ଛତିଶଗଡ ଓ ଓଡିଶାରେ ପୁଣି ବଡ ଆଇଟି ରେଡ । ସିଆରପିଏଫ ଫୋର୍ସ ଧରି କୋଇଲା ବ୍ୟବସାୟୀଙ୍କ ଠିକଣାରେ ଚଢାଉ

କନକ ବ୍ୟୁରୋ : ଆୟକର ବିଭାଗର ବଡ଼ ଧରଣର ଚଢ଼ାଉ । ଓଡ଼ିଶା ଓ ଛତିଶଗଡ଼ରେ ଏକକାଳୀନ ଚଢ଼ାଉ କରିଛି ଆୟକର ବିଭାଗ । ବିଶିଷ୍ଟ କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିୟାଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ହୋଇଛି । ସୁନ୍ଦରଗଡ଼ ଓ ଛତିଶଗଡ଼ରେ ଘନଶ୍ୟାମଙ୍କ କୋଇଲା ବ୍ୟବସାୟ ରହିଛି । ଘନଶ୍ୟାମଙ୍କ ଓଡ଼ିଶା, ଛତିଶଗଡ଼, ମୁମ୍ବାଇ, ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ କୋଇଲା ବ୍ୟବସାୟ ଓ ହୋଟେଲ ରହିଛି । ଏହାସହ ଘନଶ୍ୟାମଙ୍କ ଗୋପାଳପୁରରେ ଥିବା ଦୁଇମହଲା କୋଠା ଓ ଅଫିସ, ବିଲେଇମୁଣ୍ଡାର ଅଫିସ, ଘର, ସୋ’ରୁମ, ସ୍ପଞ୍ଜ ଆଇରନ୍ ଫ୍ୟାକଟ୍ରିରେ ମଧ୍ୟ ଚଢ଼ାଉ କରିଛି ଆୟକର ବିଭାଗ । ସେହିପରି ଘନଶ୍ୟାମଙ୍କ ଏମସିଏଲରେ ଥିବା କୋଇା ପରିବହନ ସାଇଟ୍, ଛତିଶଗଡ଼ ରାଏଗଡ଼ରେ ଥିବା ଆଇରନ, ଷ୍ଟିଲ ଓ ପାୱାର ପ୍ଲାଂଟ ଫ୍ୟାକ୍ଟ୍ରୀ ଓ ଘର, ରାୟପୁରରେ ଥିବା ଘର, ଅଫିସ ଏବଂ ବିଳାସପୁରରେ ଥିବା ହୋଟେଲରେ ମଧ୍ୟ ଚଢ଼ାଉ ହୋଇଛି । ଚଢ଼ାଉରେ ୧୦୦ରୁ ଅଧିକାରୀ ଓ ସିଆରପିଏଫ୍ ଫୋର୍ସ ସାମିଲ ହୋଇଛନ୍ତି । ଚଢ଼ାଉ ପରେ ଘନଶ୍ୟାମଙ୍କୁ ସବୁ ସ୍ଥାନକୁ ସିଲ୍ କରାଯାଇଛି । ଏହାସହ ସମସ୍ତ କର୍ମଚାରୀ ଓ ମାଲିକମାନଙ୍କୁ ଅଟକ ରଖିଛି ଆୟକର ବିଭାଗ । ତେବେ ଚଢ଼ାଉ ବେଳେ କିଛି କର୍ମଚାରୀ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଚଢ଼ାଉରେ କେତେ ଟଙ୍କା ଏବଂ କ’ଣ କ’ଣ ଜବତ ହୋଇଛି, ସେ ନେଇ ସୂଚନ ମିଳିନାହିଁ ।

The post ଛତିଶଗଡ ଓ ଓଡିଶାରେ ପୁଣି ବଡ ଆଇଟି ରେଡ । ସିଆରପିଏଫ ଫୋର୍ସ ଧରି କୋଇଲା ବ୍ୟବସାୟୀଙ୍କ ଠିକଣାରେ ଚଢାଉ first appeared on Kanak News.

from Kanak News
via <a href="https://ifttt.com/?

ପାକିସ୍ତାନ ପୂର୍ବତନ ରାଷ୍ଟ୍ରଦୂତଙ୍କ ଅଜିତ ଅହମ୍ମଦ ଖାନଙ୍କ ବଡ ଦାବି । ପାକିସ୍ତାନକୁ ଗୁପ୍ତଯାତ୍ରା କରିଥିଲେ ଭାରତର ବିଶିଷ୍ଠ ଶିଳ୍ପପତି ରତନ ଟାଟା

