ଦୀପ ଆଲୋକରେ ଝଲସିଲା ଶ୍ରୀମନ୍ଦିର: ମାର୍ଗଶୀର ଚତୁର୍ଦ୍ଦଶୀରୁ ଆରମ୍ଭ ହେଲା ଦେବ ଦୀପାବଳି; ୩ଦିନ ଯାଏଁ ରୀତିନୀତିରେ ପାଳିତ ହେବ ଦେବ ଦୀପାବଳି

କନକ ବ୍ୟୁରୋ: ମାର୍ଗଶୀର ଚତୁର୍ଶଶୀ ଅର୍ଥାତ୍ ଗତକାଲିଠାରୁ ଶ୍ରୀମନ୍ଦିରରେ ତିନିଦିନିଆ ଦେବ ଦୀପାବଳି ଉତ୍ସବ ଆରମ୍ଭ ହୋଇଛି । ହିନ୍ଦୁ ଧର୍ମ ଅନୁସାରେ ଯେମିତି ସାଧାରଣ ଲୋକମାନେ କାର୍ତିକ ଅମାବାସ୍ୟା ତିଥିରେ ଦୀପାବଳି ଦିନ ନିଜ ପୂର୍ବପୁରୁଷଙ୍କ ଉର୍ଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣାଦି ଦୀପଦାନ କରିଥାନ୍ତି, ଠିକ୍ ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥ ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଲ ପ୍ରତିପଦା ତିଥିରେ ତିନିଦିନ ଧରି ପିତୃଗଣଙ୍କୁ ଶ୍ରାଦ୍ଧ ପ୍ରଦାନ ପୂର୍ବକ ଦୀପଦାନ କରିଥାନ୍ତି । ଏହି ତିନି ଦିନ ଶ୍ରୀଜଗନ୍ନାଥ ବାମନ ରୁପରେ ସତ୍ୟଯୁଗର ଅଦିତି ଓ କଶ୍ୟପ, ଶ୍ରୀରାମ ରୁପରେ ତ୍ରେତୟାଯୁଗର କୌଶଲ୍ୟା ଓ ଦଶରଥ ଓ ଶ୍ରୀକୃଷ୍ଣ ରୁପରେ ଦେବକୀ ଓ ବାସୁଦେବ ତଥା ଗୁଣ୍ଡିଚା ଓ ଇଦ୍ରଦ୍ୟୁମ୍ନଙ୍କ ଉର୍ଦ୍ଦେଶ୍ୟରେ ଶ୍ରାଦ୍ଧ ପ୍ରଦାନ ପୂର୍ବକ ଦୀପଦାନ କରିଥାନ୍ତି ।

ପ୍ରଥମଟି ଲୋକମାନେ ପିତୃପୁରୁଷଙ୍କ ଉଦେଶ୍ୟରେ ଦୀପ ଦାନ ଶ୍ରାଦ୍ଧ କଲାବେଳେ, ଦ୍ୱିତୀୟଟିର ମହାପ୍ରଭୁ ସ୍ୱୟଂ ପିତୃପୁରୁଷଙ୍କ ଉଦେଶ୍ୟରେ ଦୀପଦାନ କରିବାର ପରମ୍ପରା କେଉଁ ସ୍ମରଣାତୀତ କାଳରୁ ମନୁଷ୍ୟାଚିତ ଲୀଳା ପ୍ରଦର୍ଶନ ପୂର୍ବକ ନିଜ ପ୍ରିୟ ଭକ୍ତ ଗଣଙ୍କୁ ଦିବ୍ୟାନନ୍ଦ ପ୍ରଦାନ କରିଆସୁଛନ୍ତି । “ଦେବ ଦୀପାବଳି”ର ସୁ ଅବସରରେ ଆଜି ମହାପ୍ରଭୁଙ୍କ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ପ୍ରାତଃ ଘ.୬.୦୦ ରେ ସମ୍ପର୍ଣ୍ଣ ହୋଇ ଭିତର ଶୋଧ ସକାଳ ଘ.୬.୪୦ ରେ ହୋଇ ମଙ୍ଗଳ ଆଳତି ସକାଳ ଘ.୬.୪୫ ରେ ହୋଇ ମଇଲମ ଘ.୬.୫୦, ତଡପ ଲାଗି ସକାଳ ଘ.୭.୦୦,ଅବକାଶ ପୂଜାଠା ଘ. ୭.୧୫ ରେ ଆରମ୍ଭ ହୋଇ ଅବକାଶ ପୂଜା ଘ.୭.୨୫ ବଢି ଅବକାଶ ପୂଜା ଶେଷ ସକାଳ ଘ.୭.୪୦ ରେ ହେବାପରେ ମଇଲମ ଘ.୭.୫୦ ରେ ହୋଇ ,ରୋଷ ହୋମ ଘ.୮.୧୦, ସୂର୍ଯ୍ୟ ପୂଜା ଘ.୮.୪୦,ବେଶ ଶେଷ ଘ.୮.୪୫,ଦ୍ୱାରାପାଳ ପୂଜା ଘ.୮.୫୫ ପରେ ମହାପ୍ରଭୁଙ୍କ ଗୋପାଳ ବଲ୍ଲବ ପୂଜା ଘ.୯.୧୫ ରେ ଆରମ୍ଭ ହୋଇ ,ଗୋପାଳ ବଲ୍ଲବ ପୂଜା ଶେଷ ଘ.୯.୨୫ ରେ ସମ୍ପର୍ଣ୍ଣ ହୋବାପରେ ମହାପ୍ରଭୁଙ୍କ ସକାଳ ଧୂପ ଘ.୯.୫୦ ରେ ଡାକିଯାଇଥିଲେ, ସକାଳଧୂପ ଛେକ ଘ.୧୦.୧୦ ରେ ଆସି, ସକାଳଧୂପ ପୂଜା ଘ.୧୦.୧୫ ରେ ବସି , ଟେରା ଘ.୧୦.୫୦ ପଡି, ସକାଳଧୂପ ଶେଷ ଘ.୧୧.୧୦ ରେ ହୋଇଥିଲା ଏବଂ ପ୍ରସାଦ ବାହାରି ଘ.୧୧.୨୦ ରେ ପାଣି ପଡିବାପରେ,ମହାପ୍ରଭୁ ଙ୍କ ଭୋଗମଣ୍ଡପ ଘ.୧୧.୩୦ ରେ ଉଠିଥିଲା ଏହାପରେ ମହାପ୍ରଭୁଙ୍କ ମଇଲମ ଘ.୧୧.୩୦ ରେ ବଢି , ବେଶ ଶେଷ ଘ.୧୨.୦୫ ହୋଇଥିଲା, ଏହାପରେ ଭୋଗ ମଣ୍ଡପ ପୂଜା ଘ.୧୨.୪୫ ରେ ଆରମ୍ଭ ହୋଇ ଭୋଗମଣ୍ଡପ ଶେଷ ମଧ୍ୟାନ ଘ.୧୨.୫୫ ରେ ହୋଇ , ମହାପ୍ରଭୁଙ୍କ ମଧ୍ୟାନ ଧୂପ ଘ.୧.୧୫ ରେ ଡାକିଯାଇ, ଛେକ ଘ.୧.୨୫ ରେ ଆସି ମଧ୍ୟାନ ଧୂପ ପୂଜା ଘ.୧.୪୦ ରେ ବସି,ଟେରା ଘ.୨.୧୦ ରେ ପଡି ମଧ୍ୟାନ ଧୂପ ଶେଷ ଅପରାହ୍ନ ଘ.୨.୨୫ରେ ସରିଥିଲା ।

