ଚା’ ପିଇବା ସମୟରେ ଆପଣ କରୁଛନ୍ତି କି ଏହି ୬ଟି ଭୁଲ୍ ! ରକ୍ତ ହୀନତା ସହ ହୋଇପାରନ୍ତି କ୍ୟାନସର ଭଳି ଘାତକ ରୋଗର ଶିକାର…!

ଅଧିକାଂଶ ଲୋକେ ଚା ପିଇବାକୁ ବେଶି ପସନ୍ଦ କରିଥାନ୍ତି । କାହିଁକି ଚା ପିଇବା ଦ୍ୱାରା ଶରୀରକୁ ଫୁର୍ତ୍ତି ଆସିଥାଏ । କିନ୍ତୁ ଚା ର ଅତ୍ୟଧିକ ସେବନ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି କରିବା ସହ କ୍ୟାନସର ଭଳି ଘାତକ ରୋଗକୁ ଜନ୍ମ ଦେଇଥାଏ । ବିଶେଷ କରି ଖାଲି ପେଟରେ ଚା ପିଇବା କ୍ଷତିକାରକ ପ୍ରମାଣିତ ହୋଇଥାଏ । ଖାଲି ଏତିକି ନୁହେଁ ଚା ସହ କିଛି ଖାଦ୍ୟ ପଦାର୍ଥ ସେବନ ବି ଶରୀର ପାଇଁ ଘାତକ ସାଜିପାରେ ।

ଆଜି ଆମେ ଆପଣଙ୍କୁ ଏଭଳି କିଛି ଭୁଲ୍ ସଂପର୍କରେ ଅବଗତ କରାଇବୁ, ଯାହାକୁ ଆପଣ ସାଧାରଣତଃ ଚା ପିଇବା ସମୟରେ କରିଥାନ୍ତି । ଆଉ ଏହି ଭୁଲ୍ ଆପଣଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିବା ସହ କ୍ୟାନସର ଭଳି ଗୁରୁତର ରୋଗୀ ସଜେଇଦେଇପାରେ । ଏବେ ନଜର ପକାନ୍ତୁ ଚା ପିଇବା ସମୟରେ ଆପଣ କରୁଥିବା ଏହିସବୁ ଭୁଲ୍ ଉପରେ ..

ଅତ୍ୟଧିକ ଗରମ ଚା’ ସେବନ

ଏକ ଅଧ୍ୟୟନରୁ ଜଣାପଡିଛି କି, ଅତ୍ୟଧିକ ଗରମ ଚା’ ପିଉଥିବା ବ୍ୟକ୍ତିଙ୍କଠାରେ ଖାଦ୍ୟ ନଳୀ କର୍କଟ ତଥା ଏସୋଫେଜ୍ଲ କ୍ୟାନସର (esophageal cancer)ହେବାର ସମ୍ଭାବନା ଅଧିକ ରହିଛି । ଯେଉଁମାନେ ଦୈନିକ ୭୫ ଡିଗ୍ରି ସେଲସିୟସ ବା ଏହାଠୁ ଅଧିକ ଗରମ ଚା’ ପିଉଛନ୍ତି ସେମାନଙ୍କଠାରେ esophageal cancer ହେବାର ଆଶଙ୍କା ଦୁଇଗୁଣା ଅଧିକ ରହିଥାଏ । କାରଣ, ଗରମ ଜିନିଷ ଗଳାରେ ଥିବା ଟିସୁକୁ ନଷ୍ଟ କରିଦେଇଥାଏ । ଗରମ ଚା ପିଇବା ଦ୍ୱାରା କେବଳ ଗଳା କର୍କଟ ହୋଇନଥାଏ ବରଂ ଏସିଡିଟି, ଅଲସର ଏବଂ ପେଟ ଜନିତ ସମସ୍ୟା ମଧ୍ୟ ଦେଖାଦେଇଥାଏ ।

ଡିସ୍ପୋଜାଲ କପରେ ଚା’ ପିଇଲେ

ନିକଟରେ ଆଇଆଇଟି ଖଡଗପୁରର ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଯଦି କୌଣସି ବ୍ୟକ୍ତି କାଗଜ କିମ୍ବା ପ୍ଲାଷ୍ଟିକ କପରେ ଦିନକୁ ୩ରୁ ଅଧିକ ଥର ଚା’ ପିଅନ୍ତି ତେବେ ତାଙ୍କ ଶରୀରରେ ପ୍ଲାଷ୍ଟିକର ପ୍ରାୟ ୭୫ ହଜାର ସୁକ୍ଷ୍ମ କଣିକା ଚାଲିଆସିଥାଏ । ଆଉ ଏହି କଣିକା ମଣିଷ ଶରୀରରେ ଅନେକ ପ୍ରକାରର ଘାତକ ରୋଗ ସୃଷ୍ଟି କରିଥାଏ ।

