କଥାରେ ଅଛି ଅନ୍ତର୍ନିହିତ ଜ୍ଞାନ ଭଗବାନଙ୍କ ବରଦାନ: ଏଭଳି ଜଣେ ବିଚକ୍ଷଣ ପ୍ରତିଭାର ଅଧିକାରୀ ହେଲେ କଟକର ଶୁଭ୍ରାଂଶୁ ଦାସ; ୧୭ ବର୍ଷ ବୟସରେ ଅନ୍ତର୍ଜାତୀୟ ସ୍ତରରେ ବହି ଲେଖି ଚର୍ଚ୍ଚାରେ

କନକ ବ୍ୟୁରୋ: କୁହାଯାଏ ଅନ୍ତର୍ନିହିତ ଜ୍ଞାନ ଭଗବାନଙ୍କ ବରଦାନ । ଜନ୍ମରୁ ଶିଶୁର ଏହି ଶକ୍ତି ଜଣାପଡିଯାଏ । ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ପିଲାଦିନୁ ହିଁ ଶିଶୁର ପ୍ରତିଭାର ପ୍ରମାଣ ମିଳିଥାଏ । ଏଭଳି ଜଣେ ବିଚକ୍ଷଣ ପ୍ରତିଭାର ଅଧିକାରୀ ହେଉଛନ୍ତି କଟକ ରାଜାବଗିଚା ଅଂଚଳର ଶୁଭ୍ରାଂଶୁ ଦାସ । ଯିଏ ମାତ୍ର ୧୭ ବର୍ଷ ବୟସରୁ ଅନ୍ତର୍ଜାତୀୟ ସ୍ତରର ଏକ ବହି ଲେଖି ଏବେ ଚର୍ଚ୍ଚାକୁ ଆସିଛନ୍ତି ।

ଶୁଭ୍ରାଂଶୁ ଦାସ । ବୟସ ମାତ୍ର ୧୭ । ହେଲେ ସେ ଅନ୍ତର୍ଜାତୀୟ ସ୍ତରର ଫିକସନ ରାଇଟର । ଆମେରିକୀୟ ଲେଖକଙ୍କ ସହ ମିଶି ବହି ଲେଖୁଛନ୍ତି କଟକର ଏହି ଓଡିଆ ପୁଅ । ପିଲାଟି ଦିନରୁ ଲେଖାଲେଖି କରୁଥିବା ଶୁଭ୍ରାଂଶୁଙ୍କ ଲେଖାକୁ ଏକ ହ୍ୱାଟ୍ସଆପ୍ ଗ୍ରୁପରେ ଦେଖି ଆମେରିକାର ବିଶିଷ୍ଟ ଲେଖିକା ପାମ୍ ରସ୍ ତାଙ୍କୁ ଏହି ସୁଯୋଗ ଦେଇଛନ୍ତି । ଡ୍ରାମା, ମିଷ୍ଟ୍ରି ଏବଂ ଫିକସନ ଉପରେ ଆଧାରିତ ବହି ‘ଦି ବ୍ଲୁ ବଟରଫ୍ଲାଏ ଡାଇମଣ୍ଡ ବ୍ୟାକ ଟୁ ୱେଷ୍ଟ ଆଫ୍ରିକାକୁ ପାମ ରସଙ୍କ ସହ ମିଶି ଲେଖୁଛନ୍ତି ଶୁଭ୍ରାଂଶୁ । ଆଉ ତାଙ୍କର ଏହି ବହିର ପ୍ରଥମ ଭାଗକୁ ପ୍ରସିଦ୍ଧ ପ୍ରକାଶନି ସଂସ୍ଥା ଆମାଜନ ପବ୍ଲିସ କରୁଥିବାବେଳେ ଦ୍ୱିତୀୟ ଭାଗ ଲେଖା ଜାରି ରହିଛି ।

