କରୋନା ଜନିତ ଆର୍ଥିକ ମାନ୍ଦାବସ୍ଥାକୁ ଏଡାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ପଦକ୍ଷେପ । ଏମଏସଏମଇ ପାଇଁ ୨୮୯ କୋଟି ୪୨ ଲକ୍ଷର ପ୍ୟାକେଜ ଘୋଷଣା କଲେ ନବୀନ

କନକ ବ୍ୟୁରୋ : ରାଜ୍ୟରେ କରୋନା ମହାମାରୀ ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମଏସଏମଇ କ୍ଷେତ୍ର ପାଇଁ ୧୮୯.୪୨ କୋଟି ଟଙ୍କାର ଏକ ପ୍ୟାକେଜକୁ ଆଜି ଅନୁମୋଦନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ଏହି ପ୍ୟାକେଜରେ ଅନେକଗୁଡ଼ିଏ ସହାୟତା ପଦକ୍ଷେପ ଅନ୍ତର୍ଭୁକ୍ତ କରାଯାଇଛି। ଯେପରିକି ସୁଧ ସବଭେନ୍‌ସନ୍‌, ଟପ୍‌ ଅପ୍‌ ସବସିଡି, ରାଜ୍ୟ ଜିଏସ୍‌ଟିର ଫେରସ୍ତ ଏବଂ ବାର୍ଷିକ ଅନୁଷ୍ଠାନ ରକ୍ଷଣାବେକ୍ଷଣ ଦେୟ ଛାଡ ଇତ୍ୟାଦି।

କୋଭିଡ-୧୯ ମହାମାରୀ ଦ୍ୱାରା ସୃଷ୍ଟ ଅପ୍ରତ୍ୟାଶିତ ଆହ୍ଵାନରୁ ମୁକ୍ତି ପାଇବା ପାଇଁ ଏହା ରାଜ୍ୟର ଏମଏସଏମଇ କ୍ଷେତ୍ରରେ ବିଭିନ୍ନ ଉଦ୍ୟୋଗୀ, ମୁଖ୍ୟତଃ ମହିଳା ଏବଂ ସମାଜର ଦୁର୍ବଳ ବର୍ଗକୁ ସହାୟତା ଯୋଗାଇ ଦେବାକୁ ଏହି ପ୍ୟାକେଜ୍‌ରେ ଲକ୍ଷ୍ୟ ରଖାଯାଇଛି। ଏହା ଦ୍ୱାରା ୧୭୦୦୦୦ ଏମ୍‌ଏସ୍‌ଏମ୍‌ଇ ୟୁନିଟ୍‌ ଉପକୃତ ହେବେ।

ଏହି ନୂତନ ପ୍ୟାକେଜ୍‌ ଅନୁଯାୟୀ, ଜରୁରୀକାଳୀନ କ୍ରେଡିଟ୍‌ ଲାଇନ୍‌ ଗ୍ୟାରେଣ୍ଟି ସ୍କିମ୍‌ ଅନ୍ତର୍ଗତ ସରକାର ଏମ୍‌ଏସ୍‌ଏମ୍‌ଇଗୁଡିକ ପାଇଁ ଏକ ସୁଧ ସବଭେନ୍‌ସନ୍‌ ପ୍ରଦାନ କରିବେ। ଏହି ପ୍ୟାକେଜ୍‌ରେ ସରକାର ପ୍ରଥମ ପର୍ୟ୍ୟାୟରେ ୧୦୮.୨୯ କୋଟି ରିଲିଜ୍‌ କରିଛନ୍ତି। ଏହି ଅର୍ଥ ମଧ୍ୟରୁ ୪୦ ପ୍ରତିଶତ ଯୋଗ୍ୟ ମହିଳାଙ୍କୁ ପ୍ରଦାନ କରାଯିବ ଯେଉଁମାନେ ଏମ୍‌ଏସ୍‌ଏମ୍‌ଇ ଚଳାଉଛନ୍ତି।

୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପିଏମ୍‌ଇଜିପି ଅଧୀନରେ, ଦୁର୍ବଳ ବର୍ଗଙ୍କ ପାଇଁ ଟପ୍‌-ଅପ୍‌ ସବସିଡି ର୍ନିଦ୍ଦିଷ୍ଟ ନିୟମ ଅନୁଯାୟୀ ପ୍ରୋତ୍ସାହକଙ୍କ ଅବଦାନ ଭାବରେ ୫ ପ୍ରତିଶତ ପ୍ରଦାନ କରାଯିବ। ଏଥିପାଇଁ ୨୭ କୋଟି ଟଙ୍କା ପ୍ରଦାନ କରାଯାଇଛି। ମହାମାରୀ ସଙ୍କଟକୁ ସାମ୍ନା କରିବାରେ ଏହା ଦୁର୍ବଳ ବିଭାଗ (ଏସସି/ ଏସଟି/ ଓବିସି/ ସଂଖ୍ୟାଲଘୁ ସମ୍ପ୍ରଦାୟ/ ମହିଳା/ ଦିବ୍ୟାଙ୍ଗ/ ପୂର୍ବତନ ସେନା କର୍ମଚାରୀ)ମାନଙ୍କୁ ଉପାୟରେ ସାହାଯ୍ୟ କରିବ।

ପିଏମ୍‌ଏଫ୍‌ଏମ୍‌ଇ ଅଧୀନରେ କାର୍ୟ୍ୟ କରୁଥିବା ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌ ପାଇଁ, କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା, ୬୦:୪୦ ଆଧାରରେ, ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରାୟ ୧୦୦୦ ୟୁନିଟ୍‌କୁ ୧୫% ଅତିରିକ୍ତ ଟପ୍‌ ଅପ୍‌ ସବସିଡି ଦିଆଯିବ। ଏହି ଯୋଜନା ଅଧୀନରେ ଟପ୍‌ ଅପ୍‌ ସବସିଡି ପାଇଁ ୧୦ କୋଟି ଟଙ୍କା ଦିଆଯିବ।

