ବନ୍ଦ ଡାକରା ବେଳେ କଂଗ୍ରେସ ଯୁବ ନେତାଙ୍କ ଉପରେ ଆକ୍ରମଣ । ବିଜେଡି ବିଧାୟକଙ୍କ ବିରୋଧରେ ଅଭିଯୋଗ ଆଣିଲା କଂଗ୍ରେସର । ଗିରଫ ନକଲେ ଥାନା ଘେରାଉ କରିବାକୁ ଦଲେ ଧମକ 

କନକ ବ୍ୟୁରୋ: ବିଜେଡି ବିଧାୟକଙ୍କ ବିରୋଧରେ କଂଗ୍ରେସ ଆଣିଲା ସାଂଘାତିକ ଅଭିଯୋଗ । ମେଡିକାଲ କଲେଜ ସ୍ଥାପନକୁ ନେଇ କଂଗ୍ରେସ ଦେଇଥିବା ଭଦ୍ରକ ବନ୍ଦ ଡାକରାକୁ ଅଭୂତପୂର୍ବ ସମର୍ଥନ ମିଳିବା ପରେ ବିଜେଡିର କର୍ମୀ ଅସହିଷ୍ଣୁ ହେବା ସହ ହିଂସ୍ର ହୋଇଉଠିଛନ୍ତି । କେତେକ ବିଜେଡି ସମର୍ଥକ କଂଗ୍ରେସ ଯୁବକର୍ମୀ ହେମନ୍ତ ମହାପାତ୍ରଙ୍କୁ ଆକ୍ରମଣ କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଆଣିଛି । 

ଛାତ୍ର କଂଗ୍ରେସ ସଭାପତି ନୱାଜ ଅଭିଯୋଗ କରି କହିଛନ୍ତି, ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗତକାଲି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ ବନ୍ଦ ଡାକରା ଦିଆଯାଇଥିଲା । ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବା ଆନ୍ଦୋଳନକୁ ଭଦ୍ରକବାସୀ ମଧ୍ୟ ସମର୍ଥନ ଜଣାଇଥିଲେ । କିନ୍ତୁ ଏହି ବନ୍ଦ ଡାକରାକୁ ଭଦ୍ରକର ବିଜେଡି ବିଧାୟକ ସଞ୍ଜୀବ ମଲ୍ଲିକ ସହିପାରିନଥିଲେ । ଆଉ ଉତକ୍ଷିପ୍ତ ହୋଇ ବନ୍ଦ କାର୍ଯ୍ୟକ୍ରମର ଅଗ୍ରଣୀ ଭୂମିକା ନେଇଥିବା ଜିଲ୍ଲା ଛାତ୍ର କଂଗ୍ରେସ ନେତା ହେମନ୍ତ ମହାପାତ୍ରଙ୍କ ଉପରେ ବିଜେଡି ଗୁଣ୍ଡାମାନେ ମରଣାନ୍ତକ ଆକ୍ରମଣ କରିଥିଲେ ।  

ଗଣତାନ୍ତ୍ରୀକ ରାଷ୍ଟ୍ରରେ ବିରୋଧ କରିବା ସମସ୍ତଙ୍କ ଅଧିକାର ରହିଛି । କିନ୍ତୁ କ୍ଷମତାରେ ଥାଇ ଶାସକ ଦଳ ସମର୍ଥକମାନେ ଏପରି ଗୁଣ୍ଡାଗର୍ଦ୍ଦି କରିବା କଂଗ୍ରେସ କେବେ ସହ୍ୟ କରିପାରିବ ନାହିଁ । ଅଭିଯୁକ୍ତଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରାନଗଲେ କଂଗ୍ରେସ ପକ୍ଷରୁ ଥାନା ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି 

from Kanak News
via <a href="https://ifttt.com/?

ଅନୁଗୁଳ କଲେକ୍ଟର ଅଫିସ ସାମ୍ନାରେ ଅଭାବନୀୟ ଦୃଶ୍ୟ : ଦେହରେ କିରୋସିନି ଢାଳି ଆତ୍ମହୂତି ଉଦ୍ୟମ; ବାପ-ପୁଅଙ୍କୁ କାବୁ କଲା ପୁଲିସ୍

କନକ ବ୍ୟୁରୋ : ଅନୁଗୁଳ ଜିଳ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାପ, ପୁଅଙ୍କ ଆତ୍ମହୂତି ଉଦ୍ୟମ । ତାଳଚେର ସୁଲୁଡା ଗାଁର ସୁରେଶ ବେହେରାଙ୍କ ଜମି ଏମସିଏଲରେ ଯାଇଥିବା ବେଳ ତାଙ୍କ ପରିବାରର କାହାକୁ ଆଜି ଯାଏଁ ଚାକିରି ମିଳିନାହିଁ । ବାରମ୍ବାର ଏମସିଏଲ ଓ ଜିଲ୍ଲା ପ୍ରଶାସନକୁ ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।

ଶେଷରେ ଆଜି ସୁରେଶ ବେହେରା ଓ ତାଙ୍କ ପୁଅ ଅଜୟ ବେହେରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପୁଲିସ ତାଙ୍କୁ କାବୁ କରିଛି । ପରେ ଅନୁଗୁଳ ଜିଲ୍ଲାପାଳ ସେମାନଙ୍କ ସହ ଆଲୋଚନା କରି ତାଳଚେର ଉପଜିଲ୍ଲାପାଳଙ୍କୁ ସମସ୍ୟାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

 

from Kanak News
via <a href="https://ifttt.com/?

