ହୁ ହୁ ହୋଇ ବଢୁଛି ତେଲ ଦର, ଗାଡି ଚଲାଇବାକୁ ଲାଗୁଛି ଡର…ମୁମ୍ବାଇରେ ଯାହା ମାଲକାନଗିରିରେ ତାହା । ୯୦ ଟପିଲା ପେଟ୍ରୋଲ ଦର ।

କନକ ବ୍ୟୁରୋ: ଗତ ୬ଦିନ ହେଲା ପେଟ୍ରୋଲ ଓ ଡିଜେଲ ଦର ଲଗାତର ବୃଦ୍ଧି ହେବା ପରେ ଦୁଇଦିନ ହେଲା ସ୍ଥିର ରହିଛି । ହେଲେ ଗତ ଦୁଇବର୍ଷରେ ସର୍ବାଧିକ ସ୍ତରକୁ ଛୁଇଁଛି ତେଲଦର । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ମୁମ୍ବାଇ ଭଳି ମେଟ୍ରୋ ସହରଠାରୁ ଅଧିକ ରହିଛି ଓଡିଶାରେ ପେଟ୍ରୋଲ ଦର । ଆଜି ମାଲକାନଗିରି କାଲିମେଳାରେ ପେଟ୍ରୋଲ ଲିଟର ପିଛା ୯୦ ଟଙ୍କା ୯୪ ପଇସାରେ ବିକ୍ରି ହୋଇଛି । ଯାହା ସାଧାରଣ ଉପଭୋକ୍ତାଙ୍କ ଭିତରେ ପ୍ରବଳ ଅସନ୍ତୋଷ ସୃଷ୍ଟି କରିଛି । ସେପଟେ ପେଟ୍ରୋଲ ୯୦ ଟଙ୍କା ଛୁଇଁବା ପରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ।

ମାଲକାନଗିରି ଜିଲ୍ଲା କାଲିମେଳାର ଏକ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଲିଟର ପିଛା ଦର ୯୦ ଟଙ୍କା ୯୪ ପଇସା । ଡିଜେଲ ପ୍ରତି ଲିଟର ଦର ରହିଛି ୮୬ ଟଙ୍କା ୮୧ ପଇସା । କାଲିମେଳା ଭଳି ଓଡିଶାର ଉପାନ୍ତ ଅଂଚଳରେ ତେଲଦର ଏଭଳି ଅହେତୁକ ଦରବୃଦ୍ଧି ଗ୍ରାହକଙ୍କୁ ଅସନ୍ତୁଷ୍ଟ କରିଛି ।
ମୁମ୍ବାଇ ଭଳି ମେଟ୍ରୋ ସହରଠାରୁ ବି ଓଡିଶାର କାଲିମେଳାରେ ଅଧିକ ରହିଛି ପେଟ୍ରୋଲ ଦର । ଟିକେ ନଜର ପକାନ୍ତୁ ଆଜି ଦେଶର କେଉଁସବୁ ବଡବଡ ସହରରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର ।

ସହର  ପେଟ୍ରୋଲ (ଲିଟର ପିଛା)  ଡିଜେଲ (ଲିଟର ପିଛା)
ମୁମ୍ବାଇ  ୯୦ ଟଙ୍କା ୩୪ ପଇସା  ୮୦ ଟଙ୍କା ୫୧ ପଇସା
ଦିଲ୍ଲୀ  ୮୩ ଟଙ୍କା ୭୧ ପଇସା  ୭୩ ଟଙ୍କା ୮୭ ପଇସା
ଚେନ୍ନାଇ  ୮୬ ଟଙ୍କା ୫୧ ପଇସା  ୭୯ ଟଙ୍କା ୨୧ ପଇସା
କୋଲକାତା  ୮୫ ଟଙ୍କା ୧୩ ପଇସା  ୭୭ ଟଙ୍କା ୪୪ ପଇସା
ଭୁବନେଶ୍ୱର  ୮୪ ଟଙ୍କା ୪୦ ପଇସା  ୮୦ ଟଙ୍କା ୫୨ ପଇସା

ପେଟ୍ରୋଲ ଦର ୯୦ ଟଙ୍କା ଛୁଇଁବା ପରେ କେନ୍ଦ୍ରରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ । ଟ୍ୱିଟ୍ କରି ଲେଖିଛନ୍ତି ସାଧାରଣ ଲୋକଙ୍କୁ ଶୋଷଣର ସବୁସୀମା ଟପି ଯାଇଛନ୍ତି କେନ୍ଦ୍ର ସରକାର । ଏପରକି ପେଟ୍ରୋଲର ଉଚିତ୍ ମୂଲ୍ୟର ଏକ ହିସାବ ଦେଇଛନ୍ତି । ତାଙ୍କ କହିବା ହେଲା ବିଶୋଧନାଗାରରୁ ବାହାରିବା ପୂର୍ବରୁ ଗୋଟିଏ ଲିଟର ପେଟ୍ରୋଲର ଦର ଥାଏ ୩୦ ଟଙ୍କା । ଏଥିରେ ବିଭିନ୍ନ ପ୍ରକାର ଟିକସ ଓ ପେଟ୍ରୋଲ ପମ୍ପ କମିଶନକୁ ମିଶାଇ ଅତିରିକ୍ତ ୬୦ ଟଙ୍କା ଆଦାୟ କରାଯାଉଛି । ତାଙ୍କ ମତରେ ଗୋଟିଏ ଲିଟର ପେଟ୍ରୋଲର ଦାମ ସର୍ବାଧିକ ୪୦ ଟଙ୍କା ହେବାକଥା ।

