ମହାରାଷ୍ଟ୍ରରେ ପିଏମ୍ ଆବାସ ଯୋଜନାର ଉଦଘାଟନ ବେଳେ ଭାବବିହ୍ୱଳ ହେଲେ ପ୍ରଧାନମନ୍ତ୍ରୀ: ଲୁହ ଛଳ ଛଳ ଆଖିରେ ମନେ ପକାଇଲେ ତାଙ୍କ ପିଲା ଦିନ

କନକ ବ୍ୟୁରୋ: ଭାବ ବିହ୍ୱଳ ହୋଇ ଆଖି ଛଳଛଳ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆବାସ ଯୋଜନାର ଏକ ସୋସାଇଟିକୁ ଉଦ୍ଘାଟନ କରିବା ବେଳେ ନିଜ ପିଲାଦିନର କଥା ମନେ ପକାଛନ୍ତି ମୋଦି । ଅସହାୟ ବ୍ୟକ୍ତିଙ୍କୁ ପକ୍କା ଘର ଦେବା ବେଳେ ନିଜ ପିଲାଦିନେ ଭୋଗିଥିବା ସମସ୍ୟାକୁ ମନେ ପକାଇ କାନ୍ଦି ପକାଇଛନ୍ତି ପ୍ରଧାନମନ୍ତ୍ରୀ । ମହାରାଷ୍ଟ୍ରର ସୋଲାପୁରରେ ଆଜି ଏକ ସୋସାଇଟ୍ ପାଇଁ ପିଏମ୍ ଆବାସ ଯୋଜାନରେ ନିର୍ମିତ କୋଠାକୁ ଉଦ୍ଘାଟନ କରିଛନ୍ତି ମୋଦି । ଏତିକି ବେଳେ ଲୋକଙ୍କ ଉଦେଶ୍ୟରେ ଉଦ୍ବୋଧନ ଦେଇ କାନ୍ଦି ପକାଇଛନ୍ତି । କୋହ ଭରା କଣ୍ଠରେ ଏହି କୋଠାକୁ ଦେଖିଲେ ତାଙ୍କ ମନକୁ ଶାନ୍ତି ମିଳୁଛି । ହଜାରେ ଲୋକଙ୍କ ସ୍ୱପ୍ନ ସାକାର ହୋଇଛି । ଏହି ଘରେ ଆସନ୍ତା ୨୨ ତାରିଖ ସଂଧ୍ୟାରେ ରାମ ଜ୍ୟୋତି ଜାଳିବା ସହ ମୋବାଇଲ ଫୋନ ଫ୍ଲାସ ଲାଇଟ୍ ଅନ କରିବା ପାଇଁ ଆହ୍ୱାନ ଦେଇଛନ୍ତି ।

The post ମହାରାଷ୍ଟ୍ରରେ ପିଏମ୍ ଆବାସ ଯୋଜନାର ଉଦଘାଟନ ବେଳେ ଭାବବିହ୍ୱଳ ହେଲେ ପ୍ରଧାନମନ୍ତ୍ରୀ: ଲୁହ ଛଳ ଛଳ ଆଖିରେ ମନେ ପକାଇଲେ ତାଙ୍କ ପିଲା ଦିନ first appeared on Kanak News.

from Kanak News
via <a href="https://ifttt.com/?

ବିଲକିସ୍ ବାନୋଙ୍କ ମାମଲାରେ ଦୋଷୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ଜାନୁଆରୀ ୨୧ ତାରିଖ ସୁଦ୍ଧା ଆତ୍ମସମର୍ପଣ କରିବାକୁ ଆଦେଶ

କନକ ବ୍ୟୁରୋ : ଗୁଜରାଟର ମୁସଲିମ ମହିଳା ବିଲକିସ୍ ବାନୋ ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ସୁପ୍ରିମକୋର୍ଟରୁ ଝଟକା ଲାଗିଛି । କୋର୍ଟଙ୍କ ତରଫରୁ ଦୋଷୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନର ଶୁଣାଣି କରି କଡା ନିର୍ଦ୍ଦେଶ ଦେଇଛନ୍ତି । ଦୋଷୀମାନେ ଆତ୍ମସମର୍ପଣ କରିବାକୁ ଅଧିକ ସମୟ ମାଗିଥିବା ବେଳେ କୋର୍ଟ ସିଧାସଳଖ ସମୟ ଦେବାକୁ ମନା କରିଦେଇଛନ୍ତି । କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି କି, ସମସ୍ତ ଦୋଷୀମାନଙ୍କୁ ଜାନୁଆରୀ ୨୧ ତାରିଖ ସୁଦ୍ଧା କୋର୍ଟରେ ହଜାର ହେବାକୁ ପଡିବ ।

