୁ ମିଳିଛି । ଏଥିସହ ସେ କାନ୍ଦି କାନ୍ଦି କହୁଛନ୍ତି – ମତେ ନ୍ୟାୟ ମିଳୁ ।

from Kanak News
via <a href="https://ifttt.com/?

ଝିଅକୁ ଯୌନ ନିର୍ଯାତନା ପରେ ହତ୍ୟା କରାଯାଇଥିବା ଶୁଣି ଭୋ ଭୋ ହୋଇ କାନ୍ଦିଲେ ପରୀର ମାଆ । ଦାବି କଲେ ସିବିଆଇ ତଦନ୍ତ ।

କନକ ବ୍ୟୁରୋ : କୁନି ଝିଅ ପରୀକୁ ଯୌନ ନିର୍ଯାତନା ପରେ ହତ୍ୟା କରାଯାଇଥିବା ଶୁଣି ଭୋ ଭୋ ହୋଇ କାନ୍ଦିଲେ ପରୀର ମାଆ । ଏତେ ଛୋଟ ଝିଅ ସହ ଏଭଳି କାଣ୍ଡ କରିଥିବା ଅଭିଯୁକ୍ତକୁ କଡା ଦଣ୍ଡ ଦେବା ପାଇଁ ପରୀର ପରିବାର ଲୋକ ଦାବି କରିଛନ୍ତି । ଏବେ ଏସଆଇଟି ତଦନ୍ତ କରୁଥିବା ବେଳେ ପରୀର ବାପା-ମାଆ ସିବିଆଇ ତଦନ୍ତ ଦାବି କରିଛନ୍ତି ।

ଆଜି ପରୀ ହତ୍ୟା ମାମଲାରେ ଚାଂଚଲ୍ୟକର ଖୁଲାସା କରିଛି ଏସଆଇଟି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପରୀକୁ ଯୌନ ନିର୍ଯାତନା ପରେ ହତ୍ୟା କରାଯାଇଛି । ହାଇକୋର୍ଟରେ କ୍ରାଇମବ୍ରାଂଚ ଏସ୍ଆଇଟି ପକ୍ଷରୁ ଦାଖଲ ହୋଇଥିବା ଷ୍ଟାଟସ ରିପୋର୍ଟରେ ଏପରି ଖୁଲାସା ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ଆଜି ପରୀ ମୃତ୍ୟୁ ମାମଲାରେ ହାଇକୋର୍ଟରେ କ୍ରାଇମବ୍ରାଂଚ ଏସଆଇଟି ଷ୍ଟାଟସ ରିପୋର୍ଟ ଦାଖଲ କରିଛି ।

ମିଳିଥିବା ସୂଚନା ଅନୁସାରେ, ରିପୋର୍ଟରେ ପରୀକୁ ଯୌନ ନିର୍ଯାତନା ପରେ ହତ୍ୟା କରାଯାଇଛି । ପରୀର ମୃତଦେହ ଉଲଗ୍ନ ଅବସ୍ଥାରେ ବସ୍ତା ଭିତରୁ ମିଳିଥିଲା । ପରୀର ପୋଷାକ ଏସଆଇଟି ଟିମ୍କୁ ମିଳିଛି । ପରୀ ପିନ୍ଧିଥିବା ଫ୍ରକ୍ରେ ସିମେନ୍ ମିଳିଥିବା ଏକ ବିଶେଷ ସୂତ୍ରରୁ ସୂଚନା ମିଳିଛି । ସେପଟେ ପରୀ ମୃତ୍ୟୁ ମାମଲାରେ ଅଭିଯୁକ୍ତକୁ ମଧ୍ୟ ଚିହ୍ନଟ କରାଯାଇଛି । ଅଭିଯୁକ୍ତ ସେହି ଯଦୁପୁର ଗାଁର ବୋଲି ଜଣାପଡିଛି । ଆଉ କିଛି ସମୟ ପରେ ଅଭିଯୁକ୍ତକୁ ନେଇ ଏସଆଇଟି ନୂଆ ତଥ୍ୟ ହେବ ବୋଲି ସୂଚନା ମିଳିଛି ।

from Kanak News
via <a href="https://ifttt.com/?

