ଶରଧାବାଲିରେ ମଂଚସ୍ଥ ହେଲା ଚକଲେଟ୍ ପ୍ରଡକ୍ସନର ବହୁଚର୍ଚ୍ଚିତ ନାଟକ ଆହେ ନୀଳ ଶଇଳ । ନାଟକ ଦେଖି ଭାବବିହ୍ୱଳ ହେଲେ ପୁରୀବାସୀ, ମଂଚସ୍ଥ ବେଳେ ଜଗନ୍ନାଥଙ୍କ ମୁଣ୍ଡରୁ ଖସିପଡ଼ିଲା ଫୁଲ

କନକ ବ୍ୟୁରୋ : ଚକଲେଟ୍ ପ୍ରଡକ୍ସନ୍ସର ବହୁଚର୍ଚ୍ଚିତ ନାଟକ ‘ଆହେ ନୀଳ ଶଇଳ’ । ଓଡ଼ିଆ ଜାତିର ଅସ୍ମିତାର ପ୍ରତୀକ ଏହି ନାଟକ ଶ୍ରୀକ୍ଷେତ୍ର ପୁରୀରେ ପ୍ରଦର୍ଶିତ ହୋଇଛି, ଦର୍ଶକଙ୍କୁ ଲୁହରେ ଭିଜାଇ ଦେଇଛି । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଅବସରରେ ଏହି ମହାସଂଯୋଗ ଘଟିଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ଶରଧାବାଲିରେ ମଂଚସ୍ଥ ହୋଇଛି ‘ଆହେ ନୀଳ ଶଇଳ’ । ଓଡ଼ିଆ ସଂସ୍କୃତିର ପ୍ରାଣକେନ୍ଦ୍ର ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ଗତି କରିଛି ନାଟକର ବିଷୟବସ୍ତୁ । ନାଏବ ନଜିମ ତକି ଖାଁର ବିଷଦୃଷ୍ଟିରୁ ମାନରକ୍ଷା ଲାଗି ଗଜପତି ରାମଚନ୍ଦ୍ର ଦେବ କିଭଳି ନିର୍ଯାତନା ସହିଛନ୍ତି, ଅତ୍ୟାଚାରର ସମ୍ମୁଖୀନ ହୋଇଛନ୍ତି, ତାହା ବର୍ଣ୍ଣନା ହୋଇଛି ଏହି ନାଟକରେ । ଯାହାକୁ ଦେଖି ଭାବବିହ୍ୱଳ ହୋଇ ଉଠିଛନ୍ତି ଦର୍ଶକ ।

ଶରଧାବାଲିର ମୁକ୍ତାକାଶ ରଙ୍ଗମଂଚ । ସେହି ହେନ୍ତାଳବନ, ଯେଉଁଠି ତକି ଖାଁର ଆକ୍ରମଣରୁ ଜଗନ୍ନାଥଙ୍କୁ ଲୁଚାଇ ରଖାଯାଇଥିଲା । ଠାକୁରଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବାରୁ ଜଗନ୍ନାଥଙ୍କୁ କ୍ଷମା ମାଗୁଥିଲେ ଗଜପତି ମହାରାଜ ରାମଚନ୍ଦ୍ର ଦେବ । ଏହି ଦୃଶ୍ୟ ଯେତେବେଳେ ମଂଚସ୍ଥ ହୋଇଥିଲା, ଗଜପତିଙ୍କ ସଂଳାପ ମଝିରେ କୋଟି ଓଡ଼ିଆଙ୍କ ମଉଡ଼ମଣୀ ଶ୍ରୀଜଗନ୍ନାଥଙ୍କ ମଥାରୁ ଖସି ପଡ଼ିଥିଲା ଫୁଲ । ଯାହାକୁ ଦେଖି ଅତି ଭାବବିହ୍ୱଳ ହୋଇ ପଡିଥିଲେ ଦର୍ଶକ । କରତାଳିରେ କମ୍ପି ଉଠିଥିଲା ପରିବେଶ ।
ଏହି ନାଟକ କଥାସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କ ପ୍ରସିଦ୍ଧ ଉପନ୍ୟାସ ‘ନୀଳଶୈଳ’ ଦ୍ୱାରା ଆଂଶିକ ଅନୁପ୍ରେରିତ ଏବଂ ନାଟ୍ୟ ରଚନା କରିଛନ୍ତି ବିଶିଷ୍ଟ ନାଟ୍ୟକାର ଶଙ୍କର ତ୍ରିପାଠୀ ଓ ଡକ୍ଟର ପ୍ରତିମା ହୋତା । ନିର୍ଦ୍ଦେଶନା ଦେଇଛନ୍ତି ମଂଚ ଓ ଯାତ୍ରାର ଲୋକପ୍ରିୟ ନିର୍ଦ୍ଦେଶକ ଲାଲା ବୀରେନ୍ ରାୟ । ମୁଖ୍ୟ ଭୂମିକାରେ ଓଡ଼ିଆ ସିନେମା ଓ ଟିଭି ସିରିୟଲର ଜଣାଶୁଣା କଳାକାରଙ୍କ ଅଭିନୟ ନାଟକକୁ ଜୀବନ୍ତ କରିଦେଇଛି । ନାଟକ ଦେଖିବା ପାଇଁ ଲୋକଙ୍କ ମନରେ ଏତେ ଆଗ୍ରହ ସୃଷ୍ଟି ହୋଇଥିଲା ଯେ ବାହାରେ ଛିଡ଼ା ହୋଇ ନାଟକ ଦେଖିଥିଲେ ଦର୍ଶକ । ଏହି ଅବସରରେ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ସମ୍ବାଦ ଓ କନକ ନ୍ୟୁଜର ସଂପାଦକ ତନୟା ପଟ୍ଟନାୟକଙ୍କୁ ଖଣ୍ଡୁଆ ପାଟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ଆହେ ନୀଳଶଇଳ ନାଟକ ଦେଖି ଆତ୍ମହରା ହେବା ସହ ଭକ୍ତିର ଭାବ ବିହ୍ୱଳ ହୋଇ ଯାଇଛନ୍ତି ପୁରୀବାସୀ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ କିଛି ସମୟ ବିଳମ୍ବ ହୋଇଥିଲା ନାଟକ ପରିବେଷଣ । କିନ୍ତୁ ଲୋକେ କୁହାକୁହି ହେଉଥିଲେ, ସ୍ୱୟଂ ଜଗନ୍ନାଥ ଆସିଥିଲେ ନାଟକ ଦେଖିବାକୁ । ମାଆ ଲକ୍ଷ୍ମୀ ତାଙ୍କ ସହ ଆସିବାକୁ ଜିଦ ଧରିଥିଲେ । ଏପଟେ ନାଟକ ଆରମ୍ଭ ହୋଇ ଯାଇଥିବା ମହାପ୍ରଭୁ କହିବାରୁ ମାଆ ଲକ୍ଷ୍ମୀ ଯାନ୍ତ୍ରିକ ତ୍ରୁଟି କରି ନାଟକ ବିଳମ୍ବ କରାଇଥିଲେ । ଜଗତ ଠାକୁର ଓ ମାଆ ଠାକୁରାଣୀ ପହଁଚିବା ପରେ ସ୍ୱାଭାବିକ ଭାବେ ପରିବେଷଣ ହୋଇଥିଲା ନାଟକ । ଭକ୍ତିରସରେ ମଜି ରହିଥିବା ଦର୍ଶକଙ୍କ ଏପରି ଭାବ ଓ ବର୍ଣ୍ଣନା ନାଟକର ସଫଳତାକୁ ଶୀର୍ଷରେ ପହଁଚାଇ ପାରିଛି ।

