ଟାଟା ମୋଟର୍ସରେ ଚାକିରି କରାଇଦେବା ନାଁରେ ଠକେଇ କରିଥିଲେ ଆକାଶ ପାଠକ : ଭାବି ଶ୍ୱଶୁର ଓ ସହଯୋଗୀଙ୍କ ପାଖକୁ ଆସୁଥିଲା ବିପୁଳ ପରିମାଣର ଟଙ୍କା 

କନକ ବ୍ୟୁରୋ : ଟାଟା ମୋଟର୍ସରେ ଚାକିରି କରାଇଦେବା ନାଁରେ ଠକେଇ କରିଥିଲେ ଆକାଶ ପାଠକ । ଏନେଇ ଭାବି ଶଶ୍ୱୁର ଓ ସହଯୋଗୀଙ୍କ ପାଖକୁ ଆସୁଥିଲା ବିପୁଳ ପରିମାଣର ଟଙ୍କା । ପ୍ରେସମିଟରେ ଏନେଇ ସୂଚନା ଦେଇଛନ୍ତି କ୍ରାଇବ୍ରାଂଚ ଏଡିଜି । ୬ ଜଣ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ତଦନ୍ତ ହୋଇଥିଲା । ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀଙ୍କ ପାଖକୁ ଚାକିରି କରାଇଦେବା ନେଇ ଟଙ୍କା ଆସୁଥିଲା ।

ଟଙ୍କା ନେଇ ଆଶାୟୀଙ୍କୁ ଜେଲ କାଗଜପତ୍ର ଦେଉଥିଲେ । ୬ ଜଣ ଅଭିଯୋଗକାରୀଙ୍କ ମଧ୍ୟରୁ ୨ ଜଣ ଆକାଶ ପାଠକଙ୍କ ଆକାଉଂଟକୁ ଟଙ୍କା ପଠାଇଥିବା ବେଳେ ୪ ଜଣ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀଙ୍କ ପାଖକୁ ବିପୁଳ ପରିମାଣର ଅର୍ଥ ପଠାଇଥିଲେ । ସାମ୍ବାଦିକ ସମ୍ମିଳନୀରେ ଏଡିଜି କହିଛନ୍ତି ଯେ, ଯେଉଁମାନେ ବି ଏହି ଠକାମୀରେ ଶିକାର ହୋଇଛନ୍ତି,ସେମାନେ ଭୟ ନକରି ସାମନାକୁ ଆସିବା ଆବଶ୍ୟକ । ଗତକାଲିଠୁ ଆକାଶ ପାଠକଙ୍କୁ ୫ ଦିନିଅର ରିମାଣ୍ଡରେ ନେଇଛି କ୍ରାଇମବ୍ରାଂଚ ।

from Kanak News
via <a href="https://ifttt.com/?

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ବୟାନକୁ ନେଇ ତେଜିଲା ରାଜନୀତି : ସୁର କହିଲେ, ଚାଷୀଙ୍କୁ ଦେଶଦ୍ରୋହୀ କହିଲେ ମିିଳିବନି ଦୁଇ ଓଳି ଦାନା

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ବୟାନକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଚାଷୀ ଆନ୍ଦୋଳନରେ ଦେଶ ବିରୋଧୀ ଶକ୍ତିଙ୍କ ସଂପୃକ୍ତି ନେଇ କେନ୍ଦ୍ର ମନ୍ତ୍ରୀ ବୟାନ ଦେବା ପରେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ଚାଷୀଙ୍କୁ ଦେଶଦ୍ରୋହୀ କହିଲେ,ଲୋକଙ୍କୁ ଦୁଇ ଓଳି ଖାଇବାକୁ ବି ମିଳିବନାହିଁ । ସେହିପରି ବିଜେଡି ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି , ଚାଷୀଙ୍କୁ ଦେଶଦ୍ରୋହୀ କହିବା ଦୁର୍ଭାଗ୍ୟଜନକ ।

ଗତକାଲି ଚାଷୀ ଆନ୍ଦୋଳନ ଉପରେ ପ୍ରତିକ୍ରିୟା ରଖିଥିଲେ କେନ୍ଦ୍ରମନ୍ତ୍ରୀ । ସେ କହିଥିଲେ, ଚାଷୀ ଆନ୍ଦୋଳନ ପଛରେ ଦେଶ ବିରୋଧିଙ୍କ ହାତ ରିହିଛି । ପ୍ରକୃତ ଚାଷୀ ଆନ୍ଦୋଳନ କରୁନାହାନ୍ତି । ଚାଷୀ ଆନ୍ଦୋଳନ ନାଁରେ ସେମାନେ ବିରୋଧିଙ୍କ ଭାଷା କହୁଛନ୍ତି ।ସରକାର କୃଷି ବିଲ ପ୍ରତ୍ୟାହାର କରିବାରେ କୌଣସି ଆଶଙ୍କା ଦେଖାଯାଉନାହିଁ ବୋଲି ସେ କହିଥିଲେ । କେନ୍ଦ୍ର ସରକାରଙ୍କ କୃଷି ବିଲକୁ ଅନେକ ଚାଷୀ ସ୍ୱାଗତ କରୁଛନ୍ତି । ଏହି ବିଲ ଏକ ଐତିହାସିକ ବିଲ । ବିଲ ଯୋଗୁଁ ଦେଶର ଚାଷୀ ମାନଙ୍କର ହିତ ହୋଇପାରିବ । ଧାନର ସହାୟକ ମୁଲ୍ୟ, ଜମିର ମାଲିକାନା ନେଇ କୌଣସି ପ୍ରକାର କ୍ଷତି ଚାଷୀ ସହିବାର ନାହିଁ ବୋଲି ପ୍ରତାପ ଷଡଙ୍ଗୀ କହିଥିଲେ ।

from Kanak News
via <a href="https://ifttt.com/?

