୧୭ଦିନରେ ଚାଷୀଙ୍କ ଆନ୍ଦୋଳନ । ଟୋଲ ପ୍ଲାଜାରେ ଯାତାୟତ ବନ୍ଦ କଲେ ଆନ୍ଦୋଳନରତ ଚାଷୀ । ସେପଟେ ୧୪ତାରିଖରେ ଦେଶବ୍ୟାପୀ ଧର୍ମଘଟ ବେଳେ କୃଷକ ନେତାଙ୍କ ଆମରଣ ଅନଶନ ଘୋଷଣା

କନକ ବ୍ୟୁରୋ : ଦିଲ୍ଲୀରେ ଆନ୍ଦୋଳନରତ ଚାଷୀ ଏବେ ଟୋଲ ପ୍ଲାଜା ଗୁଡିକ ସମ୍ମୁଖରେ ଆନ୍ଦୋଳନ କରୁଛନ୍ତି । ସରକାରଙ୍କ ସହ ପର୍ଯ୍ୟାୟ ପରେ ପର୍ଯ୍ୟାୟ ଆଲୋଚନା ପରେ ମଧ୍ୟ ଏଯାଏଁ କୌଣସି ସମାଧାନର ବାଟ ଫିଟିନାହିଁ । ଏଣୁ ଦିଲ୍ଲୀର ୫ଟି ପ୍ରବେଶ ପଥରେ ଅଡି ବସିଛନ୍ତି ଚାଷୀ । ଏପରିକି ଶନିବାର ଦିନ ହରିୟାଣା ଓ ଉତରପ୍ରଦେଶର ଟୋଲ ଗେଟ ଗୁଡିକରେ ଯାତାୟତ ବନ୍ଦ କରିଦେଇଥିଲେ । ଚାଷୀ ଆନ୍ଦୋଳନକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସେପଟେ ସର୍ବନିମ୍ନ ସହାୟକ ମୂଲ୍ୟ ନେଇ ପୁଣି ଥରେ ଲିଖିତ ଭାବେ ପ୍ରତିଶ୍ରୁତି ଦାବି କରିଛନ୍ତି ଚାଷୀ ନେତା ।

ରାଜଧାନୀ ରାଜରାସ୍ତାରେ ଅନ୍ନଦାତାଙ୍କ ଆନ୍ଦୋଳନ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ କୃଷି ଆଇନ ନେଇ ପ୍ରତିକ୍ରିୟା ରଖିଛନ୍ତି । ନୂଆ କୃଷି ଆଇନ ଚାଷୀଙ୍କ ଆୟ ବଢାଇବ ବୋଲି କହିଛନ୍ତି ମୋଦୀ ।

ଗାଜିପୁର ସୀମା, ସିଂଘୁ ବୋର୍ଡର ଓ ଟିକରି ସୀମା । ସବୁଠି ଜଗି ବସିଛନ୍ତି ଚାଷୀ । ଦିଲ୍ଲୀର ଗାଜିପୁର ସୀମାରେ ହଜାର ହଜାର କୃଷକ । ଚାଷୀଙ୍କ ବଢୁଥିବା ସଂଖ୍ୟାକୁ ଦେଖି ଡ୍ରୋନ ସାହାଯ୍ୟରେ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖାଯାଇଛି । ସିଂଘୁ ବୋର୍ଡରରେ ବି ସମାନ ଦୃଶ୍ୟ । ଦିଲ୍ଲୀର ପ୍ରବେଶ ପଥରେ ଜଗି ରହିଛନ୍ତି ହଜାର ହଜାର ଚାଷୀ । ପୋଲିସ ବି ସଜାଗ ଅଛି । ଟିକରି ସୀମାରେ ବି ପ୍ରତିବାଦ କରୁଛନ୍ତି ଶହଶହ ଚାଷୀ । ତେବେ ରବିବାର ଦିନ ଟ୍ରାକ୍ଟର ରାଲି କରିବାକୁ ବି ଘୋଷଣା କରିଛନ୍ତି । ସେପଟେ ସରକାର ଓ ଚାଷୀ ନେତାଙ୍କ ଭିତରେ ଆଲୋଚନା ଉପରେ ନଜର ରଖିଛନ୍ତି ।

ଗୋଟିଏ ପଟେ ଦିଲ୍ଲୀର ଛାତି ଉପରେ ବସି ନିଜ କଥା ମନାଇନେବାକୁ ଦିଲ୍ଲୀରେ ଡେରା ପକାଇଛନ୍ତି ଚାଷୀ । ଅନ୍ୟପଟେ ସରକାର ବି ସେମାନଙ୍କ ସବୁ ସମସ୍ୟାକୁ ଶୁଣି ସମାଧାନର ବାଟ ବାହାର କରିବାକୁ ଖୋଲା ମନରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି । ହେଲେ ଏହି ଛକାପଂଝା କେବେ ସରିବ ଓ କେବେ ସମାଧାନର ରାସ୍ତା ବାହାରିଲେ ଦେଶର ଅନ୍ନଦାତା ରାଜରାସ୍ତା ଛାଡି କ୍ଷେତକୁ ଫେରିବ ତାକୁ ହିଁ ଅପେକ୍ଷା ।

from Kanak News
via <a href="https://ifttt.com/?

ପଶ୍ଚିମବଙ୍ଗରେ ନଡ୍ଡାଙ୍କ ଶୋଭାଯାତ୍ରା ଉପରେ ଆକ୍ରମଣ ଘଟଣାକୁ ନେଇ ଜୋରଧରୁଛି ରାଜନୀତି । ସୁରକ୍ଷା ଦାୟିତ୍ୱରେ ଥିବା ୩ଜଣ ଅଧିକାରୀଙ୍କୁ ଡେପୁଟେସନରେ ଦିଲ୍ଲୀ ଯିବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ : ମୁହାଁମୁହିଁ ମୋଦୀ–ମମତା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଶୋଭାଯାତ୍ରା ଉପରେ ଆକ୍ରମଣକୁ ନେଇ କେନ୍ଦ୍ର ସରକାର ଓ ଟିଏମସି ମୁହାଁମୁହିଁ ହୋଇଛନ୍ତି । ଏହି ଘଟଣାରେ ପଶ୍ଚିବଙ୍ଗର ୩ ଆଇପିଏସ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଡାକିଛି କେନ୍ଦ୍ର ଗୃହମନ୍ତ୍ରାଳୟ । ୩ଜଣ ଆଇପିଏସ ଅଫିସର ହେଲେ ରାଜୀବ ମିଶ୍ର, ପ୍ରବୀଣ କୁମାର ଓ ଭୋଲାନାଥ ପାଣ୍ଡେ ।

