ଫେବ୍ରୁଆରୀ ୫ରୁ ବିଧାନସଭା ଅଧିବେଶନ । ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ ।

କନକ ବ୍ୟୁରୋ : ଫେବ୍ରୁଆରୀ ୫ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ । କାମଚଳା ଅଧିବେଶନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ଷୋଡଶ ବିଧାନସଭାର ଏହା ଶେଷ ଅଧିବେଶନ ।

ଫେବ୍ରୁଆରୀ ୫ ତାରିଖରେ ରାଜ୍ୟପାଳ ରଘୁବର ଦାସ ରଖିବେ ଅଭିଭାଷଣ । ଫେବ୍ରୁଆରୀ ୮ରେ କାମଚଳା ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ । ଯେହେତୁ ଆଗକୁ ସାଧାରଣ ନିର୍ବାଚନ ଅଛି ତେଣୁ ତାପୂର୍ବରୁ କାମଚଳା ବଜେଟ ଆଗତ କରିବେ ସରକାର ।

The post ଫେବ୍ରୁଆରୀ ୫ରୁ ବିଧାନସଭା ଅଧିବେଶନ । ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ । first appeared on Kanak News.

from Kanak News
via <a href="https://ifttt.com/?

ସୁନ୍ଦରଗଡ଼ କୋଇଲା ବ୍ୟବସାୟୀଙ୍କ ଠିକଣାରେ ଘନ ଘନ ଚଢ଼ଉ । ଓଡ଼ିଶା ଓ ଛତିଶଗଡ଼ର ୧୦ଟି ସ୍ଥାନରେ ଯାଞ୍ଚ, ଶହେରୁ ଅଧିକ ଅଧିକାରୀ ଓ ସିଆରପିଏଫ ଫୋର୍ସ କରୁଛନ୍ତି ରେଡ ।

କନକ ବ୍ୟୁରୋ: ବିଶିଷ୍ଟ କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିୟାଙ୍କ ବିଭିନ୍ନ ଠିକଣାରେ ଆଜି ବି ଚାଲିଛି ଚଢ଼ାଉ । ଛତିଶଗଡ଼ ଏବଂ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏକକାଳୀନ ରେଡ୍ କରାଯାଉଛି । ୧୦୦ରୁ ଅଧିକ ଅଧିକାରୀ ଓ ସିଆରପିଏଫ୍ ଫୋର୍ସ ସାମିଲ ହୋଇଛନ୍ତି । ଘନଶ୍ୟାମଙ୍କ ଓଡ଼ିଶା, ଛତିଶଗଡ଼, ମୁମ୍ବାଇ, ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ କୋଇଲା ବ୍ୟବସାୟ ଓ ହୋଟେଲ ରହିଛି ।

ଏହାସହ ଘନଶ୍ୟାମଙ୍କ ଗୋପାଳପୁରରେ ଥିବା ଦୁଇମହଲା କୋଠା ଓ ଅଫିସ, ବିଲେଇମୁଣ୍ଡାର ଅଫିସ, ଘର, ସୋ’ରୁମ, ସ୍ପଞ୍ଜ ଆଇରନ୍ ଫ୍ୟାକ୍ଟ୍ରିରେ ମଧ୍ୟ ଚଢ଼ାଉ କରିଛି ଆୟକର ବିଭାଗ । ସେହିପରି ଘନଶ୍ୟାମଙ୍କ ଏମସିଏଲରେ ଥିବା କୋଇଲା ପରିବହନ ସାଇଟ୍, ଛତିଶଗଡ଼ ରାଏଗଡ଼ରେ ଥିବା ଆଇରନ, ଷ୍ଟିଲ ଓ ପାୱାର ପ୍ଲାଂଟ ଫ୍ୟାକ୍ଟ୍ରୀ ଓ ଘର, ରାୟପୁରରେ ଥିବା ଘର, ଅଫିସ ଏବଂ ବିଳାସପୁରରେ ଥିବା ହୋଟେଲରେ ମଧ୍ୟ ଚଢ଼ାଉ ହୋଇଛି । ତେବେ ଚଢ଼ାଉ ବେଳେ କିଛି କର୍ମଚାରୀ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଚଢ଼ାଉରେ କେତେ ଟଙ୍କା ଏବଂ କ’ଣ କ’ଣ ଜବତ ହୋଇଛି, ସେ ନେଇ ସୂଚନ ମିଳିନାହିଁ ।

