ଭାରତ ବନ୍ଦର ଆଂଶିକ ପ୍ରଭାବ: ଭୁବନେଶ୍ୱରରେ ରେଳରୋକ, ବରମୁଣ୍ଡାରେ ବସଷ୍ଟାଣ୍ଡରେ ବନ୍ଦର ପ୍ରଭାବ; ଗାଡି ଚଳାଚଳ ସ୍ୱାଭାବିକ

କନକ ବ୍ୟୁରୋ: କୃଷକ ଆଇନ ପ୍ରତ୍ୟାହାର ଦାବିରେ ସାରା ରାଜ୍ୟରେ ସକାଳୁ ସକାଳୁ ଭାରତ ବନ୍ଦ ପାଳନ କରାଯାଉଛି । ରେଳଷ୍ଟେସନରେ ରେଳରୋକ କରାଯାଇଥିବାବେଳେ ବରମୁଣ୍ଡା ବସଷ୍ଟାଣ୍ଡରେ ବନ୍ଦର ପ୍ରଭାବ ପଡିଛି । ମାଷ୍ଟରକ୍ୟାଂଟିନ ଛକକୁ ଛାଡିଦେଲେ ଏ ଯାଏଁ କେଉଁ ଜାଗାରେ ବନ୍ଦର ଆଖିଦୃଶିଆ ପ୍ରଭାବ ପଡିନାହିଁ । ଗାଡିମଟର ଯିବା ଆସିବା ସ୍ୱାଭାବିକ ରହିଛି । କେନ୍ଦ୍ରର କୃଷି ଆଇନ ବିରୋଧରେ ଚାଲିଥିବା ଏହି ଆନ୍ଦୋଳନକୁ ୧୮ଦଳ ସମର୍ଥନ କରିଛନ୍ତି ।

କୃଷକ ସଂଗଠନଙ୍କ ଭାରତ ବନ୍ଦକୁ ସମର୍ଥନ ଜଣାଇ ପ୍ରଦେଶ କଂଗ୍ରେସ ବାଇକ ରାଲି କରିଛି । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ମାଷ୍ଟର କ୍ୟାଂଟିନରୁ ରାମ ମନ୍ଦିର ଛକ ଯାଏଁ କଂଗ୍ରେସ କର୍ମୀମାନେ ବାଇକ ରାଲି କରିଥିଲେ । ପିସିସି ସଭାପତି, ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ, ଜୟଦେବ ଜେନାଙ୍କ ସହ କର୍ମୀମାନେ କୃଷି ଆଇନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପିସିସି ସଭାପତି କହିଛନ୍ତି, କଳା କୃଷି ଆଇନ ପ୍ରତ୍ୟାହାର ନହେବା ଯାଏଁ ଆନ୍ଦୋଳନ ଜାରି ରହିବ । କୃଷକଙ୍କ ଦାବିକୁ କଂଗ୍ରେସ ପୂର୍ଣ୍ଣ ସମର୍ଥନ ଦେଉଛି । ସେହିପରି ବିଜେଡିକୁ ମଧ୍ୟ ଟାର୍ଗେଟ କରିଛନ୍ତି ନିରଞ୍ଜନ ପଟ୍ଟନାୟକ ।

