ନବରଙ୍ଗପୁର ବ୍ଲକ୍ କାର୍ଯ୍ୟାଳୟ ନିକଟ ଏଟିଏମ ଲୁଟ ଘଟଣା । ଡାବୁଗାଁ ଜଙ୍ଗଲରୁ ଧରାପଡିଲେ ୫ ଅନ୍ତରାଜ୍ୟ ଲୁଟେରା କାର ସହ ଟଙ୍କା ଜବତ ।

କନକ ବ୍ୟୁରୋ: ଏଟିଏମ୍ ତାଡି ଟଙ୍କା ଲୁଟ ଘଟଣାରେ ସମସ୍ତ ୫ ଲୁଟେରାଙ୍କୁ ଗିରଫ କଲା ନବରଙ୍ଗପୁର ପୋଲିସ । ସର୍ଚ୍ଚ ଅପରେସନ୍ବେଳେ ଡାବୁଗାଁ ଜଙ୍ଗଲରେ ଲୁଚି ରହିଥିବାବେଳେ ୫ଜଣ ଚୋରଙ୍କୁ ଗିରଫ କରିଛି ପୋଲିସ । ସମସ୍ତ ଲୁଟେରା ବାହାର ରାଜ୍ୟର । ୪ ଜଣ ହରିୟାଣାର ହୋଇଥିବାବେଳେ ଜଣେ ଲୁଟେରା ଛତିଶଗଡର । ସମସ୍ତ ଲୁଟେରାଙ୍କୁ ଜଙ୍ଗଲରୁ ଗିରଫ କରିବା ସହ ସେମାନଙ୍କ କାର ଏବଂ ଲୁଟ ଟଙ୍କା ଜବତ କରିଛି ପୋଲିସ । ତେବେ କେତେ ଟଙ୍କା ଜବତ ହୋଇଛି ସେନେଇ କୌଣସି ସୂଚନା ମିଳିନାହିଁ ।

ଗତକାଲି ବିଳମ୍ବିତ ରାତିରେ ନବରଙ୍ଗପୁର ବ୍ଲକ୍ କାର୍ଯ୍ୟାଳୟ ନିକଟ ଏଟିଏମକୁ କାଟି ଟଙ୍କା ଲୁଟି ନେଇଥିଲେ ଏହି ଲୁଟେରା । କଟରରେ କାଟିବା ସମୟରେ ଏଟିଏମ୍ରେ ନିଆଁ ଲାଗି ଯାଇଥିବାରୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ପୋଲିସ । ତେବେ ନିଆଁ ଲାଗି କିଛି ଟଙ୍କା ପୋଡି ଯାଇଥିବାରୁ ସେଗୁଡିକୁ ଦୁର୍ବୃତ୍ତମାନେ ସେଠାରେ ଛାଡି ଚାଲିଯାଇଥିବା ପୋଲିସ ଦେଖିବାକୁ ପାଇଥିଲା । ପରେ ଲୁଟେରାଙ୍କୁ କାବୁ କରିବା ପାଇଁ ପିଛା କରିଥିଲା ପୋଲିସ ପାଟ୍ରୋଲିଂ ଟିମ୍ । ଲୁଟେରାମାନେ ତିରିଶ କିଲୋମିଟର ଦୂର ଡାବୁଗାଁ ନିକଟ ଜଙ୍ଗଲରେ ଗାଡି ଛାଡି ଲୁଚି ରହିଥିଲେ । ସର୍ଚ୍ଚ ଅପରେସନ୍ କରି ସମସ୍ତ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି ନବରଙ୍ଗପୁର ପୋଲିସ ।

The post ନବରଙ୍ଗପୁର ବ୍ଲକ୍ କାର୍ଯ୍ୟାଳୟ ନିକଟ ଏଟିଏମ ଲୁଟ ଘଟଣା । ଡାବୁଗାଁ ଜଙ୍ଗଲରୁ ଧରାପଡିଲେ ୫ ଅନ୍ତରାଜ୍ୟ ଲୁଟେରା କାର ସହ ଟଙ୍କା ଜବତ । first appeared on Kanak News.

from Kanak News
via <a href="https://ifttt.com/?

