ସାମନାକୁ ଆସିଲା କାର ଅପହରଣ ପଛର ରହସ୍ୟ । ବଲାଙ୍ଗୀରର ଜଣେ ବ୍ୟକ୍ତିଙ୍କୁ ଟାର୍ଗେଟ କରି ହୋଇଥିଲା କାର ଅପହରଣ । ମିଶନ ବିଫଳ ହେବାରୁ ଆକ୍ସିସ ବ୍ୟାଙ୍କକୁ ଲୁଟ କରିବା ପାଇଁ କରିଥିଲେ ଯୋଜନା

କନକ ବ୍ୟୁରୋ : ବାହାଘର ଭୋଜିରେ ଯୋଗ ଦେବା ପାଇଁ ଶନିବାର ସକାଳ ପ୍ରାୟ ସାଢେ ୪ଟାରୁ ଏହି ଇନୋଭା ଗାଡିରେ ବାହାରିଥିଲେ ଡକାୟତମାନେ । ଗାଡି ଭୁବନେଶ୍ୱରରୁ ବଲାଙ୍ଗିର ଅଭିମୁଖେ ଯାଉଥିଲା । ସମୟ ଗଡି ଗଡି ଚାଲିଥିଲା । ଗାଡି ଆଗକୁ ବଢି ବଢି ଚାଲିଥିଲା । କିନ୍ତୁ କାହାରିକୁ ଜଣାନଥିଲା ଏହି ଗାଡି ଭିତରେ ବସିଥିବା ଡକାୟତମାନେ ଏକ ବଡ ଅପରାଧର ଯୋଜନା କରୁଛନ୍ତି । କାଳେ କିଏ ସନ୍ଦେହ କରିବ ସେଥିପାଇଁ କୋଡ ୱାର୍ଡରେ କଥା ହେଉଥିଲେ ଡକାୟତମାନେ । ପୋଲିସର ସୂଚନା ଅନୁସାରେ, ବଲାଙ୍ଗିରରେ ଏକ ବଡ ଅପରାଧ ଘଟାଇବାକୁ ଯୋଜନା କରିଥିଲେ ଏହି ଡକାୟତମାନେ । ଏହି ବଡ ଡକାୟତି ଯୋଜନା ଥିଲା ବଲାଙ୍ଗିରରେ ।

ପାଟଣାଗଡ ପାଖାପାଖି ପହଂଚିବା ବେଳକୁ ରାତି ହୋଇଯାଇଥିଲା । ଗାଡି ମଝିରେ ମଝିରେ ଅଟକୁ ଥିଲା ଏବଂ ଅନ୍ୟ ଏକ ପିକଅପ ଭ୍ୟାନରେ ଆସିଥିବା ଆଉ କିଛି ଡକାୟତମାନଙ୍କ ସହିତ ଏମାନେ କଥା ହେଉଥିଲେ । ଗାଡି ପ୍ରାୟ ୩ ଥର ଅଟକିଥିଲା । କିନ୍ତୁ ବଲାଙ୍ଗିରରେ ଏକ ବଡ ଡକାୟତ ଯୋଜନାର ସଫଳ ରୁପାୟନ କରିପାରୁନଥିଲେ ଡକାୟତମାନେ ।

ପ୍ଲାନ ଏ ଫେଲ ମାରିବା ପରେ ପ୍ଲାନ ବିକୁ ସଫଳ କରିବା ପାଇଁ ଲାଗିପଡିଥିଲେ ଡକାୟତମାନେ । ମାଉଜର, ଭୁଜାଲି, କାତି ଓ ମାସ୍କ ସବୁ ପ୍ରସ୍ତୁତ ଥିଲା । ଗୋଟିଏ ପଟେ ପୋଲିସ ଟ୍ରାକ କରୁଥିଲା ଜିପିଏସରେ କୁଆଡେ ଯାଉଛି ଗାଡି, କେଉଁଠି ଅଟକୁଛି ଗାଡି । ଏପଟେ ବୌଦ୍ଧର ଚାରିଛକ ନିକଟ ଆକ୍ସିସ ବ୍ୟାଙ୍କ ଆଗରେ ଅଟକିଥିଲା ଇନୋଭା । ପୋଲିସର ସନ୍ଦେହ ହୋଇଥିଲା ଏମାନେ ବ୍ୟାଙ୍କ ଲୁଟ କରିବାକୁ ଯୋଜନା କରୁଛନ୍ତି । ସଙ୍ଗେ ସଙ୍ଗେ ପୋଲିସ ପିସିଆର ଟିମକୁ ଆଲର୍ଟ କରିିଥିଲା । ପୋଲିସ ପିଛା କରୁଥିବା ଜାଣିପାରି ଡକାୟତମାନେ ଆଗକୁ ବଢିଥିଲେ । ଫେଲ ମାରିଥିଲା ପ୍ଲାନ ବି ।

ଦେଖିବାକୁ ସାଦାସିଧା ଥିବା ଏହି ବ୍ୟକ୍ତି ଜଣେ ଜଣେ ପେଶାଦାର ଅପରାଧୀ । ଏହି ପେଶାଦାର ଅପରାଧୀମାନେ ଏକ ବଡ ଅପରାଧିକ ଯୋଜନା କରିଥିଲେ । ତେବେ ଯାତ୍ରାର ପ୍ରଥମ ୨୪ ଘଂଟାରେ ସେମିତି କିଛି ଅପରାଧ ଘଟାଇପାରିନଥିଲେ । ବଲାଙ୍ଗିରରେ ଡକାୟତି ଫେଲ ମାରିବା ପରେ ବ୍ୟାଙ୍କ ଲୁଟ କରିବା ପାଇଁ ଯୋଜନା କରିଥିଲେ ମଧ୍ୟ ଏଥିରେ ସଫଳ ହୋଇପାରିନଥିଲେ ଅପରାଧୀ । ଶେଷରେ ଚାରିଛକ ନିକଟରେ ନାକାବନ୍ଦୀ କରି ପୋଲିସ ଏହି ଡକାୟତମାନଙ୍କୁ ଗିରଫ କରିଥିଲା । ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲା ।

from Kanak News
via <a href="https://ifttt.com/?

