କୋଟିପତି ଶିକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍ : ପାରଳାଖେମୁଣ୍ଡି ସମେତ ଏକକାଳୀନ ୧୧ଟି ସ୍ଥାନରେ ଚଢାଉ

କନକ ବ୍ୟୁରୋ : କୋଟିପତି ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ । ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ରେଡ । ବିପୁଳ ପରିମାଣର ଟଙ୍କା ସହ ବିଦେଶୀ ମୁଦ୍ରାର ଶିକ୍ଷକଙ୍କ ଘରୁ ଜବତ କରିଛି ଭିଜିଲାନ୍ସ । ପାରଳାଖେମୁଣ୍ଡି ଏରଦଳାସାହିରେ ଥିବା ଏକ ସରକାରୀ ବିଦ୍ୟାଳୟର ସହକାରୀ ଶିକ୍ଷକ ଦୁଷ୍ମନ୍ତ ନାୟକଙ୍କ ବାସଭବନରେ ଚାଲିଛି ଭିଜିଲାନ୍ସ ଚଢ଼ାଉ । ନିଜ ବାସଭବନ ସମେତ ଅନ୍ୟ ୧୧ଟି ସ୍ଥାନରେ ଚାଲିଛି ଚଢ଼ାଉ । ତଦନ୍ତ ଚାଲିଥିବା ବେଳେ ଏଯାଏଁ ୧୬ଟି ଘରର ଦସ୍ତାବିଜ, ୬ଟି ପ୍ଲଟର ହିସାବ ଚାଲିଛି । ଏଥିସହ ୪୦ରୁ ଅଧିକ ଘର ଥିବା ଜଣାପଡ଼ିଛି ।

from Kanak News
via <a href="https://ifttt.com/?

ରାଉରକେଲାରେ ଲମ୍ବିଚାଲିଛି ଜିଏସଟି ଠକେଇ ମାମଲାର ତାଲିକା : ପୁଣି ପରିବା ବିକାଳିଙ୍କ ନାଁରେ ୧୧୦ କୋଟି ଟଙ୍କାର ଜାଲିଆତି; ଆସିଲା ନୋଟିସ

କନକ ବ୍ୟୁରୋ : ରାଉରକେଲାରେ ଜିଏସଟି ଠକେଇର ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ନିରୀହ, ଗରିବ ଓ ବେରୋଜଗାରଙ୍କୁ ମୋହରା ବନେଇ କିଭଳି କୋଟି କୋଟି ଟଙ୍କା ସରକାରୀ ରାଜସ୍ୱକୁ ହଡପ କରାଯାଉଛି, ତାର ଜ୍ୱଳନ୍ତ ଉଦାହରଣ ହେଉଛି ଇସ୍ପାତନଗରୀରୁ ସାମ୍ନାକୁ ଆସୁଥିବା ଗୋଟିଏ ପରେ ଗୋଟିଏ ଜିଏସଟି ଠକେଇ ମାମଲା । ସହରରେ ଜିଏସଟି ଠକେଇ ମାମଲାର ତାଲିକା ଲମ୍ବି ଲମ୍ବି ଚାଲିଥିବା ବେଳେ ଏବେ ସେଥିରେ ଜଣେ ପରିବା ବିକାଳୀଙ୍କ ନାଁ ଯୋଡ଼ି ହୋଇଯାଇଛି ।

ରାସ୍ତାକଡ଼ରେ ଏକ ଛୋଟିଆ ଗୁମୁଟିରେ ପରିବା ବିକି ଗୁଜରାଣ ମେଂଟାଉଥିବା କାର୍ତିକ କାମିଲା ନାମକ ଏହି ପରିବା ବିକାଳୀଙ୍କ ନାଁରେ ଜିଏସଟି ଠକେଇ ହୋଇଛି । ଏନେଇ ବ୍ୟବସାୟୀଙ୍କୁ ଜିଏସଟି କତୃପକ୍ଷଙ୍କ ନୋଟିସ ବି ଆସିଛି । ଉକ୍ତ ବ୍ୟବସାୟୀଙ୍କୁ କୋଏଲନଗର ସି ବ୍ଲକ ସ୍ଥିତ ମାର୍କେଟ କମ୍ପେକ୍ସର ମାଲିକ ଦର୍ଶାଇ ଲିଙ୍ଗରାଜ ଟ୍ରେଡ଼ିଂ ନାମକ ଜାଲ ବ୍ୟବସାୟିକ ସଂସ୍ଥା ପ୍ରାୟ ୧୧୦ କୋଟି ଟଙ୍କାର ବ୍ୟବସାୟ କରିଥିବା ଜଣାପଡ଼ିଛି ।

ଇନପୁଟ ଟ୍ୟାକ୍ସ କେଡ୍ରିଟ ବାବଦକୁ ଜାଲ ବ୍ୟାଙ୍କ ଆକାଉଂଟ ମାଧ୍ୟମରେ ୧୦ କୋଟିରୁ ଅଧିକ ଟଙ୍କା ହଡ଼ପ କରିଥିବା ମଧ୍ୟ ଅଭିଯୋଗ ହୋଇଛି । କିନ୍ତୁ ଉକ୍ତ କ୍ଷୁଦ୍ର ବ୍ୟବସାୟୀ ଜଣଙ୍କ ସେହି ମାର୍କେଟ କମ୍ପେକ୍ସର ମାଲିକ ନଥିବା ଜଣାପଡ଼ିଛି । ପୂର୍ବରୁ ଦିନ ମଜୁରିଆ, ରାସ୍ତାକଡ଼ରେ ଥିବା ଜଳଖିଆ ଦୋକାନୀ, ଗୁପଚୁପ ବିକାଳୀ, ଅଟୋ ଡ୍ରାଇଭର, ଠିକା ଶ୍ରମିକ, ଗୃହିଣୀ, କଲେଜ ପଢ଼ୁଆ ଛାତ୍ରଙ୍କ ନାଁ ଠକେଇ ହୋଇଥିବା ବେଳେ ଏବେ ପରିବା ବିକାଳୀ ନାଁରେ ଜିଏସଟି ଠକେଇ ମାମଲା ।

from Kanak News
via <a href="https://ifttt.com/?