ଘଞ୍ଚ ଜଙ୍ଗଲ ଭିତରେ ମାଓବାଦୀଙ୍କ ସୁଡ଼ଙ୍ଗ । ଛତିଶଗଡ଼ ଦାନ୍ତେୱାଡ଼ାରେ କୁମ୍ବିଂ ବେଳେ ଠାବ କଲେ ଯବାନ ।ମାଓବାଦୀଙ୍କ ଯୋଜନା ହେଲା ପଣ୍ଡ ।

କନକ ବ୍ୟୁରୋ: ଘଞ୍ଚ ଜଙ୍ଗଲ ଭିତରେ ମାଓବାଦୀଙ୍କ ସୁଡଙ୍ଗ । ଯବାନଙ୍କୁ ଟାର୍ଗେଟ୍ କରିବା ପାଇଁ ଲାଲବାହିନୀଙ୍କ ନୂଆ ଚାଲ । ଆପଣଙ୍କ ଟିଭି ସ୍କ୍ରିନ୍ରେ ଏ ହେଉଛି ସେହି ଏକ୍ସକ୍ଲୁସିଭ୍ ଭିଜୁଆଲ । ଦେଖନ୍ତୁ କିପରି ସୁଡଙ୍ଗ ଖୋଲିଛନ୍ତି ମାଓବାଦୀ । ଏପରି ଦୃଶ୍ୟ ଆସିଛି ପଡୋଶୀ ଛତିଶଗଡ଼ରୁ । ଦାନ୍ତେୱାଡା ଜିଲ୍ଲା ଇଦ୍ରାବତୀ ନଈ କୂଳର ଘଂଚ ଜଙ୍ଗଲରେ ଏପରି ସୁଡଙ୍ଗ ତିଆରି କରିଛନ୍ତି ମାଓବାଦୀ । ଯବାନଙ୍କୁ ଟାର୍ଗେଟ୍ କରି ଏହି ସୁଡଙ୍ଗ ଦେଇ ଆମ୍ବୁଶ ରଚିବାକୁ ମାଓବାଦୀମାନେ ଯୋଜନା କରୁଥିଲେ । ଆଉ ମାଓବାଦୀଙ୍କ ଏପରି ଯୋଜନାକୁ ପଣ୍ଡ କରିଛନ୍ତି ଯବାନ । ଗତକାଲି କୁମ୍ବିଂ ବେଳେ ଏହି ସୁଡଙ୍ଗ ଠାବ କରିଛନ୍ତି ଯବାନ ।

The post ଘଞ୍ଚ ଜଙ୍ଗଲ ଭିତରେ ମାଓବାଦୀଙ୍କ ସୁଡ଼ଙ୍ଗ । ଛତିଶଗଡ଼ ଦାନ୍ତେୱାଡ଼ାରେ କୁମ୍ବିଂ ବେଳେ ଠାବ କଲେ ଯବାନ ।ମାଓବାଦୀଙ୍କ ଯୋଜନା ହେଲା ପଣ୍ଡ । first appeared on Kanak News.

from Kanak News
via <a href="https://ifttt.com/?

ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ବଜେଟ୍ ଅଧିବେଶନ । ସରକାରଙ୍କ ଉପଲବ୍ଧି ଓ ସଫଳତା ନେଇ ବିବୃତ୍ତି ରଖିଲେ ଦୌପଦୀ ମୁର୍ମୁ ।

