ଟିକା ଆସିଯାଉଛି, ଜରୁରୀକାଳୀନ ଅନୁମତି ବି ମିଳିଯାଉଛି । ହେଲେ ପରିବହନ ସାଜିଛି ବଡ ଚ୍ୟାଲେଞ୍ଜ ।

କନକ ବ୍ୟୁରୋ : ଫାଇଜର ଟିକାକୁ ଜରୁରୀକାଳୀନ ଅନୁମତି ମିଳିବା ପରେ ଏବେ ୟୁନାଇଟେଡ କିଙ୍ଗଡମରେ ଟିକାକରଣ ପ୍ରକ୍ରିୟା ଜୋରସୋରରେ ଆରମ୍ଭ ହୋଇଯାଇଛି । ଏହାରି ଭିତରେ ଏହି ଟିକା ପାଇବାକୁ ଅପେକ୍ଷା କରିଛନ୍ତି ବିଶ୍ୱର ବଡ ବଡ ଦେଶ । କିନ୍ତୁ ବଡ ପ୍ରଶ୍ନଟି ହେଲା ଏହି ଟିକାର ପରିବହନ । ଅନୁମାନ କରାଯାଉଛି, ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ଫାଇଜର ଟିକାର ପରିବହନ ସବୁଠାରୁ ବଡ ପରିବହନ ପ୍ରକ୍ରିୟା ହେବାକୁ ଯାଉଥିବା ନେଇ ଅନୁମାନ କରାଯାଉଛି ।

କାରଣ ଏବେ ସବୁଠୁ ବଡ ଦାୟିତ୍ୱ ହେଉଛି, କିପରି ହଜାର ହଜାର ଲକ୍ଷ ଲକ୍ଷ ସଂଖ୍ୟାରେ କୋଭିଡ ଟିକା ସମଗ୍ର ବିଶ୍ୱର କୋଣଅନୁକୋଣରେ ପହଂଚିବ । ୟୁରୋପ ଏବଂ ଆମେରିକାରେ ଉତ୍ପାଦନ ହେଉଥିବା ସ୍ଥାନରୁ ଏହି ଟିକାକୁ ସୁରକ୍ଷିତ ଭାବେ ପହଂଚାଇବା ସବୁଠୁ ବଡ ଚ୍ୟାଲେଂଜ ହୋଇଛି । ଆଉ ଏସବୁ କରାଯିବ ମାଇନସ-୭୦ ଡିଗ୍ରୀ ତାପମାତ୍ରାରେ । ଏଥିପାଇଁ ଏବେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

-ହଜାର ହଜାର ସଂଖ୍ୟାରେ ସ୍ୱତନ୍ତ୍ର ବାକ୍ସ ନିର୍ମାଣ କରାଯାଇଛି
-ଏହି ବାକ୍ସ ଭିତରର ତାପମାତ୍ରା ଶୀତଦିନରେ ଆଂଟାରଟିକାର ତାପମାତ୍ରା ସହିତ ସମାନ ରହିବ
-ଏହି ବାକ୍ସ ଗୁଡିକ ସେହିସ୍ଥାନକୁ ପଠାଯିବ ଯେଉଁଠାରେ ଆଇସକ୍ରିମ ଛାଇରେ ତରଳି ଯାଏ ଏବଂ ଫଳ ଓ ପନିପରିବା ନିୟମିତ ଭାବେ ଉତାପରେ ନଷ୍ଟ ହେଉଥାଏ ।

ଲଜିଷ୍ଟିକ ଏକ୍ସପର୍ଟଙ୍କ କହିବାନୁସାରେ, ଏହି ଆହ୍ୱାନ ଗୁଡିକ ବୃହତ ଏବଂ ଅଦୃଶ୍ୟ । ଡକ୍ଟର ହରମିୟନ ପାର୍ସନସ, ପ୍ରତିଷ୍ଠାତା ନିର୍ଦ୍ଦେଶକ, ଡିକିନ ୟୁନିଭର୍ସିିଟି, ସେଂଟର ଫର ସପ୍ଲାଇ ଚେନ ଆଣ୍ଡ ଲଜିଷ୍ଟିକସ ଏବଂ ତାଙ୍କ ସହପାଠୀଙ୍କ ସୂଚନା ଅନୁସାରେ
-ନିିକଟ ଅତିତରେ ଅଷ୍ଟ୍ରେଲିଆ ଏଭଳି ପରିବହନ ଚ୍ୟାଲେଂଜର ସମ୍ମୁଖୀନ ହୋଇନାହିଁ ।
-ଏତେ ପରିମାଣର ଟିକା କେବେ ପୂର୍ବରୁ ପରିବହନ ହେବା ଭଳି ଘଟଣା ଘଟିନାହିଁ
-ପୂର୍ବରୁ ପରିବହନକୁ ନେଇ ଏତେ ବଡ ପ୍ରଶ୍ନ ଉଠିନାହିଁ
-୭୦ବର୍ଷ ତଳର ଏକ ଟିକାକରଣ ପ୍ରକ୍ରିୟାକୁ ତୁଳନା କଲେ ଏହା ଜଣାପଡୁଛି, ଯେ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ଏହା ହେଉଛି ସବୁଠାରୁ ବଡ ପରବହନ ବ୍ୟବସ୍ଥା
-୨୦୨୧ରେ ଦିଆଯିବାକୁ ଥିବା ସମସ୍ତ ଟିକା ମଧ୍ୟରେ ଫାଇଜର ହେଉଛି ଏମିତି ଏକ ଟିକା ଯାହାର ପରିବହନକୁ ନେଇ ଏତେ ବଡ ଚ୍ୟାଲେଂଜ ସୃଷ୍ଟି ହୋଇଛି ।

ଏହି ପରିବହନ ପ୍ରକ୍ରିୟାରେ ସବୁଠୁ ବଡ ଦିଗଟି ହେଉଛି କୋଲଡ ଚେନ
-କୋଲଡ ଚେନ କହିଲେ ବୁଝାଏ ନିମ୍ନ ତାପମାତ୍ରାରେ ଗୋଟିଏ ସାମଗ୍ରୀର ବଂଟନ ।
-ଫାଇଜର ବଂଟନ ପ୍ରକ୍ରିୟାରେ କ୍ରମାଗତ ଭାବେ କୋଲଡଚେନ ବରାବର କାମ କରିବା ଦରକାର
-ଆମେରିକାର କାଲମାଜୋ, ମିଚିଗାନ, ପର୍ସ, ବେଲଜିୟମରେ ଏହି ଟିକାର ଉତ୍ପାଦନ ଜାରି ରହିଛି
-ତେଣୁ ଯଦି କୋଲଡ ଚେନରେ ସମସ୍ୟା ଦେଖାଯାଏ ତେବେ ଟିକାର ପ୍ରଭାବ କମିବାକୁ ଲାଗିବ ଏବଂ ଏହା ଜୀବାଣୁ ଦ୍ୱାରା ସଂକ୍ରମିତ ହେବାର ଆଶଙ୍କା ମଧ୍ୟ ରହିଛି

from Kanak News
via <a href="https://ifttt.com/?