ଶେଷଥର ପାଇଁ ୨୦୧୮ ଅକ୍ଟୋବରରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ଏହି ସ୍ତରକୁ ଛୁଇଁଥିଲା । ବିଶେଷଜ୍ଞଙ୍କ ମତରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲଦର ଉପରମୁହାଁ ରହିଥିବାରୁ ଏହି ଦର ଆହୁରି ବଢିପାରେ । ଏକ ହିସାବ କହୁଛି ଅଶୋଧିତ ତୈଳଦର ବ୍ୟାରେଲ ପିଛା ଏକ ଡଲାର ବଢିଲେ ଭାରତର ତୈଳ ଆମଦାନୀ ବିଲ ବାର୍ଷିକ ୧୦ ହଜାର ୭ଶହ କୋଟି ହେବ ।

from Kanak News
via <a href="https://ifttt.com/?

୧୨ ପ୍ରସ୍ତାବ ଉପରେ ଲାଗିଲା ରାଜ୍ୟ କ୍ୟାବିନେଟ୍ ମୋହର । ନଜର ପକାନ୍ତୁ କେଉଁ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ ?

କନକ ବ୍ୟୁରୋ: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୨ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ଦେଶରେ କୃଷକ ଆନ୍ଦୋଳନ ଜୋର ଧରିଥିବା ବେଳେ ରାଜ୍ୟ ସରକାର ଆଜି କ୍ୟାବିନେଟରେ ଏ ସଂପର୍କିତ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ପାରିତ କରିଛନ୍ତି। ରାଜ୍ୟରେ ଏମଏସ୍ ସ୍ବାମୀନାଥନ୍ କମିଟିର ସୁପାରିସ ଲାଗୁ କରିବା ନିଷ୍ପତ୍ତିକୁ କ୍ୟାବିନେଟ ଅନୁମୋଦନ ମିଳିଛି। ଏ ନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଯିବ। ସେହିପରି ଚାଷୀଙ୍କ ଆୟ ଦ୍ବିଗୁଣ କରିବା ଲାଗି ଏମଏସପି ଗୁରୁତ୍ବପୂର୍ଣ୍ଣ ଏବଂ ଏହା ଉତ୍ପାଦନ ମୂଲ୍ୟର ୫୦%ରୁ ଅଧିକ ହେବା ଦରକାର ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କ୍ୟାବିନେଟରେ ସଂକଳ୍ପ ପାରିତ ହୋଇଛି । ଉଲ୍ଲେଖଯୋଗ୍ୟ, ୨୦୧୭-୧୮ରେ ମଧ୍ୟ ଏମଏସପି ନେଇ ବିଧାନସଭାରେ ଏକ ସଂକଳ୍ପ ପାରିତ ହୋଇଥିଲା।

ଫୁଲବାଣୀ‌ରେ ମେଡିକାଲ କଲେଜ ଲାଗି ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ସେହିପରି କୋରାପୁଟରେ ୬୫୦ ଶଯ୍ୟାବିଶିଷ୍ଟ ଟିଚିଂ ହସ୍ପିଟାଲ ନିର୍ମାଣକୁ ମଧ୍ୟ ମଞ୍ଜୁରୀ ମିଳିଛି। ଏହି ଦୁଇଟି ପ୍ରକଳ୍ପର ନିର୍ମାଣର ଠିକା ସପୁର୍ଜୀ ପାଲୋନଜୀ କମ୍ପାନିକୁ ଦିଆଯାଇଛି। ୬୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଦୁଇ ପ୍ରକଳ୍ପ କାମ ୩ ବର୍ଷ ମଧ୍ୟରେ ଶେଷ ହେବ।

ଏହା ସହ ବରଗଡ ଜିଲ୍ଲାର ଦୁଇଟି ବ୍ଲକକୁ ହେବ ପିଇବା ପାଣି ଯୋଗାଣ । ବସୁଧା ଯୋଜନାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଯୋଜନାରେ ୨ଟି ବ୍ଲକର ୧୬୬ଟି ଗାଁ ଉପକୃତ ହେବେ । ବରପାଲି ବ୍ଲକର ୨୨ ଗ୍ରାମ ପଞ୍ଚାୟତ ୭୦ ଏବଂ ଭେଡେନ ବ୍ଲକର ୨୧ ଗ୍ରାମ ପଞ୍ଚାୟତର ୯୬ଟି ଗାଁର ମୋଟ ୨ ଲକ୍ଷ ୨୯ ହଜାର ୬୪ ଜଣ ଲୋକ ଉପକୃତ ହେବେ । ଏଥିପାଇଁ ୨୧୫ କୋଟି ୩୧ ଲକ୍ଷ ୨୮ ହଜାର ୫୮୫ ଟଙ୍କା ଖର୍ଚ୍ଚ ହେବ । ତେବେ ୨ ବର୍ଷ ଭିତରେ ପ୍ରକଳ୍ପ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

from Kanak News
via <a href="https://ifttt.com/?