ଏହାପରେ ୨ୟ ଭୋଗ ମଣ୍ଡପ ଘ.୨.୪୦ ରେ ଉଠିଲାପରେ ଦକ୍ଷିଣି ଘର ଭୋଗ ଅନୁଷ୍ଟିତ ହୋଇ, ମହାପ୍ରଭୁଙ୍କ ମଇଲମ ପରେ ଶ୍ରୀ ବିଗ୍ରହମାନଙ୍କ ର “ଶ୍ରାଦ୍ଧ ବେଶ” ଘ.୫.୪୫ ରେ ଆରମ୍ଭ ହୋଇଥିଲା ,ପୁଷ୍ପାଳକ ସେବକ ମାନେ ଶ୍ରୀଜୀଉମାନଙ୍କୁ “କାଶୀ ଧଡ଼ିଆ” ବସ୍ତ୍ର ପରିଧାନ କରାଇଥିଲେ,ଏହି ବସ୍ତ୍ରର ରଙ୍ଗ ଶ୍ୱେତ ବର୍ଣ୍ଣ ଓ ଧଡିରେ ବଡ ବଡ କୁମ୍ଭ ପଡ଼ିଥିବାରୁ ମହାପ୍ରଭୁଙ୍କ ଏହି ବେଶ ରେ ଆକର୍ଷଣୀୟ ଲାଗୁଥିଲେ ସେଥିରେ ପୁଣି ବଡଠାକୁରଙ୍କର କଳା କୁମ୍ଭ, ମହାପ୍ରଭୁଙ୍କ ର ହଳଦିଆ କୁମ୍ଭ ଏବଂ ଦେବୀ ସୁଭଦ୍ରା ଙ୍କର ନାଲି କୁମ୍ଭ ପଡିଥିଲା । ଠାକୁର ମାନଙ୍କୁ ବସ୍ତ୍ର ପରିଧାନ କରାଇଲାପରେ ପୁଷ୍ପାଳକ ସେବକମାନେ ଶ୍ରୀଜୀଉମାନଙ୍କୁ ନଳି ଭୁଜ, କୁଣ୍ଡଳ, ଚନ୍ଦ୍ର ସୂର୍ଯ୍ୟ, ଆଡକାନି, ତଗଡ଼ି, ହରିଡା ମାଳି ପ୍ରଭୁତି ସୁବର୍ଣ୍ଣ ଅଳଙ୍କାରମାନ ପରିଧାନ କରାଇ “ଶ୍ରାଦ୍ଧ ବେଶ” ଶେଷ ସନ୍ଧ୍ୟା ଘ.୬.୩୫ରେ ସମ୍ପର୍ଣ୍ଣ କରିଥିଲେ ।

ଏହା ପରେ ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି ଘ.୬.୪୦ ମି. ରେ ଅନୁଷ୍ଟିତ ହୋଇଥିଲା ଏହାପରେ ମହାପ୍ରଭୁଙ୍କ ସନ୍ଧ୍ୟା ଧୂପ ଡାକିଯାଇ, ସନ୍ଧ୍ୟା ଧୂପ ଛେକ ଆସିବା ପରେ ସନ୍ଧ୍ୟା ଧୂପ ପୂଜା ବସିଥିଲା, ସନ୍ଧ୍ୟା ଧୂପ ଶେଷ ହୋଇ, ପ୍ରସାଦ ବାହାରି ପାଣି ପଡିବାପରେ ବିଧିମତେ ଜୟବିଜୟ ଦ୍ୱାର କୁ ପାଳିଆ ପଢ଼ିଆରୀ ବନ୍ଦ କରିଥିଲେ । ଏହାପରେ ଶ୍ରୀବିଗ୍ରହମାନଙ୍କ ପିତୃପୁରୁଷଙ୍କ ଉଦେଶ୍ୟରେ “ଦୀପ ଦାନ ଶ୍ରାଦ୍ଧ ନୀତି” ପାଇଁ ସୁଧାସୁଆର ସେବକଙ୍କ ଦ୍ୱାରା ଧୋପଖାଲ ହେବାପରେ (ପାଣି ପକାଇ – ପୋଛା ମରାଯିବା) ରତ୍ନସିଂହାସନ ତଳେ ଭଣ୍ଡାର ମେକାପଙ୍କ ଦ୍ୱାରା ଗୋଟିଏ ଚାଉଳ ଗଛ ପକାଯାଇଥିଲା,ମହାପ୍ରଭୁଙ୍କୁ ପ୍ରସାଦ ଲାଗି ପରେ ପାଳିଆ ମେକାପ ବଇଠା ମାନଙ୍କରେ ଘୃତପୂର୍ଣ୍ଣ କରି ଚାଉଳ ଗଛରେ ୨୮ ଟି ବତୀ ବସାଇଥିଲେ ।

ସେଥି ମଧ୍ୟରୁ ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରା ଙ୍କ ନିମନ୍ତେ ୯ ଗୋଟି କରି ୧୮ ଗୋଟି ଏବଂ ଶ୍ରୀଜଗନ୍ନାଥଙ୍କ ନିମନ୍ତେ ୧୦ ଗୋଟି ଦୀପ ବସାଯାଇଥିଲା ,ଏହାପରେ ତିନିଗୋଟି ସୁନା ଆଳତି ଲଗାଇବାପରେ, ଦୀପ ସଂସ୍କାର,ବନ୍ଦାପନା, ଏବଂ ମହାଦୀପ ଆଳତି କରିବାପାଇଁ ପୂଜାପଣ୍ଡା ସାମନ୍ତେ ଚାଉଳ ଗଛ ଓ ଦୀପ ମାନଙ୍କୁ ସଂସ୍କାର କରିଥିଲେ ।

ଏହାପରେ ପୂଜାପଣ୍ଡା ସାମନ୍ତେ, ପତି ମହାପାତ୍ରେ ଏବଂ ମୁଦିରାସ୍ତେ ସେବକ ବୃନ୍ଦ ରତ୍ନସିଂହାସନ କୁ ଉଠି ତିନିବାଡରେ ବନ୍ଦାପନା କରିଥିଲେ ଏହାପରେ ତିନୋଟି ମହା ଦୀପରେ ଶ୍ରୀବିଗ୍ରହମାନଙ୍କ ବନ୍ଦାପନା ହୋଇଥିଲା, ତତ୍ପରେ ତିନି ଜଣ ପୂଜାପଣ୍ଡା ସାମନ୍ତେ ମହାଦୀପ ଗୁଡିକୁ ହାତରେ ଧରି ଜୟବିଜୟ ଦ୍ୱାର ର ଭିତର ପାଖକୁ ଆସି ସେଠାରେ ଆସ୍ଥାନ ପ୍ରତିହାରୀ କରିଥିବା ଚାଉଳ ଗଛକୁ ପୂଜାପଣ୍ଡା ସାମନ୍ତେ ସଂସ୍କାର କରି ପାଣି ଛଡାଇ, ସେହି ମହାଦୀପ କଳସ ଗୁଡିକୁ ପାଳିଆ ଚୁନରାଙ୍କୁ ଦେଇଥିଲେ ।

