ରାଜଧାନୀରେ ଜୋରଦାର ହେଲମେଟ ଚେକିଂ: ବିନା ହେଲମେଟରେ ଗାଡି ଚଳାଉଥିବା ବ୍ୟକ୍ତିଙ୍କୁ ଧରୁଛି ପୁଲିସ; କଡା ଫାଇନ୍ ଦେଇ କାନମୁଣ୍ଡା ଆଉଁସି ଯାଉଛନ୍ତି ଅମାନିଆ

କନକ ବ୍ୟୁରୋ: ରାଜଧାନୀରେ ଜୋରଦାର ହୋଇଛି ହେଲମେଟ ଚେକିଂ । ଆଜି ସକାଳୁ ସକାଳୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ହେଲମେଟ୍ ଚେକିଂ କରିଛନ୍ତି ଟ୍ରାଫିକ ପୁଲିସ । ହେଲମେଟ୍ ନପିନ୍ଧି ଗାଡି ଚଳାଉଥିବା ଲୋକଙ୍କୁ ଫାଇନ୍ କରାଯାଇଛି । ରାସ୍ତାକଡରେ ଠିଆ ହୋଇ ଚାଲାଣ କାଟୁଛି ପୁଲିସ । ହେଲମେଟ୍ ପିନ୍ଧି ନଥିବା ବ୍ୟକ୍ତିଙ୍କୁ ୧୦୦୦ ଟଙ୍କାର ଫାଇନ୍ କରାଯାଇଛି । ଫାଇନ୍ ବାବଦକୁ କଟା ଯାଇଥିବା ଫାଇନ୍ର ଇ-ଚାଲାଣ ଘରକୁ ଯିବ ।

from Kanak News
via <a href="https://ifttt.com/?

କରୋନା ରୋଗୀଙ୍କୁ ଏକ୍ସପାରୀ ଔଷଧ ! ପଦ୍ମପୁର ଉପକଣ୍ଠ ଡାକ୍ତରଖାନା ନିରାମୟ କେନ୍ଦ୍ରର ଏକ୍ସପାରୀ ଔଷଧ ଖାଇ ୨ ମାସର ଶିଶୁ ଗୁରୁତର

କନକ ବ୍ୟୁରୋ: କରୋନାରେ ଆକ୍ରାନ୍ତ ଶିଶୁକୁ  ଦିଆଗଲା ନିରାମୟ  କେନ୍ଦ୍ରର ଏକ୍ସପାରୀ ଔଷଧ । ଫଳରେ  ଦୁଇମାସର ଶିଶୁ ଗୁରୁତର  ହୋଇପଡିଛି ।  ଏଭଳି ଘଟଣା ଦେଖିବାକୁ ମିଳିଛି  ପଦ୍ମପୁର ଉପକଣ୍ଡ  ଗାଇସିଲାଚ ବ୍ଲକ କନ୍ଦାଗାଡ ପଂଚାୟତ  ଅନ୍ତର୍ଗତ କମଳାପଦର ଗାଁରେ  । ଖବର ଅନୁସାରେ ଏହି ଗାଁର  ଏକ ପରିବାର  କରୋନା ଲକ୍ଷଣ ଅନୁଭବ ହେବାରୁ ପଦ୍ମପୁର  ଉପଖଣ୍ଡ ଡାକ୍ତରଖାନାରେ ଡିସେମ୍ବର ୯ ତାରିଖରେ ପରୀକ୍ଷା କରାଇଥିଲେ । ପରୀକ୍ଷା ପରେ  ସ୍ୱାମୀ, ସ୍ତ୍ରୀ ଓ ତାଙ୍କ ଦୁଇ ମାସ ଶିଶୁ  କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

