ମାଲାକନଗିରି କାଲିମେଳାରେ ୯୦ ଟଙ୍କା ଟପିଲା ପେଟ୍ରୋଲ ଦର । ହୁ ହୁ ହୋଇ ବଢୁଛି ତେଲ ଦର, ଚିନ୍ତାରେ ଖାଉଟି । ପରିବହନ ମନ୍ତ୍ରୀ କହିଲେ ତେଲ ଦର ବଢିଲେ ବଢିବ ଯାତ୍ରୀ ଭଡା 

କନକ ବ୍ୟୁରୋ : ମାଲକାନଗିରିରେ ପେଟ୍ରୋଲ ଟପିଲା ୯୦ ଟଙ୍କା । ଜିଲ୍ଲାର କାଲିମେଳା ପରି ଏକ ଉପାନ୍ତ ତଥା ପଛୁଆ ଅଂଚଳରେ ଏବେ ପେଟ୍ରୋଲ ଦର ଆକାଶଛୁଆଁ ହୋଇଛି  । ଆଜି କାଲିମେଳାରେ ପେଟ୍ରୋଲ ଲିଟର ୯୦ ଟଙ୍କା ୯୪ ପଇସାରେ ପହଁଚି ଯାଇଥିବାବେଳେ ଡ଼ିଜେଲ ଦର ଲିଟର ପ୍ରତି ୮୬ ଟଙ୍କା ୮୧ ପଇସା ରହିଛି ।

କାଲିମେଳା ବ୍ଲକରେ ଥିବା ଏହି ଏକମାତ୍ର ଭାରତ ପେଟ୍ରୋଲିୟମ ଟାଙ୍କିରେ ଏହି ତେଲ ଦର ଏବେ ବୃଦ୍ଧି ପାଇଥିବାରୁ ଖାଉଟୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । କେନ୍ଦ୍ର ସରକାର ତୁରନ୍ତ ତେଲ ଦର ହ୍ରାସ କରିବାକୁ ଖାଉଟୀମାନେ ଦାବି କରିଛନ୍ତି । ବିଶାଖାପାଟଣା ଓ ପାରୀଦୀପ ଡ଼ିପୋରୁ ଏଠାକୁ ତେଲ ଆସୁଥିବାରୁ ତେଲଦର ବୃଦ୍ଧି ପାଉଥିବାର କୁହାଯାଇଛି ।

from Kanak News
via <a href="https://ifttt.com/?

ଅପେକ୍ଷାର ଘଟିଲା ଅନ୍ତ, ସରକାରଙ୍କ ଲିଖିତ ପ୍ରସ୍ତାବକୁ କୃଷକ କଲେ ଖାରିଜ୍ । ଏବେ ଦିଲ୍ଲୀରେ ହେବ ଘମାଘୋଟ ଲଢେଇ

କନକ ବ୍ୟୁରୋ : ପ୍ରଥମେ ସରକାରଙ୍କ ତରଫରୁ କୃଷକ ମାନଙ୍କ ସହ ହେବାକୁ ଥିବା ବୈଠକ ବାତିଲ କଲେ । ଓ ପରେ ସରକାର ଆଇନରେ କ’ଣ କ’ଣ ସଂଶୋଧନ କରିପାରିବେ ସେନେଇ ପ୍ରସ୍ତାବ ଦେଲେ । ହେଲେ ସରକାରଙ୍କ ପ୍ରସ୍ତାବକୁ ସିଧା ସଳଖ କୃଷକ ସଂଗଠନ ମାନେ ଖାରିଜ୍ କରିଦେଇଛନ୍ତି ।

କୃଷକ ମାନେ ସେମାନଙ୍କ ଦାବିରେ ଅଟଳ ରହିଛନ୍ତି । ନୂତନ କୃଷି ଆଇନ ସଂପର୍କରେ ଆଜି କେନ୍ଦ୍ରସରକାରଙ୍କ ପକ୍ଷରୁ କୃଷକ ନେତା ମାନଙ୍କ ନିକଟକୁ ଆଇନରେ ସଂଶୋଧନ ନିମନ୍ତେ ପଠାଯାଇଥିବା ୫ ଟି ପ୍ରସ୍ତାବକୁ ଖାରିଜ କରିଛନ୍ତି । ଏହାସହ କେନ୍ଦ୍ର ସରକାର ନୂତନ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ କୃଷକ ମାନେ ଅଟଳ ରହିଛନ୍ତି । ଆଇନ ପ୍ରତ୍ୟାହାର ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସରକାରଙ୍କୁ ଚରମବାଣୀ ଶୁଣାଇ ଦେଇଛନ୍ତି ।