ପାଳିଆ ଚୂନରା ସେବକ ବଡ ଓଡ଼ିଆ ମଠ ଏବଂ ରାଜା ସୁପରିଟେଣ୍ଡେଣ୍ଟଟ ଠାରୁ ଆସିଥିବା ତେଲ,ଘିଅ ନେଇ ଶ୍ରୀମନ୍ଦିର ଉପର ତିନି ଦେଉଳ ଅଁଳା ବେଢାରେ ଦୀପମାନ ଜାଳିଥିଲେ ଓ ଚନ୍ଦ୍ରଉଦିଆ ଜାଳି ରାଜାଙ୍କୁ ଆଶୀର୍ବାଦ ପୂର୍ବକ “ଗଜପତି – ମହାରାଜାଙ୍କୁ ମହାପ୍ରଭୁ ଶଙ୍ଖେ ପୁରାଇ ଚକ୍ରେ ଆଢୁଆଳ କରନ୍ତୁ” ବୋଲି କହି (ଠିକ ଏକାଦଶୀ ନୀତି ପରି) ଏବଂ ହରିବୋଲ ଡାକଡେଇ “ଦେବ ଦୀପାବଳୀ” ନୀତି ସମ୍ପର୍ଣ୍ଣ କରି ଶ୍ରୀମନ୍ଦିର ଚୂଡ଼ାରୁ ଓଲାହିଥିଲେ । ଏହାପରେ ମହାପ୍ରଭୁଙ୍କ ମଇଲମ ହୋଇ ଚନ୍ଦନ ଲାଗି ପରେ ବଡ଼ସିଂହାର ବେଶ,ବଡ଼ସିଂହାର ଭୋଗ ଏବଂ ମହାପ୍ରଭୁଙ୍କ ରାତ୍ର ପହୁଡ଼ ହେବ।

from Kanak News
via <a href="https://ifttt.com/?

ଫେସବୁକରେ ବର୍ଷା ପ୍ରିୟଦର୍ଶନୀଙ୍କୁ ଟାର୍ଗେଟ କଲେ ଅନୁଭବଙ୍କ ବାନ୍ଧବୀ ଜାଗ୍ରତି ଶୁକ୍ଳା : ଲେଖିଲେ, ସୋସିଆଲ ମିଡିଆରେ ଆପତିଜନକ ଭାବେ ତାଙ୍କୁ ଟ୍ରୋଲ କରୁଛନ୍ତି ବର୍ଷାଙ୍କ ପ୍ରଶଂସକ

କନକ ବ୍ୟୁରୋ : ସାଂସଦ ଅନୁଭବ ମହାନ୍ତି ବାନ୍ଧବୀ ଜାଗ୍ରତି ଶୁକ୍ଳା ଫେସବୁକ୍ ଏକ ପୋଷ୍ଟ ଅପଲୋଡ କରି ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟାର୍ଗେଟ କରିଛନ୍ତି । ଜାଗ୍ରତି ଲେଖିଛନ୍ତି, ସେ ଅନୁଭବଙ୍କ ଜଣେ ବନ୍ଧୁ ଏବଂ ଅନୁଭବଙ୍କ ସହ ତାଙ୍କର ବୃତ୍ତିଗତ ସମ୍ପର୍କ ରହିଛି । ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଉଥିବା ନେଇ ସେ ଏହି ଲେଖା ଲେଖିଛନ୍ତି । ସୋସିଆଲ ମିଡିଆରେ ତାଙ୍କୁ ନିନ୍ଦା ଜନକ , ଆପତିଜନକ ଓ ଅଶାଳିନ ଭାବରେ ଟ୍ରୋଲ କରାଯାଉଛି । ସେଥିପାଇଁ ସେ ଏହି ପୋଷ୍ଟ କରିଛନ୍ତି ବୋଲି ଲେଖିଛନ୍ତି ।

ସୋସିଆଲ ମିଡିଆରେ ସମାଲୋଚନା ବା କୁତ୍ସାରଟନାକୁ ଟ୍ରୋଲ ବୋଲି କୁହାଯାଏ । ତାଙ୍କୁ ଏଭଳି ଟ୍ରୋଲ କରିବା ପଛରେ ବର୍ଷାଙ୍କ ପ୍ରଶଂସକ ଅଛନ୍ତି ବୋଲି ସେ ସିଧାସଳଖ ଆରୋପ ଆଣିଛନ୍ତି । ଏବଂ ସେମାନେ ତାଙ୍କର ଚରିତ୍ର ସଂହାର କରୁଛନ୍ତି ବୋଲି ଲେଖିଛନ୍ତି । ଏଥିପାଇଁ ସେ ପୁଲିସରେ ଅଭିଯୋଗ କରିବେ ଏବଂ ଏହା ପଛରେ କିଏ ଅଛି ତାହା ବାହାର କରିବା ପାଇଁ ଚେଷ୍ଟା କରିବେ । ଜାଣିଶୁଣି ସଂଗଠିତ ଭାବରେ ଏସବୁ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର, ଓଡିଶାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ଜାତୀୟ ମହିଳା କମିଶନ ଏବିଷୟରେ ଅନୁସନ୍ଧାନ କରିବା ଦରକାର ବୋଲି ସେ ଲେଖିଛନ୍ତି ।

ବର୍ଷା କିମ୍ବା ଯିଏ ବି ହୁଅନ୍ତୁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି । ଜାଗ୍ରତି ଲୋକସଭା ଟିଭିରେ ଉପସ୍ଥାପିକା ଅଛନ୍ତି । କିଛି ଦିନ ପୂର୍ବରୁ ଅନୁଭବ ମହାନ୍ତି ଜାଗ୍ରତିଙ୍କ ସହ ଏକ ଫଟୋ ଅପଲୋଡ କରିଥିଲେ । ଫଟୋରେ ତାଙ୍କ ଓକିଲ ମଧ୍ୟ ଥିଲେ । ଏଥିରେ ଜାଗ୍ରତି ତାଙ୍କର ଭଲ ବନ୍ଧୁ ବୋଲି ଲେଖିଥିଲେ ଅନୁଭବ । ଏବେ ପତ୍ନୀ ବର୍ଷାଙ୍କ ସହ ତାଙ୍କର ବିବାଦ ଚାଲିଥିବା ଓ କୋର୍ଟରେ ବିବାହ ବିଛେଦ ନେଇ ମାମଲା ଚାଲିଥିବାରୁ ଜାଗ୍ରତିଙ୍କ ସହ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି ।

from Kanak News
via <a href="https://ifttt.com/?

କଳାହାଣ୍ଡି କୋକସରା କେନ୍ଦୁଗୁଡା ବସ୍ ଦୁର୍ଘଟଣା: ୨୦ ଯାତ୍ରୀ ଆହତ,୭ ଜଣ ଗୁରୁତରଙ୍କୁ ଭବାନୀପାଟଣା ହସ୍ପିଟାଲକୁ ସ୍ଥାନାନ୍ତର

କନକ ବ୍ୟୁରୋ: ଶ୍ରମିକଙ୍କୁ ନେଇ ହାଇଦ୍ରାବାଦ ଯାଉଥିବାବେଳେ ଓଲଟିଲା ବସ୍ । ଦୁର୍ଘଟଣାରେ ୩୦ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ କୋକସରା ହସ୍ପିଟାଲରେ ଭର୍ତି କରାଯାଇଥିଲା । ସାମାନ୍ୟ ଆହତ ହୋଇଥିବା ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି ଓ ଗୁରୁତର ଥିବା ୭ ଜଣ ଯାତ୍ରୀଙ୍କୁ ଭବାନୀପାଟଣା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । କଳାହାଣ୍ଡି ଜିଲ୍ଲା କୋକସରା ବଡ କେନ୍ଦୁଗୁଡା ବିଜୁ ଏକ୍ସପ୍ରେସ ନିକଟରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ଗୁପ୍ତା ନାମକ ଏକ ଘରୋଇ ବସ୍ ଧର୍ମଗଡରୁ ହାଇଦ୍ରାବାଦକୁ ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ।