କେହି ରହିବେନି ବେରୋଜଗାର । କରୋନା କାଳରେ ଚାକିରି ହରାଇ ଥିବା ଲୋକଙ୍କୁ ସୋନୁ ଦେବେ ଇ-ରିକ୍ସା

କନକ ବ୍ୟୁରୋ : ଗରିବଙ୍କ ପାଇଁ ସେ ହେଉଛନ୍ତି ଭଗବାନ । ଏକଥା ଆମେ କହୁନୁ ଏକଥାକୁ ସେ ନିଜେ ହିଁ ପ୍ରମାଣ କରୁଛନ୍ତି । ଥରେ ନୁହେଁ କି ଦିଥର ନୁହେଁ ଅନେକ ଥର ଏହି କଥାକୁ ପ୍ରମାଣ କରି ସେ ନିଜର ମହାନତା ଦେଖାଇଛନ୍ତି । ଏବେ ପୁଣି ଏଭଳି ମହାନ କାମ ପାଇଁ ଚର୍ଚ୍ଚାରେ ରହିଛନ୍ତି ଅଭିନେତା ସୋନୁ ସୁଦ । କରୋନା ମହାମାରୀ ସମୟରେ ଚାକିରି ହରାଇଥିବା ଲୋକଙ୍କୁ ସାହାଯ୍ୟ କରିବେ ସୋନୁ । ‘ଖୁଦ କମାଓ ଘର ଚଲାଓ’ ଅଭିଯାନ ମାଧ୍ୟମରେ ଚାକିରି ହରାଇଥିବା ଲୋକଙ୍କୁ ଇ-ରିକ୍ସା ଦେବେ ସୋନୁ ।

ସୋନୁଙ୍କ ଲକ୍ଷ୍ୟ, ଦେଶରେ କେହି ରହିବେନି ଭୋକିଲା । ଲକଡାଉନଠାରୁ ଦେଶବାସୀଙ୍କ ସହ ଛିଡା ହୋଇଆସିଥିବା ସୋନୁ ଏବେ ବେରୋଜଗାରୀ ହଟାଇବାକୁ ନେଇଛନ୍ତି ଏହି ଛୋଟିଆ ପଦକ୍ଷେପ । ଲକଡାଉନ ସମୟରେ ଅନେକ ଲୋକ ନିଜ ଚାକିରି ହରାଇଛନ୍ତି । ଏହି ସମୟରେ ଗୋଟେ ଗରିବ ପରିବାର ପାଇଁ ଚଳିବା କଷ୍ଟକର ହୋଇପଡିଛି । ଯାହାକୁ ଅନୁଭବ କରିଛନ୍ତି ସୋନୁ । ସେଥିପାଇଁ ସେ ଲକଡାଉନ ସମୟରେ ଚାକିରି ହରାଇଥିବା ଲୋକଙ୍କୁ ଇ-ରିକ୍ସା ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

ଏନେଇ ସୋନୁ ସୋନୁ ସୁଦ ଟ୍ୱିଟ କରି କହିଛନ୍ତି, ଆସନ୍ତାକାଲିର ବଡ ଲମ୍ଫ ପାଇଁ ଆଜି ଏକ ଛୋଟ ପଦକ୍ଷେପ ନେଇଛି । ଗରିବଙ୍କୁ ଇ-ରିକ୍ସା ଦେବାର ବ୍ୟବସ୍ଥା ହୋଇଛି । ଯାହା ଦ୍ୱାରା ଲୋକମାନେ ଛୋଟ ବ୍ୟବସାୟର ଆରମ୍ଭ କରିପାରିବେ । ଲୋକଙ୍କୁ ଆତ୍ମନିର୍ଭରଶୀଳ କରିବାର ଏ ହେଉଛି ଛୋଟିଆ ପ୍ରୟାସ ।

