କୃଷିମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମଳନୀ ପରେ କୃଷକ ମାନଙ୍କ ଡାକରା । ଏକଜୁଟ୍ ହୋଇ ଆମକୁ ନିଷ୍ପତ୍ତି ଜଣାଅ ସରକାର, ନଚେତ୍ ବନ୍ଦ କରିବୁ ରେଳ ଲାଇନ୍ ।

କନକ ବ୍ୟୁରୋ : ଦିନକୁ ଦିନ ଦିଲ୍ଲୀ ସୀମାରେ କୃଷକ ମାନଙ୍କ ଆନ୍ଦୋଳନ ତେଜିବାରେ ଲାଗିଛି । ଏନେଇ ବାରମ୍ବାର ସରକାରଙ୍କ ସହ ବୈଠକ ଫେଲ୍ ମାରିବା ପରେ କୃଷକ ମାନେ ହିଂସା ଆଚରଣ କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଛି । ଏନେଇ ପୁଣିଥରେ ଆଜି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏକ ସାମ୍ବାଦିକ ସମ୍ମଳନୀ ମାଧ୍ୟମରେ କୃଷକ ମାନଙ୍କୁ ଅପିଲ୍ କରି କହିଛନ୍ତି କି ଖୋଲା ମନରେ ସରକାରଙ୍କ ପ୍ରସ୍ତାବକୁ ବିଚାର କରନ୍ତୁ । ଏହା ପରେ ଏହାକୁ ନେଇ କୃଷି ସଂଗଠନର ନେତା ବୁଟା ସିଂ କହିଛନ୍ତି କି ଆମେ ଆଜି (ଡିସେମ୍ବର-୧୦) ପର୍ଯ୍ୟନ୍ତ ସରକାରଙ୍କୁ ବିକଳ୍ପ ଚିନ୍ତା କରିବାକୁ ସମୟ ଦେଇଛୁ । ଯଦି ପ୍ରଧାନମନ୍ତ୍ରୀ ଆମ କଥା ନଶୁଣନ୍ତି ତାହେଲେ ଆମେ ରେଳ ଲାଇନ ବନ୍ଦ କରିବାକୁ ବାଧ୍ୟ ହେବୁ । ଆଜିର ବୈଠକ ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କଥା କହିଛନ୍ତି କୃଷକ ନେତା ବୁଟା ସିଂ । ସେ କହିଛନ୍ତି କି ସଂଯୁକ୍ତ କୃଷକ ମଂଚ ନେଇ ତାରିଖ ଘୋଷଣା କରିବ କି କେବେ ଠାରୁ ରେଳ ରୋକ୍ କରାଯିବ ।

ଆଜିର ସାମ୍ବାଦିକ ସମ୍ମିଳନୀରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଥିଲେ କି ଯେ ପର୍ଯ୍ୟନ୍ତ କୃଷି ଓ କୃଷକ ଆତ୍ମନିର୍ଭରଶୀଳ ନହୋଇଛନ୍ତି ସେ ପର୍ଯ୍ୟନ୍ତ କୃଷି କ୍ଷେତ୍ରରେ ଉନ୍ନତି ଆସିବ ନାହିଁ । ଏଡି ନୂତନ କୃଷି ଆଇନ ବଳରେ ସରକାର କୃଷକ ମାନଙ୍କୁ ଆତ୍ମନିର୍ଭର କରିବାକୁ ପ୍ରୟାସ କରିଛନ୍ତି । ଏହା ସହ କୋଭିଡ ମହାମାରୀ ସମୟରେ ବି ପ୍ରଧାନମନ୍ତ୍ରୀ ଯେଭଳି ଭାବେ କୃଷକଙ୍କ ପାଇଁ ସହାୟତା ଯୋଗାଇଛନ୍ତି ତାହା ଉଲ୍ଲେଖନୀୟ ବୋଲି ସେ କହିଥିଲେ ।
ଏହା ସହ ଶ୍ରୀ ତୋମାର ଆହୁରି କହିଛନ୍ତି କି ନୂତନ ଆଇନକୁ ନେଇ କୃଷକ ମାନଙ୍କର ଯାହା ଅଭିଯୋଗ ରହିଥିଲା ତାହା ଉପରେ ଖୋଲା ମନରେ ବିଚାର କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି । ଅନ୍ୟପଟେ ଏହା ଉପରେ କୃଷକ ନେତା ମାନେ କହିଛନ୍ତି ଯେ ଏହି କାନୁନ ସମ୍ପୁର୍ଣ୍ଣ ଅବୈଦ୍ଧ କାରଣ ଏହି କାନୁନ୍ ମଧ୍ୟରେ କୌଣସି ସ୍ଥାନରେ ସର୍ବନିମ୍ନ ସହାୟକ ମୂଲ୍ୟକୁ ନେଇ କିଛି ପ୍ରାବଧାନ ରଖାଯାଇ ନାହିଁ । ଅନ୍ୟପଟେ ଶ୍ରୀ ତୋମାର କହିଛନ୍ତି କି ଏହି କାନୁନ ବଳରେ ରାଜ୍ୟ ସରକାର ନିଜ ରାଜ୍ୟର ମଣ୍ଡି ବ୍ୟବସ୍ଥାକୁ କିଭଳି ପରିଚାଳନା କରିବେ ସେନେଇ ପ୍ରାବଧାନ ରହିଛି ।  ହେଲେ ଏତେସବୁ କଥା ବୁଝିବାକୁ ଆନ୍ଦୋଳନରତ କୃଷକ ମାନେ ପ୍ରସ୍ତୁତ ନଥିବା ବେଳେ ସେମାନେ ପୂର୍ବ ଦାବି ଉପରେ ଅଟଳ ରହିଛନ୍ତି ।

from Kanak News
via <a href="https://ifttt.com/?