ଦିବଙ୍ଗତ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାରକୁ ୧୫ ଲକ୍ଷ ସହାୟତା । ଅନୁକମ୍ପାମୂଳକ ଆର୍ଥିକ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ପ୍ରବୀରଙ୍କ ପରିବାରକୁ ସହାୟତା । କରୋନାରେ ଆଖି ବୁଜିଥିବା ଦିବଙ୍ଗତ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରବୀରଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କଲେ ରାଜ୍ୟ ସରକାର । ତେବେ ପରପାରିରେ ଥିବା ପ୍ରତିଭାବାନ ସାମ୍ବାଦିକ ପ୍ରବୀରଙ୍କ ପରିବାରକୁ ସହାୟତା କରିଥିବାରୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ।

https://platform.twitter.com/widgets.js

ତେବେ ଗତ ନଭେମ୍ବର ୫ ତାରିଖରେ କରୋନାରେ ହାରିଯାଇଥିଲେ ପ୍ରବୀର । କରୋନାରୁ ଭଲ ହେବା ପରେ ବି ପୁଣି ଅସୁସ୍ଥ ହୋଇଥିଲେ ପ୍ରବୀର । ଆଉ ମୃତ୍ୟୁ ସହ ଲଢେଇ କରି ଶେଷରେ ଆଖିବୁଜିଥିଲେ ପ୍ରତିଭାବାନ ସାମ୍ବାଦିକ ପ୍ରବୀର ପ୍ରଧାନ । ତେବେ ଘରୋଇ ଚ୍ୟାନେଲ ନ୍ୟୁଜ-୧୮ ଓଡିଆରେ ଦୀର୍ଘଦିନ ଧରି କାମ କରୁଥିଲେ ପ୍ରବୀର । ନିଜର କର୍ତବ୍ୟ ସମ୍ପାଦନ, ବ୍ୟବହାର ଓ ମେଳାପୀ ସ୍ୱଭାବ ପାଇଁ ପ୍ରବୀର ସମସ୍ତଙ୍କ ନିକଟରେ ପ୍ରିୟଭାଜନ ହୋଇପାରିଥିଲେ ।

ପ୍ରବୀରଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ବିଭିନ୍ନ ଆଡୁ ସହାୟତାର ହାତ ବଢିଥିବା ବେଳେ ସେଂଟ ଜାଭିୟର ଇଂଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ସହାୟତାର ହାତ ବଢାଇଥିଲେ । ମୃତ ପ୍ରବୀରଙ୍କ ପରିବାରକୁ ସମବେଦନ ଜଣାଇବା ସହ ପ୍ରବୀରଙ୍କ ଝିଅଙ୍କୁ ପାଠପଢ଼ାଇବାର ପ୍ରତିଶ୍ରୃତି ଦେଇଥିଲେ । ଝିଅକୁ ଯୁକ୍ତ ଦୁଇ ଯାଏଁ ମାଗଣା ପାଠପଢ଼ାଇବାର ପ୍ରତିଶ୍ରୁତି ଦେଇଥିଲେ । ଆଉ ଆଜି ମୁଖ୍ୟମନ୍ତ୍ରୀ କରୋନା ଯୋଦ୍ଧା ପ୍ରବୀରଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି ।

from Kanak News
via <a href="https://ifttt.com/?

ଚାଷୀ ଆନ୍ଦୋଳନ ଭିତରେ ଓଡିଶା ସରକାରଙ୍କ ବଡ ନିଷ୍ପତ୍ତି । ଏମଏସପି ପାଇଁ କ୍ୟାବିନେଟ ସଂକଳ୍ପ । ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ପାରିତ, କେନ୍ଦ୍ରକୁ କରାଯିବ ଅବଗତ 

କନକ ବ୍ୟୁରୋ : ଚାଷୀ ଆନ୍ଦୋଳନ ଭିତରେ ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏମଏସ ସ୍ୱାମୀ ନାଥନ କମିଟି ସୁପାରିଶ ଲାଗୁ ହେଉ ବୋଲି କହିଲେ ରାଜ୍ୟ ସରକାର । ଏମଏସପି ପାଇଁ କ୍ୟାବିନେଟ ସଂକଳ୍ପ ହୋଇଛି । ଏନେଇ ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଛି, ଏହାସହ ଏନେଇ କେନ୍ଦ୍ରକୁ କରାଯିବ ।

ଉତ୍ପାଦନ ମୂଲ୍ୟ ତୁଳନାରେ ଏମଏସପି ୫୦ ପ୍ରତିଶତ ଅଧିକ ହେବା ଦରକାର ବୋଲି କ୍ୟାବିନେଟରେ କୁହାଯାଇଛି । ଚାଷୀଙ୍କ ଆୟ ଦ୍ୱିଗୁଣିତ ପାଇଁ ଏମଏସପି ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟ ସରକାର କହିଛନ୍ତି । ୨୦୧୭-୧୮ରେ ବିଧାନସଭାରେ  ସଂକଳ୍ପ ପାରିତ ହୋଇଥିଲା ।