ସେପଟେ ବନ୍ଦର ପ୍ରଭାବ କଟକର ବାଦାମବାଡି ବସଷ୍ଟାଣ୍ଡରେ ଦେଖିବାକୁ ମିଳିଛି । କଂଗ୍ରେସ କର୍ମୀ ବନ୍ଦ ପାଳନକୁ ସମର୍ଥନ ଜଣାଇ ରାସ୍ତାକୁ ଓହ୍ଲାଇଛନ୍ତି । ବସଷ୍ଟାଣ୍ଡରେ ପିକେଟିଂ କରି କଂଗ୍ରେସ କର୍ମୀ ଗାଡି ମୋଟରକୁ ଅଟକାଉଛନ୍ତି । ଯାତ୍ରୀବାହି ବସକୁ କଂଗ୍ରେସ କର୍ମୀ ଅଟକାଉଥିବା ଦେଖିବାକୁ ମିଳିଛି । ସେହିପରି କଂଗ୍ରେସ କର୍ମୀ କଟକର ଆକ୍ସିସ ବ୍ୟାଙ୍କର ସଟର ବନ୍ଦ କରୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ବନ୍ଦ ପାଳନ ଯୋଗୁଁ ବଦାମବାଡି ବସଷ୍ଟାଣ୍ଡରେ ବସଗୁଡିକ ଚଳାଚଳ କରୁନାହିଁ, ଦୋକାନ ବଜାର ବନ୍ଦ ରହିଛି । ବସ ଚାଲୁନଥିବାରୁ ଯାତ୍ରୀମାନେ ହଇରାଣ ହେଉଛନ୍ତି । ବନ୍ଦ ପାଳନକୁ ଆଖିରେ ରଖି ସହରର ବିଭିନ୍ନ ସ୍ଥାନରେ ପୁଲିସ ଫୋର୍ସ ପଇଁତରା ମାରୁଛନ୍ତି । ସେହିପରି ଅତ୍ୟାବଶ୍ୟକ ସେବା ପୂର୍ବ ଭଳି ଜାରି ରହିଛି ।

from Kanak News
via <a href="https://ifttt.com/?

ଭାରତବନ୍ଦକୁ ନେଇ ସାରା ଦେଶରେ ପ୍ରଭାବ: ଆମ୍ ଆଦମୀ ପାର୍ଟିର ଅଭିଯୋଗ; ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୋଲିସ କରିଛି ନଜରବନ୍ଦୀ

କନକ ବ୍ୟୁରୋ : କୃଷି କାନୁନକୁ ବିରୋଧ କରି ସାରା ଦେଶର କୃଷକ ମାନେ ଆଜି ଭାରତ ବନ୍ଦ କରିଛନ୍ତି । ଏହାର ସମ୍ପୁର୍ଣ୍ଣ ପ୍ରଭାବ କିଛି ରାଜ୍ୟରେ ଦେଖିବାକୁ ମିଳିଛି । ଦିଲ୍ଲୀ, ହରିଆଣା, ପଞ୍ଜାବ,ପଶ୍ଚିମବଙ୍ଗ, କେରଳ ଓ ତ୍ରିପୁରାରେ ସମ୍ପୁର୍ଣ୍ଣ ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ଅନ୍ୟ ରାଜ୍ୟ ମାନଙ୍କରେ ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି । ଅନ୍ୟପଟେ କୃଷକ ମାନେ ସକାଳ ୬ ଟାରୁ ରେଳ, ବିମାନସେବା, ସରକାରୀ ଦପ୍ତର, ବସ୍ ଚଳାଚଳକୁ ସମ୍ପୁର୍ଣ୍ଣ ଠପ୍ କରିଦେଇଛନ୍ତି । ଏହାରି ମଧ୍ୟରେ ଦିଲ୍ଲୀ ଆମ୍ ଆଦମୀ ପାର୍ଟି ଅଭିଯୋଗ ଆଣିଛି ଯେ ଦିଲ୍ଲୀ ପୋଲିସ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନଜରବନ୍ଦୀ କରିଛି । ଦଳର ନେତା ମାନେ ଅଭିଯୋଗ କରିଛନ୍ତି କି କେଜ୍ରିୱାଲ ସିଙ୍ଘୁ ସୀମାରେ କୃଷକଙ୍କୁ ଭେଟି ଫେରିବା ପରେ ପୋଲିସ ତାଙ୍କ ବାସଭବନ ଆଗରେ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରିଛି । ତାଙ୍କୁ ବାହାରକୁ ବାହାରିବାର ସୁଯୋଗ ଦେଉନାହିଁ ।

