ଡିସେମ୍ବର ୨୭ରୁ ଖୋଲିବ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର । ପ୍ରଥମେ ସେବାୟତ, ପରେ ରାଜଧାନୀବାସୀଙ୍କୁ ମିଳିବ ଦର୍ଶନ ସୁଯୋଗ, ଜାନୁଆରୀ ୬ରୁ ସର୍ବସାଧାରଣ ଦର୍ଶନ ।

କନକ ବ୍ୟୁରୋ : ଆସନ୍ତା ୨୩ରେ ପୁରୀ ଶ୍ରୀମନ୍ଦିର ଖୋଲିବାକୁ ଯାଉଥିବାବେଳେ ଆଜି ଲିଙ୍ଗରାଜ ମନ୍ଦିର ଖୋଲିବାକୁ ନେଇ ନିଷ୍ପତି ହୋଇଛି । ପାୟ ୯ମାସ ଧରି ବନ୍ଦ ରହିବା ପରେ ଆସନ୍ତା ୨୭ରେ ଖୋଲିବ ଲିଙ୍ଗରାଜ ମନ୍ଦିର । କଟକଣା ଭିତରେ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ମିଳିବ । ଏଠାରେ ବି କରୋନା ନେଗେଟିଭ ସାର୍ଟିଫିକେଟ ଦରକାର । ୪୮ ଘଂଟା ଆଗରୁ ଟେଷ୍ଟ କରାଇ ରିପୋର୍ଟ ଦେଖାଇବାକୁ ପଡିବ ।

ଭଗବାନଙ୍କୁ ମନ୍ଦିର ଭିତରେ ଦର୍ଶନ ପାଇଁ ଅପେକ୍ଷା କରିଥିବା ଭକ୍ତ ପାଇଁ ୟାଠୁ ବଡ଼ ଖୁସି ଖବର ବା କ’ଣ ଥାଇପାରେ । ଦୀର୍ଘ ମାସର ବ୍ୟବଧାନ ପରେ ଖୋଲିବାକୁ ଯାଉଛି ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର । ପୁରୀ ଶ୍ରୀମନ୍ଦିର ଖୋଲିବା ପରେ ସମସ୍ତେ ଅପେକ୍ଷା କରି ରହିଥିଲେ କେବେ ଲିଙ୍କରାଜଙ୍କ ମନ୍ଦିର ଖୋଲିବ । ଆଉ ଏହି ପ୍ରଶ୍ନର ଉତ୍ତର ଆସିଯାଇଛି । ଆସନ୍ତା ୨୭ ତାରିଖରୁ ଖୋଲିବ ମନ୍ଦିର ।

୨୭ ତାରିଖ ମନ୍ଦିର ଖୋଲିବା ପାଇଁ ନିଷ୍ପତି ହୋଇଥିବା ବେଳେ ୨୭ରୁ ୩୧ ଯାଏଁ ସେବାୟତ ଏବଂ ସେବାୟତଙ୍କ ପରିବାର ଲିଙ୍ଗରାଜଙ୍କ ଦର୍ଶନ କରିପାରିବେ । ଜାନୁୟାରୀ ୧ ଏବଂ ୨ ତାରିଖ ମନ୍ଦିର ବନ୍ଦ ରହିବ । ନୂଆବର୍ଷକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ହୋଇଛି । ସେହିପରି ୩ରୁ ୫ ତାରିଖ ଯାଏଁ ଭୁବନେଶ୍ୱର ବାସିନ୍ଦା ଦର୍ଶନ କରିବେ । ଆଉ ୬ ତାରିଖରୁ ୩୧ ତାରିଖ ଯାଏଁ ସର୍ବସାଧାରଣ ଭକ୍ତ ଲିଙ୍ଗରାଜଙ୍କ ଦର୍ଶନ କରିପାରିବେ । ଦର୍ଶନ ବେଳେ ସାମାଜିକ ଦୂରତା, ମାସ୍କ, ସାନିଟାଇଜ୍ ଆଦି କୋଭିଡ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ ।

ଏପଟେ ରାଜ୍ୟର ଅନ୍ୟାନ୍ୟ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ନେଇ ନିଷ୍ପତି ନେଇପାରିବେ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ତେବେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି, କେମିତି ମନ୍ଦିର ଖୋଲାଯାଇପାରିବ ସେ ସମ୍ପର୍କରେ ରିପୋର୍ଟ ଦେବାକୁ ହାଇକୋର୍ଟ ଦେବୋତର କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାର ଉତ୍ତର ରାଜ୍ୟର ପ୍ରାୟ ୧୮ ହଜାର ମନ୍ଦିର ଖୋଲିବା ନେଇ ଦେବୋତର କମିଶନ୍ ୧୨ଟି ପ୍ରସ୍ତାବ ରଖିଥିଲେ । ନଜର ପକାନ୍ତୁ ଦେବୋତର କମିଶନ ଯେଉଁ ସବୁ ପ୍ରସ୍ତାବ ଦେଇଥିଲେ ।