କେବେ ଆସିବ କରୋନା ଟିକା ? ଟିକାକୁ କେମିତି ମିଳେ ଜରୁରୀକାଳୀନ ଅନୁମତି ?

କନକ ବ୍ୟୁରୋ : କେବେ ଆସିବ କରୋନା ଟିକା ? ଏହି ମୁହୁର୍ତ୍ତକୁ ବେଶ ଉତ୍ସୁକତାର ସହିତ ଅପେକ୍ଷା କରିଛି ସାରା ଦେଶ । ବିଶେଷ କରି ସ୍ୱଦେଶୀ ଟିକାକୁ ଅପେକ୍ଷା ରହିଛି । ଏହାରି ମଧ୍ୟରେ ହାଇଦ୍ରାବାଦର ଫାର୍ମାସ୍ୟୁଟିକାଲ କମ୍ପାନି ଭାରତ ବାୟୋଟେକ୍ ତିଆରି କରୁଥିବା କୋଭିଡ-୧୯ ଟିକା କୋଭାକସିନ, ସେଂଟ୍ରାଲ ଡ୍ରଗସ ରେଗୁଲେଟରଙ୍କ ଠାରୁ ଜରୁରୀକାଳୀନ ଅନୁମତି ମାଗିଛି । ତୃତୀୟ କମ୍ପାନି ଭାବେ କୋଭାକସିନ ଏହି ଅନୁମତି ମାଗିଛି । ଏହା ପୂର୍ବରୁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଆମେରିକା ଫାର୍ମା କମ୍ପାନି ଫାଇଜର ଜରୁରୀକାଳୀନ ଅନୁମତି ମାଗିସାରିଛି ।

ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ, ଆଇସିଏମଆର ଏବଂ ଭାରତ ବାୟୋଟେକର ମିଳିତ ଉଦ୍ୟମରେ ତିଆରି ହେଉଛି କୋଭାକସିନ । ଯାହାର ଏବେ ଫେଜ-୩ ପରୀକ୍ଷଣ ଚାଲିଛି । ଦେଶର ୧୮ଟି ସ୍ଥାନରେ ୨୨ହଜାର ଭଲ୍ୟୁଣ୍ଟରଙ୍କ ଠାରେ ଏହି ପରୀକ୍ଷଣ କରାଯାଉଛି ।

କେବେ ମିଳେ ଜରୁରୀକାଳୀନ ଅନୁମତି ?
-ଗୋଟିଏ ଟିକାକୁ ଜରୁରୀକାଳୀନ ଅନୁମତି ସେତେବେଳେ ମିଳିଥାଏ ଯେତେବେଳେ, ଏହି ଉତ୍ପାଦଟି ସୁରକ୍ଷିତ ଏବଂ ପ୍ରଭାବଶାଳୀ ବୋଲି ଯଥେଷ୍ଟ ପ୍ରମାଣ ମିଳେ ।
-ଟିକାର ପରୀକ୍ଷା ଶେଷ ହେବା ପରେ ଏ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟର ବିଶ୍ଲେଷଣ କରାଯାଇ ଟିକାକୁ ଚୂଡାନ୍ତ ଅନୁମୋଦନ ମିଳିଥାଏ ।
-ଜରୁରୀ କାଳୀନ ଅନୁମତି ମିଳିବା ପଛର ଆଉ ଏକ କାରଣ ହେଲା ବର୍ତ୍ତମାନର ମହାମାରୀ ସ୍ଥିତି ।
-ଯେତେବେଳେ ସାରା ବିଶ୍ୱ କରୋନାର କବଳରେ ଛଟପଟ ହେଉଥାଏ ଏବଂ ୧୫ଲକ୍ଷ ଲୋକ ଏହି ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିବା ଭଳି ପରିସ୍ଥିତି ସୃଷ୍ଟି ହୁଏ । ଏଭଳି ସ୍ଥିତିରେ ରେଗୁଲେଟରି ଅଥରିଟିସ ବା ନିୟନ୍ତ୍ରଣ କର୍ତୃପକ୍ଷ ଏହିପରି ବ୍ୟବସ୍ଥାକୁ ଆପଣେଇ ଜରୁରୀକାଳୀନ ଅନୁମତି ଦେଇଥାନ୍ତି ।
-ଟିକାକୁ ଜରୁରୀକାଳୀନ ଅନୁମତି ମିଳିବା ଦ୍ୱାରା ଟିକାଟି ନିର୍ଦ୍ଦିଷ୍ଟ କିଛି ସର୍ତ୍ତରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିପାରେ କିମ୍ବା କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କ ପାଖରେ ପହଂଚିପାରେ ।

ଏବେ ନଜର ପକାନ୍ତୁ ପୂର୍ବରୁ କଣ ହୋଇଥିଲା…
-ଡିସେମ୍ବର ୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଦଳୀୟ ବୈଠକ ଡାକିଥିଲେ । ଏହି ବୈଠକରେ ମୋଦି ଆଶ୍ୱାସନା ଦେଇଥିଲେ ଯେ କିଛି ସପ୍ତାହ ମଧ୍ୟରେ କୋଭିଡ-୧୯ ଟିକା ଉପଲବ୍ଧ ହେବ ।
-ସମାନ ଦିନରେ ଭାରତରେ ଫାଇଜର ଟିକା ସେଂଟ୍ରାଲ ଡ୍ରଗ ରେଗୁଲେଟରଙ୍କ ଠାରୁ ଜରୁରୀକାଳୀନ ଅନୁମତି ମାଗିଥିଲା । ୟୁନାଇଟେଡ୍ କିଙ୍ଗଡମ ଏବଂ ବାହାରିନରେ ଏହି ଟିକାକୁ ବ୍ୟବହାର ପାଇଁ ଅନୁମତି ମିଳିଯିବା ପରେ ଭାରତରେ ଏହାର ଜରୁରୀକାଳୀନ ଅନୁମତି ମାଗିଥିଲା କମ୍ପାନୀ ।
-ଡିସେମ୍ବର ୬ ତାରିଖରେ କୋଭିସିଲଡ ଭ୍ୟାକସିନ ପାଇଁ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଜରୁରୀକାଳୀନ ଅନୁମତି ମାଗିଥିଲା ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଫାଇଜର, ଭାରତ ବାୟୋଟେକ୍ ଏବଂ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ କରିଥିବା ଜରୁରୀକାଳୀନ ଅନୁମତି ପାଇଁ ଆବେଦନ ଉପରେ ବୁଧବାର ପରୀକ୍ଷା ନୀରିକ୍ଷା କରାଯିବ । ଡଗ୍ରସ କଂଟ୍ରୋଲ ଜେନେରାଲ ଅଫ ଇଣ୍ଡିଆ ସୁତ୍ରରୁ ଏହି ସୂଚନା ମିଳିଛି ।