ରାତି ହେଲେ ଆସୁଛନ୍ତି ହାତୀ… ଚାଲୁଛି ହାତୀ ମଣିଷ ଲଢେଇ । ଦଳ ଦଳ କରି ମାଡି ଆସୁଛନ୍ତି, ଘରଦ୍ୱାର ଭାଙ୍ଗିଦେଉଛନ୍ତି । ନାକେଦମ୍ ବନ ବିଭାଗ ।

କନକ ବ୍ୟୁରୋ: ଲୋକଙ୍କ ନିଦ ହଜେଇ ଦେଇଛନ୍ତି ହାତୀପଲ । ହାତୀ ମାତିବା ସହ ଘରଦ୍ୱାର ଭାଙ୍ଗି ଦେଇଛନ୍ତି । ସବୁ ବର୍ଷ ଭଳି ଏ ବର୍ଷ ବି କେନ୍ଦୁଝର ଅଂଚଳରେ ଲାଗି ରହିଛି ହାତୀ ମଣିଷ ଲଢେଇ । ଚମ୍ପୁଆ ରେଂଜ ବାଲିବନ୍ଧ ସେକ୍ସନରେ ୩୪ଟିକିଆ ହାତୀ ପଲ ଲୋକଙ୍କ ନିଦ ହଜେଇ ଦେଇଛନ୍ତି । ଦିନରେ ଜଙ୍ଗଲରେ ରହୁଥିବା ହାତୀପଲ ରାତି ହେଲେ ଜନବସତି ମୁହାଁ ହେଉଛନ୍ତି । ବଳଭଦ୍ରପୁର ଗାଁରେ ୪ଟି ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି ହାତୀପଲ ।

ଯେବେ ହାତୀ ହୁଏନି ସାଥୀ… ଭାଙ୍ଗିଦିଏ ଘରଦ୍ୱାର, ନଷ୍ଟ କରେ ଫସଲ । ସୂଚନା ଅନୁସାରେ, ବାଲିବନ୍ଧ ଅଂଚଳରେ ୩୪ଟି ହାତୀ ରହିଛନ୍ତି । ବୈତରଣୀ ନଦୀକୂଳ ଲହୁଣୀପଶି ନିକଟରେ ୧୨ଟି ହାତୀ ରହୁଥିବା ବେଳେ ଅରଡେଇ ନଦୀକୂଳ ଅଂଚଳରେ ଚଳପ୍ରଚଳ କରୁଛନ୍ତି ୨୨ଟି ହାତୀ । ହାତୀପଲ ବିଭିନ୍ନ ସ୍ଥାନରେ ଉତ୍ପାତ କରୁଥିବା ବେଳେ ପନିପରିବାର ଫସଲ ଦଳି ଚକଟି ନଷ୍ଟ କରୁଛନ୍ତି ।

ଦଳ ଦଳ ହୋଇ ମାଡି ଆସୁଛନ୍ତି ହାତୀ । ଘଉଡ଼େଇବା ପାଇଁ ନାକେଦମ୍ ବନ ବିଭାଗ । ହାତୀ ପଲଙ୍କୁ ସୁରକ୍ଷିତ ସ୍ଥାନକୁ ଘଉଡେଇବା ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଛି । ତେବେ ରାତିରେ ଭଙ୍ଗାରୁଜା କରୁଥିବା ହାତପଲ ଖଳିକୁଣ୍ଡ ନିକଟ ଜଙ୍ଗଲରେ ରହୁଛନ୍ତି ।

from Kanak News
via <a href="https://ifttt.com/?

ଚାଷୀଙ୍କୁ ଘାରିଛି ହାତୀ ଚିନ୍ତା । ସୁବର୍ଣ୍ଣପୁରରେ ଏକର ଏକର ଧାନ ଫସଲ ନଷ୍ଟ କରୁଛନ୍ତି ହାତୀପଲ । ଘଉଡାଇବାକୁ ମଞ୍ଚାରେ ମଣିଷ ।

କନକ ବ୍ୟୁରୋ: ସୁବର୍ଣ୍ଣପୁର ଚାଷୀଙ୍କ ହାତୀ ଚିନ୍ତା । ଜଙ୍ଗଲ ଛାଡି ଏବେ ଚାଷ ଜମି ମୁହାଁ ହାତୀପଲ । ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷୀ ଫଳାଇଥିବା ଧାନ ଫସଲକୁ ଦଳି ଚକଟି ନଷ୍ଟ କରୁଛନ୍ତି ହାତୀପଲ । ଉଲୁଣ୍ଡା ରେଞ୍ଚ ଅଞ୍ଚଳରେ ହାତୀ ଉପଦ୍ରବ ବଢିବାରେ ଲାଗିଛି । ୨୫ ଟିକିଆ ହାତୀ ପୋଲ ଦୀପପାଲି, ସିଂପାଲି, କୁତମେଣ୍ଡା, ଝାରବାହାଲି, ହାତୀଲିମୁଣ୍ଡା, ଚଢ଼ଇପଙ୍କ, ବଘାରମୁଣ୍ଡା, ଦିପପାଲୀ, ପିପଲ କଟାରେ ବ୍ୟଆକ ଧାନ ଫଳସ ନଷ୍ଟ କରୁଛନ୍ତି । ବର୍ଷଯାକର ଆହାର ଖିନଭିନ୍ କରିଦେଇଛନ୍ତି ହାତୀ । ହାତୀପଲ ସଂଧ୍ୟା ହେଲେ ଧାନ ଖାଇବା ସହ ନଷ୍ଟ ବି କରୁଛନ୍ତି ।

ତଳେ ହାତୀ ମଂଚାରେ ମଣିଷ । ହାତୀଙ୍କ କବଳରୁ ଧାନ ଫସଲ ବଂଚାଇବା ପାଇଁ ଚାଷୀଙ୍କ କସରତ । ଏକର ଏକର ଧାନ ଫସଲ ନଷ୍ଟ କରୁଥିବା ହାତୀପଲଙ୍କୁ ଘଉଡେଇବା ପାଇଁ ବନବିଭାଗ କର୍ମଚାରୀ ଉଦ୍ୟମ କରୁଥିଲେ ବି କିଛି ଲାଭ ହେଉନାହିଁ । ଦିନରେ ଜଙ୍ଗଲକୁ ପଳାଉଥିବା ହାତୀ ପଲ ରାତି ହେଲେ ପୁଣି ଧାନ କ୍ଷେତକୁ ଚାଲି ଆସୁଛନ୍ତି । ତେଣୁ ହାତୀ ପାଦତଳୁ ଫସଲ ବଂଚାଇବା ପାଇଁ ଗଛ ଉପରେ ମଂଚା କରି ଜଗି ରହୁଛନ୍ତି ଚାଷୀ । ହାତୀକୁ ଘୋଉଡାଇବା ପାଇଁ ବନବିଭାଗ ପ୍ରତ୍ୟେକ ବର୍ଷ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ଏଲିଫେଣ୍ଟ ସ୍କ୍ୱାର୍ଡ ମଧ୍ୟ ଗଠନ ହୋଇଛି । ହେଲେ କିଛି ଫଳପ୍ରଦ ହେଉନି ।

from Kanak News
via <a href="https://ifttt.com/?

