ଘନ କୁହୁଡି ହେଉଛି କାଳ । ଟ୍ରକକୁ ପଛପଟୁ ପିଟିଲା ବାଇକ୍ । ଘଟଣାସ୍ଥଳରେ ଚାଲିଗଲା ୨ ଜୀବନ ।

କନକ ବ୍ୟୁରୋ: ଘନ କୁହୁଡ଼ି ହେଲା କାଳ । ଟ୍ରକକୁ ପଛପଟୁ ପିଟିଲା ବାଇକ୍ । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ଭୋଗରାଇ ବ୍ଲକ କର୍ମଦା ଭଲୁଡ଼ା ଛକରେ ଘଟିଛି ଏହି ଦୁର୍ଘଟଣା । ରାସ୍ତାରେ ଥିବା ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା ବାଇକ୍ । ଦୁର୍ଘଟଣାରେ ବସ୍ତା ଅଂଚଳରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ କର୍ମଦା ପୋଲିସ ପହଂଚି ମୃତଦେହ ଜବତ କରି ହସ୍ପିଟାଲକୁ ପଠାଇଛନ୍ତି ।

The post ଘନ କୁହୁଡି ହେଉଛି କାଳ । ଟ୍ରକକୁ ପଛପଟୁ ପିଟିଲା ବାଇକ୍ । ଘଟଣାସ୍ଥଳରେ ଚାଲିଗଲା ୨ ଜୀବନ । first appeared on Kanak News.

from Kanak News
via <a href="https://ifttt.com/?

ଗଞ୍ଜାମ ସୋରଡା ବାଇକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି । ଜଣେ ଗୁରୁତର ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ।

କନକ ବ୍ୟୁରୋ: ଗଂଜାମ ଜିଲ୍ଲା ସୋରଡା ଥାନା ବରାଡି ନିକଟ ମର୍ମନ୍ତୁଦ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଏମ୍କେସିଜିରେ ଜଣେ ଗୁରୁତରଙ୍କ ଚିକିତ୍ସା ଚାଲିଛି । ମୃତକମାନେ ସୋରଡା, ଅସୁରବନ୍ଧ ଓ ଦୁଲାଡ ଗାଁର । ଏକ ବାଇକରେ ୩ ଜଣ ଅସୁରବନ୍ଧ ଠାରୁ ସୋରଡା ଆସୁଥିଲେ । ବିପରୀତ ଦିଗରୁ ବିଦ୍ୟୁତ ବିଭାଗର ୩ ଜଣ କର୍ମଚାରୀ ଗୋଟିଏ ସ୍କୁଟିରେ ଆସୁଥିବା ବେଳେ ବରାଡି ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଖବର ପାଇ ସୋରଡା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ସମସ୍ତଙ୍କୁ ଉଦ୍ଧାର କରି ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ୪ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଜଣଙ୍କ ଜୀବନ ଯାଇଛି । କୁହୁଡି ପଡୁଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।

The post ଗଞ୍ଜାମ ସୋରଡା ବାଇକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି । ଜଣେ ଗୁରୁତର ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ । first appeared on Kanak News.

from Kanak News
via <a href="https://ifttt.com/?

ପ୍ରଭୁ ଶ୍ରୀରାମଙ୍କ ପାଇଁ ଜଳିବ ୩୦୦ ଫୁଟର ମାଟି ଦୀପ, ମିଥିଳାରୁ ଆସିଛି ଘୃତ । ଏପଟେ ଶ୍ରଦ୍ଧାଳୁଙ୍କ ପାଇଁ ଅଯୋଧ୍ୟା ମହାନଗର ନିଗମର ସ୍ୱତନ୍ତ୍ର ବ୍ୟବସ୍ଥା ।

କନକ ବ୍ୟୁରୋ: ସରଜୁ ନଦୀର ରାମଘାଟରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ୩୦୦ ଫୁଟର ମାଟି ଦୀପ ପ୍ରସ୍ତୁତ ହେଉଛି । ପ୍ରତିଷ୍ଠା ଦିନ ଏହି ମାଟିଦୀପ ପ୍ରଜଳ୍ୱନ କରାଯିବ । ଏହି ମାଟି ଦୀପ ଜଳାଇବା ପାଇଁ ନେପାଳ ମିଥିଲା କ୍ଷେତ୍ରରୁ ତେଲ ସାଙ୍ଗରେ ଆଣିଛନ୍ତି ସାଧୁ ସନ୍ଥ ।

