ଜେ.ପି ନଡ୍ଡାଙ୍କ ଉପରେ ଆକ୍ରମଣ ପରେ ଦିଦିଙ୍କ ଗଡରେ ପଶିବେ ଗୃହମନ୍ତ୍ରୀ ଅମିତ୍ ଶାହା । ଚଳିତ ସପ୍ତାହରେ ରହିଛି ପଶ୍ଚିମବଙ୍ଗ ଗସ୍ତ କାର୍ଯ୍ୟକ୍ରମ । ଗସ୍ତବେଳେ ଶାହାଙ୍କୁ ଭେଟିବେ ଅସନ୍ତୁଷ୍ଟ ତୃଣମୂଳ କଂଗ୍ରେସ ନେତା ଶୁଭେନ୍ଦୁ ଅଧିକାରୀ

କନକ ବ୍ୟୁରୋ : ଆଗାମୀ ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଚଳିତ ସପ୍ତାହରେ ପୁଣିଥରେ ପଶ୍ଚିମବଙ୍ଗ ଗସ୍ତ କରିବେ ବୋଲି ସୂଚନା ମିଳିଛି । ପାଖା ପାଖି ୪୦ ଦିନ ପୂର୍ବରୁ ଶାହା ପଶ୍ଚିମବଙ୍ଗ ଗସ୍ତ କରିଥିଲେ । ଏହି ସମୟରେ ରାଜ୍ୟରେ ଥିବା ମୋଟ ୨୯୪ ବିଧାନସଭା ଆସନରୁ ୨୦୦ ଆସନ ବିଜେପି ହାତେଇବ ବୋଲି କହି ନିର୍ବାଚନ ଅଭିଯାନ ଆରମ୍ଭ କରିଥିଲେ । ଅନ୍ୟପଟେ କୁହାଯାଉଛି କି ଶାହାଙ୍କର ଏହି ଗସ୍ତ ସମୟରେ ଟିଏମସିର ଅସନ୍ତୁଷ୍ଟ ନେତା ଶୁଭେନ୍ଦୁ ଅଧିକାରୀ ତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ମିଳିଥିବା ସୂଚନା ମୁତାବକ ଗୃହମନ୍ତ୍ରୀ ଅମିତ ଶାହା ୧୯ ଡସେମ୍ବର ଦିନ ପଶ୍ଚିମବଙ୍ଗରେ ପହଂଚିବେ । ସେ ପ୍ରଥମେ ପଶ୍ଚିମବଙ୍ଗର ଗ୍ରାମାଞ୍ଚଳ କୁହାଯାଉଥିବା ମେଦିନାପୁର ରେ ରାଲି କରିବେ । ଏହିଠାରେ ହିଁ ଶାହାଙ୍କୁ ଶୁଭେନ୍ଦୁ ଅଧିକାରୀ ଭେଟ କରିବେ । ଏହା ପୂର୍ବରୁ ଦଳର କର୍ମକର୍ତ୍ତା ମାନଙ୍କ ଦ୍ୱାରା ସଭା ପାଇଁ ଏକ ଷ୍ଟାଡିୟମକୁ ବାଛିଥିଲେ । କିନ୍ତୁ ଏବେକାର ସୂଚନା ମୁତାବକ ଏକ ଖୋଲା ପଡିଆରେ ସଭାର ଆୟୋଜନ କରାଯାଉଛି । ଶୁଭେନ୍ଦୁ ଅଧିକାରୀ ନନ୍ଦୀଗ୍ରାମ ବିଧାନସଭାରୁ ଏବେ ତୃରମୁଳ କଂଗ୍ରେସ ପକ୍ଷରୁ ବିଧାୟକ ରହିଛନ୍ତି । ଏହା ସହ ସେ ମମତା ସରକାରରେ ପରବହନ ମନ୍ତ୍ରୀ ମଧ୍ୟ ଥିଲେ । ୨୭ ନଭେମ୍ବର ଦିନ ଶୁଭେନ୍ଦୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସେ ଇସ୍ତଫା ଦେବା ପରେ ଅନୁମାନ କରାଯାଉଛି କି ସେ ବିଜେପିରେ ଯୋଗ ଦେଇ ପାରନ୍ତି ।

ଲୋକ ମାନଙ୍କର ଆଲୋଚନା ଭିତରେ ମଙ୍ଗଳବାର ଶୁଭେନ୍ଦୁ ଅଧିକାରୀ କହିଛନ୍ତି କି ସମ୍ବିଧାନ କହିଛି କି ଗଣତନ୍ତ୍ର ଲୋକଙ୍କ ଦ୍ୱାରା, ଲୋକକଙ୍କର ଓ ଲୋକଙ୍କ ପାଇଁ ହେଲେ ପଶ୍ଚିମବଙ୍ଗ ସରକାରଙ୍କ ନିକଟରେ ଏବେ ଗଣତନ୍ତ୍ର ପାର୍ଟି ପାଇଁ , ପାର୍ଟି ଦ୍ୱାରା ଓ ପାର୍ଟିଙ୍କର ହୋଇଯାଇଛି । ସେ ବ୍ୟକ୍ତଗତ ଆକ୍ରମଣରେ ବିଶ୍ୱାସ କରନ୍ତି ନାହିଁ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି କି ୨୭ ତାରିଖ ପରେ ମୋତେ ବହୁତ ଲୋକ ଗାଳି କରୁଛନ୍ତି । ବହୁ ବଡ ବଡ ପଦପଦବୀରେ ବସିଥିବା ଲୋକମାନେ ମୋ ଉପରେ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି ହେଲେ ସେହିମାନଙ୍କୁ ମୁଁ ଖୁବ୍ କମ ଦିନ ମଧ୍ୟରେ ଜବାବ୍ ଦେବାକୁ ପ୍ରସ୍ତୁତ ହେଉଛି ।

from Kanak News
via <a href="https://ifttt.com/?