ଅନୈତିକ ସମ୍ପର୍କ ଦେଖିଦେବାରୁ ଭାଣିଜୀକୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଲେ ସଂପର୍କୀୟ ମାମୁଁ ଓ ମାଇଁ । ବାଲେଶ୍ୱର ବାଲିଆପାଳରେ ନାବାଳିକା ମୃତ୍ୟୁ ଘଟଣାରେ ଚାଂଚଲ୍ୟକର ଖୁଲାସା ।

କନକ ବ୍ୟୁରୋ : ଅବୈଧ ସମ୍ପର୍କ ଦେଖିଦେଲା ବୋଲି ନାବାଳିକାକୁ କରାଯାଇଛି ହତ୍ୟା । ବାଲେଶ୍ୱର ବାଲିଆପାଳରେ ନାବାଳିକା ମୃତ୍ୟୁ ଘଟଣାରେ ଏଭଳି ଚାଂଚଲ୍ୟକର ଖୁଲାସା କରିଛି ପୁଲିସ । ବସ୍ତା ଏସଡିପିଓଙ୍କ କହିବା ଅନୁଯାୟୀ, ପଡିଶାଘର ଯୁବକ ଓ ତାଙ୍କ ଭାଉଜଙ୍କ ମଧ୍ୟରେ ଅନୈତିକ ସଂପର୍କ ଦେଖିଦେବାରୁ ନାବାଳିକାକୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦିଆଯାଇଥିବା ପୁଲିସ ସୂଚନା ଦେଇଛି ।

ସମ୍ପର୍କ କ’ଣ, ଅନୈତିକ ସମ୍ପର୍କ କ’ଣ, ଜାଣିନଥିବା କୁନି ପିଲାଟି ବଳିପଡ଼ିଗଲା । ଅନୈତିକ ସମ୍ପର୍କର ପରିଣାମ ଏତେ ଭୟଙ୍କର ହୋଇପାରେ, ତାହା ଭାବିଲା ବେଳକୁ ଦେହଥରି ଯାଉଛି । ବାଲେଶ୍ୱର ବାଲିଆପାଳ ସୁନ୍ଦୁର କୋଇଲିର ୭ ବର୍ଷର ନିଖୋଜ ଝିଅ ବିଷ୍ଣୁ ପ୍ରିୟାର ଠିକଣା ସିନା ମିଳିଲା, ହେଲେ ଠାବ ହେଲା ବେଳକୁ ତାର ଜୀବନ ଚାଲିଯାଇଥିଲା । ଅତି ନିର୍ମମ ଭାବେ କୁନି ଝିଅକୁ ମାରି ଦେଇଥିଲା ଦୁବୃର୍ତ୍ତ । ଆଉ ଏହି ହତ୍ୟାକାଣ୍ଡ ଘଟିଥିଲା ଅବୈଧ ସଂପର୍କ ପାଇଁ ।

ସମ୍ପର୍କୀୟ ମାମୁ-ମାଇଁଙ୍କ ଅନୈତିକ ସମ୍ପର୍କ ଦେଖି ଦେବାରୁ ନାବାଳିକାକୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦିଆଯାଇଥିବା ପୁଲିସ କହିଛି । ମାମୁଘର ପଛପଟ ପୋଖରୀରୁ ନାବାଳିକାର ମୃତଦେହ ଉଦ୍ଧାର ହେବା ପରେ ହତ୍ୟା ସନ୍ଦେହ କରିଥିଲା ପୁଲିସ । କାରଣ ନାବାଳିକାର ମୃତଦେବର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଛି । ବେକରେ ଗଭୀର କ୍ଷତ ରହିଛି । ବେକକୁ ଧାରୁଆ ଅସ୍ତ୍ରରେ କଟା ଯାଇଛି । ଏହାକୁ ନେଇ ବାଲେଶ୍ୱର ବାଲିଆପାଳ ଥାନା ଅନ୍ତର୍ଗତ ସୁନ୍ଦୁରକୋଇଲି ଗାଁରେ ଉତ୍ତେଜନା ଲାଗି ରହିଛି ।

ସୂଚନା ଅନୁସାରେ ବିଷ୍ଣୁପ୍ରିୟା ସୁନ୍ଦୁରକୋଇଲି ଗାଁରେ ତା’ ମାମୁଁ ଘରେ ରହି ପାଠ ପଢୁଥିଲା । ଗତ ୧୧ ତାରିଖ ଅର୍ଥାତ୍ ଶକ୍ରବାର ଦିନ ପ୍ରାୟ ୯ ଟାରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା । ପରିବାର ଲୋକେ ଦିନ ତମାମ୍ ଖୋଜାଖୋଜି କରି ବିଷ୍ଣୁପ୍ରିୟାର କୌଣସି ସନ୍ଧାନ ପାଇନଥିଲେ, ଏନେଇ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଖୋଜାଖୋଜି କରିବା ବେଳେ ନାବାଳିକାର ମୃତଦେହ ଏକ ପୋଖରୀରୁ ଉଦ୍ଧାର କରାଯାଇଛି । ମୃତ ନାବାଳିକା ବାପାଙ୍କ ଅଭିଯୋଗ ଆଧାରରେ ସୁନ୍ଦୁରକୋଇଲି ଗାଁର ନଟ ସାହୁ ନାମକ ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି । ନୟାଗଡର ପରୀ ଏବଂ ଯାଜପୁରର ପିହୁକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ବାଲେଶ୍ୱର ବାଲିଆପାଳର ବିଷ୍ଣୁପ୍ରୀୟାଙ୍କ ମୃତ୍ୟୁ ଏବେ ରାଜ୍ୟରେ ଶିଶୁଙ୍କ ସୁରକ୍ଷା ନେଇ ବଡ଼ ପ୍ରଶ୍ନ ଛିଡ଼ା ହୋଇଛି ।

from Kanak News
via <a href="https://ifttt.com/?