କୃଷି ବିଲକୁ ନେଇ ଦେଶରେ ଆନ୍ଦୋଳନ କରୁଛନ୍ତି କୃଷକ ସଂଗଠନ । ଏହି ବିଲକୁ ବିରୋଧ କରି ଦିଲ୍ଲୀରେ ଜୋରଦାର ବିକ୍ଷୋଭ ହେଉଛି । ହେଲେ କିଛି ବି ନିଷ୍କର୍ଷ ବାହାରି ପାରୁନି । ଏହି ଆନ୍ଦୋଳନରେ କୃଷକମାନଙ୍କୁ ଅନେକ ରାଜନୈତିକ ଦଳ ସମର୍ଥନ କରୁଛନ୍ତି । ହେଲେ ଆଜି ରାଜ୍ୟ ସରକାର କୃଷକଙ୍କ ସମର୍ଥନରେ ବାହାରିଛନ୍ତି ।

from Kanak News
via <a href="https://ifttt.com/?

କରୋନା ଅଟକାଇ ପାରିଲାନି ବାହାଘର । ବାହାଘର ଦିନ ବରକୁ ହେଲା କରୋନା । ପିପିଇ କିଟ୍ ପିନ୍ଧି ବାହା ହେଲା ବର

କନକ ବ୍ୟୁରୋ : କରୋନା ମହାମାରୀ କାହାକୁ ବର୍ବାଦ କରିଦେଇଛି ତ କାହାକୁ ରାସ୍ତା ଉପରକୁ ନେଇ ଆସିଛି । ହେଲେ ରାଜସ୍ଥାନରେ ଏମିତି ଏକ ଘଟଣା ଘଟିଛି ଯେଉଁଥିରେ କରୋନା ମହାମାରୀର କାୟା ଫିକା ପଡିଯାଇଛି । କରୋନା ମହାମାରୀ ଅଟକାଇ ପାରିନାହିଁ ବାହାଘର । କରୋନା ପଜିଟିଭ ଥାଇ ବି ପିପିଇ କିଟ ପିନ୍ଧି ବାହାହେଲେ ବର । ଏଭଳି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଅଲବର ଜିଲ୍ଲାରେ ।

ଅଲବର ଜିଲ୍ଲା କୁତିନା ଗାଁର ରାମେଶ୍ୱର ଦୟାଲ ପ୍ରଜାପତଙ୍କ ଝିଅ ଦିପିକାଙ୍କ ବିବାହ କମଲ ସିଂ ପ୍ରଜାପତଙ୍କ ପୁଅ ତହସିଲ ମୁଣ୍ଡାବରଙ୍କ ସହ ହେବାକୁ ସ୍ଥିର ହୋଇଥିଲା । ବାହାଘର ଦିନ ସମସ୍ତେ ଖୁସିରେ ଥାନ୍ତି । ବର ମଧ୍ୟ ରୋଶଣି କରି କନ୍ୟା ଘରକୁ ଯିବାକୁ ବାହାରିଛି । ହେଲେ ଏହି ସମୟ ମଧ୍ୟରେ ବର କରୋନା ପଜିଟିଭ ରିପୋର୍ଟ ଆସି ପହଞ୍ଚିଲା । ଏହି ଘଟଣା ସତେ ଯେମିତି ଏକ ଖୁସିର ମାହୋଲରେ ଅନ୍ଧକାରର କଳା ବାଦଲ ହୋଇ ମାଡିଆସିଲା । ଏହାକୁ ନେଇ ସମସ୍ତେ ଚିନ୍ତାରେ ପଡିଗଲେ ।

ଏହି ଘଟଣା ପରେ ପ୍ରଶାସନ ବର-କନିଆଁଙ୍କ ଘର ଲୋକଙ୍କୁ କୋଭିଡ ଗାଇଡଲାଇନ ପାଳିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ବର ସହ ୫ ଜଣଙ୍କୁ ଯିବାକୁ ଅନୁମତି ମିଳିଥିଲା । ଆଉ ବର କନିଆଁକୁ ପିପିଇ କିଟ ପିନ୍ଧିବାକୁ କୁହାଯାଇଥିଲା ।
ଶେଷରେ ପ୍ରଶାସନର ଗାଇଡଲାଇନ ମାନି ବାହାଘର ଆରମ୍ଭ ହେଲା । ପିପିଇ କିଟ୍ ପିନ୍ଧି କନିଆଁ ଘରକୁ ଆସିଲା ବର । ବ୍ରାହ୍ମଣଙ୍କ ସହ ଅନ୍ୟ ବନ୍ଧୁବାନ୍ଧବ ମଧ୍ୟ ପିପିଇ କିଟ ପିନ୍ଧିଥିଲେ । ଆଉ କରୋନା ମହାମାରୀର କାୟାକୁ ଏଡାଇ କନିଆଁ ମଥାରେ ସିନ୍ଦୂର ଦେଇ ତାକୁ ସାତ ଜନ୍ମର ସାଥୀ କରିଥିଲେ ବର ।