କନକ ବ୍ୟୁରୋ : ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ ଅଜିଜ ଅହମ୍ମଦ ଖାନଙ୍କ ଦାବିକୁ ନେଇ ଚର୍ଚ୍ଚା ଜୋର ଧରିଛି । ୨୦୦୩ରୁ ୨୦୦୬ ମସିହାର ପର୍ଯ୍ୟନ୍ତ ଦିଲ୍ଲୀରେ ପାକିସ୍ତାନ ରାଷ୍ଟ୍ରଦୂତଭାବେ ଅଜିଜ ଅହମଦ କାର୍ଯ୍ୟରତ ଥିଲେ । ସେ ଦାବି କରିଛନ୍ତି ଭାରତର ବିଶିଷ୍ଠ ଶିଳ୍ପପତି ରତନ ଟାଟା ପାକିସ୍ତାନକୁ ଗୁପ୍ତଯାତ୍ରା କରିଥିଲେ । ପାକିସ୍ତାନରେ ବଡ ନିବେଶ କରିବାକୁ ଚାହୁଁଥିଲେ । ସେଥିପାଇଁ ୫ଜଣ ଅଧିକାରୀଙ୍କ ସହ ପାକିସ୍ତାନ ଯାତ୍ରା କରିଥିବା ଅଜିଜ ଅହମ୍ମଦ ଦାବି କରିଛନ୍ତି । ଫିନଲ୍ୟାଣ୍ଡ ଓ ସ୍ୱିଡେନରେ ଥିବା ପାକିସ୍ତାନ ରାଷ୍ଟ୍ରଦୁତ ତାରିକ ଜମୀରଙ୍କ ସହ ଏକ ସାକ୍ଷାତରେ ଅଜିଜ ଅହମ୍ମଦନ ଭାରତର ବିଶିଷ୍ଠ ଶିଳ୍ପତିଙ୍କୁ ନେଇ ଏହି ଟିପ୍ପଣୀ ଦେଇଛନ୍ତି । ଟାଟାଙ୍କ ଗସ୍ତ ସମ୍ବନ୍ଧରେ ଉଭୟ ପାକିସ୍ତାନ ଓ ଭାରତର ମିଡିଆରେ କୌଣସି ଖବର ପ୍ରସାରଣ କରାଯାଇନଥିଲା । ତେବେ ଟାଟା ନିବେଶ ନକରିବା ପଛରେ ପାକିସ୍ତାନକୁ ଦାୟୀ କରିଛନ୍ତି ଅଜିଜ । ଆଲୋଚନା ସମୟରେ ପାକିସ୍ତାନଠୁ ସନ୍ତୋଷଜନକ ଉତର ନମିଳିବା କାରଣରୁ ରତନ ଟାଟା ନିବେଶ ନକରିବାକୁ ନିଷ୍ପତି ନେଇଥିବା ଅଜିଜ ଦାବି କରିଛି   ।

The post ପାକିସ୍ତାନ ପୂର୍ବତନ ରାଷ୍ଟ୍ରଦୂତଙ୍କ ଅଜିତ ଅହମ୍ମଦ ଖାନଙ୍କ ବଡ ଦାବି । ପାକିସ୍ତାନକୁ ଗୁପ୍ତଯାତ୍ରା କରିଥିଲେ ଭାରତର ବିଶିଷ୍ଠ ଶିଳ୍ପପତି ରତନ ଟାଟା first appeared on Kanak News.

from Kanak News
via <a href="https://ifttt.com/?

ନାଗଲାଣ୍ଡା ପରେ ଆସାମରେ ପହଁଚିଲା ଭାରତ ଯୋଡ଼ ନ୍ୟାୟ ଯାତ୍ରା । ଧାରଣାରେ ବସି କଂଗ୍ରେସଠୁ ନ୍ୟାୟ ମାଗିଲେ ଦଳର ପୂର୍ବକର୍ମୀ ଅଙ୍ଗଙ୍କିତା ଦତ

କନକ ବ୍ୟୁରୋ : ପଂଚମ ଦିନରେ କଂଗ୍ରେସର ଭାରତ ଯୋଡ ନ୍ୟାୟଯାତ୍ରା । ମଣିପୁର, ନାଗାଲାଣ୍ଡ ପରେ ଏବେ ଏହି ଯାତ୍ରା ଆସାମରେ ପହଁଚିଛି । ନ୍ୟାୟ ଯାତ୍ରାର ନେତୃତ୍ୱ ନେଉଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଦଳୀୟ କାର୍ଯ୍ୟକର୍ତାଙ୍କ ପକ୍ଷରୁ ବିପୁଳ ସ୍ୱାଗତ କରିଛନ୍ତି । ପଦଯାତ୍ରା ସହିତ ଜନସଭାରେ ଯୋଗଦେଇ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି ରାହୁଲ ।

ସେପଟେ ରହୁଲ ଗାନ୍ଧୀ ନ୍ୟାୟ ଦିଅନ୍ତୁ ବୋଲି ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ପୂର୍ବତନ ଯୁବ କଂଗ୍ରେସ ନେତ୍ରୀ ଅଙ୍ଗଙ୍କିତା ଦତ । ରାହୁଲଙ୍କ ନେତୃତ୍ୱରେ ଭାରତ ଯୋଡ ନ୍ୟାୟଯାତ୍ରା ଆସାମରେ ପହଁଚିଥିବା ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । କିଛି ଭୁଲ ନଥାଇ ବି କାହିଁକି ମତେ କଂଗ୍ରେସରୁ ବହିଷ୍କାର କରାଗଲା ରାହୁଲ ଗାନ୍ଧୀ ଏହା ଉପରେ ବିଚାର କରି ମତେ ନ୍ୟାୟ ଦିଅନ୍ତୁ ବୋଲି ଅଙ୍ଗଙ୍କିତା ଦାବି କରିଛନ୍ତି ।

The post ନାଗଲାଣ୍ଡା ପରେ ଆସାମରେ ପହଁଚିଲା ଭାରତ ଯୋଡ଼ ନ୍ୟାୟ ଯାତ୍ରା । ଧାରଣାରେ ବସି କଂଗ୍ରେସଠୁ ନ୍ୟାୟ ମାଗିଲେ ଦଳର ପୂର୍ବକର୍ମୀ ଅଙ୍ଗଙ୍କିତା ଦତ first appeared on Kanak News.

from Kanak News
via <a href="https://ifttt.com/?