ମାତ୍ର ୫ ବର୍ଷ ବୟସରୁ ଶୁଭ୍ରାଂଶୁଙ୍କର ବହି ପଢ଼ିବାକୁ ଆଗ୍ରହ ଥିବା ଦେଖିବାକୁ ମିଳିଥିଲା । ୬ବର୍ଷ ବେଳକୁ ଏହା ତାଙ୍କର ନିଶାରେ ପରିଣତ ହୋଇଥିଲା । ଅତି କମ ବୟସରେ ଚମକ୍ରାର ମେଧାଶକ୍ତି ଓ ସାହିତ୍ୟରେ ଥିବା ରୁଚି ତାଙ୍କୁ ଆଜି ଏହି ସ୍ଥାନରେ ପହଁଚାଇଛି । ଭବିଷ୍ୟତରେ ସେ ଇଂଲିଶ ସାହିତ୍ୟରେ ଅଧ୍ୟାପକ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଛୋଟ ବୟସରୁ ପିଲାମାନେ ମୋବାଇଲ ଗେମରେ ସମୟ ବିତାଉଥିବାବେଳେ ଶୁଭ୍ରାଂଶୁଙ୍କ ଏହି ସଫଳ ଯାତ୍ରା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ।

from Kanak News
via <a href="https://ifttt.com/?

ଡିସେମ୍ୱର ୨୧ରୁ ଖୋଲିପାରେ ଶ୍ରୀମନ୍ଦିର: ଦିନକୁ ୪ ହଜାର ଶ୍ରଦ୍ଧାଳୁଙ୍କୁ ମିଳିପାରେ ଦର୍ଶନ ଅନୁମତି; ଆଜି ଛତିଶାନିଯୋଗ ବୈଠକରେ ହୋଇପାରେ ଚୂଡାନ୍ତ ନିଷ୍ପତି

କନକ ବ୍ୟୁରୋ: ୨୧ ଡିସେମ୍ୱରରୁ ଖୋଲିପାରେ ପୁରୀ ଶ୍ରୀମନ୍ଦିର । ସୀମିତ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ମିଳିପାରେ ପ୍ରତ୍ୟକ ଦିନ ଦର୍ଶନ ଅନୁମତି । ଦୈନିକ ପ୍ରାୟ ୪ ହଜାର ଭକ୍ତଙ୍କୁ ଦର୍ଶନ ଅନୁମତି ଦିଆଯିବା ନେଇ ବିଚାର କରାଯାଉଥିବା କନକନ୍ୟୁଜକୁ ବିଶେଷ ସୂତ୍ରରୁ ସୂଚନା ମିଳିଛି । ଆଜି ବସିବାକୁ ଥିବା ଛତିଶାନିଯୋଗ ବୈଠକରେ ଏନେଇ ସବିଶେଷ ଆଲୋଚନା ହେବ । ଏହି ବୈଠକ ପରେ ଶ୍ରୀମନ୍ଦିର ଖୋଲିବା ନେଇ ଚୂଡାନ୍ତ ନିଷ୍ପତି ବାହାରିବ । କରୋନା କଟକଣା ଯୋଗୁଁ ଦୀର୍ଘ ୯ ମାସ ହେବ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି । ଭକ୍ତମାନେ କେବଳ ବଡଦାଣ୍ଡରୁ ନୀଳଚକ୍ରକୁ ଦର୍ଶନ କରି ଫେରୁଛନ୍ତି ।

ଅନ୍ୟପଟେ,ଡିସେମ୍ବର ମାସ ତୃତୀୟ ସପ୍ତାହରୁ ଖୋଲିପାରେ ଶ୍ରୀମନ୍ଦିର। ନାଗାର୍ଜୁନ ବେଶ ପୂର୍ବରୁ ଅନୁଷ୍ଠିତ ଶେଷ ପରିଚାଳନା କମିଟି ବୈଠକରେ ଏହି ସୂଚନା ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାର। ସେହି ଅନୁଯାୟୀ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପ୍ରସ୍ତୁତି ପର୍ବ ଆରମ୍ଭ କରି ଦେଇଛନ୍ତି। ଶ୍ରୀମନ୍ଦିର ସେବାୟତ ଓ ଅନ୍ୟାନ୍ୟ ଲୋକଙ୍କୁ ଡାକି ବିଚାରବିମର୍ଶ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଖୋଲିଲେ କ’ଣ ଅସୁବିଧା ହେବ ଓ ଏହାର କ’ଣ ପ୍ରତିକାର କରାଯାଇ ପାରିବ, ତାର ତର୍ଜମା କରାଯାଉଛି। ସମସ୍ତଙ୍କ ମତାମତ ବି ନିଆଯାଉଛି। କିଭଳି ଓ କେଉଁ କେଉଁ କଟକଣା ଭିତରେ ଶ୍ରୀମନ୍ଦିର ଖୋଲିବ, ତାର ନକ୍ସା ପ୍ରସ୍ତୁତି ଚାଲିଛି।

from Kanak News
via <a href="https://ifttt.com/?

