ଚାଷୀଙ୍କୁ କେଉଁଠୁ ମିଳୁଛି ବଳ ? ଜାଣନ୍ତୁ ଆନ୍ଦୋଳନରତ ଚାଷୀଙ୍କ ଆବଶ୍ୟକତା କେମିତି ଓ କିଏ କରୁଛି ପୂରଣ ? 

କନକ ବ୍ୟୁରୋ : ନିଜ ହକ ପାଇଁ ଲଢେଇ କରୁଥିବା ଚାଷୀଙ୍କ ଆନ୍ଦୋଳନ ୧୪ ଦିନରେ ପହଂଚିଲାଣି । ନିଜ ଉତ୍ପାଦିତ ଶସ୍ୟର ଉଚିତ ମୂଲ୍ୟ ଦାବିରେ ଦିଲ୍ଲୀରେ ଆନ୍ଦୋଳନ ଚଳାଇଛନ୍ତି ଚାଷୀ । କାମଧନ୍ଦା ଛାଡି ରାଷ୍ଟ୍ରୀୟ ରାଜଧାନୀ ସୀମାରେ ବସି ରହିଛନ୍ତି । ତେଣୁ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି, ଚାଷୀ ସଂଗଠନଗୁଡିକୁ ଏହି ଆନ୍ଦୋଳନ ପାଇଁ କେଉଁଠୁ ବଳ ମିଳୁଛି ? ଅର୍ଥାତ ସେମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଆବଶ୍ୟକତାକୁ କେମିତି ପୂରଣ କରୁଛନ୍ତି ଆନ୍ଦୋଳନକାରୀ ଚାଷୀ? ଏବେ ଏହି ପ୍ରଶ୍ନର ଉତର ମିଳିଛି ।

ହରିଆଣା ଫତେହବାଦ ଜିଲ୍ଲାର କିଛି ବାସିନ୍ଦା କେଇ ଘଂଟା ଭିତରେ ପ୍ରାୟ ୫୦ ଲିଟର କ୍ଷୀର ସଂଗ୍ରହ କରି ଏକ ଗାଡିରେ ଲଦି କୁନ୍ଦଲି ସୀମା ଯାଏଁ ପଠାଇଥିଲେ । ଯେଉଁଠାରେ ଚାଷୀମାନେ କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି । ରାଜସ୍ଥାନ ଶ୍ରୀ ଗଙ୍ଗାନଗରର ଜଣେ ଚାଷୀ ଗାଲାକ୍ସି ବ୍ରାର ଏକ କର୍ପସ ପାଣ୍ଠି ଗଠନ କରିଛନ୍ତି । କିଛି ପ୍ରବାସୀ ଭାରତୀୟ, ଜମି ମାଲିକ ଓ ରାଜନେତାଙ୍କଠାରୁ ଅନୁଦାନ ଗ୍ରହଣ କରି ଆନ୍ଦୋଳନକାରୀ ଚାଷୀଙ୍କ ଟ୍ରାକ୍ଟରରେ ଡିଜେଲ ଭରିବାର କାମ କରୁଛନ୍ତି ।

ସୁଦୂର ଆମେରିକାର କାଲିଫର୍ଣ୍ଣିଆରୁ କିଛି ଚାଷୀ ସମର୍ଥକ ଆନ୍ଦୋଳନକାରୀ ଚାଷୀଙ୍କ ପାଇଁ ୨୦ କୁଇଂଟାଲ ଆଲମଣ୍ଡ ବା ପେସ୍ତା ବାଦାମ ପଠାଇଛନ୍ତି । ପଞ୍ଜାବର କିଛି ମୁସଲମାନ ସଂଗଠନ ଚାଷୀଙ୍କ ପାଇଁ ମାଗଣା ଲଙ୍ଗରର ବ୍ୟବସ୍ଥା କରୁଛନ୍ତି । ଲୁଧିଆନାର କିଛି ଶିଳ୍ପପତି ମଧ୍ୟ ଆନ୍ଦୋଳନକାରୀ ଚାଷୀଙ୍କ ପାଇଁ ଦୁଇଥର ଔଷଧ ପଠାଇ ସାରିଛନ୍ତି ।

from Kanak News
via <a href="https://ifttt.com/?

ସରକାରଙ୍କୁ ଗଜଭିୟେ ଝଟ୍‌କା : ମାସେ ଭିତରେ ପଦୋନ୍ନତି, ଆନୁଷଙ୍ଗିକ ସୁବିଧା ଦେବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ : ସରକାରଙ୍କୁ ଗଜଭିୟେ ଝଟକା । ଆଇପିଏସ୍ ସତୀଶ ଗଜଭିୟେଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି । ମାସେ ଭିତରେ ପଦୋନ୍ନତି, ଆନୁଷଙ୍ଗିକ ସୁବିଧା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । । ମାଲକାନଗିରି ଏସପି ଥିବାବେଳେ ତାଙ୍କ ବିରୋଧରେ ଥିବା ଅଭିଯୋଗ ଆଧାରରେ ଆରମ୍ଭ କରାଯାଇଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ଚ୍ୟାଲେଞ୍ଜ କରି ଗଜଭିୟେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଗଡଭିୟେଙ୍କ ଆବଦେନକୁ ଗ୍ରହଣ କରି ନ୍ୟାୟସଙ୍ଗତ କାର୍ଯ୍ୟାନୁଷ୍ଠାନର ମାନଦଣ୍ଡକୁ ଉପେକ୍ଷା କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ବୋଲି କହିଛନ୍ତି ।

