୧୯ ଦିନରେ ପହଂଚିଲା ସ୍ୱାସ୍ଥ୍ୟ କର୍ମୀଙ୍କ ଧାରଣା । ଛଟେଇ ପ୍ରତିବାଦରେ ଭୁବନେଶ୍ୱର ଲୋୟର ପିଏମଜିରେ ଏଏନଏମ କର୍ମୀଙ୍କ ଅନଶନ

କନକ ବ୍ୟୁରୋ: ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣାରେ ବସିଥିବା ବେଳେ ଏଏନଏମ କର୍ମୀଙ୍କ ଆନ୍ଦୋଳନ ଆଜି ୧୯ ଦିନରେ ପହଂଚିଛି । ଗତକାଲି କିରୋସିନ ଢାଳି ନିଆଁ ଲଗାଇବାକୁ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଜଣେ ଏଏନଏମ କର୍ମୀ ଉଦ୍ଧାର ହୋଇଥିଲେ । ଛଟେଇ ପ୍ରତିବାଦରେ ଧାରଣାରେ ବସିଛନ୍ତି ଶତାଧିକ ସ୍ୱାସ୍ଥ୍ୟ କର୍ମୀ ।

ମହାମାରୀ କରୋନା ସହିତ ମହାଲଢେଇ ପାଇଁ ଏମାନଙ୍କୁ ଯୋଦ୍ଧା ସଜେଇ ଠିକା ନିଯୁକ୍ତି ଦିଆଯାଇଥିଲା । କୋଭିଡ କେୟାର ସେଂଟରରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଓ ଦେଖାଶୁଣା ପାଇଁ ଏଏନଏମ ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ୯୦ ଦିନିଆ ଚୁକ୍ତିଭିତିକ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର । ହେଲେ ଏମାନଙ୍କୁ ଛଟେଇ କରିଦିଆଯାଇଥିଲା । ସ୍ଥାୟୀ ନିଯୁକ୍ତି ଓ ଦରମା ଦାବିରେ ଏଏନଏମ କର୍ମୀ ଏବେ ଭୁବନେଶ୍ୱର ଲୋୟର ପିଏମଜିରେ ଅନଶନରେ ବସିଛନ୍ତି ।

ସୂଚନାଯୋଗ୍ୟ, ମହାମାରୀ କରୋନା ସହିତ ମହାଲଢେଇ ପାଇଁ ଏମାନଙ୍କୁ ଯୋଦ୍ଧା ସଜେଇ ଠିକା ନିଯୁକ୍ତି ଦିଆଯାଇଥିଲା। କୋଭିଡ କେୟାର ସେଣ୍ଟରରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଓ ଦେଖାଶୁଣା ପାଇଁ ଏଏନଏମ ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ୯୦ ଦିନିଆ ଚୁକ୍ତିଭିତ୍ତିକ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର। ହେଲେ ପରେ ଏମାନଙ୍କୁ ଛଟେଇ କରିଦିଆଯାଇଥିଲା । ସ୍ଥାୟୀ ନିଯୁକ୍ତି ଓ ବକେୟା ଦରମା ଦାବିରେ ଏଏନଏମ କର୍ମୀ ଏବେ ରାଜରାସ୍ତାରେ ଅନଶନରେ ବସିଛନ୍ତି।

ଗତ ନଭେମ୍ବର ୨୭ରୁ ସ୍ଥାୟୀ ନିଯୁକ୍ତି ଦାବିରେ ଲୋୟର୍ ପିଏମ୍‌ଜିରେ ଧାରଣାରେ ବସିଥିବା ଏଏନ୍ଏମ୍ ସ୍ବାସ୍ଥ୍ୟକର୍ମୀଙ୍କ ଆନ୍ଦୋଳନ ଆଜି ୧୯ଦିନରେ ପହଞ୍ଚିଛି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ସରକାରଙ୍କ ତରଫରୁ କେହି ବି ସମସ୍ୟା ଶୁଣିବାକୁ ତାଙ୍କ ପାଖକୁ ଆସିନଥିବା ସ୍ବାସ୍ଥ୍ୟକର୍ମୀମାନେ କହିଛନ୍ତି। ପ୍ରଥମେ ମହାମାରୀ କରୋନା ସହିତ ଲଢ଼େଇ କରିବାକୁ ଆଗକୁ ଠେଲିଦେଇ ସରକାର ବର୍ତ୍ତମାନ ତାଙ୍କୁ ଅଣଦେଖା କରୁଛନ୍ତି। ରାସ୍ତାକଡ଼ରେ ଶୀତ କାକରରେ ପଡ଼ି ଏଏନ୍ଏମ୍ ସ୍ବାସ୍ଥ୍ୟକର୍ମୀ ସଂଘର୍ଷ କରୁଥିବା ବେଳେ ସରକାରଙ୍କ ନିରବତା ସେମାନଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ସ୍ବାସ୍ଥ୍ୟକର୍ମୀମାନେ କହିଛନ୍ତି।

from Kanak News
via <a href="https://ifttt.com/?

ଭାରତରେ କରୋନା ଆରୋଗ୍ୟ ହାର ବିଶ୍ୱରେ ସର୍ବାଧିକ : ୯୫% ଟପିଲା ସୁସ୍ଥଙ୍କ ସଂଖ୍ୟା

କନକ ବ୍ୟୁରୋ : କରୋନାକୁ ନେଇ ଆସିଲା ଭଲ ଖବର । ଦେଶରେ କରୋନା ଆରୋଗ୍ୟ ହାର ୯୫ ପ୍ରତିଶତରୁ ଟପିଯାଇଛି । ଏହା ହେଉଛି ବିଶ୍ୱରେ ସର୍ବାଧିକ । ଦେଶରେ ଦୈନିକ ସଂକ୍ରମଣ ମାମଲା ଗତ ୨୪ ଘଂଟା ମଧ୍ୟରେ ୨୨ ହଜାରରୁ ସାମାନ୍ୟ ଅଧିକ ରହିଥିଲା । ଗତ ୫ ମାସ ମଧ୍ୟରେ ଏହା ହେଉଛି ସବୁଠାରୁ କମ ମାମଲା । ଦେଶରେ ଏବେ ଆରୋଗ୍ୟଙ୍କ ସଂଖ୍ୟା ୯୪ ଲକ୍ଷରୁ ଅଧିକ ରହିଛି । ଏହି ଆରୋଗ୍ୟ ହାର ୯୫ ଦଶମିକ ୧୨ ପ୍ରତିଶତକୁ ବୃଦ୍ଧି ପାଇଛି । ପ୍ରତିଦିନ ଆରୋଗ୍ୟଙ୍କ ସଂଖ୍ୟା ବଢୁଛି ଓ ମୃତ୍ୟୁ ହାର ଲଗାତାର ଭାବେ କମୁଛି । ୧୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରୁ ମୋଟ ୭୪ ଦଶମିକ ୨୪ ପ୍ରତିଶତ ରୋଗୀ ସୁସ୍ଥ ହୋଇଛନ୍ତି ।
ସେପଟେ କରୋନା ମୁକାବିଲାର ଟିକାକରଣ ପାଇଁ ପ୍ରସ୍ତୁତ ହେଉଛି ଭାରତ । ସାରା ଦେଶରେ ବର୍ତମାନ ସୁଦ୍ଧା ୨୯ ହଜାର କୋଲଡ ଚେନ୍ , ୪୧ ହଜାର ଡିପ୍ ଫ୍ରିଜର କରୋନା ଟିକାର ସଂରକ୍ଷଣ ପାଇଁ ପ୍ରସ୍ତୁତ ସରିଲାଣି । ସାରା ଦେଶରେ କରୋନା ଟିକାକରଣ ପାଇଁ କିପରି ଚାଲିଛି ପ୍ରସ୍ତୁତି ସେ ନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ଏହା ସହିତ ୩୦୦ ସୋଲାର ରେଫ୍ରିଜିରେଟର ମଧ୍ୟ କରୋନା ଟିକାକରଣରେ ବ୍ୟବହାର ହେବ ବୋଲି ସୂଚନା ଦିଆଯାଇଛି । ଏକ ସାଂବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ପ୍ରତ୍ୟକ ରାଜ୍ୟ ସରକାର ମାନଙ୍କୁ ବିଜୁଳି ଚାଳିତ ରେଫ୍ରିଜିରେଟର ଏବଂ ଅଣବିଜୁଳି ଚାଳିତ ରେଫ୍ରିଜିରେଟର ପରିଚାଳନା ନେଇ ଗାଇଡଲାଇନ୍ ଜାରି କରିଦିଆଯାଇଛି ।