ସେପଟେ ରାମ ମନ୍ଦିର ପ୍ରତିଷ୍ଠାରେ ସାମିଲ ହେବାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଅଯୋଧ୍ୟା ମହାନଗର ନିଗମର ସ୍ୱତନ୍ତ୍ର ବ୍ୟବସ୍ଥା । ପଂଚବଟୀ, କିସ୍କିନ୍ଧ୍ୟା ଓ ଚିତ୍ରକୁଟ ନାଁରେ ତିନୋଟି ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି । ତିନୋଟି ଆଶ୍ରୟସ୍ଥଳୀରେ ୫ ହଜାର ଲୋକଙ୍କ ରହିବା ପାଇଁ ସୁବିଧା ରହିଛି । ଖଟ, ଶେଯ ଓ କମ୍ବଳ ରହିଛି । ଏହାଛଡା ବିଜୁଳି, ପାଣି ଓ ଶୌଚାଳୟ ବ୍ୟବସ୍ଥା ମଧ୍ୟ ରହିଛି । ମହାନଗର ନିଗମର ଆଶ୍ରୟସ୍ଥଳୀରେ ସିସିଟିଭି କ୍ୟାମେରା ଲାଗିଥିବା ବେଳେ କଡା ସୁରକ୍ଷାର ବନ୍ଦୋବସ୍ତ ମଧ୍ୟ କରାଯାଇଛି ।

ଏହାସହ ଅଯୋଧ୍ୟାକୁ ସୋଲାର ସିଟି କରିବାକୁ ଉତରପ୍ରଦେଶ ସରକାର ଯୋଜନା ଆରମ୍ଭ କରିଛନ୍ତି । ଅଯୋଧ୍ୟା ସୋଲାର ସିଟିର ମୋଡେଲ ଭାବେ ବିକଶିତ କରିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସ୍ୱପ୍ନ ରହିଛି । ଅଯୋଧ୍ୟା ମନ୍ଦିର ପ୍ରତିଷ୍ଠା ପୂର୍ବରୁ ସରଜୁ ନଦୀକୁ ଓହ୍ଲାଇଛି ଦେଶର ପ୍ରଥମ ସୋଲାର ପାୱାର ଇନବୁଲଟ ଇ-ସିପ । ଅଯୋଧ୍ୟା ଆସୁଥିବା ଶ୍ରଦ୍ଧାଳୁ ଏହି ଇ-ସିପ ଜରିଆରେ ସରଜୁ ନଦୀ ଯାତ୍ରା କରିପାରିବେ ।

The post ପ୍ରଭୁ ଶ୍ରୀରାମଙ୍କ ପାଇଁ ଜଳିବ ୩୦୦ ଫୁଟର ମାଟି ଦୀପ, ମିଥିଳାରୁ ଆସିଛି ଘୃତ । ଏପଟେ ଶ୍ରଦ୍ଧାଳୁଙ୍କ ପାଇଁ ଅଯୋଧ୍ୟା ମହାନଗର ନିଗମର ସ୍ୱତନ୍ତ୍ର ବ୍ୟବସ୍ଥା । first appeared on Kanak News.

from Kanak News
via <a href="https://ifttt.com/?

ପୁଷ୍ଟି ଅପେକ୍ଷା ପ୍ରଚାର ବେଶି । ମଧ୍ୟାହ୍ନଭୋଜନରେ ମିଳୁଛି ପାଣିଆ ଡାଲି କିନ୍ତୁ ୱାଲ୍ ପେଣ୍ଟିଙ୍ଗରେ ଖର୍ଚ୍ଚ ହେଉଛି ହଜାର ହଜାର ଟଙ୍କା ।