ମାଓନେତା କୈଳାସର ଅଡ଼ିଓ ଟେପ୍ ଭାଇରାଲ: ୨ ଜଣ ମାଓବାଦୀଙ୍କୁ ପୁଲିସ୍ ବନ୍ଧକ ରଖିଥିବା ନେଇ ଆଣିଲେ ଅଭିଯୋଗ

କନକ ବ୍ୟୁରୋ: ମାଓନେତା କୈଳାସର ଅଡ଼ିଓ ଟେପ ଭାଇରାଲ । ମୃତ ମାଓବାଦୀଙ୍କ ବିଷୟରେ କହି ଅଡ଼ିଓ ଟେପ ଜାରି କରାଯାଇଛି । ସ୍ୱାଭିମାନ ଅଂଚଳରେ ୨ ଦିନ ତଳେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିଲା ଗୁଳିବିନିମୟ । ଯବାନଙ୍କ ଗୁଳିରେ ଟଳି ପଡ଼ିଥିଲେ ୨ ମାଓବାଦୀ । ଏହା ପରେ ମାଓନେତା କୈଳାସ ପକ୍ଷରୁ ଅଡ଼ିଓ ଟେପ ଜାରି ହୋଇଛି । ଯେଉଁ ୨ ମାଓବାଦୀ ମାଲେସ ଏବଂ ଶାନ୍ତମା ଏହି ଏନକାଉଂଟରରେ ପ୍ରାଣ ହରାଇଥିଲେ ସେମାନଙ୍କୁ ପୋଲିସ ଧରି ନେଇ ନିର୍ମମ ଭାବେ ହତ୍ୟା କରିଥିବା ବେଳେ ଅନ୍ୟ ୨ ମାଓବାଦୀଙ୍କୁ ପୋଲିସ ବନ୍ଧକ କରିଥିବା ଅଭିଯୋଗ କରିଛନ୍ତି ମାଓନେତା କୈଳାସ ।

ଏବଂ ସ୍ୱାଭିମାନ ଅଂଚଳରେ ପୋଲିସ ପକ୍ଷରୁ ଆଦିବାସୀଙ୍କୁ ନିର୍ଯ୍ୟାତନା ଦେବାସହ ମାଓବାଦୀଙ୍କ ନାମରେ ମିଥ୍ୟା ଏନକାଉଂଟର କରାଯାଉଥିବା ମାଓନେତା ପକ୍ଷରୁ ଅଭିଯୋଗ ହୋଇଛି । ଯେଉଁ ୨ ମାଓବାଦୀଙ୍କୁ ପୋଲିସ ଧରି ନେଇଛି ସେମାନଙ୍କୁ ତୁରନ୍ତ କୋର୍ଟରେ ହାଜର କରିବାକୁ ଅଡ଼ିଓ ଟେପରେ ଦାବି ହୋଇଛି ।

from Kanak News
via <a href="https://ifttt.com/?

ଡି ବ୍ରଦର୍ସ କ୍ରାଇମ ସିଣ୍ଡିକେଟରେ କିଏ? ଭିଭିଆଇପି ଖେଳ ସରିଲା, ଏବେ କର୍ତ୍ତୃପକ୍ଷଙ୍କ ଅଡୁଆ ବଢ଼ିଲା: ଜେଲ ଭିତରେ ଥାଇ କେମିତି କରୁଥିଲେ ବଡ଼ଧରଣର କାରବାର ଉଠିଲା ପ୍ରଶ୍ନ

କନକ ବ୍ୟୁରୋ: ସାରା ରାଜ୍ୟରେ ଗ୍ୟାଙ୍ଗଷ୍ଟର ଡି ବ୍ରଦର୍ସର ଚର୍ଚ୍ଚା। ଡି ବ୍ରଦର୍ସର ସୁଶାନ୍ତ ଧଳସାମନ୍ତ ବଲାଙ୍ଗୀର ଜେଲରେ ଭିଭିଆଇପିଙ୍କ ଭଳି ରହୁଛି। ଫ୍ୟାନରୁ ନେଇ ରୋଷେଇବାସ ଯାଏ ତାହାର ସେଲରେ ବ୍ୟବସ୍ଥା ହେଉଛି। ଏସବୁର ପର୍ଦ୍ଦାଫାସ ହେବା ପରେ ଜେଲ କର୍ତ୍ତୃପକ୍ଷଙ୍କ ଅଡୁଆ ବଢ଼ିଛି। ଜେଲକୁ ବଦନାମ କରିବାକୁ ଏହା ଏକ ଷଡଯନ୍ତ୍ର ବୋଲି ଜେଲ ଅଧୀକ୍ଷକ କହୁଥିଲେ ବି ପ୍ରକୃତ ତଥ୍ୟ ସବୁ ପଦାକୁ ଆସିବାରେ ଲାଗିଛି। ଏପଟେ ବଲାଙ୍ଗୀରରେ ଡି ବ୍ରଦର୍ସ କ୍ରାଇମ ସିଣ୍ଡିକେଟରେ କେଉଁମାନେ ସଂପୃକ୍ତ ତାହାକୁ ନେଇ ରାଜ୍ୟ ପୁଲିସ ଖୋଲତାଡ଼ ଚଳାଇଛି। ଜେଲ ଭିତରେ ଥାଇ ଏତେ ବଡ଼ଧରଣର କାରବାର ଡି ବ୍ରଦର୍ସ ଗ୍ୟାଙ୍ଗ କେମିତି କରୁଥିଲେ ତାହାର ତଦନ୍ତ ହେଲେ ବଲାଙ୍ଗୀରରେ କେଉଁମାନେ ଡି ବ୍ରଦର୍ସ ସହ ସଂପର୍କ ରଖିଛନ୍ତି ତାହା ବି ନିଶ୍ଚିତ ଭାବରେ ପଦାକୁ ଆସିବ ବୋଲି କୁହାଯାଉଛି।

