ତେଜୁଛି କୃଷି ଆନ୍ଦୋଳନ । ଆନ୍ଦୋଳନରତ କୃଷକଙ୍କ ପାଇଁ ଦିଲ୍ଲୀ-ଜୟପୁର ରାସ୍ତା ଜାମ୍ । ଆଜି ସାମ୍ବାଦିକ ସମ୍ମିଳନୀ କରିବେ କୃଷକ ନେତା 

କନକ ବ୍ୟୁରୋ : ଆଜି କୃଷକ ଆନ୍ଦୋଳନ ୧୮ ଦିନରେ ପହଞ୍ଚିଛି । ସରକାର ଏବଂ କୃଷକ ସଂଗଠନ ମଧ୍ୟରେ ବୁଝାମଣା ହୋଇନପାରିବାରୁ ଆଜି ରାଜସ୍ଥାନର କୃଷକମାନେ ଆନ୍ଦୋଳନରେ ସାମିଲ ହେବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି। ବିଭିନ୍ନ ରାଜ୍ୟରୁ ଚାଷୀମାନେ ଦିଲ୍ଲୀରେ ପହଞ୍ଚୁଥିବାରୁ ବର୍ତ୍ତମାନ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ହରିୟାଣା ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଏହା ସହ ସିଙ୍ଗୁ ସୀମାରେ ଆଜି ସନ୍ଧ୍ୟା ୫ଟା ୧୫ରେ କୃଷକ ନେତାମାନେ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ଜଣା ପଡ଼ିଛି ଜ୍ଝ ଏପର୍ୟ୍ୟନ୍ତ କୃଷି ଆଇନକୁ ନେଇ ସରକାରଙ୍କ ସହ ସମସ୍ତ ପ୍ରକାରର ଆଲୋଚନାର ପ୍ରୟାସ ବିଫଳ ହୋଇସାରିଥିବା ବେଳେ କୃଷି ଆଇନ ପ୍ରତ୍ୟାହାର ନହେବା ପର୍ୟ୍ୟନ୍ତ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି କହିସାରିଛି କୃଷକ ସଂଗଠନ। ।

ଅଲୱରର ଶାହାଜାହାନପୁରରେ ଥିବା ହରିୟାଣା ସୀମାରେ କୃଷକମାନଙ୍କ ଭିଡ଼ ଜମିଛି। ଆନ୍ଦୋଳନରତ କୃଷକମାନଙ୍କ ପାଇଁ ଦିଲ୍ଲୀ-ଜୟପୁର ଜାତୀୟ ରାଜପଥ ଜାମ ହୋଇଯିବାରୁ ଗାଡ଼ିଗୁଡିକୁ ବେହେରୋରରୁ ଦେଇ ଯିବାକୁ କୁହାଯାଉଛି। ତେବେ କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦେଇଛନ୍ତି ସରକାର।

from Kanak News
via <a href="https://ifttt.com/?

ଗଞ୍ଜାମର ସମିତି ସଭ୍ୟଙ୍କୁ ଉଠାଇନେଲା ମହାରାଷ୍ଟ୍ର ପୋଲିସ । ଦୁଷ୍କର୍ମ, ଠକେଇ ପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମହାରାଷ୍ଟ୍ର ଜଣେ ମହିଳା

କନକ ବ୍ୟୁରୋ : ସମିତି ସଭ୍ୟଙ୍କୁ ଉଠାଇନେଲା ମହାରାଷ୍ଟ୍ର ପୋଲିସ । ଧର୍ଷଣ ଓ ଠକେଇ ପରି ସଙ୍ଗୀନ ଅଭିଯୋଗରେ ଗଂଜାମ ଜିଲ୍ଲା ହିଂଜିଳି ବ୍ଲକ କୁଂଚୁଡୁ ପଂଚାୟତ ସମିତି ସଭ୍ୟଙ୍କୁ ଉଠାଇନେଲା ମହାରାଷ୍ଟ୍ର ପୋଲିସ । ସମିତି ସଭ୍ୟ ଏ.ସୁଦାମଙ୍କ ନାଁରେ ମହାରାଷ୍ଟ୍ରର ଜଣେ ମହିଳା ଧର୍ଷଣ ଓ ଠକେଇ ପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।

ଏ ସୁଦାମଙ୍କ ନାଁରେ ୩୭୬, ୪୨୦, ୪୦୬, ୫୦୪, ୫୦୬ ଓ ଆଇପିସି ଧାରା ୩୪ଅନୁଯାୟୀ ମାମଲା ରୁଜୁ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ମହାରାଷ୍ଟ୍ର ମୋନିପଡା ଥାନାରେ ଜଣେ ମହିଳାଙ୍କ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ହିଂଜିଳି ପୋଲିସ ସହାୟତାରେ ଏ.ସୁଦାମଙ୍କୁ ଶନିବାର ରାତିରେ ତାଙ୍କ ବାସଭବନରୁ ପୋଲିସ ଉଠାଇ ନେଇଥିଲା । ଆଜି ମଧ୍ୟାହ୍ନରେ ପୋଲିସ ଆଇନ ଅନୁଯାୟୀ ଅଭିଯୁକ୍ତ ସମିତି ସଭ୍ୟଙ୍କୁ ସିଜେଏମ କୋର୍ଟରେ ହାଜର କରାଯାଇଛି ।

from Kanak News
via <a href="https://ifttt.com/?