କନକ ବ୍ୟୁରୋ:ମଧ୍ୟାହ୍ନ ଭୋଜନ ଥାଳିରେ ନିମ୍ନମାନର ସୋୟାବିନ୍, ପାଣିଆ ଡାଲିକୁ ନେଇ ଅସନ୍ତୋଷ ବଢୁଥିବା ବେଳେ ପିଏମ୍ ପୋଷଣ ସଂପର୍କିତ ତଥ୍ୟ ସ୍କୁଲ କାନ୍ଥରେ ଲେଖିବାକୁ ଚିଠି ଦେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ପିଏମ ପୋଷଣର ରାଜ୍ୟ ନୋଡାଲ ଅଧିକାରୀ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏହି ଚିଠି ଲେଖିଛନ୍ତି । ଏଥିରେ କୁହାଯାଇଛି, ମଧ୍ୟାହ୍ନ ଭୋଜନ ସଂପର୍କିତ ତଥ୍ୟ ଲିଭି ଯାଇଥିବାରୁ ଏହାକୁ ପୁଣିଥରେ ଲେଖାଯିବ । ପ୍ରତ୍ୟେକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲକୁ ଏଥିପାଇଁ ୫,୦୦୦ ଟଙ୍କା ମଞ୍ଜୁୁର କରାଯାଇଛି । ସ୍କୁଲ କାନ୍ଥରେ ରହିବ ମଧ୍ୟାହ୍ନ ଭୋଜନର ଲୋଗୋ, ସାପ୍ତାହିକ ଖାଇବା ମେନୁ, ଛାତ୍ରଛାତ୍ରୀଙ୍କ ଅଧିକାର, ୫ଟି ନିୟମ, ହେଲ୍ପଲାଇନ ଆଦିର ପେଂଟିଙ୍ଗ ।

ସବୁଠାରୁ ବିଡ଼ମ୍ବନାର କଥା ହେଉଛି, ମଧ୍ୟାହ୍ନ ଭୋଜନ ପାଇଁ ପ୍ରାଥମିକ ସ୍କୁଲ ପିଲା ପିଛା ମାତ୍ର ୫ ଟଙ୍କା ୯୦ ପଇସା ଓ ଉଚ୍ଚ ପ୍ରାଥମିକ ପିଲାଙ୍କ ପାଇଁ ୮ ଟଙ୍କା ୮୨ ପଇସା ଖର୍ଚ୍ଚ କରାଯାଉଛି । ଯେଉଁଠି ଅଣ୍ଡା ଗୋଟିକୁ ୭ରୁ ୮ ଟଙ୍କା, ଡାଲି କିଲୋ ଦେଢ଼ ଶ’ରୁ ୨ ଶହ ଟଙ୍କା, ସେଠି ଏତେ ଅଳ୍ପ ଟଙ୍କାରେ କେଉଁ ପ୍ରକାର ପୋଷଣ ଦେବା ସମ୍ଭବ, ତାହା ଜଳଜଳ ହୋଇ ଦିଶୁଛି । ଏ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ବି ଏଥିପାଇଁ କେହି ଦୃଷ୍ଟି ଦେଉନାହାନ୍ତି ।

କାନ୍ଥରେ ଖାଇବା ମେନୁ ଲେଖିଦେଲେ ଯେ ପିଲା ଭଲ ଖାଦ୍ୟ ଖାଇବେ, ଏଭଳି ଚିନ୍ତା ଦୁଭାର୍ଗ୍ୟଜନକ ବୋଲି କହିଛନ୍ତି ଶିକ୍ଷାବିତ ।

The post ପୁଷ୍ଟି ଅପେକ୍ଷା ପ୍ରଚାର ବେଶି । ମଧ୍ୟାହ୍ନଭୋଜନରେ ମିଳୁଛି ପାଣିଆ ଡାଲି କିନ୍ତୁ ୱାଲ୍ ପେଣ୍ଟିଙ୍ଗରେ ଖର୍ଚ୍ଚ ହେଉଛି ହଜାର ହଜାର ଟଙ୍କା । first appeared on Kanak News.

from Kanak News
via <a href="https://ifttt.com/?

କେନାଲରୁ ମିଳୁନି ପାଣି । ଶୁଖିଗଲାଣି ଚାଷ ଜମି, ଏକର ଏକର ଫସଲ ଝାଉଁଳି ନଷ୍ଟ । ଚିନ୍ତାରେ ପୁରୀ ସଦର ବ୍ଲକର ଚାଷୀ ।

