ନିଖୋଜ ଯୁବକଙ୍କ ଶବ କୂଅରୁ ଉଦ୍ଧାର ପରେ ତାତିଲେ ଲୋକେ : ହତ୍ୟା ଅଭିଯୋଗରେ କାମାକ୍ଷାନଗର ବାଇସିଙ୍ଗାରେ ଉତ୍ତେଜନା

କନକ ବ୍ୟୁରୋ : ନିଖୋଜ ଯୁବକଙ୍କ ଶବ କୁଅରୁ ଉଦ୍ଧାର ପରେ ତାତିଲେ ଗ୍ରାମବାସୀ । ହତ୍ୟା ଅଭିଯୋଗ ଆଣି ପ୍ରତିବାଦରେ କାମାକ୍ଷାନଗର ବାଇସିଂଗା ଠାରେ ୫୩ ନଂବର ଜାତୀୟ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଶତାଧିକ ଗ୍ରାମବାସୀ । ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଲିଗୋରଡ଼ ପଂଚାୟତ ତାଳଗୋରଡ଼ ଗ୍ରାମର ଅଦୈତ ନାୟକ ନାମକ ଜଣେ ଯୁବକଙ୍କ ମୃତଦେହ ଗତକାଲି ଅପରାହ୍ନରେ ରାସ୍ତା କଡର ଏକ କୁଅରୁ ଦମକଳ ବାହୀନି ଉଦ୍ଧାର କରିଥିଲା ।

ଟେଂଟ ହାଉସରେ ଶ୍ରମିକ ଭାବେ କାମ କରୁଥିବା ଅଦୈତଙ୍କ ମୃତ୍ୟୁ କେମିତି ହେଲା ଏହାକୁ ନେଇ ପ୍ରଶ୍ନ ଉଠିଛି । ପୋଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ଏପଟେ ହତ୍ୟା ଅଭିଯୋଗ ଆଣିିଛନ୍ତି ଗ୍ରାମବାସୀ । ରାସ୍ତା ରୋକ୍ ଫଳରେ କାମାକ୍ଷାନଗରରୁ ଭୁବନ ରୁଟରେ ଜାତୀୟ ରାଜପଥରେ ଦୀର୍ଘ ଘଂଟା ଗାଡି ଚଳାଚଳ ବ୍ୟାହତ ହୋଇଛି । ଲୋକଙ୍କୁ ବୁଝାସୁଝା କରି ରାସ୍ତା ରୋକ୍ ପ୍ରତ୍ୟାହାର ଉଦ୍ୟମ କରୁଛି ପୋଲିସ ।

from Kanak News
via <a href="https://ifttt.com/?

ପରୀ ଗାଁ ନୟାଗଡ ଯଦୁପରରେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ : ପରୀର କହିଲେ, ନ୍ୟାୟ ନିମିଳିବା ଯାଏ ଜାରି ରହିବ ଲଢେଇ

କନକ ବ୍ୟୁରୋ : ପରୀ ଗାଁରେ ରାଜ୍ୟ ବିଜେପିର ନୂଆ  ପ୍ରଭାରୀ ପୁରନ୍ଦେଶ୍ୱରୀ । ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ଥିବା ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଆଜି ନୟାଗଡର ଯଦୁପୁରରେ ପହଚିଂ ପରୀ ପରିବାର ଲୋକଙ୍କୁ ଭେଟିଛନ୍ତି । ଏହା ସହ ପରୀ ମୃତଦେହ ମିଳିିଥିବା ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଘଟଣାର ସିବିଆଇ ତଦନ୍ତ ହେବା ଦରକାର ।

ଏସଆଇଟି ଭରସା ଯୋଗ୍ୟ ନୁହେଁ । ପରୀ ପରିବାର ସହ ବିଜେପି ସବୁବେଳେ ଅଛି । ନ୍ୟାୟ ନମିଳିବା ଯାଏ ଲଢେଇ ଜାରି ରହିବ ବୋଲି ପୁରନ୍ଦେଶ୍ୱରୀ କହିଛନ୍ତି । ସିବିଆଇ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କରିଆସୁଛି ବିଜେପି ।  ଓଡ଼ିଶା ପ୍ରଭାରୀ ଭାବେ ଦାୟିତ୍ୱ ନେବା ପରେ ଏହା ପୁରନ୍ଦେଶ୍ୱରୀଙ୍କ ପ୍ରଥମ ଓଡ଼ିଶା ଗସ୍ତ । ଆଗାମୀ ୧୨ ତାରିଖ ଯାଏଁ ଓଡିଶାରେ ରହିବେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ।

from Kanak News
via <a href="https://ifttt.com/?

