ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ସିପିଆଇର ବିରୋଧ : ତୈଳ ଦରରେ ୫୩ଟଙ୍କା ଟିକସକୁ ନେଇ ରାଜମହଲ ଛକରେ ବିକ୍ଷୋଭ

କନକ ବ୍ୟୁରୋ : ରାଜଧାନୀରେ ତୈଳ ଦର ବୃଦ୍ଧିକୁ ନେଇ ପ୍ରତିବାଦ । ଆଜି ସିପିଆଇ ପକ୍ଷରୁ ଏନେଇ ଭୁବନେଶ୍ୱରରେ ପ୍ରତିବାଦ ଶୋଭାଯାତ୍ରା କରାଯାଇଛି । ବର୍ତମାନ ପେଟ୍ରୋଲ ଓ ଡିଜେଲ ଦରରେ ୫୩ ଟଙ୍କା ଟିକସ ନିଆଯିବା ପରେ ପେଟ୍ରୋଲ ଦର ୯୦ ଟଙ୍କା ଡେଇଁଲାଣି । ରାଜମହଲ ଛକରେ ବିରୋଧ ପ୍ରଦର୍ଶନ କରି ସିପିଆଇ ପକ୍ଷରୁ ଏପରି ଦରବୃଦ୍ଧି ଉପରେ ଲଗାମ ଲଗାଇବାକୁ ଦାବି କରାଯାଇଛି ।

ରାଜ୍ୟ ଓ କେନ୍ଦ୍ର ସରକାର ତୁରନ୍ତ ତୈଳ ଦରରେ ବୃଦ୍ଧିକୁ ପ୍ରତ୍ୟାହାର କରି ସାଧାରଣ ଖାଉଟିଙ୍କୁ ବଂଚିବାକୁ ସୁଯୋଗ ଦେବାକୁ ଦଳ ଦାବି କରିଛି । ତୁରନ୍ତ ତୈଳଦର ପ୍ରତ୍ୟାହାର ନହେଲେ ଆଗକୁ ସିପିଆଇ ଜୋରଦାର ପ୍ରତିବାଦ କରିବା ନେଇ ଚେତାବନୀ ଦେଇଛି ।

from Kanak News
via <a href="https://ifttt.com/?

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ: ସମସ୍ତ ଜିଲ୍ଳା ସଭାପତିଙ୍କ ସହ ପ୍ରଭାରୀ ଡି ପୁରନ୍ଦେଶ୍ୱରୀଙ୍କ ଆଲୋଚନା

କନକ ବ୍ୟୁରୋ: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ଗୁରୁତ୍ୱୂପୂର୍ଣ୍ଣ ବୈଠକ । ପ୍ରଭାରୀ ଡି ପୁରନ୍ଦେଶ୍ୱରୀଙ୍କ ଅଧ୍ୟକ୍ଷତାରେ ୪ଟି ପର୍ଯ୍ୟାୟରେ ବୈଠକ ହେବ । ସମସ୍ତ ଜିଲ୍ଲା ସଭାପତି, ପ୍ରଭାରୀ, ପଦାଧିକାରୀ, ବିଧାୟକ, ସାଂସଦ, ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ସହ ବୈଠକ ହେଉଛି । ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ କରିବା ପାଇଁ ରଣନୀତି ପ୍ରସ୍ତତ ହେଉଛି । ୩୬ ସାଂଗଠାନିକ ଜିଲ୍ଲାର ସଭାପତିଙ୍କ ସହ ବୁଥ ସ୍ତରରେ ଦଳକୁ ମଜବୁତ କରିବା ପାଇଁ ପୁରନ୍ଦେଶ୍ୱରୀ ମନ୍ତ୍ରୀ ଦେବେ । ଆଜି ଦିନ ତମାମ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବୈଠକ ଚାଲିବ ।

from Kanak News
via <a href="https://ifttt.com/?

ନୂଆ କୃଷିବିଲ୍ କୁ ନେଇ ସାମ୍ନାକୁ ଆସିଲା ବିଜେପି । ବିଲ୍ ର ଉପକାରିତା ବୁଝାଇବାକୁ ୭ ଶହ ସାମ୍ବାଦିକ ସମ୍ମିଳନୀ କରିବାକୁ ଘୋଷଣା ।

