ଏବେ ଖୋଲିବନି ସ୍କୁଲ, କଲେଜ ! କେବେ ଖୋଲିବ, ନିଷ୍ପତ୍ତି ନେବେ ସରକାର

କନକ ବ୍ୟୁରୋ : ନୂଆବର୍ଷରୁ ସ୍କୁଲ, କଲେଜ ଖୋଲିବା ନେଇ ଚିନ୍ତା କରାଯାଉଛି ବୋଲି ଗଣଶିକ୍ଷା ମନ୍ତ୍ରୀ ଓ ଉଚ୍ଚଶିକ୍ଷା ସଚିବ କହିଥିବା ବେଳେ ଏହାକୁ ନାପସନ୍ଦ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ସମସ୍ତ ଦିଗରୁ ବିଚାର କରି ରାଜ୍ୟ ସରକାର ଏ ନେଇ ଉପଯୁକ୍ତ ନିଷ୍ପତି ନେବେ । କୋଭିଡ୍ ମୁକାବିଲାର ସମୀକ୍ଷା କରୁଥିବା ବେଳେ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ।

କରୋନା ପାଇଁ ପ୍ରାୟ ୯ ମାସ ଧରି ବନ୍ଦ ଥିବା ସ୍କୁଲ ନୂଆ ବର୍ଷରୁ ଖୋଲିବା ନେଇ ଚିନ୍ତା କରାଯାଉଛି ବୋଲି ଗତକାଲି କହିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ସେ କହିଥିଲେ, ଦଶମ ଓ ଦ୍ୱାଦଶ ଶ୍ରେଣୀ ପ୍ରଥମେ ଖୋଲିବାକୁ ପ୍ରାଥମିକତା ଦିଆଯିବ । ସେହିପରି ନୂଆବର୍ଷରୁ କଲେଜ ଖୋଲିବା ନେଇ ନିଷ୍ପତି ନିଆଯାଇପାରେ ବୋଲି ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ର ସୂଚନା ଦେଇଥିଲେ । ଗଣଶିକ୍ଷା ମନ୍ତ୍ରୀ ଓ ଉଚ୍ଚଶିକ୍ଷା ସଚିବଙ୍କ ଏପରି ମନ୍ତବ୍ୟରେ ଖପ୍ପା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଗତ ସଂଧ୍ୟାରେ ଭିଡିଓ କନଫରେନ୍ସିଂ ଜରିଆରେ କୋଭିଡ୍ ମୁକାବିଲାର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ।

ରାଜ୍ୟର କୋଭିଡି ମୁକାବିଲାରେ ସନ୍ତୋଷ ପ୍ରକାଶ କରିବା ସହ ନବୀନ କହିଛନ୍ତି, ପୂଜା ସମୟରେ ସଂକ୍ରମଣ ବଢ଼ିବା ନେଇ ଯେଉଁ ଆଶଙ୍କା ଥିଲା, ତାହା ଦୂର ହୋଇଛି । ସେହିପରି ଶୀତ ଋତୁ ନେଇ ଯେଉଁ ଆଶଙ୍କା ଥିଲା, ତାହା ଦୂର ହେବ ବୋଲି ସେ ଆଶାପ୍ରକାଶ କରିଛନ୍ତି । ଟିକାକରଣ ନେଇ ରାଜ୍ୟର ପ୍ରସ୍ତୁତି ସଂପର୍କରେ ମଧ୍ୟ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାପାଳ ଓ ବ୍ୟାଙ୍କ କର୍ତୃପକ୍ଷଙ୍କ ସହ ସମୀକ୍ଷା ବେଳେ ଜୀବିକା ଓ ଅର୍ଥନୈତିକ ଆହ୍ୱାନର ମୁକାବିଲା ଉପରେ ଜୋର ଦେଇଛନ୍ତି ନବୀନ ।

from Kanak News
via <a href="https://ifttt.com/?

ଗ୍ୟାଙ୍ଗଷ୍ଟାର ଡି ବ୍ରଦର୍ସଙ୍କ ଘରେ ପୁଲିସର ଚଢଉ । କଟକ ସିଡିଏ ସ୍ଥିତ ଘରୁ ବନ୍ଧୁକ ଓ ଅନ୍ୟ ମାରଣାସ୍ତ୍ର ଜବତ ସୂଚନା ।

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ଧଳସାମନ୍ତ ବ୍ରଦର୍ସ । କଟକ ସିଡିଏ ସ୍ଥିତ ଧଳସାମନ୍ତ ବ୍ରଦର୍ସଙ୍କ ଘରେ ପୋଲିସର ଚଢଉ । ଚଢାଉ ବେଳେ ବନ୍ଧୁକ ଗୁଳି ମାରଣାସ୍ତ୍ର ଜବତ ହୋଇଥିବା ନେଇ ସୂଚନା ମିଳିଛି ।

ତେବେ ପୂର୍ବରୁ ପୋଲିସ ଡି ବ୍ରଦର୍ସଙ୍କ ଜଣେ ମହିଳା ସହଯୋଗୀଙ୍କୁ ଗିରଫ କରିଥିଲା । ଜେରା ବେଳେ ମିଳିଥିବା କିଛି ତଥ୍ୟ ଆଧାରରେ ପୋଲିସ ଏହି ଚଢଉ କରୁଥିବା ଜଣାପଡିଛି । ଏକାସଙ୍ଗେ ୫ଟି ଥାନାର ଥାନା ଅଧିକାରୀ ଓ କଟକ ଡିସିପି ରେଡ୍ ସ୍ଥଳରେ ଉପସ୍ଥିତ ରହିଥିଲେ । ଡି ବ୍ରଦର୍ସ ଘରେ ଏକ ବଡ ଧରଣର ଚଢଉ ଚାଲୁଥିବା ବେଳେ ଆଗକୁ ଆହୁରି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।

from Kanak News
via <a href="https://ifttt.com/?