ଡାକ୍ତର ଦେଇଥିବା ପରାମର୍ଶ ଅନୁସାରେ ସେମାନେ ନିରାମୟ କେନ୍ଦରୁ ଔଷଧ ନେଇ ଖାଇଥିଲେ ।  ଦୁଇ ମାସର ଶିଶୁକୁ ଦିଆଯାଇଥିବା ଔଷଧ ମଧ୍ୟରୁ  ଗୋଟିଏ ଔଷଧ ଏକ୍ସପାରୀ  ହୋଇଥିବା ଅଭିଯୋଗ ହୋଇଛି । ଔଷଧର ବୈଧତା ଅକ୍ଟୋବର ମାସ ୨୦୨୦ରେ ସରିଥିବା ଜଣାପଡିଛି ।  ଔଷଧ ଖାଇବା ପରେ  ଶିଶୁଟି ଗୁରୁତର ହୋଇପଡିଛି  ।  ଏ ନେଇ ପଦ୍ମପୁର ଉପଜିଲ୍ଲାପାଳ କହିଛନ୍ତି, ଘଟଣାର ତଦନ୍ତ କରି ସଂପୃକ୍ତ କର୍ମଚାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।

from Kanak News
via <a href="https://ifttt.com/?

ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଅଭିଭାବକଙ୍କ ଧାରଣା : ଘରୋଇ ସ୍କୁଲ ଫି ବିବାଦରେ ହସ୍ତକ୍ଷେପ ଦାବି

କନକ ବ୍ୟୁରୋ : ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଅଭିଭାବକଙ୍କ ଧାରଣା । ଘଂଟ ହୁଳାହୁଳି ପକାଇ ବିକ୍ଷୋଭ ପ୍ରଦର୍ଶନ କଲେ ଅଭଭାବକ । ମହାମାରୀ କରୋନା ଭୟରେ ପ୍ରାୟ ୯ ମାସ ହେବ ବିଦ୍ୟାଳୟ ଓ କଲେଜ ବନ୍ଦ ରହିଛି । ବିଦ୍ୟାଳୟ ଖୋଲିବ ନା ନାହିଁ ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ସମିର ଦାସ ୪ ମାସରେ ୪ଟା କଥା କହୁଛନ୍ତି ବୋଲି ଅଭିଭାବକ ଅଭିଯୋଗ କରିଛନ୍ତି ।

କେତେବେଳେ ମନ୍ତ୍ରୀ କହୁଛନ୍ତି ସ୍କୁଲ ଖୋଲିବ, ୩ ମାସ ଶ୍ରେଣୀଗୃହରେ ପାଠ ପଢା ପରେ ପରୀକ୍ଷା ହେବ, ପୁଣି କେତେବେଳେ କହୁଛନ୍ତି ଏବେ ସ୍କୁଲ ଖୋଲିବ ନାହିଁ । ଏପଟେ ଅନେକ ସ୍ଥାନରେ ଅନଲାଇନ୍ ପାଠ ପଢାରେ ସମସ୍ୟା ସୃଷ୍ଟି ହେଉଛି । ଗ୍ରାମାଂଚଳରେ ନେଟୱାର୍କ ନଥିବାରୁ ପିଲାମାନେ ପାଠ ପଢି ପାରୁନାହାନ୍ତି ।

from Kanak News
via <a href="https://ifttt.com/?

ବିଦେଶରେ ବି କୃଷି ଆଇନକୁ ବିରୋଧ : ୱାଶିଂଟନରେ ଗାନ୍ଧୀ ମୂର୍ତି ଉପରେ ଖଳିସ୍ତାନ ପତାକା ଢାଙ୍କି ଦେଲେ ଖଲିସ୍ତାନ ସପକ୍ଷବାଦୀ

କନକ ବ୍ୟୁରୋ : ଗାନ୍ଧୀ ମୂର୍ତି ଉପରେ ଖଲିସ୍ତାନୀ ପତାକା । କୃଷି ଆଇନ୍କୁ ନେଇ ଦେଶ ବାହାରେ ବି ବିରୋଧର ସ୍ୱର ସାଣିତ ହୋଇଛି । ଦିଲ୍ଲୀ ଦରବାରରେ ଚାଷୀ ଆନ୍ଦୋଳନ ଜୋର ଧରୁଥିବା ବେଳେ ଆମେରିକାରେ ବି କୃଷକଙ୍କ ସମର୍ଥନରେ ଆନ୍ଦୋଳନ ହେଉଛି । ଭାରତୀୟ ଦୂତାବାସ ନିକଟରେ ପ୍ରବାସୀ ଭାରତୀୟମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ୱାଶିଂଟନ ଡିସିରେ ଭାରତୀୟ ଦୂତାବାସ ସମ୍ମୁଖରେ ଥିବା ଗାନ୍ଧୀ ମୂର୍ତିରେ ପତାକା ଢାଙ୍କି ପ୍ରତିବାଦ କରୁଛନ୍ତି ପ୍ରବାସୀ ଭାରତୀୟ । ଗାନ୍ଧୀଙ୍କ ପ୍ରତିମୂର୍ତିରେ ଖଲିସ୍ତାନ ପତାକା ଢାଙ୍କି ମୋଦି ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି ଖଲିସ୍ତାନ ସପକ୍ଷବାଦୀମାନେ ।

from Kanak News
via <a href="https://ifttt.com/?

