ଅନ୍ନଦାତାଙ୍କ ଆନ୍ଦୋଳନକୁ ଛୁଟୁଛି ସମର୍ଥନର ସୁଅ । ପୁରସ୍କାର ଗ୍ରହଣ କରିବାକୁ ମନ୍ତ୍ରୀଙ୍କୁ ହାତଯୋଡି ମନାକଲେ କୃଷି ବୈଜ୍ଞାନିକ । କହିଲେ କୃଷି ବିରୋଧୀ ଆଇନ ପ୍ରତ୍ୟାହାର କଲେ ତାହା ହିଁ ହେବ ମୋ ପୁରସ୍କାର

କନକ ବ୍ୟୁରୋ : ଏବେ ଦେଶରେ ଚାଲିଥିବା କୃଷକ ମାନଙ୍କ ଆନ୍ଦୋଳନକୁ ଦେଶ, ବିଦେଶରୁ ସମର୍ଥନର ସୁଅ ଛୁଟିଛି । ବ୍ରିଟେନ, କାନାଡା ଆମେରିକା ଭଳି ଦେଶରୁ ଭାରତର କୃଷକ ମାନଙ୍କ ଆନ୍ଦୋଳନକୁ ସମର୍ଥନ ମିଳୁଥିବା ବେଳେ ଦେଶର କିଛି ଜଣାଶୁଣା ଲେଖକ, ରାଜନେତା ଓ ଖେଳାଳୀ କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ସେମାନଙ୍କୁ ସରକାରଙ୍କ ଦ୍ୱାରା ପ୍ରଦତ୍ତ ପୁରସ୍କାର ଫେରାଉଥିବା ଦେଖାଯାଇଛି । ଏହାରି ମଧ୍ୟରେ ଏକ ଚକିତ କରିବା ଭଳି ଖବର ଆସିଛି ପଞ୍ଜାବର ଲୁଧିଆନାରୁ । ଲୁଧିଆନା ସ୍ଥିତ ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟର ମୃର୍ତ୍ତିକା ବୈଜ୍ଞାନିକ ବୀରେନ୍ଦ୍ରପାଲ ସିଂ କୃଷକ ମାନଙ୍କ ସମର୍ଥନରେ ବାହାରିଛନ୍ତି । ତାଙ୍କୁ ଗବେଷଣା ପାଇଁ ତାଙ୍କୁ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ସଦାନନ୍ଦ ଗୌଡା ପୁରସ୍କାର ପ୍ରଦାନ କରିବାକୁ ଯାଉଥିବା ବେଳେ ସେ ମନ୍ତ୍ରୀଙ୍କୁ ହାତଯୋଡି ଏହି ପୁରସ୍କାର ଗ୍ରହଣ କରିବାକୁ ମନା କରିଦେଇଛନ୍ତି । କହିରଖୁ କି ବୀରେନ୍ଦ୍ରଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତୀୟ ଫର୍ଟିଲାଇଜର ଆସୋସିଏଶନ ପକ୍ଷରୁ ଗୋଲଡେନ୍ ଜୁବଲି ସମ୍ମାନରେ ସମ୍ମାନୀତ କରାଯିବାକୁ ଘୋଷଣା କରାଯାଇଥିଲା । ଏହାପରେ ଆୟୋଜିତ ସଭାର ମଂଚ ଉପରକୁ ଆସିଥିଲେ ବୀରେନ୍ଦ୍ରପାଲ୍ ସିଂ । ସେଠାରେ ସେ କେନ୍ଦ୍ରୀୟ ମନ୍ତ୍ରୀ ଶ୍ରୀ ଗୌଡା ଓ ଫର୍ଟିଲାଇଜର ଆସୋସିଏଶନକୁ ଧନ୍ୟବାଦ ଜଣାଇଥିଲେ । ହେଲେ ମନ୍ତ୍ରୀ ଯେତେବେଳେ ପୁରସ୍କାର ପ୍ରଦାନ କରିବାକୁ ଆସିଲେ ସେତେବେଳେ ଶ୍ରୀ ସିଂ ବିନୟ ଭାବେ ହାତଯୋଡି ପୁରସ୍କାର ଗ୍ରହଣ କରିବାକୁ ମନାକରି ଦେଇଥିଲେ । ସେ ମଂଚରେ କହିଥିଲେ କି ଅନ୍ନଦାତାଙ୍କ ଆନ୍ଦୋଳନକୁ ସେ ସମର୍ଥନ କରୁଛନ୍ତି । ତେଣୁ ସରକାରଙ୍କ ଠାରୁ ପୁରସ୍କାର ନେଲେ ତାହା କୃଷକ ମାନଙ୍କ ପ୍ରତି ଅପମାନ ହେବ । ଏହାସହ ଯାହାଙ୍କ ପାଇଁ ମୁଁ ଜୀବନସାରା ଗବେଷଣା ଚଳାଇଛି ସେମାନଙ୍କୁ ଯେତେବେଳେ ସରକାର ହକ୍ ଦେବାକୁ ରାଜି ନୁହନ୍ତି ସେତେବେଳେ ଏଗବେଷଣା କେଉଁ କାମରେ ଲାଗିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ ।

ସୂଚନା ଥାଉକି କୃଷକ ମାନଙ୍କ ଆନ୍ଦୋଳନକୁ ସମର୍ଥନ କରି ପ୍ରଥମେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅକାଳୀଦଳର ନେତା ପ୍ରକାଶ ସିଂ ବାଦଲ ପ୍ରଥମେ ପଦ୍ମ ବିଭୂଷଣ ଫେରାଇଥିଲେ । ଏହା ପରେ ଲଗାତର ଭାବେ ଖେଳାଳୀ ଓ ସିନେ ତାରକା ମାନେ ବି କୃଷକ ଆନ୍ଦୋଳନକୁ ସମର୍ଥନ କରି ପୁରସ୍କାର ଫେରାଇବାରେ ଲାଗିଛନ୍ତି । ଏହା ସହ ସେମାନେ କୃଷକ ମାନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ସହାୟତା ଯୋଗାଇ ଦେଉଥିବା ଦେଖିବାକୁ ମିଳିଛି ।

from Kanak News
via <a href="https://ifttt.com/?