ବଲାଙ୍ଗୀର ଜିଲ୍ଲା କାରାଗାରରେ ଡି ବ୍ରଦର୍ସ କେବଳ ନୁହଁ, ବିଗତ ଦିନରେ ଆହୁରି ଅନେକ ଗ୍ୟାଙ୍ଗଷ୍ଟର ସବୁ ରହିଥିଲେ। ରାଜା ଆଚାର୍ଯ୍ୟ, ହାଇଦର ଭଳି କୁଖ୍ୟାତ ଅପରାଧୀଙ୍କୁ ବଲାଙ୍ଗୀର ଜେଲରେ ରଖାଯାଇଥିଲା। ସେମାନେ ସବୁ ଏଠି ରହିବା ସମୟରେ ବି ଭିଭିଆଇପିଙ୍କ ଭଳି ସୁବିଧାସୁଯୋଗ ସବୁ ପାଉଥିଲେ। ଯାହାକି ସେହି ସମୟରେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏବେ ଡି ବ୍ରଦର୍ସର ସୁଶାନ୍ତ ଧଳସାମନ୍ତଙ୍କ ସେଲର ଫଟୋ ଭାଇରାଲ ହୋଇଛି। ଯାହାକି କହୁଛି କେମିତି କୁଖ୍ୟାତ ଅପରାଧୀ ଜେଲ ଭିତରେ ସବୁ କିଛି ସୁବିଧାସୁଯୋଗ ହାତଉଛି। ଭାଇରାଲ ଫଟୋରୁ ଜଣାଯାଇଛି ଯେ, ସୁଶାନ୍ତ ଧଳସାମନ୍ତ ପାଇଁ ସ୍ୱତନ୍ତ୍ର ଫ୍ୟାନର ବ୍ୟବସ୍ଥା ହୋଇଛି। ସେହିପରି ଦୁଇଟି ସେଲକୁ ସେ ବ୍ୟବହାର କରୁଛି। ଏପରିକି ରୋଷେଇ କରିବାକୁ ସାମଗ୍ରୀ ରହିଛି। ଏହା ସବୁ ସାମ୍ନାକୁ ଆସିବା ପରେ ଜେଲ ଅଧୀକ୍ଷକ ତାଙ୍କ ସମୟର ଏହି ଭିଡିଓ ନୁହଁ ବୋଲି ଦାବି କରୁଛନ୍ତି। ଜେଲ ଅଧୀକ୍ଷକ କହିଛନ୍ତି, ଫଟୋ ପୁରୁଣା। ମଶାରି ଓ ଫ୍ୟାନ ସମସ୍ତଙ୍କୁ ଯୋଗାଇ ଦିଆଯାଇଥାଏ। ସବୁ କଏଦୀଙ୍କ ଭଳି ସୁଶାନ୍ତ ରହୁଥିବା ସେ କହିଛନ୍ତି। ହେଲେ ଅନ୍ୟପଟେ ଦେଖିବାକୁ ଗଲେ ସୁଶାନ୍ତ ଧଳସାମନ୍ତ ଜେଲ ଭିତରେ ଆଧିପତ୍ୟ ବିସ୍ତାର କରିଛି।

ଜେଲ କର୍ତ୍ତୃପକ୍ଷ ଏଯାଏ ସେ ଯାହା ମନମାନୀ କଲେ ବି କିଛି କହିନଥାନ୍ତି ବୋଲି ନାମ ଗୋପନ ରଖାଯିବା ସର୍ତ୍ତରେ କିଛି କର୍ମଚାରୀ ପ୍ରକାଶ କରିଛନ୍ତି। ଏପରିକି ବିଚାରଧୀନ କଏଦୀ ଯେଉଁମାନେ ବାହାରକୁ ବାହାରିଛନ୍ତି ସେମାନଙ୍କ କହିବାନୁସାରେ, ଜେଲ ଭିତରେ ଯାହା ପାଖରେ ଟଙ୍କା ରହିଛି ସେସବୁ ସାମଗ୍ରୀ ପାଇପାରିବ। ଏହା କେବଳ ଧଳସାମନ୍ତ ନୁହଁ। ଅନ୍ୟ କଏଦୀମାନେ ବି ଆରାମରେ ନିଶାଦ୍ରବ୍ୟରୁ ନେଇ ଖାଇବାପିଇବା ସବୁ କିଛି ପାଉଛନ୍ତି। ଜେଲ କର୍ମଚାରୀ ଓ କେତେ ଜଣ ପୁରୁଣା କଏଦୀ ଯେଉଁମାନେ ବାହାରକୁ ଆସିଥାନ୍ତି ସେମାନେ ସବୁ ସାମଗ୍ରୀ ଭିତରକୁ ନେଇଥାନ୍ତି। ଜେଲ ବାଡ଼ ପଟୁ ବି ଗଂଜେଇ, ବିଡି, ସିଗାରେଟ ଭିତରକୁ ଯାଇଥାଏ। ବିଗତ ଦିନରେ ସ୍ୱତନ୍ତ୍ର ଚଢ଼ଉ ସମୟରେ ବି ବହୁ ସାମଗ୍ରୀ ସବୁ ଜବତ ହେଉଥିଲା। ମୋବାଇଲ, ଗୁଠଖା, ଗଂଜେଇ ବି ବିଗତ ଦିନରେ ସେଲଗୁଡ଼ିକ ଭିତରୁ ବାହାରିଥିଲା। ଏବେ ଗଣମାଧ୍ୟମରେ ଡି ବ୍ରଦର୍ସ ସୁଶାନ୍ତ ରହିବା ଶୈଳୀ ଉପରେ ଖବର ପ୍ରକାଶନ ପରେ ସବୁ କିଛି ଲୁଚାଛପା ଚାଲିଛି।

କିଚେନରୁ ଯାଉଛି ସ୍ପେସିଆଲ!

