ପରୀ ପସଙ୍ଗରେ ଅକଳରେ ପଡ଼ିଥିବା ନୟାଗଡ଼ ପୋଲିସର ହଜିଲା ନିଦ । ୩ ବର୍ଷର ନିଖୋଜ ଶିଶୁ ସ୍ୱାତୀକୁ ଖୋଜିବା ପାଇଁ ୩ ଦିନି ଧରି କସରତ କରୁଛି ପୋଲିସ

କନକ ବ୍ୟୁରୋ : ପରୀ ମାମଲାରେ ବିରୋଧୀଙ୍କ ଚାପରେ ଚେପା ହୋଇଯାଇଥିବା ନୟାଗଡ ପୋଲିସ ୩ ବର୍ଷର ଶିଶୁ ସ୍ୱାତୀ ନିଖୋଜ ମାମଲାରେ ତତ୍ପର ହୋଇପଡିଛି । ଗାଁ ପୋଖରୀରେ ବୁଡମାରି ତନ୍ନତନ୍ନ କରି ଖୋଜୁଛନ୍ତି ଓଡ୍ରାଫ ଟିମ୍ । ୩ଦିନ ହେଲା କେଉଁଆଡେ ନିଖୋଜ ହୋଇଯାଇଛି ସ୍ୱାତୀ । ବାଡି ପଛପଟେ ଖେଳୁଥିବାବେଳେ ନିରୁଦ୍ଦିଷ୍ଟ ହୋଇଯାଇଛି । ଦମକଳ ବାହିନୀ ସହାୟତାରେ ସ୍ୱାତୀକୁ ଖୋଜୁଛି ନୟାଗଡ ପୋଲିସ । କାଳେ ପୋଖରୀ କିମ୍ବା କୂଅରେ ବୁଡି ଯାଇଥିବ ସ୍ୱାତୀ, ସେହି ସନ୍ଦେହରେ ଜୋରଦାର ଚାଲିଛି ଖାନତଲାସ ।

ଏପରିକି ଖୋଦ ଏସପି ପ୍ରତ୍ୟୁଷ ଦିବାକର ବଧିପାଟଣା ଗାଁରେ ଛାନଭିନର ତଦାରଖ କରୁଛନ୍ତି । ଘରକୁ ଘର ବୁଲି ସ୍ୱାତୀ ବାବଦରେ ତଥ୍ୟ ସଂଗ୍ରହ ଚାଲିଛି । ସେହିଭଳି ଅପହରଣ ଅଭିଯୋଗ ଆଧାରରେ ଆଉଏକ ଟିମ୍ ମଧ୍ୟ ଭିନ୍ନଭିନ୍ନ ସ୍ଥାନରେ ଚଢାଉ କରୁଥିବା ଏସପି ସୂଚନା ଦେଇଛନ୍ତି ।

କୁଆଡେ ଗଲା ଭଉଣୀ ସ୍ୱାତୀ? ତିନିଦିନ ହେଲା ତାକୁ ଦେଖିନାହିଁ କିମ୍ବା ତାକୁ ଖୋଜି ପାଉନାହିଁ । କାହାସାଙ୍ଗେ ଆଉ ଖେଳିବ, ଅଝଟ ହେବ, ସେହିକଥା ଭାବିଭାବି ତା ପାଟିକୁ ଖାଦ୍ୟ ରୁଚୁନି । ଜାଆଁଳା ଭଉଣୀ ସହ ସବୁବେଳେ ସମୟ ବିତାଉଥିବା ଜାଆଁଳା ଉଭଣୀ ସୁଇଟି କଥା କହିନପାରିଲେ ବି ମନେମନେ ଭଉଣୀକୁ ଖୋଜି ହେଉଛି ।

ନୟାଗଡ ରାଜସୁନାଖଳା ଥାନା ବଧିପାଟଣା ଗାଁର ସଂଜୟ ସାହୁଙ୍କ ୩ ବର୍ଷର ଝିଅ ସ୍ୱାତୀ ଗତ ୧୧ ତାରିଖରେ ବାଡିପଟେ ଖେଳୁଥିବାବେଳେ କେଉଁଆଡେ ନିଖୋଜ ହୋଇଯାଇଛି । ଦିନ ୨ଟା ବେଳେ ମାଆ ତାକୁ ଖୋଜାଖୋଜି କରିବାବେଳେ ଆଉ ମିଲିନଥିଲା ସ୍ୱାତୀ । ଗାଁକୁ ଆସିଥିବା କିଛି ଫେରିବାଲା ସ୍ୱାତୀକୁ ଅପହରଣ କରିନେଇଥିବା ସନ୍ଦେହ କରୁଛନ୍ତି ତାର ବାପା, ମାଆ ।

ଯଦୁପୁର ଗାଁର ପରୀ ପ୍ରସଙ୍ଗରେ ନୟାଗଡ ପୋଲିସଠାରୁ ଆରମ୍ଭ କରି ପ୍ରଶାସନ ଏପରିକି ସରକାରଙ୍କ ଉପରକୁ ଅଙ୍ଗୁଳି ଉଠୁଛି । ତେଣୁ ସେହି ନୟାଗଡ ଜିଲ୍ଲାରୁ ପୁଣିଜଣେ ଶିଶୁ ରହସ୍ୟମୟ ଭାବେ ନିଖୋଜ ହୋଇଯିବା ଘଟଣା ପୋଲିସର ନିଦ ହଜାଇ ଦେଇଛି । ଘଟଣାକୁ ତିନିଦିନ ବିତିଯାଇଥିଲେ ମଧ୍ୟ ପୋଲିସ କିଛି ଠୋସ ସୂରାଗ ପାଇପାରି ନାହିଁ । ତଥାପି ସ୍ୱାତୀକୁ ଖୋଜି ବାହାର କରିବା ପାଇଁ ସବୁ ଜୋର ଲଗାଇ ଦେଇଛି ନୟାଗଡ ପୋଲିସ ।

from Kanak News
via <a href="https://ifttt.com/?