ସେପଟେ କୃଷକ ମାନେ ଦିନ ୧୧ ଟାରୁ ଅପରାହ୍ନ ୩ ଟା ଯାଏ ସମ୍ପୁର୍ଣ୍ଣ ଚକା ଜାମ୍ ଡାକରା ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ରାଜ୍ୟସରକାର ସର୍ତ୍ତକତା ଅବଲମ୍ବନ କରିଛନ୍ତି । ଆନ୍ଦୋଳନକାରୀ ମାନେ ଯେଭଳି ହିଂସା କରିବାର ସୁଯୋଗ ନପାଆନ୍ତି ତାହା ଉପରେ ନଜର ରଖିଛି ପୋଲିସ । କେତକ ରାଜ୍ୟରେ ସରକାରଙ୍କ ପକ୍ଷରୁ ସମସ୍ତ ସରକାରୀ ଅନୁଷ୍ଠାନକୁ ବନ୍ଦ ରଖିବା ସହ ସରକାରୀ ବସ୍ ଚଳାଚଳକୁ ବନ୍ଦ କରିଛନ୍ତି । ପ୍ରତି ଟ୍ରାଫିକ୍ ରେ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି । ଏହି ଆନ୍ଦୋଳନକୁ କଂଗ୍ରେସ ଓ ବାମପନ୍ଥୀ ଦଳ ମାନଙ୍କ ସହ ୧୧ ଟି ରାଜନୈତିକ ଦଳ ସମର୍ଥନ କରିଥିବା ବେଳେ ୧୬ ଟି ଶ୍ରମିକ ସଂଗଠନ ସମର୍ଥନ ଜଣାଇଛନ୍ତି ।

ବିଶେଷ ଭାବେ କଂଗ୍ରେସ ଓ ବାମଦଳର ସମର୍ଥକ ମାନେ ରାସ୍ତାରେ ପ୍ଲାକାର୍ଡ ଧରି ଆନ୍ଦୋଳନକୁ ଉହ୍ଲାଇଥିବା ଦେଖିବାକୁ ମିଳିଛି । କହିରଖୁ କି ଆସନ୍ତା କାଲି ୯ ତାରିଖରେ ସରକାର ଓ କୃଷକ ସଂଗଠନ ମାନଙ୍କ ମଧ୍ୟରେ ୬ଷ୍ଠ ପର୍ଯ୍ୟାୟ ଆଲୋଚନା ହେବାକୁ ଧାର୍ଯ୍ୟ କରାଯାଇଛି । ହେଲେ ୫ ଥର ଆଲୋଚନା ସରିଥିଲେ ବି ସରକାର କୃଷି କାନୁନର ସଂଶୋଧନ କରିବାକୁ ରାଜି ହୋଇଥିବା ବେଳେ କୃଷକ ମାନେ କିନ୍ତୁ ସମ୍ପୁର୍ଣ୍ଣ ଆଇନ ପ୍ରତ୍ୟାହାର ଦାବିରେ ଅଟଳ ରହିଛନ୍ତି ।

from Kanak News
via <a href="https://ifttt.com/?

ପୁଣି ଅନଲାଇନରେ ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି ଅଭିଯୋଗ: ପିନରେଷ୍ଟ ନାମକ ସଂସ୍ଥା ପକ୍ଷରୁ ମହାପ୍ରସାଦ ବିକ୍ରି ଅଭିଯୋଗ; ଅନଲାଇନରେ ବିକ୍ରିକୁ ସେବାୟତଙ୍କ ନିନ୍ଦା

abadha

କନକ ବ୍ୟୁରୋ: ବାରମ୍ବାର ଅଭିଯୋଗ ସତ୍ୱେ ମଧ୍ୟ ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ନିଆଯାଉନି ପଦକ୍ଷେପ । ଅନଲାଇନ ରେ ମହାପ୍ରସାଦ ବିକ୍ରି କରୁଛନ୍ତି ଗୋଟେ ପରେ ଗୋଟେ ସଂସ୍ଥା । କିଏ ନିର୍ମାଲ୍ୟ ତ ଆଉ କିଏ ବିକ୍ରି କରୁଛି ମହାପ୍ରଭୁଙ୍କ ଦୁର୍ମୁଲ୍ୟ ମହାପ୍ରସାଦ । ଆଜି ପୁଣି ଏମିତି ଏକ ଘଟଣା ଆସିଛି ସାମ୍ନା କୁ । ପିନରେଷ୍ଟ ନାମକ ଏକ ଅନଲାଇନ ସଂସ୍ଥା ମହାପ୍ରଭୁଙ୍କ ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି କରୁଥିବା ଜଣା ପଡିଛି ।

