ଉପବାସରେ ଅନ୍ନଦାତା । ଭବିଷ୍ୟତକୁ ସଦୃଢ କରିବାକୁ ଉପବାସ ରହି ଅନଶନରେ ବସିଛନ୍ତି କୃଷକ । ଜିଦରେ ଅଟଳ ସରକାର

କନକ ବ୍ୟୁରୋ : ଜୀବନ ପାଇଁ ଖାଦ୍ୟର ଆବଶ୍ୟକତା କେତେ ଜରୁରୀ ତାହା ଏକା ଭୋକିଲା ପେଟ ହିଁ କହିପାରିବ । ହେଲେ ସେହି ଭୋକ ବେଳେ ଆମେ ଯାହା ବି ଖାଇଥାଉ ତାହାର ଉତ୍ପାଦନ କୃଷକ ମାନେ କରିଥା’ନ୍ତି । ସାରା ଦେଶର ଲୋକଙ୍କୁ ଖାଦ୍ୟ ଯୋଗାଉଥିବା କୃଷକ ଆଜି ନିଜେ ଉପବାସରେ ରହି ନିଜର ହକ୍ ଓ ଅଧିକାର ପାଇଁ ଗୁହାରୀ କରୁଛି । ଏକଥା ଏକ ଗଣତନ୍ତ୍ର ରାଷ୍ଟ୍ର ପାଇଁ ନିନ୍ଦନୀୟ ଘଟଣା ।

କୃଷକ ମାନେ ସେମାନଙ୍କ ହକ୍ ନନେଇ ଘରକୁ ଫେରିବେନାହିଁ ବୋଲି ପଣ କରିଛନ୍ତି । ଆଉ ସରକାର ବିଲ୍ ପ୍ରତ୍ୟାହାର ନକରିବାକୁ ଜିଦ୍ ରେ ଅଟଳ । ଏହାରି ମଧ୍ୟରେ ୧୯ ଦିନ । ଶେଷରେ ସରକାରଙ୍କ ଠାରୁ ନିରାଶ ବାଣୀ ଶୁଣିବା ପରେ ଆଜି ହଜାର ହଜାର ସଂଖ୍ୟାର କୃଷକ ମାନେ ଉପବାସରେ ରହି ଅନସନ କରୁଛନ୍ତି । ଦେଶର ରାଜଧାନୀ ଦିଲ୍ଲୀ ଠାରୁ ପଲ୍ଲୀ ସବୁଠାରେ କୃଷକ ମାନଙ୍କୁ ମିଳିଛି ଅହେତୁକ ସମର୍ଥନ । ସରକାର ଆଣିଥିବା ୩ ଟି କୃଷି ଆଇନକୁ ବିରୋଧ କରି ପଞ୍ଜାବ, ହରିଆଣା, ମହାରାଷ୍ଟ୍ର, ରାଜସ୍ଥାନ, ଉତ୍ତରପ୍ରଦେଶର କୃଷକ ମାନେ ୧୯ ଦିନ ତଳେ ଆରମ୍ଭ କରିଥିବା ଆନ୍ଦୋଳନକୁ ଏବେ ଦେଶର ଅନ୍ୟ ରାଜ୍ୟମାନଙ୍କର କୃଷକ ମାନେ ସମର୍ଥନ ଜଣାଇଛନ୍ତି । ବିଭିନ୍ନ ରାଜ୍ୟରୁ ହଜାର ହଜାର ସଂଖ୍ୟାରେ କୃଷକ ମାନେ ଦିଲ୍ଲୀ ସୀମାରେ ପହଂଚୁଛନ୍ତି । ଖାଲି କୃଷକ ନୁହନ୍ତି ଗତକାଲି କୃଷକ ମାନେ ସେମାନଙ୍କ ସାଙ୍ଗରେ କୃଷି କାମରେ ବ୍ୟବହୃତ ହେଉଥିବା ବଳଦ ନେଇ ବି ଆସୁଥିବାର ଦେଖିବାକୁ ମିଳିଛି । ଏହା ପୂର୍ବରୁ ପଞ୍ଜାବ ଓ ରାଜସ୍ଥାନର ଚାଷୀ ମାନେ ଶହ ଶହ ସଂଖ୍ୟାର ଘୋଡା ବି ଆଣି ଆନ୍ଦୋଳନ ସ୍ଥଳରେ ପହଂଚିଥିଲେ ।

ଅନ୍ୟପଟେ ଏହି କୃଷକ ଆନ୍ଦୋଳନକୁ କଂଗ୍ରେସ, ବାମଦଳ ଓ ଅନ୍ୟାନ୍ୟ ରାଜନୈତିକ ଦଳ ମାନେ ବି ବାହ୍ୟ ସମର୍ଥନ ଦେଇଥିବା ଦେଖିବାକୁ ମିଳିଛି । ହେଲେ ଆମ୍ ଆଦମୀ ପାର୍ଟି ଏହି କୃଷକ ଆନ୍ଦୋଳନକୁ ଖୋଲା ଖୋଲି ସମର୍ଥନ ଜଣାଇଛି । ଏନେଇ ଆଜି ଦଳ ପକ୍ଷରୁ ଦିଲ୍ଲୀର ମୁ୍ଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜେ କୃଷକଙ୍କ ପାଇଁ ଉପବାସ ଅନସନ କରିଛନ୍ତି । ସେ କହିଛନ୍ତି କି କେନ୍ଦ୍ରସରକାର କୃଷକ ମାନଙ୍କର ସମସ୍ତ ଦାବି ମାନି ନେବା ଉଚିତ୍ । ଏହା ସହ ସର୍ବନିମ୍ନ ସହାୟକ ମୂଲ୍ୟକୁ ସୁନିଶ୍ଚିତ କରି ଏକ ବିଲ୍ ଆଣନ୍ତୁ । ସେପଟେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କେଜ୍ରିୱାଲଙ୍କ ଅନଶନକୁ ନାଟକ ବୋଲି କହିଛନ୍ତି । ସେ କହିଛନ୍ତି କି ୨୩ ନଭେମ୍ବରରେ କେଜ୍ରିୱାଲ ସରକାର କେନ୍ଦ୍ରସରକାର ଆଣିଥିବା ୩ ଟି ବିଲ୍ ମଧ୍ୟରୁ ଗୋଟିଏ ବିଲ୍ କୁ ଅଧି ସୂଚିତ କରି କୃଷକଙ୍କ ପିଠିରେ ଛୁରୀ ମାରିଥିଲେ ।

