ମୋଦୀ ସରକାରଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ଚାଷୀ : ଆସନ୍ତା ୧୪ ତାରିଖରେ ଦେଶବ୍ୟାପୀ ପ୍ରତିବାଦ;୧୨ରେ ଦିଲ୍ଲୀ ଜୟପୁର ରାଜପଥ କରିବ ଅବରୋଧ

କନକ ବ୍ୟୁରୋ : ମୋଦି ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କରି ଦେଇଛନ୍ତି ଚାଷୀ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଜାରି ରଖିବା ପାଇଁ ସରକାର ଲିଖିତ ଗ୍ୟାରେଂଟି ଦେବେ ବୋଲି ଜଣାଇବା ପରେ ମଧ୍ୟ ଚାଷୀ ଏହାକୁ ଗ୍ରହଣ କରି ନାହାନ୍ତି । ଆନ୍ଦୋଳନ ଆହୁରୀ ଜୋରଦାର କରିବା ପାଇଁ ସେମାନେ ଘୋଷଣା କରିଛନ୍ତି । ଦିଲ୍ଲୀକୁ ସମସ୍ତ ରାସ୍ତା ଗୋଟିଏ ପରେ ଗୋଟିଏ ବନ୍ଦ କରିବା ପାଇଁ ଚେତାବନୀ ଦେଇଛନ୍ତି । ଡିସେମ୍ବର ୧୪ ତାରିଖରେ ସାରା ଦେଶରେ ପ୍ରତିବାଦ କରିବା ପାଇଁ ଆହ୍ୱାନ ଦେଇଛନ୍ତି ଚାଷୀ ।

from Kanak News
via <a href="https://ifttt.com/?

ନୂତନ ସଂସଦ ଭବନର ଆଜି ଭୂମି ପୂଜନ କରିବେ ପ୍ରଧାନମନ୍ତ୍ରୀ : ଶିଳାନ୍ୟାସ ଉତ୍ସବରେ ଯୋଗଦେବେ ୨୦୦ ଅତିଥୀ

କନକ ବ୍ୟୁରୋ : ଆଜି ନୂଆ ସଂସଦ ଭବନର ଭୂମି ପୂଜନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଶିଳାନ୍ୟାସ ଉତ୍ସବରେ ପ୍ରାୟ ୨ଶହ ଅତିଥୀ ସାମିଲ ହେବେ । ଅତିଥୀଙ୍କ ଭିତରେ ଅଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପୂର୍ବତନ ଲୋକସଭା ବାଚସ୍ପତିଙ୍କ ସମେତ ସମସ୍ତ ରାଜନୈତିକ ଦଳର ମୁଖ୍ୟ । ତେବେ କୋଭିଡ ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ମୋଦି ଡିଜିଟାଲ ମାଧ୍ୟମରେ ଉପସ୍ଥିତ ରହୁଥିବାବେଳେ ଏହି କାର୍ଯ୍ୟକ୍ରରେ ପ୍ରତ୍ୟକ୍ଷ ଭାବେ ଯୋଗଦେବେ ।

ଆଜି ଭିତିପ୍ରସ୍ତର ସ୍ଥାପନ ପରେ ଚଳିତ ମାସ ହିଁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଅକ୍ଟୋବର ୨୦୨୨ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହୋଇପାରେ । ତେବେ ନୂଆ ସଂସଦ ଭବନକୁ ପେପରଲେସ୍ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ପ୍ରତ୍ୟେକ ସାଂସଦଙ୍କୁ ଡିଜିଟାଲ ସୁବିଧା ଯୋଗାଇ ଦିଆଯିବ । ସ୍ୱାଧୀନତାର ୭୫ବର୍ଷ ପୂର୍ତି ଅବସରରେ ସଂସଦର ଉଭୟ ଗୃହ କାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ ନୂଆ ସଂସଦ ବିଲଣ୍ଡିଂରେ ଲୋକସଭା ସଦସ୍ୟଙ୍କ ପାଇଁ ୮୮୮ଟି ସିଟ ଓ ରାଜ୍ୟସଭା ସଦସ୍ୟଙ୍କ ପାଇଁ ୩୨୬ରୁ ଅଧିକ ସିଟର ବ୍ୟବସ୍ଥା ହେବ ।