ଆମେରିକା ପରେ ଭାରତ ହେଉଛି ଦ୍ୱିତୀୟ ଦେଶ ଯାହାକି କରୋନା ମହାମାରୀ ଦ୍ୱାରା ଅଧିକ ପ୍ରଭାବିତ ହୋଇଛି । ପାଖାପାଖି ୧କୋଟି ଲୋକ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ୪୦ହଜାର ଅତିକ୍ରମ କରିଛି ।

ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି,
-ଆଗଧାଡିରେ ଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପ୍ରଥମେ କରୋନା ଟିକା ଦିଆଯିବ ।
-ସେହିପରି ପୋଲିସ କର୍ମଚାରୀ, ପାରାମିଲିଟାରୀ ଅଧିକାରୀ , ୬୫ବର୍ଷରୁ ଅଧିକ ବୟସ୍କ ଲୋକ ଏବଂ ସାନିଟାଇଜେସନ କ୍ଷେତ୍ରରେ କାମ କରୁଥିବା ଅଧିକାରୀମାନଙ୍କୁ ଟିକା ଦେବା କ୍ଷେତ୍ରରେ ପ୍ରାଥମିକତା ଦିଆଯିବ ।

from Kanak News
via <a href="https://ifttt.com/?

ଭିକାରୀ ମୁକ୍ତ ହେବ ଏକ୍ରାମ କ୍ଷେତ୍ର । ବିଏମସି ଓ ବିଡିଏ ପକ୍ଷରୁ ଆରମ୍ଭ ହେଲା ପ୍ରକ୍ରିୟା

କନକ ବ୍ୟୁରୋ : ଭିକାରୀ ମୁକ୍ତ ହେବ ଲିଙ୍ଗରାଜ ମନ୍ଦିର । ଏନେଇ ବିଏମସି ଓ ବିଡିଏ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କାର୍ଯ୍ୟ ରାଜ୍ୟ ସରକାରଙ୍କ ‘ଏକାମ୍ର’ ଯୋଜନା ମାଧ୍ୟମରେ ପ୍ରଭୁ ଲିଙ୍ଗରାଜ ମନ୍ଦିରକୁ ସୌନ୍ଦର୍ଯ୍ୟକରଣ କରିବାର ଏକ ପଦକ୍ଷେପ ।

ଜୀବିକା ପାଇଁ ଲିଙ୍ଗରାଜ ମନ୍ଦିର ପରିସରରେ ଭିକ୍ଷାବୃତ୍ତି କରୁଥିବା ଭିକାରୀଙ୍କ ଥାଇଥାନ କରିବାକୁ ଏହି ଯୋଜନା କରାଯାଉଛି । ‘ସହାୟ’ ଯୋଜନା ଅଧୀନରେ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରାଇବାକୁ ପ୍ରୟାସ କରୁଛନ୍ତି ସରକାର । ଭିକାରୀ ଓ ଭୂମିହୀନମାନଙ୍କୁ ଚିହ୍ନଟ କରିବା ପାଇଁ ବିଏମସି ଓଲ୍ଡ ଟାଉଟରୁ ସର୍ଭେ ଆରମ୍ଭ କରିଛି ।

ଯେଉଁମାନେ ନିଜ ଘରକୁ ଫେରିବାକୁ ଚାହାନ୍ତି ସେମାନଙ୍କୁ ଘରକୁ ପଠାଯିବ ଓ ଯେଉଁମାନେ ଘରକୁ ଯିବାକୁ ଚାହାନ୍ତିନି ସେମାନଙ୍କୁ ବିଭିନ୍ନ ଆଶ୍ରୟ ଗୃହରେ ଥଇଥାନ କରାଯିବ । ଏହି ଭିକାରୀ ଚିହ୍ନଟ କରିବା ପ୍ରକ୍ରିୟା ପାଇଁ ସରକାର ବିଭିନ୍ନ ଏନଜିଓ ଓ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରିଛନ୍ତି ।

ଏକ୍ରାମ କ୍ଷେତ୍ର ପ୍ରକଳ୍ପ ପାଇଁ ପ୍ରାୟ ୯୦ ପ୍ରତିଶତ ଜମି ଅଧିଗ୍ରହଣ କାମ ଶେଷ ହୋଇଛି । ବାକି ଥିବା ଜମି ଅଧିଗ୍ରହଣ କାମ ଆଗାମୀ ଦିନରେ ଶେଷ ହେବ । ଏକାମ୍ର ଯୋଜନା ମାଧ୍ୟମରେ ସରକାର ଲିଙ୍ଗରାଜ ମନ୍ଦିରକୁ ସୌନ୍ଦର୍ଯ୍ୟକରଣ କରିବାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ।

from Kanak News
via <a href="https://ifttt.com/?