ସେ ରାଜନୈତିକ ଦଳ ହେଉ କି ନେତା ହୁଅନ୍ତୁ । କଂଗ୍ରେସ ହେଉ କି ବିଜେପି । ଏମାନେ ଦୀର୍ଘ ୭୦ ବର୍ଷ ହେବ କୃଷକଙ୍କ ହିତରେ କିଛି କାମ କରିନଥିବା ଭଳି ମନେ ହେଉଛି । ଯେଉଁ ଦେଶର ୭୦ ପ୍ରତିଶତ ଲୋକ ନିଜର ଜୀବନ ଜୀବୀକା ପାଇଁ କୃଷି ଉପରେ ନିର୍ଭର କରନ୍ତି ସେହି ଦେଶର ସରକାର ମାନେ ୭୦ ବର୍ଷ ଶାସନ କରିବା ପରେ ବି କୃଷି ଉତ୍ପାଦିତ ସାମଗ୍ରୀର ମୂଲ୍ୟ ସ୍ଥିର କରିପାରନ୍ତି ନାହିଁ । କମ୍ପାନୀ ମାନେ ମାଗଣାରେ ପାଣି ଆଣି ବୋତଲରେ ପ୍ୟାକିଂ କରିବା ପରେ ସେମାନେ ତାହାର ମୂଲ୍ୟ ନିର୍ଦ୍ଧାରଣ କରିବାର ହକ୍ ପାଉଥିବା ବେଳେ ଖରା, ବର୍ଷା, ଶୀତ କାକରରେ ଅକ୍ଳାନ୍ତ ପରିଶ୍ରମ କରି କୃଷକ ଉତ୍ପାଦନ କରୁଥିବା ଶଷ୍ୟର ମୂଲ୍ୟ ସରକାର ସ୍ଥିର କରିବେ ଓ ତାହା ପୁଣି ସହାୟକ ମୂଲ୍ୟ ହିସାବରେ ଏକଥାକୁ କୃଷକ ଭାଇ ମାନେ ଆଉ କେତେ ଦିନ ସହିବେ । ତେଣୁ ଆଜି ସେମାନଙ୍କ ପାଇଁ ଭୋକ ଉପରେ ଭବିଷ୍ୟତ ଭାରି ପଡିଛି ।

from Kanak News
via <a href="https://ifttt.com/?

ବଲାଙ୍ଗୀରରେ ହ୍ୱାଟ୍ସଆପ୍ ଜରିଆରେ ବିକ୍ରି ହେଉଛି ବନ୍ଧୁକ: କୋଲକାତା ଓ ବିହାର ମୁଂଗେରରୁ ଆସୁଛି ବନ୍ଧୁକ; ଅର୍ଡଦେଲେ ହେଉଛି ହୋମ ଡେଲିଭରୀ

କନକ ବ୍ୟୁରୋ: ହ୍ୱାଟସ୍ ଆପରେ ହେଉଛି ବନ୍ଧୁକ କାରବାର । ଘରେ ବସି ବନ୍ଧୁକ କିଣୁଛନ୍ତି କିଛି ବ୍ୟକ୍ତି । ବଲାଙ୍ଗୀର ଜିଲ୍ଲାରେ ଏଭଳି କାରବାର ଚାଲିଛି । ହ୍ୱାଟ୍ସ ଆପ୍ ଜରିଆରେ ବନ୍ଧୁକ କିଣାବିକା ହେଉଥିବା ଖବର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । କୋଲକାତା ଓ ବିହାର ମୁଂଗେରରୁ ବଲାଙ୍ଗୀରକୁ ବନ୍ଧୁକ ଆସୁଥିଲା । ଅର୍ଡ ଦେଲେ ଲୋକଙ୍କ ଘରେ ପହଂଚୁଛି ବନ୍ଧୁକ । ତେବେ ବଲାଙ୍ଗୀରରେ ବନ୍ଧୁକ ବ୍ୟବହାର କିଛି ନୂଆ କଥା ନୁହେଁ । କିନ୍ତୁ ବର୍ତମାନ ସହରର ବିଭିନ୍ନ ସ୍ଥାନରେ ବନ୍ଧୁକ ମିଳୁଥିବା ଜଣାପଡିଛି ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ହ୍ୱାଟ୍ସରେ ଗ୍ରାହକଙ୍କ ପାଖକୁ ବନ୍ଧୁକ ଫଟୋ ଯାଉଛି, ଏବଂ ଗ୍ରାହକ ଯାହାକୁ ପସନ୍ଦ କରୁଛନ୍ତି ସେହି ବନ୍ଧୁକ ଗ୍ରାହକଙ୍କ ଘରେ ପହଂଚାଇ ଦେଉଛନ୍ତି ବେଆଇନ୍ ବନ୍ଧୁକ ବିକ୍ରି କରୁଥିବା ବ୍ୟକ୍ତି । ହ୍ୱାଟସ୍ ଆପ ଜରିଆରେ ଦେଶୀ ବନ୍ଧୁକ ସହ ହାଲ୍ଫ୍ ସ୍ଲାଇଡର, ଫୁଲ ସ୍ଲାଇଡ୍ର, ଥ୍ରି ନଟ୍ ଥ୍ରି ଭଳି ବନ୍ଧୁକ କିଣା ବିକା ହେଉଛି । ଆଉ ବନ୍ଧୁକର ଦର ୫ ହଜାରରୁ ୫୦ ହଜାର ରହିଛି । ବନ୍ଧୁକ କାରବାର ଚାଲିଥିବା ବେଳେ ଜିଲ୍ଲାକୁ ଜିଲ୍ଲା ବାହାରରେ ଲୋକଙ୍କ ଚଳପ୍ରଚଳ ବଢିଛି । ସେମାନଙ୍କ କାର୍ଯ୍ୟକଳାପକୁ ନେଇ ସନ୍ଦେହ ବି ବଢୁଛି, ତଥାପି ପୁଲିସ ପାଖରେ କୌଣସି ଖବର ରହୁନାହିଁ ।

କିଛି ଡକାୟତ ଭୁବନେଶ୍ୱରର ଏକ ଇନୋଭା ଗାଡିକୁ ହାଇଜାକ କରି ବଲାଙ୍ଗୀର ଯାଇଥିବା ଖବର ଗତକାଲି ସାମ୍ନାକୁ ଆସିଥିଲା । କାରରେ ଥିବା ଅପରାଧୀମାନେ ଡ୍ରାଇଭରଙ୍କୁ ଗନ ପଏଂଟରେ ରଖି ବଲାଙ୍ଗୀରର ଖପ୍ରାଖୋଲ ଯାଇଥିଲେ, ସେଠାରେ କିଛି ମାରଣାସ୍ତ୍ର ନେଇ ପାଟଣାଗଡ ଯାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ଅପରାଧୀମାନେ ପାଟଣାଗଡରେ ୨ ଘଂଟା ରହିବା ପରେ ଅନ୍ୟସ୍ଥାନକୁ ଯାଇଥିବା ଖବରର ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପୁଲିସ ପାଖରେ ଏହାର କୌଣସି ଖବର ନାହିଁ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ଭୟ ବଢୁଛି ।

from Kanak News
via <a href="https://ifttt.com/?