The post ଶରଧାବାଲିରେ ମଂଚସ୍ଥ ହେଲା ଚକଲେଟ୍ ପ୍ରଡକ୍ସନର ବହୁଚର୍ଚ୍ଚିତ ନାଟକ ଆହେ ନୀଳ ଶଇଳ । ନାଟକ ଦେଖି ଭାବବିହ୍ୱଳ ହେଲେ ପୁରୀବାସୀ, ମଂଚସ୍ଥ ବେଳେ ଜଗନ୍ନାଥଙ୍କ ମୁଣ୍ଡରୁ ଖସିପଡ଼ିଲା ଫୁଲ first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିବ ଘନକୁହୁଡି । ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି, ଆସନ୍ତା ୩ ଦିନ ପାଇଁ ୟଲୋ ୱାର୍ଣ୍ଣିଂ

କନକ ବ୍ୟୁରୋ : କୁହୁଡି ପାଇଁ ସତର୍କ କରାଇଲେ ରାଜ୍ୟ ସରକାର । ଆଗାମୀ ୩ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡି ଦୃଶ୍ୟମାନ ହେବ । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେଥିପାଇଁ ଜିଲ୍ଲାପାଳ ମାନଙ୍କୁ ସତର୍କତା ଜାରି କରିଛନ୍ତି ଏସଆରସି । ଆଗାମି ୩ ଦିନ ପାଇଁ ଏହି ସତର୍କତା ଜାରି କରାଯାଇଛି ।

– ୨୦ ତାରିଖ ସକାଳ ୮ଟା ୩୦ ଯାଏଁ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ, କଳାହାଣ୍ଡି, ବଲାଙ୍ଗିର, ସୋନପୁର, ବୌଦ୍ଧ, କଟକ, ଢେଙ୍କାନାଳ, ଅନୁଗୁଳ ପାଇଁ ଆଲର୍ଟ ଜାରି ହୋଇଛି
– ୨୦ ତାରିଖ ସକାଳ ୮ଟା ୩୦ରୁ ୨୧ ତାରିଖ ୮ଟା ୩୦ ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ସୋନପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳକୁ ଆଲର୍ଟ ଜାରି ହୋଇଛି
– ୨୧ ତାରିଖ ସକାଳ ୮ଟା ୩୦ରୁ ୨୨ ତାରିଖ ସକାଳ ୮ଟା ୩୦ ପାଇଁ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ପୁରୀ, ଗଞ୍ଜାମ, ଯାଜପୁର, କଳାହାଣ୍ଡି, ସୋନପୁର, ବୌଦ୍ଧ, ଢେଙ୍କାନାଳ, ଅନୁଗୁଳକୁ ଆଲର୍ଟ ଜାରି କରାଯାଇଛି
– ଘନକୁହୁଡ଼ିକୁ ଦୃଷ୍ଟିରେ ରଖି ଅତ୍ୟାବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପରିବହନ ଓ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି
– ଦୁର୍ଘଟଣା ଏଡ଼ାଇବା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି

ସେପଟେ ଘନକୁହୁଡ଼ି ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଛି । ବିଭିନ୍ନ ସ୍ଥାନରୁ ଆସିଥିବା ଏ ହେଉଛି ଦୁର୍ଘଟଣାର ଚିତ୍ର । ଗଂଜାମ ଜିଲ୍ଲା ସୋରଡା ଥାନା ବରାଡି ନିକଟ ମର୍ମନ୍ତୁଦ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ସେହିପରି ଅନୁଗୁଳ ଟ୍ରାଫିକ୍ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆଶା କର୍ମୀଙ୍କ ମୃତ୍ୟୁ ହୋଇଥିଲା । ସେପଟେ ଜଳେଶ୍ୱର ଭୋଗରାଇରେ ଘନ କୁହୁଡ଼ି ଯୋଗୁଁ ଟ୍ରକକୁ ପଛପଟୁ ବାଇକ୍ ପିଟିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି ।

The post ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିବ ଘନକୁହୁଡି । ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି, ଆସନ୍ତା ୩ ଦିନ ପାଇଁ ୟଲୋ ୱାର୍ଣ୍ଣିଂ first appeared on Kanak News.

from Kanak News
via <a href="https://ifttt.com/?

