କାଲି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଡେ’ ନାଇଟ ଟେଷ୍ଟ । ଘୋଷଣା ହେଲା ୧୧ ଜଣିଆ ଭାରତୀୟ ଦଳ । ଜାଣନ୍ତୁ କିଏ ପାଇଲେ ସ୍ଥାନ, କିଏ ପଡିଲେ ବାଦ୍?

କନକ ବ୍ୟୁରୋ : କାଲି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ପ୍ରଥମ ଡେ’ ନାଇଟ ଟେଷ୍ଟ । ଏହି ପ୍ରଥମ ଟେଷ୍ଟ ପାଇଁ ଟିମ ଇଣ୍ଡିଆର ୧୧ ଜଣିଆ ଦଳ ଘୋଷଣା ହୋଇସାରିଛି । ତେବେ ଏହି ଟେଷ୍ଟ ମ୍ୟାଚରେ ରିଷବ ପନ୍ତଙ୍କୁ ସ୍ଥାନ ମିଳିନାହିଁ । ତେଣୁ ରିଦ୍ଧିମାନ ଶାହା ୱିକେଟ କିପର ଦାୟିତ୍ୱ ସମ୍ଭାଳିବେ । ଏହାସହ ଶୁଭମନ ଗିଲଙ୍କୁ ମଧ୍ୟ ୧୧ ଜଣିଆ ଦଳରେ ସ୍ଥାନ ମିଳିନାହିଁ ।

ତେବେ ଦଳରେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ମୟଙ୍କ ଅଗ୍ରୱାଲଙ୍କ ସହ କିଏ ଓପନିଂ କରିବ ତାକୁ ନେଇ ଚର୍ଚ୍ଚା ହେଉଥିଲା । ହେଲେ ଦଳ ପୃଥୀ ଶ’ଙ୍କ ଉପରେ ଭରସା ରଖିଛି । ନ୍ୟୁଜିଲାଣ୍ଡ ଗସ୍ତ ପରଠୁ ଆଇପିଏଲରେ ପୃଥୀ ଶ’ଙ୍କ ପ୍ରଦର୍ଶନ ଏତେ ଭଲ ରହିନଥିଲା । ତେବେ ଏହି ଟେଷ୍ଟ ତାଙ୍କ ପାଇଁ ଭଲ ଯିବ ବୋଲି ଆଶା କରାଯାଉଛି ।

ସେହିପରି ଏଥର ଶୁଭମନ ଗିଲ ଟେଷ୍ଟରେ ଡେବ୍ୟୁ କରିଥାନ୍ତେ । ହେଲେ ତାଙ୍କୁ ଦଳରେ ସ୍ଥାନ ମିଳିନାହିଁ । ତେଣୁ ଟେଷ୍ଟରେ ଡେବ୍ୟୁ କରିବା ପାଇଁ ତାଙ୍କୁ ଆହୁରି ଅପେକ୍ଷା କରିବାକୁ ହେବ । ଏହାସହ ଦଳ ଦକ୍ଷ ବୋଲର ଭାବେ ଉମେଶ ଯାଦବଙ୍କ ଉପରେ ଭରସା କରିଛି ।

ଭାରତୀୟ ଦଳ: ମୟଙ୍କ ଅଗ୍ରୱାଲ, ପୃଥୀ ଶ’, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ରିଦ୍ଧିମାନ ଶାହା, ରବିଚନ୍ଦ୍ରନ ଅଶ୍ୱିନୀ, ଉମେଶ ଯାଦବ, ମହମ୍ମଦ ସାମି, ଯଶପ୍ରିତ ବୁମରାହ ।

from Kanak News
via <a href="https://ifttt.com/?

କଟକରେ ପୁଣି ନକଲି କାରଖାନା ଠାବ : ଜଗତପୁରରେ ଚଢାଉ କରି ବିପୁଳ ପରିମାଣର ନକଲି ଗୁଟଖା ଜବତ କଲା କମିସନରେଟ ପୁଲିସ

କନକ ବ୍ୟୁରୋ : କଟକରେ ପୁଣି ନକଲି କାରଖାନା ଠାବ । ଜଗତପୁର ସ୍ଥିତ ଉମାଶଙ୍କର ଭବନରେ ଚଢାଉ କରି ବିପୁଳ ପରିମାଣର ନକଲି ଗୁଟଖା ଜବତ କରିଛି ପୁଲିସ । ବିଭିନ୍ନ ନାମୀଦାମୀ ବ୍ରାଣ୍ଡ ନାଁରେ ଗୁଟଖା ତିଆରି କରାଯାଇ ବଜାରକୁ ଛଡାଯାଉଥିଲା ।

ଏନେଇ କମିସନରେଟ ପୁଲିସ ଓ ଜୋନ ଏସିପି ଖବର ପାଇ ଚଢାଉ କରିବ ବିପୁଳ ପରିମାଣର ଗୁଟଖାକୁ ଜବତ କରିଛନ୍ତି । ଏହା ସହ ପ୍ୟାକିଂରେ ବ୍ୟବହୃତ ହେଉଥିବା ସମସ୍ତ ପ୍ରକାର ଯନ୍ତ୍ରାଂଶକୁ ଜବତ କରିଛି କମିସନରେଟ ପୁଲିସ ।

from Kanak News
via <a href="https://ifttt.com/?