ପ୍ରାୟ ୭୦ ବର୍ଷ ପରେ ବଦଳିଲା ଲିଙ୍ଗରାଜ ମନ୍ଦିରର ପରିଚାଳନା । ଶ୍ରୀମନ୍ଦିର ଢାଞ୍ଚାରେ ହେବ ଲିଙ୍ଗରାଜ ମନ୍ଦିର ପରିଚାଳନା । ଗଠନ ହେବ କମିଟି 

କନକ ବ୍ୟୁରୋ :କ୍ୟାବିନେଟ ନିଷ୍ପତି ପରେ ଉତ୍ସବ ମୁଖର ହୋଇ ଉଠିଛି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ପରିସର । ପ୍ରାୟ ୧୦ ହଜାର ଦୀପ ଜାଳି ସରକାରଙ୍କ ନିଷ୍ପତିକୁ ସ୍ୱାଗତ କରିଛନ୍ତି ଭକ୍ତ ଓ ସେବାୟତ । କାରଣ ଶ୍ରୀମନ୍ଦିର ଭଳି ଲିଙ୍ଗରାଜ ମନ୍ଦିରର ହେବ ପରିଚାଳନା । ମନ୍ଦିରର ନୀତିକାନ୍ତିରେ ସୁଧାର ଆସିବ ଏବଂ ତୀର୍ଥଯାତ୍ରୀ, ଭକ୍ତ ଏବଂ ଉପାସକଙ୍କ ପାଇଁ ଉନ୍ନତମାନର ବ୍ୟବସ୍ଥା ହୋଇପାରିବ ।

ଲିଙ୍ଗରାଜ ମନ୍ଦିର, ଏହାର ସଂପତି ଓ ପରିସର ଭିତରେ ଓ ବାହାରେ ଥିବା ମନ୍ଦିର ଓ ମଠର ପରିଚାଳନା ପାଇଁ ଗଠନ ହେବ ପରିଚାଳନା କମିଟି । ଏହି କମିଟି ହିଁ ଲିଙ୍ଗରାଜ ମନ୍ଦିରର ସମସ୍ତ କାର୍ଯ୍ୟ ସଂପାଦନ କରିବ । ଏହି ଅଧ୍ୟାଦେଶରେ ମନ୍ଦିର ସୁପରିଚାଳନା ପାଇଁ ବିସ୍ତୃତ ବ୍ୟବସ୍ଥା କରାଯାଇଛି ।

ନଜର ପକାନ୍ତୁ କ’ଣ ରହିଛି ଅଧ୍ୟାଦେଶରେ?

ପରିଚାଳନା କମିଟି ଗଠନ

କମିଟିରେ କେତେ ସଦସ୍ୟ ରହିବେ

କମିଟିର ଦାୟିତ୍ୱ ଓ କ୍ଷମତା

ପରିଚାଳକଙ୍କ ଦାୟିତ୍ୱ ଓ କ୍ଷମତା

ସେବକମାନଙ୍କ ଭୂମିକା ଓ ଦାୟିତ୍ୱ

ମନ୍ଦିରର ସମସ୍ତ ସଂପତ୍ତିର ସୁରକ୍ଷା ଓ ପରିଚାଳନା

ମନ୍ଦିର ପାଣ୍ଠିର ଗଠନ ଓ ପରିଚାଳନା

୧୯୫୧ରୁ ଦେବୋତର ବିଭାଗ ଅଧୀନରେ ରହି ଆସିଛି ଲିଙ୍ଗରାଜ ମନ୍ଦିର । ମନ୍ଦିରର ଉନ୍ନତି ପାଇଁ ଶ୍ରୀମନ୍ଦିର ଢାଂଚାରେ ପରିଚାଳନା ପାଇଁ ନିଷ୍ପତି ନେଇଛନ୍ତି ସରକାର ।

from Kanak News
via <a href="https://ifttt.com/?

ଶ୍ରୀମନ୍ଦିର ଖୋଲିବ, ଅନ୍ୟ ମନ୍ଦିର କେବେ ? ବଢ଼ୁଛି ଅସନ୍ତୋଷ, ଶୀଘ୍ର ଖୋଲିବାକୁ ଦାବି ।

କନକ ବ୍ୟୁରୋ : ଆସନ୍ତା ୨୩ ତାରିଖରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିରର ସିଂହଦ୍ୱାର । ହେଲେ କରୋନା ମହାମାରୀ ଯୋଗୁଁ ରାଜ୍ୟରେ ବନ୍ଦ ଥିବା ହଜାର ହଜାର ମନ୍ଦିର କେବେ ଖୋଲିବ ସେଥିପାଇଁ ସରକାର କୌଣସି ନିଷ୍ପତି ନେଇନାହାନ୍ତି । ଏଥିପାଇଁ ଜିଲ୍ଲା ପ୍ରଶାସନ ଉପରେ ଦାୟିତ୍ୱ ଛାଡି ଦେଇଛନ୍ତି ରାଜ୍ୟ ସରକାର ।

