ଦୁଇ ଏଏନଏମଙ୍କ ଆତ୍ମାହୁତି ଉଦ୍ୟମ : ୨ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି; ଛଟେଇ ପ୍ରତିବାଦରେ ଧାରଣାରେ ବସିଛନ୍ତି ଶତାଧିକ ଏଏନଏମ କର୍ମୀ

କନକ ବ୍ୟୁରୋ : ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣାରେ ବସିଥିବା ବେଳେ ୨ ଏଏନଏମ କର୍ମୀଙ୍କ ଆତ୍ମହୂତି ଉଦ୍ୟମ । କିରୋସିନ ଢାଳି ନିଆଁ ଲଗାଇବାକୁ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଏଏନଏମ କର୍ମୀ ଉଦ୍ଧାର କରଛନ୍ତି । ଛଟେଇ ପ୍ରତିବାଦରେ ଧାରଣାରେ ବସିଛନ୍ତି ଶତାଧିକ ସ୍ୱାସ୍ଥ୍ୟ କର୍ମୀ ।

ମହାମାରୀ କରୋନା ସହିତ ମହାଲଢେଇ ପାଇଁ ଏମାନଙ୍କୁ ଯୋଦ୍ଧା ସଜେଇ ଠିକା ନିଯୁକ୍ତି ଦିଆଯାଇଥିଲା । କୋଭିଡ କେୟାର ସେଂଟରରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଓ ଦେଖାଶୁଣା ପାଇଁ ଏଏନଏମ ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ୯୦ ଦିନିଆ ଚୁକ୍ତିଭିତିକ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର । ହେଲେ ଏମାନଙ୍କୁ ଛଟେଇ କରିଦିଆଯାଇଥିଲା । ସ୍ଥାୟୀ ନିଯୁକ୍ତି ଓ ଦରମା ଦାବିରେ ଏଏନଏମ କର୍ମୀ ଏବେ ରାଜରାସ୍ତାରେ ଅନଶନରେ ବସିଛନ୍ତି ।

from Kanak News
via <a href="https://ifttt.com/?

ଠକେଇର ଚେର ଖୋଜିବ କ୍ରାଇମବ୍ରାଞ୍ଚ : ପ୍ରଦୀପ ପାଣିଗ୍ରାହୀଙ୍କୁ ଦୁଇ ଦିନ ରିମାଣ୍ଡରେ ନେଲା ଏସଆଇଟି

କନକ ବ୍ୟୁରୋ : ରିମାଣ୍ଡରେ ଗଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ୨ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଂଚ ଏସଆଇଟି । ପ୍ରଦୀପ ପାଣିଗ୍ରାହୀଙ୍କୁ ରିମାଣ୍ଡ ନେବାକୁ ଭୁବନେଶ୍ୱର ଏସଡ଼ିଜେଏମ୍ କୋର୍ଟ ଅନୁମତି ଦେଇଥିଲେ । ରିମାଣ୍ଡ ବେଳେ ଠକେଇ ନେଇ ଅଧିକ ପଚରାଉଚରା କରିବ ଏସଆଇଟି ।

ଟାଟା ମୋଟର୍ସରେ ଚାକିରୀ କରାଇ ଦେବା ନାଁରେ ଆକାଶ ପାଠକଙ୍କ ସହ ମିଶି ପ୍ରଦୀପ ପାଣିଗ୍ରାହୀ ଲକ୍ଷାଧିକ ଟଙ୍କା ଆଶାୟୀ ଯୁବକ ଯୁବତୀଙ୍କୁ ଠକିଥିଲେ । ଏପରିକି ଟଙ୍କା ନେଇ ଆଶାୟୀଙ୍କୁ ଜାଲ କାଗଜ ପତ୍ର ଦେଉଥିଲେ । ଏନେଇ ପ୍ରଦୀପଙ୍କ ବିରୋଧରେ ଗଂଜାମରେ ଅନେକ ଅଭିଯୋଗ ଆସିଛି ।

from Kanak News
via <a href="https://ifttt.com/?