The post ସୁନ୍ଦରଗଡ଼ କୋଇଲା ବ୍ୟବସାୟୀଙ୍କ ଠିକଣାରେ ଘନ ଘନ ଚଢ଼ଉ । ଓଡ଼ିଶା ଓ ଛତିଶଗଡ଼ର ୧୦ଟି ସ୍ଥାନରେ ଯାଞ୍ଚ, ଶହେରୁ ଅଧିକ ଅଧିକାରୀ ଓ ସିଆରପିଏଫ ଫୋର୍ସ କରୁଛନ୍ତି ରେଡ । first appeared on Kanak News.

from Kanak News
via <a href="https://ifttt.com/?

ନକଲି ବନ୍ଧୁକରେ ଅସଲି ଲୁଟ୍ । ୨ ଭାଇଙ୍କ ଠାରୁ ଚେନ୍ ଲୁଟିବାର ଦୃଶ୍ୟ ସିସିଟିଭିରେ କଏଦ । ମୁଖ୍ୟ ଅଭିଯୁକ୍ତ ପୁନିଆକୁ ଗିରଫ କଲା କମିଶନରେଟ୍ ପୋଲିସ ।

କନକ ବ୍ୟୁରୋ: ନକଲି ବନ୍ଧୁକରେ ଅସଲି ଲୁଟ୍ । ନକଲି ବନ୍ଧୁକ ଦେଖାଇ ଲୁଟି ନେଲେ ସୁନା ଚେନ୍ । ୨ ଭାଇଙ୍କଠାରୁ ୨ଟି ସୁନା ଚେନ୍ ଲୁଟ୍ ଘଟଣାର ସିସିଟିଭି ଦୃଶ୍ୟ ସାମ୍ନାକୁ ଆସିଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ପୁନିଆ ସାହୁକୁ ଗିରଫ କରିଛି କମିଶନରେଟ୍ ପୋଲିସ । ପୁନିଆ ପୂର୍ବରୁ ପୋଲିସ ଉପରକୁ ଗୁଳିମାଡ଼ କରି ଫେରାର ହୋଇଯାଇଥିଲା । ପୁନିଆ ନାଁରେ ଭୁବନେଶ୍ୱରର ବିଭିନ୍ନ ଥାନାରେ ପ୍ରାୟ ୨୦ରୁ ଅଧିକ ମାମଲା ରହିଛି ।

The post ନକଲି ବନ୍ଧୁକରେ ଅସଲି ଲୁଟ୍ । ୨ ଭାଇଙ୍କ ଠାରୁ ଚେନ୍ ଲୁଟିବାର ଦୃଶ୍ୟ ସିସିଟିଭିରେ କଏଦ । ମୁଖ୍ୟ ଅଭିଯୁକ୍ତ ପୁନିଆକୁ ଗିରଫ କଲା କମିଶନରେଟ୍ ପୋଲିସ । first appeared on Kanak News.

from Kanak News
via <a href="https://ifttt.com/?

ଭୁବନେଶ୍ୱର ୪୬ ନଂ ୱାର୍ଡରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପଦଯାତ୍ରା । ଘର ଘର ବୁଲି ପଚାରି ବୁଝିଲେ ଲୋକଙ୍କ ସମସ୍ୟା ।

କନକ ବ୍ୟୁରୋ: ଭୁବନେଶ୍ୱର ୪୬ ନଂ ୱାର୍ଡରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପଦଯାତ୍ରା । ଘର ଘର ବୁଲି ଲୋକଙ୍କ ଭେଟିବା ସହ ସମସ୍ୟା ବୁଝିଲେ ଭୁବନେଶ୍ୱର ସାଂସଦ । ପଦଯାତ୍ରା ପୂର୍ବରୁ ସାଂସଦ ଅପରାଜିତାଙ୍କୁ ବିରୋଧ ଆଶଙ୍କା କରି ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲା । ସୁର କ୍ଷା ଦାୟିତ୍ୱରେ ରହିଥିଲେ ୪ ଜଣ ଇନ୍ସପେକ୍ଟର ଓ ୨ ଏସିପି । କିନ୍ତୁ ଘଟଣାସ୍ଥଳରେ ସେଭଳି କିଛି ଅପ୍ରୀତିକର ଘଟଣା ଘଟିନଥିଲା । ଅନ୍ୟପଟେ ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି ଏଭଳି ପଦଯାତ୍ରା ଜାରି ରହିବ । ଆଗକୁ ମଧ୍ୟ ଲୋକଙ୍କ ସମସ୍ୟା ବୁଝି ସମାଧାନ କରିବେ, କେହି ତାଙ୍କୁ ବିରୋଧ କରି ଅଟକାଇପାରିବେ ନାହ

