ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର ହେଲେ ପାଠକ ବାପ-ପୁଅ । ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ ।

କନକ ବ୍ୟୁରୋ : ଓଡିଶାର ସବୁଠାରୁ ବଡ ଭିଜିଲାନ୍ସ ରେଡ୍ ବୋଲି କୁହାଯାଉଥିବା ପାଠକ ପରିବାର ଦୁର୍ନୀତି ଘଟଣାରେ ଆଜି ଦୁଇଟି ଘଟଣା ଘଟିଛି । ଗୋଟିଏ ପଟେ ପୁଅ ଆକାଶ ପାଠକକୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଂଚ । କୋର୍ଟରେ ହାଜର ପରେ ନିଜ କଷ୍ଟଡିକୁ ନେଇଛି କ୍ରାଇମବ୍ରାଂଚ । ଆଉ ଗୋଟିଏ ପଟେ ପାଠକ ପରିବାର ସହ ଟଙ୍କା କାରବାରରେ ଲିପ୍ତ ଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ତଦନ୍ତ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ । ଆସନ୍ତା ୨ମାସ ଭିତରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ । ଏପଟେ ଆକାଶ ପାଠକଙ୍କଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ ପାଇଁ ଉଦ୍ୟମ କରିବ କ୍ରାଇମବ୍ରାଂଚ ।

ଦିନେ ଭଡାରେ ବିମାନ ନେଇ ଆକାଶରେ ଉଡୁଥିବା ଓ ତାଜ ପାଲେସ ଭଳି ଦେଶର ସବୁଠାରୁ ଦାମୀ ହେଟେଲରେ ଦିନ ବିତାଉଥିବା ଏହି ୩୨ ବର୍ଷୀୟ ଯୁବକ ଆକାଶ ପାଠକର ଏବେ ସମୟ ବଦଳି ଯାଇଛି । ଆଗରୁ ଆକାଶ ଯୁଆଡେ ଯାଉଥିଲେ ତାଙ୍କୁ ଘେରି ରହି ସୁରକ୍ଷା ଦେଉଥିଲେ ୮ରୁ ୧୦ ବାଉଁସର, ଆଉ ଏବେ ତାଙ୍କୁ ଘେରି ରହୁଛନ୍ତି ପୁଲିସ କର୍ମୀ ।

ନୂଆ ମାମଲାକୁ ନେଇ କୋର୍ଟଙ୍କୁ ଜଣାଇବା ସହ ୬୫ ଲକ୍ଷ ଠକେଇ ମାମଲାରେ ମଧ୍ୟ କୋର୍ଟଙ୍କୁ ଅବଗତ କରାଯାଇଛି । ଆକାଶଙ୍କ ବିରୋଧରେ ୪୧୯, ୪୨୦, ୪୬୮, ୪୭୧ ୫୦୬, ୩୪ ଆଇପିସି ଦଫା ଲାଗିଛି । ଟାଟା ମୋଟର୍ସର ଠକେଇ ସିଣ୍ଡିକେଟର ଅଧିକ ଖୋଳତାଡ ପାଇଁ ଆକାଶଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଭୁବନେଶ୍ୱର ଏସଡିଜେଏମ କୋର୍ଟ ଅନୁମତି ଦେଇଛନ୍ତି ।

ନିଜକୁ ନୀରିହ କହୁଥିବା ଆକାଶ, ନିଜ ସପକ୍ଷରେ କଣ ପ୍ରମାଣ ଦେବେ ତାହା ସବୁଠାରୁ ବଡ ପ୍ରଶ୍ନ । ଏପଟେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାର ତଦନ୍ତ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ । ପାଠକ ପରିବାର ସହ ମିଶି ଦୁର୍ନୀତିର ଅଭିଯୋଗ ଆସିଥିବା ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାରେ ତଦନ୍ତ କରି ୨ ମାସ ମଧ୍ୟରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

from Kanak News
via <a href="https://ifttt.com/?

ବର୍ଷା-ଅନୁଭବ ବିବାଦ ଭିତରେ ଜାଗୃତି ଶୁକ୍ଳାଙ୍କ ଫଟୋକୁ ନେଇ ବଢ଼ିଲା ଚର୍ଚ୍ଚା । ଜାଗୃତିଙ୍କୁ ଜଣେ ଉତ୍ତମ ଓ ବିପଦ ବେଳର ବନ୍ଧୁ ବୋଲି ବର୍ଣ୍ଣନା କରିଛନ୍ତି ଅନୁଭବ ।

କନକ ବ୍ୟୁରୋ : ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାଦ ସମୟରେ ଚର୍ଚ୍ଚାକୁ ଆସିଛି ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଲାଙ୍କ ଫଟୋ । ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ବାନ୍ଧବୀ ଜାଗୃତି ଶୁକ୍ଳାଙ୍କ ବନ୍ଧୁ ଅଶ୍ୱିନୀ ଦୁବେଙ୍କ ସହ ସାକ୍ଷାତ ବେଳର ଫଟୋକୁ ନିଜ ଫେସବୁକ୍ ପେଜରେ ସେୟାର କରିଛନ୍ତି ଅନୁଭବ । ଏହି ପୋଷ୍ଟରେ ଅନୁଭବ, ଅଶ୍ୱିନୀ ଦୁବେଙ୍କୁ ଜନ୍ମଦିନର ଶୁଭେଛା ଜଣାଇବା ସହ ଜାଗୃତିଙ୍କୁ ପ୍ରକୃତ ବନ୍ଧୁ ବୋଲି ଦର୍ଶାଇ ଢ଼େର ପ୍ରଶଂସା କରିଛନ୍ତି ।

ଅନୁଭବ ମହାନ୍ତି, ଜାଗୃତି ଶୁକ୍ଳା, ଅଶ୍ୱିନୀ ଦୁବେ । ଦୀର୍ଘ ଦିନର ନିରବତା ପରେ ସୋସିଆଲ ମିଡିଆରେ ସୁପରଷ୍ଟାର ତଥା ସାଂସଦ ଅନୁଭବ ମହାନ୍ତିଙ୍କ ଏହି ପୋଷ୍ଟକୁ ନେଇ ଅନେକ କଥା ଉଠୁଛି । ଫଟୋରେ ଅନୁଭବଙ୍କ ସହିତ ଅଛନ୍ତି ତାଙ୍କ ବାନ୍ଧବୀ ଜାଗୃତି ଶୁକ୍ଳା ଏବଂ ଅଶ୍ୱିନୀ ଦୁବେ । ଫଟୋଟିକୁ ନିଜ ଫେସବୁକ ପେଜରେ ସେୟାର କରି ବନ୍ଧୁ ଅଶ୍ୱିନୀ ଦୁବେଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଅନୁଭବ । ଏଥିସହ ବାନ୍ଧବୀ ଜାଗୃତିଙ୍କୁ ବିପଦ ସମୟର ବନ୍ଧୁ ବୋଲି ଦର୍ଶାଇ ଢେର ପ୍ରଶଂସା କରିଛନ୍ତି ।