ଠକେଇର ନୂଆ ଠିକଣା ପାଲଟିଛି ମାଟ୍ରିମୋନି ସାଇଟ୍ । ଜୀବନସାଥୀ ଖୋଜୁଥିବା ଯୁବକଙ୍କୁ ଟାର୍ଗେଟ୍

କନକ ବ୍ୟୁରୋ : ବିବାହ ପାଇଁ ମାଟ୍ରିମୋନିଆଲ ସାଇଟ୍ ରେ ଯୁବତୀ ଖୋଜୁଛନ୍ତି କି? ସୁନ୍ଦର ଫଟୋ ଦେଖି ଚାଟିଂ କରୁଛନ୍ତି କି? ମିଠା ମିଠା କଥାରେ ଅଜଣା ଯୁବତୀଙ୍କୁ ସାତ ଜନ୍ମର ସାଥୀ ପାଇଁ ସ୍ୱପ୍ନ ଦେଖୁଛନ୍ତି କି? ଯଦି ହଁ, ତାହେଲେ ସାବଧାନ ହୋଇଯାଆନ୍ତୁ । କାରଣ, ମାଟ୍ରିମୋନିଆଲ ସାଇଟରେ ଏବେ ମାତିଛନ୍ତି ଠକ । ଆପଣ ଯାହାକୁ ନୀଲମ ଭାବି କଥା ହେଉଛନ୍ତି, ସେ ଜଣେ ସୁନ୍ଦରୀ ଯୁବତୀ ନୁହଁନ୍ତି, ତାଙ୍କର ପରିଚୟ ହେଉଛି ନୃସିଂହ ବିଶ୍ୱାଳ । ନବମ ଫେଲ ଏହି ଯୁବକ ହେଉଛି ପୁରୀ ସଦର ଥାନା ଅଧୀନ ଭାତକୁଡି ଗାଁର । ଏହିଭଳି ସୁନ୍ଦରୀ ଯୁବତୀଙ୍କ ଫଟୋ ଲଗାଇ ମାଟ୍ରିମୋନିଆଲ ସାଇଟରେ ଆଇଡି ଖୋଲେ ଏହି ନବମ ଫେଲ ନୃସିଂହ । ଚାଟିଂରେ ଚାଟିଂରେ ସମ୍ପର୍କ ଯୋଡେ । ବିବାହ କରିବାକୁ ପ୍ରତିଶ୍ରୁତି ବି ଦିଏ । ଆଉ ମାତ୍ର କେଇଦିନର ଚାଟିଂ ପରେ, ବାପାଙ୍କ ଦେହ ଖରାପ କରି ଟଙ୍କା ଲୁଟର ଜାଲ ପକାଏ । ଯୁବକମାନେ ଅନଲାଇନରେ ଟଙ୍କା ପଠାଇବା ପରେ, ଆଉ ଧରାଛୁଆଁ ଦିଏନି ଏହି ଠକ । ୩ ଲକ୍ଷ ୧୮ ହଜାର ଟଙ୍କାର ଠକେଇ ଅଭିଯୋଗ ପରେ ଏହି ଚାଲବାଜ ଠକକୁ ଗିରଫ କରିଛି କମିଶନରେଟ ପୁଲିସ ।

ଏସବୁ ଭିତରେ ଏହି ଠକ ଏତେ ତଳକୁ ଖସି ଯାଇଥିଲା ଯେ, ନିଜ ପତ୍ନୀକୁ ବି ଛାଡି ନଥିଲା । ସ୍ତ୍ରୀ ନାଁରେ ଆଇଡି ଖୋଲି ଲୋକଙ୍କ ସହ ଚାଟିଂ କରିବା ଆରମ୍ଭ କରି ଦେଇଥିଲା । ଏହି ଫର୍ମୁଲା ପକାଇ ଏମିତି କେତେ ଯୁବକଙ୍କ ଆକାଉଁଟ ଖାଲି କରିଛି ଏହି ୪୨୦ ଠକ, ତାହା ଜାଣିବା ପାଇଁ ମାଟ୍ରିମୋନିଆଲ ସାଇଟକୁ ଚିଠି ଲେଖିଛି କମିସନରେଟ ପୁଲିସ ।

ଅଭିଯୁକ୍ତ ନିକଟରୁ ୧ ଲକ୍ଷ ୬୧ ହଜାର ନଗଦ ଟଙ୍କା, ଏଟିଏମ କାର୍ଡ ଓ ସିମ କାର୍ଡ ଜବତ କରାଯାଇଛି । ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି ।

The post ଠକେଇର ନୂଆ ଠିକଣା ପାଲଟିଛି ମାଟ୍ରିମୋନି ସାଇଟ୍ । ଜୀବନସାଥୀ ଖୋଜୁଥିବା ଯୁବକଙ୍କୁ ଟାର୍ଗେଟ୍ first appeared on Kanak News.

from Kanak News
via <a href="https://ifttt.com/?

ଶୀତୁଆ ସକାଳରେ ଘାସ ଗାଲିଚାର ସୌନ୍ଦର୍ଯ୍ୟ । ଅସ୍ତରଙ୍ଗ ଉପକୂଳରେ ମୁଚୁମୁଚିକା ଘାସର ସୌନ୍ଦର୍ଯ୍ୟରେ ବିଭୋର କବି ଭାବୁକ

କନକ ବ୍ୟୁରୋ : ଶୀତୁଆ ସକାଳ ପ୍ରକୃତିର ଶୋଭା ବଢାଉଛି । ସୂର୍ଯ୍ୟର ପହିିିଲି କିରଣ ସ୍ପର୍ଶରେ କାକର ବୁନ୍ଦା ସବୁ ମୁକ୍ତା ସମ ଝଲସୁଛି । ବେଳାଭୂମିରେ ଜଙ୍ଗଲ ଅଂଚଳରେ ପ୍ରକୃତିର ଶୋଭାକୁ ଆହୁରି ଦୁଇ ଗୁଣିତ କରୁଛି ଏହି ମୁଚୁମୁଚିକା ଘାସ । ଅସ୍ତରଙ୍ଗ ଅଂଚଳ ସମୁଦ୍ର ଉପକୂଳ ଅଂଚଳ ଝାଉଁ ଜଙ୍ଗଲ ଓ ଏହାର ଆଖପାଖ ଅଂଚଳରେ ପ୍ରାୟତଃ ଏହି ଘାସ ଦେଖିବାକୁ ମିଳୁଛି । ବେଶୀ କରି ଶୀତ ଦିନରେ ଏହି ଘାସ ବହୁଳ ଭାବରେ ହୋଇଥାଏ । ଶୀତ ଦିନର ଶୀତୁଆ ସକାଳରେ କୁହୁଡି କାକର ବୁନ୍ଦା ଘାସ ଉପରେ ପଡିବା ସମୟର ମନଲୋଭା ଦୃଶ୍ୟକୁ କେହି ମୁହଁ ଫେରାଇ ନେଇପାରେନି । ସକାଳର ଏହି କୁହୁଡି ଭିଜା ସକାଳର ଦୃଶ୍ୟ ଦେଖି କବି ଭାବୁକ ବି ଆନମନା ହୋଇପଡନ୍ତି ।