ସରକାରଙ୍କ ପକ୍ଷରୁ କୃଷକ ମାନଙ୍କୁ ଦିଆଯାଇଥିବା ୫ ଟି ପ୍ରସ୍ତାବ ମଧ୍ୟରେ (୧) ଏମଏସପିରେ କୌଣସି ପରିବର୍ତ୍ତନ ହେବ ନାହିଁ, ପୂର୍ବଭଳି ଏମଏସପି ଜାରି ରହିବ, (୨) ଏପିଏମସିକୁ ବା ମଣ୍ଡି ବ୍ୟବସ୍ଥା ଚାଲୁ ରହିବ ଓ ପୂର୍ବ ଠାରୁ ଏହି ମଣ୍ଡି ବ୍ୟବସ୍ଥାକୁ ଆହୁରି ସୁଦୃଢ କରାଯିବ, (୩) ଶଷ୍ୟ କିଣିବାକୁ ଚାହୁଁଥିବା ଘରୋଇ କମ୍ପାନୀ ମାନଙ୍କୁ ପଞ୍ଜିକରଣ କରିବାକୁ ପଡିବ, (୪) ଚୁକ୍ତି ଭିତ୍ତିକ ଚାଷ ବେଳେ କୌଣସି ଅସୁବିଧା ଦେଖାଦେଲେ ଚାଷୀ କୋର୍ଟକୁ ଯାଇପାରିବ ଏହାସହ ଚୁକ୍ତି ଭିତ୍ତିକ ଚାଷକୁ ନେଇ ଉପୁଜୁଥିବା ବିବାଦର ସମାଧାନ ପାଇଁ ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ କରାଯିବ, (୫) ଘରୋଇ ଭାବେ ଶଷ୍ୟ କିଣୁଥିବା କମ୍ପାନୀ ମାନଙ୍କ ଠାରୁ ଟିକସ୍ ଆଦାୟ କରାଯିବ । କୃଷକମାନଙ୍କର ‘ଭାରତ ବନ୍ଦ’ ଡାକରା ପରେ କେନ୍ଦ୍ର ସରକାର ଓ କୃଷକ ନେତାମାନଙ୍କ ମଧ୍ୟରେ ମଙ୍ଗଳବାର ରାତିରେ ବସିଥିବା ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା ସରକାର କୃଷି ଆଇନ ଉଚ୍ଛେଦ ସପକ୍ଷରେ ନ ଥିବା ସ୍ପଷ୍ଟ କରିବା ସହ ଆଇନରେ ସଂଶୋଧନ ଲାଗି ଲିଖିତ ପ୍ରସ୍ତାବ ପଠାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ତଦନୁଯାୟୀ ଏହି ପ୍ରସ୍ତାବଗୁଡ଼ିକ କୃଷକନେତାମାନଙ୍କ ନିକଟକୁ ପଠାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଦେଶରେ କୃଷକମାନଙ୍କ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଥିବା ବେଳେ ଗତକାଲି (ମଙ୍ଗଳବାର) ରାତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ କୃଷକ ନେତାଙ୍କ ଆଲୋଚନା ଅନୁସାରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ବିବାଦୀୟ କୃଷି ଆଇନରେ ସଂଶୋଧନ ପାଇଁ ପାଞ୍ଚଟି ପ୍ରସ୍ତାବ ଆଜି ଆନ୍ଦୋଳନରତ କୃଷକ ନେତାମାନଙ୍କ ନିକଟକୁ ପଠାଇଥିଲେ।
ହେଲେ ସରକାରଙ୍କ ଏହି ପ୍ରସ୍ତାବକୁ କୃଷକ ମାନେ ଖାରଜ କରିଛନ୍ତି । ସେମାନେ ଏବେ ଆନ୍ଦୋଳନକୁ ଜୋରଦାର କରିବା ସହ ଉତ୍ତରପ୍ରଦେଶରୁ ଦିଲ୍ଲୀ ସଂଯୋଗ କରୁଥିବା ୮ ନମ୍ବର ରାଜପଥକୁ ବନ୍ଦ କରିବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି ।

from Kanak News
via <a href="https://ifttt.com/?

କୋଣାର୍କ ଭଳି ଭିତରକନିକା, ସାତକୋଶିଆରେ ହେଉଛି ଇକୋ-ରିଟ୍ରିଟ୍ । ଫେବ୍ରୁଆରୀ ୨୮ ଯାଏଁ ମିଳିବ ସେବା । ହୀରାକୁଦ ଓ ଦାରିଙ୍ଗବାଡିରେ ବି ମଜା ନେବେ ପର୍ଯ୍ୟଟକ