କନକ ବ୍ୟୁରୋ: ଅନ୍ତରୀଣ ବଜେଟ୍ ଅଧିବେଶନ ପୂର୍ବରୁ ନୂଆ ସଂସଦ ଭବନରେ ଅଭିଭାଷଣ ରଖିଛନ୍ତି ମହମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି କ୍ରମରେ ମୋଦୀ ସରକାରଙ୍କର ୧୦ ବର୍ଷର ଉକ୍ରର୍ଷତାକୁ ବଖାଣିଛନ୍ତି । ବହୁ ପ୍ରତୀକ୍ଷିତ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଓ ଜମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦର ପ୍ରସଙ୍ଗ ରଖିଲେ ରାଷ୍ଟ୍ରପତି ।

ଚଳିତ ବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ ବଜେଟ୍ ଅଧିବେଶନ ଶେଷ ସଂସଦୀୟ ଅଧିବେଶନ ହେବ। ଫେବ୍ରୁଆରୀ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ କରିବେ। କାର୍ୟ୍ୟଭାର ଗ୍ରହଣ କରିବା ପରେ ନୂତନ ସରକାର ସମ୍ପୂର୍ଣ୍ଣ ବଜେଟ୍ ଉପସ୍ଥାପନ କରିବେ। ବଜେଟ୍ ଅଧିବେଶନ ଫେବ୍ରୁଆରୀରେ ଶେଷ ହେବାର କାର୍ୟ୍ୟକ୍ରମ ରହିଛି। ରା‌ଷ୍ଟ୍ରପତି ତାଙ୍କ ଅଭିଭାଷଣରେ ଉତ୍କଳମଣି ଗୋପବନ୍ଧୁଙ୍କ କାଳଜୟୀ କବିତା ‘ମିଶୁ ମୋର ଦେହ ଏଦେଶ ମାଟିରେ’ କବିତାକୁ ମନେ ପକାଇଛନ୍ତି।

ଚଳିତ ଅଧିବେଶନରେ କାର୍ୟ୍ୟଦିବସ ସଂଖ୍ୟା ଖୁବ୍‌ କମ୍‌ ରହିଥିବାରୁ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରାଥମିକତା ଭିତ୍ତିରେ ଜରୁରୀ ବିଲ୍‌ଗୁଡ଼ିକ ଆଗତ କରାଯିବା ସମ୍ଭାବନା ରହିଛି। ଅନ୍ୟପକ୍ଷେ, ଏଥର ମଧ୍ୟ ଓଡ଼ିଶା ବିଧାନ ପରିଷଦ ଗଠନ ସଂକ୍ରାନ୍ତ ବିଲ୍‌ କେନ୍ଦ୍ର ସରକାରଙ୍କ ଏଜେଣ୍ଡାରେ ନଥିବା ଜଣାପଡ଼ିଛି। ବିଜେଡି ଏହି ବିଲ୍‌କୁ ଆଗତ କରିବା ପାଇଁ ଦାବି ଚଳିତ ଅଧିବେଶନରେ କରିବ। ଏଥିସହିତ ବିଜେଡି ବଜେଟ୍‌ ଅଧିବେଶନ କାଳରେ ରାଜ୍ୟରେ ଜାତୀୟ ରାଜପଥ, ଉପକୂଳ ରାଜପଥର କାର୍ୟ୍ୟ ତ୍ବରାନ୍ବିତ, ପ୍ରଧାନମନ୍ତ୍ରୀ ଆବାସ ‌ଯୋଜନା(ଗ୍ରାମୀଣ) ଅନ୍ତର୍ଗତ ୭ ଲକ୍ଷ ଆବାସର ଆବଣ୍ଟନ; ହୋ, ମୁଣ୍ଡାରୀ, ଭୂମିଜ, ସୌରା ଓ କୁଇ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ; ରାଜ୍ୟର ୧୬୯ଟି ଜାତିକୁ ଅନୁସୂଚିତ ଜନଜାତି ମାନ୍ୟତା ପ୍ରଦାନ, କେନ୍ଦୁପତ୍ର ଉପରୁ ଜିଏସ୍‌ଟି ପ୍ରତ୍ୟାହାର, ପ୍ରଧାନମନ୍ତ୍ରୀ ଫସଲ ବୀମା, କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ, ସ୍ବାମୀନାଥନ କମିସନଙ୍କ ସୁପାରିସକୁ ଲାଗୁ କରିବା, ସମ୍ବିଧାନରେ ଅହିଂସା ଶବ୍ଦକୁ ସାମିଲ କରିବା ଭଳି ପ୍ରସଙ୍ଗ ପୁଣିଥରେ କେନ୍ଦ୍ର ସରକାରଙ୍କର ଦୃଷ୍ଟି ଆକର୍ଷଣ କରିବ।