ଶ୍ରୀମନ୍ଦିର ଖୋଲିବ, ଅନ୍ୟ ମନ୍ଦିର କେବେ? ବଢ଼ୁଛି ଅସନ୍ତୋଷ, ଶୀଘ୍ର ଖୋଲିବାକୁ ଦାବି । ଶ୍ରୀମନ୍ଦିର ଖୋଲିବାକୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି, ହେଲେ ରାଜ୍ୟରେ ଥିବା ଅନ୍ୟ ମନ୍ଦିରଗୁଡିକ ଖୋଲିବ କେବେ । ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ସମ୍ବଲପୁରର ମାଆ ସମଲେଶ୍ୱରୀ ମନ୍ଦିର, ଘଟଗାଁର ମାଆ ତାରିଣୀ ମନ୍ଦିର, କାକଟପୁରର ମଙ୍ଗଳା, କଟକର ଚଣ୍ଡୀ ମନ୍ଦିର, ଝଙ୍କଡର ଶାରଳା ଭଳି ଅନେକ ଦେବାଳୟ ଦୀର୍ଘ ୯ ମାସ ହେଲା ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିଛି । ମନ୍ଦିର ଖୋଲିବାକୁ ଏପର୍ଯ୍ୟନ୍ତ କୌଣସି ନିଷ୍ପତି ହୋଇନଥିବାରୁ ଭକ୍ତ ଓ ପୂଜକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏଥିରେ କୋଟି କୋଟି ଭକ୍ତଙ୍କ ଭାବାବେଗ ଓ ସେବାୟତଙ୍କ ଜୀବନ ଜୀବିକା ଯୋଡି ହୋଇରହିଥିବାରୁ କୋଭିଡ କଟକଣା ଭିତରେ ମନ୍ଦିର ଖୋଲିବାକୁ ଦାବି ହୋଇଛି ।

ଅନ୍ୟପଟେ ମନ୍ଦିର କେବେ ଖୋଲିବ ସେନେଇ ଜିଲ୍ଲା ପ୍ରଶାସନ ଉପରେ ନିଷ୍ପତି ଛାଡି ଦେଇଛନ୍ତି ରାଜ୍ୟ ସରକାର । ନିଜ ଜିଲ୍ଲାର କୋଭିଡ୍ ସ୍ଥିତି ଦେଖି ମନ୍ଦିର ଖୋଲିବା ସମ୍ପର୍କରେ ନିଷ୍ପତି ନେବାକୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟ ଶାସନ ସଚିବ ଟୁଇଟ୍ କରି ସୂଚନା ଦେଇଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲା ପ୍ରଶାସନ ଏଥିପାଇଁ ପଦକ୍ଷେପ ନେଉଥିବା ମଧ୍ୟ ସେ ସ୍ପଷ୍ଟ କରିଛନ୍ତି । ସେହିପରି ଦେବୋତ୍ତର କମିଶନର କହିଛନ୍ତି, ବିଭାଗ ଅଧୀନରେ ଥିବା ୧୮ ହଜାର ମନ୍ଦିର ଖୋଲିବା ନେଇ ମୋଡାଲିଟି ନିର୍ଦ୍ଧାରଣ କରି ରାଜ୍ୟ ସରକାରଙ୍କୁ ଦିଆଯାଇଛି । ରାଜ୍ୟର ସବୁଠାରୁ ଗହଳି ହେଉଥିବା ଶ୍ରୀମନ୍ଦିର ଖୋଲିବାକୁ ଯାଉଥିବାବେଳେ ରାଜ୍ୟର ଅନ୍ୟ ମନ୍ଦିର ଖୋଲିବା ନେଇ ସରକାରଙ୍କ ନୀରବତା ସମସ୍ତଙ୍କୁ ବିସ୍ମିତ କରିଛି । ଅନ୍ୟପଟେ ଜିଲ୍ଲାପାଳମାନେ କାହିଁକି ଓ କେଉଁ ଆଧାରରେ ମନ୍ଦିର ଖୋଲିବା ନେଇ ବିଳମ୍ବ କରୁଛନ୍ତି ତାହା ବୁଝା ପଡୁନାହିଁ ।

from Kanak News
via <a href="https://ifttt.com/?

ପେଟ୍ରୋଲିୟମ ମନ୍ତ୍ରଣାଳୟର ସ୍ୱଚ୍ଛତା ଅଭିଯାନ ସମାରୋହରେ ଧର୍ମେନ୍ଦ୍ର ପ୍ରଧାନ । ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳିରେ ଅତ୍ୟାଧୁନିକ ଶୌଚାଳୟ ନିର୍ମାଣ କରିବାକୁ ଦେଲେ ପରାମର୍ଶ

କନକ ବ୍ୟୁରୋ : ପେଟ୍ରୋଲିୟମ ମନ୍ତ୍ରଣାଳୟର ସ୍ୱଚ୍ଛତା ପାଖୱାଡ଼ା ପାଇଁ ସୋମବାର ଆୟୋଜିତ ପୁରସ୍କାର ବିତରଣ ସମାରୋହରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ବିଭାଗୀୟ ମନ୍ତ୍ରଣାଳୟର ରାଷ୍ଟ୍ରାୟତ କମ୍ପାନୀ ଗୁଡ଼ିକୁ ପୁରସ୍କୃତ କରିବା ସହ ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳି ଏବଂ ସମସ୍ତ ତୀର୍ଥସ୍ଥାନରେ ଅତ୍ୟାଧୁନିକ ଶୌଚାଳୟ ନିର୍ମାଣ କରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତାକୁ ଜନ ଆନ୍ଦୋଳନରେ ପରିଣତ କରିଥବା ବେଳେ ଏଥିରେ ଗ୍ରାମାଞ୍ଚଳ, ସହରାଞ୍ଚଳ ଏବଂ ସମାଜର ପ୍ରତ୍ୟେକ ନାଗରିକ ସାମିଲ ହୋଇଛନ୍ତି । ପେଟ୍ରୋଲିୟମ ମନ୍ତ୍ରଣାଳୟ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇ ଏହାକୁ ବ୍ୟାପକ କରିବାରେ ଅନ୍ୟତମ ଭୂମିକା ଗ୍ରହଣ କରିଛି । ୨୦୨୨କୁ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ହେବ । ଏହି ସମୟ ସୁଦ୍ଧା ଆମକୁ ସ୍ୱଚ୍ଛ ଭାରତର ସ୍ୱପ୍ନକୁ ସାକାର କରିବାକୁ ହେବ ।