୧୫ ହଜାରରୁ କମ୍ ଟଙ୍କା ଦରମା ପାଉଥିବା ଲୋକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଉପହାର । ଏବେ ଖାତାକୁ ଆସିବ ଅଧିକ ଟଙ୍କା । ୨୨ ହଜାର କୋଟିର ଅତିରିକ୍ତ ବଜେଟ୍ ।

କନକ ବ୍ୟୁରୋ : ସ୍ୱଳ୍ପ ଦରମା ପାଉଥିବା କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ଯୋଜନା ଆଣିବାକୁ ଯାଉଛନ୍ତି । ଆତ୍ମ ନିର୍ଭର ଭାରତ ରୋଜଗାର ଯୋଜନା ମାଧ୍ୟମରେ ସରକାର କହିଛନ୍ତି କି ୧ ଅକ୍ଟୋବର ୨୦୨୦ ରୁ ୩୦ ଜୁନ ୨୦୨୧ ପର୍ଯ୍ୟନ୍ତ କମ୍ପାନୀ ଓ ଅନ୍ୟକ୍ଷେତ୍ରରେ ନିଯୁକ୍ତି ପାଇଥିବା ନୂତନ କର୍ମଚାରୀ ମାନଙ୍କୁ ଅବସରକାଳୀନ ଫଣ୍ଡରେ ଅଂଶଧନ ଦେବେ । କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ତରଫରୁ ଏହି ପାଣ୍ଠି ସରକାର ବହନ କରିବେ । ଏହାର ଅର୍ଥ ହେଉଛି ଯେଉଁ କର୍ମଚାରୀ ମାନେ ୧୫ ହଜାର ଟଙ୍କାରୁ କମ୍ ଦରମା ପାଉଛନ୍ତି ସେମାନଙ୍କର ଦରମାରୁ କଟୁଥିବା ଇପିଏଫ୍ ର ୧୨ ପ୍ରତିଶତ ସରକାର ଭରଣ କରିବେ । ଏନେଇ ବୁଧବାର ଦିନ ବସିଥିବା କ୍ୟାବିନେଟ୍ ବୈଠକରେ ଆତ୍ମନିର୍ଭରଶୀଳ ଭାରତ ରୋଜଗାର ଯୋଜନାକୁ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । କେନ୍ଦ୍ର ସରକାର ଏହି ଯୋଜନାରେ ୨୨.୮୧୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହାଦ୍ୱାରା ୫୮ ଲକ୍ଷରୁ ଅଧିକ କର୍ମଚାରୀ ଲାଭବାନ ହେବେ ।

ସରକାରଙ୍କ ଏହି ଯୋଜନାରେ ୧୫ ହଜାରରୁ କମ ଟଙ୍କା ଦରମା ପାଉଥିବା କର୍ମଚାରୀ ମାନେ ଲାଭବାନ ହେବେ । ଏହି ଯୋଜନାରେ ଲାଭ ସେମାନଙ୍କୁ ମିଳିବ ଯେଉଁମାନେ ୧ ଅକ୍ଟୋବର ୨୦୨୦ ପୂର୍ବରୁ ଚାକିରୀ କରିଥିଲେ ବି ସେମାନଙ୍କର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସହିତ ଯୋଡି ହୋଇନଥିବେ ଓ ସେମାନଙ୍କ ପାଖରେ ୟୁନିଭର୍ସିଆଲ ଆକାଉଣ୍ଟ ନମ୍ବର ନଥିବ ।

ଏହା ବ୍ୟତିତ ସେହି ଲୋକମାନଙ୍କୁ ଏହି ଯୋଜନାରୁ ଲାଭ ମିଳିବ ଯେଉଁମାନଙ୍କ ପାଖରେ ।ଖରେ ୟୁନିଭର୍ସିଆଲ ଆକାଉଣ୍ଟ ନମ୍ବର ଥିବ କିନ୍ତୁ ୧୫ ହଜାରରୁ କମ୍ ଦରମା ହୋଇଥିବ । ଏହାସହ ୧ ମାର୍ଚ୍ଚ ୨୦୨୦ ରୁ ୩୦ ସେପ୍ଟେମ୍ବର ୨୦୨୦ ମଧ୍ୟରେ କୋଭିଡ ମହାମାରୀ ପାଇଁ ତାଙ୍କର ଚାକିରୀ ଚାଲିଯାଇଥିବ । ଏହା ପରେ ସେ ଇପିଏଫ୍ ସହିତ ଜଡିତ କୌଣସି କମ୍ପାନୀରେ ଚାକିରୀ କରିନଥିବେ । ଏହାସହିତ ସରକାର କହିଛନ୍ତି କି ୧ ହଜାର କର୍ମଚାରୀ ଙ୍କୁ ନୂତନ ଭାବେ ରୋଜଗାର ଯୋଗାଉଥିବା କମ୍ପାନୀ କୁ ଏହି ସୁବିଧା ମିଳିବ । ଅର୍ଥ ଏହି କର୍ମଚାରୀ ଓ କମ୍ପାନୀ ଉଭୟ ପକ୍ଷର ଇପିଏଫଓ ସରକାର ବହନ କରିବେ । ଯାହାକି ଆଗାମୀ ୨ ବର୍ଷ ପାଇଁ ।

