ରାଜ୍ୟରେ କମୁଛି କରୋନା ସଂକ୍ରମଣ । ସଂକ୍ରମଣ ହାର କମୁଛି ନି ନାହିଁ ଜାଣିବାକୁ ଆଇଏଲଏସ ପକ୍ଷରୁ ଆରମ୍ଭ ହୋଇଛି ଅଧ୍ୟୟନ । ୬ଟି ଜିଲ୍ଲାରୁ ନିଆଯାଇଛି ନମୁନା

କନକ ବ୍ୟୁରୋ : ରାଜ୍ୟରେ ଏବେ କମି କମି ଚାଲିଛି କରୋନା ସଂକ୍ରମଣ । ସେପଟେମ୍ବର ୨୫ ତାରିଖରୁ ସଂକ୍ରମଣ କମିବାରେ ଲାଗିଛି ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା । ପୂର୍ବରୁ ଯେମିତି ୪୦ରୁ ୫୦ ହଜାର ଟେଷ୍ଟିଂ ହେଉଥିବା ଏବେ ବି ସମାନ ସଂଖ୍ୟକ ଟେଷ୍ଟ କରଯାଉଛି । ଜାନୁଆରୀ ୧୫ ଯାଏ ଟେଷ୍ଟିଂ ସଂଖ୍ୟା କମାଯିବ ନାହିଁ ।

ସଂକ୍ରମଣ କମିଛି ନା ବଢିଛି ସେ ନେଇ ଆଇଏଲଏସ ପକ୍ଷରୁ ଏକ ଅଧ୍ୟୟନ ଆରମ୍ଭ ହୋଇଛି । ସେପଟେମ୍ବର, ଅକ୍ଟୋବର, ନଭେମ୍ବରରେ ୬ଟି ଜିଲ୍ଲାର ନମୂନା ନେଇ ଅଧ୍ୟୟନ ଆରମ୍ଭ କରାଯାଇଛି । ସଂକ୍ରମଣ କମିଛି କି ନାହିଁ ଆସନ୍ତା ଗୋଟେ କିମ୍ବା ଦୁଇ ସପ୍ତାହରେ ଜଣାପଡିବ ବୋଲି ଅଜୟ ପରିଡା କହିଛନ୍ତି ।

from Kanak News
via <a href="https://ifttt.com/?

ସ୍ୱାଭିମାନ ଅଞ୍ଚଳର ଅବହେଳିତ ଗାଁ । ଜଙ୍ଗଲ ମଝିରେ ଘର, ନାହିଁ ସ୍କୁଲ । ଶିକ୍ଷା-ସ୍ୱାସ୍ଥ୍ୟଠାରୁ ବହୁ ଦୂରରେ ବୁଡାକୁଣ୍ଡ ଗାଁ 

କନକ ବ୍ୟୁରୋ : ସ୍ୱାଭିମାନ ଅଂଚଳରେ ଏବେ ଗାଁକୁ ଗାଁ ପହଂଚିଛି ସରକାରୀ ଯୋଜନା । ଦ୍ରୁତଗତିରେ ଆଗେଇ ଚାଲିଛି ବିକାଶର କାମ । କିନ୍ତୁ ଏବେ ବି ସ୍ୱାଭିମାନ ଅଂଚଳରେ ଏମିତି ଗାଁ ରହିଛି, ଯେଉଁଠି ଲୋକେ ଜଙ୍ଗଲୀ ଜୀବନ ଜିଉଁଛନ୍ତି । ପାହାଡ ଆଉ ଜଙ୍ଗଲ ମଝିରେ ଗାଁ । ଏଠି ନାଁ ଅଛି ରାସ୍ତା ନା ସ୍କୁଲ । ଶିକ୍ଷା-ସ୍ୱାସ୍ଥ୍ୟଠାରୁ ଅନେକ ଦୂରରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ବୁଡାକୁଣ୍ଡ ଗାଁ ।

 ଜଙ୍ଗଲ ଭିତରେ ରହୁହନ୍ତି ୧୬ଟି ପରିବାର । ସଦର ମହୁକମା ଠାରୁ ୧୫ କିଲୋମିଟର ଦୂରରେ ଅବସ୍ଥିତ ଏହି ଗାଁରେ ସ୍କୁଲ ନଥିବାରୁ ଜଙ୍ଗଲି ରାସ୍ତା ପାରି ହୋଇ ପାଖ ଗାଁ ସ୍କୁଲକୁ ଯାଆନ୍ତି କୁନି କୁନି ପିଲା । ନାହିଁ ନାହିଁର ବୁଡାକୁଣ୍ଡ ଗାଁକୁ ରାସ୍ତା ନଥିବାରୁ ଆସି ପାରେନି ଆମ୍ବୁଲାନ୍ସ । ଆଉ ଗ୍ରାମବାସୀ ପିଉଥିବା ପାଣିକୁ ଦେଖି ଆପଣମାନେ ଅନୁମାନ କରିପାରୁଥିବା ଏଠାକାର ଜଳ ସମସ୍ୟା କଥା ।