ଏହି ଅବସରରେ ଶ୍ରୀ ପ୍ରଧାନ ସ୍ୱଚ୍ଛ ଭାରତ ଅଭିଯାନରେ ଅଧିକରୁ ଅଧିକ ବେସରକାରୀ ତୈଳ ଓ ଗ୍ୟାସ କମ୍ପାନୀମାନେ ସାମିଲ ହେବା ପାଇଁ ଆହ୍ୱାନ କରିଛନ୍ତି । ଉଲ୍ଲେଖନୀୟ ଯେ, ସ୍ୱଚ୍ଛତା ପାଖୱାଡ଼ା ଏବଂ ସ୍ୱଚ୍ଛତା ହିଁ ସେବା ଅଭିଯାନ ପାଇଁ ଶ୍ରୀ ପ୍ରଧାନ ରାଷ୍ଟ୍ରାୟତ ତୈଳ ଓ ଗ୍ୟାସ ଉଦ୍ୟୋଗ ଗୁଡିକୁ ପୁରସ୍କାର ପ୍ରଦାନ କରିଥିଲେ । ସ୍ୱଚ୍ଛତା ପାଖୱାଡାରେ ଆଇଓସିଏଲ, ବିପିସିଏଲ ଏବଂ ଓଏନଜିସି କ୍ରମାଗତ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ପାଇଥିବା ବେଳେ ଏଚପିସିଏଲ ସ୍ୱତନ୍ତ୍ର ପୁରସ୍କାର ଗ୍ରହଣ କରିଥିଲା ।

ସେହିପରି ସ୍ୱଚ୍ଛତା ହିଁ ସେବାରେ ଏଚପିସିଏଲ ପ୍ରଥମ, ବିପିସିଏଲ ଦ୍ୱିତୀୟ ଓ ଆଇଓସିଏଲ ତୃତୀୟ ପୁରସ୍କାର ପାଇଥିଲା । ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଥରେ ମାତ୍ର ବ୍ୟବହାର ହେଉଥିବା ପ୍ଲାଷ୍ଟିକକୁ ଦୂର କରିବା ସହିତ ସ୍ୱଚ୍ଛତାର ବିଭିନ୍ନ ଦିଗ ଉପରେ ସଚେତନତା ସୃଷ୍ଟି ପାଇଁ ଉଦ୍ୟମ ପାଇଁ ଶ୍ରୀ ପ୍ରଧାନ ସ୍ୱଚ୍ଛତା ହିଁ ସେବା -୨୦୧୯ ଏବଂ ସ୍ୱଚ୍ଛତା ପାଖୱାଡ଼ାର ବିଜେତାମାନଙ୍କୁ ପ୍ରଶଂସା କରିଥିଲେ ।

from Kanak News
via <a href="https://ifttt.com/?

ଶ୍ରୀମନ୍ଦିର ଖୋଲିବା ନିଷ୍ପତି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍ । କହିଲେ, ଲୋକଙ୍କ ବିଶ୍ୱାସକୁ ସମ୍ମାନ ଦେଇଥିବାରୁ ଛତିଶାନିଯୋଗ ଏବଂ ମନ୍ଦିର ପ୍ରଶାସନକୁ ଧନ୍ୟବାଦ ।

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ଆସନ୍ତା ୨୩ ତାରିଖରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯିବ । ଏହି ନିଷ୍ପତ୍ତି ନେଇ ଲୋକ ମାନଙ୍କର ବିଶ୍ୱାସ ଓ ଭାବାବେଗକୁ ସମ୍ମାନ ଦେଉଥିବାରୁ ଛତିଶାନିଯୋଗ ଓ ମନ୍ଦିର ପ୍ରଶାସନକୁ ଟ୍ୱିଟ୍ ଯୋଗେ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ରାଜ୍ୟ ସରକାର ଓ ପ୍ରଶାସନର ନିୟମ ମାନି ଦର୍ଶନ କରିବାକୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରିଛନ୍ତି ଶ୍ରୀ ପ୍ରଧାନ ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ “ଓଡ଼ିଶାର ଲୋକଙ୍କ ଭାବାବେଗ ସହ ଜଡ଼ିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଆସନ୍ତା ୨୩ ତାରିଖରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯିବା ଅତି ଆନନ୍ଦର ବିଷୟ । ଲୋକ ମାନଙ୍କର ବିଶ୍ୱାସ ଓ ଭାବାବେଗକୁ ସମ୍ମାନ ଦେଇ ଶ୍ରୀମନ୍ଦିର ଖୋଲିବାକୁ ନିର୍ଣ୍ଣୟ ନେଇଥିବାରୁ ଛତିଶାନିଯୋଗ ଏବଂ ମନ୍ଦିର ପ୍ରଶାସନକୁ ଧନ୍ୟବାଦ ଜଣାଉଛି” ।

https://platform.twitter.com/widgets.js

କରୋନା ସଂକ୍ରମଣର ବିପଦକୁ ଧ୍ୟାନରେ ରଖି ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ସମସ୍ତ ନୀତି ଓ ନିୟମକୁ ପାଳନ କରିବାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇବା ପାଇଁ ଅପେକ୍ଷାରତ ସମସ୍ତ ଶ୍ରଦ୍ଧାଳୁଙ୍କୁ ଟ୍ୱିଟ କରି ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

from Kanak News
via <a href="https://ifttt.com/?