ଏଣିକି ଅଧିକ କାମ ପାଇଁ ମିଳିବ ଅଧିକ ଦରମା ! ନିର୍ଦ୍ଧାରିତ ସମୟଠୁ ଏବେ ଗୋଟିଏ ମିନିଟ୍ ଅଧିକ ସମୟ ଖଟିଲେ ଓଭରଟାଇମ୍ ହିସାବରେ କର୍ମଚାରୀଙ୍କୁ ମିଳିବ ଟଙ୍କା

କନକ ବ୍ୟୁରୋ:  ଏଣିକି ଅଧିକ କାମକୁ ଅଧିକ ଦରମା ।  ଆସନ୍ତା ବର୍ଷରୁ କର୍ମଚାରୀଙ୍କ ଗ୍ରାଚ୍ୟୁଟି ଏବଂ ପିଏଫରେ ବଡ ପରିବର୍ତ୍ତନ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏହ୍ୟବ୍ୟତୀତ ଓଭରଟାଇମ କାମ କରୁଥିବା କର୍ମଚାରୀମାନଙ୍କୁ ବି ଦରମା ପ୍ରଦାନ କରାଯିବ । ତେବେ ଏହି ନିୟମ ସମସ୍ତ କର୍ମଚାରୀଙ୍କ ପାଇଁ ପ୍ରଯୁଜ୍ୟ ହେବ । ଆସନ୍ତା ଏପ୍ରିଲ ମାସରୁ ନୂଆ କମ୍ପନସେସନ ନିୟମ ଲାଗୁ କରିବାକୁ ଯୋଜନା  କରୁଛନ୍ତି କେନ୍ଦ୍ର ସରକାର ।  ଯାହାଦ୍ୱାରା କଂପାନୀମାନଙ୍କ ବାଲାନ୍ସସିଟରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିବ ।

ତେବେ ଗତବର୍ଷ ସଂସଦରେ ପାରିତ ହୋଇଥିବା ୱେଜ୍ କୋଡର ଏହା ଏକ ଅଂଶ । କାମ ସମୟରେ ଅତିରିକ୍ତ ସମୟ ଦେଉଥିବା କର୍ମଚାରୀ ଏହି କୋଡ ଅଫ୍ ୱେଜ୍ ୨୦୧୯ ଲାଗୁ ହେବା ପରେ ଓଭରଟାଇମ ନେବାକୁ ବି ଯୋଗ୍ୟ ବିବେଚିତ ହେବ । ତେବେ ଏହି କୋଡରେ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କୁ ସାମିଲ କରାଯିବ । ଅନ୍ୟପଟେ, ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, କୋଡରେ କୁହାଯାଇଛି କି ଓଭରଟାଇମ ପାଇଁ ଅନୁକଂପା କର୍ମଚାରୀଙ୍କ ନିୟମିତ ଦରମାରୁ ଅତି କମରେ ଦୁଇଗୁଣା ହେବା ଦରକାର ।