ବିଜେପି ପଦଯାତ୍ରାକୁ ପ୍ରଦୀପ ମାଝୀଙ୍କ ସ୍ୱାଗତ ପରେ କଂଗ୍ରେସରେ କମ୍ପନ । କାର୍ଯ୍ୟାନୁଷ୍ଠାନ ଦାବି କଲେ ତାରା, ପ୍ରଦୀପ କହିଲେ, ପରୀକୁ ନ୍ୟାୟ ଦେବା ନେଇ ସବୁ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ।

କନକ ବ୍ୟୁରୋ : କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ବୟାନକୁ ନେଇ ଦଳ ଭିତରେ କମ୍ପନ ଦେଖାଦେଇଛି । ବିଜେପିର ଏକ କାର୍ଯ୍ୟକ୍ରମକୁ ପ୍ରଦୀପ ମାଝୀ କହିଥିଲେ, ଏହାକୁ ସ୍ୱାଗତ କରାଯିବା ଉଚିତ୍ । ଏହି ବୟାନ ପରେ ଦଳ ଭିତରେ ପ୍ରଦୀପଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖାଯାଇଛି ।

ବିଜେପିର ପଦଯାତ୍ରାକୁ ପ୍ରଦୀପ ମାଝୀଙ୍କ ସମର୍ଥନ । ପ୍ରଦେଶ କଂଗ୍ରେସରେ ସୃଷ୍ଟି ହେଲା କମ୍ପନ । ବିଜେପି ପଦଯାତ୍ରାକୁ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ଖୋଲା ସମର୍ଥନକୁ ଗ୍ରହଣ କରିପାରିନାହାନ୍ତି ଦଳର ଅନ୍ୟ ବରିଷ୍ଠ ନେତା । ବିଧାୟକ ତାରାପ୍ରସାଦ ବାହିନୀପତି ଏହାକୁ କଡ଼ା ସମାଲୋଚନା କରିଥିବା ବେଳେ ଏହାର ଜବାବ ରଖିଛନ୍ତି ପ୍ରଦୀପ ମାଝୀ ।

ଶୁଣିବାକୁ ମିଳୁଛି, ବିଜେପି ପଦଯାତ୍ରାକୁ ପ୍ରଦୀପ ମାଝୀଙ୍କ ସମର୍ଥନକୁ ସହଜରେ ହଜମ କରିପାରୁନାହାନ୍ତି କଂଗ୍ରେସର ତୁଙ୍ଗ ନେତା । ଏପରିକି ଏହି ପ୍ରସଙ୍ଗରେ ପିସିସି ସଭାପତି ଓ ରାଜ୍ୟ ପ୍ରଭାରୀଙ୍କ ନିକଟରେ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ସେପଟେ ପିସିସି ସଭାପତି କହିଛନ୍ତି, ଯଦି କେହି ନେତା ଦଳ ବିରୋଧୀ ଆଭିମୁଖ୍ୟ ରଖିଛନ୍ତି, ସେଥିପ୍ରତି ଦଳ ସଚେତନ ଅଛି । ପରୀ ମାମଲାରେ କିଏ ଆଗରେ ରହିବ, ଏ ନେଇ କଂଗ୍ରେସ ଓ ବିଜେପି ଭିତରେ ପ୍ରତିଯୋଗିତା ଚାଲିଥିବା ବେଳେ ଏହାକୁ ନେଇ କଂଗ୍ରେସ ଭିତରେ ସୃଷ୍ଟି ହୋଇଛି ଅନ୍ତଦ୍ୱର୍ନ୍ଦ୍ୱ ।

from Kanak News
via <a href="https://ifttt.com/?

ବୋଝ ନୁହେଁ ବ୍ୟାଗ ଧରି ଗାଁ ଗାଁ ବୁଲି ଶଙ୍ଖା ବିକୁଛନ୍ତି ବୁଢାଶଙ୍ଖାରୀ । ୮୭ ବର୍ଷ ବୟସରେ ବି ଥକିନି ପାଦ । ଗଞ୍ଜାମର ଉଦୟନାଥଙ୍କୁ ଦେଖି ମନେପଡିଗଲା ‘ଆସମାନ ତାରା’ କଥା…

