ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା : ହାଇକୋର୍ଟରେ ଘରୋଇ ସ୍କୁଲ ପକ୍ଷରୁ ଜବାବ ଦାଖଲ; ଆସନ୍ତା ୧୫ରେ ପରବର୍ତ୍ତୀ ଶୁଣାଣୀ

କନକ ବ୍ୟୁରୋ : ତୁଟୁନି ଘରୋଇ ସ୍କୁଲ ଫି ବିବାଦ । ଘରୋଇ ସ୍କୁଲ ପକ୍ଷରୁ ଆଜି ହାଇକୋର୍ଟରେ ଜବାବ ଦାଖଲ କରାଯାଇଛି । ଘରୋଇ ସ୍କୁଲ ଫି ନିର୍ଦ୍ଧାରଣ ନେଇ ତାଙ୍କ ସରକାରଙ୍କ କ୍ଷମତା ନାହିଁ ବୋଲି କହିଛନ୍ତି । ଡିଏଭି ଓ ଅନ୍ୟ କିଛି ସ୍କୁଲ ପକ୍ଷରୁ ଜବାବ ଦାଖଲ କରାଯାଇଛି । କିଛି ଦିନ ତଳେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ସତ୍ୟପାଠ ହାଇକୋର୍ଟରେ ଦାଖଲ ହୋଇଥିଲା । । ସରକାର ସ୍କୁଲ ଫି ନିର୍ଦ୍ଧାରଣ ନେଇ ଆଇନ ନାହିଁ ବୋଲି ସତ୍ୟପାଠରେ ଉଲ୍ଲେଖ କରିଥିଲେ । ଆସନ୍ତା ୧୫ରେ ମାମଲାର ପରବର୍ତୀ ଶୁଣାଣୀ କରାଯିବ ।

ଉଲ୍ଲେଖଯୋଗ୍ୟ, ଡିସେମ୍ବର ୧ରେ ଏହି ମାମଲାରେ ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ, କରୋନା ଭୂତାଣୁ ସଂକ୍ରମଣକୁ ନେଇ ହୋଇଥିବା ସ୍ଥିତିରେ ସ୍କୁଲ ଫି ଛାଡ଼ ବା ହ୍ରାସ ପ୍ରସଂଗରେ କିଛି ନୀତିଗତ ନିଷ୍ପତ୍ତି ନିଆଯାଇ ନାହିଁ। ସୂଚନାଯୋଗ୍ୟ ଯେ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅଭିଭାବକ ମହାସଂଘର ପ୍ରତିନିଧି, ହାଇକୋର୍ଟରେ ମାମଲା ଦାୟର କରିଥିବା ଆବେଦନକାରୀଙ୍କ ପ୍ରତିନିଧି, ଓଡ଼ିଶା ଘରୋଇ ସ୍କୁଲ ଶିକ୍ଷକ ସଂଘର ପ୍ରତିନିଧି ଓ କନଫେଡେରେସନ୍ ଅଫ୍ ପବ୍ଲିକ୍ ସ୍କୁଲର ପ୍ରତିନିଧି ଯୋଗଦେଇ କେତେକ ପ୍ରସ୍ତାବ ଗ୍ରହଣ କରିବା ସହିତ ଏ ସଂପର୍କିତ ଏମଓୟୁରେ ୧୪ ଜଣ ସ୍ବାକ୍ଷର କରିଥିଲେ। ବୈଠକରେ ଗ୍ରହଣ କରାଯାଇଥିବା ପ୍ରସ୍ତାବ ଅନୁସାରେ ସ୍କୁଲ ଫି କିଛି ଅଂଶରେ ଛାଡ଼ କରାଯିବା ପାଇଁ ସୁପାରିସ କରାଯାଇଥିଲା।

from Kanak News
via <a href="https://ifttt.com/?