ଗୁରୁବାର ନଡ୍ଡା ପଶ୍ଚିମବଙ୍ଗର ଡାଇମଣ୍ଡ ହାର୍ବର ଗସ୍ତ ସମୟରେ ଏହି ୩ଜଣ ଅଧିକାରୀ ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ । ଶୁକ୍ରବାର ଦିନ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଓ ରାଜ୍ୟ ପୁଲିସ ଡିଜିଙ୍କୁ ଦିଲ୍ଲୀ ଆସିବା ପାଇଁ ସମନ ପଠାଇଥିଲା ଗୃହମନ୍ତ୍ରାଳୟ । ତେବେ ଅଧିକାରୀ ଆସିବା ପାଇଁ ମନା କରିବା ପରେ ଏବେ ଆଇପିଏସ ଅଧିକାରୀଙ୍କୁ ଡେପୁଟେସନରେ ଡକାଯାଇଛି ।

କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ବିରୋଧ କରିଛି ଟିଏମସି । ସାଂସଦ କଲ୍ୟାଣ ବାନାର୍ଜୀ କେନ୍ଦ୍ର ଗୃହ ସଚିବଙ୍କୁ ଏକ ପତ୍ର ଲେଖିଛନ୍ତି ଓ ସରକାର ଆଇପିଏସ ଅଧିକାରୀଙ୍କ ଉପରେ ଚାପ ପ୍ରୟୋଗ କରାଯାଉଥିବା ସେ କହିଛନ୍ତି । ଅମିତ ଶାହାଙ୍କ ନିର୍ଦ୍ଦେଶରେ ପଶ୍ଚିମବଙ୍ଗରେ ଜରୁରୀ କାଳୀନ ପରିସ୍ଥିତି ଲାଗୁ କରିବାକୁ କେନ୍ଦ୍ର ଚାହୁଁ ଥିବା କହିଛି ଟିଏମସି ।

from Kanak News
via <a href="https://ifttt.com/?

ଚାଷୀ ଆନ୍ଦୋଳନକୁ କାଉଣ୍ଟର କରିବାକୁ ବିଜେପିର ଯୋଜନା । ୭ଶହରୁ ଅଧିକ ଜିଲ୍ଲାରେ ଜନସଭା କରିବ ଦଳ । ସାମ୍ବାଦିକ ସମ୍ମିଳନୀ କରି ଲୋକଙ୍କୁ ବୁଝାଇବାକୁ କରିବ ପ୍ରୟାସ

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି କିଛି ଦିନ ହେଲା କୃଷକ ସଂଗଠନ ଗୁଡ଼ିକ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ଆନ୍ଦୋଳନକୁ କାଉଂଟର କରିବା ପାଇଁ । ବିଜେପି ଗ୍ରାମାଂଚଳ ଗୁଡ଼ିକରେ ବୈଠକ କରି ଲୋକଙ୍କୁ ସଚେତନ କରାଇବାର ଯୋଜନା କରିଛି ।  ଦେଶବ୍ୟାପି ବିଜେପି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବ ।

ସୂଚନା ଅନୁସାରେ ବିଜେପି ସାରା ଦେଶରେ ୭ଶହରୁ ଅଧିକ ଜିଲ୍ଲାରେ ସାମ୍ବାଦିକ ସମ୍ମିଳନୀ ଏବଂ ଜନସଭା କରିବ । କୃଷକ ଆନ୍ଦୋଳନକୁ ବିଭିନ୍ନ ଦଳର ସମର୍ଥନ ମିଳୁଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱଧୀନ କେନ୍ଦ୍ର ସରକାରଙ୍କ ଉପରେ ବିପକ୍ଷ ନେତାମାନେ ବର୍ଷୁଛନ୍ତି ।

କୃଷି ସୁଧାର ଆଇନକୁ ନେଇ ବିପକ୍ଷ ନେତା ମାନେ କୃଷକଙ୍କୁ ଭ୍ରମିତ କରୁଥିବାର ଅଭିଯୋଗ ଲଗାଇଛି ବିଜେପି ।  ରାଜନୈତିକ ସ୍ୱାର୍ଥ ଉଦ୍ଦେଶ୍ୟରେ କୃଷକଙ୍କୁ ଉସକାଉଥିବା କହିଛି ବିଜେପି । କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ହଜାର ହଜାର ଚାଷୀ ଦିଲ୍ଲୀର ଅଲଗା ଅଲଗା ଜାଗାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।

from Kanak News
via <a href="https://ifttt.com/?

ଭୁବନେଶ୍ୱର ପିଏନବି ଏଟିଏମ ଲୁଟ ଘଟଣାର ଅଭିଯୁକ୍ତ ଦେଖାଇଲା ଡେମୋ । ଲୁଟେରା କହିଲା ଲୁଟର ପୂରା କାହାଣୀ । ନାଳ ଭିତରେ ଫୋପାଡିଥିଲେ ଟଙ୍କା ବ୍ୟାଗ

କନକ ବ୍ୟୁରୋ : ନାଳ କଡରେ ଥିବା ଅଳିଆ ଗଦା ଘାଂଟୁଛି ପୁଲିସ । ତନ୍ନ ତନ୍ନ କରି ଯାଂଚ କରୁଛନ୍ତି ପୁଲିସ କର୍ମଚାରୀ । ଏଟିଏମ ଲୁଟେରାର ତଥ୍ୟ ଆଧାରରେ ଏହି ଅଂଚଳରେ ଟଙ୍କା ଭର୍ତି ବ୍ୟାଗ ଫିଙ୍ଗା ଯାଇଥିବା ଜଣାପଡିବା ପରେ ଆରମ୍ଭ ହୋଇଛି ତନାଘନା ।

ଅକ୍ଟୋବର ୧୧ ତାରିଖରେ ଭୁବନେଶ୍ୱର ମାଗ୍ନେଟିକ୍ ଛକ ସ୍ଥିତ ପିଏନବି ଏଟିଏମରୁ ପ୍ରାୟ ୨୮ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ଧରା ପଡିଛନ୍ତି ୨ ଅପରାଧୀ । ଭାଇଜାକ୍ ପୋଲିସ ଗିରଫ କରିବା ପରେ ଏହି ଦୁଇ ଲୁଟେରାଙ୍କୁ ୩ ଦିନିଆ ଟ୍ରାଜିଂଟ ରିମାଣ୍ଡରେ ଆଣିଛି କମିଶନରେଟ୍ ପୁଲିସ । ଏହା ପରେ ଆରମ୍ଭ ହୋଇଛି ପୁରା ଲୁଟ୍ ଘଟଣାର ତନାଘନା । ଲୁଟ୍ ହୋଇଥିବା ଏଟିଏମ୍ରେ ପହଂଚି ଡେମୋ କରିଛନ୍ତି ଦୁଇ ଲୁଟେରା । ପୁରା ଲୁଟ୍ର ଚିତ୍ରକୁ ପୁଣି ଥରେ ପ୍ରଦର୍ଶିତ କରିଛନ୍ତି ଅପରାଧୀମାନେ ।