ସୋନୁ ନିକଟରେ ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନିଜର ସମ୍ପତ୍ତି ବନ୍ଧା ରଖିଥିଲେ । ଯାହାର ମୂଲ୍ୟ ପ୍ରାୟ ୧୦ କୋଟି ଟଙ୍କା । ଲକଡାଉନ ସମୟରେ ଯେତେବେଳେ ପ୍ରବାସୀମାନେ ବାହାର ରାଜ୍ୟରେ ଫସି ରହିଥିଲେ, ସେତେବେଳେ ଆଗକୁ ଆସିଥିଲେ ସୋନୁ । ଆଉ ବସ କରି ଶ୍ରମିକଙ୍କୁ ଘରକୁ ପଠାଇଥିଲେ । ସେବେଠାରୁ ଏହି ସାହାଯ୍ୟ କରିବାର ଅଭିଯାନ ଜାରି ରଖିଛନ୍ତି ସୋନୁ । ଶିକ୍ଷା ଓ ସ୍ୱାସ୍ଥ୍ୟରୁ ବଞ୍ଚିତ ଥିବା ଅନେକ ଗରିବ ଲୋକଙ୍କୁ ସେ ସାହାଯ୍ୟର ହାତ ମଧ୍ୟ ବଢାଇଛନ୍ତି । ଏଭଳି କାମ କରି ବାରମ୍ବାର ହଜାର ହଜାର ଲୋକଙ୍କ ହୃଦୟ ଜିତୁଛନ୍ତି ସୋନୁ ସୁଦ ।

from Kanak News
via <a href="https://ifttt.com/?

କରୋନାରୁ ସମ୍ପୁର୍ଣ୍ଣ ମୁକ୍ତ ହେଲା ନ୍ୟୁଜିଲାଣ୍ଡ । ଖବର ପାଇ ଖୁସିରେ ନାଚି ଉଠିଲେ ପ୍ରଧାନମନ୍ତ୍ରୀ । ହଟାଇ ଦିଆଗଲା ସମ୍ପୁର୍ଣ୍ଣ କରୋନା କଟକଣା

କନକ ବ୍ୟୁରୋ : ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ବାମଦଳ ଶାସିତ ନ୍ୟୁଜିଲାଣ୍ଡ କରୋନାରୁ ସମ୍ପୁର୍ଣ୍ଣ ମୁକ୍ତ ହୋଇଛି । ଏହି ଖବର ଶୁଣିବା ପରେ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆରଡେନ୍ ଖୁସିରେ ନାଚିଛନ୍ତି । ଏବେ ଦେଶର ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ୍ୟ ରହିଥିବା ବେଳେ କୌଣସି ସଂକ୍ରମିତ ନଥିବା ନ୍ୟୁଜିଲାଣ୍ଡ ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହି ଖବର ଆସିବା ପରେ ସରକାରଙ୍କ ତରଫରୁ ଲଗାଯାଇଥିବା କରୋନା କଟକଣା ସମ୍ପୁର୍ଣ୍ଣ ପ୍ରତ୍ୟାହାର କରାଯାଇଛି । ଯେମିତି କି ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା, ସାମାଜିକ ଦୂରତା ବଜାୟ ରଖିବା ଭଳି କଟକଣାରୁ ଦେଶବାସୀଙ୍କୁ ମୁକ୍ତ କରାଯାଇଛି ।

ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆରର୍ଡେନ କହିଛନ୍ତି କି ଏବେ ଆମେ ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ କରୋନାକୁ ହରାଇଛୁ । ଏହା ପରେ ଉନ୍ନତ ସ୍ୱାସ୍ଥ୍ୟ ସେବା, ଯୋଗାଣ ବ୍ୟବସ୍ଥା, ଆର୍ଥିକ ବିକାଶ ସହ ଦେଶ କିଭଳି ବିଜ୍ଞାନ ସମ୍ମତ ସମାଜବାଦକୁ ଆଗକୁ ବଢାଇବ ସେନେଇ ସରକାର କାମ କରିବ । ନ୍ୟୁଜିଲାଣ୍ଡରେ ମାର୍ଚ୍ଚ ୨୫ ଠାରୁ ଲକ୍ ଡାଉନ ଜାରି ରହିଥିଲା । ଏହାରି ମଧ୍ୟରେ ଦେଶରେ ସାଧାରଣ ନିର୍ବାଚନ ହୋଇଥିଲା । ଏହି ନିର୍ବାଚନରେ ଲେବର ପାର୍ଟି ବହୁମତରେ ଜିତିଥିଲା । ଏହା ପରେ ଲେବର ପାର୍ଟିର ନେତୃତ୍ୱ ନେଉଥିବା ତଥା ନ୍ୟୁଜିଲାଣ୍ଡର ପ୍ରିୟ ନେତା ଜେସିଣ୍ଡା ଆରର୍ଡେନ ପ୍ରଧାନମନ୍ତ୍ରୀ ଭାବେ ଅବସ୍ଥାପିତ ହୋଇଥିଲେ ।

