ଚର୍ଚ୍ଚାରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁସ୍ତକ : ବହିରେ ଲେଖି ଯାଇଛନ୍ତି ମନର ଅକୁହା କଥା; ଆଗାମୀ ଜାନୁଆରୀରେ ହେବ ଉନ୍ମୋଚିତ

କନକ ବ୍ୟୁରୋ : ଚର୍ଚ୍ଚାରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁସ୍ତକ । ଆଗାମି ଜାନୁଆରୀ ମାସରେ ଉନ୍ମୋଚିତ ହେବାକୁ ଥିବା ପ୍ରଣବଙ୍କ ଆତ୍ମଜୀବନୀ କୋଆଲିସନ ଇୟର୍ସର ଚତୁର୍ଥ ପର୍ବରେ ଲେଖି ଯାଇଛନ୍ତି ମନର କିିଛି ଅକୁହା କଥା । ଏଥିରେ ୨୦୧୪ ଲୋକସଭା ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପାଇଁ ସୋନିଆ ଗାନ୍ଧୀଙ୍କ ଦୁର୍ବଳ ନେତୃତ୍ୱକୁ ଦାୟୀ କରିଛନ୍ତି ପ୍ରଣବ ।

ଏଥିସହ ଲେଖିଛନ୍ତି, ତକ୍ରାଳିନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଯେତେବେଳେ ୟୁପିଏ ମେଂଟକୁ ବଂଚାଇବାରେ ବ୍ୟସ୍ତ ଥିଲେ ସେତେବେଳେ ଦଳର ଅନ୍ୟ ସମସ୍ୟା ପ୍ରତି କେହି ଦୃଷ୍ଟି ଦେଉନଥିଲେ । ସୋନିଆ ଦଳର ସାଂଗଠନିକ ଦୁର୍ବଳତାକୁ ସୁଧାରିବାରେ ସକ୍ଷମ ନହେବାରୁ ଦଳ ବଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରଥମ କାର୍ଯ୍ୟକାଳରେ ନିରଙ୍କୁଶ ଭାବେ ଶାସନ ପରିଚାଳନା କରୁଥିଲେ ବୋଲି ସେ ଉଲେଖ କରିଛନ୍ତି । ଦିବଗଂତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜିଙ୍କ ଏହି ଆତ୍ମଜୀବନୀରେ କଂଗ୍ରେସର ବିଭିନ୍ନ ଦୋଷ ଦୁର୍ବଳତା ସମ୍ପର୍କରେ ଉଲେଖ ଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ଏହା ପୂର୍ବରୁ କୋଆଲିସନ ଇୟର୍ସର ତୃତୀୟ ପର୍ବରେ ଲେଖିଥିଲେ , ୨୦୦୪ରେ ଯେତେବେଳେ ଏନଡିଏ ସରକାରର ପତନ ହୋଇଥିଲା ସେତେବେଳେ ସୋନିଆ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ନିଷ୍ପତି ହୋଇଥିଲା । କିନ୍ତୁ ୧୮ ମେ ୨୦୦୪ରେ ସୋନିଆ ଗାନ୍ଧୀ ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିଲେ । ସୋନିଆ ପ୍ରଧାନମନ୍ତ୍ରୀ ହେବା ପ୍ରସ୍ତାବକୁ ପ୍ରତ୍ୟାଖାନ କରିବା ପରେ ପ୍ରଣବ ପ୍ରଧାନମନ୍ତ୍ରୀ ହେବେ ବୋଲି ଏକ ପ୍ରକାର ଧରି ନେଇଥିଲେ । କିନ୍ତୁ, ସୋନିଆ ଗାନ୍ଧୀଙ୍କ ମନରେ ଆଉ କିଛି ଯୋଜନା ରହିଥିଲା, ଯେଉଁଥିରେ ପ୍ରଣବଙ୍କର ସ୍ଥାନ ନଥିଲା । ଏବଂ ମନମୋହନ ସିଂହଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ପ୍ରସ୍ତାବ ଦେଇଥିଲେ ।

from Kanak News
via <a href="https://ifttt.com/?

୧୭ ଦିନରେ ଚାଷୀ ଆନ୍ଦୋଳନ: ଆଜି ଜୟପୁର-ଦିଲ୍ଲୀ ଜାତୀୟ ରାଜପଥ ଅବରୋଧ କରିବେ ଆନ୍ଦୋଳନକାରୀ

କନକ ବ୍ୟୁରୋ: ଚାଷୀ ଆନ୍ଦୋଳନ ୧୭ ଦିନରେ ପହଁଚିଥିଲେ ମଧ୍ୟ ଥମିବାର ନା ଧରୁନି । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଟଳ ରହିଛନ୍ତି ଆନ୍ଦୋଳନକାରୀ ଚାଷୀ । ହେଲେ ସରକାର ଆଇନରେ କେତେକ ସଂଶୋଧନ କରିବାକୁ ରାଜି ଥିବାବେଳେ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ମନା କରିବା ପରେ ଆନ୍ଦୋଳନ ଆହୁରି ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି ଚାଷୀ ସଂଗଠନ । ସରକାରଙ୍କ ଉପରେ ଅଧିକ ଚାପ ପକାଇବା ପାଇଁ ଆନ୍ଦୋଳନକାରୀ ଚାଷୀ ଆଜି ଦିଲ୍ଲୀ –ଜୟପୁର ଜାତୀୟ ରାଜପଥ ଅବରୋଧ କରିବାର କାର୍ଯ୍ୟକ୍ରମ ରହିଛି ।

