ଚାଷୀଙ୍କ ବନ୍ଦ ପାଳନରେ ସାମିଲ ହେଲା ସାରା ଓଡ଼ିଶା । ‘ବନ୍ଦ’ର ପଡିଲା ଆଂଶିକ ପ୍ରଭାବ, ହେଲେ ଆନ୍ଦୋଳନକୁ ମିଳିଲା ପୂର୍ଣ୍ଣ ସମର୍ଥନ । ବନ୍ଦ ହେଲା ଗାଡିମୋଟର, ରାସ୍ତାରେ ଜଳିଲା ଟାୟାର ।

କନକ ବ୍ୟୁରୋ : ଆଜିର ଭାରତ ବନ୍ଦ, ଗୋଟିଏ କଥା ପ୍ରମାଣ କରୁଛି ଯେ, ଯେତେବେଳେ ପ୍ରାୟ ୭୦% ନିର୍ଭର କରୁଥିବା ଲୋକଙ୍କ ଜୀବନ-ଜୀବିକାର ପ୍ରସଙ୍ଗ ଆସେ, ସ୍ୱତଃପ୍ରବୃତ ଭାବେ ଆସିଯାଏ ଜନସମର୍ଥନ । ଚାଷୀଙ୍କ ଭାରତ ବନ୍ଦ ଆନ୍ଦୋଳନରେ ଅବିକଳ ତାହା ହିଁ ଦେଖିବାକୁ ମିଳିଛି । ଚାଷୀ ଓ ଚାଷ ପ୍ରସଙ୍ଗକୁ ନେଇ ରାସ୍ତାରୋକ୍ ହୋଇଛି, ଗାଡିମଟର ବନ୍ଦ ରହିଛି ଏବଂ ଟାୟାର ଜଳିଛି ।

ବାଲେଶ୍ୱରରରୁ ବଲାଙ୍ଗିର, ସମ୍ବଲପୁରରୁ ଜୟପୁର ସବୁଠି ଚାଷୀ ଆନ୍ଦୋଳନର ପ୍ରଭାବ ପଡ଼ିଛି । କିଛି ସ୍ଥାନରେ ବନ୍ଦର ଆଶିଂକ ପ୍ରଭାବ ପଡ଼ିଛି ସତ, କିନ୍ତୁ ଚାଷୀଙ୍କ ଆନ୍ଦୋଳନକୁ ସଂପୂର୍ଣ୍ଣ ସମର୍ଥନ ମିଳିଛି । ଦୀର୍ଘ ସମୟ ଧରି ଭୁବନେଶ୍ୱର ବରମୁଣ୍ଡା ଏବଂ କଟକ ବାଦାମବାଡ଼ିରେ ବସ୍ ଚଳାଚଳ ବନ୍ଦ ରହିଥିଲା । ଯାହା ଫଳରେ ଅନେକ ଯାତ୍ରୀଙ୍କୁ ହଇରାଣ ହେବାକୁ ପଡ଼ିଛି ।

କୃଷକ ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ସଂଗଠନ ପକ୍ଷରୁ ଦିଆଯାଇଥିବା ବନ୍ଦରେ ସାମିଲ ହୋଇଛି ସାରା ଓଡ଼ିଶା । କିଛି ସ୍ଥାନରେ ଗାଡି ଚଳାଚଳ ସ୍ୱାଭାବିକ ଥିବାବେଳେ ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବାଲେଶ୍ୱର ଆଦି ଜିଲ୍ଲାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ଚାଷୀଙ୍କୁ ସମର୍ଥନରେ ଅନେକ ରେଳଷ୍ଟେସନରେ ରେଳରୋକ କରାଯାଇଛି ।

ବଡ଼ କଥା ହେଉଛି, ଚାଷୀଙ୍କ ଏହି ଆନ୍ଦୋଳନକୁ କଂଗ୍ରେସ ଓ ବାମପନ୍ଥୀ ଭଳି ଏକାଧିକ ଦଳ ଓଡ଼ିଶାରେ ସମର୍ଥନ ଜଣାଇଛନ୍ତି । ତେବେ ବିଜେପି ଆନ୍ଦୋଳନକୁ ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ଆକ୍ଷେପ କରିଥିବା ବେଳେ କଂଗ୍ରେସ କହିଛି କଳା ଆଇନକୁ କଡ଼ା ଜବାବ୍ ମିଳିଛି । ଏପଟେ ବିଜେଡି କହିଛି, ଚାଷୀଙ୍କ ସହିତ ଅଛନ୍ତି ରାଜ୍ୟ ସରକାର ।

ଏହି ରାଜନୈତିକ ବୟାନବାଜି ଭିତରେ ସାରା ଦେଶରୁ ଆସିଛି ଭାରତ ବନ୍ଦର ଚିତ୍ର । ଦିଲ୍ଲୀରୁ କୋଲକାତା, ଲକ୍ଷେ୍ନøରୁ ବେଙ୍ଗାଲୁରୁ, ହାଇଦ୍ରାବାଦ, ପାଟନା, ରାୟପୁର ସବୁଠି ପଡିଛି ବନ୍ଦର ପ୍ରଭାବ । ଦିଲ୍ଲୀର ବୁରାରି ଗ୍ରାଉଣ୍ଡରେ ଆନ୍ଦୋଳନରେ ବସିଥିବା କୃଷକମାନେ ସମବେତ ପ୍ରାର୍ଥନା କରି ପ୍ରତିବାଦ ଆରମ୍ଭ କରିଥିବାବେଳେ ଦିଲ୍ଲୀରେ ସିଂଘୁ ସୀମା, ଟିକ୍ରି, ଗାଜିପୁର ସୀମାରେ ଶହ ଶହ ଚାଷୀ ଏକାଠି ହୋଇ ବିକ୍ଷୋଭ କରିଥିଲେ ।

from Kanak News
via <a href="https://ifttt.com/?