ଅଦ୍ଭୁତ ଅପରେସନ । ଏପଟେ ଚାଲିଥିଲା ଟ୍ୟୁମର ଅପରେସନ, ସେପଟେ ହୋସରେ ରହି ପିଆନୋ ବଜାଉଥିଲେ ନାବାଳିକା ରୋଗୀ 

କନକ ବୁାରୋ : ସାଧାରଣତଃ ଅପରେସନ କଲା ବେଳେ ରୋଗୀଙ୍କୁ ଆନେସ୍ତେସିଆ ଦିଆଯାଏ । ଫଳରେ ଅଚେତ ଅବସ୍ଥାରେ ରୋଗୀଙ୍କ ଅପରେସନ କରିଥାନ୍ତି ଡାକ୍ତର । କିନ୍ତୁ ଏଠି ତାର ଠିକ ବିପରୀତ । ଏଠାରେ ଚାଲିଛି ବ୍ରେନ ଟ୍ୟୁମର ଅପରେସନ । ଆଉ ହୋସରେ ରହି ପିଆନୋ ବଜାଉଛନ୍ତି ଜଣେ ୯ ବର୍ଷିୟ ରୋଗୀ । ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି ଏକ ଅଦ୍ଭୁତ ଘଟଣା ଘଟିଛି ମଧ୍ୟପ୍ରଦେଶର ଗ୍ୱାଲିୟର ଅଞ୍ଚଳରେ ।

ମଧ୍ୟପ୍ରଦେଶ ଗ୍ୱାଲିୟର ସହରର ସୌମ୍ୟା । ସୈମ୍ୟାଙ୍କ ବ୍ରେନ ଟ୍ୟୁମର ହୋଇଥିବାରୁ ସେ ସ୍ଥାନୀୟ ବିର୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଉ ଏଠାରେ ଡାକ୍ତରମାନେ ଏଭଳି ଅଭିନବ ଢଙ୍ଗରେ ଅପରେସନ କରିଥିଲେ । ଏହି ଅପରେସନ ଡାକ୍ତରମାନଙ୍କ ପାଇଁ ବେଶ ଚ୍ୟାଚେଞ୍ଜ ସୃଷ୍ଟି କରିଥିଲା । ବିନା ବେହୋସ କରି ଡାକ୍ତର ସୌମ୍ୟାର ଅପରେସନ ଆରମ୍ଭ କରିଥିଲେ । ହୋସରେ ରହି ସୌମ୍ୟା କେତେବେଳେ ପିଆନୋ ବଜାଉଥିଲା ତ କେତେବେଳେ ମୋବାଇଲରେ ଗେମ ଖେଳୁଥିଲେ । ଏହାରି ମଧ୍ୟ ଡାକ୍ତର ସଫଳତାର ସହ ସୌମ୍ୟା ମୁଣ୍ଡରୁ ଟ୍ୟୁମରକୁ ବାହାର କରିଥିଲେ ।

ସୌମ୍ୟା ପିଆନୋ ବଜାଇବାକୁ ଭଲ ପାଏ । ସେଥିପାଇଁ ଡାକ୍ତର ଏହି ରାସ୍ତା ବାଛିଥିଲେ । ପିଆନୋ ଓ ମୋବାଇଲରେ ଗେମ ଖେଳିବା ବେଳେ ସୌମ୍ୟାର ଧ୍ୟାନ କେବଳ ସେହି କାମ ଉପରେ ରହୁଥିଲା । ତେଣୁ ତାକୁ କଷ୍ଟ ଜଣାପଡୁନଥିଲା । ଏଭଳି ଅପରେସନ ପୂର୍ବରୁ ମଧ୍ୟ ହୋଇଛି । ଅପରେସନ ପରେ ଏବେ ସୌମ୍ୟା ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣା ପଡିଛି ।

ଡାକ୍ତରଙ୍କ ଏଭଳି ଅପରେସନକୁ ଏୱେକ କ୍ରାନିଓଟୋମୀ ଅପରେସନ ବୋଲି କୁହାଯାଏ । ଏଭଳି ସ୍ଥିତିରେ ରୋଗୀଙ୍କୁ ହୋସରେ ରଖାଯାଇ ଅପରେସନ କରାଯାଏ । ପୂର୍ବରୁ ଦେଶ-ବିଦେଶରେ ମଧ୍ୟ ଏଭଳି ଅପରେସନ ସଫଳତାର ସହ କରାଯାଇଛି ।

ଏହି ଅପରେସନକୁ ସଫଳତାର ସହ କରିବା ପାଇଁ ବିର୍ଲା ହସ୍ପିଟାଲ ପକ୍ଷରୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ଗଠନ କରାଯାଇଥିଲା । ବିର୍ଲା ଡାକ୍ତରଙ୍କ ଏହି ସଫଳତା ପରେ ତାଙ୍କୁ ଅନେକ ସ୍ଥାନରୁ ଶୁଭେଚ୍ଛାର ସୁଅ ଛୁଟିଥିଲା । ଏହି ଅପରେସନ ପରେ ଏବେ ସୁସ୍ଥ ହୋଇ ଘରକୁ ଫେରିଛି ସୌମ୍ୟା ।

from Kanak News
via <a href="https://ifttt.com/?