ମୋଟ୍ ଉପରେ ୨୯ ହଜାର କୋଲଡ୍ ଚେନ୍ ପଏଂଟ, ୨୪୦ ୱାକ୍ ଇନ୍ କୁଲର, ୭୦ଟି ୱାକ୍ ଫ୍ରିଜର, ୪୫ ହଜାର ବରଫ ଯୁକ୍ତ ରେଫ୍ରିଜିରେଟର, ୪୧ ହଜାର ଡିପ୍ ଫ୍ରିଜର ଏବଂ ୩୦୦ ସୋଲାର ରେଫ୍ରିଜିରେଟର ଭାରତରେ ପ୍ରଥମ ପର୍ଯ୍ୟାୟ ଟିକାକରଣରେ ବ୍ୟବହାର ହେବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ଏନେଇ ସମସ୍ତ ଯନ୍ତ୍ରାଂଶ ରାଜ୍ୟ ସରକାରମାନଙ୍କୁ ପଠାଇ ଦିଆଯାଇଥିବା ନେଇ ସେ ସୂଚନା ଦେଇଛନ୍ତି । ଦେଶର ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଷ୍ଟେଟ୍ ଷ୍ଟିୟରିଂ କମିଟି ଏବଂ ଷ୍ଟେଟ୍ ଟାସ୍କ ଫୋର୍ସ ସହିତ ବୈଠକ ଶେଷ କରିଛନ୍ତି ।

ସେହିପରି ଦେଶର ୬୩୩ଟି ଜିଲ୍ଲା ଡିଷ୍ଟିକ୍ଟ ଟାସ୍କ ଫୋର୍ସ ସହିତ ମଧ୍ୟ ଟିକାକରଣ ନେଇ ପୁରା ଆଲୋଚନା କରି ସାରିଥିବା ସେ ସୂଚନା ଦେଇଛନ୍ତି । ଆଗକୁ ଟିକକରଣ ପାଇଁ ମେଡିକାଲ ଅଫିସର, ଟିକାଦାୟିତ୍ୱରେ ଥିବା ଅଫିସର, କୋଲଡ୍ ଚେନ୍ ପରିଚାଳନା ଦାୟିତ୍ୱ ନେଉଥିବା କର୍ମଚାରୀ, ସୁପରଭାଇଜର, ଡାଟା ମ୍ୟାନେଜର, ଆଶା ସଂଯୋଜକଙ୍କ ତାଲିକା ସରିଛି । ଏନେଇ ତାଲିମ କାମ ମଧ୍ୟ ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି । ପ୍ରତ୍ୟକ ଟିକାକରଣ ସ୍ଥଳରେ ୧୦୦ରୁ ୨୦୦ ମଧ୍ୟରେ ଲୋକଙ୍କୁ ଟିକା ଦିଆଯିବ । ଟିକା ଦିଆଯିବା ପରେ ୩୦ ମିନିଟ୍ ଯାଏଁ ସେମାନଙ୍କୁ ଅନୁଧ୍ୟାନରେ ରଖାଯିବ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ।

from Kanak News
via <a href="https://ifttt.com/?

ଚାଷୀ ଆନ୍ଦୋଳନ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି : ଚାଷୀ ସୀମା ବନ୍ଦ କରିବା ଉଚିତ୍ କି ଅନୁଚିତ୍ ହେବ ଶୁଣାଣି

କନକ ବ୍ୟୁରୋ : କୃଷକ ଆଇନକୁ ନେଇ ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ଜାରି ରହିଛି । କୃଷକ ଆଇନ ପ୍ରତ୍ୟାହାର କରିବାକୁ ଦାବି କରୁଥିବାବେଳେ ସରକାର ଏହା ହେବ ନାହିଁ ବୋଲି ଜିଦରେ ଅଟଳ ରହିଛିନ୍ତି । ଦିଲ୍ଲୀରେ ଆନ୍ଦୋଳନରତ ଚାଷୀ ଆଜି ଘେରିବେ ଦିଲ୍ଲୀ-ନୋଏଡା ସୀମା । ଦିଲ୍ଲୀ ନୋଏଡା ମଧ୍ୟରେ ଥିବା ଚିଲା ବର୍ଡରକୁ ଆଜି ପୁରା ବନ୍ଦ କରିବେ ଚାଷୀ ସଂଗଠନ । ଏନେଇ ଆଗୁଆ ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ । କେନ୍ଦ୍ର ସରକାର ନୂଆ ଚାଷୀ ଆଇନରେ ଆଣିଥିବା ୩ ଆଇନକୁ ରଦ୍ଦ କରିବାକୁ ଚାପ ଅଧିକ ବଢାଇବାକୁ ଏପରି ବାଟ ଆପଣାଇଛନ୍ତି ଆନ୍ଦୋଳନକାରୀ ।

ସେପଟେ ଚାଷୀ ଆନ୍ଦୋଳନକୁ ନେଇ ଆଜି ସୁପ୍ରିମକୋର୍ଟରେ ବି ଶୁଣାଣି ହେବ । ପ୍ରଧାନବିଚାରପତିଙ୍କ ସମେତ ୩ ଜଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିବେ । ଚାଷୀ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟରେ ୩ଟି ମାମଲା ଦାୟର ହୋଇଛି । ଗୋଟିଏ ଆବେଦନରେ ଆନ୍ଦୋଳନ ବନ୍ଦ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି । ଏହି ଆବେଦନରେ କୁହାଯାଇଛି ଯେ, ଏଭଳି ଆନ୍ଦୋଳନ ଦ୍ୱାରା କରୋନା ସଂକ୍ରମଣ ବଢିବା ସମ୍ଭାବନା ରହିଛି । ଜୁରୀର କାଳୀନ ସେବା ବି ବାଧାପ୍ରାପ୍ତ ହେଉଛି । ଅନ୍ୟ ଏକ ଆବେଦନରେ କୃଷକଙ୍କ ଦାବି ଉପରେ ବିଚାର କରିବାକୁ କୋର୍ଟ ଦିଅନ୍ତୁ ବୋଲି ଅନୁରୋଧ କରାଯାଇଛି ।

