ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ କ୍ୟାବିନେଟର ମଞ୍ଜୁରୀ । ଏକ କମିଟି ଉପରେ ନ୍ୟସ୍ତ ହେଲା ମନ୍ଦିର ପରିଚାଳନା ଦାୟିତ୍ୱ ।

କନକ ବ୍ୟୁରୋ : ରାଜ୍ୟ କ୍ୟାବିନେଟ୍ ବୈଠକରେ ଆଜି ନିଆଯାଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ମିଳିଛି କ୍ୟାବିନେଟର ମଞ୍ଜୁରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ମଞ୍ଜୁରୀ ମିଳିଛି । ତେବେ ଏକ କମିଟି ଉପରେ ନ୍ୟସ୍ତ କରାଯାଇଛି ଲିଙ୍ଗରାଜ ମନ୍ଦିର ପରିଚାଳନା ଦାୟିତ୍ୱ । ଲିଙ୍ଗରାଜ ମନ୍ଦିର ଓ ଏହାର ସମ୍ପତ୍ତିର ପରିଚାଳନା ଏହି କମିଟି ବୁଝିବ । ମନ୍ଦିର କାର୍ଯ୍ୟର ଉତ୍ତମ ଓ ସଠିକ୍ ପରିଚାଳନା ପାଇଁ ନିଷ୍ପତ୍ତି ନିଆଯାଇଛି ।

କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲିଙ୍ଗରାଜ ମନ୍ଦିର ପରିଦର୍ଶନରେ ଯାଇଥିଲେ । ଏକାମ୍ର କ୍ଷେତ୍ର ଯୋଜନାରେ ଚାଲିଥିବା ଲିଙ୍ଗରାଜ ମନ୍ଦିରର ବିକାଶମୂଳକ ଏବଂ ସୌନ୍ଦର୍ଯ୍ୟକରଣ କାମର ତଦାରଖ କରିଥିଲେ ମୁଖ୍ୟମନ୍ତ୍ରୀ । ଆଉ ଏହି ସମୟରେ ଲିଙ୍ଗରାଜ ମନ୍ଦିରର ସେବାୟତଙ୍କ ସହ ମଧ୍ୟ କିଛି ସମୟ ଧରି ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଜଗନ୍ନାଥ ମନ୍ଦିର ଭଳି ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ୍ ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ ।

from Kanak News
via <a href="https://ifttt.com/?

ସାମ୍ନାକୁ ଆସିଲା କାର ଅପହରଣ ଘଟଣାର ପ୍ରକୃତ ସତ । ବଲାଙ୍ଗୀରର ଜଣେ ବ୍ୟକ୍ତିଙ୍କୁ ଟାର୍ଗେଟ କରି କରଥିଲେ କାର ଅପହରଣ, ବିଫଳ ହେବାରୁ ବ୍ୟାଙ୍କ ଲୁଟ୍ ପାଇଁ କରିଥିଲେ ଯୋଜନା ।

କନକ ବ୍ୟୁରୋ : ସାମ୍ନାକୁ ଆସିଲା କାର ଅପହରଣ ଘଟଣାର ପ୍ରକୃତ ସତ । ଗିରଫ ହୋଇଥିବା ୮ ଦୁବୃର୍ତଙ୍କ ମଧ୍ୟରୁ ୪ ଜଣଙ୍କ ଅପରାଧିକ ସଂପୃକ୍ତି ନେଇ ମିଳିଛି ତଥ୍ୟ । ଏନେଇ ପୁରୁଣା କଟକ ଆଇଆଇସି ସୂଚନା ଦେଇଛନ୍ତି । ବଲାଙ୍ଗୀରର ଜଣେ ବ୍ୟକ୍ତିଙ୍କୁ ଟାଗେଟ୍ କରି ଏମାନେ କାର ଅପହରଣ କରିଥିବା ଜଣାପଡିଛି । କିନ୍ତୁ ମିଶନ ବିଫଳ ହେବାରୁ ଆକ୍ସିସ ବ୍ୟାଙ୍କକୁ ଲୁଟ୍ କରିବା ପାଇଁ ଯୋଜନା କରିଥିଲେ ।

୮ ଜଣ ଦୁବୃର୍ତଙ୍କ ମଧ୍ୟରୁ ୪ ଦୁବୃର୍ତ ହେଉଛନ୍ତି ନୟାଗଡର । ପୂର୍ଣ୍ଣଚନ୍ଦ୍ର ମହାରଣା ନୟାଗଡ ଜିଲ୍ଲା ଓଡଗାଁର ହୋଇଥିବା ବେଳେ ତାଙ୍କ ନାଁରେ ପୂର୍ବରୁ ୩ଟି ଅପରାଧିକ ମାମଲା ରହିଛି । ଅନ୍ୟ ଜଣେ ଓଡଗାଁର ଶଙ୍କର ସାହୁଙ୍କ ନାଁରେ ୭ଟି କେସ୍ ରହିଛି । ସେହିଭଳି ସଂଗ୍ରାମ ମହାନ୍ତି ଓ ରମେଶ ଲେଙ୍କା ଫତେଗଡ଼ର ହୋଇଥିବା ବେଳେ ଉଭୟଙ୍କ ନାଁରେ ୩ଟି ଲେଖାଏଁ କେସ୍ ରହିଛି । ଏମାନେ ବହୁବାର ପୂର୍ବରୁ ଡକାୟତିରେ ସଂପୃକ୍ତ ଥିବା ଜଣାପଡିଛି ।