ଇଡିର ଚତୁର୍ଥ ସମନ ପରେ ବି ହାଜର ହେଲେ ନାହିଁ କେଜ୍ରିୱାଲ । କହିଲେ, ଲୋକସଭା ନିର୍ବାଚନ ପୂର୍ବରୁ ତାଙ୍କୁ ଗିରଫ କରିବାକୁ ଚାଲିଛି ଷଡଯନ୍ତ୍ର

କନକ ବ୍ୟୁରୋ : ଆଜି ବି ଇଡିରେ ହାଜର ହେଲେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅବକାରୀ ଦୁର୍ନୀତି ମାମଲାରେ ହାଜର ହେବାକୁ କେଜ୍ରିୱାଲଙ୍କୁ ଚତୁର୍ଥ ଥର ପାଇଁ ନୋଟିସ ଜାରି କରାଯାଇଥିଲେ ମଧ୍ୟ ସେ ହାଜର ହୋଇନାହାନ୍ତି । ଲୋକସଭା ନିର୍ବାଚନ ଆସୁଥିବାରୁ ଗିରଫ ଉଦେଶ୍ୟରେ ଏହା ଇଡିର ଷଡଯନ୍ତ୍ର, ବିଜେପି ପ୍ରବର୍ତନ ନିର୍ଦ୍ଦେଶାଳୟକୁ ନିର୍ବାଚନୀ ଅସ୍ତ୍ର ଭାବେ ବ୍ୟବହାର କରୁଛି । ଇଡି ଅଧିକାରୀ ମାନେ ଆରୋପି ମାନଙ୍କୁ ମାଡ଼ ମାରି ମିଛ ବୟାନ ଆଦାୟ କରୁଥିବା ଦିଲୀ୍ଲ ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି । ପୂର୍ବରୁ ହାଜର ପାଇଁ ଇଡି ପକ୍ଷରୁ ନୋଟିସ ଜାରି ହୋଇଥିଲେ ମଧ୍ୟ ହାଜର ହୋଇନଥିଲେ କେଜ୍ରିୱାଲ ।

The post ଇଡିର ଚତୁର୍ଥ ସମନ ପରେ ବି ହାଜର ହେଲେ ନାହିଁ କେଜ୍ରିୱାଲ । କହିଲେ, ଲୋକସଭା ନିର୍ବାଚନ ପୂର୍ବରୁ ତାଙ୍କୁ ଗିରଫ କରିବାକୁ ଚାଲିଛି ଷଡଯନ୍ତ୍ର first appeared on Kanak News.

from Kanak News
via <a href="https://ifttt.com/?

ଚେତାବନୀର ୨୪ଘଂଟା ପରେ ଇରାନ ଉପରେ ଏୟାରଷ୍ଟ୍ରାଇକ କଲା ପାକିସ୍ତାନ । ଆତଙ୍କୀ ସଂଗଠନ ବଲୁଚିସ୍ତାନ ଲିବରେସନ ଫୋର୍ସ, ଲିବରେସନ ଆର୍ମି ପୋଷ୍ଟରେ ମିସାଇଲ ମାଡ଼