କୃଷକଙ୍କୁ ରାସ୍ତାରୁ ଉଠାଇ ଦେବାକୁ ହୋଇଥିବା ଅଭିଯୋଗର ଶୁଣାଣି ଆସନ୍ତା କାଲି । କୋର୍ଟ ପକ୍ଷରୁ କେନ୍ଦ୍ର, ହରିଆଣା ଓ ପଞ୍ଜାବ ସରକାରଙ୍କୁ ନୋଟିସ୍

କନକ ବ୍ୟୁରୋ : ମୋଦି ସରକାରଙ୍କ ଦ୍ୱାରା ପାରିତ ହୋଇଥିବା କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ଓ ପଞ୍ଜାବ ସୀମାରେ ୨୧ ଦିନ ହେବ କୃଷକ ମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଦିଲ୍ଲୀ ସୀମାରେ କୃଷକ ମାନଙ୍କର ଆନ୍ଦୋଳନ ଜାରି ରହିବ କି ସେମାନଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯିବ ସେନେଇ ସୁପ୍ରିମକୋର୍ଟରେ ହୋଇଥିବା ଅଭିଯୋଗ ଉପରେ ଆଜି ଶୁଣାଣି ହୋଇଛି । ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସ୍ ଏ ବୋବଡେ, ଜଷ୍ଟିସ୍ ଏ.ଏସ୍ ବୋପନ୍ନା ଓ ଜଷ୍ଟିସ୍ ବି.ରାମସୁବ୍ରମଣ୍ୟ କେନ୍ଦ୍ର ସରକାର, ପଞ୍ଜାବ ସରକାର ଓ ହରିଆଣା ସରକାରଙ୍କୁ ନୋଟିସ କରିଛନ୍ତି । ଏହା ସହ ଅଦାଲତ କହିଛନ୍ତି କି ଏହି ମାମଲାରେ ଏକ କମିଟି ଗଠନ କରାଯିବ, ଯେ କି ଏହି ମାମଲାର ତଦନ୍ତ କରିବ । ଏହି ମାମଲାର ଶୁଣାଣି ଆସନ୍ତା କାଲି (ଗୁରୁବାର) କରାଯିବ ।
ଏହି ଶୁଣାଣି ବେଳେ ମୁଖ୍ୟ ବିଚାରପତି ଆବେଦନକାରୀ ପକ୍ଷ ଓକିଲଙ୍କୁ ପଚାରିଥିଲେ କି ‘ଆପଣ ଚାହୁଁଛନ୍ତି କି ସୀମା ଖୋଲିଦିଆଯାଉ’ । ଏହାକୁ ନେଇ ଓକିଲ କହିଥିଲେ କି ଶାହିନବାଗ୍ ଘଟଣା ବେଳେ କୋର୍ଟ କହିଥିଲେ କି ସଡକ ଜାମ କରିବା ଆଇନତ ଅପରାଧ । ଏନେଇ ଓକିଲ ଜଣଙ୍କ ବାରମ୍ବାର ଶାହିନବାଗ ଉଦାହରଣ ଦେଉଥିବା ବେଳେ ମୁଖ୍ୟ ବିଚାରପତି କହିଥିଲେ କି ସେଠାରେ କେତେ ଲୋକ ସଡକ ଜାମ୍ କରିଥିଲେ । କାନୁନ ବ୍ୟବସ୍ଥା ପ୍ରସଙ୍ଗରେ ଉଦହରଣ ଦିଆଯାଏ ନାହିଁ ।
ଏହା ସହ ମୁଖ୍ୟ ବିଚାରପତି ଶୁଣାଣି ବେଳେ କହିଥିଲେ କି ଆବେଦନକାରୀଙ୍କ ପାଖରେ ଏନେଇ କିଛି ଠୋସ୍ ଦଲିଲ୍ ନାହିଁ । କେବଳ ଅଭିଯୋଗ ହୋଇଛି କୃଷକ ମାନେ ରାସ୍ତା ବନ୍ଦ କରିଛନ୍ତି । ଏହା ଉପରେ ସଲିସିଟର ଜେନେରାଲ କହିଥିଲେ କି କୃଷକ ମାନେ ଆନ୍ଦୋଳନ କରୁଛନ୍ତି ଓ ଦିଲ୍ଲୀ ପୋଲିସ ରାସ୍ତା ବନ୍ଦ କରୁଛି । ଅନ୍ୟପଟେ ମୁଖ୍ୟ ବିଚାରପତି କହିଥିଲେ କି କୋର୍ଟ ଆନ୍ଦୋଳନରତ କୃଷକ ମାନଙ୍କର ପକ୍ଷ ବି ଶୁଣିବ । ଏହା ସହ ସେ ସରକାରଙ୍କୁ ପ୍ରଶ୍ନ କରିଥିଲେ କି କାହିଁକି ଆଜିଯାଏ କୃଷକ ଓ ସରକାରଙ୍କ ମଧ୍ୟରେ ବୁଝାମଣା ହୋଇନାହିଁ । ଏହି ମାମଲାରେ ବି କୋର୍ଟ ତରଫରୁ କୃଷକ ସଂଗଠନ ମାନଙ୍କୁ ନୋଟିସ କରାଯାଇଛି । ଅଦାଲତ କହିଛନ୍ତି କି ଏଭଳି ସମ୍ବେଦନଶୀଳ ମାମଲାରେ ଯାଥାଶୀଘ୍ର ସରକାର ସମାଧାନ କରିବା ଆବଶ୍ୟକ ।
ଆଇନ ଛାତ୍ର ଋଷଭ ଶର୍ମା ଏନେଇ କୋର୍ଟରେ ଅଭିଯୋଗ କରିଥିଲେ । ସେ ତାଙ୍କ ଅଭିଯୋଗରେ କହିଥିଲେ କି କୃଷକ ମାନେ ଆନ୍ଦୋଳନ ନାମରେ ସଡକ ବନ୍ଦ କରିବା ଦ୍ୱାରା ସାଧାରଣ ଲୋକମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ପ୍ରଦର୍ଶନସ୍ଥଳୀରେ ସାମାଜିକ ଦୂରତାକୁ ଉଲଙ୍ଘନ କରାଯାଉଥିବାରୁ କରୋନା ବ୍ୟାପିବା ନେଇ ସନ୍ଦେହ ପ୍ରକାଶ କରାଯାଉଛି । ତେଣୁ କୃଷକ ମାନଙ୍କୁ ଦିଲ୍ଲୀ ସୀମାରୁ ହଟାଇ ସରକାରଙ୍କ ତରଫରୁ କୁହାଯାଉଥିବା ସ୍ଥାନରେ ଆନ୍ଦୋଳନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ।