ପେ-ଷ୍ଟ୍ରକଚରରେ ହେବ ପରିବର୍ତ୍ତନ

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଏହି ନିୟମ ପ୍ରଣୟନ ହେବା ପରେ କଂପାନୀର ଅଧିକାଂଶ  ପେ-ଷ୍ଟ୍ରକଟରରେ ପରିବର୍ତ୍ତନ ଦେଖିବାକୁ ମିଳିବ । ଉଭୟ କର୍ମଚାରୀ ଏବଂ କଂପାନୀର ପିଏଫ ଅବଦାନରେ ବୃଦ୍ଧି ଘଟିବ ।  ତେବେ ଏହି ପ୍ରୋଭିଜନାଲ୍ ଫଣ୍ଡ କନଟ୍ରିବ୍ୟୁସନ ବୃଦ୍ଧି ପାଇବା ଦ୍ୱାରା ଅନେକ କାର୍ଯ୍ୟନିର୍ବାହୀମାନଙ୍କ ଦରମା ହ୍ରାସ ପାଇପାରେ । ସେହିଭଳି ଚାକିରିରୁ ଅବସର ନେବା ପରେ ଗ୍ରାଚ୍ୟୁଇଟିର ପରିମାଣ ବୃଦ୍ଧି ପାଇବ । ତେବେ ଗ୍ରାଚ୍ୟୁଇଟିର ହିବାସ ମୌଳିକ ଦରମା ଉପରେ ଆଧାରିତ । ଏହାଛଡା ପିଏଫର ଅବଦାନ ବୃଦ୍ଧି ଏବଂ ଗ୍ରାଚ୍ୟୁଇଟିର ଅଧିକ ଦେୟ ହେତୁ କଂପାନୀମାନଙ୍କର ମୂଲ୍ୟ ବୃଦ୍ଧି ହୋଇପାରେ ।

୧୨ ଘଂଟା ହେବ କର୍ମଚାରୀଙ୍କ କାମ କରିବାର ସମୟ

ଲଗାତର ୫ଘଂଟାରୁ ଅଧିକ ସମୟ ଖଟାଇବା ମନା

ନୂଆ ଡ୍ରାଫ୍ଟ ଆଇନରେ କର୍ମକ୍ଷେତ୍ରରେ କର୍ମଚାରୀଙ୍କ କାମ କରିବାର ସମୟକୁ ୧୨ ଘଂଟା ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି । ଓଏସସିଏଚ କୋଡର ଡ୍ରାଫ୍ଟ ନିୟମରେ ୧୫ରୁ ୩୦ ମିନିଟ ମଧ୍ୟରେ ଅତିରିକ୍ତ କାମକୁ ବି ୩୦ ମିନିଟ୍ ହିସାବରେ ଓଭରଟାଇମରେ ସାମିଲ କରିବାକୁ ଉଲ୍ଲେଖ ରହିଛି । ବର୍ତ୍ତମାନ ୩୦ ମିନିଟରୁ କମ ସମୟକୁ ଓଭରଟାଇମ ବୋଲି ଗ୍ରହଣ କରାଯାଏ ନାହିଁ । ସେହିଭଳି ନୂତନ ଡ୍ରାଫ୍ଟ ନିୟମ ଅନୁସାରେ, କଂପାନୀ କୌଣସି ବି କର୍ମଚାରୀଙ୍କୁ ଲଗାତର ୫ ଘଂଟାରୁ ଅଧିକ ସମୟ ଖଟାଇପାରିବେ ନାହିଁ । ଏହାସହ ପ୍ରତି ୫ ଘଂଟାରେ କର୍ମଚାରୀଙ୍କୁ ଅଧା ଘଂଟା ପାଇଁ ବିଶ୍ରାମ ଅବକାଶ ତଥା ଇଂଟରଭାଲ୍ ବ୍ରେକ୍ ଦେବା ପାଇଁ କଂପାନୀମାନଙ୍କୁ ବାଧତାମୂଳକ ରୂପେ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

from Kanak News
via <a href="https://ifttt.com/?

ସ୍ୱାଭିମାନ ଅଂଚଳରେ ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ: ଏନକାଉଂଟରରେ ଟଳିଲେ ୨ ନକ୍ସଲ; ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ

କନକ ବ୍ୟୁରୋ: ଟଳିଲେ ୨ ମାଓବାଦୀ । ଏନକାଉଂଟରରେ ଟଳିରେ ୨ ମାଓବାଦୀ । ମାଲକାନାଗିରି ସ୍ୱାଭିମାନ ଅଂଚଳର ଗାଜଲମାମୁଡ଼ି ଅଂଚଳରେ ଏହି ଏନକାଉଂଟର ହୋଇଛି । ବିଏସଏଫ, ଏସଓଜି ଓ ଡ଼ିଭିଏଫ ପକ୍ଷରୁ ମିଳିତ ଅପରେସନ ହୋଇଛି । ସର୍ଚ୍ଚ ଅପରେସନ୍ ବେଳେ ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ ହୋଇଛି ।