ପଞ୍ଜାବର ସମରଜିତ୍ ସିଂହ ଓ କେରଳର ଜଫର ସଦ୍ଦିକ ମିଳିତ ଭାବେ ଚାଲାଇଥିଲେ ଏହି ଲୁଟ୍ ସାମ୍ରାଜ୍ୟ । ଲୁଟ୍ କରିବା ପରେ ବିମାନ ଯୋଗେ ସାରା ଦେଶରେ ବୁଲିଥାନ୍ତି ଦୁଇ ଲୁଟେରା । କଲିକତାରୁ ଫ୍ଲାଇଟ୍ ଯୋଗେ ଭୁବନେଶ୍ୱରରେ ପହଁଚି ପରେ ଏକ ହୋଟେଲରେ ରହି ପ୍ରସ୍ତୁତ କରିଥିଲେ ଲୁଟର ନକ୍ସା । ସହର ସାରା ବୁଲି ପ୍ରସ୍ତୁତ କରିଥିଲେ ଏଟିଏମ ଉପରେ ରଖିଥିଲେ ନଜର ।

ଶେଷରେ ଅକ୍ଟୋବର ୧୦ ତାରିଖ ବିଳମ୍ବିତ ରାତିରେ ପିଏନବିର ଏଟିଏମରୁ ତାଡି ନେଇଥିଲେ ଲକ୍ଷ ଲକ୍ଷ ଟଙ୍କା । ଲୁଟ କରିବା ପରେ ଭୁବନେଶ୍ୱରରୁ ଫ୍ଲାଇଟ୍ ଯୋଗେ ସକାଳୁ ଦିଲ୍ଳୀ ବାହାରି ଯାଇଥିଲେ । ଦିଲ୍ଲୀରୁ ଟ୍ୟାକ୍ସିରେ ଚଣ୍ଡିଗଡରେ ପହଁଚିଥିଲେ ଲୁଟେରା । ସେଠାରୁ ଫ୍ଲାଇଟ ଯୋଗେ ବେଙ୍ଗାଲୁର ଓ ତାପରେ ଭାଇଜାଗରେ ପହଁଚି ଯାଇଥିଲେ । ସେଠାରେ ପୁଣି ଏକ ଏଟିଏମ ତାଡି ୯ ଲକ୍ଷ ଟଙ୍କା ଲୁଟ ଘଟଣାରେ ଭାଇଜାଗ ପୋଲିସ ହାତରେ ଗିରଫ ହୋଇଥିଲେ ଏହି ଦୁଇ ଲୁଟେରା ।

ଏପରକି ବାଙ୍ଗାଲୋରରେ ଏହି ଦୁଇ ଲୁଟେରାଙ୍କର ଏକ କର୍ପୋରେଟ ଅଫିସ ରହିଥିଲା । ଏଠାରେ ସେମାନେ ନିଜ ପରବର୍ତୀ ଯୋଜନା ପ୍ରସ୍ତୁତ କରୁଥିବା କୁହାଯାଉଛି । ଦୁଇ ଲୁଟେରାଙ୍କ ଠାରୁ ଅଧିକ ତଥ୍ୟ ଯୋଗାଡ କରିବାରେ ଲାଗିଛି କମିଶନରେଟ ପୁଲିସ ।

from Kanak News
via <a href="https://ifttt.com/?

ପାସୱାର୍ଡ ପକା ମୋବାଇଲରେ ଲୁଚି ରହିଛି କି ପରୀ ମୃତ୍ୟୁର ପୂରା କାହାଣୀ? କାହିଁକି ଜଣେ ଛାତ୍ରଙ୍କୁ ଜେରା କରୁଛି ଏସଆଇଟି, କଣ ରହିଛି ଗୁଢ ରହସ୍ୟ?  

କନକ ବ୍ୟୁରୋ : ମୃତ ପରୀର ଘର ନିକଟରେ ଥିବା ଜଣେ କଲେଜ ଛାତ୍ରଙ୍କ ଉପରେ ଏସଆଇଟିର ତଦନ୍ତ କେନ୍ଦ୍ରୀଭୁତ ହୋଇଛି । ଯାଞ୍ଚକାରୀ ସଂସ୍ଥା ବାରମ୍ବାର ତାଙ୍କ ଘରେ ପହଂଚି ରେଡ କରିବା ଫଳରେ ଏହି ସନ୍ଦେହ କରାଯାଉଛି । ବଡ କଥା ହେଉଛି, ସଂପୃକ୍ତ ଛାତ୍ରଙ୍କ ଶୋଇବା ଶେଜ ଓ ପିନ୍ଧା ପୋଷାକ ଜବତ କରାଯାଇଛି । କିଛି ଦିନ ତଳେ ଏହି ଯୁବକଙ୍କ ମୋବାଇଲ ଫୋନକୁ ସିଜ୍ କରିଥିଲା ଏସଆଇଟି । ସନ୍ଦେହ କରାଯାଉଛି, ପାସୱାର୍ଡ ପକା ଏହି ମୋବାଇଲର ପରୀ ମୃତ୍ୟୁ ସହିତ କିଛି ସଂପର୍କ ଥାଇପାରେ । ସେପଟେ ଗାଁର ୧୫ରୁ ୩୫ ବର୍ଷ ଯୁବକଙ୍କ ରକ୍ତ ନମୁନା ସଂଗ୍ରହ ପ୍ରକ୍ରିୟା ଚାଲିଛି । ଏହି କ୍ରମରେ କେରଳ ଚାଲି ଯାଇଥିବା ୪ ଜଣ ଯୁବକଙ୍କୁ ମଧ୍ୟ ଡକା ଯାଇଛି ।

ପରୀ ମୃତ୍ୟୁର ଛାନଭିନ କରୁଥିବା ସ୍ପେଶାଲ ଇନଭେଷ୍ଟି ଗେସନ ଟିମ୍- ଏସଆଇଟିର ତଦନ୍ତ ଏବେ ଜଣେ ଯୁବକଙ୍କ ଉପରେ କେନ୍ଦ୍ରୀଭୂତ ହୋଇଛି । ଯଦୁପୁର ଗାଁର ଏହି ବିଜ୍ଞାନ ଛାତ୍ରଙ୍କଠାରୁ ଜବତ ମୋବାଇଲ ଫୋନ ଆଗାମୀ ଛାନଭିନ ପାଇଁ ବାଟ କଢାଇ ନେଉଥିବା ସନ୍ଦେହ । ଏଭଳି ସନ୍ଦେହ ସେତିକିବେଳେ ଘନୀଭୁତ ହେଉଛି, ଯେତେବେଳେ ମୃତ ପରୀର ଘର ନିକଟରେ ଥିବା ଏହି ଯୁବକଙ୍କ ଘରେ ବାରମ୍ବାର ଛାପା ମାରୁଛି ଏସଆଇଟି ଟିମ୍ ।