ସୂଚନା ଅନୁସାରେ, ଛତିଶଗଡ଼ ରାଜ୍ୟ ଦେଭୋଗରୁ ହାଇଦ୍ରାବାଦକୁ ଯାଉଥିବା ଗୁପ୍ତା ନାମକ ଏକ ଘରୋଇ ବସ (ସିଜି ୧୭ ଏଫ୍‌ ୮୭୧୯) ରବିବାର ସନ୍ଧ୍ୟାରେ କୋକସରା ବ୍ଲକ୍‌ ବଡ଼କେନ୍ଦୁଗୁଡ଼ା ନିକଟରେ ଦୁର୍ଘଟଣାଗ୍ରସ୍ତ ‌ହୋଇଛି। ଏଥିରେ ଥିବା ୫୦ରୁ ଅଧିକ ଯାତ୍ରୀଙ୍କ ମଧ୍ୟରୁ ୧୯ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରତର ଥିବା ସୂଚନା ମିଳିଛି। ଖବର ପାଇ ଆମପାଣି ଥାନା ପୁଲିସ ଓ ଆମ୍ବୁଲାନ୍ସ ପହଂଚି ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କୋକସରା ଡାକ୍ତରଖାନାକୁ ଆଣିଥିଲେ।

ସମସ୍ତ ଆହତଙ୍କୁ କୋକସରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତରମାନଙ୍କୁ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବସ୍‌ରେ କଳାହାଣ୍ଡି ଓ ଛତିଶଗଡ଼ରୁ ହାଇଦ୍ରାବାଦକୁ ପ୍ରତିଦିନ ଦାଦନ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଆସୁଛି। ଆଜିର ଦୁର୍ଘଟଣା ପରେ କୋକସରା ତହସିଲଦାର ମନୋଜ ପାଢ଼ୀ, ଧର୍ମଗଡ ଏସ୍‌ଡପିଓ ନାରାୟଣ ନାୟକ, ଧର୍ମଗଡ଼ ଉପଜିଲ୍ଲାପାଳ ଦିବାକର ଟି.ଏସ୍‌. ପହଞ୍ଚି ଅନୁଧ୍ୟାନ କରୁଛନ୍ତି। ଅନ୍ୟପକ୍ଷରେ ୧୫ ଜଣ ବସ୍ ଯାତ୍ରୀଙ୍କୁ କେନ୍ଦୁଗୁଡ଼ା ସ୍କୁଲରେ ରଖାଯାଇଛି।

from Kanak News
via <a href="https://ifttt.com/?

ଜଗା ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତୁତି ଆରମ୍ଭ: ୨୩ରେ ପୁରୀବାସୀ, ଜାନୁଆରୀ ୩ରୁ ସର୍ବସାଧାରଣଙ୍କ ପାଇଁ ଫିଟିବ ସିଂହଦ୍ୱାର

କନକ ବ୍ୟୁରୋ: ଦୀର୍ଘ ୯ ମାସ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବାକୁ ଯାଉଛି ଶ୍ରୀମନ୍ଦିର ସିଂହଦ୍ୱାର । ଛତିଶାନିଯୋଗ ବୈଠକରେ ପ୍ରଶାସନର ଏହି ନିଷ୍ପତି ପରେ ଜଗନ୍ନାଥ ପ୍ରେମିମାନେ ଖୁସୀ ଜାହିର କରିବା ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାକୁଳ ହୋଇ ଉଠିଛନ୍ତି । ଏହାକୁ ନଜରରେ ରଖି ପ୍ରସ୍ତୁତି ଆରମ୍ଭ କରିଛି ପ୍ରଶାସନ । ମହାପ୍ରଭୁଙ୍କ ଦର୍ଶନ କରିବାକୁ ଯିବା ସମୟରେ ଶ୍ରଦ୍ଧାଳୁମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରୁଛି ପ୍ରଶାସନ । ବଡଦାଣ୍ଡରେ ସେଡ ଲଗାଇବା ସହ ବ୍ୟାରିକେଡିଂ କାମ ଜୋରସୋରରେ ଆଗେଇ ଚାଲିଛି । ସେହିପରି ପରିବେଶକୁ ସବୁଜିମାମୟ କରାଯାଉଛି ।

ଜଗା ଦର୍ଶନ ପାଇଁ କୋଟି କୋଟି ଭକ୍ତ ଚାହିଁ ରହିଥିବା ବେଳେ ଦର୍ଶନ ପାଇଁ ମନ୍ଦିର ପ୍ରବେଶକୁ ନେଇ ପ୍ରଶାସନ ପକ୍ଷରୁ ରଖାଯାଇଥିବା ସର୍ତ ଶ୍ରଦ୍ଧାଳୁଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ପ୍ରଶାସନ ପକ୍ଷରୁ କୁହାଯାଇଛି ମନ୍ଦିର ଭିତରକୁ ପ୍ରବେଶ ପୂର୍ବରୁ ୪୮ ଘଂଟା ମଧ୍ୟର କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡିବ । ନଚେତ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ । ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀବାସୀଙ୍କ ପାଇଁ ୨୩ ତାରିଖରୁ ଶ୍ରୀମନ୍ଦିର ଖୋଲୁଥିବା ବେଳେ ଜାନୁୟାରୀ ୩ ତାରିଖରେ ସମସ୍ତଙ୍କ ପାଇଁ ମନ୍ଦିର ଖୋଲିବ । ଆଉ ଏସବୁ ଭିତରେ ରାଜ୍ୟର ଅନ୍ୟ ପ୍ରମୁଖ ମନ୍ଦିର ଗୁଡ଼ିକ କେବେ ଖୋଲିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

from Kanak News
via <a href="https://ifttt.com/?

ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆଜି ଚାଷୀଙ୍କ ଉପବାସ ପ୍ରତିବାଦ; ଦିଲ୍ଲୀ ସୀମାରେ ଛକି ରହିଛନ୍ତି ଚାଷୀ, ଦେଶବ୍ୟାପୀ ବିକ୍ଷୋଭ ପାଇଁ ଡାକରା

କନକ ବ୍ୟୁରୋ: ଦିଲ୍ଲୀରେ ତେଜୁଛି ଚାଷୀ ଆନ୍ଦୋଳନ । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆଜି ଚାଷୀଙ୍କ ଅନଶନର ଡାକରା ଦେଇଛନ୍ତି । ଆଜି ଦିଲ୍ଲୀରେ ଚାଷୀମାନେ ଉପବାସ ପ୍ରତିବାଦ କରିବେ । ଦିନ ସାରା ନଖାଇ କୃଷି ଆଇନ ବିରୋଧରେ ଆନ୍ଦୋଳନ କରିବେ । ନୂଆ କୃଷି ଆଇନ ପ୍ରତ୍ୟାହାର ପାଇଁ ମୋଦୀ ସରକାରଙ୍କ ଉପରେ ଚାଷ ପକାଇବାକୁ ଆଜି ଦେଶବ୍ୟାପୀ ଜିଲ୍ଲାସ୍ତରୀୟ ପ୍ରତିବାଦ ଡାକରା ଦେଇଛନ୍ତି ଚାଷୀ ସଂଗଠନ । କେବଳ ସେତିକି ନୁହେଁ, ଦିନିକିଆ ଉପବାସ ରହିବାକୁ ମଧ୍ୟ ଆହ୍ୱାନ ଦିଆଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଚାଷୀଙ୍କ ଦାବି ପ୍ରତି ସମର୍ଥନ ଜଣାଇ ଉପବାସ ରହିବେ ବୋଲି କହିଛନ୍ତି । ଦିନକୁ ଦିନ ଆନ୍ଦୋଳନ ଅଧିକ ତେଜୁଥିବାରୁ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଯାଇଛି । ଏହାରି ଭିତରେ ଗତକାଲି ଅମିତ ଶାହାଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ସୋମ ପ୍ରକାଶ ।