ମୁହାଁମୁହିଁ ହେଲେ କାର-ବାଇକ । ଦୁର୍ଘଟଣା ପରେ ଜଳିଗଲା କାର, ବାଇକ ଆରୋହୀଙ୍କ ମୃତ୍ୟୁ

କନକ ବ୍ୟୁରୋ : ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, କଟକ-ପାରାଦୀପ ରାଜ୍ୟ ରାଜପଥର ରଘୁନାଥପୁର ବଜାର ନିକଟରେ ଏକ କାର୍ ଓ ବାଇକ୍ ମୁଁହାମୁହିଁ ଧକ୍କା ହୋଇଛି। ଏହାଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି।

ଏଣେ ଦୁର୍ଘଟଣା ପରେ କାରଟି ଜଳିଯାଇଥିବା ଜଣାଯାଇଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

from Kanak News
via <a href="https://ifttt.com/?

ମେଣ୍ଢାର ମୂଲ୍ୟ ଦେଢ କୋଟି । ୭୦ ଲକ୍ଷ ଦେବାକୁ ରାଜି ହେଲେଣି ଲୋକ । ହେଲେ ଏବେ ବି ୧.୫ କୋଟିରେ ଅଟକି ରହିଛନ୍ତି ମାଲିକ

କନକ ବ୍ୟୁରୋ : ମହାରାଷ୍ଟ୍ରର ସଂଗଲି ଜିଲ୍ଲାରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ ଯାହା ଆପଣ ଜାଣିଲେ ଚକିତ ହୋଇଯିବେ । ଆପଣ କହନ୍ତୁ ଗୋଟିଏ ମେଣ୍ଢାର ମୂଲ୍ୟ କେତେ ହେବ । ଅତିବେଶିରେ ଗୋଟିଏ ମେଣ୍ଢାର ମୂଲ୍ୟ ୧୦ ରୁ ୧୫ ହଜାର ଟଙ୍କା ହୋଇପାରେ । ହେଲେ ଆମେ ଯେଉଁ ମେଣ୍ଢା କଥା କହୁଛୁ ସେହି ମେଣ୍ଢାକୁ କିଣିବାକୁ ବେପାରୀ ମାନେ ୭୦ ଲକ୍ଷ ଟଙ୍କା ଦର କରିଥିଲେ ବି ମେଣ୍ଢା ପାଳିଥିବା ମାଲିକ ଜଣଙ୍କ କିନ୍ତୁ ୧.୫ କୋଟି ଟଙ୍କା ନହେଲେ ମେଣ୍ଢା ବିକ୍ରି କରିବେ ନାହିଁ ବୋଲି ରୋକ୍ ଠୋକ୍ ମନା କରିଦେଇଛନ୍ତି ।

ଭାରତରେ ମେଡଗୟଲ ପ୍ରଜାତିର ମେଣ୍ଢା ମାନଙ୍କ ମାଂସ ସବୁଠାରୁ ବେସି ପୁଷ୍ଟିକର ଓ ଗୁଣବତା । ଏହି ପ୍ରଜାତିର ମେଣ୍ଢାଙ୍କ ମାଂସ ମଣିଷ ଶରୀରରେ ଥିବା ଅନେକ ପ୍ରକାର ରୋଗ ଭଲ କରିବାରରେ ସହାଯ୍ୟ କରିଥାଏ ବୋଲି ଚିକିତ୍ସା ବିଜ୍ଞାନରେ କୁହାଯାଇଛି । ଏହି ପ୍ରଜାତିର ମେଣ୍ଢା କେବଳ ମହାରାଷ୍ଟ୍ର ସାଂଗଲି ଜିଲ୍ଲାରେ ଦେଖାଯାଆନ୍ତି । ହେଲେ ଏହି ମେଣ୍ଢା ମାନଙ୍କର ଦାମ ଯେ ଦେଢ କୋଟି ଟଙ୍କା ତାହା ନୁହେଁ । ଏହି ପ୍ରଜାତିର ମେଣ୍ଢା ମାନେ ସାଧାରଣ ପ୍ରଜାତିର ମେଣ୍ଢା ମାନଙ୍କ ଠାରୁ କିଛି ଉଚ୍ଚ ଦାମରେ ବିକ୍ରି ହୋଇଥା’ନ୍ତି । ଏହାର ଅର୍ଥ ନୁହେଁ ଯେ ଗୋଟଏ ମେଣ୍ଢା କିଣିବାକୁ କେହି ଦେଢ କୋଟି ଟଙ୍କା ଖଚ୍ଚ କରିବ । ହେଲେ କ’ଣ ପାଇଁ ମାଲିକ ଏହାର ଦାମ ଦେଢ କୋଟି ରଖିଛି ।
ଜଣେ ଅଧିକାରୀଙ୍କ କହିବା କଥା ଏହି ପ୍ରଜାତିର ମେଣ୍ଢା ମାନଙ୍କର ସଂଖ୍ୟ ସରକାର ବୃଦ୍ଧି କରିବାକୁ ଚାହୁଁଛନ୍ତି । କେବଳ ସାଂଗଲୀ ଜିଲ୍ଲା ନୁହେଁ ଏହାକୁ କେମିତି ସାରା ରାଜ୍ୟର ପଶୁ ପାଳକ ମାନେ ପାଳନ କରିପାରିବେ ସେ ନେଇ ଯୋଜନା କରୁଛନ୍ତି ।

