ବ୍ରିଟେନରେ ଟିକାକରଣ ପରେ ୨ଜଣ ଅସୁସ୍ଥ : ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେବା ପରେ ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା ପକ୍ଷରୁ ଚେତାବନୀ ଜାରି

କନକ ବ୍ୟୁରୋ : ବ୍ରିଟେନରେ ଟିକାକରଣ ପରେ ୨ ଅସୁସ୍ଥ । ପାଶ୍ୱର୍ପତିକ୍ରିୟା ଦେଖାଦେବା ପରେ ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା ପକ୍ଷରୁ ଚେତାବନୀ ଜାରି ହୋଇଛି । ପ୍ରଥମ ରାଷ୍ଟ୍ର ଭାବେ ବ୍ରିଟେନରେ ମଙ୍ଗଳବାର ଦିନ ଟିକାକରଣ ଆରମ୍ଭ ହୋଇଛି । ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ବରିଷ୍ଠମାନଙ୍କୁ ଫାଇଜର ଡ଼ିକା ଡୋଜ ଦିଆଯାଇଛି । ଏହି ଟିକା ନେଇଥିବା ୨ଜଣ ସ୍ୱାସ୍ଥ୍ୟ କର୍ମୀ ଅସୁସ୍ଥ ହୋଇପଡ଼ିଛନ୍ତି । ସେମାନଙ୍କ ପାଖରେ ଆଲର୍ଜି ସହିତ ପାଶ୍ୱର୍ପତିକ୍ରିୟା ଦେଖିବାକୁ ମିଳିଛି ।

ବ୍ରିଟେନର ନ୍ୟାସନାଲ ହେଲ୍ଥ ସର୍ଭିସ ଏହି ଘଟଣାକୁ ସ୍ୱୀକାର କରିବା ପରେ ସରକାରଙ୍କ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଏପରିକି ସର୍ତକତା ଜାରି କରାଯାଇଛି । ଆମେରିକୀୟ ଫାର୍ମା କମ୍ପାନି ଫାଇଜର ଏବଂ ବାୟୋଏନଟେକ୍ ମିଶି ଫାଇଜର ଟିକା ‘ବିଏନଟି ୧୬୨ବି୨’ ପ୍ରସ୍ତୁତ କରିଛନ୍ତି । ଏହା ୯୫ ପ୍ରତିଶତ ପ୍ରଭାବୀ ଏବଂ ଏଥିରେ ସେମିତି କୌଣସି ବଡ଼ଧରଣର ପାଶ୍ୱର୍ପ୍ରତିକ୍ରିୟା ନଥିବା କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଥିଲା । ଏବେ ୨ଜଣ ଅସୁସ୍ଥ ହୋଇଯିବା ପରେ ଘଟଣା ଭିନ୍ନ ମୋଡ଼ ନେଇଛି ।

from Kanak News
via <a href="https://ifttt.com/?

ଆଉ ପଛରେ ରହିବନି ଭାରତ । ‘ଇସ୍ରୋ’ ଦ୍ୱାରା ପ୍ରସ୍ତୁତ ସ୍ୱଦେଶୀ ‘ଜିପିଏସ୍‌’କୁ ସ୍ୱୀକୃତି ଦେଲା ‘ଆଇଏମ୍‌ଓ’… ଜାଣନ୍ତୁ କେଉଁ କ୍ଷେତ୍ରରେ ମିଳିବ ଫାଇଦା

ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ବିକଶିତ ଏକ ସ୍ବଦେଶୀ ‘ଜିପିଏସ୍‌’କୁ ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ମେରିଟାଇମ୍ ଅର୍ଗାନାଇଜେସନ୍‌’ (ଆଇଏମ୍‌ଓ) ସ୍ବୀକୃତି ‌ଦେଇଛି।