ପୋକ ଖାଇଗଲା ଧାନଫସଲ: ଚାଷୀ ପାଇଁ କାଳ ପାଲଟିଛି କାଳମୁଣ୍ଡି ପୋକ; ପାଚିଲା ଧାନ କେଣ୍ଡା ସବୁ କାଟି ସଫା କରିଦେଉଛନ୍ତି ପୋକ

କନକ ବ୍ୟୁରୋ: ଚାଷୀ ପାଇଁ କାଳ ପାଲଟିଛି କାଳମୁଣ୍ଡି ପୋକ । ପାଚିଲା ଧାନ ଫସଲରେ ପୋକ ଲାଗିବାରୁ ନଷ୍ଟ ହୋଇଗଲାଣି ଶହଶହ ହେକ୍ଟର ଜମିର ଅମଳକ୍ଷମ ଧାନ ଫସଲ । ଧାନ କେଣ୍ଡା ସବୁ କାଟି ସଫା କରିଦେଉଛନ୍ତି ଏହି କାଳମୁଣ୍ଡି । ଧାନ ଗଛ ସବୁ ଖେଂଟା ହୋଇଯାଉଥିବା ବେଳେ ଧାନ କେଣ୍ଡା ତଳେ ପଡି ନଷ୍ଟ ହୋଇଯାଉଛି । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ପେଟଛେଲା ପଂଚାୟତର କୋଚିଳା , କେନ୍ତିଆ , ଗୁପ୍ତଗିରୀ ବଉଳକଣି ପଂଚାୟତର ତୋସିଆବେଲାରୀ , ପନ୍ଦରମାଇଲ ଆଦି ଗାଁର ବାରହାଖିଆ , କେନ୍ତିଆଗୋଜ ଓ ଗୁପ୍ତଗିରି ପାଟର ଶହ ଶହ ହେକ୍ଟର ଧାନ ଜମିରେ ଦେଖିବାକୁ ମିଳିଛି ଏହି କାଳମୁଣ୍ଡି ପୋକର ଆତଙ୍କ ।

ରାତି ହେଲେ ଏହି ପୋକ ମାଟି ଭିତରୁ ବାହାରକୁ ବାହାରି ଧାନ ଗଛ ଉପରକୁ ଯାଇ ପାଚିଲା ଧାନ କେଣ୍ଡା ସବୁ କାଟି ଦେଉଛନ୍ତି । ଅମଳ ଅପେକ୍ଷାରେ ଥିବା ଧାନ ଫସଲ ଉଜୁଡିଯାଉଥିବା ଦେଖି ଚାଷୀ ଏବେ ଚିନ୍ତାରେ ପଡିଯାଇଛି । ଧାର କରଜ କରିବା ସହିତ ସମବାୟ ସମିତି ଏବଂ ବ୍ୟାଙ୍କରୁ ରୁଣ ଆଣି ଚାଷ କରିଥିବା ଧାନ ଫସଲ ଏପରି ଅମଳ ସମୟରେ ନଷ୍ଟ ହୋଇଯାଉଥବା ଦେଖି ଋଣ କିପରି ସୁଝିବ ଏବଂ ପରିବାର କିପରି ଚଳାଇବ ସେହି ଚିନ୍ତା ଏବେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଘାରିଛି ।

from Kanak News
via <a href="https://ifttt.com/?