ନୂଆ ସଂସଦ ଗୃହ ତ୍ରିକୋଣୀୟ ହେବ ଏବଂ ବସିବା କ୍ଷମତା ଦୃଷ୍ଟିରୁ ବର୍ତମାନର ସଂସଦଠାରୁ ବଡ ହେବ । ବର୍ତମାନ ଥିବା ସଂସଦ ନିକଟରେ ନୂଆ ସଂସଦ ଭବନ ନିର୍ମାଣ କରାଯିବ । ୬୪ହଜାର ୫ଶହ ବର୍ଗ ମିଟର ଅଂଚଳରେ ନିର୍ମାଣ ହେବ ଏହି ବିଲଣ୍ଡିଂ । ଏଥିପାଇଁ ଖର୍ଚ୍ଚ ହେବ ପ୍ରାୟ ୯୭୧କୋଟି ଟଙ୍କା । ଏହି ନିର୍ମାଣ କାର୍ଯ୍ୟ ପାଇଁ ଟାଟା ପ୍ରୋଜେକ୍ଟସକୁ ଠିକା ଦିଆଯାଇଛି । ଏଚସିପି ଡିଜାଇନ, ପ୍ଲାନିଂ ଓ ମ୍ୟାନେଜମେଂଟ ପ୍ରାଇଭଟେ ଲିମିଟେଡ ଏହାର ନକ୍ସା ପ୍ରସ୍ତୁତ କରିଛି । ଆତ୍ମନିର୍ଭର ଭାରତର ମନ୍ଦିର ଭାବେ ଏହା ଭାରତର ବିବିଧତାକୁ ପ୍ରତିଫଳିତ କରିବ ।

from Kanak News
via <a href="https://ifttt.com/?

ସାବଧାନ ! ନାବାଳକ, ଗାଡି ଚଳାଇଲେ ଅଭିଭାବକ ଗଣିବେ ଫାଇନ୍ । ହୋଇପାରେ ୩ ବର୍ଷ ଜେଲ୍ । ନିୟମ ମନେପକାଇଦେଲା ରାଜ୍ୟ ପରିବହନ ବିଭାଗ ।

କନକ ବ୍ୟୁରୋ: ନାବାଳକଙ୍କ ପାଇଁ ବଡ ଖବର । ନାବାଳକ ଗାଡି ଚଳାଉଥିଲେ ସାବଧାନ । ଏଣିକି ବିନା ଲାଇସେନ୍ସରେ ଗାଡି ଚଳାଇଲେ ଦେବାକୁ ପଡିବ ଫାଇନ । ବିନା ଲାଇସେନ୍ସରେ ଗାଡି ଚଳାଇବା ନିଷେଧ । ନାବାଳକମାନେ ଗାଡି ଚଳାଇଲେ ସମ୍ପୃକ୍ତ ଅଭିଭାବକ କିମ୍ବା ଗାଡି ମାଲିକ ଦାୟୀ ହେବ । ନାବାଳକ ଗାଡି ଚଳାଉଥିବା ଧରାପଡିଲେ ଅଭିଭାବକ ଫାଇନ ଦେବେ ।

https://platform.twitter.com/widgets.js

ଅଭିଭାବକ କିମ୍ବା ଗାଡି ମାଲିକଙ୍କୁ ଏଥିପାଇଁ ୨୫ ହଜାର ଟଙ୍କାର ଫାଇନ ଗଣିବାକୁ ପଡିବ । ଜରିମାନା ସହ ୩ ବର୍ଷ ଜେଲ ମଧ୍ୟ ହେବ । ଗାଡିର ରେଜିଷ୍ଟ୍ରେସନ ୧୨ ମାସ ଅର୍ଥାତ ବର୍ଷେ ପାଇଁ ବାତିଲ ହେବ । ଆଉ ସବୁଠାରୁ ବଡକଥା ହେଲା ସମ୍ପୃକ୍ତ ନାବାଳକଙ୍କୁ ୨୫ ବର୍ଷ ନହେବା ଯାଏଁ ତାଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯିବ ନାହିଁ । ତେବେ ଆଜି ଖଣ୍ଡଗିରି ଅଞ୍ଚଳରେ ସ୍କୁଟି ନେଇ ଯାଉଥିବା ଜଣେ ନାବାଳକଙ୍କ ଠାରୁ ୨୬ ହଜାର ଟଙ୍କାର ଫାଇନ କଟାଯିବା ପରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ପୁଣି ଥରେ ନାବାଳକଙ୍କୁ ନେଇ ଥିବା ନିୟମ ମନେପକାଇ ଦିଆଯାଇଛି ।

from Kanak News
via <a href="https://ifttt.com/?

