କୃଷି ଆଇନ ବିରୋଧରେ ସୁପ୍ରିମକୋର୍ଟ ଗଲେ ଆନ୍ଦୋଳନରତ ଚାଷୀ । କୃଷକ ବିରୋଧୀ କୃଷି ବିଲକୁ ରଦ୍ଦ କରିବାକୁ ଅପିଲ

କନକ ବ୍ୟୁରୋ : କୁଷି କାନୁନ ର ମୁଦ୍ଦା ଏବେ ପୁଣି ସୁପ୍ରିମକୋର୍ଟ ରେ ପହଂଚିଛି । ଆଜି (ଶୁକ୍ରବାର) ଏନେଇ ଏକ ଅଭିଯୋଗ ଦାଖଲ କରି କୃଷକ ବିରୋଧୀ କୃଷି ଆଇନକୁ ରଦ୍ଦ କରିବାକୁ ଅନୁରୋଧ କରାଯାଇଛି । ଭାରତୀୟ କୃଷକ ସଂଗଠନ ଭାନୁ ଗୁଟ ତରଫରୁ ଏହି ମାମଲା ଦାୟର ହୋଇଛି । ଅଭିଯୋଗରେ ୩ ଟି ଯାକ କୃଷି ଆଇନକୁ ଅସମ୍ବିଧାନିକ ଭାବେ ଗ୍ରହଣ କରି ଏହାକୁ ରଦ୍ଦ କରିବାକୁ ଦାବି କରାଯାଇଛି ।
ସୂଚନା ଥାଉକି ଏହା ପୂର୍ବରୁ ବି ଏନେଇ ସୁପ୍ରିମକୋର୍ଟରେ ଅଭିଯୋଗ ଦାଖଲ ହୋଇଥିଲା । ଅଭିଯୋଗ ପରେ ସୁପ୍ରିମକୋର୍ଟ ତରଫରୁ ଜବାବ୍ ରଖିବାକୁ କେନ୍ଦ୍ରସରକାରଙ୍କୁ ନୋଟିସ୍ କରାଯାଇଥିଲା ।

ଅନ୍ୟପଟେ ଆଜି ଦାଖଲ କରାଯାଇଥିବା ଅଭିଯୋଗରେ ଏହି କାନୁନକୁ ଅବୈଦ୍ଧ, ଅସାମ୍ବିଧାନିକ ଓ କୃଷକଙ୍କ ଉପରେ ସ୍ୱେଚ୍ଛାଚାରିତା ବୋଲି କୁହାଯାଇଛି । ଅଭିଯୋଗକାରୀ କହିଛନ୍ତି କି ଏଭଳି ଆଇନ ଆଣି ସରକାର କୃଷକ ମାନଙ୍କ ଜମିକୁ ବହୁରାଷ୍ଟ୍ରୀୟ କମ୍ପାନୀ ମାନଙ୍କ ପାଖରେ ବନ୍ଧକ ରଖିବାକୁ ଚାହୁଁଛି । ଏହାଦ୍ୱାରା କିଛି ଦିନ ଉତ୍ପାଦିତ ସାମଗ୍ରୀର ମୂଲ୍ୟ ସରକାରୀ ଦର ଠାରୁ ଅଧିକ ମିଳିବ ତା ପରେ ମଣ୍ଡି ବ୍ୟବସ୍ଥା ଶେଷ ହୋଇଯିବ । ମଣ୍ଡି ବ୍ୟବସ୍ଥା ଶେଷ ହୋଇଗଲା ପରେ ବହୁରାଷ୍ଟ୍ରୀୟ କମ୍ପାନୀ ମାନେ ସେମାନଙ୍କ ମନ ମୁତାବକ ଦାମ ଦେଇ ଶଷ୍ୟ କିଣିବେ । କାରଣ କୃଷକଙ୍କ ପାଖରେ କିଛି ବିକଳ୍ପ ନଥିବ ।
ଅନ୍ୟପଟେ ଆନ୍ଦୋଳନରେ ସାମିଲ ଥିବା କୃଷକ ମାନଙ୍କ ଉପରେ ସରକାର ମାମଲା ଦାଖଲ କରିଛନ୍ତି । ସରକାର କହିଛନ୍ତି କି କରୋନା ମହାମାରୀ ସମୟରେ ଏତେ ଲୋକ ଏକ ସାଙ୍ଗରେ ଏକତ୍ରିତ ହେଉଥିବାରୁ ସଂକ୍ରମଣ ବଢିବା ନେଇ ଆଶଂକା ଉପୁଜୁଛି ।

from Kanak News
via <a href="https://ifttt.com/?