ଚା’ ସହ ସବୁଜ ପନିପରିବାର ସେବନ

ସାଧାରଣତଃ ସବୁଜ ପନିପରିବା ଏବଂ ଡ୍ରାଇ ଫୁଡରେ ପୋଷକ ତତ୍ୱର ମାତ୍ରା ଅଧିକ ଥାଏ । ଯାହା ଶରୀର ପାଇଁ ବେଶ୍ ଲାଭଦାୟକ ହୋଇଥାଏ । କିନ୍ତୁ ଚା’ ସହିତ ଏସବୁ ଜିନିଷକୁ ଖାଇବା କୌଣସି ବିଷ ଠାରୁ ବି କମ ନୁହେଁ । ତେବେ ବନ୍ଧାକୋବି, ଫୁଲକୋବି, ମୂଳା, ଶାଗ ଏବଂ ସୋୟାବିନ ଆଦି ପନିପରିବାରେ ଗୋଇଟ୍ରୋଗାନ୍ ତତ୍ୱ ଥିବା କାରଣରୁ ଚା’ ପିଇବା ସମୟରେ ଏଗୁଡିକ ଖାଇବା ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ ହୋଇଥାଏ ।

ଚା’ ସହ ବେସନ ଜନିଷ ଖାଇବା

ଚା’ ପିଇବା ସମୟରେ ବେସନରୁ ପ୍ରସ୍ତୁତ ଖାଦ୍ୟ ପଦାର୍ଥ ମଧ୍ୟ ଖାଇବା ଅନୁଚିତ । ଏହାଦ୍ୱାରା ଶରୀରରେ ପୋଷକ ତତ୍ୱ ହ୍ରାସ ପାଇଥାଏ ଏବଂ ପେଟ ଜନିତ ବିଭିନ୍ନ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ ।

ଲେମ୍ବୁ

କିଛି ଲୋକ ସ୍ୱାଦ ବଢାଇବା ପାଇଁ ଚା’ ସହିତ ଲେମ୍ବୁ ମିଶାଇ ପିଇଥାନ୍ତି । କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଚା’ରେ ଲେମ୍ବୁ ମିଶାଇ ପିଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ।

ଅଣ୍ଡା

ଅଧିକାଂଶ ଲୋକ ଅଣ୍ଡା ସହିତ ଚା’ ପିଇବାକୁ ବେଶି ପସନ୍ଦ କରିଥାନ୍ତି । ମାତ୍ର ଏହା ଧିରେ ଧିରେ ଶରୀରକୁ କ୍ଷତି ପହଂଚାଇପାରେ । କାରଣ ଚା ପତିରେ ଥିବା ଟାନିକ୍ ଏସିଡି ଅଣ୍ଡାର ପ୍ରୋଟିନ୍ ସହ ମିଶି ଗ୍ଧବଦ୍ଭଦ୍ଭସମ ବମସୟ tannic acid protein compound ସୃଷ୍ଟି କରିଥାଏ, ଯାହା ପେରିଷ୍ଟାଲସିସର କାମକୁ ମନ୍ଥର କରିଦେଇଥାଏ ।

from Kanak News
via <a href="https://ifttt.com/?

କୃଷକଙ୍କ ସମର୍ଥନରେ ବାହାରିଲେ ପୋଲିସ ଡିଆଇଜି । ରାଜ୍ୟସରକାରଙ୍କୁ ପଠାଇଲେ ଇସ୍ତଫା ପତ୍ର । କହିଲେ ଅନ୍ନଦାତାଙ୍କ ଗୁହାରୀ ଶୁଣ ସରକାର

କନକ ବ୍ୟୁରୋ : ଦିଲ୍ଲୀ ସୀମାରେ ଆନ୍ଦୋଳନରତ କୃଷକଙ୍କୁ ସମର୍ଥନ ଜଣାଇ ବହୁ ବରିଷ୍ଠ ରାଜନେତା, ଖେଳାଳୀ ଓ ବୈଜ୍ଞାନିକ ମାନେ ସରକାରଙ୍କ ଦ୍ୱାରା ପ୍ରଦତ ପୁରସ୍କାର ଫେରାଉଥିବା ଦେଖିବାକୁ ମିଳିଥିଲା । ହେଲେ କୃଷକଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ଜଣେ ପୋଲିସ ଡିଆଇଜି ତାଙ୍କର ଇସ୍ତଫା ପତ୍ର ଉଚ୍ଚ ଅଧିକାରୀଙ୍କୁ ପଠାଇବା ଭଳି ଖବର ଆସିଛି ପଞ୍ଜାବରୁ ।

ସୂଚନା ମୁତାବକ ପଞ୍ଜାବର ଜେଲ ଡିଆଇଜି ଲଖବିନ୍ଦର ସିଂ ଜାଖର କୃଷକ ଆନ୍ଦୋଳନକୁ ସମର୍ଥନ କରି ତାଙ୍କ ଇସ୍ତଫା ପତ୍ର ପଞ୍ଜାବ ସରକାରଙ୍କ ନିକଟକୁ ପଠାଇଛନ୍ତି । ସେ ଇସ୍ତଫା ପତ୍ରରେ ଲେଖିଛନ୍ତି କି ସରକାର କୃଷକ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ କୃଷକ ବିରୋଧୀ କୃଷି କାନୁନ୍ ଫେରସ୍ତ ନିଅନ୍ତୁ । ଏଡିଜିପି (ଜେଲ) ପି.କେ ସିହ୍ନା କହିଛନ୍ତି କି ଯେ ଲଖବିନ୍ଦର ଦେଇଥିବା ଇସ୍ତଫା ପତ୍ରର ଏକ କପି ମଧ୍ୟ ତାଙ୍କୁ ପଠାଯାଇଛି ।