ସୂଚନା ଥାଉ କି, ବିଲକିସ୍ ବାନୋ ମାମଲାରେ ଦୋଷୀମାନେ କିଛିିଦିନ ତଳେ ସୁପ୍ରିମକୋର୍ଟରେ ଏକ ଆବେଦନ କରି ଆତ୍ମ ସମର୍ପଣ କରିବାର ସମୟ ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ । ହେଲେ ଏହି ଆବେଦନ ଉପରେ ଶୁଣାଣି କରି ଦୋଷୀମାନଙ୍କୁ ଅଧିକ ସମୟ ଦେବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ ।

The post ବିଲକିସ୍ ବାନୋଙ୍କ ମାମଲାରେ ଦୋଷୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ଜାନୁଆରୀ ୨୧ ତାରିଖ ସୁଦ୍ଧା ଆତ୍ମସମର୍ପଣ କରିବାକୁ ଆଦେଶ first appeared on Kanak News.

from Kanak News
via <a href="https://ifttt.com/?

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ । ଓସେପା କାର୍ଯ୍ୟାଳୟ ଆଗରେ ଶହ ଶହ ଚାକିରି ଆଶାୟୀଙ୍କ ଧାରଣା । ଓସେପା ପ୍ରକଳ୍ପ ନିର୍ଦ୍ଦେଶକ କହିଲେ…

କନକ ବ୍ୟୁରୋ: କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ଆଜି ବି ଧାରଣାରେ ଚାକିରୀ ଆଶାୟୀ । ଶହ ଶହ ଚାକିରୀ ଆଶାୟୀ ଓସେପା କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି । କେଉଁ ଆଧାରରେ କନିଷ୍ଠ ଶିକ୍ଷକଙ୍କ ପାଇଁ ହୋଇଥିବା ପରୀକ୍ଷା ଫଳ ପ୍ରକାଶ ପାଇଛି, ତାହା ଜାଣିବା ପାଇଁ ଓସେପା ଅଫିସ ସାମ୍ନାରେ ଭିଡ଼ ଜମିଛି । କାହାର କେତେ ମାର୍କ ରହିଛି ଜାଣିବା ପାଇଁ ଆରଟିଆଇରେ ଆବେଦନ କରିବାକୁ ଚାହୁଁଛନ୍ତି ପରୀକ୍ଷାର୍ଥୀ । ସେପଟେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଓସେପା କର୍ତ୍ତୃପକ୍ଷ । କହିଛନ୍ତି ଯୋଗ୍ୟ ବ୍ୟକ୍ତିଙ୍କୁ ଆଡମିଟ୍ କାର୍ଡ ପ୍ରଦାନ କରାଯାଇଥାଏ ।

ଆବେଦନକାରୀ ଦାଖଲ କରିଥିବା ସୂଚନା ଆଧାରରେ ଆପେ ଆପେ ଆଡମିଟ୍ କାର୍ଡ ତିଆରି ହୋଇଥାଏ । ଫଟୋ ଯାଂଚ ପରେ ଏବଂ ବାୟୋମେଟ୍ରିକ ଉପସ୍ଥାନ ନେବା ପରେ ଜାରି ହୋଇଥିବା ଆଡମିଟ୍ କାର୍ଡ ଆଧାରରେ ପରୀକ୍ଷା କରାଯାଇଥାଏ । ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ଆଣି ଗତକାଲି ମଧ୍ୟ ଶହ ଶହ ଚାକିରୀ ଆଶାୟୀ ଓସେପା କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ ।

The post କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ । ଓସେପା କାର୍ଯ୍ୟାଳୟ ଆଗରେ ଶହ ଶହ ଚାକିରି ଆଶାୟୀଙ୍କ ଧାରଣା । ଓସେପା ପ୍ରକଳ୍ପ ନିର୍ଦ୍ଦେଶକ କହିଲେ… first appeared on Kanak News.

from Kanak News
via <a href="https://ifttt.com/?