କନକ ବ୍ୟୁରୋ: ବୟସ ୮୭ ଟପିଲାଣି । ହେଲେ ଥକି ନାହାନ୍ତି ଉଦୟନାଥ। ଆଜି ବି କର୍ମଠ। ପ୍ରତିଦିନ ସକାଳୁ ସାଇକେଲରେ ଆଖପାଖ ଗାଁକୁ ଚୁଡ଼ି ଓ ଶଂଖା ବିକିବାକୁ ନଗଲେ ଦିନ ଭଲରେ କଟେନାହିଁ। ଦୁଇ ଦୁଇଟି ପୁଅ। ସମସ୍ତେ ରୋଜଗାରିଆ। ଘରେ ମଧ୍ୟ କୌଣସି ଅଭାବ ନାହିଁ। ହେଲେ ଉଦୟଙ୍କୁ ଘରେ ବସି ଖାଇବାକୁ ଭଲ ଲାଗେ ନାହିଁ। ଆଉ ସେଇଥିପାଇଁ ସେ ଚମ ଧୁଡ଼ୁଧୁଡ଼ୁ ଦେହ ସାଙ୍ଗକୁ କାନକୁ ଭଲ ଭାବେ ଶୁଭୁ ନ ଥିଲେ ମଧ୍ୟ ଶୀତକାକରକୁ ଖାତିର ନକରି ସକାଳୁ ଚୁଡ଼ି ବିକ୍ରି କରିବା ପାଇଁ ବାହାରି ପଡ଼ନ୍ତି। ଚୁଡ଼ି ବିକ୍ରି କରି ମଧ୍ୟାହ୍ନ ୧୨ଟାକୁ ଫେରନ୍ତି। ବଳ ନ ଥିଲେ ମଧ୍ୟ ସାଇକେଲକୁ ଗଡ଼ାଇ ଗଡ଼ାଇ ପ୍ରତିଦିନ ୫ରୁ ୬ କିଲୋମିଟର ବୁଲିଥାନ୍ତି।

ଗଞ୍ଜାମ ଜଗନ୍ନାଥପ୍ରସାଦ ବ୍ଲକ୍ କଲ୍ୟାଣପୁର ଗ୍ରାମର ଉଦୟନାଥ ସାହୁ। ଗତ ୫୦ ବର୍ଷ ହେବ ଶଂଖା ବ୍ୟବସାୟ କରି ଆସୁଛନ୍ତି। ତାଙ୍କର ସନ୍ତୋଷ ଓ ସୀମାଞ୍ଚଳ ନାମରେ ଦୁଇଟି ପୁଅ ଅଛନ୍ତି। ସେମାନେ ଭଲ ରୋଜଗାର କରନ୍ତି। ତେଣୁ ଉଦୟନାଥଙ୍କ ଘରେ କୌଣସି ଅସୁବିଧା ନାହିଁ। ପୁଅମାନେ ଶଂଖା ବିକ୍ରି କରିବା ପାଇଁ ମନା କରୁଥିଲେ ହେଁ ଉଦୟନାଥ ମାନନ୍ତି ନାହିଁ। ସେ ତାଙ୍କ ଗୋଡ଼ ହାତ ଚାଲୁଥିବା ପର୍ଯ୍ୟନ୍ତ ବ୍ୟବସାୟ କରିବେ ବୋଲି କହିଛନ୍ତି। ଦିନେ କି ଦୁଇଦିନ ବ୍ୟବସାୟକୁ ନ ଗଲେ ତାଙ୍କ ଗୋଡ଼ ଫୁଲିଯାଉ ଥିବା ସେ କହିଛନ୍ତି। ଏଣୁ ସେ ଘରେ ବସି ରହିବାକୁ ପସନ୍ଦ କରନ୍ତି ନାହିଁ। ବୁଲି ବୁଲି ଦିନକରେ ସେ ୫୦ରୁ ୬୦ ଟଙ୍କା ରୋଜଗାର କରନ୍ତି। ତଥାପି ଦୁଃଖ ନାହିଁ। ସରକାରଙ୍କ ତରଫରୁ ଭତ୍ତା ଭାବେ ୭୦୦ ଟଙ୍କା ମିଳୁଛି। କିନ୍ତୁ ଅଳସୁଆ ନ ହୋଇ କର୍ମଠ ହେବା ପାଇଁ ଉଦୟ ଆହ୍ବାନ୍ ଦେଇଛନ୍ତି। ତେବେ ଉଦୟ ଆଜିର ଯୁବପିଢ଼ି ପାଇଁ ପ୍ରେରଣାର ଉତ୍ସ ବୋଲି କହିଲେ ଜମାରୁ ଅତ୍ୟୁକ୍ତି ହେବନି।

from Kanak News
via <a href="https://ifttt.com/?

ଜାନୁୟାରୀରୁ କଡ଼ାକଡି ହେବ ଟ୍ରାଫିକ୍ ଚେକିଂ । ସେପଟେ ଗାଡ଼ି ଚାଳକ ଆଣିଲେ ସାଂଘାତିକ୍ ଅଭିଯୋଗ, କହିଲେ ଅଳ୍ପ ସମୟରେ ସରି ଯାଉଛି ବୁକିଂ ସ୍ଲଟ୍, କେମିତି ମିଳିବ ଲାଇସେନ୍ସ ?