୧୮ ଦିନରେ ପହଂଚିଥିବା କୃଷକ ଆନ୍ଦୋଳନକୁ ଦେଶ ତଥା ଦେଶ ବାହାରୁ ସମର୍ଥନର ସୁଅ ଛୁଟିଛି । ରାଜନୀତି ଠାରୁ ଆରମ୍ଭ କରି ସିନେମା କଳାକାର ଓ କ୍ରୀଡାବିତ୍ ମାନେ କୃଷକଙ୍କ ସ୍ୱରରେ ସ୍ୱର ମିଳାଇଛନ୍ତି । ଏନେଇ ପ୍ରଥମେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅକାଳୀ ଦଳର ନେତା ପ୍ରକାଶସିଂ ବାଦଲ ପଦ୍ମବିଭୂଷଣ ଫେରାଇଥିଲେ । ଏହାପରେ ରାଜ୍ୟସଭା ସାଂସଦ ସୁଖଦେବସିଂ ଧିଣ୍ଡସା ବି ପଦ୍ମବିଭୂଷଣ ଫେରାଇବାକୁ ଘୋଷଣା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପଂଜାବ ସାହିତ୍ୟ ଏକାଡେମୀର ପୁରସ୍କାର ବିଜେତା ଡକ୍ଟର ମୋହନଜିତ, ବିଚାରକ ଡକ୍ଟର ଜସବିନ୍ଦର ସିଂ, ପଞ୍ଜାବୀ ନାଟ୍ୟକାର ତଥା ଖବରକାଗଜର ସଂପାଦକ ମଧ୍ୟ ପୁରସ୍କାର ଫେରାଇବାକୁ ଘୋଷଣା କରିସାରିଛନ୍ତି। ପୁରସ୍କାର ଫେରାଇବାକୁ ଘୋଷଣା କରିଥିବା ଲୋକଙ୍କ ଭିତରେ ପୁଣି ସାମିଲ ହୋଇଛନ୍ତି ପୂର୍ବତନ ହକି ଅଧିନାୟକ ପରଗତ ସିଂଙ୍କ ସମେତ ୨୭ ଜଣ ଖେଳାଳି ।

from Kanak News
via <a href="https://ifttt.com/?

ଚଳିତ ବର୍ଷ ହେବନି ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା :  ଜିଲ୍ଲାପାଳଙ୍କ ସହ ଧନୁଯାତ୍ରା କମିଟିର ବୈଠକ ପରେ ନିଷ୍ପତ୍ତି : କରୋନା ପାଇଁ ବନ୍ଦ ହେବ ଯାତ୍ରା

କନକ ବ୍ୟୁରୋ : ଚଳିତ ବର୍ଷ ହେବନି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । କରୋନା ମହାମାରୀ ପାଇଁ ବନ୍ଦ ରହିବ ମୁକ୍ତାକାଶ ରଂଙ୍ଗ ମଂଚରେ ମଂଚସ୍ଥ ହେଉଥିବା ଧନୁଯାତ୍ରା । ଜିଲ୍ଲାପାଳଙ୍କ ସହ ଧନୁଯାତ୍ରା କମିଟି ସଦସ୍ୟଙ୍କ ଆଲୋଚନା ପରେ ନିଆଯାଇଛି ଏହି ନିଷ୍ପତି । କରୋନା ମହାମାରୀକୁ ଦୃଷ୍ଟିରେ ରଖି  ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଧନୁଯାତ୍ରା ନେଇ ବସିଥିଲା ଗୁରୁତ୍ୱପୁର୍ଣ୍ଣ ବୈଠକ । ବୈଠକ ପରେ ଧନୁଯାତ୍ରା ଚଳିତ ବର୍ଷ ବନ୍ଦ ରହିବ ବୋଲି ନିଷ୍ୱତି ହୋଇଛି । ଧନୁଯାତ୍ରା ଶ୍ରଦ୍ଧାଳୁଙ୍କ ଜନ ଗହଳି ସମାଗମ ନେଇ ଏଭଳି ନିଷ୍ପତି ନିଆଯାଇଛି ।