ସେହିପରି କୃଷକମାନେ ଦେଶର ବିଭିନ୍ନ ଟୋଲ ପ୍ଲାଜାରେ ଧାରଣା ଦେବାର କାର୍ଯ୍ୟକ୍ରମ ରହିଛି । ପରିସ୍ଥିତିକୁ ନଜରରେ ରଖି ଗୁରୁଗ୍ରାମ ଓ ଫରିଦାବାଦରେ ସୁରକ୍ଷାକୁ କଡାକଡି କରାଯାଇଛି । ସୀମାରେ ୬୦ ଜଣ ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରାଯାଇଛି । ଏଥିସହ ୧୪ ତାରିଖରେ ଦେଶବ୍ୟାପି ବିକ୍ଷୋଭ କରିବାକୁ ଡାକରା ଦେଇଛନ୍ତି ଚାଷୀ ସଂଗଠନ । ଦିଲ୍ଲୀକୁ ସଂଯୋଗ କରୁଥିବା ବିଭିନ୍ନ ସୀମାରେ ହଜାର ହଜାର ଚାଷୀ ଏକାଠି ହୋଇ ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଛନ୍ତି । ଦିନକୁ ଦିନ ଆନ୍ଦୋଳନ ତେଜୁଥିବା ବେଳେ ଗତକାଲି ସୁପ୍ରିମକୋର୍ଟରେ ପିଟିସନ୍ ଦାୟର କରିଛନ୍ତି ଭାରତୀୟ କିଶାନ୍ ୟୁନିୟନ । ନୂଆ କୃଷି ଆଇନକୁ ରଦ୍ଦ କରିବାକୁ ଆବେଦନ କରାଯାଇଛି ।

from Kanak News
via <a href="https://ifttt.com/?

ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ଆଜିି ଛତିଶା ନିଯୋଗ ବୈଠକ: ଜଗା ଦର୍ଶନ ନେଇ ହେବ ଆଲୋଚନା

କନକ ବ୍ୟୁରୋ: କେବେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିରର ସିଂହଦ୍ୱାର । ଏହାକୁ କୋଟି କୋଟି ଜଗନ୍ନାଥ ପ୍ରେମି ଚାହିଁ ରହିଛନ୍ତି । ଏଭଳି ସମୟରେ ଆଜି ଶ୍ରୀମନ୍ଦିର ଖୋଲିବା ନେଇ ଗୁରୁତ୍ୱପୂର୍ଣ୍ଣ ଛତିଶାନିଯୋଗ ବୈଠକ ବସିବ । ମନ୍ଦିର ଖୋଲିବା ନେଇ ଏହି ବୈଠକରେ ଆଲୋଚନା କରାଯିବ । ଆଲୋଚନା ପୂର୍ବରୁ କନକ ନ୍ୟୁଜକୁ ସାକ୍ଷାତକାର ଦେଇ ପୁଷ୍ପାଳକ ନିଯୋଗ, ଦଇତାପତି ନିଯୋଗ ଓ ପାଣିଆ ନିଯୋଗର ସଂପାଦକମାନେ କହିଛନ୍ତି ମନ୍ଦିର ଖୋଲିବା ଆବଶ୍ୟକ ଏବଂ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇବା ପାଇଁ ଅପେକ୍ଷା କରିଛି । ମହାମାରୀ କରୋନା କଟକଣା ଯୋଗୁଁ ଦୀର୍ଘ ୯ ମାସ ହେବ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି ।

ଗତ ଶୁକ୍ରବାର ଏ ସଂକ୍ରାନ୍ତରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ନିଜେ ଏହି ବୈଠକ ଡାକିଥିଲେ। ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକଙ୍କ ସମେତ ବରିଷ୍ଠ ସେବାୟତ, ମନ୍ଦିର ସହ ସମ୍ପୃକ୍ତ ବ୍ୟକ୍ତିମାନେ ଏଥିରେ ଯୋଗ ଦେଇଥିଲେ। ଶ୍ରୀମନ୍ଦିର ଖୁବଶୀଘ୍ର ଖୋଲିବାକୁ ଯାଉଥିବାବେଳେ ସମସ୍ତେ ଏଥିପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଥିଲା। ରାଜ୍ୟ ବାହାରର ଅନ୍ୟ ଦେବାବେଦୀ ମନ୍ଦିର ପ୍ରସଙ୍ଗରେ ବି ଆଲୋଚନା ହୋଇଥିଲା। ରାଜ୍ୟ ବାହାରେ ଯେଉଁ ଦେବାଦେବୀ ମନ୍ଦିର ଖୋଲାଯାଇଛି, ତାହା କେଉଁଭଳି ଚାଲିଛି, ସେ ଉପରେ ସମୀକ୍ଷା କରାଯାଇଥିଲା। କ’ଣ ସବୁ କଟକଣା ଲଗାଯାଇଛି, ତା’ର ବିବରଣୀ ବି ପ୍ରସ୍ତୁତ ହୋଇଥିଲା। ସେହି ଆଧାରରେ ଶ୍ରୀମନ୍ଦିର ଖୋଲିପାରିବ କି ନାହିଁ ସେନେଇ ମତ ସଂଗ୍ରହ କରାଯାଇଥିଲା।

ତଥାପି କରୋନା ସଂକ୍ରମଣକୁ ରୋକିବା ଦିଗରେ ଯଥେଷ୍ଟ ଦୃଷ୍ଟି ଦେବାକୁ ମତପ୍ରକାଶ ପାଇଥିଲା। ଖୁବଶୀଘ୍ର ଆଉ ଏକ ବୈଠକ ଡାକିବାକୁ ନିଷ୍ପତ୍ତି ହୋଇଛି। ସେବାୟତ ଓ ଅନ୍ୟମାନଙ୍କ ସହ ପର୍ଯ୍ୟାପ୍ତ ଆଲୋଚନା ଓ ବିଚାରବିମର୍ଶ ପରେ କେତେ ତାରିଖରୁ ଶ୍ରୀମନ୍ଦିର ଖୋଲିଲେ ଠିକ୍‌ ହେବ ସେ ଉପରେ ସମ୍ଭାବ୍ୟ ତାରିଖ ଧାର୍ଯ୍ୟ ହେବ। ସେହି ଅନୁଯାୟୀ ଜିଲ୍ଲା ପ୍ରଶାସନ ଜୋରସୋର‌ରେ ପ୍ରସ୍ତୁତି ଜାରି ରଖିଛି। ସମ୍ଭାବ୍ୟ ତାରିଖ ଧାର୍ଯ୍ୟ ହେବା ପରେ ଏହା ଛତିଶାନିଯୋଗ ଓ ପରିଚାଳନା କମିଟି ବୈଠକରେ ପଡ଼ିବ। ପରିଚାଳନା କମିଟି ବୈଠକରେ ଶ୍ରୀମନ୍ଦିର ଖୋଲିବା ନେଇ ଚୂଡ଼ାନ୍ତ ତାରିଖ ଧାର୍ଯ୍ୟ ହେବ।

from Kanak News
via <a href="https://ifttt.com/?