ଜଗା ଦର୍ଶନ ପାଇଁ ପ୍ରସ୍ତୁତି ଆରମ୍ଭ କଲା ଶ୍ରୀମନ୍ଦିର ପ୍ରଶାସନ । ୨୩ରେ ପୁରୀବାସୀ, ଜାନୁଆରୀ ୩ରୁ ସର୍ବସାଧାରଣଙ୍କ ପାଇଁ ଫିଟିବ ସିଂହଦ୍ୱାର

କନକ ବ୍ୟୁରୋ : ଦୀର୍ଘ ୯ ମାସ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିରର ସିଂହଦ୍ୱାର । ପୁଣି ଥରେ ଭକ୍ତ ଓ ଭଗବାନଙ୍କର ମିଳନ ହେବ । ଛତିଶାନିଯୋଗ ବୈଠକରେ ପ୍ରଶାସନର ଏହି ନିଷ୍ପତି ପରେ ଜଗନ୍ନାଥ ପ୍ରେମିମାନେ ଖୁସୀ ଜାହିର କରିବା ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାକୁଳ ହୋଇ ଉଠିଛନ୍ତି । ଏହାକୁ ନଜରରେ ରଖି ପ୍ରସ୍ତୁତି ଆରମ୍ଭ କରିଛି ପ୍ରଶାସନ ।

ମହାପ୍ରଭୁଙ୍କ ଦର୍ଶନ କରିବାକୁ ଯିବା ସମୟରେ ଶ୍ରଦ୍ଧାଳୁମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରୁଛି ପ୍ରଶାସନ । ବଡଦାଣ୍ଡରେ ସେଡ ଲଗାଇବା ସହ ବ୍ୟାରିକେଡିଂ କାମ ଜୋରସୋରରେ ଆଗେଇ ଚାଲିଛି । ସେହିପରି ପରିବେଶକୁ ସବୁଜିମାମୟ କରାଯାଉଛି ।

ଜଗା ଦର୍ଶନ ପାଇଁ କୋଟି କୋଟି ଭକ୍ତ ଚାହିଁ ରହିଥିବା ବେଳେ ଦର୍ଶନ ପାଇଁ ମନ୍ଦିର ପ୍ରବେଶକୁ ନେଇ ପ୍ରଶାସନ ପକ୍ଷରୁ ରଖାଯାଇଥିବା ସର୍ତ ଶ୍ରଦ୍ଧାଳୁଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ପ୍ରଶାସନ ପକ୍ଷରୁ କୁହାଯାଇଛି ମନ୍ଦିର ଭିତରକୁ ପ୍ରବେଶ ପୂର୍ବରୁ ୪୮ ଘଂଟା ମଧ୍ୟର କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡିବ । ନଚେତ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ ।

ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀବାସୀଙ୍କୁ ଆଉ ୧୦ ଦିନ ଅପେକ୍ଷା କରିବାକୁ ଥିବାବେଳେ ଜିଲ୍ଲା ବାହାରର ଶ୍ରଦ୍ଧାଳୁମାନଙ୍କ ପାଇଁ ଆଉ ୨୦ ଦିନ ଅପେକ୍ଷା କରିବାକୁ ପଡିବ । କିନ୍ତୁ ଦୀର୍ଘ ଦିନ ପରେ ଶ୍ରୀମନ୍ଦିର ଖୋଲିବାକୁ ଯାଉଥିବାରୁ କୋଭିଡ କଟକଣାକୁ ମାନି ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା ସୁନିୟନ୍ତ୍ରିତ କରିବା ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ହେବ ।

from Kanak News
via <a href="https://ifttt.com/?

ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଆସନ୍ତାକାଲି ଚାଷୀଙ୍କ ଉପବାସ ପ୍ରତିବାଦ, ଦେଶବ୍ୟାପୀ ବିକ୍ଷୋଭ ଡାକରା । ଦିଲ୍ଲୀ ସୀମାରେ ଚାଲିଛି ଜୋରଦାର ପ୍ରସ୍ତୁତି, ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଟଳ ଚାଷୀ