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ୪ ଗିରଫ: ଓଟିଭିର ୨ କର୍ମଚାରୀ ଓ ୨ ସିକ୍ୟୁରିଟି ଗାର୍ଡଙ୍କୁ ଗିରଫ କଲା କ୍ରାଇମବ୍ରାଂଚ

କନକ ବ୍ୟୁରୋ : ଦୀର୍ଘ ଦିନର ଯାଂଚ ପରେ ଭୁବନେଶ୍ୱର ଇନଫୋସିଟି ଅଞ୍ଚଳରେ ହୋଇଥିବା ନାବାଳିକା ଗଣଦୁଷ୍କର୍ମ ମାମଲାରେ ୪ ଜଣଙ୍କୁ ଗିରଫ୍ କରିବାରେ ସଫଳ ହୋଇଛି କ୍ରାଇମବ୍ରାଞ୍ଚ । ଗିରଫ୍ ହୋଇଥିବା ୪ ଜଣଙ୍କ ମଧ୍ୟରୁ ଓଡିଶା ଟେଲିଭିଜନ (ଓଟିଭି) ର ୨ ଜଣ କର୍ମଚାରୀ ଓ ୨ ଜଣ ସିକ୍ୟୁରିଟି ଗାର୍ଡ ଅଛନ୍ତି । ସେମାନଙ୍କୁ ଗିରଫ୍ ପରେ କ୍ରାଇମବ୍ରାଞ୍ଚ କୋର୍ଟରେ ହାଜର କରିପାରେ ବୋଲି ଜଣାପଡିଛି ।

ଅଭିଯୋଗ ମୁତାବକ ଓଟିଭିରେ କାମ କରୁଥିବା ଜଣେ ମହିଳା ଇନଫୋସିଟି ଅଞ୍ଚଳରେ ରହୁଥିବା ବେଳେ ତାଙ୍କ ପାଖରେ ତାଙ୍କର ଏକ ନାବାଳିକା କନ୍ୟା ରହୁଥିଲା । ମହିଳା ଜଣଙ୍କ ଅଫିସ୍ ଆସିବା ପରେ ଓଟିଭିର ୨ ଜଣ କର୍ମଚାରୀ ଓ ୨ ଜଣ ସିକ୍ୟୁରିଟି ଗାର୍ଡ ନାବାଳିକାକୁ ବିଭିନ୍ନ ସମୟରେ ତା’ ନିଜ ଘରେ ଦୁଷ୍କର୍ମ କରୁଥିଲେ । ଏକଥା ପ୍ରଘଟ କଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିବାରୁ ନାବାଳିକା ଜଣଙ୍କ ଏନେଇ ମୁହଁ ଖୋଲି ନଥିଲେ । ହେଲେ ମହିଳାଙ୍କ ଘର ନିକଟରେ ରହୁଥିବା ପଡୋଶୀ ମାନେ ପ୍ରଥମେ ମହିଳା ଜଣଙ୍କୁ ଏ ବିଷୟରେ ଅବଗତ କରିଥିଲେ । ଏନେଇ ମହିଳା ଜଣଙ୍କ ନିଜ ଝିଅକୁ ପଚାରିବାରୁ ନାବାଳିକା ଜଣକ ଅନେକ ଦିନ ପରେ ନିଜ ମା ପାଖରେ ସବୁକଥା କହିଥିଲା । ଏହାପରେ ମହିଳା ଜଣଙ୍କ ଏନେଇ ଓଟିଭିର ସିଇଓ ଜାଗିମଙ୍ଗତ ପଣ୍ଡାଙ୍କ ସହ ଆଲୋଚନା କରିଥିଲେ ।

ହେଲେ ଏହା ଆପୋଷ ସମାଧାନ ନହେବାରୁ ନାବାଳିକାର ମା ପ୍ରଥମେ ଥାନା ତାପରେ ମହିଳା କମିଶନ ଓ ଶେଷରେ ଶିଶୁ ଅଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ । ରାଜ୍ୟ ମହିଳା କମିଶନ ଏନେଇ ସଂପୃକ୍ତ ଟିଭି ଚ୍ୟାନେଲର ମାଲିକ ଜାଗି ମଙ୍ଗତ ପଣ୍ଡାଙ୍କୁ ନୋଟିସ କରିଥିଲେ । ନୋଟିସ ପାଇବା ପରେ ଶ୍ରୀମତୀ ପଣ୍ଡା ଶିଶୁ ସୁରକ୍ଷା କମିଶନଙ୍କ ନିକଟରେ ହାଜର ହୋଇଥିଲେ ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ଏହି ମାମଲା କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା । କ୍ରାଇମବ୍ରାଞ୍ଚ ସଂପୃକ୍ତ ନାବାଳିକାର ଘର ପାଖରେ ଥିବା ସିସିଟିଭି ଫୁଟେଜକୁ ଯାଂଚ କରି ଘଟଣାର ସତ୍ୟା ସତ୍ୟ ପାଇଥିଲା । ଏହା ପରେ ଆଜି (ସୋମବାର) କ୍ରାଇମବ୍ରାଞ୍ଚ ଏଭଳି ସମ୍ବେଦନଶୀଳ ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ୍ କରିଛି ।

from Kanak News
via <a href="https://ifttt.com/?

ବାଲେଶ୍ୱରର ନାବାଳିକା ମୃତ୍ୟୁ ଘଟଣାରେ ଚାଂଚଲ୍ୟକର ଖୁଲାସା: ପୁଲିସ କହିଲା, ଅନୈତିକ ସଂପର୍କ ଦେଖିଦେବାରୁ କରାଯାଇଛି ହତ୍ୟା

କନକ ବ୍ୟୁରୋ: ଅବୈଧ ସଂପର୍କ ଦେଖିଦେଲା ବୋଲି ନାବାଳିକାକୁ କରାଯାଇଛି ହତ୍ୟା । ବାଲେଶ୍ୱର ବାଲିଆପାଳରେ ନାବାଳିକା ମୃତ୍ୟୁ ଘଟଣାରେ ଏଭଳି ଚାଂଚଲ୍ୟକର ଖୁଲାସା କରିଛି ପୁଲିସ । ବସ୍ତା ଏସଡିପିଓଙ୍କ କହିବା ପଡିଶାଘର ଯୁବକ ଓ ତାଙ୍କ ଭାଉଜଙ୍କ ମଧ୍ୟରେ ଅନୈତିକ ସଂପର୍କ ଦେଖି ଦେବାରୁ ନାବାଳିକାକୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦିଆଯାଇଥିବା ପୁଲିସ ସୂଚନା ଦେଇଛି । ଆଜି ସକାଳୁ ପୋଖରୀରୁ ଉଦ୍ଧାର ହୋଇଥିଲା ନିଖୋଜ ନାବାଳିକର ମୃତଦେହ ।