ପରୀ ମୃତ୍ୟୁର ରହସ୍ୟ ଖୋଜୁଥିବା କ୍ରାଇମବ୍ରାଞ୍ଚ ଏସଆଇଟିକୁ ବିରୋଧ । ରାସ୍ତାରେ ବାଉଁଶ ବାନ୍ଧି ପଶିବାକୁ ଦେଲେନାହିଁ ଯଦୁପୁର ଗାଁର ଲୋକ

କନକ ବ୍ୟୁରୋ : ପରୀ ମୃତ୍ୟୁର ରହସ୍ୟ ଖୋଜୁଥିବା ଏସଆଇଟିକୁ ବିରୋଧ । ପରୀର ନିଜ ଗାଁ ଯଦୁପୁରରୁ ଆସିଛି ଏହି ଦୃଶ୍ୟ । ଯେତେବେଳେ ଗାଁର ପ୍ରବେଶ ପଥରେ ବାଉଁଶ ବାନ୍ଧି ପରୀ ମୃତ୍ୟୁର ତଦନ୍ତ କରୁଥିବା ଏସଆଇଟିର ବାଟ ଓଗାଳିଛନ୍ତି ଗ୍ରାମବାସୀ । ଯାଂଚକାରୀ ଦଳକୁ ଗାଁ ଭିତରକୁ ପୁରାଇ ଦେଇନାହାନ୍ତି ।

କଥାହେଲା ନୟାଗଡ ଯଦୁପୁର ଗାଁର ପରୀ ମୃତ୍ୟୁ ପ୍ରସଙ୍ଗରେ ଉଠୁଛି ପଡୁଛି ସାରା ଓଡିଶା । ସିବିଆଇ ତଦନ୍ତ ସହ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କରି ଆନ୍ଦୋଳନ ଚଳାଇଛି ବିଜେପି । ପରୀକୁ ନ୍ୟାୟ ଦାବିରେ କଂଗ୍ରେସ ବି ଆନ୍ଦୋଳନକୁ ଜୋରଦାର କରିଛି । ହେଲେ ସେହି ପରୀ ମୃତ୍ୟୁ ଉପରୁ ରହସ୍ୟ ଉନ୍ମୋଚନ କରିବାକୁ ଯାଇଥିବା ସ୍ପେଶାଲ ଇନଭେଷ୍ଟି ଗେସନ ଟିମର କାମରେ ବାଧା ଦେଇଛନ୍ତି ଯଦୁପୁର ବାସିନ୍ଦା ।

ଗାଁ ଲୋକଙ୍କ କହିବା ହେଲା, ଯଦୁପୁର ଚଷା ସାହିରେ ପରୀର ଘର । ତେଣୁ ପରୀ ସହିତ ହୋଇଥିବା ଅଘଟଣ ମାମଲାରେ ଏସଆଇଟି ସେଠାରେ ତଦନ୍ତ କରିବା କଥା । ହେଲେ ରକ୍ତ ନମୂନା ସଂଗ୍ରହ ଆଳରେ ଖଦାଳସାହି ବାସିନ୍ଦାଙ୍କୁ ଅଯଥାରେ ହଇରାଣ କରୁଛି କ୍ରାଇମବ୍ରାଂଚ୍ ଏସଆଇଟି ।

ଏହାରି ଭିତରେ ସୂଚନା ମିଳିଛି ପୁଣି ୧୮ ଜଣଙ୍କ ରକ୍ତ ନମୂନା ସଂଗ୍ରହ କରିଛି ମାମଲାର ଯାଂଚ କରୁଥିବା ଏସଆଇଟି । ପୂର୍ବରୁ ୨୩ ଜଣଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇଥିଲା । ତେବେ କାହିଁକି ଗାଁ ଲୋକଙ୍କ ରକ୍ତ ନମୂନା ସଂଗ୍ରହ କରୁଛି ଯାଂଚକାରୀ ଦଳ? ପରୀ ମୃତ୍ୟୁ ଓ ଏହାର ତଦନ୍ତ ସହିତ ରକ୍ତ ନମୂନାର ରହିଛି କି ସଂପର୍କ? ଏନେଇ କନକ ନ୍ୟୂଜକୁ ବିଶ୍ୱସ୍ତ ସୂତ୍ରରୁ ମିଳିଛି ସୂଚନା ।

ପରୀ ମୃତ୍ୟୁ ଓ ରକ୍ତ ନମୁନା ସଂଗ୍ରହ
ଯଦୁପୁର ଗାଁ ଲୋକଙ୍କ ପ୍ରୋଫାଇଲକୁ ନେଇ ଏକ ଡାଟାବେସ ପ୍ରସ୍ତୁତ କରୁଛି ଏସଆଇଟି
ଗାଁରେ କେଉଁମାନେ ରହୁଛନ୍ତି ଏବଂ କେଉଁମାନେ ବାହାରକୁ ଯାଇଛନ୍ତି ଜାଣିବାକୁ ଚାହୁଁଛି
ଏପରିକି ଗତ କିଛିଦିନ ଭିତରେ ଗାଁକୁ କେଉଁମାନେ ଆସିଛନ୍ତି ତାର ତଥ୍ୟ ସଂଗ୍ରହ ହେଉଛି
ଯଦୁପୁର ଗାଁରେ ୧୮ରୁ ୩୫ ବର୍ଷର ଯୁବକ ମାନଙ୍କ ରକ୍ତ ନମୂନା ସଂଗ୍ରହ କରୁଛି ଏସଆଇଟି