ଗତକାଲି ଦିଲ୍ଲୀ-ଜୟପୁର ରାଜପଥକୁ ପ୍ରାୟ ତିନି ଘଂଟା ଧରି ଅବରୋଧ କରିଥିଲେ ଚାଷୀ । ରାଜସ୍ଥାନରୁ ଟ୍ରାକ୍ଟର ରାଲି କରି ଆନ୍ଦୋଳନ ସ୍ଥଳ ଅଭିମୁଖେ ଆସିଥିଲେ ହଜାରେ ପାଖାପାଖି ଚାଷୀ । ଦିଲ୍ଲୀ ପହଁଚିବା ପୂର୍ବରୁ ସେମାନଙ୍କୁ ହରିଆଣା ସୀମାରେ ଅଟକାଇଛି ପୋଲିସ । ସେପଟେ ଚାଷୀଙ୍କ ଧାରଣା ଯୋଗୁଁ ଡିସେମ୍ବର ପହିଲାରୁ ବନ୍ଦ ପଡିଥିବା ନୋଇଡ଼ା – ଦିଲ୍ଲୀ ରାସ୍ତାରେ ଟ୍ରାଫିକ ସ୍ୱାଭାବିକ ହୋଇଛି । କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଆଲୋଚନା ପରେ ଏହି ରାସ୍ତାକୁ ଖାଲି କରିଛନ୍ତି ଆନ୍ଦୋଳନକାରୀ । ନା ପଛକୁ ଘୁଂଚୁଛନ୍ତି ମୋଦୀ ସରକାର, ନା ଦାବିରୁ ଓହରୁଛନ୍ତି ଚାଷୀ ସଂଗଠନ ।

୫ ପର୍ଯ୍ୟାୟ କୃଷିମନ୍ତ୍ରୀଙ୍କ ସହ ଆଲୋଚନା ଫେଲ ମାରିଥିବା ବେଳେ ଗୃହମନ୍ତ୍ରୀ ଅମିିତ ଶାହା ବି ଚାଷୀଙ୍କୁ ବୁଝାଇବାରେ ବିଫଳ ହୋଇଛନ୍ତି । ଏମଏସପି ହଟିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ଲିଖିତ ପ୍ରତିଶ୍ରୁତି ବି ପ୍ରଭାବ ପକାଇ ପାରିନାହିଁ ଚାଷୀ ଆନ୍ଦୋଳନ ଉପରେ । ସେମାନଙ୍କ ଗୋଟିଏ ଜିଦ୍, ନୂଆ କୃଷି ଆଇନକୁ ପ୍ରତ୍ୟାହାର କର । ଦିଲ୍ଲୀ ସିଂଘୁ ସୀମାରେ ହଜାର ହଜାର ଚାଷୀ ଡେରା ପକାଇ ରହିଥିବା ବେଳେ ପ୍ରତିଦିନ ସେମାନଙ୍କ ସହ ଯୋଡି ହେଉଛନ୍ତି ଅନ୍ୟର ବିଭିନ୍ନ ଅଂଚଳରୁ ଆସୁଥିବା ଚାଷୀ । ସୋମବାର ଦିନ ଉପବାସ ରହି କୃଷି ଆଇନର ପ୍ରତିବାଦ କରିବେ ଚାଷୀ ।

ଏପଟେ, ଦିଲ୍ଲୀରେ ଚାଲିଥିବା କୃଷି ଆନ୍ଦୋଳନକୁ ନେଇ ଓଡିଶାରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । କଂଗ୍ରେସ କହିଛି ଚାଷୀଙ୍କୁ ବିଜେପି-ବିଜେଡି ମିଛ ଆଶ୍ୱାସନା ଦେଉଛନ୍ତି । ବିଜେଡି କହିଛି, ଚାଷୀଙ୍କ ସପକ୍ଷରେ ବିଜେଡି ସବୁବେଳେ ରହିଛି । ବିଜେପି କହିଛି, ବିରୋଧୀ କୃଷି ଆଇନ ନେଇ ଲୋକଙ୍କୁ ଭ୍ରମିତ କରୁଛନ୍ତି ।

from Kanak News
via <a href="https://ifttt.com/?

ଅମଳ ପରେ ବିକ୍ରି ହୋଇପାରୁନି କପା । ଚିନ୍ତାରେ କଳାହାଣ୍ଡି ଗୋଲମୁଣ୍ଡା ବ୍ଲକର ଚାଷୀ । ଆବଶ୍ୟକୀୟ ମଣ୍ଡିର ବ୍ୟବସ୍ଥା ନଥିବାର ଦଲାଲଙ୍କ ଶୋଷଣର ଶିକାର ହେଉଥିବା ଅଭିଯୋଗ

କନକ ବ୍ୟୁରୋ : ଚଳିତ ବର୍ଷ ସଠିକ ପରିମାଣରେ ବର୍ଷ ହୋଇଥିବାରୁ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ପ୍ରଚୁର ପରିମାଣରେ କପା ଫସଲ ହୋଇଛି । ଧଳା ସୁନା ଭାବେ ପରିଚିତ କପା ଗଛରେ ଫୁଟି ଗଛ ସବୁ ଧଳା ରଙ୍ଗରେ ରଙ୍ଗେଇ ହୋଇଛି । ବର୍ତ୍ତମାନ କପା ଅମଳ ହୋଇସାରିଲାଣି । ଉକ୍ତ ବ୍ଲକର ଚାଷୀ ଲଗାତାର ବିଗତ ବର୍ଷରେ ଧାନ ଫସଲରେ ମରୁଡିର ସମ୍ମୁଖୀନ ହେଉଥିବାରୁ କପା ଚାଷ ପ୍ରତି ଆକୃଷ୍ଟ ହୋଇ ବହୁଳ ପରିମାଣର କପା ଚାଷ କରୁଥିଲେ ମଧ୍ୟ କପାର ଉଚିତ ମୁଲ୍ୟ ମିଳୁନଥିବା ଚାଷୀ ଅଭିଯୋଗ କରିଛି ।

ଚଳିତ ବର୍ଷ ଭଲ ବର୍ଷା ଫଳରେ କଳାହାଣ୍ଡିର ଗୋଲାମୁଣ୍ଡା ଅଂଚଳରେ ଭଲ କପା ଚାଷ ହୋଇଛି । ଦୁଇ ପଇସା ରୋଜଗାର ହେବ ବୋଲି ଚାଷୀ ଆଶା ରଖିଛି । କିନ୍ତୁ କପା କିଣିବା ପାଇଁ ଆବଶ୍ୟକୀୟ ମଣ୍ଡି ବ୍ୟବସ୍ଥା ନାହିଁ । ବ୍ଲକରେ ଉଛୁଲା ଠାରେ କେବଳ ଗୋଟିଏ ମଣ୍ଡି ଥିବା ବେଳେ ଏଠାକୁ ଦୂରଦୂରାନ୍ତରୁ ଚାଷୀ ଆସି କପା ବିକିବା ସମ୍ଭବ ହେଉ ନାହିଁ ।

ଘର ଠାରୁ ୭୦ କିଲୋମିଟର ଦୂରରେ ମଣ୍ଡି ଥିବାରୁ ଚାଷୀଙ୍କ ଘରେ ପଡି ରହି ନଷ୍ଟ ହେଉଛି କପା । ତେଣୁ ବାଧ୍ୟ ହୋଇ କପାର ସରକାରୀ ସର୍ବନିମ୍ନ ସହାୟକ ମୂଲ୍ୟ ଟଙ୍କା ଠାରୁ କମ୍ ଦରରେ ଦଲାଲ ହାତରେ ଧଳା ସୁନାକୁ ଟେକି ଦେଉଛନ୍ତି ଚାଷୀ । ସରକାରୀ ଦର ୫୮୨୫ ଟଙ୍କା ଥିବା ବେଳେ ୪୦୦୦ରୁ କମ୍ ଦରରେ ବିକୁଛନ୍ତି ଚାଷୀ ।

ଧାନ ଚାଷରେ ଲଗାତର ମରୁଡି ସମସ୍ୟା ପଡୁଥିବା ଚାଷୀ କପା ଚାଷ କରି ଲାଭବାନ ହେବାର ଆଶା ରଖିଥିଲେ । ହେଲେ ମଣ୍ଡି ବ୍ୟବସ୍ଥା ନଥିବାରୁ ଚାଷୀଙ୍କ ଆଶା ଧୂଳିସାତ ହୋଇଛି ।

from Kanak News
via <a href="https://ifttt.com/?