ଫିକିର ସାଧାରଣ ବୈଠକରେ ପ୍ରଧାନମନ୍ତ୍ରୀ । କୃଷି ଆଇନକୁ ସମର୍ଥନ । କହିଲେ ନିବେଶ ବଢିଲେ ବଢିବ କୃଷକଙ୍କ ଆୟ

କନକ ବ୍ୟୁରୋ : ଚଳିତ ବର୍ଷ ଭାରତ ସମେତ ସାରା ପୃଥିବୀରେ ଦୃତ ପରିବର୍ତ୍ତନ ଘଟୁଛି । ଯାହାର ବେଗ ଟ୍ୱେଣ୍ଟି ଟ୍ୱେଣ୍ଟି କ୍ରିକେଟ ମ୍ୟାଚ୍ ଠାରୁ ବି ଅଧିକ ବେଗରେ । ଭାରତୀୟ ବାଣିଜ୍ୟ ଏବଂ ଉଦ୍ୟୋଗ ମହାସଂଘ (ଫିକି) ର ୯୩ ତମ ବାର୍ଷିିକ ସାଧାରଣ ବୈଠକରେ ଏମିତି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମହାସଂଘର ସାଧାରଣ ବୈଠକରେ ଯୋଗଦେବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି କି ଦେଶ ସହିତ ସାରା ବିଶ୍ୱର ବିଭିନ୍ନ କ୍ଷେତ୍ରରେ ତୀବ୍ର ହେଉଛି ପରିବର୍ତ୍ତନ ।

ମହାମାରୀ କରୋନା ଯୋଗୁଁ ଦେଖା ଦେଇଥିବା ମାନ୍ଦା ସ୍ଥିତିରେ ଏବେ ଧିରେ ଧିରେ ସୁଧାର ଆସୁଛି ଓ ସ୍ଥିତି ସ୍ୱଭାବିକ ହେଉଛି । ଏହି ସଂକଟ ବେଳେ ଭାରତ ସାରା ବିଶ୍ୱରେ ଉଦାହରଣ ସୃଷ୍ଟି କରିଛି । ମହାମାରୀ ସମୟରେ ଦେଶବାସୀ ଯେଭଳି ଏକଜୁଟ୍ ହୋଇ କରୋନା ବିରୋଧରେ ଲଢେଇ କଲେ ତାହା ଇତିହାସ ସୃଷ୍ଟି କରିଛି । ସେ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଏହି ବୈଠକରେ ଯୋଗ ଦେବା ଅବସରରେ ନୂତନ କୃଷି ଆଇନକୁ ସମର୍ଥନ କରିଥିଲେ । ଏହି ଆଇନ ବଳରେ ସରକାର କୃଷି ଉତ୍ପାଦ ଓ ବିକ୍ରି କ୍ଷେତ୍ରରେ ଥିବା ବାଧା ବିଘ୍ନକୁ ସରକାର ଧିରେ ଧିରେ ସମାଧାନ କରିବାକୁ ଚାହୁଁଥିବା କଥା ସେ କହିଥିଲେ । ଏହି ବିଲ ମାଧ୍ୟମରେ କୃଷକଙ୍କ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରାଯାଇ କୃଷି କ୍ଷେତ୍ରରେ ନିବେଶକୁ ବୃଦ୍ଧି କରାଯାଇପାରିବ ବୋଲି ସେ କହିଥିଲେ ।

ନୂଆ କୃଷି ଆଇନକୁ ନେଇ ଚାଲିଥିବା ବିରୋଧ ମଧ୍ୟରେ ପ୍ରଧାନମନ୍ତ୍ରୀ କହିଛନ୍ତି କି କୃଷିକ୍ଷେତ୍ର ଓ ଏହା ସହିତ ଜଡିତ ଅନ୍ୟକ୍ଷେତ୍ର ଯେମିତିକି ଖାଦ୍ୟ ପ୍ରକ୍ରିୟାକରଣ , ଶିତଳଭଣ୍ଡାର ଭଳି ସମସ୍ୟାକୁ କିଭଳି ସମାଧାନ କରାଯାଇ ପାରିବ ସେ ନେଇ ସରକାର ସଜାଗ ରହିଛନ୍ତି । ଏହି ସମସ୍ୟାର ସମାଧାନ ହୋଇପାରିଲେ କୃଷକ ମାନଙ୍କୁ ଏକ ସ୍ୱତନ୍ତ୍ର ବଜାର ଉପଲବ୍ଧ ହୋଇପାରିବ । ସେ ଦାବି କରିଛନ୍ତି କି କୃଷି ଆଇନର ପରିବର୍ତ୍ତନ ରେ କୃଷକ ମାନଙ୍କୁ ପ୍ରଯୁକ୍ତି ବିଦ୍ୟାର ଲାଭ ମିଳିବ, ଦେଶରେ ଆଧୁନିକ ପ୍ରଣାଳୀରେ ଶିତଳଭଣ୍ଡାର ନିର୍ମାଣ ହେବ, କୃଷି କ୍ଷେତ୍ରବେ ପୁଞ୍ଜିନିବେଶ ବଢିବ । ଏହାର ଲାଭ କେବଳ ଦେଶର ଚାଷୀ ଭାଇ ମାନଙ୍କୁ ମିଳିବ । କରୋନା ଭଳି ମହାମାରୀ ମଧ୍ୟରେ ଦେଶର ଆର୍ଥିକ ସୁଧାର ଆସୁଥିବାରୁ ଏହାର ଶ୍ରେୟ ସେ ଦେଶର କୃଷକ ଓ ଯୁବକ ମାନଙ୍କୁ ଦେଇଛନ୍ତି ।

from Kanak News
via <a href="https://ifttt.com/?