ମାମୁଁଘର ପଛପଟ ପୋଖରୀରୁ ନାବାଳିକାର ମୃତଦେହ ଉଦ୍ଧାର ହେବା ପରେ ହତ୍ୟା ସନ୍ଦେହ କରିଥିଲା ପୁଲିସ । କାରଣ ନାବାଳିକାର ମୃତଦେବର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଛି । ବେକରେ ଗଭୀର କ୍ଷତ ରହିଛି । ବେକକୁ ଧାରୁଆ ଅସ୍ତ୍ରରେ କଟା ଯାଇଛି । ଏହାକୁ ନେଇ ବାଲେଶ୍ୱର ବାଲିଆପାଳ ଥାନା ଅନ୍ତର୍ଗତ ସୁନ୍ଦୁରକୋଇଲି ଗାଁରେ ଉତେଜନା ଲାଗି ରହିଛି । ପରିସ୍ଥିତିକୁ ନଜରରେ ରଖି ଏକ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଶୁକ୍ରବାର ଦିନ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା ସୁନ୍ଦୁରକୋଇଲି ଗାଁର ବଳରାମ ପାତ୍ରଙ୍କ ୭ ବର୍ଷର ଝିଅ ବିଷ୍ଣୁପ୍ରୀୟା ।

ଦିନକୁ ଦିନ ରାଜ୍ୟରେ ଶିଶୁ ନିଖୋଜ ଘଟଣା, ସାରା ରାଜ୍ୟରେ ହଇଚଇ ସଷ୍ଟି କରିଛି । ନୟାଗଡର ପରୀ, ଯାଜପୁରର ପିହୁ ପରେ ବାଲେଶ୍ୱର ବାଲିଆପାଳର ବିଷ୍ଣୁପ୍ରୀୟା ଗତ ଶକ୍ରବାର ଠାରୁ ନିଖୋଜ ହୋଇଥିଲା । ଆଜି ସକାଳୁ ତାର ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁଯାଇ ବିଷ୍ଣୁପ୍ରିୟା ସୁନ୍ଦୁରକୋଇଲି ଗାଁରେ ତା’ ମାମୁଁ ଘରେ ରହି ପାଠ ପଢୁଥିଲା । ଗତ ୧୧ ତାରିଖ ଅର୍ଥାତ୍ ଶକ୍ରବାର ଦିନ ପ୍ରାୟ ୯ ଟାରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା ।

ପରିବାର ଲୋକେ ଦିନ ତମାମ୍ ଖୋଜାଖୋଜି କରି ବିଷ୍ଣୁପ୍ରିୟାର କୋ÷÷ଣସି ସନ୍ଧାନ ପାଇନଥିଲେ, ଏନେଇ ଗତକାଲି ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଜି ପୁଲିସ ଖୋଜାଖୋଜି କରିବା ବେଳେ ନାବାଳିକାର ମୃତଦେହ ଏକ ପୋଖରୀରୁ ଉଦ୍ଧାର କରାଯାଇଛି । ଏହି ଘଟଣାରେ ପୁଲିସ ଜଣଙ୍କୁ ଅଟକ ରଖିଛି । ମୃତ ନାବାଳିକା ବାପାଙ୍କ ଅଭିଯୋଗ ଆଧାରରେ ସେହି ସୁନ୍ଦୁରକୋଇଲି ଗାଁର ନଟ ସାହୁ ନାମକ ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରିବା ପରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଅଟକ ଯୁବକ ଓ ତାଙ୍କ ଭାଉଜଙ୍କ ମଧ୍ୟରେ ଥିବା ଅବୈଧ ସଂପର୍କକୁ ନାବାଳିକା ବିଷ୍ଣୁପ୍ରିୟା ଦେଖି ଦେଇଥିବାରୁ ତାକୁ ହତ୍ୟା କରାଯାଇଛି ।

from Kanak News
via <a href="https://ifttt.com/?

କମିବ ବସ୍ତାନୀ ବୋଝ: ସ୍କୁଲ ବ୍ୟାଗ୍ ନୀତି ଜାରି କଲା କେନ୍ଦ୍ର, ପିଲାଙ୍କ ଓଜନଠାରୁ ବ୍ୟାଗର ଓଜନ ୧୦%ରୁ କମ୍; ପ୍ରି-ପ୍ରାଇମେରି ପିଲାଙ୍କୁ ବ୍ୟାଗ୍ ମନା

କନକ ବ୍ୟୁରୋ: ପିଲାଙ୍କ ଓଜନଠାରୁ ସ୍କୁଲ ବ୍ୟାଗର ଓଜନ ୧୦%ରୁ କମ୍ ରହିବ। ଅର୍ଥାତ୍ ଯଦି ଜଣେ ଛାତ୍ରଙ୍କ ଓଜନ ୨୦ କେଜି ହୋଇଥାଏ ତେବେ ସେ ଦୁଇ କେଜିର ବ୍ୟାଗ୍ ଆଣି ବିଦ୍ୟାଳୟକୁ ଆସିବେ। କାନ୍ଧରେ ଏହାଠାରୁ ଅଧିକ ଓଜନର ବ୍ୟାଗ୍ ପକାଇ ଛାତ୍ରଛାତ୍ରୀ ସ୍କୁଲ ଆସିବେ ନାହିଁ। ଯଦି କୌଣସି ଛାତ୍ରଛାତ୍ରୀ ନିର୍ଦ୍ଧାରିତ ଓଜନଠାରୁ ଅଧିକ ଓଜନର ବ୍ୟାଗ୍ ଆଣି ବିଦ୍ୟାଳୟକୁ ଆସିଥିବେ ତେବେ ଏନେଇ ସ୍କୁଲ କର୍ତୃପକ୍ଷ ଅଭିଭାବକଙ୍କୁ ଜଣାଇବେ। ପ୍ରତି ୩ ମାସରେ ଥରେ ଗୋଟିଏ ଦିନ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗର ଓଜନ ଯାଞ୍ଚ କରାଯିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ସ୍କୁଲ ବ୍ୟାଗ୍ ନୀତି-୨୦୨୦ରେ ଉଲ୍ଲେଖ କରାଯାଇଛି। ଏହି ନୀତିକୁ ୨୦୨୧-୨୨ ଶିକ୍ଷାବର୍ଷରୁ ରାଜ୍ୟରେ ପାଳନ କରିବା ଲାଗି ଗଣଶିକ୍ଷା ବିଭାଗ ସଚିବଙ୍କୁ ନିର୍ଦେଶ ଦିଆଯାଇଛି।

ନୀତିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ କେଉଁ ଶ୍ରେଣୀର କେତେ ଓଜନର ପିଲା କେତେ ଓଜନର ବ୍ୟାଗ୍ ଧରି ଆସିବେ ସେନେଇ ପ୍ରତି ବିଦ୍ୟାଳୟ ଏକ ଟେବୁଲ୍ ପ୍ରସ୍ତୁତ କରିବେ। ଏ ସମ୍ପର୍କରେ ବିଦ୍ୟାଳୟର ଶିକ୍ଷକ, କର୍ମଚାରୀ, ଅଭିଭାବକ, ନିକଟ ଅଞ୍ଚଳର ଫିଜିସିଆନ୍, କାଉନ୍ସେଲ୍ରଙ୍କୁ ଅବଗତ କରାଇବେ। ସ୍କୁଲ ବ୍ୟାଗ୍ ଓଜନ ସମ୍ପର୍କରେ ବିଦ୍ୟାଳୟର ନୋଟିସ୍ ବୋର୍ଡ, କ୍ୟାମ୍ପସର ପ୍ରମୁଖ ସ୍ଥାନ ଓ ପ୍ରତି କ୍ଲାସ ରୁମରେ ଲଗାଇବେ। ନିୟମିତ ବ୍ୟବଧାନରେ ସ୍କୁଲ ବ୍ୟାଗ୍ ଓଜନ ଯାଞ୍ଚ କରାଯିବ। ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରତି ୩ ମାସରେ ଗୋଟିଏ ଦିନ ଛାତ୍ରଛାତ୍ରୀଙ୍କ ବ୍ୟାଗ୍ ଓଜନ ମାପିବେ। ଯଦି କୌଣସି ଛାତ୍ରଛାତ୍ରୀ ନିର୍ଦ୍ଧାରିତ ଓଜନଠାରୁ ଅଧିକ ଓଜନର ବ୍ୟାଗ୍ ଆଣୁଥିବେ ତେବେ ଏସମ୍ପର୍କରେ ସ୍କୁଲ କର୍ତୃପକ୍ଷ ଅଭିଭାବକଙ୍କୁ ଅବଗତ କରାଇବେ ଏବଂ ହାଲୁକା ବ୍ୟାଗ୍ ଆଣିବାକୁ ପରାମର୍ଶ ଦେବେ। ୬ଷ୍ଠରୁ ଅଧିକ ଶ୍ରେଣୀ ଛାତ୍ରଛାତ୍ରୀ ବିଷୟ ବିଷୟ ମଧ୍ୟରେ ସାମଞ୍ଜସ୍ୟ ରହୁଥିବା ବହି ଆଣି ଆସିବାକୁ ଶିକ୍ଷକମାନେ ପରାମର୍ଶ ଦେବେ। କେଉଁ ଦିନ କେଉଁ ବହି ପଢ଼ାଯିବ ସେନେଇ ଟାଇମ୍ ଟେବୁଲ୍ରେ ଉଲ୍ଲେଖ ରହିବ। ଟାଇମ୍ ଟେବୁଲ୍ ସହଜ ହେବା ଦରକାର। ଶିକ୍ଷାବର୍ଷ ଆରମ୍ଭ ହେବା ପରେ ସ୍କୁଲର ମୁଖ୍ୟମାନେ ପାଠ୍ୟପୁସ୍ତକ ଓଜନ ଅନୁଯାୟୀ ପ୍ରତିଦିନର ଟାଇମ୍ ଟେବୁଲ୍ ପ୍ରସ୍ତୁତ କରିବେ।

ପ୍ରଥମ ଓ ଦ୍ବିତୀୟ ଶ୍ରେଣୀର ଛାତ୍ରଛାତ୍ରୀ କ୍ଲାସୱାର୍କ ଲାଗି କେବଳ ଗୋଟିଏ ନୋଟବୁକ୍ ବ୍ୟବହାର କରିବେ। ୩ୟରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଲାଗି ଦୁଇଟି ନୋଟ୍ବୁକ୍ ଦରକାର। ସେଥିମଧ୍ୟରୁ ଗୋଟିଏ ବ୍ୟାଗରେ ଆଣିବେ ଓ ଅନ୍ୟଟି ସ୍କୁଲରେ ରହିବ। ୬ଷ୍ଠରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀ ଖୋଲା କାଗଜର ଗୋଟିଏ ଫାଇଲ୍କୁ କ୍ଲାସୱାର୍କ ଓ ହୋମୱାର୍କ ଲାଗି ବ୍ୟବହାର କରିବେ। ଟେକ୍ସଟ୍ ବୁକ୍ ସେୟାରିଂ ଉପରେ ଗୁରୁତ୍ବ ଦେବାକୁ କୁହାଯାଇଛି। ଫଳରେ ପାଖରେ ପାଖରେ ବସୁଥିବା ଛାତ୍ରଛାତ୍ରୀ ପରସ୍ପର ମଧ୍ୟରେ ପାଠ୍ୟପୁସ୍ତକ ଅଦଳବଦଳ କରିପାରିବେ।

ପ୍ୟାରେଣ୍ଟ-ଟିଚର ବୈଠକରେ ଏନେଇ ସ୍କୁଲ କର୍ତୃପକ୍ଷ ଅଭିଭାବକଙ୍କୁ ସଚେତନ କରାଇବେ। ଦ୍ବିତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ହୋମ୍ୱାର୍କ ଦିଆଯିବ ନାହିଁ। ୩ୟରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଦୁଇ ଘଣ୍ଟାର ହୋମୱାର୍କ ଦିଆଯିବ। ୬ଷ୍ଠରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଲାଗି ପ୍ରତି ସପ୍ତାହକୁ ୫ରୁ ୬ ଘଣ୍ଟା ଲେଖାଏ ହୋମୱାର୍କ ଦିଆଯିବ। ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଲାଗି ପ୍ରତିଦିନ ଦୁଇ ଘଣ୍ଟାର ହୋମୱାର୍କ ରହିବ। ଛାତ୍ରଛାତ୍ରୀ କିଭଳି ହୋମୱାର୍କ କରିବେ ସେଦିଗରେ ସ୍କୁଲ କର୍ତୃପକ୍ଷ ଗୁରୁତ୍ବ ଦେବା ଆବଶ୍ୟକ।