ସାରା ବିଶ୍ୱକୁ ଚକିତ କରୁଛି ରୋରିଙ୍କ କାରନାମା । ୭ ବର୍ଷରେ ଉଠାଉଛନ୍ତି ୭୦ କେ.ଜି ଓଜନ । ଅଣ୍ଡର-୧୧ ଜାତୀୟ ଯୁବ ଚମ୍ପିୟନ ଟାଇଟଲ କରିଛନ୍ତି ହାସଲ

କନକ ବ୍ୟୁରୋ : ବୟସ ଏବେ ମାତ୍ର ୭ ବର୍ଷ । ହେଲେ କାମ କରୁଛନ୍ତି ଯେମିତି ତାହା କୌଣସି ବି ବଡ ଲୋକଙ୍କ ଠାରୁ କମ୍ ନୁହେଁ । ଆମେ କହୁଛୁ କାନାଡାର ରୋରି ଭାନ ଉଲଫତଙ୍କ କଥା । ୭ ବର୍ଷ ବୟସରଙ୍କ ୭୦ କେଜିର ଭାର ଉତ୍ତୋଳନ କରୁଛନ୍ତି ରୋରି । ୭ ବର୍ଷର ବାଳିକା ୭୦ କେଜି ଓଜନ ଉଠାଇବା କଥାଟିକୁ ସହଜରେ ବିଶ୍ୱାସ କରିହେଉନାହିଁ । ହେଲେ କଥା ଟି ନିରାଟ ସତ । ଗତ ସପ୍ତାହରେ ରୋରି ୩୦ କି.ଗ୍ରା ଓଜନ ବର୍ଗରେ ଯୁବ ଜାତୀୟ ଚମ୍ପିୟନ୍ ପାଇଁ ଅଣ୍ଡର -୧୧ ଓ ଅଣ୍ଡର -୧୩ ଯୁବ ଜାତୀୟ ଚମ୍ପିୟନ ଟାଇଟଲ ହାସଲ କରି ସେ ଦେଶବାସୀଙ୍କୁ ଚମକାଇ ଦେଇଛନ୍ତି । ଏଇଠାରୁ ତାଙ୍କ କଥା ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି ।

ଭାରୋଉତ୍ତୋଳନକାରୀ ମାନଙ୍କ କହିବା କଥା ୭୦ କି.ଗ୍ରା ବା ତା ଠାରୁ ଅଧିକ ଓଜନର ଭାରୋଉତ୍ତୋଳନ କରିବା ଏକ ପ୍ରଶଂସନୀୟ କୃତ୍ତିତ୍ୱ । କାରଣ ଏଭଳି କେବଳ ବଡ ଓ ବୃତ୍ତିଗତ ଭାରୋଉତ୍ତୋଳନକାରୀ ମାନେ କରିପାରନ୍ତି । ଏହାଛଡା ଓଜନ ଉଠାଇବା ପାଇଁ ଶରୀରରେ ସେହି ପରିମାଣର ଶକ୍ତି ଓ ବିକଶିତ ଅଭ୍ୟାସର ଆବଶ୍ୟକତା ପଡିଥାଏ । ହେଲେ ରୋରି ଯାହା କରିଦେଖାଇଛନ୍ତି ତାହା ଏକ ଚମକ୍ରାର ଭଳି ଲାଗୁଛି।

ରୋରିଙ୍କ ଶାରୀରିକ ଗଠନ ଦେଖିଲେ ତାହା ଯେ ବଳିଷ୍ଠ ଭଳି ମନେ ହେଉନାହିଁ । ରୋରିଙ୍କ ଉଚ୍ଚତା ଏବେ ୪ ଫୁଟ୍ ହୋଇଥିବା ବେଳେ ସେ ଦୈନିକ ୯ ଘଂଟାରୁ ଅଧିକ ସମୟ ଟ୍ରେନିଂ ନେଉଥିବା ଜଣାପଡିଛି । ସେ ବହୁତ ଛୋଟ ଥିବା ବେଳେ ଜିମ୍ନାଷ୍ଟିକ ହେବାର ଲକ୍ଷଣ ତାଙ୍କ ଠାରେ ଦେଖା ଦେଇଥିଲା । ଏହାକୁ ନେଇ ତାଙ୍କ ପିତା ମାତା ରୋରିଙ୍କୁ ଯେତେବେଳେ ୫ ବର୍ଷ ହୋଇଥିଲା ତା’ର ଜିମ୍ନାଷ୍ଟ ପ୍ରଶିକ୍ଷଣ ଆରମ୍ଭ କରିଦେଇଥିଲେ । ଟେନିଂ ନେବାର ୨ ବର୍ଷ ମଧ୍ୟରେ ଏଭଳି ଅଦ୍ଭୁତ କାମ କରିଦେଖାଇଛନ୍ତି ରୋରି । ତାଙ୍କ ପ୍ରତିଭା ଦେଖିବା ପରେ କେହି କେହି ଏହାକୁ ଏକ ଚମକ୍ରାର ବୋଲି କହୁଛନ୍ତି । ଏହି ଲିଟିଲ୍ ରୋରିଙ୍କ ୱେଟ୍ ଲିଫ୍ଟିଂର ଏକାଧିକ ଭିଡିଓ ଏବେ ଭାଇରାଲ ହେଉଛି ।

from Kanak News
via <a href="https://ifttt.com/?