ଭୁବନେଶ୍ୱରରେ ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ । ପ୍ରଭାରୀ ନିଯୁକ୍ତ ପରେ ପୁରନ୍ଦେଶ୍ୱରୀଙ୍କ ପ୍ରଥମ ଗସ୍ତ ।

କନକ ବ୍ୟୁରୋ: ଭାରତୀୟ ଜନତା ପାର୍ଟି (ବିଜେପି) ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଆଜି ସନ୍ଧ୍ୟାରେ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଂଚିଛନ୍ତି। ରାଜ୍ୟ ପ୍ରଭାରୀ ଭାବେ ନିଯୁକ୍ତି ହେବା ପରେ ଏହା ହେଉଛି ତାଙ୍କର ପ୍ରଥମ ଗସ୍ତ। ଏହି ଗସ୍ତକାଳରେ ସେ ଦଳୀୟ ନେତାମାନଙ୍କୁ ଭେଟି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ତେବେ ଭୁବନେଶ୍ୱରରେ ପହଂଚିବା ପରେ ଗଣମାଧ୍ୟମର ପ୍ରତିନିଧିଙ୍କ ନିକଟରେ ସେ କିଛି ପ୍ରତିକ୍ରିୟା ରଖି ନାହାନ୍ତି। ସେ କେବଳ କହିଛନ୍ତି ଯେ, ରାଜ୍ୟର ବରିଷ୍ଠ ନେତାମାନଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିବି।

from Kanak News
via <a href="https://ifttt.com/?

ସେନାକୁ ମିଳିଲା ସଫଳତା । ଜମ୍ମୁକାଶ୍ମୀର ପୁଲୱାମାରେ କାର୍ଯ୍ୟାନୁଷ୍ଠାନରେ ନିପାତ ହେଲେ ଅଲ-ବଦର ସଂଗଠନର ୩ ଆତଙ୍କୀ

କନକ ବ୍ୟୁରୋ : ସେନାକୁ ମିଳିଲା ସଫଳତା । ସେନା କାର୍ଯ୍ୟାନୁଷ୍ଠାନରେ ନିପାତ ହେଲେ ୩ ଆତଙ୍କୀ । ଜମ୍ମୁକାଶ୍ମୀରର ପୁଲୱାମା ଜିଲ୍ଲାର ଟିକେନ ଅଂଚଳରେ ସେନାର ଏହି କାର୍ଯ୍ୟନୁଷ୍ଠାନ । ନିହତ ଆତଙ୍କବାଦୀଙ୍କ ଠାରୁ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି ।

କିଛି ଆତଙ୍କବାଦୀ ସମ୍ପୃକ୍ତ ଅଂଚଳରେ ଲୁଚିଥିବାର ଖବର ପାଇବା ପରେ ସେନା ସେଠାରେ ଖାନତଲାସି ଚଳାଇଥିଲା । ଏହି ସମୟରେ ଆତଙ୍କବାଦୀ ମାନେ ଗୁଳିଚଳାଇଥିଲେ । ସୁରକ୍ଷାକର୍ମୀଙ୍କ ଜବାବୀ ଗୁଳିରେ ୩ ଆତଙ୍କବାଦୀ ମାଟି କାମୁଡ଼ିଥିଲେ । ନିହତ ଆତଙ୍କୀ ଅଲ-ବଦର ସଂଗଠନର ସଦସ୍ୟ ବୋଲି ଜଣାପଡ଼ିଛି ।

from Kanak News
via <a href="https://ifttt.com/?

ଦେଶରେ ଏଯାଏଁ ଆସି ନାହିଁ କରୋନାର ସେକେଣ୍ଡ ୱେଭ୍ । ଦ୍ୱିତୀୟ ସଂକ୍ରମଣରୁ ବର୍ତ୍ତିବାରେ ଆର୍ଜେଣ୍ଟିନା ପରେ ପାଲଟିଛି ଦ୍ୱିତୀୟ ଦେଶ

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ କମୁଥିବା ବେଳେ ଆଉ ଏକ ଖବର ସାମ୍ନାକୁ ଆସିଛି । ଭାରତରେ ଏଯାଏଁ କରୋନାର ସେକେଣ୍ଡ ୱେଭ୍ ବା ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆସି ନାହିଁ । କରୋନାରେ ସବୁଠୁ ପ୍ରଭାବିତ ୧୦ଟି ଦେଶ ମଧ୍ୟରେ ସେକେଣ୍ଡ ୱେଭ୍ ନଆସିବାରେ ଭାରତ ହିଁ କେବଳ ଦ୍ୱିତୀୟ ଦେଶ । ଏଯାଏଁ ଆର୍ଜେଣ୍ଟିନାରେ ମଧ୍ୟ କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆସି ନାହିଁ । ଏହି ଦୁଇ ଦେଶରେ ପ୍ରଥମ ସଂକ୍ରମଣ ଖୁବ୍ ବିଳମ୍ବରେ ଏହାର ଶୀର୍ଷରେ ପହଂଚିଥିଲା ।