ଜେଲ ଭିତରର କଥା ସାମ୍ନାକୁ ଆସିବା ପରେ ଏବେ ଜେଲ କର୍ତ୍ତୃପକ୍ଷ ସବୁ ଭିତିରି କାରବାରକୁ ଚପାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଧଳସାମନ୍ତ ସେଲ ଭିତରେ ଥିବା ସବୁ ସାମଗ୍ରୀ କାଢ଼ିନିଆଯାଇଥିବା ସୂଚନା ମିଳିଛି। ଏପରିକି ସ୍ୱତନ୍ତ୍ର ରୋଷେଇ ଆଉ ନାହିଁ। ଯେଉଁମାନେ ଖାଇବା ତିଆରି କରି ଦେଉଥିଲେ ସେମାନେ ବି ଆଉ ସେ କାମ କରୁ ନାହାନ୍ତି। ହେଲେ ଅପରପଟେ କିଚେନରୁ ସ୍ପେସାଲ ଖାଦ୍ୟ ଏବେ ବି ଧଳସାମନ୍ତ ପାଖକୁ ଯାଉଥିବା ଜଣାଯାଇଛି। ରୋଷେଇ ବନ୍ଦ ହୋଇଥିଲେ ବି ଖାଦ୍ୟ ସ୍ୱତନ୍ତ୍ର ଭାବରେ ଦିଆଯାଉଛି। ସବୁ ବିଷୟରେ ଜାଣିଥିଲେ ବି ଜେଲ କର୍ତ୍ତୃପକ୍ଷ ସବୁପ୍ରକାର ସହାୟତା ସୁଶାନ୍ତ ଧଳସାମନ୍ତକୁ କରୁଥିବା କୁହାଯାଉଛି। ହେଲେ ସବୁ ପ୍ରସଙ୍ଗକୁ ଏଡ଼ାଇ ଯାଉଛନ୍ତି ଜେଲ ଅଧୀକ୍ଷକ। ତାଙ୍କ କହିବା ହେଲା, ଭାଇରାଲ ହେଉଥିବା ସବୁ ଭିଡିଓ ଓ ଫଟୋ ତାଙ୍କ ଅବଧି ସମୟର ନୁହଁ। କିନ୍ତୁ ପ୍ରକୃତରେ ଦେଖିଲେ ଜେଲ ଭିତରରେ ଏଭଳି କାରବାର ଖୁଲମଖୁଲ୍ଲା ହେଉଛି। ସିସିଟିଭି ଯାଞ୍ଚ କରିବା ସହ ଫୋନ କଲ ଡିଟେଲ୍ସ ଯାଞ୍ଚ କରାଗଲେ ଜେଲ ଭିତରର ଅନେକ ଗୁମର ପଦାରେ ପଡ଼ିବ।

from Kanak News
via <a href="https://ifttt.com/?

ଭିଜିଲାନ୍ସ ଜାଲରେ ସୁନ୍ଦରଗଡ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ: ଘର ସମେତ ୬ଟି ସ୍ଥାନରେ ୪୦ ଜଣିଆ ଟିମର ଚଢାଉ

କନକ ବ୍ୟୁରୋ: ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ରେଡ଼ କରୁଛି ଭିଜିଲାନ୍ସ । ସୁନ୍ଦରଗଡ଼ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନଙ୍କ ଘରେ ଭିଜିଲାନ୍ସ ବିଭାଗର ଚଢ଼ାଉ ଜାରି ରଖିଛି । ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସର ୪୦ ଜଣିଆ ଟିମ୍ । ନାରାୟଣ ପ୍ରଧାନଙ୍କ ସରକାରୀ ବାସଭବନ ସହ ଅଫିସ, ଦେଓଗଡ଼ କେନ୍ଦୁହାଟରେ ଥିବା ଫାର୍ମ ହାଉସ, ଶଶୁର ଘର ଅନୁଗୁଳ ଟାଉନ, ଦେଓଗଡ଼ ଭାଇ ଘର,ରିଆମାଲ ଦେଓଗଡ଼ର ପୈତୃକ ଘରରେ ଏକକାଳୀନ ଚଢ଼ାଉ ଚାଲିଛି । ଏହି ସହକାରୀ ଯନ୍ତ୍ରୀଙ୍କ କେନ୍ଦୁଘାଟ ଦେଓଗଡ଼ରେ ୧୬ ଏକର ଜମିରେ ଫାର୍ମ ହାଉସ, ସମ୍ବଲପୁରରେ ୨୫ ଲକ୍ଷ ଟଙ୍କାର ଜମି, ଭୁବନେଶ୍ୱର ଜଟଣୀରେ ଜମି ଏବଂ ଦେବଗଡ଼ ବୁରଡ଼ାରେ ଅନେକ ଜମି ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ଭିଜିଲାନ୍ସ ଡିଏସ୍ପିଙ୍କ ସୂଚନା ଅନୁସାରେ, ଏକା ସାଙ୍ଗରେ ୬ଟି ସ୍ଥାନରେ ଚଢ଼ାଉ ଚାଲିଛି । ସୁନ୍ଦରଗଡ଼ ଏଡିବି କଲୋନି ଘର, ସୁନ୍ଦରଗଡ଼ ଜନସ୍ଵାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ, ଦେବଗଡ଼ର କେନ୍ଦୁଘାଟସ୍ଥିତ ଫାର୍ମ ହାଉସ, ଦେବଗଡ଼ର ତାବଡ଼ସ୍ଥିତ ପୈତୃକ ଘର, ଅନୁଗୁଳ ଟାଉନସ୍ଥିତ ଶଶୁର ଘର, ଦେବଗଡ଼ ଟାଉନସ୍ଥିତ ତାଙ୍କ ଭାଇଙ୍କ ବାସଭବନରେ ଚଢ଼ଉ କରିଛି ଭିଜିଲାନ୍ସ । ୪୦ ଜଣ କର୍ମଚାରୀଙ୍କୁ ନେଇ ଗଠିତ ଭିଜିଲାନ୍ସର ୬ଟି ସ୍ୱତନ୍ତ୍ର ଟିମ ଏହି ଚଢ଼ାଉ ଜାରି ରଖିଛି । ଯନ୍ତ୍ରୀ ନାରାୟଣ ପ୍ରଧାନଙ୍କର ସମ୍ବଲପୁରରେ ଜମି, ଭୁବନେଶ୍ୱର ଜଟଣୀରେ ଜମି ସହ ଦେବଗଡ଼ ଜିଲାରେ ପୁଅ ନାଁରେ ମଧ୍ୟ ଜମି ରହିଥିବା ଭିଜିଲାନ୍ସ ସୂଚନା ଦେଇଛି ।

from Kanak News
via <a href="https://ifttt.com/?