ପ୍ରତିବର୍ଷ ବରଗଡ଼ ଧନୁଯାତ୍ରା ଦେଖିବାକୁ ଲୋକଙ୍କ ଗହଳି ଲାଗେ । ବିଶ୍ୱର ସବୁଠୁ ବଡ ମୁକ୍ତାକାଶ ରଙ୍ଗମଂଚରେ ଅଭିନୟ କରନ୍ତି କଳାକାରମାନେ । ଦେବକୀ ବାସୁଦେବଙ୍କ ବିବାହ ଉତ୍ସବ, ଦୈବବାଣୀରେ କଂସଙ୍କ ମନରେ ଭୟ ସଂଚାର, ଦେବକୀ-ବାସୁଦେବଙ୍କ କାରାବରଣ ଏବଂ ଯୁବରାଜ କଂସଙ୍କ ସିଂହାସନ ଆହୋରଣ ଭଳି ଦୃଶ୍ୟ ମଂଚରେ କଳାକାରମାନେ ପରିବେଶଣ କରନ୍ତି । ରାଜ୍ୟ ଓ ଦେଶର ବିଭିନ୍ନ କୋଣରୁ ସାଂସ୍କୃତିକ ଦଳ ଆସି ମଂଚରେ ନୃତ୍ୟ ପରିବେଶଣ କରିଥାନ୍ତି । ହେଲେ ଏବର୍ଷ କରୋନା ମହାମାରୀ ପାଇଁ ସବୁ କିଛି ବନ୍ଦ ହୋଇଯାଇଛି ।

from Kanak News
via <a href="https://ifttt.com/?

କେରଳ ସମେତ ୫ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ମାଗଣାରେ ଦିଆଯିବ କରୋନା ଟିକା । ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଅପେକ୍ଷା କରିଛନ୍ତି ନାଗରିକ

କନକ ବ୍ୟୁରୋ : କରୋନା ଟିକାକୁ ନେଇ ସାରା ବିଶ୍ୱରେ ଏବେ ତତ୍ପର । କେବେ ସମସ୍ତଙ୍କୁ ମିଳିବ ଟିକା । ଟିକା କେତେ ଫଳପ୍ରଦ ହେବ ତାକୁ ନେଇ ରାଷ୍ଟ୍ରମୁଖ୍ୟ ମାନେ ଏବେ ବିଚାର କିରବାରେ ଲାଗିଛନ୍ତି । ହେଲେ ସାଧାରଣ ଲୋକଟି ଭାବୁଛି ତାକୁ ଟିକା ମାଗଣାରେ ମିଳିବ ନା ଟିକା ବାବଦରେ ସରକାର ତାଙ୍କ ଠାରୁ ଟଙ୍କା ଆଦାୟ କରିବେ । ଯଦି ଟଙ୍କା ଆଦାୟ କରିବେ ତେବେ ପ୍ରତି ଡୋଜକୁ ତାକୁ କେତେ ଟଙ୍କା ଦେବାକୁ ପଡିବ । ଏବାବଦରେ ତା ପରିବାର ପାଇଁ ମୋଟ କେତେ ଟଙ୍କା ଲାଗିବ । ଯଦି ଟିକା ମହଙ୍ଗା ହୁଏ ତେବେ ସେ ତା ପରିବାରର ସମସ୍ତ ସଦ୍ୟସ୍ୟଙ୍କ ପାଇଁ ଟିକା କିଣିପାରିବ ତ ? । ଏଭଳି ଅନେକ ପ୍ରଶ୍ନ ସରକାରଙ୍କ ଠାରୁ ନାଗରିକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଘାରିଛି । ହେଲେ ଏହାରି ମଧ୍ୟରେ ରାଜନୀତିର ପଶାପାଲିରେ ଟିକା ଏକ ମୁଦ୍ଦା ହୋଇଯାଇଛି ।

ଭାରତର ୫ ଟି ରାଜ୍ୟ ଲୋକଙ୍କୁ ମାଗଣାରେ ଟିକା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି । ପ୍ରଥମେ ବିହାର ନିର୍ବାଚନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ କି ବିହାରରେ ବିଜେପି ଓ ଜେଡିୟୁ ସରକାର ଗଠନ କଲେ ବିହାରବାସୀଙ୍କୁ ମାଗଣାରେ କରୋନା ଟିକା ଯୋଗାଇ ଦିଆଯିବ । ଏବେ ସେଠାରେ ବିଜେପି ଜେଡିୟୁକୁ ଲୋକମାନେ ବହୁମତ ଦେଇଥିବାରୁ ନିର୍ମଳାଙ୍କ ମାୟାରେ ଛନ୍ଦି ହୋଇ ଲୋକଙ୍କୁ ମାଗଣା ଟିକା ଯୋଗାଇ ଦେବାକୁ ନିତୀଶ କହିଛନ୍ତି । ସେହିପରି କେରଳର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କହିଛନ୍ତି କି ଏହି ଟିକା ନେବା ବେଳେ କେରଳବାସୀଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ । ଯଦି କେନ୍ଦ୍ରସରକାର ଟିକା ବାବଦକୁ ଅର୍ଥ ନିଅନ୍ତି ତାହେଲେ ସେ ଅର୍ଥ କେରଳ ସରକାର ବହନ କରିବେ । ସେପଟେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଇଡାପାଡ୍ଡି ପାଲାନିସ୍ୱାମୀଙ୍କ ସରକାର ବି ତାମିଲନାଡୁରେ ସମ୍ପୁର୍ଣ୍ଣ ମାଗଣା ଟିକାକରଣ କରିବାକୁ ପ୍ରତିଶୃତି ଦେଇଛନ୍ତି । ସେହିପରି ମଧ୍ୟପ୍ରଦେଶର ମାମା ଭାବେ ପରିଚିତ ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନ ବି ମାଗଣା ଟିକା ଘୋଷଣା କରିଥିିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମାଗଣା ଟିକା ଦେବାକୁ ରାଜ୍ୟବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି । ଦେଶର ୩୦ ରାଜ୍ୟ ମଧ୍ୟରୁ ୫ ଟି ରାଜ୍ୟ ମାଗଣା ଟିକା ଦେବାକୁ ରାଜ୍ୟବାସୀଙ୍କୁ ପ୍ରତିଶୃତି ଦେଇଥିବା ବେଳେ ଅନ୍ୟ ରାଜ୍ୟସରକାର ମାନେ ଟିକା ଆସିବା ପୂର୍ବରୁ ଏନେଇ ଘୋଷଣା କରୁଛନ୍ତି ନା କେନ୍ଦ୍ରସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବେ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