ଅନୁମାନ କରାଯାଉଛି ପରୀର ପିନ୍ଧା ବସ୍ତ୍ର, ତାକୁ ମାରିବା ପାଇଁ ବ୍ୟବହାର ହୋଇଥିବା ଅସ୍ତ୍ର କିମ୍ବା ତାସହ ହୋଇଥିବା ଅତ୍ୟାଚାର ସ୍ଥଳରୁ କିଛି ରକ୍ତ ନମୂନା ପାଇଥାଇପାରେ କ୍ରାଇମବ୍ରାଂଚ ଏସଆଇଟି । ତେଣୁ ଗାଁ ଲୋକଙ୍କ ରକ୍ତ ନମୂନା ତଦନ୍ତକୁ ଆଗକୁ ବଢାଇବାରେ ବିଶେଷ ସହାୟତ ହେବ ।

from Kanak News
via <a href="https://ifttt.com/?

ବିଶ୍ୱର ପ୍ରଥମ କରୋନା ଟିକା ନେଲେ ବ୍ରିଟେନର ଆଈ ମାଆ । ଫାଇଜର ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ପରେ ୯୦ ବର୍ଷର ମହିଳାଙ୍କ ହେଲା ଟିକାକରଣ 

କନକ ବ୍ୟୁରୋ : ବିଶ୍ୱର ପ୍ରଥମ କୋଭିଡ୍ ଟିକା ଭାବେ ଫାଇଜର କଂପାନୀର ଟିକାକୁ ବ୍ରିଟେନ ଅନୁମତି ଦେବା ପରେ ଏହାର ସାମୂହିକ ଟିକାକରଣ ଆରମ୍ଭ ହୋଇଛି । ଆଉ ଏହାର ପ୍ରଥମ ଡୋଜ୍ ଦିଆଯାଇଛି ଜଣେ ୯୦ ବର୍ଷ ବୟସ୍କା ମହିଳାଙ୍କୁ ।

ସପ୍ତାହକ ପରେ ମାର୍ଗାରେଟ୍ ନିଜର ୯୧ ତମ ଜନ୍ମଦିନ ପାଳନ କରିବେ । ତାହା ପୂର୍ବରୁ ତାଙ୍କୁ ଫାଇଜର କୋଭିଡ୍ ଟିକାର ପ୍ରଥମ ଡୋଜ୍ ଦିଆଯାଇଛି ।  କେନ୍ଦ୍ରୀୟ ଇଂଲଣ୍ଡର କୋଭିନ୍ଟ୍ରି ସ୍ଥିତ ହସ୍ପିଟାଲରେ ତାଙ୍କୁ ଦିଆଯାଇଛି ଏହି ଟିକା । ସ୍ଥାନୀୟ ସମୟ ସକାଳ ୬ଟା ୩୧ମିନିଟ୍ରେ ମାର୍ଗାରେଟ୍ କିନାନ୍ଙ୍କୁ କୋଭିଡ୍ ଟିକା ଦିଆଯାଇଥିଲା । ଟିକା ନେବା ପରେ ମହିଳା ଜଣକ ନିଜ ପ୍ରତିକ୍ରିୟାରେ କହିଛନ୍ତି, ପ୍ରଥମ ଟିକା ନେବା ମୋ ପାଇଁ ଗୌରବର ବିଷୟ । ଜନ୍ମଦିନ ପୂର୍ବରୁ ଏହା ମୋ ପାଇଁ ସବୁଠାରୁ ବଡ ଉପହାର । ମୁଁ  ଏବେ ସୁସ୍ଥ ରହିବା ସହ ନୂଆ ବର୍ଷରେ ମୋ ପରିବାର ଏବଂ ସାଙ୍ଗମାନଙ୍କ ସହିତ ସମୟ ବିତାଇବାକୁ ଅପେକ୍ଷା କରିପାରିବି ।

ମାର୍ଗାରେଟ୍ କିନାନ୍ଙ୍କୁ ଟିକା ଦେବା ପରେ ସାରା ବିଶ୍ୱରୁ ଏହି ବୟସ୍କା ମହିଳାଙ୍କ ଉଦ୍ଦେଶ୍ୟରେ ଶୁଭେଚ୍ଛାର ସୁଅ ଛୁଟିଛି । ଅନ୍ୟପଟେ ତାଙ୍କୁ ସମସ୍ତେ ବୁଢୀ ମାଆ ଭାବେ ସମ୍ବୋଧନ କରୁଥିବା ଦେଖିବାକୁ ମିଳିଛି ।

ଫାଇଜର ଓ ବାୟୋଏନ୍ଟେକ୍  ମିଳିତ ଭାବେ ପ୍ରସ୍ତୁତ କରିଥିବା କୋଭିଡ୍ ଟିକାର ପରୀକ୍ଷଣ ଶେଷ ହେବା ପରେ ବ୍ରିଟେନ୍ରେ ଆରମ୍ଭ ହୋଇଛି । ପ୍ରଥମ ପାଶ୍ଚାତ୍ୟ ଦେଶ ଭାବେ ଏହି ଅଭିଯାନ ଆରମ୍ଭ କରିଛି ବ୍ରିଟେନ୍ । ସାଧାରଣ ଲୋକଙ୍କୁ କରୋନା ସଂକ୍ରମଣରୁ ମୁକ୍ତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।