ଭାରତରେ ସେପ୍ଟେମ୍ବର ମଝି ବେଳକୁ ପ୍ରଥମ ପର୍ଯ୍ୟାୟ ସଂକ୍ରମଣ ଶୀର୍ଷରେ ପହଂଚିଥିଲା । ଏହାପରେ ସଂକ୍ରମଣ କମି କମି ଚାଲିଛି । ସେପଟେ ଆର୍ଜେଂଟିନାରେ ପ୍ରଥମ ସଂକ୍ରମଣ ଅକ୍ଟୋବର ଶେଷ ବେଳକୁ ଶୀର୍ଷରେ ପହଂଚିଥିଲା ।

ଅନ୍ୟ ସବୁ ଦେଶରେ ସଂକ୍ରମଣର ଦ୍ୱିତୀୟ ପର୍ଯ୍ୟାୟ କିମ୍ବା ତୃତୀୟ ପର୍ଯ୍ୟାୟ ଦେଖାଦେଇଛି । କରୋନାରେ ସବୁଠୁ ଅଧିକ ପ୍ରଭାବିତ ଦେଶ ଆମେରିକାରେ ଏବେ ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଦେଖାଦେଇଛି । ଆମେରିକାରେ ପ୍ରଥମ ପର୍ଯ୍ୟାୟ ସଂକ୍ରମଣ ଏପ୍ରିଲରେ ଦେଖାଦେଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଜୁଲାଇରେ ଦେଖାଦେଥିଲା । ପରେ ସେପ୍ଟେମ୍ବରରୁ ସେଠାରେ ପୁଣି ସଂକ୍ରମଣ ସଂଖ୍ୟା ବଢ଼ିଛି ।

ବିଭିନ୍ନ ଦେଶରୁ ମିଳିଥିବା ତଥ୍ୟରୁ ଜଣାପଡ଼ୁଛି ଯେ, କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ହିଁ ସବୁଠୁ କ୍ଷତିକାରକ । କେବଳ ବ୍ରାଜିଲରେ ହିଁ ଏହାର ବ୍ୟତିକ୍ରମ ଦେଖାଦେଇଛି ।

ଦେଶରେ ଏଯାଏଁ କରୋନାର ସେକେଣ୍ଡ ୱେଭ୍ ଆସିନଥିବା ଖବର ଉଭୟ ଖୁସି ଓ ଚିନ୍ତାର କାରଣ ପାଲଟିପାରେ । କମିଚାଲିଥିବା ସଂକ୍ରମଣ ସଂଖ୍ୟା କିଛିଟା ଆଶ୍ୱସ୍ଥ କରୁଛି । ହେଲେ ଆଗକୁ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆସିବ କି, ଯଦି ଆସିବ କେବେ, କେତେ କ୍ଷତିକାରକ ହେବ, ଏଭଳି କିଛି ପ୍ରଶ୍ନକୁ ନେଇ ଚିନ୍ତିତ ହେବା କିଛି ଅସ୍ୱାଭାବିକ ନୁହେଁ ।

from Kanak News
via <a href="https://ifttt.com/?

ଭାରତ ଓ ଚୀନ୍ ପ୍ରସଙ୍ଗରେ ରୁଷ୍ ବୈଦେଶିକ ମନ୍ତ୍ରୀଙ୍କ ବଡ଼ ବୟାନ । ପାଶ୍ଚାତ୍ୟ ଦେଶ ରଚିଛନ୍ତି ଷଡ଼ଯନ୍ତ୍ର । ଭାରତକୁ ଚୀନ୍ ବିରୋଧୀ କରିବାକୁ ହେଉଛି ରଣନୀତି

କନକ ବ୍ୟୁରୋ : ସୀମା ପ୍ରସଙ୍ଗକୁ ନେଇ ଭାରତ ଓ ଚୀନ୍ ମଧ୍ୟରେ ବିବାଦ ଜାରି ରହିଥିବା ବେଳେ ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କ ବୟାନ ଏବେ ଚର୍ଚ୍ଚାର କାରଣ ପାଲଟିଛି । ଲାଭରୋଭ କହିଛନ୍ତି ଯେ, ଭାରତ ଓ ଚୀନକୁ ନେଇ ପାଶ୍ଚାତ୍ୟ ଦେଶମାନେ ଏବେ ଏକ ବଡ଼ କୌଶଳ ଆପଣେଇଛନ୍ତି । ଭାରତ କିପରି ଚୀନ୍ ବିରୋଧୀ ହେବ ଏନେଇ ଚେଷ୍ଟା କରାଯାଉଛି, ଯାହା ଫଳରେ ପାଶ୍ଚାତ୍ୟ ରାଷ୍ଟ୍ରମାନେ ନିଜ ସ୍ୱାର୍ଥ ହାସଲ କରିପାରିବେ ।