କନକ ବ୍ୟୁରୋ : ଆଜିଠାରୁ ଭିତରକନିକାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଇକୋ ରିଟ୍ରେଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସି ଜରିଆରେ ଏହାକୁ ଉଦଘାଟନ କରିଛନ୍ତି । ଆଜି ଠାରୁ ୩ ମାସ ପର୍ଯ୍ୟନ୍ତ ଚାଲିବ ଏହି କାର୍ଯ୍ୟକ୍ରମ । ରାଜ୍ୟର ୫ଟି ପର୍ଯ୍ୟଟନ ସ୍ଥାନରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏହି ଇକୋ-ରିଟ୍ରିକ୍ କରାଯାଇଛି । କୋଣାର୍କ ପରେ ଭିତରକନିକା, ସାତକୋଶିଆ ଗଣ୍ଡ, ହୀରାକୁଦ ଓ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ମହାନଦୀ କୂଳରେ ଥିବା ସାତକୋଶିଆ ଗଣ୍ଡରେ ହୋଇଛି ଇକୋ-ରିଟ୍ରିଟ୍ । କଟକ ଜିଲ୍ଲା ନରସିଂହପୁର କମଳାଡିହ ଗ୍ରାମ ପଂଚାୟତ ବାଲିପୁଟର ମହାନଦୀ କୂଳରେ ରହିଛି ଏହି ସାତକୋଶିଆ ଗଣ୍ଡ । ଏଠାରେ ଚଳିତବର୍ଷ ନୂତନ ଭାବେ ଇକୋ-ରିଟ୍ରିଟର ଶୁଭାରମ୍ଭ ହୋଇଛି । କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଚନ କରିଛନ୍ତି ।

ଗତବର୍ଷ କୋଣାର୍କ ଚନ୍ଦ୍ରଭାଗାରେ ଇକୋ-ରିଟ୍ରିଟ ଆରମ୍ଭ ହୋଇଥିଲା । ଚଳିତବର୍ଷ ଏହା କୋଣାର୍କ ସମେତ ସାତକୋଶିଆ, ହୀରାକୁଦ, ଭିତରକନିକା ଓ ଦାରିଙ୍ଗବାଡିରେ ମଧ୍ୟ ଆରମ୍ଭ ହୋଇଛି । ମହାନଦୀର ବାଲିପୁଟରେ ୨୫ଟି କଟେଜର ବ୍ୟବସ୍ଥା କରାଯାଇଛି । ଆଜି ଏହାର ଭର୍ଚୁଆଲ ଉଦଘାଟନ ହୋଇଛି । ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଇକୋ-ରିଟ୍ରିଟ ପାଇଁ ଅନଲାଇନରେ ବୁକିଂ କରିହେବ । ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଯୁଦ୍ଦକାଳୀନ ଭିତିରେ ଏହି ସେବାର ଆରମ୍ଭ କରାଯାଇଛି ।

from Kanak News
via <a href="https://ifttt.com/?

ସନ୍ତାନ ଭଳି ଗଛର ନେଉଛନ୍ତି ଯତ୍ନ । ପ୍ରତିବର୍ଷ ଗଛ ଲଗାଇବା ସହ ପ୍ରଥମାଷ୍ଟମୀରେ କରୁଛନ୍ତି ପଢୁଆଁ 

କନକ ବ୍ୟୁରୋ : ଗଛ ଯାହାଙ୍କ ପାଇଁ ସନ୍ତାନ ଠାରୁ ଅଧିକ । ୪୬ବର୍ଷ ଧରି ସେ ଅସଂଖ୍ୟ ଗଛ ଲଗାଇବା ସହ ଗଛର ଯତ୍ନ ନେଉଛନ୍ତି ।ପ୍ରତିବର୍ଷ ପ୍ରଥମାଷ୍ଟମୀରେ ସଗଛମାନଙ୍କୁ ନୂଆକନା ବାନ୍ଧି ପଢୁଆଁ କରିଥାନ୍ତି  । ଆସନ୍ତୁ ଜାଣିବା ଅଳତୀର ଗଛ ମଣିଷ ଘନଶ୍ୟାମ ସାହୁଙ୍କ ସମ୍ପର୍କରେ ।

ପଢୁଆଁ ହେବ ଗଛ । ପ୍ରଥମାଷ୍ଟମୀରେ ଘରେ ପୂଜା କରିବା ପରେ ଥାଳିରେ ଫୁଲ, ଚନ୍ଦନ, ସିନ୍ଦୁର, ନୂଆ ବସ୍ତ୍ର ଧରି ଗଛ ପୂଜା କରିବାକୁ ବାହିଛନ୍ତି ଏହି ବୃଦ୍ଧ ଦମ୍ପତି । ନିଜେ ଲଗାଇଥିବା ଗଛକୁ ପଢୁଆଁ କରିବା ପାଇଁ ସ୍ତ୍ରୀଙ୍କୁ ସାଥିରେ ଧରି ଘରୁ ବାହାରିଛନ୍ତି କେନ୍ଦୁଝର ଘସିପୁରା ବ୍ଲକ ଅଳତୀ ଗାଁର ଘନଶ୍ୟାମ ସାହୁ ।

ରାସ୍ତାଘାଟ ସବୁଠି ଗଛରେ ଚନ୍ଦନ, ସିନ୍ଦୁର, ଫୁଲ ଦେଇ, ନୂଆକଲା ପିନ୍ଧାଇ ପଢୁଆଁ କରିଥାନ୍ତି ଘନଶ୍ୟାମ । ୧୯୭୮ ମସିହାରୁ ରାସ୍ତାକଡ, ପୋଖରୀ ତୁଠ, ଗାଁ ଦାଣ୍ଡ ଓ ସ୍କଲ ପରିସରରେ ଗଛ ଲଗାଇ ଗଛ ମଣିଷ ଭାବେ ପରିଚିତ ଘନଶ୍ୟାମ ।