କନକ ବ୍ୟୁରୋ : ନା ପଛକୁ ଘୁଂଚୁଛନ୍ତି ମୋଦୀ ସରକାର, ନା ଦାବିରୁ ଓହରୁଛନ୍ତି ଚାଷୀ ସଂଗଠନ । ୫ ପର୍ଯ୍ୟାୟ କୃଷିମନ୍ତ୍ରୀଙ୍କ ସହ ଆଲୋଚନା ଫେଲ ମାରିଥିବା ବେଳେ ଗୃହମନ୍ତ୍ରୀ ଅମିିତ ଶାହା ବି ଚାଷୀଙ୍କୁ ବୁଝାଇବାରେ ବିଫଳ ହୋଇନାହାନ୍ତି । ଏମଏସପି ହଟିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ଲିଖିତ ପ୍ରତିଶ୍ରୁତି ବି ପ୍ରଭାବ ପକାଇ ପାରିନାହିଁ ଚାଷୀ ଆନ୍ଦୋଳନ ଉପରେ । ସେମାନଙ୍କ ଗୋଟିଏ ଜିଦ୍, ନୂଆ କୃଷି ଆଇନକୁ ପ୍ରତ୍ୟାହାର କର । ଦିଲ୍ଲୀ ସିଂଘୁ ସୀମାରେ ହଜାର ହଜାର ଚାଷୀ ଡେରା ପକାଇ ରହିଥିବା ବେଳେ ପ୍ରତିଦିନ ସେମାନଙ୍କ ସହ ଯୋଡି ହେଉଛନ୍ତି ଅନ୍ୟର ବିଭିନ୍ନ ଅଂଚଳରୁ ଆସୁଥିବା ଚାଷୀ । ସୋମବାର ଦିନ ଉପବାସ ରହି କୃଷି ଆଇନର ପ୍ରତିବାଦ କରିବେ ଚାଷୀ ।

ନୂଆ କୃଷି ଆଇନ ପ୍ରତ୍ୟାହାର ପାଇଁ ମୋଦୀ ସରକାରଙ୍କ ଉପରେ ଚାଷ ପକାଇବାକୁ ସୋମବାର ଦିନ ଦେଶବ୍ୟାପୀ ଜିଲ୍ଲାସ୍ତରୀୟ ପ୍ରତିବାଦ ଡାକରା ଦେଇଛନ୍ତି ଚାଷୀ ସଂଗଠନ । କେବଳ ସେତିକି ନୁହେଁ, ଦିନିକିଆ ଉପବାସ ରହିବାକୁ ମଧ୍ୟ ଆହ୍ୱାନ ଦିଆଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଚାଷୀଙ୍କ ଦାବି ପ୍ରତି ସମର୍ଥନ ଜଣାଇ ଉପବାସ ରହିବେ ବୋଲି କହିଛନ୍ତି ।

ଦିନକୁ ଦିନ ଆନ୍ଦୋଳନ ଅଧିକ ତେଜୁଥିବାରୁ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଯାଇଛି । ଅମିତ ଶାହାଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ସୋମ ପ୍ରକାଶ । ପୂରା ସ୍ଥିତିକର ଅପଡେଟ୍ ନେଇଛନ୍ତି ଅମିତ ଶାହା ।

ଦିଲ୍ଲୀ-ଜୟପୁର ରାଜପଥକୁ ପ୍ରାୟ ତିନି ଘଂଟା ଧରି ଅବରୋଧ କରିଛନ୍ତି ଚାଷୀ । ରାଜସ୍ଥାନରୁ ଟ୍ରାକ୍ଟର ରାଲି କରି ଆନ୍ଦୋଳନ ସ୍ଥଳ ଅଭିମୁଖେ ଆସିଛନ୍ତି ହଜାରେ ପାଖାପାଖି ଚାଷୀ । ଦିଲ୍ଲୀ ପହଁଚିବା ପୂର୍ବରୁ ସେମାନଙ୍କୁ ହରିଆଣା ସୀମାରେ ଅଟକାଇଛି ପୋଲିସ । ସେପଟେ ଚାଷୀଙ୍କ ଧାରଣା ଯୋଗୁଁ ଡିସେମ୍ବର ପହିଲାରୁ ବନ୍ଦ ପଡିଥିବା ନୋଇଡ଼ା – ଦିଲ୍ଲୀ ରାସ୍ତାରେ ଟ୍ରାଫିକ ସ୍ୱାଭାବିକ ହୋଇଛି । କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଆଲୋଚନା ପରେ ଏହି ରାସ୍ତାକୁ ଖାଲି କରିଛନ୍ତି ଆନ୍ଦୋଳନକାରୀ ।

from Kanak News
via <a href="https://ifttt.com/?

କଳାହାଣ୍ଡିରେ ଓଲଟିଲା ବସ୍, ୩୦ ଜଣ ଆହତ । ଶ୍ରମିକଙ୍କୁ ନେଇ କଳାହାଣ୍ଡିରୁ ହାଇଦ୍ରାବାଦ ଯାଉଥିଲା ବସ୍ ।

କନକ ବ୍ୟୁରୋ: ଶ୍ରମିକମାନଙ୍କୁ ନେଇ ହାଇଦ୍ରାବାଦ୍‌ ଅଭିମୁଖେ ଯାଉଥିବା ବସ୍‌ କଳାହାଣ୍ଡି ଜିଲ୍ଲାର କୋକସରା ଥାନା ଅନ୍ତର୍ଗତ କେନ୍ଦୁଗୁଡ଼ା ଠାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ବସ୍‌ରେ ଥିବା ୩୦ ଜଣ ଶ୍ରମିକ ଆହତ ହୋଇଛନ୍ତି। ଦୁର୍ଘଟଣା ସଂପର୍କିତ ସୂଚନା ମିଳିବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁଲିସ ପହଂଚି ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାଯାଇଛି।

ହେଲେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି । ଆହତ ଲୋକଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ବସଟିକୁ ମଧ୍ୟ ଉଦ୍ଧାର କରୁଛନ୍ତି ଅଗ୍ନୀଶମ ବିଭାଗ ।

from Kanak News
via <a href="https://ifttt.com/?