ଏଣିକି ରାତି ୮ଟା ଯାଏଁ ଖୋଲିବ ବ୍ୟାଙ୍କ : ଗ୍ରାହକଙ୍କୁ ମିଳିବ ଅନେକ ସୁବିଧା;ଜନଧନ ଯୋଜନା ସମେତ ବହୁ ସରକାରୀ ଯୋଜନାର ଲାଭ ଉଠାଇପାରିବେ ଉପଭୋକ୍ତା 

କନକ ବ୍ୟୁରୋ : ଗ୍ରାହକଙ୍କ ପାଇଁ ବଡ ଖବର । ଏଣିକି ରାତି ୮ଟା ଯାଏଁ ଖୋଲିବ ବ୍ୟାଙ୍କ । ଭୁବନେଶ୍ୱର ବ୍ୟାଙ୍କ ଅଫ ଇଣ୍ଡିଆ ଗ୍ରାହକ ସେବା କେନ୍ଦ୍ର ଏହି ସୁବିଧା ଯୋଗାଇଦେବ । ଆଜି ଏହି ଭୁବନେଶ୍ୱରରେ ସେବାକେନ୍ଦ୍ର ଉଦଘାଟିତ ହୋଇଛି । ସବୁ ବ୍ୟାଙ୍କର ଗ୍ରାହକ ସେବା ଦିନ ୪ଟା ଯାଏଁ ଖୋଲା ରହୁଛି ।

କିନ୍ତୁ ଏବେ ବ୍ୟାଙ୍କ ଅଫ ଇଣ୍ଡିଆର ଏହି ଗ୍ରାହକ ସେବା କେନ୍ଦ୍ର ରାତି ୮ଟା ଯାଏଁ ଖୋଲାରହିବ । ଏହାଛଡା ଜନଧନ ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ସୁରକ୍ଷା ଯୋଜନା ଓ ଅଟଳ ପେନସନ ଯୋଜନାର ଲାଭ ଉଠାଇପାରିବେ ଗ୍ରାହକ ।

from Kanak News
via <a href="https://ifttt.com/?

ବାଘ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଶିବରାଜଙ୍କ ଚିଠି : ବାଘୁଣୀ ସୁନ୍ଦରୀର ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତାପ୍ରକଟ କଲେ ଶିବରାଜ

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଚିଠି । ସୁନ୍ଦରୀ ବାଘ ପାଇଁ ଶିବରାଜ ଲେଖିଛନ୍ତି ଚିଠି । ମଧ୍ୟପ୍ରଦେଶରୁ ଆସିଥିବା ବାଘୁଣୀ ସୁନ୍ଦୀରର ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତାପ୍ରକଟ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ବାଘୁଣୀକୁ ଅନୁକୂଳ ପରିବେଶ ଯୋଗାଇ ଦେବାକୁ ନବୀନଙ୍କୁ କରିଛନ୍ତି ଅନୁରୋଧ ।

କାହ୍ନା ଟାଇଗର ରିଜର୍ଭରୁ ଫେରିବା ଯାଏଁ ପର୍ଯ୍ୟାପ୍ତ ଦେଖାଶୁଣା କରିବାକୁ ଚିଠି ଲେଖିଛନ୍ତି ଶିବରାଜ । ୨୦୧୮ରେ ମଧ୍ୟପ୍ରଦେଶର କାହ୍ନା ବ୍ୟଘ୍ର ଅଭୟାରଣ୍ୟରୁ ୨ଟି ବାଘ ମହାବଳ ଓ ସୁନ୍ଦରୀ ଆସିଥିଲେ ଓଡିଶା । ଏହା ମଧ୍ୟରେ ମହାବଳର ମୃତ୍ୟୁ ହୋଇଯାଇଛି । ଏହା ପରେ ସୁନ୍ଦରୀକୁ ଏନକ୍ଲୋଜରରେ ରଖାଯାଇଥିଲା ।

from Kanak News
via <a href="https://ifttt.com/?