ଗାଁର ହାତ ଗଣତି କେତେ ଜଣଙ୍କୁ ଭତା ମିଳିଥିବା ବେଳେ ଏବେ ବି ଅନେକ ବୃଦ୍ଧବୃଦ୍ଧା ଭତାରୁ ବଂଚିତ । ଆଉ ସ୍ୱଚ୍ଛ ଭାରତରେ ୧୬ଟା ପରିବାର ପାଇଁ ମାତ୍ର ୪-୫ଟି ପାଇଖାନା କରି ବାକି ଟଙ୍କା ଚଳୁ କରି ଦେଇଛି ଠିକାଦାର । ବର୍ଷ ବର୍ଷ ଧରି ଆଦିବାସୀ ଗ୍ରାମବାସୀ ମୌଳିକ ସୁବିଧାରୁ ବଂଚିତ ରହୁଥିବା ବେଳେ ଏମାନଙ୍କ ସମସ୍ୟା ସମାଧାନ ପାଇଁ ଦାବି ହେଉଛି ।

from Kanak News
via <a href="https://ifttt.com/?

ସୋନପୁରରେ ହାଡଭଙ୍ଗା ଶୀତ । ୯ ଡିଗ୍ରୀ ସେଲିସିୟସ ତଳକୁ ଖସିଲା ପାରଦ । ଦିନରେ ବି ହ୍ରାସ ପାଉଛି ତାପମାତ୍ରା ।

କନକ ବ୍ୟୁରୋ : ସୋନପୁରରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ସେଲସିୟସ ତଳକୁ ଖସିଲା ପାରଦ । ଗତ କିଛି ଦିନ ହେଲେ ସୋନପୁର ଜିଲ୍ଲାରେ ଦିନରେ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି । ଜିଲ୍ଲାରେ ଏହାର ପ୍ରଭାବରେ ଲୋକେ ତ୍ରାହି ତ୍ରାହି ଡାକିଲେଣି । ଏଠାରେ ସର୍ବନିମ୍ନ ତାପମାତ୍ରା ୭.୬ ଡିଗ୍ରୀ ସେଲିସିୟସ ଥିବାବେଳେ ସବୁବେଳ ତାପମାତ୍ର ୯ ଡିଗ୍ରୀ ତଳେ ରହିଛି । ଶୀତର ମାତ୍ରା ଦିନବେଳା ପର୍ୟ୍ୟନ୍ତ ମଧ୍ୟ ଏତେ ଅଧିକ ଯେ, ଦିନବେଳା ୧୦ଟା ପର୍ୟ୍ୟନ୍ତ ଲୋକେ ନିହାତି କାମ ନପଡିଲେ ଘରୁ ପଦାକୁ ବାହାରୁ ନାହାନ୍ତି । ଲୋକେ ନିଆଁ ଜାଳି ରହୁଥିବା ଦେଖିବାକୁ ମିଳିଛି ।

ଶୀତ ଆସିଛି ସୋନପୁର । ମହାନଦୀରେ ପ୍ରତିଫଳିତ ହେଉଛି ଶୀତୁଆ ସକାଳର ସୂର୍ଯ୍ୟଙ୍କ ରକ୍ତିମ କିରଣ । ଆଉ କାକର ଭିଜା ଶୀତୁଆ ସାକାଳରେ କିଏ ଚା’ ପିଇ ଦେହକୁ ତାଟକା କରୁଛି ତ ଆଉ କିଏ ପାର୍କରେ କସରତ କରୁଛନ୍ତି । ସହରୀ ମଣିଷ ସିନା ଶୀତର ମଜା ଉଠାଉଛନ୍ତି, ହେଲେ ଗରିବ ଖଟିଖିଆଙ୍କ ପାଇଁ ଶୀତ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି ।

ସୋନପୁରରେ ପାରଦ ଦିନକୁ ଦିନ ତଳକୁ ତଳ ଖସୁଛି । ସାରା ଜିଲ୍ଲା ଜାଡରେ ଥରୁଛି । ସକାଳୁ ଓ ସଂଧ୍ୟା ପରେ ଘରୁ ବାହାରିବା ମୁସ୍କିଲ ହୋଇ ପଡିଛି । ଶୀତ ସାଙ୍ଗକୁ ଘନ କୁହୁଡି ଯୋଗୁଁ ସକାଳୁ ସକାଳୁ ରାସ୍ତାଘାଟ ଭଲକରି ଦେଖାଯାଉନଥିବା ବେଳେ ଦିନ ୧୦ଟା ଯାଏଁ ଘରୁ ବାହାରି ହେଉନାହିଁ । ଫଳରେ ରିକ୍ସା କି ଟ୍ରଲି ଟାଣି ପେଟ ପୋଷୁଥିବା ଶ୍ରମିକମାନେ କାମକୁ ଯାଇ ପାରୁନାହାନ୍ତି ।

ପ୍ରତିବର୍ଷ ଭଳି ଏ ବର୍ଷ ବି ସୋନପୁରକୁ ଶୀତ ଆସିଛି । କାକର ବିନ୍ଦୁରେ ଜାଲ ବୁଣିଛି ବୁଢିଆଣୀ, ସଜେଇ ହୋଇଛି ଘାସ ଗାଲିଚା, ଫୁଲେଇ ହେଉଛି ଫୁଲ । ଗଛ ଡାଳରେ ବସି ଶୀତର କବିତା ଲେଖୁଛି ପକ୍ଷୀ, ହେଲେ ଏତେସବୁ ଭିତରେ ଜାଡରୁ ବର୍ତିବା ପାଇଁ ନିଆଁ ଜାଳି ବସି ରହୁଛନ୍ତି ଶ୍ରମିକ ।

from Kanak News
via <a href="https://ifttt.com/?