ଏହାକୁ ନେଇ ସେବାୟତ ମହଲରେ ପୁଣି ନିନ୍ଦା କରାଯାଇଥିବା ବେଳେ ସମ୍ପୃକ୍ତ ସଂସ୍ଥା ବିରୁଦ୍ଧରେ ଏତଲା ଦେବା ପାଇଁ ଯୋଜନା କରାଯାଉଥିବା ଜଣାପଡିଛି । ଏନେଇ ଶ୍ରୀମନ୍ଦିର ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ଏତଲା ଦେବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୂର୍ବରୁ ମଧ୍ୟ ଏଭଳି ଅନେକ ଉଦାହରଣ ଦେଖିବାକୁ ମିଳିଛି । ତେବେ ନିକଟ ଅତୀତ ରେ ଆମାଜନ ନାମକ ଇକମର୍ସ ସଂସ୍ଥା ଅନଲାଇନ ରେ ନିର୍ମାଲ୍ୟ ବିକ୍ରି କରୁଥିବା ବେଳେ ଏନେଇ ନଜର କୁ ଆଣିଥିଲେ ସେବାୟର ଶମ୍ଭୁନାଥ ଖୁଣ୍ଟିଆ । ତେବେ ଶ୍ରୀମନ୍ଦିର ପ୍ରଶାସନ ଆମାଜନ ନାଁ ରେ ଏତଲା ଦାଏର କରିଥିଲେ ।

from Kanak News
via <a href="https://ifttt.com/?

ନବରଙ୍ଗପୁରରେ ପ୍ରେମ ବିବାହକୁ ସ୍ୱୀକୃତି ଦେଲା କଙ୍ଗାରୁ କୋର୍ଟ: ଜାତିପ୍ରଥାକୁୁ ଭୁଲି ଘରୁ ଫେରାର ହୋଇ ପ୍ରେମ ବିବାହ କରିଥିଲେ ରାଇଘର ଖାଡେଙ୍ଗା ଗାଁର ପ୍ରେମୀଯୁଗଳ

କନକ ବ୍ୟୁରୋ: ପ୍ରେମକୁ ସୀକୃତି ଦେଲା କଙ୍ଗାରୁ କୋର୍ଟ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ମାନିଲା କଙ୍ଗାରୁ କୋର୍ଟ । ଶେଷରେ ପ୍ରେମ ବାଟରେ କଂଟା ସାଜି ଥିବା ଜାତିପ୍ରଥାକୁ ଭୁଲି ପ୍ରେମ ବିବାହକୁ ସ୍ୱିକୃତି ଦେଲେ ଗାଁ ଲୋକ । ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଯୋଡ଼େଗାଁ ପଂଚାୟତ ଖାଡ଼େଙ୍ଗା ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା । ଖାଡ଼େଙ୍ଗା ଗାଁର ଲୁକୁ କଲାରଙ୍କ ପୁଅ ପ୍ରତାପ କଲାର ସେହି ଗାଁର ମଇନୁ ଗଣ୍ଡଙ୍କ ଝିଅ ଫଗୁଣି ଗଣ୍ଡକୁ ଭଲ ପାଉଥିଲେ । ଉଭୟଙ୍କ ପ୍ରେମରେ ପ୍ରତିବନ୍ଧକ ସାଜିଥିଲା ଜାତି ଓ ପରିବାର ଲୋକ ଦୁଇ ଜଣଙ୍କ ପ୍ରେମକୁ ସ୍ୱିକୃତି ଦେଇନଥିଲେ ।

