ଆସିଲା ସହରୀ ଶାସନ ପରିଚାଳନା ସୂଚକାଙ୍କ ରିପୋର୍ଟ କାର୍ଡ଼ : ପ୍ରଥମ ସ୍ଥାନରେ ଓଡିଶା

କନକ ବ୍ୟୁରୋ : ସହରୀ ପରିଚାଳନା ସୂଚକାଙ୍କ ରିପୋର୍ଟ କାର୍ଡରେ ଓଡିଶା ହାସଲ କରିଛି ଏକ ନମ୍ବର । ଏନଜିଓ ପ୍ରଜା ଫାଉଣ୍ଡେସନ ପକ୍ଷରୁ କରାଯାଇଥିବା ସର୍ଭେରେ ମହାରାଷ୍ଟ୍ରକୁ ପଛରେ ପକାଇ ଆଗରେ ରହିଛି ଓଡିଶା । ଦେଶର ବଛା ବଛା ୪୦ ସହର ଓ ୨୯ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳରେ ୩ବର୍ଷ ଧରି ପ୍ରଜା ଫାଉଣ୍ଡେସନ ପକ୍ଷରୁ ଏଭଳି ଅଧ୍ୟୟନ କରାଯାଇଥିଲା ।

ସହର ପ୍ରଶାସନକୁ ସଶକ୍ତ କରିବା, ନାଗରିକ ସଶକ୍ତିକରଣ ଓ ଆର୍ଥିକ ସଶକ୍ତୀକରଣ ଭଳି ବିଭିନ୍ନ ପ୍ରସଙ୍ଗ ଆଧାରରେ ରାଜ୍ୟଗୁଡିକର ଏଭଳି ରିପୋର୍ଟକାର୍ଡ ପ୍ରକାଶ ପାଇଛି । ଓଡିଶା ୫୬ ଦଶମିକ ୮୬ ପ୍ରତିଶତ ସହ ପ୍ରଥମ ସ୍ଥାନରେ ଥିବାବେଳେ ମହାରାଷ୍ଟ୍ର ୫୫ ଦଶମିକ ୧୫ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛି । ଏହି ରିପୋର୍ଟ କାର୍ଡରେ ଛତିଶଗଡ ତୃତୀୟ, କେରଳ ଚତୁର୍ଥ ଓ ମଧ୍ୟପ୍ରଦେଶ ପଂଚମ ସ୍ଥାନରେ ଅଛନ୍ତି ।

ତେବେ ସାମଗ୍ରିକଭାବେ ଦେଖିଲେ , କୌଣସି ରାଜ୍ୟ ୫୭ ପ୍ରତିଶତରୁ ଅଧିକ ସ୍କୋର କରିନାହାନ୍ତି । ତେଣୁ ସହରୀ ଶାସନରେ ସଂସ୍କାର ଓ ସଶକ୍ତିକରଣର ଆବଶ୍ୟକତା ରହିଛି ବୋଲି ପ୍ରଜା ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି । ଏହି ସର୍ଭେରେ ୨୦ରୁ କମ ସ୍କୋର ରଖିଥିବା ରାଜ୍ୟଗୁଡିକ ହେଲା ଝାଡଖଣ୍ଡ, ଅରୁଣାଚଳ ପ୍ରଦେଶ, ମେଘାଳୟ , ମଣିପୁର ଓ ନାଗାଲାଣ୍ଡ ।

from Kanak News
via <a href="https://ifttt.com/?

ନାବାଳକଙ୍କୁ ମହଙ୍ଗା ପଡ଼ିଲା ସ୍କୁଟି ଚଲେଇବା : ଖଣ୍ଡଗିରିରେ ପୋଲିସ କାଟିଲା ୨୬ ହଜାର ଟଙ୍କାର ଫାଇନ୍