କନକ ବ୍ୟୁରୋ : ନୂତନ କୃଷିବିଲ୍ କୁ ବିରୋଧ କରି ଆଜିକୁ ୧୬ ଦିନ ହେବ ଦିଲ୍ଲୀ ସୀମାରେ କୃଷକ ମାନେ ଆନ୍ଦୋଳନ ଚଳାଇଛନ୍ତି । ବାରମ୍ବାର ସରକାର ଓ କୃଷକ ନେତା ମାନଙ୍କ ମଧ୍ୟରେ ଆଲୋଚନା ବିଫଳ ହୋଇଛି । ଏହାକୁ ନେଇ ସରକାର ଦୋଛକିରେ ଥିବା ବେଳେ କୃଷକ ମାନଙ୍କ ପ୍ରତି ଦେଶସାରା ସମର୍ଥନ ବଢିବାରେ ଲାଗିଛି । ଫଳରେ ଏନଡିଏ ସରକାରର ମୁଖ୍ୟ ଅଂଶିଦାର ଥିବା ବିଜେପିର ଛବି ଜନମାନସରେ ମଳିନ ପଡିବାରେ ଲାଗିଛି । ଏହାକୁ ନେଇ ଦଳ ଏବେ ଫ୍ରଣ୍ଟ ଫୁଟ୍ ରେ ଖେଳିବାକୁ ପ୍ରୟାସ ଆରମ୍ଭ କରିଛି । ଅର୍ଥାତ୍ ସରକାରକୁ ପଛରେ ପକାଇ ଦଳ ନିଜେ ଏବେ କୃଷକ ମାନଙ୍କ ବିରୋଧକୁ ସାମ୍ନା କରିବ । ଏନେଇ ଦଳ ତରଫରୁ କୁହାଯାଇଛି କି କୃଷିବିଲର ଉପକାରିତା ବୁଝାଇବାକୁ ଦଳ ଦେଶସାରା ୭ ଶହ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିବ । ଏହା ମାଧ୍ୟମରେ ମୋଦି ସରକାରଙ୍କ ଦ୍ୱାରା ଅଣାଯାଇଥିବା କୃଷି ବିଲ ର ସକରାତ୍ମକ ଦିଗ ବାବଦରେ ଲୋକଙ୍କ ମନରେ ଥିବା ସନ୍ଦେହ ଦୂର କରାଯିବ । ସାମ୍ବାଦିକ ସମ୍ମିଳନୀ ପରେ ଦେଶର ପ୍ରମୁଖ ସ୍ଥାନ ମାନଙ୍କରେ ଦଳ ତରଫରୁ କୃଷକ ସମ୍ମିଳନୀ ଆୟୋଜନ କରାଯିବ ।

ସୂଚନା ଥାଉକି କୃଷି କାନୁନ ଉଭୟ ସଂସଦରେ ପାରିତ ହେବା ପରେ ଏହାକୁ ନେଇ ବିଭିନ୍ନ ରାଜ୍ୟର କୃଷକ ମାନେ ବିରୋଧ ଆରମ୍ଭ କରିଥିଲେ । ଏନେଇ ବିଜେପି ପକ୍ଷରୁ କୃଷି କାନନୁ ସଂପର୍କରେ କିଛି ପ୍ରଚାର ପତ୍ର ବାଣ୍ଟିଥିଲା । ଯେଉଁଥିରେ କି ନୂତନ କୃଷି ବିଲ୍ କିଭଳି କୃଷକଙ୍କ ଆୟ ବଢାଇବ ତାହା ଉପରେ ଉଲ୍ଲେଖ ଥିଲା । ଏହାପରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ରସିଂ ତୋମାର, ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କୃଷି ବିଲର ଲାଭ ସଂପର୍କରେ କୃଷକ ମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ।

ଅନ୍ୟପଟେ ଦିଲ୍ଲୀରେ କୃଷକ ମାନେ ଆନ୍ଦୋଳନ ଆରମ୍ଭ କରିବା ପରେ ବିଜେପି ପକ୍ଷରୁ ଏହାକୁ ନେଇ ବିରୋଧୀ ଦଳ ଓ କୃଷକ ମାନଙ୍କୁ ସମାଲୋଚନା କରିବାରେ ଲାଗିଛନ୍ତି । ବିଜେପି ଏବେ ବି କହୁଛି ଯେ କୃଷକ ମାନେ ବିରୋଧୀ ଦଳ ମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଆନ୍ଦୋଳନକୁ ଉହ୍ଲାଇଛନ୍ତି । ବିରୋଧୀ ଦଳ ମାନେ କୃଷକ ମାନଙ୍କ କାନ୍ଧରେ ବନ୍ଧୁକ ରଖି ବ୍ୟବସାୟୀଙ୍କୁ ସହାୟତା କରୁଥିବା ଭଳି ଅଭିଯୋଗ ବିଜେପି ନେତାମାନେ ବାରମ୍ବାର କରିଆସୁଛନ୍ତି ।