ଶେଷରେ ଦୁହେଁ ଘରୁ ଫେରାର ହୋଇ ଯାଇଥିଲେ । ଛତିଶଗଡ଼ ରାଜ୍ୟର କୋଣ୍ଡା ଗାଁର ନୋଟେରୀ ନିକଟରେ ବିବାହର ସତ୍ୟପାଠ ପରେ ଏକ ଶିବ ମନ୍ଦିରରେ ବିବାହ କରିଥିଲେ । କିଛି ଦିନ ପରେ ଘରକୁ ଫେରିଥିଲେ ହେଲେ ଗାଁ ଲୋକ ତାଙ୍କୁ ଘରେ ପୁରାଇ ଦେଇନଥିଲେ । ହାଟ ଭରଣ୍ଡି ଗଣ୍ଡ ସମାଜର କଙ୍ଗାରୁ କୋର୍ଟ ପକ୍ଷରୁ ୫୦ହଜାର ଟଙ୍କାର ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଥିଲେ । ୩୨ଟଙ୍କା କଙ୍ଗାରୁ କୋର୍ଟରେ ଦେବା ପରେ ବାକି ଟଙ୍କା ପାଇଁ ପୋଡ଼ଶୀ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ । ତେବେ ଏ ସମ୍ପର୍କରେ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ମାନିଛି କଂଙ୍ଗାରୁ କୋର୍ଟ । ନିଷ୍ପତିରୁ ହଟି ପ୍ରେମିଯୁଗଳଙ୍କୁ ମିଶିବାର ସୁଯୋଗ ଦେଇଛି ।

from Kanak News
via <a href="https://ifttt.com/?

ଆଜି ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ ପାଇଁ ସ୍ୱତନ୍ତ୍ର ନୀତିକାନ୍ତି: ପୋଢୁଅଁ ହେବେ ମହାପ୍ରଭୁ; ଶ୍ରୀଜୀଉଙ୍କୁ ନୂଆ ଲୁଗା ଲାଗି କରିବେ ପାଳିଆ ପୁଷ୍ପାଳକ

କନକ ବ୍ୟୁରୋ: ମାର୍ଗଶିର କୃଷ୍ଣ ଅଷ୍ଟମୀ ତିଥୀରେ ଆଜି ଶ୍ରୀମନ୍ଦିରରେ ପାଳିତ ହେବ ପ୍ରଥମାଷ୍ଟମୀ । ଏଥିପାଇଁ ଶ୍ରୀମନ୍ଦିରର ସ୍ୱତନ୍ତ୍ର ନୀତିକାନ୍ତି କରାଯାଉଛି । ଭୋଗ ଉତ୍ପପ ସରିବା ପରେ ୩ ବାଡରେ ମଇଲମ କରାଯାଇ ପୂଜାପଣ୍ଡା ସେବକଙ୍କ ଦ୍ୱାରା ମହାସ୍ନାନ ନୀତ ଅନୁଷ୍ଠିତ ହେବ । ଏହାପରେ ପାଳିଆ ପୁଷ୍ପାଳକ ଶ୍ରୀବିଗ୍ରହମାନଙ୍କୁ ନୂଆଲୁଗା ଲାଗି କରିବେ ।

ପୂଜାପଣ୍ଡା, ପତିମହାପାତ୍ର, ମୁଦିରସ୍ତ, ସେବକ ଘଟୁଆରୀ ଚନ୍ଦନ ଘରଠାରୁ ବନ୍ଦନ ବିଜେ କରାଇ ଆଣି ତିନି ବାଡରେ ଲାଗି କରାଇବେ । ଏହାପରେ ବେଶ ଓ ଅଳଙ୍କାରରେ ବିମଣ୍ଡିତ ହୋଇ କର୍ପୁର ଲାଗି ପରେ ପୁଷ୍ପାଳକମାନେ ସିଂହାସନରୁ ଓହ୍ଲାଇ ଆସିବେ । ମଧ୍ୟାହ୍ନ ଧୂପ ଉଠିସାରିବା ପରେ ତିନି ବାଡରେ ମଙ୍ଗଳାର୍ପଣ ନୀତି ହେବା ସହ ଫୁଲୁପୁରିଆ ଖଦି ଓ ଛେଦା ପ୍ରସାଦ ଲାଗି ହୋଇ ବନ୍ଦପନା ହୋଇଥାଏ ।

from Kanak News
via <a href="https://ifttt.com/?