ପଞ୍ଚାୟତ ରାଜ ଏବଂ ପାନୀୟ ଜଳ ବିଭାଗ ଦ୍ୱାରା ଆରମ୍ଭ ହୋଇଥିବା କୋଭିଡ୍‌-୧୯ ସହାୟତା ପ୍ୟାକେଜ୍‌ (ସିଏପି) ହେଉଛି ଅନ୍ୟ ଏକ ସହାୟତା ବ୍ୟବସ୍ଥା ଯାହା ନାନୋ ଏବଂ ମାଇକ୍ରୋ ଏଣ୍ଟରପ୍ରାଇଜେସ୍‌ ପାଇଁ ସହାୟକ ହେବ। ଏଥିପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ମାଧ୍ୟମରେ ୧୦୦ କୋଟି ଉପଲବ୍ଧ ହେବ।

ନିକଟରେ ରାଜ୍ୟ କ୍ୟାବିନେଟ ଦ୍ୱାରା ଅନୁମୋଦିତ ସଂଶୋଧିତ ଆଇପିଆର ଅନୁଯାୟୀ, ଜୁଲାଇ ୧, ୨୦୧୭ରୁ ମାର୍ଚ୍ଚ ୩୧, ୨୦୨୦ ପର୍ୟ୍ୟନ୍ତ ୧୭୫ଟି ଉଦ୍ୟୋଗ ରାଜ୍ୟ ଜିଏସ୍‌ଟି ଫେରସ୍ତ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ପ୍ରସ୍ତାବ ଅନୁଯାୟୀ ୩୮.୩୦ କୋଟି ବଣ୍ଟନ କରାଯିବ।

from Kanak News
via <a href="https://ifttt.com/?

୨୭ରୁ ଖୋଲିବ ଲିଙ୍ଗରାଜ ମନ୍ଦିର । ଜାଣନ୍ତୁ କଣ ରହିଛି ଗାଇଡଲାଇନ, କେଉଁ ମାନେ କରିପାରିବେ ପ୍ରଥମେ ଦର୍ଶନ?

କନକ ବ୍ୟୁରୋ  : ଦୀର୍ଘ ୯ ମାସ ପରେ ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର  । ପୁରୀ ଜଗନ୍ନାଥ ମନ୍ଦିର ପରେ ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇଛି । ଆସନ୍ତା ୨୭ରୁ ଲିଙ୍ଗରାଜ ମନ୍ଦିର ଖୋଲିବାକୁ ଥିବା ବେଳେ ୨୭ରୁ ୩୧ ଯାଏଁ ଦର୍ଶନ କରିପାରିବେ ସେବାୟତଙ୍କ ପରିବାର । ନୂଆବର୍ଷ ଅଥାର୍ତ ଜାନୁଆରୀ ୧ ଓ ୨ରେ ବନ୍ଦ ରହିବ ଲିଙ୍ଗରାଜ ମନ୍ଦିର । ଏହି ସମୟରେ କୌଣସି ଭକ୍ତ କିମ୍ବା ସେବାୟତଙ୍କ ପରିବାରକୁ ମନ୍ଦିର ଭିତରକୁ ଛଡାଯିବ ନାହିଁ ।

ତେବେ ୩ରୁ ଭକ୍ତଙ୍କ ପାଇଁ ଖୋଲାଯିବ ମନ୍ଦିର । ୩ରୁ ୫ ତାରିଖ ଯାଏଁ ରାଜଧାନୀ ବାସିନ୍ଦାଙ୍କୁ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବାର ସୁଯୋଗ ମିଳିବ । ଜାନୁଆରୀ ୬ରୁ ୩୧ ଯାଏଁ ରାଜ୍ୟର ଅନ୍ୟାନ୍ୟ ସ୍ଥାନର ଭକ୍ତଙ୍କୁ ଲିଙ୍ଗରାଜଙ୍କ ଦର୍ଶନ ନେଇ ସୁଯୋଗ ମିଳିବ । କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କୋଭିଡ ନେଗେଟିଭ ରିପୋର୍ଟ ଦେଖାଇଲେ ହିଁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିପାରିବେ ଭକ୍ତ । ଏହାସହ ଦର୍ଶନ ବେଳେ କୋଭିଡ ଗାଇଡଲାଇନକୁ ଗୁରୁତ୍ୱ ଦିଆଯିବା ନେଇ ସ୍ପଷ୍ଟ କରିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଏହାବାଦ୍ ଆସନ୍ତା ୨୫ରେ ଖ୍ରୀଷ୍ଟମାସ ସେଲିବ୍ରେସନ ପାଇଁ ଅନୁମତି ଦିଆଯିବ । କିନ୍ତୁ ଏଥିପାଇଁ ଅନେକ ଗୁଡିଏ କଟକଣା ରହିବ । ଯେପରିକି କରୋନା ଗାଇଡଲାଇନ ପାଳନ ସହ ଯେପରି ଅଧିକ ଲୋକ ଜମା ନୁହଁନ୍ତି ତାହା ଉପରେ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ବିଏମସି କମିଶନର । ସେହିଭଳି ଅଣ୍ଡରଟେକିଂ ଦେଇ ଆସନ୍ତା ୩ ତାରିଖରୁ ରାଜଧାନୀର ସମସ୍ତ ଧର୍ମାନୁଷ୍ଠାନ ଖୋଲିପାରିବ ବୋଲି କହିଛନ୍ତି ପ୍ରେମଚନ୍ଦ୍ର ଚୌଧୁରୀ ।

from Kanak News
via <a href="https://ifttt.com/?