ସରକାର ଏଭଳି ଯୋଜନା କରିବାକୁ ଚାହୁଁଥିବା ବେଳେ ମହାରାଷ୍ଟ୍ର ସଙ୍ଗଲୀ ଜିଲ୍ଲା ଓତପଡି ତହସିଲ ଅଞ୍ଚଳର ମେଣ୍ଢା ପାଳକ ବାବୁ ମେଟକରୀଙ୍କ ପାଖରେ ଏହି ପ୍ରଜାତିର ୨ ଶହ ମେଣ୍ଢା ଅଛନ୍ତି । ଗୋଟିଏ ମେଳାରେ ଜଣେ ବେପାରୀ ଏହି ମେଣ୍ଢାଟିକୁ ଯେତେବେଳେ ୭୦ ଲକ୍ଷ ଦରରେ କିଣିବାକୁ ଚାହିଁଥିଲେ ସେତେବେଳେ ବାବୁ ମେଟକାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏଭଳି ଉଚ୍ଚଦାମ ହେବା ପରେ ବି ମେଣ୍ଢା ପାଳକ ଜଣକ ସେହି ମେଣ୍ଢାଟିକୁ ବିକିବାକୁ ରାଜି ହୋଇ ନଥିଲେ । ସେ କହିଥିଲେ କି ଏହି ମେଣ୍ଢାର ଅସଲି ନାମ ସରଜା ଅଟେ । ଏହି ମେଣ୍ଢାକୁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତୁଳନା କରିଛନ୍ତି । ସେ କହିଛନ୍ତି କି ଯେଭଳି ଭାବେ ମୋଦି ଯେଉଁଠିକି ବି ଗଲେ ତାଙ୍କ କମାଲ ଲୋକମାନେ ଦେଖୁଛନ୍ତି ସେହିଭଳି ଏହି ମେଣ୍ଢାଟିକୁ ଯେକୌଣସି ମେଳାକୁ ନେଇଗଲେ ବି ସେ ସେଠାରେ ତାର କରାମତି ଦେଖାଉଛି ।

ମେଣ୍ଢାପାଳକ ମେଟକାରୀ କହିଛନ୍ତି କି ଏହି ମେଣ୍ଢାଟି ତାଙ୍କ ପରିବାର ପାଇଁ ବେସ୍ ଶୁଭ ଦାୟକ ଏଥିପାଇଁ ସେ ତାକୁ ବିକିବାକୁ ଚାହୁଁ ନାହାନ୍ତି । ସେ ଆହୁରି କହିଛନ୍ତି କି ଏହାକୁ ନେବାକୁ ଜଣେ ବେପାରୀ ମୋତେ ୭୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଯାଚିଥିଲା । ମୁଁ ଏହାକୁ ବିକିବାକୁ ଚାହୁଁ ନଥିବାରୁ ମୁଁ ତାକୁ ଦେଢ କୋଟି ମାଗିଥିଲି । କାରଣ ଏତେ ଦାମ ଜାଣିଲେ ସେ ଫେରି ପଳାଇବ ବୋଲି ମୁଁ ଆଶା କରିଥିଲି । ସେ କହିଛନ୍ତି କି ମୋ ପରିବାର ୨ ରୁ ୩ ପିଢୀ ହେବ ପୁଶୁ ପାଳନ କରିଆସୁଛୁ । ହେଲେ ବିଗତ ୨/୩ ବର୍ଷ ହେବ ଏହି ସରଜା ପାଇଁ ବେସ୍ ଲାଭବାନ ହୋଇପାରୁଛୁ । କାରଣ ସରଜା ଠାରୁ ଯେଉଁ ଛୁଆ ଜନ୍ମ ହେଉଛନ୍ତି ସେମାନଙ୍କୁ ଆମେ ୫ ରୁ ୧୦ ଲକ୍ଷ ପର୍ଯ୍ୟନ୍ତ ବିକୁଛୁ ।