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା : ହାଇକୋର୍ଟରେ ଘରୋଇ ସ୍କୁଲ ପକ୍ଷରୁ ଜବାବ ଦାଖଲ; ଆସନ୍ତା ୧୫ରେ ପରବର୍ତ୍ତୀ ଶୁଣାଣୀ

କନକ ବ୍ୟୁରୋ : ତୁଟୁନି ଘରୋଇ ସ୍କୁଲ ଫି ବିବାଦ । ଘରୋଇ ସ୍କୁଲ ପକ୍ଷରୁ ଆଜି ହାଇକୋର୍ଟରେ ଜବାବ ଦାଖଲ କରାଯାଇଛି । ଘରୋଇ ସ୍କୁଲ ଫି ନିର୍ଦ୍ଧାରଣ ନେଇ ତାଙ୍କ ସରକାରଙ୍କ କ୍ଷମତା ନାହିଁ ବୋଲି କହିଛନ୍ତି । ଡିଏଭି ଓ ଅନ୍ୟ କିଛି ସ୍କୁଲ ପକ୍ଷରୁ ଜବାବ ଦାଖଲ କରାଯାଇଛି । କିଛି ଦିନ ତଳେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ସତ୍ୟପାଠ ହାଇକୋର୍ଟରେ ଦାଖଲ ହୋଇଥିଲା । । ସରକାର ସ୍କୁଲ ଫି ନିର୍ଦ୍ଧାରଣ ନେଇ ଆଇନ ନାହିଁ ବୋଲି ସତ୍ୟପାଠରେ ଉଲ୍ଲେଖ କରିଥିଲେ । ଆସନ୍ତା ୧୫ରେ ମାମଲାର ପରବର୍ତୀ ଶୁଣାଣୀ କରାଯିବ ।

ଉଲ୍ଲେଖଯୋଗ୍ୟ, ଡିସେମ୍ବର ୧ରେ ଏହି ମାମଲାରେ ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ, କରୋନା ଭୂତାଣୁ ସଂକ୍ରମଣକୁ ନେଇ ହୋଇଥିବା ସ୍ଥିତିରେ ସ୍କୁଲ ଫି ଛାଡ଼ ବା ହ୍ରାସ ପ୍ରସଂଗରେ କିଛି ନୀତିଗତ ନିଷ୍ପତ୍ତି ନିଆଯାଇ ନାହିଁ। ସୂଚନାଯୋଗ୍ୟ ଯେ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅଭିଭାବକ ମହାସଂଘର ପ୍ରତିନିଧି, ହାଇକୋର୍ଟରେ ମାମଲା ଦାୟର କରିଥିବା ଆବେଦନକାରୀଙ୍କ ପ୍ରତିନିଧି, ଓଡ଼ିଶା ଘରୋଇ ସ୍କୁଲ ଶିକ୍ଷକ ସଂଘର ପ୍ରତିନିଧି ଓ କନଫେଡେରେସନ୍ ଅଫ୍ ପବ୍ଲିକ୍ ସ୍କୁଲର ପ୍ରତିନିଧି ଯୋଗଦେଇ କେତେକ ପ୍ରସ୍ତାବ ଗ୍ରହଣ କରିବା ସହିତ ଏ ସଂପର୍କିତ ଏମଓୟୁରେ ୧୪ ଜଣ ସ୍ବାକ୍ଷର କରିଥିଲେ। ବୈଠକରେ ଗ୍ରହଣ କରାଯାଇଥିବା ପ୍ରସ୍ତାବ ଅନୁସାରେ ସ୍କୁଲ ଫି କିଛି ଅଂଶରେ ଛାଡ଼ କରାଯିବା ପାଇଁ ସୁପାରିସ କରାଯାଇଥିଲା।

from Kanak News
via <a href="https://ifttt.com/?

ଜାନୁଆରୀରୁ ଖୋଲିବ ସ୍କୁଲ ! ପ୍ରଥମେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ପ୍ରାଥମିକତା ; ଛୁଟି ଦିନରେ ବି ହେବ କ୍ଲାସ