ଅଧାରେ ପଡିଛି ଆଦିବାସୀଙ୍କ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ । ସରକାର ଦେଇଥିବା ଟଙ୍କାକୁ ନେଇ ଠକିଦେଇଛି ଦଲାଲ ।

କନକ ବ୍ୟୁରୋ : ଆଦିବାସୀ ଇଲାକାର ନୀରିହ ଆଦିବାସୀଙ୍କୁ ଠକୁଛନ୍ତି ଦଲାଲ । ଭୂମିହୀନ ଆଦିବାସୀ ସରକାରୀ ଯୋଜନା ପାଉଛନ୍ତି । ହେଲେ ସେମାନଙ୍କ ନୀରିହ ପଣର ସୁଯୋଗ ନେଇ ଦଲାଲମାନେ ଯୋଜନା ବାବଦକୁ ଆସୁଥିବା ଟଙ୍କା ସବୁ ହଡପ କରୁଛନ୍ତି । ଫଳରେ ସରକାରୀ ଯୋଜନା ପାଉଥିବା ହିତାଧିକାରୀ ଏବେ ବି ଅସୁବିଧାରେ ଦିନ କାଟୁଛନ୍ତି । କେନ୍ଦୁଝରରେ ଚାଲିଛି ଏପରି ଦଲାଲ ରାଜ ।

ଅଧାରେ ପଡିଛି ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ । ଦଲାଲ ମାଲାମାଲ, ହିତାଧିକାରୀ ବେହାଲ । ବାସହୀନ ଲୋକଙ୍କୁ ପକା ଘରେ ରଖିବା ପାଇଁ ସରକାର କରିଥିବା ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କା ଘର ଯୋଜନା ଅର୍ଥକୁ ହଡପ କରୁଛନ୍ତି ଦଲାଲ । ଏପରି ଏକ ଅଭିଯୋଗ ଆସିଛି କେନ୍ଦୁଝର ସଦର ବ୍ଲକ ରଘୁନାଥପୁର ଗାଁ ମୁଣ୍ଡା ସାହିରୁ । ଚାଳ ଛପର ଘରେ ୨୦ରୁ ଅଧିକ ମୁଣ୍ଡା ପରିବାର ରୁହନ୍ତି । ଏମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇଛି । ହେଲେ ସମସ୍ତଙ୍କ ଘର ଅଧା ଗଢା ହୋଇରହିଛି । କାରଣ ଘର କରାଇ ଦେବାକୁ କହି ଏମାନଙ୍କ ଠାରୁ ଟଙ୍କା ନେଉଥିବା ଦଲାଲ ଅଧାରେ କାମ ଛାଡି ଚାଲିଯାଇଛି ।

ମୁଣ୍ଡା ସାହି ବାସିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସୁଥିଲା । ବ୍ୟାଙ୍କ ଖାତାକୁ ଟଙ୍କା ଆସିବା ପରେ ଘରେ ପହଞ୍ଚି ଯାଆନ୍ତି ଦଲାଲ । ଆଉ ନିଜକୁ ପଞ୍ଚାୟତ ଅଫିସରୁ ଆସିଛୁ, ତୁମ ଘର ତିଆରି କରିଦେବୁ କହି ହିତାଧିକାରୀଙ୍କ ଠାରୁ ଟଙ୍କା ନେଇ ଯାଆନ୍ତି । ଆଉ ଏବେ ଘର କାମ ଅଧାରେ ପଡିଥିବା ବେଳେ ଦଲାଲ କହୁଛି ଟଙ୍କା ସରିଗଲା । ସେପଟେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ଅଧିକାରୀ କହିଛନ୍ତି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏବେ ପଶ୍ନ ଉଠୁଛି ହିତାଧିକାରୀଙ୍କ ଟଙ୍କା ସରିଲା କେମିତି  ? ବିଲ୍ ପୂର୍ବରୁ କନିଷ୍ଠଯନ୍ତ୍ରୀ କାର୍ଯ୍ୟର ତଦାରଖ କରୁନାହାନ୍ତି କି ? ନା ଦଲାଲଙ୍କ ହାତ ଗୁଞ୍ଜାରେ ଶୀତତାପ ନିୟନ୍ତ୍ରଣ କକ୍ଷରେ ବସି ବିଲ୍ କରିଥାନ୍ତି ? ମୁଣ୍ଡା ସାହି ପରି ସମଗ୍ର ଜିଲ୍ଲାରେ ଲକ୍ଷାଧିକ ଘର ଏମିତି ଅଧପନ୍ତରିଆ ହୋଇ ପଡିରହିଛି ।

from Kanak News
via <a href="https://ifttt.com/?

ଡେ’ ନାଇଟ ଟେଷ୍ଟ ପାଇଁ ପନ୍ତ-ସାହାଙ୍କ ମଧ୍ୟରେ ଟକ୍କର । କାହାକୁ ମିଳିବ ୱିକେଟ କିପର ଦାୟିତ୍ୱ?

କନକ ବ୍ୟୁରୋ : ଆଡିଲେଡ୍‌ରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଥିବା ପିଙ୍କ ବଲ୍ ଟେଷ୍ଟରେ ଭାରତୀୟ ଦଳ ପାଇଁ କିଏ ୱିକେଟରକ୍ଷକ ଦାୟିତ୍ୱ ତୁଲାଇବ? ତାହା ଏକ ବିତର୍କିତ ବିଷୟ ହୋଇଛି। ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ପନ୍ତ ୭୩ ବଲରୁ ୧୦୩ ରନ୍‌ର ବିସ୍ଫୋରକ ପାଳି ଖେଳିବା ପରେ ତାଙ୍କୁ ଏବଂ ଅଭିଜ୍ଞ ୱିକେଟରକ୍ଷକ ଋଦ୍ଧିମାନ ସାହାଙ୍କୁ ନେଇ ତୁଳନା ଆରମ୍ଭ ହୋଇ ଯାଇଛି।

ଆଡିଲେଡରେ କିଏ ୱିକେଟରକ୍ଷଣ ଦାୟିତ୍ୱ ତୁଲାଇବ? ସେ ବିଷୟରେ କୌଣସି ସଙ୍କେତ ଭାରତୀୟ ଦଳ ନଦେବା ମାମଲାକୁ ଆହୁରି ଗୋଳମାଳିଆ କରିଛି। ସାହା ସିଡନିର ଡ୍ରୁମୋନେ ଓଭାଲଠାରେ ଖେଳା ଯାଇଥିବା ତିନି ଦିନିଆ ଅଭ୍ୟାସ ମ୍ୟାଚ୍‌ର ଦ୍ୱିତୀୟ ପାଳିରେ ୫୪ ରନ୍‌ର ଧୈର୍ୟ୍ୟପୂର୍ଣ୍ଣ ପାଳି ଖେଳିଥିଲେ। ତେବେ ଭାରତର ଦୁଇଟି ଅଭ୍ୟାସ ମ୍ୟାଚ୍‌ରେ ଖେଳିଥିବା ଅନ୍ୟ ଦୁଇ ପାଳିରେ ସେ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ।