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ! ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ: ଆସନ୍ତା ୩ ଦିନ ପର୍ଯ୍ୟନ୍ତ  ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବ। ବଙ୍ଗୋପସାଗର ଆଖପାଖ ଅଞ୍ଚଳ ତଥା ଓଡ଼ିଶା ଉପରେ ବର୍ତ୍ତମାନ ଏକ ଗୁରୁଚାପ ବଳୟ ରହିଛି। ଏହା ପ୍ରଭାବରେ ବାୟୁମଣ୍ଡଳ ଏବେ ଶାନ୍ତ ରହିଥିବା ବେଳେ ଆକାଶ ନିର୍ମଳ ରହିଛି। ଏଣେ ବାୟୁମଣ୍ଡଳରେ ପ୍ରଚୁର ପରିମାଣର ଜଳୀୟ ବାଷ୍ପ ଥିବାରୁ ରାଜ୍ୟରେ ଘନ କୁହୁଡ଼ି ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି। ଏହି ଗୁରୁଚାପ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ହାଲ୍କାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବାର ସମ୍ଭାବନା ରହିଥିବା ବେଳେ ଉପକୂଳ ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି ପଡ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରିଛି।

ସୂଚନା ମୁତାବକ, ଆସନ୍ତା ୨୪ ଘଣ୍ଟାରେ ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, ଖୋର୍ଧା, ପୁରୀ, କେନ୍ଦ୍ରାପଡ଼ା ଓ ନୟାଗଡ଼ ଆଦି ୮ଟି ଜିଲ୍ଲାରେ ଘନ କୁହୁଡ଼ିର ସମ୍ଭାବନା ଥିବାରୁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୩ ତାରିଖ ଦିନ ଗୁରୁଚାପ ବଳୟ ସାମାନ୍ୟ ଦକ୍ଷିଣମୁହାଁ ହେବା ଫଳରେ କଟକ, ଜଗତସିଂହପୁର, ଖୋର୍ଧା, ପୁରୀ ଓ ନୟାଗଡ଼ ଆଦି ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବ। ଏଥିପାଇଁ ଏହି ୫ ଜିଲ୍ଲା ପାଇଁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୧୪ ତାରିଖ ଦିନ ଏହା ଆହୁରି ଦକ୍ଷିଣମୁହାଁ ହେବ ଓ କନ୍ଧମାଳ, ନୟାଗଡ଼, ବୌଦ୍ଧ, ରାୟଗଡ଼ା, କୋରାପୁଟ ଓ କଳାହାଣ୍ଡି ଆଦି ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବ। ଏହାଛଡ଼ା ଏହି ୩ ଦିନରେ ରାଜ୍ୟର ଅନ୍ୟ କେତେକ ସ୍ଥାନରେ ହାଲ୍କାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବ। ଏହାର ଦୃଶ୍ୟମାନ ଦୂରତା ୧ କିମି ରହିବ ବୋଲି କେନ୍ଦ୍ର କହିଛି।

from Kanak News
via <a href="https://ifttt.com/?

କିଏ ହେବେ ନୂଆ ମୁଖ୍ୟ ଶାସନ ସଚିବ ? ପାୱାର କରିଡରରେ ଆରମ୍ଭ ହେଲା ଚର୍ଚ୍ଚା, ଡିସେମ୍ବର ୩୧ରେ ସରିବ ଅସିତ ତ୍ରିପାଠୀଙ୍କ କାର୍ଯ୍ୟକାଳ ।

କନକ ବ୍ୟୁରୋ : ନୂଆବର୍ଷରେ ନୂଆ ଶାସନ ମୁଖ୍ୟ । କିଏ ହେବେ ନୂଆ ମୁଖ୍ୟ ଶାସନ ସଚିବ, ଏହାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅସିତ ତ୍ରିପାଠୀଙ୍କ ଜାଗା କିଏ ନେବେ ତାକୁ ନେଇ ଜୋରଦାର ଲବି ହେଲାଣି । ବିଶେଷ କରି ଦୁଇଟି ନାଁ ଚର୍ଚ୍ଚାର ଆଗରେ ରହିଛି । ଜଣେ ହେଉଛନ୍ତି ବର୍ତମାନର ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର । ଏବଂ ଅନ୍ୟଜଣେ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ।

କିନ୍ତୁ ଏହାରି ଭିତରେ ସବୁଠୁ ଆଗରେ ରହିଛନ୍ତି ଦକ୍ଷ ତଥା ପ୍ରଭାବଶାଳୀ ଆଇଏଏସ ଅଫିସର ସୁରେଶ ମହାପାତ୍ର । ତାଙ୍କ ନାଁରେ ମୋହର ମାରି ପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ ତାରିଖରେ ଶେଷ ହେବ । ତେଣୁ ତା ପୂର୍ବରୁ ନୂଆ ଶାସନ ମୁଖ୍ୟଙ୍କୁ ନିଯୁକ୍ତି ମିଳିପାରେ । ବରିଷ୍ଠତା ଦୃଷ୍ଟିରୁ ସବୁଠୁ ଆଗରେ ରହିଛନ୍ତି ୧୯୮୬ ବ୍ୟାଚର ପ୍ରଶାସନିକ ଅଧିକାରୀ ସୁରେଶ ମହାପାତ୍ର । ତା ପଛକୁ ବରିଷ୍ଠତା ଭିତିରେ ୧୯୮୭ ବ୍ୟାଚ ଆଇଏଏସ ପ୍ରଦୀପ୍ତ ମହାପାତ୍ରଙ୍କ ନାଁ ଆସୁଛି । ଏମାନଙ୍କଠାରୁ ମଧ୍ୟ ଆହୁରି ବରିଷ୍ଠ ଆଇଏଏସ ଅଧିକାରୀ ଦିଲ୍ଲୀ ଡେପୁଟସନରେ ଅଛନ୍ତି । କିନ୍ତୁ ଗତ ଦୁଇ, ତିନିଥର ହେଲା ଉନ୍ନୟନ କମିଶନର ଥିବା ଅଧିକାରୀଙ୍କୁ ମୁଖ୍ୟ ଶାସନ ସଚିବ ପଦବୀରେ ଅବସ୍ଥାପିତ କରାଯାଉଛି । ତେଣୁ ସୁରେଶ ମାହାପାତ୍ରଙ୍କ ପାଳି ପଡିବା ସମ୍ଭାବନା ବଢିଯାଇଛି ।