ଏହା ମଧ୍ୟରେ ଚାଷୀ ଆନ୍ଦୋଳନକୁ ନେଇ ବୟାନ ରଖିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି ନୂଆ ଆଇନକୁ ନେଇ ଚାଷୀଙ୍କୁ ବିରୋଧୀ ଅଧିକ ଭ୍ରମିତ କରୁଛନ୍ତି । ଆଉ ଏହା ପଛରେ ରହିଛି ବଡ ଷଡଯନ୍ତ୍ର । ପ୍ରଧାନମନ୍ତ୍ରୀଙ୍କ ଏପରି ବୟାନ ପରେ ପରେ ଅଧିକ ତାତିଛନ୍ତି ଆନ୍ଦୋଳନରତ ଚାଷୀ ସଂଗଠନ । ସ୍ପଷ୍ଟ ଭାବେ ଚାଷୀ ନେତାଏଁ କହିଛନ୍ତି ଯେଉଁଚାଷୀମାନେ ମୋଦିଙ୍କ କଥାରେ ବିଶ୍ୱାସ କରୁଛନ୍ତି ସେମାନେ ଆନ୍ଦୋଳନସ୍ଥଳ ଛାଡି ଯାଇପାରନ୍ତି । କିନ୍ତୁ କେନ୍ଦ୍ର ସରକାର ଆଣିଥିବା ନୂଆ ଆଇନ ପ୍ରତ୍ୟାହାର ନହେବା ଯାଏଁ ଚାଷୀ ଛାଡିବେନି ଆନ୍ଦୋଳନ ସ୍ଥଳ । ଏହା ସହିତ ଚାଷୀ ନେତାଏଁ କହିଛନ୍ତି , ସେମାନେ କେବେ ରାଜପଥ ଅବରୋଧ କରିବାକୁ ଚାହଁନ୍ତି ନାହିଁ । ସେମାନଙ୍କୁ ରାମଲୀଳା ମୈଦାନ ଛାଡି ଦିଆଯାଉ, ସେମାନେ ରାସ୍ତା ଉପରୁ ହଟିଯିବେ । ଆଉ ଯଦି ଆନ୍ଦୋଳନକାରୀଙ୍କୁ ହଟାଇବାକୁ ବଳ ପ୍ରୟୋଗ ହୁଏ, ଏହାର ପରିଣାମ କେନ୍ଦ୍ର ସରକାର ଭୋଗିବେ ।

from Kanak News
via <a href="https://ifttt.com/?

ଊର୍ଦ୍ଦୁ ଶିକ୍ଷା ପ୍ରତି ବୈମାତୃକ ମନୋଭାବ କାହିଁକି ? ୨୦୦ ପିଲାଙ୍କୁ ଦୁଇ ଜଣ ଶିକ୍ଷକ, ପ୍ରଧାନଶିକ୍ଷକ ପଦ ଖାଲି

କନକ ବ୍ୟୁରୋ : କଟକ ଶେଖ୍‌ ବଜାରରେ ଥିବା ଊର୍ଦ୍ଦୁ ଶିକ୍ଷକ ତାଲିମ ଅନୁଷ୍ଠାନ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଏବେ ପଦାକୁ ଆସିଛି। ୧୦୮ ବର୍ଷ ତଳେ ପ୍ରତିଷ୍ଠା ହୋଇଥିବା ଏହି ଶିକ୍ଷାନୁଷ୍ଠାନରେ ପଢ଼ାଇବା ଲାଗି ଶିକ୍ଷକ ନାହାନ୍ତି। ପ୍ରତିବର୍ଷ ଶହେ ଲେଖାଏଁ ଛାତ୍ରଛାତ୍ରୀ ନାମ ଲେଖାଉଥିଲେ ମଧ୍ୟ ପଢ଼ାଇବାକୁ ମାତ୍ର ଦୁଇ ଜଣ ଶିକ୍ଷକ ରହିଛନ୍ତି। ଊର୍ଦ୍ଦୁ ଜାଣିଥିବା ଶିକ୍ଷକଙ୍କୁ ବି ନିଯୁକ୍ତି ଦିଆଯାଉ ନାହିଁ। ପରିଣାମ ସ୍ବରୂପ ଛାତ୍ରଛାତ୍ରୀ ପଢ଼ିବା ସମୟରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘବର୍ଷ ହେଲା ଏଭଳି ସ୍ଥିତି ଲାଗିରହିଥିଲେ ମଧ୍ୟ ଗଣଶିକ୍ଷା ବିଭାଗ କିମ୍ବା ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ କେହି ବି ଏଥିପ୍ରତି ଗୁରୁତ୍ବାରୋପ କରୁନାହାନ୍ତି।

ବୁଦ୍ଧିଜୀବୀମାନେ ଏନେଇ ବାରମ୍ବାର ବିଭାଗୀୟ ମନ୍ତ୍ରୀ, ସଚିବ, ନିର୍ଦେଶକଙ୍କୁ ଭେଟି ଦାବିପତ୍ର ଦେଇଥିଲେ ମଧ୍ୟ କେହି ଶୁଣୁ ନ ଥିବା ଅଭିଯୋଗ ହୋଇଛି। ଏମିତିକି ରାଜ୍ୟସଭା ସାଂସଦ ମୁନା ଖାଁ ଇତିମଧ୍ୟରେ ଚିଠି ଲେଖି ଶିକ୍ଷାନୁଷ୍ଠାନରେ ଶିକ୍ଷକ ନିଯୁକ୍ତି ଲାଗି ଅନୁରୋଧ କରିଥିଲେ। ତା’ପରେ ବି କୌଣସି ସୁଫଳ ମିଳି ନ ଥିବାରୁ ଏବେ ଓଡ଼ିଶା ରାଜ୍ୟ ମଦ୍ରାସା ଶିକ୍ଷା‌ ପରିଷଦର ସଦସ୍ୟ ତଥା ମୌଲାନା ଆଜାଦ ବିଶ୍ବବିଦ୍ୟାଳୟର ସମ୍ପାଦକ ହୁସେନ୍‌ ରବି ଗାନ୍ଧି ପୁଣିଥରେ ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କୁ ଚିଠି ଲେଖି ଶିକ୍ଷାନୁଷ୍ଠାନର ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି।