ଶେଷରେ କୋଭିଡ ଗାଇଡଲାଇନ ମଧ୍ୟରେ ସରିଥିଲା ବାହାଘର । ଆଉ ବାହାଘର ଶେଷ ହେବା ପରେ ବରକୁ କ୍ୱାରେଣ୍ଟାଇନ ସେଣ୍ଟରକୁ ପଠାଯାଇଥିଲା । ଏଠାରେ କରୋନା ଭଳି ଭୟଙ୍କର ମହାମାରୀ ଏହି ସାତ ଜନ୍ମର ସମ୍ପର୍କ ମଝିରେ ଫାଟ ସୃଷ୍ଟି କରିବାରେ ବିଫଳ ହୋଇଛି ।

ଏହି ଘଟଣା ନୂଆ ନୁହେଁ । ଗତ କିଛି ଦିନ ତଳେ ମଧ୍ୟ ସେହି ରାଜସ୍ଥାନରେ ଏଭଳି ଏକ ଘଟଣା ଘଟିଥିଲା । ରାଜସ୍ଥାନର ବାରାରେ ବାହାଘର ପୂର୍ବଦିନ କନିଆଁ କରୋନା ପଜିଟିଭ ଚିହ୍ନଟ ହୋଇଥିଲା । ଏହାପରେ ଉଭୟ ବର-କନିଆଁ ପିପିଇ କିଟ ପିନ୍ଧି ବାହା ହେଉଥିବା ନଜର ଆସିଥିଲେ ।

from Kanak News
via <a href="https://ifttt.com/?

ଆସିଲା ସହରୀ ଶାସନ ପରିଚାଳନା ସୂଚକାଙ୍କ ରିପୋର୍ଟ କାର୍ଡ଼ । ପ୍ରଥମ ସ୍ଥାନରେ ଓଡ଼ିଶା । ୪୦ଟି ସହର ୨୯ଟି ରାଜ୍ୟକୁ ନେଇ ଏନଜିଓ ପ୍ରଜା ଫାଉଣ୍ଡେସନର ଅଧ୍ୟୟନ 

କନକ ବ୍ୟୁରୋ : ସହରୀ ପରିଚାଳନା ସୂଚକାଙ୍କ ରିପୋର୍ଟ କାର୍ଡରେ  ଓଡିଶା ହାସଲ କରିଛି ଏକ ନମ୍ବର ।  ଏନଜିଓ ପ୍ରଜା ଫାଉଣ୍ଡେସନ ପକ୍ଷରୁ କରାଯାଇଥିବା  ସର୍ଭେରେ  ମହାରାଷ୍ଟ୍ରକୁ ପଛରେ ପକାଇ ଆଗରେ ରହିଛି ଓଡିଶା । ଦେଶର ବଛା ବଛା ୪୦ ସହର ଓ ୨୯ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳରେ  ୩ ବର୍ଷ ଧରି ପ୍ରଜା ଫାଉଣ୍ଡେସନ ପକ୍ଷରୁ ଏଭଳି ଅଧ୍ୟୟନ କରାଯାଇଥିଲା ।

ସହର ପ୍ରଶାସନକୁ ସଶକ୍ତ କରିବା, ନାଗରିକ ସଶକ୍ତିକରଣ  ଓ ଆର୍ଥିକ ସଶକ୍ତୀକରଣ ଭଳି ବିଭିନ୍ନ ପ୍ରସଙ୍ଗ ଆଧାରରେ ରାଜ୍ୟଗୁଡିକର ଏଭଳି ରିପୋର୍ଟକାର୍ଡ ପ୍ରକାଶ ପାଇଛି ।  ଓଡିଶା ୫୬ ଦଶମିକ ୮୬ ପ୍ରତିଶତ ସହ ପ୍ରଥମ ସ୍ଥାନରେ ଥିବାବେଳେ  ମହାରାଷ୍ଟ୍ର  ୫୫ ଦଶମିକ ୧୫ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛି ।

ଏହି ରିପୋର୍ଟ କାର୍ଡରେ ଛତିଶଗଡ ତୃତୀୟ, କେରଳ ଚତୁର୍ଥ ଓ ମଧ୍ୟପ୍ରଦେଶ ପଂଚମ ସ୍ଥାନରେ ଅଛନ୍ତି । ତେବେ ସାମଗ୍ରିକଭାବେ ଦେଖିଲେ , କୌଣସି ରାଜ୍ୟ ୫୭ ପ୍ରତିଶତରୁ ଅଧିକ ସ୍କୋର କରିନାହାନ୍ତି ।  ତେଣୁ ସହରୀ ଶାସନରେ ସଂସ୍କାର ଓ ସଶକ୍ତିକରଣର ଆବଶ୍ୟକତା ରହିଛି ବୋଲି ପ୍ରଜା ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି ।  ଏହି ସର୍ଭେରେ ୨୦ରୁ କମ ସ୍କୋର ରଖିଥିବା ରାଜ୍ୟଗୁଡିକ ହେଲା ଝାଡଖଣ୍ଡ, ଅରୁଣାଚଳ ପ୍ରଦେଶ, ମେଘାଳୟ , ମଣିପୁର ଓ ନାଗାଲାଣ୍ଡ ।

from Kanak News
via <a href="https://ifttt.com/?