ସୁପ୍ରିମକୋର୍ଟରେ ଏଏସଓ ଚୟନ ଅନିୟମିତତା ମାମଲା । ରାଜ୍ୟ ସରକାର- ଓପିଏସସିକୁ ୪ସପ୍ତାହ ଭିତରେ ଜବାବ ରଖିବାକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ।

କନକ ବ୍ୟୁରୋ: ଓପିଏସସି ଚୟନ ପ୍ରକ୍ରିୟାକୁ ନେଇ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ । ଆଜି ମାମଲାର ଶୁଣାଣି କରି କୋର୍ଟ ଉଭୟ ରାଜ୍ୟ ସରକାର, ଓପିଏସସି ଓ ହାଇକୋର୍ଟରେ ରିଟ୍ ଅପିଲ୍ କରିଥିବା ଆବେଦନକାରୀଙ୍କୁ ନୋଟିସ୍ କରିଛନ୍ତି । ୪ ସପ୍ତାହ ମଧ୍ୟରେ ଏମାନେ ନୋଟିସର ଜବାବ ରଖିବେ । ଏହାପରେ ଚୂଡାନ୍ତ ରାୟ ଶୁଣାଇବେ ସୁପ୍ରିମକୋର୍ଟ ।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ୪ ସପ୍ତାହ ପରେ ହେବ । ପୂର୍ବରୁ ଡିସେମ୍ବର ୨୨ରେ ହାଇକୋର୍ଟ ଆସିଷ୍ଟାଣ୍ଟ ସେକ୍ସନ ଇଞ୍ଜିନିୟର ବା ଏଏସଓ ଚୟନରେ ହୋଇଥିବା ମାମଲାରେ ରାୟ ଶୁଣାଣି କରିଥିଲେ । ଓପିଏସସି ଚୟନ ପ୍ରକ୍ରିୟାରେ ନିଜସ୍ୱ ନିଷ୍ପତ୍ତିି ନେଇପାରିବ ବୋଲି କୁହାଯାଇଥିଲା । ଓପିଏସସି ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ନଥିବା ହାଇକୋର୍ଟ କହିଥିଲେ ।

The post ସୁପ୍ରିମକୋର୍ଟରେ ଏଏସଓ ଚୟନ ଅନିୟମିତତା ମାମଲା । ରାଜ୍ୟ ସରକାର- ଓପିଏସସିକୁ ୪ସପ୍ତାହ ଭିତରେ ଜବାବ ରଖିବାକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ । first appeared on Kanak News.

from Kanak News
via <a href="https://ifttt.com/?

ସାମ୍ନାକୁ ଆସିଲା ରାମଲାଲାଙ୍କ ପ୍ରତିମୂର୍ତ୍ତିିର ନୂଆ ଫଟୋ । ପରମ୍ପରା ଅନୁସାରେ ଆଖିରେ ବନ୍ଧାଯାଇଛି ପଟ । ୨୨ ତାରିଖରେ ହେବ ପ୍ରାଣ ପ୍ରତିଷ୍ଠା, ୨୩ଠାରୁ ସାଧାରଣ ଦର୍ଶନ ।

କନକ ବ୍ୟୁରୋ: ଅତି ସୁନ୍ଦର ଦିଶୁଛି ରାମଲାଲାଙ୍କ ପ୍ରତିମୂର୍ତ୍ତି ମନମୁଗ୍ଧକର ହୋଇଛି ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି । ସାମ୍ନାକୁ ଆସିଛି ରାମଲାଲାଙ୍କ ପ୍ରତିମୂର୍ତ୍ତିର ନୂଆ ଫଟୋ । ପ୍ରତିମୂର୍ତ୍ତିିର୍ର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଛି । ହେଲେ ପରମ୍ପରା ଅନୁସାରେ ଭଗବାନ ଶ୍ରୀରାମଙ୍କ ଆଖିରେ ପଟି ବନ୍ଧା ଯାଇଛି । ଆସନ୍ତା ୨୨ ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ସେହି ଦିନ ପ୍ରଭୁ ରାମଙ୍କ ଆଖିରୁ ପଟି ବାହାର କରାଯିବ ।