ମୁଚୁମୁଚିକା ଘାସ ଜୈବ ବିବିଧତାକୁ ବାନ୍ଧି ରଖିଥିବା ବେଳେ ପ୍ରକୃତି ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ପ୍ରକୃତି ସହ ନିବିଡତା ତଥା ମୂର୍ତିକା ସଂରକ୍ଷଣ ଦିଗରେ ବେଶ ସହାୟ୍କ ଏହି ଘାସ । ଖାସ୍ କରି ପବନ ସଂଶ୍ପର୍ଶରେ ଆସି ମଂଜି ଗୁଡିକ ସମୁଦ୍ର ଉପକୂଳ ଅଂଚଳରେ ପଡି ଘାସ ଗଛ ହୋଇଥାଏ । ଆଉ ଏହି ଘାସ ଚେର ସବୁ ମୂର୍ତିକାକୁ ବାନ୍ଧି ରଖିବାରେ ସହାୟକ ହୋଇଥାଏ ।

କୁହୁଡି ଭିଜା ସକାଳରେ ଘାସ ଗାଲିଚା ଉପରେ ପଡିଥିବା କାକର ବୁନ୍ଦାର ଆଖି ଝଲସା ଦୃଶ୍ୟ ଦେଖିଲେ ଯେକେହି ବିମୋହିତ ହୋଇଯିବ ।

The post ଶୀତୁଆ ସକାଳରେ ଘାସ ଗାଲିଚାର ସୌନ୍ଦର୍ଯ୍ୟ । ଅସ୍ତରଙ୍ଗ ଉପକୂଳରେ ମୁଚୁମୁଚିକା ଘାସର ସୌନ୍ଦର୍ଯ୍ୟରେ ବିଭୋର କବି ଭାବୁକ first appeared on Kanak News.

from Kanak News
via <a href="https://ifttt.com/?

ପର୍ଯ୍ୟଟନ ଋୁତୁରେ ଆମିଷ ବଜାରରେ ଭିଡ । ମାଛ ପାଇଁ ଆନ୍ଧ୍ର ଭରସା, କୋରାପୁଟରେ ଗାଡି ଗାଡି ଆସୁଛି ବରଫ ଦିଆ ରୋହି, ଭାକୁର

କନକ ବ୍ୟୁରୋ : ଆମିଷ ବଜାରରେ ପ୍ରବଳ ଭିଡ଼ । କିଏ ପିକନିକ ପାଇଁ ଆମିଷ କିଣିବାକୁ ଆସିଛି ତ ଆଉ କିଏ ଘର ପାଇଁ । ସବୁଦିନ ଅପେକ୍ଷା ପର୍ଯ୍ୟଟନ ରୁତୁରେ ଆମିଷ ବଜାର ଭିଡ଼ ଦେଖିବାକୁ ମିଳୁଛି । ସକାଳୁ ସକାଳୁ ଗାଡ଼ି ଗାଡ଼ି ବରଫ ଦିଆ ମାଛ ଆନ୍ଧ୍ରରୁ ଜୟପୁର ବଜାରକୁ ଆସୁଛି । ମାଛକୁ ଅପେକ୍ଷା କରିଥିବା ବେପାରି ମଧ୍ୟ ଆବଶ୍ୟକ ମୁତାବକ ମାଛ ସବୁ କିଣି ନେଉଛନ୍ତି । ରୋହି, ଭାକୁର, ଚାନ୍ଦି, ମିରିକାଳି, ଭଳି ଅନେକ ପ୍ରଜାତିର ମାଛ ଓ କଙ୍କଡ଼ା ଭରି ରହିଛି । ଚାହିଦା ସାଙ୍ଗକୁ ବେପାର ମଧ୍ୟ ଭଲ ହେଉଛି । ହେଲେ ଏ ସବୁ ଆନ୍ଧ୍ରରୁ ଆସିଛି । ସ୍ଥାନୀୟ ଗ୍ରାହକ ଓ ବ୍ୟବସାୟୀ କୁହନ୍ତି ଆନ୍ଧ୍ରରୁ ମାଛ ନ ଆସିଲେ କୋର।।ପୁଟ ଜିଲ୍ଳାର ମାଛ ବଜାର ବନ୍ଦ ହୋଇଯିବ ।

ପ୍ରତିବର୍ଷ ଚାଷୀ ମାନଙ୍କୁ ନେଇ ସଚେତନା କରିବା ସହ ବନ୍ଧ ପୋଖରି ମଧ୍ୟ ଖୋଳାଯାଉଛି । ତଥାପି ଆଜି ବି କୋରାପୁଟ ଜିଲ୍ଲାକୁ ୧୫ ଟନ୍ରୁ ଅଧିକା ମାଛ ପ୍ରତିଦିନ ନ ଆସିଲେ ବଜାର ଚାଲୁନି । କେବଳ ଜୟପୁରକୁ ପ୍ରତିଦିନ ୭ ରୁ ୮ ଟନ ମାଛ ଦରକାର । ଜୟପୁରରୁ ଅବିଭକ୍ତ କୋରାପୁଟ ଜିଲ୍ଳାକୁ ମାଛ ସପ୍ଳାଇ ହେଉଛି । ଆନ୍ଧ୍ର ମାଛ ଚାଷ ପାଇଁ ଯେତିକି ଯୋଜନା କରୁଛି ଆଉ ଚାଷୀକୁ ଯେତିକି ସୁବିଧା ଦେଉଛି ଓଡ଼ିଶା ସରକର ସେତିକି ସୁବିଧା ଯୋଗାଉନାହାନ୍ତି ବୋଲି ମାଛ ବ୍ୟବସାୟୀଙ୍କ ଅଭିଯୋଗ    । ସେପଟେ ବର୍ତମାନ ସ୍ଥିତିରେ ପରିବର୍ତନ ହୋଇଛି । ସରକାର ଏହି ଚାଷକୁ ଆଗକୁ ବଢ଼ାଇବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି, । ଆଗକୁ ଆଉ ଆନ୍ଧ୍ର ଉପରେ ନିର୍ଭର କରିବାକୁ ପଡିବ ନାହିଁ ବୋଲି ମତ୍ସ୍ୟ ଅଧିକାରୀ ଜଣାଇଛନ୍ତି ।

ସରକାରୀ ସ୍ତରରେ ବାସ୍ତବ କ୍ଷେତ୍ରରେ ମାଛ ଚାଷ ପ୍ରତି ସମସ୍ତ ସାହାଯ୍ୟ ସୁବିଧା କରାଯାଇପାରିଲେ ଏହି ମାଛ ଚାଷୀ ଓ ବ୍ୟବସାୟୀ ମାନେ ଆନ୍ଧ୍ର ଉପରେ ନିର୍ଭର ନକରି ଓଡ଼ିଶାରେ ସବୁ କାର୍ଯ୍ୟ କରିପାରିବେ ।

The post ପର୍ଯ୍ୟଟନ ଋୁତୁରେ ଆମିଷ ବଜାରରେ ଭିଡ । ମାଛ ପାଇଁ ଆନ୍ଧ୍ର ଭରସା, କୋରାପୁଟରେ ଗାଡି ଗାଡି ଆସୁଛି ବରଫ ଦିଆ ରୋହି, ଭାକୁର first appeared on Kanak News.

from Kanak News
via <a href="https://ifttt.com/?