ମିଳିଥିବା ସୂଚନା ମୁତାବକ ସ୍ୱାଭିମାନ ଅଞ୍ଚଳରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ସମୟରେ ଦୁଇଜଣ ନକ୍ସଲଙ୍କର ମୃତ୍ୟୁ ଘଟିଥିବାର ଖବର ମିଳିଛି। ସ୍ୱାଭିମାନ ଅଞ୍ଚଳର ଗଜଳମାମୁଡ଼ି ପଞ୍ଚାୟତର ଅଳମପକା ଏବଂ ସିଗାଭରାମ ନିକଟରେ ଗୁଳିବିନିମୟ ଚାଲିଥିବା ଜଣାଯାଇଛି।ମୃତ ନକ୍ସଲଙ୍କ ଚିହ୍ନଟ ଚାଲିଛି। ଦୁଇ ମୃତ ନକ୍ସଲ ଛତିଶଗଡ଼ ଅଞ୍ଚଳର ବୋଲି ଜଣାପଡ଼ିଛି।ମୃତକଙ୍କ ମଧ୍ୟରୁ ଜଣେ ମହିଳା ଓ ଜଣେ ପୁରୁଷ ବୋଲି ଜଣାପଡ଼ିଛି।

from Kanak News
via <a href="https://ifttt.com/?

କେନ୍ଦୁଝରର ଷଠିଘରରେ ଦୁର୍ଘଟଣା : ଶୋଇଥିବାବେଳେ ଘର ଭିତରେ ପଶିଗଲା ମାଲବାହୀ ଟ୍ରକ; କାନ୍ଥପଡି ମା ଓ ଝିଅ ଗୁରୁତର

କନକ ବ୍ୟୁରୋ : ଘର ଉପରକୁ ମାଡ଼ିଗଲା ମାଲବାହି ଟ୍ରକ୍ । ମା’ ଓ ଝିଅ ଗୁରୁତର । କେନ୍ଦୁଝର ଟାଉନ ଥାନା ସଠିଘର ସାହିରେ ବିଳମ୍ବିତ ରାତିରେ ଗୋଟିଏ ମାଲବାହୀ ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍କୁ ଓଲଟି ପଡ଼ିଥିଲା । କିନ୍ତୁ ବିଡ଼ମ୍ବନାର ବିଷୟ ଟ୍ରକଟି ଓଲଟି ରାସ୍ତା ପାଖରେ ଥିବା ଏକ ଘର ଉପରେ ପଡ଼ିଥିଲା । ଘର ଭିତରେ ଶୋଇଥିବା ମା’ ଓ ଝିଅ ଉପରେ କାନ୍ଥ ପଡ଼ିଯିବାରୁ ଉଭୟ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

from Kanak News
via <a href="https://ifttt.com/?

ପର୍ଯ୍ୟଟନକୁ ପ୍ରେତ୍ସାହନ ପାଇଁ ଉଦ୍ୟମ: ହୀରାକୁଦ, ଭିତରକନିତା ଓ କୋଣାର୍କରେ ଇକୋ-ରିଟ୍ରିଟର ମଜା ନେଉଛନ୍ତି ଲୋକେ

କନକ ବ୍ୟୁରୋ: ପର୍ଯ୍ୟଟକଙ୍କ ମନ ମୋହୁଛି ସମ୍ବଲପୁର ହୀରାକୁଦର ଇକୋ ରିଟ୍ରିଟ୍ । ହୀରାକୁଦ ତଥା ସମ୍ବଲପୁର ଜିଲ୍ଲାର ପ୍ରାକୃତିକ ଶୋଭାରାଜିକୁ ପର୍ଯ୍ୟଟକ କିଭଳି ଉପଭୋଗ କରିପାରିବେ ଓ ଆକର୍ଷିତ ହେବେ ପର୍ଯ୍ୟଟନ ବିଭାଗ ସେନେଇ ସବୁ ପ୍ରକାର ବ୍ୟବସ୍ଥା କରିଛି । ହୀରାକୁଦ ଜଳଭଣ୍ଡାରକୁ ଲାଗି ୨୫ଟି କଟେଜ ତିଆରି ହୋଇଛି । ଯେଉଁଠାରେ ପର୍ଯ୍ୟଟକ ପ୍ରି ବୁକିଂ କରି ରାତ୍ରୀ ଯାପନ କରିପାରିବେ । ଏହା ସହ ନୀଳ ଜଳରାଶୀରେ ବୋଟିଂ ଠାରୁ ଆରମ୍ଭ କରି ପାରା ମୋଟରିଂ ବା ଆକାଶଛତାରେ ଆକାଶ ମାର୍ଗରୁ ହୀରାକୁଦ ଦେଖିପାରିବେ ।