ସେପଟେ କେମିତି ହେଇଥିଲା ଅପହରଣ ଉଦ୍ୟମ ଓ ପୋଲିସ ଏହାକୁ କିଭଳି ଧରିଥିଲା ସେନେଇ କନକ ନ୍ୟୁଜକୁ ତଥ୍ୟ ଦେଇଛନ୍ତି ବୌଦ୍ଧ ଏସପି । କନକ ନ୍ୟୁଜକୁ ବୌଦ୍ଧ ଏସପି ଭି. ରଘୁନାଥ ରାଓ କହିଛନ୍ତି, ଗିରଫ ୮ ଜଣଙ୍କ ନାଁରେ ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାରେ ବିଭିନ୍ନ ଥାନାରେ ଚୋରି, ଡକାୟତି ଭଳି ଜଘନ୍ୟ ମାମଲା ରହିଛି । ଏମାନେ ବଡଧରଣର ଅପହରଣ ଯୋଜନା କରୁଥିଲେ । ନୟାଗଡ ନିକଟରେ ଏହି ଅପରାଧ ଯୋଜନା କରିଥିଲେ । କିନ୍ତୁ ସେମାନଙ୍କ ମିଶନ ଫେଲ୍ ମାରିଛି । ଆବଶ୍ୟକ ପଡିଲେ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ ।

from Kanak News
via <a href="https://ifttt.com/?

ଜୋତା ପିନ୍ଧି ମହାପ୍ରଭୁଙ୍କ ମହାପ୍ରସାଦ ଖାଉଛନ୍ତି ୨ଜଣ ପୋଲିସ କର୍ମଚାରୀ । ଭାଇରାଲ ହେଲା ଭିଡିଓ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ।

କନକ ବ୍ୟୁରୋ : ମହାପ୍ରସାଦ ପ୍ରତି ଅବମାନନା ଅଭିଯୋଗ । ଦୁଇଜଣ ପୁଲିସ କର୍ମଚାରୀ ବେଂଚ ଉପରେ ବସି ଜୋତା ପିନ୍ଧି ମହାପ୍ରସାଦ ଖାଉଥିବାରୁ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ପକ୍ଷରୁ ଏହାକୁ ନିନ୍ଦା କରାଯାଇ ସିଂହଦ୍ୱାର ଥାନାରେ ଦୁଇ ଜଣ ପୁଲିସ କର୍ମଚାରୀଙ୍କ ବିରୋଧରେ ଏତଲା ଦିଆଯାଇଛି ।

ସୂଚନା ଅନୁସାରେ ଗତ ରଥଯାତ୍ରା ସମୟରେ ମଧ୍ୟ କିଛି ପୁଲିସ କର୍ମଚାରୀ ଗୁଣ୍ଡିଚା ମନ୍ଦିରରେ ଏଭଳି ମହାପ୍ରସାଦ ସେବନ କରୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । କିନ୍ତୁ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଯଦି ବର୍ତ୍ତମାନର ଘଟଣା ସମ୍ପର୍କରେ ସାତ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆନଯାଏ ତେବେ ଏସପି ଅଫିସ ଆଗରେ ଧାରଣା ଚେତାବନୀ ଦେଇଛି ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ।

from Kanak News
via <a href="https://ifttt.com/?

 ଆଜିଠାରୁ ଖୋଲିଲା ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ କଲେଜ । କଲେଜ ଖୋଲିବାକୁ ଅନୁମତି ଦେଲେ ରାଜ୍ୟ ସରକାର

କନକ ବ୍ୟୁରୋ : କରୋନା କଟକଣା ଭିତରେ ପ୍ରଥମଥର ପାଇଁ ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟସରକାର ରାଜ୍ୟରେ ଥିବା ଆୟୁର୍ବେଦିକ ଓ ହୋମିଓପାଥିକ କଲେଜ ଖୋଲିବାକୁ ଅନୁମତି ଦେଇଛନ୍ତି । ସମସ୍ତ କୋଭିଡ କଟକଣା ଯେମିତି କି ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜର ବ୍ୟବହାର କରି କଲେଜରେ ପାଠ ପଢା ଆରମ୍ଭ କରାଯିବ ।