The post ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ବଜେଟ୍ ଅଧିବେଶନ । ସରକାରଙ୍କ ଉପଲବ୍ଧି ଓ ସଫଳତା ନେଇ ବିବୃତ୍ତି ରଖିଲେ ଦୌପଦୀ ମୁର୍ମୁ । first appeared on Kanak News.

from Kanak News
via <a href="https://ifttt.com/?

କୁହୁଡି ପାଇଁ ଭୟଙ୍କର ଦୁର୍ଘଟଣା । ଟ୍ରକ୍ – ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ସେପଟେ ନୟାଗଡ ଦଶପଲ୍ଲା ନିକଟରେ ଟ୍ରକ୍ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର ।

କନକ ବ୍ୟୁରୋ: ନୟାଗଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦଶପଲ୍ଲା ଥାନା ଡିହଗାଁ ନିକଟରେ ଟ୍ରକ୍ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର । ଆହତକୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ ମୃତାହତମାନେ କବାଡିଆ ବେପାରୀ । ଉଭୟ ପାଲାଗୁଣ୍ଠୁଲି ଗାଁର ବାସିନ୍ଦା । ସକାଳୁ ଉଭୟ ବାଇକ୍ ଯୋଗେ ବେପାରକୁ ଯାଉଥିଲେ । ଡିହଗାଁ ନିକଟରେ ସେମାନଙ୍କ ବାଇକ୍କୁ ଦେଲା ଟ୍ରକ୍ । ଫଳରେ ଘଟଣା ସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତେଜନା ଦେଖିବାକୁ ମିଳିଥିଲା । ତେବେ ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି । ହେଲପରକୁ ଧରି ଲୋକେ ପ୍ରବଳ ମାଡ ମାରିଛନ୍ତି ।

କୁହୁଡି ପାଇଁ ଭୟଙ୍କର ଦୁର୍ଘଟଣା । ଟ୍ରକ – ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୧୪୯ ନମ୍ବର ଜାତୀୟ ରାଜପଥ କୁଲେଇ ଛକରେ ଘଟିଛି ଅଘଟଣ । ଅତ୍ୟଧିକ କୁହୁଡି ଯୋଗୁଁ ରାସ୍ତା ଠିକ୍ ଭାବେ ଦେଖାଯାଉ ନଥିବାରୁ ୨ଟି ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଦୁର୍ଘଟଣାରେ ଜଣେ ଟ୍ରକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି । ଖବର ପାଇଁ ପରଜଙ୍ଗ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଁଚି ଆହତ ଟ୍ରକ ଡ୍ରାଇଭରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତି କରିଛନ୍ତି । ଘନ କୁହୁଡି ହେଉଥିବାବେଳେ ଭୋର ସମୟରେ ଟ୍ରକ୍ ଗୁଡିକ ଦୃତଗତିରେ ଯାଉଥିବା କାରଣରୁ ଏଭଳି ଦୁର୍ଘଟଣା ହେଉଥିବା ଜଣାପଡିଛି । କୁଲେଇ ଛକରେ ଦୁର୍ଘଟଣା ପାଇଁ ଆଜି ସକାଳୁ ଯାତାୟତରେ ସମସ୍ୟା ଦେଖିବାକୁ ମିଳିଛି । ତେବେ ପରଜଙ୍ଗ ପୋଲିସ ଘଟଣା ସ୍ଥଳରେ ଉପସ୍ଥିତ ରହି ସ୍ଥିତି ସମ୍ଭାଳିଥିବା ଜଣାପଡିଛି ।