‘ନେଭିଗେସନ୍ ୱିଥ୍ ଇଣ୍ଡିଆନ୍‌ କନ୍‌ଷ୍ଟେଲେସନ୍’ (ଏନ୍‌ଭିଆଇସି) ବୋଲି ନାମକରଣ କରାଯାଇଥିବା ଏହି ‘ଜିଏସ୍‌ପି’ ‘ୱାର୍ଲଡ୍‌-ୱାଇଡ୍ ରେଡିଓ ନେଭିଗେସନ୍ ସିଷ୍ଟମ୍‌’ର (ଡବ୍ଲୁଡବ୍ଲୁଆର୍‌ଏନ୍‌ଏସ୍‌) ଉପକରଣ ଭାବେ ବ୍ୟବହୃତ ହେବ। ଏହାଦ୍ବାରା ନିଜସ୍ବ ଆଞ୍ଚଳିକ ‘ନେଭିଗେସନ୍ ସାଟେଲାଇଟ୍‌ ସିଷ୍ଟମ୍‌’ ଥିବା ଦେଶ ଭାବେ ଭାରତ ବିଶ୍ବର ଚତୁର୍ଥ ରାଷ୍ଟ୍ର ହୋଇପାରିଛି। ‘ଆଇଏମ୍‌ଓ’ ସ୍ବୀକୃତିପ୍ରାପ୍ତ ନିଜସ୍ବ ‘ନେଭିଗେସନ୍ ସିଷ୍ଟମ୍‌’ ଅନ୍ୟ ତିନୋଟି ଦେଶ ହେଉଛନ୍ତି ଯୁକ୍ତରାଷ୍ଟ୍ର ଆମେରିକା, ରୁଷ୍‌ ଓ ଚୀନ୍।

ଏହି ସ୍ବଦେଶୀ ‘‘ଜିପିଏସ୍‌’’ ସାହାଯ୍ୟରେ ସାମୁଦ୍ରିକ କ୍ଷେତ୍ରରେ ଦିଗନିର୍ଣ୍ଣୟ, ସର୍ବେକ୍ଷଣ ଏବଂ ‘ଜିଓଡେସି’ ଆଦି କାର୍ଯ୍ୟ ଅନାୟାସରେ କରାଯାଇପାରିବ।

ଗତ ମାସରେ ଅନୁଷ୍ଠିତ ‘ଆଇଏମ୍‌ଓ’ ମେରିଟାଇମ୍‌ ସେଫ୍ଟି କମିଟିର  ୧୦୨ତମ ଅଧିବେଶନରେ ‘ଏନ୍‌ଭିଆଇସି’କୁ ସ୍ବୀକୃତି ପ୍ରଦାନ କରାଯାଇଥିବା କଥା ଏକ ବିବୃତିରେ ‘ଇସ୍ରୋ’ କହିଛି।

‘ଇସ୍ରୋ’ର ବୈଷୟିକ ସହାୟତାରେ ବନ୍ଦର ମନ୍ତ୍ରାଳୟ, ଜାହାଜ ଚଳାଚଳ ଏବଂ ଜଳପଥର ‘ଡାଇରେକ୍ଟୋରେଟ୍‌ ଜେନେରାଲ୍‌ ଅଫ୍‌ ସିପିଙ୍ଗ୍‌’ ଏହାକୁ ‘ଆଇଏମ୍‌ଓ’ରେ ଉପସ୍ଥାପନ କରିଥିଲା।

from Kanak News
via <a href="https://ifttt.com/?

ନିଆଁ ଲିଭାଇବ ରୋବର୍ଟ : ସ୍ୱଦେଶୀ ଫାୟାର ଅନୁଷ୍ଠାନ ପକ୍ଷରୁ ନିଆଁ ଲିଭା ରୋବର୍ଟ ପ୍ରସ୍ତୁତ 

କନକ ବ୍ୟୁରୋ : ଭୀଷଣ ଅଗ୍ନିକାଣ୍ଡ ସ୍ଥାନରେ କିପରି ହେବ ନିଆଁ ଲିଭା କାମ । ଏହି କାମକୁ ସହଜ କରିବାକୁ ଏବେ ଏକ ରୋବର୍ଟ ପ୍ରସ୍ତୁତ କରାଯାଇଛି । ସ୍ୱଦେଶୀ ଫାୟାର ଅନୁଷ୍ଠାନ ଏହି ନିଆଁଲିଭା ରୋବର୍ଟକୁ ପ୍ରସ୍ତୁତ କରିଛି । ଆଜି ପରୀକ୍ଷାମୂଳକ ଭାବେ ଭୁବନେଶ୍ୱରରେ ଏହାର ଡେମୋ ଦେଖାଯାଇଛି ।