ଦୀର୍ଘ ୮ ମାସ ପରେ ରାଜ୍ୟ ସରକାର ପ୍ରଥମଥର ଶିକ୍ଷାନନୁଷ୍ଠାନ ଖୋଲିବା ଉପରେ ଦୃଷ୍ଟି ଦେଇଛନ୍ତି । ରାଜ୍ୟସରକାର ଆଜି ଠାରୁ ରାଜ୍ୟରେ ଥିବା ସମସ୍ତ ଆୟୁର୍ବେଦିକ ଓ ହୋମିଓପାଥି କଲେଜ ଖୋଲିବାକୁ ଅନୁମତି ଦେଇଛନ୍ତି । ଏହି ଶିକ୍ଷାନୁଷ୍ଟାନ ଗୁଡିକ କୋଭିଡ-୧୯ ମହାମାରି ଆରମ୍ଭ ହେବା ଦିନ ଠାରୁ ବନ୍ଦ ରହିଥିଲା । ଏହି କଲେ ଗୁଡିକ ଖୋଲିବାକୁ କିଛିଦିନ ହେବ ଛାତ୍ର ଛାତ୍ରୀ କଲେଜ କର୍ତ୍ତୁପକ୍ଷଙ୍କ ତରଫରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ହୋଇ ଆସୁଥିଲା । ହେଲେ କରୋନା ସ୍ଥିତି ଦେଖି ରାଜ୍ୟସରକାର ଏହି କଲେଜ ମାନଙ୍କୁ ଖୋଲିବାକୁ ଅନୁମତି ଦେଉ ନଥିଲେ । ଏବେ ରାଜ୍ୟରେ କରୋନା ସ୍ଥିତିରେ ବଡ ଧରଣର ପରିବର୍ତ୍ତନ ହୋଇଛି । ଦୈନିକ ସଂକ୍ରମଣ ସଂଖ୍ୟା ୪ ହଜାର ପାର କରିଥିବା ବେଳେ ଏବେର ସ୍ଥିତି ଦୈନିକ ୩ ଶହରୁ ୪ ଶହ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହା ସହ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ବି ହ୍ରାସ ପାଇବାରେ ଲାଗିଛି । ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଧିରେ ଧିରେ ବନ୍ଦ ପଡିଥିବା ଅନେକ ଅନୁଷ୍ଠାନକୁ ଖୋଲିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ଏହାରି ମଧ୍ୟରେ ପ୍ରଥମ ଦଫାରେ ରାଜ୍ୟରେ ଥିବା ସମସ୍ତ ଆୟୁର୍ବେଦିକ ଓ ହୋମିଓପାଥି କଲେଜ ଖୋଲିବାକୁ ଅନୁମତି ଦେଇଛନ୍ତି। ସେପଟେ କରୋନା ମହାମାରୀ ରାଜ୍ୟରୁ ସମ୍ପୁର୍ଣ୍ଣ ରୂପେ ଯାଇନଥିବା ବେଳେ କଲେଜ ଖୋଲିଲେ ବି ପୂର୍ବଭଳି ସମସ୍ତ କରୋନା କଟକଣା ପାଳନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

from Kanak News
via <a href="https://ifttt.com/?

ପୁରୀ ହାଜତ ମୃତ୍ୟୁ ମାମଲା । ହାଇକୋର୍ଟରେ ମାମଲାର ଅଗ୍ରଗତି ନେଇ ସତ୍ୟପାଠ ଦାଖଲ ପୁରୀ ଏସପି । ୩୦୭ ଦଫାକୁ ନେଇ ହାଇକୋର୍ଟଙ୍କ ଅସନ୍ତୋଷ ପ୍ରକାଶ 

କନକ ବ୍ୟୁରୋ : ପୁରୀ ହାଜତ ମୃତ୍ୟୁ ମାମଲାରେ ହାଇକୋର୍ଟରେ ଆଜି ଏସପିଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ହୋଇଛି । ମାମଲାର ତଦନ୍ତର ଅଗ୍ରଗତି ନେଇ ସତ୍ୟପାଠ ଦାଖଲ କରିଛନ୍ତି ପୁରୀ ଏସପି । ଜାନୁଆରୀ ୨୮ରେ ପରବର୍ତୀ ଶୁଣାଣୀ ଅଛି ।  ପୂର୍ବରୁ ହାଇକୋର୍ଟରେ ଗୋଟିଏ କ୍ରମିନାଲ କେସ ଓ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା ।

ଯେହେତୁ ଦୁଇଟି  ମାମଲା ଜନସ୍ୱାର୍ଥ  ସମ୍ବଳିତ ଥିଲା ତେଣୁ ଦୁଇଟି ଯାକ ମାମଲାର ଏକାଠି ଶୁଣାଣି ହୋଇଛି ।  ପିଟିସନର  ଗୋପାଳ ପଣ୍ଡା ଆବେଦନ କରିଥିବା  ସିବିଆଇ ତଦନ୍ତ ଓ ନିଲମ୍ବିତ ୩ ପୁଲିସ କର୍ମଚାରୀଙ୍କୁ ୩୦୨ ଦଫାରେ ଗିରଫ ଉପରେ ଶୁଣାଣି ହୋଇଥିଲା । ୩୦୭ ଦଫାକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି ।

from Kanak News
via <a href="https://ifttt.com/?

ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ନାବାଳକ । କୋରାପୁଟ ଜିଲ୍ଲା ସୁନାବେଢ଼ାରୁ ଆସିଲା ଦୁଃଖଦ ଘଟଣା । ପହଁରା ଜାଣିନଥିବା ବେଳେ ନଦୀରେ ବୁଡ଼ି ୨ ନାବାଳକଙ୍କ ମୃତ୍ୟୁ ।

କନକ ବ୍ୟୁରୋ : ଗାଧୋଇବା ବେଳେ ନଦୀରେ ବୁଡ଼ି ୨ ନାବାଳକଙ୍କ ମୃତ୍ୟୁ । କୋରାପୁଟ ଜିଲ୍ଲା ସୁନାବେଢ଼ାରୁ ଆସିଲା ଦୁଃଖଦ ଘଟଣା । ସୂଚନା ମୁତାବକ ନଦୀକୁ ୨ଜଣ ନାବାଳକ ଗାଧୋଇବାକୁ ଯାଇଥିବା ବେଳେ ଅଧିକ ପାଣିକୁ ପସିଯାଇଥିଲେ । ପହଂରା ଜାଣିନଥିବା ବେଳେ ନଦୀରେ ବୁଡ଼ି ଯାଇଥିଲେ ।

ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ପହଂଚି ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତି କରିଥିଲେ । ସେଠାରେ ଡ଼ାକ୍ତର ୨ ନାବାଳକଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

from Kanak News
via <a href="https://ifttt.com/?

ପୃଥିବୀ ଭଳି ବିଶ୍ୱରେ ରହିଛି ଆଉ ଏକ ଗ୍ରହ । ଜୀବନ ସତ୍ତା ପାଇଁ ଭରି ରହିଛି ପାଣି ଓ ବରଫ୍ । ଚାରିପଟେ ପରିକ୍ରମା କରୁଛନ୍ତି ଦୁଇଟି ଚନ୍ଦ୍ର । ୧୨ ଘଂଟା ଅନ୍ତରରେ ହେଉଛି ଦିନ ଓ ରାତି

କନକ ବ୍ୟୁରୋ : ଗ୍ରହ ନକ୍ଷତ୍ରକୁ ନେଇ କେତେ କେତେ ଜୌତିଷ ପୂର୍ବରୁ ଅନେକ ଅନେକ ପ୍ରକାରର ମତ ଦେଇଛନ୍ତି । ଏହା ସହ ଦୀର୍ଘଦିନ ହେବ ଗ୍ରହ ନକ୍ଷତ୍ର ଉପରେ ଗବେଷଣା କରୁଥିବା ବୈଜ୍ଞାନିକ ମାନେ ବି ଗ୍ରହ ନକ୍ଷତ୍ର ମାନଙ୍କର ଚଳଣିକୁ ନେଇ ଅନେକ ଅନେକ ତଥ୍ୟ ଉପସ୍ଥାପନ କରିଛନ୍ତି । ହେଲେ ଆମେ କାହା କଥା ବିଶ୍ୱାସ କରିବା । ଗ୍ରହ ନକ୍ଷତ୍ର ବାବଦରେ ବହିରୁ ପଢି ଆମକୁ ସୂଚନା ଦେଉଥିବା ଜୌତିଷ ନା ମହାକାଶ ଗବେଷଣା ସଂସ୍ଥା ଦ୍ୱାରା ଗ୍ରହ ନକ୍ଷତ୍ର ପରିଦର୍ଶନ କରି ଫେରିଥିବା ବୈଜ୍ଞାନିକ ମାନଙ୍କ କଥା ।

ବାସ୍ତବତା ହେଉଛି ଯେଉଁ ବୈଜ୍ଞାନିକ ମାନେ ମହାକାଶ ଗବେଷଣା ପାଇଁ ମହାକାଶକୁ ଯାଇ ବାସ୍ତବ ଚିତ୍ର ଦେଖିଛନ୍ତି ସେମାନଙ୍କ କଥାକୁ ବିଶ୍ୱାସ କରିବାର ଆବଶ୍ୟକତା ରହିଛି । ବିଶେଷ କରି ଗ୍ରହ ମାନଙ୍କ ଉପରେ ହେଉଥିବା ଗବେଷଣା ଭିତରେ ବୈଜ୍ଞାନିକ ମାନେ ବିଶେଷ ଭାବେ ମଙ୍ଗଳ ଗ୍ରହ ଉପରେ ଗବେଷଣାକୁ କେନ୍ଦ୍ରିଭୂତ କରିଛନ୍ତି । ସେମାନଙ୍କ ସଚନା ମୁତାବକ ଆମେ ଆଜି ଆପଣଙ୍କୁ ମଙ୍ଗଳ ଗ୍ରହର କିଛି ଅଜଣା କଥା ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ।