ପରୀ ପରେ ନୟାଗଡରୁ ମିଳିଲା ନିଖୋଜ ୩ ବର୍ଷ ସ୍ୱାତୀର ମୃତଦେହ : ୫ ଦିନ ଖୋଜାଖୋଜି ପରେ ପାଖ ଗାଁ ପୋଖରୀରୁ ମୃତଦେହ ମିଳିଲା

କନକ ବ୍ୟୁରୋ : ମିଳିଲା  ନୟାଗଡରେ  ନିଖୋଜ  ୩ ବର୍ଷର ଶିଶୁ ସ୍ୱାତୀର ମୃତହେହ । ରାଜସୁନାଖଳା ଥାନା ବଧିପାଟଣା ଗାଁର ନିକଟ ଏକ ପୋଖରୀରୁ ସ୍ୱାତୀର  ମୃତଦେହ ଉଦ୍ଧାର କରାଯାଇଛି । ବଧିପାଟଣା ଗାଁର ସଂଜୟ ସାହୁଙ୍କ ୩ ବର୍ଷର ଝିଅ ସ୍ୱାତୀ ଗତ ୧୧ ତାରିଖରେ ଘର ବାଡିପଟେ ଖେଳୁଥିବାବେଳେ କେଉଁଆଡେ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଥିଲେ । ସ୍ୱାତୀକୁ ଖୋଜିବା ପାଇଁ ପୁଲିସ  ୧୧ ତାରିଖରୁ  ନାକେଦମ ହୋଇଯାଇଥିଲା । ଗାଁ ପୋଖରୀରେ ବୁଡମାରି ତନ୍ନତନ୍ନ କରି ଖୋଜିଥିଲା ।

କାଳେ ପୋଖରୀ କିମ୍ବା କୂଅରେ ବୁଡି ଯାଇଥିବ ସ୍ୱାତୀ, ସେହି ସନ୍ଦେହରେ ଜୋରଦାର ଚାଲିଥିଲା ଖାନତଲାସ । ଖୋଦ ଏସପି ଏହାର ତଦାରଖ କରୁଥିଲେ ।  ଘରକୁ ଘର ବୁଲି ସ୍ୱାତୀ ବାବଦରେ ତଥ୍ୟ ସଂଗ୍ରହ ଚାଲିଥିଲା । ଅପହରଣ ଅଭିଯୋଗ ଆଧାରରେ ଆଉଏକ ଟିମ୍ ମଧ୍ୟ ଭିନ୍ନଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଗାଁକୁ ଆସିଥିବା କିଛି ଫେରିବାଲା ସ୍ୱାତୀକୁ ଅପହରଣ କରିନେଇଥିବା ସନ୍ଦେହ କରୁଥିଲେ ବାପା, ମାଆ । ଶେଷରେ ଏକ ପୋଖରୀରୁ ସ୍ୱାତୀଙ୍କ ମୃତଦେହ  ଉଦ୍ଧାର ହୋଇଛି ।

 

from Kanak News
via <a href="https://ifttt.com/?

ପ୍ରସିଦ୍ଧ ଲେଖକ ମନୋଜଙ୍କ ସ୍ୱାସ୍ଥ୍ୟର ତଦାରଖ ପାଇଁ ପଡୁଚେରୀ ଗଲା ରାଜ୍ୟ ସରକାରଙ୍କ ଏକ ଟିମ : ଅପରାହ୍ନରେ ରାଜ୍ୟ ସରକାରଙ୍କୁ ଦେବେ ରିପୋର୍ଟ

କନକ ବ୍ୟୁରୋ : ଅସୁସ୍ଥ ଅଛନ୍ତି ପ୍ରସିଦ୍ଧ ଲେଖକ ମନୋଜ ଦାସ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଅଧିକ ଅନୁସନ୍ଧାନ କରିବା ପାଇଁ ପଣ୍ଡିଚେରୀ ଗଲେ ରାଜ୍ୟ ସରକାରଙ୍କ ଏକ ଟିମ୍ । ଡାକ୍ତର ବିରଂଜି ନାରାୟଣ ମହାପାତ୍ର ପଣ୍ଡିଚେରୀରେ ପହଂଚି ମନୋଜ ଦାସଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି ।

ଏହା ସହ ସେଠାକାର ଡ଼ାକ୍ତରୀ ଟିମ୍ ସହ ଦାସଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ ଆଲୋଚନା କରିଛନ୍ତି । ଏନେଇ ଆଜି ଅପରାହ୍ନରେ ରାଜ୍ୟ ସରକାରଙ୍କୁ ବିସ୍ତୃତ ରିପୋର୍ଟ ଦେବେ । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ସାଙ୍ଗକୁ ହାତ ଭାଙ୍ଗିଯିବା ଯୋଗୁଁ ସେ ଗତ ପ୍ରାୟ ୩ ମାସ ହେବ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି ।

from Kanak News
via <a href="https://ifttt.com/?