ଆକାଶ ପାଠକ ନେଇ କୋର୍ଟରେ ଅବଗତ କଲା ଖାରବେଳ ନଗର ଥାନା ପୋଲିସ : କୋର୍ଟରେ ପୋଲିସ କହିଲା, ଆକାଶଙ୍କ ନାଁରେ ଅଛି ଠକେଇ ମାମଲା

କନକ ବ୍ୟୁରୋ : ଆକାଶ ପାଠକ ଠକେଇ ମାମଲା ପ୍ରସଙ୍ଗ । ଆଜି ଏନେଇ କୋର୍ଟରେ ଅବଗତ କରିଛି ଖାରବେଳ ଥାନା ପୋଲିସ । ଆକାଶଙ୍କ ବିରୋଧରେ ଠକେଇ ମାମଲା ରହିଥିବା ନେଇ କୋର୍ଟରେ ଅବଗତ କରାଇଛି ଖାରବେଳନଗର ଥାନା ପୋଲିସ । ଠକେଇ ମାମଲା ରହିଥିବାରୁ ଆକାଶଙ୍କୁ ରିମାଣ୍ଡରେ ଆଣି ଜେରା କରିବାକୁ ଯୋଜନା ରଖିଛି ପୋଲିସ । ଏଥିପାଇଁ ଦିନେ ଦୁଇ ଦିନ ଭିତରେ ପୋଲିସ କୋର୍ଟରେ ରିମାଣ୍ଡ ଆବେଦନ କରିବ ବୋଲି କହିଛି । ଖୋର୍ଦ୍ଧା ଏସଡିଜେଏମ୍ କୋର୍ଟଙ୍କୁ ଆଜି ଏନେଇ ଅବଗତ କରିଛି ପୋଲିସ ।

ସେପଟେ ଇଡିରେ ମଧ୍ୟ ପାଠକ ବାପ ପୁଅ ଠକେଇ ପ୍ରସଙ୍ଗରେ ୩ଟି ମାମଲା ରୁଜ୍ଜୁ ହୋଇଛି । ଏନେଇ ବ୍ୟାଙ୍କରୁ ଅଧିକ ତଥ୍ୟ ମଗାଯାଇଛି । ତେଣୁ ସେମାନଙ୍କୁ ନେଇ ଜେରା କରିବାକୁ ଇଡି ଯୋଜନା କରିଛି । କୋର୍ଟରୁ ଅନୁମତି ମିଳିବା ପରେ ଇଡି ପାଠକ ବାପ ପୁଅକୁ ଜେଲରେ କିଂବା ଇଡି ଅଫିସକୁ ଆଣି ଜେରା କରିବ । ଏହି ପାଠକ ବାପ ପୁଅଙ୍କ ସହିତ ଯାହାଙ୍କର ଲିଙ୍କ୍ ରହିଛି ସେମାନଙ୍କୁ ମଧ୍ୟ ଜେରା କରାଯିବ ବୋଲି ଇଡି କହିଛି । ବେଆଇନ୍ ଆର୍ଥିକ କାରବାରର ପ୍ରମାଣ ମିଳିଲେ ସମ୍ପତି ବାଜ୍ୟାପ୍ତି କରିବାକୁ କୋର୍ଟଙ୍କୁ ଲେଖାଯିବ ବୋଲି ଇଡି ପକ୍ଷରୁ କୁହାଯାଇଛି ।

from Kanak News
via <a href="https://ifttt.com/?

ଭାରତରେ କେମିତି ଚାଲିଛି କରୋନା ଟିକାର ପ୍ରସ୍ତୁତି କାମ ? ସ୍ଥିତି ଦେଖିବାକୁ ଭାରତରେ ବିଶ୍ୱର ୬୪ଟି ଦେଶର ରାଷ୍ଟ୍ରଦୂତ

କନକ ବ୍ୟୁରୋ : ଭାରତରେ କେମିତି ଚାଲିଛି କରୋନା ଟିକାର ପ୍ରସ୍ତୁତି କାମ । ସ୍ଥିତି ଦେଖିବାକୁ ଭାରତରେ ଆଜି ପହଁଚିଛନ୍ତି ସାରା ବିଶ୍ୱର ୬୪ ଦେଶର ରାଷ୍ଟ୍ରଦୂତ । ବିଶ୍ୱର ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଆଜି ହାଇଦ୍ରାବାଦରେ ପହଁଚିଛନ୍ତି । ଏହି ଟିମ୍ ହାଇଦ୍ରାବାଦ୍ ସ୍ଥିତ ଭାରତ ବାୟୋଟେକ୍ ଆଣ୍ଡ୍ ବାୟୋଲଜିକାଲ୍ ଇ ବୁଲି ଦେଖିବେ । ଭାରତରେ କରୋନା ଟିକା ଉତ୍ପାଦନ କ୍ଷେତ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି ଭାରତ ବାୟୋଟେକ୍ । ବର୍ତମାନ ଭାରତରେ ପ୍ରାୟ ୬ଟି କରୋନା ଟିକାର ପ୍ରସ୍ତୁତି କାମ ଚାଲିଛି ।

ଭାରତ ବାୟୋଟେକ୍ କୋଭାକ୍ସିନ୍ ନାମକ କରୋନା ଟିକା ମଧ୍ୟ ପ୍ରସ୍ତୁତି କରୁଛି । ଏହାର ଏବେ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଚାଲିଛି । ଏହି ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଜିସିଜିଆଇକୁ ଅନୁମତି ମାଗିଛି ଭାରତ ବାୟୋଟେକ୍ । ଏପରି ସ୍ଥିତିରେ ୬୪ ଦେଶର ରାଷ୍ଟ୍ରଦୂତ ହାଇଦ୍ରାବାଦ ସ୍ଥିତ ଟିକା ପ୍ରସ୍ତୁତକାରୀ କମ୍ପାନୀରେ ଟିକା ପ୍ରସ୍ତୁତିର ସାକ୍ଷୀ ବନିବେ । ବର୍ତମାନ ଭାରତ ବିଶ୍ୱରେ ଫାର୍ମା ଟିକା ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ ଦେଶ ମଧ୍ୟରେ ଆଗୁଆ ରହିଛି । କରୋନା ଟିକା ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଭାରତ ଏକ ବଡ ଭୂମିକା ନିଭାଇବ ବୋଲି କୁହାଯାଉଛି ।

from Kanak News
via <a href="https://ifttt.com/?