ଏହି ଅବସରରେ ଫାୟାର ଡିଜିଙ୍କ ଉପସ୍ଥିତିରେ ଏହି ରୋବର୍ଟର ଫାୟାର ଫାଇଟିଂ କୌଶଳ ପ୍ରଦର୍ଶନ କରାଯାଇଛି । ଆଗକୁ କୌଣସି ବଡ ବଡ ବିଲଡିଂ , ଶିଳ୍ପାନୁଷ୍ଠାନ ବ୍ୟବସାୟ ପ୍ରତିଷ୍ଠାନରେ ଭୀଷଣ ଅଗ୍ନିକାଣ୍ଡ ଘଟିଲେ ଏହି ରୋବର୍ଟ ନିଆଁ ଲିଭା କାମରେ ବେଶ୍ ସହାୟକ ହୋଇପାରିବ ।

from Kanak News
via <a href="https://ifttt.com/?

୧୨ ଘଂଟିଆ ଭଦ୍ରକ ବନ୍ଦ : ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାରେ ସୁଧାର ଦାବିରେ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା

କନକ ବ୍ୟୁରୋ : ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ସେବାକୁ ନେଇ ଭଦ୍ରକ ସହର ବନ୍ଦ । ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡ଼ାକରା ଦିଆଯାଇଛି । ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ସହ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି କରି ଭଦ୍ରକ ସହରକୁ ୧୨ ଘଂଟିଆ ବନ୍ଦ ଡ଼ାକରା ଦେଇଛି କଂଗ୍ରେସ । ବନ୍ଦକୁ ସମର୍ଥନ କରି ସହରରେ ଦୋକାନ ବଜାର ବନ୍ଦ ରହିବା ସହ ସହର ମଧ୍ୟ ଭାଗ ଦେଇ ଯାଉଥିବା ଗାଡ଼ି ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ ରହିଛି ।

୧୬ ନମ୍ବର ଜାତୀୟ ରାଜପଥକୁ ମଧ୍ୟ କଂଗ୍ରେସ ପକ୍ଷରୁ ଅବରୋଧ କରାଯାଇଛି । ଯାହା ପାଇଁ ରାସ୍ତା କଡ଼ରେ ଅଟକି ରହିଛି ଗାଡ଼ିମଟର । ବନ୍ଦ ସମୟରେ ଯେପରି କୌଯଣସି ଅପ୍ରୀତିକର ପରିସ୍ଥିତି ନଉପୁଜେ ସେଥିପାଇଁ ସହରରେ ବ୍ୟାପକ ପୋଲିସ ମୃତୟନ କରାଯାଇଛି ।

from Kanak News
via <a href="https://ifttt.com/?

କୋଭିସିଲ୍ଡ ଓ କୋଭାକ୍ସିନକୁ ମିଳିଲାନି ଅନୁମତି : ନିରାପତା ସଂକ୍ରାନ୍ତ ତଥ୍ୟ କମ୍ ଥିବାରୁ ବିଶେଷଜ୍ଞ କମିଟି ଦେଲେନାହିଁ ଅନୁମୋଦନ