ଶ୍ରୀ ଗାନ୍ଧି କହିଛନ୍ତି ଯେ ୧୯୧୨ ମସିହାରେ ଏହି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହୋଇଥିଲା, ଯାହାକି ପୂର୍ବରୁ ଊର୍ଦ୍ଦୁ ଏସ୍‌. ଟି. ସ୍କୁଲ ନାମରେ ପରିଚିତ ଥିଲା। ଏଠାରୁ ଊର୍ଦ୍ଦୁ ପ୍ରାଥମିକ ଶିକ୍ଷକ ଓ ମଦ୍ରାସାର ଅଣ ତାଲିମପ୍ରାପ୍ତ ଶିକ୍ଷକମାନେ ତାଲିମ ନେଉଥିଲେ। ତେବେ ବିଗତ କିଛି ବର୍ଷ ହେଲା ଏଠାରେ ଶିକ୍ଷକ ନିଯୁକ୍ତି କରାଯାଉ ନାହିଁ। ୨୦୧୩ ମସିହାରୁ ପ୍ରଧାନଶିକ୍ଷକ ପଦ ଖାଲି ପଡ଼ିଛି। ୨୦୧୨ରେ ସହକାରୀ ଊର୍ଦ୍ଦୁ ଶିକ୍ଷକ(ଆସିଷ୍ଟାଣ୍ଟ ଟିଚର) ମହମ୍ମଦ ଅଫଜଲ୍‌ ପରଭେଜ୍ ୨୦୧୨ରେ ଜଗତ୍‌ସିଂହପୁରରୁ ବଦଳି ହୋଇ ଏଠାକୁ ଆସିଥିଲେ। ଏବେ ସେ ବରିଷ୍ଠ ଏସ୍‌ଇଏସ୍‌ ଭାବେ ପଦୋନ୍ନତି ପାଇ ଜିଲ୍ଲାର ଆଉ ଏକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବେ ବଦଳି ହୋଇଛନ୍ତି। ହେଲେ ଏଠାରେ ଥିବା ପ୍ରଧାନଶିକ୍ଷକ ପଦ ପୂରଣ ହୋଇପାରିଲା ନାହିଁ। ବର୍ତମାନ ସମୟରେ ଊର୍ଦ୍ଦୁ ଜାଣିଥିବା କ୍ଲାସ-୨ ଶିକ୍ଷକ ରାଜ୍ୟରେ ନାହାନ୍ତି। ତେଣୁ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ଉନ୍ନତି ଲାଗି ଅଫଜଲ୍‌ଙ୍କୁ କଟକ ଶେଖ୍‌ ବଜାରସ୍ଥିତ ସରକାରୀ ଇଟିଇଆଇ(ଊର୍ଦ୍ଦୁ)ର ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ଦିଆଯାଉ।

ଏହି ଶିକ୍ଷାନୁଷ୍ଠାନରେ ପ୍ରତିବର୍ଷ ଶହେ ଛାତ୍ରଛାତ୍ରୀ ନାମଲେଖା ଲେଖାଉଛନ୍ତି। ଏହିପରି ଭାବେ ଦୁଇ ଶିକ୍ଷାବର୍ଷରେ ଦୁଇ ଶହ ପିଲା ପଢ଼ୁଛନ୍ତି। ତେବେ ସେମାନଙ୍କୁ ଶିକ୍ଷା ଦେବା ଲାଗି ଶିକ୍ଷାନୁଷ୍ଠାନରେ ମାତ୍ର ଦୁଇ ଜଣ ଶିକ୍ଷକ ରହିଛନ୍ତି, ଯେଉଁମାନେ କି ଊର୍ଦ୍ଦୁ ଜାଣିନାହାନ୍ତି। ଜଣେ ମାତ୍ର ପିଅନ ରହିଛନ୍ତି। ଏହି ସମସ୍ୟା ସମ୍ପର୍କରେ ଗଣଶିକ୍ଷା ବିଭାଗକୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ଫଳରେ ଏଠାରେ ପଢ଼ୁଥିବା ୨୦୦ ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନର ଭବିଷ୍ୟତ ନେଇ ଆଶଙ୍କା ପ୍ରକାଶ ପାଇଛି। କେବଳ ସେତିକି ନୁହେଁ, କଲେଜସ୍ତରରେ ଖାଲି ଥିବା ଅଧ୍ୟାପକ ପଦ ପୂରଣ ଲାଗି ଓପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ନିଯୁକ୍ତି ହେଉଛି। ତେବେ ଊର୍ଦ୍ଦୁ ଅଧ୍ୟାପକ ନିଯୁକ୍ତି ଲାଗି କୌଣସି ପଦକ୍ଷେପ ନିଆଯାଉ ନ ଥିବା ଶ୍ରୀ ଗାନ୍ଧି ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର ଏଦିଗରେ ପଦକ୍ଷେପ ନ ନେଲେ ଆଗାମୀ ଦିଗରେ ଆନ୍ଦୋଳନ ପନ୍ଥା ଆପଣାଇବୁ ବୋଲି ସେ କହିଛନ୍ତି।

from Kanak News
via <a href="https://ifttt.com/?

୨୭ରୁ ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର : ପ୍ରଥମେ ସେବାୟତ ପରିବାର, ପରେ ଭକ୍ତ; କରୋନା ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ

କନକ ବ୍ୟୁରୋ : ଭକ୍ତଙ୍କ ପାଇଁ ଖୋଲିବ ଭଗବାନଙ୍କ ଦ୍ବାର। ଶ୍ରଦ୍ଧାଳୁମାନେ ମନ୍ଦିର ଭିତରକୁ ଯାଇ ଦିଅଁ ଦର୍ଶନ କରିପାରିବେ। ୨୩ ତାରିଖରୁ ପୁରୀ ଶ୍ରୀମନ୍ଦିର ଖୋଲିବ। ଏହାର ଠିକ୍‌ ୪ ଦିନ ପରେ ଅର୍ଥାତ୍‌ ୨୭ ତାରିଖରୁ ଭୁବନେଶ୍ବରସ୍ଥିତ ଶ୍ରୀ‌ଲିଙ୍ଗରାଜ ମନ୍ଦିର ଭକ୍ତଙ୍କ ଲାଗି ଖୋଲାଯିବ। ଏଥିସହ ଜାନୁଆରି ୩ରୁ ଭୁବନେଶ୍ବରରେ ଥିବା ଅନ୍ୟାନ୍ୟ ଧର୍ମାନୁଷ୍ଠାନ ଖୋଲିବ ବୋଲି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) କମିସନର ପ୍ରେମଚନ୍ଦ୍ର ଚୌଧରୀ ସୂଚନା ଦେଇଛନ୍ତି। ନିଷ୍ପତ୍ତି ଅନୁଯାୟୀ, ଡିସେମ୍ବର ୨୭ରୁ ୩୧ପର୍ଯ୍ୟନ୍ତ କେବଳ ସେବାୟତଙ୍କ ପରିବାର ଲାଗି ମନ୍ଦିର ଖୋଲିବ।