କନକ ବ୍ୟୁରୋ : ଜାନୁଆରୀରେ ଖୋଲିପାରେ ସ୍କୁଲ । ସ୍କୁଲ ଖୋଲିବା ନେଇ ଚିନ୍ତା କରାଯାଉଥିବା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ସେ କହିଛନ୍ତି ମୁଖତଃ ଦଶମ ଓ ଦ୍ୱାଦଶ ଶ୍ରେଣୀ ପ୍ରଥମେ ଖୋଲିବାକୁ ପ୍ରାଥମିକତା ଦିଆଯିବ । ୧୦୦ର ଦିନ ପାଠ ପଢ଼ାଇ ତା ପରେ ପରୀକ୍ଷା କରାଯିବ । ତେଣୁ ପର୍ବପର୍ବାଣୀ ଛୁଟି ଛାଡିଦେଲେ ଶନିବାର ଓ ରବିବାର ଛୁଟି ଦିନରେ ବି କ୍ଲାସ ହେବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । କିଛି ଦିନ ମଧ୍ୟରେ ଛାତ୍ରଛାତ୍ରୀଙ୍କ ଚାପ କମାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ପାଠ୍ୟ ଉପକ୍ରମ ଉଦଘାଟନ କରି ଦିଆଯିବ ।

ସେପଟେ, ନୂଆ ବର୍ଷରୁ ଆରମ୍ଭ ହୋଇପାରେ କଲେଜ । ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଏନେଇ ସୂଚନା ଦେଇଛନ୍ତି । ନୂଆ ବର୍ଷରେ ଛାତ୍ରଛାତ୍ରୀ କଲେଜରେ କ୍ଲାସ କରିବେ । ଏନେଇ ରାଜ୍ୟସରକାର ଚୂଡାନ୍ତ ନିଷ୍ପତି ନେବେ । ୟୁଜି ଓ ପିଜି ପାଇଁ ସେମିଷ୍ଟାର ଘୁଂଚିବ । ୭୦, ୮୦ ଦିନ ପାଠ କ୍ଲାସରେ ପଢାଇବା ପରେ ପରୀକ୍ଷା କରାଯିବ । ଯଦି କଲେଜ ଖୋଲିବାରେ ଅଧିକ ବିଳମ୍ବ ହେବ ତେବେ ସିଲାବସ କମାଇବା କଥା ଚିନ୍ତା କରାଯାଇପାରେ । ଅନଲାଇନ ପଢାକୁ ନେଇ ପରୀକ୍ଷା କଲେ, ଫେଲ ପ୍ରତିଶତ ବଢିବ ବୋଲି ଉଚ୍ଚଶିକ୍ଷା ସଚିବ କହିଛନ୍ତି ।

from Kanak News
via <a href="https://ifttt.com/?

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ପଶ୍ଚିମବଙ୍ଗ ଗସ୍ତର ଦ୍ୱିତୀୟ ଦିନ । ଡାଇମଣ୍ଡ ହାର୍ବର ଗସ୍ତ ସମୟରେ ନଡ୍ଡାଙ୍କ ଗାଡି ଉପରକୁ ଆକ୍ରମଣ

କନକ ବ୍ୟୁରୋ : ପଶ୍ଚମବଙ୍ଗ ବିଧାନସଭା ନିର୍ବାଚନକୁ ଆହୁରି ଅନେକ ଦିନ ବାକି ରହିଛି । ନିର୍ବାଚନ କମିଶନ ତାରିଖ ଘୋଷଣା କରି ନାହାନ୍ତି   । ହେଲେ ବିଜେପି ଓ ତୃଣମୂଳ କଂଗ୍ରେସ ଏବେ ଠାରୁ ନିର୍ବାଚନ ପାଇଁ ତୃଣମୂଳ ସ୍ତରରେ ନିଜ ନିଜର ସଂଗଠନକୁ ମଜଭୁତ କରିବାକୁ ଲାଗିପଡିଛନ୍ତି । ଏହି କ୍ରମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇଛନ୍ତି । ଗତକାଲି ସେ ଏକ ରାଲିରେ ଯାଉଥିବା ବେଳେ ତୃଣମୂଳ କର୍ମୀ ମାନେ ତାଙ୍କ ଉପରକୁ ଆକ୍ରମଣ କରିଥିବା ବିଜେପି ଅଭିଯୋଗ କରିଥିଲା । ଏନେଇ ତୃଣମୂଳ କଂଗ୍ରେସ ପକ୍ଷରୁ ଜେ.ପି ନଡ୍ଡା ଓ କୈଳାସ ବିଜୟବର୍ଗୀଙ୍କ ନାମରେ ଥାନାରେ ଓଲଟା ଅଭିଯୋଗ କରିଥିଲା ।