କନକ ବ୍ୟୁରୋ : ଭାରତରେ ଜରୁରୀକାଳୀନ ବ୍ୟବହାର ଲାଗି କୋଭିସିଲ୍ଡ ଏବଂ କୋଭାକ୍ସିନକୁ ମିଲିଲାନି ଅନୁମତି । ନିରାପତା ଓ ଗୁଣକାରିତା ସଂକ୍ରାନ୍ତ ତଥ୍ୟ କମ୍ ଥିବାରୁ ବିଶେଷଜ୍ଞ କମିଟି ଉଭୟଙ୍କ ଆବେଦନକୁ ଅନୁମୋଦନ କରିନାହିଁ । ଏଥିସହ ଉଭୟ କମ୍ପାନିକୁ ଟିକା ସଂକ୍ରାନ୍ତରେ ଅଧିକ ତଥ୍ୟ ପ୍ରଦାନ କରିବା ଲାଗି କୁହାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଫାଇଜର କମ୍ପାନୀ ସମେତ ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ ଟିକା ଭାରତରେ ଜରୁରିକାଳୀନ ମାନବୀୟ ବ୍ୟବହାର ଲାଗି ଅନୁମତି ଦେବାକୁ ଭାରତୀୟ ଔଷଧ ନିୟନ୍ତ୍ରକ ‘ଡିସିଜିଆଇ’ ନିକଟରେ ଆବେଦନ କରାଯାଇଥିଲା । ଏହି ଆବେଦନ ଉପରେ ଆଜି ସିଡିଏସ୍ସିଓର ଏକ ବିଶେଷଜ୍ଞ କମିଟିର ବୈଠକରେ ଏନେଇ ଅନୁଧ୍ୟାନ କରାଯାଇଥିଲା ।

from Kanak News
via <a href="https://ifttt.com/?

ଥାନାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନିଙ୍କ ଏଫଆଇଆର : ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେଉଥିବା ଅଭିଯୋଗରେ ୫ଜଣଙ୍କ ନାଁରେ ଏତଲା

କନକ ବ୍ୟୁରୋ : ଥାନାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନିଙ୍କ ଏଫଆଇଆର । ସେସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେଉଥିବା ଅଭିଯୋଗରେ ୫ ଜଣଙ୍କ ନାଁରେ ମାମଲା କରିଛନ୍ତି ବର୍ଷା । ପୁରୀଘାଟ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି । ରିତିମତ ସୋସିଆଲ ମିଡିଆରେ ତାଙ୍କ ବିରୋଧରେ ଏହି ନିର୍ଦ୍ଦିଷ୍ଟ ବ୍ୟକ୍ତି ଆପତିଜନକ ମନ୍ତବ୍ୟ ପୋଷ୍ଟ କରୁଥିବା ବର୍ଷା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । ଏନେଇ ତାଙ୍କ ପାଖରେ ପ୍ରମାଣ ଥିବା କହିଛନ୍ତି ବର୍ଷା । ତେଣୁ ପୋଲିସକୁ ତଦନ୍ତ କରିବା ପାଇଁ ନିବେଦନ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ ।

from Kanak News
via <a href="https://ifttt.com/?

ଲଣ୍ଡନରେ ଫାଇଜର ଟିକା ନେଲେ ଓଡିଆ ଡାକ୍ତର : ଆନାସ୍ଥେସିଆ ଡାକ୍ତର ଭାବେ କାମ କରୁଥିବା ଶୈଳେସ ମିଶ୍ରଙ୍କୁ ଦିଆଗଲା କୋଭିଡ ଟିକା

କନକ ବ୍ୟୁରୋ : ଇଂଲଣ୍ଡରେ ଫାଇଜର ଟିକା ନେଲେ ଓଡିଆ ପୁଅ । ଆନାସ୍ଥେସିଆ କନସଲଟାଂଟ ଭାବେ ଇଂଲଣ୍ଡର ଏକ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ଡାକ୍ତର ଶୈଳେସ ମିଶ୍ରଙ୍କୁ ଫାଇଜର ଟିକା ଦିଆଯାଇଛି । ଫାଇଜର କମ୍ପାନି ଦ୍ୱାରା ପ୍ରସ୍ତୁତ କୋଭିଡ ଟିକାକୁ ଇଂଲଣ୍ଡରେ ଏବେ ୫୧ଟି ଡାକ୍ତରଖାନାରେ ଦିଆଯାଉଛି । ଏହି ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ବ୍ରିଟେନ ସରକାର ଦେବା ପରେ ଏହି ଟିକାକରଣ ଆରମ୍ଭ ହୋଇଛି ।