ଏମିତି ଖୋଲିବ ମନ୍ଦିର
– କୋଭିଡ୍ ନିୟମକୁ ପାଳନ କରି ମନ୍ଦିର ପବେଶ ଓ ପ୍ରସ୍ଥାନ ହେବ
– ମନ୍ଦିର ଭିତରେ ଭକ୍ତ ଓ ସେବାୟତଙ୍କ ସଂଖ୍ୟା ୫ରୁ ଅଧକ ରହିବ ନାହିଁ
– ମନ୍ଦିର ପ୍ରବେଶ ସମୟରେ ଭକ୍ତ ଓ ସେବାୟତ ନିଜକୁ ସାନିଟାଇଜ୍ କରିବେ
– ଭକ୍ତ ଓ ସେବାୟତ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ ହେବା ଉଚିତ
– ଭକ୍ତମାନେ ମନ୍ଦିର ଭିତରେ ଅତି କମ ସମୟ ପାଇଁ ରହିବେ
– ସ୍ୱତନ୍ତ୍ର ପୂଜାବିଧିରେ ସର୍ବାଧିକ ୫ଜଣ ରହିପାରିବେ
– ଭକ୍ତ ଓ ସେବାୟତଙ୍କ ମଧ୍ୟରେ ସମାଜିକ ଦୂରତା କଡ଼ାକଡ଼ି ପାଳନ ହେବ
– ମନ୍ଦିର ପରିଚାଳନା କମିଟି କମ ସେବାୟତଙ୍କୁ ପୂଜାସେବା ଓ ରୀତିନୀତି ପାଇଁ ଅନୁମତି ଦେବ
– ନିୟମିତ ବ୍ୟବଧାନରେ ମନ୍ଦିର ପରିସରକୁ ସାନିଟାଇଜ୍ କରିବା ଆବଶ୍ୟକ
– ଗୋଟିଏ ଥରରେ ୨୦ ଜଣରୁ ଅଧିକ ଭକ୍ତ ପ୍ରସାଦ ସେବନ କରିପାରିବେ ନାହିଁ
– ନିୟମ ଉଲଂଘନ କଲେ ସେବାୟତ ତଥା ଭକ୍ତଙ୍କୁ ମନ୍ଦିର କମିଟି କାର୍ଯ୍ୟାନୁଷ୍ଠାନ ନେଇପାରିବ
– ମନ୍ଦିର ପ୍ରବେଶ ଓ ପ୍ରସ୍ଥାନ ପାଇଁ ଗୋଟିଏ ଦ୍ୱାର ଖୋଲା ରହିବ । ଅବଶିଷ୍ଟ ଦ୍ୱାର ବନ୍ଦ ରହିବ

ଏପଟେ ମନ୍ଦିର ଖୋଲିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି । ଯାହାର ଜବାବ୍ ରଖିଛି ବିଜେଡି । ରାଜନୀତିର ଏହି ବୟାନବାଜି ଭିତରେ ଆଶ୍ୱସ୍ତିକର କଥା ହେଉଛି, କୋଭିଡ୍ କଟକଣା ଭିତରେ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ଗୋଟିଏ ପରେ ଗୋଟିଏ ପାଦ ଆଗେଇଛନ୍ତି ରାଜ୍ୟ ସରକାର ।

from Kanak News
via <a href="https://ifttt.com/?

ଚାଷୀ ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ । କହିଲେ ଚାଷୀଙ୍କୁ ଭ୍ରମିତ କରୁଛନ୍ତି ବିରୋଧୀ, କୃଷି ଓ କୃଷକଙ୍କ ହିତ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ।

କନକ ବ୍ୟୁରୋ : ଚାଷୀ ଆନ୍ଦୋଳନ ୨୦ ଦିନରେ ପହଞ୍ଚିଥିବା ବେଳେ ଆନ୍ଦୋଳନକାରୀଙ୍କୁ ସନ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ  । ଗୁଜୁରାଟ ଗସ୍ତ ସମୟରେ କୃଷି ଆଇନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ  । ସେ ଏଥିରେ ବିପକ୍ଷ ଦଳକୁ ଟାର୍ଗେଟ କରିଛନ୍ତି । ମୋଦି କହିଛନ୍ତି ଯେ, ସରକାର କୃଷି ଆଇନକୁ ନେଇ ସମସ୍ତଙ୍କ ସନ୍ଦେହ ଦୂର କରିବା ପାଇଁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ବିରୋଧୀ କୃଷକଙ୍କ ମନରେ ଭୁଲ ଧାରଣା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି  । ଆନ୍ଦୋଳନକାରୀ ଚାଷୀଙ୍କୁ ମିଛସତ କହି ବିରୋଧୀ ଡ଼ରେଇବା ଉଦ୍ୟମ ଚଳାଇଥିବା ମୋଦୀ ଅଭିଯୋଗ କରିଛନ୍ତି । କୃଷି ଓ କୃଷକଙ୍କ ଉନ୍ନତି ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ  ।

୧୯ ଦିନରେ ପହଂଚିଥିବା ଚାଷୀ ଆନ୍ଦୋଳନ ଆଗକୁ କେଉଁ ମୋଡ, କିଏ କାହା କଥା ମାନିବ, ଆଇନ ରହିବ ନା ପ୍ରତ୍ୟାହାର ହେବ, ଏବେ ଏସବୁ ପ୍ରଶ୍ନର ଉତର ପାଇବା ମୁସ୍କିଲ । କାରଣ ଉଭୟ ସରକାର ଓ ଚାଷୀ ନିଜ ନିଜ ଜିଦ୍ରେ ଅଟଳ । ସେପଟେ ପ୍ରଧାନମନ୍ତ୍ରୀ ମୋଦି ଏହି ପ୍ରସଙ୍ଗରେ ମୁହଁ ଖୋଲି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ମୋଦି କହିଛନ୍ତି, ଚାଷୀଙ୍କୁ ଭ୍ରମିତ କରୁଛନ୍ତି ବିରୋଧୀ ।

୧୪ ତାରିଖରେ ଉପବାସ ଆନ୍ଦୋଳନ କରିବା ପରେ ଆଜି ଚାଷୀ ସଂଗଠନ ଗୁଡିକ ପୁଣି କହିଛନ୍ତି, ଯେ କୌଣସି ପରିସ୍ଥିତିରେ ବି ହେଉ, ଆଇନ୍ ପ୍ରତ୍ୟାହାର ନହେଲେ ଆନ୍ଦୋଳନ ବନ୍ଦ ହେବ ନାହିଁ । ସେପଟେ ସରକାର କହୁଛନ୍ତି, ଆଇନ୍ର ପ୍ରତ୍ୟେକ ଧାରା ଉପରେ ଚାଷୀଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ।

ଆନ୍ଦୋଳନକାରୀଙ୍କ ସହ ଆଲୋଚନା ପାଇଁ ମୋଦି ସରକାର ତୁଙ୍ଗ ନେତାଙ୍କୁ ନିୟୋଜିତ କରିଛନ୍ତି । କୃଷିମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରତିରକ୍ଷା ଓ ଗୃହମନ୍ତ୍ରୀ ଅମିତ ଶାହା ଯାଏଁ ସମସ୍ତେ, ଚାଷୀଙ୍କୁ କେମିିତି ବୁଝାଯିବ ସେନେଇ ଉଦ୍ୟମ କରୁଛନ୍ତି ।  ଅନ୍ୟପଟେ ମୋଦିଙ୍କ ବୟାନ ଇସାରା କରୁଛି ଯେ ସରକାର ଆଇନ୍ ପ୍ରତ୍ୟାହାର କରିବା ମୁଡରେ ନାହାନ୍ତି । ସେପଟେ ଆନ୍ଦୋଳନକାରୀ ବି ନିଜ ଜିଦରେ ଅଟଳ ।

from Kanak News
via <a href="https://ifttt.com/?