from Kanak News
via <a href="https://ifttt.com/?

ମୋଦିଙ୍କୁ ଚିଠି ଲେଖିଲେ ନବୀନ : ୧୪ ଫନି ପ୍ରଭାବିତ ଜିଲ୍ଲାରେ ୭ ଲକ୍ଷ ୮୭ ହଜାର କ୍ଷତିଗ୍ରସ୍ତ ଘର ଚିହ୍ନଟ; କ୍ଷତିଗ୍ରସ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବାକୁ ଚିଠି

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଂପର୍କରେ ଚିଠି ଲେଖିଛନ୍ତି । ଫନି ପ୍ରଭାବିତଙ୍କୁ ମିଳୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ୧୪ ଫନି ପ୍ରଭାବିତ ଜିଲ୍ଲାରେ ୭ ଲକ୍ଷ ୮୭ ହଜାର  କ୍ଷତିଗ୍ରସ୍ତ ଘର ଚିହ୍ନଟ ହୋଇଛି । କ୍ଷତିଗ୍ରସ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବାକୁ ନବୀନ ଚିଠି ଲେଖିଛନ୍ତି । ଏହା ଦ୍ୱାରା ବାତ୍ୟା କ୍ଷତିଗ୍ରସ୍ତଙ୍କୁ ନିରାପଦ ଘର ମିିଳିପାରିବ ।

ଫନି କ୍ଷତିଗ୍ରସ୍ତ ହୋଇନଥିବା ୧୬ ଜିଲ୍ଲାରୁ ୬ ଲକ୍ଷ ୭ ହଜାର ଘର ଚିହ୍ନଟ ହୋଇଛି। ୧୬ ଜିଲ୍ଲାରୁ ୬ ଲକ୍ଷ ୭ ହଜାର ହିତାଧିକାରୀ ଯୋଜନାରୁ ବଂଚିତ ହୋଇଛନ୍ତି । ଯୋଗ୍ୟ ହିତାଧିକାରୀଙ୍କୁ ଜିଓ ଟ୍ୟାଗ ଦ୍ୱାରା ଚିହ୍ନଟ କରାଯାଉ । ଜିଓ ଟ୍ୟାଗ ପାଇଁ ମୋବାଇଲ ଆପ, ଆବାସ ୱିଣ୍ଡୋ ଖୋଲିବାକୁ ଦାବି କରିଛନ୍ତି ନବୀନ । ଏହାଦ୍ୱାରା ଫନି ପ୍ରଭାବିତ ଅଂଚଳରେ ଲୋକେ ଆବେଦନ କରିପାରିବେ ।

from Kanak News
via <a href="https://ifttt.com/?

ଦବିଲା ନିର୍ମାଣଧୀନ ବ୍ରିଜ : ତ୍ରୁଟିଗତ ସେଂଟ୍ରି ଯୋଗୁ ଦବିଗଲା ସମ୍ବଲପୁର ଯୁଯୁମରା ଲାଙ୍ଗବାହାଲ ମଧ୍ୟରେ ନିର୍ମାଣଧୀନ ଥିବା ବ୍ରିଜ; ଗାଁ ଲୋକଙ୍କ ବିରୋଧ

କନକ ବ୍ୟୁରୋ : ଦବିଲା ନିର୍ମାଣଧୀନ ବ୍ରିଜ ।ସମ୍ବଲପୁର ଯୁଯୁମରା ଲାଙ୍ଗବାହାଲ ମଧ୍ୟରେ ବ୍ରିଜ ନିର୍ମାଣ ଚାଲିଛି । ତେବେ ତ୍ରୁଟିଗତ ସେଂଟ୍ରି ଯୋଗୁଁ ବ୍ରିଜ ଦବିଯାଇଛି । ବ୍ରଜିଟି ୪ ବକ୍ସ ବିଶିଷ୍ଟ ହୋଇଥିବା ବେଳେ ପ୍ରଥମ ଓ ଦ୍ୱିତୀୟ ବକ୍ସରେ ଛାତ ପକାଇବା ପରେ ତାହା ଦବିବା ସହ ଝୁଲି ଯାଇଥିଲା ।