from Kanak News
via <a href="https://ifttt.com/?

୧୬ ଦିନରେ ପହଞ୍ଚିଲା ଚାଷୀ ଆନ୍ଦୋଳନ, ବାହାରୁନି ସମାଧାନର ବାଟ । ସୁପ୍ରିମକୋର୍ଟକୁ ଗଲେ ଭାରତୀୟ କିଷାନ୍ ୟୁନିୟନ୍, କୃଷି ଆଇନକୁ ରଦ୍ଦ କରିବାକୁ ଆବେଦନ ।

କନକ ବ୍ୟୁରୋ : ୧୬ଦିନରେ ପହଞ୍ଚିଛି ଚାଷୀଙ୍କ ଆନ୍ଦୋଳନ । ସରକାରଙ୍କ ସହ ତୁହାକୁ ତୁହା ଆଲୋଚନା ପରେ ବି ସମାଧାନର ବାଟ ବାହାରୁନାହିିଁ । ଏହାରି ଭିତରେ ଆଜି କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଭାରତୀୟ କିଷାନ ୟୁନିଅନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସରକାରଙ୍କ ଦ୍ୱାରା ପ୍ରଣିତ ତିନୋଟି କୃଷି ଆଇନକୁ ବେଆଇନ ଦର୍ଶାଇ ସେଗୁଡିକୁ ରଦ୍ଦ କରିବାକୁ ୟୁନିଅନ ନିଜ ଆବେଦନରେ ଦର୍ଶାଇଛନ୍ତି । ଭାରତୀୟ କିଷାନ ୟୁନିଅନର ସଭାପତି ଭାନୁ ପ୍ରତାପ ସିଂ ଏହି ପିଟିସନ ଦାଖଲ କରିଛନ୍ତି । ନୂଆ କୃଷି ଆଇନ ଭାରତୀୟ କୃଷିର ବ୍ୟବସାୟୀକରଣ କରିବ ଏବଂ କୃଷକମାନଙ୍କୁ କର୍ପୋରେଟ ହାଉସ ଗୁଡିକ ନିୟନ୍ତ୍ରଣରେ ରଖିବେ ବୋଲି ଏହି ପିଟିସନରେ ଉଲ୍ଲେଖ କରିଛନ୍ତି ।

ସେପଟେ ସିଂଘୁ ସୀମାରେ ଧାରଣାରେ ବସିଥିବା କୃଷକଙ୍କ ବିରୋଧରେ ରୁଜୁ ହୋଇଛି ଏଫଆଇଆର । ଧାରଣାସ୍ଥଳରେ ମହାମାରୀ ପାଇଁ ଲାଗୁ ହୋଇଥିବା ସାମାଜିକ ଦୂରତା ନିୟମ ପାଳନ କରୁନଥିବା ଅଭିଯୋଗ ଆଣି ଅଲ୍ଳୀପୁର ଥାନାରେ କୃଷକମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ୨୯ ନଭେମ୍ବରରେ କୃଷକମାନେ ଲାମପୁର ସୀମା ଦେଇ ଜୋରଜବରଦସ୍ଥି ଦିଲ୍ଲୀ ଭିତରକୁ ପଶି ଆସିଥିଲେ ଓ ସେହିଦିନଠାରୁ ସିଂଘୁ ସୀମାର ନିଷିଦ୍ଧାଞ୍ଚଳରେ ଆନ୍ଦୋଳନ ଜାରି ରଖିଛନ୍ତି ।

ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ୧୬ ଦିନ ହେଲା କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି । କିନ୍ତୁ ସରକାର ଆଇନରେ ସଂଶୋଧନ ଆଣିବାକୁ ରାଜି ଥିଲେ ମଧ୍ୟ ଆଇନ ପ୍ରତ୍ୟାହାର କରିବାକୁ ଖୋଲାଖୋଲି ମନା କରି ଦେଇଛନ୍ତି । ଯାହାକୁ ନେଇ ଆନ୍ଦୋଳନକାରୀ କୃଷକ ଓ ସରକାରଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ସେପଟେ ଚାଷୀ ଆନ୍ଦୋଳନକୁ ନେଇ ଚାଷୀ ସଂଗଠନ ନେତା ରାକେଶ ଟିକା କହିଛନ୍ତି ଏବେ ଚାଷୀ ଓ ସରକାର ଉଭୟଙ୍କୁ ପଛକୁ ଘୁଂଚିବାକୁ ପଡିବ । କେନ୍ଦ୍ର ସରକାର ଆଇନ୍ ପ୍ରତ୍ୟାହାର କରି ପଛକୁ ହଟନ୍ତୁ, ଚାଷୀ ସଂଗଠନ ଆନ୍ଦୋଳନ ଭାଙ୍ଗି ଘରକୁ ଫେରିଯିବେ ।