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାର ଭିଜିଲାନ୍ସ କରିବ ତଦନ୍ତ । ମୁଖ୍ୟମନ୍ତ୍ରୀଙ୍କ ସୁପାରିସକୁ ଗ୍ରହଣ କରି ତଦନ୍ତ ପାଇଁ ନର୍ଦ୍ଦେଶ ଦେଲେ ଲୋକାୟୁକ୍ତ

କନକ ବ୍ୟୁରୋ : ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାର ତଦନ୍ତ କରିବ ଭିଜିଲାନ୍ସ । ମୁଖ୍ୟମନ୍ତ୍ରୀଙ୍କ ସୁପାରିସକୁ ଗ୍ରହଣ କରି ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ଲୋକାୟୁକ୍ତ । ଭିଜିଲାନ୍ସ ତଦନ୍ତ କରିବା ପରେ ହୁଏତ ଖୋଲିବ ପାଠକ ବାପା-ପୁଅଙ୍କ ସହ ସଂପର୍କର ପେଡି । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଦୁର୍ନିତି ମାମଲା ରହିଛି ।

ସେହି ମାମଲାର ଭିଜିଲାନ୍ସକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ । ପ୍ରଦିପଙ୍କ ଆର୍ୟବହିର୍ଭୁତ ସମ୍ପତିର ଖୋଳତାଡ଼ କରିବ ଭିଜିଲାନ୍ସ । ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି । ୨ମାସ ଭିତରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଭିଜିଲାନ୍ସ ।

ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଥିବା ଦୁର୍ନୀତି ମାମଲାର ଲୋକାୟୂୁକ୍ତ ତଦନ୍ତ କରିବା ପାଇଁ ଗତ ୭ ତାରିଖରେ ଲୋକାୟୁକ୍ତଙ୍କୁ ସୁପାରିସ କରିଥିଲେ ମୁଖ୍ୟମନ୍ତ୍ରୀ । ଏବେ ଝାରପଡା ଜେଲରେ ଅଛନ୍ତି ପ୍ରଦୀପ ପାଣିଗ୍ରାହୀ ।

from Kanak News
via <a href="https://ifttt.com/?

ରାସ୍ତା ଉପରେ ମାନବ ଶୃଂଖଳ: ହଳଦିଆ ପେଟ୍ରୋକେମିକାଲ ଇଂଟିଗ୍ରେଟେଡ୍ ରିଫାଇନାରୀ ପ୍ଲାଂଟ ଓ ସୁବର୍ଣ୍ଣରେଖା ବନ୍ଦର ପ୍ରକଳ୍ପକୁ ଜୋରଦାର ବିରୋଧ

କନକ ବ୍ୟୁରୋ: ଭିଟାମାଟିକୁ ନିଜର କରି ରଖିବା ପାଇଁ ମାନବ ଶୃଙ୍ଖଳ । କୌଣସି ପରିସ୍ଥିତିରେ ବି କମ୍ପାନୀ ହାତରେ ଭିଟାମାଟିକୁ ଟେକି ଦିଆଯିବ ନାହିଁ । ମରିବୁ ପଛେ ଭିଟାମାଟି ଛାଡିବୁ ନାହିଁ । ଏମିତି କିଛି ଦାବି ନେଇ ରାସ୍ତା ଉପରେ ୨୪ କିଲୋମିଟର ବ୍ୟାପିି ମାନବ ଶୃଙ୍ଖଳ କରିଛନ୍ତି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ୬ଟି ପଂଚାୟତର ହଜାର ହଜାର ଲୋକ । ହଳଦିଆ ପେଟ୍ରୋକେମିକାଲ ଇଂଟିଗ୍ରେଟେଡ୍ ରିଫାଇନାରୀ ପ୍ଲାଂଟ ଓ ସୁବର୍ଣ୍ଣରେଖା ବନ୍ଦର ପ୍ରକଳ୍ପକୁ ବିରୋଧ କରୁଛନ୍ତି ଏମାନେ । ବଙ୍ଗୋପସାଗର ସଂଲଗ୍ନ ଜମ୍ବିରାଇ, ନୂଆଗାଁ, ବାଲିବିଲ, ବେତଗଡିଆ ଭଳି ୬ଟି ପଂଚାୟତର ଜାଗା ନେଇ ସେଠାରେ ଏହି ଦୁଇ ପ୍ରକଳ୍ପ କରିବା ପାଇଁ କେନ୍ଦ୍ର ସରକାର ସବୁଜ ସଂକେତ ଦେଇ ସାରିଛନ୍ତି ।

ପେଟ୍ରୋକେମିକାଲ ଇଂଟିଗ୍ରେଟେଡ୍ ରିଫାଇନାରୀ ପ୍ଲାଂଟ ଓ ସୁବର୍ଣ୍ଣରେଖା ବନ୍ଦର ହେଲେ ଏଠାରେ ସ୍ଥାନୀୟ ଅଂଚଳର ବହୁ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି କୁହାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରୀନ ସିଗନାଲ ମିଳିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ ଆରମ୍ଭ ହୋଇଛି । ହେଲେ ଏହାକୁ ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ ଉପକୂଳ ଭିଟାମାଟି ସୁରକ୍ଷା ସମିତି । ବଙ୍ଗୋପସାଗର ଉପକୂଳରେ ଥିବା ଏହି ଅଂଚଳର ଉର୍ବର ମାଟିରେ ଧାନ, ପାନ, ମୀନ, ନଡିଆ ଓ ପନିପରିବା ଚାଷ କରି ଲୋକେ ପରିବାର ପ୍ରତିପୋଷଣ କରନ୍ତି ।