ଟିକାକରଣ ପାଇଁ ଆସିଲା କେନ୍ଦ୍ର ସରକାରଙ୍କ ଗାଇଡଲାଇନ । ଟିକା ଦେବା ପରେ ୩୦ ମିନିଟ୍ ଯାଏଁ ହେବ ଅନୁଧ୍ୟାନ, ପ୍ରତି କେନ୍ଦ୍ରରେ ଶହେରୁ ୨ଶହ ଜଣଙ୍କୁ ଦିଆଯିବ ଟିକା 

କନକ ବ୍ୟୁରୋ : କରୋନା ଟିକା ପାଇଁ କେତେକ କମ୍ପାନୀ ଅନୁମତି ମାଗିବା ପରେ ଆଜି ଟିକାକରଣର ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର ।   ଦେଶର ଏକ ଚତୁର୍ଥାଂଶ ଲୋକଙ୍କୁ ଟିକା ଦେବା ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି । ତେଣୁ ପ୍ରାୟ ୩୦ କୋଟି ଲୋକଙ୍କୁ ଟିକା ଦିଆଯିବ । ପ୍ରତ୍ୟକ ଦିନ ଗୋଟିଏ ସେସନରେ ଅର୍ଥାତ ଗୋଟିଏ ପର୍ଯ୍ୟାୟରେ ଶହେରୁ ଦୁଇ ଶହ ଜଣଙ୍କୁ ଟିକା ଦିଆଯିବ ।

ଟିକା ଦେବା ପରେ ୩୦ ମିନିଟ ପର୍ଯ୍ୟନ୍ତ ସେମାନଙ୍କୁ ନିରୀକ୍ଷଣରେ ରଖାଯିବ । ପ୍ରତ୍ୟକ ଟିକାକରଣ ଟିମରେ ୫ ଜଣ ସଦସ୍ୟ ରହିବେ । କୋ-ୱିନ୍ ନାମକ ଏକ ୱେବସାଇଟ୍ କରାଯାଇ, ଏହି ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଟିକା ଯାଇଥିବା ବ୍ୟକ୍ତିଙ୍କୁ ନିରୀକ୍ଷଣ କରାଯିବ । ଭୋଟର ପରିଚୟପତ୍ର କିମ୍ବା ଆଧାର କାର୍ଡ ଭଳି ୧୨ଟି ପ୍ରମାଣପତ୍ର ମଧ୍ୟରୁ ଗୋଟିଏ ବ୍ୟବହାର କରି ପଞ୍ଜିକରଣ କରାଯାଇପାରିବ ।

କେବଳ ପୂର୍ବରୁ ପଞ୍ଜିକରଣ ହୋଇଥିବା ଲୋକଙ୍କୁ ଟିକା ଦିଆଯିବ । ଟିକା ରହିଥିବା ଆଇସବକ୍ସକୁ କୌଣସି ପରିସ୍ଥିତିରେ ଖରାକୁ ଆସିବାକୁ ଦିଆଯିବ ନାହିଁ ବୋଲି ଏଥିରେ କୁହାଯାଇଛି । ଏଥିପାଇଁ କେନ୍ଦ୍ର ସରକାର ୨୮ ହଜାର ୯୪୭ଟି କୋଲ୍ଡ ଚେନ୍ ସୃଷ୍ଟି କରୁଛନ୍ତି । ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଫାଇଜର, ସିରମ ଇନଷ୍ଟିଚ୍ୟୁଟ୍ ଏବଂ ଭାରତ ବାୟୋଟେକ୍ ଅନୁମତି ମାଗିଛି ।

from Kanak News
via <a href="https://ifttt.com/?

ଅଧଘଣ୍ଟା ପାଇଁ ଅଚଳ ହେଲା ଜିମେଲ, ୟୁଟୁବ ସହ ଗୁଗୁଲର ଅନେକ ଆପ । ଟ୍ୱିଟରରେ କଲା ଟ୍ରେଣ୍ଡ ।

କନକ ବ୍ୟୁରୋ : ଆଜି ସନ୍ଧ୍ୟା ୫ଟା ପରେ ୟୁଟ୍ୟୁବ୍ ଏବଂ ଜିମେଲ୍ ସମେତ ଗୁଗୁଲର ସମସ୍ତ ଆପ୍ ହଠାତ୍ କାମ କରିବା ବନ୍ଦ କରିଦେଇଥିଲା ବୋଲି ଜଣା ପଡ଼ିଛି। ହଠାତ୍ ଗୁଗୁଲର ସମସ୍ତ ଆପ୍ କାମ କରିବା ବନ୍ଦ କରିଦେବାରୁ ଟ୍ୱିଟରରେ ଲୋକେୁ ଏ ନେଇ ଟୁଇଟ କରିବା ଆରମ୍ଭ କରିଥିଲେ। ଗୁଗଲ ଡାଉନ ଲେଖି ଲୋକେ ଟୁଇଟ୍ କରିଥିଲେ। ତେବେ ୟୁଟ୍ୟୁବ୍ ଏବଂ ଜି-ମେଲ୍ ସମେତ ଗୁଗୁଲର ସମସ୍ତ ଆପ୍ କିଛି ସମୟ ପାଇଁ ଡାଉନ ହୋଇଥିବା ବେଳେ କିଛି ସମୟ ପରେ ଏହି ସମସ୍ୟାର ସମାଧାନ ହୋଇଥିଲା। ଗୁଗୁଲର ସମସ୍ତ ଆପ୍ ଡାଉନ ହେବା ପରେ ଲୋକମାନେ ଅଧ ଘଣ୍ଟାରୁ ଅଧିକ ସମୟ ଧରି ଅସୁବିଧାରେ ସମ୍ମୁଖୀନ ହୋଇଥିବା ଜଣା ପଡ଼ିଛି।

କେବଳ ଭାରତରେ ୟୁଟ୍ୟୁବ୍ ଏବଂ ଜି-ମେଲ୍ ନୁହେଁ, ଗୁଗୁଲ୍ ଡ୍ରାଇଭ୍, ହ୍ୟାଙ୍ଗଆଉଟ୍, ଗୁଗୁଲ୍ ମିଟ୍ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଆପ୍ସର ସେବା ବାଧାପ୍ରାପ୍ତ ହୋଇଥିଲା। ଲୋକମାନେ ହ୍ୟାସଟ୍ୟାଗ୍ ସହିତ ଗୁଗୁଲ୍ ଡାଉନ୍ ଲେଖି ଟୁଇଟ କରିବା ଆରମ୍ଭ କରିଦେଇଥିଲେ। ଅଧଘଣ୍ଟା ମଧ୍ୟରେ ଟୁଇଟରରେ ହ୍ୟାସଟ୍ୟାଗ ଗୁଗୁଲ୍ ଡାଉନ୍ ଏବଂ ୟୁଟ୍ୟୁବ୍ ଡାଉନ୍ ଟ୍ୱିଟ ଟ୍ରେଣ୍ଡ କରିବା ଆରମ୍ଭ କରିଥିଲା।