ଡିସେମ୍ବର ୧୪ରେ ଦେଶବ୍ୟାପୀ ପୁଣି ହେବ ଆନ୍ଦୋଳନ । ପୂରା ଦେଶରେ ଧାରଣା, ପ୍ରତିବାଦ ପାଇଁ ଚାଷୀ ସଂଗଠନ ଦେଲା ଡାକରା ।

କନକ ବ୍ୟୁରୋ : ତେଜୁଛି କୃଷି ଆନ୍ଦୋଳନ । ଆଜି ସରକାରଙ୍କ ପ୍ରସ୍ତାବକୁ ନା ମଞ୍ଜୁର କରିଛନ୍ତି କୃଷକ ସଂଗଠନ । ସରକାରଙ୍କ ପ୍ରସ୍ତାବକୁ ଖାରଜ କରିବା ସହ ଡିସେମ୍ବର ୧୪ ତାରିଖରେ ସାରା ଦେଶରେ ଆନ୍ଦୋଳନ ପାଇଁ ଡାକରା ଦେଇଛନ୍ତି । ଏହି ଦିନ ପୂରା ଦେଶରେ ଧାରଣା ଓ ପ୍ରତିବାଦ ସହ ଜୟପୁର ଓ ଦିଲ୍ଲୀ ହାଇୱେରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଚେତାବନୀ ଦେଇଛନ୍ତି ।

ଗୋଟେ ପଟେ ସରକାରଙ୍କ ପ୍ରସ୍ତାବକୁ ଚାଷୀ ସଙ୍ଗଠନ ଖାରଜ କରିଥିବା ବେଳେ ଅନ୍ୟପଟେ ଚାଷୀ ଆନ୍ଦୋଳନ ନେଇ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ମିଳିତ ବିରୋଧୀ । କଂଗ୍ରେସ, ଏନସିପି, ସିପିଆଇ, ସିପିଆଇଏମ ସହ ବିରୋଧୀ ରାଜନୈତିକ ଦଳର ଏକ ପ୍ରତିନିଧି ଧଳ ରାଷ୍ଟ୍ରପତିଙ୍କୁ ଭେଟିଛି । ରାଷ୍ଟ୍ରପତିଙ୍କୁ ଭେଟି ରାହୁଲ ଗାନ୍ଧୀ, ଶରଦ ପାୱାରା, ସାତାରାମ ୟେଚୁରୀ କୁୃଷି ଆଇନ୍ ହଟାଇନେବାକୁ ଦାବି କରିଛନ୍ତି ।

ରାଷ୍ଟ୍ରପତିଙ୍କୁ ଭେଟିବା ପରେ ରାହୁଲ କହିଛନ୍ତି ସରକାରଙ୍କ ଉପରୁ ଭରସା ହରାଇଛନ୍ତି ଚାଷୀ । ଖୁବଶୀଘ୍ର କୃଷି ଆଇନ ପ୍ରତ୍ୟାହାର କରାଯାଉ । ପିଏମ କର୍ପୋରେଟ ବନ୍ଧୁଙ୍କୁ ଖୁସି କରାଇବାକୁ ଏ ସବୁ କରାନଯାଉ । ମୋଦି କହୁଛନ୍ତି ଏ ଆଇନ ଚାଷୀଙ୍କ ହିତ ପାଇଁ , ଯଦି ହିତ ପାଇଁ କରାଯାଇଛି ତେବେ ଆଜି ଚାଷୀ କଣ ପାଇଁ ରାସ୍ତାକୁ ଓହ୍ଲାଇଛି ।

from Kanak News
via <a href="https://ifttt.com/?

ଚାଷୀ ଆନ୍ଦୋଳନ ନେଇ ରାଷ୍ଟ୍ରପତିଙ୍କୁ ଭେଟିଲେ ମିଳିତ ବିରୋଧୀ । ରାହୁଲ ଗାନ୍ଧୀ କହିଲେ, ସରକାରଙ୍କ ଉପରୁ ଭରସା ହରାଇଛନ୍ତି ଚାଷୀ ।

କନକ ବ୍ୟୁରୋ: ଗୋଟେ ପଟେ ସରକାରଙ୍କ ପ୍ରସ୍ତାବକୁ ଚାଷୀ ସଙ୍ଗଠନ ଖାରଜ କରିଥିବା ବେଳେ ଅନ୍ୟପଟେ ଚାଷୀ ଆନ୍ଦୋଳନ ନେଇ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ମିଳିତ ବିରୋଧୀ । କଂଗ୍ରେସ, ଏନସିପି, ସିପିଆଇ, ସିପିଆଇଏମ ସହ ବିରୋଧୀ ରାଜନୈତିକ ଦଳର ଏକ ପ୍ରତିନିଧି ଧଳ ରାଷ୍ଟ୍ରପତିଙ୍କୁ ଭେଟିଛି । ରାଷ୍ଟ୍ରପତିଙ୍କୁ ଭେଟି ରାହୁଲ ଗାନ୍ଧୀ, ଶରଦ ପାୱାରା, ସାତାରାମ ୟେଚୁରୀ କୁୃଷି ଆଇନ୍ ହଟାଇନେବାକୁ ଦାବି କରିଛନ୍ତି ।