ରାଜ୍ୟ ପାଇଁ ଭଲ ଖବର । ସୁସ୍ଥ ହେଲେ ଆଉ ୩୮୬ ଆକ୍ରାନ୍ତ । ଏହାସହ ୩ ଲକ୍ଷ ୧୯ ହଜାର ୬୯ରେ ପହଞ୍ଚି ସୁସ୍ଥ ସଂଖ୍ୟା

କନକ ବ୍ୟୁରୋ : କରୋନା କାୟା ମଧ୍ୟରେ ଆସିଛି ଭଲ ଖବର । ଆଜି ପୁଣି ରାଜ୍ୟରେ ଆଉ ୩୮୬ ଜଣ ସୁସ୍ଥ ହୋଇଛନ୍ତି । ଏହାସହ ରାଜ୍ୟରେ ମୋଟ ୩ ଲକ୍ଷ ୧୯ ହଜାର ୬୯ରେ ପହଞ୍ଚିଛି ସୁସ୍ଥ ସଂଖ୍ୟା । ଏହି ସଂଖ୍ୟା କରୋନା ଭୂତାଣୁ ମଧ୍ୟରେ ଲୋକଙ୍କୁ ଆଶ୍ୱସ୍ତି ଦେଇଛି ।

ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରେ ସୁନ୍ଦରଗଡରୁ ୫୭, ଖୋର୍ଦ୍ଧାରୁ ୫୩, ଅନୁଗୁଳ ୨୭, ବଲାଙ୍ଗିର ଓ ମୟୂରଭଞ୍ଜରେ ୨୩ ଜଣ ଲେଖାଏଁ, କଟକ ଓ ନୂଆପଡାରୁ ୧୮ ଜଣ ଲେଖାଏଁ, ବାଲେଶ୍ୱରରୁ ୧୬, ଜଗତସିଂହପୁର ଓ କେନ୍ଦୁଝରରୁ ୧୫ ଜଣ ଲେଖାଏଁ, ପୁରୀରୁ ୧୩, ଯାଜପୁରରୁ ୧୨, ବରଗଡରୁ ୧୧, କୋରାପୁଟରୁ ୧୦, ଭଦ୍ରକ ଓ ଗଞ୍ଜାମରୁ ୯ ଜଣ ଲେଖାଏଁ, ସମ୍ବଲପୁରରୁ ୮ ସୁସ୍ଥ ହୋଇଛନ୍ତି ।

ସେହିପରି କଳାହାଣ୍ଡି, କେନ୍ଦ୍ରାପଡାରୁ ୭ ଜଣ ଲେଖାଏଁ, ଢେଙ୍କାନାଳରୁ ୬, ଝାରସୁଗୁଡା ଓ ନୟାଗଡରୁ ୪ ଜଣ ଲେଖାଏଁ, ବୌଦ୍ଧରୁ ୩ ଜଣ, ଦେବଗଡ, ଗଜପତି ଓ ରାୟଗଡାରୁ ୨ ଜଣ ଲେଖାଏଁ, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର ଓ ସୋନପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

from Kanak News
via <a href="https://ifttt.com/?

ପ୍ରକୃତି ଦେଇଛି ରୋଜଗାର । ପାହାଡ ଉପରୁ ସଂଗ୍ରହ କରୁଛନ୍ତି ଘାସ, ତିଆରି କରୁଛନ୍ତି ଝାଡୁ । କୁଚିଣ୍ଡା ଅଂଚଳରେ ସ୍ୱାବଲମ୍ବୀ ହୋଇଛନ୍ତି ଲୋକେ ।

କନକ ବ୍ୟୁରୋ : ଅନେକ ସମୟରେ ପ୍ରାକୃତିକ ତଥା ଜଙ୍ଗଲଜାତ ଦ୍ରବ୍ୟ ମଣିଷଙ୍କୁ ରୋଜଗାରର ମାଧ୍ୟମ ଦେଇଥାଏ । ଗଛ,ଲତା ଠାରୁ ଆରମ୍ଭ କରି ପତ୍ର ,ଫୁଲ , ଫଳ , ଚେର ପର୍ଯ୍ୟନ୍ତ ଅନେକ କିଛି ଜଙ୍ଗଲଜାତ ଦ୍ରବ୍ୟ ପ୍ରତ୍ୟକ୍ଷ ହେଉ କିମ୍ବା ପରୋକ୍ଷରେ ମଣିଷର ରୋଜଗାର ପାଇଁ ଖୋରାକ ଯୋଗାଇଥାଏ । ତେଣୁ ତାକୁ ସଂଗ୍ରହ କରି ଅନେକ ଗରୀବ ଲୋକ ନିଜର ଗୁଜୁରାଣ ମେଂଟାଇ ଥାଆନ୍ତି ।

ଓଡିଶାର ଅନେକ ଯାଗାରେ ଝାଡୁ ଗଛ ସଂଗ୍ରହ କରି ବିକ୍ରି କରୁଥିବା ବେଳେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର ଅନେକ ପରିବାର ପାଖ ଜଙ୍ଗଲ ଏବଂ ଜମି ହିଡରୁ ଏହି ଝାଡୁ ଗଛ ସଂଗ୍ରହକରି ତାକୁ ବିକି ନିଜେ ବର୍ତମାନ ସମୟରେ ହୋଇପାରିଛନ୍ତି ସ୍ୱାବଲମ୍ବୀ ଆଉ ତାକୁ ନେବାପାଇଁ ସୁଦୁର ଆନ୍ଧ୍ରରୁ ବେପାରୀ ଆସି ଗାଁ ଗାଁରେ ଡେରାପକାଇ ଶାଗମାଛ ଦରରେ ନେଉଛନ୍ତି ଏହି ଝାଡୁ ।

ଆଦିବାସୀ ଅଧ୍ୟୁଷିତ କୁଚିଣ୍ଡା ଅଂଚଳ ବଣ ପାହାଡ ଘେରା ହୋଇଥିବା ବେଳେ ଏହାର ପାଦ ଦେଶରେ ବସବାସ କରୁଥିବା ଅନେକ ପରିବାର ମୁଖ୍ୟତଃ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରି ଚଳନ୍ତି । ସେଥିମଧ୍ୟରୁ ବର୍ତମାନ ସମୟରେ ଝାଡୁ ଗଛ ସଂଗ୍ରହ କରି ଏହାକୁ ବିକ୍ରି କରି ପରିବାର ଚଳାଉଥିବା ବେଳେ ଆନ୍ଧ୍ରର ବ୍ୟବସାୟୀ କବଳରୁ ବାହାରିପାରୁ ନାହାଁନ୍ତି ଏହି ସଂଗ୍ରହକାରୀ ।