କୋଭିଡ-୧୯ ମହାମାରୀ ପାଇଁ ଦେଶର ସବୁ ପ୍ରକାର ସେକ୍ଟର ଏବେ ମାନ୍ଦାବସ୍ଥାରେ ଚାଲିଛି । ଏହାରି ମଧ୍ୟରେ ଅନେକ ସେକ୍ଟର ବନ୍ଦ ହୋଇଯାଇଥିବା ବେଳେ ଅନେକ ସେକ୍ଟର କର୍ମଚାରୀ ମାନଙ୍କୁ ଛଟେଇ କରି କାଣ୍ଟ ଛାଣ୍ଟ କରିଦେଇଛି । ଅନ୍ୟପଟେ ଏହାକୁ ନେଇ ଦେଶର ବେରୋଜଗାରୀଙ୍କ ସଂଖ୍ୟା ରେକର୍ଡ ଭାଙ୍ଗିଛି । ଏହାକୁ ନେଇ ବିରୋଧୀ ଦଳ ମାନେ ରୋଜଗାରକୁ ନେଇ ସରକାରଙ୍କୁ ଟାର୍ଗେଟ କରିଚାଲିଛନ୍ତି । ଏପରି ସ୍ଥଳେ କେନ୍ଦ୍ରସରକାରଙ୍କ ଆତ୍ମ ନିର୍ଭର ଭାରତ ରୋଜଗାର ଯୋଜନା ବେସ୍ ଲାଭଦାୟକ ହେବ ବୋଲି ଆଶା କରାଯାଉଛି ।

from Kanak News
via <a href="https://ifttt.com/?

ବ୍ରିଟେନରେ ଟିକାକରଣରେ ଚିନ୍ତା ବଢାଇଲା ପାର୍ଶ୍ବ ପ୍ରତିକ୍ରିୟା : ୟୁକେ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ; ଆଲର୍ଜି ଥିବା ବ୍ୟକ୍ତିଙ୍କୁ କରାନଯାଉ ଟିକାକରଣ 

କନକ ବ୍ୟୁରୋ : ବ୍ରିଟେନରେ ଟିକାକରଣ ପରେ ୨ ଅସୁସ୍ଥ । ପାଶ୍ୱର୍ ପ୍ରତିକ୍ରିୟା ଦେଖା ଦେବା ପରେ ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା ପକ୍ଷରୁ ଚେତାବନୀ ଜାରି ହୋଇଛି । ଆଲର୍ଜି ଦେଖାଦେଉଥିବା ଲୋକଙ୍କୁ ଟିକା ଦିଆନ ଯିବାକୁ କୁହାଯାଇଛି । ପ୍ରଥମ ରାଷ୍ଟ୍ର ଭାବେ ବ୍ରିଟେନରେ ମଙ୍ଗଳବାର ଠାରୁ ଟିକାକରଣ ଆରମ୍ଭ ହୋଇଛି । ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ବରିଷ୍ଠମାନଙ୍କୁ ଫାଇଜର ଡ଼ିକା ଡୋଜ ଦିଆଯାଇଛି । ଏହି ଟିକା ନେଇଥିବା ୨ ଜଣ ସ୍ୱାସ୍ଥ୍ୟ କର୍ମୀ ଅସୁସ୍ଥ ହୋଇପଡ଼ିଛନ୍ତି ।

ସେମାନଙ୍କ ପାଖରେ ଆଲର୍ଜି ସହିତ ପାଶ୍ୱର୍ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ବ୍ରିଟେନର ନ୍ୟାସନାଲ ହେଲ୍ଥ ସର୍ଭିସ ଏହି ଘଟଣାକୁ ସ୍ୱୀକାର କରିବା ପରେ ସରକାରଙ୍କ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଏପରିକି ସର୍ତକତା ଜାରି କରାଯାଇଛି । ଆମେରିକୀୟ ଫାର୍ମା କମ୍ପାନି ଫାଇଜର ଏବଂ ବାୟୋଏନଟେକ୍ ମିଶି ଫାଇଜର ଟିକା ପ୍ରସ୍ତୁତ କରିଛନ୍ତି । ଏହା ୯୫ ପ୍ରତିଶତ ପ୍ରଭାବୀ ଏବଂ ଏଥିରେ ସେମିତି କୌଣସି ବଡ଼ଧରଣର ପାଶ୍ୱର୍ପ୍ରତିକ୍ରିୟା ନଥିବା କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଥିଲା । ଏବେ ୨ ଜଣ ଅସୁସ୍ଥ ହୋଇଯିବା ପରେ ଘଟଣା ଭିନ୍ନ ମୋଡ଼ ନେଇଛି ।

 

from Kanak News
via <a href="https://ifttt.com/?