ବାଂଲାଦେଶ ବିପକ୍ଷ ଘରୋଇ ଶୃଙ୍ଖଳାରେ ଚମତ୍କାର ପ୍ରଦର୍ଶନ କରିବା ସତ୍ତେ୍ୱ ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇଟି ଯାକ ଟେଷ୍ଟର ଚୂଡ଼ାନ୍ତ ଏକାଦଶରେ ସାହାଙ୍କୁ ସ୍ଥାନ ମିଳି ନଥିଲା। ନିଜ ନିଆରା ୱିକେଟରକ୍ଷଣ କୌଶଳ ପାଇଁ କିନ୍ତୁ ସାହା କେବଳ ଭାରତର ନୁହେଁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ୱିକେଟରକ୍ଷକ ଭାବେ ପରିଚିତ। ଯାହା ତାଙ୍କ ସପକ୍ଷରେ ଯାଇପାରେ। ଅବଶ୍ୟ ଅସ୍ଥିର ବ୍ୟାଟିଂ ପ୍ରଦର୍ଶନ ତାଙ୍କ ବିପକ୍ଷରେ ଯାଇପାରେ।

୨୦୧୭ ମସିହା ମାର୍ଚ୍ଚ ମାସରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୧୭ ରନର ପାଳି ଖେଳିବା‌ ପରଠାରୁ ସାହା ଆଉ ଟେଷ୍ଟ୍ ଶତକ ହାସଲ କରି ନାହାନ୍ତି । ସେବେଠାରୁ ଖେଳିଥିବା ୧୪ ପାଳିରୁ ୨୩.୨୭ ହାର ଏବଂ ମାତ୍ର ଗୋଟିଏ ଅର୍ଧଶତକ ବଳରେ ସେ କେବଳ ୨୫୬ ରନ୍ କରିଛନ୍ତି। ଅଷ୍ଟ୍ରେଲିଆରେ ଖେଳିଥିବା ୬ ପାଳିରେ ସେ ମଧ୍ୟ ସେମିତି କିଛି ଅଖିଦୃଶିଆ ରନ୍ କରି ନାହାନ୍ତି। ଅଷ୍ଟ୍ରେଲିଆ ମାଟିରେ ୩୫ ରନ୍‌ର ସର୍ବାଧିକ ସ୍କୋର ସହ ସାହ ମାତ୍ର ୧୧୧ ରନ୍ କରିଛନ୍ତି।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆରେ ପନ୍ତଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଛି। ଗତବର୍ଷ ଜାନୁଆରିରେ ସିଡନି କ୍ରିକେଟ୍ ପଡ଼ିଆରେ ସେ ୧୮୯ ବଲରୁ ୧୫୯ ରନ୍‌ର ପାଳି ଖେଳିଥିଲେ। ୨୦୧୮-୧୯ର ଗତ ଅଷ୍ଟ୍ରେଲିଆ ଗସ୍ତରେ ସେ ହିଁ ଭାରତୀୟ କ୍ରିକେଟ୍ ଦଳର ପ୍ରଥମ ପସନ୍ଦର ୱିକେଟ୍ ରକ୍ଷକ ଥିଲେ। ଚଳିତ ବର୍ଷର ଆଇପିଏଲରେ ଆଶାଜନକ ପ୍ରଦର୍ଶନ କରି ନଥିଲେ ମଧ୍ୟ ପୂର୍ବ ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆରେ ପନ୍ତ ଭାରତୀୟ ଦଳରେ ସାମିଲ ହେବାକୁ ହକଦାର। ହେଲେ ଦୁର୍ବଳ ୱିକେଟ୍ ରକ୍ଷଣ ତାଙ୍କ ବିପକ୍ଷରେ ଯାଇପାରେ। ଗତ ଦୁଇ ବର୍ଷ ହେବ ଢେର ଉନ୍ନତି କରିଥିଲେ ମଧ୍ୟ ତାଙ୍କ ୱିକେଟ୍ ରକ୍ଷଣ ଦକ୍ଷତା ନେଇ ଏବେବି ସଂଶୟ ରହିଛି।

from Kanak News
via <a href="https://ifttt.com/?

ହାତଠାରରୁ ହାତଗଣ୍ଠି: ଆତ୍ମୀୟତା ଆଗରେ ହାର ମାନିଲା ଅକ୍ଷମତା । ପାଟି ସିନା ଫିଟୁନି, ହାତ ଠାରରେ ହୃଦୟର କଥା କହି ନୂଆ ଜୀବନ ଆରମ୍ଭ କଲେ ଦିବ୍ୟାଙ୍ଗ ଯୋଡି ।

କନକ ବ୍ୟୁରୋ: ସେ ମତେ ଦେଖିଛି, ମୁଁ ତାକୁ ଦେଖିଛି… ସେ ମତେ ବୁଝିଛି, ମୁଁ ତାକୁ ବୁଝିଛି… ଏଇ ବୁଝାବୁଛି, ଏଇ ଦେଖା ଚାହାଁ ଭିତରେ ଦୁହେଁ ଦୁହିଁଙ୍କର ହୋଇଛୁ । ପାଟି ଖୋଲି ସିନା ପ୍ରେମର ପରିଭାଷା କେହି କାହାକୁ କହି ପାରୁନୁ ହେଲେ ଏଠି ଆଖି କଥା କହୁଛି, ଓଠ ଦେଉଛି ଇସାରା । ମନ ତଳର ଅକୁହା କଥା, କୁଆଁରୀ ଲାଜକୁ ଠାରରେ ଠାରରେ କହି ସାତ ଜନମର ସାଥୀ ପାଲଟିଛନ୍ତି ସସ୍ମିତା ଓ ପତିତପାବନ