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନଙ୍କ ବିଜୟ ଉପରେ ଲାଗିଲା ମୋହର,ଆନୁଷ୍ଠାନିକ ଘୋଷଣା କଲା ଇଲେକ୍ଟୋରାଲ କଲେଜ ।

କନକ ବ୍ୟୁରୋ : ଜୋ ବାଇଡେନଙ୍କ ବିଜୟ ଉପରେ ଲାଗିଲା ମୋହର  । ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ସେ ବିଜୟୀ ହୋଇଥିବା ନେଇ ଆନୁଷ୍ଠାନିକ ଘୋଷଣା କଲା ଇଲେକଟୋରାଲ କଲେଜ  । ଏହାସହ ଦୀର୍ଘଦିନ ଧରି ଚାଲିଥିବା ବିବାଦର ଏକପ୍ରକାର ଅନ୍ତ ଘଟିଛି  ।

ଆମେରିକା ନିର୍ବାଚନ ପରେ ଫଳାଫଳ ଆସିଥିଲା  । ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବାଇଡେନଙ୍କ ସପକ୍ଷରେ ଆସିଥିଲା ଜନମତ, ହେଲେ ଏହାକୁ ମାନିବାକୁ ନାରାଜ ଥିଲେ ରିପବ୍ଲିକାନ ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  । ଏପରିକି କ୍ଷମତା ହସ୍ତାନ୍ତର ପ୍ରକ୍ରିୟାରେ ମଧ୍ୟ ଅସହଯୋଗ କଲେ ଟ୍ରମ୍ପ ପ୍ରଶାସନ  । ମାମଲା କୋର୍ଟ ପର୍ଯ୍ୟନ୍ତ ଯାଇଥିଲା  । ଏପରି ବିବାଦକୁ ନେଇ ଅନ୍ତର୍ଜାତୀୟ ସମୁଦାୟରେ ଚର୍ଚ୍ଚା ଜୋର ଧରିଥିଲା  । ଶେଷରେ ବହୁ ବାଦ ବିବାଦ ପରେ ଜୋ ବାଇଡେନଙ୍କୁ ଆନୁଷ୍ଠାନିକ ଭାବେ ବିଜୟୀ ଘୋଷଣା କରାଯାଇଛି  । ନିର୍ବାଚନରେ ବାଇଡେନଙ୍କୁ ବହୁମତ ମିଳିଥିବା ନେଇ ବିଧିବଦ୍ଧ ଭାବେ ଘୋଷଣା କରିଛି ଇଲେକଟୋରାଲ କଲେଜ  । ୫୦ଟି ଯାକ ଷ୍ଟେଟରେ ଇଲେକଟୋରାଲ କଲେଜର ସଦସ୍ୟମାନେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି  ।  ଏହି ଘୋଷଣା ପରେ  ଗଣତନ୍ତ୍ରର ବିଜୟ ହୋଇଥିବା କହିଛନ୍ତି ବାଇଡେନ୍ ।

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ନଭେମ୍ବର ୩ରେ ମତଦାନ ହୋଇଥିଲା  । ବହୁମତ ପାଇଁ ମ୍ୟାଜିକ ନମ୍ବର ୨୭୦ ଥିବା ବେଳେ ବାଇଡେନଙ୍କୁ ୩୦୬ଟି ଭୋଟ୍ ମିଳିଥିବା ଇଲେକଟୋରାଲ କଲେଜ କହିଛି  । ସେପଟେ ଟ୍ରମ୍ପଙ୍କୁ ମିଳିଛି ୨୩୨ଟି ଇଲେକଟୋରାଲ ଭୋଟ୍  । କାଲିଫର୍ଣ୍ଣିଆରେ ମିଳିଥିବା ୫୫ଟି ଇଲେକଟୋରାଲ ଭୋଟ ବାଇଡେନଙ୍କ ପାଇଁ ବିଜୟ ରାସ୍ତା ସହଜ କରିଦେଇଥିଲା  । ସାରଦେଶରେ ଟ୍ରମ୍ପଙ୍କ ଠାରୁ ପ୍ରାୟ ୭୦ ଲକ୍ଷ ଅଧିକ ମତଦାତା ବାଇଡେନଙ୍କୁ ପସନ୍ଦ କରିଛନ୍ତି  ।

ଜାନୁଆରୀ ୬ରେ ଆମେରିକା କଂଗ୍ରେସର ଯୁଗ୍ମ ଅଧିବେଶନ ବସିବ  ।  ତେବେ ଇଲେକଟୋରାଲ କଲେଜର ଘୋଷଣାକୁ ଟ୍ରମ୍ପ କେମିତି ଗ୍ରହଣ କରୁଛନ୍ତି, ତାରି ଉପରେ ନଜର ରହିବ  ।

from Kanak News
via <a href="https://ifttt.com/?

