ଗ୍ୟାଙ୍ଗଷ୍ଟର-ଗୁଳି: ଭାୟା କେୟାର ଟେକର । ଜେଲରେ ଅଛନ୍ତି ଧଳସାମନ୍ତ ବ୍ରଦର୍ସ । ଅପରାଧର ସାମ୍ରାଜ୍ୟ ବଢାଇବାକୁ କେୟାର ଟେକର ସାଜିଛି ମାଧ୍ୟମ ?

କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଘରେ ବଡ ରେଡ୍ । ଚଢାଉ ବେଳେ ସାମ୍ନାକୁ ଆସିଲା ବଡ ତଥ୍ୟ । ଗ୍ୟାଙ୍ଗଷ୍ଟର ଘରୁ ମିଳିଥିବା ଗୁଳିଗୋଳା, ଅସ୍ତ୍ରଶସ୍ତ୍ର ପଛରେ ରହିଛି ବଡ ଗୁମର । ଡି- ବ୍ରଦର୍ସଙ୍କ କେୟାର ଟେକର ସାଜିଥିଲା ସୁତ୍ରଧର । ମାରଣାସ୍ତ୍ର ସହ ବନ୍ଧୁକ ଯୋଗାଉଥିଲା କେୟାର ଟେକର । ତେବେ ଜବତ ସାମଗ୍ରୀ ଓ ଅଭିଯୁକ୍ତ ବାବଦରେ ଆଜି ପୋଲିସ ଦେଇପରେ ପୂରା ତଥ୍ୟ ।

ସେପଟେ ଆଜି ବି ଜାରି ରହିଛି ଧଳସାମନ୍ତ ଘରେ ରେଡ୍ । ୨ୟ ଦିନରେ ବି ପୋଲିସ ପକ୍ଷରୁ ସର୍ଚ୍ଚ ଚାଲିଛି । ଖାନତଲାସ ବେଳେ ଏତେ ଅସ୍ତ୍ରଶସ୍ତ୍ର ଦେଖି ମୂଳ ଖୋଜିଥିଲା ପୋଲିସ । ଆଉ କେରୟାଟେକର ହିଁ ଥିଲା ମାରଣାସ୍ତ୍ର ବାହକ ବୋଲି ସ୍ପଷ୍ଟ ହୋଇଛି ପୋଲିସ ।

ତେବେ କଟକ ସିଡିଏ ସ୍ଥିତ ଧଳସାମନ୍ତ ବ୍ରଦର୍ସଙ୍କ ଘରେ କାଲିଠୁ ପୋଲିସର ଚଢଉ ଜାରି ରଖିଛି । ବନ୍ଧୁକ ଗୁଳି ମାରଣାସ୍ତ୍ର ଜବତ ହୋଇଛି । ପୋଲିସ ପୂର୍ବରୁ ଡି ବ୍ରଦର୍ସଙ୍କ ଜଣେ ମହିଳା ସହଯୋଗୀଙ୍କୁ ଗିରଫ କରିଥିଲା । ଜେରା ବେଳେ ମିଳିଥିବା କିଛି ତଥ୍ୟ ଆଧାରରେ ପୋଲିସ ଏହି ଚଢଉ କରିଥିବା ଜଣାପଡିଛି । ଏକାସଙ୍ଗେ ୫ଟି ଥାନାର ଥାନା ଅଧିକାରୀ ଓ କଟକ ଡିସିପି ରେଡ୍ରେ ସାମିଲ ହୋଇଥିଲେ ।

ଚଢ଼ାଉ ସମୟରେ ଘରେ ବହୁ ଗୁପ୍ତ ଭାବରେ ଏକ କାଠ ସୋକେସ୍ ଭିତରେ ବନ୍ଧୁକ ଓ ଗୁଳି ଲୁଚାଇ ରଖାଯାଇଥିଲା । ପୁଲିସ ପ୍ରାୟ ୫ଶହରୁ ଅଧିକ ଗୁଳି ସହ ୭ଟି ବନ୍ଧୁକ ଜବତ କରିଛି । ଏହି ସ୍ଥାନ ବ୍ୟତୀତ ଅନ୍ୟ ତିନିଟି ସ୍ଥାନରେ ମଧ୍ୟ ରେଡ୍ ଚାଲିଥିବା ଜଣାପଡିଛି । ଡି ବ୍ରଦର୍ସ ଘରେ ଏକ ବଡ ଧରଣ ଚଢଉ ଚାଲୁଥିବା ବେଳେ ଆଗକୁ ଆହୁରି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।

from Kanak News
via <a href="https://ifttt.com/?