ପୁଣି ମହାନତା ଦେଖାଇଲେ ସୋନୁ : ଗରିବ ଲୋକଙ୍କୁ ସାହାଯ୍ୟ ପାଇଁ ବନ୍ଧା ରଖିଲେ ନିଜ ସମ୍ପତ୍ତି

କନକ ବ୍ୟୁରୋ : ପୁଣି ନିଜ ମହାନତା ଦେଖାଇଲେ ସୋନୁ ସୁଦ୍ । ଗରିବଙ୍କୁ ସାହାଯ୍ୟ କରି ପୁଣି ମଣିଷପଣିଆର ପ୍ରମାଣ ଦେଇଛନ୍ତି ଗରିବଙ୍କ ଭଗବାନ । ଦିନେ ଅଧେ ନୁହେଁ ବରଂ ଗରିବଙ୍କ ପାଖରେ ସବୁଦିନ ପାଇଁ ଛିଡା ହେବାକୁ ସେ ନିଷ୍ପତ୍ତି ନେଇଛନ୍ତି । ସାହାଯ୍ୟ କରିବା ସହ ସେମାନଙ୍କୁ ସାହାରା ବି ଦେବେ । ଗରିବ ଲୋକଙ୍କୁ ସାହାର୍ଯ୍ୟର ହାତ ବଢାଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ସୋନୁ ସୁଦ୍୍ । ଏବେ ଏଭଳି କାମ କରିଛନ୍ତି ଯାହା ତାଙ୍କୁ ଆହୁରି ମହାନ କରାଇ ଦେବ । ସୋନୁ ବେସାହାରା ଓ ଗରିବ ଲୋକଙ୍କ ସାହାଯ୍ୟ କରିବା ପାଇଁ ନିଜ ସମ୍ପତ୍ତି କୁ ବନ୍ଧା ପକାଇ ଦେଇଛନ୍ତି । ଯାହାର ମୂଲ୍ୟ ୧୦ କୋଟି ଟଙ୍କା ।