ଫଟୋଟି ଓକିଲ ଅଶ୍ୱିନୀ ଦୁବେଙ୍କ କାର୍ଯ୍ୟାଳୟରେ ଉଠାଯାଇଥିବା ପରି ମନେ ହେଉଛି । ଯିଏ ଦିଲ୍ଲୀ କୋର୍ଟରେ ବର୍ଷାଙ୍କଠାରୁ ବିବାହ ବିଚ୍ଛେଦ ପାଇଁ ଅନୁଭବ କରିଥିବା ଆବେଦନ ମାମଲାର ପରିଚାଳନା କରୁଛନ୍ତି । ଚେୟାରର ଗୋଟିଏ ପଟେ ଅଶ୍ୱିନୀ ଏବଂ ଅନ୍ୟପଟେ ଅନୁଭବ ଓ ଜାଗୃତି ଖୁବ ପାଖାପାଖି ଛିଡା ହୋଇଛନ୍ତି ।

ଏହି ଫଟୋଟି ସେହି ସମୟରେ ସାମ୍ନାକୁ ଆସିଛି, ଯେତେବେଳେ ଅନୁଭବ ତାଙ୍କ ପତ୍ନୀ ବର୍ଷାଙ୍କଠାରୁ ଅଲଗା ହେବା ପାଇଁ ଦିଲ୍ଲୀର ସାକେତ କୋର୍ଟରେ ବିବାହ ବିଚ୍ଛେଦ ମାମଲା କରିଛନ୍ତି । ଏହା ପୂର୍ବରୁ ବର୍ଷା ମଧ୍ୟ କଟକ ଫ୍ୟାମିଲି କୋର୍ଟରେ ଅନୁଭବଙ୍କଠାରୁ ଭରଣ ପୋଷଣ ପାଇଁ ଆବେଦନ କରିଥିଲେ । ଯେଉଁଥିରେ ଅନୁଭବଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ସବୁ ବାଢିଥିଲେ ବର୍ଷା ପ୍ରିୟଦର୍ଶିନୀ । ଏହି ଷ୍ଟାର କପଲଙ୍କ ଭିତରେ ବିବାଦ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଦୁହେଁ ଦୁହିଁଙ୍କ ବିରୋଧରେ ଅତି ସାଂଘାତିକ ଅଭିଯୋଗ ସବୁ ବାଢିଆସୁଛନ୍ତି । ସୋସିଆଲ ମିଡିଆରେ ପରସ୍ପରକୁ ଆକ୍ଷେପ କରି ଫଟୋ ଓ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି ।

ଏହି ବିବାଦ ଭିତରେ କିନ୍ତୁ ଅନୁଭଙ୍କ ସହିତ ରହିବାକୁ ଚାହୁଁଛନ୍ତି ବର୍ଷା । ତାଙ୍କ ଘର ଛାଡିବାକୁ ବି ପ୍ରସ୍ତୁତ ନୁହନ୍ତି । ସେପଟେ ଅନୁଭବଙ୍କ ଏକା ଜିଦ ବର୍ଷା ତାଙ୍କ ଘର ଛାଡି ଚାଲିଯାଆନ୍ତୁ । କାରଣ ସେ ଏହି ବିବାଦ ବନ୍ଧନରୁ ମୁକ୍ତ ହେବାକୁ ଚାହୁଁଛନ୍ତି ।

ଅନୁଭବଙ୍କ ଅତି ନିକଟରେ ଛିଡା ହୋଇଥିବା ଜାଗୃତି ଶୁକ୍ଳା ଜଣେ ପେଷାଦାର ସାମ୍ବାଦିକା । ରାଜ୍ୟସଭା ଟିଭିରେ ଖବର ଉପସ୍ଥାପନା କରନ୍ତି । ବର୍ଷାଙ୍କ ସହ ଅନୁଭବଙ୍କ ବିବାଦ ସମୟରେ ଚର୍ଚ୍ଚାକୁ ଆସିଥିଲେ ଏହି ଯୁବତୀ । ଆଉ ଏବେ ଅନୁଭବ ଏହି ଫଟୋ ପୋଷ୍ଟ କରିବା ପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ବର୍ଷାଙ୍କ ସହ ବୈବାହିକ ସଂପର୍କ ଛିନ୍ନ କରି ଜାଗୃତିଙ୍କ ଆହୁରି ନିକଟତର ହେବାକୁ ଚାହୁଁଛନ୍ତି କି ଅନୁଭବ? ହାତରେ ଚା’ କିମ୍ବା କଫି କପ ଧରି ଅନୁଭବ ଓ ଜାଗୃତି ଖୁବ ପାଖାପାଖି ଛିଡା ହେବା ଦୁହିଁଙ୍କ ଭିତରେ ଘନିଷ୍ଠତାକୁ ଦର୍ଶାଉ ନାହିଁ କି? ଜାଗୃତିଙ୍କୁ ଜଣେ ଅତି ସୁନ୍ଦର ବନ୍ଧୁ ବୋଲି ବର୍ଣ୍ଣନା କରିବା ସହ ଆବଶ୍ୟକ ସମୟରେ ସେ ତାଙ୍କ ପାଇଁ ଏକାଧିକ ନିଃସ୍ୱାର୍ଥପର ବନ୍ଧୁ ତିଆରି କରିଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି । ଯେଉଁମାନେ ତାଙ୍କୁ କେବଳ ଖୁସି ଆଣି ଦେଇଛନ୍ତି ।

from Kanak News
via <a href="https://ifttt.com/?

ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ଆସନ୍ତାକାଲି ଛତିଶା ନିଯୋଗ ବୈଠକ । ଜଗା ଦର୍ଶନ ନେଇ ହେବ ଆଲୋଚନା

କନକ ବ୍ୟୁରୋ : ଆସନ୍ତାକାଲି ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ଗୁରୁତ୍ୱପୂର୍ଣ୍ଣ ଛତିଶାନିଯୋଗ ବୈଠକ ବସିବ । ମନ୍ଦିର ଖୋଲିବା ନେଇ ଏହି ବୈଠକରେ ଆଲୋଚନା କରାଯିବ । ଆଲୋଚନା ପୂର୍ବରୁ କନକ ନ୍ୟୁଜକୁ ସାକ୍ଷାତକାର ଦେଇ ପୁଷ୍ପାଳକ ନିଯୋଗ, ଦଇତାପତି ନିଯୋଗ ଓ ପାଣିଆ ନିଯୋଗର ସଂପାଦକମାନେ କହିଛନ୍ତି ମନ୍ଦିର ଖୋଲିବା ଆବଶ୍ୟକ ଏବଂ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇବା ପାଇଁ ଅପେକ୍ଷା କରିଛି । ଦୀର୍ଘ ୯ ମାସ ହେବ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି ।

କରୋନା ମହାମାରୀ ଦୀର୍ଘ ଦିନ ହେବ ବନ୍ଦ ରହିଛି ଶ୍ରୀମନ୍ଦିର । ଏଥିପାଇଁ ଗତ ୯ ମାସ ହେବ ଜଗା ଦର୍ଶନରୁ ବଞ୍ଚିତ ଅଛନ୍ତି ଭକ୍ତ । ହେଲେ ମହାମାରୀକୁ ଆଖି ଆଗରେ ରଖି ପ୍ରଶାସନ ମନ୍ଦିରକୁ ବନ୍ଦ ରଖିଛନ୍ତି । ଆଉ ସାଧାରଣ ଦର୍ଶନ ମଧ୍ୟ ବନ୍ଦ ରହିଛି । ହେଲେ ମନ୍ଦିର ଭିତରେ ମହାପ୍ରଭୁଙ୍କ ସବୁ ନୀତିକାନ୍ତି ନିୟମ ଅନୁସାରେ ଜାରି ରହିଛି ।

ବର୍ତ୍ତମାନ ରାଜ୍ୟରେ କୋଭିଡ ସ୍ଥିତି ଧିରେ ଧିରେ ସୁଧୁରିବାରେ ଲାଗିଛି । ଏଭଳି ସ୍ଥିତିରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଅନଲକ ମଧ୍ୟ ଆରମ୍ଭ କରି ସାରିଛନ୍ତି । ଅନ୍ୟ କିଛି ରାଜ୍ୟରେ ମନ୍ଦିର ଖୋଲା ହୋଇଯାଇଛି । ହେଲେ ଓଡିଶାରେ ରାଜ୍ୟ ସରକାର ମନ୍ଦିର ଖୋଲିବାକୁ ଅନୁମତି ଦେଇ ନାହାନ୍ତି । ତେଣୁ ଏଭଳି ପରିସ୍ଥିତିରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଚାହିଁ ବସିଛନ୍ତି ।

from Kanak News
via <a href="https://ifttt.com/?

ମୋବାଇଲରୁ ମିଳିବ କି ପରୀ ହତ୍ୟାକାରୀର ସୁରାକ୍? ଜଣେ କଲେଜ ଛାତ୍ର ଆଡକୁ କେନ୍ଦ୍ରୀଭୂତ ହୋଇଛି ଏସଆଇଟି ତଦନ୍ତ, ପରୀ ମୃତ୍ୟୁ ମାମଲାରେ ଆସୁଛି ରୋଚକ ମୋଡ ।

କନକ ବ୍ୟୁରୋ : ପରୀ ହତ୍ୟା ଘଟଣାରେ ଏସଆଇଟି ତଦନ୍ତ ବେଳେ ଏକ ରୋଚକ ମୋଡ ସାମ୍ନାକୁ ଆସିଛି । ପରୀ ଘର ନିକଟରେ ଥିବା ଜଣେ ୧୮ ବର୍ଷିୟ ଯୁବକର ମୋବାଇଲ୍ ଫୋନରେ ଝୁଂଟି ହୋଇପଡିଥିଲା ଏସଆଇଟିର ତଦନ୍ତ । ପୂର୍ବରୁ ଏହି ଯୁବକର ମୋବାଇଲକୁ ପୁଲିସ ସିଜ୍ କରିଥିଲା । କିନ୍ତୁ ମୋବାଇଲ ଭିତରେ ଥିବା ଏକ ଫୋଲଡରକୁ ପୁଲିସ ବହୁ ଚେଷ୍ଟା କରି ବି ଖୋଲିପାରିନଥିଲା । କାରଣ ଏହାକୁ ପାସୱାର୍ଡ ଦେଇ ଲକ୍ କରାଯାଇଥିଲା । ଏହି ପାସୱାର୍ଡ ପାଇଁ ସେହି ଯୁବକ ପାଖରେ ପହଂଚିଥିଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ।

ପରୀ ମାମଲାର ଛାନଭିନ କରିବାକୁ ଯେତେଥର ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଯଦୁପୁର ଗାଁକୁ ଯାଉଛନ୍ତି, ଏହି ବହୁଚର୍ଚ୍ଚିତ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିବା ନେଇ ଉତ୍କଣ୍ଠା ସେତିକି ବଢିବଢି ଯାଉଛି । ହେଲେ ତଦନ୍ତ କେତେ ବାଟ ଗଲା? କେଉଁମାନଙ୍କ ଉପରେ ସନ୍ଦେହ କରୁଛି ଯାଂଚକାରୀ ଦଳ? ଏପରିକି ପରୀକୁ ହତ୍ୟା କରାଯାଇଛି ନା ବଳି ଦିଆଯାଇଛି? ଏହିଭଳି ଏକାଧିକ ପ୍ରଶ୍ନ ଏବେ ବି ସମସ୍ତଙ୍କୁ ଆନ୍ଦୋଳିତ କରୁଛି । ଏବେ ଏହି ମାମଲାରେ ଏସଆଇଟିର ତଦନ୍ତ ଜଣେ କଲେଜ ଛାତ୍ରଙ୍କ ଉପରେ କେନ୍ଦ୍ରୀଭୂତ ହୋଇଥିବା ଜାଣିବାକୁ ମିଳିଛି । ଗତକାଲି ଯଦୁପୁର ଗାଁରେ ପହଞ୍ଚି ସଂପୃକ୍ତ ଛାତ୍ରଙ୍କୁ ପଚରା ଉଚରା କରିଥିଲେ ଖୋଦ ଏସଆଇଟି ମୁଖ୍ୟ ।