୪ ବର୍ଷ ହେଲା ଫଳକରେ ଅଟକିଛି ଗଜପତି ଜିଲ୍ଲା ଗୁମ୍ମା ବସଷ୍ଟାଣ୍ଡ କାମ । କେବଳ କଲଭର୍ଟ କରି ୧୦ ଲକ୍ଷ ଟଙ୍କା ଚଳୁ କରି ନେଇଛି ଠିକା ସଂସ୍ଥା ।

କନକ ବ୍ୟୁରୋ : ଫଳକରେ ଅଟକି ରହିଛି ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ, ବସଷ୍ଟାଣ୍ଡ ନିମାର୍ଣ ପାଇଁ ଅନୁଦାନ ଆସିଛି, ଜାଗା ବି ଚହ୍ନଟ ହୋଇଛି, କିନ୍ତୁ ୪ବର୍ଷ ପରେ ବି ନିର୍ମାଣ ହୋଇ ପା ରିନାହିଁ । ଫଳରେ ଅନ୍ୟମାନଙ୍କ ଦଖଲରେ ନିର୍ମାଣ ସ୍ଥଳ, ଆଉ ରାସ୍ତାକଡ ପାଲଟିଛି ବସଷ୍ଟାଣ୍ଡ । ଗଜପତି ଜିଲ୍ଲାରୁ ଦେଖନ୍ତୁ ଏହି ରିପୋର୍ଟ ।

ବସଷ୍ଟାଣ୍ଡ କରିବା ପାଇଁ ୨୦୧୬-୧୭ ଆର୍ଥିକ ବର୍ଷରେ ୧୦ ଲକ୍ଷ ଟଙ୍କାର ଅନୁଦାନ ଆସିଛି । ଜଗପତି ଗୁମ୍ମା ବ୍ଳକ ସଦର ମହକୁମା ହାଟ ନିକଟ ବସଷ୍ଟାଣ୍ଡ କରିବା ପାଇଁ ଗ୍ରାମ୍ୟଉନ୍ନୟନ ବିଭାଗ ପକ୍ଷରୁ ଅନୁଦାନ ଆସିବା ପରେ କାମ ଆରମ୍ଭ ହୋଇଛି । ହେଲେ ୪ ବର୍ଷ ପରେ କେବଳ କଲର୍ଭଟ ଟିଏ କରି ଚୁପ ବସିଛି ଠିକା ସଂସ୍ଥା ।

ଗୁମ୍ମା ଅଂଚଳରୁ ଗୁଣପୁର, ସେରଙ୍ଗ, ପାରଳାଖେମୁଣ୍ଡି, କାଶୀନଗର, ବ୍ରହ୍ମପୁରକୁ ବସ ଚଳାଚଳ କରେ । ଗାଡି ପାର୍କିଂ କରିବା ପାଇଁ ଜାଗା ନଥିବାରୁ ବସ ଏବଂ କମାଣ୍ଡର, ଜିପ୍, ଅଟୋ ସବୁ ରାସ୍ତା କଡରେ ହାଟ ମଝିରେ ଠିଆ ହେଉଛି । ସେପଟେ ବସଷ୍ଟାଂଡ ପାଇଁ ଚିହ୍ନଟ ଜାଗାକୁ କିଛି ଅସୁଧା ବ୍ୟକ୍ତି ଜବରଦଖଲ କରି ରଖିଥିବା ଅଭିଯୋଗ ହୋଇଛି । ବସଷ୍ଟାଣ୍ଡ ନିର୍ମାଣ ଦୀର୍ଘ ବର୍ଷ ଧରି ବନ୍ଦ ରହିବାରୁ ଜମି ଅକ୍ତିଆର କରିଛନ୍ତି ଜବର ଦଖଲ କାରି ।

from Kanak News
via <a href="https://ifttt.com/?

ବନ୍ୟାର ୩ ମାସ ପରେ ନଦୀ ବନ୍ଧରେ ଜୀବନ । ଆଜି ବି ଯାଜପୁର ଦତପୁରର ବିପନ୍ନଙ୍କୁ ମିଳି ପାରିନାହିଁ ବନ୍ୟା ସହାୟତା । ଜିଲ୍ଲାପାଳ କହିଲେ, ଖୁବଶୀଘ୍ର ହେବ ସମସ୍ୟାର ସମାଧାନ

କନକ ବ୍ୟୁରୋ : ଏବେ ବି ବନ୍ୟା କ୍ଷତିଗ୍ରସ୍ତ ନଦୀବନ୍ଧରେ ପାଲ ତଳେ ଜୀବନ କାଟୁଛନ୍ତି । ଶୀତ ରାତିରେ ଜୀବନକୁ ବାଜି ଲଗାଇ ରାତି କାଟୁଥିବା ଏହି ବନ୍ୟା ବିପନ୍ନଙ୍କ ପାଇଁ ନା ଅଛି ବିଜୁଳି, ନା ଅଛି ଯୋଗାଯୋଗ । ପାନୀୟ ଜଳ ପାଇଁ ନଦୀ ଉପରେ ନିର୍ଭର କରୁଛନ୍ତି ୩୦ରୁ ଉର୍ଦ୍ଧ ପରିବାର ।