ସକାଳୁ ସକାଳୁ ରାଜଧାନୀରେ ଘନ କୁହୁଡିର ଆସ୍ତରଣ: ବହଳ କୁହୁଡି ଯୋଗୁଁ କମ୍ ଦୃଶ୍ୟମାନ ହେଉଛି ରାସ୍ତାଘାଟ

କନକ ବ୍ୟୁରୋ: ଆଜି ସକାଳୁ ସକାଳୁ ରାଜଧାନୀରେ ଦେଖିବାକୁ ମିଳିଛି ଘନ କୁହୁଡିର ଆସ୍ତରଣ । ଓଡିଶା ଉପରେ ଏକ ଗୁରୁଚାପ ବଳୟ ରହିଛି । ଏହି କାରଣରୁ ଆକାଶ ପରିଷ୍କାର ରହିଥିଲେ ମଧ୍ୟ ବାୟୁମଣ୍ଡଳରେ ଜଳୀୟ ବାଷ୍ପ ଭରି ରହିଥିବାରୁ ଏପରି କୁହୁଡିଆ ପରିବେଶ ସୃଷ୍ଟି ହେଉଥିବା ସୂଚନା ଦେଇଛି ଆଂଚଳିକ ପାଣିପାଗ ବିଭାଗ ।

ଆଜି ସକାଳେ ବିମାନବନ୍ଦର ଅଂଚଳରେ ଆଂଶିକ କୁହୁଡି ଏବଂ ପଟିଆ ଅଂଚଳରେ ଘନ କୁହୁଡି ଦେଖିବାକୁ ମିଳିଛି । ସକାଳ ୭ଟା ସମୟରେ ବିମାନବନ୍ଦର ଅଂଚଳରେ ମାତ୍ର ୮୦୦ ମିଟର ଭିଜିବିଲିଟି ରହି ଥିଲା । ବର୍ତମାନ ଆଗାମୀ କିଛି ଦିନ ପାଗ ଶୁଖିଲା ରହିବ ବୋଲି ସୂଚନା ଦେଇଛି ଆଂଚଳିକ ପାଣିପାଗ ବିଭାଗ ।

from Kanak News
via <a href="https://ifttt.com/?

ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମହିଳାଙ୍କ ମୃତ୍ୟୁ ନେଇ ଉତ୍ତେଜନା: ପରିବାର ନିୟୋଜନ ଅସ୍ତ୍ରୋପଚାର ପରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ

କନକ ବ୍ୟୁରୋ: ମହିଳାଙ୍କ ମୃତ୍ୟୁକୁ ନେଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତେଜନା । ପରିବାର ନିୟୋଜନ ଅସ୍ତ୍ର ପ୍ରଚାର ପରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ । ଜଗତସିଂହପୁର ଜିଲ୍ଲା ଏରସମା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଘଟିଛି ଏହି ଘଟଣା । ବଳେଇପୁର ପଂଚାୟତ ନାଳକଣି ଗାଁର ତ୍ରିଲୋଚନ ରାଉତଙ୍କ ପତ୍ନୀ ବିନ୍ଦୁଲତା ରାଉତ ଗତକାଲି ଏରସମା ମେଡ଼ିକାଲରେ ହେଉଥିବା ପରିବାର ନିୟୋଜନ କ୍ୟାମ୍ପକୁ ଅସ୍ତ୍ର ପ୍ରଚାର ପାଇଁ ଯାଇଥିଲେ ।

ଅପରେସନ ସମୟରେ ତାଙ୍କ ମୃତ୍ୟୁ ହୋଇଥିଲା । ଡ଼ାକ୍ତରଙ୍କ ଅବହେଳା ପାଇଁ ମହିଳାଙ୍କ ଜୀବନ ଯାଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହାକୁ ନେଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତେଜନା ଦେଖାଦେଇଛି । । ଡ଼ାକ୍ତରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସହ କ୍ଷତିପୂରଣ ଦାବି କରିଛନ୍ତି ପରିବାର ଲୋକ ।