୫ ଦିନ ପରେ ପୋଖରୀରୁ ମିଳିିଲା ୩ ବର୍ଷର ଶିଶୁକନ୍ୟା ସ୍ୱାତୀର ମୃତଦେହ । କେମିତି ହେଲା ମୃତ୍ୟୁ, ତଦନ୍ତ ପାଇଁ ଫୋରେନସିକ ବିଭାଗକୁ ପଠାଇଲା ପୋଲିସ ।

କନକ ବ୍ୟୁରୋ : ପରୀ ହତ୍ୟା ଘଟଣାକୁ ନେଇ ରାଜ୍ୟ ଉଠୁଥିବା ପଡୁଥିବାବେଳେ ଆଜି ସେହି ନୟାଗଡ ଜିଲ୍ଲାର ନିଖୋଜ ୩ ବର୍ଷର ଶିଶୁ ସ୍ୱାତୀର ମୃତଦେହ ମିଳିଛି । ରାଜସୁନାଖଳା ଥାନା ବଧିପାଟଣା ଗାଁ ନିକଟ ଏକ ପୋଖରୀରୁ ସ୍ୱାତୀର ମୃତଦେହ ଉଦ୍ଧାର କରାଯାଇଛି । ପୁଲିସ ମୃତଦେହକୁ ନେଇ ଏଫଏମଟିକୁ ପଠାଇବ । ସ୍ୱାତୀ ଗତ ୧୧ ତାରିଖରେ ଘର ବାଡିପଟେ ଖେଳୁଥିବାବେଳେ କେଉଁଆଡେ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଥିଲେ ।

୫ଦିନ ହେଲା ଝିଅକୁ ଖୋଜି ଆଣିବା ପାଇଁ ପୋଲିସ ଓ ପ୍ରଶାସନ ଆଗରେ ଗୁହାରି କରୁଥିଲେ ମା’ । ଗାଁ ଦାଣ୍ଡରେ ଖେଳୁଥିବାବେଳେ କେଉଁଆଡେ ନିଖୋଜ ହୋଇଗଲା ଝିଅ, ତାକୁ ନେଇ ବିଚଳିତ ହୋଇପଡିଥିବା ପରିବାର ଉପରେ ଆଜି ଯେମିତି ଭାଙ୍ଗି ପଡିଥିଲା ଦୁଃଖର ପାହାଡ । ଅନେକ ଖୋଜାଖୋଜି ପରେ ୩ ବର୍ଷର ଶିଶୁକନ୍ୟା ସ୍ୱାତୀ ତ ମିଳିଲା, ହେଲେ ମୃତ ଅବସ୍ଥାରେ । ଗାଁରେ ଥିବା ଏକ ପୋଖରୀରୁ ଉଦ୍ଧାର ହୋଇଛି ସ୍ୱାତୀର ମୃତଦେହ । ୫ ଦିନ ଧରି ମୃତଦେହଟି ଦଳଭର୍ତ୍ତି ପୋଖରୀରେ ପଡିରହିବା ପରେ ସଂପୂର୍ଣ୍ଣ ଫୁଲିଯାଇଛି । ଆଉ ଝିଅର ମୃତଦେହ ଦେଖିବା ପରେ କେଉଁ ମାଆର ମନ ଧୈର୍ଯ୍ୟ ଧରି ରହିଥାନ୍ତା ?

ରାଜସୁନାଖଳା ଥାନା ବଧିପାଟଣା ଗାଁର ସଂଜୟ ସାହୁଙ୍କ ୩ ବର୍ଷର ଝିଅ ସ୍ୱାତୀ ଗତ ଶୁକ୍ରବାର ଦିନ ଘର ବାଡିପଟେ ଖେଳୁଥିବାବେଳେ କେଉଁଆଡେ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଥିଲା । ସ୍ୱାତୀକୁ ଖୋଜିବା ପାଇଁ ପୁଲିସ ନାକେଦମ ହୋଇଯାଇଥିଲା । ଗାଁ ପୋଖରୀରେ ବୁଡମାରି ତନ୍ନତନ୍ନ କରି ଖୋଜିଥିଲା ଦମକଳ ବାହିନୀ । କାଳେ ପୋଖରୀ କିମ୍ବା କୂଅରେ ବୁଡି ଯାଇଥିବ ସ୍ୱାତୀ, ସେହି ସନ୍ଦେହରେ ଜୋରଦାର ଚାଲିଥିଲା ଖାନତଲାସ । ଖୋଦ ଏସପି ଏହାର ତଦାରଖ କରୁଥିଲେ । ଘରକୁ ଘର ବୁଲି ସ୍ୱାତୀ ବାବଦରେ ତଥ୍ୟ ସଂଗ୍ରହ ଚାଲିଥିଲା । ହେଲେ ଯେମିତି ରହସ୍ୟଜନକ ଭାବେ ନିଖୋଜ ହୋଇଥିଲା ସ୍ୱାତୀ, ସେମିତି ଅଚାନକ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା ତାର ମରଶରୀର । ତେଣୁ ସ୍ୱାତୀକୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ କରୁଛନ୍ତି ପରିବାର ଲୋକ ।

ଯଦୁପୁରରେ ପରୀ ମୃତ୍ୟୁ ଘଟଣାକୁ ନେଇ ସନ୍ଦେହ ଘେରରେ ଥିବା ନୟାଗଡ ପୋଲିସ କିନ୍ତୁ ସ୍ୱାତୀକୁ ଖୋଜିବା ପାଇଁ ସବୁ ଜୋର ଲଗାଇ ଦେଇଥିଲା । ହେଲେ ଗାଁ ଲୋକଙ୍କ କହିବା ହେଲା ସନ୍ଧାନୀ କୁକୁର ସହାୟତାରେ ଅନ୍ୟ ସବୁ ପୋଖରୀ ଓ କୂଅରେ ଖୋଜାଖୋଜି କରିଥିଲେ ମଧ୍ୟ ଦଳଭର୍ତ୍ତି ଏହି ପୋଖରୀକୁ ଭଲଭାବେ ଯାଂଚ କରିନଥିଲା । ଏବେ ମୃତଦେହ ମିଳିବା ପରେ ମୃତ୍ୟୁର ରହସ୍ୟ ଖୋଜିବାକୁ ଏହାର ପୋଷ୍ଟମର୍ଟମ କରିବା ସହ ଫୋରେନସିକ ଯାଂଚ ପାଇଁ ପଠାଇଛି ପୋଲିସ ।

ତେବେ ସଂଜୟ ସାହୁଙ୍କ ଘରଠାରୁ ଅଳ୍ପ ଦୂରରେ ଥିବା ଏହି ପୋଖରୀକୁ କେମିତି ଆସିଲା ସ୍ୱାତୀ ? ଦୁର୍ଘଟଣା ବସତଃ ପୋଖରୀକୁ ଖସିପଡିଥିଲା କି ? ନା ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ତାକୁ କେହି ହତ୍ୟା କରି ଏଠାରେ ଫିଙ୍ଗି ଦେଇଛି ? ଏସବୁ ପ୍ରଶ୍ନର ଉତର ଖୋଜିବାକୁ ତଦନ୍ତକୁ ଚାଲୁ ରଖିଛି ପୋଲିସ ।

from Kanak News
via <a href="https://ifttt.com/?

