
କନକ ବ୍ୟୁରୋ : ଚଷାପୁଅକୁ ସରକାରଙ୍କ ଆଇନର ଛାଟ କାମ ଦେଲାନି । କଳ ବଳ କୌଶଳ ସବୁ ଫେଲ୍ ହୋଇଛି । ସରକାର ସଂଶୋଧନ ପାଇଁ ରାଜି ହୋଇଥିବା ବେଳେ ବିଗତ ୫ ଟି ଯାକ ବୈଠକରେ ସମ୍ପୁର୍ଣ୍ଣ ଆଇନ ପ୍ରତ୍ୟାହାର କରିବାକୁ ଅଡି ବସିଛନ୍ତି କୃଷକ ମାନେ । ଏହାକୁ ନେଇ ଆଜି ଭାରତ ବନ୍ଦ ଲୋକଙ୍କ ଉପରେ କେତେ ପ୍ରଭାବ ପକାଇଛି ତାହା କହିବା ଆଗରୁ ଏହା ଯେ ସରକାରଙ୍କ ଜିଦ୍ କୁ ଭାଙ୍ଗିବାକୁ ଯାଉଛି ତାହା ଏବେ ସ୍ପଷ୍ଟ ହୋଇଛି ।
ଆଜି ଭାରତ ବନ୍ଦ ପରେ ଆସନ୍ତା କାଲି କୃଷକ ସଂଗଠନ ଓ ସରକାରଙ୍କ ଭିତରେ ଆଲୋଚନା ହେବା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା । ହେଲେ ଭାରତ ବନ୍ଦର ପ୍ରଭାବ ଦେଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଆଲୋଚନା ପାଇଁ କୃଷକ ସଂଗଠନକୁ ନିମନ୍ତ୍ରଣ କରିଥିବା ସୂଚନା ମିଳିଛି । ଏନେଇ ଭାରତୀୟ କିଷାନ ସଂଘର ନେତା ରାକେଶ ଟିକାୟତ କହିଛନ୍ତି କି ଅଜି ସଂନ୍ଧ୍ୟାରେ ୧୩ ରୁ ୧୪ ଜଣ କୃଷକ ନେତା ଗୃହମନ୍ତ୍ରୀଙ୍କ ସହ କାନୁନ୍ ବାବଦରେ ଆଲୋଚନା କରିବେ । ଏହା ସହ ଟିକାୟତ ଗାଜିପୁର ସୀମାବେ ଆନ୍ଦୋଳନ କରୁଥିବା କୃଷକ ମାନଙ୍କୁ ହଟାଇ ଦେଇଛନ୍ତି । ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ଟିକାୟତ କହିଛନ୍ତି କି ଏବେ ଆମ ଦାବି ପୁରଣ ପାଇଁ ଆଉ ଗୋଟିଏ ମାତ୍ର ସୋପାନ ବାକି ରହିଛି ।
ଅନ୍ୟପଟେ କୃଷି କାନୁନକୁ ନେଇ ହରିଆଣା ସରକାର ଏବେ ହରଡ ଘଣାରେ ପଡିଛନ୍ତି । ସରକାରର ଅଂଶିଦାର ଥିବା ଜେଜେପିର ଚାପ ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟରଙ୍କ ସରକାର ଉପରେ ପଡିଛି । ସେ ଆଜି ଏନେଇ ଆଲୋଚନା କରିବାକୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ରସିଂ ତୋମାରଙ୍କ ନିକଟରେ ପହଂଚିଛନ୍ତି । ଶ୍ରୀ ଖଟ୍ଟର ତୋମାରଙ୍କ ସହ ଆଲୋଚନା ଚଳାଇଥିବା ବେଳେ ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପିନ୍ଦର ସିଂ ହୋଡା ଖଟ୍ଟର ସରକାରଙ୍କ ଉପରେ ଅବିଶ୍ୱାସ ପ୍ରସ୍ତାବ ଆଣି ବିଧାନସଭାରେ ଏକ ସ୍ୱତନ୍ତ୍ର ଅଧିବେସନ ଡାକିବାକୁ ଦାବି କରିବା ସହ ରାଜ୍ୟପାଳଙ୍କୁ ଏନେଇ ଚିଠି ଲେଖିଛନ୍ତି ।
from Kanak News
via <a href="https://ifttt.com/?