କହିରଖୁ କି ଏବେ ବିଶ୍ୱର ୨୧୩ ରାଷ୍ଟ୍ର କରୋନା ଭଳି ମହାମାରୀରେ ପିଡୀତ ହୋଇଛନ୍ତି । କୋଟି କୋଟି ଲୋକ ଏହି ଅଦୃଶ୍ୟ ଭୂତାଣୁ କବଳରେ ପଡି ପ୍ରାଣ ହରାଇଛନ୍ତି । କରୋନା ମହାମାରୀ ପାଇଁ ସାରା ବିଶ୍ୱର ସମସ୍ତ ପ୍ରକାର କାରବାର ଏକ ପ୍ରକାର ବନ୍ଦ ହୋଇଯାଇଥିଲା । ଲକ୍ଷ ଲକ୍ଷ କର୍ମଚାରୀ ସେମାନଙ୍କ ନିଯୁକ୍ତି ହରାଇଥିଲେ । ବିଶ୍ୱର ପ୍ରାୟ ସବୁ ଦେଶ ଆର୍ଥିକ ମାନ୍ଦାବସ୍ତା ଦେଇ ଗତି କରୁଛନ୍ତି । ଏହାରି ମଧ୍ୟରେ ନ୍ୟୁଜିଲାଣ୍ଡ ଭଳି ଏକ ଛୋଟ ରାଷ୍ଟ୍ର ସମ୍ପୁର୍ଣ୍ଣ କରୋନା ମୁକ୍ତ ହେବା ବିଶ୍ୱ ପାଇଁ ଏକ ଆଶା ସଂଚାର କରିଛି ।

from Kanak News
via <a href="https://ifttt.com/?

ସ୍ୱାଭିମାନ ଅଂଚଳରେ ପୁଲିସ ମହାନିର୍ଦ୍ଦେଶକ : ହନ୍ତଳାଗୁଡା ବିଏସଏଫ କ୍ୟାମ୍ପରେ ଯବାନଙ୍କ ମନୋବଳ ବଢାଇଲେ ଡିଜି ଅଭୟ କୁମାର

କନକ ବ୍ୟୁରୋ : ସ୍ୱାଭିମାନ ଅଂଚଳରେ ପୁଲିସ ଡିଜି ଅଭୟ । ହନ୍ତାଳଗୁଡା ବିଏସଏଫ କ୍ୟାମ୍ପରେ ଡିଜିପି । ଗତକାଲି ଏନକାଉଂଟର ପରେ ଯବାନଙ୍କ ମନୋବଳ ବୃଦ୍ଧି କରିବା ପାଇଁ ଡିଜି ସ୍ୱାଭିମାନ ଅଂଚଳ ଗସ୍ତ କରିଛନ୍ତି । ମାଓ ଅପରେସନ ନେଇ ଯବାନଙ୍କ ସହ ଆଲୋଚନା କରୁଛନ୍ତି । ଗତକାଲି ସ୍ୱାଭିମାନ ଅଂଚଳରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।

ଯବାନଙ୍କ ଗୁଳିରେ ୨ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ସର୍ଚ୍ଚ ଅପରେସନ୍ ବେଳେ ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ ହୋଇଛି । ସ୍ୱାଭିମାନ ଅଂଚଳକୁ ମାଓବାଦୀ ମୁକ୍ତ କରିବା ପାଇଁ ସଂକଳ୍ପ ନିଆଯାଇଛି । ଏହାସହ ମାଓବାଦୀ ମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ ପୁଣି ଥରେ ଆହ୍ୱାନ ଦେଇଛନ୍ତି ପୋଲିସ ଡ଼ିଜି ।

from Kanak News
via <a href="https://ifttt.com/?

ସମୁଦ୍ର କୂଳରେ ପଡିରହିଛି ୨୭୨ ଟି ସିଲ୍ ଙ୍କ ମୃତ ଦେହ । ଚିନ୍ତାରେ ପରିବେଶ ବିଜ୍ଞାନୀ । ଖୋଜୁଛନ୍ତି ମୃତ୍ୟୁର କାରଣ

କନକ ବ୍ୟୁରୋ : ଋଷର ସବୁଠାରୁ ସୁନ୍ଦର ବେଳାଭୂମୀ କୁହାଯାଉଥିବା କାସ୍ପିଆନ ବେଳାଭୂମୀରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା   । ଏହି ବେଳାଭୂମୀର ଗୋଟିଏ ସ୍ଥାନରେ ପଡି ରହିଛି ୨୭୨ ଟି ସିଲ୍ ଙ୍କ ମୃତଦେହ । ଏକା ସାଙ୍ଗରେ ଏତେ ସଂଖ୍ୟକ ସିଲ୍ ଙ୍କ ମୃତ୍ୟୁ କିଭଳି ଓ କେଉଁ କାରଣରୁ ଘଟିଲା ତାହାକୁ ନେଇ ଚିନ୍ତାରେ ପଡିଛନ୍ତି ପରିବେଶ ବିଜ୍ଞାନୀ ମାନେ । ଚାରିପଟୁ ସ୍ଥଳଭାଗ ଥିବା ଏହି ସାଗର କୂଳରେ ସିଲଙ୍କ ମୃତଦେହ ଅଜରବୈଜାନ ସୀମା ପର୍ଯ୍ୟନ୍ତ ପଡି ରହିଥିବା ଋଷ୍ ଫେଡେରାଲ ଫିଶରୀ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ଘଟଣା ସ୍ଥଳରେ ପରିବେଶ ବିଜ୍ଞାନୀ ମାନେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ସେମାନଙ୍କର ପ୍ରାଥମିକ ତଦନ୍ତ ଚାଲିଥିବା ବେଳେ କାସ୍ପିଆନ ଠାରେ ଥିବା ପ୍ରକୃତି ସଂରକ୍ଷଣ କେନ୍ଦ୍ରର ନିର୍ଦ୍ଦେଶକ ଜୈର ଗପିଜୋୱ କହିଛନ୍ତି କି ଶିକାରୀ ମାନଙ୍କ ଦ୍ୱାରା ମାଛ ଧରିବାକୁ ସମୁଦ୍ରରେ ବିଛା ଯାଇଥିବା ପ୍ଲାଷ୍ଟିକ ଜାଲରେ ପଡି ଏମାନଙ୍କର ମୃତ୍ୟୁ ହୋଇଥାଇ ପାରେ ।