ମିଳିଥିବା ସୂଚନା ଅନୁସାରେ ପୁଣି ଏହି ଯୁବକଙ୍କ ଘରେ ପହଂଚି ଏସଆଇଟି ତାଙ୍କ ଶୋଇବା ଶେଜ, ତକିଆ ଏପରିକି ପିନ୍ଧା ପୋଷାକ ସିଜ କରି ସାଙ୍ଗରେ ନେଇଯାଇଛି । ଗତ ୨ ତାରିଖରେ ଯୁବକଙ୍କ ଠାରୁ ଏକ ମୋବାଇଲ ଫୋନକୁ ଜବତ କରିଥିଲା ତଦନ୍ତକାରୀ ସଂସ୍ଥା । ହେଲେ ମୋବାଇଲର ଏକ ନିର୍ଦ୍ଦିିଷ୍ଟ ଫୋଲଡର ଖୋଲୁନଥିବାରୁ ୨ ଦିନ ତଳେ ଯୁବକଙ୍କ ଠାରୁ ପାସୱାର୍ଡ ବାବଦରେ ପଚରା ଉଚର କରିବାକୁ ପହଂଚିଥିଲେ ଖୋଦ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ହେଲେ ଯୁବକ ଜଣକ ଏ ସଂପର୍କରେ ଜାଣିନଥିବା କହିଥିଲେ । ଯାହାକୁ ନେଇ ଏସଆଇଟି ମୁଖ୍ୟ ବିରକ୍ତି ପ୍ରକାଶ କରିବା ସହ ମୋବାଇଲଟିକୁ ପୁଣି ସାଙ୍ଗରେ ନେଇଯାଇଥିବା ଜଣାପଡିଥିଲା । ଆଜି ପୁଣି ସେହି ଯୁବକଙ୍କ ଘରେ ପହଂଚି ବିଛଣା, ପୋଷାକ ଏପରିକି ଅନ୍ତଃବସ୍ତ୍ର ସାଙ୍ଗରେ ନେଇଯାଇଛି ଏସଆଇଟି । ଯାହା ତଦନ୍ତକୁ ଏକ ନିର୍ଣ୍ଣାୟକ ଦିଗ ଦେଇପାରେ ବୋଲି ଅନୁମାନ କରାଯାଉଛି । ଏହାବାଦ

ପରୀ ମୃତ୍ୟୁ ଓ ଏସଆଇଟି ତଦନ୍ତ

– ଯଦୁପୁର ଗାଁର ମୋଟ୍ ୨୧୦ ପରିବାରକୁ ନେଇ ଏକ ପ୍ରୋଫାଇଲ ଡାଟାବେସ ତିଆରି ହେଉଛି

– ୧୫ରୁ ୩୦ ବର୍ଷ ବୟସ୍କ ୯୯ ଜଣଙ୍କ ରକ୍ତ ନମୂନା ସଂଗ୍ରହ କରିସାରିଲାଣି ଏସଆଇଟି ଟିମ୍

– କେଉଁମାନେ ବାହାରକୁ ଯାଇଛନ୍ତି କିମ୍ବା ବାହାରୁ ଆସିଛନ୍ତି ସେମାନଙ୍କ ତଥ୍ୟ ସଂଗ୍ରହ ହେଉଛି

– ଲକଡାଉନ ପରେ ଗାଁରୁ ବାହାରକୁ ଯାଇଥିବା ଯୁବକଙ୍କ ରକ୍ତ ନମୂନା ସଂଗ୍ରହ ପାଇଁ ଡକାଯାଇଛି

– ଆସନ୍ତାକାଲି କେରଳରୁ ଆସି ପହଂଚିବା ପାଇଁ ଗାଁର ୪ ଜଣ ଯୁବକଙ୍କୁ କୁହାଯାଇଛି

ଗୋଟିଏ ପଟେ ନିର୍ଦ୍ଦିଷ୍ଟ ବୟସର ଯୁବକମାନଙ୍କ ତଥ୍ୟ ସଂଗ୍ରହ କରି ପ୍ରୋଫାଇଲ ଡାଟାବେସ ପ୍ରସ୍ତୁତ କରୁଛି ଯାଂଚକାରୀ ଦଳ । ଅନ୍ୟପଟେ ଜଣେ କଲେଜ ଛାତ୍ରଙ୍କ ଘରେ ପହଂଚି ବାରମ୍ବାର ଛାନଭିନ କରୁଛି । ତେଣୁ ପରୀ ମୃତ୍ୟୁ ସହ ଏହି ଯୁବକଙ୍କ କଣ ସଂପୃକ୍ତି ରହିଛି ସେନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି । କୁହାଯାଉଛି ପରୀ ନିଖୋଜ ହେବା ପୂର୍ବରୁ ଏହି ଯୁବକଙ୍କ ନିକଟକୁ ଜାମୁକୋଳି ଖାଇବାକୁ ଯାଇଥିଲେ । ତେଣୁ ଏହି ପୁରା ମାମଲାରେ ଯୁବକଙ୍କ କଣ ସଂପୃକ୍ତି ରହିଛି ଏବଂ ସେହି ପାସୱାର୍ଡ ପକା ମୋବାଇଲରେ କଣ ଅଛି ତାହା ହିଁ ରହସ୍ୟମୟ ହୋଇ ରହିଛି ।

from Kanak News
via <a href="https://ifttt.com/?

ପରୀ ଓ ପିହୁ ପରେ ନୟାଗଡ଼ରୁ ନିଖୋଜ ହୋଇଗଲା ୩ ବର୍ଷର ସ୍ୱାତୀ । ଶିଶୁ ନିଖୋଜରେ ଦେଶରେ ତୃତୀୟ ସ୍ଥାନରେ ଓଡ଼ିଶା ।

କନକ ବ୍ୟୁରୋ : ନୟାଗଡ ଯଦୁପୁର ଗାଁର ଶିଶୁକନ୍ୟା ପରୀ ପ୍ରଥମେ ନିଖୋଜ ହେବା ଓ ପରେ ତାର ଗଳିତ ମୃତଦେହ ଅଖା ଭିତରୁ ମିଳିବା ସାରାରାଜ୍ୟକୁ ଦୋହଲାଇ ଦେଇଛି । ଏହାକୁ ନେଇ ତମ୍ବିତୋଫାନ ଲାଗିରହିଥିବାବେଳେ ସେହି ନୟାଗଡ ଜିଲ୍ଲାରୁ ଆସିଛିି ଆଉ ଏକ ଶିଶୁ ନିଖୋଜ ଭଳି ସାଂଘାତିକ ଖବର ।

ରଣପୁର ଥାନା ବଧିପାଟଣା ଗାଁର ସଞ୍ଜୟ ସାହୁ ଓ ସବିତା ସାହୁଙ୍କ ୩ ବର୍ଷର ଶିଶୁକନ୍ୟା ସ୍ୱାତୀ କେଉଁଆଡେ ନିଖୋଜ ହୋଇଯାଇଥିବା ଅଭିଯୋଗ କରିଛନ୍ତି ତାର ପରିବାର । ଗତକାଲି ଅପରାହ୍ନ ୩ଟାରେ ବାଡିପଟକୁ ଖେଳିବାକୁ ଯାଇଥିବାବେଳେ ଆଉ ଫେରିନଥିଲା । ବହୁ ଖୋଜାଖୋଜି ପରେ ପତା ନମିଳିବାରୁ ପରିବାର ରାଜସୁନାଖଲା ଫାଣ୍ଡିରେ ଏକ ନିଖୋଜ ମାମଲା ରୁଜୁ କରିଛନ୍ତି ।