ଗୁଗୁଲର ଏହି ସେବାଗୁଡିକ ବାଧାପ୍ରାପ୍ତ ହେବାରୁ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଅବଶ୍ୟ, ଏହି ସମୟ ମଧ୍ୟରେ ଗୁଗୁଲ୍ ସର୍ଚ୍ଚ ଇଞ୍ଜିନ୍ (ଗୁଗଲ ଡଟ କମ) କ୍ରମାଗତ ଭାବରେ କାର୍ୟ୍ୟ କରୁଥିଲା । ତେବେ ସର୍ଭର ଡାଉନ୍ ହେତୁ ଗୁଗୁଲର ଆପ୍ସରେ ଏହି ସମସ୍ୟା ଦେଖା ଦେଇଥିବା ଅନୁମାନ କରାଯାଉଛି।

from Kanak News
via <a href="https://ifttt.com/?

ପୁରୀ ଓ ଯାଜପୁର ପାଇଁ ବଡ ଘୋଷଣା । ପୁରୀ ସରକାରୀ ହସ୍ପିଟାଲର ବଦଳିବ ରୂପରେଖ । ସେପଟେ ଯାଜପୁରରେ ୫୦୦ ଶର୍ଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରିବାକୁ ନିଷ୍ପତ୍ତି

କନକ ବ୍ୟୁରୋ : ପୁରୀ ଓ ଯାଜପୁର ପାଇଁ ବଡ ଘୋଷଣା । ପୁରୀ ସରକାରୀ ହସ୍ପିଟାଲର ବଦଳିବ ରୂପରେଖ । ୬୫୦ ଶର୍ଯ୍ୟା ବିଶିଷ୍ଟ ଅଧ୍ୟାପନା ଡାକ୍ତରଖାନା ପ୍ରସ୍ତୁତି ପାଇଁ ନିଷ୍ପତ୍ତି । ଏହି କାମକୁ ୩ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ୨୨୪ କୋଟି ଟଙ୍କାର ଆକଳନ । ସେହିପରି ଯାଜପୁରରେ ମଧ୍ୟ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି । ୫୦୦ ଶର୍ଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି ।

ଏହାସହ ୧୦୦ ସିଟ୍ ବିଶିଷ୍ଟ ଭେଷଜ ମହାବିଦ୍ୟାଳୟ ମଧ୍ୟ ପ୍ରତିଷ୍ଠା ହେବ । ଏଥିପାଇଁ ୪୨୬ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଏହି କାମ ୩ ବର୍ଷ ମଧ୍ୟରେ ସରିବ । ଏନେଇ ଆଜି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି ।

ରାଜ୍ୟ କ୍ୟାବିନେଟ୍ ବୈଠକରେ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ମଧ୍ୟ ମିଳିଛି କ୍ୟାବିନେଟର ମଞ୍ଜୁରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ମଞ୍ଜୁରୀ ମିଳିଛି । ତେବେ ଏକ କମିଟି ଉପରେ ନ୍ୟସ୍ତ କରାଯାଇଛି ଲିଙ୍ଗରାଜ ମନ୍ଦିର ପରିଚାଳନା ଦାୟିତ୍ୱ । ଲିଙ୍ଗରାଜ ମନ୍ଦିର ଓ ଏହାର ସମ୍ପତ୍ତିର ପରିଚାଳନା ଏହି କମିଟି ବୁଝିବ । ମନ୍ଦିର କାର୍ୟ୍ୟର ଉତ୍ତମ ଓ ସଠିକ୍ ପରିଚାଳନା ପାଇଁ ନିଷ୍ପତ୍ତି ନିଆଯାଇଛି ।

from Kanak News
via <a href="https://ifttt.com/?

ପୁଣି କୃଷିମନ୍ତ୍ରୀଙ୍କ ବିବାଦୀୟ ବୟାନ । କହିଲେ ଆନ୍ଦୋଳନ ପଛରେ ଚାଲିଛି ରାଜନୀତି । ଆନ୍ଦୋଳନକୁ ସମର୍ଥନ ଜଣାଇ ପତ୍ର ଲେଖିଲେଣି ୧୦ କୃଷକ ସଂଗଠନ