ଛାତ୍ରଛାତ୍ରୀ ସ୍କୁଲକୁ ଟ୍ରଲି ବ୍ୟାଗ ଆଣି ଆସିବା ଉପରେ ରୋକ ଲଗାଯାଇଛି। କାରଣ ଚକ ଲାଗିଥିବା ବ୍ୟାଗ ନେଇ ଶିଡ଼ିରେ ଉଠିବା ବେଳେ ପିଲା ଆହତ ହେବାର ଭୟ ରହିଛି। କୌଣସି ପ୍ରକାର ବହି ଆଣିବାକୁ କହିଲା ବେଳେ ଶିକ୍ଷକମାନେ ଏହାର ଓଜନ ଉପରେ ଧ୍ୟାନ ଦେବା ଆବଶ୍ୟକ। ପ୍ରତ୍ୟେକ ବହିର ଓଜନ ପ୍ରତିବର୍ଗ ମିଟର ପ୍ରତି କେତେ ସେନେଇ ପ୍ରକାଶକ ସଂସ୍ଥା ବହି ଉପରେ ଛାପିବେ। ସ୍କୁଲ ବ୍ୟାଗ୍ ଓଜନ ଧାର୍ଯ୍ୟ ଲାଗି ଏନ୍ସିଇଆରଟି, କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ, ନବୋଦୟ ବିଦ୍ୟାଳୟ ସମିତି, ସିବିଏସ୍ଇର ସଦସ୍ୟମାନଙ୍କୁ ନେଇ ଏକ ବିଶେଷଜ୍ଞ କମିଟି ଗଠନ ହୋଇଥିଲା। ଜାତୀୟ ଶିକ୍ଷା ନୀତି-୨୦୨୦ରେ ଧନ୍ଦାମୂଳକ ଶିକ୍ଷାକୁ ଅଧିକ ପ୍ରାଥମିକତା ଦିଆଯାଇଥିବାରୁ ତାହାକୁ ଆଧାର କରି କମିଟି ଉପରୋକ୍ତ ପ୍ରସ୍ତାବ ଦେଇଛି।

from Kanak News
via <a href="https://ifttt.com/?

ଜୟପୁରରେ ଆନ୍ତଃରାଜ୍ୟ ଠକେଇର ମାଷ୍ଟରମାଇଣ୍ଡ ଗିରଫ: ଓଡିଶାରୁ ଛତିଶଗଡ ଲମ୍ବିଛି ଚେର; ଅଧାଦାମରେ ଘରୋଇ ଉପକରଣ ଯୋଗାଇଦେବାକୁ କହି ଠକୁଥିଲା

କନକ ବ୍ୟୁରୋ: ଆନ୍ତରାଜ୍ୟ ଠକେଇ ରାକେଟର ମାଷ୍ଟର ମାଇଣ୍ଡକୁ ବାନ୍ଧିଲା ପୋଲିସ । ଓଡ଼ିଶାରୁ ଛତିସଗଡ଼ ଲମ୍ବିଥିଲା ଠକେଇର ଚେର । ଅଧା ଦାମ୍ ରେ ଘରୋଇ ଉପକରଣ ଯୋଗାଇ ଦେବା ନାଁରେ ଲୋକଙ୍କ ଠାରୁ ଠକି ନେଇଥିଲା ଲକ୍ଷ ଲକ୍ଷ ଟଙ୍କା । ପୋଲିସକୁ ଚକମା ଦେଇ ରତିଅଧିଆ ବଦଳାଉଥିଲା ବ୍ୟବସାୟ ସ୍ଥାନ । ଶେଷରେ ଠକାମିର ମାଷ୍ଟର ମାଇଣ୍ଡ ଅବଦୁଲ ତାଇଜଉଦିନ୍କୁ ଛତିସଗଡ଼ ପୋଲିସ ଧରିବାରେ ସଫଳ ହୋଇଛିି ।

ଟିଭି ଫ୍ରିଜଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଘରୋଇ ଉପକରଣର ଅଧା ଦାମରେ ବିକ୍ରି କରୁଥିଲା । ୧୫ ଦିନ ପୁର୍ବରୁ ଉପକରଣର ଅଧା ଟଙ୍କା ଡ଼ିପୋଜିଟ କରିବାର ସର୍ତ ରଖିଥିଲା ଏହି ଠକ ସର୍ଦ୍ଦାର । ବିଭିନ୍ନ ସ୍ଥାନରେ ବିଭିନ୍ନ ନାମରେ ଖୋଲିଥିଲା କମ୍ପାନୀ । କାରବାର କୋଟିରୁ ଅଧିକା ପାର ହେବା ପରେ ରାତାରାତି ଚମ୍ପଟ ମାରୁଥିଲା ଠକ ସର୍ଦ୍ଦାର । ଛତିସଗଡ଼ରେ ଆପେଲ ହୋମ ନିଡ଼ସ୍ ନାମରେ ସଂସ୍ଥା ଖୋଲି ୭୦ହଜାର ଠକି ନେଉଥିବା ବେଳେ ଛିତିଶଗଡ଼ ପୋଲିସ ହାତରେ ଧରାପଡ଼ିଛି ମାଷ୍ଟର ମାଇଣ୍ଡ ତାଇଜଉଦିନ ।

ପୁର୍ବରୁ କୋରାପୁଟ ଜିଲ୍ଳାର ବୋରିଗୁମ୍ମାରେ ରାଜା ଟେଡ଼ର୍ସ ନାମରେ ସଂସ୍ଥା ଖୋଲି ଦେଢ଼କୋଟିରୁ ଅଧିକା ଅଗ୍ରୀମ ଟଙ୍କା ନେଇ ଫେରାର ହୋଇଯାଇଥିଲା । ବୋରିଗୁମ୍ମା ପୋଲିସ ଏହି ମାଷ୍ଟର ମାଇଣ୍ଡକୁ ଆଜି ବୋରିଗୁମ୍ମାକୁ ରିମାଣ୍ଡରେ ଆଣିଛି । ଯାହାକୁ ନେଇ ଲୋକଙ୍କ ପଇସା ଫେରିପାଇବା ଆଶା ବଡ଼ିଛି ।

from Kanak News
via <a href="https://ifttt.com/?

ବାଲେଶ୍ୱରର ନିଖୋଜ ନାବାଳିକାର ମୃତଦେହ ଠାବ: ଶୁକ୍ରବାର ଦିନ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ହୋଇଥିଲା ନିଖୋଜ; ମାମୁଁଘର ପଛପଟ ପୋଖରୀରୁ ମିଳିଲା ମୃତଦେହ

କନକ ବ୍ୟୁରୋ: ଉଦ୍ଧାର ହେଲା ନିଖୋଜ ନାବାଳିକର ମୃତଦେହ । ମାମୁଁଘର ପଛପଟ ପୋଖରୀରୁ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି । ଦିନକୁ ଦିନ ରାଜ୍ୟରେ ଶିଶୁ ନିଖୋଜ ଘଟଣା, ସାରା ରାଜ୍ୟରେ ହଇଚଇ ସଷ୍ଟି କରିଥିବା ବେଳେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ସୁନ୍ଦୁରକୋଇଲି ଗାଁର ବଳରାମ ପାତ୍ରଙ୍କ ୭ ବର୍ଷର ଝିଅ ବିଷ୍ଣୁପ୍ରୀୟା ଗତ ଶକ୍ରବାର ଠାରୁ ନିଖୋଜ ଥିଲା । ଆଜି ସକାଳୁ ତାର ମୃତଦେହ ଉଦ୍ଧାର କରିଛି । ସୁଚନା ଅନୁଯାଇ ବିଷ୍ଣୁପ୍ରିୟା ସୁନ୍ଦୁରକୋଇଲି ଗାଁରେ ଥିବା ମାମୁଁ ଘରେ ରହି ପାଠ ପଢୁଥିଲା ।