ଗତକାଲି ରାମ ମନ୍ଦିର ଗର୍ଭଗୃହରେ ବିରାଜମାନ ହୋଇଛନ୍ତି ରାମଲଲା । ଗର୍ଭଗୃହରୁ ୫୧ ଇଞ୍ଚର ଶ୍ୟାମଳ ମୂର୍ତ୍ତିର୍ିର ପ୍ରଥମ ଫଟୋ ସାମ୍ନାକୁ ଆସିଥିଲା । ୪ ଘଣ୍ଟା କାଳ ପୂଜାପାଠ ପରେ ବିଗ୍ରହଙ୍କୁ ସ୍ଥାପନା କରାଯାଇଛି । ଆସନ୍ତାକାଲି ୮୧ କଳସ ଜଳଦ୍ୱାରା ଗର୍ଭଗୃହକୁ ଶୁଦ୍ଧିକରଣ କରାଯିବ । ୨୧ ତାରିଖରେ ୧୨୫ କଳସ ଜଳରେ ରାମଲାଲାଙ୍କୁ ସ୍ନାନ କରାଯିବା ସହ ସ୍ୱତନ୍ତ୍ର ପୂଜା କରାଯିବ । ରାମଲାଲାଙ୍କ ମୂର୍ତି ପ୍ରାଣପ୍ରତିଷ୍ଠାର ବିଧିବଦ୍ଧ କର୍ମକାଣ୍ଡ ଗୁରୁବାର ଗଣେଶ ପୂଜନରୁ ଆରମ୍ଭ ହୋଇଛି । ଗୁରୁବାର ମଧ୍ୟାହ୍ନ ସାଢେ ୧୨ଟାରେ ରାମଲଲାଙ୍କ ଅଚଳମୂର୍ତ୍ତିକୁ ଆସନରେ ବୈଦିକ ମନ୍ତ୍ରୋଚାରଣ ପୂର୍ବକ ବିରାଜମାନ କରାଯାଇଥିଲା । ମଣ୍ଡପ ପୂଜା କ୍ରମରେ ମନ୍ଦିର ତୋରଣ, ଦ୍ୱାର, ଧ୍ୱଜା, ଆୟୁଧ, ପତାକା, ଦିଗପାଳ, ଦ୍ୱାରପାଳଙ୍କ ପୂଜା କରାଯାଇଥିଲା ।

The post ସାମ୍ନାକୁ ଆସିଲା ରାମଲାଲାଙ୍କ ପ୍ରତିମୂର୍ତ୍ତିିର ନୂଆ ଫଟୋ । ପରମ୍ପରା ଅନୁସାରେ ଆଖିରେ ବନ୍ଧାଯାଇଛି ପଟ । ୨୨ ତାରିଖରେ ହେବ ପ୍ରାଣ ପ୍ରତିଷ୍ଠା, ୨୩ଠାରୁ ସାଧାରଣ ଦର୍ଶନ । first appeared on Kanak News.

from Kanak News
via <a href="https://ifttt.com/?

ପାତ୍ର ଇଲେକ୍ଟ୍ରୋନିକସରେ ଆକର୍ଷଣୀୟ ଅଫର । ୫୫ ଇଞ୍ଚ ଏଲଇଡି ଟିଭିରେ ୩୨ ଇଞ୍ଚର ଟିଭି ମାଗଣା । ମିସଡ଼ କଲ କରନ୍ତୁ ପୁରସ୍କାର ଜିତନ୍ତୁ ।

କନକ ବ୍ୟୁରୋ : ୫୫ ଇଞ୍ଚ ଏଲଇଡି ଟିଭି ସହ ୩୨ ଇଞ୍ଚ ଟିଭି ମାଗଣାରେ । ୱାସିଂ ମେସିନ କିଣିଲେ ଗ୍ରାଇଣ୍ଡର ମାଗଣାରେ । କିଛି ଏମିତି ଅଫର ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆଣିଛି ରାଜ୍ୟର ସର୍ବବୃହତ ଇଲେକ୍ଟ୍ରୋନିକସ ଚେନ ଷ୍ଟୋର ପାତ୍ର ଇଲେକ୍ଟ୍ରୋନିକସ ।

ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ଓଡିଶା ବଜାରରେ ନିଜର ଦବଦବା ରଖିଥିବା ପାତ୍ର ଇଲେକ୍ଟ୍ରୋନିକସର ପରିଚାଳନା ନିର୍ଦେଶକ କୈଳାସ ଚନ୍ଦ୍ର ପାତ୍ର କୁହନ୍ତି ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଆମେ ଏହି ଆକର୍ଷଣୀୟ ଅଫର ସବୁ ରଖିଛୁ । ଅନ୍ୟ ଅଫର ଗୁଡିକ ହେଉଛି, କମ୍ବୋ ଅଫର ୩୪,୯୯୦ ଟଙ୍କାରେ ଟିଭି, ଫ୍ରିଜ, ୱାସିଂ ମେସିନ ସହିତ ଗ୍ରାଇଣ୍ଡର ଓ ଆଇରନ । ସାଇଡ ବାଏ ସାଇଡ ଫ୍ରିଜ କିଣିଲେ ୧୦ କେଜି ଟପ୍ ଲୋଡ଼ ୱାସିଂ ମେସିନ ମାଗଣାରେ ମିଳୁଥିବା ବେଳେ ଏଆର କଣ୍ଡିସନର ନେଲେ ମିନି ବାର ଫ୍ରିଜ ମାଗଣାରେ ମିଳୁଛି । ଏଗୁଡିକ ସହ ଆକର୍ଷଣୀୟ ସ୍କିମ ମଧ୍ୟ ରହିଛି ବୋଲି କୈଳାସ ଚନ୍ଦ୍ର ପାତ୍ର ଜଣାଇଛନ୍ତି ଏବଂ ଏହାର ସୁଯୋଗ ନେବା ପାଇଁ ଗ୍ରାହକମାନଙ୍କୁ ଅନୁରୋଧ କରିଛନ୍ତି । ଆପଣ ୮୦୯୩୦୨୬୬୭୬ ନମ୍ବରରେ ମିସଡ଼ କଲ କରି ଲକି ଡ୍ର ରେ ଭାଗନେଇ ପୁରସ୍କାର ମଧ୍ୟ ଜିତିପାରିବେ ।

The post ପାତ୍ର ଇଲେକ୍ଟ୍ରୋନିକସରେ ଆକର୍ଷଣୀୟ ଅଫର । ୫୫ ଇଞ୍ଚ ଏଲଇଡି ଟିଭିରେ ୩୨ ଇଞ୍ଚର ଟିଭି ମାଗଣା । ମିସଡ଼ କଲ କରନ୍ତୁ ପୁରସ୍କାର ଜିତନ୍ତୁ । first appeared on Kanak News.

from Kanak News
via <a href="https://ifttt.com/?

ଶେଷରେ ସରକାରୀ ବାସଭବନ ଛାଡିଲେ ଟିଏମସି ନେତ୍ରୀ ମହୁଆ ମୋଇତ୍ରା ହାଇକୋର୍ଟରୁ ଆଶ୍ୱସ୍ତି ନମିଳିବା ପରେ ଖାଲି କଲେ ଘର ।  

କନକ ବ୍ୟୁରୋ: ଶେଷରେ ସରକାରୀ ଘର ଖାଲି କଲେ ଟିଏମସି ନେତ୍ରୀ ମହୁଆ ମୋଇତ୍ରା । ସଂସଦରେ ପ୍ରଶ୍ନ ପଚାରିବା ଅଭିଯୋଗରେ ବହିଷ୍କୃତ ହୋଇଥିବା ଲୋକସଭା ସାଂସଦ ମହୁଆ ମୋଇତ୍ରାଙ୍କୁ ଶେଷରେ ଦିଲ୍ଲୀ ସ୍ଥିତ ତାଙ୍କ ସରକାରୀ ବଙ୍ଗଳା ଖାଲି କରିବାକୁ ପଡ଼ିଛି । ସରକାରଙ୍କ ନୋଟିସକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ କୋର୍ଟ ଖାରଜ କରିଦେବା ପରେ ଆଉ କୌଣସି ରାସ୍ତା ନଥିଲା । ଆଉ ଶେଷରେ ଦିଲ୍ଲୀରେ ଥିବା ଟେଲିଗ୍ରାଫ ଲେନରେ ଥିବା ନାଇନ-ବି ସରକାରୀ ବଂଗଳା ଛାଡିବାକୁ ପଡିଛି ।