ବର୍ଷାଙ୍କୁ ଟାର୍ଗେଟ କରି ଫେସବୁକରେ ଲେଖିଲେ ଜାଗୃତି । କହିଲେ, ବର୍ଷା-ଅନୁଭବଙ୍କ ମଧ୍ୟରେ ବିବାଦ ତାଙ୍କ ବ୍ୟକ୍ତିଗତ, ସେହି ବିବାଦକୁ ମୋ ନାଁ କାହିଁକି ଟଣାଯାଉଛି?

କନକ ବ୍ୟୁରୋ : ସୋସିଆଲ ମିଡିଆରେ ଅନୁଭବ ଓ ଜାଗୃତିଙ୍କ ଫଟୋକୁ ନେଇ ସୃଷ୍ଟି ହୋଇଥିବା ଚର୍ଚ୍ଚା ପରେ ମୁହଁ ଖୋଲିଲେ ମହିଳା ସାମ୍ବାଦିକ ଜାଗୃତି ଶୁକ୍ଲା । ବର୍ଷାଙ୍କୁ ଟାର୍ଗେଟ କରି ଫେସବୁକରେ ଲେଖିଛନ୍ତି ଜାଗୃତି । ନିଜକୁ ଅନୁଭବଙ୍କ ବନ୍ଧୁ ବୋଲି କହିଛନ୍ତି ଜାଗୃତି । ଏହା ବର୍ଷା-ଅନୁଭବଙ୍କ ବ୍ୟକ୍ତିଗତ ବିବାଦ ତା ଭିତରକୁ ତାଙ୍କ ନାଁ ଟଣାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, କିଛିଦିନ ହେଲା ଆଶାଳୀନ ଓ ଆପତ୍ତିଜନକ ଟ୍ରୋଲ କରାଯାଉଛି  । ସୀମା ଟପିବା ପରେ ମୁଁ ଲେଖିବାକୁ ବାଧ୍ୟ ହେଉଛି । ମତେ ଟ୍ରୋଲ କରୁଥିବା ଲୋକ ବର୍ଷାଙ୍କ ପ୍ରସଂଶକ । ମୁଁ ଜାଣିପାରୁନି ଏମାନଙ୍କ ପଛରେ କିଏ ଅଛି । ମୁଁ ବର୍ତ୍ତମାନ ପୋଲିସରେ ଅଭିଯୋଗ କରିବି । ଏହା ଦ୍ୱାରା ଏହା ପଛରେ କିଏ ଅଛି ଜଣପଡିବ । କେହି ଟଙ୍କା ଦେଇ ଏଭଳି କରାଉଥିବା ସେ ଅଭିଯୋଗ କରିଛନ୍ତି ।

ଏହାସହ ପ୍ରକାଶ ଜାଭଡେକର ଓ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ସେ ଏହି ମାମଲାର ଅନୁସନ୍ଧାନ କରିବାକୁ ଅନୁରୋଧ କରିଛନ୍ତି । କିଛିଦିନ ତଳେ ବର୍ଷା ଓ ଜାଗୃତିଙ୍କ ଏକ ଫଟୋ ସୋସିଆଲ ମିଡିଆରେ ବେଶ ଟ୍ରୋଲ ହୋଇଥିଲା ।

from Kanak News
via <a href="https://ifttt.com/?

କାର ଅପହରଣର ଛାତିଥରା କାହାଣୀ । ଡ୍ରାଇଭର ମୁଣ୍ଡରେ ବନ୍ଧୁକ ରଖି ଇନୋଭା କାରକୁ ହାଇଜାକ୍ କରିନେଲେ ୮ ଡକାୟତ ।

କନକ ବ୍ୟୁରୋ : ଅତି ଆଶ୍ଚର୍ଯ୍ୟଜନକ ଭାବେ କାର ହାଇଜାକ କରିନେଲେ ଦୁର୍ବୃତ । ବଲାଙ୍ଗିରରେ ଏକ ବିବାହ ଭୋଜିରେ ଯୋଗ ଦେବାକୁ କହି ଭୁବନେଶ୍ୱରର ଏକ ଟ୍ରାଭେଲ ଏଜେନ୍ସିରୁ ଇନୋଭା କାର ହାୟର କରିଥିଲେ ୮ଜଣ । ହେଲେ ଡ୍ରାଇଭରଙ୍କ ମୁଣ୍ଡରେ ବନ୍ଧୁକ ରଖି କାରଟିକୁ ବୌଦ୍ଧ ଯାଏଁ ନେଇଯାଇଥିଲେ । କିନ୍ତୁ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧିରୁ କେବଳ କାର ଠାବହେଲା ନାହିଁ, ବରଂ ଧରାପଡିଗଲେ ସମସ୍ତ ୮ଜଣ ଯାକ ଡକାୟତ ।