ରାୟଗଡା କାଳିଆପଡା ଘାଟିରେ ଦୁର୍ଘଟଣା : ଟ୍ରାକ୍ଟରକୁ ଟ୍ରକ ଦେବା ଫଳରେ ୨ ମୃତ

କନକ ବ୍ୟୁରୋ : ରାୟଗଡା ଟିକିରି ଥାନା ଅନ୍ତର୍ଗତ କାଳିଆପଡା ଘାଟିରେ ଦୁର୍ଘଟଣା । ଟ୍ରାକ୍ଟରକୁ ଟ୍ରକ ଧକ୍କା ଦେବା ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୨ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ରାୟଗଡା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସକାଳୁ ସକାଳୁ ଏହି ଦୁର୍ଘଟଣା ଘଟିଛି । କଳାହାଣ୍ଡିରୁ ଶ୍ରମିକଙ୍କୁ ନେଇ ଆନ୍ଧ୍ରର ଶ୍ରୀକାକୁଲମ ଟ୍ରାକ୍ଟର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ମିଳିଥିବା ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଅଞ୍ଚଳରେ ବସବାସ କରୁଥିବା ଆନ୍ଧ୍ର ପ୍ରଦେଶର ୩ ଜଣ ଶ୍ରମିକ ଟ୍ରାକ୍ଟରରେ ଟିକିରି ଦେଇ ନିଜ ରାଜ୍ୟ ଆଡ଼କୁ ଯାଉଥିଲେ। କୌଣସି କାରଣରୁ କାଳିଆପଡା ଘାଟିରେ ନିୟନ୍ତ୍ରଣ ହରାଇ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା। ଏଥିରେ ଜଣଙ୍କର ଘଟଣା ସ୍ଥଳରେ ଗୋଟିଏ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ତାଙ୍କୁ ଉଦ୍ଧାର କରି ଟିକିରି ସ୍ଥାନୀୟ ମେଡିକାଲରେ ଭର୍ତି କରାଯାଇଥିଲା ।

ଇତିମଧ୍ୟରେ ଅନ୍ୟ ଦୁଇଜଣ ଯାତ୍ରୀ ଘଟଣାସ୍ଥଳରେ  ଥିବା ପ୍ରୋଟେକ୍ସନ ୱାଲରେ ବସି ଟ୍ରାକ୍ଟରକୁ ଜଗିଥିଲେ। ହେଲେ ଅନ୍ଧାରୁଆ ପୁଣି ବୁଲାଣି ଥିବାରୁ ଟିକିରି ଠାରୁ ଜେକେପୁର ଅଭିମୁଖେ ଯାଉଥିବା ଏକ କାଠ ବୋଝେଇ ଟ୍ରକ୍ ଓଲଟିଥିବା ଟ୍ରାକ୍ଟରକୁ ଧକ୍କା ଦେଇଥିଲା । ଫଳରେ ଟ୍ରାକ୍ଟରର ଦୁଇଜଣ ଯାତ୍ରୀଙ୍କର  ଘଟଣାସ୍ଥଳରେ ମୃତ୍ୟୁ ହେଇଯାଇଥିବା ବେଳେ ଟ୍ରକ ଡ୍ରାଇଭରଙ୍କର ଗୋଟିଏ ହାତର ୪ ଟି ଆଙ୍ଗୁଠି ଛିଣ୍ଡି ଯାଇଥିବା ଜଣାପଡ଼ିଛି ।

from Kanak News
via <a href="https://ifttt.com/?