ହାଇକୋର୍ଟ ଶ୍ରୀ ଗଜଭିୟେଙ୍କ ଆବେଦନକୁ ଗ୍ରହଣ କରିବା ସହିତ ନ୍ୟାୟସଙ୍ଗତ କାର୍ଯ୍ୟାନୁଷ୍ଠାନର ମାନଦଣ୍ଡକୁ ଉପେକ୍ଷା କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ବୋଲି କହିଛନ୍ତି। ସ୍ପଷ୍ଟ ଭାବେ କହିଛନ୍ତି, କୌଣସି ବ୍ୟକ୍ତିଙ୍କୁ ପକ୍ଷ ରଖିବାକୁ ସୁଯୋଗ ନ ଦେଇ କୌଣସି ନିଷ୍ପତ୍ତି ନିଆଯିବା କଥା ନୁହେଁ। ଆଇନର ମୌଳିକ ନିୟମ ଅନୁସାରେ ପକ୍ଷ ରଖିବାକୁ ସୁଯୋଗ ନ ଦେଇ କାହାର ଅଧିକାର ପ୍ରଭାବିତ ହେବା ଭଳି କୌଣସି ନିଷ୍ପତ୍ତି ନିଆଯିବା କଥା ନୁହେଁ। କିନ୍ତୁ ଏହି ମାମଲାରେ ଏଭଳି ନିୟମ ପାଳନ କରାଯାଇ ନଥିଲା ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି।

କେବଳ ସେତିକି ନୁହେଁ, ଶ୍ରୀ ଗଜଭିୟେଙ୍କୁ ସମସ୍ତ ପ‌ଦୋନ୍ନତି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଏକ ମାସ ଭିତରେ ପ୍ରଦାନ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ବ୍ୟାଚ୍‌ର ଅଧିକାରୀଙ୍କୁ ଅତୀତରେ ପ୍ରଦାନ କରାଯାଇଥିବା ପଦୋନ୍ନତି ଓ ସୁବିଧା ଆଧାରରେ ଗଜଭିୟେଙ୍କୁ ସମସ୍ତ ସୁବିଧା ପ୍ରଦାନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୦୨ର ବ୍ୟାଚ୍‌ର ଆଇପିଏସ୍ ଗଜଭିୟେ ମାଲକାନଗିରି ଏସ୍‌ପି ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୦୭, ଜୁଲାଇ ୨୫ରେ ଜଣେ ହାର୍ଡକୋର୍ ମାଓବାଦୀ ଗିରଫ ହୋଇଥିଲା। ଏ ବାବଦରେ ପୁରସ୍କାର ରାଶି ୩ ଲକ୍ଷ ୫୫ ହଜାର ଟଙ୍କା ମଞ୍ଜୁର କରାଯାଇଥିଲା। ଏହି ଗିରଫଦାରୀ ଘଟଣାରେ ୬ଜଣ ପୁଲିସ ଅଧିକାରୀଙ୍କୁ ୧ ଲକ୍ଷ ୫୫ ହଜାର ଟଙ୍କା ପୁରସ୍କାର ଦେବା ପାଇଁ କୁହାଯାଇଥିଲା।

କିନ୍ତୁ ଏହି ପୁଲିସ ଅଧିକାରୀଙ୍କୁ ପୁରସ୍କାର ରାଶି ମିଳି ନଥିବା ଅଭିଯୋଗ ହୋଇଥିଲା। ଏ ନେଇ ଗୁଇନ୍ଦା ନିର୍ଦ୍ଦେଶକ ତତ୍କାଳୀନ ଡିଆଇଜି(ଗୁଇନ୍ଦା)ଙ୍କୁ ଅଭିଯୋଗର ପ୍ରାଥମିକ ତଦନ୍ତ କରି ୨୦୧୧, ଅଗଷ୍ଟ ୩୦ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ୨୦୧୨, ମେ୧୯ରେ ଏ ସଂପର୍କିତ ପ୍ରାଥମିକ ତଦନ୍ତ ରିପୋର୍ଟ ଡିଆଇଜି ଦାଖଲ କରିଥିଲେ। ଏହାପରେ ୨୦୧୫, ନଭେମ୍ବର ୭ରେ ଶ୍ରୀ ଗଜଭିୟେଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଏହି ପ୍ରକ୍ରିୟାକୁ ଚାଲେଞ୍ଜ କରି ସେ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବୁନାଲ (କ୍ୟାଟ୍‌) କଟକ ଖଣ୍ଡପୀଠରେ ମାମଲା ରୁଜୁ କରିଥିଲେ। ପରବର୍ତ୍ତୀ ସମୟରେ ଏହି ମାମଲା କ୍ୟାଟ୍‌ର ଦିଲ୍ଲୀସ୍ଥିତ ପ୍ରମୁଖ ଖଣ୍ଡପୀଠକୁ ସ୍ଥାନାନ୍ତର ହୋଇଥିଲା। କ୍ୟାଟ୍ ମାମଲାର ଶୁଣାଣି କରି ୨୦୧୮, ଅଗଷ୍ଟ ୧୦ରେ ଗଜଭିୟେଙ୍କ ଆବେଦନକୁ ଖାରଜ କରିଥିଲେ। କ୍ୟାଟଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାରେ କେନ୍ଦ୍ର ସରକାର, ରାଜ୍ୟ ସରକାର, ପୁଲିସ ଡିଜି ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।

from Kanak News
via <a href="https://ifttt.com/?