ମଙ୍ଗଳ ଗ୍ରହ ଲୋହିତ ଗ୍ରହ ଭାବେ ବି ବେସ ପରିଚିତ । ପୃଥିବୀ ଭଳି ଏହି ଗ୍ରହର ଅକ୍ଷ ୨୩.୫ ଡିଗ୍ରୀ କୋଣରେ ଢଳି ରହିଛି । ପୃଥିବୀ ତା’ର ଅକ୍ଷ ଚାରିପଟେ ଥରେ ଘୁରି ଆସିବାକୁ ଯେତିକି ସମୟ ନେଇଥାଏ ମଙ୍ଗଳ ଗ୍ରହ ବି ପାଖା ପାଖି ସେତିକି ସମୟ ମଧ୍ୟରେ ତା’ର ଅକ୍ଷ ଚାରିପଟେ ଥରେ ଘୁରି ଆସିଥାଏ । ଅର୍ଥାତ ମଙ୍ଗଳ ଗ୍ରହ ତା’ର ଅକ୍ଷ ଚାରିପଟେ ଘୁରି ଆସିବାକୁ ୨୪ ଘଂଟା ୩୯ ମିନିଟ୍ ୩୫ ସେକେଣ୍ଡ ନେଇଥାଏ । ଯାହା ପୃଥିବୀର ଦୈନିକ ଘୂର୍ଣ୍ଣନକାଳ ସଂଗେ ପ୍ରାୟ ସମାନ ଅଟେ । ଫଳରେ ପୃଥିବୀ ଭଳି ମଙ୍ଗଳ ଗ୍ରହରେ ପ୍ରତି ୧୨ ଘଂଟା ଅନ୍ତରରେ ଦିନ ଓ ରାତିର ପରବର୍ତ୍ତନ ହୋଇଥାଏ । ମଙ୍ଗଳ ଗ୍ରହରେ ବି ପୃଥିବୀ ଭଳି ଏକ ବାୟୁ ମଣ୍ଡଳ ରହିଛି ହେଲେ ତାହା ପୃଥିବୀର ବାୟୁ ମଣ୍ଡଳ ଠାରୁ ବହୁ ପତଳା । ପୃଥିବୀ ଭଳି ମଙ୍ଗଳର ଉଭୟ ମେରୁରେ ପ୍ରଚୁର ପରିମାଣର ଜଳ ଓ ବରଫ ଗଚ୍ଛିତ ହୋଇ ରହିଛି । ଏହା ସହ ମଙ୍ଗଳ ଗ୍ରହରେ ଡିମସ୍ ଓ ଫୋବସ୍ ନାମରେ ଦୁଇଟି ଛୋଟ ଚନ୍ଦ୍ର ରହିଛି । ଏହି ଦୁଇଟି ଚନ୍ଦ୍ର ମଧ୍ୟରୁ ଫୋବସ୍ର ଆକାରରେ ବଡ ଅଟେ । ଏହାର ବିସ୍ତୁତି ୨୭ କିଲୋମିଟର ରହିଥିବା ବେଳେ ଏହା ଗ୍ରହ ଠାରୁ ୫୯୮୯ କିଲୋମିଟର ଉର୍ଦ୍ଧରେ ରହି ମଙ୍ଗଳ ଗ୍ରହକୁ ପରିକ୍ରମା କରୁଛି । ମଙ୍ଗଳ ଚାରିପଟେ ଥରେ ପରିକ୍ରମା କରିବାକୁ ଫୋବସ୍ କୁ ୭ ଘଂଟା ୩୯ ମିନିଟ୍ ସମୟ ଲାଗିଥାଏ । ସେହିପରି ଅନ୍ୟ ଏକ ଚନ୍ଦ୍ର ଡିମସ୍ ର ସର୍ବାଧିକ ବିସ୍ତୁତି ୧୫ କିଲୋମିଟର ବୋଲି ମହାକାଶ ଗବେଷକ ମାନେ ସୂଚନା ଦେଇଛନ୍ତି । ଏହା ଗ୍ରହ ଠାରୁ ୨୩.୪୬୦ କିଲୋମିଟର ଉର୍ଦ୍ଧରେ ରହି ପ୍ରତି ୩୦ ଘଂଟାରେ ଥରେ ମଙ୍ଗଳ ଗ୍ରହକୁ ପରିକ୍ରମା କରିଥାଏ ।