ଜନ ସଚେତନତା ପାଇଁ ପ୍ରତିବର୍ଷ ଗଛ ବାହାଘର କରିଥାନ୍ତି ଗଛ ମଣିଷ ଘନଶ୍ୟାମ । ଏଥିପାଇଁ ତାଙ୍କୁ ସରକାରୀ ଓ ବେସରକାରୀ ଭାବେ ଅନେକ ସ୍ଥାନରେ ସମ୍ମାନିତ କରାଯାଇଛି ।

from Kanak News
via <a href="https://ifttt.com/?

କରୋନା ରୋଗୀଙ୍କ ଘର ଆଗରେ ଲାଗିପାରିବନି କୋଭିଡ୍ ପୋଷ୍ଟର । ସାମାଜିକ କଳଙ୍କର କାରଣ ସାଜୁଥିବାରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ।

କନକ ବ୍ୟୁରୋ: ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ନଥିଲେ କୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ସରକାର କୋଭିଡ୍‌-୧୯ ରୋଗୀଙ୍କ ଘର ବାହାରେ ପୋଷ୍ଟର ଲଗାଇ ପାରିବେ ନାହିଁ ବୋଲି ଦେଶର ଶୀର୍ଷ ଅଦାଲତ ସୁପ୍ରିମକୋର୍ଟ ଆଜି ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍‌ ଅଶୋକ ଭୂଷଣ, ଜଷ୍ଟିସ୍‌ ଆର ସୁଭାଷ ରେଡ୍ଡୀ ଓ ଜଷ୍ଟିସ୍‌ ଏମଆର ଶାହାଙ୍କୁ ନେଇ ଗଠିତ ଏକ ତିନିଜଣିଆ ଖଣ୍ଡପୀଠ ଆଜି (ବୁଧବାର) ଏ ସଂକ୍ରାନ୍ତରେ ଆଗତ ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ କୋଭିଡ୍‌-୧୯ ରୋଗୀଙ୍କ ଘର ବାହାରେ ପୋଷ୍ଟର ଲଗାଇବା ଫଳରେ ତାହା ସେମାନଙ୍କ ପାଇଁ ଏକ ସାମାଜିକ କଳଙ୍କର କାରଣ ହେଉଛି। ଏଥିସହ ଏପରି କରିବା ଦ୍ୱାରା ରୋଗୀର ଗୋପନୀୟତା ଅଧିକାର ମଧ୍ୟ କ୍ଷୁର୍ଣ୍ଣ ହେଉଛି।

ଶୁଣାଣି କାଳରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ରେ ଏପରି କୌଣସି ପ୍ରସ୍ତାବ ଦିଆଯାଇ ନଥିଲା; ତେବେ ନିଜ ନିଜ ଅଞ୍ଚଳରେ କୋଭିଡ୍‌-୧୯ ସଂକ୍ରମଣ ବିସ୍ତାରକୁ ରୋକିବା ପାଇଁ କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିଜେ ଏହାକୁ କାର୍ୟ୍ୟକାରୀ କରିଥାଇ ପାରନ୍ତି ବୋଲି ତୁଷାର ମେହେଟ୍ଟା କୋର୍ଟଙ୍କୁ କହିଥିଲେ। ଏହା ଶୁଣିବା ପରେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ନଥିଲେ କୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ସରକାର କୋଭିଡ୍‌-୧୯ ରୋଗୀଙ୍କ ଘର ବାହାରେ ପୋଷ୍ଟର ଲଗାଇ ପାରିବେ ନାହିଁ ବୋଲି କୋର୍ଟ ରାୟ ଶୁଣାଇଛନ୍ତି।

from Kanak News
via <a href="https://ifttt.com/?

ଗାଁ କମିଟିର ଅଜବ ନିଷ୍ପତି । ସରକାରୀ ଜମିରୁ ଦୋକାନ ଘର ନଭାଙ୍ଗିବାରୁ ସାମାଜିକ ବାସନ୍ଦ ନିଷ୍ପତି ନେଇଛି ଗାଁ କମିଟିର କଙ୍ଗାରୁ କୋର୍ଟ । 