ଗତ ୧୧ ତାରିଖ ଶକ୍ରବାର ଦିନ ପ୍ରାୟ ୯ ଟାରେ ଗାଁ ଦାଣ୍ଡରେ ଖେଳୁଖେଳୁ ନିଖୋଜ ହୋଇଯାଇଥିଲା । ମାମୁଁ ଘର ଲୋକ ଏବଂ ପରିବାର ଲୋକେ ଦିନ ତମାମ୍ ନାବାଳିକାକୁ ଖୋଜାଖୋଜି କରି କୋ÷÷ଣସି ସନ୍ଧାନ ପାଇ ନଥିଲେ, ଏନେଇ ସ୍ଥାନୀୟ ସରପଂଚଙ୍କୁ ଜଣାଇବା ପରେ ସରପଂଚ ଶନିବାର ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରି ନାବାଳିକାକୁ ଖୋଜିଥିଲା । ମାତ୍ର ତାର କୋ÷÷ଣସି ଖବର ନମିଳିବାରୁ ଗତକାଲି ପରିବାର ଲୋକେ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଜି ନାବାଳିକାର ମୃତଦେହ ଏକ ପୋଖରୀରୁ ଉଦ୍ଧାର କରାଯାଇଛି ।

from Kanak News
via <a href="https://ifttt.com/?

କାର୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା: ଦୁର୍ଘଟଣା ପରେ ରାସ୍ତାରେ ଜଳିଗଲା କାର୍ 

କନକ ବ୍ୟୁରୋ: ଦୁର୍ଘଟଣା ପରେ ରାସ୍ତାରେ ଜଳିଗଲା କାର୍ । ଏହି ଦୁର୍ଘଟଣାରେ ଜଣଙ୍କ ଜୀବନ ଯାଇଛି । ଜଗତସିଂହପୁର ରଘୁନାଥପୁର ବଜାର ନିକଟରେ କାର୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଏବଂ ଧକ୍କା ପରେ କାର୍ରେ ନିଆଁ ଲାଗିଯାଇଥିଲା, ଆଉ ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିବାରେ ଲାଗିଥିଲା । ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଥିଲେ । ସେପଟେ ରଘୁନାଥପୁର ପୁଲିସ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି ।

from Kanak News
via <a href="https://ifttt.com/?

ଦିଲ୍ଲୀରେ ଚାଷୀ ଆନ୍ଦୋଳନ ହେବ ଜୋରଦାର: ସବୁ ସୀମାରେ ଚାଷୀ କରିବେ ଆମରଣ ଅନଶନ; ସାମିଲ ହେବାକୁ ଆସୁଛନ୍ତି ଆଉ ୧୦ ହଜାର ଚାଷୀ, ଦିଲ୍ଲୀ ଟ୍ରାଫିକ ଜାରି କଲା ଆଡଭାଇଜରି

କନକ ବ୍ୟୁରୋ: ଦିଲ୍ଲୀରେ ତେଜୁଛି ଚାଷୀ ଆନ୍ଦୋଳନ । ଆଜି ଆଉ ୧୦ ହଜାର ଚାଷୀ ଆନ୍ଦୋଳନରେ ସାମିଲ ହେବେ । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆଜି ଚାଷୀଙ୍କ ଅନଶନ ଡାକରା । ଦିଲ୍ଲୀରେ ଚାଷୀମାନେ ଉପବାସ ପ୍ରତିବାଦ କରିବେ । ଦିନ ସାରା ନଖାଇ କୃଷି ଆଇନ ବିରୋଧରେ ଆନ୍ଦୋଳନ କରିବେ । ନୂଆ କୃଷି ଆଇନ ପ୍ରତ୍ୟାହାର ପାଇଁ ମୋଦୀ ସରକାରଙ୍କ ଉପରେ ଚାଷ ପକାଇବାକୁ ଦେଶବ୍ୟାପୀ ଜିଲ୍ଲାସ୍ତରୀୟ ପ୍ରତିବାଦ ଡାକରା ଦେଇଛନ୍ତି ଚାଷୀ ସଂଗଠନ । କେବଳ ସେତିକି ନୁହେଁ, ଦିନିକିଆ ଉପବାସ ରହିବାକୁ ମଧ୍ୟ ଆହ୍ୱାନ ଦିଆଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଚାଷୀଙ୍କ ଦାବି ପ୍ରତି ସମର୍ଥନ ଜଣାଇ ଉପବାସ ରହିବେ ବୋଲି କହିଛନ୍ତି । ଦିନକୁ ଦିନ ଆନ୍ଦୋଳନ ଅଧିକ ତେଜୁଥିବାରୁ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଯାଇଛି ।

ରାଜସ୍ଥାନରୁ ଆସିଥିବା ୧୦ ହଜାର ଚାଷୀ ଦିଲ୍ଲୀ ଆନ୍ଦୋଳନରେ ସାମିଲ ହେବେ ବୋଲି ଜଣାପଡିଛି । ଏହାରି ଭିତରେ ଗତକାଲି ଅମିତ ଶାହାଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ସୋମ ପ୍ରକାଶ । ଗତକାଲି ଦିଲ୍ଲୀ-ଜୟପୁର ରାଜପଥକୁ ପ୍ରାୟ ତିନି ଘଂଟା ଧରି ଅବରୋଧ କରିଥିଲେ ଚାଷୀ । ରାଜସ୍ଥାନରୁ ଟ୍ରାକ୍ଟର ରାଲି କରି ଆନ୍ଦୋଳନ ସ୍ଥଳ ଅଭିମୁଖେ ଆସିଥିଲେ ହଜାରେ ପାଖାପାଖି ଚାଷୀ । ଦିଲ୍ଲୀ ପହଁଚିବା ପୂର୍ବରୁ ସେମାନଙ୍କୁ ହରିଆଣା ସୀମାରେ ଅଟକାଇଛି ପୋଲିସ । ସେପଟେ ଚାଷୀଙ୍କ ଧାରଣା ଯୋଗୁଁ ଡିସେମ୍ବର ପହିଲାରୁ ବନ୍ଦ ପଡିଥିବା ନୋଇଡ଼ା-ଦିଲ୍ଲୀ ରାସ୍ତାରେ ଟ୍ରାଫିକ ସ୍ୱାଭାବିକ ହୋଇଛି । କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଆଲୋଚନା ପରେ ଏହି ରାସ୍ତାକୁ ଖାଲି କରିଛନ୍ତି ଆନ୍ଦୋଳନକାରୀ । ନା ପଛକୁ ଘୁଂଚୁଛନ୍ତି ମୋଦୀ ସରକାର, ନା ଦାବିରୁ ଓହରୁଛନ୍ତି ଚାଷୀ ସଂଗଠନ ।