କନକ ବ୍ୟୁରୋ : ସ୍କୁଟି ଚାଳକଙ୍କୁ ମହଙ୍ଗା ପଡ଼ିଲା ଟ୍ରାଫିକ୍ ଆଇନ ଉଲ୍ଲଘଂନ । ୨୬ ହଜାର ଟଙ୍କାର ଜରିମାନା କାଟିଲେ ପୋଲିସ ବାବୁ । ଭୁବନେଶ୍ୱର ଖଣ୍ଡଗିରି ଅଂଚଳରେ ଏପରି ଜୋରିମାନା କରିଛି କମିଶନର ପୋଲିସ । ଗାଡ଼ି ଚାଳକ ଜଣଙ୍କ ନାବାଳକ ହୋଇଥିବା ବେଳେ ହେଲମେଟ ପିନ୍ଧି ନଥିଲେ । ଏପରିକି ତାଙ୍କ ପଛରେ ବସିଥିବା ବ୍ୟକ୍ତି ଜଣଙ୍କ ମଧ୍ୟ ହେଲମେଟ ପିନ୍ଧିନଥିଲେ ।

ନାବାଳକ ହୋଇଥିବାରୁ, ଡ଼୍ରାଇଭିଂଗ ଲାଇସେନ୍ସ ନଥିବାରୁ ଏବଂ ହେଲମେଟ ପିନ୍ଧି ନଥିବାରୁ ୨୬ ହଜାର ଟଙ୍କାର ବଡ଼ ଅଙ୍କର ଜରିମାନା କସିଛି ପୋଲିସ । କରୋନା ପାଇଁ କିଛି ମାସ ବ୍ୟବଧାନ ପରେ ପୁଣି ଥରେ ରାଜଧାନୀରେ ଟ୍ରାଫିକ୍ ନିୟମ କଡ଼ାକଡ଼ି କରାଯାଇଛି । ଚାରିଆଡ଼େ ଜୋରଦାର ଚେକିଂ ଚାଲିଛି । ଏବେ ଖଣ୍ଡଗିରି ଅଂଚଳରେ ନାବାଳକ ସ୍କୁଟି ଚାଳକ ମୋଟା ଅଙ୍କର ତଣ୍ଡ ଗଣିଛନ୍ତି ।

from Kanak News
via <a href="https://ifttt.com/?

ବଲାଙ୍ଗିରରେ ରାସ୍ତା ଉପରେ ଜଳିଗଲା ରାସନ ବୋଝେଇ ଟ୍ରକ : ଟାୟାର ଫାଟିବା ପରେ ହୁତହୁତ ହୋଇ ଜଳିଗଲା ବସ୍ତା ବସ୍ତା ସାମଗ୍ରୀ

କନକ ବ୍ୟୁରୋ : ବଲାଙ୍ଗିରରେ ଜଳିଗଲା ଧାନ ବୋଝେଇ ଟ୍ରକ । ରାୟପୁରରୁ ଆସୁଥିବା ବେଳେ ବଲାଙ୍ଗିରର ଖମାର ମୁଣ୍ଡା ନିକଟରେ ଘଯିଲା ଅଗ୍ନିକାଣ୍ଡ  । ଟ୍ରକ୍ ଟାୟାର ଫାଟିଯିବା ପରେ ନିଆଁ ଲାଗିଥିବା ସନ୍ଦେହ । ପୁରା ଟ୍ରକ୍ ଭର୍ତି ହୋଇଥିଲା ବସ୍ତା ବସ୍ତା ସାମଗ୍ରୀ । ଘଟଣା ସ୍ଥଳରେ ଦମକଳ ବାହିନୀ ପହଁଚି ନିଆଁକୁ ଆୟତ କରିବାକୁ ଉଦ୍ୟମ କରିଛି ।

from Kanak News
via <a href="https://ifttt.com/?

ଅଧାରାତି ଯାଏଁ କରୁଥିଲେ ସୁଟିଂ । ସକାଳୁ ହୋଟେଲ ରୁମରୁ ମିଳିଲା ଅଭିନେତ୍ରୀଙ୍କ ଝୁଲନ୍ତା ମୃତଦେହ । ପ୍ରାଥମିକ ତଦନ୍ତରେ ଆତ୍ମହତ୍ୟା ଅନୁମାନ । ଜାଣନ୍ତୁ ପ୍ରକୃତ ଘଟଣା ।