ସାତକୋଶିଆ ଗଣ୍ଡରେ ହେବ ଇକୋ-ରିଟ୍ରିଟ୍ : ଆଜି ଉଦଘାଟନ କରିବେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ, ପେଟ୍ରୋଲିୟମ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ମହାନଦୀ କୂଳରେ ଥିବା ସାତକୋଶିଆ ଗଣ୍ଡରେ ହେବ ଇକୋ-ରିଟ୍ରିଟ୍ । କଟକ ଜିଲ୍ଲା ନରସିଂହପୁର କମଳାଡିହ ଗ୍ରାମ ପଂଚାୟତ ବାଲିପୁଟର ମହାନଦୀ କୂଳରେ ରହିଛି ଏହି ସାତକୋଶିଆ ଗଣ୍ଡ । ଏଠାରେ ଚଳିତବର୍ଷ ନୂତନ ଭାବେ ଇକୋ-ରିଟ୍ରିଟର ଶୁଭାରମ୍ଭ ହେବ । ଆଜି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଚନ କରିବେ । ଗତବର୍ଷ କୋଣାର୍କ ଚନ୍ଦ୍ରଭାଗାରେ ଇକୋ-ରିଟ୍ରିଟ ଆରମ୍ଭ ହୋଇଥିଲା ।

ଚଳିତବର୍ଷ ଏହା କୋଣାର୍କ ସମେତ ସାତକୋଶିଆ, ହୀରାକୁଦ, ଭିତରକନିକା ଓ ଦାରିଙ୍ଗବାଡିରେ ମଧ୍ୟ ଆରମ୍ଭ ହେବାକୁ ଯାଉଛି । ମହାନଦୀର ବାଲିପୁଟରେ ୨୫ଟି କଟେଜର ବ୍ୟବସ୍ଥା କରାଯାଇଛି । ଆଜି ଏହାର ଭର୍ଚୁଆଲ ଉଦଘାଟନ ହେବ । ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଇକୋ-ରିଟ୍ରିଟ ପାଇଁ ଅନଲାଇନରେ ବୁକିଂ କରିହେବ । ରାଜ୍ୟ ସରକାରଙ୍କ ପ ର୍ଯ୍ୟଟନ ବିଭାଗ ପକ୍ଷରୁ ଯୁଦ୍ଦକାଳୀନ ଭିତିରେ ଏହି ସେବାର ଆରମ୍ଭ କରାଯାଇଛି ।

from Kanak News
via <a href="https://ifttt.com/?

ଭାରତ ବନ୍ଦରେ ସାଇକେଲ ଚଳାଇଲେ ବିଡିଓ :  ହିତାଧିକାରୀଙ୍କ ଘରେ ପହଂଚି ପିଲାଙ୍କୁ ଦେଲେ ପୋଷାକ ଓ ମିଠା

କନକ ବ୍ୟୁରୋ : ଜଣେ ହିତାଧିକାରୀଙ୍କ ପାଖରେ ସରକାରୀ ସହାୟତା ପହଂଚାଇବାକୁ ସାଇକେଲରେ ପହଂଚିଗଲେ ବିଡିଓ । କଥାଟି ଶୁଣିଲେ ଟିକେ ଅଡୁଆ ଲାଗୁଥାଇ ପାରେ । ହେଲେ ଗତକାଲି ଭରତ ବନ୍ଦ ଯୋଗୁଁ ଗାଡି ମୋଟର ଚଳାଚଳ କରୁନଥିଲା । ସେଥିପାଇଁ ନିଜେ ସାଇକେଲ ଚଳାଇ ଜଣେ ହିତାଧିକାରୀଙ୍କ ଘରେ ପହଂଚି ଯାଇଥିଲେ ବ୍ଲକ ଉନ୍ନୟନ ଅଧିକାରୀ । ସାଙ୍ଗରେ ନେଇ ଆସିଥିଲେ ପିଲାଙ୍କ ପାଇଁ ପୋଷାକ ଓ ମିଠା ।