୫ ପର୍ଯ୍ୟାୟ କୃଷିମନ୍ତ୍ରୀଙ୍କ ସହ ଆଲୋଚନା ଫେଲ ମାରିଥିବା ବେଳେ ଗୃହମନ୍ତ୍ରୀ ଅମିିତ ଶାହା ବି ଚାଷୀଙ୍କୁ ବୁଝାଇବାରେ ବିଫଳ ହୋଇଛନ୍ତି । ଏମଏସପି ହଟିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ଲିଖିତ ପ୍ରତିଶ୍ରୁତି ବି ପ୍ରଭାବ ପକାଇ ପାରିନାହିଁ ଚାଷୀ ଆନ୍ଦୋଳନ ଉପରେ । ସେମାନଙ୍କ ଗୋଟିଏ ଜିଦ୍, ନୂଆ କୃଷି ଆଇନକୁ ପ୍ରତ୍ୟାହାର କର । ଦିଲ୍ଲୀ ସିଂଘୁ ସୀମାରେ ହଜାର ହଜାର ଚାଷୀ ଡେରା ପକାଇ ରହିଥିବା ବେଳେ ପ୍ରତିଦିନ ସେମାନଙ୍କ ସହ ଯୋଡି ହେଉଛନ୍ତି ଅନ୍ୟର ବିଭିନ୍ନ ଅଂଚଳରୁ ଆସୁଥିବା ଚାଷୀ । ସୋମବାର ଦିନ ଉପବାସ ରହି କୃଷି ଆଇନର ପ୍ରତିବାଦ କରିବେ ଚାଷୀ ।

from Kanak News
via <a href="https://ifttt.com/?

କୁହୁଡ଼ି ଚାଦରରେ ଉପକୂଳ ଓଡ଼ିଶା: ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଦେଖାଯିବ ଘନ କୁହୁଡ଼ି; ୟେଲୋ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ: କୁହୁଡ଼ି ଚାଦର ତଳେ ଘୋଡ଼େଇ ହୋଇ ରହିଛି ଉପକୂଳ ଓ ସଂଲଗ୍ନ ଆଭ୍ୟନ୍ତର ଓଡ଼ିଶା। ରାତି ପ୍ରାୟ ୧୦ଟାରୁ ସକାଳ ୮ଟା  ପର୍ଯ୍ୟନ୍ତ ଘନ କୁହୁଡ଼ିର ଆସ୍ତରଣ ଜଗତସିଂହପୁର, ଖୋର୍ଧା, କେନ୍ଦ୍ରାପଡ଼ା, କଟକ, ନୟାଗଡ଼ ଓ କନ୍ଧମାଳ ଆଦି ଜିଲ୍ଲାକୁ ଆଚ୍ଛାଦିତ କରି ରଖୁଛି। ଉପକୂଳ ଓଡ଼ିଶା ମଧ୍ୟ ଏଭଳି କୁହୁଡ଼ି ଆସ୍ତରଣରେ ଥିଲା । ଜଗତସିଂହପୁର ପାରଦୀପଠାରେ ଅତି ଘନ କୁହୁଡ଼ି ଦେଖାଯାଇଥିଲା। ଏଠାରେ ଦୃଶ୍ୟମାନ ଦୂରତା ୩୦ ମିଟର ରହିଥିଲା। ଏଥିସହ ଭୁବନେଶ୍ବରରେ ବି ଘନ କୁହୁଡ଼ି ପଡ଼ିଥିଲା। ଏଠାରେ ଦୃଶ୍ୟମାନ ଦୂରତା ୨୦୦ ମିଟର ରହିଥିଲା। ଚାନ୍ଦବାଲିରେ ହାଲୁକା କୁହୁଡ଼ି ପଡ଼ିଥିଲା ଓ ଏହାର ଦୃଶ୍ୟମାନ ଦୂରତା ୭୦୦ ମିଟର ରହିଥିଲା। ଏହାଛଡ଼ା ଫୁଲବାଣୀ, ନୟାଗଡ଼, କୋରାପୁଟ ଓ ମାଲକାନଗିରିରେ କୁହୁଡ଼ିର ଦୃଶ୍ୟମାନ ଦୂରତା ୫୦୦ ମିଟର ଥିଲା।

ଅନ୍ୟପଟେ ବଙ୍ଗୋପସାଗର ଉପରେ ରହିଥିବା ଗୁରୁଚାପ ବଳୟ ଫଳରେ ରାଜ୍ୟରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ଦେଖାଯିବ। ଆସନ୍ତାକାଲି ସକାଳ ସୁଦ୍ଧା ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଧା, ନୟାଗଡ଼,କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ିର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୧୫ ଓ ୧୬ ତାରିଖରେ ଏହି ସବୁ ଜିଲ୍ଲାରେ ହାଲୁକା କୁହୁଡ଼ିର ସମ୍ଭାବନା ରହୁଛି। ଏବେ ରାଜ୍ୟରେ ପାଗ ଶୁଖିଲା ରହିଛି। ଧୀରେଧୀରେ ରାତି ତାପମାତ୍ରା ବଢ଼ୁଛି। ଫଳରେ ରାଜ୍ୟରେ ଶୀତର ପ୍ରଭାବ ଏବେ କମ୍ ରହିଛି। ରାଜ୍ୟର ସର୍ବନିମ୍ନ ରାତି ତାପମାତ୍ରା ସୁନ୍ଦରଗଡ଼ଠାରେ ୧୨ ଡିଗ୍ରି ସେଲ୍ସିୟସ୍ ରେକର୍ଡ ହୋଇଛି।

ଅଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ୧୬ ତାରିଖ ଦିନ ବଙ୍ଗୋପସାଗରୀୟ ଆର୍ଦ୍ର ପବନ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ଝାଡ଼ଖଣ୍ଡରେ ପ୍ରବାହିତ ଉତ୍ତରା ପବନ ସହ ମିଶ୍ରଣ ହେବା ଫଳରେ ସେଠାରେ ସ୍ବଳ୍ପ ବର୍ଷା ହେବ।ଏଥିସହ ଉତ୍ତର-ପଶ୍ଚିମ ଓଡ଼ିଶାରେ ସାମାନ୍ୟ ବର୍ଷା ହେବ ଓ ପାଗ କୋହଲା ରହିବ। ରାତି ତାପମାତ୍ରାରେ ଆଗାମୀ ୨/୩  ପର୍ଯ୍ୟନ୍ତ ବିଶେଷ ପରିବର୍ତନର ସମ୍ଭାବନା ନାହିଁ।

from Kanak News
via <a href="https://ifttt.com/?

Design a site like this with WordPress.com
Get started