ପାଣିରେ ପଡିଲା ଲକ୍ଷାଧିକ ଟଙ୍କା । ପଟ୍ଟାମୁଣ୍ଡାଇ ବଜାରରେ ଆବର୍ଜନାରେ ପଡି ଖତ ଖାଉଛି ୩୦ରୁ ୪୦ କ୍ୟାବିନ୍

କନକ ବ୍ୟୁରୋ : ଅଳିଆ ଗଦା ଭିତରେ ଖତ ଖାଉଛି ଲକ୍ଷାଧିକ ଟଙ୍କାର କ୍ୟାବିନ୍ । ତିଆରି ହୋଇଥିବା ପ୍ରାୟ ୩୦ରୁ ୪୦ କ୍ୟାବିନ ପଡି ରହିଛି । ଲକ୍ଷ୍ୟ ଥିଲା ପଟ୍ଟାମୁଣ୍ଡାଇ ସହରରୁ ଉଠା ଦୋକାନୀମାନଙ୍କୁ ଥଇଥାନ କରି ସ୍ୱଚ୍ଛ ସୁନ୍ଦର ଓ ଭିଡ ମୁକ୍ତ ସହର କରିବା । କେନ୍ଦ୍ରାପଡା ଜିଲ୍ଲାର ବାଣିଜର ପେଣ୍ଠ ସ୍ଥଳୀ କୁହାଯାଉଥିବା ପଟ୍ଟାମୁଣ୍ଡାଇ ବଜାର ଉପରେ ରାଜନଗର , ଆଳି , ରାଜକନିକା ନିର୍ଭରଶୀଳ । ରାତି ପାହିଲେ ଏହି ସହରରେ ଶହଶହ ଉଠା ଦୋକାନୀ ବେପାର କରିବାକୁ ଭିଡ ଜମାଇଥାନ୍ତି । ସମାନଙ୍କ ସୁବିଧା ପାଇଁ କ୍ୟାବିନ୍ ବ୍ୟବସ୍ଥା କରାଯାଇଛି ହେଲେ ଏହି କ୍ୟାବିନ୍ ଭାଙ୍ଗିରୁଜି ପଡିଥିବା ବେଳେ ବିଭିନ୍ନ ସମସ୍ୟା ଉପୁଜିଛି । କ୍ୟାବିନ ପଡିଥିବା ସ୍ଥାନ ଅଳିଆ ଆବର୍ଜନାରେ ଭର୍ତିହୋଇଗଲାଣି । । ଆଜିବି ଉଠା ଦୋକାନୀ ମାନେ ଖରାବର୍ଷାରେ ରାସ୍ତାକଡରେ ବେପାର କରୁଛନ୍ତି । ଏସବୁ ସମସ୍ୟା ଦେଖୁଥିଲେ ବି ପୌର ପାଳିକା କାହିଁକି ଚୁପ୍ ବସିଛି ସେ ନେଇ ପ୍ରଶ୍ନଉଠିଛି ।

ପଟ୍ଟାମୁଣ୍ଡାଇ ପୌରପାଳିକାରେ ୧୭୫ଟି କ୍ୟାବିନ ତିଆରି ପାଇଁ ବ୍ୟୟ ବରାଦ ହାଇଥିବା ବେଳେ କ୍ୟାବିନ ସ୍ଥାନାନ୍ତର କରି ରଖାଯିବା ସ୍ଥାନରଉନ୍ନତିକରଣ ପାଇଁ ୫୪ଲକ୍ଷ ୩୪ ହଜାର ୩୮୨ ଟଙ୍କା ଖର୍ଚ୍ଚହୋଇଛି । ହେଲେ ସରକାରୀ ବ୍ୟୟରୁ ଖର୍ଚ୍ଚହୋଇଥିବା ଏହି ଲକ୍ଷାଧିକ ଟଙ୍କା ସଂପୂର୍ଣ୍ଣ ପାଣିରେ ପଡିଛି । ଅନ୍ୟପଟେ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ରାପଡା ଜିଲ୍ଲାପାଳ କହିଛନ୍ତି ।

ଜରାଜୀର୍ଣ୍ଣ ଅବସ୍ଥାରେ କ୍ୟାବିନ୍ ପଡିରହିଥିବା ବେଳେ ଉଠା ଦୋକାନୀଙ୍କ ସମସ୍ୟା ବଢିଚାଲିଛି । ଏଥିପ୍ରତି ଗୁରୁତ୍ୱ ଦିଆଯିବ ଜରୁରୀ ହୋଇଛି ।

The post ପାଣିରେ ପଡିଲା ଲକ୍ଷାଧିକ ଟଙ୍କା । ପଟ୍ଟାମୁଣ୍ଡାଇ ବଜାରରେ ଆବର୍ଜନାରେ ପଡି ଖତ ଖାଉଛି ୩୦ରୁ ୪୦ କ୍ୟାବିନ୍ first appeared on Kanak News.

from Kanak News
via <a href="https://ifttt.com/?