ଅନ୍ୟପଟେ ଏପର୍ଯ୍ୟନ୍ତ ମଣିଷ ମଙ୍ଗଳ ଗ୍ରହକୁ ୧୮ ଟି ଅନ୍ତରୀକ୍ଷ ଯାନ ପ୍ରେରଣ କରିସାରିଛି । ଯାହା ମଧ୍ୟରୁ କେବଳ ୯ ଟି ଅନ୍ତରୀକ୍ଷ ଯାନ ମଙ୍ଗଳ ଗ୍ରହରେ ସୁରକ୍ଷିତ ଭାବେ ଅବତରଣ କରିପାରିଛି । ଆମେରିକୀୟ ଅନ୍ତରୀକ୍ଷ ଗବେଷଣା କେନ୍ଦ୍ର ନାସା କହିଛି କି ଆସନ୍ତା ୨୦୩୦ ମସିହା ସୁଦ୍ଧା ମଙ୍ଗଳ ଗ୍ରହକୁ ମାନବସ୍ଥିତ ଅଭିଯାନ ପ୍ରେରଣ କରିବ ବୋଲି ଆଶା କରିଛି । ନାସାର ଏଭଳି ଉଦ୍ୟମ ସଫଳ ହେଲେ ୩୦ ରୁ ୪୦ ବର୍ଷ ମଧ୍ୟରେ ପୃଥିବୀରୁ ପ୍ରଥମ ମଣିଷ ମଙ୍ଗଳ ପୃଷ୍ଟରେ ପାଦ ଥାପିବ ବୋଲି ଆଶା କରାଯାଉଛି ।

from Kanak News
via <a href="https://ifttt.com/?

ଧୋନୀ, ରୋହିତ ପଛରେ ବିରାଟ ଆଗରେ । ଚଳିତବର୍ଷ ସବୁଠାରୁ ଅଧିକଥର ଟ୍ୱିଟ୍ ହୋଇଥିବା ପୁରୁଷ ଖେଳାଳି ହେଲେ ବିରାଟ ।

କନକ ବ୍ୟୁରୋ : ହୁଏତ ୨୦୨୦ର ବ୍ୟାଟିଂ ରେକର୍ଡରେ ବିରାଟ କୋହଲି ଶୀର୍ଷ ସ୍ଥାନ ଅଧିକାର କରିପାରି ନାହାନ୍ତି। ମାତ୍ର ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ବିଟରରେ ବାଜିମାତ୍‌ କରିଛନ୍ତି ଏହି ଲୋକପ୍ରିୟ କ୍ରକେଟ ତାରକା। ଚଳିତବର୍ଷ ଟ୍ବିଟ୍‌ରରେ ଅଧିକରୁ ଅଧିକ ଲୋକ ଏହି ତାରକାଙ୍କ ବିଷୟରେ କଥା ହୋଇଛନ୍ତି ବୋଲି ଜାଣିବାକୁ ମିଳିଛି। ସେ ଏହି କ୍ଷେତ୍ରରେ ମହେନ୍ଦ୍ର ସିଂହ ଧୋନି ଓ ରୋହିତ ଶର୍ମାଙ୍କ ପରି ଉଦୀୟମାନ ଖେଳାଳିଙ୍କୁ ପଛରେ ପକାଇଛନ୍ତି। ବିରାଟ ହେଉଛନ୍ତି ଟ୍ବିଟ୍‌ରରେ ଅଧିକ ଚର୍ଚ୍ଚିତ ପୁରୁଷ ଖେଳାଳି। ମହିଳା ଖେଳାଳିଙ୍କ ମଧ୍ୟରେ ଏହି ସ୍ଥାନ ଅଧିକାର କରିଛନ୍ତି ରେସଲର ଗୀତା ଫୋଗଟ। ସେହିପରି ବ୍ୟାଡ୍‌ମିଟନ୍‌ ତାରକା ପିଭି ସିନ୍ଧୁ ଓ ସାଇନା ନେହୱାଲ ମଧ୍ୟରେ ଶୀର୍ଷରେ ଅଛନ୍ତି।

ଉଲ୍ଲେଖଯୋଗ୍ୟ, ଆଗାମୀ ଜାନୁଆରିରେ ବାପା ହେବାକୁ ଯାଉଛନ୍ତି ବିରାଟ କୋହଲି। ସେଥିପାଇଁ ସେ ଖୁବ୍‌ ଶୀଘ୍ର ପିତୃତ୍ବ ଛୁଟି ନେଇ ଘରେ ରହିବେ। ଚଳିତବର୍ଷ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅବସର ନେବା ସମୟରେ ଟ୍ବିଟର୍‌ରେ ବହୁ ଚର୍ଚ୍ଚିତ ହୋଇଥିଲେ ବି ତାଙ୍କ ରେକର୍ଡକୁ ବି ଭଙ୍ଗ କରିଛନ୍ତି ବିରାଟ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଚଳିତବର୍ଷ ଧୋନି ଅବସର ନେବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଠାଇଥିବା ଚିଠିର ଧୋନି ଯେଉଁ ଉତ୍ତର ଦେଇଥିଲେ ତାହା ୨୦୨୦ର ସବୁଠାରୁ ଅଧିକ ରି-ଟ୍ୱିଟ୍‌ ହୋଇଥିବା ଟ୍ୱିଟ୍‌ ପୋଷ୍ଟ୍‌ ଥିଲା।

ଜାଣିବାକୁ ମିଳିଛି ଯେ ପତ୍ନୀ ଅନୁଷ୍କା ଶର୍ମାଙ୍କ ଗର୍ଭବତୀ ହେବା ଖବର କୋହଲି ଟ୍ୱିଟରରେ ପ୍ରକାଶ କରିବା ପରେ ତାଙ୍କ ଟ୍ୱିଟ୍‌ ଗୁଡ଼ିକର ଚାହିଦା ବଢ଼ିଥିଲା। ସେବେଠାରୁ ତାଙ୍କ ଟ୍ୱିଟକୁ ଅଧିକ ଲାଇକ୍‌ ଓ କମେଣ୍ଟ୍‌ ମିଳିବା ଆରମ୍ଭ ହୋଇଥିଲା।

from Kanak News
via <a href="https://ifttt.com/?