ବାବୁ ୱେଡ୍ସ ସସ୍ମିତା । ସଜ୍ଜିତ କାର ଭିତରେ ବସିଥିବା ଏ ସୁନ୍ଦର ଯୋଡି ଦିବ୍ୟାଙ୍ଗ । ଜନ୍ମରୁ ଏମାନେ କଥା କହିପାରନ୍ତିନି । ବାକ ବାଧିତ ହୋଇଥିବା କାରଣରୁ ମନର ପରିଭାଷା ହାତର ଠାରରେ କୁହନ୍ତି । ଆଉ ସେହି ହାତର ଠାର ହାତଗଣ୍ଠିରେ ଶେଷ ହୋଇଛି ।

କନିଆଁ ସସ୍ମିତା ନାୟକଙ୍କ ଘର ଭୁବନେଶ୍ୱର ଚନ୍ଦ୍ରଶେଖରପୁର ହୋଇଥିବା ବେଳେ ବର ପତିତପାବନଙ୍କ ଘର ବାଲେଶ୍ୱର ଜିଲ୍ଲା ବାହାନଗା ଅସିମିଳା ଅଞ୍ଚଳରେ । ଉଭୟଙ୍କ ପରିବାର ସେମାନଙ୍କ ବହିବା ପାଇଁ ଚିନ୍ତିତ ଥିବାବେଳେ ସମାଜରେ ସେମାନଙ୍କୁ କିଏ ବାହାହେବ ଏହି ଚିନ୍ତାରେ ଥିଲେ ପରିବାର ଲୋକେ । ହେଲେ ଉଭୟ ବାକ୍ ବାଧିତ ହୋଇଥିବାରୁ ଦେଖା ଚାହାଁ ପରେ ଏବେ ସେମାନଙ୍କ ବିବାହ ହୋଇଛି । ସୋର କୁଶଳେଶ୍ୱର ଶିବ ମନ୍ଦିରରେ ହିନ୍ଦୁ ରୀତିନୀତିରେ ଦୁହିଁଙ୍କ ବିବାହ ହୋଇଛି । ଆଉ ସସ୍ମିତାଙ୍କ ମଥାରେ ଲାଗିଛି ସ୍ୱାମୀଙ୍କ ସିନ୍ଦୂର ।

ବିବାହ ପରେ କ୍ୟାମେରା ଆଗରେ ଠାରରେ ଠାରରେ ସସ୍ମିତା କହିଛନ୍ତି ମୋ ସ୍ୱାମୀ ସବୁଠୁ ସୁନ୍ଦର । ପତିତପାବନ ବି ଶଙ୍ଖା ସିନ୍ଦୂର ପିନ୍ଧାଇ ସସ୍ମିତାଙ୍କୁ ସାରା ଜୀବନ ପାଇଁ ସାଥୀ କରିଛନ୍ତି । ଆଉ ଲାଲ ଟୁକୁଟୁକୁ ସାଧବ ବୋହୂ କରି ଘରକୁ ନେଇଛନ୍ତି… ଦିବ୍ୟାଙ୍ଗ ହୋଇ ବି ଏମାନେ ଜୀବନକୁ କେତେ ଖୁସିରେ ଜିଇଁ ପାରନ୍ତି ତାହା ଏ ନୂଆ ସମ୍ପର୍କର ବସା ବାନ୍ଧିଥିବା ନବଦମ୍ପତ୍ତିଙ୍କୁ ଦେଖିଲେ ବୁଝି ହେଉଛି…

from Kanak News
via <a href="https://ifttt.com/?

ଦକ୍ଷିଣରୁ ପଶ୍ଚିମ ସବୁଠି ମଣ୍ଡି ସମସ୍ୟା । ମାସ ମାସ ଧରି ମଣ୍ଡିରେ ପଡିରହୁଛି ହଜାର ହଜାର ବସ୍ତା ଧାନ । କେଉଁଠି ଆସୁନାହାନ୍ତି ମିଲର, ତ କେଉଁଠି ଟୋକନ ଥାଇ ଟାର୍ଗେଟ ନାହିଁ ।

କନକ ବ୍ୟୁରୋ : ଧାନ ବିକ୍ରି ପାଇଁ ଚାଷୀଙ୍କୁ ଟୋକନ ମିଳିଛି ହେଲେ ଟାର୍ଗେଟ ନାହିଁ । ତେଣୁ ମଣ୍ଡିରେ ପଡି ରହିଥିବା ଧାନ କେବେ ଉଠିବ ତାକୁ ଚାଷୀ ଅପେକ୍ଷା କରି ରହିଛନ୍ତି । କଳାହାଣ୍ଡିର କୋକସରା ମଣ୍ଡିରୁ ଧାନ ଉଠାଇବାରେ ବିଳମ୍ବ ହେଉଥିବା ବେଳେ କୌଣସି ଅଧିକାରୀ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । କୋକସରାରେ ନଭେମ୍ବର ୧୬ରୁ ଧାନ କିଣା ଆରମ୍ଭ ହୋଇଛି । ଧାନ ବିକିବା ପାଇଁ  ହଜାରେରୁ ଅଧିକ ଚାଷୀ ପଞ୍ଜିକରଣ କରିଛନ୍ତି । କିନ୍ତୁ ପ୍ରତିଦିନ ମଣ୍ଡିରେ ୭ ଶହରୁ  ୮ ଶହ କ୍ୱିଂଟାଲ ଧାନ ଉଠାଯାଉଥିବାରୁ ଚାଷୀଙ୍କୁ ସପ୍ତାହେ ଲେଖା ଅପେକ୍ଷା କରିବାକୁ ପଡୁଛି ।