ଥମୁନି ଚାଷୀ ଆନ୍ଦୋଳନ : ଆନ୍ଦୋଳନ ଯୋଗୁ ଅର୍ଥନୀତି ସଂକଟରେ; ଦିନକୁ କ୍ଷତି ହେଉଛି ୩୫ ଶହ କୋଟି

କନକ ବ୍ୟୁରୋ : କୃଷକ ଆନ୍ଦୋଳନ ଯୋଗୁଁ ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି । ଏହା କହିଛି ବାଣିଜ୍ୟ ଓ ଶିଳ୍ପ ସଂସ୍ଥ. ଆସୋଚାମ । ଆସୋଚାମର କହିବା ଅନୁସାରେ,  ଆନ୍ଦୋଳନ ଯୋଗୁଁ ଦେଶର ଅର୍ଥନୀତି ଗଭୀର ପ୍ରଭାବିତ ହୋଇଛି ।  ଦିନକୁ  ପ୍ରାୟ ୩୫ ଶହ କୋଟି କ୍ଷତି ହେଉଛି ।  କୃଷକଙ୍କ ଆନ୍ଦୋଳନ ପ୍ରାୟ ୩ ସପ୍ତାହ ହେଲା ଚାଲିଛି । ଆଉ ୨୧ ଦିନରେ  ୭୫ ହଜାର କୋଟି ଟଙ୍କା କ୍ଷତି ସହିବାକୁ ପଡିଲାଣି । କୃଷି ଆଇନ ନେଇ ଆନ୍ଦୋଳନ ଚାଲିଥିବାକୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।  ସରକାର ଓ ଚାଷୀ ନିଜ ନିଜ ଆନ୍ଦୋଳନରେ ଅଟଳ ରହିଛନ୍ତି । ଫଳରେ ଆନ୍ଦୋଳନ ପ୍ରତ୍ୟାହାର ବର୍ତମାନ କମ ଦେଖାଯାଉଛି । ବିଶେଷକରି ଉତରଭାରତ ଏହାଦ୍ୱାରା ଗଭୀର ପ୍ରଭାବିତ ହୋଇଛି । ପଞ୍ଜାବ, ହରିୟାଣାଓ ହିମାଚଳ ଅର୍ଥନୀତି ଉପରେ ଏହି ଆନ୍ଦୋଳନର ଗଭୀର ପ୍ରଭାବ ପଡିଛି ।

ସେପଟେ ଚାଷୀ ଆନ୍ଦୋଳନକୁ ନେଇ ଆଜି ସୁପ୍ରିମକୋର୍ଟରେ ବି ଶୁଣାଣି ହେବ ।  ପ୍ରଧାନବିଚାରପତିଙ୍କ ସମେତ ୩ ଜଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିବେ । ଚାଷୀ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟରେ ୩ଟି ମାମଲା ଦାୟର ହୋଇଛି । ଗୋଟିଏ ଆବେଦନରେ ଆନ୍ଦୋଳନ ବନ୍ଦ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି । ଏହି ଆବେଦନରେ କୁହାଯାଇଛି ଯେ, ଏଭଳି ଆନ୍ଦୋଳନ ଦ୍ୱାରା କରୋନା ସଂକ୍ରମଣ ବଢିବା ସମ୍ଭାବନା ରହିଛି ।  ଜୁରୀର କାଳୀନ ସେବା ବି ବାଧାପ୍ରାପ୍ତ ହେଉଛି ।  ଅନ୍ୟ ଏକ ଆବେଦନରେ କୃଷକଙ୍କ ଦାବି ଉପରେ ବିଚାର କରିବାକୁ କୋର୍ଟ ଦିଅନ୍ତୁ ବୋଲି ଅନୁରୋଧ କରାଯାଇଛି ।

from Kanak News
via <a href="https://ifttt.com/?

ଆଜି ଭାରତ ପାଳୁଛି ବିଜୟ ଦିବସ : କାହିଁକି ପାଳନ ହୁଏ ବିଜୟ ଦିବସ ? ଜାଣନ୍ତୁ କ’ଣ ରହିଛି ପୂରା ଘଟଣା ?