ଧର୍ମାନୁଷ୍ଠାନ ନଖୋଲିବା ପଛରେ ରହିଛି କି ରହସ୍ୟ? କାହା କଥା କାହା ସହ ମେଳ ଖାଉନି: ମୁଖ୍ୟସଚିବ କହିଲେ, ଜିଲ୍ଲାପାଳଙ୍କୁ ଦାୟିତ୍ବ ଦିଆଯାଇଛି; ଦେବୋତ୍ତର କମିସନର କହିଲେ, ସରକାରଙ୍କୁ ପ୍ରସ୍ତାବ ଦେଇଛୁ

କନକ ବ୍ୟୁରୋ: ପୁରୀ ଶ୍ରୀମନ୍ଦିର ଖୋଲିବା ପରେ ଅନ୍ୟ ମନ୍ଦିର କାହିଁକି ଖୋଲିବନି? ଏହାକୁନେଇ ବିଭିନ୍ନ ମହଲରେ ଦେଖାଦେଇଥିବା ଅସନ୍ତୋଷ ଏବେ ଧୀରେ ଧୀରେ ବଢ଼ିବାରେ ଲାଗିଛି। ସବୁଠାରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବା ପୁରୀ ଶ୍ରୀମନ୍ଦିର ଯଦି ସରକାର ଖୋଲିପାରୁଛନ୍ତି, କେଉଁ ମାପକାଠିରେ ଅନ୍ୟମନ୍ଦିରକୁ ଖୋଲିବା ନିଷ୍ପତ୍ତିରେ ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କରୁଛି?

ଜିଲ୍ଲାପାଳମାନେ ଆଲୋଚନା କରୁନାହାନ୍ତି କି ନିଷ୍କର୍ଷ କାଢୁନାହାନ୍ତି

ଏ ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ମୁଖ୍ୟଶାସନ ସଚିବ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଏକ ଟ୍ବିଟ୍ ମାଧ୍ୟମରେ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଥିଲେ ଯେ ମନ୍ଦିର ଖୋଲିବା ସଂକ୍ରାନ୍ତ ନିଷ୍ପତ୍ତି ବହୁ ପୂର୍ବରୁ ଜିଲ୍ଲା ପ୍ରଶାସନ ବା ଜିଲ୍ଲାପାଳଙ୍କ ଉପରେ ନ୍ୟସ୍ତ ହୋଇଛି। ମନ୍ଦିର ଖୋଲିବା କ୍ଷେତ୍ରରେ କୋଭିଡ୍ ନିୟମକୁ କଡ଼ାକଡି ଭାବେ ପାଳନ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଜିଲ୍ଲାପାଳମାନେ ବିଭିନ୍ନ ମନ୍ଦିର କର୍ତୃପକ୍ଷଙ୍କ ସହିତ ଆଲୋଚନା ପରେ ଏସ୍ଓପି ଜାରି କରି ମନ୍ଦିର ଖୋଲିପାରିବେ। ଅନ୍ୟପକ୍ଷରେ ଦେବୋତ୍ତର ନିରୀକ୍ଷକ ନିରୋଜ ଛୋଟରାଜ ଗଣମାଧ୍ୟମକୁ କହିଥିଲେ ଯେ ହାଇକୋର୍ଟଙ୍କ ନିର୍ଦେଶ ଆସିବା ପରେ ଦେବୋତ୍ତର ବିଭାଗ ଅଧୀନରେ ଥିବା ୧୮ହଜାର ମନ୍ଦିର ଖୋଲିବା ନେଇ କି କି ପଦ୍ଧତି ପାଳନ କରାଯିବ, ତାହା ନିର୍ଦ୍ଧାରଣ କରି ଦେବୋତ୍ତର କମିସନର ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ଏକକାଳୀନ ଭକ୍ତ ପ୍ରବେଶ ବାରଣ ରହିଛି। ସାମାଜିକ ଦୂରତା, ମନ୍ଦିର ଦ୍ୱାରରେ ସାନିଟାଇଜର ବ୍ୟବହାର ଓ ବାରମ୍ବାର ମନ୍ଦିର ବିଶୋଧନ କରିବାକୁ ପ୍ରସ୍ତାବ ଦିଆଯାଇଛି। କେବଳ ଦର୍ଶନ କରାଯିବ। ହେଲେ ବଡ଼ ପୂଜା ହେବ ନାହିଁ। ଏ ସବୁ ମାନି ମନ୍ଦିର ଖୋଲି ପାରିବ ବୋଲି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏହାକୁ କେହି ଅମାନ୍ୟ କଲେ ମନ୍ଦିର ଖୋଲିବ ନାହିଁ। ତେବେ ଏ କ୍ଷେତ୍ରରେ ଚୂଡ଼ାନ୍ତ ନିଷ୍ପତ୍ତି ରାଜ୍ୟ ସରକାର ହିଁ ନେବେ।

ମୁଖ୍ୟଶାସନ ସଚିବ ଓ ଦେବୋତ୍ତର କମିସନରଙ୍କ ସୂଚନା ଏବେ ଏହି ପ୍ରସଙ୍ଗକୁ ଅଧିକ ବିବାଦୀୟ କରିପକାଇଛି। କାହା କଥା ଠିକ୍ ତାହା ଏବେ ସବୁ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଯଦି ଜିଲ୍ଲା ପ୍ରଶାସନ ଉପରେ ଦାୟିତ୍ବ ନ୍ୟସ୍ତ ରହିଛି, ତେବେ ରାଜ୍ୟ ସରକାରଙ୍କ ଅନୁମତି ପୁଣି କେଉଁ କାରଣ ପାଇଁ ଆବଶ୍ୟକ ପଡୁଛି? କାହିଁକି ରାଜ୍ୟ ସରକାର ମନ୍ଦିର ଖୋଲିବା ସଂକ୍ରାନ୍ତରେ ନିଜ ଆଡୁ ଏକ ଏସଓପି ଜାରି କରି ଜିଲ୍ଲା ପ୍ରଶାସନକୁ ଧରାଉନାହାନ୍ତି? ସରକାରଙ୍କ ଅନୁମତି ପରେ କେଉଁ ଜିଲ୍ଲାପାଳମାନେ ପରିଚାଳନା ବୋର୍ଡ ବା ସେବାୟତଙ୍କ ସହିତ ଆଲୋଚନା କରି ପଦକ୍ଷେପ ନେଲେଣି? ସେମାନଙ୍କ ଆଲୋଚନାରୁ କି ନିଷ୍କର୍ଷ ବାହାରିଲା? ଏଭଳି ମାଳ ମାଳ ପ୍ରଶ୍ନର ଉତ୍ତର ମିଳୁନାହିଁ।