ସୋନୁ ! ଏହା କେବଳ ଗୋଟେ ନାଁ ହୋଇନାହିଁ । ଏହା ଏବେ ଗରିବଙ୍କ ଭାବନା ସହ ଜଡିତ ଗୋଟିଏ ଶବ୍ଦ । ଯେତେବେଳେ ବି କେହି ଅସୁବିଧାରେ ପଡି ସୋନୁଙ୍କୁ ମନେପକାନ୍ତି, ଶକ୍ତିମାନଙ୍କ ପରି ସଙ୍ଗସଙ୍ଗେ ପହଞ୍ଚି ତାଙ୍କୁ ସାହାଯ୍ୟ କରନ୍ତି ସୋନୁ । ଯାହା ତାଙ୍କ ଟ୍ୱିଟର ଦେଖିଲେ ଏହାର ପ୍ରମାଣ ମିଳିଯିବ । ହେଲେ ଏତେ ଲୋକଙ୍କୁ ସାହାଯ୍ୟ କରିବାକୁ ଯେତେବେଳେ ଅଧିକା ଟଙ୍କାର ଆବଶ୍ୟକ ହେଲା ସେତେବେଳେ ସୋନୁ ପଛକୁ ହଟି ନଥିଲେ । ଲୋକଙ୍କୁ ସାହାଯ୍ୟ କରିବାକୁ ନିଜର ଥିବା ସମ୍ପତ୍ତିକୁ ବନ୍ଧା ରଖି ଦେଲେ ସୋନୁ ।
ମୁମ୍ବାଇର ଜୁହୁରେ ଥିବା ତାଙ୍କର ୮ଟି ସମ୍ପତ୍ତିକୁ ବନ୍ଧା ରଖି ୧୦ କୋଟି ଟଙ୍କା ଯୋଗାଡ କରିଛନ୍ତି । ସୋନୁ ବନ୍ଧା ରଖିଥିବା ସମ୍ପତ୍ତି ଗୁଡିକ ମଧ୍ୟରେ ଦୁଇଟି ଦୋକାନ ଓ ଛଅଟି ଫ୍ଲାଟ ରହିଛି । ଏହି ଏଗ୍ରିମେଣ୍ଟ ସେପ୍ଟେମ୍ବର ୧୫ ତାରିଖରେ ହୋଇଥିଲା । ଆଉ ନଭେମ୍ବର ୨୪ରେ ଏହା ପଞ୍ଜିକୃତ ହୋଇଥିଲା । ତେବେ ଏହି ସମ୍ପତ୍ତି ବନ୍ଧା ରଖିବା ପାଇଁ ସେ ଯେଉଁ ରେଜିଷ୍ଟ୍ରେସନ କରିଥିଲେ । ସେଥିପାଇଁ ତାଙ୍କୁ ୫ ଲକ୍ଷ ଟଙ୍କା ଦେବାକୁ ପଡିଥିଲା । ସୋନୁ ସୁଦ ଅଗଷ୍ଟ ମାସରେ ଟ୍ୱିଟରରେ ଏକ ମେସେଜ କରିଥିଲେ । ସେ ଏଥିରେ ଲେଖିଥିଲେ, ସାହାଯ୍ୟ କରିବାକୁ ମୋ ପାଖକୁ ହଜାର ହଜାର ମେସେଜ ଆସୁଛି । ହେଲେ ସବୁ ଜାଗାରେ ପହଞ୍ଚି ସାହାଯ୍ୟ କରିବା ସମ୍ଭବ ହେଉନାହିଁ । ତଥାପି ଚେଷ୍ଟା ଜାରି ରହିଛି । ଆଉ ଯାହା ମେସେଜ ଦେଖି ହେଉନି ସେମାନଙ୍କୁ କ୍ଷମା ମାଗୁଛି ।
ତେବେ ଲକଡାଉନ ବେଳେ ପ୍ରବାସୀଙ୍କୁ ସାହାଯ୍ୟ କରି ଏହି ଅଭିଯାନ ଆରମ୍ଭ କରିଥିଲେ ସୋନୁ ସୁଦ । ବର୍ତ୍ତମାନ ଗରିବ ଅସହାୟ ଲୋକଙ୍କ ଚିକିତ୍ସା ସହ ସେ ପିଲାଙ୍କୁ ପାଠ ପଢାଇବାରେ ମଧ୍ୟ ସାହାଯ୍ୟ କରୁଛନ୍ତି । ସେଥିପାଇଁ ତାଙ୍କୁ ଶ୍ରମିକଙ୍କ ଭଗବାନ ବୋଲି କୁହାଯାଉଛି । ତାଙ୍କର ଏଭଳି କାମ ପାଇଁ କେହି ତାଙ୍କ ଫଟୋ ଅଟୋରେ ଲଗାଉଛନ୍ତି ତ ଆଉ କେହି ବାଇକରେ ତ ଆଉ କିଏ ତାଙ୍କ ଦୋକାନ ନାଁ ସୋନୁ ସୁଦ ରଖୁଛନ୍ତି । ସୋନୁ ଏବେ ଲୋକଙ୍କ ମନରେ ଏକ ଘର କରିଗଲେଣି ।

from Kanak News
via <a href="https://ifttt.com/?

ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଭିତରେ ଆନ୍ନା ହଜାରେଙ୍କ ଚେତାବନୀ : ମୋଦି ସରକାର ଚାଷୀଙ୍କ ଦାବି ନଶୁଣିଲେ ଅନଶନକୁ ଓହ୍ଲାଇବେ ଆନ୍ନା ହଜାରେ

କନକ ବ୍ୟୁରୋ : ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଚାଲିବା ମଧ୍ୟରେ ଏବେ ଚାଷୀଙ୍କ ପାଇଁ ସ୍ୱର ଉଠାଇଛନ୍ତି ଆନ୍ନା ହଜାରେ । ଆନ୍ନା କହିଛନ୍ତି ବାରମ୍ୱାର ସରକାରଙ୍କୁ ଜଣାଇବା ପରେ, ସରକାରଙ୍କ ପ୍ରତିଶ୍ରୁତି ପରେ ବି ଦେଶରେ ଯେଉଁ ଲୋକପାଳ ଆଇନ ପାଇଁ ଆନ୍ଦୋଳନ ଚାଲିଥିବା, ସେ ଧାରଣାରେ ବସିଥିଲେ ତାହା ହୋଇପାରିନି । ଏବେ ଚାଷୀ ଯେଉଁ ଆନ୍ଦୋଳନ କରିଛନ୍ତି ତାହା ଅହିଂସା ବାଟରେ ଚାଲିଛି ।

ସରକାର ଏହାକୁ ଦୁର୍ବଳ କରିବାକୁ ଯୋଜନା କରିବେ । ତେଣୁ ଦେଶର ଚାଷୀ ଏକାଠି ହୋଇ ଆଗକୁ ଆସିବା ସମୟ ଆସିଛି । ଏବେ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ସରକାର ଚାଷୀଙ୍କ ଦାବି ପୂରଣ ନକଲେ , ସେ ନିଜ ଜୀବନର ଶେଷ ଆନ୍ଦୋଳନ ଭାବେ ଚାଷୀଙ୍କ ପାଇଁ ଅନଶନରେ ବସିବେ । ଏହା ସହିତ ସାରାଦେଶର ଚାଷୀ ଏକାଠି ହୋଇ ଅହିଂସା ବାଟରେ ଆନ୍ଦୋଳନରେ ସାମିଲ ହେବାକୁ ସମସ୍ତ ଚାଷୀଙ୍କୁ ଆହ୍ୱାନ କରିଛନ୍ତି ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ ।

from Kanak News
via <a href="https://ifttt.com/?

ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ : କୋର୍ଟଙ୍କ ଅନୁମତିକୁ ଅପେକ୍ଷା; ଭିଜିଲାନ୍ସ ମାମଲା ପରେ ଜେଲରେ ଅଛନ୍ତି ପାଠକ ବାପ-ପୁଅ

କନକ ବ୍ୟୁରୋ : ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । କୋର୍ଟଙ୍କ ଅନୁମତି ପରେ, ଆସନ୍ତକାଲି ଠାରୁ ରିମାଣ୍ଡରେ ଯିବେ ଆକାଶ । ଏବେ ଝାରପଡ଼ା ଜେଲରେ ଅଛନ୍ତି ଆକାଶ । ଏହା ପୂର୍ବରୁ ୩ ଦିନିଆ ରିମାଣ୍ଡରେ ନେଇ ପାଠକ ବାପ ପୁଅଙ୍କୁ ଜେରା କରିଥିଲା ଭିଜିଲାନ୍ସ ଏସଆଇଟି । ଜେରା ସମୟରେ ବହୁ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ଲାଗିଥିଲା ଭିଜିଲାନ୍ସ ହାତରେ । ସେପଟେ ଇଡିରେ ମଧ୍ୟ ପାଠକ ବାପ ପୁଅ ଠକେଇ ପ୍ରସଙ୍ଗରେ ୩ଟି ମାମଲା ରୁଜ୍ଜୁ ହୋଇଛି । ଏନେଇ ବ୍ୟାଙ୍କରୁ ଅଧିକ ତଥ୍ୟ ମଗାଯାଇଛି ।

ତେଣୁ ସେମାନଙ୍କୁ ନେଇ ଜେରା କରିବାକୁ ଇଡି ଯୋଜନା କରିଛି । କୋର୍ଟରୁ ଅନୁମତି ମିଳିବା ପରେ ଇଡି ପାଠକ ବାପ ପୁଅକୁ ଜେଲରେ କିଂବା ଇଡି ଅଫିସକୁ ଆଣି ଜେରା କରିବ । ଏହି ପାଠକ ବାପ ପୁଅଙ୍କ ସହିତ ଯାହାଙ୍କର ଲିଙ୍କ୍ ରହିଛି ସେମାନଙ୍କୁ ମଧ୍ୟ ଜେରା କରାଯିବ ବୋଲି ଇଡି କହିଛି । ବେଆଇନ୍ ଆର୍ଥିକ କାରବାରର ପ୍ରମାଣ ମିଳିଲେ ସମ୍ପତି ବାଜ୍ୟାପ୍ତି କରିବାକୁ କୋର୍ଟଙ୍କୁ ଲେଖାଯିବ ବୋଲି ଇଡି ପକ୍ଷରୁ କୁହାଯାଇଛି ।

from Kanak News
via <a href="https://ifttt.com/?

କୋଟିଆ ପରେ ଓଡିଶା ଝାଡଖଣ୍ଡରେ ସୀମା ବିବାଦ : ଓଡିଶା ସୀମାନ୍ତ ମୟୂରଭଂଜର କଙ୍ଗିରା ନଦୀ ପଠାରୁ ବେଆଇନ୍ ବାଲି ଉଠାଉଛି ଝାଡଖଣ୍ଡ ପ୍ରଶାସନ

କନକ ବ୍ୟୁରୋ : ବାଲି ଉତୋଳନକୁ ନେଇ ଓଡ଼ିଶା ଝାରଖଣ୍ଡ ସୀମା ବିବାଦ । କୋଟିଆ ପରେ ଏବେ ଝାରଖଣ୍ଡ ଓଡ଼ିଶା ସୀମା ବିବାଦ । ଏହି ଘଟଣା ଦେଖିବାକୁ ମିଳିଛି ମୟୂରଭଂଜ ରରୁଆଁ ବ୍ଲକ ରିଘା ଗାଁ ନିକଟରେ ଥିବା କଙ୍ଗୀରା ନଦୀ ପଠାରୁ । ଏଠାକୁ ଝାରଖଣ୍ଡ ରାଜ୍ୟର ପ୍ରଶାସନର ସହଯୋଗରେ ବାଲି ମାଫିଆମାନେ ବେଆଇନ୍ ଭାବେ ଓଡ଼ିଶା ସୀମାକୁ ପଶି ବେଆଇନ ବାଲି ଉତୋଳନ କରୁଛନ୍ତି । ସ୍ଥାନୀୟ ଓଡ଼ିଶା ପ୍ରଶାସନ ବାରମ୍ବାର ଅବଗତ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।