from Kanak News
via <a href="https://ifttt.com/?

୮ ମାସରେ ଖବରକାଗଜ ଶିଳ୍ପ ସହିଲାଣି ୧୨,୫୦୦ କୋଟିର କ୍ଷତି । ତୁରନ୍ତ ଆର୍ଥିକ ପ୍ୟାକେଜ୍ ଘୋଷଣା କରିବାକୁ ସରକାରଙ୍କୁ ଅନୁରୋଧ କଲା ଆଇଏନଏସ୍

କନକ ବ୍ୟୁରୋ : କରୋନା ମହାମାରୀ ପାଇଁ ସରକାର ଯେଭଳି ଭାବେ ଲକ୍ ଡାଉନ ଓ ସଟଡାଉନ କଲେ ତାହା ଦ୍ୱାରା ଦେଶର ସମସ୍ତ ଶିଳ୍ପ ପ୍ରାୟ କ୍ଷତି ସହୁଛି । ଏହାରି ମଧ୍ୟରେ ଦୈନିକ ଦେଶବାସୀଙ୍କୁ ଦେଶ ବିଦେଶର ଖବର ଜଣାଉଥିବା ଖବରକାଗଜ ଶିଳ୍ପ ବି ଅହେତୁକ ଭାବେ କ୍ଷତି ସହିଛି । ଏକ ସଂସ୍ଥାର ସର୍ବେକ୍ଷଣ ମୁତାବକ ଲକଡାଉନ ଯୋଗୁଁ ଗତ ୮ ମାସ ମଧ୍ୟରେ ଦେଶର ଖବର କାଗଜ ଶିଳ୍ପ ପ୍ରାୟ ୧୨,୫୦୦ କୋଟି ଟଙ୍କାର କ୍ଷତି ସହି ଆର୍ଥିକ ସଂକଟ ମଧ୍ୟରେ ଗତି କରୁଛି । ଏଭଳି ସଂକଟରୁ ଖବରକାଗଜ ଶିଳ୍ପକୁ ବଞ୍ଚାଇବା ପାଇଁ ସରକାର ସହାୟତା ପ୍ୟାକେଜ୍ ଘୋଷଣା କରନ୍ତୁ ବୋଲି ଇଣ୍ଡିଆନ ନ୍ୟୁଜ ପେପର ସୋସାଇଟି (ଆଇଏନଏସ) ଅନୁରୋଧ କରିଛି ।

ଆଇଏନଏସ ଅନୁରୋଧ କରିଛି କି ନ୍ୟୁଜପ୍ରିଣ୍ଟ, ଜିଏନପି ଓ ଏଲଡବ୍ଲ୍ୟୁସି କାଗଜ ଉପରୁ ସରକାର ଆଦାୟ କରୁଥିବା ଅତିରିକ୍ତ ୫ ପ୍ରତିଶତ ସୀମା ଶ୍ଳୁକ ଛାଡ କରନ୍ତୁ , ୨ ବର୍ଷ ପର୍ଯ୍ୟନ୍ତ ଟିକସ୍ ଆଦାୟ ବନ୍ଦ କରନ୍ତୁ । ସରକାର ଖବରକାଗଜକୁ ଯେଉଁ ବିଜ୍ଞାପନ ଦେଉଛନ୍ତି ତାହା ମୂୂଲ୍ୟର ୫୦ ପ୍ରତିଶତ ବୃଦ୍ଧି କରନ୍ତୁ । ଛାପା ଗଣମାଧ୍ୟମରେ ସରକାରୀ ଖର୍ଚ୍ଚ ୨୦୦ ପ୍ରତିଶତ ବୃଦ୍ଧି କରନ୍ତୁ ଓ ବକେୟା ବିଜ୍ଞାପନ ଦେୟ ତୁରନ୍ତ ପୈଠ କରି ଖବର କାଗଜ ଶିଳ୍ପକୁ ସଂକଟରୁ ଉଦ୍ଧାର କରନ୍ତୁ ।