୭୦ ବର୍ଷରେ ପାଦ ଦେଲେ ସୁପରଷ୍ଟାର ରଜନୀକାନ୍ତ : ଟଲିଉଡରୁ ଆରମ୍ଭ କରି ବଲିଉଡ ସବୁଠି ଦେଖାଇଛନ୍ତି ନିଜ ଅଭିନୟର ଯାଦୁ

କନକ ବ୍ୟୁରୋ : ବଲିଉଡ ଏବଂ ଟଲିଉଡର ସୁପରଷ୍ଟାର ରଜନୀକାନ୍ତ ଆଜି ତାଙ୍କର ୭୦ ତମ ଜନ୍ମଦିନ ପାଳନ କରୁଛନ୍ତି । ରଜନୀକାନ୍ତଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି । ୧୨ ଡିସେମ୍ବର ୧୯୫୦ରେ ରଜନୀକାନ୍ତ ବେଙ୍ଗାଲୁରୁର ଏକ ମରାଠୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଏକ ଗରିବ ପରିବାରରେ ଜନ୍ମ ହୋଇଥିବା ରଜନୀକାନ୍ତ କେବଳ ଟଲିଉଡରେ ନୁହେଁ ବରଂ ବଲିଉଡରେ ପରିଶ୍ରମ ଯୋଗୁଁ ଅନେକ ନାମ ଅର୍ଜନ କରିଛନ୍ତି । ଦକ୍ଷିଣରେ ରଜନୀକାନ୍ତଙ୍କୁ ଥଲାଇଭା କୁହାଯାଏ ।

ରଜନୀକାନ୍ତଙ୍କ ପ୍ରକୃତ ନାମ ହେଉଛି ଶିବାଜୀ ରାଓ ଗାଇକୱାଡ | ତାଙ୍କ ପିତାଙ୍କ ନାମ ରାମୋଜି ରାଓ ଗାଏକୱାଡ ଏବଂ ସେ ଜଣେ ହାଭିଲଡର ଥିଲେ। ରଜନୀକାନ୍ତ ଚାରି ଭାଇଭଉଣୀଙ୍କ ମଧ୍ୟରୁ ସାନ ଥିଲେ। ତାଙ୍କ ମା’ ଙ୍କର ମାତ୍ର ଚାରି ବର୍ଷ ବୟସରେ ମୃତ୍ୟୁ ଘଟିଥିଲା । ଏହା ପରେ ତାଙ୍କ ପରିବାରକୁ ଆର୍ଥିକ ସ୍ଥିତି ଦେଇ ଗତି କରିବାକୁ ପଡିଥିଲା । ଘରକୁ ଆର୍ଥିକ କ୍ଷେତ୍ରରେ ସହାୟତା କରିବା ପାଇଁ ପ୍ରଥମେ ରଜନୀକାନ୍ତ କୁଲି କାମ କରିବା ଆରମ୍ଭ କରିଥିଲେ । ପରେ ବାଙ୍ଗାଲୋର ପରିବହନ ସେବାରେ ବସ୍ କଣ୍ଡକ୍ଟର ଭାବରେ ଚାକିରି ପାଇଥିଲେ ।

କଣ୍ଡକ୍ଟର ଭାବରେ କାର୍ଯ୍ୟ କରିବାବେଳେ ସେ କନ୍ନଡ ଥିଏଟରରେ ମଧ୍ୟ କାମ କରିବା ଆରମ୍ଭ କରିଥିଲେ । ୨୫ ବର୍ଷ ବୟସରେ ତାଙ୍କ ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ତାମିଲ ଚଳଚ୍ଚିତ୍ର ଥିଲା ‘ଆପୋରଭା ରାଗନାଗଲ୍’ । ଏହି ଚଳଚ୍ଚିତ୍ରରେ ତାଙ୍କୁ କମଲ ହାସନ ଏବଂ ଶ୍ରୀବିଡ଼ିଆ ମଧ୍ୟ ଯୋଗ ଦେଇଥିଲେ। ୧୯୭୫ ରୁ ୧୯୭୭ ମଧ୍ୟରେ ସେ ଅଧିକାଂଶ ଚଳଚ୍ଚିତ୍ରରେ କମଲ ହାସନଙ୍କ ସହ ଭିଲେନ ଭୂମିକାରେ ଅଭିନୟ କରିଥିଲେ । ତାଙ୍କର ପ୍ରଥମ ତାମିଲ ଚଳଚ୍ଚିତ୍ର ‘ଭୈରବୀ’ ୧୯୭୮ରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହି ଚଳଚ୍ଚିତ୍ରଟି ସୁପରଡୁପର ହିଟ୍ ହୋଇଥିଲା ।

ଏହା ପରେ ରଜନୀକାନ୍ତ ପଛକୁ ଚାହିଁ ନଥିଲେ ଏବଂ ଗୋଟିଏ ପରେ ଗୋଟିଏ ଅନେକ ସୁପରହିଟ୍ ଫିଲ୍ମ ଦେଇଥିଲେ। ତାଙ୍କର ଭିନ୍ନ ଶୈଳି ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଲା । ଖୁବ୍ କମ୍ ସମୟରେ, ନିଜର ହୃଦୟସ୍ପର୍ଶୀ ଅଭିନୟ ପ୍ରତିଭା ବଳରେ ସେ ଲୋକଙ୍କ ଗ୍ରହଣରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିବା ସହ ସାଉଥ୍ ସିନେମାର ସୁପରଷ୍ଟାର୍ ହୋଇଥିଲେ । ଦକ୍ଷିଣରେ ଖ୍ୟାତି ଅର୍ଜନ କରିବା ପରେ ରଜନୀକାନ୍ତ ବଲିଉଡ ଆଡକୁ ଯାଇ ଫିଲ୍ମ ‘ଅନ୍ଧା କାନୁନ’ରେ ଡେବ୍ୟୁ କରିଥିଲେ । ବଲିଉଡରେ ମଧ୍ୟ ନିଜ ଅଭିନୟ ଯାଦୁରେ ଲୋକଙ୍କୁ ପାଗଳ କରିଦେଇଥିଲେ । ସିଗାରେଟ୍ ଫ୍ଲପ୍ କରିବାର ଷ୍ଟାଇଲ୍ କିମ୍ବା ମୁଦ୍ରା ଟସ୍ କରିବା କିମ୍ବା ଚଷମା ପିନ୍ଧିବା ଏବଂ ହସିବାର ଷ୍ଟାଇଲ୍ ସମସ୍ତଙ୍କୁ ପସନ୍ଦ କରିଥିଲା ​​। ରଜନୀକାନ୍ତଙ୍କ ଷ୍ଟାଇଲ୍ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ କପି କରାଯାଇଥିଲା ।