କନକ ବ୍ୟୁରୋ : ନୂଆ କୃଷି ଆଇନକୁ ନେଇ ୧୯ ଦିନ ଧରି ଆନ୍ଦୋଳନରେ ବସିଛନ୍ତି କୃଷକ ମାନୋ ଏହି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକ ମାନେ ଲାଗାତର ଭାବେ ଦ୍ୱିତୀୟ ଦିନ ବି ଜୟପୁର- ଦିଲ୍ଲୀ ଜାତୀୟ ରାଜପଥ ବନ୍ଦ ରଖିଛନ୍ତି । ଆନ୍ଦୋଳନର ୧୯ ଦିନରେ ଆଜି କୃଷକ ମାନେ ଉପବାସରେ ରହି ଅନସନ କରୁଥିବା ବେଳେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ରସିଂ ତୋମାର କହିଛନ୍ତି କି ସରକାର କୃଷକ ନେତା ମାନଙ୍କ ସହିତ ପୁଣି ବୈଠକ କରିବାକୁ ଚିନ୍ତା କରୁଛନ୍ତି । ଏନେଇ ଖୁବଶୀଘ୍ର ତାରିଖ ଘୋଷଣା କରାଯିବ । ଏହା ସହ କୃଷିମନ୍ତ୍ରୀ କହିଛନ୍ତି କି ଅଖିଳ ଭାରତୀୟ କିଷାନ ସମନ୍ୱୟ ସମିତିର ସଦସ୍ୟ ମାନେ ତାମିଲନାଡୁ, ତେଲେଙ୍ଗାନା,ମହାରାଷ୍ଟ୍ର ଓ ବିହାରରୁ ଆସିଥିଲେ । ସେମାନେ କୃଷି ବିଲକୁ ସମର୍ଥନ କରି ମୋତେ ଏକ ସମର୍ଥନ ପତ୍ର ପ୍ରଦାନ କରିଛନ୍ତି । ସେମାନେ କହିଛନ୍ତି କି ମୋଦି ସରକାର କୃଷକ ମାନଙ୍କର କଲ୍ୟାଣ ପାଇଁ ଏଭଳି ବିଲ୍ ଆଣିଛନ୍ତି । ଏହାସହ ସେମାନେ କୃଷିମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ରାଜି ହୋଇଛନ୍ତି । କେବଳ ସରକାର ତାରିଖ ଧାର୍ଯ୍ୟ କରି ସେମାନଙ୍କୁ ଜଣାଇବା କଥା ବାକି ରହିଛି ।
ଅନ୍ୟପଟେ ଚିଲ୍ଲା ବୋର୍ଡର ନିକଟରେ ଆନ୍ଦୋଳନ କରୁଥିବା କୃଷକ ନେତା ଭାନୁ ପ୍ରସାଦ କହିଛନ୍ତି କି ଭାରତର ସବୁ କୃଷକ ନେତାଙ୍କ ଯାଂଚ ସିବିଆଇ ଦ୍ୱାରା କରାଯିବା ଉଚିତ୍ । ସେ କୃଷକ ନେତା ପଞ୍ଜାବର ହେଉ କି ହରିଆଣାର ହେଉ । ଏହାସହ ସେ କହିଛନ୍ତି କି ସେ କୃଷକ ନେତା ରାକେଶ ଟିକାୟତ ହୁଅନ୍ତୂୁ ବା ସେମାନଙ୍କ ସଂଗଠନର ଅନ୍ୟ କେହି ନେତା ହୁଅନ୍ତୁ । ସେମାନଙ୍କୁ ସିବିଆଇ ଦ୍ୱାରା ଯାଂଚ କରାଯାଇ ସେମାନଙ୍କ ଅନୁଷ୍ଟାନରେ ତାଲା ପକାଯିବା ଦରକାର । ତେବେ ଯାଇ ସରକାର କୃଷକ ମାନଙ୍କ ଦାବି ପୁରଣ କରିବେ । ସେ କହିଛନ୍ତି କି ଯେଉଁ ଏମଏସପିକୁ ନେଇ କୃଷକ ମାନେ ଲଢେଇ କରୁଛନ୍ତି ତାହାକୁ ତ କିଷାନ ଆୟୋଗ ନିଶ୍ଚିନ୍ତ କରିବ । ସରକାର ଯେଉଁ ଏମଏସପି ସ୍ଥିର କରୁଛନ୍ତି ତାହାତ ସରକାର ୭୨ ବର୍ଷ ହେବ ଚଳାଇଛନ୍ତି । ଯାହାଦ୍ୱାରା ଦେଶର କୃଷକ ସର୍ବଶାନ୍ତ ହେବାକୁ ଲାଗିଲେଣି ଏହି ଏମଏସପି ମାଧ୍ୟମରେ କୃଷକ ମାନଙ୍କୁ ନା ଲାଭାଂସ ମିଳୁଛି ନା ଚାଷରେ ବିନିଯୋଗ କରିଥିବା ମୂଲ୍ୟ ।
ଅନ୍ୟପଟେ ଯେଉଁ ଛୋଟ ସମସ୍ୟାଟି ରହିଛି ତା’ ଉପରେ ସରକାର ନରମ ମନୋଭାବ ପୋଷଣ କରିସାରିଛନ୍ତି । ଅନ୍ୟପଟେ ହରିଆଣାର ଉପ-ମୁଖ୍ୟମନ୍ତ୍ରୀ ଦୁଷ୍ମନ୍ତ ଚୌତାଲା କହିଛନ୍ତି କି ଏହି ବିଲରେ କିଛି ପରିବର୍ତ୍ତନ କରିବାକୁ ସରକାର ରାଜି ହୋଇଛନ୍ତି । ହେଲେ କୃଷକ ସଂଗଠନ ମାନେ ଏହି ସମୟରେ ତାଙ୍କ ଜିଦରୁ ଗୋଟଏ ପାଦ ପଛକୁ ହଟିଲେ ସମସ୍ୟାର ସମାଧାନ ହୋଇପାରିବ । ଏହା ସହ ସେ କହିଛନ୍ତି କି କୃଷିମନ୍ତ୍ରୀ ଓ ଗୃହମନ୍ତ୍ରୀ କୃଷକଙ୍କ ୍ଦାବିକୁ ନେଇ ଲଗାତର ଭାବେ ଚର୍ଚ୍ଚା କରୁଛନ୍ତି । ସେପଟେ ପୁଣି କୃଷିମନ୍ତ୍ରୀ କହିଛନ୍ତି କି କୃଷକ ଆନ୍ଦୋଳନ ପଛରେ ରାଜନୀତି ଭରପୁର ଭାବେ ରହିଛି । ମୋଦି ସରକାର ଯେତେବେଳେ କୌଣସି କ୍ଷେତ୍ରରେ ଲୋକଙ୍କ ବିରୋଧରେ କିଛି କରୁନାହାନ୍ତି ତେବେ ଦେଶର ଅନ୍ନଦାତାଙ୍କ ଅମଙ୍ଗଳ ସେ କାହିଁକି ଚିନ୍ତା କରିବେ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started