ସୂଚନା ମୁତାବକ, ବିନ୍ଦୁଲତା ରାଉତ ଗତକାଲି ଏରସମା ମେଡିକାଲରେ ହେଉଥିବା ପରିବାର ନିୟୋଜନ କ୍ୟାମ୍ପକୁ ଅ‌ସ୍ତ୍ରୋପ୍ରଚାର ପାଇଁ ଆସିଥିଲେ। ହେଲେ ୩୦ ଜଣଙ୍କ ପରେ ଶେଷରେ ତାଙ୍କର ନାମ ଡକା ଯାଇଥିଲା। ଅସ୍ତ୍ରୋପ୍ରଚାର ପାଇଁ  ଓଟି ଭିତରକୁ ଯାଇଥିଲେ ହେଲେ ଆଉ ଫେରି ପାରି ନଥିଲେ। ଡାକ୍ତରଙ୍କ ଅବହେଳା ପାଇଁ ଜଣେ ସୁସ୍ଥ ମହିଳାଙ୍କର ଜୀବନ ଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଜଣେ ଅବସରପ୍ରାପ୍ତ ଡାକ୍ତର ପ୍ରତାପ ଦାସ କାହିଁକି ଅପରେସନ କରିଥିଲେ ବୋଲି ପରିବାର ଲୋକ ପ୍ରଶ୍ନ ଉଠାଇଛନ୍ତି। ଏନେଇ ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇବାସହ ଉକ୍ତ ଡ଼ାକ୍ତରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ କ୍ଷତିପୂରଣ ଦାବି କରିଛନ୍ତି ପରିବାର ଲୋକ।

from Kanak News
via <a href="https://ifttt.com/?

ପୁଣି ଜୟପୁରରୁ ଧରାପଡିଲା ବିପୁଳ ପରିମାଣର ଗଂଜେଇ: ଲମତାପୁଟ ଅଂଚଳରୁ ୩ ଗାଡିରୁ ଜବତ ଦେଲା ୭ କ୍ୱିଂଟାଲରୁ ଅଧିକ ଗଂଜା; ଗାଡି ଜବତ, ଗଂଜେଇ ମାଫିଆ ଫେରାର

କନକ ବ୍ୟୁରୋ: ପୁଣି ଚୋରାଚାଲାଣ ବେଳେ ଧରାପଡିଲା ବିପୁଳ ପରିମାଣର ଗଂଜେଇ । ଜୟପୁର ଲମତାପୁଟରେ ଚୋରାଚାଳାଣ ସମୟରେ ଧରାପଡିଛି ପ୍ରାୟ ୭୦ ଲକ୍ଷ ଟଙ୍କାର ଗଂଜେଇ । କୋରାପୁଟ ଜିଲ୍ଲା ଲମତାପୁଟରେ ପେଟ୍ରୋଲିଂ ବେଳେ ପାଡୁଆ ଓ ଲମତାପୁଟ ପୁଲିସ୍ ଏହି ଗଂଜେଇ ଜବତ କରିଛି । ୩ଟି ଗାଡ଼ିରେ ପ୍ରାୟ ୭୧୮ କେଜି ଗଂଜେଇ ଚାଲାଣ ହେଉଥିଳା ।

କୌଣସି ସୂତ୍ରରୁ ସୂଚନା ପାଇଁ ପୋଲିସ ଗାଡିକୁ ଯାଂଚ ବେଳେ ଏହାକୁ ଜବତ କରିଛି । ଗୋଟିଏ ମିନିଟ୍ରକ୍, ପିକଅପ୍ ଓ ଗୋଟିଏ ବୋଲେରୋ ଗାଡିକୁ ଗଂଜେଇ ଚାଲାଣ ଘଟଣାରେ ଜବତ କରିଛି । ପୁଲିସ୍ ଚଢ଼ାଉ ବେଳେ ମାଫିଆମାନେ ଗାଡ଼ି ଚାଡ଼ି ଚମ୍ପଟ ମାରିଛନ୍ତି । ଏହି ଗଂଜେଇ ଚୋରାଚାଲାଣ ରାକେଟ୍ରେ ଆନ୍ତଃରାଜ୍ୟ ଗ୍ୟାଙ୍ଗର ସଂପୃକ୍ତି ସନ୍ଦେହ କରାଯାଉଛି ।

from Kanak News
via <a href="https://ifttt.com/?