କନକ ବ୍ୟୁରୋ : ଆଜି ଭାରତ ପାଳୁଛି ବିଜୟ ଦିବସ । କାରଣ ଏହି ଦିନ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିଲା ଯୁଦ୍ଧ । ଆଉ ଏହି ଯୁଦ୍ଧରେ ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଥିଲା ଭାରତ । ୧୯୭୧ ମସିହା ଡିସେମ୍ବର ୧୬ ତାରିଖରେ ୯୩ ହଜାର ପାକିସ୍ତାନୀ ସୈନିକ ଭାରତୀୟ ସେନାଙ୍କ ପାଖରେ କରିଥିଲେ ଆତ୍ମସମର୍ପଣ । ଏହି ଯୁଦ୍ଧ ଭାରତ ପାଇଁ ଥିଲା ଐତିହାସିକ । କେବଳ ଭାରତ ପାଇଁ ନୁହେଁ ବାଂଲାଦେଶ ପାଇଁ ମଧ୍ୟ ଐତିହାସିକ ଥିଲା । କାରଣ ଏହି ଯୁଦ୍ଧର ଫଳାଫଳରେ ଗଠନ ହୋଇଥିଲା ବାଂଲାଦେଶ । ଯୁଦ୍ଧରେ ଭାରତୀୟ ସୈନିକଙ୍କ ବୀରତା, ଅଦମ୍ୟ ସାହସିକତାକୁ ବର୍ତ୍ତମାନ ଯାଏଁ ମଧ୍ୟ ମନେ ରଖିଛନ୍ତି ଦେଶବାସୀ ।

ପୂର୍ବ ପାକିସ୍ତାନ ଯାହାର ବର୍ତ୍ତମାନର ନାଁ ବାଂଲାଦେଶ । ପୂର୍ବ ପାକିସ୍ତାନର ଭାଷା ଓ ସଂସ୍କୃତିକୁ ବିରୋଧ କରୁଥିଲା ପାକିସ୍ତାନ ଆଉ ତାଙ୍କ ଉପରେ କରୁଥିଲା ଅତ୍ୟାଚାର । ହେଲେ ଏହି ଅତ୍ୟାଚାର ବିରୋଧରେ ସ୍ୱର ଉଠାଇଥିଲେ ପୂର୍ବ ପାକିସ୍ତାନୀ । ଫଳରେ ୧୯୭୧ ମସିହାରେ ପୂର୍ବ ପାକିସ୍ତାନର ଲୋକଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲା ପାକିସ୍ତାନ ସେନା ।

ଫଳରେ ପୂର୍ବ ପାକିସ୍ତାନରେ ଆରମ୍ଭ ହୋଇଥିଲା ନରସଂହାର । ଆଉ ଭୟରେ ଲୋକମାନେ ପୂର୍ବ ପାକିସ୍ତାନ ସୀମାକୁ ଲାଗିଥିବା ଭାରତୀୟ ରାଜ୍ୟ ଗୁଡିକୁ ଚାଲିଆସିଥିଲେ । ପ୍ରାୟ ୧୦ ଲକ୍ଷ ଶରଣାର୍ଥୀ ଭାରତ ଭିତରକୁ ଚାଲି ଆସିଥିବା ଖବର ପାଇଥିଲା ଭାରତ । ଏହି ଖବର ପାଇବା ପରେ ଭାରତୀୟ ସେନାଙ୍କୁ ଯୁଦ୍ଧ ପାଇଁ ନିର୍ଦ୍ଦେଶ ଦେଇଥିଲେ ତତ୍କାଳୀନ ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ । ଏହାସହ ଅନ୍ତରଷ୍ଟ୍ରୀୟ ସ୍ତରରେ ମଧ୍ୟ ପାକିସ୍ତାନ ଉପରେ ଚାପ ପକାଇଥିଲା ଭାରତ ।

ପାକିସ୍ତାନର ପୂର୍ବ ପାକିସ୍ତାନ ଉପରେ ଏଭଳି ଆକ୍ରମଣ ଯୋଗୁଁ ଭାରତର କେତେକ ରାଜ୍ୟରେ ଶାନ୍ତି ଭଙ୍ଗ ହେଉଥିଲା । ଧିରେ ଧିରେ ପୂର୍ବ ପାକିସ୍ତାନରେ ସ୍ଥିତି ଅତି ଗମ୍ଭୀର ହେବାର ଲାଗିଥିଲା । ପୋଲିସ, ପାରାମିଲିଟୀରୀ ଫୋର୍ସ, ଇଷ୍ଟ ବଙ୍ଗାଲ ରେଜିମେଣ୍ଟର ସୈନିକ ମାନେ ପୂର୍ବ ପାକିସ୍ତାନକୁ ସ୍ୱାଧୀନ ଘୋଷଣା କରି ପାକିସ୍ତାନ ବିପକ୍ଷରେ ଯୁଦ୍ଧ ଆରମ୍ଭ କରିଥିଲେ । ଏଥିରେ ଭାରତ ମଧ୍ୟ ସାହାଯ୍ୟ କରିଥିଲା । ଆଉ ସେଠାକାର ଲୋକଙ୍କୁ ସେନାର ଟ୍ରେନିଂ ମଧ୍ୟ ଦେଇଥିଲା । ଯାହା ଫଳରେ ସେଠାରେ ମୁକ୍ତି ବାହିନୀ ସେନା ଜନ୍ମ ନେଇଥିଲା ।