ବିହାରରୁ କଟକ ଆସୁଛି ଚୋରା ବନ୍ଧୁକ । ୭ ଦିନରେ ଜବତ ହେଲାଣି ୨୩ ବନ୍ଧୁକ ଓ ଶହେରୁ ଅଧିକ ଗୁଳି, ଡି ବ୍ରଦର୍ସ ଗ୍ୟାଙ୍ଗ୍ ସହ ଥାଇପାରେ ଲିଙ୍କ୍ ।

କନକ ବ୍ୟୁରୋ : ବିହାରରୁ ଓଡିଶା ପର୍ଯ୍ୟନ୍ତ ଲମ୍ବିଛି ଚୋରା ବନ୍ଧୁକର ଚେର । କଟକରୁ ଲଗାତାର ଭାବେ ବନ୍ଧୁକ ଓ ଗୁଳି ଜବତ ପରେ ଏଭଳି ସାଂଘାତିକ ତଥ୍ୟ ସାମନାକୁ ଆସିଛି । ଜବତ ହୋଇଥିବା ସମସ୍ତ ବନ୍ଧୁକ ଓ ଗୁଳି ବିହାର ମୁଙ୍ଗେରରୁ ଆସିଥିବା କୁହାଯାଉଛି । ତେବେ ଏତେ ପରିମାଣର ବନ୍ଧୁକ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ବିହାରରୁ ଓଡିଶାକୁ ଆସୁଥିଲା ଏହାର କନେକସନ ଖୋଜିବ ପୁଲିସ୍ । ଏଥିସହ ଧଳ ସାମନ୍ତ ଭ୍ରାତାଙ୍କର ଏହି କାରବାର ସହ କଣ ସମ୍ପୃକ୍ତି ରହିଛି ସେନେଇ ମଧ୍ୟ ଖୋଳତାଡ କରିବ ।

ବିହାରରୁ ଆସୁଛି ବନ୍ଧୁକ । ଓଡ଼ିଶାରେ ହେଉଛି ଷଡଯନ୍ତ୍ର ? ରୁପେଲି ନଗରରେ ଅପରାଧର ସାମ୍ରାଜ୍ୟ ବଢ଼ାଇବା ପାଇଁ ହୁଏତ ଏମିତି କିଛି ମାରଣାସ୍ତ୍ର ହିଁ ଅପରାଧୀଙ୍କୁ ବଳିଆନ୍ କରୁଛି । ବିହାର ମୁଙ୍ଗେରରୁ ଆସୁଥିବା ଏହି ସବୁ ବନ୍ଧୁକ ଏବଂ ଗୁଳିଗୋଳା ଓଡ଼ିଶା ପୁଲିସ୍ ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି । କାରଣ, ଚୋରା ବନ୍ଧୁକ ଚାଲଣ ପଛରେ ରହିଛି କିଛି ନା କିଛି ଅପରାଧିକ ଷଡଯନ୍ତ୍ର ।

୭ ଦିନ ଭିତରେ ୨୩ଟି ବନ୍ଧୁକ ଏବଂ ୧ ଶହରୁ ଅଧିକ ଗୁଳି ଜବତ କରିଛି ପୁଲିସ୍ । ମଙ୍ଗଳବାର ୭ଟି ବନ୍ଧୁକ, ୩୫ ଗୁଳି ସହ ୧୨ ଜଣ ଅପରାଧୀଙ୍କୁ ଗିରଫ କରିଛି । ଜବତ ହୋଇଥିବା ସମସ୍ତ ବନ୍ଧୁକ ଓ ଗୁଳି ମୁଖ୍ୟତଃ ଅପରାଧ ଘଟାଇବା ପାଇଁ କିମ୍ବା ଅପରାଧୀଙ୍କୁ ବିକ୍ରି ପାଇଁ ଅଣାଯାଇଥିବା ପୁଲିସ୍ କହିଛି । ଆଉ ବନ୍ଧୁକ ଚାଲାଣର ଲିଙ୍କ୍ ଖୋଲିବା ପାଇଁ ବିହାର ମୁଙ୍ଗେର ଯିବ ପୁଲିସର ଏକ ଟିମ୍ । ବଡ଼ କଥା ହେଉଛି ଏହି ବନ୍ଧୁକ ଚାଲାଣ ସହ ଧଳସାମନ୍ତ ବ୍ରଦର୍ସ ଗ୍ୟାଙ୍ଗ ସହ ସଂପୃକ୍ତ ଥିବା ଅନୁମାନ କରାଯାଉଛି । ପୂର୍ବରୁ ଡି-ବ୍ରଦର୍ସଙ୍କ ଘରୁ ୧୬ଟି ବନ୍ଧୁକ ଏବଂ ଏକ ହଜାର ୯୫ ରାଉଣ୍ଡ ଗୁଳି ଜବତ ହୋଇଥିଲା ।

from Kanak News
via <a href="https://ifttt.com/?