କନକ ବ୍ୟୁରୋ: କେନାଲରୁ ମିଳୁନି ପାଣି । ଜମି ଫାଟି ଆଁ କରିଥିବା ବେଳେ ଚିନ୍ତାରେ ପଡିଛି ଚାଷୀ । ପୁରୀ ସଦର ବ୍ଲକ ଅନ୍ତିକେରାରୁ ନେଇ ବେଣାକେରା ନରେନ୍ଦ୍ରପୁର ଭଳି ଗାଁର ଚାଷୀଙ୍କ ସମସ୍ୟା ବଢିଚାଲିଛି । ପାଣି ଅଭାବରୁ ଜମି ଶୁଖିଲା ପଡିଛି ତ ଆଉ କେଉଁଠି ଗଛ ସବୁ ଝାଉଁଳି ନଷ୍ଟ ହୋଇଗଲାଣି । ରକ୍ଷଣାବେକ୍ଷଣ ଅଭାବରୁ କେନାଲ ପୋତି ହୋଇଯାଇଛି । ଏନେଇ ଚାଷୀମାନେ ବହୁବାର ଅଭିଯୋଗ କରିଛନ୍ତି । ହେଲେ ସମସ୍ୟାର ସମାଧାନ ହୋଇପାରୁନି । ଯାହାକୁ ନେଇ ଚାଷୀଙ୍କ ଅସନ୍ତୋଷ ବଢିଚାଲିଛି ।

The post କେନାଲରୁ ମିଳୁନି ପାଣି । ଶୁଖିଗଲାଣି ଚାଷ ଜମି, ଏକର ଏକର ଫସଲ ଝାଉଁଳି ନଷ୍ଟ । ଚିନ୍ତାରେ ପୁରୀ ସଦର ବ୍ଲକର ଚାଷୀ । first appeared on Kanak News.

from Kanak News
via <a href="https://ifttt.com/?

ଛତିଶଗଡ ଓ ଓଡିଶାରେ ପୁଣି ବଡ ଆଇଟି ରେଡ୍ । ବିଶିଷ୍ଟ କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିୟାଙ୍କ ବିଭିନ୍ନ ଠିକଣାରେ ଆୟକର ବିଭାଗର ଚଢଉ ।

କନକ ବ୍ୟୁରୋ: ଆୟକର ବିଭାଗର ବଡ଼ ଧରଣର ଚଢ଼ଉ । ଓଡ଼ିଶା ଓ ଛତିଶଗଡ଼ରେ ଏକକାଳୀନ ଚଢ଼ାଉ କରିଛି ଆୟକର ବିଭାଗ । ବିଶିଷ୍ଟ କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିୟାଙ୍କ ବିଭିନ୍ନ ଠିକଣାରେ ଚଢ଼ଉ ହୋଇଛି । ସୁନ୍ଦରଗଡ଼ ଓ ଛତିଶଗଡ଼ରେ ଘନଶ୍ୟାମଙ୍କ କୋଇଲା ବ୍ୟବସାୟ ରହିଛି । ଘନଶ୍ୟାମଙ୍କ ଓଡ଼ିଶା, ଛତିଶଗଡ଼, ମୁମ୍ବାଇ, ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ କୋଇଲା ବ୍ୟବସାୟ ଓ ହୋଟେଲ ରହିଛି । ଏହାସହ ଘନଶ୍ୟାମଙ୍କ ଗୋପାଳପୁରରେ ଥିବା ଦୁଇମହଲା କୋଠା ଓ ଅଫିସ, ବିଲେଇମୁଣ୍ଡାର ଅଫିସ, ଘର, ସୋ’ରୁମ, ସ୍ପଞ୍ଜ ଆଇରନ୍ ଫ୍ୟାକ୍ଟ୍ରିରେ ମଧ୍ୟ ଚଢ଼ାଉ କରିଛି ଆୟକର ବିଭାଗ ।

ସେହିପରି ଘନଶ୍ୟାମଙ୍କ ଏମସିଏଲରେ ଥିବା କୋଇା ପରିବହନ ସାଇଟ୍, ଛତିଶଗଡ଼ ରାଏଗଡ଼ରେ ଥିବା ଆଇରନ, ଷ୍ଟିଲ ଓ ପାୱାର ପ୍ଲାଂଟ ଫ୍ୟାକ୍ଟ୍ରୀ ଓ ଘର, ରାୟପୁରରେ ଥିବା ଘର, ଅଫିସ ଏବଂ ବିଳାସପୁରରେ ଥିବା ହୋଟେଲରେ ମଧ୍ୟ ଚଢ଼ାଉ ହୋଇଛି । ଚଢ଼ାଉରେ ୧୦୦ରୁ ଅଧିକାରୀ ଓ ସିଆରପିଏଫ୍ ଫୋର୍ସ ସାମିଲ ହୋଇଛନ୍ତି । ଚଢ଼ାଉ ପରେ ଘନଶ୍ୟାମଙ୍କୁ ସବୁ ସ୍ଥାନକୁ ସିଲ୍ କରାଯାଇଛି । ଏହାସହ ସମସ୍ତ କର୍ମଚାରୀ ଓ ମାଲିକମାନଙ୍କୁ ଅଟକ ରଖିଛି ଆୟକର ବିଭାଗ । ତେବେ ଚଢ଼ାଉ ବେଳେ କିଛି କର୍ମଚାରୀ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଚଢ଼ାଉରେ କେତେ ଟଙ୍କା ଏବଂ କ’ଣ କ’ଣ ଜବତ ହୋଇଛି, ସେ ନେଇ ସୂଚନ ମିଳିନାହିଁ ।