ଶନିବାର ଭୁବନେଶ୍ୱରର ଏକ ଟ୍ରାଭେଲ ଏଜେନ୍ସିରୁ ବିବାହ ଉତ୍ସବରେ ଯୋଗଦେବାକୁ ବଲାଙ୍ଗୀର ଯାଇଥିବା ଇନୋଭା କାରର ଡ୍ରାଇଭର ଜିତେନ୍ଦ୍ର ନାୟକ କରିଥିଲେ ଗାଡି ମାଲିକକୁ କରିଥିଲେ ଏକ ମେସେଜ୍ । ଗାଡିର ମାଲିକ ରଞ୍ଜୀବ କୁମାର ଗୁରୁଙ୍କୁ ମେସେଜ କରି ସେ ବଡ ବିପଦରେ ପଡି ଯାଇଥିବା ସୂଚନା ଦେଇଥିଲେ । ଏହି ମେସେଜ ଦେଖିବା ପରେ କାର ମାଲିକଙ୍କ ହୋସ ଉଡିଯାଇଥିଲା । କଣ ଚାଲିଛି ସେ କିଛି ବୁଝି ପାରିନଥିଲେ । ଡ୍ରାଇଭର ଯେହେତୁ ଫୋନ ନକରିବାକୁ କହିଥିଲେ, ତେଣୁ କିଛ ବଡଧରଣ ଗଡବଡ ଚାଲିଥିବା ସନ୍ଦେହ କରି ତୁରନ୍ତ ପୋଲିସକୁ ଖବର ଦିଆଗଲା ।

ଏହାପରେ ଆରମ୍ଭ ହୋଇଗଲା ତନାଘନା । ମେସେଜ ଅନୁସାରେ ପ୍ରଥମେ ଜିପିଏସକୁ ଫଲୋ କରିଥିଲା ପୋଲିସ । ସେତେବେଳକୁ ପାଟଣାଗଡ ଅତିକ୍ରମ କରୁଥିଲା କାର । ସଙ୍ଗେସଙ୍ଗେ ବୌଦ୍ଧ ଏସପିଙ୍କୁ ଖବର ଦିଆଗଲା । ଗାଡିକୁ ଠାବ କରିବା ପାଇଁ ଆରମ୍ଭ ହୋଇଗଲା ଅପରେସନ୍ । ପୋଲିସ ବିଭାଗର ବଛା ବଛା ଅଧିକାରୀଙ୍କୁ ଫୋନରେ କନଫରେନସିଂରେ ରଖି ଏହି ଇନୋଭା ଗାଡିକୁ ଫଲୋ କରିବା ଆରମ୍ଭ କରିଦେଲା ପିସିଆର । ଇନୋଭା ଆଗକୁ ଆଗକୁ ଗଡୁଥିଲା ଆଉ ତାକୁ ଫଲୋ କରୁଥିଲା ପିସିଆର ଭ୍ୟାନ ।

ଶେଷରେ ଗାଡିକୁ ଅଟକାଇବା ପାଇଁ ପ୍ରସ୍ତୁତ ହେଲା ସ୍ୱତନ୍ତ୍ର ରଣନୀତି । ଗାଡି ଚେକିଂ ବାହାନାରେ ବ୍ୟାରିକେଡିଂ କରିଦେଲେ ଚାରିଛକ ଆଇଆଇସି । ଗାଡି ଅଟକିବା ପରେ କୌଶଳକ୍ରମେ ପ୍ରଥମେ ଡ୍ରାଇଭରଙ୍କୁ ମୁକୁଳାଇ ନେଇଥିଲା ପୋଲିସ । ପରେ ଗାଡିରେ ଥିବା ସମସ୍ତ ଦୁର୍ବୃତଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ମାରଣାସ୍ତ୍ର ଜବତ କରିଥିଲା ।

ଡ୍ରାଇଭରଙ୍କ କହିବା ହେଲା ବିବାହ ଉତ୍ସବରେ ଯୋଗଦେବା ବାହାନାରେ କାରଟିକୁ ହାଇଜ୍ୟାକ କରିନେଉଥିଲେ ୮ଜଣ ଡକାୟତ । ତାଙ୍କ ମୁଣ୍ଡରେ ବନ୍ଧୁକ ରଖି ଗାଡି ବୌଦ୍ଧ ଆଡେ ନେଇଯାଇଥିଲେ । ହେଲେ ଚତୁରତାର ସହ ସେ ମୋବାଇଲରୁ ମେସେଜ କରି ଗାଡି ମାଲିକଙ୍କ ପାଖରେ ତାଙ୍କ ବାବଦରେ ସୂଚନା ପହଂଚାଇବାରେ ସମର୍ଥ ହୋଇଗଲେ । ଆଉ ପୋଲିସ କବଜାକୁ ଆସିଗଲେ ଡକାୟତ ଗ୍ୟାଙ୍ଗ । ଭୁବନେଶ୍ୱରରୁ ଗାଡି ଭଡା କରି ନେଇ ଏମାନେ କୌଣସି ଏକ ବଡ ଡକାୟତି ଯୋଜନା କରୁଥିଲେ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି ।

from Kanak News
via <a href="https://ifttt.com/?