ବଲିଉଡରେ ରଜନୀକାନ୍ତ ୨.୦, ଇନସାଫ୍ କୋନ୍ କରେଗା, ଖୁନ୍ କା କର୍ଜ, କ୍ରାନ୍ତିକାରୀ, ମେରୀ ଅଦାଲତ, ଜାନ୍ ଜାନି ଜନାର୍ଦ୍ଦନ, ଭଗବାନ୍ ଦାଦା, ଅନ୍ଧା କାନୁନ, ଚାଲବାଜ ଏବଂ ଇନସାନିୟତ୍ କା ଦେବତା ଭଳି ଚଳଚ୍ଚିତ୍ରରେ ନିଜ ଅଭିନୟର ଯାଦୁ ଦେଇଖାଇଛନ୍ତି । ରଜନୀକାନ୍ତଙ୍କୁ ଏସିଆର ସବୁଠାରୁ ଦାମୀ ତାରକା ମଧ୍ୟ କୁହାଯାଏ । ସିନେମା ଜଗତକୁ ସର୍ବୋତ୍ତମ ଚଳଚ୍ଚିତ୍ର ପ୍ରଦାନ କରିଥିବା ରଜନୀକାନ୍ତଙ୍କୁ ୨୦୧୪ ରେ ୬ ଟି ତାମିଲନାଡୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରୁ ୪ଟି ଶ୍ରେଷ୍ଠ ଅଭିନେତା ଏବଂ ସ୍ପେଶାଲ ଆୱାର୍ଡ ଫର ବେଷ୍ଟ ଆକ୍ଟର ଭଳି ଦୁଇଟି ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା ।

୩୧ ବର୍ଷ ବୟସରେ, ରଜନୀକାନ୍ତ ୨୬ ଫେବୃଆରୀ ୧୯୮୧ ରେ ଲାଥାଙ୍କୁ ବିବାହ କରିଥିଲେ। ସେମାନଙ୍କର ଦୁଇଟି ଝିଅ ଅଛି । ବଡ଼ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତ, ନିର୍ଦ୍ଦେଶକ ଏବଂ ଅଭିନେତା ଧନୁଷଙ୍କୁ ବିବାହ କରିଛନ୍ତି । ତାଙ୍କର ସାନ ଝିଅ ସାଉଣ୍ଡାରିଆ ରଜନୀକାନ୍ତ ଜଣେ ନିର୍ଦ୍ଦେଶକ, ନିର୍ମାତା ଏବଂ ଗ୍ରାଫିକ୍ ଡିଜାଇନର୍ |

from Kanak News
via <a href="https://ifttt.com/?

ପରୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଓଡ଼ିଶା ବିଜେପି ପ୍ରଭାରୀଙ୍କ ଟାର୍ଗେଟ୍: କହିଲେ, ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛନ୍ତି ମନ୍ତ୍ରୀ; ଓଡ଼ିଶାର ସାଢ଼େ ୪ କୋଟିଙ୍କ ଭିତରେ ଆସୁନାହାଁନ୍ତି କି ‘ପରୀ’ ପରିବାର

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି ଓଡ଼ିଶା ବିଜେପି ପ୍ରଭାରୀ । ପରୀ ମୃତ୍ୟୁ ପ୍ରସଙ୍ଗରେ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ନେଇ କହିଛନ୍ତି- ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛନ୍ତି ମନ୍ତ୍ରୀ । ସେହିପରି ଆଇନ ଶୃଙ୍ଖଳା, ଦୁର୍ନୀତି, ପାନୀୟ ଜଳ ଯୋଗାଣ, ଜଳସେଚନ, ଆୟୁଷ୍ମାନ ଯୋଜନା ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ । ଓଡ଼ିଶାରେ ସୁଶାସନ ନୁହେଁ କୁଶାସନ ଚାଲିଛି ବୋଲି ଅଭିଯୋଗ କରିଛନ୍ତି ଓଡ଼ିଶା ବିଜେପି ପ୍ରଭାରୀ ।

ଆହୁରୀ କହିଛନ୍ତି ରାଜ୍ୟବାସୀ କୌଣସି ଅଫିସରଙ୍କ ନିର୍ବଚିତ କରିନାହାଁନ୍ତି । ଆୟୁଷ୍ମାନ ଭାରତ ଯୋଜନା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି- କାହିଁକ ରାଜ୍ୟ ଯୋଜନାରେ ସାମିଲ ହେଉନାହିଁ । ଓଡ଼ିଶାବାସୀଙ୍କ ମଙ୍ଗଳ ଚାହୁଁନାହାଁନ୍ତି କି ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ଓଡ଼ିଶାରେ କେତେ ଗାଁକୁ ପାନୀୟ ଜଳ ସେଚନ ହୋଇଛି ଆଉ କାହିଁକି ପ୍ରାୟ ୧୨ ଗାଁ ଲୋକ ପିଈବା ଯୋଗ୍ୟ ମଧ୍ୟ ପାଉ ନାହାଁନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । କାଳିଆ ଯୋଜନାକୁ ନେଇ କହିଛନ୍ତି-କେନ୍ଦ୍ର ସରକାରଙ୍କ ଭଳି କାହିଁକି ଚାଷୀଙ୍କ ଖାତାକୁ ଟଙ୍କା ଆସୁନି । ଚାଷୀଙ୍କ ପାଖରେ ଚାଷୀଙ୍କ ସଠିକ୍ ସଂଖ୍ୟା କାହିଁକି ନାହିଁ ବୋଲି ପ୍ରଶ୍ନ କହିଛନ୍ତି ।

from Kanak News
via <a href="https://ifttt.com/?