ମଙ୍ଗଳବାର ମାର୍ଗାରେଟ୍ କେନନଙ୍କ ଠାରେ ଦିଆଯାଇଥିଲା ଫାଇଜର ଟିକାର ପ୍ରଥମ ଡୋଜ୍ । ଏହା ପରେ ଇଂଲଣ୍ଡରୁ ଆସିଥିବା ଖବରରୁ ସ୍ପଷ୍ଟ ହୋଇଛି ଡାକ୍ତର ଶୈଳେଶ ମିଶ୍ର ଫାଇଜର ଟିକା ଗ୍ରହଣ କରିଛନ୍ତି । ଏହା କରିବାରେ ସେ ହେଉଛନ୍ତି ପ୍ରଥମ ଓଡିଆ ପୁଅ । ଇଂଲଣ୍ଡରେ ପ୍ରଥମ ପର୍ଯ୍ୟାୟରେ ୮ ଲକ୍ଷ ଲୋକଙ୍କ ଠାରେ ଟିକା ଦିଆଯିବାକୁ ଯୋଜନା ହୋଇଛି । ଡାକ୍ତର ଶୈଳେଶ ମିଶ୍ର ଏହି ଟିକା ଗ୍ରହଣ କରିବା ପରେ ବେଶ୍ ଖୁସି ଅନୁଭବ କରୁଥିବା କହିଛନ୍ତି । ଇଂଲଣ୍ଡରେ ବର୍ତମାନ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ ଆରମ୍ଭ ହୋଇଛି ।

from Kanak News
via <a href="https://ifttt.com/?

ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଘନ କୁହୁଡି : ସାଧାରଣ ଗମନାଗମନ ପ୍ରଭାବିତ

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଘନ କୁହୁଡି । ସାଧାରଣ ଗମନାଗମନ ପ୍ରଭାବିତ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗରେ ସେଭଳି କୌଣସି ପରିବର୍ତନ ହେବ ନାହିଁ । କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, ରାୟଗଡ଼ା, ନୟାଗଡ଼, କଟକ, ଜଗତ୍‌ସିଂହପୁର, ଅନୁଗୁଳ, ବରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା କୁହୁଡ଼ି ହୋଇପାରେ । ତେବେ ୧୩ ତାରିଖଠାରୁ ରାତିର ସର୍ବନିମ୍ନ ତାପମାତ୍ରା ବଢ଼ିବ ଏବଂ ଶୀତ କମିବ । ନ ‌ହେଲେ ସାରା ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ରେକର୍ଡ କରାଯାଇଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆସନ୍ତା ୧୨ ତାରିଖଠାରୁ ସର୍ବନିମ୍ନ ତାପମାତ୍ରା ବଢ଼ିବା ଯୋଗୁଁ ଶୀତ କମିବ। ବୁଧବାର ରାଜ୍ୟକୁ ଉତ୍ତର ଭାରତରୁ ଉତ୍ତରା ପବନ ସିଧା ବହିବା ସହ କେନ୍ଦ୍ରୀୟ ଭାରତରେ ଗୁରୁଚାପ ବଳୟ ଥିଲା। କିନ୍ତୁ ଏହି ବଳୟ ଆସନ୍ତା ୭ ଦିନ ଭିତରେ ବାରମ୍ବାର ସ୍ଥାନ ପରିବର୍ତନ କରିବା ହେତୁ ତାପମାତ୍ରା ମଧ୍ୟ ସେହି ଅନୁଯାୟୀ ପରିବର୍ତନ ହେବାର ସମ୍ଭାବନା ରହିଛି। ଅନୁମାନ କରାଯାଉଛି ଯେ ୧୨ରୁ ୧୪ ତାରିଖ ଭିତରେ ଉଭୟ ଉପକୂଳ ଓ ଉତ୍ତର ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ବଢ଼ିବା ଯୋଗୁଁ ଶୀତ କମିବ।