ତେବେ ପ୍ରମୁଖ ମନ୍ଦିରମାନଙ୍କୁ ଛାଡିଦେଲେ ଅନ୍ୟ ମନ୍ଦିରମାନଙ୍କରେ କୌଣସି ପରିସ୍ଥିତିରେ (ଯଦି ସଂପୃକ୍ତ ମନ୍ଦିରର ସ୍ବତନ୍ତ୍ର ଉତ୍ସବ ନଥାଏ) ହଜାର ହଜାର ଲୋକଙ୍କର ସମାଗମ ହେବାର ଉଦାହରଣ ମଧ୍ୟ ନାହିଁ। କିଛି କ୍ଷେତ୍ରରେ ଦିନକୁ ୧୦୦ ସରିକି ଲୋକଙ୍କର ବି ଉପସ୍ଥିତି ନ ଥାଏ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଜୀବନ ଜୀବିକା ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଉପରେ ଜୋର ଦେଉଛନ୍ତି। ରାଜ୍ୟର ବିଭିନ୍ନ ମନ୍ଦିରମାନଙ୍କ ଉପରେ ଲକ୍ଷାଧିକ ଲୋକଙ୍କ ପରିବାର ନିର୍ଭର କରୁଛି। ରାଜ୍ୟ ସରକାର ଦିନ କେତେ ସେମାନଙ୍କୁ ସହାୟତା ଦେବା ପରେ ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ଆଖିବୁଜି ଦେଇଛନ୍ତି। ଫଳରେ ଏହି ବର୍ଗର ଲୋକମାନଙ୍କ ସ୍ଥିତି ଦୁର୍ବିସହ ହୋଇପଡ଼ିଲେଣି। ସେମାନେ ରାଜରାସ୍ତାକୁ ବି ଓହ୍ଲାଇଲେଣି। କେବଳ ସେତିକି ନୁହେଁ, ମନ୍ଦିର ଆଦି ଧର୍ମାନୁ୍ଷ୍ଠାନ ସହିତ ଏକ ବିଶ୍ବାସ ଯୋଡ଼ି ହୋଇ ରହିଛି। ଏଣୁ ସରକାର ଅନ୍ୟ ସବୁ କ୍ଷେତ୍ରରେ କଟକଣା କୋହଳ କରିଦେଇଥିବା ବେଳେ ଧର୍ମାନୁଷ୍ଠାନ ଖୋଲିବା କ୍ଷେତ୍ରରେ ଏଭଳି କଠୋର ମନୋଭାବ ଅବଲମ୍ବନ ପଛରେ ଆଉ କି ରହସ୍ୟ ଲୁଚି ରହିଛି?

from Kanak News
via <a href="https://ifttt.com/?

ସରୁନି ମଣ୍ଡି ସମସ୍ୟା, ବଢୁଛି ଚାଷୀଙ୍କ ଚିନ୍ତା: କୋକସରାରେ ଧାନ ଉଠାଣରେ ମନ୍ଥରତା; ପଦ୍ମପୁରର ମଣ୍ଡିରେ ଶୀତକାକରରେ ପଡିଛି ୨୫ ହଜାର ଧାନ ବସ୍ତା

କନକ ବ୍ୟୁରୋ: ସୁରୁନି ମଣ୍ଡି ସମସ୍ୟା, ବଢୁଛି ଚାଷୀଙ୍କ ଚିନ୍ତା । ଏଭଳି ସମସ୍ୟା ଦେଖାଦେଇଛି ପଶ୍ଚିମ ଓଡିଶାର ଅଧିକାଂଶ ଅଂଚଳରେ । ଆମେ ଆଜି ଆପଣଙ୍କୁ ଦୁଇଟି ଚିତ୍ର ଦେଖାଇବୁ ଯାହାକୁ ଦେଖିଲେ ଆପଣ ଜାଣିପାରିବେ ଚାଷୀ କେତେ ସମସ୍ୟାରେ ଅଛନ୍ତି । କଳାହାଣ୍ଡିର କୋକସରା ଓ ବରଗଡରର ପଦ୍ମପୁର ଉପଖଣ୍ଡରୁ ଆସିଛି ଏହି ଚିତ୍ର । ପ୍ରଥମେ ଆମେ ଦେଖିବା କେକସରା ମଣ୍ଡିର ଅବସ୍ଥା । କଳାହାଣ୍ଡିର କୋକସରା ମଣ୍ଡିରେ ଚାଷୀଙ୍କ ଧାନ ଉଠାଇବାରେ ମନ୍ଥରତା ଦେଖାଦେଇଛି । କିନ୍ତୁ କୌଣସି ଅଧିକାରୀ ଏ ନେଇ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । କୋକସରା ମଣ୍ଡିରେ ଗତମାସ ୧୬ ତାରିଖରୁ ଧାନକିଣା ଆରମ୍ଭ ହୋଇଛି । ଚଳିଚ ବର୍ଷ ଏହି ମଣ୍ଡରେ ଧାନ ବିକିବା ପାଇଁ ହଜାରେରରୁ ଅଧିକ ଚାଷୀ ପଞ୍ଜିକରଣ କରିଛନ୍ତି । ସେମାନଙ୍କ ଧାନ ପ୍ରାୟ ୮୦ ହଜାର କ୍ୱିଂଟାଲ ହେବ ବୋଲି ଅନୁମାନ କରାଯାଉଛି । କିନ୍ତୁ ଧାନବ ଉଠାଣରେ ମନ୍ଥରତା ଦେଖାଦେଇଛି । ପ୍ରତିଦିନ ୭ ଶହରୁ ୮ ଶହ କ୍ୱିଂଟାଲ ଧାନ ଉଠାଯାଉଥିବାରୁ ଚାଷୀଙ୍କୁ ସପ୍ତାହେ ଯାଏଁ ଅପେକ୍ଷା କରିବାକୁ ପଡୁଛି ।
ସେହଭଳି ବରଗଡରେ ମଣ୍ଡି ସମସ୍ୟା ବି ଚିନ୍ତା ବଢାଇଛି ଚାଷୀଙ୍କର । ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ବୁକୁରାମୁଣ୍ଡା ଧାନ ମଣ୍ଡିରେ ଖୋଲା ଆକାଶ ତଳେ ପଡିରହିଛି ପ୍ରାୟ ପଶିଚି ହଜାର ବସ୍ତା ଧାନ । ଏଠାକାର ଚାଷୀମାନେ ମାସ ମାସ ଧରି ମଣ୍ଡିକୁ ଧାନ ବିକ୍ରୀ ପାଇଁ ଆଣିଥିଲେ ମଧ୍ୟ ଧାନ ବିକ୍ରୀ ହୋଇପାରୁନାହିଁ । ମିଲର ଓ ମଣ୍ଡି ଦାୟିତ୍ୱରେ ଥିବା ଲୋକଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ମଣ୍ଡିରେ ଧାନ ପଡି ନଷ୍ଟ ହେଉଛି । ଟୋକନର ବୈଧତା ଗୋଟିଏ ମାସ ଥିବା ଯୋଗୁଁ ଟୋକନ ଉଡିଯିବାର ସମ୍ଭାବନା ରହିଛି । ଫଳରେ ଚାଷୀ ବାଧ୍ୟ ହୋଇ କମ ଦରରେ ଧାନ ବିକ୍ରୀ କରିବାକୁ ବାଧ୍ୟ ହେଉଛି । ଶୀତକାକରରେ ଚାଷୀ ଧାନକୁ ଜଗିରହୁଛନ୍ତି । ଚାଷୀଙ୍କ ଧାନ ଖୋଲାଆକାଶ ତଳେ ପଡି ନଷ୍ଟ ହେଉଛି ।