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରଭାରୀ ଦୁର୍ଗାବତୀ ପୁରନ୍ଦେଶ୍ୱରୀଙ୍କ ସାମ୍ବାଦିକ ସମ୍ମିଳନୀ । ଚାଷୀ ଠାରୁ ଚିଟଫଣ୍ଡ, ପରୀ ଠାରୁ ପ୍ରଦୀପ ପାଣିଗ୍ରାହୀଙ୍କ ପର୍ଯ୍ୟନ୍ତ ରାଜ୍ୟସରକାରଙ୍କୁ କଲେ ଟାର୍ଗେଟ୍

କନକ ବ୍ୟୁରୋ:ଓଡିଶା ଗସ୍ତରେ ଆସିଥିବା ବିଜେପି ପ୍ରଭାରୀ ପୁରନ୍ଦେଶ୍ୱରୀ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ରାଜ୍ୟର ଆଇନଶୃଙ୍ଖଳା ଠାରୁ ଆରମ୍ଭ କରି ରାଜ୍ୟସରକାରଙ୍କ ପ୍ରତିଶୃତି । ସବୁର କଡା ଗଣ୍ଡା ହିସାବ ମାଗିଛନ୍ତି ବିଜେପି ପ୍ରଭାରୀ ।
ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁରନ୍ଦେଶ୍ୱରୀ । ସେ ଓଡିଶାରେ ବିଜେଡି ୨୦ ବର୍ଷ ଧରି ସୁଶାସନ ନାମରେ କୁଶାସନ ଚଳାଇଥିବା ସେ କହିଛନ୍ତି ।

ସେ କହିଛନ୍ତି କି ରାଜ୍ୟ ସରକାର ଗରିବ ଲୋକମାନଙ୍କର ମଙ୍ଗଳ ଚାହୁଁ ନାହାନ୍ତି । ରାଜ୍ୟସରକାର ଯଦି ଗରିବଙ୍କ ମଙ୍ଗଳ ଚାହୁଁଥାନ୍ତେ ତାହେଲେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ପ୍ରଣୟନ କରିଥା’ନ୍ତେ । ଅନ୍ୟପଟେ ରାଜ୍ୟସରକାର ୧୦ ବର୍ଷ ହେବ ସମସ୍ତ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଚାଲିଥିବା ବେଳେ ଆଜି ଯାଏ ସରକାର କେତେ ପ୍ରତିଶତ ଲୋକଙ୍କ ପାଖରେ ପାନୀୟ ଜଳ ପହଂଚାଇଛନ୍ତି ତାହା କେବଳ ରାଜ୍ୟବାସୀ କହିବେ । ରାଜ୍ୟରେ ଏବେ ଯାଏ ୧୨୫୦ ଗ୍ରାମରେ ନଳକୂପର ବ୍ୟବସ୍ଥା ନଥିବା ଅଭିଯୋଗ କରିଛନ୍ତି ପୁରନ୍ଦେଶ୍ୱରୀ ।

ଏହାସହ ରାଜ୍ୟ ସରକାର ୨୦୧୪ ମସିହାରେ ରାଜ୍ୟର ସମସ୍ତ ଗରିବ ପରିବାରକୁ ଯେଉଁ ପକ୍କାଘର ଦେବାକୁ ପ୍ରତିଶୃତି ଦେଇଥିଲେ ତାହା ୨୦୧୯ ସୁଦ୍ଧା ତାହା ପୂରଣ ହୋଇପାରିଲା ନାହିଁ । ଗ୍ରାମାଞ୍ଚଳରେ ପାଖା ପାଖି ୨ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ଏପର୍ଯ୍ୟନ୍ତ ପକ୍କାଘର ଯୋଗାଇବାରେ ରାଜ୍ୟସରକାର ବିଫଳ ହୋଇଛନ୍ତି । କୃଷି ସମସ୍ୟା ନେଇ ବି ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଥିଲେ କି କୃଷକ ମାନଙ୍କର ମଙ୍ଗଳ ପାଇଁ କେନ୍ଦ୍ର ସରକାର ନୂଆ କୃଷିବିଲ୍ ଆଣିଛନ୍ତି ଯାହାକି କୃଷକ ମାନଙ୍କର ଆର୍ଥିକ ମାନଦଣ୍ଡରେ ସୁଧାର ଆଣିବ । ହେଲେ ରାଜ୍ୟ ସରକାର ଭୋଟ ବ୍ୟାଙ୍କ ଲୋଭରେ ଏଠି ଚାଷୀ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି ଯୋଜନାରେ ପ୍ରତିବର୍ଷ କୃଷକ ମାନଙ୍କ ଖାତାକୁ ୬ ହଜାର ଟଙ୍କା ପ୍ରଦାନ କରୁଛନ୍ତି । ହେଲେ ରାଜ୍ୟ ସରକାର ନିର୍ବାଚନ ସମୟରେ ଚାଷୀ ମାନଙ୍କ ଭୋଟ ହାତେଇବାକୁ ଯେଉଁ କାଳିଆ ଯୋଜନା ପ୍ରଣୟନ କରିଥିଲେ ତାହା ଏବେ ବଳବତ୍ତର ରହିଛି କି ? ଏହି ଯୋଜନା ରେ କୃଷକ ମାନେ ବାର୍ଷିକ ୧୦ ହଜାର ଟଙ୍କା ପାଉଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେହିଭଳି ରାଜ୍ୟସରକାର ତାଙ୍କ ଶାସନ କାଳରେ କେତେ ହେକ୍ଟର ଜମିକୁ ଜଳ ଯୋଗାଣର ବ୍ୟବସ୍ଥା କରିଛନ୍ତି ତାହାର ହିସାବ ମାଗିଛନ୍ତି ଓଡିଶା ପ୍ରଭାରୀ । ଆଇନ ଶୃଙ୍ଖଳାକୁ ନେଇ ବି ରାଜ୍ୟସରକାରଙ୍କ ଉପରେ ବର୍ଷିଛନ୍ତି । ରାଜ୍ୟରେ ମହିଳା ମାନଙ୍କ ଉପରେ ଯେଭଳି ଅତ୍ୟାଚାର ଚାଲିଛି । ମହିଳା ଓ ଶିଶୁ ମାନେ ଯେଭଳି ନିଖୋଜ ହୋଇଯାଉଛନ୍ତି ସେଥିରୁ ରାଜ୍ୟସରକାରଙ୍କ ଆଇନ ଶୃଙ୍ଖଳା ପରିସ୍ଥିତି ପଦାରେ ପଡିଛି । ଅନ୍ୟପଟେ ନୟାଗଡର ପରି ହତ୍ୟାକାଣ୍ଡକୁ ନେଇ ସେ କହିଥିଲେ କି ରାଜ୍ୟର ୪.୫ କୋଟି ଲୋକଙ୍କ ଭିତରେ କ’ଣ ପରୀର ବାପା ମା ନୁହନ୍ତି କି । ଏହା ସହ ଏହି ମାମଲାରେ କୃଷି ଓ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁଙ୍କୁ ବି ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି କି ଏହି ମାମଲାରେ ସିଧା ସଳଖ ଅରୁଣ ସାହୁଙ୍କ ସହଯୋଗ ରହିଛି । ହତ୍ୟାକାରୀକୁ ଅରୁଣ ସାହୁ ସୁରକ୍ଷା ଦେଉଛନ୍ତି । ହେଲେ ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ ଅରୁଣ ସାହୁଙ୍କୁ ସୁରକ୍ଷା ଯୋଗାଇ ଆସୁଛନ୍ତି । ଏନେଇ ନବୀନ ପଟ୍ଟନାୟକଙ୍କୁ ଜବାବ୍ ଦେବାକୁ ହେବ ।