ଜାନୁଆରି ୧ ଓ ୨ରେ ମନ୍ଦିର ବନ୍ଦ ରହିବ। ୩ରୁ ପୁଣି ଥରେ ମନ୍ଦିର ଖୋଲିବ। ୩ରୁ ୫ତାରିଖ ପର୍ଯ୍ୟନ୍ତ କେବଳ ଭୁବନେଶ୍ୱରବାସୀଙ୍କୁ ହିଁ ମନ୍ଦିରଙ୍କୁ ପ୍ରବେଶ ଲାଗି ଅନୁମତି ମିଳିବ। ଏହି ସମୟ ମଧ୍ୟରେ ଯେଉଁମାନେ ଦର୍ଶନ କରିବାକୁ ଚାହିଁବେ, ସେମାନେ ଯଥାପୂର୍ବରୁ ନିଜର କୋଭିଡ୍‌ ପରୀକ୍ଷା କରାଇ ନେଗେଟିଭ୍ ରିପୋର୍ଟ ନେଇ ଯିବା ବାଧ୍ୟତାମୂଳକ ହୋଇଛି। ଜାନୁଆରି ୬ରୁ ସର୍ବସାଧାରଣଙ୍କ ପାଇଁ ତଥା ଭୁବନେଶ୍ୱର ବାହାରର ଭକ୍ତଙ୍କ ଲାଗି ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲାଯିବ। ଦର୍ଶନକୁ ଯିବା ସମୟରେ ସାମାଜିକ ଦୂରତା ଓ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ପାଳନ କରାଯିବ। ପ୍ରବେଶ ପୂର୍ବରୁ ଥର୍ମାଲ୍‌ ସ୍କ୍ରିନିଂ ହେବ। କୋଭିଡ୍-୧୯ ପଜିଟିଭ୍ ଥିବା ବ୍ୟକ୍ତିଙ୍କୁ ଆଦୌ ଦର୍ଶନ କରିବାକୁ ସୁଯୋଗ ମିଳିବ ନାହିଁ। କମିସନରେଟ୍ ପୁଲିସ୍ ଓ ମନ୍ଦିର ପ୍ରଶାସନର ସହଯୋଗରେ ଦର୍ଶନ ପାଇଁ ମନ୍ଦିର ବାହାରଠାରୁ ବେଢ଼ା ଭିତର ପର୍ଯ୍ୟନ୍ତ ବ୍ୟାରିକେଡ୍‌ କଟକଣା ରହିବ। ସମସ୍ତ ସେବାୟତ ଓ ସହଯୋଗୀ ଅନୁଷ୍ଠାନ ଏ ଦିଗରେ ସହଯୋଗ କରିବାକୁ ବିଏମ୍‌ସି ପକ୍ଷରୁ ନିବେଦନ କରାଯାଇଛି।

ସେହିପରି ଜାନୁଆରି ୩ରୁ ରାଜଧାନୀର ଅନ୍ୟାନ୍ୟ ଧର୍ମାନୁଷ୍ଠାନ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ତେବେ ଧର୍ମାନୁଷ୍ଠାନ ଖୋଲିବା ପୂର୍ବରୁ ମନ୍ଦିର ପରିଚାଳନା କମିଟି ଏକ ପ୍ରତିଶ୍ରୁତିପତ୍ର ଭୁବନେଶ୍ବର ମହାନଗର ନିଗମ କର୍ତୃପକ୍ଷଙ୍କ ନିକଟରେ ଦାଖଲ କରିବେ। ଏଥିରେ ଗୋଟିଏ ସମୟରେ କେତେ ଭକ୍ତ ଧର୍ମାନୁଷ୍ଠାନ ଭିତରକୁ ଯାଇପାରିବେ ଓ କେତେ ଭକ୍ତଙ୍କ ପାଇଁ ସେଠାରେ ସ୍ଥାନ ରହିଛି, ତାହା ମଧ୍ୟ ଉଲ୍ଲେଖ କରିବେ। ଯଦି କୌଣସି କୋଭିଡ୍‌ ନିର୍ଦ୍ଦେଶାବଳୀ ବା ସାଧାରଣ ପ୍ରଶାସନ ଉଲ୍ଲଙ୍ଘନ ଜନିତ ଘଟଣାର ପ୍ରମାଣ ମିଳେ, ଆବଶ୍ୟକ ପ୍ରଶାସନିକ ପଦକ୍ଷେପ ନିଆଯିବ। କୌଣସି ସ୍ୱତନ୍ତ୍ର ପର୍ବ ଥିଲେ, କେଉଁ ସମୟରେ କେତେ ବ୍ୟକ୍ତି ସେଠାକୁ ଯିବେ ଏବଂ କିପରି କୋଭିଡ଼୍ ନିର୍ଦ୍ଦେଶାବଳୀକୁ ମାନି ଚଳିବେ, ସମ୍ପୃକ୍ତ ଧର୍ମାନୁଷ୍ଠାନ ଲିଖିତ ଭାବେ ବିଏମ୍‌ସି ନିକଟରେ ଉପସ୍ଥାପନ କରି ଏହାର ଆବଶ୍ୟକ ଅନୁମତି ନେବେ ବୋଲି ଶ୍ରୀ ‌ଚୌଧୁରୀ କହିଛନ୍ତି।

from Kanak News
via <a href="https://ifttt.com/?

ପ୍ରଣବଙ୍କ ଆତ୍ମଜୀବନୀ ନେଇ ପୁଅ-ଝିଅ ମୁହାଁମୁହିଁ : ପ୍ରକାଶନ ବନ୍ଦ କରିବାକୁ ଅଭିଜିତଙ୍କ ପ୍ରକାଶକଙ୍କୁ ଚିଠି, କହିଲେ ଛାପିବା ଆଗରୁ ମୋତେ ଦେଖାନ୍ତୁ ଲେଖା

କନକ ବ୍ୟୁରୋ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜିଙ୍କ ବହି ଦି ପ୍ରେସିଡେନସିଆଲ ମେମୋରିୟର୍ସ ବହିକୁ ନେଇ ଜୋରାଦର ଚର୍ଚା । କଂଗ୍ରେସର ପୂର୍ବତନ ସାଂସଦ ତଥା ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ୍ ମୁଖାର୍ଜିଙ୍କ ଟୁଇଟକୁ ନେଇ ଏହି ଚର୍ଚ୍ଚାର ଆରମ୍ଭ ହୋଇଛି । ଆଉ ଏହାକୁ ନେଇ ପ୍ରଣବ ଦାଙ୍କ ପୁଅ-ଝିଅ ମୁହାଁମୁହିଁ ହୋଇଛନ୍ତି ।