ଏହା ସହ ସଦ୍ୟ ରାଜସ୍ଥାନର ପଂଚାୟତ ନିର୍ବାଚନ ଓ ହାଇଦ୍ରାବାଦ ନିର୍ବାଚନରେ ବିଜେପିର ବିଜୟ ପରେ ଏହାକୁ ନେଇ ବିଜେପି ନେତା ମାନେ କହିଛନ୍ତି କି ଏହି ବିଜୟ ସୂଚାଉଛି ଯେ କୃଷକ ମାନେ କୃଷି କାନୁନକୁ ସମର୍ଥନ କରୁଛନ୍ତି । ଏହା ସହ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ପ୍ରକାଶ ଜାବେଡକର ଦାବି କରିଥିଲେ କି ରାଜସ୍ଥାନରେ ୨ କୋଟି କୃଷକ ବିଜେପି ସମର୍ଥନରେ ଭୋଟ ଦେଇଛନ୍ତି ।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ଅନେକ ସମୟରେ କହିଛନ୍ତି କି ବିରୋଧୀ ଦଳ ମାନେ କୃଷକ ମାନଙ୍କୁ ଭ୍ରମିତ କରୁଛନ୍ତି । ଏହାସହ ମୋଦି କହିଛନ୍ତି କି କୃଷକ ମାନଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ପୂର୍ବଭଳି ରହିବ । ମଣ୍ଡି ବ୍ୟବସ୍ଥାକୁ ବି ପୂର୍ବ ଠାରୁ ଆହୁରି ମଜବୁତ କରାଯିବ । ଏନେଇ ସରକାରଙ୍କ ତରଫରୁ କୃଷକ ମାନଙ୍କୁ ଲିଖିତ ପ୍ରତିଶୃତି ଦେଇଥିଲେ ବି କୃଷକ ମାନେ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି ।

from Kanak News
via <a href="https://ifttt.com/?

ପୁଣି ଲାଲୁଙ୍କୁ କୋର୍ଟର ଝଟକା  । କୋର୍ଟରେ କାଟ ଖାଇଲା ଜାମିନ ଆବେଦନ । ଦେଢ ମାସ ପରେ ଶୁଣାଣି ନେଇ ସ୍ପଷ୍ଟ କଲେ କୋର୍ଟ ।

କନକ ବ୍ୟୁରୋ : ଚାରା ଘୋଟାଲା ମାମଲାରେ ଜେଲରେ ସଜା କାଟୁଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ପୁଣି କୋର୍ଟ ଝଟକା ଦେଇଛି । ଝାଡଖଣ୍ଡ ହାଇକୋର୍ଟ ଚାରା ଘୋଟାଲା ମାମଲାରେ ଲାଲୁଙ୍କ ଜାମିନ ଆବେଦନକୁ ୬ ସପ୍ତାହ ଯାଏ ଘୁଂଚାଇ ଦେଇଛନ୍ତି । ଫଳରେ ଲାଲୁ ଜେଲରୁ ମୁକୁଳିବାକୁ ନେଇ ଥିବା ଆଶା ପୁଣି ଦେଢମାସ ଯାଏ ମଉଳି ଯାଇଛି । ସୂଚନା ଥାଉକି ଲାଲୁଙ୍କ ଓକିଲ ସପ୍ଲିମେଣ୍ଟାରୀ ଏଫିଡେପିଟ୍ ଦାଖଲ କରିବାକୁ କୋର୍ଟଙ୍କୁ ଅତିରିକ୍ତ ସମୟ ମାଗିଥିଲେ । ଏହା ପରେ ଲାଲୁଙ୍କୁ ଜାମିନ ପ୍ରଦାନ କରିବାକୁ ତାଙ୍କ ଓକିଲ କୋର୍ଟରେ ଆବେଦନ କରିଥିଲେ ।

ଲାଲୁ ଯାଦବଙ୍କ ଉପରେ ଚାରା ଘୋଟାଲାକୁ ନେଇ ଅନେକ ମାମଲା ରୁଜୁ ହୋଇଛି । ଆଜି ଶୁଣାଣି ହୋଇଥିବା ମାମଲାଟି ୫ ନମ୍ବର ମାମଲା ଭାବେ ରୁଜୁ ହୋଇଥିଲା । ଏହି ମାମଲା ଝାଡଖଣ୍ଡ ଡେରଡା କୋଷାଗାରରୁ ବେନିୟମ ଭାବେ ଟଙ୍କା ଉଠାଣକୁ ନେଇ ହୋଇଥିଲା । ଏଥିରେ ଟ୍ରେଜେରୀରୁ ବେଆଇନ ଭାବେ ୧୩୯ କୋଟି ଟଙ୍କା ଉଠା ଯାଇଥିବା ଅଭିଯୋଗ ହୋଇଥିଲା । କହିରଖୁ କି ଲାଲୁ ଯାଦବଙ୍କ ଉପରେ ଚାରା ଘୋଟାଲାକୁ ନେଇ ହୋଇଥିବା ମାମଲାରୁ ୩ ଟି ମାମଲାରେ ଲାଲୁଙ୍କୁ ଜାମିନ ମିଳିସାରିଛି । ଡେରେଡା କୋଷାଗାର ମାମଲାରେ ଆଜି (ଡିସେମ୍ବର ୧୧ ତାରିଖରେ) ଶୁଣାଣି ହେବାର ଥିଲା । ମାତ୍ର କୋର୍ଟ ଏହି ଶୁଣାଣିକୁ ପୁଣି ୬ ସପ୍ତାହ ଘୁଂଚାଇ ଦେଇଛନ୍ତି ।