ମିଳିଥିବା ସୂଚନା ଅନୁସାରେ କିଛିଦିନ ତଳେ ଏହି ଛାତ୍ରଙ୍କ ରକ୍ତ ଓ ଲାଳ ଆଦି ପରୀକ୍ଷା କରାଇଥିଲା ଏସଆଇଟି । ଏପରିକି ଗତ ୨ ତାରିଖରୁ ତାଙ୍କ ମୋବାଇଲ ଫୋନକୁ ସାଙ୍ଗରେ ନେଇ ଯାଇଥିଲା । ହେଲେ ମୋବାଇଲରେ କିମ୍ବା ସେଥିରେ ଥିବା କିଛି ଫାଇଲରେ ପାସୱାର୍ଡ ପକାଇ ରଖିଥିବାରୁ ଏହାକୁ ଖୋଲିପାରିନଥିଲେ ଏସଆଇଟି କର୍ତ୍ତୃପକ୍ଷ । ଯେଉଁଥିପାଇଁ ପାସୱାର୍ଡ ଖୋଲିବାକୁ ପୁଣି ସେହି ଛାତ୍ରଙ୍କ ନିକଟକୁ ଯଦୁପୁର ଆସିଥିଲେ ଏସଆଇଟି ମୁଖ୍ୟ । ହେଲେ ଛାତ୍ରଜଣକ କୌଣସି ପାସୱାର୍ଡ ପକାଇନଥିବା କହିବାରୁ ବିରକ୍ତି ପ୍ରକାଶ କରିବା ସହ ପୁନର୍ବାର ମୋବାଇଲଟିକୁ ସାଙ୍ଗରେ ନେଇଯାଇଛନ୍ତି ।

ତେବେ କାହିଁକି ଏହି ଯୁବକଙ୍କ ଉପରେ କେନ୍ଦ୍ରୀଭୂତ ହୋଇଛି ଯାଂଚକାରୀ ଦଳର ତଦନ୍ତ । ପରୀ ହତ୍ୟାକାରୀ ସଂପର୍କରେ କିଛି ଠୋସ ସୂଚନା ପାଇଛି କି କ୍ରାଇମବ୍ରାଂଚ ଏସଆଇଟି । ପଚରା ଉପରା ପରେ ଜଣାପଡିଛି ପରୀ ନିଖୋଜ ହେବା ପୂର୍ବଦିନ ଏହି ଯୁବକଙ୍କଠାରୁ ଜାମୁକୋଳି ଖାଇଥିଲା । ତେବେ ଏହି ମୋବାଇଲରେ ଏମିତି କ’ଣ ଅଛି ଯାହାକୁ ପାସୱାର୍ଡ ପକାଇ ରଖାଯାଇଛି । ଏବଂ ଏସଆଇଟି କାହିଁକି ଏହି ମୋବାଇଲ ପଛରେ ପଡିଛି ତାହା ହିଁ ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ହୋଇଛି ।

from Kanak News
via <a href="https://ifttt.com/?

୪ ବର୍ଷ ହେଲା ଜେଲର ଅନ୍ଧାର କୋଠରୀରେ ଡି-ବ୍ରଦର୍ସ  । ହେଲେ ଘରେ ଚାଲିଛି କ୍ରାଇମ ସିଣ୍ଡିକେଟ୍ । ବନ୍ଧୁକ ସହ ହଜାରେରୁ ଅଧିକ ଗୁଳି ଜବତ ।

କନକ ବ୍ୟୁରୋ : ବୋଧହୁଏ ଏତେ ପରିମାଣର ବନ୍ଧୁକ ଓ ଗୁଳି, ପୂର୍ବରୁ ରାଜ୍ୟର କୌଣସି ଗ୍ୟାଙ୍ଗଷ୍ଟରଙ୍କ ଘରୁ ଜବତ କରି ନଥିବ ପୁଲିସ । ଏପରିକି ମାଓ କ୍ୟାମ୍ପରୁ ଏତେ ଗୁଳି ଜବତ ହେବା ଘଟଣା ବି ବିରଳ । ଏହି ଭିଜୁଆଲକୁ ନଦେଖିଲେ ଆପଣ ବିଶ୍ୱାସ କରିପାରିବେନି ଯେ ଜଣେ ଗାଙ୍ଗଷ୍ଟରଙ୍କ ଘରେ ରହିଛି ଏତେ ପରିମାଣର ଅସ୍ତ୍ରଶସ୍ତ୍ର । ହଜାରେ ଅଧିକ ଗୁଳି, ଭଳି କି ଭଳି ଅତ୍ୟାଧୁନିକ ବନ୍ଧୁକ ଦେଖିଲେ, ଲାଗିବ ସତେ ଯେପରି ବ୍ୟବସ୍ଥା ବିରୋଧରେ ଲଢ଼େଇ ପାଇଁ ପ୍ରସ୍ତୁତି ଚାଲିଛି । ତେବେ ଏସବୁ ବାହାରିଛି ଗାଙ୍ଗଷ୍ଟର ଧଳବ୍ରଦର୍ସଙ୍କ ଘରୁ । ଯେଉଁ ଗାଙ୍ଗଷ୍ଟର ଭାଇ ୪ ବର୍ଷ ହେଲା ଜେଲର ଅନ୍ଧାରୀ କୋଠରୀରେ ଦିନ କାଟୁଛନ୍ତି ।