ଆନ୍ଦୋଳନରେ କରୋନା ଯୋଦ୍ଧା । ସ୍ଥାୟୀ ନିଯୁକ୍ତି ଦାବିରେ ବୁର୍ଲା ମେଡ଼ିକାଲର ଏଏନଏମ୍ କର୍ମୀଙ୍କ ଧାରଣା

କନକ ବ୍ୟୁରୋ: ସ୍ଥାୟୀ ନିଯୁକ୍ତି ଦାବିରେ ସମ୍ବଲପୁର ବୁର୍ଲାରେ କୋଭିଡ଼ ଯୋଦ୍ଧାଙ୍କ ଆନ୍ଦୋଳନ । ଧାରଣାରେ ବସିଛନ୍ତି ବୁର୍ଲା ମେଡ଼ିକାଲର ୫୦ ଅଧିକ ଏଏନଏମ୍ କର୍ମୀ । ମହାମାରୀ ସମୟରେ ଜୀବନକୁ ବାଜି ଲଗାଇ ଡ୍ୟୁଟି କରିଥିବା ଏଏନଏମ କର୍ମୀମାନେ ନୂଆ ନିଯୁକ୍ତି ପାଇଁ ବାହାରିଥିବା ଚାକିରୀରେ ରଖାଯାଉ ବୋଲି ଦାବି କରିଛନ୍ତି । କୋଭିଡ ସମୟରେ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ଓ ପ୍ରମାଣପତ୍ର ବଳରେ ଏମାନେ ଅସ୍ଥାୟୀ ଚାକିରୀ ପାଇଥିଲେ, ବର୍ତମାନ ଆଉଥରେ କାହିଁକି ନିୟୋଜନ ପାଇଁ ବିଜ୍ଞାପନ ବାହାରିଛି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି । ତାଙ୍କ ଦାବି ପୁରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳକାରୀ ।

from Kanak News
via <a href="https://ifttt.com/?

ସକାଳୁ ସକାଳୁ ଘନ କୁହୁଡି: ଜାଡରେ ଥରୁଛି ସୋନପୁର, ୧୦ ଡିଗ୍ରୀ ତଳେ ପାରଦ; ସକାଳେ ପ୍ରବଳ ଥଣ୍ଡା ଓ କୁହୁଡିକୁ ନେଇ ଲୋକେ ଅସ୍ତବ୍ୟସ୍ତ

କନକ ବ୍ୟୁରୋ: ଶୀତରେ ଥରୁଛି ଅଧା ଓଡିଶା । ଏହାରି ଭିତରେ ସୋନପୁରରେ ପାରଦ ଏବେ ୧୦ ଡିଗ୍ରୀ ତଳକୁ ଖସି ଆସିଲାଣି । ସୁବର୍ଣ୍ଣପୁର ଜିଲ୍ଲାରେ ଦିନରେ ତାପମାତ୍ରାରେ ହ୍ରାସ ପାଇବାରେ ଲାଗିଛି । କିଛି ସ୍ଥାନରେ ତାପମାତ୍ରା ଏତେ କମ୍ ରହିଛି , ଯେ ସକାଳ ୧୦ଟା ଯାଏଁ ଲୋକେ ଘରୁ ପଦାକୁ ବାହାରୁ ନାହାନ୍ତି । ଅନେକ ସ୍ଥାନରେ ଲୋକେ ନିଆଁ ଜାଳି ଶୀତରୁ ରକ୍ଷା ପାଇବାକୁ ଉଦ୍ୟମ କରିଛନ୍ତି ।

ଗତ କିଛି ଦିନ ହେବ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିଛି । ସହର ଅପେକ୍ଷା ଗ୍ରାମାଂଚଳରେ ଶୀତ ଅଧିକ ଅନୁଭୂତ ହେଉଛି । ଏଥିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ସକାଳେ ସକାଳେ ଘନ କୁହୁଡି କାରଣରୁ ଲୋକେ ଯିବା ଆସିବାରେ ସମସ୍ୟାର ଶିକାର ହେଉଛନ୍ତି । ସେପଟେ ଶ୍ରମିକ ଶ୍ରେଣୀର ଲୋକେ ଏପରି ଜାଡରେ ବେଶ୍ ସମସ୍ୟାର ଶିକାର ହୋଇଛନ୍ତି ।