ପରିଶ୍ରମକୁ ଦେଖିଲେ ସେମାନଙ୍କୁ ଉଚିତ ପାରିଶ୍ରମିକ ଦେଉନାହାଁନ୍ତି ବ୍ୟବସାୟୀ । ଗାଁ ଗାଁରେ ସେମାନଙ୍କ ଏଜେଟଂ ଡେରାପକାଇ ବହୁ କମ ଦରରେ ନେଇଯାଉଛନ୍ତି । ବର୍ତମାନ ସମୟରେ ଟ୍ରକ ଟ୍ରକ ମାଲ ସଂଗ୍ରହ କରି ଆନ୍ଧ୍ର କୁ ପଠାଇ ବେଶ ମୁନାଫା କରୁଛନ୍ତି ଏଠିକାର ଦଲାଲ ଓ ଏଜେଂଟ ।

ଋାଜ୍ୟ ଏବଂ ରାଜ୍ୟ ବାହାରୁ ଅନେକ ବ୍ୟବସାୟୀ ଆସି ଏହି ଗାଁରୁ ଟ୍ରକଟ୍ରକ ଝାଡୁ ସଂଗ୍ରହ କରି କମ ଦାମରେ କିଣିନେଇ ତାକୁ ଆନ୍ଧ୍ରପ୍ରଦେଶ , ହରିୟାନା , ତେଲେଙ୍ଗାନା ଭଳି ବାହାର ରାଜ୍ୟକୁ ପଠାଇ ଅଧିକ ଲାଭବାନ ହେଉଥିବା ବେଳେ ସରକାରଙ୍କ ତରଫରୁ ସିଧାସଳଖ ଏହି ଗାଁରୁ ଝାଡୁ କିଣିବାର ବ୍ୟବସ୍ଥା କରାଗଲେ ମହିଳା ମାନେ ଅଧିକ ଦୁଇପଇସା ରୋଜଗାର କରିପାରନ୍ତେ ।

ଏହିସବୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ପାଇଁ କୁଚିଣ୍ଡା ସମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ମଧ୍ୟ ଏହାର ସୁବିଧା କରାଯାଇଛି । ହେଲେ ପ୍ରଚାର ଓ ପ୍ରସାର ଅଭାବ ଓ ବିକ୍ରିର ବ୍ୟବସ୍ଥା ଜାଣି ନପାରିବାରୁ ବାଧ୍ୟ ହୋଇ ଦଲାଲର ଶିକାର ହେଉଛନ୍ତି ସଂଗ୍ରହକାରୀ । ତେବେ ସେମାନଙ୍କ ଦ୍ରବ୍ୟ କିପରି ଦଲାଲ ମୁକ୍ତ ହୋଇ ସୁଲଭ ମୁଲ୍ୟରେ ସରକାରଙ୍କୁ ବିକ୍ରି କରିପାରିବେ ସେ ଦିଗରେ ଧ୍ୟାନ ଦେବା ପାଇଁ କହିଛନ୍ତି ପ୍ରକଳ୍ପ ନିର୍ଦ୍ଧେଶକ ।

ଆନ୍ଧ୍ର ହେଉ କି ତେଲେଙ୍ଗାନା ଏବେର ସମୟରେ ଏହି ଅଂଚଳର ଅନେକ ପରିବାରକୁ ସ୍ୱାବଲମ୍ବୀ କରାଇ ଜୀବନ ଜୀଇଁବାର ରାହା ଦେଖାଇଛି ଝାଡୁ ।

from Kanak News
via <a href="https://ifttt.com/?

ଆଦିବାସୀଙ୍କ ମହୁଚାଷ । ଆଧୁନିକ ପ୍ରଣାଳୀରେ ଚାଷ କରି ସ୍ୱାବଲମ୍ବୀ ହେଉଛନ୍ତି ଗଜପତି ତୁମ୍ବ ଗାଁର ଲୋକେ । ତିତିଲି ବାତ୍ୟା ପରେ ନଷ୍ଟ ଭିତିଭୂମି ସଜାଡିବାକୁ ସରକାରଙ୍କୁ ଅନୁରୋଧ 

କନକ ବ୍ୟୁରୋ : ରୋଜଗାର ଦେଇଛି ମହୁଚାଷ । ମହୁଚାଷ କରି ଳାଭବାନ ହେଉଛନ୍ତି ଗଜପତି ଜିଲ୍ଲାର ଆଦିବାସୀ । ଆଧୁନିକ ପ୍ରଣାଳୀରେ ବାଡି ବଗିଚାରେ ଅତି ସହଜରେ ମହୁ ସଂଗ୍ରହ ହୋଇପାରୁଥିବାରୁ ଏହି ଚାଷ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି । ଗଜପତି ଜିଲ୍ଲା କଇଁପୁର ପଂଚାୟତର ତୁମ୍ବ ଗ୍ରାମରୁ ଦେଖିବା ଏହି ରିପୋର୍ଟ ।

ଗଜପତି ଜିଲ୍ଲାର ଆଦିବାସୀ ଇଲାକାରେ ଆଧୁନିକ ପ୍ରଣାଳୀରେ ଚାଷ ହେଉଛି ମହୁ । ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଗ୍ରାମବିକାଶ’ର ପ୍ରୋତ୍ସାହନରେ କଇଁପୁର ଅଞ୍ଚଳରେ ଆରମ୍ଭ ହୋଇଥିଲା ମହୁଚାଷ । ତୁମ୍ବ, ଜଡା, ତିତିଲି, ଲାଣ୍ଡୁସାହି  ଆଦି ଗ୍ରାମର ଶତାଧିକ ପରିବାର ମହୁଚାଷ ପ୍ରତି ମନ ବଳାଇଥିଲେ । ସମନ୍ୱିତ ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ତାଲିମ ନେବା ପରେ ଆଗ୍ରହୀ ଚାଷୀଙ୍କୁ ମହୁମାଛି ଘର ସହ ରାଣୀ ମହୁମାଛି ପ୍ରଦାନ କରାଯାଇଥିଲା । ଏଠାରୁ ସଂଗୃହିତ ମହୁର ଭଲ ଚାହିଦା ଥିବାରୁ ବିକ୍ରିବଟା ପାଇଁ କୌଣସି ସମସ୍ୟା ସୃଷ୍ଟି ହୋଇନଥିଲା ।

ତେବେ ତିତିଲି ମହାବାତ୍ୟାରେ ମହୁ ବାକ୍ସ ଓ ଅନ୍ୟାନ୍ୟ ସରଞ୍ଜାମ ନଷ୍ଟ ହୋଇଯିବାରୁ ଏହାକୁ ସଜାଡି ନପାରି କ୍ଷତିଗ୍ରସ୍ତ ହୋଇଥିଲେ ଅନେକ ଚାଷୀ । ସରକାରଙ୍କ ପକ୍ଷରୁ ଉଜୁଡି ଯାଇଥିବା ସରଞ୍ଜାମ ପୁଣିଥରେ ଯୋଗାଇ ଦେଲେ ସେମାନେ ପୁଣିଥରେ ରୋଜଗାରକ୍ଷମ  ହୋଇପାରିବେ ବୋଲି ଆଶା ରଖିଛନ୍ତି ଚାଷୀ ।

ଆଦିବାସୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର ଓ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ବିଭନ୍ନ ପଦକ୍ଷେପ ନିଆଯାଇଛି । ତେବେ ତିତିଲି ମହାବାତ୍ୟା ପରଠାରୁ ଆଜି ସୁଦ୍ଧା ସହାୟତା ଯୋଗାଇ ଦିଆଯାଇନଥିବା ଅଭିଯୋଗ କରିଛନ୍ତି ଚାଷୀ । ତେବେ ଚାଷୀଙ୍କୁ ସେମାନଙ୍କ ସରଞ୍ଜାମ ସଜାଡିବା ପାଇଁ ସହାୟତା ଏବଂ ଆଗ୍ରହୀ ଚାଷୀଙ୍କୁ ଆବଶ୍ୟକ ପ୍ରୋତ୍ସାହନ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ସମନ୍ୱିତ ଆଦିବାସୀ ଉନ୍ନୟନ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ  ।

ମହୁଚାଷୀଙ୍କୁ ସହାୟତା ଯୋଗାଇବା ପାଇଁ ପ୍ରତିଶ୍ରୁତି ମିଳିଥିବା ବେଳେ ଏହା ଉପାନ୍ତ ଇଲାକାର ଅଧିବାସୀଙ୍କ ରୋଜଗାର ବଢ଼ାଇବ ବୋଲି ଆଶା କରାଯାଉଛି ।

from Kanak News
via <a href="https://ifttt.com/?