ହିଂସାକାଣ୍ଡ ସମୟରେ କମ୍ପାନୀରୁ ହଜାର ହଜାର ଆଇଫୋନ ଲୁଟ୍ । ୪୪୦ କୋଟି ଟଙ୍କାର କ୍ଷତି ହୋଇଥିବା ଅଭିଯୋଗ କଲା କମ୍ପାନୀ

କନକ ବ୍ୟୁରୋ : କର୍ଣ୍ଣାଟକର କୋଲାରରେ ଥିବା ‘ଓ୍ଵିଷ୍ଟ୍ରୋନ୍‌’ର କାରଖାନାରେ ହିଂସାକାଣ୍ଡ ସମୟରେ ହଜାର ହଜାର ଆଇଫୋନ୍‌ ଲୁଟ୍‌ ହୋଇଥିବାରୁ କମ୍ପାନିର ୪୪୦ କୋଟି ଟଙ୍କା କ୍ଷତି ହୋଇଛି। ପୁଲିସ ଏବଂ ଶ୍ରମ ବିଭାଗକୁ କରିଥିବା ଅଭିଯୋଗରେ କମ୍ପାନି ଏ କଥା ଉଲ୍ଲେଖ କରିଛି।

କୋଲାର ଜିଲ୍ଲାର ନରସପୁର ଶିଳ୍ପାଞ୍ଚଳରେ ଏହି କାରଖାନା ଅବସ୍ଥିତ। ଦରମା ଦିଆଯାଇ ନ ଥିବା କାରଣରୁ ଶନିବାର ଦିନ ଉକ୍ତ ଆଇଫୋନ୍‌ କାରଖାନାରେ କାର୍ୟ୍ୟ କରୁଥିବା କର୍ମଚାରୀମାନେ ଉତ୍ତ୍ୟକ୍ତ ହୋଇ ଢେଲାପଥର ଫିଙ୍ଗାଫିଙ୍ଗି କରିବା ସହ ଆସବାବପତ୍ର, ଝରକା କାଚ, ଯାନବାହନ, କମ୍ପ୍ୟୁଟର୍‌, ଲ୍ୟାପ୍‌ଟପ୍‌ ଏବଂ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ କରି ପକାଇଥିଲେ।

ଦୁଇଟି ସିଫ୍‌ଟ୍‌ରେ ଏହି କମ୍ପାନିରେ ପ୍ରାୟ ୭ରୁ ୮ ହଜାର କର୍ମଚାରୀ କାର୍ୟ୍ୟ କରନ୍ତି। ଉତ୍ତ୍ୟକ୍ତ କର୍ମଚାରୀଙ୍କୁ ଘଉଡ଼ାଇବା ନିମନ୍ତେ ପୁଲିସ ଚାଠି ଚାଳନା କରିଥିଲା।

‘ଓ୍ଵିଷ୍ଟ୍ରୋନ୍‌’ କାରଖାନାରେ କର୍ମଚାରୀଙ୍କ ହିଂସାକାଣ୍ଡକୁ କର୍ଣ୍ଣାଟକ ସରକାର ନିନ୍ଦା କରିଛନ୍ତି। କର୍ଣ୍ଣାଟକ ଶ୍ରମମନ୍ତ୍ରୀ ଶିବରାମ ହେବ୍ଦର ଏହି ଘଟଣାକୁ ନିନ୍ଦା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ସିଏନ୍‌ ଅଶ୍ୱଥନାରାୟଣ କହିଛନ୍ତି ଯେ, ଅପରାଧିମାନଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କ ବିରୋଧରେ ବିହିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।

from Kanak News
via <a href="https://ifttt.com/?