The post ଭୁବନେଶ୍ୱର ୪୬ ନଂ ୱାର୍ଡରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପଦଯାତ୍ରା । ଘର ଘର ବୁଲି ପଚାରି ବୁଝିଲେ ଲୋକଙ୍କ ସମସ୍ୟା । first appeared on Kanak News.

from Kanak News
via <a href="https://ifttt.com/?

ଜୟପୁରରୁ ପୁରୀକୁ ଗଡିଲା ଜଗନ୍ନାଥ ଏକ୍ସପ୍ରେସ୍ ବସ୍ । ଜିଲ୍ଲାବାସୀଙ୍କ ମନରେ ଉତ୍ସାହ ।

କନକ ବ୍ୟୁରୋ: ଜୟପୁରରୁ ପୁରୀକୁ ଗଡ଼ିଛି ଜଗନ୍ନାଥ ଏକ୍ସପ୍ରେସ୍ । ଜୟପୁରରୁ ବାହାରି କୋରାପୁଟ ହୋଇ ପୁରୀରେ ପହଞ୍ଚିିବ ବସ୍ । ଆଦିବାସୀ ଅଞ୍ଚଳ କୁହାଯାଉଥିବା କୋରାପୁଟ ଜିଲ୍ଲାରେ ପୁରୀକୁ ଯିବା ପାଇଁ କୌଣସି ସିଧାସଳଖ ବସର ସୁବିଧା ନଥିଲା । ଏବେ ଏହି ବସ୍ ଗଡ଼ିବା ପରେ ଅଞ୍ଚଳବାସୀ ଯାତାୟତର ସୁବିଧା ପାଇବେ । ଗତକାଲି ଏହି ସେବାକୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀକ୍ଷେତ୍ର ପୁରୀକୁ ସବୁ ଜିଲ୍ଲାରୁ ଶ୍ରଦ୍ଧାଳୁ କିପରି ସୁବିଧାରେ ଆସି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସେଥିପାଇଁ ଆରମ୍ଭ ହୋଇଛି ଏହି ନୂତନ ବସ୍ ସେବା ।

The post ଜୟପୁରରୁ ପୁରୀକୁ ଗଡିଲା ଜଗନ୍ନାଥ ଏକ୍ସପ୍ରେସ୍ ବସ୍ । ଜିଲ୍ଲାବାସୀଙ୍କ ମନରେ ଉତ୍ସାହ । first appeared on Kanak News.

from Kanak News
via <a href="https://ifttt.com/?

ଆଜି ଦୁର୍ଘଟଣା ପରେ ଦୁର୍ଘଟଣା । ଅନୁଗୁଳ ଟ୍ରାଫିକ୍ ଛକରେ ଆଶାକର୍ମୀଙ୍କ ଉପରେ ଚଢିଗଲା ହାଇୱା ଟ୍ରକ୍ । ଏପଟେ ଚଣ୍ଡିଖୋଲରେ ଘର ଉପରକୁ ମାଡିଗଲା ଗ୍ୟାସ୍ ଟ୍ୟାଙ୍କର ।