ଲାଲୁ ଯାଦବଙ୍କୁ ଯେଉଁ ୪ ଟି ମାମଲାରେ ଦୋଷୀ ସାବ୍ୟସ୍ତ କରି କୋର୍ଟ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ ତାହା ମଧ୍ୟରୁ ୩ ଟି ମାମଲାରେ ହାଇକୋର୍ଟ ଲାଲୁଙ୍କୁ ଜାମିନ ପ୍ରଦାନ କରିସାରିଛନ୍ତି । ଲାଲୁଙ୍କୁ ମିଳିଥିବା ଦଣ୍ଡ ମଧ୍ୟରୁ ଅଧା ସମୟ ସେ ଜେଲରେ କାଟି ସାରିଥିବା ଆଧାରରେ କୋର୍ଟ ତାଙ୍କୁ ଅଧା ସମୟ ସଜା କାଟିଥିବା ଆଧାରରେ ଜାମିନ ପ୍ରଦାନ କରିଥିଲେ । ଦୁମକା କୋଷାଗାର ମାମଲାରେ ସେ ଏହି ଆଧାରରେ ଜାମିନ ପାଇଁ ଆବେଦନ କରିଥିଲେ । ଏହା ସହ ଅସୁସ୍ଥତା କାରଣ ବି ଦର୍ଶାଇଥିଲେ । କହିରଖୁ କି ତଦନ୍ତକାରୀ ସଂସ୍ଥା ସିବିଆଇ ଲାଲୁ ଯାଦବଙ୍କ ମାମଲାରେ ପ୍ରଥମରୁ ଜାମିନକୁ ବିରୋଧ କରୁଛନ୍ତି । ହେଲେ ବିଭିନ୍ନ ଆଧାରରେ ଲାଲୁ କୋର୍ଟରେ ଜାମିନ ପାଇଁ ଆବେଦନ କରିଚାଲିଛନ୍ତି ।

from Kanak News
via <a href="https://ifttt.com/?

ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର ହେଲେ ପାଠକ ବାପ-ପୁଅ: ଆକାଶଙ୍କ ନୂଆ ମାମଲାକୁ ନେଇ କୋର୍ଟକୁ କରାଗଲା ଅବଗତ

କନକ ବ୍ୟୁରୋ: କୋର୍ଟରେ ହାଜର ହେଲେ ପାଠକ ବାପ-ପୁଅ । ଭୁବନେଶ୍ୱର ଏସଡ଼ିଜେଏମ୍ କୋର୍ଟରେ ହାଜର ହେଲେ ଅଭୟକାନ୍ତ ପାଠକ ଏବଂ ପୁଅ ଆକାଶ ପାଠକ । ଆକାଶଙ୍କ ନୂଆ ମାମଲାକୁ ନେଇ କୋର୍ଟକୁ ଅବଗତ କରାଯାଇଛି । ଏହା ସହ ୬୫ ଲକ୍ଷ ଠକେଇ ମାମଲାରେ ମଧ୍ୟ କୋର୍ଟଙ୍କୁ ଅବଗତ କରରଯାଇଛି । ଟଙ୍କା ଠକେଇ ନେଇ ଖାରବେଳ ଥାନାରେ ମାମଲା ରହିଛି । ଆକାଶଙ୍କ ବିରୋଧରେ ୪୧୯, ୪୨୦, ୪୬୮, ୪୭୧ ୫୦୬, ୩୪ ଆଇପିସି ଦଫା ଲାଗିଛି । ଭିଜିଲାନ୍ସ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲରେ ଥିଲେ ଅଭୟକାନ୍ତ ପାଠକ ଏବଂ ଆକାଶ ପାଠକ ।

କୋର୍ଟରେ ହାଜର ବେଳେ ଆକାଶ ପାଠକ କହିଛନ୍ତି ଯେ ତାଙ୍କ ପାଖରେ ସବୁ ପ୍ରମାଣ ଅଛି, ସେ କୋର୍ଟକୁ ଦେବେ । ଏହା ସହ ସେ କାହାକୁ ଠକି ନଥିବା କହିଛନ୍ତି । ସେପଟେ ଆକାଶ ପାଠକଙ୍କୁ ଆଜିଠାରୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଂଚ । ଟାଟା ମୋଟର୍ସର ଠକେଇ ସିଣ୍ଡିକେଟର ଅଧିକ ଖୋଳତାଡ ପାଇଁ ଆକାଶଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଭୁବନେଶ୍ୱର ଏସଡିଜେଏମ କୋର୍ଟ ଅନୁମତି ଦେଇଛନ୍ତି । ଝାରପଡା ଜେଲରୁ ଆକାଶଙ୍କୁ କ୍ରାଇମବ୍ରାଂଚ ମୁଖ୍ୟାଳୟ ନିଆଯିବ ।

from Kanak News
via <a href="https://ifttt.com/?