କନକ ବ୍ୟୁରୋ : ଏକ ହୋଟେଲରୁ ତାମିଲ ଅଭିନେତ୍ରୀ ଭି.ଜେ ଚିତ୍ରାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ପୁରା ତାମିଲ ସିନେମା ଜଗତରେ ଶୋକର ଛାୟା ଖେଳି ଯାଇଛି । ଏହି ୨୮ ବର୍ଷିୟ ଅଭିନେତ୍ରୀ ଜଣଙ୍କ କାହିଁକି ଆତ୍ମହତ୍ୟା କଲେ ନା ତାଙ୍କୁ କେହି ହୋଟେଲ ଭିତରେ ହତ୍ୟା କରି ଫ୍ୟାନରେ ଝୁଲାଇ ଦେଇଛି ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ପାରିପାଶ୍ୱିର୍କ ପରିସ୍ଥିତିକୁ ଅନୁଧ୍ୟାନ କରି ପୋଲିସ ଏହାକୁ ଆତ୍ମହତ୍ୟା ବୋଲି କହିଛି ।
ସୂଚନା ମୁତାବକ ଏକ ଟିଭି ସିରିଏଲର ସୁଟିଂ ଚାଲିଥିଲା । ଚିତ୍ରା ପ୍ରାୟ ରାତି ୨.୩୦ ଯାଏ ସୁଟିଂ ସେଟ୍ ରେ ଥିଲେ । ସୁଟିଂ ସାରି ସେ ପାଖରେ ଥିବା ଏକ ହୋଟେଲରେ ବିଶ୍ରାମ ନେବାକୁ ଆସିଥିଲେ । ହେଲେ ସକାଳୁ ହୋଟେଲ ରୁମର ପଙ୍ଖାରେ ତାଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଚିତ୍ରା ବିବାହିତ, ତାଙ୍କ ସ୍ୱାମୀ ହେମନ୍ତ ରିବି ଜଣେ ବଡ ବ୍ୟବସାୟୀ । ସେ ଗତକାଲି ବି ତାଙ୍କ ସ୍ୱାମୀଙ୍କ ସହିତ ଥିଲେ । ସ୍ଥାନୀୟ ଗଣମାଧ୍ୟମର ସୂଚନା ମୁତାବକ ଚିତ୍ରା ମାନସିକ ରୋଗରେ ଶିକାର ହୋଇଥିଲେ । ଯେଉଁଥିପାଇଁ ସେ ଏଭଳି ପଦକ୍ଷେପ ନେଇପାରିଥା’ନ୍ତି ବୋଲି କୁହାଯାଇଛି ।
ଚିତ୍ରାଙ୍କ ସ୍ୱାମୀ ହେମନ୍ତ ରବିଙ୍କ କହିବା ମୁତାବକ ଚିତ୍ର ସୁଟିଂ ସାରି ହୋଟେଲକୁ ଫେରିଥିଲେ । ହୋଟେଲରେ ପହଂଚିବା ପରେ ସେ ଗାଧୋଇବାକୁ ଯାଇଥିଲେ । ସେ ଅଧିକ ସମୟ ଗାଧୋଇବା ଘରେ ରହିବାରୁ ତାଙ୍କର ସନ୍ଦେହ ହୋଇଥିଲା । ହେମନ୍ତ ଏନେଇ ହୋଟେଲ କର୍ମଚାରୀଙ୍କୁ ଜଣାଇଥିଲେ । ହୋଟେଲ କର୍ମଚାରୀଙ୍କ ସହାୟତାରେ ନକଲି ଚାବି ମାଧ୍ୟମରେ କବାଟ ଖୋଲିବା ପରେ ଚିତ୍ରାଙ୍କ ଝୁଲନ୍ତା ମୃତଦେହ ଗଧୋଇବା ଘର ପଙ୍ଖାରେ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଏନେଇ ପୋଲିସକୁ ଖବର ଦେବା ପରେ ପୋଲିସ ହୋଟେଲ ନିକଟରେ ପହଂଚି ଶବ ଜବତତ କରିବା ସହ ତାହାକୁ ବ୍ୟବଛେଦ ପାଇଁ ପଠାଇଛି । ଅନ୍ୟପଟେ ପ୍ରାଥମିକ ତଦନ୍ତରୁ ପୋଲିସ ଏହାକୁ ଆତ୍ମହତ୍ୟା ବୋଲି ଅନୁମାନ କରୁଥିବା ବେଳେ ଅନ୍ୟ କିଛି ସୂତ୍ର ମୁତାବକ ଏହାକୁ ହତ୍ୟାକାଣ୍ଡ ବୋଲି କୁହାଯାଇଛି ।

from Kanak News
via <a href="https://ifttt.com/?