The post ଛତିଶଗଡ ଓ ଓଡିଶାରେ ପୁଣି ବଡ ଆଇଟି ରେଡ୍ । ବିଶିଷ୍ଟ କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିୟାଙ୍କ ବିଭିନ୍ନ ଠିକଣାରେ ଆୟକର ବିଭାଗର ଚଢଉ । first appeared on Kanak News.

from Kanak News
via <a href="https://ifttt.com/?

ଯାଜପୁରରେ ମହିଳା ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କୁ ଆକ୍ରମଣ । ପୂର୍ବତନ ସରପଞ୍ଚ ଓ ତାଙ୍କ ସମ୍ପର୍କୀୟ ମିଶି କଲେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ।

କନକ ବ୍ୟୁରୋ: ଯାଜପୁର ଜିଲ୍ଲା ଚଷାଖଣ୍ଡ ପଞ୍ଚାୟତର ଦଳିତ ମହିଳା ସରପଞ୍ଚ ପ୍ରତିଭା ମଲ୍ଲିକ ଓ ତାଙ୍କ ସ୍ୱାମୀ ରଂଜନ ମଲ୍ଲିକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଛି । ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କୁ ଆକ୍ରମଣ କରିଛନ୍ତି ଚଷାଖଣ୍ଡ ପଞ୍ଚାୟତର ପୂର୍ବତନ ସରପଞ୍ଚ ଙ୍କ ସ୍ୱାମୀ ତଥା ବିଜେଡି ନେତା ସୁବାସ ମହଲା । ବିଜେଡି ନେତା ଓ ତାଙ୍କ ସାନ ଭାଇ ଆଶିଷ ମହଲା ମିଶି ବାଉଁଶ ଠେଙ୍ଗା ଓ ପଥରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଗୁରୁତର ଅବସ୍ଥାରେ ସରପଞ୍ଚ ପ୍ରତିଭା ଓ ତାଙ୍କ ସ୍ୱାମୀ ରଂଜନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଟକକୁ ସ୍ଥାନାନ୍ତର କରାଯାଇଛି । ଏନେଇ ପରିବାର ପକ୍ଷରୁ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଚଷାଖଣ୍ଡ ପଞ୍ଚାୟତରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ଉଦ୍ଦେଶ୍ୟରେ ଘରକୁ ଘର ପାଇଁ ବିଛା କାମ ଜାରି ରହିଛି । ଏହାକୁ ପୂର୍ବତନ ସରପଞ୍ଚ ସୁବାସ ମହଲା ବିରୋଧ କରିବାରୁ ଛକାପଂଝା ଚାଲିଥିଲା । ଗୁରୁବାର ବ୍ଲକ କାର୍ଯ୍ୟାଳୟରୁ ଫେରୁଥିବା ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କୁ ମାଣିକେଇ ଛକରେ ଅଟକାଇ ପାଟିତୁଣ୍ଡ କରିଥିଲେ ସୁବାସ ମହଲା । ଏହାକୁ ନେଇ କଥା କଟାକଟି ହେବା ପରେ ସୁବାସ ମହଲା, ତାଙ୍କ ସାନ ଭାଇ ଆଶିଷ ମହଲା ବାଉଁଶ ଠେଙ୍ଗା ଓ ପଥରରେ ପ୍ରତିଭା ଓ ରଂଜନଙ୍କୁ ଆକ୍ରମଣ କରିଥିଲେ ।