ପରୀ ପ୍ରସଙ୍ଗକୁ ନେଇ ପ୍ରବଳ ହଙ୍ଗାମା ଚାଲିଥିବାରୁ ନିଖୋଜ ଅଭିଯୋଗ ପରେ ତୁରନ୍ତ ଘଟଣାସ୍ଥଳରେ ପହଂଚି ଛାନଭିନ ଆରମ୍ଭ କରିଦେଇଛି ପୋଲିସ । ହେଲେ ଯାଜପୁର ବିଂଝାରପୁର ଥାନା ମଧୁସୁଦନପୁର ଗାଁରେ ୨ ବର୍ଷର ଶିଶୁ କନ୍ୟା ପିହୁ ୪ ମାସ ହେଲେ ନିଖୋଜ ରହିଛି । ପିହୁ ମାମୁଁ ଘରେ ରହୁଥିବା ବେଳେ ଅଗଷ୍ଟ ୯ ତାରିଖ ଅପରାହ୍ଣରେ ଗାଁ ଦାଣ୍ଡରେ ଖେଳୁଥିଲା । ସେହି ସମୟରେ କେହି ଅପହରଣ କରି ନେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଘଟଣା ସଂପର୍କରେ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ଏଯାଏଁ ପିହୁର ପତା ପାଉନି ପୁଲିସ ।

ଅଭିଯୋଗ ଅନୁସାରେ, ପିହୁକୁ କେହି ଜଣେ ବାଇକରେ ନେଇ ଯାଉଥିବା କିଛି ବ୍ୟକ୍ତି ଦେଖିଛନ୍ତି । ଏ କଥା ପୋଲିସକୁ ମଧ୍ୟ କୁହାଯାଇଛି । ତଥାପି ପିହୁ ନିଖୋଜ ଘଟଣାର ୪ ମାସ ବିତିଯାଇଥିଲେ ବି ପୁଲିସ କୌଣସି ଠୋସ ପଦକ୍ଷେପ ନେଇନାହିଁ । ସବୁଠାରୁ ଚିନ୍ତାର ବିଷୟ ହେଉଛି ରାଜ୍ୟରେ ଶିଶୁ ନିଖୋଜ ହାର ଦିନକୁ ଦିନ ବଢିବାରେ ଲାଗିଛି ।

ଶିଶୁ ନିଖୋଜ: ଏନସିଆରବିି ରିପୋର୍ଟ
-ଏନସିଆରବିି ରିପୋର୍ଟ ଅନୁସାରେ ଓଡିଶାର ଶିଶୁ ନିଖୋଜ ହାର ଦେଶରେ ତୃତୀୟ
-ପ୍ରତିଦିନ ଆମ ରାଜ୍ୟରେ ହାରାହାରି ୧୨ରୁ ଅଧିକ ଶିଶୁ ନିଖୋଜ ହେଉଛନ୍ତି
-ପ୍ରତିବର୍ଷ ରାଜ୍ୟରେ ଶିଶୁ ନିଖୋଜ ସଂଖ୍ୟା ୪ ହଜାର ଟପୁଥିବା ଏନସିଆରଟି ରିପୋର୍ଟ

ପରୀ ପ୍ରସଙ୍ଗରେ ପୋଲିସ ଠିକରେ ତଦନ୍ତ କରିନଥିବା ହୃଦବୋଧ କରି ନୟାଗଡ ସଦର ଆଇଆଇସିଙ୍କୁ ନିଲମ୍ବିତ କରିବା ସହ ମାମଲାର ତଦାରଖ କରୁଥିବା ଏସଡିପିଓଙ୍କୁ ବଦଳି କରାଯାଇଛି । ତେଣୁ ଥାନାରେ ହେଉଥିବା ଶଶୁ ନିଖୋଜ ଘଟଣାକୁ ପୋଲିସ ମୂଳରୁ ଗୁରୁତ୍ୱର ସହ ନେବା ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି ।

from Kanak News
via <a href="https://ifttt.com/?

କରୋନା ରିପୋର୍ଟ ନେଗେଟିଭ ଥିଲେ ମିଳିବ କାଳିଆ ଦର୍ଶନ, ୯ ମାସ ପରେ ଡିସେମ୍ବର ୨୩ରେ ଖୋଲିପାରେ ଶ୍ରୀମନ୍ଦିର । ଜାଣନ୍ତୁ ଜଗା ଦର୍ଶନ ପାଇଁ ପ୍ରଥମେ କାହାକୁ ମିଳିବ ସୁଯୋଗ?

କନକ ବ୍ୟୁରୋ : କେବେ ଭକ୍ତଙ୍କୁ ଦର୍ଶନ ଦେବେ ବଡଠାକୁର ? ୯ ମାସ ହେଲା ଆତୁର ହୋଇ ଭଗବାନଙ୍କ ଦର୍ଶନ ପାଇଁ ଅପେକ୍ଷା କରି ରହିଥିବା ଭକ୍ତଙ୍କ ପାଇଁ ବଡ ଅଡୁଆ ସୃଷ୍ଟି କରିଛି କରୋନା । କାରଣ କୋଭିଡ ନେଗେଟିଭ୍ ଥିଲେ ଯାଇ ମିଳିବ ଶ୍ରୀମନ୍ଦିର ପ୍ରବେଶ ଅନୁମତି । ଆଜି ଛତିଶାନିଯୋଗ ବୈଠକରେ ଡିସେମ୍ବର ଶେଷ ସପ୍ତାହରେ ଶ୍ରୀମନ୍ଦିର ଖୋଲିବା ନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ନିଷ୍ପତି ହୋଇଛି । ପ୍ରଥମେ ପୁରୀବାସୀଙ୍କୁ ମିଳିବ ବଡ ଦେଉଳକୁ ପ୍ରବେଶ ଅନୁମତି । ଜାନୁଆରୀ ୧ ଓ ୨ ତାରିଖରେ ପ୍ରବଳ ଭିଡ ଆଶଙ୍କା କରି ସାଧାରଣ ଦର୍ଶନ ବନ୍ଦ କରିବାକୁ କୁହାଯାଇଛି । ଜାନୁଆରୀ ୩ ତାରିଖରୁ ପୁରୀ ବାହାର ଭକ୍ତଙ୍କୁ ଜଗା ଦର୍ଶନ ପାଇଁ ଅନୁମତି ମିଳିବ ବୋଲି ନିଷ୍ପତି ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ପ୍ରାୟ ୯ ମାସ ଧରି କୋଟି କୋଟି ଭକ୍ତ ଯେଉଁ ଦିନକୁ ଅପେକ୍ଷା କରିଥିଲେ, ଖୁବଶୀଘ୍ର ଆସିପାରେ ସେହି ମୁହୁର୍ତ । ଯେଉଁଦିନ ଭକ୍ତ ଓ ଭଗବାନଙ୍କ ମିଳନ ହେବ । କାରଣ ଡିସେମ୍ବର ଶେଷ ସପ୍ତାହରେ ଖୋଲିବାକୁ ଯାଉଛି ଶ୍ରୀମନ୍ଦିର । ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ଶ୍ରୀମନ୍ଦିର ଖୋଲିବା ନେଇ ସରକାରଙ୍କୁ  ପ୍ରସ୍ତାବ ଦିଆଯିବା ପାଇଁ ନିଷ୍ପତି ନିଆଯାଇଛି । ସରକାରଙ୍କ ଅନୁମତି ମିଳିଲେ ଜଗା ଦର୍ଶନ କରିବେ ଭକ୍ତ ।