ତେବେ ପ୍ରତିଦିନ ପର୍ଯ୍ୟଟକଙ୍କ ଭିଡ଼ ରହିବା ସହ କଟେଜ ଅଂଚଳକୁ ସାଧାରଣ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି । ବୋଟିଂ ଅଂଚଳରେ ସାଧାରଣ ପର୍ଯ୍ୟଟକ ବୁଲିବା ସହ ଜଳକ୍ରିଡ଼ା କରିପାରିବେ । ସେହିପରି ଭିତରକନିତାରେ ଇକୋ ରିଟ୍ରଟର ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟକ ମାନେ ପ୍ରକୃତିକ ସୌନ୍ଦର୍ଯ୍ୟର ମଜା ନେବା ପାଇଁ ପର୍ଯ୍ୟଟନ ବିଭାଗ ଛୋଟ ଛୋଟ କଟେଜ ବ୍ୟବସ୍ଥା କରିଛନ୍ତି । ସେହିପରି କୋଣାର୍କରେ ମଧ୍ୟ ଇକୋ ରିଟ୍ରିଟ୍ର ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟକ ମାନେ ସୁମୁଦ୍ରର ନୀଳ ଜଳରାଶୀ ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଭିଡ଼ ଲଗାଉଛନ୍ତି ।

from Kanak News
via <a href="https://ifttt.com/?

ରାଜଧାନୀର ବିଭିନ୍ନ ବାର ଉପରେ ଅତର୍କିତ ଚଢ଼ାଉ: କୋଭିଡ୍ ଗାଇଡଲାଇନ ଉଲ୍ଲଘଂନ କରିବା ଅଭିଯୋଗରେ ୪ ବାର ସିଲ କଲା ପୋଲିସ

କନକ ବ୍ୟୁରୋ: ରାଜଧାନୀର ବାର ଗୁଡିକ ଉପରେ ରାତି ଅଧିଆ ଚଢଉ । ସହରରେ ଏକାଧିକ ବାର ଓ ରେଷ୍ଟୁରାଂଟ ଉପରେ କମିଶନରେଟ୍ ପୁଲିସ ଚଢଉ କରିଛି । କିଛି ବାରରେ କୋଭିଡ ନିୟମ ଉଲଘଂନ ହେଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ଯାହାଫଳରେ ଗତ ରାତିରେ ରାଜଧାନୀର ଖାରବେଳନଗର, କ୍ୟାପିଟା. ଲକ୍ଷ୍ମୀସାଗର, ଖଣ୍ଡଗିରି, ସହିଦନଗର, ଚନ୍ଦ୍ରଶେଖରପୁର, ଇନ୍ଫୋସିଟି ପ୍ରଭୃତି ଥାନା ଅଂଚଳରେ ଥିବା ବାର୍ରେ ପୋଲିସ ରେଡ୍ କରିଛି । ଖାରବେଳ ନଗର ଓ କ୍ୟାପିଟାଲ ଥାନା ଅଂଚଳରେ ଥିବା ୬ଟି ବାରରେ ଚଢଉ ହୋଇଛି ।