କରୋନା ପାଇଁ ଏଥର ହେବନି ପାର୍ଲାମେଂଟର ଶୀତକାଳୀନ ଅଧିବେଶନ : ସବୁ ପକ୍ଷର ସହମତି ଥିବା କହିଲେ ସଂସଦୀୟ ମନ୍ତ୍ରୀ; ଜାନୁଆରୀରେ ହେବ ବଜେଟ ଅଧିବେଶନ

କନକ ବ୍ୟୁରୋ : ଏ ବର୍ଷ ହେବନି ପାର୍ଲାମେଂଟର ବଜେଟ ଅଧିବେଶନ । କେନ୍ଦ୍ର ସରକାର ଘୋଷଣା କରିଛନ୍ତି, କୋଭିଡ ପାଇଁ ଏଥରର ବଜେଟ ଅଧିବେଶନର ଆୟୋଜନ କରାଯିବ ନାହିଁ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ସବୁ ପକ୍ଷଙ୍କ ସହମତିରେ ଏଭଳି ନିଷ୍ପତି ନିଆଯାଇଛି । କରୋନା ସଂକ୍ରମଣ ଯୋଗୁଁ କେହି ବି ସପକ୍ଷରେ ନଥିଲେ । ଏବେ ସିଧା ଜାନୁଆରୀରେ ପାର୍ଲାମେଂଟର ବଜେଟ ଅଧିବେଶନ ହେବ ।

ପ୍ରହ୍ଲାଦ ଯୋଶୀ ଲୋକସଭାରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କୁ ଚିଠିର ଜବାବ ଦେଇଛନ୍ତି । ଅଧିର, କୃଷକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ପାଇଁ ପାର୍ଲାମେଂଟ ଅଧିବେଶନ ଡାକିବାକୁ ଚିଠି ଲେଖିଥିଲେ । ଜବାବରେ ଯୋଶୀ କହିଛନ୍ତିଷ ସମସ୍ତଙ୍କ ସହ ଆଲୋଚନା ପରେ ଅଧିବେଶନ ନ କରିବାକୁ ସମସ୍ତେ ସହମତି ପ୍ରକାଶ କରିଛନ୍ତି ।

from Kanak News
via <a href="https://ifttt.com/?

ନୂଆବର୍ଷ ପୂର୍ବରୁ ନିୟମ କଡାକଡି : ରାଜ୍ୟରେ ଡବଲ ହେଲମେଟ ଚେକିଂ ଜୋରଦାର; ଏଣିକି ହେଲମେଟ୍ ନଥିଲେ ଲିଫ୍ଟ ମନା, ରଦ୍ଦ ହୋଇଯିବ ଲାଇସେନ୍ସ 

କନକ ବ୍ୟୁରୋ : ଏଣିକି ହେଲମେଟ ନଥିଲେ ମିଳିବନି ଲିଫ୍ଟ । ଲିଫ୍ଟ ମାଗୁଥିବା ବ୍ୟକ୍ତିଙ୍କ ପାଖରେ ଯଦି ହେଲଟେ ନଥାଏ ତେବେ ତାଙ୍କୁ ଲିଫ୍ଟ ନଦେବାକୁ ମନା କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ନହେଲେ ଗାଡି ଚାଳକର ଲାଇସେନ୍ସ ବାତିଲ ହେବ । ଡବଲ ହେଲମେଟ ପାଇଁ ଚେକିଂ ଆରମ୍ଭ ହେଲାଣି । ସୁପ୍ରମିକୋର୍ଟ ସଡ଼କ ସୁରକ୍ଷା କମିଟି ୩ ମାସ ଭିତରେ ଓଡିଆ ଆସିବେ ।