ଏହାର ବଦଲା ନେବା ପାଇଁ ପାକିସ୍ତାନର କେତକ ବିମାନ ୩ ଡିସେମ୍ବର ୧୯୭୧ରେ ଭାରତର କିଛି ସ୍ଥାନରେ ଆକ୍ରମଣ କରିଥିଲା । ଯାହା ଫଳରେ ଭାରତ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଥିଲା ଯୁଦ୍ଧ । ଏହାପରେ ଭାରତ ଅପରେସନ ଟ୍ରାଇଡେଣ୍ଡ ଆରମ୍ଭ କରିଥିଲା । ଏହାଦ୍ୱାରା ୫ ଡିସେମ୍ବର ୧୯୭୧ରେ ଭାରତୀୟ ନୌସେନା କରାଚୀରେ ଥିବା ପାକିସ୍ତାନୀ ନାଭି ହେକ୍ୱାଟରକୁ ବୋମା ମାଡ କରିଥିଲେ । ଏହାପରେ ଭାରତ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଥିଲା ଘମାଘୋଟ ଯୁଦ୍ଧ । ପରେ ପାକିସ୍ତାନୀ ସେନାଙ୍କୁ ନିଜ କବଜାରେ ଆଣିଥିଲା ଭାରତ । ଶେଷରେ ଆତ୍ମସମର୍ପଣ କରିବାକୁ ପାକିସ୍ତାନ ସେନା ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଥିଲେ ତତ୍କାଳୀନ ଭାରତୀୟ ସେନା ମୁଖ୍ୟ ମାଣିକସା ।

ଏହାପରେ ପାକିସ୍ତାନର ୯୩ ହଜାର ସୈନିକ ଭାରତୀୟ ସେନାଙ୍କ ପାଖରେ ଆତ୍ମସମର୍ପଣ କରିଥିଲେ । ଏହି ଯୁଦ୍ଧରେ ପ୍ରାୟ ୩ ହଜାର ୯୦୦ ସୈନିକ ସହିଦ ହୋଇଥିଲେ । ଏହାସହ ୯ ହଜାର ୮୫୧ ଜଣ ସୈନିକ ଆହତ ହୋଇଥିଲେ । ଯୁଦ୍ଧରେ ବିଜୟୀ ହେବା ପରେ ପୂର୍ବ ପାକିସ୍ତାନକୁ ବାଂଲାଦେଶ ଭାବେ ଗଠନ କରାଯାଇଥିଲା । ପାକିସ୍ତାନ ଉପରେ ଭାରତର ଏହି ଐତିହାସିକ ଯୁଦ୍ଧକୁ ବିଜୟ ଦିବସ ଭାବେ ପାଳନ କରାଯାଏ ।

from Kanak News
via <a href="https://ifttt.com/?

ବୟସ ମାତ୍ର ୩ ବର୍ଷ: ହେଲେ କୁନି ଝିଅ ମୁହଁରେ ରହିଛି ୧୫୦ ଦେଶର ନାଁ; ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଖୋର୍ଦ୍ଧାର ସୋହିନୀ ଦାସ

କନକ ବ୍ୟୁରୋ: ବୟସ ମାତ୍ର ସାଢେ ୩ ବର୍ଷ । ହେଲେ ୧୫୦ ଦେଶର ନାଁ ରହିଛି ଏହି କୁନି ଝିଅ ମୁହଁରେ । ଖୋର୍ଦ୍ଧା କାଇମାଟିଆର କମଳେନ୍ଦୁ ନାୟକ ଓ ରଂଜନା ରାଣୀ ଦାସଙ୍କ ଝିଅ ସୋହିନି ଦାସ । ମାତ୍ର ୩ ବର୍ଷ ବୟସରେ ୧୫୦ ଦେଶର ନାଁ ମନେ ରଖି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ।

ଯେଉଁ ବୟସ ରେ ଖନି ଖନୀ କଥା ଆଉ ଠୁକୁ ଠୁକୁ ଚାଲି ଶିଖିବା କଥା ସେହି ବୟସ ରେ ଗୌରବ ଆଣିଛନ୍ତି ସୋହାନି।ପାଇଛନ୍ତି ଇଣ୍ଡିଆ ବୁକ ଅଫ ରେକର୍ଡ ର ମାନପତ୍ର।ଖୋର୍ଦ୍ଧା ଜିଲା କାଇମାଟିଆ ଜେନେକ୍ସ ଭାଲି ରେ ରୁହନ୍ତି ରଂଜନା ରାଣୀ ଦାସ,ଆଉ କମଳେନ୍ଦୁ ନାୟକ ,ତାଙ୍କର ଏକ ମାତ୍ର ଝିଅ ସୋହିନି । ଯେକୌଣସି ଦେଶର ଜାତୀୟ ପତାକା ର ଚିତ୍ର ଦେଖି ଦେଶ ର ନା ଅତି ଅନାୟସ କହିପାରେ ସୋହିନି।ତାସହ ମହାଦେଶ,ସୌରମଣ୍ଡଳ,ପଶୁ,ପକ୍ଷୀ ଫଳ,ଆଉ ବଡର ଦେଖି ବିଭିନ ଦେଶ ର ନାକୁ ସହଜ ରେ ଚିହିଁ ପରେ।ଆଉ ଏହି ବିରଳ କୃତିତ୍ୱ ପାଇଁ ମିଳିଛି ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନ।