ଏହାସହ ଭାରତ ଓ ରୁଷ୍ ମଧ୍ୟରେ ସମ୍ପର୍କକୁ ଦୁର୍ବଳ କରିବାକୁ ପାଶ୍ଚାତ୍ୟ ରାଷ୍ଟ୍ରମାନେ ଷଡ଼ଯନ୍ତ୍ର କରୁଥିବା ସେ ଅଭିଯୋଗ କରିଛନ୍ତି । ଇଣ୍ଡୋ-ପାସିଫିକ୍ ରଣନୀତି ଅନୁସାରେ ଏହି ଦେଶମାନେ ଭାରତକୁ ରୁଷ୍ ଠାରୁ ଦୁରେଇ ନେବାକୁ ଚାହୁଁଛନ୍ତି, ଖାଲି ଏତିକି ନୁହେଁ ନୂଆଦିଲ୍ଲୀ ଓ ବେଜିଂ ମଧ୍ୟରେ ତିକ୍ତତା ବଢ଼ାଇବାକୁ ଚେଷ୍ଟା କରୁଥିବା ସେ ଅଭିଯୋଗ ଆଣିଛନ୍ତି । ଭାରତ ଓ ଚୀନ୍ ପରସ୍ପର ମଧ୍ୟରେ ଥିବା ବିବାଦର ସମାଧାନ କରି ଉତେଜନା କମାଇବାକୁ ରୁଷ୍ ପୁଣି ଥରେ ପରାମର୍ଶ ଦେଇଛି ।

ରୁଷ୍ ସହ ଉଭୟ ଭାରତ ଓ ଚୀନ୍ର ଭଲ ସମ୍ପର୍କ ରହିଆସିଛି । ଏପରିକି ଉଭୟ ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ ମସ୍କୋରେ ହିଁ ବସିଥିଲା । ରୁଷ୍ ସହ ଭାରତର ସମ୍ପର୍କ ଦୁର୍ବଳ କରିବା ପାଇଁ ଆମେରିକା ଚେଷ୍ଟା କରୁଥିବା ଲାଭରୋଭ ଅଭିଯୋଗ କରିଛନ୍ତି । ରୁଷ୍ ଠାରୁ ଭାରତ ଏସ୍-ଫୋର ହଣ୍ଡ୍ରେଡ୍ ଏୟାର ଡିଫେନ୍ସ ସିଷ୍ଟମ କିଣିବା ନେଇ ଆମେରିକାର ବିରୋଧ କଥା ସେ ମନେପକାଇ ଦେଇଛନ୍ତି । ଏସ୍-ଫୋର ହଣ୍ଡ୍ରେଡ୍କୁ ନେଇ ଆମେରିକା ଦୃଢ଼ ଆପତି ଉଠାଇଥିଲା । ଏପରିକି ଏହାକୁ ନେଇ କଟକଣା ଲଗାଯିବା କଥା ଚର୍ଚ୍ଚା ହୋଇଥଲା । ତେବେ ଆମେରିକାର ବିରୋଧ ସତ୍ୱେ ମୋଦୀ ସରକାର ରୁଷ୍ ସହ ଏସ୍-ଫୋର ହଣ୍ଡ୍ରେଡ୍ ଏୟାର ଡିଫେନ୍ସ ସିଷ୍ଟମ କିଣିବା ପାଇଁ ଚୁକ୍ତି କରିଥିଲେ ।