କେବେ ଖୋଲିବ ଶ୍ରୀମନ୍ଦିର ? ଆସନ୍ତା ୧୨ ତାରିଖରେ ଛତିଶା ନିଯୋଗ ବୈଠକରେ ନିଆଯିବ ନିଷ୍ପତ୍ତି ।

କନକ ବ୍ୟୁରୋ: କେବେ ଖୋଲିବ ଶ୍ରୀମନ୍ଦିର । ଏ ପ୍ରଶ୍ନ ଭକ୍ତଙ୍କ ମନରେ ଅହରହ ଉଙ୍କି ମାରୁଥିବା ବେଳେ ଆସନ୍ତା ୧୨ ତାରିଖରେ ଏନେଇ ଛତିଶା ନିଯୋଗ ବୈଠକ ବସିବ । ବୈଠକରେ ଭକ୍ତଙ୍କ ପାଇଁ କେବେ ଶ୍ରୀମନ୍ଦିର ଖୋଲିବ ସେ ନେଇ ନିଷ୍ପତି ନିଆଯିବ । ଛତିଶା ନିଯୋଗ ବୈଠକର ନିଷ୍ପତି କ୍ରମେ ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟ ସରକାରଙ୍କୁ ଜଣାଇବେ । ଏହା ପରେ ରାଜ୍ୟ ସରକାର ଶ୍ରୀମନ୍ଦିର ଖୋଲିବା ନେଇ ନିର୍ଦ୍ଦେଶ ଦେବା ପରେ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ ।

ସେପଟେ ଆଜି ବିଶ୍ୱ ମାନବାଧିକାର ଦିବସରେ ଶ୍ରୀମନ୍ଦିର ଖୋଲିବା ପାଇଁ ଶ୍ରୀମନ୍ଦିର ନିକଟରେ ମାନବାଧିକାର କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପୁରୀ ବଡ଼ଦାଣ୍ଡରେ ଶତାୟୁ ବୃଦ୍ଧା କାଳିଆ ଦର୍ଶନ ପାଇଁ ବି ଅଡି ବସିଥିଲେ । ତାଙ୍କର ଗୋଟିଏ ଜିଦ , ଠାକୁରଙ୍କୁ ଦର୍ଶନ କଲେ ହିଁ ସେ ଘରକୁ ଯିବେ । ନୟାଗଡ ଶରଣକୂଳରୁ ପରିବାର ସହ ଆସିଥିଲେ ଏହି ବୃଦ୍ଧା ମହିଳା । ହେଲେ ଶ୍ରୀମନ୍ଦିର ବନ୍ଦ ରହିଥିବାରୁ ଠାକୁର ଦର୍ଶନ କରିପାରିନଥିଲେ । ତେଣୁ ଜଗା ଦର୍ଶନ କରିବାକୁ ଅତ୍ୟନ୍ତ ଭାବବିହ୍ୱଳ ହୋଇଯାଇଥିଲେ ବୃଦ୍ଧା । ଏମିତି କି ପତିତପାବନ ଦର୍ଶନ କରି ଫେରିଯିବାକୁ ସେ ରାଜି ହୋଇନଥିଲେ । ବଡ଼ଦାଣ୍ଡରେ ବସି ଅଭଡା ଖାଇଥିଲେ ବି ସେଠାରୁ ଉଠିନଥିଲେ । ଭକ୍ତ ଭଗବାନଙ୍କ ଠାରୁ ଆଉ ଦୂରେଇ ରହିପାରୁନି ଯାହା ଏହି ବୃଦ୍ଧାଙ୍କ ଘଟଣା ହିଁ ସୂଚାଇ ଦେଉଛି । ତେଣୁ ଖୁବଶୀଘ୍ର ଖୋଲାଯାଉ ଶ୍ରୀମନ୍ଦିର ।

from Kanak News
via <a href="https://ifttt.com/?

 କେନ୍ଦ୍ର କୃଷିମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ । କହିଲେ ଖୋଲା ମନରେ ସରକାରଙ୍କ ପ୍ରସ୍ତାବ ଉପରେ ଆଲୋଚନା କରନ୍ତୁ କୃଷକ

କନକ ବ୍ୟୁରୋ : ୧୫ ଦିନରେ ପହଂଚିଲା କୃଷକ ଆନ୍ଦୋଳନ । ଗୋଟିଏ ପଟେ ସରକାର ଦେଉଥିବା ପ୍ରସ୍ତାବକୁ କୃଷକ ମାନେ ବାରମ୍ବାର ଅଗ୍ରାହ୍ୟ କରିଦେଉଥିବା ବେଳେ ସମ୍ପୁର୍ଣ୍ଣ କୃଷି କାନନୁ ପ୍ରତ୍ୟାହାର ଦାବିରେ ଅଡି ବସିଛନ୍ତି କୃଷକ ମାନେ । ଏହାକୁ ନେଇ ସରକାର ଅକଳରେ ପଡିଥିବା ବେଳେ କୃଷକ ମାନେ ଏବେ ଆନ୍ଦୋଳନକୁ ଜୋରଦାର କରିବାକୁ ଯୋଜନା କରିଛନ୍ତି । ଏନେଇ ଦିଲ୍ଲୀକୁ ଥିବା ସମସ୍ତ ପ୍ରବେଶ ପଥକୁ କୃଷକ ମାନେ ଧିରେ ଧିରେ କବଜା କରୁଥିବା ଦେଖିବାକୁ ମିଳିଛି । ଆସନ୍ତା ୧୪ ତାରିଖ ଦିନ ସମଗ୍ର ଭାରତର ପ୍ରତିଟି ଜିଲ୍ଲାରେ କୃଷକ ମାନେ ପ୍ରତିବାଦ କରିବାକୁ ବି ଘୋଷଣା କରିଛନ୍ତି ।