କନକ ବ୍ୟୁରୋ: ଶିଶୁକୁ ସୁସ୍ଥ ଜୀବନ ଦେବା ପାଇଁ ଆସି ଚାଲିଗଲା ଆଶାକର୍ମୀଙ୍କ ଜୀବନ । ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାରେ ଭ ର୍ତ୍ତି କରି ଫେରୁଥିବା ବେଳେ ହେଲା ମୃତ୍ୟୁ । ଅନୁଗୁଳ ଟ୍ରାଫିକ୍ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଆଶା କର୍ମୀ ଜଣଙ୍କ ରାସ୍ତାରେ ଯାଉଥିବା ବେଳେ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ଆଶା କର୍ମୀ ଜଣଙ୍କ ହେଉଛନ୍ତି ଆଠମଲ୍ଲିକ ମାଧପୁର କମ୍ୟୁନିଟି ହେଲ୍ଥ ସେଂଟରରେ କାମ କରୁଥିବା କୁମାରୀ ସାହୁ । ସେ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲରେ ଛାଡିବା ପରେ ସ୍କୁଟିରେ ଘରକୁ ଫେରୁଥିବା ବେଳେ ଏକ ଟ୍ରକ୍ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଆଶା କର୍ମୀଙ୍କ ମୃତ୍ୟୁ ପରେ ଉତ୍ୟକ୍ତ ଲୋକେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ବାରମ୍ବାର ସେହି ସ୍ଥାନରେ ଦୁର୍ଘଟଣା ଘଟୁଥିବାରୁ ବାଇପାସ୍ କରିବା ସହ ରାସ୍ତା ମରାମତି ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ଭାରସାମ୍ୟ ହରାଇ ଘର ଉପରକୁ ମାଡ଼ିଗଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର । ଯାଜପୁର ଚଣ୍ଡିଖୋଲ ନିକଟରେ ଏହି ଦୁର୍ଘଟଣା ଘଟିଛି । ଗ୍ୟାସ୍ ବୋଝେଇ ଗାଡିଟି କଟକ ଯାଉଥିବା ବେଳେ ଚଣ୍ଡିଖୋଲ ଛକର ଜାତୀୟ ରାଜପଥ କଡରେ ଥିବା ଏକ ଘର ଉପରକୁ ମାଡ଼ ଯାଇଥିଲା । ଘରର ପାଚେରୀ ସଂପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ବିଦ୍ୟୁତ୍ ଖୁଂଟ ମଧ୍ୟ ଭାଙ୍ଗିଯାଇଛି । ଡ୍ରାଇଭର ଗୁରୁତର ହୋଇଥିବା ବେଳେ ତାଙ୍କୁ ପ୍ରଥମେ ବଡ଼ଚଣା ପରେ କଟକ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଚଣ୍ଡିଖୋଲ ଫାଣ୍ଡି ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

The post ଆଜି ଦୁର୍ଘଟଣା ପରେ ଦୁର୍ଘଟଣା । ଅନୁଗୁଳ ଟ୍ରାଫିକ୍ ଛକରେ ଆଶାକର୍ମୀଙ୍କ ଉପରେ ଚଢିଗଲା ହାଇୱା ଟ୍ରକ୍ । ଏପଟେ ଚଣ୍ଡିଖୋଲରେ ଘର ଉପରକୁ ମାଡିଗଲା ଗ୍ୟାସ୍ ଟ୍ୟାଙ୍କର । first appeared on Kanak News.

from Kanak News
via <a href="https://ifttt.com/?

ପରଦାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟର ବିହାରୀ ବାଜପୟୀଙ୍କ କାହାଣୀ, ‘ମେଁ ଅଟଲ ହୁଁ’ ସମସ୍ତଙ୍କ ମଧ୍ୟରେ ଉତ୍ସାହ । ବାଜପେୟୀ ଭୂମିକାରେ ପଙ୍କଜ ତ୍ରିପାଠୀ ।

କନକ ବ୍ୟୁରୋ: ଆଜି ପରଦାରେ ରିଲିଜ ହେବ ମେଁ ଅଟଳ ହୁଁ ସିନେମା । ଏହି ହିନ୍ଦୀ ଚଳଚ୍ଚିତ୍ରରେ ବାଜପେୟୀଙ୍କ ଭୂମିକାରେ ନଜର ଆସିଛନ୍ତି ଅଭିନେତା ପଂକଜ ତ୍ରିପାଠୀ । ରବି ଯାଦବଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ଚଳଚ୍ଚିତ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ଜୀବନର ପ୍ରତ୍ୟେକ ଦିଗକୁ ଦୁଇ ଘଂଟା ମଧ୍ୟରେ ଦେଖାଇବାକୁ ଚେଷ୍ଟା କରାଯାଇଛି ।