ଜମିରେ କମ୍ପାନୀ ହେଲେ ଲୋକେ ଭିଟାମାଟି ହରାଇବା ସହ ଜୀବିକା ମଧ୍ୟ ହରାଇବେ । ତେଣୁ କୌଣସି ପରିସ୍ଥିତିରେ କମ୍ପାନୀ ପାଇଁ ଜମି ଦିଆଯିବ ନାହିଁ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି । ନିଜ ଦାବି ଜଣାଇବା ପାଇଁ ବାଲିଆପାଳ ପଂଚୁପାଲି ପଂଚାୟତର ଦ୍ୱାରିକା ଠାରୁ କଙ୍କଡାପାଳ ମୂହାଣ ପର୍ଯ୍ୟନ୍ତ ୨୪ କିଲୋମିଟର ଯାଏଁ ମାନବ ଶୃଙ୍ଖଳା କରିଛନ୍ତି । ୍ରଶାସନ ଯଦି ଦାବୀ ନଶୁଣେ ତେବେ ଆଗକୁ ଆନ୍ଦୋଳନ ଆହୁରୀ ଯୋରଦାର ହେବ ବୋଲି ଲୋକେ ଚେତାବନୀ ଦେଇଛନ୍ତି ।

from Kanak News
via <a href="https://ifttt.com/?

ଶଗଡ ଗାଡିରେ ବୁହା ହେଲେ ରୋଗୀ: ରାସ୍ତା ଖରାପ ଥିବାରୁ ଗାଁରେ ପହଂଚି ପାରିଲାନି ଆମ୍ବୁଲାନ୍ସ; ରୋଗୀଙ୍କୁ ଶଗଡରେ ବସାଇ ୫ କିମି ରାସ୍ତା ପାର କଲେ ସଂପର୍କୀୟ

କନକ ବ୍ୟୁରୋ: ରୋଗୀ ବୁହାହେଲେ ଶଗଡରେ । ଉପାନ୍ତ ନବରଙ୍ଗପୁର ଚନ୍ଦାହାଣ୍ଡିରେ ଶଗଡ ବନିଲା ଆମ୍ବୁଲାନ୍ସ । ରାସ୍ତା ଖରାପ ଥିବାରୁ ଗାଁରେ ପହଂଚି ପାରିଲା ନାହିଁ ୧୦୮ ଆମ୍ବୁଲାନ୍ସ । ଶଗଡ ଗାଡିରେ ରୋଗୀଙ୍କୁ ଶୁଆଇ ୫ କିଲୋମିଟର କାଦୁଆ ରାସ୍ତା ପାରି କରାଇଛନ୍ତି ସଂପର୍କୀୟ । ଏଭଳି ଅଭାବନୀୟ ଘଟଣା ଘଟିଛି ଚନ୍ଦାହାଣ୍ଡି ବ୍ଲକ ବଦେଳପାଣି ଗାଁରେ । ଗାଁର ୩ ଜଣ ବ୍ୟକ୍ତି, କୁଳେ ସାନ୍ତା, କାତି ସାନ୍ତା ଏବଂ ଘନ ସାନ୍ତା ଝାଡାବନ୍ତି ହୋଇ ଅସୁସ୍ଥ ହୋଇ ପଡିଥିଲେ ।

ସେମାନଙ୍କୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଡକା ଯାଇଥିଲା । ହେଲେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସି ପାରିଲା ନାହିଁ । ତେଣୁ ରୋଗୀଙ୍କୁ ଶଗଡ ଗାଡିରେ ବସାଇ ଆମ୍ବୁଲାନ୍ସ ପାଖକୁ ନେଇଥିଲେ ସଂପର୍କୀୟ । ପରେ ଆମ୍ବୁଲାନ୍ସ ଯୋଗେ ଚନ୍ଦାହାଣ୍ଡି ଡାକ୍ତରଖାନାକୁ ନିଆଯାଇଥିଲା । ଏବେ ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।

from Kanak News
via <a href="https://ifttt.com/?

ସଂକଟରେ ରାଜସ୍ଥାନର କଂଗ୍ରେସ ସରକାର । ପଞ୍ଚାୟତ ନିର୍ବାଚନରେ ଖରାପ ପ୍ରଦର୍ଶନ ପରେ ସମର୍ଥନ ପ୍ରତ୍ୟାହାର କଲା ଭାରତୀୟ ଟ୍ରାଇବାଲ ପାର୍ଟି