ପରୀ ହତ୍ୟା ମାମଲାର ଅଭିଯୁକ୍ତ ଚିହ୍ନଟ । ଅଭିଯୁକ୍ତ ଯଦୁପୁର ଗାଁର ହୋଇଥିବା ସୂଚନା । କିଛି ସମୟ ପରେ ଅଧିକ ତଥ୍ୟ ଦେଇପାରେ ଏସଆଇଟି

କନକ ବ୍ୟୁରୋ :ପରୀ ମୃତ୍ୟୁ ପାଇଁ ଆଉ ପ୍ରାୟଶ୍ଚିତ କରିବେ ନାହିଁ ମନ୍ତ୍ରୀ ଅରୁଣ ସାହୁ । ପରୀ ହତ୍ୟାକାରୀକୁ ଚିହ୍ନଟ କରିଛି ସ୍ୱତନ୍ତ୍ର ତଦନ୍ତକାରୀ ସଂସ୍ଥା । ପରୀ ହତ୍ୟାକାରୀ ଯଦୁପୁର ଗାଁର । ଏନେଇ କିଛି ସମୟରେ ଅଧିକ ତଥ୍ୟ ପ୍ରକାଶ କରିବ ଏସଆଇଟି । ପରୀ ମୃତ୍ୟୁର ୮ ମାସରେ ହତ୍ୟାକାରୀକୁ ଚିହ୍ନଟ କରିଛି ଏସଆଇଟି । ପରୀକୁ ପ୍ରଥମେ ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିବା କଥା ଏସଆଇଟି ତରଫରୁ ହାଇକୋର୍ଟରେ ତଥ୍ୟ ଦାଖଲ ହୋଇଛି । ଏହା ସହ ହତ୍ୟାକାରୀକୁ ଚିହ୍ନଟ କରିଛି ତଦନ୍ତକାରୀ ସଂସ୍ଥା । ଏନେଇ ଗଣମାଧ୍ୟମରେ କହିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ତାଙ୍କ ସୂଚନା ମୁତାବକ ପ୍ରଥମେ ପରୀକୁ ଦୁଷ୍କର୍ମ କରାଯାଇଥିଲା ଓ ପରେ ତାକୁ ହତ୍ୟା କରାଯାଇଥିଲା । ଏନେଇ ପରୀର ଡ୍ରେସରୁ ମିଳିଥିବା ସିମନ୍ ରୁ ସ୍ପଷ୍ଟ ହୋଇଛି । ଏହାସହ ସିମନ ମାଧ୍ୟମରେ ପରୀ ହତ୍ୟାକାରୀ ପାଖରେ ପହଂଚିଛି ତଦନ୍ତକାରୀ ସଂସ୍ଥା ।

କହିରଖୁ କି ଦୀର୍ଘଦିନ ହେବ ନୟାଗଡ ଯଦୁପୁର ଗାଁର ୫ ବର୍ଷର ନାବାଳିକା ପରୀ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଥିଲା । ଏହି ହତ୍ୟାକାଣ୍ଡ ପଛରେ ବିଜେଡି ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ହାତଥିବା ଦାବି କରିଥିଲା ବିରୋଧୀ । ମନ୍ତ୍ରୀଙ୍କ ଇସ୍ତଫା ଦାବି ନେଇ ଚଳିତ ବିଧାନସଭା ଅଧିବେଶନରେ ବିରୋଧୀ ମାନଙ୍କ ପକ୍ଷରୁ ହୋ ହାଲ୍ଲା କରିଥିଲେ । ଏହାକୁ ନଜରରେ ଦେଖି ମୁଖ୍ୟମନ୍ତ୍ରୀ ପ୍ରଥମେ କ୍ରାଇମବ୍ରାଞ୍ଚ ଓ ପରେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏନେଇ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଏକ ଟିମ୍ ସହ ପରୀର ଗାଁ ଯଦୁପୁରକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ । ୯ ଦିନର ତଦନ୍ତ ପରେ ପରୀ ହତ୍ୟାକାରୀକୁ ଧରିବାକୁ ସକ୍ଷମ ହୋଇଛି ଏସଆଇଟି ।

from Kanak News
via <a href="https://ifttt.com/?