ସେଥିମଧ୍ୟରୁ ଖାରବେଳ ଥାନା ଅଂଚଳରେ ଥିବା ମ୍ୟାଡ ମୁଲ ଓ କ୍ୟାପିଟାଲ ଥାନା ଅଂଚଳର ୟୁନିଟ୍-୮ରେ ଥିବା ଅଜିତ ବାର ନିୟମ ଉଲ୍ଲଂଘନ କରିଥିବା ଜଣାପଡିଛି । ଏହି ଦୁଇ ବାରରେ ଗ୍ରାହକମାନେ ଭିଡ ଜମାଇଥିଲେ । କୋଭିଡ୍ ନିୟମ ନମାନି ବେଆଇନ ଭାବେ ଜମା ହୋଇଥିବା ଅଭିଯୋଗରେ ୭୨ ଜଣଙ୍କଠାରୁ ୨୮ ହଜାର ଟଙ୍କା ଫାଇନ ଆଦାୟ କରିଛି ପୋଲିସ୍ । ସେହିପରି ଲକ୍ଷ୍ମୀସାଗର ଥାନା ଅଂଚଳରେ  ଥିବା ୧୦ଟି ବାରରେ ଚଢ଼ଉ ହୋଇଛି । ଚଢ଼ଉ ସମୟରେ ସ୍ୱାଗତ ଓ ମହାନ୍ତି ବାର କୋଭିଡ ନିୟମ ଉଲଂଘନ କରୁଥିବା ସାମନାକୁ ଆସିଥିଲା । ଏହି ଦୁଇଟି ବାରକୁ ସିଲ୍ କରିବା ସହ ଫାଇନ ଆଦାୟ କରିଛି ପୋଲିସ୍ ।

from Kanak News
via <a href="https://ifttt.com/?

ଖୁବଶୀଘ୍ର ପୂର୍ବ ଭାରତର ଉତ୍ପାଦନ ହବ୍ ବନିବାକୁ ଯାଉଛି ଓଡ଼ିଶା: ଫିକିର ବାର୍ଷିକ ସାଧାରଣ ବୈଠକରେ ମୁଖ୍ୟମନ୍ତ୍ରୀ କହିଲେ, ବିଶ୍ୱ ସ୍ତରୀୟ ଶିଳ୍ପର ଗନ୍ତବ୍ୟସ୍ଥଳ ହେବାର ଲକ୍ଷ୍ୟ ପୂରଣ ହେବ

କନକ ବ୍ୟୁରୋ: ଓଡିଶା ଏବେ ବିଶ୍ୱ ସ୍ତରୀୟ ଶିଳ୍ପର ଗନ୍ତବ୍ୟସ୍ଥଳ ହେବାର ଲକ୍ଷ୍ୟ ପୂରଣ କରିବାକୁ ଯାଉଛି । ଗତ ଦୁଇ ଦଶନ୍ଧିରେ ଓଡିଶାରେ ଶିଳ୍ପ ପାଇଁ ପରିବେଶ ଓ ଅଭିବୃଦ୍ଧି ଉପରେ ଆଲୋକପାତ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫିକିର ୯୩ତମ ବାର୍ଷିକ ସାଧାରଣ ସଭାରେ ଏକ ସ୍ୱତନ୍ତ୍ର ଅଧିବେଶନରେ ଭାଗ ନେଇ ଏହି ମନ୍ତବ୍ୟ ଦେଇଛନ୍ତି ନବୀନ । ଏହି ଅଧିବେଶନରେ ମୁଖ୍ୟତଃ ଖାଦ୍ୟ ପ୍ରକ୍ରିୟାକରଣ, ରାସାୟନିକ, ପର୍ଯ୍ୟଟନ ଓ ଆଇଟି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଓଡିଶାକୁ ମନୋନୀତ କରିବାକୁ ଫିକିକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଅନ୍ୟପଟେ ପୁଂଜି ବିନିଯୋଗ ପ୍ରୋତ୍ସାହନ, ନୀତି ପ୍ରଚାର ଓ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନରେ ଫିକି କରିଥିବା ସହଯୋଗ ପାଇଁ ସେ ଧନ୍ୟବାଦ ଜଣାଇଥିଲେ । ଖୁବ୍ ଶୀଘ୍ର ପୂର୍ବ ଭାରତ ଉତ୍ପାଦନ ହବ୍ ହେବ ଓଡିଶା ବୋଲି ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ କହିଛନ୍ତି । ଏହା ସହ କୋଭିଡ୍ ପରି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ବିଭିନ୍ନ ସେକ୍ଟରରେ ପ୍ରାୟ ଏକ ଲକ୍ଷ କୋଟି ଟଙ୍କାର ନୂଆ ପୁଂଜି ନିବେଶ ପାଇ ପାରିଛି । ଏହା ରାଜ୍ୟର ଶିଳ୍ପ ପରିବେଶର ଏକ ବଡ ଉଦାହରଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started