ତେବେ ଠିକ ସଂସ୍ଥା ଜ୍ୟାକ ଲଗାଇ ସେଂଟ୍ରି କାମ ପାଇଁ ଉଦ୍ୟମ କରିବାରୁ ଗାଁ ଲୋକେ ବିରୋଧ କରିଥିଲେ । ଉତେଜନା ହେବାରୁ ପୂର୍ତବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ସେଟ୍ରିଂ ଖୋଲାଯାଇଛି । ସେପଟେ ଏହି ଘଟଣା ପାଇଁ ପୂର୍ତବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ ।

from Kanak News
via <a href="https://ifttt.com/?

୮ ମାସର ଶିଶୁକୁ ଦିଆଯିବ ୧୬ କୋଟିର ଇଂଜେକ୍ସନ । ଜାଣନ୍ତୁ କ’ଣ ରହିଛି ରୋଗ । କାହିଁକି ଦିଆଯିବ ଏତେ ଦାମର ଇଂଜେକ୍ସନ ?

କନକ ବ୍ୟୁରୋ : ବ୍ରିଟେନରେ ଗୋଟିଏ ୮ ସପ୍ତାହର ଶିଶୁକ ଦୁନିଆର ସବୁଠାରୁ ମହଙ୍ଗା ଇଜେକ୍ସନ ଦିଆଯିବ । ଏବେ ଆପଣ ଚିନ୍ତା କରୁଥିବେ କି ଶିଶୁଟିକୁ କି ରୋଗ ହୋଇଛି କି ଯାହାପାଇଁ ତାକୁ ୧୬ କୋଟି ଟଙ୍କା ଦାମର ଇଂଜେକ୍ସନ ଦିଆଯିବ । ତେବେ ଜାଣନ୍ତୁ ଶିଶୁଟି ଜେନେଟିକ୍ ସ୍ପାଇଲନ ସରକୁଲାର ଅଟ୍ରେଫି ବା ଏସଏମଏ ଭଳି ରୋଗରେ ପୀଡିତ ।

୧୬ କୋଟି ଟଙ୍କାର ଇଂଜେକ୍ସନ ଶୁଣି ଆପଣ ଭାବୁଥିବେ କି ଦୁନିଆରେ ଏମିତି କ’ଣ ରୋଗ ଅଛି ଯାହା କ୍ୟାନସର ଠାରୁ ବି ମାରାତ୍ମକ । ଯାହାର ଚିକିତ୍ସା କ୍ୟାନସରର ଚିକିତ୍ସା ଠାରୁ ବି ମହଙ୍ଗା । ତେବେ ଆସନ୍ତୁ ଜାଣିବା ଜେନେଟିକ୍ ସ୍ପାଇଲନ ସରକୁଲାର ଅଟ୍ରେଫି ବା ଏସଏମଏ କିଭଳି ରୋଗ ।

ଏହି ରୋଗ ଶରୀରର ଏସଏମଏନ-୧ ଜିନ୍ କମ୍ ଯୋଗୁଁ ହୋଇଥାଏ । ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ଛାତିର ମାଂସପେଶୀ ଦୁର୍ବଳ ହୋଇପଡେ । ଏହା ସହିତ ନିଶ୍ୱାସ ପ୍ରଶ୍ୱାସ ନେବାରେ ବି କଷ୍ଟ ଅନୁଭବ ହୋଇଥାଏ । ଏହି ରୋଗ ବିଶେଷ ଭାବେ ଶିଶୁ ମାନଙ୍କ ଠାରେ ଦେଖା ଦେଇଥାଏ । ଏହି ରୋଗରେ ଆକ୍ରାନ୍ତ ହେଉଥିବା ଶିଶୁ ମାନଙ୍କ ମଧ୍ୟରେ ବ୍ରିଟେନର ସଂଖ୍ୟା ଅଧିକ । ସେଠାରେ ବାର୍ଷିକ ଜନ୍ମ ହେଉଥିବା ଶିଶୁ ମାନଙ୍କ ମଧ୍ୟରୁ ପ୍ରାୟ ୬୦ ଜଣ ଶିଶୁଙ୍କ ଠାରେ ଏହି ରୋଗ ଦେଖା ଦେଇଥାଏ ।

ବ୍ରିଟେନରେ ଶିଶୁମାନଙ୍କ ଠାରେ ଏହି ରୋଗ ଅଧିକ ଦେଖା ଦେଉଥିଲେ ବି ସେଠାରେ ଏହାର ଔଷଧ ପ୍ରସ୍ତୂୁତ କରାଯାଇପାରି ନାହିଁ । ଏହି ରୋଗ ପାଇଁ ଦିଆଯାଉଥିବା ଇଂଜେକ୍ସନର ନାମ ‘ଜେଲଗେନେସ୍ମା’ । ବ୍ରିଟେନ ଏହି ଇଂଜେକ୍ସନ ଜର୍ମାନ, ଜାପାନ ଓ ଆମେରିକା ଠାରୁ ମାଗାଇଥାଏ । ଏସଏମଏ ରୋଗରେ ପୀଡିତ ଶିଶୁ ମାନଙ୍କୁ ଏହି ଇଂଜେକ୍ସନ ମାତ୍ର ଗୋଟିଏ ଥର ଦିଆଯାଇଥାଏ । ‘ଜେଲଗେନେସ୍ମା’ ଇଂଜେକ୍ସନ ଏହି ୩ଟି ଜିନ୍ ଥେରାପି ପାଇଁ ବ୍ୟବହାର କରାଯାଇଥାଏ । ଯାହାକି କେବଳ ୟୁରୋପୀୟ ଦେଶ ମାନଙ୍କରେ ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମତି ଦେଇଛି । ଯେଉଁଥି ପାଇଁ ଏହି ଇଂଜେକ୍ସନ ଏତେ ମହଙ୍ଗା ହୋଇଛି ।