କଟକ ଜିଲ୍ଲା ନରସିଂହପୁର ବ୍ଲକ କାନପୁର ପଂଚାୟତରେ ଦିନେଶ ମହାରଣାଙ୍କୁ କିଡନୀ ରୋଗରେ ମୃତ୍ୟୁ ହୋଇଥିଲା । ତାଙ୍କ ପତ୍ନୀ ମଧ୍ୟ ବ୍ରେନ ଟ୍ୟୁମରରେ ଆକ୍ରାନ୍ତ । ତେଣୁ ଦୁଇ ନାବାଳିକା ଝିଅଙ୍କ ଲାଳନ ପାଳନ କେମିତି କରିବେ ସେହି ଚିନ୍ତାରେ ଥିବାବେଳେ ସହାୟତା ପାଇଁ ସ୍ଥାନୀୟ ପ୍ରଶାସନକୁ ଗୁହାରି କରିଥିଲେ । ତେଣୁ ଭାରତ ବନ୍ଦରେ ଦୀର୍ଘ ୨୦ କିଲୋମିଟର ସାଇକେଲ ଚଳାଇ ମୃତ ଦିନେଶଙ୍କ ଘରେ ପହଂଚିଥିଲେ ନରସିଂହପୁର ବିଡିଓ ।

ତାଙ୍କ କହିବା ହେଲା ଯାହାର କେହି ନାହିଁ, ତାଙ୍କୁ ସହାଯ୍ୟ କରିବାକୁ ଅନେକ ସରକାରୀ ଯୋଜନା ରହିଛି । ତେଣୁ ଏହି ଅସହାୟ ପରିବାରକୁ ଅନ୍ନପୂର୍ଣ୍ଣା ଯୋଜନାରୁ ଆରମ୍ଭ କରି ସୁକନ୍ୟା ଯୋଜନା ଯାଏଁ ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନରସିଂହପୁର ବିଡିଓ ପ୍ରଦୀପ କୁମାର ସାହୁ ।

from Kanak News
via <a href="https://ifttt.com/?

ନିଶା ଖାଇ ଖଣ୍ଡା ବୁଲାଇଲେ ଫାର୍ମାସିଷ୍ଟ : ଆକ୍ରମଣରେ ବାଲେଶ୍ୱର ଇଡିଦା ଗାଁର ୪ ଜଣ ଆହତ

କନକ ବ୍ୟୁରୋ : ନିଶା ଖାଇ ହାତରେ ଖଣ୍ଡା ଓ କଟୁରୀ ଧରି ଲୋକଙ୍କୁ ଗୋଡାଇଲେ ଫାର୍ମାସିଷ୍ଟ । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ହାତରେ ହତିଆର ଧରି ଲୋକଙ୍କ ଉପରକୁ ଆକ୍ରମଣ କରୁଥିବା ଏହି ବ୍ୟକ୍ତି କୌଣସି ପେଶାଦାର ଅପରାଧୀ ନୁହନ୍ତି । ବରଂ ବାଲେଶ୍ୱର ଜିଲ୍ଲା ଇଡିଦା ଗାଁରେ ଥିବା ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ସୁବାଶିଷ ଟୁଡୁ । ନିଶାଶକ୍ତ ଅବସ୍ଥାରେ ଏହିଭଳି ନିଜ ଉପରୁ ନିୟନ୍ତ୍ରଣ ହରାଇ ହିଂସ୍ର ହୋଇପଡିଥିଲେ ସ୍ୱାସ୍ଥ୍ୟ ଅଧିକାରୀ ଜଣକ ।

ତାଙ୍କ ଆକ୍ରମଣରେ ଗାଁର ୪ ଜଣ ଲୋକ ଆହତ ହୋଇଛନ୍ତି । ଗାଁଲୋକେ ତାଙ୍କୁ ବାକୁ କରିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ । ସିଂଲା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତାଙ୍କୁ କରିବାକୁ ଚେଷ୍ଟା କରିବାରୁ ସେ ପୋଲିସକୁ ମଧ୍ୟ ଗୋଡାଇଥିଲେ । ହେଲେ ପୋଲିସ ତାଙ୍କୁ କୌଶଳକ୍ରମେ କାବୁ କରି ଥାନାକୁ ନେଇ ଯାଇଥିଲା । ଏହି ଫାର୍ମାସିଷ୍ଟ ଜଣକ ପୂର୍ବରୁ ମଧ୍ୟ ଏଭଳି କାଣ୍ଡ ଭିଆଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ତେଣୁ ତାଙ୍କୁ ଅନ୍ୟତ୍ର ବଦଳି କରିବା ସହ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଗାଁ ଲୋକ ।

from Kanak News
via <a href="https://ifttt.com/?

ଆଉ ନାହିଁ ଘନ କୁହୁଡ଼ି ! ଆସନ୍ତା ୫ ଦିନ ଯାଏ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତନ ନାହିଁ: ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ପାରଦ ସାମାନ୍ୟ ଖସିବ