ସେପଟେ, ଆଜି ସକାଳୁ ସକାଳୁ ରାଜଧାନୀରେ ଦେଖିବାକୁ ମିଳିଛି ଘନ କୁହୁଡିର ଆସ୍ତରଣ । ଓଡିଶା ଉପରେ ଏକ ଗୁରୁଚାପ ବଳୟ ରହିଛି । ଏହି କାରଣରୁ ଆକାଶ ପରିଷ୍କାର ରହିଥିଲେ ମଧ୍ୟ ବାୟୁମଣ୍ଡଳରେ ଜଳୀୟ ବାଷ୍ପ ଭରି ରହିଥିବାରୁ ଏପରି କୁହୁଡିଆ ପରିବେଶ ସୃଷ୍ଟି ହେଉଥିବା ସୂଚନା ଦେଇଛି ଆଂଚଳିକ ପାଣିପାଗ ବିଭାଗ । ଆଜି ସକାଳେ ବିମାନବନ୍ଦର ଅଂଚଳରେ ଆଂଶିକ କୁହୁଡି ଏବଂ ପଟିଆ ଅଂଚଳରେ ଘନ କୁହୁଡି ଦେଖିବାକୁ ମିଳିଛି । ସକାଳ ୭ଟା ସମୟରେ ବିମାନବନ୍ଦର ଅଂଚଳରେ ମାତ୍ର ୮୦୦ ମିଟର ଭିଜିବିଲିଟି ରହି ଥିଲା । ବର୍ତମାନ ଆଗାମୀ କିଛି ଦିନ ପାଗ ଶୁଖିଲା ରହିବ ବୋଲି ସୂଚନା ଦେଇଛି ଆଂଚଳିକ ପାଣିପାଗ ବିଭାଗ ।

from Kanak News
via <a href="https://ifttt.com/?

ବିଦ୍ୟୁତ ଆଘାତରେ ଦମ୍ପତି ମୃତ: ଆସିକା ବୁରୁପଡାରେ ୧୧ କେଭି ତାର ଲାଗି ଚାଲିଗଲା ସ୍ୱାମୀ ସ୍ତ୍ରୀଙ୍କ ଜୀବନ; ଜମିକୁ ଫୁଲକୋବି ତୋଳିବାକୁ ଯାଇଥିବା ବେଳେ ଅଘଟଣ

କନକ ବ୍ୟୁରୋ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦମ୍ପତି ମୃତ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଂଜାମ ଜିଲ୍ଲା ହିଂଜିଳିକାଟୁ ଥାନା ବୁରୁପଡ଼ା ଗାଁରେ । ଆଜି ଭୋର୍ ୪ଟା ବେଳେ ଘଟିଛି ଏହି ଘଟଣା । ଗାଁର ହୀନ ସାମଲ ଏବଂ ବିଷ୍ଣୁ ସାମଲଳ ଫୁଲ କୋବି ତୋଳିବା ପାଇଁ ମିଲକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି ।

ବିଲରେ ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିଲା, ଆଉ ଚାଷୀ ଦମ୍ପତି ଜାଣିପାରିନଥିଲେ । ବିଲରେ ପ୍ରବେଶ କରିବା ମାତ୍ରେ ଉଭୟେ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ । ପ୍ରଥମେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଚିକିତ୍ସା ପାଇଁ  ହିଂଜିଳି ମେଡ଼ିକାଲରେ ଭର୍ତି କରାଯାଇଥିଲା । ହେଲେ ଡାକ୍ତର ଚାଷୀ ଦମ୍ପତିଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ୧୧ କେଭି ତାର ଲାଗି ଚାଷୀ ଦମ୍ପତିଙ୍କ ମୃତ୍ୟୁ ହୋଇଛି ।

from Kanak News
via <a href="https://ifttt.com/?

ଅମଳ ପରେ ବିକ୍ରି ହୋଇପାରୁନି କପା: ଚିନ୍ତାରେ କଳାହାଣ୍ଡି ଗୋଲମୁଣ୍ଡା ବ୍ଲକର ଚାଷୀ; ମଣ୍ଡିର ବ୍ୟବସ୍ଥା ନଥିବାର ଦଲାଲଙ୍କ ଶୋଷଣର ଶିକାର ହେଉଥିବା ଅଭିଯୋଗ

କନକ ବ୍ୟୁରୋ: ପାଣିପାଗ ସୁହାଇଛି, କପା ଭଲ ହୋଇଛି । କିନ୍ତୁ କପା ବିକ୍ରି କରିବାକୁ ନେଇ ଚିନ୍ତାରେ ପଡିଛନ୍ତି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଚାଷୀ । ବ୍ଲକରେ ଆବଶ୍ୟକୀୟ ମଣ୍ଡିର ବ୍ୟବସ୍ଥା ନଥିବାରୁ କପା ଚାଷୀ, ଦଲାଲମାନଙ୍କ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି ।