୩ ବର୍ଷ ପୂର୍ବରୁ ଏହି ରୋଗର ଚିକିତ୍ସା ହୋଇପାରୁ ନଥିଲା । ମାତ୍ର ୨୦୧୭ ରେ ବହୁ ଗବେଷଣା ପରେ ଏହି ଇଂଜେକ୍ସନର ଉତ୍ପାଦନ ଆରମ୍ଭ ହୋଇଥିଲା । ୨୦୧୭ ମସିହାରେ ଏହି ଇଂଜେକ୍ସନ ୧୫ ଜଣ ଶିଶୁଙ୍କ ଠାରେ ପ୍ରୟୋଗ କରାଯାଇଥିଲା । ଯାହା ବି ସଫଳ ହୋଇନଥିଲା । କାରଣ ଇଂଜେକ୍ସନ ନେଇଥିବା ୧୫ ଜଣ ଯାକ ଶିଶୁ ୨୦ ସପ୍ତାହ ପରେ ମୃତ୍ୟୁ ବରଣ କରିଥିଲେ ।

ଏବେ ଯେଉଁ ୮ ସପ୍ତାହର ଶିଶୁକୁ ଏହି ଇଂଜେକ୍ସନ ଦିଆଯିବ ତା’ର ନାମ ଏଡବର୍ଡ । ଶିଶୁଟିର ମାତା ପିତା ଏତେ ଟଙ୍କା ଯୋଗାଡ କରିବାର ସକ୍ଷମ ହୋଇନଥିଲେ । ସେମାନେ କ୍ରାଉଡ ଫଣ୍ଡିଂ ମାଧ୍ୟମରେ ଏତେ ଟଙ୍କା ଯୋଗାଡ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ହେଲେ ସୂଚନା ମୁତାବକ ଏପର୍ଯ୍ୟନ୍ତ ମୋଟ ୧.୧୭ କୋଟି ଟଙ୍କା ସାହାଯ୍ୟ ମିଳିଛି । ହେଲେ ଏଡବର୍ଡର ମାତା ପିତା କହିଛନ୍ତି କି ସେମାନଙ୍କ ପାଇଁ ଟଙ୍କାର ମୂଲ୍ୟ ଠାରୁ ତାଙ୍କୁ ଶିଶୁ ଜୀବନର ମୂଲ୍ୟ ବଡ ଅଟେ ।

from Kanak News
via <a href="https://ifttt.com/?

ଗଞ୍ଜା ଓ ଡ୍ରଗ୍ସ ସେବନ କରି ୩ ମାସର କୁନିଛୁଆକୁ ସ୍ତନ୍ୟପାନ କରାଇଲା ମା’ । ହେଲେ କ୍ଷୀର ପିଇ ମରିଗଲା ଛୁଆ

କନକ ବ୍ୟୁରୋ : ଆମେରିକାର ଜଣେ ମହିଳାଙ୍କ ଉପରେ ଅଭିଯୋଗ ହୋଇଛି କି ମହିଳା ଜଣଙ୍କ ଗଞ୍ଜା ଓ ଡ୍ରଗ୍ସ ଭଳି ନିଶା ସେବନ କରି ନିଜର ୩ ମାସର ଶିଶୁକୁ ସ୍ତନ୍ୟପାନ କରାଇବା ଯୋଗୁଁ ଶିଶୁଟିର ମୃତ୍ୟୁ ହୋଇଛି । ଖାଲି ଅଭିଯୋଗ ହୋଇନାହିଁ ମହିଳାଙ୍କ ରକ୍ତ ପରୀକ୍ଷା ପରେ ମହିଳାଙ୍କ ରକ୍ତରୁ ପ୍ରଚୁର ମାତ୍ରାର mithemaphetamin ମିଳିଛି । ଏହି ଡ୍ରଗ୍ସକୁ ସାଧାରଣ ଭାଷାରେ କ୍ରିଷ୍ଟେଲ ମେଥ୍ କୁହାଯାଏ  ।
ଆମେରିକାର ନ୍ୟୁ ଆରୋଲିଏନ୍ସ ରେ ରହୁଥିବା ଆଣ୍ଟମ୍ ଙ୍କ ଘରେ ସେତେବେଳେ ମେଡିକାଲ ଟିମ୍ ପହଂଚିଥିଲା ଯେତେବେଳେ କି ତାଙ୍କୁୁ ଖବର ମିଳିଥିଲା କି ଆଣ୍ଟମଙ୍କ ଶିଶୁ କୌଣସି ପ୍ରତିକ୍ରିୟା ଦେଖାଉ ନାହିଁ । ଡାକ୍ତରୀ ଦଳ  ସେଠାରେ ପହଂଚି ଶିଶୁଟିକୁୁ ପରୀକ୍ଷା କରିବା ପରେ ଜଣାପଡିଲା ଯେ ଶିଶୁଟିର ମୃତ୍ୟୁ ହୋଇଯାଇଛି । ଏହା ପରେ ପୋଲିସ ପହଂଚି ଶିଶୁ ମୃତ୍ୟୁର କାରଣ ଖୋଜିଥିଲା ।