ଭୁବନେଶ୍ବରରେ ୧.୫ ଡିଗ୍ରୀ ବଢ଼ିବାକୁ ଥିବା ବେଳେ ସୁନ୍ଦରଗଡ଼ରେ ୨.୫ ଡିଗ୍ରୀ ଓ ଅଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ। ୧୫ ଓ ୧୬ରେ ଉପକୂଳ ଓଡ଼ିଶାରେ ରାତିର ତାପମାତ୍ରା ଅପରିବର୍ତ୍ତିତ ରହିବ ଏବଂ ୧୭ରୁ କ୍ରମାଗତ ଭାବେ କମିବ। ଅଭ୍ୟନ୍ତରୀଣ ଉତ୍ତରରେ ୧୫ ତାରିଖରେ ପାଗ କୋହଲା ରହିବା ସହ ସର୍ବନିମ୍ନ ତାପମାତ୍ରା କ୍ରମଶଃ କମିବା ହେତୁ ଶୀତ ବଢ଼ିବ। ୧୫ ତାରିଖ‌ରେ ଉପକୂଳ ଓଡ଼ିଶାରେ ଘନ କୁହୁଡ଼ି ହେବାକୁ ଥିବା ବେଳେ ପଶ୍ଚିମ ଓଡ଼ିଶାରେ ଶିଶିରପାତ ବଢ଼ିବାର ସମ୍ଭାବନା ରହିଛି।

from Kanak News
via <a href="https://ifttt.com/?

ଆଜି ପରୀ ଗାଁକୁ ଯିବେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ : ନୂଆକରି ଦାୟିତ୍ୱ ନେବାପରେ ଗତକାଲି ଭୁବନେଶ୍ୱରରେ ପହଂଚିଛନ୍ତି ଡି. ପୁରନ୍ଦେଶ୍ୱରୀ

କନକ ବ୍ୟୁରୋ : ପରୀ ଗାଁକୁ ଯିବେ ପୁରନ୍ଦେଶ୍ୱରୀ । ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ପହଁଚିଛନ୍ତି ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ । ଓଡ଼ିଶା ପ୍ରଭାରୀ ଭାବେ ଦାୟିତ୍ୱ ନେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ । ଆଉ ପ୍ରଥମଥର ପାଇଁ ଓଡିଶା ଆସି ପରୀ ପ୍ରସଙ୍ଗରେ ରାଜ୍ୟ ସଂଗଠନ ଚଳାଇଥିବା ଆନ୍ଦୋଳନକୁ ଦିଶାନିର୍ଦ୍ଦେଶ ଦେବେ ନୂଆ ପ୍ରଭାରୀ । ପରୀର ପରିବାରକୁ ଭେଟି ସମବେଦନା ଜଣାଇବା ସହ ମାମଲାର ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ଉପରେ ଚାପ ବଢାଇବାକୁ ଦଳୀୟ ନେତା ଓ କର୍ମୀଙ୍କୁ ନୂଆ ମନୋବଳ ଯୋଗାଇ ପାରନ୍ତି ପ୍ରଭାରୀ ।

ତେବେ ଓଡ଼ିଶାରେ ରହଣି ମଧ୍ୟରେ ଜିଲ୍ଲା ସଭାପତି ଓ ଜିଲ୍ଲା ପ୍ରଭାରୀଙ୍କ ସହ ଆଲୋଚନା କରିବେ ପୁରନ୍ଦେଶ୍ୱରୀ । ଛାମୁଆ ସଂଗଠନର ନେତାଙ୍କ ସହ ମଧ୍ୟ ଆଲେଚେନା କରିବା କାର୍ଯ୍ୟକ୍ରମ ରହିଛି । ଗତକାଲି ସଂଧ୍ୟାରେ ପୁରନ୍ଦେଶ୍ୱରୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବା ପରେ ତାଙ୍କୁ ପାଛୋଟି ଆଣିଥିଲେ ଦଳୀୟ କର୍ମୀ ଓ ନେତା । ନାରାବାଜିରେ କମ୍ପି ଉଠିଥିଲା ବିମାନ ବନ୍ଦର ପରିସର । ଡି. ପୁରନ୍ଦେଶ୍ୱରୀ କହିଛନ୍ତି, ପ୍ରଥମେ ଦଳୀୟ କର୍ମୀ ଓ କାର୍ଯ୍ୟକର୍ତାଙ୍କ ସହ ସେ ଆଲୋଚନା କରିବେ । ଆଗାମୀ ୧୨ ତାରିଖ ଯାଏଁ ଓଡିଶାରେ ରହିବେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ।

from Kanak News
via <a href="https://ifttt.com/?