କୋଭିଡ ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଜୋରଦାର । ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଦିଆଯିବ ଟିକା, ନିର୍ବାଚନୀ ବୁଥ ମଡେଲରେ ହେବ ଟିକାକରଣ କେନ୍ଦ୍ର ।

କନକ ବ୍ୟୁରୋ : କରୋନାର ଅବଗଣନା ଆରମ୍ଭ ହୋଇ ଯାଇଛି । ବ୍ରିଟେନ ସହ ପାଞ୍ଚଟି ରାଷ୍ଟ୍ର ପରେ ଗତକାଲି ଆମେରିକାରେ ଆରମ୍ଭ ହୋଇଛି ଟିକାକରଣ । ଆମେରିକା ଇତିହାସରେ ଟିକାକରଣ ପାଇଁ ସବୁଠାରୁ ବଡ ଯୋଜନା କରାଯାଇଛି । ଏପଟେ ଆମ ଦେଶରେ ଏଯାଏଁ କୌଣସି ଟିକାକୁ ଅନୁମତି ଦିଆଯାଇ ନଥିଲେ ମଧ୍ୟ ଖୁବ୍ ଶୀଘ୍ର ଅନୁମତି ମିଳିଯିବ ବୋଲି ଆଶା କରାଯାଉଛି । ଏଥିପାଇଁ ଭାରତ ସରକାର ଟିକାକରଣର ଗାଇଡଲାଇନ ମଧ୍ୟ ଜାରି କରି ସାରିଛନ୍ତି । ଆଜି ଓଡିଶା ସରକାର ମଧ୍ୟ ଟିକାକରଣ ପାଇଁ ବ୍ଲୁପ୍ରିଂଟ ପ୍ରସ୍ତୁତ କରିଛନ୍ତି  । ଠିକ୍ ନିର୍ବାଚନ ଭଳି ଆଗୁଆ କେତେ ଜଣଙ୍କୁ ଟିକା ଦିଆଯିବ, କେଉଁଠି ଦିଆଯିବ ଓ କେମିତି ଦିଆଯିବ ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଓଡିଶାରେ ହେବାକୁ ଥିବା ଟିକାକରଣ କେନ୍ଦ୍ର ପାଇଁ ହେଉଛି ବ୍ଲୁପ୍ରିଣ୍ଟ । ଟିକା ଦିଆଯିବା ସ୍ଥାନରେ ୩ଟି ରୁମର ବ୍ୟବସ୍ଥା କରାଯିବ । ଯେଉଁମାନେ ଟିକା ନେବାକୁ କେନ୍ଦ୍ରକୁ ଆସିବେ ସେମାନେ ଏହି ତିନୋଟି ରୁମ ଦେଇ ଯିବାକୁ ପଡିବ । ପ୍ରଥମେ ପ୍ରେକ୍ଷାଳୟରେ ଅପେକ୍ଷା କରିବେ, ତାପରେ ଟିକାକରଣ ହେଉଥିବା ରୁମକୁ ଯାଇ ସେମାନଙ୍କର ପରିଚୟ ପତ୍ରର ଯାଂଚ କରାଇବେ ଏବଂ ସେହିଠାରେ ଟିକା ନେବେ । ଶେଷରେ ଟିକା ନେଇଥିବା ଲୋକଙ୍କୁ ଏହି କୋଠରୀକୁ ଅଣାଯିବ । ଏଠାରେ ତାଙ୍କୁ ୩୦ ମିନିଟ୍ ନିରୀକ୍ଷଣରେ ରଖାଯିବ । କିଛି ପାଶ୍ୱର୍ ପ୍ରତିକ୍ରିୟା ପ୍ରକାଶ ନପାଇଲେ ସେମାନଙ୍କୁ ସାର୍ଟିଫିକେଟ ଦିଆଯିବ ।

– ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଟିକା ଦେବା ପାଇଁ ୨୯ ହଜାର ୨୭୬ଟି ଟିକାକରଣ ସ୍ଥାନ ଚିହ୍ନଟ କରାଯାଇଛି

– ଏଥିପାଇଁ ୮୨୭୬ ଜଣ ଟିକାକର୍ମୀ ନିୟୋଜିତ ହେବେ

– ୧୨୨୨ କୋଲ୍ଡ ଚେନ୍ ପ୍ରସ୍ତୁତ  କରାଯାଇଛି

– ଟିକା ନେବା ଆଣିବା ପାଇଁ ଆଇଏଲଆର ୧୭୯୬ ଓ ୧୭୭୧ଟି ଡିଫ୍ରିଜର ବ୍ୟବସ୍ଥା ହୋଇଛି ।

– ଗୋଟିଏ ରାଜ୍ୟସ୍ତରୀୟ  ଟିକାକରଣ ଷ୍ଟୋର ଥିବାବେଳେ ୯ଟି ଆଂଚଳିକ ଓ ୩୨ଟି ଜିଲ୍ଲା ସ୍ତରୀୟ ଷ୍ଟୋର ପାଇଁ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର ।

କେମିତି ଟିକାକରଣ କରାଯିବ ଏଥିପାଇଁ ସୋମବାର ନିର୍ଦ୍ଦେଶାବଳୀ ଜାରି କରିଥିେଲେ କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ :

– ଯେଉଁମାନେ ଟିକା ନେବେ ସେମାନଙ୍କୁ ଆଗୁଆ ପଞ୍ଜିକରଣ କରିବାକୁ ପଡିବ

– ସ୍ପଟରେ ପଞ୍ଜିକରଣ ହେବ ନାହିଁ

– ପରିଚୟପତ୍ର ଦେଖାଇ ଆଗୁଆ ପଞ୍ଜିକରଣ କରିବାକୁ ପଡିବ

– ଗୋଟିଏ ସେଣ୍ଟରରେ ଶହେରୁ ଦୁଇ ଶହ ଲୋକଙ୍କୁ ଟିକା ଦିଆଯିବ

ଦେଶରେ ଏବେ ୬ଟି ଟିକା କ୍ଲିନିକାଲ ଟ୍ରାଏଲ ପର୍ଯ୍ୟାୟରେ ଅଛି । ଏବଂ ଆମେରିକାର ଫାଇଜର, ଅକ୍ସଫୋର୍ଡର କୋଭିସିଲ୍ଡ ଓ ଭାରତୀୟ କମ୍ପାନୀ ଭାରତ ବାୟୋଟେକର କୋଭାକ୍ସିନ ଜରୁରୀକାଳିନ ବ୍ୟବହାର ପାଇଁ ଭାରତ ସରକାରଙ୍କ ଅନୁମତି ମାଗିଛି ।

from Kanak News
via <a href="https://ifttt.com/?