ଆମେରିକା ସହ ଭାରତର ସମ୍ପର୍କ ଦୃଢ଼ ହେବାରେ ଲାଗିଛି । ସାମରିକ, ବାଣିଜ୍ୟିକ ଓ କୂଟନୈତିକ କ୍ଷେତ୍ରରେ ନୂଆଦିଲ୍ଲୀ ଓ ୱାଶିଂଟନ୍ ଏବେ ନିକଟତର ହେବାରେ ଲାଗିଛନ୍ତି । ଏହାକୁ ନେଇ ରୁଷ ଯେ, ଚିନ୍ତିତ ଅଛି, ଏପରି ମନ୍ତବ୍ୟରୁ ସ୍ପଷ୍ଟ ହେଉଛି ।
ଚଳିତବର୍ଷ ଜୁନ୍ ୧୫ରେ ଗଲୱାନ ଘାଟିରେ ଭାରତ ଓ ଚୀନ୍ ସେନା ମଧ୍ୟରେ ସଂଘର୍ଷ ଘଟିଥିଲା । ଏଥିରେ ଆମର ୨୦ ବୀର ଯବାନ ସହିଦ ହୋଇଥିଲେ । ଚୀନ୍ ମଧ୍ୟ ବହୁ କ୍ଷୟକ୍ଷତି ସହିଥିଲା । ଚୀନ୍ ଏହାର କ୍ଷୟକ୍ଷତି ନେଇ ଆଜିଯାଏଁ ତଥ୍ୟ ପ୍ରକାଶ କରି ନାହିଁ । ହେଲେ ଆମେରିକାର ଗୁଇନ୍ଦା ସଂସ୍ଥାର ଆକଳନ ଅନୁସାରେ ଚୀନର ପ୍ରାୟ ୪୫ ଜଣ ସୈନିକ ମୃତାହତ ହୋଇଥିଲେ । ସେବେଠାରୁ ସୀମାରୁ ସମ୍ପୂର୍ଣ୍ଣ ସେନା ଅପସାରଣ ନେଇ ଉଭୟ ଦେଶ ମଧ୍ୟରେ ଆଲୋଚନା ଚାଲିଥିଲେ ବି ବିଶେଷ କିଛି ସୁଫଳ ମିଳିନାହିଁ ।

from Kanak News
via <a href="https://ifttt.com/?

ଶୀତ ଦିନରେ ପର୍ଯ୍ୟଟନ ସ୍ଥଳରେ ରାତି ବିତାଇବାର ସୁଯୋଗ । ଭିତରକନିକା ଓ ସାତକୋଶିଆ ସମେତ ୫ଟି ସ୍ଥାନରେ ଆରମ୍ଭ ହେଲା ଇକୋ-ରିଟ୍ରିଟ୍ । ଜାଣନ୍ତୁ କେମିତି ହେଉଛି ବୁକିଂ?

କନକ ବ୍ୟୁରୋ : ଆଜିଠାରୁ ରାଜ୍ୟର ୫ଟି ପର୍ଯ୍ୟଟନ ସ୍ଥଳିରେ ଆରମ୍ଭ ହୋଇଛି ଇକୋ ରିଟ୍ରେଟ । କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହାକୁ ଉଦଘାଟନ କରିଛନ୍ତି । ଆଜି ଠାରୁ ଅର୍ଥାତ୍ ଡିସେମ୍ବର ୯ ତାରିଖରୁ ଫେବୃଆରୀ ୨୮ ତାରିଖ ଯାଏଁ ସ୍ୱତନ୍ତ୍ର କଟେଜରେ ରହି ପକୃତିକ ସୌନ୍ଦଯ୍ୟକୁ ଉପଭୋଗ କରିବେ ପର୍ଯ୍ୟଟକ ।

ଆପଣଙ୍କ ପସନ୍ଦର ପର୍ଯ୍ୟଟନସ୍ଥଳୀରେ ରାତିଟିଏ କାଟିବାକୁ ଚାହୁଁଛନ୍ତି କି । ଶୀତୁଆ ସଂଧ୍ୟାରେ ପ୍ରାକୃତିକ ପରିବେଶକୁ ଉପଭୋଗ କରିବା ପାଇଁ ଚାହୁଁଛନ୍ତି କି । ପର୍ଯ୍ୟଟକଙ୍କ ଆଶା ପୂରଣ କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଇକୋ ରିଟ୍ରିଟ୍ କାର୍ଯ୍ୟକ୍ରମ । ଅର୍କକ୍ଷେତ୍ର କୋଣାର୍କ, ବିଶ୍ୱର ସବୁଠାରୁ ବଡ ମାଟିବନ୍ଧ ହିରାକୁଦ, ଜାତୀୟ ଉଦ୍ୟାନ ଭିତରକନିକା, ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଓ ସାତକୋଶିଆ ଗଣ୍ଡରେ ପର୍ଯ୍ୟଟକଙ୍କ ରହଣୀ ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା ।