ସୁପ୍ରିମ କୋର୍ଟ ଏକଥା ସ୍ୱିକାର କରିଛନ୍ତି କି ଅସୁବିଧା ସମୟରେ ଦେଶର ଖବରକାଗଜ ଶିଳ୍ପ ତଥ୍ୟପୂର୍ଣ୍ଣ ଖବର ପରିବେଷଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି । ହେଲେ ମହାମାରୀ ଯୋଗୁଁ ଏହି ଶିଳ୍ପ ଏବେ ଗରୁତ୍ୱର ପ୍ରଭାବିତ ହୋଇଛି । ଏଥି ସକାଶେ ଅନେକ ଖବର କାଗଜ ପ୍ରକାଶନ ବନ୍ଦ କରିଦେଇଛନ୍ତି ଓ ଅନ୍ୟ କିଛି ଖବରକାଗଜ ସିମିତ ସଂସ୍କରଣରେ ଚଳାଉଛନ୍ତି । ଏଭଳି ସ୍ଥିତି ଜାରି ରହିଲେ ଆହୁରି ଅନେକ ଖବର କାଗଜ ନିକଟ ଭବିଷ୍ୟତରେ ବନ୍ଦ ହୋଇଯିବ ବୋଲି ଆଇଏନଏସର ଅଧ୍ୟକ୍ଷ ଏଲ୍.ଆଡିମୁଲମ୍ କହିଛନ୍ତି ।

ଏହାସହ ଆଇଏନଏସ ଆକଳନ କରିଛି ଯେ ଖବରକାଗଜ ଶିଳ୍ପ ଚଳିତ ବର୍ଷ ଶେଷ ହେବା ବେଳକୁ ପ୍ରାୟ ୧୬ ଶହ କୋଟି ଟଙ୍କା କ୍ଷତିରେ ସମ୍ମୁଖୀନ ହେବ । ବିଶ୍ୱର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ରରେ ଚତୁର୍ଥ ସ୍ତମ୍ଭର ଏଭଳି ସଂକଟ ଯୋଗୁଁ ଖବରକାଗଜ ସହ ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବେ ଜଡିତ ପ୍ରାୟ ୩୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଏହାର ପ୍ରଭାବ କର୍ମଚାରୀଙ୍କ ପରିବାର ଉପରେ ପଡିବା ସହ ପ୍ରିଣ୍ଟିଂ ପ୍ରେସ ଓ ଯୋଗାଣ ଶୃଙ୍ଖଳ ଉପରେ ମଧ୍ୟ ପଡିଛି । ଏଣୁ ଏହି ସଂକଟରୁ ଉଦ୍ଧାର ପାଇବାକୁ ଖବରକାଜଗ ଶିଳ୍ପ ମାନେ ପ୍ରୟାସ ଜାରି ରଖିଥିବା ବେଳେ ଏହି ସମୟରେ ସରକାର ଯଦି ଏନେଇ ଆର୍ଥିକ ପ୍ୟାକେଜ ଘୋଷଣା କରନ୍ତେ ତାହେଲେ ଖବରକାଗଜ ଶିଳ୍ପ ପୁଣିଥରେ ମୂଳଅବସ୍ଥାକୁ ଫେରିପାରନ୍ତା ବୋଲି ଆଇଏନଏସ କହିଛି ।

from Kanak News
via <a href="https://ifttt.com/?

ବ୍ରହ୍ମଗିରି ମଢପଦା ଗାଁରେ ଅଗ୍ନିକାଣ୍ଡ : ଜଳିଗଲା କୁମ୍ଭାର ଭାଟି; ଜଣେ ଗୁରୁତରଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି

କନକ ବ୍ୟୁରୋ : ବ୍ରହ୍ମଗିରି ମଢପଦା ଗାଁରେ ଅଗ୍ନିକାଣ୍ଡ । ଜଳିଗଲା କୁମ୍ଭାର ଭାଟି । ଅଗ୍ନିକାଣ୍ଡରେ ଜଣେ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ପୁରୀ ମେଡ଼ିକାଲକୁ ପଠାଯାଇଛି । ମଢପଦା ଗାଁର ମୁକୁନ୍ଦ ମୁଦୁଲିଙ୍କ କୁମ୍ଭାର ଶାଳରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି କୁମ୍ଭାର ଶାଳରେ ଥିବା ଆସଭାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଛନ୍ତି ।

from Kanak News
via <a href="https://ifttt.com/?

ଚାଷୀଙ୍କ ପାଇଁ ଲାଗିଲା ଫୁଟ୍ ମସାଜ ମେସିନ୍ : ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ମେସିନ୍ ପ୍ରଦାନ

କନକ ବ୍ୟୁରୋ : ଚାଷୀଙ୍କ ପାଇଁ ଲାଗିଲା ଫୁଟ ମସାଜ ମେସିନ । କେନ୍ଦ୍ର କୃଷିଆଇନକୁ ବିରୋଧ କରି ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନକୁ ୧୭ ଦିନ ପୁରିଥିବା ବେଳେ ପ୍ରତିବାଦରୁ ଓହରିବାର ନାଁ ନେଉନାହାନ୍ତି ଚାଷୀ । ଧାରଣା ସ୍ଥଳରେ ଲକ୍ଷାଧିକ କୃଷକ ପ୍ରତିବାଦ କରୁଥିବା ବେଳେ ସେମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଉଛନ୍ତି ଅନେକ ସ୍ୱେଚ୍ଛସ୍ୱେବୀ ଅନୁଷ୍ଠାନ ।