ପଲିଥିନରେ କୁଡିଆ କରି ଏକାଠି ରହୁଛନ୍ତି ମଣିଷ ଓ ଗାଇଗୋରୁ । ବନ୍ୟା ଘାଇରେ ରାସ୍ତା ପୋଖରୀର ଭ୍ରମ ସୃଷ୍ଟି କରୁଥିବା ବେଳେ ବିଜୁଳି ନଥିବାରୁ ସଂଜ ନଇଁଲେ ଗାଁ ରାଜ କରୁଛି ଅନ୍ଧାର । ଏ ଚିତ୍ର ଆସିଛି ଯାଜପୁର ଦଶରଥପୁର ବ୍ଲକ୍ ଦତପୁର ଗାଁରୁ । ଚଳିତ ବର୍ଷ ବନ୍ୟା ଯୋଗୁ ବ୍ଲକର ୩ଟି ସ୍ଥାନରେ ଘାଇ ହୋଇଥିଲା । ଦତପୁର ଠାରେ ୩ଶହ ଫୁଟର ଘାଇ ହୋଇଥିଲା । ଫଳରେ ଗାଁର ମାଟି ଘର ପୁରା ନଷ୍ଟ ହୋଇଯାଇଥିବା ବେଳେ ଚାଷ ଜମିରେ ବାଲି ଚରି ଯାଇଛି । ସେବେଠାରୁ ଦତପୁରର ୩୦ଟି ପରିବାର ନଦୀ ବନ୍ଧ ଉପରେ ରହୁଛନ୍ତି ।

ଗୋଟିଏ ପଟେ ଜୀବନ ଯନ୍ତ୍ରଣା ଓ ଅନ୍ୟପଟେ ଅର୍ଥାଭାବ ଯୋଗୁ ଅଂଟା ସଳଖି ପାରୁନାହାନ୍ତି ବନ୍ୟା ବିପନ୍ନ । ଚାଷ ଜମିରେ ବାଲି ଚରି ଯାଇଥିବାରୁ ପେଟ ପାଟଣାକୁ ନେଇ ଚିନ୍ତାରେ ପଡିଥିବା ବିପନ୍ନଙ୍କୁ ଏଯାଏଁ ଆବାସ ଯୋଜନାରେ ଘରଟିଏ ମିଳିନାହିଁ । ଦତପୁର ବାସୀ ସରକାରୀ ସହାୟତାକୁ ଅପେକ୍ଷା କରିଥିବା ବେଳେ ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର କହିଛନ୍ତି, ଖୁବଶୀଘ୍ର ବିପନ୍ନଙ୍କ ସମସ୍ୟାର ସମାଧାନ କରାଯିବ ।

ବନ୍ୟା ପରେ ସରକାର ସହାୟତା ରାଶି ଘୋଷଣା କରିଛନ୍ତି, କିନ୍ତୁ ୩ ମାସ ପରେ ବି ପ୍ରଭାବିତଙ୍କ ପାଖରେ ତାହା ପହଂଚି ପାରିନାହିଁ । ତେଣୁ ପ୍ରଶାସନର କାର୍ଯ୍ୟଦକ୍ଷତାକୁ ନେଇ ଅନେକ ପ୍ରଶ୍ନ ଉଠିଛି ।

from Kanak News
via <a href="https://ifttt.com/?

ଆଇଫୋନ ଅଫିସ ପୋଡିଲେ କର୍ମଚାରୀ । ଦରମା ନମିଳିବାରୁ ଅଫିସରେ ପଶି ଭଙ୍ଗାରୁଜା

କନକ ବ୍ୟୁରୋ : ଆଇ ଫୋନ୍ ନିର୍ମାତା କମ୍ପାନୀ ଉଇଷ୍ଟ୍ରନ ର ବାଙ୍ଗାଲୋର କାର୍ଯ୍ୟାଳୟରେ କର୍ମଚାରୀ ମାନେ ଭଙ୍ଗାରୋଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି । କିଛି ମାସ ହେବ ଦରମା ନମିଳିବାରୁ କର୍ମଚାରୀ ମାନେ ରାଗରେ ଏଭଳି କରିଥିବା ସୂଚନା ମିଳିଛି । ତାଇୱାନ କମ୍ପାନୀ ଉଇଷ୍ଟ୍ରନ ସେଂଟ୍ରାଲ ବାଙ୍ଗଲୋରରେ ଏକ କାରଖାନା ବସାଇ ଆଇଫୋନ ଓ ଅନ୍ୟ ମୋବାଇଲ କମ୍ପାନୀ ମାନଙ୍କ ପାଇଁ ମୋବାଇଲ ପ୍ରସ୍ତୁତ କରୁଥିଲା । ଏଭଳି ଘଟଣା ପରେ କର୍ଣ୍ଣାଟକ ସରକାର ଏଭଳି ହିଂସାକୁ ନିନ୍ଦା କରିଛନ୍ତି, ଏହାସହ କର୍ମଚାରୀ ମାନଙ୍କ ବକେୟା ଦରମା ତୁରନ୍ତ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