ରାଜଧାନୀରେ ଫୁଟିଲା ଗୁଳି । ଜେଲ ଫେରନ୍ତାଙ୍କୁ ଟାର୍ଗେଟ କରି ଗୁଳିମାଡ । ୪ ରାଉଣ୍ଡ ଗୁଳି କରି ଦୁର୍ବୃତ୍ତ ଛୁ…

କନକ ବ୍ୟୁରୋ: ରାଜଧାନୀରେ ଫୁଟିଲା ଗୁଳି । ଭୁବନେଶ୍ୱରରେ ଗୁଳିକାଣ୍ଡ । ଭୁବନେଶ୍ୱର ଉପକଣ୍ଠ କଳିଙ୍ଗବିହାରରେ ଗୁଳିମାଡ । ଜଣେ ଜେଲ ଫେରନ୍ତାଙ୍କୁ ଟାର୍ଗେଟ କରି ଗୁଳିକଲେ ଦୁର୍ବୃତ୍ତ । ଗୋଟିଏ ବାଇକରେ ୩ ଜଣ ଦୁର୍ବୃତ୍ତ ଆସି ୪ ରାଉଣ୍ଡ ଫାୟାରିଂ କଲେ ।

ତେବେ କଳିଙ୍ଗବିହାର ଲକ୍ଷ୍ମୀ ମଣ୍ଡପ ସାମ୍ନାରେ ଘଟିଛି ଘଟଣା । ଜାମିନରେ ଆସିଥିବା ଅଭିଯୁକ୍ତକୁ ଲକ୍ଷ୍ୟ କରି ଗୁଳିମାଡ । ସୌଭାଗ୍ୟବଶତ ଅଳ୍ପକେ ବର୍ତ୍ତିଲେ ଅଭିଯୁକ୍ତ । ତେବେ କାହିଁକି ଓ କଣ ପାଇଁ ଗୁଳିମାଡ ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନଥିବା ବେଳେ ପ୍ରମାଣ ନଷ୍ଟ କିମ୍ବା ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ ହୋଇଥିବା ସନ୍ଦେହ । ଘଟଣାସ୍ଥଳରୁ ଖୋକା ଜବତ କଲା ତମାଣ୍ଡୋ ଥାନା ପୋଲିସ ।

from Kanak News
via <a href="https://ifttt.com/?

ଆରବିଆଇ ଗଭର୍ଣ୍ଣରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା: ଡିସେମ୍ବର ୧୪ରେ ହେବାକୁ ଯାଉଛି ବଡ ପରିବର୍ତ୍ତନ…ଜାଣନ୍ତୁ ସାଧାରଣ ଜନତାଙ୍କୁ କଣ ମିଳିବ ଫାଇଦା..

କନକ ବ୍ୟୁରୋ: ଦେଶରେ ଡିଜିଟାଲ ପେମେଂଟକୁ ପ୍ରାଥମିକତା ଦେବାକୁ ଆରବିଆଇର ନୂଆ ପଦକ୍ଷେପ  । ଡିସେମ୍ବର ୧୪ତାରିଖରେ ଡିଜିଟାଲ କାରବାରକୁ ନେଇ ହେବାକୁ ଯାଉଛି ବଡ ପରିବର୍ତ୍ତନ । ତେବେ ଆସନ୍ତା ୧୪ରୁ ଆରଟିଜିଏସ୍ ତଥା ରିୟଲ୍ ଟାଇମ୍ ଗ୍ରସ୍ ସେଟଲମେଂଟକୁ ୨୪ ଘଂଟିଆ ଉପଲବ୍ଧ କରିବାକୁ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ପୂର୍ବରୁ ଏହି ବ୍ୟବସ୍ଥା ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାରକୁ ଛାଡି ଦେଲା ପରେ ସପ୍ତାହର ବାକିସବୁ କାର୍ଯ୍ୟଦିବସରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଉପଲବ୍ଧ ଥିଲା । ମାତ୍ର ଏବେ ଏହି ଆରଟିଜିଏସ୍ ସିଷ୍ଟମକୁ ୨୪ଘଂଟିଆ କରିବାକୁ ନିଷ୍ପତି ନେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ ।

ରିୟଲ୍ ଟାଇମ୍ ଗ୍ରସ୍ ସେଟଲମେଂଟ୍ କଣ?