ବର୍ତମାନ ଯାଏଁ ଏହି ମାରାତ୍ମର ଭୂତାଣୁ ଯୋଗୁଁ ସାରା ବିଶ୍ୱରେ ପ୍ରାୟ ୧୫ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି ।  ଅନ୍ୟପଟେ ଫାଇଜର ଟିକାର ସଂରକ୍ଷଣ ଓ ପରିବହନ ନେଇ କେତେକ ସମସ୍ୟା ଥିଲେ ମଧ୍ୟ ଏହା ନୂଆ ଆଶା ସଂଚାର କରିଛି ।

from Kanak News
via <a href="https://ifttt.com/?

କୃଷକ ଆନ୍ଦୋଳନ : ସରକାରଙ୍କ ଉପରେ ଚାପ ପକାଇବାକୁ ବିରୋଧିଙ୍କ ପୟାସ । ରାଷ୍ଟ୍ରପତିଙ୍କୁ ଭେଟିବେ ରାହୁଲ ଗାନ୍ଧୀ, ଶରଦ ପାୱାରଙ୍କ ସହ ୫ ନେତା

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ଚାଲିଥିବା ଆନ୍ଦୋଳନ ଭିତରେ ଆସନ୍ତାକାଲି ବିରୋଧୀଦଳର ଏକ ପ୍ରତିନିଧି ମଣ୍ଡଳୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଙ୍କୁ ଭେଟିବେ ବୋଲି ସୂଚନା ମିଳିଛି । ଏହି ପ୍ରତିନିଧି ମଣ୍ଡଳୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏନସିପି ମୁଖ୍ୟ ଶରଦ ପାୱାର, ସିପିଆଇ (ଏମ୍) ମହାସଚିବ ସୀତାରାମ ୟେଚୁରୀଙ୍କ ସମେତ ୫ ଜଣ ନେତା ବୁଧବାର ସଂନ୍ଧ୍ୟା ୫ ଟାରେ ରାଷ୍ଟ୍ରପତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରତିନିଧି ମଣ୍ଡଳୀରେ ଅନେକ ନେତା ଥିବା ବେଳେ କୋଭିଡ-୧୯ କଟକଣା ପାଇଁ କେବଳ ୫ ଜଣ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଅନୁମତି ମିଳିଛି । ଏନେଇ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ସୀତାରାମ ୟେଚୁରୀ । ଅନୁମାନ କରାଯାଉଛି ଯେ ଏହି ଭେଟ ବେଳେ କୃଷି କାନୁନକୁ ନେଇ ଆଲୋଚନା ହୋଇପାରେ ।
କହିରଖୁ କି କୃଷକ ମାନେ ଦୀର୍ଘ ୧୩ ଦିନ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତିା ସେମାନେ ସରକାର କୃଷି କାନୁନକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ଏନେଇ ଆସନ୍ତାକାଲି ସରକାର ଓ କୃଷକ ନେତା ମାନଙ୍କ ମଧ୍ୟରେ ୬ଷ୍ଠ ଥର ପାଇଁ ଆଲୋଚନା ହେବା ଯାହାକୁ ବହୁତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ସୂଚନା ଥାଉକି କୃଷକ ମାନେ ଆନ୍ଦୋଳନକୁ ଆସିବା ପରେ ଏପର୍ଯ୍ୟନ୍ତ ସରକାରଙ୍କ ସହ ୫ ଥର ବୈଠକ କରିସାରିଲେଣି । ହେଲେ ବୈଠକ ପରେ ବୈଠକ ଚାଲିଥିଲେ ବି କୌଣସି ନିସ୍କର୍ଷ ବାହାରିପାରୁ ନାହିଁ । କାଲି ବୈଠକ ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ଆଜି ୧୪ ଜଣ କୃଷକ ନେତାଙ୍କୁ ଆଲୋଚନା ପାଇଁ ଡାକିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ସଂନ୍ଧ୍ୟା ୭ ଟା ବେଳେ ଏହି ବୈଠକ ବସିବ ବୋଲି ଭାରତୀୟ କିଷାନ ସଂଗଠନର ମୁଖ୍ୟ ରାକେଶ ଟିକାୟତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଆଜି ବି ଆମେ ଆମ ଦାବି ଉପରେ ଦୃଢ ରହିଛୁ । ଆଶା କରୁଛୁ ଯେ ଗୃହମନ୍ତ୍ରୀ ଏନେଇ କିଛି ସକାରତ୍ମକ ମନୋଭାବ ପୋଷଣ କରିବେ ।

from Kanak News
via <a href="https://ifttt.com/?