ଉଇଷ୍ଟ୍ରନ କମ୍ପାନୀ କର୍ଣ୍ଣାଟକର କୋଲାର ଜିଲ୍ଲା ନର୍ସପୁର ଥିବା ପ୍ଲାଣ୍ଟରେ ଶନିବାର କର୍ମଚାରୀ ମାନେ କମ୍ପାନୀ ବିରୋଧରେ ନାରାବାଜି କରିବା ସହି କାର୍ଯ୍ୟାଳୟ ଉପରେ ପଥରମାଡ କରିଥିଲେ । ଏହାସହ କମ୍ପାନୀର ବୋର୍ଡ ଓ ଗାଡିକୁ ନିଆଁ ଲଗାଇ ପୋଡି ଦେଇଥିଲେ । ଜଣେ ଟ୍ରେଡ ୟୁନିୟନ ନେତାଙ୍କ କହିବା ମୁତାବକ ଏଠାରେ କାମ କରୁଥିବା କର୍ମଚାରୀ ମାନଙ୍କ ମଧ୍ୟରେ ଅଧିକାଂଶ କର୍ମଚାରୀ ଏଠାରେ ଚୁକ୍ତି ଭିତ୍ତିରେ ଚାକିରୀ କରିଛନ୍ତି । ହେଲେ କମ୍ପାନୀ ପକ୍ଷରୁ ସେମାନଙ୍କୁ ସଠିକ୍ ସମୟରେ ଦରମା ପ୍ରଦାନ କରାଯାଉ ନାହିଁ । ଏହା ସହ ଯେତେବେଳେ ବି ଦରମା ଦିଆଯାଉଛି ସେତେବେଳେ ବିଭିନ୍ନ ଆଳରେ କର୍ମଚାରୀ ମାନଙ୍କ ଦରମା କାଟି ଦିଆଯାଉଛି । ଯାହାକୁ ନେଇ ଅନେକ ଦିନ ଧରି କର୍ମଚାରୀ ମାନଙ୍କ ଭିତରେ ଅସନ୍ତୋଷ ଥିଲା । ଯାହାକି ଆଜି ପ୍ରତିବାଦର ରୂପ ନେଇଛି ।

ଅନ୍ୟପଟେ ଏଭଳି ଘଟଣାର ସୂଚନା ପାଇବା ପରେ ସେଠାରେ ପୋଲିସ ମୃତୟନ କରାଯାଇଛି । ଆନ୍ଦୋଳନ ସ୍ଥଳରେ ପୋଲିସ ପହଂଚି ଲାଠି ଚାର୍ଜ କରିବା ପରେ ଆନ୍ଦୋଳନରତ କର୍ମଚାରୀ ମାନେ ଘଟଣା ସ୍ଥଳ ଛାଡି ଦେଇଥିଲେ । କର୍ଣ୍ଣାଟକର ଉପ- ମୁଖ୍ୟମନ୍ତ୍ରୀ ତଥା ଆଇଟି ଓ ଇଲେକ୍ଟ୍ରୋନିକ୍ସ ବିଭାଗର ମନ୍ତ୍ରୀ ଡା. ସି. ଅକ୍ଷତନାରାୟଣ ଟ୍ୱିଟ ଯୋଗେ କହିଛନ୍ତି କି କୌଣସି ବି ପରିସ୍ଥିତିରେ ଆଇନକୁ ହାତକୁ ନେବା ଏକ ଅପରାଧ । କାରଣ ପ୍ରତିଟି ସମସ୍ୟାକୁ ସମାଧାନ କରିବାକୁ ସରକାରଙ୍କ ପାଖରେ ବିଭାଗର ଅଭାବ ନାହିଁ । ସେ ଆହୁରି କହିଛନ୍ତି କି ହିଂସା କରିଥିବା କର୍ମଚାରୀଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଟାନ ନେବ । ଏହାସହ କର୍ମଚାରୀ ମାନେ ସେମାନଙ୍କ ବକେୟା ଦରମା କିଭଳି ପାଇବେ ସେ ନେଇ ସରକାର ତୁରନ୍ତ ପଦକ୍ଷେପ ନେବେ ।

from Kanak News
via <a href="https://ifttt.com/?

ଡିସେମ୍ବର ଶେଷ ସପ୍ତାହରୁ ମନ୍ଦିର ଖୋଲିବାକୁ ରାଜ୍ୟସରକାରଙ୍କୁ ସୁପାରିଶ କରିବ ମନ୍ଦିର ପ୍ରଶାସନ । ମନ୍ଦିର ଖୋଲିଲେ ଦର୍ଶନ ପାଇଁ ପ୍ରଥମେ ପୁରୀବାସୀଙ୍କୁ ମିଳିବ ସୁଯୋଗ