ଆଜି ଗସ୍ତର ଦ୍ୱିତୀୟ ଦିନରେ ଯେତେବେଳେ ନଡ୍ଡା ଓ ତାଙ୍କର ସମର୍ଥକ ମାନେ ମମତା ବାନାର୍ଜୀଙ୍କ ପୁତୁରା ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କ ସଂସଦୀୟ କ୍ଷେତ୍ର ଡାଇମଣ୍ଡ ହାର୍ବର ଯାଉଥିଲେ ସେତେବେଳେ ଟିଏମସି କର୍ମୀ ମାନେ ନଡ୍ଡାଙ୍କ ଗାଡି ଉପରକୁ ପଥର ମାଡ କରିବା ସହ ବିଜେପି କର୍ମୀ ମାନଙ୍କ ଉପରେ ପୁଣି ଆକ୍ରମଣ କରିଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ଟିଏମସି କର୍ମୀ ମାନେ ନଡ୍ଡାକୁ ରାଲିକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ ଏହାକୁ ବିଜେପି କର୍ମୀ ମାନେ ବିରୋଧ କରିବାରୁ ତୃଣମୂଳ କଂଗ୍ରେସ କର୍ମୀ ମାନେ ସେମାନଙ୍କ ଉପରକୁ ଆକ୍ରମଣ କରିବା ସହ ନଡ୍ଡାଙ୍କ ଗାଡି ଉପରକୁ ପଥର ମାଡ କରିଥିଲେ ।

from Kanak News
via <a href="https://ifttt.com/?

ମହଙ୍ଗା ପଡିଲା କୋଭିଡ ନିୟମ ଉଲ୍ଲଘଂନ : କ୍ୱାରେଣ୍ଟାଇନ ସେଣ୍ଟରରୁ ବାହାରିଲେ ତଣ୍ଡ ଗଣିଲେ; ୮ ସେକେଣ୍ଡରେ ଗଲା ଅଢେଇ ଲକ୍ଷ ଟଙ୍କା

କନକ ବ୍ୟୁରୋ : କରୋନାକୁ ନେଇ ଚିନ୍ତାରେ ରହିଛି ସାରା ବିଶ୍ୱ । ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ଟିକା ନିର୍ମାଣରେ ଲାଗି ପଡିଛନ୍ତି ସବୁ ଦେଶ । ଅନ୍ୟପଟରେ କିଛି ଦେଶ କୋଭିଡ ନିୟମକୁ ମଧ୍ୟ କଡାକଡି ପାଳନ କରୁଛନ୍ତି । ଏହାମଧ୍ୟରେ ତାଇବାନରୁ ଏମିତି ଏକ ଖବର ଆସିଛି ଯାହା ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଇଛି । ଏଠାରେ ଜଣେ ବ୍ୟକ୍ତିଙ୍କୁ କୋଭିଡ ନିୟମ ଉଲ୍ଲଘଂନ କରିବା ଭାରି ପଡିଛି । ଏଥିପାଇଁ ତାଙ୍କୁ ଅଢେଇ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡିଛି । ହେଲେ ବ୍ୟକ୍ତି ଜଣକର ଭୁଲ ହେଲା ଯେ ସେ ମାତ୍ର ୮ ସେକେଣ୍ଡ ପାଇଁ କ୍ୱାରେଣ୍ଟାଇନ ରୁମରୁ ବାହାରକୁ ଆସିଥିଲେ । ଏଥିପାଇଁ ତାଙ୍କୁ ଏହି ଜରିମାନା ଦେବାକୁ ପଡିଛି ।
ଫିଲିଫାଇନ୍ସର ଜଣେ ବ୍ୟକ୍ତି ତାଇୱାନର ଏକ ହୋଟେଲରେ କ୍ୱାରେଣ୍ଟାଇନରେ ରହିଥିଲେ । ହେଲେ ବ୍ୟକ୍ତି ଜଣକ ମାତ୍ର ୮ ସେକେଣ୍ଡ ପାଇଁ ହୋଟେଲର ହଲ ରୁମକୁ ଆସିଥିଲେ । ଏହି ଘଟଣା ହୋଟେଲ ସିସିଟିଭିରେ କଏଦ ହୋଇଯାଇଥିଲା । ପରେ ଏନେଇ ହୋଟେଲ କର୍ମଚାରୀ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଥିଲେ । ସ୍ୱାସ୍ଥ୍ୟ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବ୍ୟକ୍ତିଙ୍କୁ ଅଢେଇ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି ।
ତାଇୱାନର କ୍ୱାରେଣ୍ଟାଇନ ନିୟମ ଅନୁସାରେ ଆକ୍ରାନ୍ତ ନିଜ କ୍ୱାରେଣ୍ଟାଇନ ରୁମରୁ ବାହାରକୁ ବାହାରି ପାରିବେନି । ଯଦି କେହି ନିୟମ ଉଲ୍ଲଘଂନ କରନ୍ତି ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ତାଇୱାନ ଏମିତି ଏକ ଦେଶ ଯିଏ କରୋନାକୁ ନିଜ କାବୁରେ ରଖିବାରେ ସକ୍ଷମ ହୋଇଛି । କାରଣ ଏଠାରେ ନିୟମ କଡାକଡି ଭାବେ ପାଳନ ହେଉଛି । ଯାହା ଏହି ଘଟଣାରୁ ହିଁ ବୟାନ ହେଉଛି ।
୨ କୋଟି ୩୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ଏବେ ଯାଏଁ ୭୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ୭ ଜଣଙ୍କ ମୃତ୍ୟୁ ହୋଇଛି । ତାଇୱାନ ଅନ୍ୟ ଦେଶ ଭଳି ଦେଶ ମଧ୍ୟରେ ଲକଡାଉନ କରିନଥିଲା କି ଲୋକଙ୍କ ଯିବା ଆସିବା ଉପରେ ପ୍ରତିବନ୍ଧକ ଲଗାଇନଥିଲା । ହେଲେ କ୍ୱାରେଣ୍ଟାଇନ ନିୟମ ଯୋଗୁଁ ତାଇୱାନ କରୋନାକୁ କାବୁ କରିବାରେ ସଫଳ ହୋଇଛି ।