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନରେ ଖରାପ ପ୍ରଦର୍ଶନ ପରେ ଏବେ ଗେହଲଟ୍ ସରକାର ପାଇଁ ସଂକଟ ଦେଖା ଦେଇଛି । ଭାରତୀୟ ଟ୍ରାଇବାଲ ପାର୍ଟି ରାଜସ୍ଥାନ କଂଗ୍ରେସ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଛି । କିଛିଦିନ ପୂର୍ବରୁ ରାଜସ୍ଥାନ ସରକାରକୁ ଯେତେବେଳେ ବହୁମତ ଦେଖାଇବାକୁ ପଡିଥିଲା ସେତେବେଳେ ବି.ଟି.ପିର ବିଧାୟକ ମାନେ ସରକାରକୁ ସମର୍ଥନ ଦେଇ ଗେହଲଟଙ୍କ ସରକାର ଭାଙ୍ଗିବାରୁ ତାଙ୍କୁ ରକ୍ଷା କରିଥିଲେ ।

କିଛିଦିନ ମଧ୍ୟରେ ରାଜସ୍ଥାନରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେପି ଭଲ ପ୍ରଦର୍ଶନ କରିବା ସହ କଂଗ୍ରେସ ଓ ଅନ୍ୟ ଦଳ ମାନଙ୍କ ପ୍ରଦର୍ଶନ ଖରାପ ଥିଲା । ଏନେଇ ବିଟିପି  ବିଧାୟକ ମାନେ ଅଭିଯୋଗ ଆଣିଥିଲେ କି ନିର୍ବାଚନରେ କଂଗ୍ରେସ ସେମାନଙ୍କୁ ସମର୍ଥନ କରିନଥିଲା । ପଞ୍ଚାୟତ ନିର୍ବାଚନରେ ୧୮୩୩ ଟି ପଂଚାୟତରେ ବିଜେପିର ବିଜୟ ହୋଇଥିବା ବେଳେ ସରକାରରେ ଥିବା କଂଗ୍ରେସ ୧୭୧୩ ଟି ପଂଚାୟତରେ ବିଜୟୀ ହୋଇଥିଲା । ଏହା ସହ ଜିଲ୍ଲାପରିଷଦ କ୍ଷେତ୍ରରେ ବିଜେପି କଂଗ୍ରେସ ଠାରୁ ବି ଅଧିକ ଆସନରେ ବିଜୟଲାଭ କରିଥିଲା
ବର୍ତମାନ ସ୍ଥିତିରେ ବିଟିପିର ୨ ବିଧାୟକ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବା ପରେ ବି ସରକାର ଉପରେ ସେମିତି କିଛି ପ୍ରଭାବ ପଡିବ ବୋଲି ଆଶା କରାଯାଉ ନାହିଁ । କାରଣ କଂଗ୍ରେସ ପାଖରେ ଏବେବି ବହୁମତ ରହିଛି । ମାତ୍ର କିଛି ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଥିବା ବେଳେ ଏହାର ଫଳା ଫଳ ସରକାର ଉପରେ ପ୍ରଭାବ ପକାଇ ପାରେ । ରାଜସ୍ଥାନ ବିଧାନସଭାରେ ମୋଟ ୨୦୦ ଆସନ ଥିବା ବେଳେ କଂଗ୍ରେସ ପାଖରେ ୧୧୮ ବିଧାୟକ ରହିଛନ୍ତି । ହେଲେ ସେମାନଙ୍କ ମଧ୍ୟରୁ କିଛି ସ୍ୱାଧୀନ ବିଧାୟକ ଅଛନ୍ତି ।
କହିରଖୁ କି ପଞ୍ଚାୟତ ନିର୍ବାଚନ ଫଳା ଫଳ ଆସିବା ପରେ ନିଜେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କାହାରି ନାମ ନନେଇ କହିଥିଲେ କି ପୁଣି ଥରେ ସରକାର ଭାଙ୍ଗିବାକୁ ପ୍ରୟାସ ଆରମ୍ଭ ହୋଇଛି ।
କହିରଖୁ କି ଚଳିତ ବର୍ଷ ଆରମ୍ଭରେ ରାଜସ୍ଥାନ କଂଗ୍ରେସ ଦୁଇ ଭାଗରେ ବିଭକ୍ତ ହୋଇଥିଲା ସଚିନ ପାଇଲଟ ଅସନ୍ତୋଷ ପ୍ରକାଶ କରି ତାଙ୍କ ସମର୍ଥିତ ବିଧାୟକ ମାନଙ୍କୁ ନେଇ ଏକ ଟିମ୍ ଗଠନ କରିଥିଲେ । ଏହି ଡ୍ରାମା ଲମ୍ବା ସମୟ ଧରି ଚାଲିଥିଲା । ହେଲେ ଶେଷରେ ସଚିନ୍ ପାଇଲଟ ଦଳୀୟ ଶୃଙ୍ଖଳା ମାନିଥିଲେ । ହେଲେ ସେବେଠାରୁ ଆଜି ପର୍ଯ୍ୟନ୍ତ ସଚିନ୍ ପାଇଲଟଙ୍କୁ ଦଳ କୌଣସି ବଡ ପଦରେ ଅବସ୍ଥାପିତ କରିନାହିଁ । ଯାହାକୁ ନେଇ ଏବେ ବି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଭାବୁଛନ୍ତି କି ଏବେ ବି ସଚିନ ପାଇଲଟ ଗୃହଭେଦି ବିଭିଷଣ ଭାବେ କାମ କରୁଛନ୍ତି ।

from Kanak News
via <a href="https://ifttt.com/?