ଗତବର୍ଷ କୋଣାର୍କରେ ହୋଇଥିବା ଇକୋ-ରିଟ୍ରିଟ୍ କାର୍ଯ୍ୟକ୍ରମ ସଫଳ ହେବା ପରେ ଏବର୍ଷ ଆଉ ୪ଟି ପର୍ଯ୍ୟଟନ ସ୍ଥଳୀକୁ ଏଥିରେ ସାମିଲ କରିଛନ୍ତି । ଶୀତଦିନେ ସମ୍ବଲପୁରର ହିରାକୁଦ ଡ୍ୟାମ ବୁଲିବା ସହ ବିଦେଶାଗତ ପକ୍ଷୀଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ ଜମେ । ସେହିପରି ଦାରିଙ୍ଗବାଡିର ଥଣ୍ଡା ଜଳବାୟୁ, ମନଲୋଭା ପରିବେଶ, ଘଂଚ ଜଙ୍ଗଲରେ ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ପ୍ରକୃତିରାଣୀର କୋଳରେ ନିଜକୁ ହଜାଇ ଦେବା ସହ ଥଣ୍ଡାର ମଜା ନେବା ପାଇଁ ପ୍ରତିବର୍ଷ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ଦାରିଙ୍ଗବାଡିକୁ ଆସିଥାନ୍ତି ।

ସେହିଭଳି ସାତକୋଶିଆ ଗଣ୍ଡକୁ ବୁଲି ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ମହାନଦୀର ବାଲିପୁଟରେ ୨୫ଟି କଟେଜର ବ୍ୟବସ୍ଥା କରାଯାଇଛି । ଭିତରକନିକାରେ ହୋଇଥିବା ବିଳାଶପୂର୍ଣ୍ଣ କଟେଜରେ ରାତ୍ରି କାଟିବା ସହ ପେଣ୍ଠ ସମୁଦ୍ର ବେଳାଭୂମୀ, କେନ୍ଦ୍ରାପଡାର ବଳଦେବଜୀଉ ମନ୍ଦିର, ଆଳି ବରାହଜୀଉ ମନ୍ଦିର, ହୁକଟେଲ ସମେତ ମହାକାଳପଡା ବତୀଘର ବୁଲି ପାରିବେ ପର୍ଯ୍ୟଟକ ।

ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଇକୋ-ରିଟ୍ରିଟ ପାଇଁ ଅନଲାଇନରେ ବୁକିଂ କରିହେବ । ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଯୁଦ୍ଦକାଳୀନ ଭିତିରେ ଏହି ସେବାର ଆରମ୍ଭ ହୋଇଛି ।

from Kanak News
via <a href="https://ifttt.com/?

ଜରୁରୀ ଟିକାକରଣ ପାଇଁ ସିରମ ଓ ଭାରତ ବାୟୋଟେକର ଆବେଦନ ଝୁଲି ରହିଲା । ଦୁଇ ଟିକା ନିର୍ମାତାଙ୍କୁ ସରକାର ମାଗିଲେ ଅଧିକ ତଥ୍ୟ

କନକ ବ୍ୟୁରୋ : ଭାରତୀୟ ଔଷଧ ନିୟନ୍ତ୍ରକ କର୍ତୃପକ୍ଷଙ୍କ ନିକଟରେ ଜରୁରୀକାଳିନ ବ୍ୟବହାର ପାଇଁ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍ ମାଗିଥିବା ଅନୁମତିକୁ ନେଇ ଅଧିକ ତଥ୍ୟ ମଗାଯାଇଛି । ଭାକସିନ୍ ସଂପର୍କରେ ଏଯାଏଁ ମିଳିଥିବା ତଥ୍ୟ ଯଥେଷ୍ଟ ନୁହେଁ ବୋଲି ଦୁଇଟି କମ୍ପାନୀକୁ ଅବଗତ କରାଯାଇଥିବା ଜଣାପଡିଛି । ଜାତୀୟ ଗଣମାଧ୍ୟମ ଏନେଇ ରିପୋର୍ଟ ପ୍ରକାଶ କରିଛନ୍ତି ।

ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକାର ଭାକ୍ସିନ୍, ‘କୋଭିିସିଲ୍ଡ’ ପାଇଁ ସିରମ ଇନ୍ଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଅନୁମତି ମାଗିଥିଲା, ଏବଂ ଭାରତ ବାୟୋଟେକ୍ କୋଭାକସିନ୍ ପାଇଁ ଅନୁମତି ମାଗିଥିଲା । ତେବେ ସେମାନଙ୍କ ତରଫରୁ ଦିଆଯାଇଥିବା ତଥ୍ୟ ଯଥେଷ୍ଟ ନୁହେଁ ବୋଲି କୁହାଯାଇଛି । ଏଥିପାଇଁ ଅଧିକ ତଥ୍ୟ ଦେବାକୁ କୁହାଯାଇଛି । ଉଭୟ କମ୍ପାନୀର ବର୍ତମାନ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଜାରି ରହିଛି ।

from Kanak News
via <a href="https://ifttt.com/?