ସେମାନେ ଆସିବା ପୂର୍ବରୁ ଯାହା ସବୁ ସଡ଼କ ସୁରକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ତାକୁ ପୁଲିସ ଓ ପରିବହନ ବିଭାଗ ମିଳିତ ଭାବରେ ଠିକ କରିବାକୁ ପ୍ରସ୍ତୁତି କରୁଛନ୍ତି । ଅଧିକ ଦୁର୍ଘଟଣା ଘଟୁଥିବା ଅଂଚଳକୁ ସୁପ୍ରିମକୋର୍ଟ କମିଟି ନିଜେ ପରିଦର୍ଶନ କରିବେ । ନୂଆ ବ୍ଲାକ ସ୍ପଷ୍ଟ ବି ଚିହ୍ନଟ ହେବ । ଆଇଟି ରୁଲ କରାଯିବ । ଯାହା ସବୁ ନୂଆ ପରିବହନ ଆଇନରେ ଗତ ବର୍ଷ ସେପଟେମ୍ବରରେ କେନ୍ଦ୍ର ସରକାର କରିଥିଲେ, ତାହା ଠିକ ଓ କଡ଼ାକଡ଼ି ଭାବେ ପାଳନ କରିବାକ ସୁପ୍ରିମକୋର୍ଟ ଦୁର୍ଘଟଣାପ୍ରବଣ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି ।

 

from Kanak News
via <a href="https://ifttt.com/?

ଧନ୍ୟ ତୁମେ…ଧନ୍ୟ ତୁମ ଚାକିରି: ଶନିବାର ଛୁଟି ବୋଲି, କନ୍ଧମାଳରେ ସପ୍ତାହରେ ୨ ଦିନ ଚାଲେ ଅଫିସ; ଗୁରୁବାରରୁ ଛୁ…ଫେରିବା ବେଳକୁ ମଙ୍ଗଳବାର

କନକ ବ୍ୟୁରୋ: କରୋନା ପାଇଁ ସବୁ ଶନିବାର ସରକାରୀ ଅଫିସ ଛୁଟି। ଏଭଳି ନିର୍ଦ୍ଦେଶନାମା ସରକାର ଜାରି କରିଛନ୍ତି। ସଂପ୍ରତି କରୋନା ସଂକ୍ରମଣ କମିଛି। ହେଲେ ଶନିବାର ଛୁଟି ନିର୍ଦ୍ଦେଶନାମା ଉଠିନାହିଁ। ଶନିବାର ଛୁଟି ଯୋଗୁ କନ୍ଧମାଳରେ ଅଫିସର ଗୁରୁବାର ହାଜିରା ପକାଇ ପଳାଇ ଯାଉଛନ୍ତି। ଅଫିସର ଯିବା ପରେ ତଳିଆ କର୍ମଚାରୀ ବି ଅଫିସକୁ ଆସୁନାହାନ୍ତି। କହିବାକୁ ଗଲେ କନ୍ଧମାଳରେ ବହୁ ଅଫିସ ମାତ୍ର ୨ ଦିନ ଖୋଲା ରହୁଛି। ଅଫିସର ରହୁନାହାନ୍ତି। ଆଉ କର୍ମଚାରୀ ଆସୁନାହାନ୍ତି। ଏଥିଯୋଗୁଁ କୌଣସି କାମରେ ଜିଲ୍ଲାର ଦୂରଦୂରାନ୍ତରୁ ଆସୁଥିବା ଲୋକମାନେ ନିରାଶ ହୋଇ ଫେରିବା ସହ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କରୋନା ସଂକ୍ରମଣ ହୁହୁ ହୋଇ ବଢିବା ଫଳରେ ଅଧା କର୍ମଚାରୀଙ୍କୁ ନେଇ ଅଫିସ ଚାଲିବ। ତାପରେ ପରେ ପ୍ରତି ଶନିବାର ଅଫିସ ଛୁଟି ରହିବ ବୋଲି ସରକାର ନିର୍ଦ୍ଦେଶନାମା ଜାରି କଲେ।