କନକ ବ୍ୟୁରୋ : ବହୁପ୍ରତୀକ୍ଷାର ଅନ୍ତ ଘଟାଇ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ମିଳନ ହେବ । ଡିସେମ୍ବର ଶେଷ ସପ୍ତାହରେ ଖୋଲିପାରେ ଶ୍ରୀମନ୍ଦିର । ଏନେଇ ୨ ଦିନ ମଧ୍ୟରେ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।  ଆଜି ଏନେଇ ଶ୍ରୀମନ୍ଦିର ଛତିଶାନିଯୋଗ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷତା କରିଥିଲେ। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ପ୍ରଶାସକ କହିଛନ୍ତି କି ଡିସେମ୍ବର ଶେଷ ସପ୍ତାହରୁ ଶ୍ରୀମନ୍ଦିର ଖୋଲିବା ନେଇ ରାଜ୍ୟସରକାରଙ୍କୁ ସୁପାରିଶ କରାଯିବ । ସୁପାରିଶ ମୁତାବକ ଶ୍ରୀମନ୍ଦିର ଖୋଲିବା ପରେ ପ୍ରଥମେ ୪ ରୁ ୫ ଦିନ ପର୍ଯ୍ୟନ୍ତ କେବଳ ପୁରୀବାସୀ ଦର୍ଶନ କରିପାରିବେ । ଏହା ସହ ନୂଆ ବର୍ଷରେ ଶ୍ରୀମନ୍ଦିର ବନ୍ଦ ରହିବ । ସମସ୍ତ ବ୍ୟବସ୍ଥା ସରିବା ପରେ ସବୁ ଭକ୍ତଙ୍କୁ ଦର୍ଶନ କରିବାର ସୁଯୋଗ ଦିଆଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ କିଷନ କୁମାର । ଡିସେମ୍ବର ୨୨ ରୁ ୨୫ ତାରିଖ ମଧ୍ୟରେ ମନ୍ଦିର ଖୋଲିବା ନେଇ ସରକାରଙ୍କୁ ଅନୁରୋଧ କରାଯିବ । ଏହାସହ ଜାନୁଆରୀ ୧ ଓ ୨ ତାରିଖ ମନ୍ଦିର ବନ୍ଦ ରହିବ । ସରକାରଙ୍କ ନିଷ୍ପତ୍ତି ଆସିବା ପରେ ଦର୍ଶନ ପାଇଁ ଏସଓପି ପ୍ରସ୍ତୁତ ହେବ । ଅନ୍ୟପଟେ ମନ୍ଦିର ଭିତରକୁ ପ୍ରବେଶ ପାଇଁ ମାସ୍କ ଓ ସାନିଟାଇଜରକୁ ବାଧ୍ୟତାମୂଳକ କରାଯିବ । ୬୫ ବର୍ଷରୁ ଅଧିକ ଓ ୧୦ ବର୍ଷରୁ କମ୍ ପିଲାଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ ନାହିଁ । ସମସ୍ତ ସେବାୟତ ମାନଙ୍କର ଆଇ କାର୍ଡ ପ୍ରସ୍ତୁତ ହେବ । ପ୍ରଥମ ପର୍ଯ୍ୟାୟରେ ୫ ହଜାର ଲୋକଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ ।

from Kanak News
via <a href="https://ifttt.com/?

ଚେନ୍ନାଇରେ ଅଭାବନୀୟ ଘଟଣା । ସିବିଆଇ ହେପାଜତରୁ ୧୦୩ କିଲୋ ସୁନା ଗାଏବ । ହାଇକୋର୍ଟଙ୍କ ତଦନ୍ତ ନିର୍ଦ୍ଦେଶ ପରେ ଘଟଣାର ପର୍ଦ୍ଦାଫାସ୍

କନକ ବ୍ୟୁରୋ : ଦେଶର ସବୁଠାରୁ ବଡ ଓ ବିଶ୍ୱସନୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ହେପାଜତରେ ଥିବା ୧୦୩ କିଲୋ ସୁନା ଗାଏବ ହୋଇଯାଇଛି । ଏଭଳି ଘଟଣା ଘଟିଛି ତାମିଲନାଡୁର ରାଜଧାନୀ ଚେନ୍ନାଇରେ । ଏଠାରେ ଥିବା ସିବିଆଇର ଏକ କାର୍ଯ୍ୟାଳୟରୁ ୧୦୩ କିଲୋ ସୁନା ଗାଏବ ହୋଇଯାଇଛି । ଗାଏବ ହୋଇଥିବା ସୁନାର ଆନୁମାନକ ମୂଲ୍ୟ ୪୫ କୋଟି ଟଙ୍କା ହେବ ବୋଲି କୁହାଯାଇଛି । ଏନେଇ ମାଡ୍ରାସ ହାଇକୋର୍ଟ ସିବି-ସିଆଇଡିକୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ପରେ ଘଟଣା ଲୋକଲୋଚନକୁ ଆସିଛି ।