ସୁନ୍ଦରଗଡ଼ରେ ଅଚଳ ହୋଇପଡିଛି ୧୧୬ଟି ସୋଲାର ଡୁଆଲ ପମ୍ପ । ଉପାନ୍ତ ଅଞ୍ଚଳରେ ପ୍ରହସନ ପାଲଟିଛି ପାନୀୟ ଜଳଯୋଗାଣ ।

କନକ ବ୍ୟୁରୋ : ବିଭିନ୍ନ ଅଞ୍ଚଳକୁ ପାନୀୟ ଜଳଯୋଗାଣ ପାଇଁ ଏକାଧିକ ଯୋଜନା କରାଯାଇଛି । ତଥାପି ଉପାନ୍ତ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ସମ୍ଭବ ହୋଇପାରୁ ନଥିଲା । ଏଣୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସୌରଶକ୍ତି ପରିଚାଳିତ ଡୁଆଲ ପମ୍ପ୍ ସ୍ଥାପନ କରାଗଲା । ତେବେ ଏହି ଡୁଆଲ ପମ୍ପ୍ ମରାମତି, ଆବଶ୍ୟକୀୟ ରକ୍ଷଣାବେକ୍ଷଣ କରାଯାଉ ନଥିବାରୁ ଏହା ଅଚଳ ହୋଇପଡ଼ିଛି ।
କେବଳ ବର୍ଷେ କି ଦି’ବର୍ଷ ନୁହେଁ, ୫ ବର୍ଷ ହେଲା ଏହା ଅକାମି ହୋଇପଡ଼ିଛି ।

ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲା, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, କଳାହାଣ୍ଡି, ସମ୍ବଲପୁର, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଜିଲ୍ଲାରେ ୨୮୬ଟି ଡୁଆଲ ପମ୍ପ୍ ଅଚଳ ହୋଇପଡ଼ିଛି। ତେବେ ଏଥିମଧ୍ୟରୁ ସର୍ବାଧିକ, ଅର୍ଥାତ୍ ୧୧୬ଟି ସୌରଶକ୍ତି ପରିଚାଳିତ ଡୁଆଲ ପମ୍ପ୍ ସୁନ୍ଦରଗଡ଼ ଜିଲ୍ଲାରେ । ଅଚଳ ଡୁଆଲ ପମ୍ପକୁ ମରାମତି ବି କରାଯାଉ ନଥିବାରୁ ପାନୀୟ ଜଳଯୋଗାଣ ଏବେ ବି ଦିବାସ୍ବପ୍ନ ।

ପୂର୍ବରୁ ଟ୍ୟୁବୱେଲରୁ ପାଣି ଆଣିବାରେ ଜନସାଧାରଣଙ୍କୁ ଅଧିକ ଶକ୍ତି ବ୍ୟୟ କରିବାକୁ ପଡ଼ୁଥିଲା । ଏହାସହ ଜଳସ୍ତର ହ୍ରାସ ହେଉଥିବାରୁ ବହୁ ଟ୍ୟୁବୱେଲ ଅଚଳ ହୋଇପଡ଼ୁଥିଲା । ଏହାକୁ ଦୃଷ୍ଟିରେ ରଖି ବିଦ୍ୟୁତ ଓ ସୌର ଶକ୍ତି ଦ୍ବାରା ଟ୍ୟୁବୱେଲରେ ମୋଟର୍ ଖଞ୍ଜାଯାଇ ପାଣି ବାହାର କରିବାକୁ ପ୍ରୟାସ ଆରମ୍ଭ ହୋଇଥିଲା । ବହୁମାତ୍ରାରେ ଜନସାଧାରଣଙ୍କ ହିତ ସାଧନ ବି ହେଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହାର ରକ୍ଷଣାବେକ୍ଷଣର ଅଭାବ ଯୋଗୁଁ ଏହା ଏବେ ବ୍ୟବହାର ଅନୁପଯୋଗୀ ।

ଜିଲ୍ଲାର ମୋଟ୍ ୧୧୬ ଅଚଳ ଡୁଆଲ ପମ୍ପ୍ ମଧ୍ୟରୁ ସର୍ବାଧିକ ନୂଆଗାଁ ବ୍ଲକରେ ରହିଛି । ନୂଆଗାଁ ବ୍ଲକରେ ୧୯ଟି ଡୁଆଲ ପମ୍ପ ଦୀର୍ଘ ବର୍ଷ ହେଲା ଅକାମି ହୋଇ ପଡ଼ିରହିଛି । ଏହା ସହ ବାଲିଶଙ୍କରା ବ୍ଲକରେ ୫ଟି ଡୁଆଲ ପମ୍ପ୍ ଅଚଳ ହୋଇ ପଡ଼ିରହିଥିବାବେଳେ ବିଶ୍ରା ବ୍ଲକରେ ୬ଟି, ବଣାଇଁରେ ୪ଟି, ଗୁରୁଣ୍ଡିଆରେ ୧୩ଟି, ହେମଗିରରେ ୩ଟି, କୋଇଡ଼ାରେ ୮ଟି, କୁଆରମୁଣ୍ଡାରେ ୧୧ଟି, କୁତ୍ରାରେ ୨ଟି, ଲହୁଣୀପଡ଼ାରେ ୧୨ଟି, ଲାଠିକଟାରେ ୧୬ଟି, ଲେଫ୍ରିପଡ଼ାରେ ୩ଟି, ରାଜଗାଙ୍ଗପୁରରେ ୩ଟି, ସବଡେଗାରେ ୨ଟି, ସୁନ୍ଦରଗଡ଼ ସଦରରେ ୫ଟି ଓ ଟାଙ୍ଗରପଲ୍ଲୀ ବ୍ଲକରେ ୪ଟି ଅଚଳ ହୋଇପଡ଼ିରହିଛି । କେବଳ ବଡ଼ଗାଁ କେବଳ ବଡ଼ଗାଁ ବ୍ଲକରେ ସମସ୍ତ ଡୁଆଲ ପମ୍ପ କାମ କରୁଛି ।