ଖାଲସା ଏଡ଼ନାମକ ଏକ ଆନ୍ତର୍ଜାତୀୟ ଏନଜିଓ ପକ୍ଷରୁ ଚାଷୀ ମାନଙ୍କ ପାଇଁ ଫୁଟ୍ ମସାଜ ମେସିନ୍ ଯୋଗାଇଦିଆଯାଇଛି । ପୂର୍ବରୁ ସିଂଘୁ ସୀମାନ୍ତରେ କୃଷକଙ୍କୁ ଗରମ ପାଣି ଯୋଗାଇଦେବା ପାଇଁ ଗିଜରର ବ୍ୟବସ୍ଥା କରିଥିଲା ଏହି ଅନୁଷ୍ଠାନ । ଆଗକୁ ସେମାନଙ୍କ ପାଇଁ ୱାଟର ପ୍ରୁଫ୍ ତମ୍ବୁ ଓ ଗାଧୁଆ ଘର କରାଯିବା ନେଇ କହିଛନ୍ତି ଖାଲସା ଏଡ଼ର ପରିଚାଳନା ନିର୍ଦ୍ଦେଶକ ଅମନପ୍ରିତ୍ । ପ୍ରବଳ ଶୀତରେ ଧାରଣା ଦେଉଥିବା କୃଷକଙ୍କ ପାଇଁ କମ୍ବଳ ଓ ୫ଶହ ଗଦିର ବ୍ୟବସ୍ଥା ମଧ୍ୟ କରିଛି ଖଲସା ଏଡ଼ ସଂଗଠନ ।

from Kanak News
via <a href="https://ifttt.com/?

ବିଜୁ ଜନତା ଦଳ ଗଠନର ୨୩ ବର୍ଷ ପୂର୍ତି ପାଳନ ପାଇଁ ପ୍ରସ୍ତୁତି: ଆସନ୍ତା ୨୦ରେ ବସିବ ବିଜେଡି କାର୍ଯ୍ୟକାରୀଣୀ, ୨୧ରେ ରାଜ୍ୟ ପରିଷଦ ବୈଠକ

କନକ ବ୍ୟୁରୋ: ଦଳ ଗଠନର ୨୩ ବର୍ଷ ପୂର୍ତି ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଜେଡି । ୨୬ ତାରିଖରେ ଦଳ ୨୩ ବର୍ଷରେ ପଦାର୍ପଣ କରୁଛି । ଏଥିପାଇଁ ଆସନ୍ତା ୨୦ରେ ବସିବ ବିଜେଡି କାର୍ଯ୍ୟକାରିଣୀ । ୨୧ରେ ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ ହେବ । ଏଥିରେ ସମସ୍ତ ବିଧାୟକ, ସାଂସଦ , ଜିଲ୍ଲାପରିଷଦ ସଦସ୍ୟ ସାମିଲ ହେବେ । ପରିଷଦ ବୈଠକରେ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରାଯାଇ ଦଳର ପରବର୍ତୀ ରାଜନୈତିକ ରଣନୀତି ସ୍ଥିର କରାଯିବ । ୨୬ ତାରିଖରେ ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀ ଓ ବ୍ଲକରେ ସ୍ତରରେ ବିଜେଡି ପାଳନ କରିବ ପ୍ରତିଷ୍ଠା ଦିବସ । କୋଭିଡ କଟକଣା ମଧ୍ୟରେ ଏହି ପ୍ରତିଷ୍ଠା ଦିବସ ପାଳ କରାଯିବ ।

from Kanak News
via <a href="https://ifttt.com/?

ଟିଭି ଚ୍ୟାନେଲ ମାନଙ୍କରେ ଟିଆପି ଘୋଟାଲା । ରିପବ୍ଲିକ୍ ଚ୍ୟାନେଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିକାଶ ଖାନଚନ୍ଦାନୀ ମୁମ୍ବାଇରୁ ଗିରଫ୍