ଆଇପିଏସ୍ ସତିଶ ଗଜଭିୟେଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି । ମାସକ ଭିତରେ ପଦୋନ୍ନତି ଓ ଆନୁସଙ୍ଗିକ ସୁବିଧା ପ୍ରଦାନ ପାଇଁ ନିର୍ଦ୍ଦେଶ ।

କନକ ବ୍ୟୁରୋ : ଆଇପିଏସ୍‌ ସତୀଶ କୁମାର ଈଶ୍ବରଦାସ ଗଜଭିୟେଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି । ମାଲକାନଗିରି ଏସପି ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ବିରୋଧରେ ଥିବା ଅଭିଯୋଗ ଆଧାରରେ ଆରମ୍ଭ କରାଯାଇଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ଚାଲେଞ୍ଜ କରି ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ହାଇକୋର୍ଟ ଶ୍ରୀ ଗଜଭିୟେଙ୍କ ଆବେଦନକୁ ଗ୍ରହଣ କରିବା ସହିତ ନ୍ୟାୟ ସଂଗତ କାର୍ଯ୍ୟାନୁଷ୍ଠାନର ମାନଦଣ୍ଡକୁ ଉପେକ୍ଷା କରି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ବୋଲି କହିଛନ୍ତି । ଆଇନର ମୌଳିକ ନିୟମ ଅନୁସାରେ ପକ୍ଷ ରଖିବାକୁ ସୁଯୋଗ ନ ଦେଇ କାହାର ଅଧିକାର ପ୍ରଭାବିତ ହେବା ଭଳି କୌଣସି ନିଷ୍ପତ୍ତି ନିଆଯିବା ଉଚିତ ନୁହେଁ । କିନ୍ତୁ ଏହି ମାମଲାରେ ଏହି ନିୟମ ପାଳନ କରାଯାଇ ନଥିଲା ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି ।

ଏଥି ସହ ସତୀଶ ଗଜଭିୟେଙ୍କୁ ସମସ୍ତ ପ‌ଦୋନ୍ନତି ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ଏକ ମାସ ଭିତରେ ପ୍ରଦାନ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି ।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୦୨ର ବ୍ୟାଚ୍‌ର ଆଇପିଏସ୍ ଶ୍ରୀ ଗଜଭିୟେ ମାଲକାନଗିରି ଏସପି ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୦୭, ଜୁଲାଇ ୨୫ରେ ଜଣେ ହାର୍ଡକୋର୍ ମାଓବାଦୀ ଗିରଫ ହୋଇଥିଲା । ଏହି ଗିରଫଦାରୀ ଘଟଣାରେ ୬ଜଣ ପୁଲିସ ଅଧିକାରୀଙ୍କୁ ୧ ଲକ୍ଷ ୫୫ ହଜାର ଟଙ୍କା ପୁରସ୍କାର ଦେବା ନିଷ୍ପତ୍ତି ହୋଇଥିଲା । କିନ୍ତୁ ଏହି ପୁଲିସ ଅଧିକାରୀଙ୍କୁ ପୁରସ୍କାର ମିଳି ନଥିବା ଅଭିଯୋଗ ହୋଇଥିଲା । ଏନେଇ ଗୁଇନ୍ଦା ନିର୍ଦ୍ଦେଶକ ତତ୍କାଳୀନ ଡିଆଇଜି(ଗୁଇନ୍ଦା)ଙ୍କୁ ଅଭିଯୋଗର ତଦନ୍ତ କରି ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ । ୨୦୧୨ରେ ଏ ସଂପର୍କିତ ପ୍ରାଥମିକ ତଦନ୍ତ ରିପୋର୍ଟ ଡିଆଇଜି ଦାଖଲ କରିଥିଲେ । ଏହାପରେ ୨୦୧୫ରେ ଶ୍ରୀ ଗଜଭିୟେଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ।

ଏହି ପ୍ରକ୍ରିୟାକୁ ଚାଲେଞ୍ଜ କରି ସତୀଶ ଗଜଭିୟେ ପ୍ରଥମେ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବୁନାଲର କଟକ ଖଣ୍ଡପୀଠରେ ମାମଲା ରୁଜୁ କରିଥିଲେ । ପରବର୍ତ୍ତୀ ସମୟରେ ଏହି ମାମଲା କ୍ୟାଟ୍‌ର ଦିଲ୍ଲୀସ୍ଥିତ ପ୍ରମୁଖ ଖଣ୍ଡପୀଠକୁ ସ୍ଥାନାନ୍ତର ହୋଇଥିଲା । କ୍ୟାଟ୍ ମାମଲାର ଶୁଣାଣି କରି ୨୦୧୮, ଅଗଷ୍ଟ ୧୦ରେ ଗଜଭିୟେଙ୍କ ଆବେଦନକୁ ଖାରଜ କରିଥିଲେ । କ୍ୟାଟଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

from Kanak News
via <a href="https://ifttt.com/?

ଚୀନର ‘ଡିଜିଟାଲ’ ପ୍ରତିଶୋଧ । ଆମେରିକା ସମେତ ବିଭିନ୍ନ ଦେଶର ୧୦୫ଟି ଆପ୍ ଉପରେ ଲଗାଇଲା କଟକଣା ।

କନକ ବ୍ୟୁରୋ : ଚୀନର ଡିଜିଟାଲ ଷ୍ଟ୍ରାଇକ୍ । ଭାରତ ପରେ ଏବେ ପଡୋଶୀ ଚୀନ୍ ମଧ୍ୟ ଡ଼ିଜିଟାଲ ଷ୍ଟ୍ରାଇକ୍ କରି ନେଇଛି ପ୍ରତିଶୋଧ । ଆମେରିକା ସମେତ ଦୁନିଆର ବଡ଼ ବଡ଼ ଦେଶର ପ୍ରସିଦ୍ଧ ଆପ୍ ଉପରେ କଟକଣା ଲଗାଇଛି ଚୀନ୍ । ପ୍ରାୟ ୧୦୫ଟି ଆପ୍ ଉପରେ ନିଷେଧାଦେଶ ଜାରି କରିଛି ଚୀନ୍ । ଏହି ଆପ୍ ଗୁଡ଼ିକୁ ତୁରନ୍ତ ଆପ୍ ଷ୍ଟୋରରୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଚୀନ ନିଜ ଦେଶର ଆପ୍ ଷ୍ଟୋରରୁ ଆମେରିକା ଟ୍ରାଭେଲ ଏଜେଂଟ ଟ୍ରିପ୍ ଆଡ଼ଭାଇଜର ଆପ୍ ସମେତ ୧୦୫ଟି ଆପ୍ ହଟାଇ ଦେଇଛି । ଏହି ଆପ୍ ଗୁଡ଼ିକରେ ଅଶ୍ଳିଳତା, ଗଣଦୁଷ୍କର୍ମ, ଜୁଆ ଖେଳ ଏବଂ ହିଂସା ଭଳି ବିଷୟବସ୍ତୁ ବିସ୍ତାର କରୁଥିବା ଅଭିଯୋଗ କରିଛି ଚୀନ ।