ସଦର ଥାନା କାଠବାରିରେ ଅଭାବନୀୟ ଘଟଣା : ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ ମୃତ

କନକ ବ୍ୟୁରୋ : ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣଙ୍କ ମୃତ୍ୟୁ । କେନ୍ଦୁଝର ସଦର ବ୍ଲକ କାଠବାରୀ ଗାଁରେ ଏହି ଅଘଟଣ ଘଟିଛି । ଆଉ ୨ ଜଣ ଗୁରୁତର ହୋଇ ଚିିକିତ୍ସିତ ହେଉଛନ୍ତି । ଜଣକୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଆଉ ଜଣଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି ।

ମୃତକ ହେଲେ କାଠବାରୀ ଗାଁର ବାଦଲ ନାଏକ, ବାଇଧର ନାଏକ । ଏକ ବାହାଘର ଭୋଜି ପରେ ପ୍ରବଳ ଶୀତ ହେଉଥିବାରୁ ଜେନେରେଟର ଚାଲୁଥିବା ରୁମେ ଶୋଇପଡିଥିଲେ । ରୁମର କବାଟ, ଝରକା ଦେଇ ଶୋଇଥିବାରୁ ଧୁଆଁ ଯୋଗୁଁ ଅଣନିଶ୍ୱାସୀ ହୋଇ ୨ଜଣଙ୍କ ମୃତ୍ୟୁ ହୋଇଛି ।

 

from Kanak News
via <a href="https://ifttt.com/?

ଫାଇଜର ଟିକାକୁ ଆମେରିକାର ଗ୍ରୀନ ସିଗନାଲ : ଜରୁରୀକାଳୀନ ଟିକା ବ୍ୟବହାର ପାଇଁ ଏଫଡିଏ ଦେଲା ଅନୁମତି

କନକ ବ୍ୟୁରୋ : ଆମେରିକାରେ ଫାଇଜର ଟିକାକୁ ମିଳିଲା ଅନୁମତି । ଆମେରିକାର ଖାଦ୍ୟ ଓ ଔଷଧ ପ୍ରାଧୀକରଣ ଫାଇଜର ଟିକାର ଜରୁରୀକାଳିନ ବ୍ୟବହାରକୁ ଅନୁମତି ପ୍ରଦାନ କରିଛନ୍ତି । ବର୍ତମାନ ସୁଦ୍ଧା ଆମେରିକାରେ ୩ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲାଣି କରୋନା ଭୂତାଣୁ । ଏପରି ସ୍ଥିତିରେ ଫାଇଜର ଟିକାର ଜରୁରୀ କାଳୀନ ବ୍ୟବହାରକୁ ଆମେରିକାର ଏଫଡିଏର ବିଶେଷଜ୍ଞ କମିଟିର ଗ୍ରୀନ୍ ସିଗନାଲ, କରୋନା ମହାମାରୀ ଉପରେ ରୋକ୍ ଲଗାଇବ ବୋଲି ଆଶା କରାଯାଉଛି ।

ଟିକା ବ୍ୟବହାର ସପକ୍ଷରେ ୧୭ଟି ଭୋଟ୍ ପଡିଥିବା ବେଳେ ୪ଟି ଭୋଟ୍ ବିପକ୍ଷରେ ଯାଇଥିଲା । ଜର୍ମାନର ଫାର୍ମା କମ୍ପାନୀ ବାୟୋ ଆଣ୍ଡ୍ ଟେକ୍ ନିର୍ମାଣ କରିଥିବା କରୋନା ଟିକା ଫାଇଜରକୁ ବୟସ୍କ ଓ ୧୬ ବର୍ଷରୁ ଅଧିକ ବୟସର କିଶୋରଙ୍କ ଠାରେ ବ୍ୟବହାର ନିରାପଦ ବୋଲି ଏକ୍ସପର୍ଟ କମିଟି କହିଛି । ଆସନ୍ତା ସପ୍ତାହରୁ ଆମେରିକାରେ ଆରମ୍ଭ ହେବ ଫାଇଜର ଟିକାକରଣ । ପ୍ରଥମ ଦଫାରେ ଅଗ୍ରାଧୀକାର ଭିତିରେ ସ୍ୱାସ୍ଥ୍ୟକର୍ମୀଙ୍କୁ ମିଳିବ ଟିକା ।