ପିଲାଟି ବୟସରୁ ପ୍ରତ୍ୟେକ ଜିନିଷକୁ ଭଲକରି ଜାଣିବାର ଜିଗ୍ୟାଂସା ରଖୁଥାନ୍ତି ସୋହିନୀ । ମାଆ ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ହୋଇଥିବାରୁ ଏହି ସବୁ ଜିନିଷ ତାଙ୍କୁ ଶିଖିବାରେ ସୁଯୋଗ ଦେଇଥାନ୍ତି । ସୋହିନୀ ଦେଢ ବର୍ଷ ହୋଇଥିବା ଜେଜେ ମାଆଙ୍କ ପାଖ ବେଳେ ତାଙ୍କ ମା ବିଦେଶକୁ ରିସର୍ଚ କରିବାକୁ ଯାଇଥିଲେ । ଆଉ ଫେରିବା ପରେ ଛୁଆର ବିଭିନ୍ନ ଦେଶ ବିଷୟରେ ଜାଣିବାର ଇଚ୍ଚା ଦେଖି ତାଙ୍କୁ ସହଯୋଗ କରିଥିଲେ ।

from Kanak News
via <a href="https://ifttt.com/?

ସ୍ତମ୍ଭକାର ରୁଦ୍ର ପ୍ରସନ୍ନ ରଥଙ୍କୁ ଜାତୀୟ ଲାଡଲି ମିଡିଆ ସମ୍ମାନ

କନକ ବ୍ୟୁରୋ : ଯୁବ ସ୍ତମ୍ଭକାର ରୁଦ୍ର ପ୍ରସନ୍ନ ରଥଙ୍କୁ ମିଳିଛି ଜାତୀୟ ଲାଡଲି ମିଡିଆ ସମ୍ମାନ । ସାମାଜିକ ଲିଙ୍ଗଗତ ସମସ୍ୟା ଓ ଏହାକୁ ଦୂର କରିବାକୁ ଚେଷ୍ଟା କରୁଥିବା ଜାତୀୟ ସ୍ତରର ସାଂବାଦିକମାନଙ୍କ ମଧ୍ୟରେ ୧୦ ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ପପୁଲେସନ ଫାଷ୍ଟ ଏବଂ ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠି ଦ୍ୱାରା ଦିଆଯାଉଥିବା ଏହି ପୁରସ୍କାର ଚଳିତ ବର୍ଷ ୧୦ ବର୍ଷରେ ପଦାର୍ପଣ କରିଛି । ଏହି ପୁରସ୍କାର ପାଇଁ ଚଳିତ ବର୍ଷ ୧୧ ଶହରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ ।

from Kanak News
via <a href="https://ifttt.com/?

ପରୀ ପାଇଁ ପଟିଆରୁ ନବୀନ ନିବାସ ଯାଏଁ ସାଇକେଲ ରାଲି : ନିଖୋଜ ଝିଅଙ୍କୁ ଖୋଜି ବାହାର କରିବାକୁ ଓସିନର ଦାବି

କନକ ବ୍ୟୁରୋ : ପରୀ ପାଇଁ ସାଇକେଲ ରାଲି । ନିଆରା ଢଙ୍ଗରେ ତାଙ୍କର ଦାବି ରଖିବାକୁ ଯାଇ କୁନି ବୟସରେ କୁନି କୁନି ନିଖୋଜ ଝିଅଙ୍କୁ ତୁରନ୍ତ ଖୋଜି ବାହାର କରିବାକୁ ଦାବି କରିଛନ୍ତି ୭ ବର୍ଷର ଝିଅ ଓସିନ୍ । ମୁଣ୍ଡରେ ହେଲମେଟ୍ ପିନ୍ଧି ରାଜଧାନୀରେ ପରୀ ପାଇଁ ପଟିଆରୁ ନବିନ୍ ନିବାସକୁ ସାଇକେଲ ଯାତ୍ରା କରିଛନ୍ତି ୭ ବର୍ଷର ଝିଅ ଓସିନ ଏବଂ ୧୦ ବର୍ଷର ଆର୍ଯ୍ୟାଦିତ୍ୟ । ରାଜଧାନୀର ଦୁଇଟି ଘରୋଇ ସ୍କୁଲରେ ପାଠ ପଢୁଥିବା ଏହି ଦୁଇ କୁନି ପିଲା ପରୀ, ପିହୁ ଓ ସ୍ୱାତୀ ଭଳି ନିଖୋଜ ଝିଅଙ୍କୁ ଖୋଜି ବାହାର କରିବାକୁ ଦାବି କରିଛନ୍ତି । ପରୀକୁ ନ୍ୟାୟ ଦେବାକୁ ସେମାନେ ଜଷ୍ଟିସ୍ ଫର ପରୀ ନାଁରେ ଏକ ୱେବସାଇଟ୍ ମଧ୍ୟ ଖୋଲିଛନ୍ତି ।

from Kanak News
via <a href="https://ifttt.com/?