କନକ ବ୍ୟୁରୋ : ଗ୍ରାମବାସୀଙ୍କ ନିଷ୍ପତି କୁ ଗ୍ରହଣ ନ କରିବାରୁ ସାମାଜିକ ବାସନ୍ଦର ଶିକାର ହୋଇଛନ୍ତି ଚାରି ପରିବାର, ଏହି ଚାରି ପରିବାର ମଧ୍ୟରେ ନିର୍ବାଚିତ ୱାର୍ଡ ସଭ୍ୟ ମଧ୍ୟ ଅଛନ୍ତି, ପରିବାରର କୌଣସି ସଦସ୍ୟ ଏପରିକି ସାନ ସାନ ଛୁଆଙ୍କ ସହ ଗ୍ରାମର କୌଣସି ବ୍ୟକ୍ତି କଥା ହେବେ ନାହି, କୌଣସି ଦୋକାନୀ ସଉଦା ଦେବେ ନାହି, ସେଲୁନରେ ଚୁଟି କାଟି ପାରିବେ ନାହି ଏହିପରି ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଲଗାଯାଇଛି, ଯଦି ଗ୍ରାମର କେହି ଏହି ନିଷ୍ପତିକୁ ଭଙ୍ଗ କରି ବାସନ୍ଦ ପରିବାରକୁ ସହଯୋଗ କରନ୍ତି ତେବେ ଗ୍ରାମ କମିଟିକୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼ିବ । ଏହି ପ୍ରକାର କୁତ୍ସିତ ପରମ୍ପରା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ୟୁଭି ୧୧ ନାୟକଗୁଡା ଗାଁରେ ।

ସରକାରୀ ଜମିରୁ ଦୋକାନ ନଭାଙ୍ଗିବାରୁ ସାମାଜିକ ବାସନ୍ଦ କଲା ଗାଁ କମିଟି । ନିସଙ୍ଗ ଜୀବନ ବିତାଉଛନ୍ତି ୪ଟି ପରିବାର । ନବରଙ୍ଗପୁର ଉମରକୋଟ ବ୍ଲକ ୟୁଭି ୧୧ ନାୟକଗୁଡା ଗାଁର ସୀମାରେ ଥିବା ସରକାରୀ ଜମିରେ ଦୋକାନ କରି ପେଟ ପୋଷୁଛନ୍ତି କିଛି ବ୍ୟକ୍ତି । ବାସନ୍ଦ ପରିବାର ମଧ୍ୟ ଦୋକାନ କରି ଚଳୁଥିଲେ । କିନ୍ତୁ ହଠାତ ଚାରି ମାସ ତଳେ ଜାଗା ଛାଡିବାକୁ ଗ୍ରାମବାସୀ ତାଗିଦ୍ କରିଥିଲେ । ହେଲେ ସରକାରୀ ଜାଗା ଖାଲି ନକରିବାରୁ ଗ୍ରାମବାସୀ ଏମାନଙ୍କ ଦୋକାନ ଭାଙ୍ଗି ଦେଇଛନ୍ତି । ଏନେଇ କ୍ଷତିଗ୍ରସ୍ତ ପରିବାର ଥାନାରେ ଏତଲା ଦେବାରୁ ନିଆଁ-ପାଣି ବାସନ୍ଦ କରିଛି ଗାଁ କମିଟି ।

୪ଟି ପରିବାରକୁ ସରକାରୀ ଜମିରୁ ଉଚ୍ଚେଦ କରିବା କଥା ସ୍ୱୀକାର କରିଛନ୍ତି ନାୟକଗୁଡା ଗାଁ କମିଟି ସଭାପତି । ହେଲେ ସାମାଜିକ ବାସନ୍ଦ କରିବା ପ୍ରଥାକୁ ଚତୁରତାର ସହ ଏଡାଇ ଯିବାକୁ ଚେଷ୍ଟା କରିଛନ୍ତି । ଅନ୍ୟପଟେ ଏ ସମ୍ପର୍କରେ ଉମରକୋଟ ତହସିଲଦାର କହିଛନ୍ତି ସରକାରୀ ଜମିକୁ ନେଇ ନେଇ ବିବାଦ ଉପୁଜିଛି । ଆସନ୍ତା ୧୦ ତାରିଖରେ ଉଭୟ ପକ୍ଷରୁ ଆଲୋଚନା ପାଇଁ ଡକାଯାଇଥିବା ତହସିଲଦାର କହିଛନ୍ତି ।

ଆଜିର ଏହି ଡିଜିଟାଲ ଯୁଗରେ ବାସନ୍ଦ ଭଳି କୁତ୍ସିତ ପରମ୍ପରା ଯୋଗୁଁ ୪ଟି ପରିବାରର ବୟସ୍କ ଓ ପିଲାଛୁଆ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

from Kanak News
via <a href="https://ifttt.com/?

ସକାଳର ସବାରୀରେ ଶୀତ ଆସିଛି ସୋନପୁର… ଶୀତ ଏଠି ଚା’ ପିଉଛି, କୁହୁଡି ଏଠି କବିତା ଲେଖୁଛି… ସୁବର୍ଣ୍ଣପୁରର ଶୀତଳ ସ୍ପର୍ଶ ଭାରି ରୋମାଣ୍ଟିକ ରୋମାଣ୍ଟିକ ଲାଗୁଛି…