ଦୁଇ ଦିନ ତଳେ ମହୁଆଙ୍କୁ ପୁଣି ଥରେ ବଙ୍ଗଳା ଖାଲି କରିବାକୁ ନୋଟିସ୍ ପଠାଯାଇଥିଲା । ଯାହା ପରେ ମହୁଆ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି  । ସଂସଦରେ ଲାଂଚ ନେଇ ପ୍ରଶ୍ନ ପଚାରିବାର ଅଭିଯୋଗ ପ୍ରମାଣିତ ହେବା ପରେ ୨୦୨୩ ଡିସେମ୍ବର ୮ ରେ ମହୁଆଙ୍କ ଲୋକସଭା ସଦସ୍ୟତା ରଦ୍ଦ କରାଯାଇଥିଲା । ଏହାପରେ ତାଙ୍କୁ ଦୁଇ ଥର ସରକାରୀ ବଙ୍ଗଳା ଖାଲି କରିବାକୁ କୁହାଯାଇଥିଲା, କିନ୍ତୁ ସେ ଏଥିପ୍ରତି ଧ୍ୟାନ ଦେଇନଥିଲେ । ପରେ ତୃତୀୟ ଥର ପାଇଁ ତାଙ୍କୁ ତୁରନ୍ତ ବଙ୍ଗଳା ଖାଲି କରିବାକୁ ନୋଟିସ୍ ପଠାଯାଇଥିଲା ।

ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କଠାରୁ ମୂଲ୍ୟବାନ ଉପହାର ଗ୍ରହଣ କରିବା ଏବଂ ସଂସଦ ୱେବସାଇଟର ୟୁଜର ଆଇଡି ଏବଂ ପାସୱାର୍ଡ ତାଙ୍କ ସହ ସେୟାର କରିବା ଅଭିଯୋଗ ଭିତ୍ତିରେ  ‘ଅନୈତିକ ଆଚରଣ’ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏହାପରେ ଗତ ବର୍ଷ ଡିସେମ୍ବର ୮ରେ ମହୁଆଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଥିଲା ।

The post ଶେଷରେ ସରକାରୀ ବାସଭବନ ଛାଡିଲେ ଟିଏମସି ନେତ୍ରୀ ମହୁଆ ମୋଇତ୍ରା ହାଇକୋର୍ଟରୁ ଆଶ୍ୱସ୍ତି ନମିଳିବା ପରେ ଖାଲି କଲେ ଘର ।   first appeared on Kanak News.

from Kanak News
via <a href="https://ifttt.com/?

ଓଡ଼ିଶାରୁ ଅଧିକ ଚାଉଳ ସଂଗ୍ରହ କରିବ କେନ୍ଦ୍ର । ୧୦ ଲକ୍ଷ ମେଟ୍ରିକ ଟନ୍ ଉଷୁନା ଚାଉଳ ହେବ ସଂଗ୍ରହ ।ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ କେନ୍ଦ୍ରର ପଦକ୍ଷେପ ।