ଟେବୁଲରେ ବିତୁଛି ଜୀବନ: ୨୨ ବର୍ଷ ହେଲା ୩ ହାତର ଟେବୁଲ ସାଜିଛି ୨୨ ବର୍ଷ ଝିଅର ଘର ଠିକଣା; ମାଆ ଚାଲିଯିବା ପରେ ଦିବ୍ୟାଙ୍ଗ ଝିଅର ଭରସା କେବଳ ବାପା

କନକ ବ୍ୟୁରୋ: ୩ ହାତର ଟେବୁଲ ସାଜିଛି ୨୨ ବର୍ଷ ଝିଅର ଘର ଠିକଣା । ବର୍ଷେ କି ୨ ବର୍ଷ ନୁହଁ ଦୀର୍ଘ ୨୨ ବର୍ଷ ହେଲା ଗୋଟିଏ ଟେବୁଲ ଉପରେ କଟୁଛି ଝିଅର ଜୀବନ । ମାଆ ଚାଲିଯିବା ପରେ ଦିବ୍ୟାଙ୍ଗ ଝିଅର ଭରସା କେବଳ ବାପା । ଏପଟେ ଝିଅର ଦାୟିତ୍ୱ, ସେପଟେ ପରିବାର ଚଳାଇବାର ବୋଝକୁ ବୋହୁଥିବା ଟି ମୋହନ ରାଓଙ୍କ ପାଇଁ ସରକାରୀ ଯୋଜନା କିନ୍ତୁ ଅପହଁଚ ।

ଅଙ୍କା ବଙ୍କା ଶରୀର । ଯେଉଁଠିକୁ ଧରିଲେ ସେହିଠି ଭାଙ୍ଗି ଯାଉଛି । ଆଉ ଆପେ ଆପେ ମଧ୍ୟ ଯୋଡ଼ି ହୋଇଯାଉଛି । ଏପରି ସ୍ଥିତିରେ ଏବେ ଜୀବନର ଭରସା ପାଲଟିଛି ଗୋଟିଏ ୩ ଫୁଟ ଲଂବର ଟେବୁଲ । ଏହି ଠାରେ ଖାଇବା , ଏହି ଠାରେ ପିଇବା, ସ୍ନାନ ଶୌଚ ସବୁ କିଛି ଏହି ଟେବୁଲ ଉପରେ । ଟେବୁଲ ଉପରେ ଶୋଇ ରହିଥିବା ଏହି ଯୁବତୀ ହେଉଛନ୍ତି ଜୟପୁର ସହରର ସତିଗୁଡ଼ା ଗାଁଆର ସ୍ୱାତୀ ରାଓ । ପିଲାଟି ଦିନରୁ ଅବସ୍ଥା ଏହି ପରି । ନା ନିଜେ ଚାଲି ପାରୁଛି, ନା ନିଜ ହାତରେ ଖାଇପାରୁଛି । ସବୁ କିଛି ପାଇଁ ପର ଉପରେ ଭରସା । ଝିଅର ଏପରି ଅବସ୍ଥା ଭିତରେ ଅନେକ ଦିନରୁ ଆରପାରିକୁ ଚାଲିଗଲାଣି ମାଆ । ଏବେ ସବୁ ଦାୟୀତ୍ୱ ତୁଲାଉଛନ୍ତି ବାପା ।

ତେବେ ଜନ୍ମରୁ ସବୁକିଛି ଠିକ୍ ଥିଲା । ଏକ ବର୍ଷ ପରେ ଧିରେ ଧିରେ ଦେଖା ଦେଇଥିଲା ସମସ୍ୟା । ୨୨ ବର୍ଷ ମଧ୍ୟରେ ବହୁ ସ୍ଥାନକୁ ନେଇ ଝିଅର ଚିକିତ୍ସା କରାଇ ସର୍ବସ୍ୱାନ୍ତ ହୋଇସାରିଲେଣି ପରିବାର । କିଛି ସୁଫଳ ମିଳିନି । ଏବେ ପରିବାର ନିକଟରେ ଘର ନାହିଁ । ବାପା ମୁଲ ଲାଗିଲେ ଘର ଚଳିବ । ଗରିବ ଲୋକଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି । କିନ୍ତୁ ଏସବୁ ସ୍ୱାତୀର ଅଭାବି ପରିବାର ପାଇଁ ଅପହଁଚ ।

from Kanak News
via <a href="https://ifttt.com/?

ଧାନ ବିକ୍ରି ନହୋଇପାରି ମଣ୍ଡିରେ ପଡିରହିଛି ଲକ୍ଷାଧିକ ଟଙ୍କାର ଧାନ ବସ୍ତା: ଆସୁନାହାନ୍ତି ମିଲର, ଶୀତ କାକରରେ ରାତି ବିତାଉଛନ୍ତି କୁଚିଣ୍ଡା ଚାଷୀ