ଏହି ଆପ୍ ଗୁଡ଼ିକ କିଛି ସୂଚନା ନଦେଇ ଏକରୁ ଅଧିକ ସାଇବର ନିୟମ ଉଲ୍ଲଂଘନ କରୁଛନ୍ତି ବୋଲି ବିବୃତି ଜାରି କରିଛି ଚୀନ ସାଇବର ସ୍ପେସ୍ ପ୍ରଶାସନ । ଚଳିତ ବର୍ଷ ଭାରତ ଚୀନ ସୀମା ବିବାଦ ପରେ ଟିକ୍ଟକ୍, ପବଜି ଆଦି ୨୨୦ଟି ଚାଇନା ମୋବାଇଲ ଆପ୍ ଉପରେ ଭାରତରେ କଟକଣା ଲଗାଯାଇଛି । ଚଳିତ ବର୍ଷ ଭାରତ ଅନେକ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛି । ଜୁନ୍ ୨୦୨୦ରେ ଭାରତ ଟିକଟକ୍ ସମେତ ୫୯ଟି ମୋବାଇଲ ଆପ୍ଲିକେସନ୍ ଉପରେ ପ୍ରତିବନ୍ଧକ ଲଗାଇଛି । ପରେ ସେପ୍ଟେମ୍ବର ୨ରେ ୧୧୦ଟି ଅନ୍ୟ ଆପ୍ ଉପରେ ମଧ୍ୟ କଟକଣା ଲଗାଯାଇଥିଲା । ଏଥିମଧ୍ୟରୁ ଅଧିକାଂଶ ଚୀନ ସଂସ୍ଥା ଦ୍ୱାରା ପରିଚାଳିତ ହେଉଥିଲା ।

from Kanak News
via <a href="https://ifttt.com/?

ତୁଟିଲା ଦ୍ୱନ୍ଦ୍ୱ, ଆସିଲା ଏଭରେଷ୍ଟର ନୂଆ ଉଚ୍ଚତା । ସର୍ଭେରୁ ଜଣପଡିଲା ୮୬ ସେଣ୍ଟିମିଟର ଅଧିକ ଉଚ୍ଚ ଏଭରେଷ୍ଟ ।

କନକ ବ୍ୟୁରୋ : ବଦଳିଲା ବିଶ୍ୱର ଉଚ୍ଚତମ ଶୃଙ୍ଗର ଉଚ୍ଚତା । ଦୀର୍ଘ ବର୍ଷ ଧରି ଏଭରେଷ୍ଟ ଶୃଙ୍ଗର ଉଚ୍ଚତାକୁ ନେଇ ଲାଗି ରହିଥିବା ବିବାଦର ଆଜି ଅନ୍ତ ହୋଇଛି ବୋଲି ଘୋଷଣା କରିଛନ୍ତି ଉଭୟ ନେପାଳ ଓ ଚୀନ୍ । ନୂଆ ହିସାବ ଅନୁସାରେ ଏଭରେଷ୍ଟ ଶୃଙ୍ଗର ଉଚ୍ଚତା ହେଉଛି ୮ ହଜାର ୮୪୮ ଦଶମିକ ୮୬ ମିଟର ।

୧୯୫୪ ମସିହାରେ ସର୍ଭେ ଅଫ୍ ଇଣ୍ଡିଆ କରିଥିବା ହିସାବ ଅନୁସାରେ ଏହାର ଉଚ୍ଚତା ୮ ହଜାର ୮୪୮ ମିଟର ରହିଥିଲା । କିନ୍ତୁ ଏହାକୁ ନେଇ କିଛି ଦ୍ୱନ୍ଦ୍ୱ ଦେଖାଯାଇଥିଲା ଏବଂ ଏନେଇ ୨୦୧୧ ମସିହାରୁ ଚୀନ ଓ ନେପାଳ ମିଳିତ ଭାବେ ଏହାର ଉଚ୍ଚତା ମାପ କରିଥିଲେ ।

ଅତ୍ୟାଧୁନିକ କୌଶଳରେ ଏହାର ମାପ କରାଯାଇଥିଲା ଏବଂ ଏହି ଅନୁସାରେ ଏଭରେଷ୍ଟ ଶୃଙ୍ଗର ଉଚ୍ଚତା ପୂର୍ବ ଉଚ୍ଚତା ତୁଳନାରେ ୮୬ ସେଣ୍ଟିମିଟର ଅଧିକ ବୋଲି ଜଣାପଡିଛି । ପୂର୍ବରୁ ବ୍ରିଟିଶ ଶାସିତ ଭାରତ ପକ୍ଷରୁ ୧୮୪୯ ଓ ୧୮୫୫ରେ ସର୍ଭେ ଅଫ୍ ଇଣ୍ଡିଆ ଏହି ଶୃଙ୍ଗର ଉଚ୍ଚତା ମାପ କରିଥିଲା ।

from Kanak News
via <a href="https://ifttt.com/?

କରୋନା ଟିକାର ଦାମ ହେବ ୨୫୦ ଟଙ୍କା ! ଖୁବ୍ ଶୀଘ୍ର ସରକାରଙ୍କ ସହ ହୋଇପାରେ ସେରମ ଇନଷ୍ଟିଚ୍ୟୁଟର ଚୁକ୍ତି ।

କନକ ବ୍ୟୁରୋ : ୨୫୦ ଟଙ୍କାରେ ମିଳିବ କୋଭିଡ୍ ଟିକା । ଖୁବଶୀଘ୍ର କେନ୍ଦ୍ର ସରକାରଙ୍କ ସହ ଚୁକ୍ତି । ଚୁକ୍ତି କରିବ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ । ଭାରତବାସୀଙ୍କ ପାଇଁ ଏହି ଖବର ଏଥିପାଇଁ ଆଶ୍ୱସ୍ତି ଆଣିଦେଇଛି, କାରଣ ମାତ୍ର ୨୫୦ଟଙ୍କାରେ ମିଳିଯିବ କୋଭିଡ ଟିକାର ଗୋଟିଏ ଡୋଜ । ଯେଉଁ ଟିକା ପାଇବା ପାଇଁ କୋଟି କୋଟି ଭାରତୀୟ ଅପେକ୍ଷା କରି ବସିଛନ୍ତି, ସେହି ମାନଙ୍କ ପାଇଁ ଏହି ଟିକା ଆଣିଦେବ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ।