କରୋନା ମହାମାରୀ ଓ ଚାଷୀଙ୍କ ଆନ୍ଦୋଳନକୁ ଦେଖି କଂଗ୍ରେସ ଅଧ୍ୟକ୍ଷାଙ୍କ ନିଷ୍ପତି: ଡିସେମ୍ବର ୯ରେ ଜନ୍ମଦିନ ପାଳିବେନି ସୋନିଆ ଗାନ୍ଧୀ

କନକ ବ୍ୟୁରୋ: ଜନ୍ମଦିନ ପାଳିବେ ନାହିଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଡିସେମ୍ବର ୯ ତାରିଖରେ ୭୪ତମ ଜନ୍ମଦିନ ପାଳନ ନକରିବାକୁ ନିଷ୍ପତି ନେଇଛନ୍ତି ସୋନିଆ । ସାରାଦେଶରେ ଲକ୍ଷ ଲକ୍ଷ ଲୋକ କରୋନା ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବାବେଳେ ହଜାର ହଜାର କୃଷକ କେନ୍ଦ୍ର କୃଷି ଆଇନ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ।

ଶୀତ କାକରରେ ସେମାନେ ଦିନରାତି ଆନ୍ଦୋଳନ କରୁଥିବାରୁ ନୈତିକ ସମର୍ଥନ ଜଣାଇ ସୋନିଆ ଜନ୍ମଦିନ ପାଳନ ନକରିବାକୁ ନିଷ୍ପତି ନେଇଛନ୍ତି । ଏନେଇ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ମଧ୍ୟ କଂଗ୍ରେସ କର୍ମୀ, ନେତୃମଣ୍ଡଳୀ ଓ ଶୁଭେଚ୍ଛୁ ମାନଙ୍କୁ ଜନ୍ମଦିନ ପାଳନ ନକରିବାକୁ ଅନୁରୋଧ କରାଯାଇଛି ।

from Kanak News
via <a href="https://ifttt.com/?

ବାଲେଶ୍ୱର, ଗୁଣପୁର, ପିପିଲିରେ ଟାୟାର ଜାଳି ରାସ୍ତାରୋକ: କଟକରେ ଗାଡି ଚଳାଚଳ ପ୍ରଭାବିତ; ବାଦାମବାଡିରୁ ଯାଉନି ବସ୍, ମାଲକାନଗିରିରେ ଦେକାନ ବଜାର ବନ୍ଦ

କନକ ବ୍ୟୁରୋ: ବ୍ରହ୍ମପୁରରେ ବି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । କଂଗ୍ରେସ ସମିତ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ କରାଯାଉଛି । ରେଳ ଷ୍ଟେସନରେ ଧାରଣା କରୁଛନ୍ତି ଆନ୍ଦୋଳନକାରୀ । କିଛି ସମୟ ମଧ୍ୟରେ ଦୋକାନ ବଜାର ବନ୍ଦ ପାଇଁ ନିଷ୍ପତି ହୋଇଛି ।

କେନ୍ଦ୍ରାପଡ଼ାରେ ମଧ୍ୟ ବିଭିନ୍ନ ସଂଗଠନ ମଧ୍ୟରୁ ଏହି ବନ୍ଦ ଡ଼ାକରା ଦିଆଯାଇଛି । କଂଗ୍ରେସ ସମେତ ୧୮ଟି ରାଜନୈତିକ ଦଳ ଏହି ବନ୍ଦ ଡ଼ାକରାକୁ ସମର୍ଥନ କରିଛନ୍ତି । କେନ୍ଦ୍ରାପଡ଼ା ତିନିମୁହାଣି ଛକରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କେନ୍ଦ୍ର ସରକାର କୃଷି ଆଇ ପ୍ରତ୍ୟାହାର ଦାବିରେ ଚାଷୀମାନେ ଧାରଣାରେ ବସିଛନ୍ତି ।

ମାଲକାନାଗିରିରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବନ୍ଦକୁ ସମର୍ଥନ ଜଣାଇ ଦୋକାନ ବଜାର ବନ୍ଦ ରହିଛି । କୃଷି ଆଇନ ପ୍ରତ୍ୟାହାର ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଚାଷୀ ।

ଆଜି ଦେଶବ୍ୟାପି ଭାରତ ବନ୍ଦ ଡ଼ାକରା । ଏହି ବନ୍ଦ ଡ଼ାକରାକୁ ପୂର୍ଣ୍ଣ ମାତ୍ରାରେ ସମର୍ଥନ କରୁଛି କଂଗ୍ରେସ । ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଏହି ବନ୍ଦ ଡ଼ାକରା ଦିଆଯାଇଥିବା ବେଳେ ବାଲେଶ୍ୱରରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ସକାଳୁ ସକାଳୁ ଷ୍ଟେସନ ଛକ ଓ ଅନ୍ୟ ଛକମାନଙ୍କର ଆନ୍ଦୋଳନକାରୀମାନେ ପିକେଟିଂ କରୁଥିବା ଦେଖିବାକୁ ମିଳିଛି । ଜରୁରୀ ସେବା ବ୍ୟତିତ ସମସ୍ତ ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଛି । ଛୋଟୋମୋଟ ଦୋକାନ ବ୍ୟତୀତ ସମସ୍ତ ଦୋକାନ ବଜାର ବନ୍ଦ ରହିଛି ।

ରାୟଗଡା ଜିଲ୍ଲା ଗୁଣପୁରରେ ଭାରତ ବନ୍ଦର ପ୍ରଭାବ ସକାଳୁ ସକାଳୁ ଦେଖିବାକୁ ମିଳିଛି । କୃଷକ ସଂଗଠନର ବନ୍ଦ ଡାକରାକୁ ସମର୍ଥନ ଜଣାଇ ବନ୍ଦ ପାଳନ କରିଛନ୍ତି ସିପିଆଇଏମଏଲ ଲିବେରସନ ଦଳ । ଗୁଣପୁର ଓଭରବ୍ରିଜ ନିକଟରେ ସିପିଆଇଏମଏଲ ଲିବେରସନ ଦଳ କର୍ମୀମାନେ ଟାୟାର ଜାଲି ରାସ୍ତା ରୋକ କରିଛନ୍ତି । ରାସ୍ତାରେ ଟାୟାର ଜାଳି ଅବରୋଧ କରାଯାଇଥିବାରୁ ଯାତାୟତ ପ୍ରଭାବିତ ହୋଇଛି । କୃଷକ ସଂଗଠନର ବନ୍ଦ ପାଳନକୁ ସ୍ଥାନୀୟ ଅଂଚଳର ବହୁ ସଂଗଠନ ସମର୍ଥନ କରୁଛନ୍ତି ।

from Kanak News
via <a href="https://ifttt.com/?

ଭୁବନେଶ୍ୱରରେ ବନ୍ଦର ପ୍ରଭାବ: ରାଜଧାନୀରେ ରେଳରୋକ, ବାଲେଶ୍ୱରରେ ପିକେଟିଂ କରି ଆନ୍ଦୋଳନକାରୀ କରୁଛନ୍ତି ଦୋକାନ ବଜାର ବନ୍ଦ; ଜାରି ରହିବ ଆମ୍ବଲାନ୍ସ ଭଳି ଜରୁରୀ ସେବା