ପରୀ ପାଇଁ ବିଜେପି କରିବ ପଦଯାତ୍ରା : ଆସନ୍ତା ୧୫ରେ ରାଜ୍ୟର ସମସ୍ତ ବିଧାନସଭା ମଣ୍ଡଳିରେ ପଦଯାତ୍ରା

କନକ ବ୍ୟୁରୋ : ପରୀ ପାଇଁ ପଦଯାତ୍ରା । ଆସନ୍ତା ୨୧ ତାରିଖରେ ପରୀକୁ ନ୍ୟାୟ ଦେବା ପାଇଁ ବିଜେପି ପଦଯାତ୍ରା କରିବ । ଭୁବନେଶ୍ୱରରୁ ଏହି ପଦଯାତ୍ରା ବାହାରି ନୟାଗଡର ଯଦୁପୁର ଯିବ । ଏହାପୂର୍ବରୁ ରାଜ୍ୟର ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀରେ ବି ପଦଯାତ୍ରା ହେବ ।

ସେପଟେ ପରୀ ପାଇଁ ବିଜେପିର ପଦଯାତ୍ରାକୁ ସ୍ୱାଗତ କରିଛି କଂଗ୍ରେସ । କଂଗ୍ରେସ ନେତା ପ୍ରଦୀପ ମାଝି କହିଛନ୍ତି, ଏହାଦ୍ୱାରା ସରକାରଙ୍କ ଉପରେ ଚାପ ସୃଷ୍ଟି ହେବ ଓ ପରୀକୁ ନ୍ୟାୟ ମିଳିବ । କଂଗ୍ରେସ ବି ଆନ୍ଦୋଳନକୁ ଜୋରଦାର କରିବ ବୋଲି କହିଛନ୍ତି ପ୍ରଦୀପ ମାଝି ।

from Kanak News
via <a href="https://ifttt.com/?

ଦିଲ୍ଲୀରୁ ୧୦ କୋଟି ଟଙ୍କାର ଡ୍ରଗ୍ସ ଜବତ୍ । ରେବ୍ ପାର୍ଟିରେ ହୋଇଥା’ନ୍ତା ବ୍ୟବହାର । ନାଇଜେରିଆ ନାଗରିକ ଗିରଫ୍

କନକ ବ୍ୟୁରୋ : ଡ୍ରଗ୍ସ ଜବତ୍ ମାମଲାରେ ଦିଲ୍ଲୀ ପୋଲିସକୁ ମିଳିଛି ବଡ ସଫଳତା । ଦିଲ୍ଲୀ ରେଲୱେ ପୋଲିସ ନିଶା କାରବାରର ଏକ ବଡ ବେପାରୀକୁ ଗିରଫ୍ କରିଛି । ପୋଲିସ ଏହି ମାମଲାରେ ଜଣେ ନାଇଜେରିଆ ନାଗରିକ ଓ ତାଙ୍କ ମହିଳାବନ୍ଧୁଙ୍କୁ ହେପାଜତକୁ ନେଇଛି । ସୂଚନା ମୁତାବକ ୧୦୫ କିଲୋଗ୍ରାମ ଡ୍ରଗ୍ସ ଜବତ୍ କରିଛି ପୋଲିସ । ଆନ୍ତର୍ଜାତୀୟ ବଜାରରେ ଏହି ଡ୍ରଗ୍ସର ଆନୁମାନିକ ମୂଲ୍ୟ ୧୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଗିରଫ୍ ହୋଇଥିବା ନାଇଜେରିଆ ନାଗରିକ ଜଣଙ୍କ ହେଉଛନ୍ତି ଚୀମା ବିଟାଲିସ୍ ଓ ତାଙ୍କ ମହିଳା ବନ୍ଧୁଙ୍କ ନାମ ଶ୍ରୀମତୀ ବୋଲି ଜଣାପଡିଛି ।
ଏବେ ଦିଲ୍ଲୀରେ ଡ୍ରଗ୍ସ କାରବାର ବଢି ଚାଲିଛି । ନଭେମ୍ବର ୨୨ ତାରିଖରେ ଦିଲ୍ଲୀ, ଉତ୍ତରପ୍ରଦେଶ ରେ ହେରୋଇନ୍, କୋକିନ ଭଳି ମାରାତ୍ମକ ନିଶା କରାବାର କରୁଥିବା ଏକ ଆନ୍ତରାଷ୍ଟ୍ରୀୟ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଥିଲା ନାର୍କୋଟିକ୍ କଣ୍ଟ୍ରୋଲ ବୋର୍ଡ । ଯେଉଁଥିରେ ନାର୍କୋଟିକ୍ କଣ୍ଟ୍ରୋଲ ବୋର୍ଡ ଏହି କାରବାରରେ କିଙ୍ଗପିନ୍ ସମେତ ୮ ଜଣଙ୍କୁ ଗିରଫ୍ କରିଥିଲା । ଏହା ସହ ସେମାନଙ୍କ ଠାରୁ ୮ କିଲୋଗ୍ରାମ ହେରୋଇନ୍,୪୫୫ ଗ୍ରାମ କୋକିନ୍ ଓ ୧.୧ କିଲୋଗ୍ରାମ ମାରିଜୁଏନ ଜବତ୍ କରିଥିଲା ।
ଏହି ମାମଲାକୁ ନେଇ ନାର୍କୋଟିକ୍ କଣ୍ଟ୍ରେଲ ବୋର୍ଡ କହିଛନ୍ତି କି ଭାରତରେ ରହୁଥିବା ଜଣେ ଆଫ୍ରିକା ନାଗରିକ ଏହି କାରବାରରେ କିଙ୍ଗପିନ୍ । ଯାହାକୁ ଗିରଫ୍ କରାଯାଇଛି । ତାଙ୍କ ଠାରୁ ୧.୭୫ କେ.ଜି ହେରୋଇନ୍ ବି ଜବତ କରାଯାଇଥିଲା । ସେତେବେଳେ ଯାଂଚ ବେଳେ କୁହାଯାଇଥିଲା କି ଏହି ସିଣ୍ଡିକେଟର ନିଶା କାରବାର ମଡେଲ ପୁରା ଭାରତରେ ତାର ଜାଲ ବିଛାଇ ରଖିଛି । ହେଲେ ଏବେ ଦିଲ୍ଲୀରୁ ଏତେ ପରିମାଣର ଡ୍ରଗ୍ସ ଜବତ ହେବା ପରେ ଏହି କାରବାରରେ ସଂପୃକ୍ତ ଏକ ବଡ ନିଶା ବେପାରୀ ଧରା ପଡିଛି ବୋଲି ଏନସିବି କହିଛି ।
କହିରଖୁ କି ବଲିଉଡ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ରହସ୍ୟ ଖୋଜିବାକୁ ଯାଇ ଏନସିବି ଏବେ ପୁରା ଦେଶରେ ତାର ଜାଲ ବିଛାଇଛି । କେତେବେଳେ ସିନେମା କଳାକାର ତ କେତେବେଳେ ଅଭ୍ୟାସଗତ ନିଶା ବେପାରୀ ଏନସିବି ଜାଲରେ ପଡୁଛନ୍ତି ।