ରାଜ୍ୟପାଳ ଜଗଦୀପ୍ ଧନଖରଙ୍କ ମମତା ବାନାର୍ଜୀଙ୍କୁ ଚେତାବନୀ । ସମ୍ବିଧାନର ଆତ୍ମାକୁ ଚିହ୍ନିବାକୁ ଚେଷ୍ଟା କର । ନିଆଁ ସହ ଖେଳିଲେ ମହଙ୍ଗା ପଡିବ

କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆହୁରି ପାଖା ପାଖି ୬ ମାସ ବାକି ଅଛି । ହେଲେ ଏବେ ଠାରୁ ରାଜ୍ୟରେ ରାଜନୈତିକ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଆଉ ଏହି ରାଜନୈତିକ ଯୁଦ୍ଧକୁ ନେଇ ଅସହାୟ ହୋଇପଡିଛନ୍ତି ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ୍ ଧନଖର । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଶ୍ରୀ ଧନଖର କହିଛନ୍ତି କି ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଏନେଇ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରଶ୍ନ କରିଛନ୍ତି । ସେ ପଚାରିଛନ୍ତି ରାଜ୍ୟ ବହାରର ଲୋକ କିଏ ?, ଏହି ଶବ୍ଦର ଅର୍ଥ କ’ଣ ?. ଭାରତୀୟ ନାଗରିକ ମାନେ କ’ଣ ବାହାର ଲୋକ କି ? ଏଭଳି ଅସହିଷ୍ଣୁ ବିବୃତ୍ତିରୁ ମମତା ଦୂରେଇ ରୁହନ୍ତୁ ବୋଲି ସେ ମମତାଙ୍କୁ ଚେତାବନୀ ଦେଇଛନ୍ତି । ଏହା ସହ ସେ ମମତାକୁ କହିଛନ୍ତି କି ଦିଦି ନିଆଁ ସହ ଖେଳିବାରୁ ନିବୃତ୍ତ ରୁହନ୍ତୁ ଜଣେ ମୁଖ୍ୟମନ୍ତ୍ରୀ ହିସାବରେ ସମ୍ବିଧାନକୁ ଅନୁସରଣ କରନ୍ତୁ ଓ ସମ୍ବିଧାନର ଆତ୍ମାକୁ ମନେ ରଖନ୍ତୁ । ଭାରତର ନାଗରିକ ମାନେ ଭାରତ ଭିତରେ ଯେଉଁଠିକୁ ଗଲେ ବି ସେମାନଙ୍କୁ କେବେ ବାହାର ଲୋକ ହିସାବରେ ଗଣନା କରାଯାଏ ନାହିଁ । ତୁମର ଏଭଳି ଆଚରଣ ଜାରି ରହିଲେ ମୋ କାମ ଆରମ୍ଭ କରିବି ବୋଲି ପରୋକ୍ଷରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚେତାବନୀ ଦେଇଛନ୍ତି ରାଜ୍ୟାପଳ ।

ସୂଚନା ଥାଉକି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇଥିବା ବେଳେ ୨ ଦିନ ଯାକ ତାଙ୍କ ରାଲି ଉପରକୁ ଆକ୍ରମଣ ହୋଇଥିଲା । ଗତକାଲି ସେ ମମତା ବାନାର୍ଜୀଙ୍କ ସଂପର୍କୀୟ ତଥା ଡାଇମଣ୍ଡ ହାର୍ବର ର ସାଂସଦ ଅଭିଷେକ ବାନାର୍ଜୀଙ୍କ ସଂସଦୀୟ କ୍ଷେତ୍ରକୁ ଯାଉଥିବା ବେଳେ ତାଙ୍କ ଗାଡି ଉପରକୁ ତୃଣମୂଳ କଂଗ୍ରେସର କର୍ମୀ ମାନେ ଢେଲା ପଥର ମାଡ କରିଥିଲେ । ଏଥିରେ ତାଙ୍କ ଗାଡିର କାଚ ଭାଙ୍ଗିବା ସହ ବିଜେପିର ବରିଷ୍ଠ ନେତା କୈଳାଶ ବିଜୟବର୍ଗୀଙ୍କ ଗାଡି ଭାଙ୍ଗିଥିଲା ଓ ନିଜେ ବିଜୟବର୍ଗୀ ଆହତ ହୋଇଥିଲେ । ଏହି ସୂଚନା ପାଇବା ପରେ ଗୃହମନ୍ତ୍ରୀ ଅମିତ ଶାହା ଓ ରକ୍ଷମନ୍ତ୍ରୀ ରାଜନାଥ ସିଂ ଏହାକୁ କଡା ନିନ୍ଦା କରିଥିଲେ । ଏନେଇ ଆଜି କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ପଶ୍ଚିମବଙ୍ଗର ଡିଜିପି ଓ ମୁଖ୍ୟ ସଚିବଙ୍କୁ ଡିସେମ୍ବର ୧୪ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

from Kanak News
via <a href="https://ifttt.com/?