କନକ ବ୍ୟୁରୋ: ଶୀତ କଥା ଶୁଣିଲେ ଦେହ ଖୋଜେ ସ୍ୱେଟର, ଓଠ ଖୋଜେ ଉଷୁମା ଚା । ଆଖି ସାମ୍ନାରେ ନାଚି ଯାଏ ଗୋଟେ କୁହୁଡିଆ ଆକାଶ, ଆଉ କାକର ଭିଜା ଶୀତୁଆ ସକାଳ । ଶୀତକୁ ନେଇ କେତେ କେତେ କଥା, କେତେ କେତେ ସାଇତା ସ୍ମୃତି । ଶୀତ ସିନା ସମାନ ହେଲେ ସ୍ମୃତି କିନ୍ତୁ ଅଲଗା ଅଲଗା । ଏଇ ଯେମିତି ସୋନପୁରରେ ଶୀତ ଭାରି ରୋମାଣ୍ଟିକ, ଭାରି ସୁନ୍ଦର…

ଏଠି ଚା ପିଏ ଶୀତ, ଧାନ ବିଲରେ ଧାଉଁଥାଏ ଶୀତ… ଶୀତ ବି ବୁଣେ ବୁଢୀଆଣିର ଜାଲ । ଆଉ କାକର କାଖେଇ କଙ୍କିଟିଏ ଏଠି ଲେଖୁଥାଏ ଶୀତର କବିତା । ଶୀତ ଗାଉଥାଏ, ଶୀତ ନାଚୁଥାଏ, ମହାନଦୀର କୂଳେ କୂଳେ ଶୀତ ସହର ମୁହାଁ ହେଉଥାଏ…

ସୋନପୁର ମାଟିରେ ପହିଲି ପାଦ ଥାପିଛି ଶୀତ । ସିନ୍ଦୁରା ଫାଟି ସକାଳ ହେବା ପରେ ସୂର୍ଯ୍ୟଙ୍କ ରକ୍ତିମ ଆଭାରେ ଚତୁର୍ଦ୍ଦିଗ ଚମକ୍ରାର ଦିଶୁଛି ଆଉ ଶୀତୁଆ ସକାଳର କଅଁଳ କିରଣ ମହାନଦୀ ପାଣିରେ ମାଛ ପରି ପହଁରୁଛି ଯାହାକୁ ଜାଲ ପକାଇ ଧରିବାକୁ ଚେଷ୍ଟା କରୁଛନ୍ତି ମତ୍ସ୍ୟଜୀବୀ । ଜୀବୀକା ଭିତରେ ଜୀବନକୁ ଉପଭୋଗ କରିବାକୁ ଏଠି ମତ୍ସ୍ୟଜୀବୀ ସୂର୍ଯ୍ୟଙ୍କ ସୁନେଲି କିରଣ ଧରିବାକୁ ଆହୁଲା ମାରି ଆଗକୁ ଯାଉଛି ।

ନଦୀର ସହର ସୁବର୍ଣ୍ଣପୁରକୁ ଶୀତ ଅତିଥି ହୋଇ ଆସିଥିବା ତାକୁ ସ୍ୱାଗତ କରିଛନ୍ତି ସମସ୍ତେ । କିଏ କମ୍ବଳ ଭିତରେ ଉଷୁମ ଟାଣି ୱେଲକମ୍ କହିଛି ତ କିଏ କୁହୁଡି ସହ ହାତ ମିଳାଇ ଶୀତକୁ ସ୍ୱାଗତମ୍ କହିଛି । ସକାଳେ ସକାଳେ ଘନ କୁହୁଡିରେ ରାସ୍ତାଘାଟ କିଛି ଦିଶୁ ନଥିବା ବେଳେ କୁହୁଡିଆ ରାସ୍ତାରେ କସରତ କରି ଝାଳ ବୁହାଉଛନ୍ତି ଯୁବପିଢି । ଶରୀର ଓ ମନକୁ ସୁସ୍ଥ ରଖିବାକୁ ମର୍ଣ୍ଣିଂ ୱାକ୍ ସହ ଶୀତ ସ୍ପର୍ଶ ସକାଳରେ ଶାନ୍ତି ପାଇବାକୁ ଘରୁ ବାହାରି ଆସୁଛନ୍ତି ଲୋକେ ।

ଶୀତର ଆଗମନୀରେ ସୋନପୁର ସହରରେ କୁହୁଡିର ଭିଡ, ଚାରିଆଡେ ଧୂଆଁଳିଆ ପରିବେଶ । ଘାସ ଗାଲିଚାରେ କାକର ଟୋପା ଟୋପା ବିନ୍ଦୁ, ରଙ୍ଗବେରଙ୍ଗର ଫୁଲେଇ ଫୁଲର ମୁହଁରେ ମୋତିର କାକର ବିନ୍ଦୁ ପ୍ରକୃତି ଓ ପରିବେଶର ସୁନ୍ଦରତାକୁ ଦ୍ୱିଗୁଣିତ କରୁଥିବା ବେଳେ ଗଛ ଡାଳରେ ବସି ଚଢେଇ ଗାଉଛି ସ୍ମୁତିର ସଙ୍ଗୀତ । ହଁ, ଶୀତ ସ୍ମୃତି ହୋଇଯିବ… ଫି ବର୍ଷ ସ୍ମୃତି ପାଲଟୁଛି ଏଶନ ବି ସ୍ମୃତି ସାଜିବ… ଆଉ ବସନ୍ତର ବହିରେ ଶୀତର ସ୍ମୃତି ଶୀତୁଆ ସକାଳର କଅଁଳ ଖରାର ତାତି ହୋଇ ରହିଯିବ…

from Kanak News
via <a href="https://ifttt.com/?