ସେପଟେ ଆନ୍ଦୋଳନରୁ ଓହରିବା ପାଇଁ ପୁଣି ଚାଷୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ତେବେ ସରକାରଙ୍କ ପକ୍ଷ ରଖି କେନ୍ଦ୍ର କୃଷି ମନ୍ତ୍ରୀ କହିଛନ୍ତି ଯେ, ସରକାର ଆଣିଥିବା ନୂଆ ଆଇନ ଚାଷୀଙ୍କ ସପକ୍ଷରେ ରହିଛି ।

ଆଉ ଏହାରି ଭିତରେ ଦିଲ୍ଲୀରେ ୧୬ତମ ଦିନରେ ପହଞ୍ଚିଛି କୃଷକ ଆନ୍ଦୋଳନ । ପ୍ରତିବାଦରେ ଆଜି ସାମିଲ ହୋଇଛନ୍ତି ଜାଟ ସଂଗଠନ । ଚାଷୀଙ୍କ ସହ ସ୍ୱର ମିଳାଇବାକୁ ଶହ ଶହ ସଂଖ୍ୟାରେ ଜାଟ୍ ଆଜି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଏକାଠି ଅଧିକ ଦିନ ଆନ୍ଦୋଳନ ଜାରି ରଖିବାକୁ ସାଙ୍ଗରେ ଆବଶ୍ୟକୀୟ ସାମଗ୍ରୀକୁ ଗାଡିରେ ନେଇ ଆସିଛନ୍ତି ଆନ୍ଦୋଳନକାରୀ । ସିଂଘୁ ସୀମାରୁ ବୁରାରୀ ସବୁଠି ଜୋରଦାର ଆନ୍ଦୋଳନ ହେବ ବୋଲି ଜାଟ୍ ସଂଗଠନ ଚେତାବନୀ ଦେଇଛି ।

from Kanak News
via <a href="https://ifttt.com/?

ନାସାର ଚନ୍ଦ୍ର ଅଭିଯାନରେ ସାମିଲ ହେଲେ ଭାରତୀୟ ଆମେରିକୀୟ ଆଷ୍ଟ୍ରୋନଟ ରାଜା ଚାରି । ରାଜାଙ୍କ ସମେତ ୧୮ଜଣଙ୍କ ନାଁ ଘୋଷଣା କଲା ନାସା

କନକ ବ୍ୟୁରୋ : ନାସାର ଆର୍ଟେମିଜ ଚନ୍ଦ୍ର ଅଭିଯାନରେ ସାମିଲ ହେଲେ ଭାରତୀୟ ଆମେରିକୀୟ ମହାକାଶଚାରୀ ରାଜା ଚାରି । ଆମେରିକା ବାୟୁସେନାରେ କର୍ଣ୍ଣେଲ ଭାବେ କାର୍ଯ୍ୟରତ ରାଜା ଚାରିଙ୍କ ସମେତ ୧୮ଜଣଙ୍କ ନାଁ ଘୋଷଣା କରିଛି ନାସା । ଏହି ଟିମରେ ଅଧାରୁ ଅଧିକ ମହିଳା ମହାକାଶଚାରୀ ରହିଛନ୍ତି । ଏହି ମାନଙ୍କ ମଧ୍ୟରୁ ପ୍ରଥମ ଥର ପାଇଁ ଜଣେ ମହିଳା ମହାକାଶଚାରୀ ୨୦୨୪ରେ ଚନ୍ଦ୍ରରେ ଅବତରଣ କରିବେ । ଏବଂ ଜଣେ ପୁରୁଷ ମହାକାଶଚାରୀ ମଧ୍ୟ ଚନ୍ଦ୍ରରେ ଅବତରଣ କରିବେ ।

ନାସାର ଏହି ଆର୍ଟେମିଜ ଚନ୍ଦ୍ର ଅଭିଯାନ ପାଇଁ ମନୋନୀତ ହୋଇଥିବା ରାଜା ଚାରି ହେଉଛନ୍ତି ଜଣେ ଭାରତୀୟ ଆମେରିକୀୟ । ବାୟୁସେନାରେ କର୍ଣ୍ଣେଲ ଭାବେ କାମ କରୁଥିବା ରାଜା ୨ହଜାରରୁ ଅଧିକ ସମୟ ଧରି ଆକାଶରେ ଉଡାଣ ଭରିସାରିଛନ୍ତି । ନାସାର ଏହି ମାନବ ରହିତ ଚନ୍ଦ୍ର ଅଭିଯାନ ପାଇଁ ୧୮ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ରାଜା ଚାରି ।

୪୩ବର୍ଷୀୟ ରାଜା ଚାରି ଆମେରିକାର ଏୟାରଫୋର୍ସ ଏକାଡେମୀ , ମାସାଚ୍ୟୁଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଓ ୟୁଏସ ନାଭାଲ ଟେଷ୍ଟ ପାଇଲଟ ସ୍କୁଲରୁ ଗ୍ରାଜୁଏଟ ଡିଗ୍ରୀ ହାସଲ କରିଛନ୍ତି । ଏହି ତାଲିକାରେ ସ୍ଥାନ ପାଇଥିବା ରାଜା ଚାରି ହେଉଛନ୍ତି ଏକମାତ୍ର ଭାରତୀୟ ବଂଶୋଦ୍ଭବ । ୨୦୧୭ରୁ ରାଜା ଚାରି ନାସା ସହିତ ଜଡିତ । ଆଷ୍ଟ୍ରୋନୋଟିକାଲ ଇଂଜିନିୟରିଂରେ ସ୍ନାତକ ହାସଲ କରିବା ପରେ ଏରୋନଟିକ୍ସ ଏବଂ ଆଷ୍ଟ୍ରୋନଟିକ୍ସରେ ସ୍ନାତକୋତର ହାସଲ କରିଛନ୍ତି ।