କନକ ବ୍ୟୁରୋ : ମଙ୍ଗଳବାର ଏୟାରଷ୍ଟ୍ରାଇକ, ବୁଧବାର ପ୍ରତିଶୋଧ । ଇରାନକୁ ପାଲଟା ଜବାବ ଦେଇ ଘନ ଘନ ଆକ୍ରମଣ କରିଛି ପାକିସ୍ତାନ । ଇରାନର ଆତଙ୍କୀ ଠିକଣା ଉପରେ ପାକିସ୍ତାନ ମିସାଇଲ ଓ ଡ୍ରୋନ ଆକ୍ରମଣ କରି ମାଟିରେ ମିଶାଇଛି । ମଙ୍ଗଳବାର ବଲୁଚିସ୍ତାନ ଲିବରେସନ ଫୋର୍ସ, ଲିବରେସନ ଆର୍ମି ପୋଷ୍ଟ ଉପରେ ପାକିସ୍ତାନ ଆକ୍ରମଣ କରିଥିବା ଜଣାପଡିଛି । ଇରାନର ସିସ୍ତାନ ଓ ସରୱାନ ସହରରେ ରହିଛି ଏମାନଙ୍କ ମୁଖ୍ୟ ଠିକଣା । ପାକିସ୍ତାନ ଏହାକୁ ସେନା କାର୍ଯ୍ୟାନୁଷ୍ଠାନର ନାଁ ଦେଇଛି । ପାକ ସେନା ଅପରେସନ ନାଁ ଦେଇଛି ‘ମାର୍ଗ ବାର ସରମାଚାର’ । ଆକ୍ରମଣ ପରେ ପାକିସ୍ତାନ ସେନା ପକ୍ଷରୁ ବିବୃତି ଜାରି କରାଯାଇଛି । ପାକ ସେନା କହିଛି ୪୮ଘଂଟା ମଧ୍ୟରେ ଶତ୍ରୁଙ୍କୁ ଉଚିତ ଜବାବ ଦିଆଯାଇଛି । ଇରାନ ଦୀର୍ଘବର୍ଷ ଧରି ଆତଙ୍କୀଙ୍କୁ ଆଶ୍ରୟ ଦେଇ ଆସୁଛି । ବାରମ୍ବାର ଚେତାବନୀ ସତ୍ୱେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ଇରାନ । ପାକିସ୍ତାନର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ । ଆତଙ୍କୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଇରାନ ମଙ୍ଗଳବାର ପାକିସ୍ତାନର ଜୈଶ ଅଲ ଅଦଲ ଆତଙ୍କୀ ସଂଗଠନର ମୁଖ୍ୟାଳୟରେ ଉପରେ ମିସାଇଲ ମାଡ଼ କରିଥିଲା । ଏହାର ପ୍ରତିଶୋଧ ନେବାକୁ ଯାଇ ପାକିସ୍ତାନ ପକ୍ଷରୁ ଇରାନର ଅନେକ ଆତଙ୍କୀ ଠିକଣା ଉପରେ ରକେଟ ମାଡ କରାଯାଇଛି । ଇରାନର ଆକ୍ରମଣକୁ ବର୍ଦାସ୍ତ କରାଯିବନି ବୋଲି ଚେତାବନୀ ଦେବାର କିଛି ଘଂଟା ମଧ୍ୟରେ ହିଁ ପାକିସ୍ତାନ ପାଲଟା ଆକ୍ରମଣ କରିଛି । ପାକିସ୍ତାନ ଅଭିଯୋଗ କରିଛି ଯେ ମଙ୍ଗଳବାର ବଲୁଚିସ୍ତାନ ଲିବରେସନ ଫୋର୍ସ, ଲିବରେସନ ଆର୍ମି ପୋଷ୍ଟ ପାକିସ୍ତାନ ବିରୋଧରେ ଷଡ଼ଯନ୍ତ୍ର କରିବା ସହ ବାରମ୍ବାର ଆକ୍ରମଣ କରୁଛି । ଯାହାକୁ ଖଣ୍ଡନ କରି ଆସୁଛି ଇରାନ ।

ଭାରତୀୟ ପ୍ରତିରକ୍ଷା ବିଶେଷଜ୍ଞ ଘଟଣାକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି । ଇରାନକୁ ଉସକାଇଛି ପାକିସ୍ତାନ । ଆଗକୁ ପାକିସ୍ତାନ ନିର୍ବାଚନ । ଜନତାଙ୍କ ବିଶ୍ୱାସ ଫେରି ପାଇବା ପାଇଁ ପାକିସ୍ତାନର ଏହା ଏକ ପ୍ରୋପାଗେଣ୍ଡା ହୋଇଥାଇପାରେ ବୋଲି ବିଶେଷଜ୍ଞ ମତ ରଖିଛନ୍ତି ।

ଘମାଘୋଟ ଆକ୍ରମଣ ଭିତରେ ଯୁଦ୍ଧ ଆଶଙ୍କା ମଧ୍ୟ ଉପଜିଛି । ଏଭଳି ସ୍ଥିତିରେ ଇରାନରୁ ନିଜ ନିଜ ରାଷ୍ଟ୍ରଦୂତଙ୍କୁ ପାକିସ୍ତାନ ଫେରାଇ ଅଣିଛି । ସେପଟେ ଇସଲାମାବାଦରେ ଥିବା ଇରାନ ରାଷ୍ଟ୍ରଦୁତଙ୍କୁ ମଧ୍ୟ ବହିଷ୍କାର କରିଛି ପାକିସ୍ତାନ । ସେପଟେ ଡାବୋସରେ ଚାଲିଥିବା ୱାଲ୍ଡ ଇକୋନୋମିକ ସମ୍ମିଳନୀକୁ ଅଧାରୁ ଛାଡି ସ୍ୱଦେଶ ଫେରି ଆସିପାରନ୍ତି ପାକିସ୍ତାନା କାମଚଳା ପ୍ରଧାନମନ୍ତ୍ରୀ ଅନୱର ଉଲ ହକ କାକର ।

The post ଚେତାବନୀର ୨୪ଘଂଟା ପରେ ଇରାନ ଉପରେ ଏୟାରଷ୍ଟ୍ରାଇକ କଲା ପାକିସ୍ତାନ । ଆତଙ୍କୀ ସଂଗଠନ ବଲୁଚିସ୍ତାନ ଲିବରେସନ ଫୋର୍ସ, ଲିବରେସନ ଆର୍ମି ପୋଷ୍ଟରେ ମିସାଇଲ ମାଡ଼ first appeared on Kanak News.

from Kanak News
via <a href="https://ifttt.com/?