ଯେତେବେଳେ ଅଧା କର୍ମଚାରୀଙ୍କୁ ନେଇ ଅଫିସ ଚାଲିବ ବୋଲି କୁହାଗଲା। ସେ ସମୟରୁ ଅଫିସରଙ୍କ ମଧ୍ୟରୁ କିଏ ମୁଖ୍ୟାଳୟରେ ରହିଲେ ତ, ଆଉ କିଏ ଘରକୁ ପଳାଇଲେ। ଆଉ ଅଧା କର୍ମଚାରୀ ଆସିବା ପ୍ରହସନ ପାଲଟିଲା। ଜଣେ ଓ ଦୁଇ ଜଣ କର୍ମଚାରୀ ଆସିଲେ, ତାହା ପୁଣି ପାଳି କରି। ଯେତେବେଳେ ପ୍ରତି ଶନିବାର ଛୁଟି ବୋଲି ସରକାର ଘୋଷଣା କଲେ। ତା’ପରଠୁ ଅଫିସରଙ୍କ ମନମାନି ବଢିଗଲା। ଶନିବାର ଛୁଟି ବୋଲି ଗୁରୁବାର ଅଫିସରେ ହାଜିରା ପକାଇ ମୁଖ୍ୟାଳୟ ଛାଡିବା ଆରମ୍ଭ କଲେ ଅଫିସର। ସୋମବାରରେ ଅଫିସରେ ଯୋଗ ଦେବା କଥା। ହେଲେ ଅଧିକାଂଶ ଅଫିସର ମୁଖ୍ୟାଳୟରେ ପହଞ୍ଚିବା ବେଳକୁ ମଙ୍ଗଳବାର ହୋଇଯାଉଛି। ଅଫିସର ଆସୁ ନଥିବାରୁ ମଉକା ପାଇ କର୍ମଚାରୀ ବି ଅଫିସକୁ ଆସୁ ନାହାନ୍ତି। ନାମକୁ ମାତ୍ର କିଛି କର୍ମଚାରୀ ଅଫିସ ଖୋଲି ବସୁଛନ୍ତି। ଆଉ ୨ଟା ବେଳକୁ ଖାଇବାକୁ ଯାଇ ଆଉ ଫେରୁ ନାହାନ୍ତି। କୌଣସି କାମରେ ଆସୁଥିବା ଲୋକ ପହଞ୍ଚିଲେ ଅଫିସର ନାହାନ୍ତି। ଅମୁକ ଦିନ ସମୁକ ଦିନ ଆସନ୍ତୁ କହି ଲୋକଙ୍କୁ ବିଦା କରି ଦେଉଛନ୍ତି କର୍ମଚାରୀ। ଯାହା ଫଳରେ ନିରାଶ ହୋଇ ଫେରିବାକୁ ବାଧ୍ୟ ହେଉଛନ୍ତି ଲୋକ।

ଗତକାଲି ସୋମବାର ଥିବା ବେଳେ ସବୁ ଅଫିସ ଖୋଲା ରହିଥିଲା ସତ। ହେଲେ ଅଧିକାଂଶ ଅଫିସରେ ଅଫିସର ନଥିଲେ। ଆଉ ଅଫିସର ନ ଆସିବା ଜାଣି କାଁଭାଁ କର୍ମଚାରୀଙ୍କୁ ଅଫିସରେ ଦେଖିବାକୁ ମିଳିଥିଲା। ଏମିତି କି ଜିଲ୍ଲାପାଳ କାର୍ଯ୍ୟାଳୟ ବିଭିନ୍ନ ବିଭାଗରେ ନାଁ ଅଫିସର ଦେଖିବାକୁ ମିଳୁ ଥିଲା ନାଁ କର୍ମଚାରୀଙ୍କୁ। ବିଭିନ୍ନ ବ୍ଲକ ଓ ତହସିଲ କାର୍ଯ୍ୟାଳୟ ବି ଶୂନଶାନ ଥିବା ପରିଲକ୍ଷିତ ହୋଇଥିଲା। ଅଫିସରଙ୍କ ଅନୁପସ୍ଥିତି ଦେଖି କର୍ମଚାରୀ ଆସୁ ନାହାନ୍ତି। ଏଥି ଯୋଗୁ ସରକାରୀ କାର୍ଯ୍ୟ ହୋଇ ପାରୁ ନଥିବା ବେଳେ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜିଲ୍ଲା ପ୍ରଶାସନର ଢିଲାପଣ ଯୋଗୁ ଅଫିସର ଓ କର୍ମଚାରୀ ମନମାନି ବଢୁଛି ବୋଲି କୁହାଯାଉଛି। କରୋନା ସଂକ୍ରମଣ କମି ଥିବାରୁ ଶନିବାର ଅଫିସ ଖୋଲା ରହୁ। ଆଉ ଲୋକଙ୍କ ସୁବିଧା ପାଇଁ ସରକାରୀ କାର୍ଯ୍ୟକ୍ରମ ତ୍ବରାନ୍ବିତ ହେବା ପାଇଁ ମଉକା ଦେଖି ଘରକୁ ପଳାଇ ଯାଉଥିବା ଅଫିସର ଓ କର୍ମଚାରୀଙ୍କ ଉପରେ କଡା ନଜର ରଖାଯାଉ ବୋଲି ସାଧାରଣରେ ଦାବି ହେଉଛି।

from Kanak News
via <a href="https://ifttt.com/?