ଅଭିଜିତ ଟୁଇଟ୍ କରି ଲେଖିଛନ୍ତି, ତାଙ୍କ ଲିଖିତ ଅନୁମତି ବିନା ପୁସ୍ତକକୁ ପ୍ରକାଶ କରାନଯାଉ । ବାପାଙ୍କ ଅନୁପସ୍ଥିତିରେ ପୁଅ ହିସାବରେ ପୁସ୍ତକ ପ୍ରକାଶନକୁ ଅନୁମତି ଦେବା ନିହାତି ଜରୁରୀ । ବାପା ବଂଚିଥିଲେ ବୋଧହୁଏ ସେଇଆ କରିଥାନ୍ତେ ବୋଲି ଅଭିଜିତ ଲେଖିଛନ୍ତି । ସେଥିପାଇଁ ତୁରନ୍ତ ଏହି ବହିର ପ୍ରକାଶନ ବନ୍ଦ କରାଯାଉ । ଅଭିଜିତଙ୍କ ଏହି ଟୁଇଟର ଦୁଇ ଘଂଟା ପରେ ପ୍ରଣବ ମୁଖାର୍ଜିଙ୍କ ଝିଅ ଶର୍ମିଷ୍ଠା , ଅଭିଜିତଙ୍କ ଟୁଇଟ ନେଇ ପ୍ରତିକ୍ରିୟା ରଖି ଲେଖିଛନ୍ତି, ବାପା ଅସୁସ୍ଥ ହେବା ପୂର୍ବରୁ ପୁସ୍ତକର ପାଣ୍ଡୁଲିପି ସମ୍ପୂର୍ଣ୍ଣ ଭାବେ ଶେଷ କରି ଦେଇଥିଲେ । ଆଉ ପୁସ୍ତକରେ ଥିବା ମତ ସମ୍ପୂର୍ଣ୍ଣ ତାଙ୍କର ବ୍ୟକ୍ତିଗତ । ତେଣୁ ଶସ୍ତା ଲୋକପ୍ରିୟତା ପାଇଁ କେହି ଏହି ପୁସ୍ତକକୁ ପ୍ରକାଶନକୁ ବନ୍ଦ କରିବାକୁ ଅଟକାଇ ପାରିବେ ନାହିଁ ।

୨୦୨୧ ଜାନୁଆରୀରେ ଏହି ପୁସ୍ତକଟି ଉନ୍ମୋଚନ ହେବ ବୋଲି ଆଶା କରାଯାଉଥିଲା । ଏବେ ଏପରି ବିବାଦ ବହି ପ୍ରକାଶନରେ ବିଳମ୍ୱ ହେବା ନେଇ ଆଶଙ୍କା ସୃଷ୍ଟି କରିଛି । ଏହି ପୁସ୍ତକ ପ୍ରକାଶିତ ହେବା ପୂର୍ବରୁ ବହିର କିଛି ଅଂଶ ବିଭିନ୍ନ ଗଣମାଧ୍ୟମର ଶିରୋନାମାକୁ ଆସିଥିଲା । ଏଥିରେ ସୋନିଆ ଗାନ୍ଧୀ , ମନମୋହନ ସିଂହଙ୍କ ସମ୍ପର୍କରେ କିଛି ଟିପଣୀ ପ୍ରକାଶ ପାଇଥିଲା । ସୋନିଆ ଗାନ୍ଧୀ ଓ ମନମୋହନ ସିଂହଙ୍କ ପାଇଁ ଦଳର ବିପର୍ଯ୍ୟୟ ହୋଇଥିବା ନେଇ ଏହି ପୁସ୍ତକ ସମ୍ପର୍କରେ ଖବରକାଗଜରେ ରିପୋର୍ଟ ପ୍ରକାଶ ପାଇବା ପରେ ଅଭିଜିତଙ୍କ ଏପରି ଟୁଇଟ୍ ସାମ୍ନାକୁ ଆସିଛି । ଏବେ ଦେଖିବାର କଥା ଭାଇ , ଭଉଣୀ ଓ ପୂର୍ବତନ ରାଷ୍ଟ୍ରପତିଙ୍କ ପୁସ୍ତକ ବିବାଦ କେଉଁ ଦିଗକୁ ଗତି କରୁଛି ।

from Kanak News
via <a href="https://ifttt.com/?

ନରେଗା ଓ ସହରାଂଚଳ ରୋଜଗାର ଯୋଜନାରେ ମଜୁରୀ ଦେବାରେ ବିଳମ୍ବ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ: ସମୀକ୍ଷା ପରେ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ଚେତାବନୀ

କନକ ବ୍ୟୁରୋ: ମହାତ୍ମା ଗାନ୍ଧୀ ନରେଗା କିମ୍ବା ରାଜ୍ୟ ସରକାରଙ୍କ ସହରାଂଚଳ ରୋଜଗାର ଯୋଜନାରେ ମଜୁରି ଦେବାରେ ବିଳମ୍ବ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ଏନେଇ ସମୀକ୍ଷା କରି ଜିଲ୍ଲାପାଳମାନଙ୍କୁ ସତର୍କ କରାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଦୁଇଟି ଯୋଜନା ଜରିଆରେ ଚଳିତ ଆର୍ଥିକ ବର୍ଷରେ ୨୦ କୋଟି ମାନବ ଦିବସ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ତେଣୁ ହିତାଧିକାରୀମାନେ ଯେଭଳି ଠିକ ସମୟରେ ସେମାନଙ୍କ ମଜୁରୀ ପାଇବେ ସେଥିପ୍ରତି ଗୁରୁତ୍ୱ ଦେବା ସହ ମୋ ସରକାର ଫ୍ଲାଟଫର୍ମ ଜରିଆରେ ହିତାଧିକାରୀଙ୍କୁ ନିୟମିତ ଫୋନ କରି ମଜୁରୀ ବିଷୟରେ ତଦାରଖ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏପରିକି ଆଗାମୀ ଜାନୁଆରୀ ପହିଲାରୁ ଏହି ରୋଜଗାର ଯୋଜନା ସଂପର୍କରେ ଫିଡବ୍ୟାକ ପାଇଁ ସ୍ୱତନ୍ତ୍ର ଭାବରେ ମୋ ସରକାର ସେଲ କାମ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଯେଉଁ ଜିଲ୍ଲାଗୁଡିକରେ ଲୋକମାନେ ବାହାର ରାଜ୍ୟକୁ କାମ କରିବାକୁ ଯାଉଛନ୍ତି ସେହିସବୁ ଜିଲ୍ଲା ଉପରେ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବାକୁ କୁହାଯାଇଛି । ଏହିସବୁ ଜିଲ୍ଲାରେ ପରିବାର ପିଛା ଅଧିକ ୧୦୦ ଦିନ ଓ ଅତିରିକ୍ତ ମଜୁରୀ ଦିଆଯିବାକୁ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ରୋଜଗାର ଅଭାବରୁ ଯେପରି ଗୋଟିଏ ବି ପରିବାର କଷ୍ଟ ନପାଏ ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳମାନଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

from Kanak News
via <a href="https://ifttt.com/?