ମହାରାଷ୍ଟ ମେଣ୍ଢା ଓ ଛେଳି ବିକାଶ ନିଗମର ଉପ- ନିର୍ଦ୍ଦେଶକ ଡାକ୍ତର ସଚିନ ଟିକାଡେ କହିଛନ୍ତି କି ଜଳବାୟୁ ପରିବର୍ତ୍ତନ ଓ ମରୁଡିରେ ଯୋଗୁଁ ରାଜ୍ୟରେ ଦିନକୁ ଦିନ ଏହି ପ୍ରଜାତିର ମେଣ୍ଢା ମାନଙ୍କର ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ହେଲେ ସରକାରଙ୍କ ତରଫରୁ ଏବେ ଏହି ପ୍ରଜାତିର ମେଣ୍ଢା ମାନଙ୍କ ସଂଖ୍ୟା ବୃଦ୍ଧି କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଅନେକ ବର୍ଷ ହେବ ମେଡଗୟାଲ ପ୍ରଜାତିର ମେଣ୍ଢା ମାନଙ୍କ ଉପରେ ଗବେଷଣା କରୁଥିବା ଟାକଡେ କହିଛନ୍ତି ୨୦୦୩ ର ଏକ ସର୍ବେକ୍ଷଣ ମୁତାବକ ସାଙ୍ଗଲି ଜିଲ୍ଲାରେ ଏହି ପ୍ରଜାତିର ୫,୩୧୯ ଟି ମେଣ୍ଢା ରହିଥିଲେ । ହେଲେ ସରକାରୀ ପ୍ରୋତ୍ସାହନ ଫଳରେ ଏବେ ଏହି ଜିଲ୍ଲାରେ ଉକ୍ତ ପ୍ରଜାତିର ମେଣ୍ଢା ମାନଙ୍କର ସଂଖ୍ୟା ୧.୫୦ ଲକ୍ଷ ରୁ ଅଧିକରେ ପହଂଚି ପାରିଛି ।

from Kanak News
via <a href="https://ifttt.com/?

ଜଗା ଦର୍ଶନ ପାଇଁ ପ୍ରସ୍ତୁତି ଆରମ୍ଭ । ଡିସେମ୍ବର ୨୩ରୁ ଖୋଲିବ ସିଂହଦ୍ୱାର । ପ୍ରଥମେ ପୁରୀବାସୀଙ୍କୁ ମିଳିବ ଦର୍ଶନ ସୁଯୋଗ । କରୋନା ରିପୋର୍ଟ ସହ ଜାନୁଆରୀ ୩ରୁ ଅନ୍ୟମାନେ କରିପାରିବେ ଦର୍ଶନ

କନକ ବ୍ୟୁରୋ : ଜଗା ଦର୍ଶନ ପାଇଁ ପ୍ରସ୍ତୁତି ଆରମ୍ଭ । ଡିସେମ୍ବର ୨୩ରୁ ଖୋଲିବ ସିଂହଦ୍ୱାର । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପ୍ରଥମେ ପୁରୀବାସୀଙ୍କୁ ମିଳିବ ଦର୍ଶନ ସୁଯୋଗ । ଡିସେମ୍ବର ୨୩ରୁ ୩୧ତାରିଖ ପର୍ଯ୍ୟନ୍ତ ପୁରୀବାସୀ ଦର୍ଶନ କରିପାରିବେ । ତେବେ କରୋନା ମହାମାରୀ ଭିତରେ ଭିଡକୁ ନଜରରେ ରଖି ଜାନୁୟାରୀ ୧ ଓ ୨ ତାରିଖରେ ବନ୍ଦ ରହିବ ଶ୍ରୀମନ୍ଦିର । ଜାନୁୟାରୀ ୩ତାରିଖରୁ ସମସ୍ତେ ଜଗା ଦର୍ଶନ କରିପାରିବେ । ତେବେ ବାହାର ଜିଲ୍ଲା ଓ ରାଜ୍ୟରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ କରୋନା ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ।

ଦୀର୍ଘ ୯ ମାସ ପରେ ଜଗା ଦର୍ଶନ ପାଇଁ ଭକ୍ତ ଆତୁର ହୋଇ ଚାହିଁ ରହିଛନ୍ତି । ତେବେ ଦ୍ୱନ୍ଦ୍ୱ ବଢ଼ାଇଛି କୋଭିଡ୍ ଟେଷ୍ଟ । କାରଣ କୋଭିଡ ନେଗେଟିଭ୍ ଥିଲେ ଯାଇ ମିଳିବ ଶ୍ରୀମନ୍ଦିର ପ୍ରବେଶ ଅନୁମତି । ରାପିଡ୍ ଟେଷ୍ଟ କିମ୍ବା ଆରଟିପିସିଆର ଟେଷ୍ଟ ରିପୋର୍ଟକୁ ଗ୍ରହଣ କରାଯିବ ବୋଲି କହିଛି ଶ୍ରୀମନ୍ଦିର ପ୍ରଶାସନ । ସବୁଠୁ ବଡ଼ କଥା ହେଉଛି କରୋନା ଟେଷ୍ଟ ୪୮ ଘଂଟା ଭିତରେ ହୋଇଥିବା ଆବଶ୍ୟକ ।