ବିଜନେସ ଷ୍ଟାଣ୍ଡାର୍ଡରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ବିଶ୍ୱର ସବୁଠାରୁ ଅଧିକ ଟିକା ପ୍ରସ୍ତୁତକାରୀ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏନେଇ ଖୁବଶୀଘ୍ର କେନ୍ଦ୍ର ସରକାରଙ୍କ ସହିତ ଚୁକ୍ତି ସ୍ୱାକ୍ଷର କରିବାକୁ ଯାଉଛି ।

ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦର ପୁନାୱାଲା ପୂର୍ବରୁ କହିଥିଲେ,
-ଭାରତର ବେସରକାରୀ ବଜାରରେ ଟିକାର ଦାମ ଏକ ହଜାର ଟଙ୍କା ରହିବ ।
-କିନ୍ତୁ ଭାରତ ସରକାର ବହୁତ ପରିମାଣରେ ଟିକା ଦରକାର କରୁଥିବାରୁ ଖୁବ କମ୍ ଦିନରେ ଏହି ଡିଲ୍ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି ।
-ପୁନାୱାଲା ଆହୁରି ମଧ୍ୟ କହିଥିଲେ, ଅନ୍ୟ ଦେଶକୁ ଦେବା ପୂର୍ବରୁ ସେରମ୍ ପ୍ରଥମେ ଭାରତରେ ଟିକାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବ ।

ସେପଟେ ଜରୁରୀକାଳୀନ ଅନୁମତି ମାଗିଥିବା ୩ଟି ଟିକା ପାଇଁ ଖୁବଶୀଘ୍ର ଆସୁଛି ଖୁସି ଖବର । ନୀତି ଆୟୋଗ ସଦସ୍ୟ ଡକ୍ଟର ଭି.କେ ପଲ କହିଛନ୍ତି, ଲାଇସେନ୍ସ ପ୍ରଦାନ କରିବା ପାଇଁ ଅନୁମତି ମାଗିଥିବା ୩ଟି ଟିକା ନେଇ ଏବେ ବିଚାରବିମର୍ଶ ଚାଲିଛି । ସସସ୍ତଙ୍କୁ କିମ୍ବା ଯେ କୌଣସି ଗୋଟିଏ ଟିକାକୁ ଖୂବଶୀଘ୍ର ଅନୁମତି ମିଳିପାରେ ।

ଅନ୍ୟପକ୍ଷରେ ଭାରତରେ କିପରି ଟିକାର ବଂଟନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରାଯାଇପାରିବ ସେନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସମଗ୍ର ଦେଶରେ ସ୍ୱାସ୍ଥ୍ୟ କର୍ମୀମାନଙ୍କ ଏକ ଡାଟାବେସ ପ୍ରସ୍ତୁତ କରାଯାଉଛି । କୋ-ୱିନ ସଫ୍ଟୱେୟାରରେ ଏସମସ୍ତ ଡାଟାବେସ୍ ଅପଲୋଡ କରାଯିବ । ଏହି ଡାଟାବେସକୁ ତନ୍ନ ତନ୍ନ କରି ଯାଂଚ କରାଯିବ । କେବଳ ଏତିକି ନୁହେଁ, ବର୍ତମାନ ଦେଶରେ ପ୍ରସ୍ତୁତ ହୋଇରହିଥିବା କୋଲଡ ଚେନ୍, ପ୍ରଥମ ୩କୋଟି ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ କୋଭିଡ-୧୯ ଟିକାକୁ ସଂରକ୍ଷିତ ରଖିପାରିବାର କ୍ଷମତା ବହନ କରୁଛି ବୋଲି କହିଛନ୍ତି ରାଜେଶ ଭୂଷଣ ।

from Kanak News
via <a href="https://ifttt.com/?

ଚାଷୀ ଆନ୍ଦୋଳନରେ ଭାରତ ବନ୍ଦ, ଗଡିଲାନି ଅଖଚକ । ସମର୍ଥନ ଜଣାଇଲେ ୨୪ଟି ବିରୋଧୀ ଦଳ, ସାରା ଦେଶରେ ପଡିଲା ପ୍ରଭାବ ।

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଜୋରଦାର ହୋଇଛି ଚାଷୀ ଆନ୍ଦୋଳନ । ୧୩ ଦିନରେ ପହଁଚିଛି ଆନ୍ଦୋଳନ । ସେପଟେ ଚାଷୀ ସଂଗଠନର ଆହ୍ୱାନରେ ଆଜି ସାରା ଦେଶରେ ବନ୍ଦ ହୋଇଛି ଚକଅଖ । ଏହି ଆନ୍ଦୋଳନକୁ ସମର୍ଥନ ଦେଇଛନ୍ତି ୨୪ଟି ବିରୋଧୀ ଦଳ ।

ଚାଷୀ ଆନ୍ଦୋଳନରେ ଭାରତ ବନ୍ଦ, ଗଡିଲାନି ଅଖଚକ । ଦିଲ୍ଲୀରୁ କୋଲକାତା, ଉତ୍ତରପ୍ରଦେଶରୁ ବେଙ୍ଗାଲୁରୁ, ହାଇଦ୍ରାବାଦରୁ ବିହାର ସବୁଠି ପଡିଛି ଭାରତ ବନ୍ଦର ପ୍ରଭାବ । ରାଜଧାନୀର ବୁରାଡିି ଗ୍ରାଉଣ୍ଡରେ ଆନ୍ଦୋଳନରେ ବସିଛନ୍ତି କୃଷକ । ସେମାନଙ୍କ ସମର୍ଥନରେ ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ବାମ ଦଳ ବନ୍ଦ ପାଳନ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି । ବ୍ୟାନର ପ୍ଲାକାର୍ଡ ଧରି ବାମ ଦଳର କର୍ମୀମାନେ ରାସ୍ତାକୁ ଆସି ପିକେଟିଂ କରି ଗାଡି ମୋଟର ଅଟକାଇବା ସହ ରାସ୍ତା ଅବରୋଧ କରିଛନ୍ତି ।

ମହାରାଷ୍ଟ୍ର ବି ଦେଖିବାକୁ ମିଳିଛି ବନ୍ଦର ପ୍ରଭାବ । ବୁଲଧନାଠାରେ କୃଷକ ସଂଗଠନର କର୍ମୀମାନେ ରେଳ ରୋକ କରିଛନ୍ତି । ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇଛି ଶିବସେନା । ଦଳର ରାଷ୍ଟ୍ରୀୟ ମୁଖପାତ୍ର ସଂଜୟ ରାଉତ କହିଛନ୍ତି ସରକାରଙ୍କ ପାଖରେ ଯଦି ଚାଷୀଙ୍କ ପାଇଁ ସହୃଦୟତା ଥାଆନ୍ତା ତେବେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ନିଜେ ଚାଷୀଙ୍କ ନିକଟକୁ ଯାଇ ଆଲୋଚନା କରିଥାନ୍ତେ ।