ଆରଟିଜିଏସ ଅର୍ଥାତ୍ ରିୟଲ ଟାଇମ ସେଟଲମେଂଟ ଜରିଆରେ ତୁରନ୍ତ ଫଣ୍ଡ ଟ୍ରାନ୍ସଫର କରାଯାଇପାରିବ । ଯାହାକି ବଡ ବଡ ଆର୍ଥିକ କାରବାରରେ କାମରେ ଆସିଥାଏ । ରିୟଲ ଟାଇମ ସେଟଲମେଂଟ୍ ମାଧ୍ୟମରେ ୨ ଲକ୍ଷରୁ କମ ଆମାଉଂଟ ଟ୍ରାନ୍ସଫର ହୋଇପାରିବ ନାହିଁ । ଏହି ବ୍ୟବସ୍ଥାକୁ ଆପଣ ଉଭୟ ଅନଲାଇଲ୍ ଏବଂ ବ୍ୟାଙ୍କ ବ୍ରାଂଚରୁ ବି ବ୍ୟବହାର କରିପାରିବେ । ବଡ କଥା ହେଉଛି ଆରଟିଜିଏସ ପାଇଁ କୌଣସି ପ୍ରକାରର ଫଣ୍ଡ ଟ୍ରାନ୍ସଫର ଶୁଳ୍କ ଲାଗି ନଥାଏ ମାତ୍ର ବ୍ରାଂଚରେ ଏହା ଉପରେ ଦେୟ ଦେବାକୁ ପଡିଥାଏ ।

ଏଠାରେ ଆମେ କହି ରଖୁଛୁ ଯେ, ଡିଜିଟାଲ ପେମେଂଟକୁ ଅଧିକ ଗୁରୁତ୍ୱ ଦେବାକୁ ୟୁପିଆଇ କିମ୍ବା କାର୍ଡ ଜରିଆରେ ବିନା କୌଣସି ଯୋଗାଯୋଗରେ କରାଯାଉଥିବା ଆର୍ଥିକ ଦେଣନେଣର ସୀମାକୁ ନୂଆବର୍ଷ ଜାନୁଆରୀ ୧, ୨୦୨୧ରୁ ଦୁଇ ହଜାରରୁ ୫ ହଜାର ଟଙ୍କାକୁ ବୃଦ୍ଧି କରାଯିବ ।  ତେବେ ପରବର୍ତ୍ତୀ ସମୟରେ ଏସଂପର୍କିତ ଏକ ମାର୍ଗଦର୍ଶିକା ପୃଥକ ରୂପେ ଜାରି ହେବା ନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।

from Kanak News
via <a href="https://ifttt.com/?

୫୫ ବର୍ଷ ପରେ ଗଡିବ ଟ୍ରେନ୍ । ୧୭ ଡିସେମ୍ବର ଦିନ ମୋଦି ଓ ହସିନା କରିବେ ଉଦଘାଟନ

କନକ ବ୍ୟୁରୋ : ଭାରତ ଓ ବାଂଗଲାଦେଶ ମଧ୍ୟରେ ୫୫ ବର୍ଷ ପରେ ଟ୍ରେନ ଚଳା ଚଳ ହେବ । ଡିସେମ୍ବର ୧୭ ତାରିଖ ଦିନ ପଶ୍ଚିମବଙ୍ଗର ହଲ୍ଦିବାଡି ରୁ ପଡୋଶୀ ବାଂଗଲାଦେଶର ଚିଲହାଟୀ ମଧ୍ୟରେ ରେଳ ଲାଇନର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଂଗଲାଦେଶର ପ୍ରଧାନମନ୍ତ୍ରୀ ସେଖ୍ ହାସିନା ।

କୁଚବିହାରର ହଲଦୀବାଡିରୁ ବାଂଗଲାଦେଶର ଚିଲହାଟୀ ପର୍ଯ୍ୟନ୍ତ ଥିବା ରେଳ ଲାଇନ ଟି ଭାରତ ଓ ପାକିସ୍ତାନ ମଧ୍ୟରେ ୧୯୬୫ ମସିହାରେ ସଂପର୍କ ଖରାପ ହେବା ପରେ ବନ୍ଦ ରହିଥିଲା । ହେଲେ ଏବେ ଏନଏଫଆରର ପ୍ରମୁଖ ଜନ ସଂପର୍କ ଅଧିକାରୀ ସୁଭାନ ଚନ୍ଦା କହିଛନ୍ତି କି ଡିସେମ୍ବର ୧୭ ତାରିଖ ଦିନ ଉଭୟ ଦେଶର ପ୍ରଧାନମନ୍ତ୍ରୀ ପୁଣି ଥରେ ଏହି ଲାଇନରେ ରେଳ ଚଳା ଚଳ ପାଇଁ ରେଳ ଲାଇନର ଉଦ୍ଘାଟନ କରିବେ ।
ସୂୁଭାନ ଚନ୍ଦା ଆହୁରି କହିଛନ୍ତି କି ଉଦଘାଟନ ପରେ ଚିଲହଟୀରୁ ହଲଦିବାଡି ଯାଏ ଏବେ ମାଲ ଗାଡି ଚଳା ଚଳ କରିବ । ଏହି ରେଳ ଲାଇନ ଟି ଏନଆରଏଫ୍ କଟିହାର ଅଧିନରେ ଯାଉଛି । କଟିହାରର ପ୍ରମୁଖ ରେଳ ପ୍ରବନ୍ଧକ ରବିନ୍ଦ୍ର କୁମାର ବର୍ମା କହିଛନ୍ତି କି ରେଳ ମନ୍ତ୍ରଣାଳୟ ମଙ୍ଗଳବାର ଦିନ ଏହି ରେଳ ଲାଇନ ଖୋଲିବା ନେଇ ସୂଚନା ଦେଇଥିଲେ ।
ଏନଆରଏଫ୍ ର ସୂଚନା ମୁତାବକ ଆର୍ନ୍ତରାଷ୍ଟ୍ରୀୟ ସୀମାରୁ ହଲଦିବାଡି ଷ୍ଟେସନର ଦୂରତା ମାତ୍ର ୪.୫ କିଲୋମିଟର । ହେଲେ ବାଂଗଲାଦେଶର ଚିଲହାଟୀର ଦୂରତା ୭.୫ କିଲୋମିଟର । ହଲଦିବାଡି ଓ ଚିଲହାଟୀ ଦୁଇଟି ଯାକ ଷ୍ଟେସନ ସିଲିଗୁଡି ଓ କୋଲକତା ମଧ୍ୟରେ ଥିବା ପୁରୁଣା ବ୍ରାଣ୍ଡ ଗେଜ୍ ରେଳ ଲାଇନ ମଧ୍ୟରେ ଥିଲା । ଯାହାକି ବର୍ତମାନ ବାଂଲାଦେଶ ସୀମା ଦେଇ ଯାଉଛି ।
ଏହି ରେଳ ଲାଇନରେ ଯାତ୍ରୀବାହି ଟ୍ରେନ ଚଳା ଚଳ ହେବା ପରେ ଜଳପାଇଗୁଡି ଯାଉଥିବା ଯାତ୍ରୀଙ୍କୁ କେବଳ ୭ ଘଂଟା ସମୟ ଲାଗିବ । ହେଲେ ଏବେ ୧୨ ଘଂଟା ସମୟ ଲାଗୁଛି ।