କନକ ବ୍ୟୁରୋ: ଦୁଇ ଦିନର ଘନ କୁହୁଡ଼ି ଆସ୍ତରଣ ପରେ ଏବେ ଆଉ ରାଜ୍ୟରେ ବିଶେଷ କୁହୁଡ଼ିର ସମ୍ଭାବନା ନାହିଁ। ରାଜ୍ୟର କିଛି ସ୍ଥାନରେ ହାଲ୍କା କୁହୁଡ଼ି ପଡ଼ିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆଶ୍ବସ୍ତ କରିଛି। ଅନ୍ୟପଟେ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବିଶେଷ ପରିବର୍ତନର ସମ୍ଭାବନା ନାହିଁ। କିନ୍ତୁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ପାରଦ ସାମାନ୍ୟ ଖସିବ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆସନ୍ତାକାଲି ଭୋରୁ କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ବୌଦ୍ଧ, ସୋନପୁର, କୋରାପୁଟ ଓ ନବରଙ୍ଗପୁର ଆଜି ଜିଲ୍ଲାରେ ହାଲ୍କା କୁହୁଡ଼ି ପଡ଼ିବ।

କେନ୍ଦ୍ରର ସୂଚନା ଅନୁସାରେ, ବୌଦ୍ଧ, ରାୟଗଡ଼ା, ଜଗତସିଂହପୁର, ଝାରସୁଗୁଡ଼ା ଓ ନୟାଗଡ଼ ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ଏଥିସହ ରାଜ୍ୟର ଅନେକ ସ୍ଥାନରେ ସକାଳୁ ହାଲ୍କାରୁ ମଧ୍ୟମ ଧରଣର କୁହୁଡ଼ି ମଧ୍ୟ ପଡ଼ିଥିଲା। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ ୮ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ସୋନପୁରର ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରି ରହିଥିଲା। ଭବାନୀପଟଣାରେ ସର୍ବନିମ୍ନ ତାପମାତ୍ରା ୧୦.୨ ଡିଗ୍ରି ଓ କୋରାପୁଟ ୧୦.୮ ଡିଗ୍ରି ରହିଥିଲା। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ୧୨ରୁ ୧୪ ଡିଗ୍ରି ମଧ୍ୟରେ ରହିଥିବା ବେଳେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୬ରୁ ୧୯ ଡିଗ୍ରି ମଧ୍ୟରେ ରହିଛି। ଭୁବନେଶ୍ବରର ରାତି ତାପମାତ୍ରା ୧୭.୨ ରହିଥିବା ବେଳେ କଟକ ସହରରେ ୧୬.୪ ଡିଗ୍ରି ରହିଥିଲା।

from Kanak News
via <a href="https://ifttt.com/?

କୃଷି ଆଇନକୁ ବିରୋଧ କରି ଚାଷୀ ଆନ୍ଦୋଳନ ଜାରି: ୩ଟି କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଡି ବସିଛନ୍ତି ଅନ୍ନଦାତା; ସିଂଘୁ ସୀମାରେ ଆଜି ଚାଷୀ ନେତାଙ୍କ ହେବ ବୈଠକ

କନକ ବ୍ୟୁରୋ: ନୂଆ କୃଷି ଆଇନରେ କେତେକ ପରିବର୍ତନ ନେଇ କୃଷକ ସଂଗଠନ ଗୁଡିକୁ ଲିଖିତ ପ୍ରସ୍ତାବ ଦେବେ ସରକାର । ଏହା ଉପରେ ବିଚାର କରିବେ ଚାଷୀ ସଂଗଠନ ଗୁଡିକ । ବିଚାର କରିବା ପରେ ସେମାନଙ୍କ ମତାମତ ଜଣାଇବେ । ଚାଷୀ ସଂଗଠନ ଗୁଡିକର ଭାରତ ବନ୍ଦ ପରେ ଚିନ୍ତାରେ ପଡି ଯାଇଥିବା କେନ୍ଦ୍ର ସରକାର, ସମାଧାନର ରାସ୍ତା ଖୋଜୁଛନ୍ତି । ଏଥିପାଇଁ ଗତକାଲି ବିଳମ୍ବିତ ରାତି ଯାଏଁ ଚାଷୀ ସଂଗଠନର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏଥିପାଇଁ ଇଣ୍ଡିଆନ କାଉନସିଲ ଅଫ ଏଗ୍ରିକଲଚରାଲ ରିସର୍ଚ୍ଚ- ଗେଷ୍ଟହାଉସରେ ପହଂଚିଥିଲେ କୃଷକ ସଂଗଠନର ୧୩ ଜଣ ନେତା । ବୈଠକ ଶେଷ ହେବାପରେ ଚାଷୀନେତା ମାନେ କହିଛନ୍ତି ନୂଆ କୃଷି ଆଇନରେ କେତେକ ସଂଶୋଧନ ନେଇ ଲିଖିତ ପ୍ରସ୍ତାବ ଦେବେ କେନ୍ଦ୍ର ସରକାର ।