ବିଡ଼ମ୍ବନା ଏହା ଯେ, ଛୋଟଛୋଟ ସମସ୍ୟା ଯୋଗୁଁ  ଡୁଆଲ ପମ୍ପର ଏଭଳି ଅବସ୍ଥା । କେଉଁଠାରେ ପମ୍ପ୍, କଣ୍ଟ୍ରୋଲର, ଏମସିବି, କେବଲ୍, ସୋଲାର ପିଭି ମଡ୍ୟୁଲ, ମଡ୍ୟୁଲ ଷ୍ଟାଣ୍ଡ୍ ହଜିଗଲାଣି । ପୁଣି କେଉଁଠାରେ ସୋଲାର ପ୍ୟାନେଲ ଭାଙ୍ଗିଗଲାଣି ତ କେଉଁଠାରେ ବୋରୱେଲ୍ ଜାମ୍ ହୋଇଛି । ଏତଦବ୍ୟତୀତ ଏକାଧିକ କାରଣ, ଯଥା-ପ୍ୟାନେଲ ଅଚଳ ହେବା, ସୋଲାର ପ୍ୟାନେଲ ଚୋରି ହୋଇଯିବା, ବୋରୱେଲ ଧସିଯିବା, ମଡ୍ୟୁଲ୍ ଅଚଳ ହେବା, ମୋଟର ଖରାପ ହେବା ଆଦି ଅନ୍ୟତମ ।

ହାତଗଣତି କେତୋଟି ସ୍ଥାନରେ କେବଳ ପାଣି ସମସ୍ୟା ଦେଖାଦେଇଛି । ଏଠାରେ ଜଳସ୍ତର କମିଥିବାରୁ ଡୁଆଲ ପମ୍ପ୍ ଅଚଳ ହୋଇଛି । ଏଭଳି ଛୋଟ ଛୋଟ ସମସ୍ୟାକୁ ଆରମ୍ଭରୁ ଦୂର କରାଯାଇନଥିଲା । ଏହି ଅଚଳାବସ୍ଥା ନେଇ ଗ୍ରାମବାସୀ ମଧ୍ୟ ବିଭାଗୀୟ କର୍ତୃପକ୍ଷ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଛନ୍ତି; କିନ୍ତୁ ସଠିକ୍ ସମୟରେ ଏହାର ମରାମତି କରାନଯିବାରୁ ଏହା ଏବେ ଖତ ଖାଉଛି ।

from Kanak News
via <a href="https://ifttt.com/?

ଶେଷ ଟି-୨୦ ଜିତି ସମ୍ମାନ ରଖିଲା ଅଷ୍ଟ୍ରେଲିଆ । ୨-୧ରେ ସିରିଜ ହାତେଇଲା ଭାରତ 

କନକ ବ୍ୟୁରୋ : ଶେଷ ଟି-୨୦ରେ ବିଜୟ ହାସଲ କଲା ଅଷ୍ଟ୍ରେଲିଆ । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୧୨ ରନରେ ପରାସ୍ତ କରିଛି । ଶେଷ ଟି-୨୦ ମ୍ୟାଚ ଜିତିଲେ ମଧ୍ୟ ଭାରତ ଟି-୨୦ରେ ସିରିଜ ବିଜୟୀ ହୋଇଛି । ଏହି ୩ଟିକିଆ ସିରିଜରେ ଭାରତ ୨-୧ରେ ସିରିଜ ଅକ୍ତିଆର କରିଛି ।

ଏହି ମ୍ୟାଚରେ ଭାରତ ଟସ୍୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ଅଷ୍ଟ୍ରେଲିଆ ବ୍ୟାଟିଂ ଆରମ୍ଭ କରିଥିଲା । ଅଷ୍ଟ୍ରେଲିଆ ଦମଦାର ବ୍ୟାଟିଂ କରି ବିଶାଳ ସ୍କୋର କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ମାଥ୍ୟୁ ୱାଡେ ୮୦, ମାକ୍ସୱେଲ ୫୪ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୫ ୱିକେଟ ହରାଇ ୧୮୬ ରନ କରିଥିଲା ।

from Kanak News
via <a href="https://ifttt.com/?

ଆସନ୍ତା କିଛି ସପ୍ତାହରେ ଭାରତରେ କୋଭିଡ ଟିକାକୁ ମିଳିପାରେ ଅନୁମତି । ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ

କନକ ବ୍ୟୁରୋ : ଆସନ୍ତା କିଛି ସପ୍ତାହରେ କୋଭିଡ ଟିକାକୁ ମିଳିପାରେ ଅନୁମତି । ଜରୁରୀକାଳିନ ବ୍ୟବହାର ପାଇଁ କୋଭିଡ ଟିକାକୁ ମିଳିପାରେ ଅନୁମତି । ସିରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ ଟିକା ପାଇଁ ଆବେଦନ କରିଛନ୍ତି । ସେହିପରି ଫାଇଜର ଇଣ୍ଡିଆ ମଧ୍ୟ ଟିକା ପାଇଁ ଆବେଦନ କରିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି ।