କନକ ବ୍ୟୁରୋ: ମଣ୍ଡରେ ପଡିରହିଛି ବସ୍ତା ବସ୍ତା ଧାନ । ହେଲେ ଆସୁନାହାନ୍ତି ମିଲର । ଫଳରେ ଶୀତ କାକରରେ ମଣ୍ଡିରେ ପଡିରହୁଛନ୍ତି ଚାଷୀ । ଟୋକନ ପାଇଲା ପରେ ମଣ୍ଡିକୁ ଧାନ ଆଣିଲେ ଚାଷୀ । ହେଲେ ଧାନ ବିକ୍ରି ହୋଇନପାରି ବିଭିନ୍ନ ମଣ୍ଡିରେ ପଡିରହିଥିବା ବେଳେ ଏବେ ବିଭିନ୍ନ ସମସ୍ୟା ଓ ଚିନ୍ତାରେ କୁଚିଣ୍ଡା ଉପଖଣ୍ଡର ଶହ ଶହ ଚାଷୀ । ଧାନ ନେବାକୁ ଆସୁନାହାଁନ୍ତି ମିଲର । ପ୍ରଥମରୁ କଟନି ଛଟନି ବିବାଦ ଲାଗିରହିଥିବା ବେଳେ ଏବେ ମିଲର ଙ୍କ ମନମାନି ଓ ପ୍ରଶାସନର ଉଦାସିନତା ଯୋଗୁଁ ଉପଖଣ୍ଡର ଅନେକ ମଣ୍ଡିରେ ପ୍ରାୟ ତିନି ଲକ୍ଷ ରୁ ଉର୍ଦ୍ଧ ଧାନ ବସ୍ତା ପଡିରହିଛି । ଆଉ ତାକୁ ଜଗିବାକୁ ରାତିସାରା ଉଜାଗର ରହୁଛନ୍ତି ଚାଷୀ ।

ସେହଭିଳି ବରଗଡ ପଦ୍ମପୁର ଉପଖଣ୍ଡରେ ବି ଚାଷୀଙ୍କ ଚିନ୍ତା ବଢାଇଛି ମଣ୍ଡି ସମସ୍ୟା । ପାଇକମାଳ ବ୍ଲକ ବୁକୁରାମୁଣ୍ଡା ଧାନ ମଣ୍ଡିରେ ଖୋଲା ଆକାଶ ତଳେ ପଡିରହିଛି ପ୍ରାୟ ପଶିଚି ହଜାର ବସ୍ତା ଧାନ । ଚାଷୀ ଧାନ ବିକି ଦୁଇ ପଇସା ରୋଜଗାର କରିବା ଉଦେଶ୍ୟରେ ମଣ୍ଡିକୁ ଆଣିଛନ୍ତି । କିନ୍ତୁ ମିଲର ଓ ମଣ୍ଡି ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ମାସ ମାସ ଧରି ବିକ୍ରୀ ହୋଇପାରୁନାହିଁ, ମଣ୍ଡିରେ ପଡି ରହିଛି । ଟୋକନର ବୈଧତା ଗୋଟିଏ ମାସ ଥିବା ବେଳେ ମାସ ପୁରିଗଲେ ଧାନ ବିକ୍ରିରେ ସମସ୍ୟା ହେବ, ତେଣୁ ଚାଷୀ ବାଧ୍ୟ ହୋଇ କମ ଦରରେ ଧାନ ଦଲାଲକୁ ବିକ୍ରୀ କରୁଥିବା ଅଭିଯୋଗ କରିଛନ୍ତି ।

from Kanak News
via <a href="https://ifttt.com/?

ପାହାଡି ଗାଁରେ ପହଞ୍ଚିଲା ମେଡିକାଲ ଦଳ: ୪ ଘଂଟା ଚାଲି ଚାଲି ଯାଇ ମାଓ ଇଲାକାରେ ଗାଁ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କଲେ ମେଡିକାଲ ଟିମ

କନକ ବ୍ୟୁରୋ: ପାଦରେ ଚାଲି ଚାଲି ୪ ଘଂଟା ପରେ ମାଓ ଇଲାକାରେ ପହଂଚିଲେ । ଗାଁରେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ବି ଯୋଗାଇଲେ । ୮ କିମି ର ପାହାଡି ରାସ୍ତାରେ ଅତିକ୍ରମ କରି ଗାଁରେ ପହଂଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛି ମେଡିକାଲ ଟିମ୍ । ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ମାଓଦୁର୍ଗ ଦଣ୍ଡିପଦର ଠାରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ଫେରିଛନ୍ତି ମାଥିଲିର ସ୍ୱତନ୍ତ୍ର ମେଡିକାଲ ଟିମ୍ । ମାଥିଲି ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅମୀୟ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ୧୦ ଜଣିଆ ଟିମ୍ କରି ପାହାଡି ଗାଁରେ ସ୍ୱାସ୍ଥ୍ୟ କ୍ୟାମ୍ପ କରାଯାଇଛି । ଘଂଚ ଜଙ୍ଗଲ ଓ ପାହାଡି ରାସ୍ତାକୁ ଅତିକ୍ରମ କରି ଦଣ୍ଡିପଦରରେ ସ୍ୱାସ୍ଥ୍ୟ ସଚେତନ କରିଛନ୍ତି ।