‘ମେଁ ଅଟଲ ହୁଁ’ ର କାହାଣୀ ପାକିସ୍ତାନ ପ୍ରତି ବାଜପେୟୀଙ୍କ ଆଭିମୁଖ୍ୟକୁ ନେଇ ଆରମ୍ଭ ହୋଇଛି । ବାଜପେୟୀ ଜଣେ ଭଲ ବକ୍ତା ହେବା ସହ କିଭଳି ଜଣେ ସଫଳ ବ୍ୟକ୍ତି ଓ ମହାନ ରାଜନେତା ହେଲେ ତାହା ଏହି କାହାଣୀରେ ରହିଛି । ପିଲାଦିନରୁ ଆରମ୍ଭ କରି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସଦସ୍ୟ ପରେ ଦେଶର ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ଅଟଳ ବିହାରୀ ବାଜପେୟୀଙ୍କ ଯାତ୍ରାକୁ ଏହି ଫିଲ୍ମରେ ଦର୍ଶାଯାଇଛି ।

The post ପରଦାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟର ବିହାରୀ ବାଜପୟୀଙ୍କ କାହାଣୀ, ‘ମେଁ ଅଟଲ ହୁଁ’ ସମସ୍ତଙ୍କ ମଧ୍ୟରେ ଉତ୍ସାହ । ବାଜପେୟୀ ଭୂମିକାରେ ପଙ୍କଜ ତ୍ରିପାଠୀ । first appeared on Kanak News.

from Kanak News
via <a href="https://ifttt.com/?

କଂସଙ୍କ ଅଟ୍ଟହାସ୍ୟରେ କମ୍ପୁଛି ବରଗଡ଼ । ପୁତନା ଓ ସଡ଼ମଲ୍ଲଙ୍କୁ ପରାସ୍ତ ସହ ଚାଲିଛି କୃଷ୍ଣ, ବଳରାମଙ୍କ ଲୀଳା । ଆଜି କାଳୀୟ ଦଳନ ।

କନକ ବ୍ୟୁରୋ: ବିଶ୍ୱର ସର୍ବ ବୃହତ ଖୋଲା ରଙ୍ଗମଞ୍ଚର ଚତୁର୍ଥ ଦିନରେ ମହାରାଜ କଂସଙ୍କ ଦ୍ୱାରା ପ୍ରେରିତ ସମସ୍ତ ରାକ୍ଷସ ରାକ୍ଷସୀ କୃଷ୍ଣ ବଳରାମଙ୍କ ହାତରେ ନିଧନ ହୋଇଥିବା ବେଳେ ଗୋପପୁରରେ ଦେଖାଦେଇଛି ଉତ୍ସବର ମାହୋଲ । ଘରେ ଘରେ କୃଷ୍ଣ ବଳରାମଙ୍କୁ ପୂଜାର୍ଚ୍ଚନା କରାଯାଉଥିବା ବେଳେ କୃଷ୍ଣ ବଳରାମଙ୍କୁ ପାଖରେ ପାଇଁ ଗୋପପୁର ବାସୀ ଉତ୍ସାହୀତ ହୋଇ ପଡିଛନ୍ତି ।

ଏପଟେ ମହାରାଜ କଂସ ସଡମଲ୍ଲଙ୍କ ସହ ପୁତନାର ନିଧନରେ ମର୍ମାହତ ହୋଇ କାଳୀୟ ନାଗକୁ ପଠାଇଛନ୍ତି ଗୋପପୁରକୁ କୃଷ୍ଣ ବଳରାମଙ୍କୁ ମାରିବା ପାଇଁ । ଚତୁର୍ଥ ଦିନରେ ଗୋପପୁରର ଦୃଶ୍ୟ ଥିଲା ବେଶ ନିଆରା, ସତେ ଯେପରି ଦ୍ୱାପର ଯୁଗ ଭଳି ଲାଗୁଥିଲା । ଭଗବାନ ଶ୍ରୀକୃଷ୍ଣ ଓ ବଡ଼ଭାଇ ବଳରାମ ଚନ୍ଦ୍ରକଳା ପରି ନନ୍ଦ ଉଆସରେ ବଢ଼ିବାରେ ଲାଗିଥିବା ବେଳେ ଗୋପପୁରରେ ଭଗବାନଙ୍କ ନଗର ପରିକ୍ରମା ପାଇଁ ଆୟୋଜନ କରାଯାଇଥିଲା । ଏଥିପାଇଁ ସାରା ଗୋପପୁର ଉତ୍ସବ ମୁଖରିତ ହୋଇଥିବା ବେଳେ ଘରେ ଘରେ ଝୋଟି ପକା ଯାଇଛି , କୃଷ୍ଣ ବଳରାମଙ୍କ ପାଦଧୋଇ ଧୂପ ଦୀପ ନାଇବେଦ୍ୟ ଦେଇ ପୂଜାଅର୍ଚ୍ଚନା କରାଯାଇଛି ।