ସୂଚନା ମୂୁତାବକ ସିବିଆଇ ୨୦୧୨ ମସିହାରେ ଚେନ୍ନାଇର ସୁରାନା କାର୍ଯ୍ୟାଳୟରେ ଚଢାଉ କରି ୪୦୦ କିଲୋ ସୁନା ଜବତ୍ କରିଥିଲା । ହେଲେ ଏବେ ସେହି ୪୦୦ କିଲୋ ସୁନାରୁ ୧୦୩ କିଲୋ ସୁନା ଉଭାନ ହୋଇଯାଇଛି । ଏନେଇ ସିବିଆଇ କହିଛି ଯେ ଚେନ୍ନାଇରେ ଥିବା ସିବିଆଇର ମୁଖ୍ୟ କାର୍ଯ୍ୟାଳୟ ଲକର ପାଇଁ ୭୨ ଟି ଚାବି ପ୍ରଦାନ କରାଯାଇଥିଲା । ହେଲେ ଏହି ଚାବି ବିଭିନ୍ନ କର୍ମଚାରୀଙ୍କ ପାଖରେ ରହୁଥିଲା । ସିବିଆଇ ନିଜ ଉପରୁ ଦୋଷ ହଟାଇବାକୁ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି । ସିବିଆଇର ଜଣେ ବରିଷ୍ଠ କର୍ମଚାରୀ କହିଛନ୍ତି କି ଯେତେବେଳେ ସୁନା ଜବତ ହୋଇଥିଲା ସୁନାର ସମସ୍ତ ରଡକୁ ଏକ ସଂଗେ ଓଜନ କରାଯାଇଥିଲା । ହେଲେ ଏବେ ତାହାକୁ ଅଲଗା ଅଲଗା କରି ଓଜନ କରିବା ଦ୍ୱାରା ଓଜନରେ ଗଡ ବଡ ହେଉଛି । ହେଲେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ପ୍ରକାଶ ସିବିଆଇର ଏଭଳି ଦାବିକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି । ସେ ସିବି-ସିଆଇଡିର ଜଣେ ଏସପି ପାହ୍ୟାର ଅଧିକାରୀଙ୍କୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ କହିଛନ୍ତି କି ୬ ମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ।

ଅନ୍ୟପଟେ ବିଚାରପତିଙ୍କୁ ସିବିଆଇ ତରଫରୁ କୁହାଯାଇଥିଲା କି ଯଦି ଏହି ମାମଲାର ତଦନ୍ତ ସ୍ଥାନୀୟ ପୋଲିସ ଦ୍ୱାରା କରାଯାଏ ତେବେ ସେମାନଙ୍କ ପ୍ରତିଷ୍ଠା ଉପରେ ପ୍ରଭାବ ପଡିବ । ଏହାକୁ ନେଇ ବିଚାରପତି କହିଥିଲେ କି ଏହାର ଅର୍ଥ କେବଳ ସିବିଆଇ ହିଁ ବଡ ବଡ ମାମଲାର ଯାଂଚ କରିପାରିବ ଓ ସ୍ଥାନୀୟ ପୋଲିସ ଦ୍ୱାରା କୌଣସି କାର୍ଯ୍ୟ ହୋଇପାରିବ ନାହିଁ । ହେଲେ ଆଇନ ଏପରି ଆକ୍ଷେପକୁ ଅନୁମତି ଦିଏ ନାହିଁ , ସମସ୍ତ ପୋଲିସ କର୍ମୀଙ୍କ ଉପରେ ଭରସା କରାଯିବା ଉଚିତ ବୋଲି ଜଷ୍ଟିସ ମତ ଦେଇଥିଲେ ।

from Kanak News
via <a href="https://ifttt.com/?

ଭୁବନେଶ୍ୱର ପିଏନବି ବ୍ୟାଙ୍କ ଏଟିଏମ ଲୁଟ ଘଟଣାର ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା ପୁଲିସ: କେମିତି ହୋଇଥିଲା ଲୁଟ ଡେମୋ ଦେଖାଇବେ ଲୁଟେରା

କନକ ବ୍ୟୁରୋ: ଭୁବନେଶ୍ୱର ମାଗ୍ନେଟିକ ଛକ ପିଏନବି ଏଟିଏମ ଲୁଟ ଘଟଣାରେ ଗିରଫ ହୋଇଥିବା ୨ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି କମିସନରେଟ ପୁଲିସ । କେମିତି ହୋଇଥିଲା ଲୁଟ ତାର ଡେମୋ ଦେଖାଇବେ ଲୁଟେରା । ଭାଇଜାଗରୁ ଗିରଫ ହେବା ପରେ ତାଙ୍କୁ ଟ୍ରାଂଜିଟ ରିମାଣ୍ଡରେ ଅଣାଯାଇଥିଲା । ୨ ଅଭିଯୁକ୍ତ ସମରଜିତ ସିଂ ଓ ଜାଫର ସକିଦ ଦେଶର ବିିଭନ୍ନ ସ୍ଥାନରେ ଏଟିଏମ ଲୁଟ କରିଥିବାର ଅଭିଯୋଗ ରହିଛି । ଗତ ନଭେମ୍ବର ୧୧ ତାରିଖରେ ମାଗ୍ନେଟିକ ଛକରେ ଥିବା ପିଏନବି ଏଟିଏମରୁ ୨୮ ଲକ୍ଷ ଲୁଟ କରି ଫେରାର ହୋଇଯାଇଥିଲେ ।

from Kanak News
via <a href="https://ifttt.com/?