The post କୁହୁଡି ପାଇଁ ଭୟଙ୍କର ଦୁର୍ଘଟଣା । ଟ୍ରକ୍ – ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ସେପଟେ ନୟାଗଡ ଦଶପଲ୍ଲା ନିକଟରେ ଟ୍ରକ୍ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର । first appeared on Kanak News.

from Kanak News
via <a href="https://ifttt.com/?

ଲୁଟେରାଙ୍କୁ ଧରିବାକୁ ନାକାବନ୍ଦୀ । ନବରଙ୍ଗପୁର ବ୍ଲକ୍ କାର୍ଯ୍ୟାଳୟ ନିକଟ ଏଟିଏମରୁ ହୋଇଛି ଲୁଟ୍ । ପୋଲିସର ସର୍ଚ୍ଚ ଅପରେସନ ।

କନକ ବ୍ୟୁରୋ: ଏଟିଏମ୍ ଲୁଟେରାଙ୍କୁ ଧରିବାକୁ ତନାଘନା ଚଳାଇଛି ପୋଲିସ । ଲୁଟେରାଙ୍କୁ ଧରିବାକୁ ପୁରା ସହରକୁ ନାକାବନ୍ଦୀ କରାଯାଇଥିବା ଜଣାପଡିଛି ।

ମଙ୍ଗଳବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ନବରଙ୍ଗପୁର ବ୍ଲକ୍ କାର୍ଯ୍ୟାଳୟ ନିକଟ ଏଟିଏମରୁଏଟିଏମ୍ ମେସିନକୁ ତାଡି ଏଭଳି କାଣ୍ଡ ଭିଆଇ ଥିବା ଜଣାପଡିଛି । ଖବର ପାଇ ଆଜ ସକାଳୁ ଘଟଣା ସ୍ଥଳରେ ପୋଲିସ ପହଞ୍ଚିି ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା କେତେ ପରିପାଣର ଟଙ୍କା ଚୋରି ହୋଇଛି ତାହା ଜଣାପଡି ନାହିଁ । ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଏଟିଏମ୍ ମେସିନ୍ ଥିବା ଘରର ସଟର ତାଲା ଭାଙ୍ଗି ଭିତରକୁ ପଶିଥିଲେ ଚୋର । ଏହାପରେ ସଟର ପକାଇ ଭିତରେ ମେସିନ୍ ତାଡି ଟଙ୍କା ଚୋରି କରି ନେଇଥିବା କୁହାଯାଉଛି ।

The post ଲୁଟେରାଙ୍କୁ ଧରିବାକୁ ନାକାବନ୍ଦୀ । ନବରଙ୍ଗପୁର ବ୍ଲକ୍ କାର୍ଯ୍ୟାଳୟ ନିକଟ ଏଟିଏମରୁ ହୋଇଛି ଲୁଟ୍ । ପୋଲିସର ସର୍ଚ୍ଚ ଅପରେସନ । first appeared on Kanak News.

from Kanak News
via <a href="https://ifttt.com/?

ନବଜାତ ଶିଶୁକୁ ବାପା-ମା ଛାଡି ଚାଲିଗଲେ । ଅସୁସ୍ଥ ଅବସ୍ଥାରେ ମା’କୁ ଖୋଜୁଛି ଶିଶୁ ।

କନକ ବ୍ୟୁରୋ: ନବଜାତ ଶିଶୁକୁ ବାପା,ମା’ ଛାଡି ଚାଲିଗଲେ । ଏବେ କ୍ୟାପିଟାଲ ହସ୍ପିଟାଲରେ ରହି ଅସୁସ୍ଥ ଅବସ୍ଥାରେ ମାଆକୁ ଖୋଜୁଛି ଶିଶୁ । ନୟାଗଡ ଦଶପଲ୍ଲାର ଖଣ୍ଡପଡା ଅଞ୍ଚଳର ଏହି ଘଟଣା ଯେତିକି ସମ୍ବେଦନଶୀଳ, ସେତିକି ହୃଦୟସ୍ପର୍ଶୀ ।