ଏନେଇ ଆଜି ଅପରାହ୍ନରେ କୃଷିମନ୍ତ୍ରୀ ନରେନ୍ଦ୍ରସିଂ ତୋମାର ଏକ ସାମ୍ବାଦିକ ସମ୍ମିଳନୀ ଡାକି କୃଷି କାନୁନର ଉପକାରିତା ବିଷୟରେ କହିବା ସହ କୃଷକ ମାନେ ଚାହୁଁଥିବା ବିନ୍ଦୁ ଉପରେ ପରିବର୍ତ୍ତନ ପାଇଁ କିଭଳି ପଦକ୍ଷେପ ନିଆଯିବ ତାହା ଉପରେ ଆଲୋଚନା କରିଛନ୍ତି । ଶ୍ରୀ ତୋମାର କହିଛନ୍ତି କି ସରକାରଙ୍କ ତରଫରୁ ଆଇନରେ କ’ଣ କ’ଣ ସଂଶୋଧନ ଆଣିପାରିବେ ସେ ନେଇ ଗତକାଲି ସେମାନଙ୍କୁ ଏକ ପ୍ରସ୍ତାବପତ୍ର ଦିଆଯାଇଛି । ଯାହାକୁ କୃଷକ ମାନେ ଅଗ୍ରାହ୍ୟ କରିଥିଲେ ବି ସେମାନେ ଏହା ଉପରେ ଆଉଥରେ ବିଚାର କରିବାକୁ ଅନୁରୋଧ କରିଛନ୍ତି କୃଷିମନ୍ତ୍ରୀ ।

ସେ କହିଛନ୍ତି କି କୃଷି ଉତ୍ପାଦିତ ଶଷ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଜାରି ରହିବ । ମଣ୍ଡିକୁ ନେଇ ଉଠୁଥିବା ପ୍ରଶ୍ନକୁ ନେଇ ସେ କହିଛନ୍ତି କି ମଣ୍ଡି ପୂର୍ବଭଳି ଚାଲୁ ରହିବ । ମଣ୍ଡି ବ୍ୟବସ୍ଥାକୁ ଆହୁରି ସୁଦୃଢ କିଭଳି କରାଯାଇପାରିବ ସେନେଇ ସରକାର ଆଲୋଚନା କରୁଛନ୍ତି । ଅନ୍ୟପଟେ ଚୁକ୍ତିଭିତ୍ତିକ ଚାଷକୁ ନେଇ କୃଷକ ମାନଙ୍କ ମନରେ ଥିବା ସନ୍ଦେହ କରିବାକୁ ଯାଇ ସେ କହିଛନ୍ତି  କଣ୍ଟାକ୍ଟ ଫାର୍ମିଂ ଏକ ଇଚ୍ଛାଧିନ ଫାର୍ମିଂ । ଚାଷୀ ଚାହିଁଲେ କଣ୍ଟାକ୍ଟ ଫାର୍ମିଂ କରିପାରିବ ନହେଲେ ସେ ପୂର୍ବଭଳି ନିଜ ଜମିରେ ନିଜେ ଚାଷ କରି ଲାଭବାନ ହୋଇପାରିବ । ଅନ୍ୟପଟେ ମଣ୍ଡି ବାହାରେ ବ୍ୟବସାୟୀ ମାନଙ୍କ ଉପରେ କରଛାଡ ଭଳି ଯେଉଁ ପ୍ରସ୍ତାବ ନୂତନ କୃଷିବିଲରେ ଥିଲା ତାହାକୁ ପରିବର୍ତ୍ତନ କରି ମଣ୍ଡି ଓ ମଣ୍ଡି ବାହାରେ ଶଷ୍ୟ କିଣୁଥିବା ବ୍ୟବସାୟୀ ମାନଙ୍କ ପାଇଁ ଗୋଟିଏ କର ଧାର୍ଯ୍ୟ ହେବ ବୋଲି ସେ କହିଛନ୍ତି । ଏହା ସହ ମଣ୍ଡିବାହାରେ ଯଦି କୃଷକକୁ ତା ଉତ୍ପାଦିତ ସାମଗ୍ରୀର ମୂଲ୍ୟ ସରକାରୀ ମଣ୍ଡି ଠାରୁ ଅଧିକ ମିଳିବ ତେବେ କୃଷକ ମାନେ ଅଧିକ ଲାଭବାନ ହୋଇପାରିବେ ବୋଲି ସେ କହିଛନ୍ତି ।

ଅନ୍ୟପଟେ ଏବେ ଥିବା ଆଇନ ମୁତାବକ ଚାଷୀ ମାନଙ୍କ ଠାରୁ ବେପାରୀ ବା ମଧ୍ୟସ୍ଥି ମାନେ ଅଧିକ ଲାଭବାନ ହେଉଛନ୍ତି । ହେଲେ ନୂଆ ଆଇନ ଆସିବା ପରେ ମଧ୍ୟସ୍ଥି ମାନଙ୍କର ଲାଭ କମିବ । ଅନ୍ୟପଟେ ଚୁକ୍ତି ଭିତ୍ତିକ ଚାଷରେ କିଛି ସମସ୍ୟା ଦେଖାଦେଲେ ପ୍ରଥମେ ତାହା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବାର ସୁଯୋଗ ଦିଆଯାଇଥିଲା । ହେଲେ ଏବେ ଏହାକୁ କୋର୍ଟ ପର୍ଯ୍ୟନ୍ତ ନିଆଯାଇଛି ବୋଲି ସେ କହିଛନ୍ତି । ଏନେଇ କୃଷକ ମାନେ ଅନ୍ୟର ଚାପରେ ବଶବର୍ତ୍ତି ନହୋଇ ଖୋଲା ମନରେ ସରକାରଙ୍କ ପ୍ରସ୍ତାବ ଉପରେ ବିଚାର କରନ୍ତୁ ବୋଲି ସେ ଆନ୍ଦୋଳନରତ କୃଷକ ମାନଙ୍କୁ ଅନୁରୋଧ କରିଛନ୍ତି ।

ଅନ୍ୟପଟେ ଆଜି (ଗୁରୁବାର) ସଂନ୍ଧ୍ୟା ୫.୩୦ ମିନିଟରେ କୃଷକ ନେତା ମାନେ ଏକ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ଜଣାପଡିଛି । ଏହା ପୂର୍ବରୁ କୃଷକ ନେତା ରାକେଶ ଟିକାୟତ କହିଛନ୍ତି କି ଯେ ପର୍ଯ୍ୟନ୍ତ ସରକାର କୃଷି ବିଲ୍ କୁ ପ୍ରତ୍ୟାହର କରି ନାହାନ୍ତି ସେ ପର୍ଯ୍ୟନ୍ତ ଆଉ ସରକାରଙ୍କ ସହିତ କୌଣସି ଆଲୋଚନା ହେବାର ସମ୍ଭାବନା ନାହିଁ । ସେ ଆହୁରି କହିଛନ୍ତି କି କେବଳ ଆମକୁ କେନ୍ଦ୍ରସରକାର ହଇରାଣ କରୁନାହାନ୍ତି କେନ୍ଦ୍ରସରକାରଙ୍କ ସହ ୟୁ.ପି,ହରିଆଣା ଓ ରାଜସ୍ଥାନ ସରକାର ବି ହଇରାଣ କରୁଛନ୍ତି । ହେଲେ ସେମାନଙ୍କୁ ଗୁରୁତ୍ୱ ନଦେଇ ଆମର ଧ୍ୟାନ କେନ୍ଦ୍ରସରକାରଙ୍କ ନିଷ୍ପତ୍ତି ଉପରେ ରହିଛି ।

from Kanak News
via <a href="https://ifttt.com/?