from Kanak News
via <a href="https://ifttt.com/?

ବୈଠକ ପୂର୍ବରୁ କୃଷକଙ୍କୁ ସରକାରଙ୍କ ପ୍ରସ୍ତାବ । ଆଇନରେ ପରିଣତ ହେବ ଏମ୍.ଏସ୍.ପି ଓ ଏ.ପି.ଏମ୍ ସି ଆଇନରେ ହେବ କିଛି ପରିବର୍ତ୍ତନ

କନକ ବ୍ୟୁରୋ : କୃଷି କାନନୁକୁ ବିରୋଧ କରି ଆଜିକୁ ୧୪ ଦିନ ହେବ କୃଷକ ମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି । କେନ୍ଦ୍ର ସରକାର ଓ କୃଷକ ନେତା ମାନଙ୍କ ମଧ୍ୟରେ ମଙ୍ଗଳବାର ରାତିରେ ବସିଥିବା ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା କିଛି ପ୍ରସ୍ତାବ ପଠାଇବାକୁ ପ୍ରତିସୃତି ଦେଇଥିଲେ । ସୂଚନା ମୁତାବକ ଏହି ପ୍ରସ୍ତାବ କେନ୍ଦ୍ରସରକାର ପ୍ରସ୍ତୁତ କରିଛନ୍ତି । ଏହି ପ୍ରସ୍ତାବ ମୁତାବକ ସର୍ବନିମ୍ନ ସହାୟକ ଦର ଆଇନରେ ପରିଣତ କରିବେ ସରକାର ଓ ଏପିଏମସିରେ କିଛି ପରିବର୍ତ୍ତନ ପାଇଁ ରାଜି ହୋଇଛନ୍ତି ସରକାର ।
ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ପ୍ରସ୍ତାବ ମୁତାବକ ମଣ୍ଡି ଆଇନରେ ବଡ ପରବର୍ତ୍ତନ କରାଯିବ । ଘରୋଇ ଯୋଗାଣକାରୀ ମାନେ ପଞ୍ଜିକରଣ କରିବାକୁ ବାଧ୍ୟ ହେବେ । ଚୁକ୍ତି ଚାଷରେ କମ୍ପାନୀ ମାନେ କିଛି ଅନ୍ୟାୟ କଲେ କୃଷକ ମାନେ କୋର୍ଟକୁ ଯାଇପାରିବାର କ୍ଷମତା ମିଳିବ (କୃଷି କାନୁନ୍ ମୁତାବକ ଏନେଇ ଏସ୍ଡିଏମ୍ ପର୍ଯ୍ୟନ୍ତ ଯାଇପାରିବାର ଅଧିକାର ମିଳିଥିଲା) । ଏନେଇ ଆଗାମୀ ଦିନରେ ଫାଷ୍ଟଟ୍ରାକ୍ କୋର୍ଟ ଗଠନ କରିବାକୁ ବି ସରକାର ରାଜି ହୋଇଥିବା ସୂଚନା ମିଳିଛି । ହେଲେ ଏବେ ସରକାର କୃଷି କ୍ଷେତ୍ରରେ ବିଦ୍ୟୁତ ଯୋଗାଣ ଓ ମୂଲ୍ୟ ଆଦାୟ ଉପରେ କୌଣସି ଆମାଣ୍ଡମେଣ୍ଟ ପାରିତ କରିବାକୁ ପ୍ରସ୍ତୁତ ନାହାନ୍ତି ।
ବାଣିଜ୍ୟ ଓ ଉଦ୍ୟୋଗ ରାଜ୍ୟମନ୍ତ୍ରୀ ସୋମ ପ୍ରକାଶଙ୍କ କହିବା ମୁତାବକ ଗତକାଲି ଗୃହମନ୍ତ୍ରୀ ଅମିତ ଶାହା କୃଷକ ମାନଙ୍କ ସହିତ କୃଷି ଆଇନର ପରିବର୍ତ୍ତନ ନେଇ କଥା ହୋଇଥିଲେ । କୃଷକ ମାନେ କାନୁନରେ ଯେଉଁ ପରିବର୍ତ୍ତନ କରିବାକୁ ଦାବି କରିଥିଲେ ସେଥିରେ ଶ୍ରୀ ଶାହା ରାଜି ହୋଇଥିଲେ । ଏନେଇ ଆଜି ସରକାର କୃଷକ ମାନଙ୍କୁ ଲିଖିତ ପ୍ରସ୍ତାବ ଦେବେ । ଏହାକୁ ବିଚାର କରି କୃଷକ ମାନେ ସରକାରଙ୍କୁ ଜଣାଇବେ । ଏପଟେ ସରକାରଙ୍କ ପ୍ରସ୍ତାବ ମିଳିବା ପୂର୍ବରୁ ଆନ୍ଦୋଳନରତ କୃଷକ ମାନେ ସିଂଘୁ ସୀମାରେ ବୈଠକ ଆରମ୍ଭ କରିଦେଇଛନ୍ତି ।।
କହିରଖୁ କି କୃଷକ ଆନ୍ଦୋଳନରେ ସାମିଲ ହୋଇଥିବା ୩୨ ବଷିୟ ଅଜୟ ମୋର ନାମକ ଜଣେ ଯୁବକର ଥଣ୍ଡା କାରଣରୁ ମୃତ୍ୟୁ ହୋଇଛି । ତାଙ୍କର ଶବ ଏକ ଟ୍ରକ୍ଟର ଟ୍ରଲି ଉପରେ ପଡିଥିବାର ଦେଖିବାକୁ ମିଳିଥିଲା । ସେ ଦଶଦିନ ତଳେ ଗାଁ ଲୋକଙ୍କ ସହିତ ଆସି ଆନ୍ଦୋଳନରେ ସାମିଲ ହୋଇଥିଲା । ଅଜୟଙ୍କ ପରିବାରରେ ୩ ଟି ପିଲା, ସ୍ତ୍ରୀ ଓ ବୃଦ୍ଧ ବାପା ମା ଅଛନ୍ତି ।