ବହୁବାର ଅଭିଯୋଗ ପରେ ବି ଶୁଣିଲା ନାହିଁ ପ୍ରଶାସନ । ଏବେ ନିଜ ହାତରେ ଗାଁ ଲୋକ ତିଆରି କଲେ ନିଜ ରାସ୍ତା

କନକ ବ୍ୟୁରୋ : ବିକାଶର ମୁଖ୍ୟ ମାଧ୍ୟମ ହେଉଛି ଗମନା ଗମନ । ଯେଉଁଠି ଗମନା ଗମନର ସୁବିଧା ନାହିଁ ସେଠି ବିକାଶ ଲୋକଙ୍କ ପାଇଁ ସାତ ସପନ ପାଲଟିଯାଏ । ରାଜ୍ୟ ରାଜପଥ ଠାରୁ ଆରମ୍ଭ କରି ଜାତୀୟ ରାଜପଥ ପର୍ଯ୍ୟନ୍ତ ରାସ୍ତାକୁ ଦେଖି ଆପଣ ଚକିତ ହୋଇଯାଉଛନ୍ତି । ହେଲେ ବାସ୍ତବରେ ଗ୍ରାମାଞ୍ଚଳର ରାସ୍ତା ଏବେ ବି ଅନେକ ସ୍ଥାନରେ ମରଣ ଜନ୍ତା ପାଲଟିଛି । ଏମିତି ଏକ ରାସ୍ତା ରହିଛି ଗଜପତି ଜିଲ୍ଲା ଆର. ଉଦୟଗିରିର ଦୁର୍ଗମ ଅଞ୍ଚଳରେ । ଏଠାରେ ରାସ୍ତା ମରାମତି କରିବାକୁ ଗ୍ରାମବାସୀ ବାରମ୍ବାର ପ୍ରଶାସନ ନିକଟରେ ଗୁହାରୀ କରିଥିଲେ ବି ପ୍ରଶାସନ କର୍ଣ୍ଣପାତ କରି ନ ଥିଲା । ଏହାପରେ ନିଜ ରାସ୍ତା ନିଜେ ତିଆରି କରିବାକୁ ଗ୍ରାମବାସୀ ଅଣ୍ଟା ଭିଡିଛନ୍ତି । ହାତରେ ଧରିଛନ୍ତି କୋଡି କୋଦାଳ । ଗାଁର ଛୋଟରୁ ବଡ ସମସ୍ତେ ଏକାଠି ହୋଇଛନ୍ତି । ଆଉ ନିଜ ରାସ୍ତା ନିଜେ ତିଆରି କରିଛନ୍ତି ଗଜପତି ଜିଲ୍ଳା. ଆର ଉଦୟଗିରି ବ୍ଳକର ଦୁର୍ଗମ ଅଂଚଳରେ ବାସ କରୁଥିବା ଗାଁର ଲୋକେ । ଲୋକଙ୍କ ଜିଦ୍ ଏଥର ଭୋଟ୍ ଦେବୁନି କି ଗାଁରେ କୌଣସି ରାଜ ନେତାଙ୍କୁ ବି ପୁରାଇ ଦବୁନି । ବହୁବାର ଅଭିଯୋଗ କରାଯାଇଥିଲେ ବି ରାସ୍ତାଟିଏ ନିର୍ମାଣ ହୋଇପାରିଲାନି । ଶେଷରେ ନିଜ ହାତରେ ନିଜେ ଗାଁର ଲୋକେ ତିଆରି କରିଛନ୍ତି ରାସ୍ତା ।

The post ବହୁବାର ଅଭିଯୋଗ ପରେ ବି ଶୁଣିଲା ନାହିଁ ପ୍ରଶାସନ । ଏବେ ନିଜ ହାତରେ ଗାଁ ଲୋକ ତିଆରି କଲେ ନିଜ ରାସ୍ତା first appeared on Kanak News.

from Kanak News
via <a href="https://ifttt.com/?

ପୁଲିସ ଓ ପ୍ରଶାସନର ଅଯଥା କଟକଣା ସାଜିଛି ବାଧକ । ନିୟମ କୋହଳ କରିବାକୁ ବ୍ୟାଣ୍ଡ ପାର୍ଟି ସଂଘ ମାଲିକଙ୍କ ଦାବି

କନକ ବ୍ୟୁରୋ : ବାହାଘର, ପୂଜା ଭସାଣୀରେ ଶୁଭିବନି ବ୍ୟାଣ୍ଡ ବାଜା । ପୁଲିସ ଜୁଲମ ଓ ପ୍ରଶାସନ କଟକଣା ଯୋଗୁ ପଡିଛି ଚଡକ । ସରକାରୀ ନିୟମ ମୁତାବକ ନିର୍ଦ୍ଧାରିତ ସମୟ ସୀମା ଓ ଶଦ୍ଦ ପରିମାତ୍ରାକୁ ମାନୁଥିଲେ ବି ସେମାନଙ୍କ ଉପରେ କଟକଣା ଲଗାଯାଉଥିବା ଅଭିଯୋଗ ହୋଇଛି । ବିନା କାରଣରେ ପୁଲିସ ସେମାନଙ୍କୁୁ ବିଭିନ୍ନ ବାଟରେ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି ବ୍ୟାଣ୍ଡପାର୍ଟି ମାଲିକ ମାନେ । ନୁଆ ପାର୍ଟି ପଂଜିକରଣ ପାଇଁ ବ୍ୟାଣ୍ଡ ମାଲିକ ୩୦ହଜାର ଟଙ୍କା ଜିଲ୍ଲା ପ୍ରଶାସନକୁ ଦେଉଛି । ହେଲେ ସେମାନଙ୍କୁ କେବଳ ୧୦ ହଜାର ଟଙ୍କାର ରସିଦ୍ ଦିଆଯାଉଛି । ଏହି ସମସ୍ତ ଅଭିଯୋଗ ଅତିରିକ୍ତ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି ବ୍ୟାଣ୍ଡପାର୍ଟି ମାଲିକ ।

ବ୍ୟାଣ୍ଡ ପାର୍ଟି ଦଳଙ୍କୁ ୫ ବର୍ଷିଆ ଲାଇସେନ୍ସ ଦିଆଯିବାକୁ ଦାବି ହୋଇଛି । ତା ସହିତ ବାଦ୍ୟ ଯନ୍ତ୍ରରୁ ନେଇ ସାଉଣ୍ଡ ସିଷ୍ଟମର ସୁରକ୍ଷା ପ୍ରତି ସ୍ୱତନ୍ତ୍ର ନିୟମ କରାଯାଉ ବୋଲି ଦାବିପତ୍ର ଦିଆଯାଇଛି । ସେପଟେ ନିର୍ଦ୍ଧାରିତ ସମୟ ଭିତରେ ପ୍ରସେଶନ ସାରୁନଥିବା ଲୋକ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଦରକାର । କୌଣସି ବ୍ୟାଣ୍ଡପାର୍ଟି ଉପରେ ଜୁଲମ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ଉଠିଛି ପ୍ରଶ୍ନ ।

ବ୍ୟାଣ୍ଡ ବାଜା ପାର୍ଟିଙ୍କ ପ୍ରତି ନିୟମ କୋହଳ କରାନଗଲେ ଆଗକୁ ଆଉ ପର୍ବ ପର୍ବାଣୀ ଓ ବାହାଘରରେ ଆଉ ଏହି ବାଜା ଶୁଣିବାକୁ ମିିଳିବନି ।

The post ପୁଲିସ ଓ ପ୍ରଶାସନର ଅଯଥା କଟକଣା ସାଜିଛି ବାଧକ । ନିୟମ କୋହଳ କରିବାକୁ ବ୍ୟାଣ୍ଡ ପାର୍ଟି ସଂଘ ମାଲିକଙ୍କ ଦାବି first appeared on Kanak News.

from Kanak News
via <a href="https://ifttt.com/?