ଗଣତନ୍ତ୍ର ଦିବସ ପ୍ୟାରେଡରେ ଶୋଭା ପାଇବ ଅଯୋଦ୍ଧା ରାମ ମନ୍ଦିରର ପ୍ରତୀକ । କେନ୍ଦ୍ରସରକାରଙ୍କ ପକ୍ଷରୁ ମେଢକୁ ମଞ୍ଜୁରୀ ।

କନକ ବ୍ୟୁରୋ : ଆଗାମୀ ଗଣତନ୍ତ୍ର ଦିବସର ପ୍ୟାରେଡରେ ଉତ୍ତରପ୍ରଦେଶ ସରକାରଙ୍କ ତରଫରୁ ଅଯୋଦ୍ଧାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିରର ପ୍ରତୀକ ପ୍ରଦର୍ଶନ କରାଯିବ । ସରକାରଙ୍କ ତରଫରୁ ମିଳିଥିବା ସୂଚନା ମୁତାବକ ଗଣତନ୍ତ୍ର ଦିବସରେ ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରା ରାମମନ୍ଦିରର ପ୍ରତୀକ ମେଢ ପ୍ରଦର୍ଶନ କରାଯିବ । ଏହା ସହ ଅଯୋଦ୍ଧାର ସଂସ୍କୃତି, ପରମ୍ପରା ଓ କଳାକୁ ଏହି ମେଢରେ ସାମିଲ କରାଯିବ । ବିଜ୍ଞାପନ ଦ୍ୱାରା ପରିଚାଳିତ ପ୍ଲେଷ୍ଟ୍ରିମ ରିପୋର୍ଟ ମୁତାବକ ୨୦୨୧ ପାଇଁ ଉତରପ୍ରଦେଶ ସରକାର ଏହି ମେଢକୁ ନେଇ ଏକ ଶୀର୍ଷକ ନିର୍ଣ୍ଣୟ କରିଛନ୍ତି । ଯାହାର ନାମ ରହିଛି ‘ଅଯୋଦ୍ଧା ସାଂସ୍କୃତିକ ଐତିହ୍ୟ ଉତ୍ତରପ୍ରଦେଶ’ ।

ଏହା ସହିତ ସରକାର କହିଛନ୍ତି କି ଏହି ମେଢରେ ଅଯୋଦ୍ଧାରେ ଅନୁଷ୍ଠିତ ହେଉଥିବା ଦୀପଉତ୍ସବର ଝଲକ୍ ଏହି ମେଢ ମାଧ୍ୟମରେ ପ୍ରଦର୍ଶନ କରାଯିବ । ଗଣତନ୍ତ୍ର ଦିବସର ପ୍ୟାରେଡ ସମ୍ବନ୍ଧରେ ଦିଲ୍ଲୀରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏହି ବୈଠକକୁ ଉତ୍ତରପ୍ରଦେଶ ସରକାର ତାଙ୍କର ଏଭଳି ପ୍ରଦର୍ଶନୀ ପାଇଁ ଏକ ଆବେଦନ କରିଥିଲେ । ଏହି ଆବେଦନକୁ ବୈଠକରେ ମଞ୍ଜୁରୀ ମଳିଥିବା କଥା ଯୋଗୀ ସରକାର କହିଛନ୍ତି ।

ଚଳିତ ବର୍ଷ ଗଣତନ୍ତ୍ର ଦିବସରେ ପ୍ରଦର୍ଶିତ ହେବାକୁ ଥିବା ଓଡିଶାର ମେଢ ଉତ୍ତରପ୍ରଦେଶର ମେଢ ସହ ଅନୁବନ୍ଧିତ ହୋଇଛି । ଉଭୟ ମେଢରେ ସର୍ବଧର୍ମ ସମନ୍ୱୟ ଉପରେ ଆଧାରିତ ହେବ ବୋଲି କୁହାଯାଇଛି । ଏହି ମେଢ ମାଧ୍ୟମରେ ଉତ୍ତରପ୍ରଦେଶ ସରକାର ରାଜ୍ୟର ସାଂସ୍କୃତିକ ଓ ପର୍ଯ୍ୟଟନ ଉପରେ ଆଧାରିତ କରିବେ ବୋଲି ଜଣାପଡିଛି ।

ଅନ୍ୟପଟେ ଗଣତନ୍ତ୍ର ଦିବସ ପାଇଁ କେନ୍ଦ୍ରସରକାରଙ୍କ ପକ୍ଷରୁ ବସିଥିବା ବୈଠକରେ ରେଳ ରାଷ୍ଟ୍ରମନ୍ତ୍ରୀ ପିୟୁଷ ଗୋଏଲ କହିଥିଲେ କି ଭାରତ ଓ ସ୍ୱିଡେନ ମିଳିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଆସନ୍ତା ବର୍ଷ ଜାନୁଆରୀ ୨୬ ତାରିଖରେ ଦେଶ ୭୨ ତମ ଗଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି । ଯାହା ସମ୍ବିଧାନ ଲାଗୁ ହେବା ପରେ ଦେଶ ଏକ ସ୍ୱାଧିନ ଗଣତନ୍ତ୍ର ହେବା ଦିଗରେ ନିଜର ପରିବର୍ତ୍ତନକୁ ସମ୍ପୁର୍ଣ୍ଣ କରିବା ଅଗ୍ରସର ହେଉଛି । ଏହି ଐତିହାସିକ ତାରିଖକୁ ଦେଶବାସୀ ସମ୍ମାନ ଦେବା ଆବଶ୍ୟକ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started