ଅନ୍ୟପଟେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ କଥା ବି କହିଛନ୍ତି ପୁରନ୍ଦେଶ୍ୱରୀ । ସେ କହିଥିଲେ କି ରାଜ୍ୟସରକାରଙ୍କ ବିଧାୟକ ଥିବା ବେଳେ ଶହ ଶହ କୋଟି ଟଙ୍କାର ସଂପତ୍ତି ଠୁଳ କରିବା ଓ ଜଣେ ଲାଂଚଖୋର ଅଫିସର ଓ ତାଙ୍କ ପୁଅକୁ ସହାୟତା ଦେବା ଭଳି ଘଟଣା କେବେ ବି ରାଜ୍ୟସରକାରଙ୍କ ବିନା ସହଯୋଗରେ ହୋଇପାରିବ ନାହିଁ । ଚିଟଫଣ୍ଡ ବାବଦରେ ରାମଚନ୍ଦ୍ର ହାଂସଦା , କୋ-ଅପରେଟିଭ୍ ସ୍କାମରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ କଥା ବି ଉଠାଇଥିଲେ ଓଡିଶା ପ୍ରଭାରୀ ।
ପୁରନ୍ଦେଶ୍ୱରୀ ରାଜ୍ୟସରକାରଙ୍କ ବିରୋଧରେ ଏତେ ଗୁଡିଏ ସଂଗୀନ ଅଭିଯୋଗ ଆଣିଥିଲେ ବି ରାଜ୍ୟସରକାରଙ୍କ ପକ୍ଷରୁ ଏହା ଉପରେ କିଛି ପ୍ରତିକ୍ରିୟା ମିଳିପାରି ନାହିଁ ।

from Kanak News
via <a href="https://ifttt.com/?

ଶ୍ରୀନଗରରେ ବର୍ଷର ପ୍ରଥମ ହିମପାତ : ଧଳା ଚାଦରରେ ଘୋଡେଇ ହୋଇ ରହିଛି ସହର; ରାସ୍ତା ଉପରେ ବରଫର ଆସ୍ତରଣ

କନକ ବ୍ୟୁରୋ: ଥଣ୍ଡାରେ ଥରୁଛି ଉତର ଭାରତ । ଦେଶର ଉତର ଭାଗରେ ରହିଥିବା ରାଜ୍ୟ ଗୁଡିକରେ ଏବେ ଜାରି ରହିଛି ଶୀତ ଲହରି । ଜାମ୍ମୁକାଶ୍ମୀରରୁ ଆସିଛି ବରଫପାତର ଚିତ୍ର । ଶ୍ରୀନଗରରେ ବର୍ଷର ପ୍ରଥମ ବଡଧରଣର ହିମପାତ ହୋଇଛି । ଗତ ୨୪ ଘଂଟା ଧରି ଶ୍ରୀନଗରରେ ପ୍ରବଳ ତୁଷାରପାତ ଫଳରେ ପୁରା ଶ୍ରୀନଗର ସହର ବରଫ ଚାଦରରେ ଘୋଡେଇ ହୋଇଗଲାଣିି । ରାସ୍ତା ଉପରେ ଥିବା ଗାଡି ମୋଟର ଉପରେ ବରଫର ବହଳିଆ ଆସ୍ତରଣ ଚଢି ଯାଇଥିବା ଦେଖିବାକୁ ମିଳିଛି । କିଛି ସ୍ଥାନରେ ରାସ୍ତା ଉପରେ ଫୁଟେ ଉଚ୍ଚର ବହଳିଆ ବରଫ ଜମି ଯାଇଛି ।