କନକ ବ୍ୟୁରୋ: ଓଡ଼ିଶାରୁ ଅଧିକ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ସଂଗ୍ରହ କରିବ କେନ୍ଦ୍ର । କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଂଟନ ମନ୍ତ୍ରାଳୟ ଏନେଇ ମଞ୍ଜୁରୀ ଦେଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିର ପ୍ରତିଉତ୍ତରରେ ଏହା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ । ଅନୁରୋଧ ରକ୍ଷା କରି ତ୍ୱରିତ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଏହି ପଦକ୍ଷେପ ଦ୍ୱାରା ଓଡ଼ିଶାର ଲକ୍ଷାଧିକ ଚାଷୀ ଉପକୃତ ହେବେ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି । ଗତ ୧୬ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭାଗୀୟ ମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଚିଠି ଲେଖି ଏନେଇ ଅବଗତ କରାଇଥିଲେ । ଚଳିତ ଥର ଓଡ଼ିଶାରେ ଭଲ ଅମଳ ହୋଇଥିବାରୁ ରାଜ୍ୟରୁ ମୋଟ୍ ୭୯ ମେଟ୍ରିକ୍ ଟନ୍ ଖରିଫ ଚାଉଳ ସଂଗ୍ରହ କରାଯିବା ନେଇ ଆକଳନ କରାଯାଇଛି । ପ୍ରାରମ୍ଭିକ ଆବଂଟନରେ କେନ୍ଦ୍ର ସରକାର ୨୦୨୩-୨୪ ଖରିଫ ବିପଣନ ଋତୁରେ ୪୪ ଲକ୍ଷ ୨୮ ହଜାର ମେଟ୍ରିକ୍ ଟନ୍ ଚାଉଳ କିଣିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ।

ତେବେ ଏନ୍.ଏଫ୍.ଏସ୍.ଏ, ଏସ୍.ଏଫ୍.ଏସ୍.ଏ ଓ ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନା ପାଇଁ ଓଡ଼ିଶା ସରକାରଙ୍କ ନିଜସ୍ୱ ଚାଉଳର ଆବଶ୍ୟକତା ପୂରଣ କରିବା ବ୍ୟତୀତ ପର୍ଯ୍ୟାପ୍ତ ପରିମାଣର ଉଷୁନା ଚାଉଳ ବଳକା ରହିଯାଇପାରେ । ଏହି ବଳକା ଚାଉଳ ଏଫ୍.ସି.ଆଇ ଦ୍ୱାରା ଉଠାଣ ହେବାର ଆବଶ୍ୟକତା ପୂରଣ କରିବା ବ୍ୟତୀତ ପର୍ଯ୍ୟାପ୍ତ ପରିମାଣର ଉଷୁନା ଚାଉଳ ବଳକା ରହିଯାଇପାରେ । ଏହି ବଳକା ଚାଉଳ ଏଫ.ସି.ଆଇ ଦ୍ୱାରା ଉଠାଣ ହେବାର ଆବଶ୍ୟକତା ରହିଛି ବୋଲି କୁହାଯାଇଛି ।

The post ଓଡ଼ିଶାରୁ ଅଧିକ ଚାଉଳ ସଂଗ୍ରହ କରିବ କେନ୍ଦ୍ର । ୧୦ ଲକ୍ଷ ମେଟ୍ରିକ ଟନ୍ ଉଷୁନା ଚାଉଳ ହେବ ସଂଗ୍ରହ ।ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ କେନ୍ଦ୍ରର ପଦକ୍ଷେପ । first appeared on Kanak News.

from Kanak News
via <a href="https://ifttt.com/?

ଡଙ୍ଗାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା । ବିଶ୍ୱର ସର୍ବବୃହତ ଜନବସତି ମାଜୁଲି ଦ୍ୱୀପ ଅଭିମୁଖେ ଯାତ୍ରା କରୁଛନ୍ତି କଂଗ୍ରେସ ନେତା । ଅତିକ୍ରମ କଲେଣି ୧୫ଟି ରାଜ୍ୟର ୧୧୦ ଜିଲ୍ଲା ।

କନକ ବ୍ୟୁରୋ: ଡଙ୍ଗାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା । ଶୁକ୍ରବାର ସକାଳେ ଆସାମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସହଯୋଗୀଙ୍କ ସହ ବିଶ୍ୱର ସର୍ବବୃହତ ଜନବସତି ମାଜୁଲି ଦ୍ୱୀପ ଅଭିମୁଖେ ଯାତ୍ରା କରୁଛନ୍ତି । ଜୋରହାଟ ଜିଲ୍ଲାର ନିମାତିଘାଟରୁ ଅଫାଲାମୁଖ ଘାଟକୁ ଯାଉଛି ଏହି ଯାତ୍ରା । ରାହୁଲଙ୍କ ସହ ସାଧାରଣ ସମ୍ପାଦକ ଜୟରାମ ରମେଶ, ରାଜ୍ୟ ସଭାପତି ଭୂପେନ କୁମାର ବୋରା ଏବଂ ବିଧାନସଭାରେ ବିରୋଧୀ ଦଳ ନେତା ଦେବବ୍ରତ ସାଇକିଆଙ୍କ ସମେତ ଦଳର ବହୁ ଶୀର୍ଷ ନେତା ଉପସ୍ଥିତ ଅଛନ୍ତି ।

ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏହି ଯାତ୍ରା ଜାନୁଆରୀ ୧୪ ରେ ମଣିପୁରରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ କିମ୍ବା ୨୧ ରେ ମୁମ୍ବାଇରେ ଶେଷ ହେବ । ଏହା ୧୫ଟି ରାଜ୍ୟର ୧୧୦ଟି ଜିଲ୍ଲା ଦେଇ ଯାଇଥିବା ବେଳେ ୬୭ ଦିନରେ ୬୭୧୩ କିଲୋମିଟର ଅତିକ୍ରମ କରିବ । ଆସାମରେ ଏହା ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ୧୭ଟି ଜିଲ୍ଲାରେ ୮୩୩ କିଲୋମିଟର ଯାତ୍ରା କରିବ ।

The post ଡଙ୍ଗାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା । ବିଶ୍ୱର ସର୍ବବୃହତ ଜନବସତି ମାଜୁଲି ଦ୍ୱୀପ ଅଭିମୁଖେ ଯାତ୍ରା କରୁଛନ୍ତି କଂଗ୍ରେସ ନେତା । ଅତିକ୍ରମ କଲେଣି ୧୫ଟି ରାଜ୍ୟର ୧୧୦ ଜିଲ୍ଲା । first appeared on Kanak News.

from Kanak News
via <a href="https://ifttt.com/?

ଭକ୍ତଙ୍କ ଅର୍ପଣ ଚାଉଳରେ ପ୍ରସ୍ତୁତ ହେବ ଖେଚୁଡ଼ି, ପିଠା । ବିଡିଆ ପାନରେ ବ୍ୟବହୃତ ହେବ ଗୁଆ । ସୁଆର, ମହାସୁଆର ନିଯୋଗର ସଭାପତିଙ୍କ ସୂଚନା ।

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ଲୋକାର୍ପଣ ଉତ୍ସବ ପାଇଁ ଗାଁ ଠୁ ସହର ସବୁଠି ବୁଲିଥିଲା ଅର୍ପଣ ରଥ । ଲୋକମାନେ ଭକ୍ତିର ସହ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥିବା ଅରୁଆ ଚାଉଳ ଓ ଗୁଆ ମହାପ୍ରଭୁଙ୍କ ସେବାରେ ଲାଗିବ । ଆସିଥିବା ଏହି ଅରୁଆ ଚାଉଳ ଓ ଗୁଆ ସୁଆର ମହାସୁଆର ନିଯୋଗ ଗ୍ରହଣ କରିବ ।

ଅର୍ପଣ ରଥରେ ମହାପ୍ରଭୁଙ୍କ ପାଇଁ ସଂଗୃହୀତ ସମସ୍ତ ସାମଗ୍ରୀ ଚାଉଳ, ଗୁଆ ଓ ଶ୍ରୀଫଳ ମହାପ୍ରଭୁଙ୍କ କାର୍ଯ୍ୟରେ ଲାଗିବ ବୋଲି ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ସଭାପତି ପଦ୍ମନାଭ ମହାସୁଆରଓ ସମ୍ପାଦକ ନାରାୟଣ ମହାସୁଆର ସୂଚନା ଦେଇଛନ୍ତି । ବିଡିଆ ପାନରେ ବ୍ୟବହୃତ ହେବ ଅର୍ପଣ ଗୁଆ ।

The post ଭକ୍ତଙ୍କ ଅର୍ପଣ ଚାଉଳରେ ପ୍ରସ୍ତୁତ ହେବ ଖେଚୁଡ଼ି, ପିଠା । ବିଡିଆ ପାନରେ ବ୍ୟବହୃତ ହେବ ଗୁଆ । ସୁଆର, ମହାସୁଆର ନିଯୋଗର ସଭାପତିଙ୍କ ସୂଚନା । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started