ଏବେ ପ୍ରଶ୍ନ ଉଠୁଛି, ଥଣ୍ଡା, କାଶ ଓ ଜ୍ୱର ନଥିବା ବ୍ୟକ୍ତି ଜଣେ କାହିଁକି କରୋନା ଟେଷ୍ଟ କରିବ? ଏବେ ଲକ୍ଷଣ ଥିବା ବ୍ୟକ୍ତିଙ୍କର ହିଁ କରୋନା ଟେଷ୍ଟ କରାଯାଉଛି । କରୋନା ଟେଷ୍ଟକୁ ବାଧ୍ୟତାମୂଳକ କଲେ, ବିନା ଲକ୍ଷଣରେ କେବଳ ଶ୍ରୀମନ୍ଦିର ଯିବା ପାଇଁ କରୋନା ଟେଷ୍ଟ କରିବାକୁ ହେବ । ଜଗା ଦର୍ଶନ ପାଇଁ ଆତୁର ହୋଇ ରହିଥିବା କୋଟି କୋଟି ଭକ୍ତଙ୍କୁ ଏହା ଦ୍ୱନ୍ଦ୍ୱରେ ପକାଇଛି ।

from Kanak News
via <a href="https://ifttt.com/?

ଚୀନ ସୀମାରେ ଉତେଜନା ଭିତରେ ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ସଜାଗ ଭାରତ । ୧୫ଦିନ ପାଇଁ ଯୁଦ୍ଧକାଳିନ ଅସ୍ତ୍ରଶସ୍ତ୍ର ମହଜୁଦ ରଖିବା ପାଇଁ ସେନାକୁ କେନ୍ଦ୍ରର ଅନୁମତି

କନକ ବ୍ୟୁରୋ : ଲଦାଖ ସୀମାରେ ଚୀନ୍ ସହ ଉତେଜନା ଜାରି ରହିଥିବା ବେଳେ ଏକ ବଡ଼ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ୧୫ ଦିନର ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ମହଜୁଦ ରଖିବାକୁ ସେନାକୁ ଗ୍ରୀନ୍ ସିଗନାଲ ଦେଇଛନ୍ତି ସରକାର । ପୂର୍ବରୁ ୧୦ ଦିନ ପାଇଁ ଅସ୍ତ୍ରଶସ୍ତ୍ର ମହଜୁଦ ରହୁଥିଲା । ହେଲେ ଚୀନ୍ ସହ ଉତେଜନା, ଏପଟେ ପାକିସ୍ତାନର ଶତ୍ରୁ ମନୋଭାବକୁ ଦେଖି ଏହି ନିଷ୍ପତି ନିଆଯାଇଛି ।

ଏବେ ଯୁଦ୍ଧ ପରିସ୍ଥିତିରେ ୧୫ ଦିନ ଲଢ଼ିବା ଭଳି ଅସ୍ତ୍ର ଗଚ୍ଛିତ ରଖାଯିବ । ତେବେ ଏହି ଅଧିକ ଅସ୍ତ୍ର ଗଛିତ ରଖିବାକୁ ତିନି ସେନାକୁ ପ୍ରାୟ ଅଧିକ ୫୦ ହଜାର କୋଟି ଖର୍ଚ୍ଚ କରିବାକୁୁ ହେବ । ବହୁବର୍ଷ ପୂର୍ବରୁ ଯୁଦ୍ଧ ପରିସ୍ଥିତିରେ ୪୦ ଦିନ ପାଇଁ ଅସ୍ତ୍ର ଗଛିତ ରଖିବାକୁ ନିଷ୍ପତି ହୋଇଥିଲା । ହେଲେ ଏସବୁକୁ ମହଜୁଦ ରଖିବା ଏକ କଷ୍ଟକର ବ୍ୟାପାର । ଏହାଛଡ଼ା ସମୟ ସହ ଯୁଦ୍ଧର କୌଶଳ ଓ ଉପକରଣ ବଦଳୁଥିବାରୁ ଏତେ ଦିନ ପାଇଁ ମହଜୁଦ ରଖିବାକୁ ନେଇ ପ୍ରଶ୍ନ ଉଠିଥିଲା ।

ଏହାପରେ ଏହାକୁ ୧୦ ଦିନକୁ କମାଇ ଦିଆଯାଇଥିଲା । ଉରି ଆକ୍ରମଣ ପରେ ଅନୁଭବ କରାଯାଇଥିଲା ଯେ, ପର୍ଯ୍ୟାପ୍ତ ପରିମାଣର ଅସ୍ତ୍ର ଗଛିତ ନାହିଁ । ଏହାକୁ ବଢ଼ାଇବା ପାଇଁ ସେତେବେଳର ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ସେନାକୁ ଅନୁମତି ଦେଇଥିଲେ । ଏହାସହ ୫ ଶହ କୋଟି ପର୍ଯ୍ୟନ୍ତ କିଣିବା ପାଇଁ ତିନି ସେନାକୁ ଜରୁରୀ ଆର୍ଥିକ କ୍ଷମତା ଦିଆଯାଇଥିଲା ।

from Kanak News
via <a href="https://ifttt.com/?