୧୮ ମାସରେ ସରିବ ବରମୁଣ୍ଡା ବସଷ୍ଟାଣ୍ଡର ନବୀକରଣ କାମ । ଖର୍ଚ୍ଚ ହେବ ୧୮୦ କୋଟି । ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସୂଚନା ।

କନକ ବ୍ୟୁରୋ: ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେତେ ବାଟ ଆଗେଇଲାଣି ବସଷ୍ଟାଣ୍ଡ ଉନ୍ନତୀକରଣ କାମ । ବରମୁଣ୍ଡା ବସଷ୍ଟାଣ୍ଡରେ ପହଞ୍ଚି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ଆନ୍ତର୍ଜାତୀକ ସ୍ତରରେ ବସଷ୍ଟାଣ୍ଡ ପାଇଁ ରାଜ୍ୟ ସରକାର ଯୋଜନା କରିଥିଲେ ଆଉ କାମ କେତେ ଅଗ୍ରଗତୀ ହେଲା ବୁଲି ବୁଲି କାମ ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ୧୮ ମାସରେ ସରିବ ବରମୁଣ୍ଡା ବସଷ୍ଟାଣ୍ଡର ଉନ୍ନତୀକରଣ କାମ । ଏଥିପାଇଁ ଖର୍ଚ୍ଚ ହେବ ୧୮୦ କୋଟି ଟଙ୍କା । ନୂଆ ବସଷ୍ଟାଣ୍ଡ ଟର୍ମିନାଲ ପାଇଁ ଖର୍ଚ୍ଚ ହେବ ୧୮୦ କୋଟି । ସମୀକ୍ଷା ପରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ କରୋନା କାଳରେ ବସଷ୍ଟାଣ୍ଡର କାମ ଆରମ୍ଭ ହୋଇଥିଲା । ବରମୁଣ୍ଡା ବସଷ୍ଟାଣ୍ଡକୁ ରାଜ୍ୟ ବାହାରୁ ବି ଯାତ୍ରୀ ଆସୁଥିବାରୁ ତାର ସୌନ୍ଦର୍ଯ୍ୟକରଣ ପାଇଁ ସେପ୍ଟେମ୍ବର ୨୬, ୨୦୧୯ରେ ଏହି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ମାରିଥିଲା ।

from Kanak News
via <a href="https://ifttt.com/?

ମତେ ମନ୍ଦିର ଭିତରକୁ ନେଇଯାଅ, ମୁଁ କାଳିଆ ଦର୍ଶନ କରିବି… ଜଗାକୁ ଦେଖିବାକୁ ଜିଦ୍ ଧରିଛନ୍ତି ବୃଦ୍ଧା । ଶରଣକୂଳରୁ ଆସି ବଡଦାଣ୍ଡରେ କରୁଛନ୍ତି ଅଳି…

କନକ ବ୍ୟୁରୋ: ମତେ ଟିକେ ମନ୍ଦିର ଭିତରକୁ ନେଇଯାଅ, ମୁଁ କାଳିଆକୁ ଦର୍ଶନ କରିବି… ଏ ଆଖି ସେ ଚକା ଆଖିକୁ କେତେ ଦିନ ହେବ ଦେଖିନି । କାଳିଆକୁ ନଦେଖିଲେ ମୁଁ ଏଠୁ ଜମା ଉଠିବିନି । ମତେ ମନ୍ଦିର ଭିତରକୁ ଛାଡ ମୁଁ ମହାପ୍ରଭୁଙ୍କୁ ଦେଖିବି… କିଛି ଏମିତି ଭାବ ନେଇ ଆଜି ଶ୍ରୀମନ୍ଦିର ସାମ୍ନାରେ ଅଳି କରିଛନ୍ତି ବୃଦ୍ଧା ।

ଶ୍ରୀମନ୍ଦିରରେ ଜଗାକୁ ଦେଖିବାକୁ ବୃଦ୍ଧାଙ୍କ ଜିଦ୍ । ଦର୍ଶନ ପାଇଁ ଅଡିବସିଲେ ବୃଦ୍ଧା । ବଡଦାଣ୍ଡରେ ଜିଦ ଧରି ବସିଛନ୍ତି ବୁଢୀମାଆ ଜଣଙ୍କ । କହୁଛନ୍ତି ମତେ ମନ୍ଦିରକୁ ନେଇ କାଳିଆ ଦର୍ଶନ କରାଅ । ଶରଣକୂଳରୁ ଆସିଛନ୍ତି ବୃଦ୍ଧା । ତେବେ କରୋନା କଟକଣା ପାଇଁ ମନ୍ଦିର ବନ୍ଦ ରହିଥିବାରୁ ଭକ୍ତଙ୍କୁ ଦର୍ଶନ ମନା । ଠାକୁରଙ୍କୁ ବହୁ ଦିନ ଧରି ଭକ୍ତ ନଦେଖି ପାରିବାରୁ ବ୍ୟାକୁଳ ହୋଇ ବଡଦାଣ୍ଡକୁ ଆଶା ନେଇ ଆସିଛନ୍ତି ୮୦ ବର୍ଷରୁ ଅଧିକ ବୟସର ବୃଦ୍ଧା ।

from Kanak News
via <a href="https://ifttt.com/?