ପଶ୍ଚିମବଙ୍ଗର କୋଲକାତା, ସିଲିଗୁଡି, ୨୪ ପ୍ରଗଣାରେ ବି ବନ୍ଦର ଜୋରଦାର ପ୍ରଭାବ ଦେଖିବାକୁ ମିଳିଛି । ବାମଦଳର କର୍ମୀମାନେ ପିକେଟିଂ କରି ଦୋକାନ ବଜାର ବନ୍ଦ କରିବା ସହ ରେଳ ରୋକ୍ କରିଛନ୍ତି । କୋଲକାତା ଠାରେ ରେଳରୋକ କରି ଟ୍ରାକ୍ ଉପରେ ବସି ରହିଥିଲେ ବାମଦଳର କର୍ମୀ । ଟୁଇଟ୍ କରି ଚାଷୀ ଆନ୍ଦୋଳନ ଓ ଭାରତ ବନ୍ଦକୁ ସମର୍ଥନ ଜଣାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

ଚାଷୀଙ୍କ ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇ ଧାରଣା ଦେଇଛି କଂଗ୍ରେସ । କର୍ଣ୍ଣାଟକ ବିଧାନସଭା ବାହାରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି କଂଗ୍ରେସ ବିଧାୟକ । ଉତ୍ତରପ୍ରଦେଶରେ ଭାରତ ବନ୍ଦ ପାଳନ କରାଯାଉଛି । ସମାଜବାଦୀ ପାର୍ଟି ଚାଷୀଙ୍କ ସମର୍ଥନରେ ରାସ୍ତାକୁ ଓହ୍ଲାଇଛନ୍ତି । ବିଭିନ୍ନ ସ୍ଥାନରେ ରେଳ ରୋକ କରାଯାଇଛି । କେନ୍ଦ୍ର ସରକାରଙ୍କ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଏହି ବନ୍ଦ ଡାକରା ଦିଆଯାଇଥିଲା ।

from Kanak News
via <a href="https://ifttt.com/?

ଅଖାରୁ ମିଳିଲା ରତ୍ନପଥର । ୧୫୩ କେଜିର ମୂଲ୍ୟବାନ ରତ୍ନ ପଥରର ଆନୁମାନିକ ମୂଲ୍ୟ ଦେଢକୋଟି ଟଙ୍କା, ରାୟଗଡ଼ାରେ ଚଢାଉ କରି ଜବତ କଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ ।

କନକ ବ୍ୟୁରୋ : ରାୟଗଡାରୁ କୁଆଡେ ଲମ୍ବିଛି ରତ୍ନପଥର ଚୋରାଚାଲାଣର ଚେର । ଦୁଇଟି ବସ୍ତାରୁ ପ୍ରାୟ ୧୫୩ କେଜିର ମୂଲ୍ୟବାନ ରତ୍ନପଥର କ୍ରାଇମବ୍ରାଂଚ ଏସଟିଏଫ୍ ଟିମ୍ ଜବତ କରିବା ପରେ ଚାଲିଛି ଖୋଳତାଡ । ଜବତ ରତ୍ନପଥର ମଧ୍ୟରେ ରହିଛି ରୁବି, ପାନା, କଳାହୀରା, ମୁନ ଷ୍ଟୋନ ଭଳି ମୂଲ୍ୟବାନ ପଥର । ଯାହାର ବଜାର ମୂଲ୍ୟ ପ୍ରାୟ ଦେଢ କୋଟି ଟଙ୍କା । ଘଟଣାରେ ଗିରଫ ବ୍ୟକ୍ତିଙ୍କର ଏକାଧିକ ଶାସକ ଦଳର ନେତା-ମନ୍ତ୍ରୀଙ୍କ ସହ ଫଟୋ ଏବେ ଭାଇରାଲ୍ ହେଉଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠାଇଛି ରାୟଗଡା କଂଗ୍ରେସ ।

ଜବତ ହୋଇଥିବା ଚିକ୍ ଚିକ୍ କରୁଥିବା ପଥର ଗୁଡିକ କୌଣସି ସାଧାରଣ ପଥର ନୁହଁ । ଏହା ହେଉଛି ମୂଲ୍ୟବାନ ରତ୍ନ ପଥର । ରାୟଗଡାର ପାହାଡ ଭିତରେ ଏହିପରି ରତ୍ନ ପଥର ସବୁ ଲୁଚି ରହିଛି । ଆଉ ଏସବୁ ପଥର ରାଜ୍ୟ ବାହାରକୁ ଚାଲାଣ ହେଉଛି । କିଛି ଲୋକ ଏହି ରହସ୍ୟକୁ ବୋଧ ହୁଏ ଜାଣିଛନ୍ତି ଏବଂ ଲୁଚି ଲୁଚି ସେମାନେ ଏହାର ସଂଗ୍ରହ କରୁଛନ୍ତି । ରାୟଗଡାର ଜଗନ୍ନାଥ କମ୍ପେ୍ଲକ୍ସରେ ଚଢାଉ କରି ୧୫୩ କେଜି ରତ୍ନପଥର କ୍ରାଇମବ୍ରାଂଚ ଏସଟିଏଫ୍ ଜବତ କରିବା ପରେ ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା । ସେପଟେ ଘଟଣାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ ।

ଏହି ଘଟଣାରେ ଜିତେନ୍ଦ୍ର କୁମାର ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ କ୍ରାଇମବ୍ରାଂଚ ଏସଟିଏଫ୍ ଗିରଫ କରିଛି । ତେବେ ଗିରଫ ହୋଇଥିବା ବ୍ୟକ୍ତିଙ୍କର ଏକାଧିକ ଶାସକ ଦଳ ନେତାଙ୍କ ସହିତ ଫଟୋ ରହିଛି । ଏପରିକି ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସହିତ ବି ଫଟୋ ରହିଛି । ଏହାକୁ ନେଇ ଶାସକ ଦଳକୁ ଘେରିଛି ରାୟଗଡା କଂଗ୍ରେସ । ଫଟୋରେ ଥିବା ଅନ୍ୟ ନେତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ଘଟଣା ନେଇ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ଯିଏ ଦୋଷୀ, ସିଏ ଦଣ୍ଡ ପାଇବ । ରାୟଗଡାରେ ବର୍ଷ ବର୍ଷ ଧରି ଏମିତି ଚାଲିଛି ରତ୍ନପଥରର ଚୋରାଚାଲାଣ । ଏହାର ତଦନ୍ତ ହେଲେ ରତ୍ନପଥର ଚାଲାଣର ପ୍ରକୃତ ମାଫିଆଙ୍କ ପର୍ଦ୍ଦାଫାଶ ହୋଇପାରିବ ।

from Kanak News
via <a href="https://ifttt.com/?