ଆମେରିକାର ଉପରାଷ୍ଟ୍ରପତି ତଥା ନ୍ୟାସନାଲ ସ୍ପେସ କାଉନସିଲର ଅଧ୍ୟକ୍ଷ ମାଇକ ପେନ୍ସ ବୁଧବାର ଦିନ ଏହି ମହାକାଶଚାରୀଙ୍କ ସହ ପରିଚିତ ହୋଇଥିଲେ । ଫ୍ଲୋରିଡା ସ୍ଥିତ କେନେଡି ସ୍ପେଶ ସେଂଟରରେ ଏହି ମହାକାଶଚାରୀଙ୍କ ନାଁ ଘୋଷଣା କରାଯାଇଥିଲା ।
ନାସାର ଏହି ଚନ୍ଦ୍ର ଅଭିଯାନରେ ଆହୁରୀ ଅନେକ ମହାକାଶଚାରୀ ସାମିଲ ହେବେ । ୨୦୨୪ସୁଦ୍ଧା ଏହି ଚନ୍ଦ୍ରାବତରଣ ଯୋଜନା ପାଇଁ ଲକ୍ଷ୍ୟ ରଖାଯାଇଛି ।

from Kanak News
via <a href="https://ifttt.com/?

ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଖୁସି ଖବର । ଦଳକୁ ଫେରିବେ ରୋହିତ ଶର୍ମା, ସେପଟେ ଅନୁଷ୍କାଙ୍କ ଡେଲିଭେରି ପାଇଁ ଭାରତ ଫେରିବେ ବିରାଟ ।

କନକ ବ୍ୟୁରୋ : ଟେଷ୍ଟ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର । ଫିଟନେସ୍ ଟେଷ୍ଟ ପାସ୍ କଲେ ରୋହିତ ଶର୍ମା । ଆଇପିଏଲରେ ଆହତ ହେବା ପରେ ଦିନିକିଆ ଓ ଟି-ଟ୍ୱେଂଟିରୁ ବାଦ୍ ପଡିଥିଲେ ରୋହିତ । ଏବେ ପୁଣି ସେ ଟିମକୁ ଫେରିବେ । ନିଜର ଫିଟନେସ୍ ପାଇବା ପାଇଁ ବାଙ୍ଗାଲୋରର ଜାତୀୟ କ୍ରିକେଟ ଏକାଡେମୀରେ ଖୁବ ପରିଶ୍ରମ କରିଥିଲେ ହିଟ୍ ମ୍ୟାନ ରୋହିତ ଶର୍ମା । ରୋହିତଙ୍କୁ ଆଜି ଫିଟ୍ ଘୋଷଣା କରାଯାଇଛି ।

ୟୁଏଇରେ ଅୟୋଜିତ ଆଇପିଏଲ ଖେଳୁଥିବା ବେଳେ ରୋହିତ ଆହତ ହୋଇଥିଲେ । ତେଣୁ ଭାରତ ଫେରିବା ପରେ ସେ ଜାତୀୟ କ୍ରିକେଟ ଏକାଡେମୀରେ ଅଭ୍ୟାସ ଜାରି ରଖିଥିଲେ । ରୋହିତ ଫିଟନେସ ପରୀକ୍ଷାରେ ପାସ୍ ହେବା ପରେ ଶନିବାର ତାଙ୍କୁ ଅଷ୍ଟ୍ରେଲିଆ ପଠାଇବାକୁ ଯୋଜନା ରଖିଛି ବିିସିସିଆଇ ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆୟୋଜିତ ହେବାକୁ ଥିବା ବେଳେ ରୋହିତ ଅଷ୍ଟ୍ରେଲିଆ ଗଲେ ଶେଷ ଦୁଇଟି ଟେଷ୍ଟରେ ଭାରତକୁ ପ୍ରତିନିଧିତ୍ୱ କରିବାର ସମ୍ଭାବନା ରହିଛି । କରୋନା ଭୂତାଣୁ ସଂକ୍ରମଣରେ ରୋହିତ ଅଷ୍ଟ୍ରେଲିଆ ଗଲେ ସେ ସିଧାସଳଖ ଦଳରେ ସାମିଲ ହୋଇପାରିବେ ନାହିଁ । ତାଙ୍କୁ ପ୍ରଥମେ ୧୪ଦିନିଆ ସଙ୍ଗରୋଧରେ ରହିବାକୁ ପଡିବ । ଏହାପରେ ନେଟସରେ ଅଭ୍ୟାସ କରି ସେ ଟେଷ୍ଟ ଖେଳିପାରିବେ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ଆସନ୍ତା ୧୭ରୁ ଆଡିଲେଡରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ଟେଷ୍ଟ ଆସନ୍ତା ୨୬ରୁ ମେଲବର୍ଣ୍ଣରେ ଖେଳାଯିବ । ତୃତୀୟ ଟେଷ୍ଟ ଆସନ୍ତାବର୍ଷ ଜାନୁଆରୀ ୭ରୁ ସିଡନୀରେ ଖେଳାଯିବାକୁ ଥିବା ବେଳେ ରୋହିତ ସେହି ଟେଷ୍ଟ ମ୍ୟାଚରେ ଖେଳିବାର ଆଶା ଅଛି । ସେପଟେ ଅନୁଷ୍କାଙ୍କ ଡେଲିଭେରି ପାଇଁ ଭାରତ ଫେରିବେ ବିରାଟ ।

from Kanak News
via <a href="https://ifttt.com/?