ଡ୍ରାଇଭରଙ୍କ ମୁହଁରେ କାର ଅପହରଣର କାହାଣୀ : କହିଲେ, ବଲାଙ୍ଗୀର କହି ବୌଦ୍ଧ ନେଇଯାଇଥିଲେ ଅପହରଣକାରୀ; ଗାଡି ଭିତରେ ଥିଲା ଖଣ୍ଡା ଓ ହତିଆର

କନକ ବ୍ୟୁରୋ : ଡ୍ରାଇଭରଙ୍କ ମୁହଁରେ କାର ଅପହରଣ କାହାଣୀ । କନକ ନ୍ୟୁଜ ଆଗରେ ମୁହଁ ଖୋଲି ଅପହରଣର ପୁରା କାହାଣୀ କହିଛନ୍ତି । ବରମୁଣ୍ଡାରେ ରାତି ୪ଟା ଗାଡି ଲଗାଇଥିଲେ । ଅପହରଣକାରୀ ତାଙ୍କୁ ବଲାଙ୍ଗୀର କହି ବୌଦ୍ଧ ନେଇଥିଲେ । ନୟାଗଡରୁ ଆଉ ଏକ ପିକଅପ ଭ୍ୟାନଯାଇଥିଲା । ଗାଡି ଭିତରେ ଖଣ୍ଡା ଓ ହତିଆର ଥିଲା ।  ଅପହରଣକାରୀ ଗାଡି ଭିତରେ କୌଣସି ଆଲୋଚନା କରିନଥିବା ଡ୍ରାଇଭର କହିଛନ୍ତି ।

ସେପଟେ କେମିତ ହେଇଥିଲା ଅପହରଣ ଉଦ୍ୟମ ଓ ପୋଲିସ ଏହାକୁ କିଭଳି ଧରିଥିଲା ସେ ନେଇ ତଥ୍ୟ ଦେଇଛନ୍ତି ବୌଦ୍ଧ ଏସପି । କନକ ନ୍ୟୁଜକୁ ବୌଦ୍ଧ ଏସପି ଭି. ରଘୁନାଥ ରାଓ କହିଛନ୍ତି, ଗିରଫ ୮ ଜଣଙ୍କ ନାଁରେ ଖୋର୍ଧା ଓ ନୟାଗଡ ଜିଲ୍ଲାରେ ବିଭିନ୍ନ ଥାନାରେ ଚୋରି, ଡକାୟତ ଭଳି ଜଘନ୍ୟ ମାମଲା ରହିଛି । ଏମାନେ ବଡଧରଣର ଅପହରଣ ଯୋଜନା କରୁଥିଲେ । ନୟାଗଡ ନିକଟରେ ଏହି ଅପରାଧ ଯୋଜନା କରିଥିଲେ । କିନ୍ତୁ ସେମାନଙ୍କ ମିଶନ ଫେଲ ମାରିଛିା  ଆବଶ୍ୟକ ପଡିଲେ ରିମାଣ୍ଡରେ ଆଣି ପଚରାଉଚରା କରାଯିବ । ବଲାଙ୍ଗିରରେ ଏକ ବିବାହ ଭୋଜିରେ ଯୋଗ ଦେବାକୁ କହି ଭୁବନେଶ୍ୱରର ଏକ ଟ୍ରାଭେଲ ଏଜେନ୍ସିରୁ ଇନୋଭା କାର ହାୟର କରିଥିଲେ ୮ଜଣ । ହେଲେ ଡ୍ରାଇଭରଙ୍କ ମୁଣ୍ଡରେ ବନ୍ଧୁକ ରଖି କାରଟିକୁ ବୌଦ୍ଧ ଯାଏଁ ନେଇଯାଇଥିଲେ ।

କିନ୍ତୁ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧିରୁ କେବଳ କାର ଠାବହେଲା ନାହିଁ, ବରଂ ଧରାପଡିଗଲେ ସମସ୍ତ ୮ଜଣ ଯାକ ଡକାୟତ । କାରର ଡ୍ରାଇଭର କରିଥିଲେ ଏକ ମେସେଜ୍ । ଗାଡିର ମାଲିକଙ୍କୁ ମେସେଜ କରି ସେ ବଡ ବିପଦରେ ପଡି ଯାଇଥିବା ସୂଚନା ଦେଇଥିଲେ । ଏହାପରେ ଆରମ୍ଭ ହୋଇଗଲା ତନାଘନା । ପୋଲିସ ବିଭାଗର ବଛା ବଛା ଅଧିକାରୀଙ୍କୁ ଫୋନରେ କନଫରେନସିଂରେ ରଖି ଏହି ଇନୋଭା ଗାଡିକୁ ଫଲୋ କରିବା ଆରମ୍ଭ କରିଦେଲା ପିସିଆର । ଗାଡି ଚେକିଂ ବାହାନାରେ ବ୍ୟାରିକେଡିଂ କରିଦେଲେ ଚାରିଛକ ଆଇଆଇସି । ଗାଡି ଅଟକିବା ପରେ କୌଶଳକ୍ରମେ ପ୍ରଥମେ ଡ୍ରାଇଭରଙ୍କୁ ମୁକୁଳାଇ ନେଇଥିଲା ପୋଲିସ । ପରେ ଗାଡିରେ ଥିବା ସମସ୍ତ ଦୁର୍ବୃତଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ମାରଣାସ୍ତ୍ର ଜବତ କରିଥିଲା ।

from Kanak News
via <a href="https://ifttt.com/?

Design a site like this with WordPress.com
Get started