କରୋନା ସ୍ଥିତିକୁ ନେଇ ଭିଡିଓ ବାର୍ତ୍ତା ଜାରି କଲେ ବରିଷ୍ଠ ଡାକ୍ତର ମନୋଜ ସାହୁ । କହିଲେ, କରୋନା ଯୁଦ୍ଧରେ ଆମେ ସମ୍ପୂର୍ଣ୍ଣ ଜିତିନୁ, କରୋନା ଏବେ ବି ଅଛି ।

କନକ ବ୍ୟୁରୋ : ଦେଶ ତଥା ରାଜ୍ୟର କରୋନାସ୍ଥିତି କୁ ନେଇ ସଚେତନ କରାଇବା ସହ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ବରିଷ୍ଠ ଚିକିତ୍ସକ ତଥା ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ଓଡିଶା ସଂଯୋଜକ ଡାଃ ମନୋଜ ସାହୁ । ଡାଃ ସାହୁ କହିଛନ୍ତି କରୋନା ଏବେ ବି ଅଛି, ଯୁଦ୍ଧରେ ସମ୍ପୂର୍ଣ୍ଣ ଭାବରେ ଆମେ ଜିତି ନାହୁଁ । ଆମେରିକାର ସ୍ଥିତି ଏବେ ବି ସଙ୍ଗୀନ । ପ୍ରତ୍ୟକ ଦିନ ଦୁଇ ଲକ୍ଷ ରୁ ଅଧିକ କେସ୍ ସାମ୍ନାକୁ ଆସୁଛି ।ମୃତ୍ୟୁ ସଂଖ୍ୟା ଦୈନିକ ୩,୦୦୦ ରୁ ଅଧିକ ରହୁଛି । ତେଣୁ ଏବେ ବି ଯଦି ଦେଖିବା ଆମ ଦେଶ ଭାରତ ରେ ସ୍ଥିତି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କୁ ଆସିନାହିଁ, ସଂକ୍ରମଣ ଏବେ ବି ଜାରି ରହିଛି ।

ଯଦି ଦେଖିବେ କର୍ଣାଟକର ଟେକ୍ନିକାଲ୍ ଆଡ଼ଭାଇଜୋରି କମିଟି କହିଛନ୍ତି ଜାନୁଆରୀ ଓ ଫେବୃଆରୀ ରେ କରୋନା ର ସେକେଣ୍ଡ ୱେଭ୍ ଆସିପାରେ କିନ୍ତୁ ଆମ ଓଡ଼ିଶା ରେ କି ଭାରତ ରେ ସେକେଣ୍ଡ୍ ୱେଭ୍ ଆସିବ କି ନାହିଁ ତାହା ନିର୍ଭର କରୁଛି ଆମ ମାନଙ୍କ ଉପରେ । ତେଣୁ ଆମମାନଙ୍କୁ ନିୟମାବଳୀ ମାନିବାକୁ ପଡ଼ିବ । ଭାରତ ରେ କିଛି ସପ୍ତାହ ମଧ୍ୟରେ ଟୀକାକରଣ ଆରମ୍ଭ ହେବ କିନ୍ତୁ ପର୍ୟ୍ୟାୟକ୍ରମେ ସମସ୍ତଙ୍କ ପାଖରେ ପହଞ୍ଚିବାକୁ ସମୟ ଲାଗିବ । କିନ୍ତୁ ଟୀକାକରଣ ପରେ ବି ଯେତେ ପର୍ୟ୍ୟନ୍ତ କରୋନା ବିଲୁପ୍ତ ହୋଇନାହିଁ ଆମକୁ ନିୟମ ମାନିବାକୁ ପଡ଼ିବ ।

ଏବେ ପର୍ବ ପର୍ବାଣୀ ଚାଲିଛି, ଆଗକୁ ନୂଆ ବର୍ଷ ଅଛି, ବଡଦିନ ଆସୁଛି, ଶୀତ ଦିନ ଆସିଛି, ଶୀତ ଦିନେ ସଂକ୍ରମଣ ବଢିବା ର ଆଶଙ୍କା ମଧ୍ୟ ଅଛି, ଶୀତ ଦିନେ ପ୍ରଦୂଷଣ ମଧ୍ୟ ବଢ଼ିପାରେ । ତେଣୁ ଏହି ସମୟରେ ଆମେ ସଜାଗ ରହିବା ଉଚିତ୍, ଅସାବଧାନତା ଅବଲମ୍ବନ କରିବା ଜମାବି ଠିକ୍ ନୁହଁ । ସାଢେ ଚାରି କୋଟି ଓଡିଶାବାସୀ ଓ ଶହେତେର କୋଟି ଭାରତବାସୀ ଏତେ ବଳିଦାନ, ତ୍ୟାଗ ପରେ ଆମେ ଯେଉଁ ଯୁଦ୍ଧ ଜିତିବା ପାଇଁ ଯାଉଛୁ, ଆମେ ଯୁଦ୍ଧ ର ଶେଷ ପର୍ୟ୍ୟାୟ ରେ କାହିଁକି ଅସବାଧନତା ରହିବୁ? ତେଣୁ ଆମେ ଏବେ ସମସ୍ତେ ସହଯୋଗ କରିବା ଦରକାର, ସମସ୍ତେ ନିୟମାବଳୀ ମାନିବା ଦରକାର ।

ଦେଖାଯାଉଛି କିଛି ଯୁବ ପିଢି ଭାଇ ଭଉଣୀ ମାନେ ଯେତେବେଳେ ବାହାରକୁ ଯାଉଛନ୍ତି ମାସ୍କ ପିନ୍ଧି ନାହାଁନ୍ତି, ସାମାଜିକ ଦୂରତା ମାନୁ ନାହାଁନ୍ତି, ନିୟମାବଳୀ ପାଳନ କରିନାହାଁନ୍ତି, କିନ୍ତୁ ଏହି ସମୟରେ ସେସବୁ ମାନିବା ଆମର ଦାୟିତ୍ଵ ଓ କର୍ତ୍ତବ୍ୟ, କାରଣ ଆମେ ମାନିଲେ ଆମେ ଯୁଦ୍ଧ କୁ ଜିତିବୁ, ଆମେ ନିଜକୁ ଓ ନିଜ ପରିବାରକୁ ବଞ୍ଚାଇ ରଖିବୁ । ତେଣୁ ଏହି ସମୟରେ ସାବଧାନତା ଅବଲମ୍ବନ କରିବାକୁ ପଡିବ, ଆମେ ଯଦି ଏତିକିବେଳେ ପୂର୍ବର ବଳିଦାନ ଓ ତ୍ୟାଗ କୁ ଭୁଲି ଯିବୁ, ଅସାବଧାନ ହେବୁ ତାହାହେଲେ ସଂକ୍ରମଣ ପୁଣି ବଢିବ । ତେଣୁ ସବୁ ନିର୍ଭର କରୁଛି ଆମ ମାନଙ୍କଉପରେ, ଏହି ସମୟ ଅବହେଳା ର ସମୟ ନୁହଁ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started