ପୁଣି ନିୟମ କଡ଼ାକଡ଼ି, ଫେରିଲା ଜୋରିମାନା । ସ୍କୁଟି ଚାଳକଙ୍କୁ ୨୬ ହଜାର ଟଙ୍କା ଫାଇନ କଲା କମିସନରେଟ୍ ପୁଲିସ

କନକ ବ୍ୟୁରୋ : ବେଶ କିଛି ମାସର ନିରବତା ପରେ ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ କଡ଼ାକଡ଼ି ହୋଇଛି ଟ୍ରାଫିକ୍ ନିୟମ । ଆଉ ପୁଲିସ୍ ଜାଲରେ ପଡ଼ିଛନ୍ତି ଜଣେ ନାବାଳକ । ଖଣ୍ଡଗିରି ଅଂଚଳରେ ସ୍କୁଟି ନେଇ ଯାଉଥିବା ଜଣେ ନାବାଳକକୁ ୨୬ ହଜାରର ଚାଲାଣ କାଟିଛନ୍ତି ପୁଲିସ୍ କର୍ମଚାରୀ । ନାବାଳକ ହୋଇଥିବାରୁ ଚାଳକଙ୍କ ଡ୍ରାଇଭିଂଗ ଲାଇସେନ୍ସ ନଥିବା ବେଳେ ହେଲମେଟ ମଧ୍ୟ ପିନ୍ଧି ନଥିଲେ । ଆଉ ପଛରେ ବସିଥିବା ବ୍ୟକ୍ତି ଜଣଙ୍କ ମଧ୍ୟ ହେଲମେଟ ପିନ୍ଧିନଥିଲେ । ଯେଉଁଥିପାଇଁ ୨୬ ହଜାର ଫାଇନ୍ କରାଯାଇଛି ।

କରୋନା ଯୋଗୁଁ ଟ୍ରାଫିକ୍ ନିୟମ ପୂର୍ବ ତୁଳନାରେ ସାମାନ୍ୟ କୋହଳ ହୋଇଥିବା ବେଳେ, ଆଗକୁ ଏହା ପୁଣି ଥରେ ସ୍ୱାଭାବିକ୍ ଢ଼ଙ୍ଗରେ ଚାଲିବ ଯାଂଚ୍ । ହେଲମେଟ୍, ବାଇକ୍ ଚାଳକ ଏବଂ ସହଯାତ୍ରୀ ଉଭୟଙ୍କ ପାଇଁ ହେଲମେଟ୍, ସ୍ପିଟ୍ ଡ୍ରାଇଭିଂ, ସିଟ୍ବେଲ୍ଡ, ରଙ୍ଗସାଇଡ୍ ଡ୍ରାଇଭିଂ ଆଦି ଉପରେ ରହିବ କଡ଼ା ନଜର । ଏମିତି କି ଡିଏଲ୍ ନଥିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିବା ପରିବହନ ମନ୍ତ୍ରୀ କହିଛନ୍ତି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି
– ଗାଡ଼ି ଚାଳକଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟା ସ୍ୱାଭାବିକ ହୋଇଛି କି?
-ଆବଶ୍ୟକତା ଅନୁସାରେ ଅନ୍ଲାଇନ୍ରେ ଡିଏଲ୍ ସ୍ଲଟ୍ ବୁକିଂ ହେଉଛି କି?
-ଲର୍ଣ୍ଣିଂ ଲାଇସେନ୍ସ ପାଇଥିବା ଚାଳକଙ୍କୁ ଲାଇସେନ୍ସ ଦେବା ପାଇଁ କାହିଁକି ସୀମିତ ସମୟ ରଖାଯାଇଛି ।
-ନୂଆ ଆବେଦନ କରିବାକୁ ଚାହୁଁଥିବା ଚାଳକ ପାଇପାରୁଛନ୍ତି କି ଲାଇସେନ୍ସ?
-ଲାଇସେନ୍ସ ପାଇଁ ଆବଶ୍ୟକ ହେଉଥିବା ଡ୍ରାଇଭିଂ ଟେଷ୍ଟ ହେଉଛି କି?

from Kanak News
via <a href="https://ifttt.com/?

Design a site like this with WordPress.com
Get started