from Kanak News
via <a href="https://ifttt.com/?

ପରିବେଶବିତଙ୍କ ପାଇଁ ଖୁସି ଖବର: ଚନ୍ଦ୍ରଭାଗା ସମୁଦ୍ରରେ ଦେଖାଗଲା ଡଲଫିନ

କନକ ବ୍ୟୁରୋ: ପରିବେଶବିତଙ୍କ ପାଇଁ ଖୁସିଖବର । ଚନ୍ଦ୍ରଭାଗା ସମୁଦ୍ରରେ  ଦେଖାଗଲା ଡଲଫିନ ।  ସମୁଦ୍ରରେ ଡଲଫିନ ଖେଳୁଥିବାର ଦୃଶ୍ୟ କ୍ୟାମରୋରେ କଏଦ ହୋଇଛି ।  ଏକାଧିକ ଡଲିଫଲ ସମୁଦ୍ରରେ ଖେଳୁଥିବାର ଚିତ୍ର ଦେଖିବାକୁ ମିଳିଛି । ପୂର୍ବରୁ  ସାତପଡାରେ ମଧ୍ୟ ଏଭଳି ଡଲଫିନ ଦେଖିବାକୁ ମିଳୁଛି । ଯାହା ସବୁବେଳେ ପର୍ଯ୍ୟଟଙ୍କୁ ଆକର୍ଷିତ କରିଥାଏ ।

from Kanak News
via <a href="https://ifttt.com/?

ସାବଧାନ୍ ! ରାଜଧାନୀରେ ମାତିଛନ୍ତି ‘ଜମତରା’ ଗ୍ୟାଙ୍ଗ: ଭିଡ଼ିଓ ଜାରି କରି ସତର୍କ କରାଇଲା ପୁଲିସ; ନିଜକୁ ଏସବିଆଇ କର୍ମଚାରୀ ବୋଲି ପରିଚୟ ଦେଇ ଆକାଂଉଟ ବନ୍ଦ ହେବାର ଧମକ ଦେଉଛନ୍ତି ଠକ

କନକ ବ୍ୟୁରୋ: ଭୁବନେଶ୍ୱରରେ ମାତିଛନ୍ତି ‘ଜମତରା’ ଗ୍ୟାଙ୍ଗ । ଭିଡ଼ିଓ ଜାରି କରି ସତର୍କ କରାଇଲା ପୁଲିସ । ଓଡ଼ିଶା ସାଇବର ଠକଙ୍କ ଟାର୍ଗେଟରେ ରହି ଆସୁଥିବା ବେଳେ ସାଇବର ଅପରାଧ ପାଠଶାଳା ପାଲଟିଥିବା ଝାଡ଼ଖଣ୍ଡର ଜମ୍ତାର ଶାଖା ରାଜଧାନୀରେ କାର୍ଯ୍ୟ କରୁଛି । ବେକାର ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କୁ ଜମତରା ପକ୍ଷରୁ ନିଯୁକ୍ତି ମିଳୁଛି ଓ ଆଗକୁ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଂଚଳରେ ଜାଲ ବିଛାଇ ଠକ ଲୁଟିବା ଯୋଜନା ରହିଥିବା ଜଣାପଡ଼ିଥିଲା । ଠକଙ୍କ ଅପରେସନ ଏକ ଭିଡ଼ିଓ ଜାରି କରିଛି ପୁଲିସ । ଏଭଳି ଢ଼ଙ୍ଗରେ ଆସୁଥିବା ଫୋନ କଲ ଠାରୁ ଦ୍ୱରରେ ରହିବା ଉଦ୍ଦ୍ୟେଶରେ ଏହି ଭିଡ଼ିଓ ଜାରି କରାଯାଇଛି ।