ନୂତନ ସଂସଦ ଭବନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଲେ ନୂଆ ସଂସଦ ଭବନ ଆତ୍ମନିର୍ଭର ଭାରତର ପ୍ରତୀକ ହେବ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଗୁରୁବାର) ନୂଆ ସଂସଦ ଭବନର ଶୀଳାନ୍ୟାସ କରିଛନ୍ତି । ଏହି ଅବସରରେ ମୋଦି କହିଥିଲେ କି ଏହି ଭବନ ଆତ୍ମ ନିର୍ଭର ଭାରତର ପରିଚୟ ହେବ । ପୁରୁଣା ଭବନ ଦେଶର ଆବଶ୍ୟକତାକୁ ପୁରଣ କରିଛି ହେଲେ ନୂଆ ଭବନ ୨୧ ଶହ ଶତାବ୍ଦିର ଆଶା ହେବ ।

ଏହା ସହ ପ୍ରଧାନମନ୍ତ୍ରୀ କହିଥିଲେ କି ଆମ ଦେଶ ଓ ସମ୍ବିଧାନର ନିର୍ମାଣ ଏହି ସଂସଦ ଭବନ ମାଧ୍ୟମରେ ହୋଇଥିଲା । ଏହି ସଂସଦ ଭବନ ଦେଶର ଉତ୍ଥାନ ପତନ, ଆଶା ଆଙ୍କାକ୍ଷା ଓ ପ୍ରଗତିର ପ୍ରତିକ ହୋଇଛି । ଏହିସବୁ ଆମର ଦାୟିତ୍ୱ କିନ୍ତୁ ଏହାସହ ଦେଶବାସୀଙ୍କୁ ବାସ୍ତବତାକୁ ସ୍ୱିକାର କରିବାର ବି ଆବଶ୍ୟକତା ରହିଛି । ସେ ଆହୁରି କହିଥିଲେ କି ଆବଶ୍ୟକତା ମୁତାବକ ଏହି ଭବନର ପରିବର୍ତ୍ତନ କରାଯାଇଛି । ସାଉଣ୍ଡ, ଆଇଟି, ସୁରକ୍ଷା ବ୍ୟବସ୍ଥାର ଅନେକ ପରିବର୍ତ୍ତନ କରାଯାଇଛି । ଅନେକ ଥର ପୁରୁଣା ସଂସଦ ଭବନର କାନ୍ଥ ଭାଙ୍ଗିଯାଇଛି । ଏବେ ସମୟ ଆସିଛି ଏହି ପୁରୁଣା ସଂସଦ ଭବନକୁ ବିଶ୍ରାମ ଦେବାର ।

ପ୍ରଧାନମନ୍ତ୍ରୀ କହିଥିଲେ କି ନୂଆ ସଂସଦ ଭବନରେ କିଛି ନୂଆ ଜିନିଷ କରାଯାଉଛି । ଯାହାଦ୍ୱାରା ଅଧିକ ସାଂସଦ ଏକ ସାଙ୍ଗରେ ବସିପାରିବାର ବ୍ୟବସ୍ଥା କରାଯିବ । ଅନ୍ୟପଟେ ଯେତେବେଳେ କୌଣସି ନାଗରିକ ସାଂସଦଙ୍କୁ ଭେଟିବାକୁ ଆସୁଛନ୍ତି ସେତେବେଳେ ସେମାନେ ବହୁ ଅସୂୁବିଧାରେ ସମ୍ମୁଖୀନ ହେଉଛନ୍ତି । ସଂସଦ ଭବନରେ ସ୍ଥାନ କମ୍ ଥିବା ଅନୁଭବ ହେଉଛି । ହେଲେ ଏହି ନୂତନ ସଂସଦ ଗୃହ ନିର୍ମାଣ କରାଯାଉଛି ସେଥିରେ ପ୍ରତ୍ୟେକ ସାଂସଦ ମାନଙ୍କ ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି କି ସାଂସଦ ମାନେ ସେମାନଙ୍କ ନିର୍ବାଚନ କ୍ଷେତ୍ରରୁ ଆସୁଥିବା ଲୋକଙ୍କୁ ଭେଟିବାରେ ଯେମିତି କୌଣସି ଅସୁବିଧା ନହେବ ।

ନୂଆ ସଂସଦ ଭବନକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି କି ଏହା ୨୧ ଶ ଶତାବ୍ଦିରେ ଆତ୍ମନିର୍ଭର ଭାରତ ର ସାକ୍ଷୀ ରହିବ । ଭାରତର ଲୋକମାନେ ମିଶି ଏହି ନୂତନ ସଂସଦ ଭବନ ବନାଇବେ । ଏଥିରେ ସୁନ୍ଦର କ’ଣ ହୋଇପାରିବ ଓ ଏହା କିଭଳି ପବିତ୍ର ହୋଇପାରିବ ତାହା ଦେଶର ଜନତା ନିର୍ଦ୍ଦାରଣ କରିବେ । ଏହି ସଂସଦ ଭବନର ଶୁଭ ଉଦ୍ଘାଟନ ୭୫ ତମ ସ୍ୱାଧିନତା ଦିବସରେ ଅନୁଷ୍ଠିତ ହେବ ।
ଅନ୍ୟପଟେ ମୋଦି କହିଥିଲେ କି ଯେତେବେଳେ ବିଶ୍ୱାସର ସହିତ ଆମେମାନେ ଲୋକତନ୍ତ୍ରର ଗୁଣଗାନ କରିବା ସେତେବେଳେ ବିଶ୍ୱ କହିବ ଭାରତ ଗଣତନ୍ତ୍ରର ମା’ । ସେ କହିଥିଲେ କି ଗଣତନ୍ତ୍ର ସ୍ଲୋଗାନ ଏମିତି ହେବା ଦରକାର । ଗଣତନ୍ତ୍ରରେ ବିବିଧତା ରହିବା ଆବଶ୍ୟକ କିନ୍ତୁ ବିଚ୍ଛିନ୍ନତା ନୁହେଁ । ଗଣତନ୍ତ୍ରର ମନ୍ଦିରକୁ ନିର୍ବାଚିତ ହୋଇ ଆସୁଥିବା ନେତା ମାନଙ୍କର ଲୋକମାନଙ୍କ ସେବା କରିବାରେ ଯେଭଳି କୌଣସି ମତଭେଦ ନରୁହେ । ଆଶାକୁ ଜାଗୃତ କରିବା ଦରକାର । ଏଠାକୁ ଆସୁଥିବା ପ୍ରତିଟି ବ୍ୟକ୍ତି ତା’ର କାର୍ଯ୍ୟକାଳ ଭିତରେ କଣ କରିଛି ତାହାର ଜବାବ୍ ଲୋକମାନଙ୍କୁ ଦେବା ନିହାତି ଦରକାର ।