ରାଷ୍ଟ୍ରପତିଙ୍କୁ ଭେଟିବା ପରେ ରାହୁଲ କହିଛନ୍ତି ସରକାରଙ୍କ ଉପରୁ ଭରସା ହରାଇଛନ୍ତି ଚାଷୀ । ଖୁବଶୀଘ୍ର କୃଷି ଆଇନ ପ୍ରତ୍ୟାହାର କରାଯାଉ । ପିଏମ କର୍ପୋରେଟ ବନ୍ଧୁଙ୍କୁ ଖୁସି କରାଇବାକୁ ଏ ସବୁ କରାନଯାଉ । ମୋଦି କହୁଛନ୍ତି ଏ ଆଇନ ଚାଷୀଙ୍କ ହିତ ପାଇଁ , ଯଦି ହିତ ପାଇଁ କରାଯାଇଛି ତେବେ ଆଜି ଚାଷୀ କଣ ପାଇଁ ରାସ୍ତାକୁ ଓହ୍ଲାଇଛି ।

https://platform.twitter.com/widgets.js

ସେପଟେ ସରକାରଙ୍କ ପ୍ରସ୍ତାବକୁ ଚାଷୀ ସଙ୍ଗଠନ ଖାରଜ କରିବା ପରେ ପୁଣି ଆସନ୍ତା ୧୪ ତାରିଖ ଦିନ ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ଡାକରା ଦେଇଛନ୍ତିା ସାରା ଦେଶରେ ଡିସେମ୍ବର ୧୪ରେ ପୁଣି ପ୍ରତିବାଦ କରିବାକୁ ଚାଷୀ ଚେତାବନୀ ଦେଇଛନ୍ତି ।

from Kanak News
via <a href="https://ifttt.com/?

ଭାରତରେ କରୋନା ଟିକା ପ୍ରସ୍ତୁତି ବୁଲି ଦେଖିଲେ ବିଶ୍ୱର ୬୦ ଦେଶର ପ୍ରତିନିଧି । ହାଇଦ୍ରାବାଦ ଭାରତ ବାୟୋଟେକରେ ହେଲା ବୈଠକ 

କନକ ବ୍ୟୁରୋ : ଭାରତରେ କେମିତି ଚାଲିଛି କରୋନା ଟିକାର ପ୍ରସ୍ତୁତି କାମ । ସ୍ଥିତି ଦେଖିବାକୁ ଭାରତରେ ଆଜି ପହଁଚିଛନ୍ତି ସାରା ବିଶ୍ୱର ୬୪ ଦେଶର ରାଷ୍ଟ୍ରଦୂତ । ବିଶ୍ୱର ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଆଜି ହାଇଦ୍ରାବାଦରେ ପହଁଚି ଭାରତ ବାୟୋଟେକରେ ଟିକା ପ୍ରସ୍ତୁତି ଦେଖିଛନ୍ତି । ଏହି ଟିମ୍ ହାଇଦ୍ରାବାଦ୍ ସ୍ଥିତ ଭାରତ ବାୟୋଟେକ୍ ଆଣ୍ଡ୍ ବାୟୋଲଜିକାଲ୍ ଇ ବୁଲି ଦେଖିଛନ୍ତି ।

ଭାରତରେ କରୋନା ଟିକା ଉତ୍ପାଦନ କ୍ଷେତ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି ଭାରତ ବାୟୋଟେକ୍ । ବର୍ତମାନ ଭାରତରେ ପ୍ରାୟ ୬ଟି କରୋନା ଟିକାର ପ୍ରସ୍ତୁତି କାମ ଚାଲିଛି । ଭାରତ ବାୟୋଟେକ୍ କୋଭାକ୍ସିନ୍ ନାମକ କରୋନା ଟିକା ମଧ୍ୟ ପ୍ରସ୍ତୁତି କରୁଛି । ଏହାର ଏବେ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଚାଲିଛି । ଏହି ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଜିସିଜିଆଇକୁ ଅନୁମତି ମାଗିଛି ଭାରତ ବାୟୋଟେକ୍ । ଏପରି ସ୍ଥିତିରେ ୬୪ ଦେଶର ରାଷ୍ଟ୍ରଦୂତ ହାଇଦ୍ରାବାଦ ସ୍ଥିତ ଟିକା ପ୍ରସ୍ତୁତକାରୀ କମ୍ପାନୀରେ ଟିକା ପ୍ରସ୍ତୁତିର ସାକ୍ଷୀ ବନିବେ ।

ବର୍ତମାନ ଭାରତ ବିଶ୍ୱରେ ଫାର୍ମା ଟିକା ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ ଦେଶ ମଧ୍ୟରେ ଆଗୁଆ ରହିଛି । କରୋନା ଟିକା ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଭାରତ ଏକ ବଡ ଭୂମିକା ନିଭାଇବ ବୋଲି କୁହାଯାଉଛି । ସେପଟେ ଦେଶରେ କରୋନା ଟିକାର ସଂରକ୍ଷଣ ନେଇ ୨୯ ହଜାର କୋଲ୍ଡ ଚେନ୍ ବ୍ୟବସ୍ଥା କରୁଛନ୍ତି ସରକାର । ଯେଉଁଥିରେ ୮୫ ହଜାର ୬୮୩ଟି ଉପକରଣରେ ଟିକାକୁ ରଖିବାକୁ ବ୍ୟବସ୍ଥା କରାଯାଉଛି ।