ଫାଇଜର ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପରେ ଭାରତ ବାୟୋଟେକ୍ ହେଉଛି ତୃତୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନି ଯାହା ଭାରତରେ ଏହାର କୋଭିଡ୍ ଟିକା ପାଇଁ ଜରୁରୀକାଳୀନ ବ୍ୟବହାର ଅନୁମତି ମାଗିଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ସହଯୋଗରେ ଭାରତ ବାୟୋଟେକ୍ ଦ୍ୱାରା କୋଭାକ୍ସିନ୍ ଟିକା ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ହେଉଛି ।

ସେହିପରି ବ୍ରିଟେନରେ ଆଜି କୋଭିଡ୍ ମୁକାବିଲାର ଟିକାକରଣ ଆରମ୍ଭ ହୋଇଛି । ପ୍ରଥମ ଟିକା ନେଇଛନ୍ତି ଜଣେ ୯୦ ବର୍ଷୀୟା ବୃଦ୍ଧା । ବ୍ରିଟେନର ୯୦ ବର୍ଷୀୟା ବୃଦ୍ଧା ମାର୍ଗାରେଟ୍ କେନାନ୍ଙ୍କୁ ଦିଆଯାଇଛି ଫାଇଜରର ପ୍ରଥମ ଟିକା । ନିକଟରେ ଏହି ଟିକାକୁ ଅନୁମତି ଦେଇଥିଲେ ବ୍ରିଟେନ୍ ସରକାର । କ୍ଲିନିକାଲ୍ ଅନୁମୋଦନ ପରେ ଫାଇଜର ଟିକା ଗ୍ରହଣ କରିବାରେ ଏବେ ମାର୍ଗାରେଟ୍ ହେଉଛନ୍ତି ବିଶ୍ୱର ପ୍ରଥମ ବ୍ୟକ୍ତି ।

from Kanak News
via <a href="https://ifttt.com/?

ଭୂତାଣୁ ଭିତରେ ଭୁବନେଶ୍ୱର ପାଇଁ ଭଲ ଖବର । ଆଜି ମାତ୍ର ୨୭ ଜଣ ପଜିଟିଭ୍, ସୁସ୍ଥ ହେଲେ ୪୫ ଜଣ ।

କନକ ବ୍ୟୁରୋ: ଭୂତାଣୁ ଭିତରେ ଭୁବନେଶ୍ୱର ପାଇଁ ଭଲ ଖବର । ଆଜି ମାତ୍ର ୨୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ ସଙ୍ଗରୋଧ କେନ୍ଦ୍ରରୁ ୯ଟି ପଜିଟିଭ୍ କେସ୍ ଆସିଥିବାବେଳେ ୧୮ଟି ଲୋକାଲ୍ କେସ୍ ଆସିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କିଏ କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ତାଙ୍କ ବାବଦରେ ସଂକ୍ଷିପ୍ତ ସୂଚନା ଜାରି କରିଛି ବିଏମସି ।

https://platform.twitter.com/widgets.jsଅନ୍ୟପଟେ ରାଜଧାନୀବାସୀଙ୍କୁ ଆଶ୍ୱସ୍ତିକର ଖବର କି ,ଏକାଥରେ ୪୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୦ ହଜାର ୯୮୧ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସକ୍ରିୟ କେସ୍ ୩୪୯ ରହିଛି । ସେହିଭଳି ୩୦ ହଜାର ୪୦୪ ଜଣ ସୁସ୍ଥ ହୋଇଥିବାବେଳେ ୨୨୫ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରଶାସନ ସୂଚନା ଦେଇଛି ।

from Kanak News
via <a href="https://ifttt.com/?

ଦେଢ଼ କ୍ୱିଣ୍ଟାଲର ମୂଲ୍ୟବାନ ପଥର ଜବତ । ଆନୁମାନିକ ମୂଲ୍ୟ ଦେଢ଼ କୋଟି, ଜଣକୁ ଅଟକ ରଖି ଏସଟିଏଫ ପଚରାଉଚରା ।

କନକ ବ୍ୟୁରୋ: ରାୟଗଡ଼ାରୁ ୧୫୩ କେଜିର ମୂଲ୍ୟବାନ ରତ୍ନ ପଥର ଜବତ । ଚୋରା ଚାଲାଣ ବିପୁଳ ପରିମାଣର ରତ୍ନ ପଥର ଜବତ କଲା କ୍ରାଇମବ୍ରାଂଚ ଏସଟିଏଫ । ରାୟଗଡ଼ା ସହରର ଜଗନ୍ନାଥ କମ୍ପେ୍ଲକ୍ସର ଏକ ଘରେ ବିପୁଳ ପରିମାଣର ରତ୍ନ ପଥର ଗଛିତ ଥିବା ଖବର ପାଇ ଚଢ଼ାଉ କରିଥିଲା କ୍ରାଇମବ୍ରାଂଚ । ଚଢ଼ାଉ ବେଳେ ୨ଟି ଅଖା ବସ୍ତା ଭିତରେ ରୁବି, ପାନା, କଳାହୀରା, ମୁନ ଷ୍ଟୋନ ଭଳି ବିଭିନ୍ନ କିସମର ରତ୍ନ ପଥର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୫୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି । ଏହି ମାମଲରେ ଜଣକୁ ଅଟକ ରଖି କ୍ରାଇମବ୍ରାଂଚ ପଚରାଉଚରା କରିବା ସହ ଗୋଟିଲ କାର ଜବତ କରିଛି ।

ତେବେ କାହିଁକି ସନ୍ଦିଗ୍ଧ ଜଣକ ଏଭଳି ରତ୍ନବାନ ପଥର ଗଚ୍ଛିତ ରଖିଥିଲେ? କେଉଁଠାକୁ ଏହି ମୂଲ୍ୟବାନ ପଥରର ଚୋରାଚାଲାଣ ହେଉଥିଲା? କିଏ ଏହି ମୂଲ୍ୟବାନ ପଥର ସ୍ମଗଲିଂ ପଛରେ ରହିଛି? ବଡ଼ ରାକେଟର ପର୍ଦ୍ଦାଫାସ ହୋଇପାରେ ବୋଲି ଆଶା କରାଯାଉଛି ।

from Kanak News
via <a href="https://ifttt.com/?