ସାଂଘାତିକ ଅଭିଯୋଗରେ ଘେରରେ ଅନଲାଇନ ସପିଂ କମ୍ପାନୀ ଆମାଜନ ଓ ଖଦି ଓରଗାନିକ । ଅଯୋଧ୍ୟା ରାମମନ୍ଦିର ନାଁରେ ନକଲି ଭୋଗ ଓ ଭିଭିଆଇପି ଦର୍ଶନ ଟିକେଟ ବିକିବା ଅଭିଯୋଗ

କନକ ବ୍ୟୁରୋ : ଅନଲାଇନ ସପିଂ ସାଇଟରେ ଘୁରି ବୁଲୁଛି ଅନେକ ଫଟୋ । ଯାହା ଉପରେ ଲେଖାଯାଇଛି ଏହା ହେଉଛି ଅଯୋଧ୍ୟା ରାମ ପ୍ରସାଦ । ଏହା ପାଇଁ ନିଦ୍ଧିଷ୍ଟ ଦାମ ମଧ୍ୟ ଉଲ୍ଲେଖ ରହିଛି । ଏଭଳି ଲୋକଙ୍କୁ ଭ୍ରମିତ କରିବା ପାଇଁ କିଛି ସାଇଟରେ ମାଗଣା ପ୍ରସାଦ ମିଳୁଥିବା ମଧ୍ୟ କୁହାଯାଉଛି । ସାରା ଦେଶରେ ଏବେ ରାମମୟ ହୋଇଥିବାବେଳେ ଶ୍ରଦ୍ଧାଳୁ ମଧ୍ୟ ଅଯୋଧ୍ୟା ରାମପ୍ରସାଦ ଭାବି ଏହାକୁ କିଣୁଛନ୍ତି । ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ଏହି ପ୍ରସାଦ ଆଦୌ ଅଯୋଧ୍ୟା ରାମମନ୍ଦିର ନୁହେଁ । ଏହା ନକଲି ପ୍ରସାଦ ଅଟେ । ଏନେଇ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଆଯୋଧ୍ୟା ରାମମନ୍ଦିର ପ୍ରସାଦ ଅନଲାଇନରେ ଉପଲବ୍ଧ କରାଯାଇନି । କୌଣସି ଏଜେନ୍ସି ବା ଭେଣ୍ଡରକୁ ଏନେଇ କୌଣସି ନିୟୋଜିତ କରାଯାଇନି ।

ବିଶ୍ୱ ହିନ୍ଦୁ ପରିଷଦ ମଧ୍ୟ ସୋସିଆଲ ମିଡିଆ ସାଇଟରେ କିଛି ଫଟୋ ପୋଷ୍ଟ କରି କହିଛି, ନକଲି ବିଜ୍ଞାପନ ଜରିଆରେ ଆମାଜନ ଓ ଖଦି ଅର୍ଗାନିକ ଲୋକଙ୍କୁ ଭ୍ରମିତ କରୁଛନ୍ତି । ରାମଙ୍କ ନାଁରେ ଛଳକପଟ କରୁଛନ୍ତି କମ୍ପାନୀ । ଶ୍ରୀରାମ ତୀର୍ଥକ୍ଷେତ୍ର ଟ୍ରଷ୍ଟ ଏଭଳି କାମକୁ ଆଦୌ ପ୍ରଶ୍ରୟ ଦିଏନି । ଯଥା ଶିଘ୍ର ଫର୍ଜୀ ବିଜ୍ଞାପନକୁ ହଟାଯାଉ ନଚେତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆମାଜାନ ଓ ଖଦି ଅର୍ଗାନିକ ଭଳି ନାଁକରା ୱେବସାଇଟରେ ଫର୍ଜୀ ବିଜ୍ଞାପନ ଚିନ୍ତାଜନକ ।

ଆମଜାନ ଓ ଖଦି ଅରଗାନିକ ନୁହେଁ ଅନେକ ଛୋଟବଡ ଅନଲାଇନ ସପିଂ ୱେବସାଇଡରେ ରାମଙ୍କ ନାଁରେ ନକଲି ପ୍ରସାଦ, ଭିଆଇପି ଦର୍ଶନ ଟିକେଟ ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି ହେଉଥିବା ଅଭିଯୋଗ ହେଉଛି । ଏପରିକି କିଛ ସାଇଟରେ ଅଯୋଧ୍ୟା ନାଁରେ ଚାନ୍ଦା ସଂଗ୍ରହଣ ପାଇଁ ଫର୍ଜୀ ଆକାଉଁଟ ଖୋଲାଯାଇଛି ଓ ଏହାଠୁ ସର୍ତକ ରହିବାକୁ ଶ୍ରୀରାମ ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ବାରମ୍ବାର କୁହାଯାଉଛି ।

The post ସାଂଘାତିକ ଅଭିଯୋଗରେ ଘେରରେ ଅନଲାଇନ ସପିଂ କମ୍ପାନୀ ଆମାଜନ ଓ ଖଦି ଓରଗାନିକ । ଅଯୋଧ୍ୟା ରାମମନ୍ଦିର ନାଁରେ ନକଲି ଭୋଗ ଓ ଭିଭିଆଇପି ଦର୍ଶନ ଟିକେଟ ବିକିବା ଅଭିଯୋଗ first appeared on Kanak News.

from Kanak News
via <a href="https://ifttt.com/?