ଅନ୍ୟପଟେ ସାଗରକୁ ଘେରି ରହିଥିବା ଅଜରବୈଜାନ, ଇରାନ, କଜାଖସ୍ତାନ, ଋଷ୍ ଓ ତୁର୍କୀମେନିସ୍ତାନରୁ ବହୁ ପରିମାଣର ଅପରିଷ୍କାର ପାଣି ଏହି ସମୁଦ୍ର ମଧ୍ୟରେ ପ୍ରବେଶ କରୁଥିବାରୁ ବି ସିଲ୍ ମାନଙ୍କର ମୃତ୍ୟୁ ହୋଇଥିବା କିଛି ବୈଜ୍ଞାନିକ ସୂଚନା ଦେଇଛନ୍ତି । ଅନ୍ୟପଟେ ଏହି ଦୁଷିତ ପାଣି ପ୍ରବେଶ ଦ୍ୱାରା ଅନେକ ସମୟରେ ସମୁଦ୍ରରେ ରହୁଥିବା ବିରଳ ଜୀବ ମାନଙ୍କର ମୃତ୍ୟୁ ହେଉଥିବା ବି କୁହାଯାଇଛି । ହେଲେ ପ୍ରଥମ ଥର ପାଇଁ ଏତେ ପରିମାଣର ସିଲ ମାନଙ୍କର ମୃତ୍ୟୁକୁ ନେଇ ପରିବେଶ ବିଜ୍ଞାନୀ ମାନଙ୍କ ଚିନ୍ତା ବଢିଛି । ଏନେଇ ସମୁଦ୍ରକୂଳରେ ପରିବେଶ ବିଜ୍ଞାନୀ ମାନେ ଜମା ହୋଇ ସିଲ୍ ମାନଙ୍କ ମୃତ୍ୟୁର କାରଣ ଖୋଜୁଛନ୍ତି ।

from Kanak News
via <a href="https://ifttt.com/?

ତୃଣମୂଳ କଂଗ୍ରେସ ନେତାଙ୍କ ଅଭିଯୋଗ । ଭଡାରେ ଲୋକ ଆଣି ପଶ୍ଚିମବଙ୍ଗରେ ହିଂସା କରୁଛି ବିଜେପି । ଆବଶ୍ୟକ ପଡିଲେ କରିପାରେ ମମତାଙ୍କୁ ହତ୍ୟା

କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଆସନ୍ତା ବର୍ଷ ଅନୁଷ୍ଠିତ ହେବ । ହେଲେ ନିର୍ବାଚନ ପୂର୍ବରେ ରାଜ୍ୟରେ ଯେଭଳି ହିଂସାର ବାତାବରଣ ଦେଖା ଦେଇଛି ତାହାକୁ ନେଇ କେହି ବି ଅନୁମାନ କରିପାରେ ନିର୍ବାଚନ ତାରିଖ ଘୋଷଣା ସରିଲେ ଏଠାରେ ସ୍ଥିତି କିଭଳି ରହିବ    । ବିଶେଷ କରି ବାମଦଳର ଆସନ କମିବା ପରେ ସେଠାରେ ରାଜ୍ ଚଳାଇଛନ୍ତି ତଥା କଥିତ ଦିଦି ବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତାଙ୍କ ଶାସନ କାଳରେ ପ୍ରଥମେ ବାମପନ୍ଥୀ ନେତାଙ୍କ ଉପରେ ଆକ୍ରମଣ ୨୦୧୧ ରୁ ଆରମ୍ଭ ହୋଇଥିଲା । ମାତ୍ର ୨୦୧୬ ରେ ବାମଦଳର କ୍ଷମତା ବା ଆସନ କମିବା ପରେ ସେଠାରେ ବିଜେପି ମୁଣ୍ଡ ଟେକିଛି । ହେଲେ ଏବେ ମମତାଙ୍କ ଆକ୍ରୋସ ବାମ ଦଳ ଉପରୁ ହଟି ବିଜେପି ଉପରେ ପଡିଛି । କିଛିଦିନ ହେବ ତୃଣମୂଳ କଂଗ୍ରେସ କର୍ମୀଙ୍କ ଉପରେ ବିଜେପି କର୍ମୀ ମାନେ ଆକ୍ରମଣ ଓ ହତ୍ୟା କରୁଥିବା ମମତା ଅଭିଯୋଗ କରୁଥିବା ବେଳେ ବିଜେପି ନେତା ଓ କର୍ମୀଙ୍କ ହତ୍ୟା ପାଇଁ ମମତା ଦାୟୀ ବୋଲି ବିଜେପି ଅଭିଯୋଗ କରୁଛି । ଏହାରି ମଧ୍ୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ପଶ୍ଚିମବଙ୍ଗକୁ ୨ ଦିିନିଆ ଗସ୍ତରେ ଯାଇଥିବା ବେଳେ ଦୁଇ ଦିନ ଯାକ ତାଙ୍କ ରାଲି ଉପରେ ଆକ୍ରମଣ ହୋଇଛି । ଏନେଇ ବିଜେପି ନେତାମାନେ ଥାନାରେ ଅଭିଯୋଗ କରିବା ସହ କେନ୍ଦ୍ର ଗୃହମନ୍ତ୍ରଣାଳୟ ଏହାକୁ ନିନ୍ଦା କରିଛି । କେନ୍ଦ୍ର ଗୃହମନ୍ତ୍ରଣାଳୟ ଏନେଇ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବଙ୍କୁ ହାଜର ହେବାକୁ ନୋଟିସ କରିଥିଲା । ଏହା ସହ ଜେପି ନଡ୍ଡାଙ୍କ ରାଲି ଉପରକୁ ଆକ୍ରମଣ ମାମଲାରେ ଦାୟିତ୍ୱରେ ଥିବା ୩ ଜଣ ଆଇପିଏସ ଅଫିସରଙ୍କୁ କେନ୍ଦ୍ରୀୟ ଡେପୁଟେସନ ପାଇଁ ଚିିଠି କରିଥିବା ବେଳେ ମମତା ବାନାର୍ଜୀ ସେମାନଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଇବାକୁ ମନା କରିଦେଇଛନ୍ତି ।
ଏହାରି ମଧ୍ୟରେ ତୃଣମୂଳ କଂଗ୍ରେସ ନେତା ସୁବ୍ରତ ମୁଖାର୍ଜୀ ବିଜେପି ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି କି ଆସନ୍ତା ନିର୍ବାଚନରେ ଯଦି ବିଜେପି ପଶ୍ଚିମବଙ୍ଗ ଦଖଲ କରିବାରେ ବିଫଳ ହୁଏ ତେବେ ସେମାନେ ମମତା ବାନାର୍ଜୀଙ୍କୁ ହତ୍ୟା କରିପାରନ୍ତି । ସେ ଆହୁରି କହିଛନ୍ତି କି ଅପରାଧ ଘଟାଇବାକୁ ଗୈରିକ ଦଳ ଲୋକଙ୍କୁ ଭଡାରେ ଆଣି ଅନ୍ୟ ମୁଣ୍ଡରେ ଦୋଷ ଲଦୁଛି । ଯଦି ବିଜେପି ମମତାଙ୍କର କୌଣସି କ୍ଷତି କରିବାକୁ ଉଦ୍ୟମ କରେ ତେବେ ଆମେ ରକ୍ତ ଦେଇ ତାକୁ ରୋକିବୁ ବୋଲି ପଞ୍ଚାୟତରାଜ ମନ୍ତ୍ରୀ ଥିବା ଶ୍ରୀ ମୁଖାର୍ଜୀ କହିଛନ୍ତି । ଅନ୍ୟପଟେ ବିଜେପି ନେତା ଜେ.ପି ନଡ୍ଡାଙ୍କ ଉପରେ ଆକ୍ରମଣ ତାଙ୍କ ଦଳ ହିଁ ଲୋକମାନଙ୍କୁ ନିୟୋଜିତ କରିଥିବା କଥା ଶ୍ରୀ ମୁଖାର୍ଜୀ କହିଛନ୍ତି ।

from Kanak News
via <a href="https://ifttt.com/?

ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଜୋରଦାର: ସବୁ ସୀମାରେ ଚାଷୀଙ୍କ ଆମରଣ ଅନଶନ; ସଂଧ୍ୟା ୫ଟା ଯାଏଁ ଚାଲିବ ଅନଶନ