 ପୋଲିସ ନିକଟରେ ଆଣ୍ଟମ କହିଥିଲେ କି ସେ ଶିଶୁଟିକୁ ସ୍ତନ୍ୟପାନ କରାଇବା ପରେ ଶିଶୁଟିର ମୃତ୍ୟୁ ହୋଇଛି । ଏକଥା ଶୁଣି ପୋଲିସ ଟିମ୍ ବି ଚକିତ ହୋଇଯାଇଥିଲେ । କାରଣ ସଭ୍ୟତା ଆରମ୍ଭରୁ କୁହାଯାଇଛି କି ମା କ୍ଷୀର ଅମ୍ବୃତ ସମାନ । ହେଲେ ଏଠାରେ ମା’ର କ୍ଷୀର କିଭଳି ବିଷ ହୋଇଗଲା ସେନେଇ ପୋଲିସ ଓ ଡାକ୍ତରଙ୍କ ମଧ୍ୟରେ ସନ୍ଦେହ ହୋଇଥିଲା । ଏହା ପରେ ପୋଲିସ ସହାୟତାରେ ଡାକ୍ତର ମାନେ ଆଣ୍ଟମଙ୍କ କ୍ଷୀର ଓ ରକ୍ତ ପରୀକ୍ଷା କରିଥିଲେ । ଏହି ପରୀକ୍ଷାରୁ ଯେଉଁ ରିପୋର୍ଟ ଆସିଲା ତାହା ଆପଣଙ୍କୁ ଚକିତ କରିଦେବ । ରିପୋର୍ଟ ମୁତାବକ ଆଣ୍ଟମଙ୍କ ଶରୀରରେ ଭୟାନକ କ୍ରିଷ୍ଟେଲ ମେଥ୍ ର ଡୋଜ ମିଳିଥିଲା । ଏହାସହ ଆଣ୍ଟମ୍ ଗଞ୍ଜା ସେବନ କରୁଥିବା ବି ଜଣାପଡିଲା । ଏହି ରିପୋର୍ଟ ମିଳିବା ପରେ ତାଙ୍କୁ ଗିରଫ୍ କରାଯାଇଛି ।

ଏନେଇ ଆଣ୍ଟମକୁ ପୋଲିସ ପଚରା ଉଚରା କରିବା ପରେ ଆଣ୍ଟମ ସ୍ୱୀକାର କରିଛନ୍ତି କି ସେ କ୍ରିଷ୍ଟେଲ ମେଥ୍ ଓ ଗଞ୍ଜା ସେବନ କରି ଶିଶୁଟିକୁ ସ୍ତନ୍ୟପାନ କରାଇଥିଲେ । ଏହାସହ ଆଣ୍ଟମଙ୍କ ଘରୁ ବି ଗଞ୍ଜା ଓ କ୍ରିଷ୍ଟେଲ ମେଥ୍ ଜବତ କରିଛି ପୋଲିସ । ଏକ ଆନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଆମେରିକାରେ ଏହା ପ୍ରଥମ ଘଟଣା ନୁହେଁ । ଏଭଳି ଅନେକ ଘଟଣାରେ ଶିଶୁଙ୍କର ମୃତ୍ୟୁ ହୋଇଛି । ଏହା ପୂର୍ବରୁ ଜାନୁଆରୀ ମାସରେ ଜଣେ ୩୬ ବର୍ଷିୟ ମହିଳାଙ୍କୁ ଗିରଫ୍ କରାଯାଇଥିଲା । ସେ ବି କ୍ରିଷ୍ଟାଲ ମେଥ୍ ସେବନ କରିବା ପରେ ତାଙ୍କର ୨ ମାସର ଶିଶୁକୁ ସ୍ତନ୍ୟପାନ କରାଇଥିଲେ ଓ ପରେ ଶିଶୁଟିର ମୃତ୍ୟୁ ହୋଇଥିଲା ।

from Kanak News
via <a href="https://ifttt.com/?

ନୟାଗଡ ପରୀ ହତ୍ୟା ଘଟଣା: ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଂଚ ଏସଆଇଟି; ତଦନ୍ତର ଅଗ୍ରଗତି ନେଇ ଷ୍ଟାଟସ ରିପୋର୍ଟ ଦାଖଲ

କନକ ବ୍ୟୁରୋ: ନୟାଗଡ ପରୀ ମୃତ୍ୟୁ ମାମାଲାରେ ହାଇକୋର୍ଟରେ ଆଜି ଶୁଣାଣି ହୋଇଛି । ଏ ନେଇ ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିଛିି କ୍ରାଇମବ୍ରାଂଚ ଏସଆଇଟି । ମାମଲାର ପରବର୍ତୀ ଶୁଣାଣି ଆସନ୍ତା ୨୪ ତାରିଖରେ ହେବ । ଚାରିଆଡୁ ବିରୋଧ ପ୍ରଦର୍ଶନ ହେବା ପରେ ସରକାର କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