ଜାନୁଆରୀ ୨୨ ତାରିଖରେ ଅଧା ଦିନ ଛୁଟି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଘୋଷଣା କଲେ କେନ୍ଦ୍ର ସରକାର

କନକ ବ୍ୟୁରୋ : ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସବମୁଖର ସାରା ଦେଶ । ଏହି ଦିନକୁ ଅଧିକ ସ୍ମରଣୀୟ କରିବା ପାଇଁ କେନ୍ଦ୍ର ସରକାର ହାଫ୍ ଡେ’ ଛୁଟି ଘୋଷଣା କରିଛନ୍ତି । ଅର୍ଥାତ୍ ଜାନୁଆରୀ ୨୨ ତାରିଖରେ ନ୍ଦ୍ର ସରକାରୀ ଅଫିସ, କେନ୍ଦ୍ରୀୟ ସଂସ୍ଥା, କେନ୍ଦ୍ରୀୟ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ସାଢ଼େ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବୟ   । କର୍ମଚାରୀଙ୍କ ଭାବନା ଓ ସେମାନଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ଏହି ଘୋଷଣା କରାଯାଇଛି ।

The post ଜାନୁଆରୀ ୨୨ ତାରିଖରେ ଅଧା ଦିନ ଛୁଟି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଘୋଷଣା କଲେ କେନ୍ଦ୍ର ସରକାର first appeared on Kanak News.

from Kanak News
via <a href="https://ifttt.com/?

ଅଯୋଧ୍ୟା ରାମମନ୍ଦିର ଗର୍ଭଗୃହରେ ସ୍ଥାପନ ହେଲା ରାମଲାଲାଙ୍କ ବିଗ୍ରହ । ୪ଘଂଟା ଧରି ଚାଲିଲା ସ୍ୱତନ୍ତ୍ର ରୀତିନୀତି, ମନ୍ତ୍ରୋଚାରଣ ଓ ପୂଜା ବିଧି

କନକ ବ୍ୟୁରୋ : ଅଯୋଧ୍ୟା ରାମମନ୍ଦିର ଗର୍ଭଗୃହରେ ସ୍ଥାପନ ହେଲା ରାମଲାଲାଙ୍କ ବିଗ୍ରହ । ୪ଘଂଟା ଧରି ସ୍ୱତନ୍ତ୍ର ରୀତିନୀତି, ମନ୍ତ୍ରୋଚାରଣ ଓ ପୂଜା ବିଧି କରାଯିବା ସହ ବିଗ୍ରହକୁ ସ୍ଥାପନ କରାଯାଇଛି । ସୂଚନା ଅନୁସାରେ ମୂର୍ତିକାର ଅରୁଣ ଯୋଗୀରାଜ ବିଗ୍ରହ ସ୍ଥାପନ ସମୟରେ ଉପସ୍ଥିତ ଥିଲେ । ୨୨ ତାରିଖରେ କରାଯିବ ପ୍ରାଣପ୍ରତିଷ୍ଠା ଓ ୨୩ ତାରିଖରୁ ରାମଲାଲାଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ବୁଧବାର ଗର୍ଭଗୃହରେ ବିଗ୍ରହକୁ ପ୍ରବେଶ କରାଯାଇଥିଲା । କଡ଼ା ସୁରକ୍ଷା ସହ ବିଗ୍ରହକୁ ଘୋଡାଯାଇ ପ୍ରବେଶ କରାଯିବା ପରେ ଗୁରୁବାର ଶୁଭ ମୁହୁର୍ତରେ ସ୍ଥାପନ କରାଯାଇଛି ।

The post ଅଯୋଧ୍ୟା ରାମମନ୍ଦିର ଗର୍ଭଗୃହରେ ସ୍ଥାପନ ହେଲା ରାମଲାଲାଙ୍କ ବିଗ୍ରହ । ୪ଘଂଟା ଧରି ଚାଲିଲା ସ୍ୱତନ୍ତ୍ର ରୀତିନୀତି, ମନ୍ତ୍ରୋଚାରଣ ଓ ପୂଜା ବିଧି first appeared on Kanak News.

from Kanak News
via <a href="https://ifttt.com/?

ବାହନଗା ଦୁର୍ଘଟଣାକୁ ପୂରିଲାଣି ୮ ମାସ, ହେଲେ ଏବେ ଆହତ ହେଉଛନ୍ତି ହନ୍ତସନ୍ତ । ଭୁବନେଶ୍ୱର ଏମ୍ସରେ ସହାୟତା ଅପେକ୍ଷାରେ ସଲିମ୍