ବିଜେପି ସଭାପତି ଜେ.ପି ନଡ୍ଡାଙ୍କୁ କରୋନା । ସଂକ୍ରମିତ ନେଇ ସୂଚନା ଦେଲେ ନଡ୍ଡା । କହିଲେ ମୋ ସଂସ୍ପର୍ଶରେ ଆସିଥିଲେ ପରୀକ୍ଷା କରାନ୍ତୁ ।

କନକ ବ୍ୟୁରୋ: ବିଜେପି ସଭାପତି ଜେପି ନଡ୍ଡା କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି । ଏ ସମ୍ପର୍କରେ ଟ୍ଵିଟ୍‌ କରି ସେ ସୂଚନା ଦେଇଛନ୍ତି । ଲେଖିଛନ୍ତି, “କରୋନା ଲକ୍ଷଣ ଦେଖାଯିବା ପରେ ମୁଁ ପରୀକ୍ଷା କରାଇଥିଲି ଓ ତାହା ପିଜିଟିଭ ବାହାରିଥିଲା । ମୁଁ ଏବେ ସୁସ୍ଥ ଅନୁଭବ କରୁଛି, କିନ୍ତୁ ଡାକ୍ତରଙ୍କ ଅନୁରୋଧକ୍ରମେ ମୁଁ ଏକାନ୍ତବାସରେ ରହୁଛି । ମୁଁ ମଧ୍ୟ ସବୁ କରୋନା ନିୟମ ପାଳନ କରୁଛି । ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ତୁରନ୍ତ ପରୀକ୍ଷା କରାଇନେବାକୁ ଅନୁରୋଧ କରୁଛି” ।

https://platform.twitter.com/widgets.js

ଗତ କିଛି ଦିନ ହେଲା ଜେ.ପି.ନଡ୍ଡା ଚର୍ଚ୍ଚାରେ ରହିଆସିଛନ୍ତି । ଗତ ସପ୍ତାହରେ କୋଲକତା ଗସ୍ତ କାଳରେ ତାଙ୍କ ଉପରେ ତାଙ୍କ ଉପରେ ହୋଇଥିବା ଆକ୍ରମଣ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା । ଏହାକୁ ନେଇ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି । ଏହି ଘଟଣା ପାଇଁ ବିଜେପି ତୃଣମୂଳ କଂଗ୍ରେସକୁ ଦାୟୀ କରୁଥିବାବେଳେ ଏହା ବିଜେପିର ନାଟକ ବୋଲି ତୃଣମୂଳ କଂଗ୍ରେସ କହିଛି ।

from Kanak News
via <a href="https://ifttt.com/?

ରୋଚକ ହେଉଛି ବିଜେପି ଓ ଟିଏମସି ଭିତରେ ଲଢେଇ । କେନ୍ଦ୍ର ଗୃହମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ୩ ଆଇପିଏସଙ୍କୁ ଡେପୁଟେସନ୍ ରେ ଛାଡିବାକୁ ମନାକଲେ ମମତା ବାନାର୍ଜୀ

କନକ ବ୍ୟୁରୋ : ପଶ୍ଚିମବଙ୍ଗର ୩ ଜଣ ଆଇପିଏସ ଅଧିକାରୀଙ୍କୁ କେନ୍ଦ୍ର ଗୃହମନ୍ତ୍ରଣାଳୟକୁ ଡେପୁଟେସନରେ ପଠାଇବାକୁ କେନ୍ଦ୍ରରୁ ନୋଟିସ୍ ହୋଇଥିଲେ ବି ସେମାନଙ୍କୁ ଡେପୁଟେସନରେ ପଠାଇବାକୁ ସିଧା ସିଧା ମନା କରିଦେଇଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏ ସଂପର୍କରେ କେନ୍ଦ୍ର ଗୃହମନ୍ତ୍ରଣାଳୟକୁ ପଶ୍ଚିମବଙ୍ଗ ସରକାର ଚିଠି ଲେଖିଛନ୍ତି ଓ ଏହି ଚିଠି କେନ୍ଦ୍ର ଗୃହମନ୍ତ୍ରଣାଳୟ ନିକଟରେ ପହଂଚିଥିବା ସୂଚନା ମିଳିଛି ।
କେନ୍ଦ୍ରୀୟ ଡେପୁଟେସନ୍ ପାଇଁ ନୋଟିସ ହୋଇଥିବା ୩ ଜଣ ଆଇପିଏସ୍ ଅଫିସର ହେଉଛନ୍ତି ଦକ୍ଷିଣ ବେଙ୍ଗଲ ରେଞ୍ଜର ରାଜୀବ ମିଶ୍ର, ପ୍ରେସିଡେନ୍ସି ରେଞ୍ଜ ଡିଆଇଜି ପ୍ରବୀଣ କୁମାର ଓ ଡ।ଇମଣ୍ଡ ହାର୍ବର ଏସ.ପି ଭୋଲାନାଥ ପାଣ୍ଡେ । ଏମାନଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବାକୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଥିଲେ । ସୂଚନା ଥାଉକି ଯେଉଁ ସମୟରେ ଡାଇମଣ୍ଡ ହାର୍ବର ଗସ୍ତ ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଉପରେ ଆକ୍ରମଣ ହୋଇଥିଲା ସେତେବେଳେ ଏହି ୩ ଜଣ ଆଇପିଏସ ଦାୟିତ୍ୱରେ ଥିଲେ ।