କନକ ବ୍ୟୁରୋ : ଟ୍ରାଫିକ୍ ଫାଇନ୍ ଆଦାୟ ପାଇଁ ଏବେ ପୁଲିସ ଛକ ଛକରେ ଜଗିବା ଆରମ୍ଭ କଲେଣି । କିନ୍ତୁ ଏସବୁ ଭିତରେ ଗୋଟିଏ ପ୍ରଶ୍ନ ଉଠୁଛି, ଡ୍ରାଇଭିଂ ଲାଇସେନ୍ସ ଯାଂଚ କରି ପୁଲିସ ଫାଇନ୍ ନେବାକୁ ତ ପ୍ରସ୍ତୁତ ହେଉଛି, ହେଲେ ଆବେଦନକାରୀଙ୍କୁ ଡ୍ରାଇଭିଂ ଲାଇସେନ୍ସ ଦିଆଯାଇ ପାରୁଛି ତ । କାରଣ କରୋନା ପାଇଁ ସ୍ଲଟ୍ ବୁକିଂ ବନ୍ଦ ରହିଥିଲା । ଏବେ ଖୋଲିଛି, କିନ୍ତୁ ଭିଡ ଅନେକ ରହୁଥିବାରୁ ଅନେକ ଆବେଦନକାରୀ ସ୍ଲଟ୍ ବୁକ୍ କରି ପାରୁନାହାନ୍ତି ।

ପ୍ରଶ୍ନ ଉଠୁଛି, ସ୍ୱାଭାବିକ ଚାଲିଛି କି ଡିଏଲ୍ ଆବେଦନ ପ୍ରକ୍ରିୟା ? ନୂଆ ଆବେଦନକାରୀ ପାଉଛନ୍ତି କି ବୁକିଂ ସ୍ଲଟ୍ ? ଡ୍ରାଇଭିଂ ଲାଇସେନ୍ସ ଚାହୁଁଥିବା ଗାଡ଼ି ଚାଳକଙ୍କ ଭିତରେ ଏବେ ଏମିତି କିଛି ପ୍ରଶ୍ନ ଉଠୁଛି । କାରଣ, ଜାନୁୟାରୀ ମାସରୁ ଟ୍ରାଫିକ୍ ନିୟମ କଡ଼ାକଡ଼ି ହେବାକୁ ଯାଉଥିବା ବେଳେ ଡିଏଲ୍ ଯାଞ୍ଚକୁ ତ୍ୱରାନ୍ୱିତ କରାଯିବ । ଠିକ୍ ଏମିତି ବେଳେ ଲର୍ଣ୍ଣିଂ ଲାଇସେନ୍ସ ଏବଂ ଡ୍ରାଇଭିଂ ଲାଇସେନ୍ସ ଆବେଦନ ସମ୍ପର୍କରେ ଉଠିଛି ଏକାଧିକ ପ୍ରଶ୍ନ । ଆବେଦନକାରୀଙ୍କ ଅଭିଯୋଗ ହେଉଛି,

– ଅତି ଅଳ୍ପ ସମୟ ଭିତରେ ସରିଯାଉଛି ଡିଏଲ୍ ବୁକିଂ ସ୍ଲଟ୍

– ସ୍ଲଟ୍ ମିଳିବା ପରେ ବି ହୋଇପାରୁନି ଲାଇସେନ୍ସ

– ଚିହ୍ନା ପରିଚୟଙ୍କୁ ସହଜରେ ମିଳିଯାଉଛି ଲାଇସେନ୍ସ

– ଏଲଏଲ୍ ପାଇଥିବା ଚାଳକଙ୍କୁ ଡିଏଲ୍ ପାଇଁ ମିଳୁଛି କମ ସମୟ

-୭ ଦିନ ଭିତରେ ନହେଲେ ଡିଏଲ୍ ପାଇଁ ଫାଇନ୍ ଦେବାକୁ ପଡ଼ିପାରେ

ବଡ଼ କଥା ହେଉଛି ଭୁବନେଶ୍ୱର ଆରଟିଓ ୨ରେ ନୂଆ ଡିଏଲ୍ ପାଇଁ ଦୈନିକ ମାତ୍ର ୮୦ଟି ସ୍ଲଟ୍ ଦିଆଯାଉଛି । ହେଲେ ଆବେଦନକାରୀଙ୍କ ସଂଖ୍ୟା ଯଥେଷ୍ଟ ଅଧିକ । ଫଳରେ ଲାଇସେନ୍ସ ଚାହୁଁଥିବା ଚାଳକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।

ଏପଟେ ପରିବହନ ମନ୍ତ୍ରୀ ପୁଣି ଥରେ ଚେତାଇ ଦେଇଛନ୍ତି । ଗାଡ଼ି କାଗଜପତ୍ର ସମେତ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି ଯାଂଚ୍ କରାଯିବ । ଆଗକୁ ନିୟମ କଡ଼ାକଡ଼ି ଭାବେ ପାଳନ ହେବାକୁ ଯାଉଛି । ନିୟମ ପାଳନ କଡ଼ାକଡ଼ି ହେବାରେ ବି କୌଣସି ଅସୁବିଧା ନାହିଁ । ତେବେ ଆବଶ୍ୟକ ଭିତ୍ତିଭୂମି ବଢ଼ାଇବାରେ ପ୍ରଶାସନ କ’ଣ ପଦକ୍ଷେପ ନେଇଛି ? ଚାଳକଙ୍କୁ ସୁବିଧାରେ ଆବଶ୍ୟକ କାଗଜପତ୍ର ଯୋଗାଇ ଦେବା ପାଇଁ କେଉଁ କେଉଁ ସବୁ ବ୍ୟବସ୍ଥା ହୋଇଛି ? ତାହା ନିଶ୍ଚିତ ଭାବରେ ସ୍ପଷ୍ଟ ହେବା ଜରୁରୀ ।

from Kanak News
via <a href="https://ifttt.com/?