କନକ ବ୍ୟୁରୋ: କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ କୃଷକଙ୍କ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଛି । ଆଜି ଦିଲ୍ଲୀ-ହରିୟାଣା ସୀମାରେ ଚାଷୀଙ୍କ ବଡ ଧରଣର ଲକଜାମ ଦେଖିବାକୁ ମିଳିବ । କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀର ସବୁ ସୀମାରେ ଚାଷୀମାନେ  ସକାଳ ୮ଟାରୁ ଆମରଣ ଅନଶନ ଆରମ୍ଭ କରିଛନ୍ତି । ଦିଲ୍ଲୀକୁ ଲାଗିଥିବା ବିଭିନ୍ନ ସୀମାରେ ଏହି ଆମରଣ ଅନଶନ ଆରମ୍ଭ ହୋଇଛି । ଏହା ସନ୍ଧ୍ୟା ୫ଟା ଯାଏଁ ଚାଲିବ । ଏହାସହିତ ସବୁ ଜିଲ୍ଲା ମୁଖ୍ୟାଳୟରେ ଧାରଣା ପ୍ରଦର୍ଶନ କରାଯିବ । କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରି  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବି ଆଜି ଦିନକ ପାଇଁ ଉପବାସ ରଖିବେ । ଦିଲ୍ଲୀରେ ଆମ ଆଦମୀ ପାର୍ଟି ଅଫିସରେ ଦଳୀୟ କର୍ମକର୍ତା ଉପବାସ ରଖିବେ । ଦିଲ୍ଲୀ-ହରିୟାଣା ସୀମାର ସିଙ୍ଘୁ ଓ ଟିକରୀ ସୀମାରେ  ଚାଷୀମାନେ ଅନଶନ ଆରମ୍ଭ କରିଛନ୍ତି । ଦିନକୁ ଦିନ ଆନ୍ଦୋଳନ ଅଧିକ ତେଜୁଥିବାରୁ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଯାଇଛି ।

ଆଜି ରାଜସ୍ଥାନରୁ ଆସିଥିବା ୧୦ ହଜାର ଚାଷୀ ଦିଲ୍ଲୀ ଆନ୍ଦୋଳନରେ ସାମିଲ ହେବେ ବୋଲି ଜଣାପଡିଛି । ଏହାରି ଭିତରେ ଗତକାଲି ଅମିତ ଶାହାଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ସୋମ ପ୍ରକାଶ । ଗତକାଲି ଦିଲ୍ଲୀ-ଜୟପୁର ରାଜପଥକୁ ପ୍ରାୟ ତିନି ଘଂଟା ଧରି ଅବରୋଧ କରିଥିଲେ ଚାଷୀ । ରାଜସ୍ଥାନରୁ ଟ୍ରାକ୍ଟର ରାଲି କରି ଆନ୍ଦୋଳନ ସ୍ଥଳ ଅଭିମୁଖେ ଆସିଥିଲେ ହଜାରେ ପାଖାପାଖି ଚାଷୀ ।ଦିଲ୍ଲୀ ସିଂଘୁ ସୀମାରେ ହଜାର ହଜାର ଚାଷୀ ଡେରା ପକାଇ ରହିଥିବା ବେଳେ ପ୍ରତିଦିନ ସେମାନଙ୍କ ସହ ଯୋଡି ହେଉଛନ୍ତି ଅନ୍ୟର ବିଭିନ୍ନ ଅଂଚଳରୁ ଆସୁଥିବା ଚାଷୀ । ଆଜି ଚାଷୀଙ୍କ ଲକଜାମକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ଟ୍ରାଫିକ ମାର୍ଗଦର୍ଶିକା ଜାରି କରିଛି ।

ଦିଲ୍ଲୀ ଚଷୀଙ୍କୁ ଜଣାଇ ସମ୍ବଲପୁରରେ ଚାଷୀଙ୍କ ଅନଶନ । ସମ୍ବଲପୁର ଜିଲ୍ଲାର କୃଷକ ସଂଗଠନ ଦିଲ୍ଲୀରେ ହେଉଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଜିଲ୍ଲା ଅଫିସ ସମ୍ମୁଖରେ ଅନଶନରେ ବସିଛନ୍ତି । ଦିଲ୍ଲୀ ଚାଷୀ ସାରା ଦେଶରେ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ ସାମନରେ ଅନଶନରେ ବସିବାକୁ କହିଛନ୍ତି ।

from Kanak News
via <a href="https://ifttt.com/?

ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବା ନେଇ ପ୍ରକ୍ରିୟା ଜାରି: ମନ୍ଦିର ଖୋଲିବା ନେଇ ଜିଲ୍ଲାପାଳଙ୍କୁ ଦିଆଗଲା କ୍ଷମତା; ବିଭିନ୍ନ ଅଂଶୀଦାର ସହ ଆଲୋଚନା କରି ନିଷ୍ପତି ନେବେ ଜିଲ୍ଲାପାଳ

କନକ ବ୍ୟୁରୋ: ରାଜ୍ୟରେ ଧର୍ମାନୁ୍ଷ୍ଠାନ ଖୋଲିବା ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ଗତ ୯ ମାସ ପରେ ରାଜ୍ୟର ସମସ୍ତ ମନ୍ଦିର ଗୁଡିକ ସର୍ବସାଧାଣଙ୍କ ପାଇଁ ଖୋଲିବାକୁ ଯାଉଛି । ବିଭିନ୍ନ ଜିଲ୍ଲାର ଧର୍ମପୀଠ ଗୁଡିକ ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଟୁଇଟ କରି ସୂଚନା ଦେଇଛନ୍ତି ।