ଲୋକଙ୍କ ବିଭିନ୍ନ ରୋଗର ପରୀକ୍ଷା କରି ଔଷଧ ଯୋଗାଇଛି ଟିମ୍ । ମ୍ୟାଲେରିଆ , ନିମୋନିଆ ଭଳି ବିଭିନ୍ନ ରୋଗ ସମ୍ପର୍କରେ ଲୋକଙ୍କୁ ପଚାରି ବୁଝି ରକ୍ତ ପରୀକ୍ଷା କରାଯାଇଛି । ଓଡିଶା–ଛତିଶଗଡ ର ମାଥିଲି ଅଂଚଳ ର ତୁଳସୀ ଓ ଦଣ୍ଡିପଦରର ମାଓଗଡ ଭାବେ ପରିଚିତ । କୈଣସି ଲୋକେ ମାଓଭୟ ଯୋଗୁ ତଳକୁ ଆସନ୍ତି ନାହିଁ । ପାହାଡ ଉପରେ ହିଁ ଭରସା କରି ରହି ଆସିଥାନ୍ତି ଲାଲଗଡର ନରୀହ ଆଦିବାସୀ । ତେବେ ସେମାନଙ୍କ ନିକଟକୁ ଯାଇ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଉଦ୍ୟମ ଅରମ୍ଭ କରି ମାଥିଲି ସ୍ୱାସ୍ଥ ଟିମ୍ । ଡାକ୍ତରଙ୍କ ସମେତ ସୁପରଭାଇଜର , ଆଶା ଏବଂ ଅଙ୍ଗନଓାଡି ଦିଦିମାନେ ମଧ୍ୟ ଏହି ଟିମ୍ ରେ ସାମିଲ ଥିଲେ ।

from Kanak News
via <a href="https://ifttt.com/?

ଭାରତ-ପାକ୍ ୧୯୭୧ ଯୁଦ୍ଧର ୫୦ ବର୍ଷ ପୂର୍ତ୍ତି : ବିଜୟ ଦିବସ ଅବସରରେ ବିଜୟ ଜ୍ୟୋତି ଯାତ୍ରାରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ୧୯୭୧ ଭାରତ-ପାକ୍ ଯୁଦ୍ଧକୁ ବିତିଛି ୫୦ ବର୍ଷ । ଏହା ସେହି ଯୁଦ୍ଧ ଥିଲା ଯେଉଁଥିଲେ ବିଶ୍ୱ ମାନଚିତ୍ରରେ ବାଲାଂଦେଶ ନାମକ ଏକ ଦେଶ ଜନ୍ମ ନେଇଥିଲା । ଏହି ଯୁଦ୍ଧରେ ପାକିସ୍ତାନକୁ ସବକ ଶିଖାଇଥିଲା ଭାରତ । ଯୁଦ୍ଧରେ ଶୋଚନୀୟ ପରାଜୟ ବରଣ କରିଥିଲା ଇସଲାମାବାଦ । ପାକିସ୍ତାନର ୯୩ ହଜାର ସୈନ୍ୟ ଭାରତ ଆଗରେ ଆତ୍ମସମର୍ପଣ କରିଥିଲେ । ଏହି ଯୁଦ୍ଧକୁ ପୂରିଛି ୫୦ ବର୍ଷ । ଏଥିପାଇଁ ପ୍ରତ୍ୟେକ ବର୍ଷ ଡିସେମ୍ବର ୧୬କୁ ବିଜୟ ଦିବସ ଭାବେ ପାଳନ କରାଯାଉଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଦିଲ୍ଲୀର ନ୍ୟାସନାଲ ୱାର ମୋମୋରିଆଲରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ । ଏହା ସହ ସେ ୪ ସ୍ୱର୍ଣ୍ଣିମ ବିଜୟ ମଶାଲ ପ୍ରଜ୍ୱଳିତ କରିବେ । ଏହି ମଶାଲ ଦେଶର ବିଭିନ୍ନ ସ୍ଥାନ ପରିକ୍ରମା କରିବ । ୧୯୭୧ ଯୁଦ୍ଧ ପରେ ପରମବୀର ଚକ୍ର ଓ ମହାବୀର ଚକ୍ର ପାଇଥିବା ସୈନ୍ୟଙ୍କ ଗାଁକୁ ବି ଏହି ମଶାଲ ଶୋଭାଯାତ୍ରା ଯିବ । ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ଅନେକ ରେକର୍ଡର ମୁକସାକ୍ଷୀ ପାଲଟିଥିଲା । ଯୁଦ୍ଧ ହାରିବା ପରେ ପାକିସ୍ତାନର ୯୩ ହଜାର ସୈନ୍ୟ ଆତ୍ମସମର୍ପଣ କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କୌଣସି ଦେଶର ଏତେ ସଂଖ୍ୟକ ସୈନ୍ୟଙ୍କ ଆତ୍ମସମର୍ପଣ ବିରଳ ଥିଲା । ଯୁଦ୍ଧର ଆରମ୍ଭ ୩ ଡିସେମ୍ବର ୧୯୭୧ରେ ଆରମ୍ଭ ହୋଇ ୧୬ ତାରିଖ ଯାଏଁ ଚାଲିଥିଲା । ଏହି ଯୁଦ୍ଧକୁ ଫଲ ଅଫ ଢାକା ବି କୁହାଯାଇଥାଏ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started