from Kanak News
via <a href="https://ifttt.com/?

ଦିନେ ରାସ୍ତାକଡରେ ମା ବିକୁଥିଲେ ଚିକେନ । ଆଉ ବାପା କରୁଥିଲେ କୁଲି କାମ । ହେଲେ ନିଜ ଦକ୍ଷତା ବଳରେ ଏବେ ପୁଅ ଖେଳୁଛି ଅନ୍ତର୍ଜାତୀୟ କ୍ରିକେଟ

କନକ ବ୍ୟୁରୋ : ଦିନେ ରାସ୍ତାକଡରେ ମା ବିକୁଥିଲେ ଚିକେନ । ଆଉ ବାପା କରୁଥିଲେ କୁଲି କାମ । ହେଲେ ନିଜ ଦକ୍ଷତା ବଳରେ ଏବେ ପୁଅ ଖେଳୁଛି ଅନ୍ତର୍ଜାତୀୟ କ୍ରିକେଟ । ସେ ହେଉଛନ୍ତି ୱାର୍କର ସେସ୍ପାଲିଷ୍ଟ କୁହାଯାଉଥିବା ଟି ନଟରାଜନ୍ । ଗରିବ ପରିବାରରୁ ଆସିଥିବା ଏହି କ୍ରିକେଟର ଏବେ ଟିମ ଇଣ୍ଡିଆରେ ସ୍ଥାନ ପାଇ ସାରିଛନ୍ତି । ଏହି ସଫଳତା ପାଇବା ପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଛି । ଫଳରେ ଏବେ ସେ ଟିମ୍ ଇଣ୍ଡିଆର ନିଜ ଚମତ୍କାର ଦେଖାଉଛନ୍ତି ।

୨୯ ବର୍ଷିୟ ଟି ନଟରାଜନଙ୍କ ପୂରା ନାଁ ଥଙ୍ଗରାସୁ ନଟରାଜନ । ତାଙ୍କ ଜନ୍ମ ତାମିଲନାଡୁର ଏକ ଗରିବ ପରିବାରରେ ହୋଇଥିଲା । ନଟରାଜନଙ୍କୁ ପାଠ ପଢାଇବା ପାଇଁ ବାପା ଷ୍ଟେସନରେ କୁଲି କାମ କରୁଥିଲେ ଆଉ ମା ରାସ୍ତା କଡରେ ଚିକେନ ବିକୁଥିଲେ । ଅର୍ଥ ଅଭାବରୁ ଲେଦର ବଲଠୁ ଦୂରରେ ରହୁଥିଲେ ନଟରାଜନ । ହେଲେ ଟେନିସ ବଲରେ ମଧ୍ୟ ତାଙ୍କ ବୋଲିଂର ସ୍ପିଡ ଅନେକ ବ୍ୟାଟ୍ସମ୍ୟାନଙ୍କୁ ଚକିତ କରିଦେଉଥିଲା ।