ତେବେ କୃଷି ଆଇନ ପ୍ରତ୍ୟାହାର ହେବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଦେଇଛନ୍ତି । ଗତକାଲି ରାତିର ଆଲୋଚନା ପରେ ଆଜି ସରକାର ଓ କୃଷକ ନେତାଙ୍କ ମଧ୍ୟରେ ହେବାକୁ ଥିବା ଷଷ୍ଠ ପର୍ଯ୍ୟାୟ ଆଲୋଚନା ହେବନାହିଁ । ଏପରିକି ସରକାରଙ୍କ ପ୍ରସ୍ତାବ ପରେ ଆଗାମୀ ବୈଠକକୁ ଆସବା ନେଇ ଚିନ୍ତା କରିବେ କୃଷକ ସଂଗଠନ । ସରକାର କିନ୍ତୁ ନୂଆ କୃଷି ଆଇନକୁ ଫେରାଇ ନେବାକଥା କହିନଥିବାରୁ ପୁଣିଥରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଚାଷୀ ନେତା । ତେବେ ସରକାର କଣ ପ୍ରସ୍ତାବ ଦେଉଛନ୍ତି ଏବଂ ଏହାକୁ ଚାଷୀ ସଂଗଠନ କିଭଳି ଗ୍ରହଣ କରୁଛନ୍ତି, ତା ଉପରେ ନିର୍ଭର କରୁଛି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଚାଷୀମାନଙ୍କ ଆନ୍ଦୋଳନର ଭାଗ୍ୟ ।

from Kanak News
via <a href="https://ifttt.com/?

ଆମେରିକାରେ ଚୀନ ମହିଳାଙ୍କ ଗୁଇନ୍ଦାଗିରିର ବଡ ଖୁଲାସା : ୫ବର୍ଷ ଧରି ଅନେକ ରାଜନେତାଙ୍କ ଅତି ନିକଟତର ଥିଲେ କ୍ରିଷ୍ଟିନ ଫାଙ୍ଗ

କନକ ବ୍ୟୁରୋ : ଆମେରିକାରେ ରହି ଚୀନ ପାଇଁ ଗୁଇନ୍ଦାଗିରି କରୁଥିଲେ ଜଣେ ଚୀନ ମହିଳା । ଆମେରିକାର କିଛି ରାଜନେତାଙ୍କର ସେ ଖୁବ ଘନିଷ୍ଠ ଥିଲେ । ଚୀନର ଏହି ରହସ୍ୟମୟୀ ମହିଳାଙ୍କ ବାବଦରେ ରିପୋର୍ଟ ପ୍ରକାଶ କରିଛି ଏକ ୱେବସାଇଟ୍ । ଆକ୍ସିଓସ ଡଟ୍ ମକର ରିପୋର୍ଟ ଅନୁସାରେ ସେହି ମହିଳା ପ୍ରାୟ ୫ ବର୍ଷ ଧରି ଆମେରିକାରେ ରହିଥିଲେ । ଏପରିକି ସଂପୃକ୍ତ ମହିଳାଙ୍କ ହନିଟ୍ରାପରେ ଫସି ଯାଇଥିଲେ ଆମେରିକାର ଦୁଇ ରାଜନେତା । ସେହିପରି ଡେଲିମେଟର ରିପୋର୍ଟ ଅନୁସାରେ କ୍ରିଷ୍ଟିନ ଫାଙ୍ଗ ନାମକ ଏହି ମହିଳା ଚୀନର ଗୁଇନ୍ଦା ଏଜେନ୍ସି ପାଇଁ କାମ କରୁଥିଲେ ବୋଲି ରିପୋର୍ଟ କରିଛି ।

୨୦୧୧ରୁ ୨୦୧୫ ଯାଏଁ ସେ ଆମେରିକା କାଲିଫର୍ଣ୍ଣିଆରେ ରହିଥିଲେ । କିଛି ରାଜନେତାଙ୍କ ପାଇଁ ନିର୍ବାଚନୀ ପାଣ୍ଠି ଯୋଗଡରେ ସହାୟତା ବି କରିଛନ୍ତି । କୁହାଯାଉଛି ଚୀନର ପ୍ରତିରକ୍ଷା ମନ୍ତ୍ରାଳୟ ନିର୍ଦ୍ଦେଶରେ ସେ ଆମେରିକାରେ ରହି ଗୁଇନ୍ଦାଗିରି କରୁଥିଲେ । ତେବେ ତାଙ୍କ ଉପରେ ସନ୍ଦେହ ବଢିବା ପରେ ଓ ଏଫବିଆଇ ତାଙ୍କ ନିକଟରେ ପହଂଚିବା ପୂର୍ବରୁ ସେ ଆମେରିକା ଛାଡି ଦେଇଥିଲେ ବୋଲି ରିପୋର୍ଟରେ କୁହାଯାଇଛି ।

from Kanak News
via <a href="https://ifttt.com/?