‘ପରୀ’ ହତ୍ୟା ମାମଲାରେ ବଡ ଖୁଲାସା । ପରୀକୁ ଯୌନ ନିର୍ଯାତନା ପରେ କରାଯାଇଛି ହତ୍ୟା!

କନକ ବ୍ୟୁରୋ : ହାଇକୋର୍ଟରେ ପରୀ ମୃତ୍ୟୁ ତଦନ୍ତର ରିପୋର୍ଟ ଦାଖଲ । ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଞ୍ଚ ଏସଆଇଟି ଟିମ୍୍ । ତେବେ ହତ୍ୟା ପୂର୍ବରୁ ପରୀକୁ ଯୌନ ନିର୍ଯାତନା ଦିଆଯାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ପରୀର ମୃତଦେହ ଉଲ୍ଲଗ୍ନ ଅବସ୍ଥାରେ ମିଳିଥିଲା । ପରୀର ପୋଷାକ ମଧ୍ୟ ପାଇଛି ତଦନ୍ତକାରୀ ଟିମ୍ । ପୋଷାକରେ ସିମେନ ମଧ୍ୟ ମିଳିଛି ବୋଲି ବିଶେଷ ସୂତ୍ରରୁ ଜଣାପଡିଛି ।

ଜୁଲାଇ ୨୩ରେ ନୟାଗଡ ଯଦୁପୁରରୁ ପରୀର ମୃତଦେହ ମିଳିଥିଲା । ଏହାପରେ ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଥିଲା । କ୍ରାଇମବ୍ରାଞ୍ଚ ତଦନ୍ତ ପରେ ଆଜି ଏହି ମାମଲାର ରିପୋର୍ଟ ହାଇକୋର୍ଟରେ ଦାଖଲ କରିଛି ଏସଆଇଟି ।

ପରୀକୁ ନ୍ୟାୟ ଦେବା ପାଇଁ ପରୀର ବାପା ମା’ ବିଧାସଭାରେ ଆତ୍ମହୃତି ଉଦ୍ୟମ କରିଥିଲେ । ପରୀ ବାପା, ମାଙ୍କ ଅଭିଯୋଗ ଅନୁସାରେ ତାଙ୍କ ଝିଅକୁ ହତ୍ୟା କରାଯାଇଛି । ଏଥିପାଇଁ ସେ ବାବୁଲି ନାୟକ ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ଅଭିଯୋଗ କରିଥିଲେ । ଏହାସହ ତାଙ୍କୁ ମନ୍ତ୍ରୀ ଅରୁଣ ସାହୁ ସାହାଯ୍ୟ କରୁଛନ୍ତି ବୋଲି ପରୀର ବାପା, ମା କହିଥିଲେ ।
ଏହି ଘଟଣା ପରେ ଜୋର ଧରିଥିଲା ରାଜ୍ୟ ରାଜନୀତି । ପରୀ ପାଇଁ ବିଧାନସଭାରେ ହଙ୍ଗାମା କରିଥିଲେ ବିରୋଧୀ । ପରୀକୁ ନ୍ୟାୟ ଦେବା ପାଇଁ ଜୋର ଧରିଥିଲା ରାଜନୈତିକ ବୟାନବାଜି । ଏହାପରେ ଏସଆଇଟିକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର ।

from Kanak News
via <a href="https://ifttt.com/?

Design a site like this with WordPress.com
Get started