ଜଗା ଦର୍ଶନ ପାଇଁ କୋଟି କୋଟି ଭକ୍ତ ଚାହିଁ ରହିଥିବା ବେଳେ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ବେଶ ସତର୍କତାର ସହ ଶ୍ରୀମନ୍ଦିର ଖୋଲିବା ପାଇଁ ଛତିଶା ନିଯୋଗ ବୈଠକରେ ନିଷ୍ପତି ନିଆଯାଇଛି । ପ୍ରଥମେ ପୁରୀବାସୀଙ୍କୁ ଦର୍ଶନର ସୁଯୋଗ ମିଳିବ । ଜାନୁଆରୀ ୩ରୁ ଅନ୍ୟ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ସିଂହଦ୍ୱାର ଖୋଲାଯିବ । ତେବେ ପ୍ରଥମ ପର୍ଯ୍ୟାୟରେ ଦୈନିକ ମାତ୍ର ୫ ହଜାର ଭକ୍ତ ଜଗା ଦର୍ଶନ କରିପାରିବେ । ଧୀରେ ଧୀରେ ଏହି ସଂଖ୍ୟା ବୃଦ୍ଧି ପାଇବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

କରୋନା କାଳରେ କିପରି ଦର୍ଶନ ହେବ, ସେଥିପାଇଁ ଏସଓପି ଜାରି କରାଯିବ । କଟକଣା ଭିତରେ ଦର୍ଶନ ପାଇଁ ନିଷ୍ପତି ନିଆଯାଇଛି ।

କେମିତି ହେବ ଜଗା ଦର୍ଶନ?

୨୩ ଡିସେମ୍ବରରେ ଭକ୍ତଙ୍କ ପାଇଁ ଖୋଲିପାରେ ଶ୍ରୀମନ୍ଦିର

ପ୍ରଥମେ କେବଳ ଦର୍ଶନ କରିବେ ପୁରୀବାସୀ

ଜାନୁୟାରୀ ୩ରୁ ଅନ୍ୟ ଭକ୍ତଙ୍କୁ ମିଳିବ ଦର୍ଶନ ସୁଯୋଗ

କୋଭିଡ୍ ରିପୋର୍ଟ ନେଗେଟିଭ୍ ଥିଲେ ମିଳିବ ଅନୁମତି

ପ୍ରଥମ ପର୍ଯ୍ୟାୟରେ ଦୈନିକ ୫ ହଜାର ଭକ୍ତ କରିବେ ଦର୍ଶନ

ଜାନୁୟାରୀ ୧ ଓ ୨ ତାରିଖରେ ବନ୍ଦ ରହିବ ଦର୍ଶନ

ମାସ୍କ ପିନ୍ଧିବା, ହାତ ସାନିଟାଇଜ୍ କରିବା ବାଧ୍ୟତାମୂଳକ

ଫୁଲ-ଦୀପ-ଧୂପ ରଖିବା ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ

ଛତିଶା ନିଯୋଗ ବୈଠକରେ ସମସ୍ତ ନିଯୋଗର କର୍ମକର୍ତା ଯୋଗ ଦେଇଥିଲେ । ଭକ୍ତଙ୍କ ପାଇଁ  ଶ୍ରୀମନ୍ଦିର ଖୋଲିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବା ପାଇଁ ଏହି ବୈଠକରେ ନିଷ୍ପତି ନିଆଯାଇଛି । ଶ୍ରୀମନ୍ଦିର ଖୋଲିବା ପ୍ରୟାସକୁ ସ୍ୱାଗତ କରିଛନ୍ତି ଶ୍ରଦ୍ଧାଳୁ । କରୋନା ସଂକ୍ରମଣ ଭୟ ଏପର୍ଯ୍ୟନ୍ତ ହଟିନଥିବାରୁ କଟକଣା ଭିତରେ ଦର୍ଶନ ଚାଲିବ । ଫେବ୍ରୁଆରୀ ବେଳକୁ ସ୍ଥିତି ସ୍ୱାଭାବିକ ହେବ ବୋଲି ଆଶାପ୍ରକାଶ କରିଛନ୍ତି ଶ୍ରୀମନ୍ଦିର ମଖ୍ୟ ପ୍ରଶାସକ । ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ପରିଚୟ ପତ୍ର ବାଧ୍ୟତାମୂଳକ ହୋଇଥିବା ବେଳେ ୬୫ ବର୍ଷରୁ ଉଦ୍ଧ୍ୱର୍ ଓ ପିଲାମାନଙ୍କୁ ନଆସିବା ପାଇଁ ଅନୁରୋଧ କରାଯାଇଛି ।

from Kanak News
via <a href="https://ifttt.com/?