ଆଗାମୀ ୩ ଦିନ ରାଜ୍ୟରେ ଘନକୁହୁଡି । କୁହୁଡି ପାଇଁ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ରାଜ୍ୟ ସରକାର

କନକ ବ୍ୟୁରୋ : କୁହୁଡି ପାଇଁ ସତର୍କ କରାଇଲେ ରାଜ୍ୟ ସରକାର । ଆଗାମୀ ୩ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡି ଦୃଶ୍ୟମାନ ହେବ । ଏଥିପାଇଁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଜିଲ୍ଲାପାଳ ମାନଙ୍କୁ ସତର୍କତା ଜାରି କରିଛନ୍ତି ଏସଆରସି । ଆଗାମି ୩ ଦିନ ପାଇଁ ଏହି ସତର୍କତା ଜାରି କରାଯାଇଛି । ୨୦ ତାରିଖରେ ୧୧ଟି ଜିଲ୍ଲାରେ ଘନ କୁହୁଡ଼ି ଆଶଙ୍କା ରହିଛି । ୨୧ ତାରିଖରେ ୧୯ ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା ରହିଛି । ସେହିପରି ୨୨ ତାରିଖରେ ୧୫ ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । ଦୁର୍ଘଟଣା ଏଡ଼ାଇବା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ଏସଆରସି ।

The post ଆଗାମୀ ୩ ଦିନ ରାଜ୍ୟରେ ଘନକୁହୁଡି । କୁହୁଡି ପାଇଁ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ରାଜ୍ୟ ସରକାର first appeared on Kanak News.

from Kanak News
via <a href="https://ifttt.com/?

ଚୀନ୍-ଉତ୍ତର କୋରିଆର ମୁକାବିଲା କରିବାକୁ ଜାପାନ ପ୍ରସ୍ତୁତ :  ଆମେରିକାରୁ ୪୦୦ ଟମାହାକ୍ କ୍ଷେପଣାସ୍ତ୍ର କିଣିବ ଜାପାନ

ଜାପାନ ଗୁରୁବାର ଦିନ ୪୦୦ ଟି ଲ୍ୟାଣ୍ଡ ବେସ  ଟମାହାକ୍ କ୍ରୁଜ୍ କ୍ଷେପଣାସ୍ତ୍ର କିଣିବା ପାଇଁ ଆମେରିକା ସହିତ ଏକ ଚୁକ୍ତି କରିଛି । ଚୀନ୍ ଏବଂ ଉତ୍ତର କୋରିଆକୁ ଧ୍ୟାନରେ ରଖି ଏହାର ପ୍ରତିରକ୍ଷାକୁ ସୁଦୃଢ କରିବା ଦିଗରେ ଜାପାନ ଏକ ବଡ ପଦକ୍ଷେପ ନେଇଛି । ଆମେରିକାର ବୈଦେଶିକ ସାମରିକ ବିକ୍ରୟ କାର୍ଯ୍ୟକ୍ରମ ମାଧ୍ୟମରେ ଏହି କାରବାର ହୋଇଥିଲା ।

ଜାପାନ ଗୁରୁବାର ଦିନ ୪୦୦ ଲ୍ୟାଣ୍ଡ ବେସ  ଟମାହାକ୍ କ୍ରୁଜ୍ କ୍ଷେପଣାସ୍ତ୍ର କିଣିବା ପାଇଁ ଆମେରିକା ସହିତ ଏକ ଚୁକ୍ତି କରିଛି । ଚୀନ୍ ଏବଂ ଉତ୍ତର କୋରିଆକୁ ଧ୍ୟାନରେ ରଖି ଏହାର ପ୍ରତିରକ୍ଷାକୁ ସୁଦୃଢ କରିବା ଦିଗରେ ସେ ଏକ ବଡ ପଦକ୍ଷେପ ନେଇଛି ବୋଲି ବିଶ୍ଵାସ କରାଯାଉଛି । ଆମେରିକାର ବୈଦେଶିକ ସାମରିକ ବିକ୍ରୟ କାର୍ଯ୍ୟକ୍ରମ ମାଧ୍ୟମରେ ହୋଇଥିବା ଚୁକ୍ତି ଅନୁଯାୟୀ ଜାପାନ ୪୦୦ ଟମାହାକ୍ କ୍ଷେପଣାସ୍ତ୍ର ଏବଂ ଆନୁଷଙ୍ଗିକ ଉପକରଣ କିଣିବା ପାଇଁ ପ୍ରାୟ ୧.୭ ବିଲିୟନ ଡ଼ଲାର୍ ଦେବ । ଜାପାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ ଜାପାନ ଆସନ୍ତା ବର୍ଷ ଏପ୍ରିଲରୁ ୨୦୨୫ ଆର୍ଥିକ ବର୍ଷରୁ ତିନି ବର୍ଷ ମଧ୍ୟରେ ଏହି ଦେୟ ପ୍ରଦାନ କରିବ ।

ଏଜିସ ବିଧ୍ଵଂସକ ଉପରେ ନିୟୋଜିତ କରିବାକୁ ଯୋଜନା

୨୦୨୬ ଏବଂ ୨୦୨୭ ଆର୍ଥିକ ବର୍ଷରେ ଜାପାନ ନୂତନ ଟମାହାକ୍ ବ୍ଲକ୍ -୫ କ୍ଷେପଣାସ୍ତ୍ର ହାସଲ କରିବାକୁ ଏବଂ ଏହାର ସାମୁଦ୍ରିକ ଆତ୍ମରକ୍ଷା ବାହିନୀ ଏଜିସ୍ ବିନାଶକାରୀ ଜାହାଜରେ ଏହାକୁ ନିୟୋଜିତ କରିବାକୁ ଯୋଜନା କରିଛି । ଅବଶ୍ୟ, ଅକ୍ଟୋବରରେ, ଜାପାନ ପୂର୍ବ ସଂସ୍କରଣର ୨୦୦ ପର୍ଯ୍ୟନ୍ତ ପୁରାତନ ବ୍ଲକ -୪  ମଡେଲ କ୍ରୟ କରି ଏକ ବର୍ଷ ପୂର୍ବରୁ କ୍ରୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲା ।