ଧଳସାମନ୍ତ ଜେଲରେ ରହିବା ପରେ ସେମାନଙ୍କ ନେଟ୍ୱର୍କ ଦୁର୍ବଳ ହୋଇପଡିଛି ବୋଲି ଯାହା ଅନୁମାନ କରାଯାଉଥିଲା, ତାହା ମିଛ ବୋଲି ପ୍ରମାଣିତ ହୋଇଛି । କଟକ ସିଡିଏ ସ୍ଥିତ ଗାଙ୍ଗଷ୍ଟରର ଘରେ ଚଢ଼ାଉ ପରେ ୧୭ଟି ବନ୍ଧୁକ ଓ ହଜାରେ ୯୫ ଗୁଳି ଜବତ କରିଛି କମିସନରେଟ୍ ପୋଲିସ । ଚୌଦ୍ୱାର ଜେଲର ଜଣେ ଚୋରା ବନ୍ଧୁକ କାରବାରର ଅଭିଯୁକ୍ତକୁ ପୋଲିସ ପଚରା ଉଚରା କରିବା ପରେ ଜଣାପଡିଥିଲା ଯେ ବିହାରରୁ ଧଳବ୍ରଦର୍ସଙ୍କ ସହଯୋଗୀଙ୍କ ପାଖକୁ ଯାଉଛି ଚୋରା ବନ୍ଧୁକ ଓ ଗୁଳି । ଏହି ତଥ୍ୟକୁ ଆଧାର କରି ଗୁରୁବାର ରାତି ୮ଟାରୁ ଶୁକ୍ରବାର ଦିନ ୧୨ ଟା ପର୍ଯ୍ୟନ୍ତ ଚାଲିଥିଲା ପ୍ରାୟ ୧୬ ଘଂଟା ଧରି ପୋଲିସ ରେଡ୍ କରିଥିଲା । ସମୟ ଯେତିକି ଗଡୁଥିଲା, ଧଳସାମନ୍ତ ଘରୁ ବନ୍ଧୁକ ଓ ଗୁଳିର ପରିମାଣ ସେତିକି ବଢ଼ି ଚାଲିଥିଲା । ଯାହାକୁ ଦେଖି ତାଜୁବ ହୋଇ ଯାଇଥିଲେ ପୋଲିସ ଅଧିକାରୀ ।

କମିସନରେଟ୍ ପୋଲିସ ଅନୁମାନ କରୁଛି, କେବଳ ନିଜ ବ୍ୟବହାର ପାଇଁ ନୁହେଁ, ଜେଲ ଭିତରୁ ବନ୍ଧୁକ ସ୍ମଗଲିଂର ବଡ଼ କାରବାର ଚଳାଇଥିଲା ଧଳବ୍ରଦର୍ସ । ନିଜ ଗାଙ୍ଗକୁ ବଡ଼ କରୁଥିଲା, ଅନ୍ୟ ଅପରାଧୀଙ୍କୁ ଯୋଗାଉଥିଲା ବନ୍ଧୁକ ଓ ଗୁଳି । ପୋଲିସ ସଂଦେହ କରୁଛି, ଆହୁରି ବହୁ ପରିମାଣର ବନ୍ଧୁକ ଧଳସାମନ୍ତ ଘରେ ରହିଛି କିମ୍ବା ସେମାନଙ୍କ ସହଯୋଗୀ ଘରେ ଲୁଚାଇ ରଖାଯାଇଛି । ଏହି ମାମଲାରେ ୮ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଦୁଇ ଭାଇଙ୍କୁ ରିମାଣ୍ଡରେ ଆଣି ପୂରା କ୍ରାଇମ୍ ସିଣ୍ଡିକେଟ୍କୁ ଧରିବାକୁ ଯୋଜନା କରିଛି ପୋଲିସ ।

ସୁଶାନ୍ତ ଧଳସାମନ୍ତ ଓ ସୁଶୀଲ ଧଳସାମନ୍ତ, ଏହି ଦୁଇ ଭାଇ ଟ୍ୱିନ୍ ସିଟିରେ ଆଡ୍ଡା ଜମାଇଥିଲେ ବି ସାରା ଓଡ଼ିଶାରେ ତାଙ୍କର ନେଟ୍ୱକ୍ ଚାଲିଥିଲା । ୨୦୧୬ରେ ଦୁଇ ଭାଇଙ୍କୁ ସେମାନଙ୍କ ଭୁବନେଶ୍ୱର ପୋଖରୀପୁଟ ଘରୁ ଗିରଫ କରିଥିଲା କମିସନରେଟ୍ ପୋଲିସ । ହତ୍ୟା, ଅପହରଣ, ଦାବାବଟି, ବନ୍ଧୁକ ସ୍ମଗଲିଂ ଠାରୁ ଆରମ୍ଭ କରି ଟେଣ୍ଡର ଫିକ୍ସି ଭଳି ସଂଗୀନ ମାମଲା ରହିଥିଲା ଏହି ଦୁଇ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ । ସେହିଦିନଠାରୁ ସେମାନେ ଜେଲରେ ରହିଥିଲେ । ସମସ୍ତେ ଭାବୁଥିଲେ ଏହି ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କ କ୍ରାଇମ୍ ସିଣ୍ଡିକେଟ୍ ଭୁଶୁଡି ପଡିଛି । ହେଲେ, ଏବେ ଲାଗୁଛି ଦୁଇ ଭାଇର ଅପରାଧ ସାମ୍ରାଜ୍ୟ ଏହାରି ଭିତରେ ବହୁଗୁଣିତ ହୋଇଛି । ଜେଲରେ ଗାଙ୍ଗଷ୍ଟର ରହିଛି, କିନ୍ତୁ ତାରି ଇଙ୍ଗିତରେ ଚାଲିଛି କ୍ରାଇମ୍ ଓ କଳା କାରବାର ।

from Kanak News
via <a href="https://ifttt.com/?

ଜାମିନ ପାଇଁ ହାଇକୋର୍ଟ ଗଲେ ପ୍ରଦୀପ ପାଣିଗ୍ରାହୀ । ପୂର୍ବରୁ ଏଡିଜେ କୋର୍ଟରେ ଜାମିନ ଆବେଦନ ଖାରଜ ହୋଇଥିଲା ।

କନକ ବ୍ୟୁରୋ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲାରେ ଗିରଫ ହୋଇଥିବା ଶ୍ରୀ ପାଣିଗ୍ରାହୀଙ୍କ ଜାମିନ ଗତ ୭ ତାରିଖ ଦିନ ଭୁବନେଶ୍ୱରର ଅତିରିକ୍ତ ଦୌରା ଜଜ୍ ଅଦାଲତରେ ଖାରଜ ହେବା ପରେ ସେ ହାଇକୋର୍ଟରେ ଜାମିନ ଆବେଦନ ଦାୟର କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ଗତ ନଭେମ୍ବର ୨୭ ତାରିଖରେ ଗିରଫ ହୋଇ ଜେଲ ଯାଇଥିଲେ। ଏହାପରେ ଟାଟା ମୋଟର୍ସରେ ନକଲି ଏମଡ଼ି ସାଜି କୋଟି କୋଟି ଟଙ୍କା ଆକାଶ ଠକିଥିବା ଅଭିଯୋଗ ହୋଇଥିଲା।

ଏ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରିବା ସହିତ ଗତ ଡିସେମ୍ବର ୩ରେ ଶ୍ରୀ ପାଣିଗ୍ରାହୀଙ୍କୁ ଗିରଫ କରିଥିଲା। ଦୌରା ଅଦାଲତରେ ଶ୍ରୀ ପାଣିଗ୍ରାହୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ରାଜନୈତିକ ଅଭିସନ୍ଧି ରଖି ତାଙ୍କୁ ଫସାଇ ଦିଆଯାଇଛି ।

from Kanak News
via <a href="https://ifttt.com/?