କରୋନା ମୃତ୍ୟୁରେ ଆମେରିକାର ଅଲୋଡା ରେକର୍ଡ । ଗୋଟିଏ ଦିନରେ ୩ହଜାରରୁ ଅଧିକ ମୃତ, ୨ଲକ୍ଷରୁ ଅଧିକ ନୂଆ ସଂକ୍ରମିତ ।

କନକ ବ୍ୟୁରୋ : କରୋନା ଭୂତାଣୁ ସାମ୍ନାରେ ଅସହାୟ ହୋଇପଡିଛି ସୁପରପାୱାର ଆମେରିକା । ଦେଶରେ କରୋନା ସ୍ଥିତି ବିଗୁଡୁଥିବା ବେଳେ ଆମେରିକା କରିଛି ଅଲୋଡା ରେକର୍ଡ । ଲଗାତର ଭାବେ ଦୁଇ ଦିନ ହେଲା ଭୂତାଣୁ ସଂକ୍ରମଣରେ ୩ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ ଗୋଟିଏ ଦିନରେ ୨ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।

ଆମେରିକାରେ ବିଗୁଡ଼ୁଛି କରୋନା ସ୍ଥିତି । ଗୋଟିଏ ଦିନରେ ୩ହଜାରରୁ ଅଧିକ କରୋନା ମୃତ୍ୟୁ । ୯/୧୧ ଆକ୍ରମଣରୁ ଟପିଲା ଦିନକର ମୃତ୍ୟୁ ସଂଖ୍ୟା । କରୋନାରେ ସବୁଠୁ ଅଧିକ ପ୍ରଭାବିତ ଦେଶ ଆମେରିକାରେ କୋଭିଡ୍ ସ୍ଥିତି ଦିନକୁ ଦିନ ଅଧିକ ବିଗିଡ଼ିବାରେ ଲାଗିଛି । ବିଶେଷକରି ଦୈନିକ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି । ସେପଟେ କରୋନା ଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟାରେ ବି ଅଲୋଡା ରେକର୍ଡ କରିଛି ଆମେରିକା । ଏପରିକି ୯/୧୧ ଆକ୍ରମଣକୁ ଟପିଯାଇଛି ୨୪ଘଂଟାରେ ହୋଇଥିବା ମୃତ୍ୟୁ ସଂଖ୍ୟା । ଡିସେମ୍ବର ୯ତାରିଖ ଅର୍ଥାତ ଗତ ବୁଧବାର ଦିନ ୨୪ଘଂଟାରେ ସର୍ବାଧିକ ୩ହଜାର ୧୨୪ ଜଣଙ୍କ ଜୀବନ ନେଇଛି କରୋନା ଭୂତାଣୁ । ସେହିପରି ଲଗାତର ଦ୍ୱିତୀୟ ଦିନରେ ଅର୍ଥାତ ଗୁରୁବାର ଦିନ ମଧ୍ୟ ୩ହଜାରରୁ ଅଧିକ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏବେ ସୁଦ୍ଧା କରୋନାରେ ସବୁଠୁ ଅଧିକ ରହିଛି ଏହି ମୃତ୍ୟୁ ସଂଖ୍ୟା ।

ବିଶ୍ୱରେ ଆମେରିକା ହିଁ କରୋନାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ଦେଢ କୋଟି ଟପିସାରିଛି । ଜନ୍ ହପକିନସ୍ ୟୁନିଭର୍ସିଟିର ତଥ୍ୟ ଅନୁସାରେ ଆମେରିକାରେ କରୋନା ଭୂତାଣୁ ଜନିତ ମୋଟ ମୃତ୍ୟୁ ସଂଖ୍ୟା ୨ଲକ୍ଷ ୯୨ ହଜାର ୧୭୯ରେ ପହଂଚିଛି । କରୋନା ସଂକ୍ରମଣ ଓ କରୋନା ଜନିତ ମୃତ୍ୟ ସଂଖ୍ୟା ଆମେରିକାରେ ସବୁଠୁ ଅଧିକ ରହିଛି ।

କରୋନା ଭୂତାଣୁ ସଂକ୍ରମଣ ସମ୍ମୁଖରେ ଅସହାୟ ହୋଇପଡିଛି ସୁପରପାୱାର ଆମେରିକା । ମୃତ୍ୟୁ ସଂଖ୍ୟା ସହ ଦିନକୁ ୨ଲକ୍ଷରୁ ଅଧିକ ନୂଆ ସଂକ୍ରମଣ ଚିହ୍ନଟ ହେବା ଆମେରିକାର ଚିନ୍ତାକୁ ଆହୁରି ବଢାଇ ଦେଇଛି । ଆମେରିକାରେ ଏବେ ସୁଦ୍ଧା ସର୍ବାଧିକ ୧କୋଟି ୫୬ ଲକ୍ଷ ୧୬ହଜାର ୩୭୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସବୁଠାରୁ ଚିନ୍ତାଜନକ କଥା ହେଉଛି ପ୍ରତିଦିନ ପ୍ରାୟ ୨ଲକ୍ଷରୁ ଅଧିକ ଲୋକ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାସହ ଗତ ୫ଦିନରେ ୧୦ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି ।

ଆମେରିକାରେ ବଢୁଥିବା ସଂକ୍ରମଣ ଭିତରେ ଫାଇଜର ଟିକାକୁ ମିଳିଛି ଅନୁମତି । ଆମେରିକାର ଖାଦ୍ୟ ଓ ଔଷଧ ପ୍ରାଧୀକରଣ ଫାଇଜର ଟିକାର ଜରୁରୀକାଳିନ ବ୍ୟବହାରକୁ ଅନୁମତି ପ୍ରଦାନ କରିଛନ୍ତି । ଫାଇଜର ଟିକାକୁ ଆମେରିକାର ଏଫଡିଏର ବିଶେଷଜ୍ଞ କମିଟିର ଗ୍ରୀନ୍ ସିଗନାଲ, କରୋନା ମହାମାରୀ ଉପରେ ରୋକ୍ ଲଗାଇବ ବୋଲି ଆଶା କରାଯାଉଛି ।

ଜର୍ମାନର ଫାର୍ମା କମ୍ପାନୀ ବାୟୋ ଆଣ୍ଡ ଟେକ୍ ନିର୍ମାଣ କରିଥିବା କରୋନା ଟିକା ଫାଇଜରକୁ ବୟସ୍କ ଓ ୧୬ ବର୍ଷରୁ ଅଧିକ ବୟସର କିଶୋରଙ୍କ ଠାରେ ବ୍ୟବହାର ନିରାପଦ ବୋଲି ଏକ୍ସପର୍ଟ କମିଟି କହିଛି । ଆସନ୍ତା ସପ୍ତାହରୁ ଆମେରିକାରେ ଆରମ୍ଭ ହେବ ଫାଇଜର ଟିକାକରଣ । ପ୍ରଥମ ପର୍ଯ୍ୟାୟରେ ଅଗ୍ରାଧିକାର ଭିତ୍ତିରେ ସ୍ୱାସ୍ଥ୍ୟକର୍ମୀଙ୍କୁ ମିଳିବ ଟିକା । ଡିସେମ୍ୱର ମାସ ସୁଦ୍ଧା ଆମେରିକାରେ ପ୍ରାୟ ୨୫ ମିଲିୟନ୍ ଟିକାକରଣ କରାଯିବାକୁ ଯୋଜନା ରଖାଯାଇଛି ।

from Kanak News
via <a href="https://ifttt.com/?