କ୍ରାଇମବ୍ରାଂଚ ଏସଆଇଚି ପକ୍ଷରୁ ଅରୁଣ ବୋଥ୍ରା ନୟାଗଡର ଯଦୁପୁରକୁ ଯାଇ ତଦନ୍ତ କରିବା ସହ କିଛି ଲୋକଙ୍କୁ ପଚରାଉଚରା କରିଥିଲେ । ଏପରିକି ଯଦୁପୁର ଗାଁର ୧୫ରୁ ୩୦ ବର୍ଷ ବୟସ୍କ ୨୮ ଯୁବକଙ୍କ ରକ୍ତ ନମୁନା ସଂଗ୍ରହ କରିଥିଲା ଏସଆଇଟି ।

ସେପଟେ, ପରୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ରାଉରକେଲାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ‌ସେ କହିଛନ୍ତି କି ଗତ ଦୁଇବର୍ଷରେ ରାଜ୍ୟରେ ୫ ହଜାରରୁ ଅଧୁକ ଶିଶୁ ନିଖୋଜ ଅଛନ୍ତି। ସରକାରଙ୍କ ଅବହେଳା ଯୋଗୁ ଶିଶୁ ନିଖୋଜ ହେବାରେ ଲାଗିଛନ୍ତି। ପରୀ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ମନ୍ତ୍ରୀ ଅରୁଣ ସାହୁ ସୁରକ୍ଷା ଦେଉଥିବା ସେ କହିଛନ୍ତି। ସମୀର ମହାନ୍ତି ପରୀ ଘଟଣାର ସିବିଆଇ ତଦନ୍ତ ସହ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛନ୍ତି।

from Kanak News
via <a href="https://ifttt.com/?

ଦୃଷ୍ଟିହୀନତା ଦୂରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ : ଏଲଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟକୁ ଅନ୍ତର୍ଜାତୀୟ ‘ଗ୍ରୀନବର୍ଗ ପୁରସ୍କାର’

କନକ ବ୍ୟୁରୋ : ଦୃଷ୍ଟିହୀନତା ଦୂର କରିବା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଏଲଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟକୁ ଅନ୍ତର୍ଜାତୀୟ ସ୍ତରର ସମ୍ମାନଜନକ ‘ଗ୍ରୀନବର୍ଗ ପୁରସ୍କାର’ । ଇନଷ୍ଟିଚ୍ୟୁଟର ପ୍ରତିଷ୍ଠାତା ଅଧ୍ୟକ୍ଷ ଡାକ୍ତର ଗୁଲ୍ଲାପାଲ୍ଲି ଏନ୍ ରାଓଙ୍କୁ ଏହି ପୁରସ୍କାର ପ୍ରଦାନ ।

‘ଦୃଷ୍ଟିହୀନତା ଦୂରୀକରଣ’ ଭଳି ଏକ ମହତ୍ ଆନ୍ଦୋଳନ ଆରମ୍ଭ କରିଥିଲେ ଡାକ୍ତର ସାନଫୋର୍ଡ ଗ୍ରୀନବର୍ଗ, ଯିଏ ମାତ୍ର ୧୯ ବର୍ଷ ବୟସରେ ନିଜ ଦୃଷ୍ଟି ଶକ୍ତି ହରାଇଥିଲେ । ଏପରିକି ତାଙ୍କ ସ୍ତ୍ରୀଙ୍କର ମଧ୍ୟ ଦୃଷ୍ଟିଶକ୍ତି ନ ଥିଲା । ଡାକ୍ତର ଗ୍ରୀନବର୍ଗ ୨୦୧୨ରେ ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅଧୀନ ୱିଲମର ଆଇ ଇନଷ୍ଟିଚ୍ୟୁଟର ପରିଚାଳନା ପରିଷଦର ଅଧ୍ୟକ୍ଷ ଥିବାବେଳେ ‘ଗ୍ରୀନବର୍ଗ ପୁରସ୍କାର’ର ଘୋଷଣା କରାଯାଇଥିଲା । ଦୃଷ୍ଟିହୀନତା ଦୂରୀକରଣ ଦିଗରେ ଅଗ୍ରଣୀ ଭୂମିକା ନେଇଥିବା ବୈଜ୍ଞାନିକ ତଥା ଡାକ୍ତରୀ କ୍ଷେତ୍ରର ମହତ୍ତ୍ବପୂର୍ଣ୍ଣ ଅବଦାନପାଇଁ ଏହି ପୁରସ୍କାର ଦିଆଯାଇଛି ।

“ଏଲଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟର ୩ ହଜାର ସଦସ୍ୟ ଥିବା ପରିବାର ତଥା ଏହାର ଶୁଭେଚ୍ଛୁଙ୍କ ପକ୍ଷରୁ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରି ମୁଁ ବେଶ୍ ଆନନ୍ଦିତ। ଆଖିର ଯତ୍ନ ନେଇଆସୁଥିବା ବିଶ୍ୱର ସମସ୍ତ ଅନୁଷ୍ଠାନ ପାଇଁ ‘ଦୃଷ୍ଟିହୀନତା ଦୂରୀକରଣ’ ଲକ୍ଷ୍ୟକୁ ହାସଲ କରିବା ଗତ ଦୁଇ ଦଶନ୍ଧି ଧରି ଏକ ସ୍ୱପ୍ନ ହୋଇ ରହିଆସିଥିଲା । ଏ ଦିଗରେ ଆମର ଅବଦାନକୁ ସ୍ୱୀକୃତି ଦେଇଥିବାରୁ ଆମେ ସାନଫୋର୍ଡ ଆଣ୍ଡ ସୁସାନ ଗ୍ରୀନବର୍ଗ ଏଣ୍ଡ ବ୍ଲାଇଣ୍ଡନେସ୍ ଫାଉଣ୍ଡେସନକୁ କୃତଜ୍ଞତା ଜଣାଉଛୁ” କହିଛନ୍ତି ଏଲଭି ପ୍ରସାଦଆଇ ଇନଷ୍ଟିଚ୍ୟୁଟର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ଗୁଲ୍ଲାପାଲ୍ଲି ଏନ୍ ରାଓ ।

ଗ୍ରୀନବର୍ଗ ପୁରସ୍କାର ପାଇଥିବା ବିଜେତାମାନେ ବୈଜ୍ଞାନିକ ଓ ଡାକ୍ତରୀ କ୍ଷେତ୍ରର ବ୍ୟକ୍ତିବିଶେଷ ଯେଉଁମାନେ ଗୋଟିଏ ଦୁର୍ବଳ ସ୍ଥିତିରେ ନିରବଚ୍ଛିନ୍ନ ସଂଗ୍ରାମ କରିବାରେ ଅଗ୍ରଣୀ ଭୂମିକା ନେଇଆସିଛନ୍ତି । ୩ ମିଲିୟନ ଡଲାର (୨୨ କୋଟି ଟଙ୍କାରୁ ଅଧିକ) ଅର୍ଥରାଶି ଦିଆଯାଉଥିବା ଗ୍ରୀନବର୍ଗ ପୁରସ୍କାର ହେଉଛି ଏକ ମିଳିତ ଉଦ୍ୟମର ଐତିହାସିକ ନିଦର୍ଶନ । ଏହି ଉଦ୍ୟମ ପଛରେ ପ୍ରତିଷ୍ଠିତ ବୈଜ୍ଞାନିକ, ବାଣିଜ୍ୟ, ରାଜନୀତି, ସଂସ୍କୃତି, କଳା, ସଙ୍ଗୀତ ଓ ମନୋରଞ୍ଜନ ଜଗତର ବିଶିଷ୍ଟ ବ୍ୟକ୍ତି ବିଶେଷ ରହିଛନ୍ତି ।

୧୯୮୭ରେ ପ୍ରତିଷ୍ଠା ହୋଇଥିବା ଏଲଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏକ ଅଗ୍ରଣୀ ଚକ୍ଷୁ ଯତ୍ନ ସେବା ପ୍ରଦାନକାରୀ ସଂସ୍ଥା । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ସହଯୋଗରେ ଏହି ସଂସ୍ଥା ଦୃଷ୍ଟିହୀନତା ଦୂରୀକରଣ ପାଇଁ କାମ କରୁଛି ଏବଂ ‘ଭିଜନ ୨୦୨୦ : ଦୃଷ୍ଟିର ଅଧିକାର’ ଭଳି କାର୍ଯ୍ୟକ୍ରମ ପାଇଁ ଏହା ଏକ ବୈଶ୍ୱିକ ଗବେଷଣା ସଂସ୍ଥା ଭାବେ ଉଭା ହୋଇଛି । ପିରାମିଡ୍ ମଡେଲରେ କାମ କରୁଥିବା ଏଲଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ ଚକ୍ଷୁ ଯତ୍ନ କ୍ଷେତ୍ରରେ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ କର୍ଣ୍ଣାଟକ ଭଳି ୪ଟି ରାଜ୍ୟର ଉପାନ୍ତ ଗ୍ରାମୀଣ ଅଂଚଳରେ ସେବା ଯୋଗାଉଛି ।

from Kanak News
via <a href="https://ifttt.com/?

ଭିଜିଲାନ୍ସ  ଜାଲରେ ଶିକ୍ଷକ : ସୁବର୍ଣ୍ଣପୁର ଡୁଙ୍ଗୁରିପାଲିରେ ଥିବା ବରଗଡର ତେଲିପାଲି ଗାଁର ଶିକ୍ଷକ ପ୍ରମୋଦ ପାଣିଗ୍ରାହୀଙ୍କ ଘରେ ଚଢାଉ

କନକ ବ୍ୟୁରୋ : ଶିକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ । ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଡୁଙ୍ଗୁରିପାଲିରେ ଥିବା ବରଗଡର ତେଲିପାଲି ଗାଁର ଶିକ୍ଷକ ପ୍ରମୋଦ ପାଣିଗ୍ରାହୀଙ୍କ ବାସଭବନରେ ଚଢାଉ ହୋଇଛି । ଏକକାଳୀନ ୩ଟି ଯାଗାରେ ରେଡ ଚାଲିଛି । ଡୁଙ୍ଗୁରିପାଲିରେ ଥିବା ଶିକ୍ଷକଙ୍କ ବାସଭବନରେ ଭିଜିଲାନ୍ସ ଛାପା ମାରିଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started