ନୂଆ ନିୟମ ଆଣିଲେ ସରକାର : ଆସନ୍ତା ଆର୍ଥିକ ବର୍ଷରୁ କମିବ ଘରୋଇ କର୍ମଚାରୀଙ୍କ ଟେକହୋମ ସାଲାରି !

କନକ ବ୍ୟୁରୋ : ପ୍ରାଇଭେଟ କମ୍ପାନିରେ ଚାକିରି କରିଛନ୍ତି କି ? ତେବେ ଆସନ୍ତା ଆର୍ଥିକ ବର୍ଷରୁ ଘରକୁ କମ୍ ଦରମା ନେଇ ଆସିପାରନ୍ତି । କାରଣ କେନ୍ଦ୍ର ସରକାରଙ୍କ ନୂଆ ନିୟମ ଆଧାରରେ କର୍ମଚାରୀଙ୍କ ଦରମା ଢାଂଚାରେ ପରିବର୍ତନ ହୋଇପାରେ । ଘରୋଇ କର୍ମଚାରୀଙ୍କ ପାଇଁ ଧାର୍ଯ୍ୟ ପାରିଶ୍ରମିକ ନିୟମରେ କେତେକ ପରିବର୍ତନ କରିଛନ୍ତି କେନ୍ଦ୍ର ସରକାର । ଏହା ଆଗାମୀ ଆର୍ଥିକ ବର୍ଷ ଅର୍ଥାତ ୨୦୨୧ ଏପ୍ରିଲରୁ କାର୍ଯ୍ୟକାରୀ ହେବ ।

ନୂଆ ନିୟମ ଅନୁସାରେ, କର୍ମଚାରୀଙ୍କୁ ମିଳୁଥିବା ଆଲାଉନ୍ସ ବା ଅନ୍ୟାନ୍ୟ ସୁବିଧା ବାବଦ ଅର୍ଥ, ମୂଳ ଦରମାର ୫୦ ପ୍ରତିଶତରୁ ଅଧିକ ହେବନାହିଁ । ଅର୍ଥାତ କର୍ମଚାରୀଙ୍କ ବେସିକ ସାଲାରୀ ବା ମୂଳ ଦରମା ୫୦ ପ୍ରତିଶତ ରହିବା ବାଧ୍ୟତାମୂଳକ । ତେଣୁ କମ୍ପାନିଗୁଡିକ ମୂଳ ଦରମାକୁ ବଢାଇବା ପାଇଁ ବାଧ୍ୟ ହେବେ । ଏପରି ହେଲେ ଗ୍ରାଚୁଇଟି କିମ୍ବା ପ୍ରୋଭିଡେଂଟ ଫଣ୍ଡ ବାବଦକୁ କର୍ମଚାରୀମାଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ । ଫଳରେ କର୍ମଚାରୀଙ୍କ ଟେକ ହୋମ ସାଲାରି ଅର୍ଥାତ ଘରକୁ ନେଉଥିବା ଟଙ୍କା କମିଯିବ । ହେଲେ ଏହା କର୍ମଚାରୀଙ୍କ ସାମାଜିକ ସୁରକ୍ଷା ବୃଦ୍ଧି କରିବା ସହ ପେନସନ ଫଣ୍ଡକୁ ଅଧିକ ଟଙ୍କା ଦେବ । ଯାହା ତାଙ୍କ ଅବସରକାଳୀନ ସମୟକୁ ଅଧିକ ସୁଖଦ କରିପାରିବ ବୋଲି ବିଶେଶଜ୍ଞଙ୍କ ମତ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started