ପ୍ରସିଦ୍ଧ କୋରିଓଗ୍ରାଫର ରେମୋ ଡିସୋଜା ଅସୁସ୍ଥ । ହାର୍ଟ ଆଟାକ୍ କାରଣରୁ କୋକିଳାବେନ ହସ୍ପିଟାଲରେ ଭର୍ତ୍ତି

କନକ ବ୍ୟୁରୋ : ବିଶିଷ୍ଠ କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ହାର୍ଟ ଆଟାକରେ ଶିକାର ହୋଇଛନ୍ତି । ତାଙ୍କୁ କୋକିଳାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ତାଙ୍କର ବଦ୍ଭଶସକ୍ଟକ୍ଟ୍ରକ୍ଷବଗ୍ଦଗ୍ଧଚ୍ଚ ଅପରେଶନ ହୋଇଥିବା ସୂଚନା ମିଳିଛି  । କୁହାଯାଇଛି କି ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।
ସୂଚନା ମୁତାବକ ରେମୁ ଡିସୋଜାଙ୍କୁ ଶୁକ୍ରବାର ୨.୩୦ ମିନିଟ୍ ସମୟରେ ହାର୍ଟ ଆଟାକ୍ ହୋଇଥିଲା । କୁହାଯାଇଛି କି ରେମୋଙ୍କ ହାଟରେ ଥିବା ବ୍ଲକେଜ କାଢିଦେବା ପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କ ସହିତ ତାଙ୍କ ସ୍ତ୍ରୀ ଲିଜେଲ ରହିଛନ୍ତି ।
କହିରଖୁ କି ରେମୋଙ୍କ ଅସୁସ୍ଥତା ଖବର ବଲିଉଡର ଅନ୍ୟତମ କୋରିଓଗ୍ରାଫର ଅହମ୍ମଦ ଖାନ ଏକ ଜାତୀୟ ଗଣମାଧ୍ୟକୁ ସୂଚନା ଦେଇଥିଲେ। ରେମୋ ଅହମ୍ମଦଙ୍କ ସହ ଦୀର୍ଘ ୬ ବର୍ଷ କାଲ କରିଥିଲେ । ସେ କେତକ ସିନେମା ଅହମ୍ମଦ ଖାନଙ୍କ ସହଯୋଗୀ ଭାବେ ବି କାମ କରିଛନ୍ତି ।
ରେମୋଙ୍କ କଥା କୁହାଗଲେ ସେ ବଲିଉଡର ଜଣେ ଜଣାଶୁଣା କୋରିଓଗ୍ରାଫର ଭାବେ ନାମ କମାଇଛନ୍ତି । ବଲିଉଡରେ ଅନେକ ବଡ ବଡ ସିନେମାରେ ସେ କାମ କରିଛନ୍ତି । ସେ ତାଙ୍କର କ୍ୟାରିଅର ୧୯୯୫ ରେ ଆରମ୍ଭ କରିଥିଲେ ।
ସେ କୋରିଓଗ୍ରାଫି କରିଥିବା ସିନେମା ମଧ୍ୟରେ ତହଜୀବ, ଷ୍ଟୁଡେଣ୍ଟ ଅଫ୍ ଦି ଇୟର, ୟେ ଯବାନୀ ହେ ଦିୱାନୀ, ଏବିସିଡି ୨, ବାଜିରାଓ ମସ୍ତାନୀ, ଓ କଳଙ୍କ ବକ୍ସ ଅଫିସ୍ ରେ ବେସ ହିଟ୍ ହୋଇଥିଲା । ଏହି ସବୁ ସିନେମା ପାଇଁ ବି ତାଙ୍କୁ ଅନେକ ପୁରସ୍କାର ମିଳିଛି ।
କୋରିଓଗ୍ରାଫି ସହ ରେମୋ ନିର୍ଦ୍ଦେଶକ ଭାବେ ବି କାମ କରିଛନ୍ତି । ସେ ଫ୍ଲାଇଙ୍ଗ୍ ଜେଟ୍,ରେସ୍ ୩ , ଫାଲତୁ, ଏବିସିଡି, ଏବିସିଡି-୨ ଓ ଷ୍ଟ୍ରିଟ୍ ଡ୍ୟାନସର ଭଳି ସିନେମାରେ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି ।
ବଲିଉଡ ବ୍ୟତିତ ଟିଭି ଦୁନିଆରେ ବି ରେମୋ ବେସ୍ ପରିଚିତ । ସେ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ଭଳି ପ୍ରତିଯୋଗିତା ମୂଳକ ସୋ ରେ ଜଜ୍ ଭାବେ ଦାୟିତ୍ୱ ତୁଲାଇଛନ୍ତି । ଏହା ବ୍ୟତିତ ଝଲକ୍ ଦିଖି ଲାଜା, ନଚ ବଲିଏ, ଓ ଡ୍ୟାନ୍ସ ପ୍ଲସ ଭଳି କାର୍ଯ୍ୟକ୍ରମରେ ବି ଜଜ୍ ଭାବେ ଦାୟିତ୍ୱ ତୁଲାଇଛନ୍ତି ।

from Kanak News
via <a href="https://ifttt.com/?