ସଂସଦ ଭବନ ଆକ୍ରମଣକୁ ପୂରିଲା ୧୯ ବର୍ଷ । ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ଆତଙ୍କୀ ରଚିଥିଲେ ବଡ ଷଡଯନ୍ତ୍ର ।

କନକ ବ୍ୟୁରୋ : ୧୯ ବର୍ଷ ତଳେ ଘଟିଥିଲା ଭୟଙ୍କର ଘଟଣା । ଯେତେବେଳେ ଦେଶର ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ଆତଙ୍କୀ ରଚିଥିଲେ ଷଡଯନ୍ତ୍ର । ଆଉ ସ୍ତବ୍ଧ ହୋଇଯାଇଥିଲା ପୂରା ଦେଶ । ୪୫ ମିନିଟ ମଧ୍ୟରେ ୫ ଜଣ ଆତଙ୍କବାଦୀ ଲୋକତନ୍ତ୍ରର ସବୁଠାରୁ ବଡ ମନ୍ଦିର ଅର୍ଥାତ ସଂସଦ ଭବନ ଉପରକୁ କରିଥିଲେ ଗୁଳିମାଡ । ଆଉ ଏହି ଆକ୍ରମଣରେ ଆଖି ବୁଜିଥିଲେ ୯ ନିରୀହ ଜୀବନ ।

ସଂସଦରେ ଭବନରେ ଚାଲିଥିଲା ଶୀତ ଅଧିବେଶନ । ବିପକ୍ଷଙ୍କ ଜବରଦସ୍ତ ହଙ୍ଗାମା ଯୋଗୁଁ ୪୦ ମିନିଟ ଯାଏଁ ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି । ଆଉ ଗୃହ ମୁଲତବୀ ପରେ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ଓ ବିପକ୍ଷ ଦଳର ନେତା ସୋନିଆ ଗାନ୍ଧୀ ଗୃହରୁ ବାହାରି ନିଜ ନିଜ ବାସଭବନ ଅଭିମୁଖେ ବାହାରି ପଡିଥିଲେ ।

ହେଲେ ଗୃହମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଓ କିଛି ନେତା ଗୃହରେ ଉପସ୍ଥିତ ଥିଲେ । ଆଉ ସବୁଦିନ ଭଳି ସେଦିନ ମଧ୍ୟ ଲୋକସଭା ପରିସରରେ ମିଡିଆ କର୍ମୀଙ୍କ ଗହଳି ଲାଗି ରହିଥିଲା । ଏହି ସମୟରେ ଏକ ଧଳା ଆମ୍ବାସାଡାର କାର ସଂସଦ ଭବନ ପରିସର ଭିତରକୁ ମାଡିଆସିଥିଲା । ଗାଡି ସ୍ପିଡ ଦେଖି ସୁରକ୍ଷାକର୍ମୀ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେ ।

କିଛି ସମୟ ପରେ ଗାଡିରୁ ୫ ଜଣ ଆତଙ୍କବାଦୀ ବାହାରି ସଂସଦ ଭବନ ଉପରକୁ ଆଖିବୁଜା ଗୁଳି ମାଡ କରିଥିଲେ । ଆଉ ଏହି ଭୟାନକ ଘଟଣାରେ ଥରି ଉଠିଥିଲା ସାରା ଭାରତ । ଯେଉଁଠି ଦେଶର ଅଧିକ ସୁରକ୍ଷା ବ୍ୟବସ୍ଥା ରହିଥାଏ ସେଠି ଏଭଳି ଆକ୍ରମଣ ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା ।

ଏହାପରେ ଘଟଣାସ୍ଥଳରେ ଦିଲ୍ଲୀ ପୋଲିସ ଓ ସିଆରପିଏଫ ଯବାନ ପହଞ୍ଚିଥିଲେ ଆଉ ଉଭୟ ପକ୍ଷରୁ ଆରମ୍ଭ ହୋଇଥିଲା ଗୁଳି ବର୍ଷଣ । ଏଥିରେ ୫ ଆତଙ୍କୀଙ୍କ ସହ ୧୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଆଜି ଏହି ଘଟଣାକୁ ପୂରିଛି ୧୯ ବର୍ଷ । ହେଲେ ଦେଶବାସୀଙ୍କ ମନରୁ ଯାଇନି ଏହି ଆକ୍ରମଣର ଭୟ ।

from Kanak News
via <a href="https://ifttt.com/?