ଚାଷୀ ସଂଗଠନକୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଅପିଲ୍ । କହିଲେ, ଆଲୋଚନା ପାଇଁ ସରକାର ପ୍ରସ୍ତୁତ, କିନ୍ତୁ ଚାଷୀଙ୍କ ପାଖରୁ ଆସୁନି ପ୍ରସ୍ତାବ । ବନ୍ଦ ହେବ ନାହିଁ ଏମଏସପି, ଜମି ହଡ଼ପ ଆଶଙ୍କା ଅମୂଳକ ।

କନକ ବ୍ୟୁରୋ : କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହାଙ୍କ ପ୍ରସ୍ତାବକୁ ଖାରଜ କରିବା ପରେ କୃଷକ ଓ ସରକାରଙ୍କ ଆଲୋଚନାର ଗତି ଏକ ପ୍ରକାର ଅନିଶ୍ଚିତ ହୋଇଯାଇଥିଲା । ଆଜି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପ୍ରେସମିଟ୍ କରି କହିଛନ୍ତି, ସରକାରଙ୍କ ପ୍ରସ୍ତାବକୁ ଚାଷୀମାନେ ବିଚାର କରନ୍ତୁ, ଏବଂ ସରକାର ସେମାନଙ୍କ ସହ ଆଲୋଚନା ପାଇଁ ସବୁବେଳେ ପ୍ରସ୍ତୁତ ଅଛନ୍ତି ।

ଚାଷୀଙ୍କୁ ବୁଝାଇବାକୁ ଅମିତ ଶାହା, ରାଜନାଥ ସିଂହ, ପୀୟୁଷ ଗୋଏଲ, ନରେନ୍ଦ୍ର ସିଂହ ତୋମାରଙ୍କ ଭଳି ମୋଦୀ ସରକାରଙ୍କ ପାୱାରଫୁଲ ମନ୍ତ୍ରୀଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଛି । ଚାଷୀ ସଂଗଠନ ସହ ବାରମ୍ବାର ଆଲୋଚନା ପରେ ବି ବାହାରି ପାରୁନି ନିଷ୍କର୍ଷ । ଚାଷୀ ସଂଗଠନଗୁଡିକର ଗୋଟିଏ ଜିଦ, ନୂଆ କୃଷି ଆଇନକୁ ପ୍ରତ୍ୟାହାର କରନ୍ତୁ ମୋଦୀ ସରକାର । ୧୫ ଦିନ ହେଲା ଦିଲ୍ଲୀ ସୀମା ସିଂଘୁରେ ହଜାର ହଜାର ଚାଷୀ ଏକାଠି ହୋଇ ପ୍ରତିବାଦ କରୁଛନ୍ତି । ଦିନ ପରେ ଦିନ ଗଡ଼ି ଚାଲିଛି, ହେଲେ ସମସ୍ୟାର ସମାଧାନ ହୋଇପାରୁନି ।

ଦିନକୁ ଦିନ ଅଚଳାବସ୍ଥା ଆଡକୁ ଗତି କରୁଛି ସ୍ଥିତି । ଏଭଳି ସ୍ଥିତିରେ ଚାଷୀଙ୍କ ଆଶଙ୍କା ଓ ସରକାରଙ୍କ ଆଭିମୁଖ୍ୟ ସଂପର୍କରେ ସ୍ପଷ୍ଟ କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ । ଖୋଲାମନରେ ନିଜର ପ୍ରସ୍ତାବ ନେଇ ଆଲୋଚନା କରିବାକୁ ଚାଷୀଙ୍କୁ ଅପିଲ୍ କରିଛନ୍ତି ତୋମାର ।

ପ୍ରେସ କରି ତୋମାର କହିଛନ୍ତି, ଏମଏସପି ବନ୍ଦ ହେବା ଆଶଙ୍କା ଅମୂଳକ । ଚାଷୀଙ୍କ ଜମି ଶିଳ୍ପପତି ହଡପ କରିନେବା ଆଶଙ୍କାର ମଧ୍ୟ କୌଣସି ଆଧାର ନାହିଁ । ନୂଆ ଆଇନରେ ଚାଷୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଇଛି । ପ୍ରତିଦ୍ୱନ୍ଦିତାମୂଳକ ବଜାରରେ ଉତ୍ପାଦନ ବିକ୍ରି କରି ଚାଷୀ ଲାଭବାନ ହେବେ । ସମସ୍ୟାର ସମାଧନ ପାଇଁ ଚାଷୀଙ୍କ ଆଡୁ ପ୍ରସ୍ତାବ ଆସୁ ବୋଲି କହିଛନ୍ତି କୃଷିମନ୍ତ୍ରୀ ।