ରାଉରକେଲାରେ ପୁଣି ବଡ ଜିଏସଟି ଠକେଇ : ଜାଲ କାଗଜପତ୍ର ଜରିଆରେ କୋଟି କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ; ୮କୋଟିର ମିଳିଲା ହିସାବ

କନକ ବ୍ୟୁରୋ : ରାଉରକେଲାରେ ବଡ ଜିଏସଟି ଠକେଇ ସାମ୍ନାକୁ ଆସିଛି । ନକଲି ବ୍ୟବସ୍ଥାୟିକ ସଂସ୍ଥା, ଜାଲ ଇନଭଏସ ଓ ଜାଲ ଇନପୁଟ ଟ୍ୟାକ୍ସ କ୍ରେଡିଟ ବାବଦକୁ କୋଟି କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଏଥିମଧ୍ୟରୁ ୮ କୋଟିର ହିସାବ ମିଳିଛି । ଜିଏସଟି ଠକେଇ ଅଭିଯୋଗ ତାଲିକାରେ ଯେଉଁମାନଙ୍କ ନାଁରେ ଅଭିଯୋଗ ଆସିଛି ସେମାନଙ୍କ ଘର ଆଗରେ ଲଟକା ଲାଗିଛି । ତଦନ୍ତରେ ସହାୟତା ଲାଗି ୫ ଥର ସମନ ପଠାଇଥିଲା ଜିଏସଟି ଇନଫୋର୍ସମେଂଟ । ଚଳିତମାସ ୪ ତାରିଖରେ ଶେଷଥର ଲାଗି ପୁଣିଥରେ ସମନ ଜାରି ହୋଇଥିଲେ ହେଁ ଅଭିଯୁକ୍ତ ଅନୁପସ୍ଥିତ ରହିବାରୁ ଲଟକା ଜାରି ହୋଇଥିଲା ।

from Kanak News
via <a href="https://ifttt.com/?

ଅକ୍ସଫୋର୍ଡ ଟୀକାର ପ୍ରଥମ ଫଳାଫଳ ଉତ୍ସାହଜନକ : ଟୀକା ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ମାତ୍ର ୩ ଜଣଙ୍କ କ୍ଷେତ୍ରରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା

କନକ ବ୍ୟୁରୋ : ଅକ୍ସଫୋଡ଼ ଟିକାର ଫଳାଫଳ ଅତ୍ୟନ୍ତ ଉତ୍ସାହଜନକ । ଟିକା ନେଇଥିବା ୨୪ ହଜାର ବ୍ୟକ୍ତିଙ୍କ ମଧ୍ୟରୁ ମାତ୍ର ୩ଜଣଙ୍କ କ୍ଷେତ୍ରରେ ଦେଖାଦେଇଛି ପାର୍ଶ୍ବ ପ୍ରତିକ୍ରିୟା । ସେହିପରି ଟିକା ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ କେହି ଗୁରୁତ୍ୱର ହୋଇନାହାନ୍ତି କିମ୍ବା କାହାର ବି ମୃତ୍ୟୁ ହୋଇନାହିଁ ।