ଡିସେମ୍ବର ୧୮ ରେ ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ । ରାଜ୍ୟ କାର୍ଯ୍ୟାଳୟରେ ଦିନ ୧୦ ଟାରେ ହେବ ଅନୁଷ୍ଠିତ

କନକ ବ୍ୟୁରୋ : ଚଳିତ ମାସ ୧୮ ତାରିଖରେ ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ରାଜ୍ୟ କାର୍ଯ୍ୟାଳୟରେ ସକାଳ ୧୦ ଟାରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ଆଶିଷ ରଞ୍ଜନ ମିଶ୍ର । ଏହି କାର୍ଯ୍ୟକାରିଣୀ ବୈଠକରେ ଯୁବ ବିଜେଡିର କାର୍ଯ୍ୟକାରୀ ସଭାପତି, ମହାସଚିବ, ବରିଷ୍ଠ ଉପସଭାପତି , ସାଧାରଣ ସଂପାଦକ, ସଂପାଦକ,ଯୁଗ୍ମ ସଂପାଦକ, ୩୫ ଟି ସାଂଗଠନିକ ଜିଲ୍ଲାର ସମସ୍ତ ଜିଲ୍ଲା ସଭାପତି, ଏବଂ ସମସ୍ତ ଜୋନର ଜୋନ ସଭାପତି ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବିଜୁ ଯୁବ ଜନତା ଦଳର ନବକଳେବର ପରେ ଏହା ପ୍ରଥମ କାର୍ଯ୍ୟକାରିଣୀ ବୈଠକ । ଏହି ବୈଠକରେ ଯୁବ ବିଜେଡିର ବିଭିନ୍ନ ପ୍ରସ୍ତାବ ମାନ ଆଗତ କରାଯିବା ସହ ତୃଣମୂଳ ସ୍ତରରେ ଯୁବକ ମାନଙ୍କୁ ସଂଗଠିତ କରାଯାଇ ବିଜୁ ଜନତା ଦଳକୁ କ୍ରିୟାଶୀଳ କରାଯାଇ ପାରିବ ତାହା ଉପରେ ବିସ୍ତୁତ ଆଲୋଚନା ହେବ ବୋଲି ବିଜେଡି ରାଜ୍ୟ ସାଧାରଣ ସଂପାଦକ (ଯୁବ ବ୍ୟାପାର) ଶ୍ରୀ ପ୍ରଣବ କୁମାର ବଳବନ୍ତରାୟ, ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟ ସୂଚନା ଦେଇଛନ୍ତି ।

from Kanak News
via <a href="https://ifttt.com/?

ଭୁବନେଶ୍ୱରରେ ସକ୍ରିୟ ଜମି ମାଫିଆ : ଓଏଲଏକ୍ସରେ ସରକାରୀ ଜମି ବିକ୍ରି ପାଇଁ ବିଜ୍ଞାପନ

କନକ ବ୍ୟୁରୋ : ଭୁବନେଶ୍ୱରରେ ସକ୍ରିୟ ହୋଇଛନ୍ତି ଜମି ଜବରଦଖଲକାରୀ । ଓଏଲଏକ୍ସରେ ସରକାରୀ ଜମି ବିକ୍ରି କରିବା ନେଇ ବାହାର କରିଛନ୍ତି ବିଜ୍ଞାପନ । ଭୁବନେଶ୍ୱରରେ ଏଭଳି ଘଟଣା ସାମ୍ନାକୁ ଆସିଛି । ସରକାରୀ ଜମି କିଣାବିକା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥାକୁ ଆପଣାଇଛନ୍ତି ଜମି ଦଲାଲ । ଜବରଦଖଲକାରୀମାନେ ଓଏଲଏକ୍ସ ମାଧ୍ୟମରେ ବିଜ୍ଞାପନ ଦେଇଛନ୍ତି । ଏହି ନୂଆ ତରିକା ଜରିଆରେ ପଇସାବାଲା ଗ୍ରାହକ ଖୋଜିବା ଲକ୍ଷ୍ୟରେ ଜବରଦଖଲକାରୀମାନେ ଏଭଳି କୌଶଳ ଆପଣାଇଛନ୍ତି ।

ବିଜ୍ଞାପନରେ ଜବରଦଖଲକାରୀମାନେ ସରକାରୀ ଜମି ବୋଲି ଦର୍ଶାଇଛନ୍ତି ଓ ଦାମ ମଧ୍ୟ ଉଲ୍ଲେଖ କରିଛନ୍ତି । ଭୁବନେଶ୍ୱର ଗୁଣ୍ଠ ମାପ ଅନୁସାରେ ଏକ ଲକ୍ଷ ୧୦ ହଜାର ଟଙ୍କା ଓ ବର୍ଗପୁଟ ହିସାବରେ ଏକ ହଜାର ଟଙ୍କା ବୋଲି ଜଣାଇଦିଆଯାଇଛି । ଓଏଲଏକ୍ସରେ ଏଭଳି ବିଜ୍ଞାପ୍ନ ଦେଇଛନ୍ତି ସାଲିଆସାହି ଓ ଚନ୍ଦ୍ରଶେଖରପୁର ଅଂଚଳର ଦୁଇଜଣ ଯୁବକ । ଲୟଲା ସ୍କୁଲ ନିକଟ ଖେଳ ପଡିଆ ପାଖରେ ଥିବା ସାଲିଆସାହିର ଏକ ସରକାରୀ ଜମି ବିକ୍ରୀ ପାଇଁ ଏହି ବିଜ୍ଞାପନ ବାହାରିଛି ।