ତେଜୁଛି କୃଷକ ଆନ୍ଦୋଳନ । ଜିଦରେ ଅଟଳ ସରକାର । ୧୪ ରୁ ଉପାସରେ ରହି ଅନଶନ କରିବେ ଚାଷୀ

କନକ ବ୍ୟୁରୋ : ନୂଆ କୃଷି ଆଇନକୁ ନେଇ କୃଷକ ଆନ୍ଦୋଳନ ୧୭ ଦିନରେ ପହଂଚିଲା । ଏହାରି ମଧ୍ୟରେ କୃଷକ ସଂଗଠନ ମାନେ ଦିଲ୍ଲୀ- ଜୟପୁର ଜାତୀୟ ରାଜପଥ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି । ଏହାସହ ହରିଆଣାରେ କୃଷକ ମାନେ ଟୋଲପ୍ଲାଜା ଦେୟମୁକ୍ତ କରିବାକୁ ଆହ୍ୱାନ ଦେଲେଣି । ସେପଟେ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଫରିଦା ବାଦ ଓ ଗୁରୁଗ୍ରାମରେ ପୋଲିସ ଛାଉଣୀ ହେଲେଣି ।
ଦିନକୁ ଦିନ ଦିଲ୍ଲୀରେ ବଢି ଚାଲିଛି ଆନ୍ଦୋଳନକାରୀ କୃଷକଙ୍କ ସଂଖ୍ୟା । ସରକାର ତାଙ୍କ ଜିଦ୍ ରେ ଅଟଳ ଥିବା ବେଳେ କୃଷକ ସଂଗଠନ ମାନେ ବି ତାଙ୍କ ଜିଦ୍ ରେ ଅଟଳ ରହିଛନ୍ତି । ଏହାରି ମଧ୍ୟରେ ପୁରା ୧୭ ଦିନ ବିତିବାକୁ ବସିଲାଣି । ହେଲେ କିଛି ସୁଫଳ ମିଳୁନାହିଁ କୃଷକ ମାନଙ୍କୁ । ଏହାରି ମଧ୍ୟରେ କୃଷକ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ସରକାର ବିଭିନ୍ନ ପନ୍ଥା ଆପଣାଉଥିବା କଥା କହିଛନ୍ତି କୃଷକ ନେତା ମାନେ । ସେମାନଙ୍କ କହିବା କଥା କି ସରକାର ଆନ୍ଦୋଳନକୁ ରୋକିବାକୁ କେତେବେଳେ କୃଷକ ମାନଙ୍କୁ ଖଲିସ୍ତାନୀ କହୁଛନ୍ତି ତ କେତେବେଳେ ଆତଙ୍କବଦୀ । ଏହା ସହ ଗତକାଲି କୃଷକ ଆନ୍ଦୋଳନ ଭିତରେ ଦେଶଦ୍ରୋହୀ ଶକ୍ତିମାନେ ପଶିଥିବା କଥା କହୁଥିବା ବେଳେ ଆଜି ପୁଣି କୃଷକ ମାନଙ୍କୁ ଭାଗ ଭାଗ କରିବାକୁ ଛୋଟ ଚାଷୀ ଓ ବଡ ଚାଷୀ ଖେଳ ଖେଳୁଛନ୍ତି ସରକାର ।
କୃଷିବିଲ୍ କୁ ନେଇ ଚାଲିଥିବା ଆନ୍ଦୋଳନ ଶେଷ କରିବାକୁ ସରକାର ଚାହୁଁଥିଲେ ତୁରନ୍ତ କୃଷକ ମାନଙ୍କ ଦାବି ମାନିନେବାକୁ ଚାଷୀ ନେତା ମାନେ ଅପିଲ କରିଛନ୍ତି । ନଚେତ ୧୪ ତାରିଖ ଠାରୁ ଭୋକରେ ଅନଶନ କରିବାକୁ ସରକାରଙ୍କୁ ଚେତାବନୀ ଦେଇଛନ୍ତି କୃଷକ ସଂଗଠନ ମାନେ ।
ଏହାସହ କୃଷକ ନେତା କମଲପ୍ରିତ କହିଛନ୍ତି କି ସରକାର ଏହି ଆଇନକୁ ସମ୍ପୁର୍ଣ୍ଣ ପ୍ରତ୍ୟାହାର କରନ୍ତୁ , ଏଥିରେ ସଂଶୋଧନ ପ୍ରସ୍ତାବରେ ରାଜି ନାହୁଁ । ଆସନ୍ତା କାଲି ରାଜସ୍ଥାନ ସୀମାରେ ହଜାର ହଜାର ଟ୍ରାକ୍ଟର ସହିତ କୃଷକ ମାନେ ରାଲି କରିବେ ବୋଲି ସେ ବି ସରକାରଙ୍କୁ ଶୁଣାଇ ଦେଇଛନ୍ତି । ଅନ୍ୟପଟେ ଏହି ଭୋକ ଅନଶନ କେବଳ ଦିଲ୍ଲୀରେ ନୁହେଁ ଦେଶ ସାରା ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ୧୪ ତାରିଖ ସକାଳ ୮ ଟାରୁ ସଂନ୍ଧ୍ୟା ୫ ଟା ଯାଏ ଏଭଳି ଅନଶନ କରାଯିବ ବୋଲି ସେ କହିଛନ୍ତି ।
ଏହାରି ମଧ୍ୟରେ ହରିଆଣାର ଉପମୁଖ୍ୟମନ୍ତ୍ରୀ ଆଜି କୃଷିମନ୍ତ୍ରୀ ନରେନ୍ଦ୍ରସିଂ ତୋମାରଙ୍କୁ ଭେଟିଛନ୍ତି । ସେ କୃଷିମନ୍ତ୍ରୀଙ୍କୁ ଭେଟ କରିବା ପରେ ଗଣମାଧ୍ୟମକୁ କହିଛନ୍ତି କି ସରକାର ତୁରନ୍ତ ଏହାର ସମାଧାନ ବାହାର କରିବେ । ଉଭୟ ପକ୍ଷର ବୁଝାମଣା ଭିତରେ ସମାଧାନର ରାସ୍ତା ବାହାରିବ ବୋଲି ସେ କହିଛନ୍ତି । ଏନେଇ ୭ ଦିନ ମଧ୍ୟରେ ସରକାର ଓ କୃଷକ ସଂଗଠନ ମାନଙ୍କ ମଧ୍ୟରେ ପୁଣି ଥରେ ବୈଠକ ହୋଇପାରେ ବୋଲି ସେ ଆଶ୍ୱାସନା ଦେଇଛନ୍ତି ।
ଏହାରି ମଧ୍ୟରେ ଆନ୍ଦୋଳନ ହିଂସାର ରୂପ ନେଉଥିବା ଦେଖିବାକୁ ମିଳିଛି । ଭାରତୀୟ କିଷାନ ୟୁନିୟନ ଲୋକ ଶକ୍ତି ସହିତ ଯୋଡି ହୋଇ୍ଥିବା କୃଷକ ମାନେ ଆଜି ନୋଇଡା ସାଂସଦ ମହେଶ ଶର୍ମାଙ୍କ କୈଳାସ ହସ୍ପିଟାଲକୁ ଘେରାଉ କରିଥିବା ଦେଖିବାକୁ ମିଳିଥିଲା । ସେଠାରେ କୃଷକ ମାନେ ମୁଣ୍ଡରେ ଠେକା ବାନ୍ଧି ନାରାବାଜି ବି କରୁଥିବା ସାମ୍ନାକୁ ଆସିଛି । ଏହାକୁ ନଜରରେ ଦେଖି ସରକାରଙ୍କ ପକ୍ଷରୁ ହସ୍ପିଟାଲ ଚାରିପଟେ ପୋଲିସ ଛାଉଣି କରାଯାଇଛି ।

from Kanak News
via <a href="https://ifttt.com/?