ତେବେ ଟେନିସ ବଲରେ ଖେଳୁଥିବା ବେଳେ ଡିଭିଜିନାଲ କ୍ରିକେଟର ଏ ଜୟପ୍ରକାଶ ତାଙ୍କୁ ଦେଖିଥିଲେ ଓ ଚେନ୍ନାଇ ନେଇଯାଇଥିଲେ । ଆଉ ସେଠାରେ ସେ ଏକ ବଡ କ୍ଲବ ପାଇଁ କ୍ରିକେଟ ଖେଳିଥିଲେ । ଭଲ ପ୍ରଦର୍ଶନ ଯୋଗୁଁ ତାଙ୍କୁ ତାମିଲନାଡୁ ରଣଜୀ ଦଳରେ ସ୍ଥାନ ମିଳିଥିଲା । ଏତେ ବାଟ ଆସିବା ପରେ ଧିରେ ଧିରେ ନଟରାଜନଙ୍କ ଗରିବି ଦୂରେଇବାକୁ ଲାଗିଥିଲା । ହେଲେ ତାଙ୍କ ଜୀବନର ବଡ ଦିନ ସେବେ ଆସିଥିଲା ଯେବେ ସେ ଆଇପିଏଲରେ ସ୍ଥାନ ପାଇଥିଲେ । ୨୦୧୭ରେ ୩କୋଟି ଟଙ୍କାରେ ପଞ୍ଜାବ ତାଙ୍କୁ କିଣିଥିଲା । ହେଲେ ଏହି ବର୍ଷ ସେ ଏତେ ଭଲ ପ୍ରଦର୍ଶନ କରି ପାରିନଥିଲେ ।

ପରେ ୨୦୧୮ରେ ସେ ସନରାଇଜର୍ସ ହାଇଦ୍ରାବାଦରେ ସାମିଲ ହୋଇଥିଲେ । କିନ୍ତୁ ଏହି ଦୁଇ ବର୍ଷ ତାଙ୍କୁ ପ୍ଲେଇଙ୍ଗ ଇଲେଭେନରେ ସ୍ଥାନ ମିଳି ନଥିଲା । ହେଲେ ୨୦୨୦ରେ ସେ ହାଇଦ୍ରାବାଦ ତରଫରୁ ମୈଦାନକୁ ଓହ୍ଲାଇଥିଲେ ନଟରାଜନ । ଆଉ ୨୦୨୦ ଆଇପିଏଲରେ ସେ ଏମିତି ଛାପ ଛାଡିଥିଲେ ଯେ ତାଙ୍କୁ ଶେଷରେ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିଥିଲା । ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ଓ ଦିନିକିଆ ଦଳରେ ନି ନଟରାଜନଙ୍କ ନାଁ ଘୋଷଣା ହୋଇଥିଲା । ଏହାସହ ନଟରାଜନ ବିଦେଶରେ ଖେଳି ଭଲ ପ୍ରଦର୍ଶନ ମଧ୍ୟ କରିଥିଲେ । ନଟରାଜନ ଆଇପିଏଲ ୨୦୨୦ରେ ୧୬ଟି ମ୍ୟାଚ ଖେଳି ୧୬ଟି ୱିକେଟ ନେଇଛନ୍ତି । ସେହିପରି ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ଗୋଟିଏ ମ୍ୟାଚ ଖେଳି ୨ଟି ୱିକେଟ ନେଇଥିଲେ । ଆଉ ଟି-୨୦ରେ ୩ଟି ମ୍ୟାଚରେ ୬ଟି ୱିକେଟ ହାସଲ କରିଛନ୍ତି ।

from Kanak News
via <a href="https://ifttt.com/?

କୁଅ ଭିତରୁ ମିଳିଲା ଯୁବକଙ୍କ ମୃତଦେହ : ବାହାଘରରେ ବରଯାତ୍ରୀ ଆସି ୨ ଦିନ ହେଲା ନିଖୋଜ ଥିଲେ ଖୋର୍ଦ୍ଧା ଡିଆ ଗାଁର ଯୁବକ

କନକ ବ୍ୟୁରୋ : କୂଅ ଭିତରୁ ମିଳିଲା ଯୁବକଙ୍କ ମୃତଦେହ । ଖୋର୍ଦ୍ଧ ରମ୍ଭାବିଲିର ଏକ କୂଅରୁ ଯୁବକଙ୍କ ମୃତଦେହ ମିଳିଛି । ବାହାଘରରେ ବରଯାତ୍ରୀ ଆସି ୨ ଦିନ ହେଲା ନିଖୋଜ ଥିଲେ ଖୋର୍ଦ୍ଧା ଡିଆ ଗାଁର ଯୁବକ । ବହୁତ ଖୋଜାଖୋଜି ପରେ ନିମିଳିବାରୁ ଆଜି କୂଅ ଭିତରେ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ପରିବାର ପକ୍ଷରୁ ଏନେଇ ହତ୍ୟା ଅଭିଯୋଗ ଅଣାଯାଇଛି । କେହି ମାରିକୁ କୂଅରେ ଫୋପାଡିଦେଇଥିବା ଅଭିଯୋଗ ହୋଇଛି । ଜଙ୍କିଆ ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started