୫ ଦିନିଆ ରିମାଣ୍ଡରେ ଗଲେ ଆକାଶ ପାଠକ । ଆକାଶ ପାଠକଙ୍କୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ ।

କନକ ବ୍ୟୁରୋ : ୫ ଦିନିଆ ରିମାଣ୍ଡରେ ଗଲେ ଆକାଶ ପାଠକ । ଆକାଶ ପାଠକଙ୍କୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ଜାଲିିଆତି, ଠକେଇ, ଷଡଯନ୍ତ୍ର ମାମଲାରେ ତାଙ୍କୁ ପଚରାଉଚରା କରାଯିବ । ଆଜି କୋର୍ଟରେ ହାଜର ହୋଇଥିଲେ ପାଠକ ବାପ-ପୁଅ । ଭୁବନେଶ୍ୱର ଏସଡ଼ିଜେଏମ୍ କୋର୍ଟରେ ହାଜର ହେବା ପରେ ତାଙ୍କୁ ଆଜି ରିମାଣ୍ଡରେ ନିଆଯାଇଛି ।

ଏହାସହ ଆକାଶଙ୍କ ନୂଆ ମାମଲାକୁ ନେଇ କୋର୍ଟକୁ ଅବଗତ କରାଯାଇଛି । ୬୫ ଲକ୍ଷ ଠକେଇ ମାମଲାରେ ମଧ୍ୟ କୋର୍ଟଙ୍କୁ ଅବଗତ କରରଯାଇଛି । ଟଙ୍କା ଠକେଇ ନେଇ ଖାରବେଳ ଥାନାରେ ମାମଲା ରହିଛି । ଆକାଶଙ୍କ ବିରୋଧରେ ୪୧୯, ୪୨୦, ୪୬୮, ୪୭୧ ୫୦୬, ୩୪ ଆଇପିସି ଦଫା ଲାଗିଛି । ଭିଜିଲାନ୍ସ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲରେ ଥିଲେ ଅଭୟକାନ୍ତ ପାଠକ ଏବଂ ଆକାଶ ପାଠକ । କୋର୍ଟରେ ହାଜର ବେଳେ ଆକାଶ ପାଠକ କହିଛନ୍ତି ଯେ ତାଙ୍କ ପାଖରେ ସବୁ ପ୍ରମାଣ ଅଛି, ସେ କୋର୍ଟକୁ ଦେବେ ।

ଏହା ସହ ସେ କାହାକୁ ଠକି ନଥିବା କହିଛନ୍ତି । ସେପଟେ ଆକାଶ ପାଠକଙ୍କୁ ଆଜିଠାରୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଂଚ । ଟାଟା ମୋଟର୍ସର ଠକେଇ ସିଣ୍ଡିକେଟର ଅଧିକ ଖୋଳତାଡ ପାଇଁ ଆକାଶଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଭୁବନେଶ୍ୱର ଏସଡିଜେଏମ କୋର୍ଟ ଅନୁମତି ଦେଇଛନ୍ତି । ଝାରପଡା ଜେଲରୁ ଆକାଶଙ୍କୁ କ୍ରାଇମବ୍ରାଂଚ ମୁଖ୍ୟାଳୟ ନେବା ପାଇଁ ଟିମ୍ ଏବେ ଜେଲରେ ପହଂଚି ସାରିଛନ୍ତି ।

from Kanak News
via <a href="https://ifttt.com/?

ବିହାର ମୁଙ୍ଗେରରୁ ଡି-ବ୍ରଦର୍ସଙ୍କ ଘରକୁ ଆସୁଥିଲା ବନ୍ଧୁକ । ଜେଲରେ ରହି ଅପରାଧ ସାମ୍ରାଜ୍ୟ କେମିତି ଅପରେଟ୍ କରୁଥିଲେ ଧଳସାମନ୍ତ? ଅଧିକ ତଥ୍ୟ ପାଇଁ ଦୁଇ ଭାଇଙ୍କୁ ରିମାଣ୍ଡରେ ନେଇ ପାରେ ପୁଲିସ

କନକ ବ୍ୟୁରୋ : ଧଳସାମନ୍ତଙ୍କ ଘରେ ପୋଲିସ ଚଢାଉ ନେଇ ସାମ୍ବାଦିକ ସମ୍ମିଳନ କରି ପୁରା ତଥ୍ୟ ଦେଇଛନ୍ତି ପୁଲିସ କମିଶନର । ଧଳସାମନ୍ତଙ୍କ ଘରୁ ୧୬ଟି ବନ୍ଧୁକ, ହଜାରେ ୯୫ଟି ଗୁଳି ମିଳିଛି । ଏକ ସିକ୍ରେଟ ଚାମ୍ବର ଭିତରେ ଏସବୁ ଲୁଚାଇ ରଖାଯାଇଥିଲ । ଏହି ବନ୍ଧୁକ ଗୁଡ଼ିକ ବିହାରର ମୁଙ୍ଗେରରୁ ଆସୁଥିଲା । ଘରେ ଆହୁରୀ ବନ୍ଧୁକ ଓ ଗୁଳି ଲୁଚାଯାଇଥାଇପାରେ ବୋଲି ପୋଲିସ ଅନୁମାନ କରୁଛି । ଧଳସାମନ୍ତ ଭାଇଙ୍କୁ ପୋଲିସ ରିମାଣ୍ଡରେ ନେବ ।

ଛିନତାଇ କରୁଥିବା ୫ଜଣଙ୍କୁ ଗିରଫ କରାଯାଇଛି । ଦାଦାବଟି ଓ ଛିନତାଇ ନେଇ ମୋଟ ୮ଜଣଙ୍କୁ ଗିରଫ କରାଯାଇଛି । ଧଳସାମନ୍ତ ବ୍ରଦର୍ସଙ୍କ ଘରେ ଆଜି ପୁଣି ପୋଲିସର ଚଢଉ କରାଯାଇଥିଲା । କଟକ ସଡିଏ ସ୍ଥିତ ଘରେ ପୁଲିସ ଚଢାଉ କରିଥିଲା । ଗତକାଲି ଚଢାଉ କରି ବନ୍ଧୁକ ଓ ମାରଣାସ୍ତ୍ର ଜବତ କରାଯାଇଥିଲା । ଖାନତଲାସି ବେଳେ କେଉଁଠୁ ଆସୁଥିଲା ମାରଣାସ୍ତ୍ର ସେ ନେଇ ପୁଲିସ ହାତରେ ତଥ୍ୟ ଲାଗିଛି ।