ସେହଭିଳି ବରଗଡ ପଦ୍ମପୁର ଉପଖଣ୍ଡରେ ବି ଚାଷୀଙ୍କ ଚିନ୍ତା ବଢାଇଛି ମଣ୍ଡି ସମସ୍ୟା । ପାଇକମାଳ ବ୍ଲକ ବୁକୁରାମୁଣ୍ଡା ଧାନ ମଣ୍ଡିରେ ଖୋଲା ଆକାଶ ତଳେ ପଡିରହିଛି ପ୍ରାୟ ପଶିଚି ହଜାର ବସ୍ତା ଧାନ । ଚାଷୀ ଧାନ ବିକି ଦୁଇ ପଇସା ରୋଜଗାର କରିବା ଉଦେଶ୍ୟରେ ମଣ୍ଡିକୁ ଆଣିଛନ୍ତି । କିନ୍ତୁ ମିଲର ଓ ମଣ୍ଡି ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ମାସ ମାସ ଧରି ବିକ୍ରୀ ହୋଇପାରୁନାହିଁ, ମଣ୍ଡିରେ ପଡି ରହିଛି । ଟୋକନର ବୈଧତା ଗୋଟିଏ ମାସ ଥିବା ବେଳେ ମାସ ପୁରିଗଲେ ଧାନ ବିକ୍ରିରେ ସମସ୍ୟା ହେବ, ତେଣୁ ଚାଷୀ ବାଧ୍ୟ ହୋଇ କମ ଦରରେ ଧାନ ଦଲାଲକୁ ବିକ୍ରୀ କରୁଥିବା ଅଭିଯୋଗ କରିଛନ୍ତି ।

ଟୋକେନ ବଂଟାକୁ କେନ୍ଦ୍ର କରି କାଲିମେଳା ବ୍ଲକ ଏମଭି-୭୨ ଧାନ ମଣ୍ଡିରେ ଉତେଜନା । ଉତ୍ୟକ୍ତ ଚାଷୀ ଲ୍ୟାମ୍ପସ କର୍ମଚାରୀଙ୍କୁ ଠେଲାପେଲା କରିବା ସହିତ ଲ୍ୟାପଟପ ଛଡ଼଼ାଇ ନେଇଥିବାର ଅଭିଯୋଗ ହୋଇଛି । ନଭେମ୍ବର ୩୦ରୁ ମଣ୍ଡି ଆରମ୍ଭ ହୋଇଥିବା ବେଳେ ଡ଼ିସେମ୍ବର ୭ଯାଏଁ ଟୋକେନ ପାଇଥିବା ଚାଷୀ ଏଯାଏଁ ଧାନ ବିକି ପାରି ନାହାନ୍ତି । କିନ୍ତୁ ୧୪ରେ ଟୋକେନ ପାଇଥିବା ଚାଷୀଙ୍କୁ ଆଗ ଧାନ ବିକିବାକୁ ଅନୁମତି ମିଳିଥିଲା । ଯାହା ଅଶାନ୍ତିର ସୁତ୍ରପାତ କରିଥିଲା ।

ଏମଭି-୭୯ ପୁଲିସ ଓ କାଲିମେଳା ଯୋଗାଣ ଅଧିକାରୀ ଚାଷୀଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ସୁଧୁରିଛି । ନାଲାଗୁଣ୍ଠି ଓ ଟିଗଲ ପଂଚାୟତର ୧୦୯୨ ଚାଷୀଙ୍କ ପାଇଁ ଏମଭି-୭୨ ଗାଁରେ ଗୋଟିଏ ମଣ୍ଡିର ବ୍ୟବସ୍ଥା ରହିଛି । ଯେପର୍ଯ୍ୟନ୍ତ ଚାଷୀଙ୍କ ପାଖରେ ଟୋକେନ ଥିବ ସେପର୍ଯ୍ୟନ୍ତ ଧାନ କିଣାଯିବ ବୋଲି କହିଛନ୍ତି କାଲିମେଳା ଯୋଗାଣ ଅଧିକାରୀ ।

from Kanak News
via <a href="https://ifttt.com/?

ରାଜଧାନୀରେ ମାତିଛନ୍ତି ଜମତରା ଗ୍ୟାଙ୍ଗ । ଟୁଇନ ସିଟିରେ ୧୦୦ରୁ ଅଧିକ ମାମଲା ରୁଜୁ ହୋଇଛି । ଇଂଟରନେଟ ବ୍ୟାକିଂରେ ଅଧିକ ଅପରାଧ ଘଟୁଥିବା କହିଲେ ସିପି । ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି ଝାଡ଼ଖଣ୍ଡର ଏହି ଜମତାର ଗ୍ୟାଙ୍ଗ ।

କନକ ବ୍ୟୁରୋ : ଭୁବନେଶ୍ୱରରେ ମାତିଛନ୍ତି ‘ଜମତରା’ ଗ୍ୟାଙ୍ଗ । ଭିଡ଼ିଓ ଜାରି କରି ସତର୍କ କରାଇଲା ପୁଲିସ । ଓଡ଼ିଶା ସାଇବର ଠକଙ୍କ ଟାର୍ଗେଟରେ ରହି ଆସୁଥିବା ବେଳେ ସାଇବର ଅପରାଧ ପାଠଶାଳା ପାଲଟିଥିବା ଝାଡ଼ଖଣ୍ଡର ଜମ୍ତାର ଶାଖା ରାଜଧାନୀରେ କାର୍ଯ୍ୟ କରୁଛି । ବେକାର ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କୁ ଜମତରା ପକ୍ଷରୁ ନିଯୁକ୍ତି ମିଳୁଛି ଓ ଆଗକୁ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଂଚଳରେ ଜାଲ ବିଛାଇ ଠକ ଲୁଟିବା ଯୋଜନା ରହିଥିବା ଜଣାପଡ଼ିଥିଲା । ଠକଙ୍କ ଅପରେସନ ଏକ ଭିଡ଼ିଓ ଜାରି କରିଛି ପୁଲିସ ।