କୋର୍ଟ ପରେ ମହିଳା କମିଶନରେ ପହଞ୍ଚିଲେ ବର୍ଷା । ନିର୍ଯାତନା ବିରୋଧରେ ନ୍ୟାୟ ପାଇଁ କଲେ ଦାବି । ବୈବାହିକ ଜୀବନରେ ବିବାଦକୁ ନେଇ ଫେରାଦ ସୂଚନା ।

କନକ ବ୍ୟୁରୋ: ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଆଜି ରାଜ୍ୟ ମହିଳା କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି । କମିଶନଙ୍କ କାର୍ଯ୍ୟାଳୟକୁ ଯାଇ ସେ ତାଙ୍କର ବୈବାହିକ ବିବାଦ ନେଇ କମିଶନଙ୍କୁ ଅବଗତ କରିଥିବା କୁହାଯାଉଛି । ଦୁଇ ଦିନ ପୂର୍ବରୁ ଲୋକସଭା ଟିଭିର ଉପସ୍ଥାପିକା ତଥା ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଳା ଫେସବୁକରେ ଏକ ପୋଷ୍ଟ ଅପଲୋଡ କରି ବର୍ଷା ପ୍ରିୟଦର୍ଶିନୀଙ୍କୁ ଟାର୍ଗେଟ କରିଥିଲେ । ସେ ଏଥିରେ କହିଥିଲେ ବର୍ଷାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରୁଛନ୍ତି । ଏଥିରେ ତାଙ୍କୁ ଅଶାଳୀନ ଏବଂ ଆପତିଜନକ ଭାବରେ ଟ୍ରୋଲ କରାଯାଉଛି ।

ତେବେ ଏଥିପାଇଁ ସେ ପରୋକ୍ଷରେ ବର୍ଷାଙ୍କୁ ଦାୟୀ କରିଥିଲେ । ସଂଗଠିତ ଭାବରେ ଏସବୁ କରାଯାଉଛି ବୋଲି ସେ ଅଭିଯୋଗ ଆଣିବା ସହ ଆଇନର ଆଶ୍ରୟ ନେବେ ବୋଲି କହିଥିଲେ । ଏହି ଘଟଣା ପରେ ବର୍ଷାଙ୍କ ଓକିଲ କହିଥିଲେ କୋର୍ଟରେ ଚାଲିଥିବା ମାମଲା ସହ ଏହାର କୌଣସି ସମ୍ପର୍କ ନାହିଁ । ଏସବୁ ପରେ ଆଜି ବର୍ଷା ପୁଣି ମହିଳା କମିଶନଙ୍କ ପାଖକୁ ଯିବା , ଚର୍ଚ୍ଚା ସୃଷ୍ଟି କରିଛି ।

from Kanak News
via <a href="https://ifttt.com/?

ବିହାରରୁ ରାଜ୍ୟକୁ ଆସୁଛି ଚୋରା ବନ୍ଧୁକ । କେବଳ କଟକରେ ୭ ଦିନରେ ୨୩ ବନ୍ଧୁକ ସହ ହଜାରୁ ଅଧିକ ଗୁଳି । ଆଜି ୭ଟି ବନ୍ଧୁକ ସହ ୩୫ ଗୁଳି ଜବତ । ୧୨ ଅପରାଧୀ ଗିରଫ

କନକ ବ୍ୟୁରୋ : ବିହାରରୁ ରାଜ୍ୟକୁ ଆସୁଛି ଚୋରା ବନ୍ଧୁକ । କେବଳ କଟକରେ ୭ ଦିନରେ ୨୩ ବନ୍ଧୁକ ସହ ହଜାରୁ ଅଧିକ  ଗୁଳି ଜବତ ହୋଇଛି । ଆଜି ୭ଟି ବନ୍ଧୁକ ସହ ୩୫ ଗୁଳି ଜବତ ହେବା ସହ ୧୨ ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି ।  ଏମାନଙ୍କ ସଂପର୍କରେ ଧଳସାମନ୍ତ ବ୍ରଦର୍ସ ଗ୍ୟାଙ୍ଗ ସହ ଥିବା ଜଣାପଡିଛି ।

ଜବତ ହୋଇଥିବା ସମସ୍ତ ବନ୍ଧୁକ ଓ ଗୁଳି ବିହାର ମୁଙ୍ଗେରରୁ ମୁଖ୍ୟତଃ ଅପରାଧ ଘଟାଇବା ପାଇଁ ଓ ଅପରାଧୀଙ୍କୁ ବିକ୍ରି ପାଇଁ ଅଣାଯାଇଛି ।ଏତେ ପରିମାଣର ବନ୍ଧୁକ ଜବତ ହେବାପରେ ବିହାର କନେକ୍ସନ ଖୋଜିବ ପୁଲିସ । ମୁଙ୍ଗେର ଯିବ କମିସନରେଟ ପୁଲିସର ଏକ ସ୍ୱତନ୍ତ୍ର ଟିମ । ଓଡିଶାର-ବିହାର ଚୋରା ବନ୍ଧୁକ କାରବାର ଚେନ୍କୁ ରୋକିବା ହେଉଛି କମିସନରେଟ ପୁଲିସର ମୁଖ୍ୟ ଲକ୍ଷ୍ୟ ।

from Kanak News
via <a href="https://ifttt.com/?