କନକ ବ୍ୟୁରୋ : ସେଦିନର ସେଇ ଅଘଟଣକୁ ସିନା ଦୁନିଆ ଭୁଲି ଯାଇଛି, ହେଲେ ଯିଏ ଅଙ୍ଗେ ନିଭେଇଛି, ଯନ୍ତ୍ରଣାକୁ ଅନୁଭବ କରିଛି, ଯେତେ ଭୁଲିବାକୁ ଚେଷ୍ଟା କଲେ ବି ଭୁଲି ପାରୁନି । ଜୀବନ ବଂଚି ଯାଇଥିବାରୁ ଭଗବାନକୁ ଧନ୍ୟବାଦ ଦେବେ ନା’ ଯନ୍ତ୍ରଣା ପିଛା ଛାଡୁନଥିବାରୁ ଅଭିମାନ କରିବେ ଜାଣି ପାରୁନାହାଁନ୍ତି ଏସ୍୍କେ ସଲିମ୍ । କେଉଁ ମାନସିକ ଅବସ୍ଥାରେ ବଂଚୁଛନ୍ତି ସଲିମ୍ ଥରେ ଚିନ୍ତା କରନ୍ତୁ । ୮ ମାସରେ ୫-୫ ଥର ଅପରେସନ୍ । ବାଲେଶ୍ୱରରୁ କଟକ, କଟକରୁ ଭୁବନେଶ୍ୱର ଏମ୍ସ । ମାସ ମାସ ଧରି ଚିକିତ୍ସା ପରେ ବି, ଶରୀରରୁ ନା’ ଯନ୍ତ୍ରଣା ଯାଉଛି ନା’ ଆଖିକୁ ନିଦ ଆସୁଛି । ହସ୍ପିଟାଲ ବେଡରେ ପଡ଼ି ରହିଛନ୍ତି ସଲିମ୍ ।

କରମଣ୍ଡଳ ଏକ୍ସପ୍ରେସ୍ରେ ବାଲେଶ୍ୱରରୁ ଭୁବନେଶ୍ୱର ଆସୁଥିବା ସଲିମ୍ ଯେତେବେଳେ ଆଖି ଖୋଲିଥିଲେ, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ିଥିଲେ । ଚିକିତ୍ସା ପାଇଁ କଟକ ଅଣାଯାଇଥିଲା, ଏକାଧିକ ଥର ଅପରେସନ୍ କରି କାମ ସାରିଦେଲେ ହସ୍ପିଟାଲ କର୍ତୃପକ୍ଷ । ହେଲେ ଅବସ୍ଥା ସୁଧୁରିଲାନି । ଶେଷରେ ଚିକିତ୍ସା ପାଇଁ ଏଏମ୍ସରେ ଭର୍ତି ହୋଇଛନ୍ତି । ପାଣି ଭଳି ଟଙ୍କା ସରିଛି, କିନ୍ତୁ ଯନ୍ତ୍ରଣା ଯାଇନି ।

ଆଉ କୌଣସି ବିକଳ୍ପ ନପାଇ, ରେଳମନ୍ତ୍ରୀଙ୍କୁ ଦୁଃଖ ଜଣାଇଛନ୍ତି ସଲିମଙ୍କ ଝିଅ । ବାପାଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗଇ ଦେବାକୁ ସୋସିଆଲ ମିଡ଼ିଆରେ ଅନୁରୋଧ କରିଛନ୍ତି ।

ସହାୟତା ଆକାରରେ ପୂର୍ବତଟ ରେଳବାଇ ପକ୍ଷରୁ ୨ ଲକ୍ଷ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ୧ ଲକ୍ଷ ମିଳିଛି ସତ । ହେଲେ ୮ ମାସର ଚିକିତ୍ସା ଏବଂ ୫-୫ ଥର ଅପରେସନ୍ ପରେ, ଯେମିତି ସଲିମ୍ଙ୍କ ପରିବାର ପାଖରେ ଆଉ ସମ୍ବଳ ନାହିଁ । ଏମିତିି କି ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ମିଳୁଥିବା ସହାୟତା ପାଇ ନାହାଁନ୍ତି ସଲିମଙ୍କ ପରିବାର । ହେଲେ ଆଶ୍ୱସ୍ତର କଥା ହେଉଛି, ପୁରା ଚିକତ୍ସା ପ୍ରକ୍ରିୟାରେ ସଂପୂର୍ଣ୍ଣ ସହଯୋଗ କରିଛି ଏମ୍ସ ।

The post ବାହନଗା ଦୁର୍ଘଟଣାକୁ ପୂରିଲାଣି ୮ ମାସ, ହେଲେ ଏବେ ଆହତ ହେଉଛନ୍ତି ହନ୍ତସନ୍ତ । ଭୁବନେଶ୍ୱର ଏମ୍ସରେ ସହାୟତା ଅପେକ୍ଷାରେ ସଲିମ୍ first appeared on Kanak News.

from Kanak News
via <a href="https://ifttt.com/?