ଗୁରୁତର ଅବସ୍ଥାରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲରେ ଭର୍ତି କରିଥିଲେ । ଚଷାଖଣ୍ଡ ପଞ୍ଚୟତର ସରପଞ୍ଚ ଓ ପୂର୍ବତନ ସରପଞ୍ଚ ଉଭୟ ବିଜେଡିର କର୍ମୀ । ହେଲେ ଗତ ନିର୍ବାଚନରୁ ଆରମ୍ଭ ହୋଇଥିବା ରାଜନୈତିକ ତିକ୍ତତାରୁ ଏହି ଆକ୍ରମଣ ହୋଇଥିବା ଚର୍ଚ୍ଚା ହେଉଛି ।

The post ଯାଜପୁରରେ ମହିଳା ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କୁ ଆକ୍ରମଣ । ପୂର୍ବତନ ସରପଞ୍ଚ ଓ ତାଙ୍କ ସମ୍ପର୍କୀୟ ମିଶି କଲେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ । first appeared on Kanak News.

from Kanak News
via <a href="https://ifttt.com/?

ରାମ ମନ୍ଦିର ଗର୍ଭଗୃହରେ ବିରାଜମାନ ହେଲେ ରାମଲାଲା । ଗର୍ଭଗୃହରୁ ଆସିଲା ରାମଲଲାଙ୍କ ପ୍ରଥମ ଫଟୋ । ଆସନ୍ତାକାଲି ହେବ ମୂର୍ତ୍ତିର ଅନାବରଣ । 

କନକ ବ୍ୟୁରୋ: ରାମ ମନ୍ଦିର ଗର୍ଭଗୃହରେ ବିରାଜମାନ ହେଲେ ରାମଲଲା । ଗର୍ଭଗୃହରୁ ୫୧ ଇଂଚର ଶ୍ୟାମଳ ମୂର୍ତିର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଏହାକୁ ଏବେ ବି ଆବରଣରେ ରଖାଯାଇଛି । ଆସନ୍ତାକାଲି ମୂର୍ତ୍ତିକୁ ଅନାବରଣ କରାଯିବ ବୋଲି ସୂଚନା ରହିଛି ।

ଆସନ୍ତା ୨୨ ତାରିଖରେ ରାମଲଲାଙ୍କ ଅଚଳମୂର୍ତିର ପ୍ରାଣପ୍ରତିଷ୍ଠା ହେବ । କିନ୍ତୁ ରାମଲଲାଙ୍କ ମୂର୍ତି ପ୍ରାଣପ୍ରତିଷ୍ଠାର ବିଧିବଦ୍ଧ କର୍ମକାଣ୍ଡ ଗୁରୁବାର ଗଣେଶ ପୂଜନରୁ ଆରମ୍ଭ ହୋଇଛି । ଗୁରୁବାର ମଧ୍ୟାହ୍ନ ସାଢେ ୧୨ଟାରେ ରାମଲାଲାଙ୍କ ମୂର୍ତ୍ତିକୁ ଆସନରେ ବୈଦିକ ମନ୍ତ୍ରୋଚାରଣ ପୂର୍ବକ ବିରାଜମାନ କରାଯାଇଥିଲା । ମଣ୍ଡପପୂଜା କ୍ରମରେ ମନ୍ଦିର ତୋରଣ, ଦ୍ୱାର, ଧ୍ୱଜା, ଆୟୁଧ, ପତାକା, ଦିଗପାଳ, ଦ୍ୱାରପାଳଙ୍କ ପୂଜା କରାଯାଇଥିଲା । ସେହିପରି ୫ଜଣ ବୈଦିକ ଆଚାର୍ଯ୍ୟ ଚାରି ବେଦର ପାରାୟଣ ଆରମ୍ଭ କରିଦେଇଛନ୍ତି । ଆଜି ପୂର୍ବାହ୍ନ ୯ଟାରେ ଅରଣିମନ୍ଥନରୁ ଅଗ୍ନିପ୍ରକଟ ନୀତି ସଂପନ୍ନ କରାଯିବ । ଏହାପୂର୍ବରୁ ଗଣପତି ଦେବ ଆଦି ସ୍ଥାପିତ ଦେବତାଙ୍କ ପୂଜନ, ଦ୍ୱାରାପାଳ ଦ୍ୱାରା ବେଦ ପାରାୟଣ, ଦେବ ପ୍ରବୋଧନ, କେସରାଧିବାସ, ଘୃତାଧିବାସ, କୁଣ୍ଡ ପୂଜନ ଓ ପଂଚଭୂସଂସ୍କାର ନୀତି ଅନୁଷ୍ଠିତ ହେବ ।