ଡି. ପୁରନ୍ଦେଶ୍ୱରୀଙ୍କ ସାମ୍ବାଦିକ ସମ୍ମିଳନୀ ପରେ ବିଜେଡିର ପ୍ରତିକ୍ରିୟା । ସସ୍ମିତ ପାତ୍ର କହିଲେ, ଦେଶରେ ଚାଷୀ ଅସନ୍ତୋଷ ବିଷୟରେ କହିଥିଲେ ଭଲ ହୋଇଥାନ୍ତା ।

କନକ ବ୍ୟୁରୋ : ରାଜ୍ୟ ବିଜେପି ପ୍ରଭାରୀ ଆଜି ସାମ୍ବାଦିକ ସମ୍ମିଳନୀ କରି ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ଏହାପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର । ସସ୍ମିତ ପାତ୍ର କହିଛନ୍ତି ବିଜେପି ପ୍ରଭାରୀ ଯେଉଁ ପ୍ରସଙ୍ଗରେ ଆଲୋଚନା କରିବା କଥା ତାକୁ ଭୁଲି ଗଲେ । ଦେଶରେ ହେଉଥିବା ଚାଷୀ ଆନ୍ଦୋଳନ ବିଷୟରେ କହିଥିଲେ ଭଲ ହୋଇଥାନ୍ତା ।

ସସ୍ମିତ ଆହୁରି ମଧ୍ୟ କହିଛନ୍ତି, ବିଜେପି ପ୍ରଭାରୀ ମୁଖ୍ୟତଃ ରାଜ୍ୟରେ ଦୁଇଟି ଉପନିର୍ବାଚନରେ ପରାଜିତ ହୋଇଥିବା ରାଜ୍ୟ ବିଜେପିକୁ ଉତ୍ସାହିତ କରିବାକୁ ଆସିଥିଲେ । ହେଲେ ଏହାସହ ତାଙ୍କୁ କୃଷି ବିଲ ସମ୍ବନ୍ଧରେ ଅଧିକ ଆଲୋଚନା କରିବାର ଥିଲା ।
ସେପଟେ ପରୀ ପ୍ରସଙ୍ଗରେ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଥିବା ପୁରନ୍ଦେଶ୍ୱରୀଙ୍କ ପ୍ରଶ୍ନରେ ପ୍ରତିକ୍ରିୟା ରଖି ସସ୍ମିତ କହିଥିଲେ, ଯେତେବେଳେ ଇତିଶ୍ରୀ ପ୍ରଧାନଙ୍କ ମାମଲାରେ ଜୟରାମ ପାଙ୍ଗୀଙ୍କ ନାଁ ଉଠୁଥିଲା ସେତେବେଳେ ବିଜେପି ସିବିଆଇ ତଦନ୍ତ ଦାବି କରୁଥିଲା । ହେଲେ ପରେ ଜୟରାମ ବିଜେପିରେ ସାମିଲ ହୋଇଥିଲେ । ଆଉ ତାଙ୍କୁ ନିର୍ବାଚନ ଲଢିବାକୁ ଟିକେଟ ମଧ୍ୟ ଦିଆଯାଇଥିଲା ।

ଆଜି ରାଜ୍ୟ ବିଜେପି ପ୍ରଭାରୀ ସାମ୍ବାଦିକ ସମ୍ମଳନୀ କରିଥିଲେ । ଏହି ସମୟରେ ସେ ଚାଷୀଠାରୁ ଚିଟଫଣ୍ଡ ଓ ପରୀଠାରୁ ପ୍ରଦୀପ ପାଣିଗ୍ରାହୀ ଆଦି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ଏହାସହ ପରୀର ଅଭିଯଙ୍କୁ ସରକାର ସୁରକ୍ଷା ଦେଉଥିବା ଅଭିଯୋଗ ମଧ୍ୟ ସେ କରିଛନ୍ତି ।

from Kanak News
via <a href="https://ifttt.com/?

ଶୋଷ ମେଣ୍ଟାଇ ପାରୁନାହିଁ ଡିଏମଏଫ । ପାଣି ପାଇଁ ୨ କିଲୋମିଟର ଚାଲିକି ଯାଉଛନ୍ତି ଲୋକେ ।

କନକ ବ୍ୟୁରୋ : ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଗଢ଼ାଗଲା ଡିଏମଏଫ, ହଜାର ହଜାର କୋଟି ଟଙ୍କାର ଏହି ପାଣ୍ଠିରୁ ଖଣି ପ୍ରଭାବିତ ଅଞ୍ଚଳ ବିକାଶ କାର୍ୟ୍ୟ କରାଯାଉଛି । କିନ୍ତୁ ଉପଯୁକ୍ତ ତଦାରଖ ଅଭାବରୁ ଏହି ପ୍ରକଳ୍ପ ଗୁଡିକ ଲୋକଙ୍କ ଉପକାରରେ ଆସିପାରୁନାହିଁ। ଫଳରେ ଗରିବ ଆଦିବାସୀ ଖଣିବାସୀଙ୍କ ଶୋଷ ମେଣ୍ଟାଇବାକୁ ଡିଏମଏଫ ବିଫଳ ହୋଇଥିବା ଦେଖାଯାଇଛି।

କେନ୍ଦୁଝର ଶୁଆକାଟି ଗନ୍ଧମାର୍ଦ୍ଦନ ଖଣି ୩ଟି ପଞ୍ଚାୟତକୁ ପ୍ରତ୍ୟକ୍ଷ ଭାବେ ପ୍ରଭାବିତ କରୁଛି। ଖଣି ଚାରିପଟେ ଥିବା ଗାଁରେ ଡିଏମଏଫ ଅର୍ଥରୁ ସୋଲାର ପାନୀୟ ଜଳ ପ୍ରକଳ୍ପ କରାଯାଇଛି । ପ୍ରତି ପ୍ରକଳ୍ପ ବାବଦରେ ୧୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ ହୋଇଛି । ହେଲେ ଅଧାରୁ ଅଧିକ ପ୍ରକଳ୍ପ ଏବେ ଅଚଳ । ଫଳରେ କେଉଁଠି ପାଣି ପାଇଁ ୨ କିମିଦୂର ଯିବାକୁ ପଡୁଛି ତ ଆଉ କେଉଁଠି ଚୁଆ ପାଣି ଭରଷା। ଡିଏମଏଫ ଅର୍ଥରେ ବିଭିନ୍ନ ପ୍ରକଳ୍ପ କରି କରାଯାଉଛି କିନ୍ତୁ ଉପଯୁକ୍ତ ତଦାରଖ ଅଭାବ ପାଇଁ ଏହା ଲୋକଙ୍କ ବ୍ୟବହାରରେ ଆସିପାରୁନାହିଁ

ବର୍ଷବର୍ଷ ଧରି ପ୍ରକଳ୍ପ ସବୁ ଅଚଳ ପଡିଥିବା ବେଳେ ଏନେଇ ଡିଏମଏଫ ଦାୟିତ୍ୱରେ ଥିବା ଅଧିକାରୀଙ୍କ ନିକଟରେ ଖବର ନାହିଁ। ଖବର ପାଇବା ପରେ ଏସବୁକୁ ତୁରନ୍ତ ମରାମତି ପାଇଁ ପଦକ୍ଷେପ ନିଆଯିବ ବୋଲି ଡିଆରଡିଏ ପ୍ରକଳ୍ପଅଧିକାରୀକହିଛନ୍ତି। ତେବେ ଖଣିପ୍ରଭାବିତ ବାସୀ କେବେ ବିଶୁଦ୍ଧ ପାନୀୟଜଳ ପାଉଛନ୍ତି ଏବଂ କେବେ ସେମାନଙ୍କ ଶୋଷ ମେଂଟୁଛି ତାହାକୁ ଅପେକ୍ଷା ।

from Kanak News
via <a href="https://ifttt.com/?

Design a site like this with WordPress.com
Get started