କୃଷି ଆଇନ ପ୍ରତ୍ୟାହାର ଦାବିରେ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି: କୃଷିମନ୍ତ୍ରୀଙ୍କୁ ଭେଟିଲା କିଷାନ ସଂଘ; ଆଇନ ସପକ୍ଷରେ ବାଢିଲା ଯୁକ୍ତି

କନକ ବ୍ୟୁରୋ: ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଜାରି ରହିଛି । ଏହାରି ମଧ୍ୟରେ ମଙ୍ଗଳବାର ଦିଲ୍ଲୀରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କ ୁ ଭେଟି ଚାଷୀ ପ୍ରସଙ୍ଗରେ ଅଖିଳ ଭାରତୀୟ କିସାନ ସଂଘର ପ୍ରତିନିଧି ମଣ୍ଡଳି । ଏକ ଘଂଟାରୁ ଅଧିକ ସମୟ ଚାଲିଥିବା ବୈଠକରେ ଚାଷୀଙ୍କ ପ୍ରସଙ୍ଗ ଏବଂ କେନ୍ଦ୍ର ସରକାର ଆଣିଥିବା କୃଷି ବିଲ୍ ସମ୍ପର୍କରେ ଆଲୋଚନା ହୋଇଥିଲା । କିସାନ ସଂଘ ନୂଆ କୃଷି ଆଇନକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିବା ପରେ କେନ୍ଦ୍ର ସରକାରଙ୍କ ନିୟମକୁ ସମର୍ଥନ କରିଥିବା କହିଛି । ନୂଆ ଆଇନ ଚାଷୀଙ୍କ ହିତରେ ବୋଲି କହିଛି ଭାରତୀୟ କିସାନ ସଂଘ । ସେପଟେ କେନ୍ଦ୍ରକୃଷିମନ୍ତ୍ରୀ ପୁଣି ଥରେ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାରଙ୍କ ଆଇନ ପ୍ରତ୍ୟାହାର କରାଯିବ ନାହିଁ ।

ଅନ୍ୟପଟେ, ଆଜି ଦିଲ୍ଲୀରେ ଆନ୍ଦୋଳନରତ ଚାଷୀ ଘେରିବେ ଦିଲ୍ଲୀ-ନୋଏଡା ସୀମା । ଦିଲ୍ଲୀ ନୋଏଡା ମଧ୍ୟରେ ଥିବା ଚିଲା ବର୍ଡରକୁ ଆଜି ପୁରା ବନ୍ଦ କରିବେ ଚାଷୀ ସଂଗଠନ । ଏନେଇ ଆଗୁଆ ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ । କେନ୍ଦ୍ର ସରକାର ନୂଆ ଚାଷୀ ଆଇନରେ ଆଣିଥିବା ୩ ଆଇନକୁ ରଦ୍ଦ କରିବାକୁ ଚାପ ଅଧିକ ବଢାଇବାକୁ ଏପରି ବାଟ ଆପଣାଇଛନ୍ତି ଆନ୍ଦୋଳନକାରୀ । ଏହା ମଧ୍ୟରେ ଚାଷୀ ଆନ୍ଦୋଳନକୁ ନେଇ ବୟାନ ରଖିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି ନୂଆ ଆଇନକୁ ନେଇ ଚାଷୀଙ୍କୁ ବିରୋଧୀ ଅଧିକ ଭ୍ରମିତ କରୁଛନ୍ତି ।  ଆଉ ଏହା ପଛରେ ରହିଛି ବଡ ଷଡଯନ୍ତ୍ର ।

ପ୍ରଧାନମନ୍ତ୍ରୀଙ୍କ ଏପରି ବୟାନ ପରେ ପରେ ଅଧିକ ତାତିଛନ୍ତି ଆନ୍ଦୋଳନରତ ଚାଷୀ ସଂଗଠନ । ସ୍ପଷ୍ଟ ଭାବେ ଚାଷୀ ନେତାଏଁ କହିଛନ୍ତି ଯେଉଁଚାଷୀମାନେ ମୋଦିଙ୍କ କଥାରେ ବିଶ୍ୱାସ କରୁଛନ୍ତି ସେମାନେ ଆନ୍ଦୋଳନସ୍ଥଳ ଛାଡି ଯାଇପାରନ୍ତି । କିନ୍ତୁ କେନ୍ଦ୍ର ସରକାର ଆଣିଥିବା ନୂଆ ଆଇନ ପ୍ରତ୍ୟାହାର ନହେବା ଯାଏଁ ଚାଷୀ ଛାଡିବେନି ଆନ୍ଦୋଳନ ସ୍ଥଳ । ଏହା ସହିତ ଚାଷୀ ନେତାଏଁ କହିଛନ୍ତି , ସେମାନେ କେବେ ରାଜପଥ ଅବରୋଧ କରିବାକୁ ଚାହଁନ୍ତି ନାହିଁ । ସେମାନଙ୍କୁ ରାମଲୀଳା ମୈଦାନ ଛାଡି ଦିଆଯାଉ, ସେମାନେ ରାସ୍ତା ଉପରୁ ହଟିଯିବେ । ଆଉ ଯଦି  ଆନ୍ଦୋଳନକାରୀଙ୍କୁ ହଟାଇବାକୁ ବଳ ପ୍ରୟୋଗ ହୁଏ, ଏହାର ପରିଣାମ କେନ୍ଦ୍ର ସରକାର ଭୋଗିବେ ।

from Kanak News
via <a href="https://ifttt.com/?

ଦିଲ୍ଲୀରେ ଥମୁନି ଚାଷୀ ଆନ୍ଦୋଳନ: ଆଜି ଦିଲ୍ଲୀ-ନୋଏଡା ସୀମା ପୁରା ବନ୍ଦ କରିବେ ଆନ୍ଦୋଳନକାରୀ; ଚିଲା ବର୍ଡରରେ ସୁରକ୍ଷା ପାଇଁ ଅଧିକ ଫୋର୍ସ ମୁତୟନ

କନକ ବ୍ୟୁରୋ: ଦିଲ୍ଲୀରେ ଆନ୍ଦୋଳନରତ ଚାଷୀ ଆଜି ଘେରିବେ ଦିଲ୍ଲୀ-ନୋଏଡା ସୀମା । ଦିଲ୍ଲୀ ନୋଏଡା ମଧ୍ୟରେ ଥିବା ଚିଲା ବର୍ଡରକୁ ଆଜି ପୁରା ବନ୍ଦ କରିବେ ଚାଷୀ ସଂଗଠନ । ଏନେଇ ଆଗୁଆ ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ । କେନ୍ଦ୍ର ସରକାର ନୂଆ ଚାଷୀ ଆଇନରେ ଆଣିଥିବା ୩ ଆଇନକୁ ରଦ୍ଦ କରିବାକୁ ଚାପ ଅଧିକ ବଢାଇବାକୁ ଏପରି ବାଟ ଆପଣାଇଛନ୍ତି ଆନ୍ଦୋଳନକାରୀ । ଏହା ମଧ୍ୟରେ ଚାଷୀ ଆନ୍ଦୋଳନକୁ ନେଇ ବୟାନ ରଖିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି ନୂଆ ଆଇନକୁ ନେଇ ଚାଷୀଙ୍କୁ ବିରୋଧୀ ଅଧିକ ଭ୍ରମିତ କରୁଛନ୍ତି । ଆଉ ଏହା ପଛରେ ରହିଛି ବଡ ଷଡଯନ୍ତ୍ର ।