ଡିସେମ୍ୱର ମାସ ସୁଦ୍ଧା ଆମେରିକାରେ ପ୍ରାୟ ୨୫ ମିଲିୟନ୍ ଟିକାକରଣ କରାଯିବାକୁ ଯୋଜନା ରଖାଯାଇଛି । ବର୍ତମାନ ଏଫଡିଏ ଅନ୍ୟତମ କରୋନା ଟିକା ମଡର୍ଣ୍ଣା ନେଇ ଅନୁଧ୍ୟାନ କରୁଛି । ଆସନ୍ତା ସପ୍ତାହରେ ଏନେଇ ରିପୋର୍ଟ ଆସିଯିବ । ବର୍ତମାନ ମଡର୍ଣ୍ଣା ଟିକା ମାନବ ପରୀକ୍ଷଣର ଶେଷ ପର୍ଯ୍ୟାୟରେ ପହଁଚିଛି । ଫାଇଜର ଟିକାର ଜରୁରୀ କାଳୀନ ବ୍ୟବହାରରେ ବିଶ୍ୱରେ ବ୍ରିଟେନ୍ ହେଉଛି ପ୍ରଥମ ରାଷ୍ଟ୍ର । ଏବେ ଆମେରିକା ଏଥିରେ ସାମିଲ ହେବାକୁ ଯାଉଛି ।

from Kanak News
via <a href="https://ifttt.com/?

ମହିଳା ସହଯୋଗୀଙ୍କ ସୂଚନା ଆଧାରରେ ଡି ବ୍ରଦର୍ସଙ୍କ ଘରେ ପୁଲିସର ଚଢାଉ : କଟକ ସିଡିଏ ସ୍ଥିତ ଘରୁ ବନ୍ଧୁକ ଓ ଅନ୍ୟ ମାରଣାସ୍ତ୍ର ଜବତ

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ଧଳସାମନ୍ତ ବ୍ରଦର୍ସ । କଟକ ସଡିଏ ସ୍ଥିତ ଧଳସାମନ୍ତ ବ୍ରଦର୍ସଙ୍କ ଘରେ ପୋଲିସର ଚଢାଉ । ବନ୍ଧୁକ ଗୁଳି ମାରଣାସ୍ତ୍ର ଜବତ । ପୋଲିସ ପୂର୍ବରୁ ଡି ବ୍ରଦର୍ସଙ୍କ ଜଣେ ମହିଳା ସହଯୋଗୀଙ୍କୁ ଗିରଫ କରିଥିଲା । ଜେରା ବେଳେ ମିଳିଥିବା କିଛି ତଥ୍ୟ ଆଧାରରେ ପୋଲିସ ଏହି ଚଢଉ କରିଥିବା ଜଣାପଡିଛି । ଏକାସଙ୍ଗେ ୫ଟି ଥାନାର ଥାନା ଅଧିକାରୀ ଓ କଟକ ଡିସିପି ରେଡ୍ରେ ସାମିଲ ହୋଇଥିଲେ । ଚଢ଼ାଉ ସମୟରେ ଘରେ ବହୁ ଗୁପ୍ତ ଭାବରେ ଏକ କାଠ ସୋକେସ୍ ଭିତରେ ବନ୍ଧୁକ ଓ ଗୁଳି ଲୁଚାଇ ରଖାଯାଇଥିଲା ।

ପୁଲିସ ପ୍ରାୟ ୫ଶହରୁ ଅଧିକ ଗୁଳି ସହ ୭ଟି ବନ୍ଧୁକ ଜବତ କରିଛି । ଏହି ସ୍ଥାନ ବ୍ୟତୀତ ଅନ୍ୟ ତିନିଟି ସ୍ଥାନରେ ମଧ୍ୟ ରେଡ୍ ଚାଲିଥିବା ଜଣାପଡିଛି । ଡି ବ୍ରଦର୍ସ ଘରେ ଏକ ବଡ ଧରଣ ଚଢଉ ଚାଲୁଥିବା ବେଳେ ଆଗକୁ ଆହୁରି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି । ତେବେ ଏତ ପରିମାଣର ଗୁଳି, ବନ୍ଧୁକ କିଏ ଯୋଗାଉଥିଲା ତାହା ଏବେ ସବୁଠାରୁ ବଡ ପ୍ରଶ୍ନ ହୋଇ ଛିଡା ହୋଇଛି । ଡି ବ୍ରଦର୍ସଙ୍କ ଆଉ କିଛି ସହଯୋଗୀ ଏଥିରେ ସାମିଲ ଥିବା ନେଇ ସନ୍ଦେହ ପ୍ରକାଶ କରୁଛି କମିଶନରେଟ ପୁଲିସ ।

from Kanak News
via <a href="https://ifttt.com/?