ସବୁଠାରୁ ବଡ କଥା ହେଲା ଜମିରେ ଥିବା ଘର ଫଟୋକୁ ଅପଲୋଡ ବିଜ୍ଞାପନରେ ଅପଲୋଡ କରାଯାଇଛି ଓ ଯୋଗାଯୋଗ କରିବାକୁ ବି ମୋବାଇଲ ନମ୍ବର ବି ଦିଆଯାଇଛି । ସଂପୃକ୍ତ ଯୁବକ ନିଜ ନାଁ ପ୍ରକାଶ ନ କରି ଘଟଣାସ୍ଥଳକୁ ଜମି ଦେଖିବାକୁ ଡାକିଛନ୍ତି । ଭୁବନେଶ୍ୱରର ବିଭିନ୍ନ ବସ୍ତି ଅଂଚଳରେ ଜମି ମାଫିଆମାନେ ବେଶ ସକ୍ରିୟ ଅଛନ୍ତି । ଏହି ମାଫିଆମାନେ ସରକାରୀ ଜମି ଜବରଦଖଲ କରି ମୋଟା ଅଙ୍କରେ ବିକ୍ରି କରୁଛନ୍ତି ।

from Kanak News
via <a href="https://ifttt.com/?

ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଘରୋଇ ଅଭିଭାବକ ସଂଘର ଧାରଣା ପ୍ରସଙ୍ଗ : ମନ୍ତ୍ରୀ କହିଲେ, ମାମଲା ହାଇକୋର୍ଟରେ କିଛି କହି ହେବନି

କନକ ବ୍ୟୁରୋ : ଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଘରୋଇ ସ୍କୁଲର ଅଭିଭାବକଙ୍କ ଧାରଣା । ଘଂଟ ହୁଳାହୁଳି ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଘରୋଇ ସ୍କୁଲରେ ପିଲାଙ୍କୁ ପାଠ ପଢାଉଥିବା ଅଭଭାବକ । ଘରୋଇ ସ୍କୁଲରେ ଫି’ ବିବାଦରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ହସ୍ତକ୍ଷପ କରିବା ପାଇଁ ଅଭିଭାବକ ସଂଘ ଦାବି କରିଛନ୍ତି । ମହାମାରୀ କରୋନା ଭୟରେ ପ୍ରାୟ ୯ ମାସ ହେବ ବିଦ୍ୟାଳୟ ବନ୍ଦ ରହିଛି । ଅନଲାଇନ୍ରେ ପାଠପଢା ହେଉଛି । ଏବଂ ଯେଉଁ ଅଭିଭାବକମାନେ ସ୍କୁଲରେ ଫି ଦେଇ ପାରିନାହାନ୍ତି, ସେମାନଙ୍କ ପିଲାଙ୍କୁ ଅନଲାଇନ୍ କ୍ଲାସରୁ ବାହାର କରି ଦିଆଯାଉଛି । ତେଣୁ ଘରୋଇ ସ୍କୁଲ ଫି ଉପରେ ସରକାର ଅଂକୁଶ ଲଗାଇବାକୁ ଦାବି ହୋଇଛି ।

ଘରୋଇ ସ୍କୁଲର ଫି ବିବାଦ ହାଇକୋର୍ଟରେ ପହଂଚିଥିବା ବେଳେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି । ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ଘରୋଇ ସ୍କୁଲ ଫି ନିର୍ଦ୍ଧାରଣ ଉପରେ ସରକାରଙ୍କ କୌଣସି ଆଇନ୍ ନାହିଁ । ତେଣୁ ଏଥିରେ ସରକାର ହସ୍ତକ୍ଷେପ କରି ପାରିବେ ନାହିଁ । ତେବେ ଅନ୍ୟ ରାଜ୍ୟରେ ଘରୋଇ ସ୍କୁଲ ଉପରେ ସରକାରଙ୍କ ଅଙ୍କୁଶ ଥିବା ବେଳେ ଓଡିଶାରେ କାହିଁକି ନାହିଁ ବୋଲି ଅଭିଭାବକ ସଂଘ ପ୍ରଶ୍ନ କରିଛନ୍ତି । ସେପଟେ ମନ୍ତ୍ରୀ କହିଛନ୍ତି ମାମଲା କୋର୍ଟରେ ଥିବାରୁ ଏବାବଦରେ କିଛି କହି ହେବନାହିଁ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started