କମିଶନରେଟ ପୋଲିସ୍ ହାତରେ ଅନ୍ତଃରାଜ୍ୟ ଆପାର୍ଟମେଂଟ ଲୁଟିଆ ଗ୍ୟାଙ୍ଗ । ଧରାପଡ଼ିଲେ ୨ ମୋଷ୍ଟ ୱାଂଟେଡ, ୬ଟି ରାଜ୍ୟରେ ପୋଲିସ ପାଇଁ ଥିଲେ ମୋଷ୍ଟ ୱାଂଟେଡ

କନକ ବ୍ୟୁରୋ : ଦେଖିବାକୁ ଜଣେ ଅଫିସରଙ୍କ ଠାରୁ କୌଣସି ଗୁଣରେ କମ ନୁହଁନ୍ତି । ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ସବୁ କିଛି ବ୍ରାଣ୍ଡେଡ୍ । ଅଫିସର ଠାଣୀରେ କଥାବାର୍ତା । କିନ୍ତୁ କଥାବାର୍ତା ଆରମ୍ଭ କରିବା ବେଳେ ହିଁ ଆରମ୍ଭ ହୋଇ ଯାଇଥିବ ଅପରେସନ ଆପାର୍ଟମେଂଟ ଲୁଟ ।

ଏମାନେ ଆଖି ପିଛୁଳାକେ ଏମାନେ ଆପାର୍ଟମେଂଟରୁ କଳାକନା ବୁଲାଇବାରେ ମାହିର । କେବଳ ଭୁବନେଶ୍ୱର ନୁହେଁ ଏହି ଅଭିଯୁକ୍ତ ମାନେ ଓଡିଶା ସମେତ ଗୁଜୁରାଟ, ୟୁପି, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ମହାରାଷ୍ଟ୍ର, ରାଜସ୍ଥାନ ଆଦି ରାଜ୍ୟରେ ଆପାର୍ଟମେଂଟ ଲୁଟି ଫେରାର ରହିଛନ୍ତି । ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଂଚଳରେ ୨ଟି ଲୁଟ ପରେ , ଏମାନଙ୍କୁ ଧରିବା ପାଇଁ ତିଆରି ହୋଇଥିଲା ସ୍ୱତନ୍ତ୍ର ଟିମ । ୬ ରାଜ୍ୟର ପୁଲିସ ପାଇଁ ମୋଷ୍ଟୱାଂଟେଡ ଥିବା ଏହି ଗ୍ୟାଙ୍ଗର ୨ ଅଭିଯୁକ୍ତ ଗୁଜୁରାଟର ଦିନେଶ କୁମାର ସାହା ଓ ହରିୟାଣାର ପବନ କୁମାରକୁ ବାନ୍ଧିଛି କମିଶନରେଟ ପୁଲିସ ।

ଏହି ଲୁଟେରା ଗ୍ୟାଙ୍ଗର ୪ ରୁ ୫ ଜଣ ସଦସ୍ୟ, ନୂଆ ନମ୍ବର ବିିହୀନ କାର ନେଇ ସିଧା ସଳଖ କେମିତି ଅପରେସନ କରନ୍ତି ଏ ହେଉଛି ତାର ସିସିଟିଭି ଫୁଟେଜ । ସିକ୍ୟୁରିଟି ଗାର୍ଡ ଡ୍ୟୁଟି କରୁଥିବା ସମୟରେ , ଦିନ ଦ୍ୱିପ୍ରହରରେ ଏମାନେ ଆପାର୍ଟମେଂଟ ଭିତରକୁ ପ୍ରବେଶ କରନ୍ତି । ଜଣେ ଭଦ୍ର ଲୋକଙ୍କ ଭଳି ଘର ମାଲିକଙ୍କ ସହ କଥା ବାର୍ତା କରିବ, ଜଣେ ଡ୍ରାଇଭର ହୋଇ ଗାଡିରେ ରହି ସମସ୍ତଙ୍କ ଗତିବିଧି ଉପରେ ନଜର ରଖିବ । ଆଉ ତିନି ଜଣ ଘର ଭିତରେ ପଶି କଳାକନା ବୁଲାଇ ଫେରାର ହୋଇଯିବେ ।

ଏହିଭଳି ମୋଟ ୧୦ ଟି ଗ୍ୟାଙ୍ଗ ସାରା ଭାରତରେ ରଜ୍ୟାରୁ ରାଜ୍ୟକୁ ବୁଲି ବୁଲି ଲୁଟପାଟ କରନ୍ତି । ଏମାନଙ୍କର ମୁଖିଆ ଫୌଜି ଓରଫ ସତପାଲ ସିଂ ଓମପାଲ ଚୌହାନ ଏବେ ଗୁଜୁରାଟର ସାବରମତୀ ଜେଲରେ । ଫୌଜି ଜଣେ ଆର୍ମି ପର୍ସନାଲ , ନିଜ ପତ୍ନୀକୁ ହତ୍ୟା କରିବା ପରେ , ତାକୁ ଆର୍ମିରୁ ବାହାର କରାଯାଇଥିଲା । ସେବେ ପରଠାରୁ ସେ ଏହି ଗ୍ୟାଙ୍ଗ ତିଆରି କରିଛି ।

The post କମିଶନରେଟ ପୋଲିସ୍ ହାତରେ ଅନ୍ତଃରାଜ୍ୟ ଆପାର୍ଟମେଂଟ ଲୁଟିଆ ଗ୍ୟାଙ୍ଗ । ଧରାପଡ଼ିଲେ ୨ ମୋଷ୍ଟ ୱାଂଟେଡ, ୬ଟି ରାଜ୍ୟରେ ପୋଲିସ ପାଇଁ ଥିଲେ ମୋଷ୍ଟ ୱାଂଟେଡ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started