ସେପଟେ ପ୍ରଧାନମନ୍ତ୍ରୀ ଏହି ଶୁଭ ଅବସରରେ ରାଷ୍ଟ୍ର ସହିତ ରାଜ୍ୟର ବିକାଶକୁ ବି ଗୁରୁତ୍ୱ ଦେଇଛନ୍ତି । ସେ କହିଛନ୍ତି କି ରାଷ୍ଟ୍ରର ବିକାଶ ପାଇଁ ରାଜ୍ୟର ବିକାଶ ଦରକାର । ରାଷ୍ଟ୍ରର କଲ୍ୟାଣ ପାଇଁ ରାଜ୍ୟର କଲ୍ୟାଣ ହେବା ବି ଜରୁରି । ଏଭଳି ତୃଣମୂଳ ସିଦ୍ଧାନ୍ତ ସହିତ କାମ କରିବାକୁ ଆମକୁ ପ୍ରତିଜ୍ଞା କରିବାକୁ ପଡିବ । ଆମକୁ ‘ଇଣ୍ଡିଆ ଫାଷ୍ଟ’ କରିବାକୁ ସଂକଳ୍ପ ନେବାକୁ ପଡିବ ।

from Kanak News
via <a href="https://ifttt.com/?

ପ୍ରତିବର୍ଷ ୧୦ ଡିସେମ୍ବର ଦିନ ପାଳିତ ହେଉଛି ମାନବାଧିକାର ଦିବସ । ଲୋକଙ୍କୁ ତାଙ୍କ ଅଧିକାର ପ୍ରତି ଜାଗୃତ ରହିବାକୁ ଦେଇଥାଏ ସୂଚନା

କନକ ବ୍ୟୁରୋ : ପ୍ରତିବର୍ଷ ଡିସେମ୍ବର ୧୦ ତାରିଖକୁ ଆର୍ନ୍ତରାଷ୍ଟ୍ରୀୟ ମାନବାଧିକାର ଦିବସ ଭାବେ ପାଳନ ହୋଇ ଆସୁଛି । ୧୯୫୦ ମସିହା ଡିସେମ୍ବର ମାସର ୧୦ ତାରିଖକୁ ସଂଯୁକ୍ତ ରାଷ୍ଟ୍ର ତରଫରୁ ଏହା ଘୋଷଣା କରାଯାଇଥିଲା । ଯାହାର ଉଦ୍ଦେଶ୍ୟ ଥିଲା କି ବିଶ୍ୱସାରା ଲୋକମାନେ ଯେଭଳି ନିଜର ଅଧିକାର ପ୍ରତି ଜାଗୃତ ରହିବେ । ୧୯୪୮ ମସିହାରେ ସଂଯୁକ୍ତ ରାଷ୍ଟ୍ରର ଜେନରାଲ ଓସେବଲୀ ପ୍ରଥମଥର ପାଇଁ ଏହା ଉପରେ ଆଲୋକପାତ କରିଥିଲେ । ମାତ୍ର ଅଧିକାରୀଙ୍କ ଦ୍ୱାରା ଏହାକୁ ୧୯୫୦ ମସିହାରେ ଘୋଷଣା କରାଯାଇଥିଲା । ଯାହାପରେ ଜେନରାଲ ଓସେବଲୀ ୪୨୩ (ଭି) ରିଜ୍ୟୁଲେସନ ପାରିତ କରି ସବୁ ଦେଶ ଓ ମାନବାଧିକାର ସଂଗଠନ ମାନଙ୍କୁ ଡିସେମ୍ବର ୧୦ ତାରିଖକୁ ବିଶ୍ୱ ମାନବାଧିକାର ଦିବସ ଭାବେ ପାଳନ କରିବାକୁ ଚିଠି ଲେଖିଥିଲେ ।

ମାନବାଧିକାର ଦିବସ ଲୋକମାନେ ନିଜର ଅଧିକାର ପ୍ରତି କିଭଳି ସଚେତନ ରହିବେ ସେହି ଉଦ୍ଦେଶ୍ୟରେ ପାଳନ କରାଯାଏ । ମାନବାଧିକାର କାନୁନ ମଧ୍ୟରେ ସ୍ୱାସ୍ଥ୍ୟ, ଆର୍ଥିକ, ସାମାଜିକ ଓ ଶିକ୍ଷା ଭଳି ଅଧିକାର ସାମିଲ ହୋଇଛି । ଏହି ମଣିଷର ଜନ୍ମଗତ ଅଧିକାର । ଯାହାଦ୍ୱାରା ମଣିଷ ଜାତି, ରାଷ୍ଟ୍ର।ୟତା, ଧର୍ମ ଓ ଲିଙ୍ଗ ଆଧାରରେ ସେମାନଙ୍କୁ କେହି ପ୍ରତାରିତ କରିପାରିବେ ନାହିଁ ।

ଭାରତରେ ମାନବାଧିକାର ଆଇନ ୨୮ ଡିସେମ୍ବର ୧୯୯୩ ମସିହାରେ ପାରିତ ହୋଇଥିଲା । ଏହା ପରେ ଭାରତ ସରକାର ୧୨ ଅକ୍ଟୋବର ୧୯୯୩ ମସିହାରେ ମାନବାଧିକାର ଆୟୋଗ ଗଠନ କରିଥିଲେ । ଏହି ଆୟୋଗ ଏବେ ରାଜନୈତିକ, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟ କ୍ଷେତ୍ରରେ କାମ କରୁଛି । ଯେମିତିକି ଶ୍ରମ, ଏଚଆଇଭି, ବାଲ୍ୟ ବିବାହ, ମହିଳା ଅଧିକାର ଭଳି ସମସ୍ୟା ବେଳେ ମାନବାଧିକାର ଆୟୋଗ ସେମାନଙ୍କ ପାଖରେ ଠିଆ ହେଉଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started