ଅନ୍ୟପଟେମହାରାଜ କଂସ ସୌନ୍ୟସାମନ୍ତଙ୍କ ସହ ନଗର ଭ୍ରମଣରେ ବାହାରିଥିବା ବେଳେ ମଥୁରାର ଜିଏସଟି କାର୍ଯ୍ୟାଳୟକୁ ଯାଇ କିପରି ରାଜକୋଷ ଖାଲି ହେଉଛି ବୋଲି ପ୍ରଶ୍ନ କରିବା ସହ କିପରି ଖଜଣା ଆଦାୟ କମି ଯାଉଛି କହି ତାଗିତ କରିଥିଲେ । ଆଜି ଧନୁଯାତ୍ରାର ୫ମ ଦିନରେ ଗୋପପୁରରେ କୃଷ୍ଣ ବଳରାମଙ୍କ ବାଲ୍ୟଲିଳା ଦେଖିବାକୁ ମିଳିବ ।

The post କଂସଙ୍କ ଅଟ୍ଟହାସ୍ୟରେ କମ୍ପୁଛି ବରଗଡ଼ । ପୁତନା ଓ ସଡ଼ମଲ୍ଲଙ୍କୁ ପରାସ୍ତ ସହ ଚାଲିଛି କୃଷ୍ଣ, ବଳରାମଙ୍କ ଲୀଳା । ଆଜି କାଳୀୟ ଦଳନ । first appeared on Kanak News.

from Kanak News
via <a href="https://ifttt.com/?

ବଙ୍ଗୋପସାଗରରେ ସକ୍ରିୟ ଗୁରୁଚାପ ବଳୟ । ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶାରେ କୋହଲା ପାଗ । ୩ ଦିନ ଯାଏଁ ଘନ କୁହୁଡ଼ି ଆଶଙ୍କା ।

କନକ ବ୍ୟୁରୋ: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ଦେଖିବାକୁ ମିଳିଛି । ଓଡ଼ିଶା ଉପକୂଳସ୍ଥ ବଙ୍ଗୋପସାଗର ଅଂଚଳରେ ସକ୍ରିୟ ଗୁରୁଚାପ ବଳୟ ରହିଛି । ଏହାର ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶାରେ କୋହଲ ପାଗ ଲାଗି ରହିଛି । ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଘନ କୁହୁଡି ଅନୁଭୂତ ହେବ । ଘନ କୁହୁଡି ଯୋଗୁ ଦୃଶ୍ୟମାନ ଦୂରତା ହ୍ରାସ ପାଇବ । ତେଣୁ ରାତି ସମୟରେ ଦୁର୍ଘଟଣା ଘଟିବା ଆଶଙ୍କା ରହିଛି । ଜିଲ୍ଲାପାଳ ଓ ଏସ୍ପିମାନେ ଏଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଏହା ସହ ୨୪ ତାରିଖ ବେଳକୁ ସୁନ୍ଦରଗଡ଼, କେନ୍ଦୁଝର ଓ ବାଲେଶ୍ୱରରେ ହାଲୁକା ବର୍ଷା ହୋଇପାରେ ।

The post ବଙ୍ଗୋପସାଗରରେ ସକ୍ରିୟ ଗୁରୁଚାପ ବଳୟ । ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶାରେ କୋହଲା ପାଗ । ୩ ଦିନ ଯାଏଁ ଘନ କୁହୁଡ଼ି ଆଶଙ୍କା । first appeared on Kanak News.

from Kanak News
via <a href="https://ifttt.com/?