ସରକାରଙ୍କ ଆଭିମୁଖ୍ୟ ହେଉଛି,
ଏମଏସପି ବନ୍ଦ ହେବା ଆଶଙ୍କା ଅମୂଳକ
ଚାଷୀଙ୍କ ଜମି ଶିଳ୍ପପତି ହଡପ କରିନେବା ଆଶଙ୍କା ନିରାଧାର
ନୂଆ ଆଇନରେ ଚାଷୀଙ୍କ ସ୍ୱାର୍ଥକୁ ଦିଆଯାଇଛି ଗୁରୁତ୍ୱ
ମଣ୍ଡି ବାହାରେ ବି ବିକ୍ରି କରି ଲାଭବାନ ହେବେ ଚାଷୀ
ସମସ୍ୟାର ସମାଧନ ପାଇଁ ପ୍ରସ୍ତାବ ଦିଅନ୍ତୁ ଚାଷୀ

ସେପଟେ କିନ୍ତୁ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଟଳ ରହିଛନ୍ତି ଚାଷୀ । ୮ ତାରିଖ ଦିନ ଭାରତ ବନ୍ଦ କରିବା ପରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ଚାଷୀ ସଂଗଠନଗୁଡିକ ଯୋଜନା କରିଛନ୍ତି । ଆସନ୍ତା ୧୨ ତାରିଖରେ ଦିଲ୍ଲୀ-ଜୟପୁର ରାଜପଥ ଅବରୋଧ କରିବା ସହ ୧୪ ତାରିଖରେ ଦେଶବ୍ୟାପୀ ପ୍ରତିବାଦ କରିବେ ଚାଷୀ ।

from Kanak News
via <a href="https://ifttt.com/?

ସ୍କୁଲ, କଲେଜ ଖୋଲିବା ନେଇ ବିଭିନ୍ନ ବିଭାଗର ମନ୍ତବ୍ୟକୁ ନାପସନ୍ଦ କଲେ ମୁଖ୍ୟମନ୍ତ୍ରୀ । କହିଲେ ବିଚାର କରି ସରକାର ନେବେ ନିଷ୍ପତ୍ତି ।

କନକ ବ୍ୟୁରୋ: ଜାନୁଆରୀରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ବିଭିନ୍ନ ବିଭାଗର ମନ୍ତବ୍ୟ ପ୍ରସଙ୍ଗ । ସ୍କୁଲ, କଲେଜ ଖୋଲିବା ନେଇ ବିଭିନ୍ନ ବିଭାଗର ମନ୍ତବ୍ୟକୁ ନାପସନ୍ଦ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ ସମସ୍ତ ଦୃଷ୍ଟିକୋଣରୁ ବିଚାର କରି ସରକାର ଉଚିତ ନିଷ୍ପତ୍ତି ନେବେ । ତେବେ ଜାନୁଆରୀରେ ସ୍କୁଲ ଖୋଲିବା ନେଇ ଚିନ୍ତା କରାଯାଉଥିବା ଆଜି କହିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ମୁଖତଃ ଦଶମ ଓ ଦ୍ୱାଦଶ ଶ୍ରେଣୀ ପ୍ରଥମେ ଖୋଲିବାକୁ ପ୍ରାଥମିକତା ଦିଆଯିବ । ୧୦୦ ଦିନର ପାଠ ପଢ଼ାଇ ତା ପରେ ପରୀକ୍ଷା କରାଯିବ । ତେଣୁ ପର୍ବପର୍ବାଣୀ ଛୁଟି ଛାଡିଦେଲେ ଶନିବାର ଓ ରବିବାର ଛୁଟି ଦିନରେ ବି କ୍ଲାସ ହେବ ବୋଲି କହିଥିଲେ ଗଣଶିକ୍ଷା ମନ୍ତ୍ରୀ । ସେହିପରି ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ର କହିଥିଲେ ନୂଆ ବର୍ଷରେ ଛାତ୍ରଛାତ୍ରୀ କଲେଜରେ କ୍ଲାସ କରିବେ । ଆଉ ଏବେ ଖୋଦ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି ।

ସେପଟେ ରାଜ୍ୟର କୋଭିଡ୍ ମୁକାବିଲା ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ମୁକାବିଲା ନେଇ ସନ୍ତୋଷ ପ୍ରକାଶ କରିଛନ୍ତି । ପୂଜା ସମୟରେ ଥିବା ଆଶଙ୍କା ସଫଳତାର ସହ ଦୂରୀଭୂତ କରାଯାଇଛି । କୋଭିଡ ପରିଚାଳନାରେ ଓଡିଶା ଶ୍ରେଷ୍ଠ ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି । ଏହାକୁ ନୀତିଆୟୋଗ ବି ପ୍ରଶଂସା କରିଛି । ଦେଶରେ ଶୀଘ୍ର ଟୀକାକରଣ ପ୍ରକ୍ରିୟା ଆରମ୍ଭ ହେବାର ସମ୍ଭାବନା ରହିଛି । ଏଥିପାଇଁ ଓଡିଶାରେ ସମ୍ପୂର୍ଣ୍ଣ ଡାଟାବେସ୍ ପ୍ରସ୍ତୁତ ହୋଇଛି । ଏନେଇ ଆନୁସଙ୍ଗୀକ ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ସମୀରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।

from Kanak News
via <a href="https://ifttt.com/?