ଗ୍ୟାଙ୍ଗଷ୍ଟର ଘରକୁ ମାରଣାସ୍ତ୍ର ଯୋଗାଉଥିବା ବ୍ୟକ୍ତି ହେଉଛନ୍ତି ଧଳସାମନ୍ତ ବ୍ରଦର୍ସଙ୍କ କେୟାର ଟେକର । ପୋଲିସ ପୂର୍ବରୁ ଡି-ବ୍ରଦର୍ସଙ୍କ ଜଣେ ମହିଳା ସହଯୋଗୀଙ୍କୁ ଗିରଫ କରିଥିଲା । ଜେରା ବେଳେ ମିଳିଥିବା କିଛି ତଥ୍ୟ ଆଧାରରେ ପୋଲିସ ଏହି ଚଢଉ କରିଛି । ଆଗକୁ ଡି-ବ୍ରଦର୍ସଙ୍କୁ ରିମାଣ୍ଡରେ ନେଇ ଅଧିକ ଖୋଳତାଡ କରିବ ପୁଲିସ । ସେଥିପାଇଁ ଖୁବ୍ ଶୀଘ୍ର ପୁଲିସ କୋର୍ଟରେ ଆବେଦନ କରିବ ବୋଲି ସିପି କହିଛନ୍ତି ।

from Kanak News
via <a href="https://ifttt.com/?

୪ ମାସ ପରେ ବି କୁନି ଝିଅ ପିହୁର ମିଳୁନି ପତା । ଯାଜପୁର ବିଞ୍ଝାରପୁର ଅଞ୍ଚଳରୁ ନିଖୋଜ ହୋଇ ଯାଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକ 

କନକ ବ୍ୟୁରୋ : ନୟାଗଡ ଜିଲ୍ଲାର ପରୀ ହତ୍ୟାକାଣ୍ଡ ଘଟଣାକୁ ନେଇ ରାଜ୍ୟ ରାଜନୀତିର ସୃଷ୍ଟି ହୋଇଥିବା ଝଡ ଥମିବାର ନାଁ ନେଉନଥିବା ବେଳେ ଯାଜପୁର ଜିଲା ବିଂଝାରପୁର ମଧୁସୁଦନପୁର ଗାଁରୁ ଗୋଟେ ୨ ବର୍ଷର ଶିଶୁ କନ୍ୟା ୪ ମାସ ହେଲା ନିଖୋଜ ହୋଇଯାଇଛି । ନିଜ ମାମୁଁ ଘରକୁ ଆସିଥିବା ଏହି ଶିଶୁ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ କେହି ଉଠାଇନେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ଏପରିକି ଜଣେ ଅଜଣା ବ୍ୟକ୍ତି ଶିଶୁଟିକୁ ବାଇକ ଯୋଗେ ନେଇଥିବା ପରିବାର ଲୋକେ ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ମଧ୍ୟ ପୋଲିସ ଅପରାଧୀଙ୍କୁ ଧରିବାରେ ବିପଂଳ ହୋଇଛି । ସେପଟେ ଶିଶୁ ନିଖୋଜ ଘଟଣାରେ ହସ୍ତକ୍ଷେପ  କରିଛି ଜିଲା ଶିଶୁ ସୁରକ୍ଷା ୟୁନିଟ୍ । ଘଟଣାକୁ ଗୁରୁତର ସହିତ ନେଇ ଶିଶୁକୁ ଖୋଜିବା ପାଇଁ ଯାଜପୁର ଏସପିଙ୍କୁ ଚିଠିଲେଖିଛନ୍ତି ଜିଲା ଶିଶୁ ସୁରକ୍ଷା ଅଧିକାରୀ ।

ନୟାଗଡର ପରୀ ପରେ ଯାଜପୁରର ପିହୁ । ପରୀ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତି ହୁଲୁସ୍ତୁଲ ହେଉଥିବା ବେଳେ ଯାଜପୁର ବିଂଝାରପୁର ଥାନା ଅନ୍ତର୍ଗତ ମଧୁସୁଦନପୁର ଗାଁରେ ୨ ବର୍ଷର ଶିଶୁ କନ୍ୟା ପିହୁ ୪ ମାସ ହେଲେ ନିଖୋଜ ରହିଛି । ପିହୁ ମାମୁଁ ଘରେ ରହୁଥିବା ବେଳେ ଅଗଷ୍ଟ ୯ ତାରିଖ ଅପରାହ୍ଣରେ ଗାଁ ଦାଣ୍ଡରେ ଖେଳୁଥିଲା । ସେହି ସମୟରେ କେହି ଅପହରଣ କରି ନେଇଥିବା  ଅଭିଯୋଗ କରିଛନ୍ତି ପରିବାର ଲୋକେ । ଘଟଣା ସଂପର୍କରେ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ଏଯାଏଁ ପିହୁର ପତା ପାଉନି ପୁଲିସ ।

ଅଭିଯୋଗ ଅନୁସାରେ, ପିହୁକୁ କେହି ଜଣେ ବାଇକରେ ନେଇ ଯାଉଥିବା କିଛି ବ୍ୟକ୍ତି ଦେଖିଛନ୍ତି । ଏ କଥା ପୋଲିସକୁ ମଧ୍ୟ କୁହାଯାଇଛି । ତଥାପି ପିହୁ ନିଖୋଜ ଘଟଣାରେ ପୁଲିସ କୌଣସି ଠୋସ ପଦକ୍ଷେପ ନେଇନାହିଁ । ସେପଟେ କୁନି ଝିଅ ନିଖୋଜ ଘଟଣାରେ ହସ୍ତକ୍ଷେପ କରିଛି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ । ଜିଲା ଶିଶୁ ସୁରକ୍ଷା ଅଧିକାରୀ ପିହୁଙ୍କ ପରିବାରକୁ ଭେଟିବା ସହ ତୁରନ୍ତ କୁନି ଝିଅକୁ ଉଦ୍ଧାର କରିବା ପାଇଁ ଯାଜପୁର ଏସପିଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଯାଜପୁର ଏସ୍ପି ବିଂଝାରପୁର ଥାନାରେ ପହଂଚି ଘଟଣାର ତଦନ୍ତ ସ୍ଥିତି ସଂପର୍କରେ ଅନୁଧ୍ୟାନ କରିଛନ୍ତି ।

ପିହୁ ନିଜ ମାମୁଁ ଘରେ ରହୁଥିବା ବେଳେ ଏପରି ଅପହରଣର ଶିକାର ହୋଇଛି । ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରି ପିହୁକୁ ଉଦ୍ଧାର କରାନଗଲେ ପରିବାର ଲୋକେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started