ଧାନ ବିକ୍ରି ପାଇଁ ସଂପର୍କୀୟ ଭରସା । ଓଡିଶାରେ ଧାନ ଏମଏସପି ଅପେକ୍ଷା ଛତିଶଗଡରେ ଅଧିକ । ତେଣୁ ସଂପର୍କୀୟଙ୍କ ସହଯୋଗରେ ପଡୋଶୀ ରାଜ୍ୟରେ ଧାନ ବିକୁଛନ୍ତି ଝାରସୁଗୁଡା ଲଖନପୁର ଅଞ୍ଚଳର ଚାଷୀ

କନକ ବ୍ୟୁରୋ : ଓଡିଶା ସୀମାକୁ ଲାଗି ଛତିଶଗଡ ସୀମା । ଛତିଶଗଡରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୫ଶହ ଟଙ୍କା ଥିବା ବେଳେ ଓଡିଶାରେ ୧୮୬୫ ଟଙ୍କା । ଫଳରେ ଛତିଶଗଡରେ ଧାନ ବିକ୍ରି କରିବା ପାଇଁ ଇଚ୍ଛା କରୁଛନ୍ତି ସୀମାନ୍ତବର୍ତୀ ଝାରସୁଗୁଡାର ଚାଷୀ ।

ଚାଷ କାମ ପାଇଁ ଉଭୟ ରାଜ୍ୟର ଚାଷୀ ସମାନ ଧରଣର ପରିଶ୍ରମ କରୁଥିବା ସହାୟକ ମୂଲ୍ୟର କମ୍-ବେଶୀକୁ ନେଇ ଛକାପଂଝା ଲାଗି ରହିଛି । ସୀମାନ୍ତବର୍ତୀ ଅଂଚଳର ଚାଷୀ ପଡୋଶୀ ରାଜ୍ୟରେ ଧାନ ବିକିବା ପାଇଁ ସଂପର୍କୀୟଙ୍କୁ ଭରସା କରୁଥିବା ସୀମାରେ କଡା ଯାଂଚ କରୁଛି ଛତିଶଗଡ ପ୍ରଶାସନ ।

from Kanak News
via <a href="https://ifttt.com/?

କେନ୍ଦ୍ରସରକାର ଆଣିଲେ ‘ପିଏମ-ବାଣୀ’ ଯୋଜନା । ଏଣିକି ସବୁ ଗାଁରେ ଖୋଲିବ ୱାଇଫାଇ କେନ୍ଦ୍ର । ଗ୍ରାମାଞ୍ଚଳରେ ସହଜରେ ଉପଲବ୍ଧ ହେବ ଇଣ୍ଟରନେଟ୍ ସେବା ।

କନକ ବ୍ୟୁରୋ : ଏଣିକି ପ୍ରତିଟି ଗ୍ରାମାଞ୍ଚଳରେ ରହିବ ୱାଇଫାଇ କେନ୍ଦ୍ର । ମାଗଣାରେ ଉପଲବ୍ଧ ହେବ ଇଣ୍ଟରନେଟ୍ ସେବା । ଏନେଇ କେନ୍ଦ୍ରସରକାର ‘ପିଏମ୍- ବାଣୀ’ ନାମରେ ଏକ ଯୋଜନା ଆଣିବାକୁ ଯାଉଛନ୍ତି । ଏହି ଯୋଜନା ମୁତାବକ ସମସ୍ତ ଗ୍ରାମାଞ୍ଚଳକୁ ମାଗଣାରେ ଇଣ୍ଟରନେଟ୍ ସେବା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି ।

ଆଜି (ବୁଧବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ରବିଶଂକର ପ୍ରସାଦ ଏହି ପିଏମ-ବାଣୀ ଯୋଜନା ସଂପର୍କରେ ସୂଚନା ଦେଇଥିଲେ । ଗ୍ରାମାଞ୍ଚଳର ଲୋକମାନେ ଯେଭଳି ସୁବିଧାରେ ଇଣ୍ଟରନେଟ୍ ପାଇପାରିବେ ସେନେଇ ଏହି ଯୋଜନା କରାଯାଉଥିବା ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ମୁତାବକ ଦେଶର ଗ୍ରାମାଞ୍ଚଳ ମାନଙ୍କରେ ୧ କୋଟି ଡାଟା ସେଣ୍ଟର ପ୍ରତିଷ୍ଠା କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରୀ କେନ୍ଦ୍ର ଶାସିତ ଅଞ୍ଚଳ ଲାକ୍ଷାଦୀପରେ କିଭଳି ଇଣ୍ଟରନେଟ୍ ସୁବିଧା ଯୋଗାଇ ଦିଆଯାଇପାରିବ ସେ ନେଇ ବି ଆଲୋଚନା ହୋଇଛି । ଲାକ୍ଷାଦୀପରେ ଅଣ୍ଡର ଗ୍ରାଉଣ୍ଡ କେବୁଲ ମାଧ୍ୟମରେ ଇଣ୍ଟରନେଟ୍ ସୁବିଧା ଯୋଗାଇ ଦେବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଛି । ଏଥିପାଇଁ ୧୦୭୨ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଂକର ପ୍ରସାଦ । ଅନ୍ୟପଟେ ଅରୁଣାଚଳ ପ୍ରଦେଶରେ କିଭଳି ୪-ଜି ସେବା ଯୋଗାଇ ଦିଆଯିବ ସେନେଇ ବି ନିଷ୍ପତ୍ତି ହୋଇଛି ।