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଶୋଭାଯାତ୍ରା ଉପରେ ଆକ୍ରମଣ ଘଟଣାରେ ମୁହାଁମୁହିଁ ବିଜେପି-ଟିଏମସି । ପଶ୍ଚିମବଙ୍ଗ ଡିଜିପି ଓ ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ସରକାରଙ୍କ ସମନ

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଶୋଭାଯାତ୍ରା ଉପରେ ଆକ୍ରମଣକୁ ନେଇ ଦୁଇ ଦିନ ହେଲା ଦୋହଲୁଛି ଜାତୀୟ ରାଜନୀତି । ଆକ୍ରମଣ ଘଟଣାରେ ଟିଏମସି ସମ୍ପୃକ୍ତି ଅଭିଯୋଗ କରିବା ପରେ ଜୋରଦାର ହୋଇଛି ଆରୋପ ପ୍ରତ୍ୟାରୋପ । ସେପଟେ ଆକ୍ରମଣ ଘଟଣାରେ ୩ଟି ମାମଲା ରୁଜୁ ହୋଇଥିବା ବେଳେ ୭ଜଣଙ୍କୁ ଗିରଫ କରାଯାଇଛି ।

ପଶ୍ଚିମବଙ୍ଗ ଡାଇମଣ୍ଡ ହାର୍ବରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଶୋଭାଯାତ୍ରା ଉପରେ ଏହି ଆକ୍ରମଣ ଏବେ ଜାତୀୟ ରାଜନୀତିକୁ ଦୋହଲାଉଛି । ତୃଣମୂଳ କଂଗ୍ରେସ କର୍ମୀ ଏହି ଆକ୍ରମଣ କରିଥିବା ବିଜେପି ଅଭିଯୋଗ କରିବା ପରେ ବିଜେପି ଓ ଟିଏମସି ମଧ୍ୟରେ ଜୋରଦାର ହୋଇଛି ଆରୋପ ପ୍ରତ୍ୟାରୋପ ରାଜନୀତି । ଏହି ଘଟଣାରେ ଗୃହ ମନ୍ତ୍ରାଳୟକୁ ରିପୋର୍ଟ ପ୍ରଦାନ କରିଛନ୍ତି ରାଜ୍ୟପାଳ ଜଗଦୀପ ଧନକଡ । ସେପଟେ ପଶ୍ଚିମବଙ୍ଗ ଡିଜିପି ଓ ମୁଖ୍ୟ ଶାସନ ସଚିବଙ୍କୁ ସମନ କରିଛନ୍ତି କେନ୍ଦ୍ର ସରକାର । ଡିସେମ୍ବର ୧୪ତାରିଖରେ ହାଜର ହେବା ପାଇଁ ଉଭୟଙ୍କୁ କୁହାଯାଇଛି । ଏହି ଘଟଣାରେ ଜାତୀୟ ରାଜନୀତି ସରଗରମ ହୋଇଛି । ମୁହାଁମୁହିଁ ହୋଇଛନ୍ତି ଭାରତୀୟ ଜନତା ପାର୍ଟି ଓ ତୃଣମୂଳ କଂଗ୍ରେସ ।
ଗୁରୁବାର ଦିନ ନଡାଙ୍କ ରାଲିରେ ହୋଇଥିଲା ଆକ୍ରମଣ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗଡ କୁହାଯାଉଥିବା ଡାଇମଣ୍ଡ ହାର୍ବରରେ ଆୟୋଜିତ ରାଲିରେ ଯୋଗ ଦେବା ପାଇଁ ନଡ୍ଡା ଯାଉଥିବା ସମୟରେ ବିରୋଧର ସମ୍ମୁଖୀନ ହୋଇଥିଲେ । ଜେପି ନଡ୍ଡାଙ୍କ ଶୋଭାଯାତ୍ରାକୁ ଆକ୍ରମଣ କରିବା ସହ ବିଜେପି ନେତା କୈଳାଶ ବିଜୟବର୍ଗୀୟଙ୍କ ଗାଡିକୁ ମଧ୍ୟ ଆକ୍ରମଣ କରାଯାଇଥିଲା । ବିଜେପି ନେତା ଉପରେ ଟିଏମସିକର୍ମୀ ଆକ୍ରମଣ କରିଥିବା ଅଭିଯୋଗ ପରେ ଏହାର ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ରାଜ୍ୟପାଳଙ୍କୁ ରିପୋର୍ଟ ମାଗିଥିଲା ଗୃହମନ୍ତ୍ରାଳୟ । ଏବେ ପଶ୍ଚିମବଙ୍ଗ ଡିଜିପି ଓ ମୁଖ୍ୟ ଶାସନ ସଚିବଙ୍କୁ ସମନ କରିଛନ୍ତି କେନ୍ଦ୍ର ସରକାର ।

ସେପଟେ ବିଜେପି ବରିଷ୍ଠ ନେତାଙ୍କ ଶୋଭାଯାତ୍ରା ଉପରେ ହୋଇଥିବା ଆକ୍ରମଣକୁ ନେଇ ପ୍ରଶ୍ନ ଉଠାଇଛି ଟିଏମସି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଶୋଭାଯାତ୍ରା ଉପରେ ଆକ୍ରମଣକୁ ନେଇ ବିଜେପି ଓ ଟିଏମସି ଭିତରେ ଜୋରଦାର ହୋଇଛି ରାଜନୀତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started