କହିରଖୁ କି କେନ୍ଦ୍ର ସରକାର ନିଜ କ୍ଷମତା ବଳରେ କୌଣସି ସେବା ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନ୍ ରେ ଡାକି ପାରିବେ । ଏହାସହ କୌଣସି ତୃଟି ପାଇଁ ବି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇ ପାରିବେ । ଅନ୍ୟପଟେ ଆଇଏଏସ୍ ଓ ଆଇପିଏସ୍ ଅଧିକାରୀଙ୍କ କ୍ୟାଡର ନିୟନ୍ତ୍ରଣ କେନ୍ଦ୍ର କାର୍ମିକା କର୍ତ୍ତୃପକ୍ଷ , ପେନସନ୍ ମନ୍ତ୍ରଣାଳୟ ଓ କେନ୍ଦ୍ର ଗୃହମନ୍ତ୍ରଣାଳୟ ଦ୍ୱାରା କରାଯାଇଥାଏ । ତେଣୁ ଏନେଇ ରାଜ୍ୟ ସରକାରଙ୍କର କୌଣସି ଭୂମିକା ନଥିବା ଜଣାପଡିଛି ।

ସୂଚନା ଥାଉକି ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ପରିସ୍ଥିତି ଏବେ ଠିକ୍ ନଥିବା ଅନୁଭବ କରି କେନ୍ଦ୍ର ଗୃହମନ୍ତ୍ରଣାଳୟ ପଶ୍ଚିମବଙ୍ଗ ରାଜ୍ୟର ମୁଖ୍ୟ ଶାସନ ସଚିବ ତଥା ପୋଲିସ ମହାନିର୍ଦ୍ଦେଶକଙ୍କୁ ଡକାଇଥିଲା । ହେଲେ ପଶ୍ଚିମବଙ୍ଗ ସରକାର ସେମାନଙ୍କୁ ନପଠାଇବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି ।

from Kanak News
via <a href="https://ifttt.com/?

କୃଷକ ଆନ୍ଦୋଳନକୁ ଖୋଲା ଖୋଲି ସମର୍ଥନ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କହିଲେ ଆସନ୍ତା କାଲି କୃଷକ ମାନଙ୍କ ସହ ମିଶି କରିବେ ଆମରଣ ଅନଶନ ।

କନକ ବ୍ୟୁରୋ : କୃଷକ ବିରୋଧୀ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଆଜିକୁ ୧୮ ଦିନ ହେବ କୃଷକ ମାନେ ଆନ୍ଦୋଳନ ଚଳାଇଛନ୍ତି  । ଏହି ଆନ୍ଦୋଳନକୁ ଖୋଲା ଖୋଲି ସମର୍ଥନ କରିଛନ୍ତି ଦିଲ୍ଲୀର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏନେଇ ରବିବାର ଦିନ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୃଷକ ଆନ୍ଦୋଳନକୁ ତାଙ୍କର ସମର୍ଥନ ଜଣାଇଛନ୍ତି । ସେ କହିଛନ୍ତି କି ଆସନ୍ତା କାଲି କୃଷକ ମାନେ ଦେଶର ପ୍ରତି ଜିଲ୍ଲାର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଉପବାସ ରହି ଅନଶନ କରିବେ । ଏହି ଅନଶନକୁ ସମର୍ଥନ ଜଣାଇ ଦେଶର କୃଷକ ମାନେ ଗୋଟିଏ ଦିନ ଉପବାସ କରିବାକୁ ସେ ଅନୁରୋଧ କରିଛନ୍ତି । ଏହାସହ ଆସନ୍ତା କାଲି ଉପବାସ ଅନଶନକୁ ସମର୍ଥନ ଜଣାଇ ସେ ଓ ତାଙ୍କ ଦଳର କର୍ମୀ ମାନେ ଉପବାସ କରିବେ ବୋଲି ସେ କହିଛନ୍ତି ।