ଚଳିତ ବର୍ଷ ସଠିକ ପରିମାଣରେ ବର୍ଷ ହୋଇଥିବାରୁ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ପ୍ରଚୁର ପରିମାଣରେ କପା ଫସଲ ହୋଇଛି । ଧଳା ସୁନା ଭାବେ ପରିଚିତ କପା ଗଛରେ ଫୁଟି ଗଛ ସବୁ ଧଳା ରଙ୍ଗରେ ରଙ୍ଗେଇ ହୋଇଛି । ବର୍ତ୍ତମାନ କପା ଅମଳ ହୋଇସାରିଲାଣି । ଉକ୍ତ ବ୍ଲକର ଚାଷୀ ଲଗାତାର ବିଗତ ବର୍ଷରେ ଧାନ ଫସଲରେ ମରୁଡିର ସମ୍ମୁଖୀନ ହେଉଥିବାରୁ କପା ଚାଷ ପ୍ରତି ଆକୃଷ୍ଟ ହୋଇ ବହୁଳ ପରିମାଣର କପା ଚାଷ କରୁଥିଲେ ମଧ୍ୟ କପାର ଉଚିତ ମୁଲ୍ୟ ମିଳୁନଥିବା ଚାଷୀ ଅଭିଯୋଗ କରିଛି । ।

ଚାଷୀ ଅମଳ କରିଛି ଧଳାସୁନା
ହେଲେ ବିକିବା ପାଇଁ ନାହିଁ ମଣ୍ଡି
ମାଲାମାଲ ଦଲାଲ

ଚଳିତ ବର୍ଷ ଭଲ ବର୍ଷା ଫଳରେ କଳାହାଣ୍ଡିର ଗୋଲାମୁଣ୍ଡା ଅଂଚଳରେ ଭଲ କପା ଚାଷ ହୋଇଛି । ଦୁଇ ପଇସା ରୋଜଗାର ହେବ ବୋଲି ଚାଷୀ ଆଶା ରଖିଛି । କିନ୍ତୁ କପା କିଣିବା ପାଇଁ ଆବଶ୍ୟକୀୟ ମଣ୍ଡି ବ୍ୟବସ୍ଥା ନାହିଁ । ବ୍ଲକରେ ଉଛୁଲା ଠାରେ କେବଳ ଗୋଟିଏ ମଣ୍ଡି ଥିବା ବେଳେ ଏଠାକୁ ଦୂରଦୂରାନ୍ତରୁ ଚାଷୀ ଆସି କପା ବିକିବା ସମ୍ଭବ ହେଉ ନାହିଁ ।

ଘର ଠାରୁ ୭୦ କିଲୋମିଟର ଦୂରରେ ମଣ୍ଡି ଥିବାରୁ ଚାଷୀଙ୍କ ଘରେ ପଡି ରହି ନଷ୍ଟ ହେଉଛି କପା । ତେଣୁ ବାଧ୍ୟ ହୋଇ କପାର ସରକାରୀ ସର୍ବନିମ୍ନ ସହାୟକ ମୂଲ୍ୟ ଟଙ୍କା ଠାରୁ କମ୍ ଦରରେ ଦଲାଲ ହାତରେ ଧଳା ସୁନାକୁ ଟେକି ଦେଉଛନ୍ତି ଚାଷୀ । ସରକାରୀ ଦର ୫୮୨୫ ଟଙ୍କା ଥିବା ବେଳେ ୪୦୦୦ରୁ କମ୍ ଦରରେ ବିକୁଛନ୍ତି ଚାଷୀ । ଧାନ ଚାଷରେ ଲଗାତର ମରୁଡି ସମସ୍ୟା ପଡୁଥିବା ଚାଷୀ କପା ଚାଷ କରି ଲାଭବାନ ହେବାର ଆଶା ରଖିଥିଲେ । ହେଲେ ମଣ୍ଡି ବ୍ୟବସ୍ଥା ନଥିବାରୁ ଚାଷୀଙ୍କ ଆଶା ଧୂଳିସାତ ହୋଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started