୩ଟି ପର୍ଯ୍ୟାୟରେ ଟିକା ନେଇଥିବା ଲୋକଙ୍କ ଶାରେରୀକ ସମସ୍ୟକୁ ନେଇ ଏହି ରିପୋର୍ଟ ପ୍ରକାଶ ପାଇଛି । ଲକ୍ଷଣ ନଥିବା ସଂକ୍ରମଣ ରୋକିବାରେ ଏ ଟିକା ୨୭ ପ୍ରତିଶତ ସଫଳ ହୋଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏହି ଟିକା ଅନୁମୋଦନ ପାଇବା ପାଇଁ ଆଷ୍ଟ୍ରାଜେନେକା ବର୍ତମାନ ସାରା ବିଶ୍ୱରେ ନିୟାମକଙ୍କ ସହ ଆଲୋଚନା କରୁଛି । ସପ୍ତାହେ ମଧ୍ୟରେ ବିଟ୍ରେନ ନିୟାମକ ଏମଏଚଆରଏଙ୍କ ଅନୁମୋଦନ ପାଇବାକୁ ଆଶା କରୁଛି ।

from Kanak News
via <a href="https://ifttt.com/?

ମଣ୍ଡି ଅବ୍ୟବସ୍ଥା ଓ କଟନିଛଟନିର ପରିଣାମ : ପଦ୍ମପୁର ଗାଇସିଲଟରେ ଖୋଲା ଆକାଶ ତଳେ ପଡିରହିଛି ଅଠର ହଜାର ବସ୍ତା ଧାନ, ଚିନ୍ତାରେ ଚାଷୀ

କନକ ବ୍ୟୁରୋ : ଚାଷୀଙ୍କ ସୁବିଧା ପାଇଁ ସରକାର ଖୋଲିଛନ୍ତି ମଣ୍ଡି । ହେଲେ ଧାନ ମଣ୍ଡିରେ ଅବ୍ୟବସ୍ଥା ଯୋଗିଁ ଓ କଟନି ଛଟନି ପାଇଁ ଚାଷୀ ଧାନକୁ ବିକିବାରେ ଅସୁବିଧା ଭୋଗୁଛି । ଏଭଳି ଅଭାନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପଦ୍ମପୁର ଉପଖଣ୍ଡ ଗାଇସିଲଟ ବ୍ଲକରେ । ଏହି ବ୍ଲକର ଶେଷ ସୀମାରେ ରହିଛି ଡାଙ୍ଗବାହାଲ ସମବାୟ ସମିତି ।

୪ଟି ଗ୍ରାମପଂଚାୟତର ଚାଷୀ ଏହି ସମିତି ଉପରେ ନିର୍ଭର କରିଥାନ୍ତି । ଏହି ମଣ୍ଡିରେ ଖୋଲା କାଶ ତଳେ ପଡିରହିଛି ଅଠର ହଜାର ବସ୍ତା ଧାନ । ଚାଷୀମାନେ ଦୀର୍ଘ ଆଠରୁ ଦଶଦିନ ଧରି ଧାନ ମଣ୍ଡିରେ ପକାଇଥିଲେ ମଧ୍ୟ ଏହା ବିକ୍ରୀ ହୋଇପାରୁନାହିଁ । ଏହି ମଣ୍ଡି ଏକ ପଡିଆରେ ରହିଛି, ଚାଷୀମାନେ ଧାନ ପକାଇବା ସମୟରେ ଚାଷୀଙ୍କୁ ପଲିଥିନ ବି ଯୋଗାଇ ଦିଆଯାଇନାହିଁ ।

ଆଉ ଶୀତକାରରେ ଖୋଲା ଆକାଶ ତଳେ ପଡିରହିଛନ୍ତି ଚାଷୀ । ଏହି ଅଂଚଳରେ ହାତୀ ଉପଦ୍ରବ ବଢିଥିବାରୁ ଚାଷୀମାନେ ନିଜ ଜୀବନକୁ ବାଜି ଲଗାଇ ଧାନ ମଣ୍ଡିରେ ଜଗିଛନ୍ତି । ଏହାସହ କଟନିଛଟନି ମଧ୍ୟ ଚାଷୀଙ୍କ ପାଇଁ କାଳ ହୋଇଛି । କିଛି ଅସାଧୁ କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

from Kanak News

କ୍ୟାନସର ଆକ୍ରାନ୍ତ ବୃଦ୍ଧ ବାପାକୁ ପର କରିଦେଲା ପୁଅ : ଯନ୍ତ୍ରଣାରେ ଛଟପଟ ବୃଦ୍ଧଙ୍କୁ ଅଧାବାଟରେ ଛାଡିଦେଲା ପୁତୁରା