from Kanak News
via <a href="https://ifttt.com/?

ଅନ୍ତର୍ଜାତୀୟ କ୍ରିକେଟରୁ ପାର୍ଥିବ ପଟେଲଙ୍କ ଅବସର ଘୋଷଣା : ଟୁଇଟ୍ କରି କହିଲେ, ୧୮ ବର୍ଷର କ୍ରିକେଟ ଯାତ୍ରାରେ ଟାଣୁଛି ପୂର୍ଣ୍ଣଛେଦ

କନକ ବ୍ୟୁରୋ : ସମସ୍ତ ପ୍ରତିଯୋଗୀତା ମୂଳକ କ୍ରିକେଟରୁ ପାର୍ଥିବ ପଟେଲଙ୍କ ଅବସର ଘୋଷଣା । ଆଜି ଟୁଇଟ୍ କରି ଅବସର ନେଇ ସୂଚନା ଦେଇଛନ୍ତି ପାର୍ଥିବ୍ ପଟେଲ । ଏହା ସହିତ ଟିମଇଣ୍ଡିଆରେ ତାଙ୍କର ୧୮ ବର୍ଷର କ୍ରିକେଟ୍ ଯାତ୍ରା ଶେଷ ହୋଇଛି । ୧୭ ବର୍ଷ ବୟସରେ ୨୦୦୨ ମସିହାରେ ଇଂଲଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟରେ କ୍ୟାରିୟର ଆରମ୍ଭ କରିଥିଲେ । ୨୦୧୮ ମସିହାରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜୋହାନ୍ସବର୍ଗରେ ଶେଷ ଥର ପାଇଁ ଟେଷ୍ଟ ଖେଳିଥିଲେ । ଭାରତୀୟ ଦଳରେ ଜଣେ ୱିକେଟ କିପର ବ୍ୟାଟସ୍ ମ୍ୟାନ୍ ଭାବେ ସେ ୨୮ଟି ଟେଷ୍ଟ, ୩୮ଟି ଦିନିକିଆ ଏବଂ ୨ଟି ଟି ୨୦ ମ୍ୟାଚ ଖେଳିଛନ୍ତି ।