କନକ ବ୍ୟୁରୋ : ଟିଆପି ରେଟିଂ ଘୋଟାଲାରେ ରିପବ୍ଲିକ୍ ଚ୍ୟାନେଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିକାଶ ଖାନଚନ୍ଦାନୀକୁ ଗିରଫ୍ କରିଛି ମୁମ୍ବାଇ ପୋଲିସ । ଖାନଚନ୍ଦାନୀ ଘରେ ଥିବା ବେଳେ ମୁମ୍ବାଇ ପୋଲିସ ଆଜି ସକାଳୁ ତାଙ୍କୁ ଗିରଫ୍ କରିଛି । ଏହି ମାମଲାରେ ବର୍ତମାନ ପର୍ଯ୍ୟନ୍ତ ମୋଟ ୧୩ ଜଣ ଅଭିଯୁକ୍ତ ଗିରଫ୍ ହୋଇସାରିଲେଣି । ମୁମ୍ବାଇ ପୋଲିସ ଏହି ମାମଲାରେ ପ୍ରଥମେ ଅକ୍ଟୋବର ୬ ତାରିଖରେ ମାମଲା ଦାୟର କରିଥିଲା । ଏହାପରେ ହାଂସା ଗବେଷଣା ଅଧିକାରୀ ନିତୀନ ଦେବକରଙ୍କ ଅଭିଯୋଗ ଆସିବା ପରେ ପୋଲିସ ଅନୁସନ୍ଧାନ ଆରମ୍ଭ କରିଥିଲା । ପୋଲିସର କ୍ରାଇମ ଇଣ୍ଟେଲିଜେନ୍ସ ବିଭାଗ ତଥା କଥିତ ଟିଆରପି ଘୋଟାଲାର ଯାଂଚ କରୁଛି । ଏହି ସଂସ୍ଥା ଏହା ପୂର୍ବରୁ ରିପବ୍ଲିକ ଟିଭିର ବ୍ୟବସାୟ ଉପଦେଷ୍ଟାଙ୍କ ସହ ମୋଟ ୧୨ ଜଣଙ୍କୁ ଗିରଫ୍ କରିସାରିଥିଲା ।

ଏହି ମାମଲା ଗତମାସ ସାମ୍ନାକୁ ଆସିଥିଲା ଯେତେବେଳେ ହଂସା ରିସର୍ଚ ଗ୍ରୁପ ମାଧ୍ୟମରେ ପ୍ରସାରଣ ଦର୍ଶକ ଗବେଷଣା ପରିଷଦ ଅଭିଯୋଗ ଆଣିଥିଲେ । ଯେଉଁ ଅଭିଯୋଗରେ କୁହାଯାଇଥିଲା କି କିଛି ଟିଭି ଚ୍ୟାନେଲ ଟିଆରପିରେ ହେର ଫେର କରୁଛି । ଟିଆରପି ଡାଟା (କେତେ ଦର୍ଶକ କେଉଁ ଚ୍ୟାନେଲ ଦେଖୁଛନ୍ତି ଓ କେତେ ସମୟ ଦେଖୁଛନ୍ତି) ତାହା ପ୍ରମାଣ କରିବା ପାଇଁ ଏକ ମାପକ ଯନ୍ତ୍ର ଲଗାଇବାର ଦାୟିତ୍ୱ ହଂସାକୁ ଦିଆଯାଇଥିଲା । ହେଲେ ଏହା ପୂର୍ବରୁ ପୋଲିସର ସୂଚନା ମୁତାବକ ରେଟିଂ ହେରଫେର ମାମଲାରେ କିଛି ଦର୍ଶକ ସ୍ୱୀକାର କରିଥିଲେ କି ସେମାନଙ୍କୁ ରିପବ୍ଲିକ ଟିଭି ଦେଖିବା ପାଇଁ ଚ୍ୟାନେଲ ତରଫରୁ ଟଙ୍କା ଦିଆଯାଉଥିଲା । ଅନ୍ୟପଟେ ରିପବ୍ଲିକ ଟିଭି ଏହି ମାମଲାକୁ ଭିତ୍ତିହୀନ ବୋଲି କହିଥିଲା । ଏହାସହ ସ୍ଥାନୀୟ ଟିଭି ଚ୍ୟାନେଲ ଫକତ୍ ମରାଠୀ ଓ ବକ୍ସ ସିନେମା ଭଳି ଚ୍ୟାନେଲ ନାମରେ ବି ସମାନ ଅଭିଯୋଗ ଆସିଥିଲା । ଏହି ମାମଲାର ତଦନ୍ତ ଚାଲୁ ରହିଛି ।

from Kanak News
via <a href="https://ifttt.com/?

ଆମ୍ବ ଗଛ ଭାଙ୍ଗି ପଡିବାରୁ ଘରର କାନ୍ଥ ପଡି ମହିଳାଙ୍କ ମୃତ : ଅଳ୍ପକେ ବର୍ତ୍ତିଲା ଝିଅ

କନକ ବ୍ୟୁରୋ : ଫୁଲବାଣୀ ସଦର ମହକୁମା ପିଅନ ଛକ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘର ପଛପଟେ ଥିବା ବିରାଟ ଆମ୍ବ ଗଛ ଭାଙ୍ଗି ପଡିବାରୁ ଘରର କାନ୍ଥ ପଡି ଶୋଇଥିବା ୫୫ ବର୍ଷୀୟା ସୁକମଣି ବେହେରାଙ୍କର ମୃତ୍ୟୁ ହୋଇଛି । ଏହି ସମୟରେ ଘର ଭିତରେ ଥିବା ପାଂଚ ବର୍ଷୀୟା ଝିଅ ବେବିକୁ ଲୋକମାନେ ଉଦ୍ଧାର କରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛନ୍ତି । ଖବର ପାଇବା ପରେ ଟାଉନ ପୋଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣାସ୍ଥଳରେ ପହଁଚି ସୁକମଣିକୁ କାନ୍ଥ ତଳୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started