ମା’ ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଆଉ ଡିସଚାର୍ଜ ହେବା ପରେ ଗାଁକୁ ଚାଲିଗଲେ । ଆଉ କୁନି ଶିଶୁକୁ କ୍ୟାପିଟାଲ ହସ୍ପିଟାଲରେ ଦେଖାଶୁଣା କରିବ ବୋଲି କଥା ଦେଇଥିବା ବାପା କେଉଁଆଡେ ଫେରାର ହୋଇଯାଇଛି । ଆଉ ଦଶପଲ୍ଲା ଖଣ୍ଡପଡାରେ ପହଞ୍ଚି ସ୍ଥିତି ପରଖିଛି କନକ ନ୍ୟୁଜ୍ ଟିମ୍ । ଘଟଣାରୁ ଜଣାପଡିଛି ଯେ, ଶିଶୁ ମାଆ ଏବେ ଜୀବନମରଣ ସହ ସଂଘର୍ଷ କରୁଛନ୍ତି । ତାଙ୍କ ଆର୍ଥିକ ଅବସ୍ଥା ବି ଠିକ ନାହିଁ ।

The post ନବଜାତ ଶିଶୁକୁ ବାପା-ମା ଛାଡି ଚାଲିଗଲେ । ଅସୁସ୍ଥ ଅବସ୍ଥାରେ ମା’କୁ ଖୋଜୁଛି ଶିଶୁ । first appeared on Kanak News.

from Kanak News
via <a href="https://ifttt.com/?

ମୀନାକ୍ଷୀ ବାହିନୀପତିଙ୍କୁ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ରୂପେ ନିଯୁକ୍ତ ।

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା କଂଗ୍ରେସର ସାଂଗଠନିକ ପରିବର୍ତନ । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଗସ୍ତର ଗୋଟିଏ ଦିନ ପରେ ବଦଳିଛନ୍ତି ମହିଳା କଂଗ୍ରେସର ସଭାପତି । ଜୟପୁର ବିଧାୟକ ତାରା ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ ବାହିନୀପତିଙ୍କୁ ମହିଳା କଂଗ୍ରେସ ସଭାପତି ଭାବେ ନିଯୁକ୍ତ କରାଯାଇଛି ।

ମିନାକ୍ଷୀଙ୍କ ନିଯୁକ୍ତି ନେଇ ଏଆଇସିସି ପକ୍ଷରୁ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି । ଏହା ପୂର୍ବରୁ କଂଗ୍ରେସ ମିଡ଼ିଆ ସେଲର ମଧ୍ୟ ପରିବର୍ତନ କରାଯାଇଛି । ସେପଟେ ଦାୟିତ୍ୱ ମିଳିବା ପରେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଧନ୍ୟବାଦ ଜଣାଇବା ସହ ରାଜ୍ୟରେ ଥିବା ମହିଳାଙ୍କ ଅଧିକାର ପାଇଁ ଲଢେଇ କରିବି ବୋଲି କହିଛନ୍ତି ମିନାକ୍ଷୀ ବାହିନୀପତି ।

The post ମୀନାକ୍ଷୀ ବାହିନୀପତିଙ୍କୁ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ରୂପେ ନିଯୁକ୍ତ । first appeared on Kanak News.

from Kanak News
via <a href="https://ifttt.com/?