from Kanak News
via <a href="https://ifttt.com/?

ଗ୍ରାଇଣ୍ଡର ବକ୍ସ ଭିତରୁ ବିରାଟ ନାଗ ସାପ ଉଦ୍ଧାର : ସ୍ଥାନୀୟ ଭୟଭୀତ ଲୋକେ

କନକ ବ୍ୟୁରୋ : ଗ୍ରାଇଣ୍ଡର ବାକ୍ସ ପ୍ୟାକେଟ ଭିତରେ ସାଢ଼େ ୩ଫୁଟର ନାଗ । ଭୟରେ ଘର ଠାରୁ ୨ କିଲୋମିଟର ଦ୍ୱରରେ ଫୋପାଡ଼ି ଦିଆଯାଇଥିଲେ ପେଟି ଭିତରୁ ବାହାରି ପାରି ନଥିଲା ନାଗ । ଆଜି ସକାଳୁ ସ୍ନେକ ହେଲଫ ଲାଇନ ସଦସ୍ୟଙ୍କ ସହଯୋଗରେ ପେଟିରୁ ସାପକୁ ବାହାର କରାଯାଇ ସୁରକ୍ଷିତ ସ୍ଥାନରେ ଛଡ଼ାଗଲା । ପୁରୀ ଜିଲ୍ଲା ଡ଼େଲାଙ୍ଗ ଅନ୍ତର୍ଗତ କଲ୍ୟାଣପୁ ଗାଁରେ ଏକ ନାଗ ସାପ ପସି ଯାଇଥିଲା ।

ସାପଟିକୁ ଘରୁ ଘଉଡ଼ାଇବା ବେଳେ ମିକ୍ସର ଗ୍ରାଇଣ୍ଡର ପ୍ୟାକେଟ ଭିତରେ ପସିଯାଇଥିଲା । ବିଶ୍ୱଜିତ ପେଟିରେ ଅଖା ଗୁଡ଼ାଇ ତାକୁ ଘର ବାହାରେ ରଖି ଦେଇଥିଲେ । ଘଟଣା ସ୍ଥଳରେ ସ୍ନେକ ହେଲଫ ଲାଇନର ସଦସ୍ୟ ସୁଶାନ୍ତ ବେହେରା ପହଂଚି ସାପ ଟିକୁ ପେଟିରୁ ସୁରକ୍ଷିତ ଉଦ୍ଧାର କରିଥିଲେ ।

from Kanak News
via <a href="https://ifttt.com/?