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି କେଜ୍ରିୱାଲ କହିଛନ୍ତି କି ‘କେନ୍ଦ୍ର ସରକାରଙ୍କ କିଛି ମନ୍ତ୍ରୀ କୃଷକ ମାନଙ୍କୁ ଦେଶଦ୍ରୋହୀ କହିବା ସହିତ ଏହି ଆନ୍ଦୋଳନର ପ୍ରଛଦପଟରେ ଦେଶଦ୍ରୋହୀ ମାନଙ୍କର ହାତ ଥିବା କହୁଛନ୍ତି’ ହେଲେ ଏହାକୁ ନେଇ ସେ କହିଛନ୍ତି କି ‘ମୁଁ କେନ୍ଦ୍ରସରକାରଙ୍କୁ ପଚାରିବାକୁ ଚାହୁଁଛି ଏହି ଆନ୍ଦୋଳନରେ ଅନେକ ପୂର୍ବତନ ସେନା କର୍ମଚାରୀ ବସିଛନ୍ତି । ଯେଉଁମାନେ ଦେଶକୁ ରକ୍ଷା କରିବା ପାଇଁ ସେମାନଙ୍କର ଜୀବନ ବାଜିରେ ଲଗାଇ ଦେଇଥିଲେ । କ’ଣ ଏହି ସବୁ ଲୋକ ଦେଶଦ୍ରୋହୀ କି ?’ । ‘ଏହା ସହ ଏହି ଆନ୍ଦୋଳନରେ ଅନେକ ଜାତୀୟ ଓ ଆନ୍ତଜାତୀୟ ଖେଳାଳୀ ମାନେ ସାମିଲ ହୋଇଛନ୍ତି । ସେମାନେ ଯଦି ଦେଶଦ୍ରୋହୀ କେନ୍ଦ୍ର ସରକାର କିଭଳି ଭାବେ ସେମାନଙ୍କୁ ଏତେ ବଡ ବଡ ସମ୍ମାନରେ ସମ୍ମାନିତ କରୁଥିଲେ । ’ ଖାଲି ଏତିକି ନୁହେଁ ସେ କେନ୍ଦ୍ରସରକାରକୁ ଟାର୍ଗେଟ୍ କରି କହିଛନ୍ତି କି ବିଜେପିରେ ଅନେକ ନେତା ଓ ମନ୍ତ୍ରୀ ଅଛନ୍ତି ଯେଉଁ ମାନେ କି ବିଭିନ୍ନ କ୍ଷେତ୍ରରେ ନିଜର କଳା ପ୍ରଦର୍ଶନ କରି ପରିଚୟ ସୃଷ୍ଟି କରିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ କୃଷକ ପରିବାରରୁ ଆସିଛନ୍ତି । ସେମାନେ ବି କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି । ଏବେ ବିଜେପି ସରକାର କହୁ ତାଙ୍କ ଦଳର ନେତା ଓ ମନ୍ତ୍ରୀ ବି ଦେଶଦ୍ରୋହୀ ।

ଶ୍ରୀ କେଜ୍ରିୱାଲ ଆନ୍ନା ହଜାରେଙ୍କ ଆନ୍ଦୋଳନ କଥା ମନେ ପକାଇ କହିଥିଲେ କି ଯେତେବେଳେ ଆମେ ମାନେ ସବୁ ମିଶି ଆନ୍ନା ହଜାରେଙ୍କ ସହିତ ଆନ୍ଦୋଳନ କରୁଥିଲୁ ସେତେବେଳେ ଆମ ମାନଙ୍କୁ ବି କଂଗ୍ରେସ ସରକାର ଦ୍ୱାରା ଏଭଳି ବଦନାମ୍ କରାଯାଉଥିଲା । ଯାହା କି ଆଜି କୃଷକ ମାନଙ୍କ ଆନ୍ଦୋଳନକୁ ନେଇ ବିଜେପି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । କହିରଖୁ କି ଆସନ୍ତା କାଲି କୃଷକ ଆନ୍ଦୋଳନର ଏକ ନୂଆ ରୂପ ଦେଖିବେ ସରକାର । ସାରା ଦେଶର କୃଷକ ମାନେ କାଲି ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଉପବାସରେ ରହି ଅନଶନ କରିବେ ।

from Kanak News
via <a href="https://ifttt.com/?

ଭୁବନେଶ୍ୱରରେ ୫୦ ତଳେ ଆକ୍ରାନ୍ତ ସଂଖ୍ୟା । ଆଜି ଭୁବନେଶ୍ୱରରୁ ୪୧ ପଜିଟିଭ ଚିହ୍ନଟ । ସେପଟେ ସୁସ୍ଥ ହେଲେ ୨୬ ଜଣ

କନକ ବ୍ୟୁରୋ : ଆଜି ରାଜଧାନୀ ଭୁବନେଶ୍ୱରରେ ୫୦ ତଳେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରୁ ୪୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ୪୧ ଜଣଙ୍କ ମଧ୍ୟରୁ ୭ କ୍ୱାରେଣ୍ଟାଇନ ସେଣ୍ଟରରୁ ଓ ୩୪ ଜଣ ଲୋକାଲ କେସ ବୋଲି ଜଣାପଡିଛି । ସେହିପରି ୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଭୁୁବନେଶ୍ୱରର ବରମୁଣ୍ଡା, ଭୀମଟାଙ୍ଗୀ, ଚନ୍ଦ୍ରଶେଖରପୁର, ଚିନ୍ତାମଣିଶ୍ୱର, ସିଆରପିଏଫ ଛକ, କଳ୍ପନା, ଖଣ୍ଡଗିରି, କଳିଙ୍ଗ ବିହାର, ଲଖ୍ମୀସାଗର, ପଟିଆ, ରସୁଲଗଡ ଓ ସାଲିଆସାହି ଅଞ୍ଚଳରୁ ଜଣେ ଲେଖାଏଁ, ନିଳାଦ୍ରୀବିହାର, ଆଇଆରସି ଭିଲେଜ ଅଞ୍ଚଳରୁ ୨ ଜଣ ଲେଖାଏଁ ଓ ଝାରପଡାରୁ ୩ ଜଣ ଚିହ୍ନଟ ହୋଇଛନ୍ତି ।

ଏହାସହ ଭୁବନେଶ୍ୱରରେ ମୋଟ ୩୧ ହଜାର ୧୪୫ରେ ପହଞ୍ଚିଛି କରୋନା ପିଜିଟିଭି ସଂଖ୍ୟା । ୩୦ ହଜାର ୫୪୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୨୯ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଏବେ ଯାଏଁ ୩୪୬ ଜଣ ସକ୍ରିୟ ରହିଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started