ବ୍ରିଟେନରେ ଆରମ୍ଭ ହେଲା ଫାଇଜର ଟିକାକରଣ । ପ୍ରଥମ ଟିକା ଗ୍ରହଣ କଲେ ୯୦ ବର୍ଷୀୟ ବୃଦ୍ଧା ମାର୍ଗାରେଟ୍ କେନନ୍ । ଆସନ୍ତା ସପ୍ତାହ ସୁଦ୍ଧା ବ୍ରିଟେନରେ ୮ ଲକ୍ଷ ଟିକା ପ୍ରଦାନ ଲକ୍ଷ୍ୟ

କନକ ବ୍ୟୁରୋ : ବ୍ରିଟେନରେ ଆରମ୍ଭ ହେଲା କୋଭିଡ୍ ମୁକାବିଲାର ଟିକାକରଣ । ପ୍ରଥମ ଟିକା ନେଇଛନ୍ତି ଜଣେ ୯୦ ବର୍ଷୀୟା ବୃଦ୍ଧା । ବ୍ରିଟେନର ୯୦ ବର୍ଷୀୟା ବୃଦ୍ଧା ମାର୍ଗାରେଟ୍ କେନାନଙ୍କୁ ଦିଆଯାଇଛି ଫାଇଜରର ପ୍ରଥମ ଟିକା । ନିକଟରେ ଏହି ଟିକାକୁ ଅନୁମତି ଦେଇଥିଲେ ବ୍ରିଟେନ୍ ସରକାର । କ୍ଲିନିକାଲ୍ ଅନୁମୋଦନ ପରେ ଫାଇଜର ଟିକା ଗ୍ରହଣ କରିବାରେ ଏବେ ମାର୍ଗାରେଟ୍ ହେଉଛନ୍ତି ବିଶ୍ୱର ପ୍ରଥମ ବ୍ୟକ୍ତି ।

ସେଂଟ୍ରାଲ ଇଂଲଣ୍ଡରେ ଥିବା ଏକ ଡାକ୍ତରଖାନାରେ ସେ ଏହି ଟିକା ନେଇଛନ୍ତି । କୋଭିଡ ବିରୋଧରେ ଲଢେଇରେ ସେ ଏହି ଟିକା ଗ୍ରହଣ କରିବାର ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟ ମନେ କରୁଥିବା କହିଛନ୍ତି । ଆସନ୍ତା ସପ୍ତାହରେ ମାର୍ଗାରେଟ୍ କେନାନ୍ ୯୧ ବର୍ଷ ବୟସରେ ପାଦ ଦେବେ । ଜନ୍ମଦିନ ଆଗରୁ ଏହା ସବୁଠାରୁ ବଡ ଉପହାର ବୋଲି କହିଛନ୍ତି ମାର୍ଗାରେଟ୍ କେନନ୍ ।

ବ୍ରିଟେନ୍ ସମୟ ଆଜି ସକାଳ ୬ଟା ୩୧ ମିନିଟରେ ମାର୍ଗାରେଟ୍ କେନନ୍ ଏହି ଟିକା ଗ୍ରହଣ କରିଥିଲେ । ଆସନ୍ତା ସପ୍ତାହ ସୁଦ୍ଧା ବ୍ରିଟେନରେ ପ୍ରାୟ ୮ ଲକ୍ଷ ଫାଇଜର ଟିକା ଦିଆଯିବାର ଟାର୍ଗେଟ୍ ରଖାଯାଇଛି । ଯାହାର ପ୍ରଥମ ଡୋଜ୍ ଗ୍ରହଣ କରିଛନ୍ତି ୯୦ ବର୍ଷୀୟ ମାର୍ଗାରେଟ୍ କେନନ୍ । ଏହି ମାସ ଶେଷ ସୁଦ୍ଧା ବ୍ରିଟେନରେ ୪ ମିଲିୟନ୍ ଟିକା କରଣ ଯୋଜନା ରହିଛି ।

ପ୍ରଥମ ଦଫାରେ ୮୦ ବର୍ଷରୁ ଅଧିକ ବ୍ୟକ୍ତି ଏବଂ କିଛି ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଟିକା ଦିଆଯିବାକୁ ଯୋଜନା ରଖାଯାଇଛି । ବ୍ରିଟେନର ମାର୍ଗାରେଟ୍ କିନନ୍ ହେଉଛନ୍ତି ଇନେସକିଲେନ ଅଂଚଳର ବାସିନ୍ଦା । ବିଶ୍ୱରେ ଅନୁମତିମିଳିବା ପରେ ଫାଇଜର ଟିକା ଦିଆଯିବାରେ ବ୍ରିଟେନ୍ ହେଉଛି ପ୍ରଥମ ରାଷ୍ଟ୍ର ।

from Kanak News
via <a href="https://ifttt.com/?

Design a site like this with WordPress.com
Get started