ଭିଡ଼ିଓ ଦେଖିବାକୁ ମିଳିଛି ଜଣେ ଠକ ନିଜକୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର କର୍ମଚାରୀ ବୋଲି ପରିଚୟ ଦେଇ ଫୋନରେ ଜଣେ ଗ୍ରାହକଙ୍କ ନିକଟକୁ କଲ୍ କରି ଏଟିଏମ୍ କାର୍ଡରେ ଥିବା ୧୬ ଟିକିଆ ନମ୍ବର ମାଗୁଛନ୍ତି । ସମ୍ପୃକ୍ତ ଗ୍ରାହକଙ୍କ ବ୍ୟାଙ୍କ ଆକରଉଂଟ ଖୋଲାଯାଇଥିବା ବେଳେ ଦିଆଯାଇଥିବା ଜନ୍ମ ତାରିଖ ଓ ମାସ ଏବଂ ଏଠିଏମ୍ କାର୍ହରେ ଥିବା ତଥ୍ୟ ସହ ମେଳ ଖାଉ ନଥିବା କହୁଛି ଠକ । ଏଟିଏମ୍ କାର୍ଡରେ ଲେଖାଥିବା ନମ୍ବର ନଦେଲେ ଉଭୟ କାର୍ଡ ଓ ଆକାଉଂଟକୁ ବନ୍ଦ କରି ଦିଆଯିବାର ଧମ ଦେଉଛି । ଗ୍ରାହକ ଠକ କଥାରେ ସନ୍ଦେହ ପ୍ରକାଶ କରି ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି ।

କିନ୍ତୁ ଠକ ବିଶ୍ୱାସ ଜନ୍ମାଇବା ପାଇଁ ନିଜର କର୍ମଚାରୀ ଆଇଡ଼ି ନମ୍ବର ମଧ୍ୟ ଦେଉଛି । ତଥାପି ସମ୍ପୃଖ୍ତ ବ୍ୟକ୍ତି ବିଭିନ୍ନ ପ୍ରଶ୍ନ ପଚାରୁ ଥିବାରୁ ଠକ ସ୍ୱର ବଦଳାଇ ବ୍ୟାଙ୍କ ମ୍ୟାନେଜର ପରିଚୟ ଦେଇ କଥା ହେଉଛି ଏବଂ ଆକାଉଂଟ ବନ୍ଦ ହୋଇଯିବ ବୋଲି ଭୟଭୀତ କରାଉଛି । କିନ୍ତୁ ବ୍ୟକ୍ତି କୌଣସି ପ୍ରକାର ନମ୍ବର ନଦେବାରୁ ଠକ ଫୋନ କାଟିଦେଉଛି ।

from Kanak News
via <a href="https://ifttt.com/?

କାଶ୍ମୀର, ଉତରାଖଣ୍ଡ ଓ ହିମାଚଳରେ ପ୍ରବଳ ହିମପାତ: ବରଫ ଚାଦରରେ ଘୋଡେଇ ହୋଇ ରହିଛି ସାରା ଅଂଚଳ; ଆସନ୍ତା ୨ ଦିନ ଲାଗି ବରଫ ବର୍ଷାର ଚେତାବନୀ

କନକ ବ୍ୟୁରୋ: ଥଣ୍ଡାରେ ଥରୁଛି ଉତର ଭାରତ । ଦେଶର ଉତର ଭାଗରେ ରହିଥିବା ରାଜ୍ୟ ଗୁଡିକରେ ଏବେ ଜାରି ରହିଛି ଶୀତ ଲହରି । ଜମ୍ମୁକଶ୍ମୀର, ହିମାଚଳ ପ୍ରଦେଶ ଓ ଉତରାଖଣ୍ଡ ପରି ରାଜ୍ୟରେ ପ୍ରବଳ ତୁଷାରପାତ ହୋଇଛି । ବରଫ ଚାଦରରେ ଘୋଡେଇ ହୋଇ ରହିଛି ସାରା ଅଂଚଳ ।

ସେପଟେ ଜମ୍ମୁକଶ୍ମୀରରେ ବି ଦେଖିବାକୁ ମିଳିଛି ଧଳା ବରଫର ଆସ୍ତରଣ । ଏହି ଦୃଶ୍ୟ ହେଉଛି ଗୁଲମର୍ଗର ଯେଉଁଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି । ଏହାକୁ ନଜରରେ ରଖି ଆରମ୍ଭ ହୋଇଛି ସ୍ନୋ ସାଇକଲିଂ । ଯାହାର ମଜା ନେଉଛନ୍ତି ପର୍ଯ୍ୟଟକ । ବରଫର ମୋଟା ଆସ୍ତରଣରେ ଯେଉଁଠି ସ୍ନୋ ସ୍କୁଟର ବା ସ୍କିଂ କରାଯାଏ ସେଠାରେ ସାଇକଲିଂ କରି ଏହାର ଭରପୂର ମଜା ଉଠାଉଛନ୍ତି ପର୍ଯଟକ । ଗୁଲମର୍ଗରେ ଆଡଭେଂଚର ଟୁରିଜମକୁ ପ୍ରୋତ୍ସାହନ ଦେବା ପାଇଁ ଏହାର ଆୟୋଜନ କରାଯାଇଛି ।

ଉତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ମଧ୍ୟ ଜାରି ରହିଛି ପ୍ରବଳ ତୁଷାରପାତ । ଏଠାରେ ଆଗାମୀ ୨ଦିନ ଯାଏଁ ପ୍ରବଳ ତୁଷାରପାତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ରାସ୍ତା ଘାଟ, ଘର ଦ୍ୱାର ଯେଉଁଆଡେ ଆଖି ପକାଇଲେ ଖାଲି ବରଫ ଓ ବରଫ ଦେଖିବାକୁ ମିଳୁଛି । ସେପଟେ ହିମାଚଳ ପ୍ରଦେଶରେ ମଧ୍ୟ ପାଗ ପରିବର୍ତନ ଯୋଗୁଁ ପ୍ରବଳ ବରଫପାତ ହୋଇଛି । ସିମଲାରେ ବରଫ ବର୍ଷା ଯୋଗୁଁ ସ୍ଥାନୀୟ ଲୋକଙ୍କ ସମସ୍ୟା ବଢିଥିବା ବେଳେ ପର୍ଯ୍ୟଟକ ମାନେ ବେଶ ଖୁସି ପ୍ରକାଶ କରିଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started