କ୍ୟାନସର ରୋଗୀଙ୍କ ପାଇଁ କେଶଦାନ କରି ଚର୍ଚ୍ଚାରେ କଲେଜ ଛାତ୍ରୀ: ରୋଗୀଙ୍କ ପାଇଁ ଚୁଟି ଦେଇ ପ୍ରଶଂସା ସାଉଁଟିଲେ ବାରିପଦାର ଶ୍ରୃତି ମାଇତି

କନକ ବ୍ୟୁରୋ: କେଶ ହେଉଛି ନାରୀର ଗହଣା ଓ ସୌନ୍ଦର୍ଯ୍ୟର ପ୍ରତୀକ । ଅନେକ ଝିଅ ଓ ବୋହୂ ନିଜକୁ କେଶକୁ ସୁସ୍ଥ ଓ ସୁନ୍ଦର ରଖିବା ଲାଗି ଖୁବ ଯତ୍ନ ନେଇଥାନ୍ତି । ଏଭଳି ପରିସ୍ଥିତିରେ ବାରପିଦା ସହରର ଜଣେ କଲେଜଛାତ୍ରୀ ଶୃତି ମାଇତି କର୍କଟ ରୋଗୀଙ୍କ ପାଇଁ ନିଜ କେଶ ଦାନ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ବାରିପଦାର ଏମପିସି ସ୍ୱଂୟଶାସିତ କଲେଜର ଛାତ୍ରୀ ଶ୍ରୃତି ମାଇତି ଆର୍ଥିକ ଭାବେ ସହଯୋଗ କରି ନପାରିବାର ଅସହାୟତାକୁ ନେଇ ନିଜର ସୁନ୍ଦରକୁ ତ୍ୟାଗ କରିଛନ୍ତି । ଏଥିପାଇଁ ଶୃତି ଲଣ୍ଡା ହୋଇ ନିଜର ସୁନ୍ଦର ଲମ୍ବା ଦେଶକୁ ଏକ ସଂସ୍ଥା ମାଧ୍ୟମରେ କର୍କଟ ରୋଗରେ ପୀଡିତ ଓ ଯୁବତୀଙ୍କୁ ପଠାଇଛନ୍ତି । ଶ୍ରୃତି ପୂର୍ବରୁ ନିଜର ଚକ୍ଷୁଦାନ କରିସାରିଥିବାବେଳେ ନିଜର ଅଙ୍ଗଦାନ କରିସାରିଛନ୍ତି ।

ଏ ହେଉଛନ୍ତି ସେଇ ଚର୍ଚ୍ଚିତ ଯୁବତୀ । ନାଁ ଶୃତି ମାଇତି । ଘର ବାରିପଦା ସହରର ତୁଳସୀଚୌରା ଅଂଚଳରେ । ଶୃତି ଏବେ ବାରିପଦା ସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର +୩ କଳାର ତୃତୀୟ ବର୍ଷର ଛାତ୍ରୀ । ଏନଏସଏସର ଭଲେଣ୍ଟିଅର ଭାବରେ ବିଭିନ୍ନ କାର୍ଯ୍ୟରେ ଯୋଗ ଦେଇ ବେଶ୍ ନାଁ କମେଇଛନ୍ତି ସେ । ପିଲାଟି ଦିନରୁ ଆଖପାଖରେ କର୍କଟ ରୋଗରେ ପିଡ଼ିତା ମହିଳାମାନଙ୍କ ଲଣ୍ଡାମୁଣ୍ଡକୁ ଦେଖି ଅନେକ ଚିନ୍ତିତ ରହୁଥିଲେ ଶୃତି । ସେତେବେଳେ ସେ ଭାବୁଥିଲେ ସମସ୍ତଙ୍କ ମୁଣ୍ଡରେ ଚୁଟି ରହିଥିବା ବେଳେ ଏମାନଙ୍କ ମୁଣ୍ଡ ଲଣ୍ଡା କାହିଁକି । ହେଲେ ଏହାର କାରଣ ଶୃତିକୁ ବଡ ହେଲା ପରେ ଜଣାଯାଇଥିଲା । ତେଣୁ ଏଭଳି ଲୋକ ମାନଙ୍କ ମନବଳକୁ ଦୃଢ଼ କରିବା ସହ ସେମାନଙ୍କର କଷ୍ଟକୁ ଲାଘବ କରିବା ପାଇଁ ସବୁବେଳେ ଚେଷ୍ଟିତ ଅଛନ୍ତି । ବିଶେଷ କରି ମହିଳା ବା ଯୁବତୀ ମାନେ କର୍କଟ ରୋଗରେ ପିଡ଼ିତ ହୋଇ କେମୋ ନେଲା ପରେ ସେମାନଙ୍କ ମୁଣ୍ଡରୁ ସବୁ ଚୁଟି ଉଠିଯାଇଥାଏ । ତେଣୁ ଲଣ୍ଡାମୁଣ୍ଡ ନେଇ ବାହାରକୁ ବାହାରିବାପାଇଁ ସେମାନେ କୁଣ୍ଠାବୋଦ୍ଧ କରିଥାନ୍ତି । କେବଳ ସେଇଥିପାଇଁ ଶୃତି ଲଣ୍ଡା ହୋଇ ନିଜର ସୁନ୍ଦର ଲମ୍ବା କେଶକୁ “ଓଡିଶା ହେୟାର ଡୋନେସନ୍” ସଂସ୍ଥା ମାଧ୍ୟମରେ କର୍କଟ ରୋଗରେ ନିଜର କେଶ ହରାଇଥିବା ମହିଳା ବା ଯୁବତୀ ମାନଙ୍କୁ ପଠାଇଛନ୍ତି । ଏବଂ ଏହା କରି ସେ ବେଶ୍ ଆନନ୍ଦିତ ବୋଲି କହିଛନ୍ତି ।