ଅନ୍ଧାରୁଆ ବିକାଶ କାର୍ଯ୍ୟ । ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଗାଡି ଆଲୁଅରେ ଚାଲିଛି ରାସ୍ତା ଢଳେଇ କାମ ।

କନକ ବ୍ୟୁରୋ: ଅନ୍ଧାରରେ ଚାଲିଛି ବିକାଶ କାର୍ଯ୍ୟ, ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଗାଡି ଆଲୁଅରେ ଚାଲିଛି ରାସ୍ତା ଢଳେଇ କାମ । ଠିକଦାର ମନଇଚ୍ଛା ରାତି ଅଧିଆ କାମ କରି ରାଜସ୍ୱ ଲୁଟୁଥିବା ବେଳେ ପ୍ରଶାସନର ନୀରବତା ନେଇ ଉଠିଲା ପ୍ରଶ୍ନ । ପୁରୀ ସାକ୍ଷୀଗୋପଳରୁ ଅଳଗୁମ ମୁଖ୍ୟରାସ୍ତା ନରେନ୍ଦ୍ରପୁର ଠାରେ ରାତିଅଧିଆ ଗାର୍ଡୱାଲ ନିର୍ମାଣ ହେଉଥିବା ଦେଖିବାକୁ ମିଳିଛି । ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଠିକାଦାର କାହିଁକି ତରବରିଆ ଭାବେ ନିର୍ମାଣ କାର୍ଯ୍ୟ କରୁଛନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

The post ଅନ୍ଧାରୁଆ ବିକାଶ କାର୍ଯ୍ୟ । ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଗାଡି ଆଲୁଅରେ ଚାଲିଛି ରାସ୍ତା ଢଳେଇ କାମ । first appeared on Kanak News.

from Kanak News
via <a href="https://ifttt.com/?

ଛତିଶଗଡରେ ଆହତ ଯବାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ । ମେଡିକାଲରେ ପହଞ୍ଚିି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ।

କନକ ବ୍ୟୁରୋ: ଛତିଶଗଡରେ ଆହତ ଯବାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ । ମେଡିକାଲରେ ପହଞ୍ଚି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ସେମାନଙ୍କ ଉନ୍ନତମାନର ଚିକିତ୍ସା ନିଶ୍ଚିତ କରାଇଛନ୍ତି ।

ଛତିଶଗଡ଼ରେ ବଡ଼ ଧରଣର ମାଓ ଆକ୍ରମଣ ହୋଇଛି । ସୁକମା-ବିଜାପୁର ଜିଲ୍ଲା ସୀମାରେ ଥିବା ଟେକଲଗୁଡେମ୍ ଗାଁ ନିକଟରେ ଗୁଳିବିନିମୟ ହୋଇଛି । ଏଥିରେ ୩ ଜଣ ଯବାନ ସହିତ ହୋଇଥିବା ବେଳେ ୧୪ ଜଣ ଯବାନ ଆହତ ହୋଇଛନ୍ତି । ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ରାୟପୁରକୁ ଏୟାରଲିଫ୍ଟ କରାଯାଇଛି । ସୁରକ୍ଷା କର୍ମୀଙ୍କ ପାଲଟା ଜବାବରେ ୬ ଜଣ ମାଓବାଦୀ ମଧ୍ୟ ପ୍ରାଣ ହରାଇଛନ୍ତି । ଯବାନମାନେ ନୂଆ କ୍ୟାମ୍ପ ନିର୍ମାଣ କରି ମାଓ ଗତିବିଧି ଅନୁଧ୍ୟାନ କରୁଥିବା ବେଳେ ମାଓବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ । ଉପସ୍ଥିତ ଥିବା କୋବ୍ରା, ଏସଟିଏଫ ଏବଂ ଡିଆର୍ଜି ଫୋର୍ସର ମିଳିତ ଟିମ୍ ଆକ୍ରମଣର ଜବାବ୍ ଦେଇଥିଲେ । ଦୁଇ ପକ୍ଷର ଏହି ଗୁଳି ବିନିମୟରେ ୩ଜଣ ଯବାନ ସହିଦ ହୋଇଛନ୍ତି ।