ପ୍ରଥମ ପର୍ଯ୍ୟାୟ ଟିକାକରଣରେ ପ୍ରାୟ ୩ କୋଟି ସ୍ୱାସ୍ଥ୍ୟ କର୍ମୀ ଓ ଏଦିଗରେ କାମ କରୁଥିବା ଆଗୁଆ ସ୍ୱେଛାସେବୀଙ୍କୁ ମଧ୍ୟ ପ୍ରସ୍ତୁତ କରାଯାଉଛି । ପ୍ରଥମ ଦଫାରେ ଭାରତ ସରକାର ପ୍ରାୟ ୩୦ କୋଟି ଲୋକଙ୍କ ନିକଟରେ ଟିକା ପହଁଚାଇବା ପାଇଁ ଡିଜିଟାଲ୍ ପ୍ଲାଟଫର୍ମ ମଧ୍ୟ ପ୍ରସ୍ତୁତ କରୁଛନ୍ତି । ଟିକାକରଣ ସହଜ କରିବାକୁ ଆଗୁଆ ଡାଟାବେସ୍ ମଧ୍ୟ ପ୍ରସ୍ତୁତ କଲେଣି ସରକାର । ଏସବୁର ବ୍ୟବସ୍ଥା ୬୪ ଦେଶର ପ୍ରତିନିଧି ମଧ୍ୟ ଦେଖିଛନ୍ତି । ସମସ୍ତ ବ୍ୟବସ୍ଥା ଦେଖିବା ପରେ ଭାରତରେ ଟିକା ପ୍ରସ୍ତୁତି ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ବିଭିନ୍ନ ଦେଶର ରାଷ୍ଟ୍ରଦୂତ ।

from Kanak News
via <a href="https://ifttt.com/?

ପରୀ ପାଇଁ ଦିଲ୍ଲୀ ଏନସିପିସିଆରରେ ହାଜର ହେଲେ ନୟାଗଡ ଏସପି ଓ ଜିଲ୍ଲାପାଳ । ଭିଡିଓ କନଫରେନ୍ସିରେ ରଖିଲେ ମତ । ପରୀର ହାଡରୁ ସୁରାକ୍ ଖୋଜିବାକୁ ଚାଲିଛି ଉଦ୍ୟମ

କନକ ବ୍ୟୁରୋ : ପରୀ ହତ୍ୟା ମାମଲା । ଏହି ମାମଲାରେ ଦିଲ୍ଲୀ ଏନସିପିସିଆରରେ ହାଜର ହୋଇଛନ୍ତି ନୟାଗଡ ଏସପି ଓ ଜିଲ୍ଲାପାଳ । ଭିଡିଓ କନଫରେନ୍ସିରେ ହାଜର ହୋଇ ଆଜି ଦିଲ୍ଲୀ ଏମସିପିସିଆରରେ ଆଜି ମତ ରଖିଛନ୍ତି ଜିଲ୍ଲାପାଳ ଓ ଏସପି । ଏହି ମାମଲାରେ ଏବେ ଏସଆଇଟି କରୁଛି ଅଧିକ ଖୋଳତାଡ । ପରୀର ହାଡରୁ ସୁରାକ୍ ଖୋଜିବାକୁ ଚାଲିଛି ଉଦ୍ୟମ ।

ସେପଟେ ପରୀ ପାଇଁ ରାଜନୀତି ଜୋର ଧରିଛି । ଆସନ୍ତା ୨୧ ତାରିଖରେ ପରୀକୁ ନ୍ୟାୟ ଦେବା ପାଇଁ ବିଜେପି ପଦଯାତ୍ରା କରିବ । ଭୁବନେଶ୍ୱରରୁ ଏହି ପଦଯାତ୍ରା ବାହାରି ନୟାଗଡର ଯଦୁପୁର ଯିବ । ଏହାପୂର୍ବରୁ ରାଜ୍ୟର ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବି ପଦଯାତ୍ରା ହେବ । ସେପଟେ ପରୀ ପାଇଁ ବିଜେପିର ପଦଯାତ୍ରାକୁ ସ୍ୱାଗତ କରିଛି କଂଗ୍ରେସ । କଂଗ୍ରେସ ନେତା ପ୍ରଦୀପ ମାଝି କହିଛନ୍ତି, ଏହାଦ୍ୱାରା ସରକାରଙ୍କ ଉପରେ ଚାପ ସୃଷ୍ଟି ହେବ ଓ ପରୀକୁ ନ୍ୟାୟ ମିଳିବ । କଂଗ୍ରେସ ବି ଆନ୍ଦୋଳନକୁ ଜୋରଦାର କରିବ ବୋଲି କହିଛନ୍ତି ପ୍ରଦୀପ ମାଝି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started