ଆମେରିକୀୟ ସେନା ତାଲିମ ପ୍ରଦାନ କରିବେ

ଜାପାନରେ ଆମେରିକାର ରାଷ୍ଟ୍ରଦୂତ ରହମ୍ ଇମାନୁଏଲ୍ କହିଛନ୍ତି ଯେ ଆମେରିକାର ସେନା ମାର୍ଚ୍ଚ ଆରମ୍ଭରେ ଟମାହାକ୍ ବ୍ୟବହାର କରିବାକୁ ଜାପାନର ସେନାବାହିନୀକୁ ତାଲିମ ଦେବା ଆରମ୍ଭ କରିବେ । ଟୋକିଓରେ ଜାପାନ ପ୍ରତିରକ୍ଷା ମନ୍ତ୍ରୀ ମିନୋରୁ କିହାରାଙ୍କ ସହ ଅଧିଗ୍ରହଣ ସମ୍ବନ୍ଧୀୟ ଦସ୍ତାବିଜ ବିନିମୟ ବେଳେ ସେ ଏହି ବିବୃତ୍ତି ଦେଇଛନ୍ତି ।

କ୍ୟୁଡୋ ନ୍ଯୁଜ ରିପୋର୍ଟ ଅନୁସାରେ କିହୋରା କହିଛନ୍ତି ଯେ ପ୍ରାୟ ୧୬୦୦ କିଲୋମିଟର ଦୂରତା ବିଶିଷ୍ଟ ଟମାହାକ୍ କ୍ରୟକୁ ଆଗକୁ ନେବାକୁ ଜାପାନ ସରକାରଙ୍କ ନିଷ୍ପତ୍ତି କ୍ରମଶ ଗୁରୁତର ହେଉଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଆଯାଇଛି ।

ଶତ୍ରୁ ଲକ୍ଷ୍ୟ ଉପରେ ଆକ୍ରମଣ କରିବାର କ୍ଷମତା

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଚୀନ୍‌ର ସାମରିକ ଅଭିବୃଦ୍ଧି ଏବଂ ଉତ୍ତର କୋରିଆର ପରମାଣୁ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ ମଧ୍ୟରେ ଜାପାନ ତାର ଶତ୍ରୁ ଲକ୍ଷ୍ୟ ଉପରେ ଆକ୍ରମଣ କରିବାର କ୍ଷମତା ହାସଲ କରିବାକୁ ନିଷ୍ପତ୍ତି ନେଇଛି । ଜାପାନ ମନ୍ତ୍ରଣାଳୟ କହିଛି ଯେ ୨୦୨୬ ଆର୍ଥିକ ବର୍ଷରୁ ନରୱେ ନିର୍ମିତ ମିଳିତ ଷ୍ଟ୍ରାଇକ୍ କ୍ଷେପଣାସ୍ତ୍ର କିଣିବା ପାଇଁ ଅକ୍ଟୋବରରେ ଏହା ଅନ୍ୟ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି । ପ୍ରାୟ ୫୦୦ କିଲୋମିଟର ଦୂରତା ବିଶିଷ୍ଟ ମିଳିତ ଷ୍ଟ୍ରାଇକ୍ ମିସାଇଲ୍ (JSM) F-35A ଯୁଦ୍ଧ ବିମାନରେ ଲୋଡ୍ ହେବ ବୋଲି ଆଶା କରାଯାଉଛି । ୭.୯ ଟ୍ରିଲିୟନ୍ ୟେନ୍ ର ପ୍ରତିରକ୍ଷା ବଜେଟ୍ ଅନୁମୋଦନ ହୋଇଛି ।

ଏହାପୂର୍ବରୁ ଡିସେମ୍ବର ମାସରେ ଜାପାନ ସରକାର ୨୦୨୪ ଆର୍ଥିକ ବର୍ଷ ପାଇଁ ଏକ ରେକର୍ଡ-ଉଚ୍ଚ ୭.୯ ଟ୍ରିଲିୟନ୍ ୟେନ୍ ପ୍ରତିରକ୍ଷା ବଜେଟ୍ ଅନୁମୋଦନ କରିଥିଲେ, କାରଣ ଦେଶ ଏହାର ପ୍ରତିରକ୍ଷା ସ୍ଥିତିକୁ ମୌଳିକ ରୂପେ ସଂସ୍କାର କରିବା ପାଇଁ ପାଞ୍ଚ ବର୍ଷର ଯୋଜନା ଅଧୀନରେ ଦୀର୍ଘ ଦୂରତା କ୍ଷମତା ଗଠନ କରିବ ବୋଲି ସଜାପାନ ବିଶ୍ଵାସ ରଖିଛି । ଏଥିପାଇଁ ସେ ପ୍ରତିରକ୍ଷା କ୍ଷେତ୍ରରେ ନିଜର ବିନିଯୋଗ ଜାରି ରଖିଛି । ଏପ୍ରିଲରୁ ଆରମ୍ଭ ହେବାକୁ ଥିବା ପରବର୍ତ୍ତୀ ଆର୍ଥିକ ବର୍ଷ ପାଇଁ ବଜେଟ୍ ଡ୍ରାଫ୍ଟରେ ଚଳିତ ଆର୍ଥିକ ବର୍ଷରେ ୨୦୨୩ ରେ ୬.୮ ଟ୍ରିଲିୟନ୍ ୟେନର ପୂର୍ବ ରେକର୍ଡରୁ ୧୬.୫ ପ୍ରତିଶତ ବୃଦ୍ଧି ଘଟିଛି । ଲଗାତାର ଦ୍ୱାଦଶ ବର୍ଷ ପାଇଁ ଜାପାନର ପ୍ରତିରକ୍ଷା ବଜେଟରେ ଅଭିବୃଦ୍ଧି ଘଟିଛି ।

The post ଚୀନ୍-ଉତ୍ତର କୋରିଆର ମୁକାବିଲା କରିବାକୁ ଜାପାନ ପ୍ରସ୍ତୁତ :  ଆମେରିକାରୁ ୪୦୦ ଟମାହାକ୍ କ୍ଷେପଣାସ୍ତ୍ର କିଣିବ ଜାପାନ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started