ନୂତନ ସଂସଦ ଭବନର ଭୂମି ପୂଜନ ଆରମ୍ଭ : ସଂସଦ ଭବନର ଭୂମି ପୂଜା କରୁଛନ୍ତି ପ୍ରଧାନମନ୍ତ୍ରୀ

ନୂତନ ସଂସଦ ଭବନର ଭୂମି ପୂଜନ ଆରମ୍ଭ । ସଂସଦ ଭବନର ଭୂମି ପୂଜା କରୁଛନ୍ତି ପ୍ରଧାନମନ୍ତ୍ରୀ । ଅତିଥିଙ୍କ ଭିତରେ ଅଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପୂର୍ବତନ ଲୋକସଭା ବାଚସ୍ପତିଙ୍କ ସମେତ ସମସ୍ତ ରାଜନୈତିକ ଦଳର ମୁଖ୍ୟ । ତେବେ କୋଭିଡ ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ମୋଦି ଡିଜିଟାଲ ମାଧ୍ୟମରେ ଉପସ୍ଥିତ ରହୁଥିବାବେଳେ ଏହି କାର୍ଯ୍ୟକ୍ରରେ ପ୍ରତ୍ୟକ୍ଷ ଭାବେ ଯୋଗଦେବେ । ଆଜି ଭିତିପ୍ରସ୍ତର ସ୍ଥାପନ ପରେ ଚଳିତ ମାସ ହିଁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।

ଅକ୍ଟୋବର ୨୦୨୨ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହୋଇପାରେ । ତେବେ ନୂଆ ସଂସଦ ଭବନକୁ ପେପରଲେସ୍ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ପ୍ରତ୍ୟେକ ସାଂସଦଙ୍କୁ ଡିଜିଟାଲ ସୁବିଧା ଯୋଗାଇ ଦିଆଯିବ । ସ୍ୱାଧୀନତାର ୭୫ବର୍ଷ ପୂର୍ତି ଅବସରରେ ସଂସଦର ଉଭୟ ଗୃହ କାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ ନୂଆ ସଂସଦ ବିଲଣ୍ଡିଂରେ ଲୋକସଭା ସଦସ୍ୟଙ୍କ ପାଇଁ ୮୮୮ଟି ସିଟ ଓ ରାଜ୍ୟସଭା ସଦସ୍ୟଙ୍କ ପାଇଁ ୩୨୬ରୁ ଅଧିକ ସିଟର ବ୍ୟବସ୍ଥା ହେବ । ନୂଆ ସଂସଦ ଗୃହ ତ୍ରିକୋଣୀୟ ହେବ ଏବଂ ବସିବା କ୍ଷମତା ଦୃଷ୍ଟିରୁ ବର୍ତମାନର ସଂସଦଠାରୁ ବଡ ହେବ ।

ବର୍ତମାନ ଥିବା ସଂସଦ ନିକଟରେ ନୂଆ ସଂସଦ ଭବନ ନିର୍ମାଣ କରାଯିବ । ୬୪ହଜାର ୫ଶହ ବର୍ଗ ମିଟର ଅଂଚଳରେ ନିର୍ମାଣ ହେବ ଏହି ବିଲଣ୍ଡିଂ । ଏଥିପାଇଁ ଖର୍ଚ୍ଚ ହେବ ପ୍ରାୟ ୯୭୧କୋଟି ଟଙ୍କା । ଏହି ନିର୍ମାଣ କାର୍ଯ୍ୟ ପାଇଁ ଟାଟା ପ୍ରୋଜେକ୍ଟସକୁ ଠିକା ଦିଆଯାଇଛି । ଏଚସିପି ଡିଜାଇନ, ପ୍ଲାନିଂ ଓ ମ୍ୟାନେଜମେଂଟ ପ୍ରାଇଭଟେ ଲିମିଟେଡ ଏହାର ନକ୍ସା ପ୍ରସ୍ତୁତ କରିଛି । ଆତ୍ମନିର୍ଭର ଭାରତର ମନ୍ଦିର ଭାବେ ଏହା ଭାରତର ବିବିଧତାକୁ ପ୍ରତିଫଳିତ କରିବ ।

from Kanak News
via <a href="https://ifttt.com/?