ଓଲଟି ଓଡ଼ିଶାର କିଛି ବାଲି ଉତୋଳନ ପାଇଁ ଯାଇଥିବା ଗାଡ଼ିକୁ ଝାରଖଣ୍ଡ ପ୍ରଶାସନ ଜୋର ଜବରଦସ୍ତ ଉଠାଇ ନେଇ ମୋଟା ଅଙ୍କର ଫାଇନ ଆଦାୟ କରୁଥିଲା । ଏହାକୁ ବିରୋଧ କରି ସ୍ଥାନୀୟ ପ୍ରଶାସନ ଜିଲ୍ଲା ପ୍ରଶାସନକୁ ଅବଗତ କରାଇବା ପରେ ଏହାର ମିଳିତ ଜମିମାପ କରି ସୀମା ନିର୍ଦ୍ଧାରଣ କରାଯାଉଛି । ଗତ ୩ରୁ ୪ ବର୍ଷ ପୂର୍ବରୁ ଏଇ ନଦୀ ସୌରତକୁ ମୟୂରଭଂଜ ଜିଲ୍ଲା ପ୍ରଶାସନ ଲିଜ ଦେଇଥିବା ବେଳେ ଏଠାରେ ଏବେ ଦେଖା ଦେଇଛି ସୀମା ବିବାଦ ।

from Kanak News
via <a href="https://ifttt.com/?

୧୫ଦିନରେ ଚାଷୀ ଆନ୍ଦୋଳନ : ଚାଷୀ ଜିଦରେ ଅଟଳ…ଏବେ କ’ଣ କରିବେ ସରକାର ?

କନକ ବ୍ୟୁରୋ : କ୍ରମାଗତ ୧୫ ଦିନରେ ପହଁଚିଲା ଦିଲ୍ଲୀରେ ଚାଷୀ ସଂଗଠନ ଆନ୍ଦୋଳନ । ରାଜପଥ ଉପରେ ହଜାର ହଜାର ଚାଷୀ ଦିନ ରାତି ଏକାଠି ବସି ରହିଛନ୍ତି । ମୋଦି ସରକାରଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରି ନୂଆ କୃଷି ଆଇନ ପ୍ରତ୍ୟାହାର ସହ ଏମଏସପି ଦାବିରେ ଅଟଳ ଅଛନ୍ତି ଚାଷୀ । ଗତକାଲି ମୋଦି ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଦେଇଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଜାରି ରଖିବା ପାଇଁ ସରକାର ଲିଖିତ ଗ୍ୟାରେଂଟି ଦେବେ ବୋଲି ଜଣାଇବା ପରେ ମଧ୍ୟ ଚାଷୀ ଏହାକୁ ଗ୍ରହଣ କରି ନାହାନ୍ତି ।

ଆନ୍ଦୋଳନ ଆହୁରୀ ଜୋରଦାର କରିବା ପାଇଁ ସେମାନେ ଘୋଷଣା କରିଛନ୍ତି । ଦିଲ୍ଲୀକୁ ସମସ୍ତ ରାସ୍ତା ଗୋଟିଏ ପରେ ଗୋଟିଏ ବନ୍ଦ କରିବା ପାଇଁ ଚେତାବନୀ ଦେଇଛନ୍ତି । ଡିସେମ୍ବର ୧୪ ତାରିଖରେ ସାରା ଦେଶରେ ପ୍ରତିବାଦ କରିବା ପାଇଁ ଆହ୍ୱାନ ଦେଇଛନ୍ତି ଚାଷୀ । ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ପଂଜାବରେ ଆଗକୁ ଏହି ଧାରଣା ପ୍ରତିବାଦ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ନେତା । ସରକାର ଦେଇଥିବା ପ୍ରସ୍ତାବରେ ପରିବର୍ତନ ସହ ଆଇନ ପ୍ରତ୍ୟାହାର ନେଇ ସହମତ ନହେବା ଯାଏଁ ଆନ୍ଦୋଳନରୁ ଚାଷୀ ହଟିବେ ନାହିଁ କି ସରକାରଙ୍କ ସହ କୌଣସି ଆଲୋଚନା ହେବନି ବୋଲି ସ୍ପଷ୍ଟ କରିଛନ୍ତି ।