ପ୍ରଧାନମନ୍ତ୍ରୀଙ୍କ ଏପରି ବୟାନ ପରେ ପରେ ଅଧିକ ତାତିଛନ୍ତି ଆନ୍ଦୋଳନରତ ଚାଷୀ ସଂଗଠନ । ସ୍ପଷ୍ଟ ଭାବେ ଚାଷୀ ନେତାଏଁ କହିଛନ୍ତି ଯେଉଁଚାଷୀମାନେ ମୋଦିଙ୍କ କଥାରେ ବିଶ୍ୱାସ କରୁଛନ୍ତି ସେମାନେ ଆନ୍ଦୋଳନସ୍ଥଳ ଛାଡି ଯାଇପାରନ୍ତି । କିନ୍ତୁ କେନ୍ଦ୍ର ସରକାର ଆଣିଥିବା ନୂଆ ଆଇନ ପ୍ରତ୍ୟାହାର ନହେବା ଯାଏଁ ଚାଷୀ ଛାଡିବେନି ଆନ୍ଦୋଳନ ସ୍ଥଳ । ଏହା ସହିତ ଚାଷୀ ନେତାଏଁ କହିଛନ୍ତି , ସେମାନେ କେବେ ରାଜପଥ ଅବରୋଧ କରିବାକୁ ଚାହଁନ୍ତି ନାହିଁ । ସେମାନଙ୍କୁ ରାମଲୀଳା ମୈଦାନ ଛାଡି ଦିଆଯାଉ, ସେମାନେ ରାସ୍ତା ଉପରୁ ହଟିଯିବେ । ଆଉ ଯଦି ଆନ୍ଦୋଳନକାରୀଙ୍କୁ ହଟାଇବାକୁ ବଳ ପ୍ରୟୋଗ ହୁଏ, ଏହାର ପରିଣାମ କେନ୍ଦ୍ର ସରକାର ଭୋଗିବେ ।

from Kanak News
via <a href="https://ifttt.com/?

ନୂଆ କୃଷି ଆଇନକୁ ନେଇ ପଞ୍ଜାବ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମୁହାଁମୁହିଁ  । କେଜ୍ରିୱାଲଙ୍କୁ କଡ଼ା ସମାଲୋଚନା କଲେ ଅମରିନ୍ଦର ସିଂ, କହିଲେ ରାଜନୀତି ପାଇଁ ନିଜ ଆତ୍ମା ବିକ୍ରି କରିବାକୁ ପଛାଇବେନି କେଜ୍ରିୱାଲ । 

କନକ ବ୍ୟୁରୋ : ନୂଆ କୃଷି ଆଇନକୁ ନେଇ ଚାଷୀ ଆନ୍ଦୋଳନ ଜାରି ରହିଥିବା ବଳେ ଆଉ ଏକ ରୋଚକ ବିତର୍କ ଜାରି ରହିଛି  । ଅରବିନ୍ଦ କେଜ୍ରିୱାଲ ବନାମ ଅମରିନ୍ଦର ସିଂ  । କୃଷି ଆଇନକୁ ନେଇ ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଟୁଇଟ ୱାର ଚାଲିଛି  ।

ପଂଜାବ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଶୁଣିଲେ ଜାଣିପାରିବେ ଯେ, ଗତ କିଛି ସପ୍ତାହ ହେବ କିଭଳି ପରସ୍ପରକୁ ସମାଲୋଚନା କରୁଛନ୍ତି କ୍ୟାପଟେନ ଅମରିନ୍ଦର ସିଂ ଓ ଅରବିନ୍ଦ କେଜ୍ରିୱାଲ  । ନୂଆ କୃଷି ଆଇନକୁ ନେଇ ଏହି ଦୁଇ ନେତାଙ୍କ ମଧ୍ୟରେ ଏକ ବାକ୍ ଯୁଦ୍ଧ ଜାରି ରହିଛି  ।  ଟୁଇଟରେ ଉଭୟ ଉଭୟକୁ ଟାର୍ଗେଟ କରିଚାଲିଛନ୍ତି  । ଉଭୟ ନୂଆ କୃଷି ଆଇନକୁ ବିରୋଧ କରିବା ସହ ଚାଷୀ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି  । ହେଲେ ପରସ୍ପରର ଆଭିମୁଖ୍ୟ ନେଇ କଥା କଟାକଟିରେ ଲାଗିଛନ୍ତି ଏହି ଦୁଇ ମୁଖ୍ୟମନ୍ତ୍ରୀ  ।

କେଜ୍ରିୱାଲଙ୍କୁ ଟାର୍ଗେଟ କରି ଅମରିନ୍ଦର ଲେଖିଛନ୍ତି ଏହି ନୂଆ ଟୁଇଟ୍  । ଦେଖନ୍ତୁ କ’ଣ ଲେଖିଛନ୍ତି “ ପଞ୍ଜାବର ସମସ୍ତେ ଜାଣିଛନ୍ତି, ମୋତେ ଇଡି କିମ୍ବା ଅନ୍ୟ କୌଣସି କେସକୁ ନେଇ ଦବା ଯାଇ ପାରିବ ନାହିଁ  । ହେଲେ କେଜ୍ରିୱାଲ ରାଜନୈତିକ ଫାଇଦା ପାଇଁ ତୁମେ ନିଜ ଆତ୍ମାକୁ ମଧ୍ୟ ବିକିବାକୁ ପଛଘୁଂଚା ଦେବ ନାହିଁ  । ଯଦି ଭାବୁଛ ଯେ, ତୁମ ଡ୍ରାମା ଯୋଗୁଁ ଚାଷୀମାନେ ଭଳିଯିବେ, ତାହେଲେ ତୁମେ ଭୁଲ ଧାରଣାରେ ଅଛ’ ।

ଅମରିନ୍ଦରଙ୍କ ଟୁଇଟର ଜବାବ ରଖିି ଓଲଟା ଅଭିଯୋଗ ଆଣିଛନ୍ତି କେଜ୍ରିୱାଲ  । ନୂଆ କୃଷି ବିଲ୍ ଡ୍ରାଫଟ୍ କମିଟିରେ ଅମରିନ୍ଦର ସଦସ୍ୟ ଥିଲେ, ତେଣୁ ଏହି ନୂଆ ଆଇନ ତାଙ୍କରି ହିଁ ଉପହାର ବୋଲି କଟାକ୍ଷ କରିଛନ୍ତି କେଜ୍ରିୱାଲ  । ପଞ୍ଜାବରେ ଆମ୍ ଆଦମୀ ପାର୍ଟି ନିଜ ସ୍ଥିତି ମଜବୁତ କରିବାକୁ ଚାହୁଁଛି  । ଆଉ ପଂଜାବ ରାଜନୀତିରେ ନିଜର ଦଖଲ ଚାହୁଁଛନ୍ତି କେଜ୍ରିୱାଲ  । ଏହାକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ରାଜନୈତିକ ଶତ୍ରୁତା ରହିଆସିଛି  ।

from Kanak News
via <a href="https://ifttt.com/?

Design a site like this with WordPress.com
Get started