ଜଗା ଦର୍ଶନ ଜିଦରେ ବଡଦାଣ୍ଡରେ ୭ ଘଂଟା ଧରି ବସିରହିଲେ ୯୮ ବର୍ଷର ବୃଦ୍ଧା । କହିଲେ ବଡ଼ଦାଣ୍ଡରେ ଯିବ ତାଙ୍କ ଶବ । ସେପଟେ ଶ୍ରୀମନ୍ଦିର ଖୋଲିବା ନେଇ ୧୨ ତାରିଖରେ ନିଆଯିବ ନିଷ୍ପତି ।

କନକ ବ୍ୟୁରୋ : କୋଟି କୋଟି ଜଗନ୍ନାଥ ଭକ୍ତ ଯେଉଁ ମୂହୁର୍ତ୍ତକୁ ଅପେକ୍ଷା କରିଛନ୍ତି, ସେହି ଦାବିରେ ଆଜି ବଡଦାଣ୍ଡରେ ଘଟିଛି ଏକ ରୋଚକ ଘଟଣା । ଜଣେ ୯୮ ବର୍ଷର ବୃଦ୍ଧା ସକାଳ ୧୦ଟାରେ ଆସି ଜିଦ୍ ଧରି ବଡଦାଣ୍ଡରେ ବସିଲେ । ତାଙ୍କର ଗୋଟିଏ ଦାବି ଥିଲା, ମହାପ୍ରଭୁଙ୍କ ଦର୍ଶନ ପାଇଁ ତାଙ୍କୁ ସୁଯୋଗ ଦିଆଯାଉ । ସେ ବାରମ୍ବାର କହୁଥିଲେ, ତାଙ୍କର ସମୟ ହୋଇ ଯାଇଛି, ସେ ଠାକୁରଙ୍କୁ ଦେଖିବା ପରେ, ବଡଦାଣ୍ଡ ଦେଇ ତାଙ୍କର ଶବ ଯାଉ । କିନ୍ତୁ କରୋନା ପାଇଁ ଯେଉଁ କଡା ନିୟମ ବନାଯାଇଛି, ତାକୁ ଭାଙ୍ଗିବା ସହଜ ନୁହେଁ । ତେଣୁ ୭ ଘଂଟା ବଡଦାଣ୍ଡରେ ବସିବା ପରେ, ଲୋକଙ୍କ ବୁଝାସୁଝା ପରେ ସେ ଫେରି ଯାଇଥିଲେ ।

ହେତୁ ପାଇନଥିବା କୁନି ପିଲା ଏବଂ ବୟସ ଢ଼ଳିଯାଇଥିବା ମଣିଷ ଭିତରେ ସତରେ ଅନେକ ସମାନତା ଥାଏ । ଏହି ଘଟଣା ହିଁ ତାହା ପ୍ରକାଶ କରୁଛି । କୁନି ପିଲାଟିଏ ଭଳି ବୁଢ଼ୀ ମା’ ଜଣକ ଠାକୁରଙ୍କ ଦର୍ଶନ ପାଇଁ ଆଜି ଅଡ଼ି ବସିଥିଲେ । ଶତାୟୁ ବୃଦ୍ଧାଙ୍କ ଗୋଟିଏ ଜିଦ୍ ଯେ, ଜଗାକୁ ଦେଖିଲେ ଯିବେ, ନହେଲେ ଏମିତି ବଡ଼ଦାଣ୍ଡରେ ବସି ରହିବେ । ଜୀବନ-ମରଣର ଦୋଛକି ଭିତରେ କେତେବେଳେ କ’ଣ ହେବ କିଏ କହିପାରିବ, ସେହି ଆଶଙ୍କା କରି ବୃଦ୍ଧା ଜଣକ ଶ୍ରୀମନ୍ଦିରେ ଜଗନ୍ନାଥ ଦର୍ଶନ ପାଇଁ ଜିଦ୍ ଧରି ବସିଥିଲେ ।

ପୁଅ ବୋହୁଙ୍କ ସହ ନୟାଗଡ଼ ଜିଲ୍ଲା ଶରଣକୂଳରୁ ପୁରୀ ଆସିଥିଲେ ଏହି ବୃଦ୍ଧା । ଶ୍ରୀମନ୍ଦିରରୁ ଅଭଡ଼ା ସିନା ଆସିଲା, ହେଲେ ଠାକୁର ଦର୍ଶନ କରିପାରିଲେ ନାହିଁ । କାରଣ, କୋଭିଡ୍ କଟକଣା ଯୋଗୁଁ ବନ୍ଦ ରହିଛି ଶ୍ରୀମନ୍ଦିର । ଶେଷରେ ବୁଝାସୁଝା କରି ବୃଦ୍ଧାଙ୍କୁ ଘରକୁ ନେଇ ଯାଇଥିଲେ ପରିବାର ଲୋକ ।