କନକ ବ୍ୟୁରୋ : କ୍ୟାନସର ଆକ୍ରାନ୍ତ ବୃଦ୍ଧ ବାପାକୁ ପର କରିଦେଲା ପୁଅ । ଯନ୍ତ୍ରଣାର ଛଟପଟ ବୃଦ୍ଧଙ୍କୁ ମେଡିକାଲକୁ ଆଣିଲା ପୁତୁରା । ହେଲେ ଅଧାବାଟରେ ଛାଡି ପଳେଇଲା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ।

କଟକ ବଡମ୍ବା ଅଂଚଳର ୬୫ ବର୍ଷିୟ ମହେନ୍ଦ୍ର ଗୋଛିଙ୍କ ଡାହାଣ ଗୋଡରେ ଏକ ଛୋଟ ଘା ହୋଇଥିଲା ଅବହେଳା ଯୋଗୁଁ ଦିନକୁ ଦିନ ଘା ବଢିବାକୁ ଲାଗିଲା । ଯନ୍ତ୍ରଣା ହେବାରୁ ଦୁଇପୁଅକୁ ମେଡିକାଲ ନେବାକୁ କହିଥିଲେ । କିନ୍ତୁ ଦୁଇପୁଅ ଦେଖିଲେ ନାହିଁ । ଯେଉଁଠି ପୁଅ ମୁହଁକୁ ଚାହିଁଲା ନାହିଁ, ସେଠି ଭାଗ୍ୟ ସାହା । ସ୍ୱାମୀ, ସ୍ତ୍ରୀ ଉଭୟ ଭାଗ୍ୟକୁ ଆଦରି ୧୫ ଦିନ ହେଲା ମେଡିକାଲ ରାସ୍ତାରେ ପଡିରହିଛନ୍ତି ।

from Kanak News
via <a href="https://ifttt.com/?

ପୁଲୱାମାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ : ଏନକାଉଣ୍ଟରରେ ଟଳିଲେ ୨ ଆତଙ୍କବାଦୀ

କନକ ବ୍ୟୁରୋ : ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲାର ଟିକେନା ଅଞ୍ଚଳରେ ବୁଧବାର ସକାଳୁ ଏନ୍‌କାଉଣ୍ଟର୍‌ରେ ୨ ଜଣ ଅଜଣା ଆତଙ୍କବାଦୀ ନିହତ ହୋଇଛନ୍ତି। ସଂପୃକ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସଂପର୍କରେ ସୂଚନା ପାଇବା ପରେ କଶ୍ମୀର ପୁଲିସ, ସେନାର ଯବାନ‌ ଏବଂ ସିଆର୍‌ପିଏଫ୍‌ ମିଳିତ ଭାବେ ଏକ ସର୍ଚ ଅପରେସନ ଆରମ୍ଭ କରିଥିଲେ । ଆତଙ୍କବାଦୀମାନେ ତାଙ୍କ ଆଡୁ ସୁରକ୍ଷା ବାହାନୀ ଉପରକୁ ପ୍ରଥମେ ଗୁଳି ଚାଳନା କରିଥିଲେ ।  ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଏନ୍‌କାଉଣ୍ଟର୍‌ରେ ମୃତ୍ୟୁ ହୋଇଛି ।

ସଂପୃକ୍ତ ଅଞ୍ଚଳରେ ପ୍ରାୟ ୨ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ପୁଲିସ୍‌କୁ ସୂଚନା ମିଳିଥିଲା । ଏ ନେଇ ଜମ୍ମୁ-କଶ୍ମୀରର ଡିଜିପି କହିଛନ୍ତି କି ‘ଆଜି ବଡ଼ି ସକାଳୁ ପୁଲୱାମାର ଟିକେନା ଅଞ୍ଚଳରେ ଏକ ସ୍ବତନ୍ତ୍ର ଅପରେସନ ଜାରିି ରହିଛି । ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।’ ସୂଚନାମୁତାବକ, ଏନକାଉଣ୍ଟର ବେଳେ ଜଣେ ସାଧାରଣ ନାଗରିକ ମଧ୍ୟ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ବର୍ତ୍ତମାନର ପରିସ୍ଥିତି ପାଇଁ ପୁଲୱାମାରେ ଅସ୍ଥାୟୀ ଭାବେ ମୋବାଇଲ୍ ଫୋନ୍  ଓ ଇଣ୍ଟରନେଟ୍ ସେବା ବନ୍ଦ୍‌ କରି ଦିଆଯାଇଛି ।

from Kanak News
via <a href="https://ifttt.com/?