ବିଗୁଡୁଛି ଅନଶନରେ ବସିଥିବା ଏଏନଏମ ସ୍ୱାସ୍ଥ୍ୟକର୍ମୀଙ୍କ ସ୍ୱାସ୍ଥ୍ୟବସ୍ଥା : ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

କନକ ବ୍ୟୁରୋ : ସ୍ଥାୟୀ ନିଯୁକ୍ତି ଦାବିରେ ଆମରଣ ଅନଶନ ଆରମ୍ଭ କରିଥିବା ଏଏନଏମ ସ୍ୱାସ୍ଥ୍ୟ କର୍ମୀ ଅସୁସ୍ଥ । ସ୍ଥାୟୀ ନିଯୁକ୍ତି ଦାବିରେ ୧୨ ଦିନ ଅହୋରାତ୍ର ଧାରଣା ଦେବା ପରେ ଗତକାଲିଠାରୁ ସେମାନେ ଆନ୍ଦୋଳନକୁ ଜୋରଦାର କରି ଆମରଣ ଅନଶନ ଆରମ୍ଭ କରିଛନ୍ତି । ପ୍ରଥମ ଦିନରେ କେତେଜଣ ଅନଶନକାରୀ ଅସୁସ୍ଥ ହୋଇପଡିବାରୁ ସେମାନଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଜଣଙ୍କ ଅବସ୍ଥା ଗୁରୁତର ହୋଇଥିିବାବେଳେ ଅନ୍ୟମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଗତକାଲି ସକାଳ ସାଢ଼େ ୯ଟାରୁ ଅନଶନ ଆରମ୍ଭ କରିଛନ୍ତି ଆନୋଳନକାରୀ । କୋଭିଡ ସମୟରେ ଚୁକ୍ତି ଭିତିକ ଭାବେ ଏମାନଙ୍କୁ ପଂଚାୟତ ସ୍ତରରେ କୋଭିଡ୍ କେୟାର ସେଂଟର ପାଇଁ ତିନି ମାସିଆ ନିଯୁକ୍ତି ଦେଇଥିଲେ ସରକାର । ସେମାନଙ୍କ କଂଟ ପୂରିବା ପରେ ସେମାନଙ୍କୁ କାର୍ଯ୍ୟରୁ ଛଟେଇ କରାଯାଇଥିଲା । ଏହାର ପ୍ରତିବାଦରେ ସ୍ଥାୟୀ ନିଯୁକ୍ତି ଦାବିରେ ଆନ୍ଦୋଳନ ଚଳାଇଛନ୍ତି ଏଏନଏମ ।

from Kanak News
via <a href="https://ifttt.com/?

ମନୋରଞ୍ଜନର ଭଣ୍ଡାର ନେଇ ଆସୁଛି ‘କୁହୁ ସିନେ ଫ୍ଲିକ୍ସ’ । ରିଲିଜ୍ ହେବାକୁ ଯାଉଛି ଏହି ସବୁ କ୍ଷୁଦ୍ର ଚଳଚ୍ଚିତ୍ର ।