କେବଳ ଏହି ବୃଦ୍ଧା ନୁହଁନ୍ତି କୋଟି କୋଟି ଜଗନ୍ନାଥ ପ୍ରେମୀ ଏବେ ଶ୍ରୀମନ୍ଦିର ଦ୍ୱାରକୁ ଚାହିଁ ରଖିଛନ୍ତି, କେବେ ଶ୍ରଦ୍ଧାଳୁଙ୍କ ପାଇଁ ଦ୍ୱାର ଫିଟିବ ଏବଂ ସେମାନେ ଠାକୁର ଦର୍ଶନ କରିବେ । କୋଭିଡ୍ କାରଣରୁ ପ୍ରାୟ ୯ ମାସ ହେଲାଣି, ଭକ୍ତଙ୍କ ପାଇଁ ବନ୍ଦ ରହିଛି ଶ୍ରୀମନ୍ଦିର । ଆଉ ଶ୍ରୀମନ୍ଦିର ଖୋଲିବା ପାଇଁ ମାନବାଧିକାର କର୍ମୀମାନେ ବିକ୍ଷୋଭ କରିବା ସହ ଶ୍ରୀମନ୍ଦିର ପ୍ରଶାସନକୁ ଦାବି ଜଣାଛନ୍ତି ।

ଆଉ ଏହାରି ଭିତରେ ଶ୍ରୀମନ୍ଦିର ଖୋଲିବା ପାଇଁ ପରିଚାଳନା କମିଟି ସଦସ୍ୟ ଓ ବରିଷ୍ଠ ସେବାୟତଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ ବିଚାରବିମର୍ଶ ଜାରି ରଖିଛି । ଆସନ୍ତା ୧୨ ତାରିଖରେ ହେବାକୁ ଥିବା ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିର ଖୋଲିବା ଉପରେ ନିଷ୍ପତି ନିଆଯିବ ବୋଲି ଆଶା କରାଯାଉଛି ।

ଏପଟେ ଶ୍ରୀମନ୍ଦିର ଖୋଲିଲେ-କେମିତି ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ? କୋଭିଡ୍ କଟକଣାକୁ କେମିତି ପାଳନ କରାଯିବ ? ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଶ୍ରୀମନ୍ଦିରର ପ୍ରଶାସନର ଚୁଡ଼ାନ୍ତ ନିଷ୍ପତି ଆସିବା ପରେ ରାଜ୍ୟ ସରକାରଙ୍କୁ ଏ ସମ୍ପର୍କରେ ଅବଗତ କରାଯିବ । ଆଉ ଏହା ପରେ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ଗ୍ରହଣ କରିବ ପୁରୀ ପୁଲିସ୍ । ଦୀର୍ଘ ୯ ମାସ ହେଲା ଶ୍ରୀମନ୍ଦିର ଭକ୍ତ ପାଇଁ ବନ୍ଦ ଥିବାରୁ ଏବେ ସମସ୍ତେ ଚାହିଁ ରଖିଛନ୍ତି କେବେ ଖୋଲିବ ପୁରୀ ଶ୍ରୀମନ୍ଦିର ।

from Kanak News
via <a href="https://ifttt.com/?

ନିଲମ୍ବିତ ହେଲେ ନୟାଗଡ଼ ଆଇଆଇସି । ପରୀ ମାମଲାରେ ଆଇଆଇସି ରୀନାରାଣୀ ସାହୁଙ୍କୁ ନିଲମ୍ବନ କଲେ ପୋଲିସ ଡିଜି ।

କନକ ବ୍ୟୁରୋ : ନିଲମ୍ବିତ ହେଲେ ନୟାଗଡ଼ ଆଇଆଇସି । ପରୀ ମୃତ୍ୟୁ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ପୋଲିସ ଡିଜି ଅଭୟ । ପରୀ ମାମଲାରେ ନୟାଗଡ ସଦର ଆଇଆଇସି ରୀନାରାଣୀ ସାହୁଙ୍କୁ ଆଜି ନିଲମ୍ବନ କରାଯାଇଛି ।

ସେପଟେ ନୟାଗଡ ଏସଡିପିଓଙ୍କୁ ମଧ୍ୟ ବଦଳି କରାଯାଇଛି । ନୟାଗଡ ଏସଡିପିଓ ନିରଞ୍ଜନ ପାଢୀଙ୍କୁ ଡିଏସପି କନ୍ଧମାଳ ଭାବେ ନିଯୁକ୍ତି ଦିଆଯାଇଛି । ଏନେଇ ପୋଲିସ ଡିଜିଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ହସ୍ତଗତ ହୋଇଛି ।

ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲାରେ ଆଜି ନୟାଗଡ଼ ଥାନା ଆଇଆଇସି ରୀତାରାଣୀ ସାହୁଙ୍କୁ ନିଲମ୍ବିତ କରାଯାଇଛି । ଏହା ସହିତ ଏସଡିପିଓ ନିରଞ୍ଜନ ସାହୁଙ୍କୁ କନ୍ଧମାଳ ଡିଏସପି ଭାବେ ବଦଳି କରାଯାଇଛି । ଆଇଆଇସି ରୀତାରାଣୀ ପରୀ ମା’ଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହେବା ପରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଅଭୟ ଏହି ପଦକ୍ଷେପ ନେଇଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started