କିଛି ସ୍ଥାନରେ ଲୋକେ ବରଫ ହଟାଉଥିବା ଦେଖିବାକୁ ମିଳିଛି । ରାସ୍ତା ଉପରେ ବରଫ, ଘର ଛାତ ଉପରେ ବରଫ, ଘରର କାନ୍ଥରେ ବି ଲାଖି ରହିଛି ବରଫ । ବିଜୁଳି ଖୁଂଟରୁ ନେଇ ପାଣି ପାଇପ୍, ଗଛ ଲତା ସବୁ କିଛି ଉପରେ ଧୋବ ଫର ଫର ବହଳିଆ ବରଫ ଆସ୍ତରଣ ଚଢିଯିବା ପରେ ପ୍ରକୃତି ଅପରୂପ ସୌନ୍ଦର୍ଯ୍ୟ ଧାରଣ କରିଛି । ଜାମ୍ମୁକାଶ୍ମୀରରେ ଥିବା ପର୍ଯ୍ୟଟକ ଏବେ ଏହି ବରଫ ପାତର ଖୁବ୍ ମଜା ନେଉଛନ୍ତି । ସେପଟେ ପ୍ରବଳ ବରଫପାତ ପରେ ଶ୍ରୀନଗର ଜାମ୍ମୁ ଜାତୀୟ ରାଜପଥରେ ଗମନାଗମନ ଠପ୍ ହୋଇଛି । ରାସ୍ତାରେ ବରଫ ଜମି ରହିବା କାରଣରୁ ଗମନାଗମନ ଠପ୍ ହୋଇଛି । ବିଭିନ୍ନ ସ୍ଥାନରେ ସ୍ଥାନୀୟ ପୋଲିସ ସହିତ ସେନା ବରଫ ହଟାଉଥିବା ଚିତ୍ର ସାମ୍ନାକୁ ଆସିଛି ।

from Kanak News
via <a href="https://ifttt.com/?

କୃଷି ଆଇନ ପ୍ରତ୍ୟାହାର ଦାବିରେ ଜାରି ରହିଛି ଚାଷୀଙ୍କ ଲଢେଇ । ଜୟପୁର- ଦିଲ୍ଲୀ ଜାତୀୟ ରାଜପଥରେ ବିଭିନ୍ନ ସ୍ଥାନରେ ଟୋଲପ୍ଲାଜା ଘେରିଲେ ଅନ୍ନଦାତା

କନକ ବ୍ୟୁରୋ: କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଦିଲ୍ଲୀରେ ଜାରି ରହିଛି ଆନ୍ଦୋଳନ । ଆଜି ଆନ୍ଦୋଳନକୁ ୧୭ ଦିନ ଛୁଇଁଛି ।ସେପଟେ ଆଜି ଦିଲ୍ଲୀ –ଜୟପୁର ଜାତୀୟ ରାଜପଥରେ ଥିବା ଟୋଲପ୍ଲାଜା ଗୁଡିକୁ ଘେରାଉ କରିଛନ୍ତି ଚାଷୀ ସଂଗଠନ । ଦିଲ୍ଲୀ, ହରିୟାଣା, ଉତରପ୍ରଦେଶର ଦିଲ୍ଲୀ-ଜୟପୁର ଜାତୀୟ ରାଜପଥରେ ସମସ୍ତ ଟୋଲପ୍ଲାଜା ଗୁଡିକ ନିକଟରେ ଚାଷୀ ଏକାଠି ହୋଇ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଜାତୀୟ ରାଜପଥ ଉପରେ ଫସି ରହିଛି ଶହ ଶହ ଗାଡି ମୋଟର । କୃଷକଙ୍କ ଆନ୍ଦୋଳନକୁ ନଜରରେ ରଖି ହରିୟାଣାରେ ଆଜି ଟୋଲ୍ ପ୍ଲାଜାକୁ ଦେୟ ମୁକ୍ତ କରାଯାଇଛି ।

ହଜାର ହଜାର ଚାଷୀ ଗାଡି ସହିତ ଦିଲ୍ଲୀ-ଜୟପୁର ଜାତୀୟ ରାଜପଥରେ ପ୍ରତିବାଦ କରୁଛନ୍ତି । ସେପଟେ ଦିଲ୍ଲୀରୁ ନେଇ ଅଂବାଲା, ଫରିଦାବାଦ, କୁରୁକ୍ଷେତ୍ର ସବୁଠି ଚାଷୀ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ପରିସ୍ଥିତିକୁ ନଜରରେ ରଖି ଗୁରୁଗ୍ରାମ ଓ ଫରିଦାବାଦରେ ସୁରକ୍ଷାକୁ କଡାକଡି କରାଯାଇଛି । ସୀମାରେ ୬୦ ଜଣ ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରାଯାଇଛି । କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ୩୦ରୁ ଅଧିକ ଚାଷୀ ସଂଗଠନ ବିରୋଧରେ ସାମିଲ ହୋଇଛନ୍ତି । ଆସନ୍ତା ୧୪ ତାରିଖରେ ଦେଶବ୍ୟାପି ବିକ୍ଷୋଭ କରିବାକୁ ଡାକରା ଦେଇଛନ୍ତି ଚାଷୀ ସଂଗଠନ ।

from Kanak News
via <a href="https://ifttt.com/?

ଖାଲି ସୀମାରେ ନୁହେଁ ଶ୍ରମରେ ବି ଆଗେଇ ଆସନ୍ତି ବୀର ଯବାନ । ଜଣେ ଗରିବ ଚାଷୀଙ୍କୁ ବଳ ଦେବାକୁ ଆଗେଇ ଆସିଲେ ଆଇଟିବିପି ଓ ସିଆରପିଏଫ୍ ଯବାନ

କନକ ବ୍ୟୁରୋ: କନକ ବ୍ୟୁରୋ: ଯବାନ ସାଜିଲେ କିଷାନ । ଜଣେ ଅସହାୟ ଚାଷୀଙ୍କ ସହଯୋଗର ହାତ ବଢ଼ାଇବା ପାଇଁ ଆଗେଇ ଆସିଛନ୍ତି ଯବାନ ଏବଂ ଚାଷୀ ଭଳି ବିଲରେ ଧାନ କାଟିଛନ୍ତି । ଏମିତି ଚିତ୍ର ଆସିଛି ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ମୁକୁନ୍ଦପୁର ଗାଁରୁ । ଗାଁର ବାସୁଦେବ ବେହେରାଙ୍କ ଚାଷ କାମ ପାଇଁ ସହଯୋଗ କରିଛନ୍ତି ଆଇଟିବିପି ଏବଂ ସିଆର୍ପିଏମ୍ ଯବାନ । ବାସୁଦେବଙ୍କ ଦୟନୀୟ ସ୍ଥିତି ।