ବିପୁଳ ପରିମାଣର ଚୋରା ପିଡିଏସ ଚାଉଳ ଓ ଗହମ ଜବତ : ଲୋକଙ୍କଠୁ କମ ମୂଲ୍ୟରେ ପିଡିଏସ ସାମଗ୍ରୀ କିଣି ବଜାରରେ ଅଧିକ ଟଙ୍କାରେ କରାଯାଉଥିଲା ବିକ୍ରି

କନକ ବ୍ୟୁରୋ : ଗଂଜାମ ଜିଲ୍ଲା ତାରାସିଂ ଥାନା ଗାୟାଗଣ୍ଡା ଗାଁର ଜଣେ ବ୍ୟକ୍ତିଙ୍କ ଗୋଦାମ ଘରେ ଚଢାଉ କରି ବିପୁଳ ପରିମାଣର ପିଡ଼ିଏସ ସାମଗ୍ରୀ ଜବତ କରିଛି ତାରାସିଂ ପୋଲିସ । ୨୦ କ୍ୱିଂଟାଲ ଚାଉଲ, ୨କ୍ୱିଂଟାଲ ଗହମ ଗଛିତ ଥିବା ବେଳେ ପୋଲିସ ଚଢଉ କରି ପିଡ଼ିଏସ ସାମଗ୍ରୀ ଜବତ କରିଛି । ଜବତ ପିଡ଼ିଏସ ସାମଗ୍ରୀର ଆନୁମାନିକ ମୁଲ୍ୟ ୬୦ ହଜାର ଟଙ୍କା ହେବ ବୋଲି ବୋଲି ଜଣାପଡ଼ିଛି ।

କମ୍ ମୁଲ୍ୟ ଲୋକଙ୍କ ଠାରୁ ପିଡ଼ିଏସ ସାମଗ୍ରୀ କିଣି ଏହାକୁ ପୁନଃପ୍ୟାକିଂ କରି ଅଧିକ ଟଙ୍କାରେ ବିକ୍ରି କରାଯାଉଥିଲା । ଏନେଇ ପୋଲିସ ସୁଚନା ପାଇବା ପରେ ଚଢାଉ କରି ଗଛିତ ସାମଗ୍ରୀ ଜବତ କରି ଏଥିରେ ସମ୍ପୃକ୍ତ ଥିବା ଦୁଇ ଭାଇଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଏ.ସନ୍ତୋଷ କୁମାର ପାତ୍ର, ବାଉରୀ ପାତ୍ର । ଏମାନେ ଦୀର୍ଘଦିନ ହେଲା ଚୋରାରେ ପିଡ଼ିଏସ ସାମଗ୍ରୀ ବନାଉଥିଲେ ।

from Kanak News
via <a href="https://ifttt.com/?

ପଶ୍ଚିମବଙ୍ଗରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଗାଡି ଉପରକୁ ଆକ୍ରମଣ ଘଟଣା : ପଶ୍ଚିମବଙ୍ଗ ଡିଜିପି ଓ ମୁଖ୍ୟ ଶାସନ ସଚିବଙ୍କୁ ସମନ କଲେ କେନ୍ଦ୍ର ସରକାର

କନକ ବ୍ୟୁରୋ : ପଶ୍ଚିମବଙ୍ଗ ଡାଏମଣ୍ଡ ହାରବରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଗାଡି ଉପରକୁ ଆକ୍ରମଣ ଘଟଣା । ପଶ୍ଚିମବଙ୍ଗ ଡିଜିପି ଓ ମୁଖ୍ୟ ଶାସନ ସଚିବଙ୍କୁ ସମନ କରିଛନ୍ତି କେନ୍ଦ୍ର ସରକାର । ଗତକାଲି ନଡ୍ଡାଙ୍କ ରାଲିରେ ହୋଇଥିଲା ମରଣାନ୍ତକ ଆକ୍ରମଣ ଘଟିଥିଲା । ହାତରେ ପ୍ଲାକାର୍ଡ ଓ ଦଳୀୟ ପତାକା ଧରି ଟିଏମସି ସମର୍ଥକ ନଡ୍ଡାଙ୍କ ସହିତ ଯାଉଥିବା ସମର୍ଥକଙ୍କ ଗାଡି ଉପରକୁ ଢେଲାମାଡ କରିଥିଲେ ।