ଗୁଜୁରାଟ ବଦୋଦରା ହରନୀ ହ୍ରଦରେ ବୋଟ ଓଲଟିବା ପରେ ରାତି ସାରା ଚାଲିଲା ସର୍ଚ୍ଚ ଅପରେସନ । ଆୟୋଜକ କମିଟିର ୨ ଅଭିଯୁକ୍ତ ଗିରଫ, ପୋଲିସ ତଦନ୍ତ ଜାରି ।

କନକ ବ୍ୟୁରୋ: ଗୁଜରାଟର ବଡୋଦରା ଜିଲ୍ଲା ହରନୀ ହ୍ରଦରେ ଡଙ୍ଗା ବୁଡି ପରେ ସାରା ରାତି ଚାଲିଲା ସର୍ଚ୍ଚ ଅପରେସନ୍ । ଏନ୍ଡିଆରଏଫ୍ ଟିମ୍ ପକ୍ଷରୁ ରାତି ସାରା ଖୋଜାଖୋଜି କରାଯାଇଥିଲା । ସେପଟେ ହସ୍ପିଟାଲରେ ପହଂଚି ଆହତ ଛାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।

ହରନୀ ହ୍ରଦରେ ଡଙ୍ଗା ବୁଡ଼ିଯିବାରୁ ୧୬ ସ୍କୁଲ ଛାତ୍ରଛାତ୍ରୀ ଓ ୨ ଜଣ ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ରଛାତ୍ରୀଙ୍କ ବୟସ ୧୪ରୁ ୧୫ ବର୍ଷ ଭିତରେ ଓ ଉଭୟ ଶିକ୍ଷକଙ୍କ ବୟସ ୪୫ ବର୍ଷ ବୋଲି ଜଣାପଡିଛି । ହ୍ରଦରେ ବୋଟ ଓଲଟି ପଡିବାରୁ ବଣଭୋଜି କରିବାକୁ ଯାଇଥିବା ସନରାଇଜ ସ୍କୁଲର ୧୬ ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି । ବୋଟ ହ୍ରଦର କୂଳ ନିକଟରେ ଥିବା ବେଳେ ଓଲଟି ପଡିଥିଲା । ସେହି ସମୟରେ ବୋଟରେ ୨୭ ଜଣ ଛାତ୍ରଛାତ୍ରୀଙ୍କ ସମେତ ୩୪ ଜଣ ଯାତ୍ରୀ ଥିଲେ । ଉପସ୍ଥିତ ଲୋକମାନେ ତୁରନ୍ତ ଉଦ୍ଧାର ଉଦ୍ୟମ କରିଥିଲେ । ଖବର ପାଇ ତୁରନ୍ତ ଏନଡିଆରଏଫ ଟିମ ପହଂଚି ହ୍ରଦରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସୁରକ୍ଷାରେ ତ୍ରୁଟି ଓ ଅବହେଳା ଯୋଗୁଁ ବୋଟ ଦୁର୍ଘଟଣା ଘଟିଥିବା କୁହାଯାଉଛି । ସ୍କୁଲ ପିଲାଙ୍କୁ ଲାଇଫ ଜ୍ୟାକେଟ ଦିଆଯାଇଥିଲେ ନୀରିହ ଶିଶୁଙ୍କ ଜୀବନ ଯାଇନଥାନ୍ତା ବୋଲି ଅଭିଯୋଗ ହୋଇଛି ।

ବଦୋଦରା ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ମୃତ ଛାତ୍ରଛାତ୍ରୀଙ୍କ ପରିବାରକୁ ୨ ଲ କ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆୟୋଜକଙ୍କ ବିରୋଧରେ ଆଇପିସିର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି । ବର୍ତମାନ ସୁଦ୍ଧା ୨ ଜଣଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି ।

The post ଗୁଜୁରାଟ ବଦୋଦରା ହରନୀ ହ୍ରଦରେ ବୋଟ ଓଲଟିବା ପରେ ରାତି ସାରା ଚାଲିଲା ସର୍ଚ୍ଚ ଅପରେସନ । ଆୟୋଜକ କମିଟିର ୨ ଅଭିଯୁକ୍ତ ଗିରଫ, ପୋଲିସ ତଦନ୍ତ ଜାରି । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started