କନକ ବ୍ୟୁରୋ : ରିଲିଜ୍ ହେବାକୁ ଯାଉଛି, ଚଳଚ୍ଚିତ୍ର ନାୟକ ତଥା ଲୋକପ୍ରିୟ ତାରକା ସ୍ୱରାଜ ବାରିକଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ କ୍ଷୁଦ୍ର ଚଳଚ୍ଚିତ୍ର ‘ଫ୍ରସ-୨’ । ଏହା ସହ କୁହୁ ସିନେ ଫ୍ଲିକ୍ସ ଏବଂ ସ୍ୱରାଜ ବାରିକ ଫିଲ୍ମସର ମିଳିତ ପ୍ରଚେଷ୍ଟାରେ ଆଗକୁ ଆସୁଛି ‘ସୁପର ବୟ’ ଓ ‘ଭୂତ ଶିକାରୀ’ ଭଳି କ୍ଷୁଦ୍ର ଚଳଚ୍ଚିତ୍ର ।

‘କୁହୁ ସିନେ ଫ୍ଲିକ୍ସ’ ହେଉଛି ଓଡ଼ିଶାର ଖ୍ୟାତନାମା ଚଳଚ୍ଚିତ୍ର ପଯୋଜନା ସଂସ୍ଥା । ଯାହାର ପ୍ରଯୋଜକ ହେଉଛନ୍ତି ଶୁଭେନ୍ଦୁ କୁମାର ସାହୁ । ‘ହିରୋ ନମ୍ବର-୧’, ‘ଖୁସି’, ‘ତୁ ମୋ ଲଭଷ୍ଟୋରୀ-୨’, ‘ଅନୁଦିଦି ନଟଆଉଟ୍’ ପରି ଚଳଚିତ୍ର ନିର୍ମାଣ କରିଛି ‘କୁହୁ ସିନେ ଫ୍ଲିକ୍ସ’ ସଂସ୍ଥା ।

କେବଳ ଚଳଚ୍ଚିତ୍ର ନୁହେଁ, ଡିଜିଟାଲ୍ ଯୁଗର ଚାହିଦା ବଢିଥିବାରୁ କ୍ଷୁଦ୍ର ଚଳଚିତ୍ର ନିର୍ମାଣ କରିବା ଦିଗରେ ମଧ୍ୟ ଧ୍ୟାନ ଦେଇଛି ଏହି ପ୍ରଯୋଜନା ସଂସ୍ଥା । କରୋନା ମହାମାରୀ ସମୟରେ ଚଳଚିତ୍ର ପ୍ରେକ୍ଷଳୟ ସବୁ ବନ୍ଦ ଥିବାବେଳେ ଲୋକଙ୍କ ମନୋରଞ୍ଜନ ପାଇଁ ଆରମ୍ଭ ହୋଇଛି, ‘କୁହୁ ସିନେ ଫ୍ଲିକ୍ସ ଅଫିସିଆଲ୍’ ୟୁଟ୍ୟୁବ୍ ଚ୍ୟାନେଲ୍ । ଖ୍ୟାତନାମା ଚଳଚ୍ଚିତ୍ର ନିର୍ଦ୍ଦେଶକ ତାପସ ସରଘରିଆଙ୍କ ଦ୍ୱାରା ନିର୍ଦ୍ଦେଶିତ କ୍ଷୁଦ୍ର ଚଳଚ୍ଚିତ୍ର ‘ଇସମାଟି’ ଠାରୁ ଆରମ୍ଭ ହୋଇଛି ଏହି ଡିଜିଟାଲ୍ ଯାତ୍ରା ।

from Kanak News
via <a href="https://ifttt.com/?

ସିଂଘୁ ସୀମାରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ବିରୋଧରେ ଏତଲା : ଧାରଣାସ୍ଥଳରେ କୋଭିଡ଼ ନିୟମ ମାନୁନଥିବା ଅଭିଯୋଗ

କନକ ବ୍ୟୁରୋ : ସିଂଘୁ ସୀମାରେ ଧାରଣାରେ ବସିଥିବା କୃଷକଙ୍କ ବିରୋଧରେ ଏଫଆଇଆର ।ଧାରଣାସ୍ଥଳରେ ମହାମାରୀ ପାଇଁ ଲାଗୁ ହୋଇଥିବା ସାମାଜିକ ଦୂରତା ନିୟମ ପାଳନ କରୁନଥିବା ଅଭିଯୋଗ ଆଣି ଅଲ୍ଳୀପୁର ଥାନାରେ କୃଷକମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ୨୯ ନଭେମ୍ବରରେ କୃଷକମାନେ ଲାମପୁର ସୀମା ଦେଇ ଜୋରଜବରଦସ୍ଥି ଦିଲ୍ଲୀ ଭିତରକୁ ପଶି ଆସିଥିଲେ ଓ ସେହିଦିନଠାରୁ ସିଂଘୁ ସୀମାର ନିଷିଧାଂଚଳରେ ଆନ୍ଦୋଳନ ଜାରି ରଖିଛନ୍ତି ।

ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ୧୬ ଦିନ ହେଲା କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି । କିନ୍ତୁ ସରକାର ଆଇନରେ ସଂଶୋଧନ ଆଣିବାକୁ ରାଜି ଥିଲେ ମଧ୍ୟ ଆଇନ ପ୍ରତ୍ୟାହାର କରିବାକୁ ଖୋଲାଖୋଲି ମନା କରି ଦେଇଛି । ଯାହାକୁ ନେଇ ଆନ୍ଦୋଳନକାରୀ କୃଷକ ଓ ସରକାରଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି ।

from Kanak News
via <a href="https://ifttt.com/?

ପୁଣି ଚର୍ଚ୍ଚାରେ ସାଂସଦ ଅନୁଭବ ମହାନ୍ତି : ରାଜ୍ୟସଭା ଟିଭି ଉପସ୍ଥାପିକା ଜାଗ୍ରୁତି ଶୁକ୍ଳାଙ୍କ ସହ ଚା ପିଉଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ

କନକ ବ୍ୟୁରୋ : କିଛି ଦିନର ନିରବତା ପରେ ଏବେ ସୋସିଆଲ ମିଡିଆରେ ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ବାନ୍ଧବୀ ଜାଗ୍ରୁତି ଶୁକ୍ଳାଙ୍କ ବନ୍ଧୁ ଅଶ୍ୱିନୀ ଦୁବେଙ୍କ ସହ ସାକ୍ଷାତ ବେଳର ଫଟୋକୁ ଅନୁଭବ ନିଜ ଫେସବୁକ୍ ପେଜରେ ସେୟାର କରିବା ପରେ ଚର୍ଚ୍ଚାକୁ ଆସିଛନ୍ତି । ଯାହାକି ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି ।

ଏହି ପୋଷ୍ଟରେ ଅନୁଭବ ଅଶ୍ୱିନୀ ଦୁବେଙ୍କୁ ଜନ୍ମଦିନର ଶୁଭେଛା ଜଣାଇବା ସହ ତାଙ୍କର ମଙ୍ଗଳା କାମନା କରିଛନ୍ତି । ଏଥିସହ ବାନ୍ଧବୀ ଜାଗ୍ରୁତିିଙ୍କୁ ପ୍ରକୃତ ବନ୍ଧୁ ବୋଲି ଦର୍ଶାଇ ଢ଼େର ସାରା ପ୍ରଶଂସା କରିଛନ୍ତି । କିଛି ଦିନ ପୂର୍ବେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ରହିବାକୁ ଚାହୁଁନଥିବା କହି ଦିଲ୍ଲୀ କୋର୍ଟରେ ଛାଡ ପତ୍ର ପାଇଁ ଆବେଦନ କରିଥିଲେ ଅନୁଭବ ।

ସେତେବେଳେ ମଧ୍ୟ ଜାଗୃତିଙ୍କ ସହ ଅନୁଭବଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହୋଇଥିଲା । ଅନୁଭବଙ୍କ ଏହି ପୋଷ୍ଟ ପୁଣି ଥରେ ସେହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ଏବଂ ଜାଗ୍ରୁତିଙ୍କ ସହ ଅନୁଭବଙ୍କର ଘନିଷ୍ଠ ବନ୍ଧୁତ୍ୱ ଥିବା ସ୍ପଷ୍ଟ ହୋଇଛି । ରାଜ୍ୟସଭା ଟିଭିର ଉପସ୍ଥାପିକା ହେଉଛନ୍ତି ଜାଗ୍ରୁତି ଶୁକ୍ଲା ।

from Kanak News
via <a href="https://ifttt.com/?