ଏଥିରେ ଜେପି ନଡ୍ଡା ଅଳ୍ପକେ ବର୍ତି ଯାଇଥିଲେ । ଦଳର ଛାମୁଆ ନେତା କୈଳାସ ବିଜୟ ବର୍ଗୀୟଙ୍କ ହାତ ଭାଙ୍ଗି ଯାଇଛି । ଅନେକ ବିଜେପି କର୍ମକର୍ତା ଆହତ ହୋଇଛନ୍ତି । ଅନେକ ଗାଡି ଭାଙ୍ଗି ଚୁରମାର ହୋଇଯାଇଛି । ଏହି ଘଟଣାରେ କେନ୍ଦ୍ର ସରକାର ଆଇନ ଶୃଂଖଳା ସ୍ଥିତି ନେଇ ରିପୋର୍ଟ ମାଗିଛନ୍ତି । ପଶ୍ଚିମବଙ୍ଗ ଡିଜିପି ଓ ମୁଖ୍ୟ ଶାସନ ସଚିବ ଏନେଇ ରିପୋର୍ଟ ଦେବେ । ଗତକାଲି ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଲୋକସଭା କ୍ଷେତ୍ରରେ ଏପରି ଆକ୍ରମଣ ଘଟିଥିଲା । ଯାହାକୁ ନେଇ ବିଜେପି ରଷ୍ଟ୍ରୀୟ ଅଧ୍ୟକ୍ଷ ସିଧାସଳଖ ପଶ୍ଚିମବଙ୍ଗ ପୋଲିସ ଭୂମିକା ଉପରେ ପ୍ରଶ୍ନ ଚିହ୍ନ ଉଠାଇଥିଲେ ।

from Kanak News
via <a href="https://ifttt.com/?

ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ବଡ ବୟାନ : କୃଷି ବିଲ ପ୍ରତ୍ୟାହାର କରିବାର କୌଣସି ସମ୍ଭାବନା ନାହିଁ; ପ୍ରକୃତ ଚାଷୀ କରୁନାହାନ୍ତି ଆନ୍ଦୋଳନ

କନକ ବ୍ୟୁରୋ : ଦିଲ୍ଲୀରେ ୧୬ ଦିନ ଧରି ଚାଲିଥିବା ଚାଷୀ ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଚାଷୀ ଆନ୍ଦୋଳନ ପଛରେ ଦେଶ ବିରୋଧିଙ୍କ ହାତ ରିହିଛି, ପ୍ରକୃତ ଚାଷୀ ଆନ୍ଦୋଳନ କରୁନାହାନ୍ତି ବୋଲି କହିଛନ୍ତି ପ୍ରତାପ ଷଡଙ୍ଗୀ । ଚାଷୀ ଆନ୍ଦୋଳନ ନାଁରେ ସେମାନେ ବିରୋଧିଙ୍କ ଭାଷା କହୁଛନ୍ତି ବୋଲି କହିଛନ୍ତି ପ୍ରତାପ ଷଡଙ୍ଗୀ ।

ସରକାର କୃଷି ବିଲ ପ୍ରତ୍ୟାହାର କରିବାରେ କୌଣସି ଆଶଙ୍କା ଦେଖାଯାଉନାହିଁ ବୋଲି ସେ କହିଛନ୍ତି । କେନ୍ଦ୍ର ସରକାରଙ୍କ କୃଷି ବିଲକୁ ଅନେକ ଚାଷୀ ସ୍ୱାଗତ କରୁଛନ୍ତି । ଏହି ବିଲ ଏକ ଐତିହାସିକ ବିଲ । ବିଲ ଯୋଗୁଁ ଦେଶର ଚାଷୀ ମାନଙ୍କର ହୀତ ହୋଇପାରିବ । ଧାନର ସହାୟକ ମୁଲ୍ୟ, ଜମିର ମାଲିକାନା ନେଇ କୌଣସି ପ୍ରକାର କ୍ଷତି ଚାଷୀ ସହିବାର ନାହିଁ ବୋଲି ପ୍ରତାପ ଷଡଙ୍ଗୀ କହିଛନ୍ତି ।

from Kanak News
via <a href="https://ifttt.com/?

ଅଭ୍ୟାସଗତ ମଦୁଆଙ୍କ ପାଇଁ ସର୍ତ୍ତକ ବାଣୀ । କରୋନା ଟିକା ନେବା ପରେ ସର୍ବନିମ୍ନ ୪୨ ଦିନ ଛାଡିବାକୁ ପଡିବ ମଦ । ଟିକା ନେବା ପରେ ମଦ ପିଇଲେ ଶରୀରରେ ପଢିବ କୁପ୍ରଭାବ