ଏହି ପରିପେକ୍ଷୀରେ ସରକାର ପବ୍ଲିକ ଡାଟା ଅଫିସ ବା ପିଡିଓ ଖୋଲିବେ । ଏନେଇ କୌଣସି ପଞ୍ଜିକରଣର ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟ କରାଯାଇଛି । କୌଣସି ଦୋକାନ ଗୃହକୁ ଡାଟା ଅଫିସରେ ପରିଣତ କରାଯାଇ ପାରିବ ।

from Kanak News
via <a href="https://ifttt.com/?

ବିବାହରେ ଯୋଗ ଦେବାରୁ ଯାଉଥିବା ବେଳେ ଦୁର୍ଘଟଣା : କୂଅରେ ପଡ଼ି ଜୀବନ ହାରିଲେ ୬ ଜଣ

କନକ ବ୍ୟୁରୋ : ମଧ୍ୟପ୍ରଦେଶର ତ୍ରିପୁରାରେ ଏକ ଦୁଃଖଦ ଘଟଣା ଘଟିଛି। ବରଯାତ୍ରୀକୁ ନେଇ ଯାଉଥିବା ଏକ ବୋଲେରୋଟି ଭାରସାମ୍ୟ ହରାଇ କୂଅ ଭିତରରେ ପଡିଯାଇଥିଲା । ଫଳରେ ଏହି ଦୁର୍ଘଟଣାରେ ଚାଳକ ସମେତ ୬ଜଣ ବରଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ଅଛନ୍ତି । ଘଟଣାସ୍ଥଳରୁ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ମୃତକ ଚରଖାରି ଥାନା ଶ୍ୱାସା ଗାଁର ବାସିନ୍ଦା ଥିବା ବେଳେ ସେମାନଙ୍କ ନାମ ପରମଲାଲ, ଆମନା, ହରପ୍ରସାଦ, ଭୈୟାଲାଲ, ଛତ୍ରପାଳ ସିଂହ, ପନବାଡି ବୋଲି ଜଣାପଡ଼ିଛି । ସେହିପରି ୩ଜଣ ଆହତଙ୍କ ମଧ୍ୟରେ କମଳ ଅହିରଓ୍ବାର, ମଥୁରା ଅହିରଓ୍ବାର, ରାମ ରତନ ରହିଛନ୍ତି ।

ଏହି ଭୟାବହ ଦୁର୍ଘଟଣା ସମ୍ପର୍କରେ ମହାରାଜପୁର ଥାନା ପ୍ରଭାରୀ କହିଛନ୍ତି, ଉତ୍ତରପ୍ରଦେଶର ମହୋବା ଜିଲ୍ଲା ଖ୍ବାସା ମାଫ୍ ଗାଁର ଲଖନ ଅହିରଓ୍ବାରଙ୍କ ପୁଅ ମନୋଜ ଅହିରଓ୍ବାରଙ୍କ ବାହାଘର ଥିଲା । ବରଯାତ୍ରୀ ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାର ଦିଓ୍ବାନ ଜି ପୁରଭା ଗାଁକୁ ଯାଉଥିଲେ । ଗାଁର ଛତ୍ରପାଲ ସିଂଙ୍କ ପୁଅ ବିରେନ୍ଦ୍ର ସିଂ ନିଜ ଗାଡି ସହିତ ଏକ ବୋଲେରୋରେ ବରଯାତ୍ରୀଙ୍କ ସହିତ ଯାଉଥିଲେ।

କାରରେ ପ୍ରାୟ ୯ ଜଣ ବରଯାତ୍ରୀ ଥିଲେ। ରାତିରେ ଫେରିବା ବେଳେ ଗାଡି ଏକ ଖୋଲା କୂଅ ଭିତରେ ଖସି ପଡିଥିଲା । ଯାହାଫଳରେ ଡ୍ରାଇଭରଙ୍କ ସମତେ ୯ଜଣ କୂଅ ଭିତରେ ପଡିଯାଇଥିଲେ । ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣଙ୍କ ଆହତ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started