ସେପଟେ ସିଂଘୁ ସୀମାରେ ଅଧିକ ସୁରକ୍ଷା ବଳ ମୁତୟନ କରାଯାଇଛି । ୧୨ ତାରିଖରେ ଦିଲ୍ଲୀକୁ ଯୋଡୁଥିବା ସମସ୍ତ ଜାତୀୟ ରାଜପଥ ଅବରୋଧ କରିବେ ଚାଷୀ । ଏହା ପରେ ୧୪ରେ ଦେଶବ୍ୟାପୀ ବିକ୍ଷୋଭ ସମାବେଶ କରାଯିବ ବୋଲି ଚେତାଇ ଦେଇଛନ୍ତି ଚାଷୀ ସଂଗଠନ । ଆନ୍ଦୋଳନକୁ ୧୮ରୁ ଅଧିକ ରାଜନୈତିକ ଦଳ ଏବଂ ୩୦ରୁ ଅଧିକ ଚାଷୀ ସଂଗଠନ ସମର୍ଥନ ଦେଇଥିବାରୁ ମୋଦି ସରକାରଙ୍କ ଅଡୁଆ ବଢି ଯାଇଛି ।

from Kanak News
via <a href="https://ifttt.com/?

ଭାରତରେ ଚାଷୀ ଆନ୍ଦୋଳନ ନେଇ ଛାନିଆ ହେଲାଣି ପାକିସ୍ତାନ : ପାକ୍ ମିଡିଆରେ ଖବର, ଚାଷୀଙ୍କଠାରୁ ଧ୍ୟାନ ହଟାଇବାକୁ ଭାରତ କରିପାରେ ସର୍ଜିକାଲ ଷ୍ଟ୍ରାଇକ୍

କନକ ବ୍ୟୁରୋ : ଭାରତରେ ଚାଷୀ ଆନ୍ଦୋଳନକୁ ନେଇ ସୀମା ସେପାଖରେ ଛାନିଆ ହେଲାଣି ପାକିସ୍ତାନ । ପାକିସ୍ତାନ ଗଣମାଧ୍ୟମରେ ଏବେ ଭାରତର ଚାଷୀ ଆନ୍ଦୋଳନ ପାଲଟିଛି ବଡ ଖବର । ଭାରତରେ ଚାଷୀ ଆନ୍ଦୋଳନକୁ ନେଇ ମୋଦି ସରକାର ଅଡୁଆ ଜନକ ସ୍ଥିତିରେ ରହିଛନ୍ତି । ଏହା ଉପରୁ ନଜର ହଟାଇବା ପାଇଁ ଏହି ସମୟରେ ପାକିସ୍ତାନ ଉପରେ ଭାରତ ସର୍ଜିକାଲଷ୍ଟ୍ରାଇକ୍ କରିପାରେ ବୋଲି ପାକିସ୍ତାନର ଅନ୍ୟତମ ଜାତୀୟ ଖବରକାଗଜ ଦି ଟ୍ରିବ୍ୟୁନ୍ ଖବର ପ୍ରକାଶ କରିଛି ।

ସାରା ଦେଶ ବାସୀଙ୍କ ନଜର ବର୍ତମାନ ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନ ଉପରୁ ହଟାଇବାକୁ ଭାରତ ସରକାର ଏପରି କରିପାରନ୍ତି ବୋଲି ଆଗୁଆ ଆଶଙ୍କା କରିଛି ପାକିସ୍ତାନ । ଏହାକୁ ନେଇ ସୀମାରେ ପାକିସ୍ତାନ ହାଇଆଲର୍ଟ ଜାରି କରିଛି । ଭାରତରେ ଥିବା ନରେନ୍ଦ୍ର ମୋଦିଙ୍କ ଉଗ୍ର ହିନ୍ଦୁ ବାଦ ସରକାର କୌଣସି ପରିସ୍ଥିତିକୁ ଯାଇପାରେ ବୋଲି ପାକିସ୍ତାନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

ଆନ୍ଦୋଳନରେ ଥିବା ଶିଖ ଚାଷୀଙ୍କ ଠାରୁ ଯେପରି ଖଲିସ୍ତାନୀ ଆନ୍ଦୋଳନକୁ ବଳ ନମିଳେ ସେଥିପାଇଁ ଭାରତ ସର୍ଜିକାଲଷ୍ଟ୍ରାଇକ୍ କରିବ ବୋଲି ଆକଳନ କରିଛି । ଏହାକୁ ନଜରରେ ରଖି ଇମ୍ରାନ୍ ଖାନ୍ ସରକାର ଲାଇନ୍ ଅଫ୍ ଆକଚୁଆଲ୍ କଂଟ୍ରୋଲ ଏବଂ ସୀମାରେ ଅତିରିକ୍ତ ସୈନ୍ୟ ମୁତୟନ କରିଥିବା ଖବର ଆସିଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started