କନକ ବ୍ୟୁରୋ : କରୋନା ଟିକାକୁ କିଛି ଦେଶ ଅନୁମତି ଦେଇଥିବା ବେଳେ କିଛି ଦେଶରେ ଟିକାକରଣ ଆରମ୍ଭ ହୋଇଯାଇଛି । ଏହି ଟିକା ନେବା ପରେ ଗତକାଲି ୨ ଜଣ ଲୋକଙ୍କ ନିକଟରେ ପାଶ୍ୱର୍ ପ୍ରତିକ୍ରିୟା ଦେଖା ଦେଇଥିଲା । ହେଲେ ଏହି ଟିକା କରୋନା ସଂକ୍ରମଣ ରୋକିବାରେ କେତେ ସଫଳ ହେବ ତାହା ତ ସମୟ କହିବ । ହେଲେ ଟିକା କରଣ ପୂର୍ବରୁ ଏକ ବଡ ସଚେତନତା ବାର୍ତ୍ତା ଆସିଛି ଋଷରୁ । ଋଷିଆନ ଅଫିସିଆଲ ସାଇଟ୍ ସତ୍ତର୍କ କରିଛି କି ଟିକା ନେବାର ସର୍ବନିମ୍ନ ୨ ମାସ ପର୍ଯ୍ୟନ୍ତ ମଦ ଛାଡିବାକୁ ପଡିବ । କାରଣ କରୋନା ଟିକା ସ୍ପୁଟନିକ୍ ଭି ଶରୀରରେ ସମ୍ପୁର୍ଣ୍ଣ କାମ କରିବାକୁ ସର୍ବନିମ୍ନ ୪୨ ଦିନ ସମୟ ଲାଗିବ । ଏହି ସମୟରେ ଟିକା ନେଇଥିବା ଲୋକଙ୍କୁ ଅତ୍ୟାଧିକ ସତ୍ତର୍କତାର ଆବଶ୍ୟକତା ରହିଛି । ଏନେଇ ଋଷିଆର ଉପ-ପ୍ରଧାନମନ୍ତ୍ରୀ ଟାଟିଆନା ଗୋଲିକୋଭା ସୂଚନା ଦେଇଥିବା ନ୍ୟୁ ୟର୍କ ପୋଷ୍ଟରେ ଉଲ୍ଲେଖ ହୋଇଛି ।
ଟାଟିଆନା ନ୍ୟୁ ୟର୍କ ପୋଷ୍ଟକୁ ସୂଚନା ଦେଇ କହିଛନ୍ତି କି ଜଣେ ନାଗରିକ ଟିକା ନେବା ପରେ ଜନଗହଳି ସ୍ଥାନରୁ ଦୂରେଇ ରହିବା ଜରୁରୀ । ଏହାସହ ଆବଶ୍ୟକ ସ୍ଥଳେ ମୁହଁରେ ମାସ୍କ ଓ ସାନିଟାଇଜର ବ୍ୟବହାର ପୂର୍ବଭଳି କରିବା ଉଚିତ୍ । ଅନ୍ୟପଟେ ଟିକା ନେବାର ସର୍ବନିମ୍ନ ୨ ମାସ ଯାଏ ଆଲକହଲ ଓ ଡ୍ରଗ୍ସ ଠାରୁ ଦୂରେଇ ରହିବାର ଆବଶ୍ୟକତା ରହିଛି । ବିଶେଷ ଭାବେ ଟିକା ନେଉଥିବା ଲୋକମାନେ ଯଦି ଟିକା ନେବାର ୨ ମାସ ମଧ୍ୟରେ ଆଲକହଲ ବା ଡ୍ରଗ୍ସ ସେବନ କରନ୍ତି ତେବେ ନିଶ୍ଚିତ ଭାବେ ଟିକା ପ୍ରଭାବହୀନ ହୋଇପଡିବ କିମ୍ବା ଟିକା ନେଇଥିବା ଲୋକର ଶରୀରରେ ପାଶ୍ୱର୍ପ୍ରତିକ୍ରିୟା ଦେଖା ଦେବ ।
ଅନ୍ୟପଟେ ଋଷିଆର ଗ୍ରାହକ ସୁରକ୍ଷା ନିରୀକ୍ଷକ ରୋସପୋଟ୍ରେବଜାଡଜର ମୁଖ୍ୟ ଆନ୍ନା ପୋପାଭା ମଧ୍ୟ ଟିକାକରଣ ପରେ ଆଲକହଲ ଓ ଡ୍ରଗ୍ସ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ମୁତାବକ ବିଶ୍ୱରେ ମଦପାନ କରୁଥିବା ଲୋକଙ୍କ ମଧ୍ୟରେ ଋଷିଆର ନାଗରିକ ମାନେ ଚତୁର୍ଥ ସ୍ଥାନରେ ରହିଛନ୍ତି । ଜଣେ ଋଷିଆ ନାଗରିକ ବର୍ଷକୁ ସର୍ବନିମ୍ନ ୧୫.୧ ଲିଟର ଆଲକହଲ ସେବନ କରିଥାନ୍ତି । ଅନ୍ୟପଟେ ଏହି ସୂଚନା ଆସିବା ପରେ ଅଭ୍ୟାସଗତ ଆଲକହଲ ସେବନକାରୀଙ୍କ ପାଇଁ ସରକାର ଚିନ୍ତା ବଢିଛି । ଯେଉଁମାନେ ଦୈନିକ ଆଲକହଲ ସେବନ କରନ୍ତି ସେମାନେ ଟିକା ନେବା ପରେ କିଭଳି ୨ ମାସ ଯାଏ ବିନା ଆଲକହଲ ସେବନରେ ଜୀବନ ବିତାଇବେ ତାହା ଚିନ୍ତାର ବିଷୟ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started