https://platform.twitter.com/widgets.js

ନିଜ ନିଜ ଅଂଚଳରେ ଥିବା ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନ ଗୁଡିକୁ ଖୋଲିବାକୁ ଜିଲ୍ଲାପାଳ ମାନଙ୍କୁ ଆଗରୁ କ୍ଷମତା ଦିଆଯାଇଛି । ଆଲୋଚନା ପରେ ଓ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର ନିର୍ଦ୍ଧାରିତ କରିବା ପରେ ମନ୍ଦିର ଖୋଲିବା ପାଇଁ ନିର୍ଦ୍ଦେଶ ଦେଇପାରିବେ । ତେବେ ମନ୍ଦିର ଖୋଲିବା ପରେ କୋଭିଡ ନିୟମକୁ କଡାକଡି ଭାବେ ମାନିବାକୁ ମଧ୍ୟ କୁହାଯାଇଛି ।

from Kanak News
via <a href="https://ifttt.com/?

ବୌଦ୍ଧ ଏସପିଙ୍କ ମୁହଁରେ ଅପହରଣର କାହାଣୀ: ଭୁବନେଶ୍ୱରରୁ କେମିତି ହୋଇଥିଲା ଇନୋଭା ଗାଡ଼ି ହାଇଜାକ୍? କହିଲେ ନୟାଗଡ଼ରେ ଅପରାଧ ଯୋଜନା କରିଥିଲେ ଦୁର୍ବୃତ

କନକ ବ୍ୟୁରୋ: ବୌଦ୍ଧରୁ ଆସିଛି ଅପହରଣ ଉଦ୍ୟମର ନିଆରା କାହାଣୀ। ଆଶ୍ଚର୍ଯ୍ୟଜନକ ଭାବେ କାର ହାଇଜାକ କରିନେଲେ ଦୁର୍ବୃତ । ବଲାଙ୍ଗିରରେ ଏକ ବିବାହ ଭୋଜିରେ ଯୋଗ ଦେବାକୁ କହି ଭୁବନେଶ୍ୱରର ଏକ ଟ୍ରାଭେଲ ଏଜେନ୍ସିରୁ ଇନୋଭା କାର ହାୟର କରିଥିଲେ ୮ଜଣ । ହେଲେ ଡ୍ରାଇଭରଙ୍କ ମୁଣ୍ଡରେ ବନ୍ଧୁକ ରଖି କାରଟିକୁ ବୌଦ୍ଧ ଯାଏଁ ନେଇଯାଇଥିଲେ । କିନ୍ତୁ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧିରୁ କେବଳ କାର ଠାବହେଲା ନାହିଁ, ବରଂ ଧରାପଡିଗଲେ ସମସ୍ତ ୮ଜଣ ଯାକ ଡକାୟତ । କାରର ଡ୍ରାଇଭର କରିଥିଲେ ଏକ ମେସେଜ୍ । ଗାଡିର ମାଲିକଙ୍କୁ ମେସେଜ କରି ସେ ବଡ ବିପଦରେ ପଡି ଯାଇଥିବା ସୂଚନା ଦେଇଥିଲେ । ଏହାପରେ ଆରମ୍ଭ ହୋଇଗଲା ତନାଘନା ।

ମେସେଜ ଅନୁସାରେ ପ୍ରଥମେ ଜିପିଏସକୁ ଫଲୋ କରିଥିଲା ପୋଲିସ । ସେତେବେଳକୁ ପାଟଣାଗଡ ଅତିକ୍ରମ କରୁଥିଲା କାର । ସଙ୍ଗେସଙ୍ଗେ ବୌଦ୍ଧ ଏସପିଙ୍କୁ ଖବର ଦିଆଗଲା । ଗାଡିକୁ ଠାବ କରିବା ପାଇଁ ଆରମ୍ଭ ହୋଇଗଲା ଅପରେସନ୍ । ପୋଲିସ ବିଭାଗର ବଛା ବଛା ଅଧିକାରୀଙ୍କୁ ଫୋନରେ କନଫରେନସିଂରେ ରଖି ଏହି ଇନୋଭା ଗାଡିକୁ ଫଲୋ କରିବା ଆରମ୍ଭ କରିଦେଲା ପିସିଆର । ଶେଷରେ ଗାଡିକୁ ଅଟକାଇବା ପାଇଁ ପ୍ରସ୍ତୁତ ହେଲା ସ୍ୱତନ୍ତ୍ର ରଣନୀତି । ଗାଡି ଚେକିଂ ବାହାନାରେ ବ୍ୟାରିକେଡିଂ କରିଦେଲେ ଚାରିଛକ ଆଇଆଇସି । ଗାଡି ଅଟକିବା ପରେ କୌଶଳକ୍ରମେ ପ୍ରଥମେ ଡ୍ରାଇଭରଙ୍କୁ ମୁକୁଳାଇ ନେଇଥିଲା ପୋଲିସ । ପରେ ଗାଡିରେ ଥିବା ସମସ୍ତ ଦୁର୍ବୃତଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ମାରଣାସ୍ତ୍ର ଜବତ କରିଥିଲା ।

from Kanak News
via <a href="https://ifttt.com/?

Design a site like this with WordPress.com
Get started