ଟୁଇଟ୍ କରି ପାର୍ଥିବ କହିଛନ୍ତି ଆଜି ମୁଁ ସମସ୍ତ ପ୍ରକାର କ୍ରିକେଟ ଫର୍ମାଟରୁ ଅବସର ଘୋଷଣା ସହିତ ୧୮ ବର୍ଷର କ୍ରିକେଟ ଯାତ୍ରାରେ ପୂର୍ଣ୍ଣଛେଦ ଟାଣୁଛି । ଅନେକଙ୍କ ପାଇଁ ଏହି ଅବସରରେ ମୁଁ ଋଣି ରହିବି । ୧୭ ବର୍ଷର ବାଳକ ଭାରତୀୟ ଦଳ ପାଇଁ ଖେଳିବା ସମୟରେ ମୋ ଉପରେ ବିସିସିଆଇ ପ୍ରଚୁର ଆତ୍ମବିଶ୍ୱାସ ଦେଖାଇଥିଲା । ମୋ ହାତ ଧରି ଯେଉଁମାନେ ଆଗକୁ ବଢାଇଥିଲେ ସମସ୍ତଙ୍କ ନିକଟରେ ମୁଁ କୃତଜ୍ଞ । ଗୁଜରାଟ ପକ୍ଷରୁ ୧୯୪ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୧୧ ହଜାର ରନ୍ ସ୍କୋର କରିଛନ୍ତି ପାର୍ଥିବ । ଏହା ମଧ୍ୟରେ ୨୭ ଶତକ ଓ ୬୭ ଅର୍ଧଶତକ ରହିଛି । ୨୦୧୬-୧୭ ସିଜିନରେ ଗୁଜରାଟକୁ ରଣଜୀ ଚାମ୍ପିଅନ୍ କରାଇଥିଲେ ପଟେଲ ।

from Kanak News
via <a href="https://ifttt.com/?

ଇସ୍ରାଏଲ ବୈଜ୍ଞାନିକଙ୍କ ବଡ ଖୋଲାସା । ମଙ୍ଗଳ ଗ୍ରହରେ ଅଛନ୍ତି ଏଲିଅନ । ଟ୍ରମ୍ପ୍ ଜାଣିଛନ୍ତି ସମ୍ପୁର୍ଣ୍ଣ ସତ୍ୟ