୨୦୨୧ ନିଟ୍ ପରୀକ୍ଷାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସୂଚନା । କହିଲେ ପରୀକ୍ଷାର ଯଥେଷ୍ଟ ଆଗରୁ ଘୋଷଣା ହେବ ତାରିଖ

କନକ ବ୍ୟୁରୋ : ପୂର୍ବ ନିର୍ଦ୍ଧାରିତ ମୁତାବକ ଅନୁଷ୍ଠିତ ହେବ ୨୦୨୧ ନିଟ୍ ପରୀକ୍ଷା । ଏନେଇ ଆସୁଥିବା ଗୁଜବକୁ ଖଣ୍ଡନ କରି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ । ଏନେଇ ଶ୍ରୀ ପୋଖରିୟାଲ ଏକ ୱେବିନର ଜରିଆରେ ଛାତ୍ର ଛାତ୍ରୀଙ୍କ ସହ ଆଲୋଚନା କରି କହିଛନ୍ତି କି ‘୨୦୨୧ ସିବିଏସଇ’, ‘୨୦୨୧ ଜେଇଇ’, ‘୨୦୨୧ ନିଟ୍’ ପରୀକ୍ଷା ପୂର୍ବନିଦ୍ଧାରିତ ମୁତାବକ ଅନୁଷ୍ଠିତ ହେବ । ନିୟୁତ ନିୟୁତ ଛାତ୍ର ଛାତ୍ରୀ ପ୍ରଭାବିତ ନକରିବାକୁ ‘୨୦୨୧ ନିଟ୍’ ପରୀକ୍ଷା କୌଣସି କରାଯିବାର କୌଣସି ଯୋଜନା ନଥିବା କଥା ଆଲୋଚନା ବେଳେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ସେ ଆହୁରି କହିଛନ୍ତି କି ଛାତ୍ର ଛାତ୍ରୀ ଓ ଦେଶ ପାଇଁ ବ୍ୟାପକ କ୍ଷତି ହେଉଥିବାରୁ ଏହି ପରୀକ୍ଷା ବାତିଲ କରାଯିବ ନାହିଁ ।
ଶ୍ରୀ ପୋଖରିୟାଲ ଆହୁରି କହିଛନ୍ତି କି ‘ଏନ୍ଟିଏ’ ସର୍ବଦା ଅଫଲାଇନ ମୋଡରେ ‘ନିଟ୍ ପରୀକ୍ଷା’ କରାଇଛି । କିନ୍ତୁ ମହାମାରୀ ଚାଲିଥିବାରୁ ୨୦୨୧ ନିଟ୍ ପରୀକ୍ଷା ଅନ୍ ଲାଇନ ମାଧ୍ୟମରେ କରାଇବାକୁ ଆଲୋଚନା ଚାଲିଥିବା ସେ କହିଛନ୍ତି । କୋଭିଡ-୧୯ ଭଳି ମହାମାରୀ ମଧ୍ୟରେ ସଫଳତାର ସହ ପରୀକ୍ଷା ପରିଚାଳନା କରିଥିବାରୁ ସରକାର ଓ ଶିକ୍ଷା ବିଭାଗର କର୍ମଚାରୀ ମାନଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି । ସିବିଏସଇ ବୋର୍ଡ ପରୀକ୍ଷା ନେଇ ଶ୍ରୀ ପୋଖରିୟାଲ ବି ଏକ ବଡ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ୨୦୨୧ ବର୍ଷ ପାଇଁ ସିବିଏସଇ ସିଲାବସ୍ ରେ ୩୦ ପ୍ରତିଶତ ହ୍ରାସ କରାଯାଇଛି ।
ଅନ୍ୟପଟେ ପରୀକ୍ଷା ତାରିଖ ନେଇ ପଚରା ଯାଇଥିବା ପ୍ରଶ୍ନର ଉତର ଦେଇ ସେ କହିଛନ୍ତି କି ପରୀକ୍ଷାର ଯଥେଷ୍ଟ ଆଗରୁ ତାରିଖ ଘୋଷଣା କରାଯିବ । ତେଣୁ ଛାତ୍ର ଛାତ୍ରୀ ମାନେ ପ୍ରସ୍ତୁତି ନିମନ୍ତେ ଅନେକ ସମୟ ପାଇବେ ।

from Kanak News
via <a href="https://ifttt.com/?