ଇଣ୍ଟରନେଟ୍ ବ୍ୟବହାରରେ ଭାରତରେ ଆସିବ ବଡ ବିପ୍ଳବ । ୨୦୨୧ରେ ଜିଓ ଆଣିବ ୫-ଜି ନେଟୱାର୍କ, ସୂଚନା ଦେଲେ ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନି ।

କନକ ବ୍ୟୁରୋ : ଦେଶରେ ଇଣ୍ଟରନେଟ୍ ସେବାରେ ନୂଆ ବିପ୍ଳବ ଆଣିବ ରିଲାଏନ୍ସ ଜିଓ । ଆସନ୍ତାବର୍ଷ ରିଲାଏନ୍ସ ଜିଓ ୫ଜି ନେଟୱାର୍କ ସେବା ଆଣିବ ରିଲାଏନ୍ସ । ଏନେଇ ବଡ଼ ଘୋଷଣା କରିଛନ୍ତି ମୁକେଶ ଅମ୍ବାନୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ ୨୦୨୦ର ଉଦଘାଟନ କରିଛନ୍ତି । ଏହାର ପ୍ରଥମ ଦିନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଯୋଗଦେଇ ରିଲାଏନ୍ସ ଜିଓ ଭାରତରେ ୨୦୨୧ରେ ୫ଜି ଇଣ୍ଟରନେଟ୍ ସେବା ଲଂଚ କରିବା ନେଇ ଘୋଷଣା କରିଛନ୍ତି ।

ଇଣ୍ଟରନେଟ୍ ବ୍ୟବହାରରେ ଆସିବ ନୂଆ ବିପ୍ଲବ । ରିଲାଏନ୍ସ ଜିଓ ଆଣିବ ୫ଜି ସେବା । ୨୦୨୧ର ଦ୍ୱିତୀୟାର୍ଦ୍ଧରେ ରିଲାଏନ୍ସ ଜିଓ ଆଣିବାକୁ ଯାଉଛି ୫ଜି ନେଟୱାର୍କ । ଏନେଇ ସୂଚନା ଦେଇଛନ୍ତି କମ୍ପାନୀ ମାଲିକ ମୁକେଶ ଅମ୍ବାନୀ । ଇଣ୍ଡିଆନ ମୋବାଇଲ କଂଗ୍ରେସର ଉଦଘାଟନୀ ଅଧିବେଶନରେ ସମ୍ବୋଧିତ କରି ସେ ଏହା କହିଛନ୍ତି । ଅମ୍ବାନୀ କହିଛନ୍ତି ୫ଜି ସେବା ୨ଜି ଗ୍ରାହକଙ୍କୁ ଡ଼ିଜିଟାଲ ପରିବର୍ତନରେ ଲାଭ ଉଠାଇବାରେ ସକ୍ଷମ କରିବ ।

ଆଜିର ଡ଼ିଜିଟାଲ ଯୁଗରେ ୩୦ କୋଟି ଭାରତୀୟ ୨ଜି ଇଂଟରନେଟରେ ଫସିଛନ୍ତି । ଏମାନେ କିଭଳି ଭାରତର ଡ଼ିଜିଟାଲ ଅର୍ଥ ବ୍ୟବସ୍ଥା ସହିତ ଯୋଡି ହୋଇ ତାହାର ଫାଇଦା ପାଇବେ ସେନେଇ ପଦକ୍ଷେପ ନେବାକୁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ମୁକେଶ ଅମ୍ବାନୀ । ଦେଶରେ ୫ଜି ନେଟୱାର୍କକୁ ଫାଷ୍ଟ-ଟ୍ରାକ୍ କରିବାର ଆବଶ୍ୟକତା ରହିଛି ଏବଂ ରିଲାଏନ୍ସ ଜିଓ ଦେଶରେ ୫ଜି ବିପ୍ଳବର ନେତୃତ୍ୱ ନେବ ବୋଲି କହିଛନ୍ତି ମୁକେଶ ।

ଦକ୍ଷିଣ କୋରିଆ, ଚୀନ ଏବଂ ଆମେରିକାରେ ୫ଜି ଇଂଟରନେଟ୍ ସେବା ଆରମ୍ଭ ହୋଇଗଲାଣି । ଚୀନ ୬-ଜି ଉପରେ କାମ ଆରମ୍ଭ କଲାଣି । କିନ୍ତୁ ଭାରତରେ ଏବେ ବି ୪-ଜି ଇଂଟରନେଟ ସେବା ଜାରି ରହିଛି । ୫ଜି ଲଂଚ କରାଯିବା ନେଇ ବହୁ ଆଗରୁ ଘୋଷଣା ହୋଇଥିଲେ ମଧ୍ୟ ଭିତିଭୂମି ଅଭାବରୁ ତାହା ଏଯାଏଁ ହୋଇପାରିନାହିଁ ।

୨୦୨୧ ଜୁନ୍ ମାସ ସୁଦ୍ଧା ଏହାର ଶୁଭାରମ୍ଭ ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତି ହୋଇଥିବା କହିଛନ୍ତି ମୁକେଶ ଅମ୍ବାନୀ । ଶସ୍ତା ମୁଲ୍ୟରେ ଏହି ସେବା ଗ୍ରାହକଙ୍କୁ ଯୋଗାଇ ଦିଆଯିବ ଏବଂ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହେବ ୫ଜି ସେବା ବୋଲି ସେ ସୂଚନା ଦେଇଛନ୍ତି । ଏହି ବିପ୍ଲବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଅଭିଯାନର ଏକ ସାକ୍ଷୀ ହେବ ବୋଲି କହିଛନ୍ତି ରିଲାଏନ୍ସ ଜିଓର ମାଲିକ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started