ନିଜର ବୋଲି ଘର ଖଣ୍ଡେ ନାହିଁ । ୩ଝିଅ ଓ ଗୋଟିଏ ପୁଅକୁ ନେଇ ବହୁ ଦୁଃଖରେ ଚଳୁଛନ୍ତି । ପରିବାର ପ୍ରତିପୋଷଣ ପାଇଁ ଚାଷ କରନ୍ତି । ଅସୁବିଧାରେ ଚଳୁଥିବା ଏହି ପରିବାରକୁ ଚାଷ କାମରେ ସହଯୋଗ କରିଛନ୍ତି ଯବାନ । ଜୀବନଜ୍ୟୋତି ସଂଗଠନର ସଦସ୍ୟ ଓ ଆଇଟିବିପିର ଯବାନ ମାନେ ତାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି । ବୀର ଯବାନ ମାନେ ଧାନତଳି ରୋଇବାଠାରୁ ଆରମ୍ଭ କର ଧାନ ଅମଳ ପର୍ଯ୍ୟନ୍ତ ତାଙ୍କୁ ସହଯୋଗ କରିଛନ୍ତି ।

from Kanak News
via <a href="https://ifttt.com/?

ପରୀ ମୃତ୍ୟୁ ମାମଲାରେ ଏସଆଇଟିର ତଦନ୍ତ ଜୋରଦାର: ୧୦୨ ଜଣଙ୍କ ରକ୍ତ ନମୂନା ସଂଗ୍ରହ କଲା ଟିମ୍; ୨୧୦ ପରିବାରର ପ୍ରୋଫାଇଲ୍ ପ୍ରସ୍ତୁତ

କନକ ବ୍ୟୁରୋ: ପରୀ ମୃତ୍ୟୁ ମାମଲାରେ ହତ୍ୟାକାରୀ କିଏ, ତାହା ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଏବେ ତଦନ୍ତୁ ବ୍ୟାପକ କରିଛି ଏସ୍ଆଇଟି । ନୟାଗଡ଼ ଯଦୁପର ଗାଁରେ ୧୦୨ ଜଣଙ୍କ ରକ୍ତ ନମୂନା ସଂଗ୍ରହ କରିଛି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ । ସେହପରି ୨୧୦ ପରିବାରଙ୍କ ପ୍ରୋଫାଇଲିଂ କରାଯାଇଛି ।

ଅର୍ଥାତ୍ ଏହି ପରିବାରର ସସଦ୍ୟମାନେ କୁଆଡେ ଯାଇଥିଲେ? କାହା ସହ ଦେଖା କରିଥିଲେ । ପରୀ ନିଖୋଜ ସମୟରେ ଏମାନଙ୍କର ଗତିବିଧି କଣ ଥିଲା । ଏହି ସବୁ ତଥ୍ୟ ଉପରେ ଅନୁଧ୍ୟାନ ପାଇଁ ପ୍ରୋଫାଇଲିଂ ବା ତଥ୍ୟ ସଂଗ୍ରହ କରାଯାଇଛି । ଏହି ଆଧାରରେ ଅପରାଧୀଙ୍କ ପାଖରେ ପହଂଚିବା ପାଇଁ ଉଦ୍ୟମ ଜାରି ରହିଛି ।

ଅନ୍ୟପଟେ, ନାବାଳିକା ପରୀ ହତ୍ୟା ମାମଲାରେ ଯଦୁପୁରର ଜଣେ ଯୁକ୍ତ ତିନି ଛାତ୍ରଙ୍କୁ ପଚରାଉଚରା କରିଥିଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । କିଛିଦିନ ତଳେ ଏହି ଛାତ୍ରଙ୍କର ରକ୍ତ, ଲାଳ ଆଦି ପରୀକ୍ଷା କରାଇବା ସହ ୨ ତାରିଖରୁ ତାଙ୍କ ମୋବାଇଲ୍ ଫୋନ୍ ନେଇଯାଇଥିଲା ଏସଆଇଟି । ତେବେ ମୋବାଇଲ କିମ୍ବା ସେଥିରେ ଥିବା କୌଣିସି ଫାଇଲ୍ରେ ପାସ୍ୱାର୍ଡ ପଡ଼ି ରହିଛି। ଯାହାକୁ ଏସଆଇଟି କର୍ତ୍ତୃପକ୍ଷ ଖୋଲିପାରିନଥିଲେ। ଯେଉଁଥିପାଇଁ ଏସଆଇଟି ମୋବାଇଲକୁ ଆଣି ଯଦୁପୁରର ଉକ୍ତ ଛାତ୍ରଙ୍କ ଘରକୁ ଆସିଥିଲା। ଛାତ୍ରଙ୍କୁ ପାସୱାର୍ଡ ବିଷୟରେ ପଚାରିଥିବା ବେଳେ, ସେ ପାସୱାର୍ଡ ପକାଇନଥିବା କହିଥଲେ। ଯାହାକୁ ନେଇ ଏସଆଇଟି କର୍ତ୍ତୃପକ୍ଷ ବିରକ୍ତ ହୋଇଥିବା ଜଣାପଡ଼ିଛି। ଏଥିସହିତ, ଏସଆଇଟି କର୍ତ୍ତୃପକ୍ଷଏହି ମୋବାଇଲକୁ ପୁନର୍ବାର ଜବତ୍ କରି ନେଇ ଆସିଥିବା ଜଣାଯାଇଛି।

from Kanak News
via <a href="https://ifttt.com/?

Design a site like this with WordPress.com
Get started