ନୂଆବର୍ଷରୁ ଆରମ୍ଭ ହେବ କଲେଜ ! ୭୦, ୮୦ ଦିନ କ୍ଲାସରେ ପାଠ ପଢାଇବା ପରେ କରାଯିବ ପରୀକ୍ଷା

କନକ ବ୍ୟୁରୋ : ନୂଆ ବର୍ଷରୁ ଆରମ୍ଭ ହୋଇପାରେ କଲେଜ । ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଏନେଇ ସୂଚନା ଦେଇଛନ୍ତି । ନୂଆ ବର୍ଷରେ ଛାତ୍ରଛାତ୍ରୀ କଲେଜରେ କ୍ଲାସ କରିବେ । ଏନେଇ ରାଜ୍ୟସରକାର ଚୂଡାନ୍ତ ନିଷ୍ପତି ନେବେ । ୟୁଜି ଓ ପିଜି ପାଇଁ ସେମିଷ୍ଟାର ଘୁଂଚିବ ।

୭୦, ୮୦ ଦିନ ପାଠ କ୍ଲାସରେ ପଢାଇବା ପରେ ପରୀକ୍ଷା କରାଯିବ । ଯଦି କଲେଜ ଖୋଲିବାରେ ଅଧିକ ବିଳମ୍ବ ହେବ ତେବେ ସିଲାବସ କମାଇବା କଥା ଚିନ୍ତା କରାଯାଇପାରେ । ଅନଲାଇନ ପଢାକୁ ନେଇ ପରୀକ୍ଷା କଲେ, ଫେଲ ପ୍ରତିଶତ ବଢିବ ବୋଲି ଉଚ୍ଚଶିକ୍ଷା ସଚିବ କହିଛନ୍ତି ।

from Kanak News
via <a href="https://ifttt.com/?

ସମବାୟ ବ୍ୟାଙ୍କ ଘେରିଲେ ଶତାଧିକ ମହିଳା : ଚାଷୀଙ୍କ ଜାଲ୍ ଦସ୍ତଖତ କରି ଲକ୍ଷଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ

କନକ ବ୍ୟୁରୋ : ଜଗତସିଂହପୁରର ଏରସମା କଟକ ସମବାୟ ବ୍ୟାଙ୍କ ଘେରାଉ କଲେ ଶତାଧିକ ମହିଳା । ସ୍ଥାନୀୟ କୃଷକଙ୍କ ଜାଲି ଦସ୍ତଖତ ବଳରେ ଲକ୍ଷ ଲକ୍ଷ ଟଙ୍କାର ଋଣ କରି ଆତ୍ମସାତ୍ କରାଯାଇଥିବା ଅଭିଯୋଗ ଆଣିଛନ୍ତି ମହିଳା । ବ୍ୟାଙ୍କରୁ ନେଇଥିବା ଋଣ ଦୁଇ ଗୁଣ ହୋଇଯାଇଥିବା ଜାଣିବା ପରେ ବ୍ୟାଙ୍କ ପରିଚାଳକଙ୍କୁ ଏନେଇ ପଚାରିଥିଲେ ।

କିନ୍ତୁ କୌଣସି ସନ୍ତୋଷଜନକ ଉତର ନପାଇବାରୁ ପାରାଦୀପ ଜଗତସିଂହପୁର ଶ୍ରମିକ ସଂଘ ଓ  ଚାଷୀ ସଂଗଠନ ତରଫରୁ ଶତାଧିକ ମହିଳା ପୁରୁଷ ବ୍ୟାଙ୍କ ଘେରାଉ କରିଛନ୍ତି । ଏରସମା ଅଂଚଳରେ ପାଖାପାଖି ୧୬ଟି ସମବାୟ ବ୍ୟାଙ୍କରେ ଏପରି ଅର୍ଥ ଆତ୍ମସାତ୍ ହୋଇଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ । ସ୍ୱତନ୍ତ୍ର ଅଡିଟ୍ କରାଗଲେ , ସମସ୍ତ ଜାଲିଆତିର ଗୁମର ଖୋଲିବ ବୋଲି ଚାଷୀ କହିଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started