ଶାହାଙ୍କ ସହ କୃଷକଙ୍କ ଆଲୋଚନା ପୁଣି ଫେଲ୍ : ନୂଆ କୃଷି ଆଇନରେ ସଂଶୋଧନ ନେଇ ଆଜି ଲିଖିତ ପ୍ରସ୍ତାବ ଦେବେ ସରକାର

କନକ ବ୍ୟୁରୋ : ନୂଆ କୃଷି ଆଇନରେ କେତେକ ପରିବର୍ତନ ନେଇ କୃଷକ ସଂଗଠନ ଗୁଡିକୁ ଲିଖିତ ପ୍ରସ୍ତାବ ଦେବେ ସରକାର । ଏହା ଉପରେ ବିଚାର କରିବେ ଚାଷୀ ସଂଗଠନ ଗୁଡିକ । ବିଚାର କରିବା ପରେ ସେମାନଙ୍କ ମତାମତ ଜଣାଇବେ । ଚାଷୀ ସଂଗଠନ ଗୁଡିକର ଭାରତ ବନ୍ଦ ପରେ ଚିନ୍ତାରେ ପଡି ଯାଇଥିବା କେନ୍ଦ୍ର ସରକାର, ସମାଧାନର ରାସ୍ତା ଖୋଜୁଛନ୍ତି । ଏଥିପାଇଁ ଗତକାଲି ବିଳମ୍ବିତ ରାତି ଯାଏଁ ଚାଷୀ ସଂଗଠନର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

ଏଥିପାଇଁ ଇଣ୍ଡିଆନ କାଉନସିଲ ଅଫ ଏଗ୍ରିକଲଚରାଲ ରିସର୍ଚ୍ଚ- ଗେଷ୍ଟହାଉସରେ ପହଂଚିଥିଲେ କୃଷକ ସଂଗଠନର ୧୩ ଜଣ ନେତା । ବୈଠକ ଶେଷ ହେବାପରେ ଚାଷୀନେତା ମାନେ କହିଛନ୍ତି ନୂଆ କୃଷି ଆଇନରେ କେତେକ ସଂଶୋଧନ ନେଇ ଲିଖିତ ପ୍ରସ୍ତାବ ଦେବେ କେନ୍ଦ୍ର ସରକାର । ତେଣୁ ଆଜି ସରକାର ଓ କୃଷକ ନେତାଙ୍କ ମଧ୍ୟରେ ହେବାକୁ ଥିବା ଷଷ୍ଠ ପର୍ଯ୍ୟାୟ ଆଲୋଚନା ହେବନାହିଁ । ଏପରିକି ସରକାରଙ୍କ ପ୍ରସ୍ତାବ ପରେ ଆଗାମୀ ବୈଠକକୁ ଆସବା ନେଇ ଚିନ୍ତା କରିବେ କୃଷକ ସଂଗଠନ ।

ସରକାର କିନ୍ତୁ ନୂଆ କୃଷି ଆଇନକୁ ଫେରାଇ ନେବାକଥା କହିନଥିବାରୁ ପୁଣିଥରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଚାଷୀ ନେତା । ତେବେ ସରକାର କଣ ପ୍ରସ୍ତାବ ଦେଉଛନ୍ତି ଏବଂ ଏହାକୁ ଚାଷୀ ସଂଗଠନ କିଭଳି ଗ୍ରହଣ କରୁଛନ୍ତି, ତା ଉପରେ ନିର୍ଭର କରୁଛି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଚାଷୀମାନଙ୍କ ଆନ୍ଦୋଳନର ଭାଗ୍ୟ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started