ତେବେ ସୁରକ୍ଷାବଳର ପ୍ରତି ଆକ୍ରମଣରେ ମାଓବାଦୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଜୋନାଗଡ଼-ଆଲିଗୁଡ଼ା ଅଞ୍ଚଳରେ ମାଓ ବିରୋଧୀ ଅପରେସନ୍ ଚାଲିଥିବା ବେଳେ ଏହି ଘଟଣା ଘଟିଛି । ୨୦୨୧ ମସିହାରେ ଏହି ଟେକଲଗୁଡେମ୍ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ ହୋଇଥିଲା । ସେପଟେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆହତ ଯବାନଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ । ଆହତ ଯବାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

The post ଛତିଶଗଡରେ ଆହତ ଯବାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ । ମେଡିକାଲରେ ପହଞ୍ଚିି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ । first appeared on Kanak News.

from Kanak News
via <a href="https://ifttt.com/?

ଦିବ୍ୟାଙ୍ଗ ବ୍ୟବସାୟୀଙ୍କ ଉପରେ ବିଏମସିର ଜୁଲମ୍ । ଦାବି ପୂରଣ ବଦଳରେ ମାଡ ମାରିଲେ ।

କନକ ବ୍ୟୁରୋ: ଅନିର୍ଦ୍ଦିଷ୍ଟକାଳ ପାଇଁ ଧାରଣା ଦେଇଥିବା ଦିବ୍ୟାଙ୍ଗ ବ୍ୟବସାୟୀଙ୍କୁ ଉଠାଇ ନେଲା ବିଏମସି । ମାଡ଼ ମାରି ଜୋରଜବରଦସ୍ତି ଉଠାଇ ନେଇଥିବା ଅଭିଯୋଗ ହୋଇଛି । ଦାବି ପୂରଣ କରିବା ବଦଳରେ ରାତି ଅଧରେ ଧାରଣାରୁ ଉଠାଇ ନିଆଯାଇଛି । ବିଏମସି ଏନଫୋର୍ସମେଣ୍ଟଟିମ୍ ଉପସ୍ଥିତିରେ ଏକ ଘରୋଇ ସଂସ୍ଥା ଉଠାଇ ନେଇଥିବା ଅଭିଯୋଗ ହୋଇଛି ।ବିଏମସି ଅଫିସ୍ ଆଗରେ ୪ ଦିନ ହେବ ଜୀବନ ଜୀବିକା ପାଇଁ ଭେଣ୍ଡିଂ ଜୋନ୍ ଦାବିରେ ଧାରଣାରେ ବସିଥିଲେ । ଗତ ୨୫ ତାରିଖରୁ ଏମାନେ ଆନ୍ଦୋଳନ କରି ଆସୁଛନ୍ତି ।

ଭୁବନେଶ୍ୱର ମାର୍କେଟ୍ ବିଲଡିଂରେ ୨୦ ବର୍ଷରୁ ଅଧିକ ହେବ ୨୩ ଜଣ ଭିନ୍ନକ୍ଷମ ବ୍ୟବସାୟ କରି ଆସୁଥିଲେ । ହେଲେ ବିଏମ୍ସି ସେଠାରେ ବ୍ୟବସାୟ କରିବାକୁ ନଦେଇ ଉଚ୍ଛେଦ କରିଥିଲା । ଉଚ୍ଛେଦ କରିଥିବା ବ୍ୟବସାୟୀଙ୍କୁ ଦେବା ପାଇଁ ଲିଖିତ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ପୂରଣ ନହେବାରୁ ଧାରଣାରେ ବସିଥିଲେ ଏହି ଦିବ୍ୟାଙ୍ଗ ବ୍ୟବସାୟୀ ।

The post ଦିବ୍ୟାଙ୍ଗ ବ୍ୟବସାୟୀଙ୍କ ଉପରେ ବିଏମସିର ଜୁଲମ୍ । ଦାବି ପୂରଣ ବଦଳରେ ମାଡ ମାରିଲେ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started