ଆଜିଠୁ ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଂଚ : ପିଏ ପିଟର ଡେଭିଡ୍ ସହ ହୋଇପାରେ ମୁହାଁମୁହିଁ ଜେରା

କନକ ବ୍ୟୁରୋ : ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କୁ ଆଜିଠାରୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଂଚ । ଟାଟା ମୋଟର୍ସର ଠକେଇ ସିଣ୍ଡିକେଟର ଅଧିକ ଖୋଳତାଡ ପାଇଁ ଆକାଶଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଭୁବନେଶ୍ୱର ଏସଡିଜେଏମ କୋର୍ଟ ଅନୁମତି ଦେଇଛନ୍ତି । ଝାରପଡା ଜେଲରୁ ଆକାଶଙ୍କୁ କ୍ରାଇମବ୍ରାଂଚ ମୁଖ୍ୟାଳୟ ନିଆଯିବ । ସେଠାରେ ପ୍ରଦୀପ – ଆକାଶ- ସର୍ବେଶ୍ୱର ସିଣ୍ଡିକେଟର ରହସ୍ୟ ଖୋଲିବେ ତଦନ୍ତକାରୀ ଟିମ ।

କେମିତି ଏହି ଠକେଇ ସିଣ୍ଡିକେଟ ତିଆରି ହୋଇଥିଲା ? କେମିତି ପ୍ରାର୍ଥୀ ଯୋଗାଡ କରାଯାଉଥିଲା? ଗୋପାଳପୁର ଏବଂ ବ୍ରହ୍ମପୁର ଅଂଚଳରୁ ପ୍ରଦୀପ କେତେଜଣ ପ୍ରାର୍ଥୀଙ୍କ ଚାକିରି ପାଇଁ ତାଙ୍କ ପାଖକୁ ବାୟୋଡାଟା ପଠାଇଥିଲେ? କାହିଁକି ପ୍ରଦୀପ ତାଙ୍କ ଆକାଉଂଟକୁ ଟଙ୍କା ପଠାଉଥିଲେ? କେମିତି ତିଆରି ହେଉଥିଲା ଜାଲ ନିଯୁକ୍ତି ପତ୍ର? ଏହା ପଛରେ ଆଉ କାହାର ସମ୍ପୃକ୍ତି ରହିଛି ? ରହସ୍ୟ ଉପରୁ ପରଦା ହଟାଇବା ପାଇଏମିତି ଗଦା ଗଦା ପ୍ରଶ୍ନର ଉତର ଖୋଜିବ ତଦନ୍ତକାରୀ ଟିମ୍ ।

ପିଏ ଡେଭିଡ୍ ପିଟର ସହ ଆକାଶଙ୍କର ମୁହାଁମୁହିଁ ଜେରା ହୋଇପାରେ । ଠକେଇ ସମ୍ପର୍କରେ ପିଟର ଯେଉଁ ସବୁ ତଥ୍ୟ ଦେଇଛି ତାକୁ ନେଇ ଜେରା କରାଯିବ । ଏଥିସହ ପ୍ରାର୍ଥୀଙ୍କ କନଫରମେସନ ଲେଟରରେ ଆକାଶଙ୍କର ଯେଉଁ ଦସ୍ତଖତ ରହିଛି ତାହାକୁ ପ୍ରମାଣ କରିବା ଲାଗି ଫରେନସିକ୍ ଲାବରେଟୋରିକୁ ପଠାଯିବ । ରିମାଣ୍ଡ ସମୟରେ ଆକାଶଙ୍କ ଦସ୍ତଖତ ସଂଗ୍ରହ କରାଯାଇ ତାକୁ ମେଳ କରାଯିବ । ଏହା ଏକ ବଡ ସିଣ୍ଡିକେଟ ହୋଇଥିବାରୁ ଅଭିଯୁକ୍ତ ବିଧାୟକ ପାଣିଗ୍ରାହୀଙ୍କ ଘନିଷ୍ଠ ସହଯୋଗୀ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଭି. ସର୍ବେଶ୍ୱର ରାଓଙ୍କୁ ମଧ୍ୟ ଜେରା କରିବ କ୍ରାଇମବ୍ରାଂଚ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started