କେବେ ଖୋଲିବ ଶିକ୍ଷାନୁଷ୍ଠାନ ? ଶିକ୍ଷାବର୍ଷ ସ୍ପଷ୍ଟ କରୁନାହାନ୍ତି କେନ୍ଦ୍ର ସରକାର

କନକ ବ୍ୟୁରୋ : ରାଜ୍ୟରେ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟ କେବେ ଖୋଲିବ? କ୍ଲାସରୁମ୍‌ ପାଠପଢ଼ା ପରେ ପରୀକ୍ଷା ହେବ ନା ଅନ୍‌ଲାଇନ୍‌ ପାଠପଢ଼ାକୁ ଆଧାର କରି ପିଲାଙ୍କ ‌ପରୀକ୍ଷା କରାଯିବ। ଯଦି କ୍ଲାସରୁମ୍‌ ପାଠପଢ଼ା ପରେ ପରୀକ୍ଷା ହୁଏ, ତେବେ କେତେ ମାସ କ୍ଲାସ କରାଯିବ। କେଉଁ ମାଧ୍ୟମରେ ହେବ? ସମସ୍ତ ଛାତ୍ରଛାତ୍ରୀଙ୍କୁ ଏକାଠି ବସାଇ ପାଠପଢ଼ା ହେବ ନା ପର୍ଯ୍ୟାୟକ୍ରମେ କ୍ଲାସ କରିବାକୁ ଡକାଯିବ। ରାଜ୍ୟ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଏବେ ପୁଣିଥରେ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ବିଶେଷକରି ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ (ଏସ୍‌ଆରସି)ଙ୍କ ପକ୍ଷରୁ ଶିକ୍ଷାନୁଷ୍ଠାନ ଖୋଲିବା ନିଷ୍ପତ୍ତି ସମ୍ପୃକ୍ତ ବିଭାଗ ଉପରେ ଛାଡ଼ିବା, ଯୁକ୍ତ୨ କଲେଜ କ୍ୟାମ୍ପସ ସଫା କରିବା, ଗବେଷଣାରତ ଛାତ୍ରଛାତ୍ରୀଙ୍କ ଲାଗି କଲେଜ ଓ ବିଶ୍ବବିଦ୍ୟାଳୟ ଲାବରେଟୋରି ଖୋ‌ଲିବା ନେଇ ଅନୁମତି ପରେ ଡିସେମ୍ବରରୁ ପାଠପଢ଼ା ହେବାର ସମ୍ଭାବନା ସୃଷ୍ଟି ହୋଇଛି। ତେବେ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ଶିକ୍ଷାବର୍ଷ ସ୍ପଷ୍ଟ କରି ନ ଥିବାରୁ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଓ ବୈଷୟିକ ଶିକ୍ଷା ବିଭାଗ ଦୋଛକିରେ ରହିଛନ୍ତି। କୌଣସି ଠୋସ୍‌ ପଦକ୍ଷେପ ନେଇପାରୁ ନାହାନ୍ତି।

ଛାତ୍ରଛାତ୍ରୀଙ୍କ କ୍ୟାରିୟର୍‌ରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଦଶମ ଓ ଦ୍ବାଦଶ ଶ୍ରେଣୀ ପାଠପଢ଼ା ଓ ପରୀକ୍ଷା ନେଇ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରି ନାହିଁ। ସିବିଏସ୍‌ଇ, ଆଇସିଏସ୍‌ସିଇ ପରି କେନ୍ଦ୍ରୀୟ ବୋର୍ଡ ନିଷ୍ପତ୍ତି ଝୁଲାଇ ରଖିଥିବା ବେଳେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏଯାଏ ୨୦୨୦-୨୧ ଶିକ୍ଷାବର୍ଷ ଧାର୍ଯ୍ୟ କରିପାରି ନାହିଁ। ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କ ଶିକ୍ଷାବର୍ଷ ସ୍ପଷ୍ଟ କରିବାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଆଉ କେତେକ ରାଜ୍ୟ ସରକାର ଏ ବାବଦରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ତା’ ପରେ ବି ଆଜି ପର୍ଯ୍ୟନ୍ତ ପରୀକ୍ଷା ନେଇ କିଛି ବି ସ୍ଥିର ହୋଇପାରିନାହିଁ। ଦଶମ ଓ ଦ୍ବାଦଶ ‌ଶ୍ରେଣୀ ପରୀକ୍ଷା ତାରିଖ ଓ ଫର୍ମ ପୂରଣ ମୁଖ୍ୟତଃ ଡିସେମ୍ବର ମାସରେ ହୋଇଥାଏ। ତେବେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ କିଛି ବି ହୋଇପାରିନାହିଁ। କେ‌େବ‌ ହେବ, ସେନେଇ ବି ଗଣଶିକ୍ଷା ବିଭାଗ ସ୍ପଷ୍ଟ କରିପାରୁ ନାହିଁ।

ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷା‌ରେ ବି ସମାନ ଅବସ୍ଥା ଲାଗି ରହିଛି। ତାରିଖ କିଛି ବି ‌ସ୍ଥିର ହୋଇପାରି ନାହିଁ। ପ୍ରତିବର୍ଷ ଡିସେମ୍ବର ମାସରେ ଛାତ୍ରଛାତ୍ରୀଙ୍କ ସେମିଷ୍ଟର ପରୀକ୍ଷା ଅନୁଷ୍ଠିତ ହୋଇଥାଏ। ତେବେ ଏଥର ଆଦୌ କ୍ଲାସରୁମ୍‌ ପାଠପଢ଼ା ହୋଇପାରି ନାହିଁ। ତେଣୁ କେମିତି ପରୀକ୍ଷା ହେବ, ତାହାକୁ ନେଇ ଛାତ୍ରଛାତ୍ରୀ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଯଦିଓ ଅନ୍‌ଲାଇନ୍‌ରେ ପାଠପଢ଼ା ହେଉଛି, ତେବେ ସେଥିରେ ସମସ୍ତ ଛାତ୍ରଛାତ୍ରୀ ଯୋଡ଼ି ହୋଇପାରୁନାହାନ୍ତି। ଏଭଳି ସମୟରେ ଅଣ୍ଡର ଗ୍ରାଜୁଏଟ୍‌(ୟୁଜି) ଓ ପୋଷ୍ଟ ଗ୍ରାଜୁଏଟ୍‌(ପିଜି) ସେମିଷ୍ଟର ପରୀକ୍ଷା କରାଗଲେ ଛାତ୍ରଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ତାହାକୁ ନଜରରେ ରଖି ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର ଗତକାଲି ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି ଓ ଡିଗ୍ରି କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଏବେ ପରୀକ୍ଷା ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଶ୍ରୀ ମିଶ୍ର ଚିଠିରେ ଉଲ୍ଲେଖ କରିଛନ୍ତି ଯେ କୋଭିଡ୍‌-୧୯ ଯୋଗୁଁ ଶିକ୍ଷାବର୍ଷ ବହୁ ପରିମାଣରେ ବାଧାପ୍ରାପ୍ତ ହୋଇଛି। ଅନ୍‌ଲାଇନ୍‌ରେ ପାଠପଢ଼ା ହେଉଥିଲେ ମଧ୍ୟ ଅଧିକାଂଶ ଛାତ୍ରଛାତ୍ରୀ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି। ତେଣୁ କ୍ଲାସରୁମ୍‌ ପାଠପଢ଼ା ସ୍ବାଭାବିକ କରାଯାଇ ସିଲାବସ୍‌ ଶେଷ ହେବା ପରେ ଯାଇ ପରୀକ୍ଷା କଥା ବିଚାରକୁ ନିଆଯିବ। ତା’ ପୂର୍ବରୁ ପରୀକ୍ଷା ଉପରେ ଗୁରୁତ୍ବ ‌ନ ଦେବାକୁ କୁହାଯାଇଛି।

ଅନ୍ୟପକ୍ଷରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍‌ ‘ନିଶଙ୍କ’ ଟୁଇଟ୍‌ କରି ସୂଚନା ଦେଇଛନ୍ତି ଯେ ଜେଇଇ ମେନ୍‌, ନିଟ୍‌ ପରି ପ୍ରବେଶିକା ପରୀକ୍ଷା ସମେତ ବୋର୍ଡ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଦ୍ବନ୍ଦ୍ବରେ ରହିଛନ୍ତି। ଏନେଇ ଆମେ ଅବଗତ ରହିଛୁ। ତେଣୁ ଆସନ୍ତା ୧୦ ତାରିଖରେ ଏକ ୱେବିନାର ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ଭାଗନେଇ ସେମାନଙ୍କ ମତାମତ ଦେଇପାରିବେ। ଶିକ୍ଷାବର୍ଷ କେମିତି ହେବ, ସେନେଇ ମତାମତ ଗ୍ରହଣ କରାଯିବା ପରେ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି।

from Kanak News
via <a href="https://ifttt.com/?

କୃଷକଙ୍କ ସହ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଆଲୋଚନା ଶେଷ । ଆସନ୍ତାକାଲି ପ୍ରସ୍ତାବ ଦେବେ କେନ୍ଦ୍ର ସରକାର ।

କନକ ବ୍ୟୁରୋ : କୃଷକଙ୍କ ସହ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଆଲୋଚନା ଶେଷ । ବୈଠକ ପରେ କୃଷକ ନେତାଙ୍କ ପ୍ରତିକ୍ରିୟା । କହିଲେ ଆସନ୍ତାକାଲି ପ୍ରସ୍ତାବ ଦେବେ ସରକାର । ସଂଶୋଧନ ପାଇଁ ଲିଖିତ ପ୍ରସ୍ତାବ ଦେବେ ସରକାର । ହେଲେ କାଲି ଆଉ ଚାଷୀ ଓ ସରକାରଙ୍କ ମଧ୍ୟରେ ବୈଠକ ହେବନି ବୋଲି କହିଛନ୍ତି ଚାଷୀ ନେତା ।

ଆଜି ସାରା ଦେଶରେ ଚାଷୀଙ୍କ ଭାରତ ବନ୍ଦ ଭିତରେ ଚାଷୀ ସଂଗଠନ ସହିତ ଆଲୋଚନା କରିବାକୁ ଡାକିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏଥିପାଇଁ ଇଣ୍ଡିଆନ କାଉନସିଲ ଅଫ ଏଗ୍ରିକଲଚରାଲ ରିସର୍ଚ୍ଚ- ଗେଷ୍ଟହାଉସରେ କୃଷକ ସଂଗଠନର ୧୩ ଜଣ ନେତାଙ୍କ ସହ ଆଲୋଚନା ହୋଇଥିଲା । ତେବେ ଚାଷୀ ନେତାଙ୍କ ସହ ବୈଠକ ପୂର୍ବରୁ ଦିଲ୍ଲୀ ପୋଲିସ କମିଶନରଙ୍କ ସହ ପ୍ରାୟ ଅଧଘଂଟା ଧରି ଆଲୋଚନା କରିଥିଲେ ଶାହ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started