କନକ ବ୍ୟୁରୋ : ଇସ୍ରାଏଲର ପୂର୍ବତନ ମହାକାଶ ସୁରକ୍ଷା ବୋର୍ଡର ପ୍ରମୁଖ ସଦସ୍ୟ ହେମ ଇସେଦ ଏମିତି କିଛି ଦାବି କରିଛନ୍ତି ଯାହା ଉପରେ ଭରଶା କରିବା କାଫି ମୁସ୍କିଲ ହୋଇଛି । ଇସେଦଙ୍କ କହିବା ମୁତାବକ ମହାକାଶରେ ଏଲିଅନ ଥିବା କଥା ସତ । ସେମାନେ କେବେ କେବେ ପୃଥିବୀକୁ ଆସିଥା’ନ୍ତି ଓ ମଙ୍ଗଳ ଗ୍ରହରେ ସେମାନେ ବାସ କରନ୍ତି । ସେ ଆହୁରି ଦାବି କରିଛନ୍ତି କି ଏଲିଅନ ମାନଙ୍କର ଇସ୍ରାଏଲ ଓ ଆମେରିକା ସହିତ ସଂପର୍କ ରହିଛି । ଖାଲି ଏତିକି ନୁହେଁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏନେଇ ସବୁକିଛି ଜାଣିଛନ୍ତି ବୋଲି ଇସେଦ ଦାବି କରିଛନ୍ତି । ଇସେଦ କହିଛନ୍ତି କି ଏକଥାକୁ ଏଥିପାଇଁ ଚପାଇ ଦିଆଯାଇଛି କି ଏପର୍ଯ୍ୟନ୍ତ ମାନବ ସଭ୍ୟତା ଏଲିଅନଙ୍କ ଅବସ୍ଥିତି ନେଇ ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହନ୍ତି ।
୩୦ ବର୍ଷ କାଳ ଇସ୍ରାଏଲର ମହାକାଶ ସୁରକ୍ଷା ପ୍ରୋଗ୍ରାମ ସମ୍ଭାଳି ଥିବା ଇସେଦ ଇସ୍ରାଏଲ ଖବର କାଗଜ ‘ୟେଦିଔଦ ଅହରୋନେତ’ ସହିତ ଏକ ସାକ୍ଷାତ କାର ଦେବା ବେଳେ ଏଭଳି ଦାବି କରିଛନ୍ତି । ସେ କହିଛନ୍ତି କି ଗାଲାକ୍ଟିକ୍ ଫେଡେରେସନ ନାମକ ଏକ ସଂସ୍ଥା ମାଧ୍ୟମରେ ଆମେରିକା ସହିତ ଏକ ଗୁପ୍ତ ଚୁକ୍ତି ହୋଇଛିି । ଯାହା ଦ୍ୱାରା ମଙ୍ଗଳଗ୍ରହର ମାଟିତଳେ ଏକ ଆଡ୍ଡା ପ୍ରସ୍ତୁତ କରାଯାଇଛି । ଯେଉଁଠାରେ କି ଏଲିଅନ ମାନେ ବାସ କରୁଛନ୍ତି । ଯେଉଁ ଆଡ୍ଡା ସହ ଟ୍ରମ୍ପ୍ ସଂପର୍କରେ ରହିଛନ୍ତି । ଟ୍ରମ୍ପ ଏନେଇ ଖୋଲାସା କରିବାକୁ ନିସ୍ପତ୍ତି ନେଇଥିଲେ ହେଲେ ଏଲିଅନ ମାନଙ୍କ ଚାପ ଫଳରେ ସେ ତାହାର ଖୋଲାସା କରିପାରିନଥିଲେ । ସେ କହିଛନ୍ତି କି ଏଲିଅନ ଓ ଆମେରିକା ସରକାରଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଛି । ଏହାସହ ଏଲିଅନ ମାନଙ୍କ ସହିତ ଟ୍ରମ୍ପଙ୍କ କାର୍ଯ୍ୟାଳୟରୁ ସର୍ବଦା ବର୍ତ୍ତା ସରବରାହ କରାଯାଉଛି ।
ଇସ୍ରାଏଲର ଅନ୍ୟ ବିଶେଷଜ୍ଞ ମାନେ ଦାବି କରିଛନ୍ତି କି ଆମେରିକା ଏଜେଣ୍ଟ ମାନଙ୍କ ସହିତ ମିଶି ବ୍ରହ୍ମାଣ୍ଡର କିଛି ଆଶ୍ଚର୍ଯ୍ୟ ଖୋଲାସା କରିବାକୁ ଚାହୁଁଛନ୍ତି । ଇସେଦ କହିଛନ୍ତି କି ଆମେରିକା ତରଫରୁ ଏଲିଅନ ମାନଙ୍କୁ ସେମାନଙ୍କ ଉପସ୍ଥିତି ସଂପର୍କରେ ଖୋଲାସା ନକରିବାକୁ କୁହାଯାଇଛି । କାରଣ ମାନବ ସଭ୍ୟତା ଏପର୍ଯ୍ୟନ୍ତ ସେମାନଙ୍କୁ ଗ୍ରହଣ କରିବାକୁ ପ୍ରସ୍ତୁତ ହୋଇ ନାହାନ୍ତି । ଇସେଦଙ୍କ ମୁତାବକ ଥରେ ଟ୍ରମ୍ପ୍ ଏଲିଅନ ମାନଙ୍କ ସଂପର୍କରେ ଖୋଲାସା କରିବାକୁ ପ୍ରସ୍ତୁତ ହୋଇଥିଲେ । ହେଲେ ଗେଲକ୍ଟିକ୍ ଫେଡେରେସନରେ ସାମିଲ ଥିବା ଏଲିଅନ ମାନେ ଆଉକିଛି ଦିନ ଅପେକ୍ଷା କରିବାକୁ ଟ୍ରମ୍ପଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଇସେଦ କିହିଛନ୍ତି କି ଏବେ ମଣିଷ ମାନଙ୍କ ଭିତରେ ବହୁତ କିଛି ଉନ୍ମାଦ ସୃଷ୍ଟି କରିବାକୁ ଚାହୁଁ ନାହାନ୍ତି । ଏଲିଅନ ମାନେ ଚାହୁଁଛନ୍ତି କି ସେମାନେ ପ୍ରଥମେ ମାନସିକ ସଥରରେ ସୁସ୍ଥ ଓ ବୁଦ୍ଧିମାନ ହେବା ଦରକାର । ଏଭଳି ସ୍ଥିତି ଆସିବା ଯାଏ ଏଲିଅନ ମାନେ ସେମାନଙ୍କ ଗତିବିଧିକୁ ଗୁପ୍ତ ରଖିବାକୁ ଚୁକ୍ତି କରିଛନ୍ତି ।
ତାଙ୍କ ସୂଚନା ମୁତାବକ ମଙ୍ଗଳ ଗ୍ରହରେ ଏଲିଅନ୍ ମାନଙ୍କର ଏକ ଆଡ୍ଡାସ୍ଥଳୀ ରହିଛି । ଯେଉ:ଠି ଏଲିଅନ ମାନଙ୍କର ପ୍ରତିନିଧି ଓ ଆମେରିକାର ପ୍ରତିନିଧି ଯାତ୍ରୀ ରହିଛନ୍ତି । ଏନେଇ ଇସେଦ ଯଦି ୫ ବର୍ଷ ଆଗରୁ ଖୋଲାସା କରିଥାନ୍ତେ ତାହେଲେ ତାଙ୍କ ଜୀବନ ପ୍ରତି ବିପଦ ରହିଥା’ନ୍ତା ।
ସେ କହିଛନ୍ତି କି ‘ମୁଁ ଯେଉଁଠି ଯେଉଁଠି ଏହି ବାବଦରେ ଆଲୋଚନା କରିଛି ସେଠାରେ ଲୋକମାନେ ମୋତେ ପାଗଳ ବୋଲି କହିଛନ୍ତି ’ । ଇସେଦ କହିଛନ୍ତି କି ମୋ ପାଖରେ ଖାଇବାକୁ ଟଙ୍କା ନାହିଁ । ମୋ ପାଖରେ କେବଳ ମୋ ଡିଗ୍ରୀ ଓ ପୁରସ୍କାର ରହିଛି । ଦୁନିଆର ଅନେକ ବିଶ୍ୱବିଦ୍ୟାଳୟ ମୋତେ ପୁରସ୍କୃତ କରିଛନ୍ତି । ଇସେଦ ଏକ ପୁସ୍ତକ ରଚନା କରିଛନ୍ତି । ସେଥିରେ ସେ ଏଲିଅନ ମାନେ ପୃଥିବୀକୁ କିଭଳି ପରମାଣୁ ଆକ୍ରମଣରୁ ରୋକିଥିଲେ ତାହା ଉପରେ ବିଶେଷ ଆଲୋଚନା କରିଛନ୍ତି ।
କହିରଖୁ କି ଇସେଦ ୨୦୧୧ ମସିହାରେ ଅବସର ନେଇଥିଲେ । ସେତେବେଳେ ଇସ୍ରାଏଲ ଗଣମାଧ୍ୟମ ତାଙ୍କୁ ସାଟେଲାଇଟ୍ କାର୍ଯ୍ୟକ୍ରମର ଜନକ କହିଥିଲା ।

from Kanak News
via <a href="https://ifttt.com/?

Design a site like this with WordPress.com
Get started