ଏହାପରେ ଅରଣିମନ୍ଥନରୁ ପ୍ରକଟ ଅଗ୍ନିକୁ କୁଣ୍ଡରେ ସ୍ଥାପନ କରାଯିବ । ଏହାଛଡା ଗ୍ରହସ୍ଥାପନା, ଅସଂଖ୍ୟାତ ରୁଦ୍ରପୀଠ ସ୍ଥାପନା, ପ୍ରଧାନଦେବତା ସ୍ଥାପନା, ଯୋଗିନୀ ମଣ୍ଡଳ ସ୍ଥାପନା, କ୍ଷେତ୍ରପାଳ ମଣ୍ଡଳ ସ୍ଥାପନ ଧାର୍ଯ୍ୟ ସମୟରେ ରୀତିନୀତ ଅନୁସାରେ ହେବ । ସେପଟେ ଆଜି ଅଯୋଧ୍ୟା ଗସ୍ତରେ ଆସିବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । ପୂର୍ବାହ୍ନ ୧୧ଟାରେ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟା ଧାମ ପହଞ୍ଚିବେ । ପ୍ରଥମେ ହନୁମାନଗଡି ଯାଇ ଯାଇ ହନୁମାନଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବେ । ଏହାପରେ ପ୍ରତିଷ୍ଠା ଉତ୍ସବ ପାଇଁ ହୋଇଥିବା ଟେଂଟସିଟି ପରିଦର୍ଶନ କରିବେ । ଅପରାହ୍ନରେ ୨୨ ଜାନୁଆରିରେ ହେବାକୁ ଥିବା ପ୍ରତିଷ୍ଠା ସମାରୋହର ପ୍ରସ୍ତୁତି ସମୀକ୍ଷା କରିବା କାର୍ଯ୍ୟସୂଚୀ ରହିଛି ।

The post ରାମ ମନ୍ଦିର ଗର୍ଭଗୃହରେ ବିରାଜମାନ ହେଲେ ରାମଲାଲା । ଗର୍ଭଗୃହରୁ ଆସିଲା ରାମଲଲାଙ୍କ ପ୍ରଥମ ଫଟୋ । ଆସନ୍ତାକାଲି ହେବ ମୂର୍ତ୍ତିର ଅନାବରଣ ।  first appeared on Kanak News.

from Kanak News
via <a href="https://ifttt.com/?

ଗୁଜୁରାଟ ବଦୋଦରା ନିକଟ ହରନୀ ହ୍ରଦରେ ବଡ ଅଘଟଣ । ବୋଟ୍ ଓଲଟି ଯିବାରୁ ୧୬ ସ୍କୁଲ ଛାତ୍ରଛାତ୍ରୀ ଓ ୨ ଶିକ୍ଷକଙ୍କ ମୃତ୍ୟୁ ।

କନକ ବ୍ୟୁରୋ: ଗୁଜରାଟର ବଡୋଦରା ଜିଲ୍ଲା ହରନୀ ହ୍ରଦରେ ଡଙ୍ଗା ବୁଡି ୧୬ ସ୍କୁଲ ଛାତ୍ରଛାତ୍ରୀ ଓ ୨ ଜଣ ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ରଛାତ୍ରୀଙ୍କ ବୟସ ୧୪ରୁ ୧୫ ବର୍ଷ ଭିତରେ ଓ ଉଭୟ ଶିକ୍ଷକଙ୍କ ବୟସ ୪୫ ବର୍ଷ ବୋଲି ଜଣାପଡିଛି । ହ୍ରଦରେ ବୋଟ ଓଲଟି ପଡିବାରୁ ବଣଭୋଜି କରିବାକୁ ଯାଇଥିବା ସନରାଇଜ ସ୍କୁଲର ୧୬ ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ ବୋଟ ହ୍ରଦର କୂଳ ନିକଟରେ ଥିବା ବେଳେ ଓଲଟି ପଡିଥିଲା । ସେହି ସମୟରେ ବୋଟରେ ୨୭ ଜଣ ଛାତ୍ରଛାତ୍ରୀଙ୍କ ସମେତ ୩୪ ଜଣ ଯାତ୍ରୀ ଥିଲେ । ଉପସ୍ଥିତ ଲୋକମାନେ ତୁରନ୍ତ ଉଦ୍ଧାର ଉଦ୍ୟମ କରିଥିବା ବେଳେ ପାଣିରେ ବୁଡି ୨ ଶିକ୍ଷକଙ୍କ ସମେତ ୧୬ ଜଣ ସ୍କୁଲ ପିଲାଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । ଖବର ପାଇ ତୁରନ୍ତ ଏନଡିଆରଏଫ ଟିମ ପହଂଚି ହ୍ରଦରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ସୁରକ୍ଷାରେ ତ୍ରୁଟି ଓ ଅବହେଳା ଯୋଗୁଁ ବୋଟ ଦୁର୍ଘଟଣା ଘଟିଥିବା କୁହାଯାଉଛି । ସ୍କୁଲ ପିଲାଙ୍କୁ ଲାଇଫ ଜ୍ୟାକେଟ ଦିଆଯାଇଥିଲେ ନୀରିହ ଶିଶୁଙ୍କ ଜୀବନ ଯାଇନଥାନ୍ତା ବୋଲି ଅଭିଯୋଗ ହୋଇଛି । ବଡୋଦରା ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ମୃତ ଛାତ୍ରଛାତ୍ରୀଙ୍କ ପରିବାରକୁ ୨ ଲ କ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆୟୋଜକଙ୍କ ବିରୋଧରେ ଆଇପିସିର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି । ବର୍ତମାନ ସୁଦ୍ଧା ୨ ଜଣଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି ।