ଏଭଳି ଢ଼ଙ୍ଗରେ ଆସୁଥିବା ଫୋନ କଲ ଠାରୁ ଦ୍ୱରରେ ରହିବା ଉଦ୍ଦ୍ୟେଶରେ ଏହି ଭିଡ଼ିଓ ଜାରି କରାଯାଇଛି । ଭିଡ଼ିଓ ଦେଖିବାକୁ ମିଳିଛି ଜଣେ ଠକ ନିଜକୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର କର୍ମଚାରୀ ବୋଲି ପରିଚୟ ଦେଇ ଫୋନରେ ଜଣେ ଗ୍ରାହକଙ୍କ ନିକଟକୁ କଲ୍ କରି ଏଟିଏମ୍ କାର୍ଡରେ ଥିବା ୧୬ ଟିକିଆ ନମ୍ବର ମାଗୁଛନ୍ତି । ସମ୍ପୃକ୍ତ ଗ୍ରାହକଙ୍କ ବ୍ୟାଙ୍କ ଆକରଉଂଟ ଖୋଲାଯାଇଥିବା ବେଳେ ଦିଆଯାଇଥିବା ଜନ୍ମ ତାରିଖ ଓ ମାସ ଏବଂ ଏଠିଏମ୍ କାର୍ହରେ ଥିବା ତଥ୍ୟ ସହ ମେଳ ଖାଉ ନଥିବା କହୁଛି ଠକ । ଏଟିଏମ୍ କାର୍ଡରେ ଲେଖାଥିବା ନମ୍ବର ନଦେଲେ ଉଭୟ କାର୍ଡ ଓ ଆକାଉଂଟକୁ ବନ୍ଦ କରି ଦିଆଯିବାର ଧମ ଦେଉଛି ।

ଗ୍ରାହକ ଠକ କଥାରେ ସନ୍ଦେହ ପ୍ରକାଶ କରି ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି । କିନ୍ତୁ ଠକ ବିଶ୍ୱାସ ଜନ୍ମାଇବା ପାଇଁ ନିଜର କର୍ମଚାରୀ ଆଇଡ଼ି ନମ୍ବର ମଧ୍ୟ ଦେଉଛି । ତଥାପି ସମ୍ପୃଖ୍ତ ବ୍ୟକ୍ତି ବିଭିନ୍ନ ପ୍ରଶ୍ନ ପଚାରୁ ଥିବାରୁ ଠକ ସ୍ୱର ବଦଳାଇ ବ୍ୟାଙ୍କ ମ୍ୟାନେଜର ପରିଚୟ ଦେଇ କଥା ହେଉଛି ଏବଂ ଆକାଉଂଟ ବନ୍ଦ ହୋଇଯିବ ବୋଲି ଭୟଭୀତ କରାଉଛି । କିନ୍ତୁ ବ୍ୟକ୍ତି କୌଣସି ପ୍ରକାର ନମ୍ବର ନଦେବାରୁ ଠକ ଫୋନ କାଟିଦେଉଛି ।

from Kanak News
via <a href="https://ifttt.com/?

ଆଇସିସି ମହିଳା ବିଶ୍ୱକପ ୨୦୨୨ ପାଇଁ ପ୍ରକାଶ ପାଇଲା ସୂଚୀ । ଜାଣନ୍ତୁ କେବେ, କେଉଁଠି ହେବ ମ୍ୟାଚ?

କନକ ବ୍ୟୁରୋ : ଆଇସିସି ମହିଳା ବିଶ୍ୱକପ ୨୦୨୨ ପାଇଁ ପ୍ରକାଶ ପାଇଲା ସୂଚୀ । ଆଇସିସି ଆଜି ୩୧ ମ୍ୟାଚ ବିଶିଷ୍ଟ ଏହି କାର୍ଯ୍ୟସୂଚୀ ଘୋଷଣା କରିଛି । ଏହି ବିଶ୍ୱକପ ନ୍ୟୁଜିଲାଣ୍ଡରେ ୨୦୨୨ ମାର୍ଚ୍ଚ ୪ରୁ ଏପ୍ରିଲ ୩ ଯାଏଁ ଖେଳାଯିବ । ତେବେ ଏହା ୧୨ ତମ ମହିଳା ବିଶ୍ୱକପ ସଂସ୍କରଣ ।

ନ୍ୟୁଜିଲାଣ୍ଡର ୬ଟି ସହରରେ ଏହି ବିଶ୍ୱକପ ଆୟୋଜନ ହେବ । ଅକଲାଣ୍ଡ, ଟୋରଙ୍ଗା, ହେମିଲଟନ, ୱିଲିଙ୍ଗଟନ, କ୍ରାଇଷ୍ଟଚର୍ଚ୍ଚ ଓ ଡୁନେଡିନ ଷ୍ଟାଡିୟମରେ ସବୁ ମ୍ୟାଚ ଅନୁଷ୍ଠିତ ହେବ । ନ୍ୟୁଜିଲାଣ୍ଡ ସହ ୱାଲିଫାୟାର ଦଳର ଉଦଘାଟନୀ ମ୍ୟାଚ ମାର୍ଚ୍ଚ ୪ ତାରିଖରେ ଟୋରଙ୍ଗାରେ ଅନୁଷ୍ଠିତ ହେବ ।

https://platform.twitter.com/widgets.js

ସେହିପରି ଭାରତୀୟ ମହିଳା ଦଳ ମାର୍ଚ୍ଚ ୬ ତାରିଖରେ ଟୋରେଙ୍ଗା ଠାରେ ୱାଲିଫାୟାର ଦଳ ସହ ମ୍ୟାଚ ଖେଳି ନିଜ ଅଭିଯାନ ଆରମ୍ଭ କରିବ । ମାର୍ଚ୍ଚ ୧୦ ତାରିଖରେ ହାଲିମଟନଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ମୈଦାନକୁ ଓହ୍ଲାଇବ । ପୁଣି ମାର୍ଚ୍ଚ ୧୨ରେ ଏକ କ୍ୱାଲିଫାୟାର ମ୍ୟାଚ ଖେଳିବ ଭାରତ ।

୧୬ ମାର୍ଚ୍ଚକୁ ଭାରତୀୟ ମହିଳା ଦଳର ସାମ୍ନା ଇଂଲଣ୍ଡ ସହ ହେବ । ଗତ ବିଶ୍ୱକପରେ ଭାରତ-ଇଂଲଣ୍ଡ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଯେଉଁଥିରେ ବାଜି ମାରିନେଇଥିଲା ଇଂଲଣ୍ଡ । ଭାରତୀୟ ଟିମର ବାକି ମ୍ୟାଚ ୧୯ ମାର୍ଚ୍ଚରେ ଅଷ୍ଟ୍ରେଲିଆ, ୨୨ ମାର୍ଚ୍ଚରେ କ୍ୱାଲିଫାୟାର ଓ ୨୭ ମାର୍ଚ୍ଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ରହିଛି ।

from Kanak News
via <a href="https://ifttt.com/?

ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ବ୍ଲୁ ପ୍ରିଣ୍ଟ । ନିର୍ବାଚନ ମଡେଲ ଭଳି ହେବ ଟିକାକରଣ । ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଦିଆଯିବ ଟିକା

କନକ ବ୍ୟୁରୋ : ଟିକାକରଣ ପାଇଁ ରାଜ୍ୟ ସରକାର ଜାରି କଲେ ବ୍ଲୁପ୍ରିଣ୍ଟ । ନିର୍ବାଚନ ମଡେଲ ଭଳି ରାଜ୍ୟରେ ହେବ ଟୀକାକରଣ। ପ୍ରଥମ ପର୍ୟ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଦିଆଯିବ ଟୀକା । ୨ ଲକ୍ଷ ୯ ହଜାର ୨୭୬ ଟୀକାକରଣ ସ୍ଥାନ ଚିହ୍ନଟ ହୋଇଛି । ଏଥିପାଇଁ ୮, ୨୭୬ ଟିକାକର୍ମୀ ନିୟୋଜିତ ହେବେ । ସମସ୍ତଙ୍କ ଡାଟା ଅପଲୋଡ଼ ସରିଛି । ୧ ହଜାର ୨୨୨ କୋଲଡ ଚେନ ରହିଛି । ଟୀକା ନେବା ଆଣିବା ପାଇଁ ଆଇଏଲଆର ୧୭୯୬, ଡିଫ୍ରିଜର ୧୭୭୧ ରହିଛି ।

ଗୋଟିଏ ରାଜ୍ୟ ସ୍ତରୀୟ ଟୀକାକରଣ ଷ୍ଟୋର ଥିବା ବେଳେ ୯ ଟି ଆଞ୍ଚଳିକ ଓ ୩୨ ଟି ଜିଲ୍ଲା ସ୍ତରୀୟ ଟିକାକରଣ ଷ୍ଟୋର ରହିଛି । ପ୍ରତି ଟିକାକରଣ କେନ୍ଦ୍ରରେ ୫ ଜଣଙ୍କୁ ନିୟୋଜିତ କରାଯିବ । ଜଣେ ଭ୍ୟାକ୍ସିନେଟର ଓ ଜଣେ ଭ୍ୟାକ୍ସିନେସନ ଅଧିକାରୀ ରହିବେ । ଜଣେ ଭେରିଫାୟର ଓ ୨ ଜଣ ସୁପରଭାଇଜର ରହିବେ ।

ଟିକାକରଣ ସ୍ଥାନରେ ୩ଟି ରୁମ ରହିବ । ପ୍ରେକ୍ଷାଳୟ, ନିରୀକ୍ଷଣ ଓ ଟିକାକରଣ ରୁମ ରହିବ । ଟିକାକରଣ ସରିବା ପରେ ୩୦ ମିନିଟ ନିରୀକ୍ଷଣରେ ରଖାଯିବ। ଟୀକାକରଣ ପରେ ସାର୍ଟିଫିକେଟ ଦିଆଯିବ ବୋଲି କୁହାଯାଇଛି ।

from Kanak News
via <a href="https://ifttt.com/?

କରୋନା ଟିକା ନେଇ ରାଜ୍ୟସରକାରଙ୍କ ପ୍ରସ୍ତୁତି : ଡିଏମଇଟି ସିବିକେ ମହାନ୍ତି କହିଲେ, ଟିକା ଆସିଲେ ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ବୟସ୍କ ବ୍ୟକ୍ତିଙ୍କୁ ଦିଆଯିବ ପ୍ରାଥମିକତା

କନକ ବ୍ୟୁରୋ : କରୋନା ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ଜୋରଦାର ପ୍ରସ୍ତୁତି । କରୋନା ଟିକା ଆସିଲେ ସ୍ୱାସ୍ଥ୍ୟ କର୍ମୀ, ବୟସ୍କ ବ୍ୟକ୍ତି, ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥିବା ବୟସ୍କ ବ୍ୟକ୍ତିଙ୍କୁ ପ୍ରାଥମିକତା ଦିଆଯିବ । କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ  ଆଗୁଆ ନିଜ ନାମକୁ ପଂଜୀକରଣ କରିବାକୁ ପଡିବ । ସ୍ପଟ ପଂଜୀକରଣ ହେବ ନାହିଁ ।  କେବଳ ପୋଟାଲରେ ପଂଜୀକରଣ ହେବ ।

ଗୋଟିଏ ସେଂଟରରେ ଶହେରୁ ଦୁଇ ଶହ  ଲୋକଙ୍କୁ ଟିକା ଦିଆଯିବ । ଟିକାକରଣକୁ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସ୍ତରରୁ ବ୍ଲକ ସ୍ତର ପର୍ଯର୍୍ୟନ୍ତ  ଟ୍ୟାକ୍ସ ଫୋର୍ସ ଗଠନ କରାଯାଇଛି । ଟିକାକରଣ ପାଇଁ ୩ ଲକ୍ଷରୁ ଅଧିକ ଲୋକଙ୍କୁ ଚିହ୍ନଟ କରାଯାଇଛି । ଟିକା ଦେବା ପାଇଁ ଯେତିକି ସ୍ୱାସ୍ଥ୍ୟକର୍ମୀ  ଆବଶ୍ୟକ ସେତିକି  ତାଲିମ ପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀ ଥିବା କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started