କୋଭିଡ ରିପୋର୍ଟ ବିନା ଲିଙ୍ଗରାଜ ଦର୍ଶନ ମନା । ରିପୋର୍ଟ ନେଗେଟିଭ ଥିଲେ କରିପାରିବେ ଲିଙ୍ଗରାଜ ଦର୍ଶନ ।

କନକ ବ୍ୟୁରୋ : କୋଭିଡ ନେଗେଟିଭ ରିପୋର୍ଟ ଦେଖାଇଲେ ହିଁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିପାରିବେ ଭକ୍ତ । ଏହାସହ ଦର୍ଶନ ବେଳେ କୋଭିଡ ଗାଇଡଲାଇନକୁ ଗୁରୁତ୍ୱ ଦିଆଯିବା ନେଇ ସ୍ପଷ୍ଟ କରିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଆସନ୍ତା ଡିସେମ୍ବର ୨୭ରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଖୋଲାଯିବାକୁ ନିଷ୍ପତ୍ତି ନେଇଛି ବିଏମସି । ଏହାସହ କୋଭିଡ କଟକଣାକୁ ମଧ୍ୟ କଡାକଡି କରାଯାଇଛି ।

ଆସନ୍ତା ୨୭ରୁ ଲିଙ୍ଗରାଜ ମନ୍ଦିର ଖୋଲିବାକୁ ଥିବା ବେଳେ ୨୭ରୁ ୩୧ ଯାଏଁ ଦର୍ଶନ କରିପାରିବେ ସେବାୟତଙ୍କ ପରିବାର । ନୂଆବର୍ଷ ଅଥାର୍ତ ଜାନୁଆରୀ ୧ ଓ ୨ରେ ବନ୍ଦ ରହିବ ଲିଙ୍ଗରାଜ ମନ୍ଦିର । ଏହି ସମୟରେ କୌଣସି ଭକ୍ତ କିମ୍ବା ସେବାୟତଙ୍କ ପରିବାରକୁ ମନ୍ଦିର ଭିତରକୁ ଛଡାଯିବ ନାହିଁ । ତେବେ ୩ରୁ ଭକ୍ତଙ୍କ ପାଇଁ ଖୋଲାଯିବ ମନ୍ଦିର । ୩ରୁ ୫ ତାରିଖ ଯାଏଁ ରାଜଧାନୀ ବାସିନ୍ଦାଙ୍କୁ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବାର ସୁଯୋଗ ମିଳିବ । ଜାନୁଆରୀ ୬ରୁ ୩୧ ଯାଏଁ ରାଜ୍ୟର ଅନ୍ୟାନ୍ୟ ସ୍ଥାନର ଭକ୍ତଙ୍କୁ ଲିଙ୍ଗରାଜଙ୍କ ଦର୍ଶନ ନେଇ ସୁଯୋଗ ମିଳିବ ।

ଏହାବାଦ୍ ଆସନ୍ତା ୨୫ରେ ଖ୍ରୀଷ୍ଟମାସ ସେଲିବ୍ରେସନ ପାଇଁ ଅନୁମତି ଦିଆଯିବ । କିନ୍ତୁ ଏଥିପାଇଁ ଅନେକ ଗୁଡିଏ କଟକଣା ରହିବ । ଯେପରିକି କରୋନା ଗାଇଡଲାଇନ ପାଳନ ସହ ଯେପରି ଅଧିକ ଲୋକ ଜମା ନୁହଁନ୍ତି ତାହା ଉପରେ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ବିଏମସି କମିଶନର । ସେହିପରି ଏଥର ରାଜଧାନୀ ଭୁବନେଶ୍ୱରରେ ଜିରୋ ନାଇଟ ସେଲିବ୍ରେସନକୁ ମଧ୍ୟ ନା କହିଛି ବିଏମସି ।

from Kanak News
via <a href="https://ifttt.com/?

ଏଥର ଭୁବନେଶ୍ୱରରେ ହେବନି ଜିରୋ ଲାଇଟ ସେଲିବ୍ରେସନ । କୋଭିଡ ପାଇଁ କଟକଣା ଜାରି କଲେ ବିଏମସି କମିଶନର ।

କନକ ବ୍ୟୁରୋ : ଏଥର ରାଜଧାନୀ ଭୁବନେଶ୍ୱରରେ ହେବନି ଜିରୋ ନାଇଟ ସେଲିବ୍ରେସନ । ନୂଆବର୍ଷ ପାଇଁ ୩୧ ତାରିଖ ରାତିରେ ଭୁବନେଶ୍ୱରରେ କୌଣସି ପ୍ରକାର ଉତ୍ସବ ପାଳନ କରାଯିବ ନାହିଁ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଲଗାଇଛନ୍ତି ବିଏମସି କମିଶନର ।

ପ୍ରତିବର୍ଷ ଡିସେମ୍ବର ୩୧ ତାରିଖ ରାତିରେ ଭୁବନେଶ୍ୱରରେ ଜିରୋ ନାଇଟ ସେଲିବ୍ରେସନ ହୋଇଥାଏ । କ୍ଲବ ଓ ବିଭିନ୍ନ ବାରରେ ନୂଆ ବର୍ଷ ପାଇଁ ଉତ୍ସବ ପାଳନ ହୋଇଥାଏ । ଏହି ସମୟରେ ବାର ଓ କ୍ଲବରେ ପ୍ରବଳ ଗହଳି ହୋଇଥାଏ । ତେଣୁ ଏଥର କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ବନ୍ଦ କରାଯାଇଛି ।

ସେହିପରି ଆଜି ବିଏମସି କମିଶନର ପ୍ରେସମିଟ କରି ଡିସେମ୍ବର ୨୭ରୁ ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ଘୋଷଣା କରିଛନ୍ତି । ୨୭ରୁ ୩୧ ଯାଏଁ ଦର୍ଶନ କରିପାରିବେ ସେବାୟତଙ୍କ ପରିବାର । ନୂଆବର୍ଷ ଅଥାର୍ତ ଜାନୁଆରୀ ୧ ଓ ୨ରେ ବନ୍ଦ ରହିବ ଲିଙ୍ଗରାଜ ମନ୍ଦିର । ୩ରୁ ୫ ତାରିଖ ଯାଏଁ ରାଜଧାନୀ ବାସିନ୍ଦାଙ୍କୁ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବାର ସୁଯୋଗ ମିଳିବ । ଜାନୁଆରୀ ୬ରୁ ୩୧ ଯାଏଁ ରାଜ୍ୟର ଅନ୍ୟାନ୍ୟ ସ୍ଥାନର ଭକ୍ତଙ୍କୁ ଲିଙ୍ଗରାଜଙ୍କ ଦର୍ଶନ ନେଇ ସୁଯୋଗ ମିଳିବ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started