କନକ ବ୍ୟୁରୋ: ଭୁବନେଶ୍ୱର ରେଳ ଷ୍ଟେସନରେ ଅଖିଳ ଭାରତୀୟ କୃଷକ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଇଛି । ସଂଗଠନର କର୍ମୀମାନେ ରେଳ ଧାରଣା ଉପରେ ରହି ବିରୋଧ ପ୍ରଦର୍ଶନ କରିବାରୁ କିଛି ସମୟ ପାଇଁ ରେଳ ଚଳାଚଳ ବନ୍ଦ ରହିଥିଲା । ସେହିପରି ଷ୍ଟେସନରେ ବ୍ୟାନର ପ୍ଲାକାର୍ଡ ଧରି କୃଷି ଆଇନ ପ୍ରତ୍ୟାହାର ଦାବିରେ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ । ଆନ୍ଧ୍ରପ୍ରଦେଶକୁ ବିଇଡି ପରୀକ୍ଷା ଦେବା ପାଇଁ ଯାଉଥିବା ଶତାଧିକ ଛାତ୍ରଛାତ୍ରୀଙ୍କ ସମେତ ବହୁ ଯାତ୍ରୀ ଫସି ରହିଥିଲେ । ତେବେ ରେଳବାଇ ପୁଲିସ ବିକ୍ଷୋଭକାରୀଙ୍କୁ ରେଳ ଧାରଣା ଉପରୁ ହଟାଇବା ପରେ ରେଳ ଚଳାଚଳ ସ୍ୱଭାବିକ ହୋଇଛି ।

ସେପଟେ ରାଜଧାନୀର ଏଜି ସ୍କୋୟାରରେ କୃଷକ ସଂଗଠନର ବନ୍ଦ ପାଳନକୁ ସମର୍ଥନ ଜଣାଇ ରାସ୍ତାକୁ ଓହ୍ଲାଇଛନ୍ତି ସିପିଆଇ, ଏଆଇଟିୟୁସି, ବିକେଏମୟୁ । କର୍ମୀମାନେ ବ୍ୟାନର ପୋଷ୍ଟର ଧରି ମାଷ୍ଟର କ୍ୟାଂଟିନ ଛକରେ ବିରୋଧ ପ୍ରଦର୍ଶନ କରିଛନ୍ତି । ସେହିପରି ଜନସାଧାରଣଙ୍କୁ ବନ୍ଦ ପାଳନରେ ସହଯୋଗ କରିବା ପାଇଁ ଅପିଲ କରିଛନ୍ତି ।

ବନ୍ଦର ପ୍ରଭାବ ଜୟଦେବବିହାର ଛକରେ ଦେଖିବାକୁ ମଳିଛି । ଚାଷୀ ଆନ୍ଦୋଳନ ପାଇଁ ଜୟଦେବ ବିହାର ଛକରେ ମଧ୍ୟ ଅଟକି ରହିଛି ୫ଶହରୁ ଅଧିକ ଗାଡ଼ି । ଯାତାୟତରେ ବାଧାପ୍ରାପ୍ତ ହୋଇଛି । ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।

କଟକରେ ବନ୍ଦର ପ୍ରଭାବ ବାଦାମବାଡି ବସଷ୍ଟାଣ୍ଡରେ ଦେଖିବାକୁ ମିଳିଛି । ବସଗୁଡିକ ଚଳାଚଳ କରୁନାହିଁ, ଦୋକାନ ବଜାର ବନ୍ଦ ରହିଛି । ବସ ଚାଲୁନଥିବାରୁ ଯାତ୍ରୀମାନେ ହଇରାଣ ହେଉଛନ୍ତି । ବନ୍ଦ ପାଳନକୁ ଆଖିରେ ରଖି ସହରର ବିଭିନ୍ନ ସ୍ଥାନରେ ପୁଲିସ ଫୋର୍ସ ପଇଁତରା ମାରୁଛନ୍ତି । ସେହିପରି ଅତ୍ୟାବଶ୍ୟକ ସେବା ପୂର୍ବ ଭଳି ଜାରି ରହିଛି ।

Design a site like this with WordPress.com
Get started