ତେବେ ଶୃତିଙ୍କର ଏଭଳି ନିଆରା ପଦେକ୍ଷପ ପାଇଁ ନିଜକୁ ଖୁବ୍ ଗର୍ବିତ ମନେକରୁଛନ୍ତି ପରିବାର ଲୋକେ । ସାହୀ ପଡିଶାଙ୍କ ଟାହିଟାପୋରାକୁ ଖାତିର ନକରି ନାତୁଣିର ଖୁସିକୁ ସ୍ୱାଗତ ଜଣାଇଛନ୍ତି ଉଭୟ ଅଜା ଏବଂ ଆଈ । ସେପଟେ, ଭବିଷ୍ୟତରେ ଜଣେ ଭଲ ସମାଜ ସେବୀ ହେବା ସହ ଜଣେ ପୋଲିସ ଅଫିସର ହେବାର ଲକ୍ଷ୍ୟ ରଖିଥିବା ଶୃତି ବର୍ତମାନ ସୁଦ୍ଧା ନିଜର ଚକ୍ଷୁ ଦାନ ଓ କେଶ ଦାନ କରିସାରିଥିବାବେଳେ ଆଗକୁ ନିଜର ଅଙ୍ଗଦାନ କରିବାର ଲକ୍ଷ୍ୟ ରଖିଛନ୍ତି ।

from Kanak News
via <a href="https://ifttt.com/?

ଠକେଇର ଚେର ଖୋଜିବ କ୍ରାଇମବ୍ରାଂଚ: ୨ ଦିନ ରିମାଣ୍ଡରେ ପ୍ରଦୀପ ପାଣିଗ୍ରାହୀଙ୍କୁ ନେବାକୁ ଭୁବନେଶ୍ୱର କୋର୍ଟଙ୍କ ଅନୁମତି

କନକ ବ୍ୟୁରୋ: ରିମାଣ୍ଡରେ ଯିବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ୨ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଂଚ ଏସଆଇଟି । ପ୍ରଦୀପ ପାଣିଗ୍ରାହୀଙ୍କୁ ରିମାଣ୍ଡ ନେବାକୁ ଭୁବନେଶ୍ୱର ଏସଡ଼ିଜେଏମ୍ କୋର୍ଟ ଆଜି ଅନୁମତି ଦେଇଛନ୍ତି । ରିମାଣ୍ଡ ବେଳେ ଠକେଇ ନେଇ ଅଧିକ ପଚରାଉଚରା କରିବ ଏସଆଇଟି ।

ଟାଟା ମୋଟରର୍ସରେ ଚାକିରୀ କରାଇ ଦେବା ନାଁରେ ଆକାଶ ପାଠକଙ୍କ ସହ ମିଶି ପ୍ରଦୀପ ପାଣିଗ୍ରାହୀ ଲକ୍ଷାଧିକ ଟଙ୍କା ଆଶାୟୀ ଯୁବକ ଯୁବତୀଙ୍କୁ ଠକିଥିଲେ । ଏପରିକି ଟଙ୍କା ନେଇ ଆଶାୟୀଙ୍କୁ ଜାଲ କାଗଜ ପତ୍ର ଦେଉଥିଲେ । ଏନେଇ ପ୍ରଦୀପଙ୍କ ବିରୋଧରେ ଗଂଜାମରେ ଅନେକ ଅଭିଯୋଗ ଆସିଛି । ସେପଟେ ପ୍ରଦୀପଙ୍କୁ ଦୁର୍ନୀତି ମାମଲାର ତଦନ୍ତ ପାଇଁ ଲୋକାୟୁକ୍ତଙ୍କୁ ଦାୟିତ୍ୱ ଦିଆଯାଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started