The post ଗୁଜୁରାଟ ବଦୋଦରା ନିକଟ ହରନୀ ହ୍ରଦରେ ବଡ ଅଘଟଣ । ବୋଟ୍ ଓଲଟି ଯିବାରୁ ୧୬ ସ୍କୁଲ ଛାତ୍ରଛାତ୍ରୀ ଓ ୨ ଶିକ୍ଷକଙ୍କ ମୃତ୍ୟୁ । first appeared on Kanak News.

from Kanak News
via <a href="https://ifttt.com/?

ଘନ କୁହୁଡି ହେଲା କାଳ । ବିଳମ୍ବିତ ରାତିରେ ଗଞ୍ଜାମ ସୋରଡା ଅଞ୍ଚଳରେ ଦୁଇ ବାଇକ ମୁହାଁମୁହିଁ ଧକ୍କା: ୪ ମୃତ, ୨ ଗୁରୁତର ।

କନକ ବ୍ୟୁରୋ: ଘନ କୁହୁଡି ହେଲା କାଳ । ଗଞ୍ଜାମ ଜିଲ୍ଲା ସୋରଡା ଥାନା ବରାଡି ନିକଟ ମର୍ମନ୍ତୁଦ ଦୁର୍ଘଟଣା । ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବାରୁ ୪ ଜଣଙ୍କ ମୃତ୍ୟୁ ଓ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଦୁଇ ଜଣ ବିଦ୍ୟୁତ ବିଭାଗର କର୍ମଚାରୀ ବୋଲି ଜଣାପଡିଛି । ମୃତକମାନେ ସୋରଡା, ଅସୁରବନ୍ଧ ଓ ଦୁଲାଡ ଗାଁର ।

ସୂଚନା ଅନୁସାରେ ଏକ ବାଇକରେ ୩ ଜଣ ବସି ଅସୁରବନ୍ଧ ଠାରୁ ସୋରଡା ଆସୁଥିଲେ । ବିପରୀତ ଦିଗରୁ ବିଦ୍୍ୟୁତ ବିଭାଗର ୩ ଜଣ କର୍ମଚାରୀ ଗୋଟିଏ ସ୍କୁଟିରେ ସହ ବରାଡି ନିକଟରେ ବାଇକର ଧକ୍କା ହୋଇଥିଲା । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ସୋରଡା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ସମସ୍ତଙ୍କୁ ଉଦ୍ଧାର କରି ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ୪ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ହେଲେ କେଉଁ ପରିସ୍ଥିତିରେ ଏତେ ବଡ ଦୁର୍ଘଟଣା ଘଟିଗଲା ତାହା ସ୍ପଷ୍ଟ ହୋଇନାହିଁ । ତେବେ କୁହୁଡି ପଡୁଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।

The post ଘନ କୁହୁଡି ହେଲା କାଳ । ବିଳମ୍ବିତ ରାତିରେ ଗଞ୍ଜାମ ସୋରଡା ଅଞ୍ଚଳରେ ଦୁଇ ବାଇକ ମୁହାଁମୁହିଁ ଧକ୍କା: ୪ ମୃତ, ୨ ଗୁରୁତର । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started